ପୃଷ୍ଠା:Saikelara Kahani.pdf/୧୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

 ଦୂରର ସହରରେ ଥିବା ବନ୍ଧୁ ଘରକୁ ଯାଆନ୍ତି କିମ୍ବା ପୃଥିବୀର ଏମୁଣ୍ଡରୁ ସେମୁଣ୍ଡ ଯାଏଁ ବ୍ୟବସାୟିକ ଆଲୋଚନା ପାଇଁ ଯାଆନ୍ତି । ଆଉ କିଛି ଲୋକ କେବଳ ମଜା ବା ରୋମାଞ୍ଚ ପାଇଁ ଯାତ୍ରା କରନ୍ତି ।
ମଣିଷ ପାଇଁ ବୁଲିବା ଏକ ପ୍ରକାରର ନିଶା ହୋଇଥିଲେ ମଧ୍ୟ ଗତି କରିବା ପାଇଁ ମଣିଷର ସେଭଳି କିଛି ସ୍ୱତନ୍ତ୍ର ଦକ୍ଷତା ନାହିଁ । ଗୋଟିଏ ଚିତା ବାଘ ଜଣେ ଭଲ ଦୌଡ଼ାଳି ‘ମଣିଷ ଅପେକ୍ଷ ୧୦ ଗୁଣ ଜୋରରେ ଦୌଡ଼ିପାରେ । ଗୋଟିଏ ଘୋଡ଼ା ବେଶ୍ ସମୟ ଧରି ଦୌଡ଼ିପାରେ ଏବଂ ଦେହ ଓଜନ ଦୃଷ୍ଟିରୁ ମଣିଷ ତୁଳନାରେ କିଲୋଗ୍ରାମ ପ୍ରତି ଅଧା ଶକ୍ତି ବ୍ୟବହାର କରିଥାଏ । କିନ୍ତୁ ମଣିଷ ଏଦିଗରେ ତା’ର ଶାରୀରିକ କ୍ଷମତା ବଢ଼ାଇବା ପାଇଁ ଅନେକ ଯନ୍ତ୍ର ତିଆରି କରିଛି । ମଣିଷର ଗତିଶକ୍ତି ବଢ଼େଇବାର ପ୍ରଚେଷ୍ଟାରେ ଚକର ଉଭବନ ହେଉଛି ସବୁଠାରୁ ବଡ଼ ଘଟଣା । ମଣିଷର ଇତିହାସରେ ଏହା ଏକ ମାଇଲ ଖୁଣ୍ଟି । ପ୍ରଥମେ ବଳଦ, ଘୋଡ଼ା ଓ ଓଟ ଏବଂ ପରେ ବାଷ୍ପ ଚାଳିତ ତଥା ପେଟ୍ରୋଲ ଚାଳିତ ଇଞ୍ଜିନ ମଣିଷର ଗତିଶକ୍ତିକୁ ନାଟକୀୟ ଭାବରେ ବଢ଼େଇ ଦେଲା । କିନ୍ତୁ ତା ନିଜର ମାଂସପେଶୀୟ କ୍ଷମତାକୁ ଲଗାଇ ଚକକୁ ଚଲାଇବା ପାଇଁ ସବୁ ବେଳେ ମଣିଷକୁ ମଜା ଲାଗିଛି । ମଜା କଥା ହେଉଛି ଯେ ରେଲଗାଡ଼ିର ପୂରା ବ୍ୟାବସାୟିକ ବ୍ୟବହାର ଚାଲିବାର ବେଶ୍ ପରେ ଏବଂ ଘୋଡ଼ା ବିହୀନ ଗାଡ଼ି (ଅଦିମ ମଟର ଗାଡ଼ି) ଜନ୍ମ ନେବା ବେଳକୁ ହିଁ ସାଇକେଲ ତା’ର ପୂର୍ଣ୍ଣ ବିକଶିତ ଅବସ୍ଥାକୁ ଆସିଥିଲା । ଏବେ ମଧ୍ୟ କେତେ ଜାଗାରେ ଉଭାବକମାନେ ମଣିଷର ମାଂସପେଶୀର ବଳରେ ଚାଲିପାରୁଥିବା ଏକ ସ୍ୱୟଂସମ୍ପୂର୍ଣ୍ଣ ଉଡ଼ନ୍ତା ମେସିନ ତିଆରି କରିବା ପାଇଁ ଚେଷ୍ଟା କରୁଛନ୍ତି । କିନ୍ତୁ ଏପଟେ ପ୍ରଥମ ପେଟ୍ରୋଲ ଇଞ୍ଜିନ ବ୍ୟବହାର କରି ସଫଳତାର ସହ ଉଡ଼ାଜାହାଜ ଉଡ଼ିବାର ୧୦୦ ବର୍ଷ ହେଲାଣି ।