ପୃଷ୍ଠା:Saikelara Kahani.pdf/୧୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

 ମଣିଷ ତିଆରି କରିଥିବା ସବୁ ପ୍ରକାରର ଯାନ ତୁଳନାରେ ସାଇକେଲ ହିଁ ସବୁଠାରୁ ଅଧିକ କାର୍ଯ୍ୟଦକ୍ଷ ! ଏକା ପରିମାଣର ଭାର ବୋହିକରି ସମାନ ଦୂରତା ଯିବା ପାଇଁ ସାଇକେଇରେ ଯେତିକି ଶକ୍ତି ଦରକାର ହୁଏ, ସବୁଠାରୁ ଦକ୍ଷ ଜେଟ୍ ବିମାନ ତା’ର ଦଶଗୁଣ ଏବଂ ସବୁଠାରୁ ଭଲ ମଟର ଗାଡ଼ି ପ୍ରାୟ କୋଡ଼ିଏ ଗୁଣ ଶକ୍ତି ଦରକାର କରେ ।
ସାଇକେଲର ଏକ ଗୌରବମୟ ଇତିହାସ ରହିଛି । ଧନୀ ଲୋକଙ୍କର ଖେଳନା ଭାବରେ ଏହା ପ୍ରଥମେ ମଣିଷର କଳ୍ପନାକୁ ଆସିଥିଲା । କିନ୍ତୁ ଖୁବ୍ ଶୀଘ୍ର ଏହା ଯାତାୟତର ଏକ ସୁବିଧାଜନକ ଏବଂ ଦକ୍ଷ ମାଧ୍ୟମର ରୂପ ନେଲା । ମଟର ଗାଡ଼ି ଆସିବା ପରେ ପରେ ସାଇକେଲର ଗୁରୁତ୍ୱ କିଛି କମିଗଲା ଏବଂ ତାହା ଏକ ବ୍ୟାୟାମ ବା ଖେଳର ଉପକରଣ ହୋଇଗଲା । ତଥାପି ପୃଥିବୀର ଅନେକ ଅଞ୍ଚଳରେ, ବିଶେଷ କରି ଚୀନ ଓ ଦକ୍ଷିଣ-ପୂର୍ବ ଏସିଆରେ ସାଇକେଲ ସବୁଦିନିଆ ଯାତାୟତର ପ୍ରାଥମିକ ମାଧ୍ୟମ ହୋଇ ରହିଛି ।
ଶିଳ୍ପୋନ୍ନତ ଦେଶମାନଙ୍କରେ ମଧ୍ୟ ସମୟର ଚକ ଘେରାଏ ବୁଲିଆସିଛି । ସେଠାରେ ସହର ଅଞ୍ଚଳରେ ଅଳ୍ପ ଦୂର ଯିବା ପାଇଁ ସାଇକେଲ ଏବେ ପୁଣିଥରେ ପସନ୍ଦର ମାଧ୍ୟମ ରୂପେ ମୁଣ୍ଡ ଟେକିଛି । ଏହା ବାୟୁମଣ୍ଡଳ କୁ ପ୍ରଦୂଷିତ କରେ ନାହିଁ ଏବଂ ପ୍ରାୟ କିଛି ଶବ୍ଦ କରେ ନାହିଁ । ସାଇକେଲକୁ ରଖିବା ପାଇଁ ମଧ୍ୟ ବିଶେଷ ଜାଗା ବା ତାକୁ ଚଳାଇବା ପାଇଁ ସ୍ୱତନ୍ତ୍ର ଓସାରିଆ ରାସ୍ତା ଦରକାର ହୁଏନାହିଁ । ହିସାବ କରି ଦେଖାଯାଇଛି ଯେ ସହର ଭିତରେ ୮ କି.ମି ଦୂର ଯାଏଁ ଯିବା ପାଇଁ ମଟର କାର ଅପେକ୍ଷା ସାଇକେଲରେ ଶୀଘ୍ର ପହଞ୍ଚି ହୁଏ । କାରଣ କାରରେ ଗଲେ ଗାଡ଼ି ରଖିବା ଜାଗା ଖୋଜି ବା ତଥା ଗାଡ଼ିଠାରୁ ନିଜ ଗନ୍ତବ୍ୟ ଜାଗ ଯାଏଁ ଚାଲି ଚାଲି ଯିବା ଆଦି କାମରେ ଯଥେଷ୍ଟ ସମୟ ଲାଗିବ । ସବୁଠାରୁ ବଡ଼ କଥା ହେଲା, ନିଜର କାମ ପାଇଁ

ଏକ ମହାନ ଯନ୍ତ୍ର ୯