ପୃଷ୍ଠା:Saikelara Kahani.pdf/୩୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ତତ୍ତ୍ବକୁ କାମରେ ଲଗାଇଲା ଏବଂ ଓଜନ କମାଇବାରେ ସଫଳ ହେଲା । ପ୍ରଥମେ ଏହି ଚକଗୁଡ଼ିକରେ ବ୍ୟାସର୍ଯ୍ୟୟ ସେପ୍ଟାକ୍ ଲାଗିଥିଲା । ଏଗୁଡ଼ିକୁ ଭିଡ଼ିକରି ଚକରେ ପ୍ରାରମ୍ଭିକ ତାନ ଦିଆଯାଇ ପାରୁଥିଲା । ସେଣ୍ଟାକରେ ଠିକ୍ ଭାବରେ ତାନ ଦେଲେ ରିମ୍ର ସବୁ ଅଂଶ କେନ୍ଦ୍ର ଠାରୁ ସମାନ ଦୂରତାରେ ରହେ ଏବଂ ଚକଟି ଟଳ ଟଳ ନହୋଇ ସିଧା ଗଡ଼େ । କିନ୍ତୁ ପେଡାଲ ଦ୍ୱାରା ହବ ପାଖରେ ସୃଷ୍ଟି ହେଉଥିବା ବଡ଼ ଆଘୁର୍ଣ୍ଣକୁ ବ୍ୟାସାର୍ଷୀୟ ସେୟାକ୍ ସଞ୍ଚାରିତ କରେ ନାହିଁ । ଅଳ୍ପ ପରିମାଣର ଆଘୁର୍ଣ୍ଣ ମଧ୍ୟ ପତଳ! ସେୟାକଗୁଡ଼ିକୁ ବଙ୍କା କରିଦିଏ । ତେଣୁ ଯୋଡ଼ିଏ ଟାଣୁଆ ଦଣ୍ଡ ସେମାନଙ୍କ ନିଜ ର ତାନିତ ସେଣ୍ଡୀକ୍ ସହିତ ପ୍ରଥମ ଅବସ୍ଥାର ଚକରେ ଡାନିତ ତାରର ସେ ୋକ୍‌ଗୁଡ଼ିକ ରିମ୍ବରୁ ସିଧା ଆସି କେନ୍ଦ୍ରରେ ଲାଗୁଥିଲା । ଏହି ସେ:କ୍ଗୁଡ଼ିକ କେନ୍ଦ୍ର ଉପରେ ଇମ୍ବ ଭାବରେ ପଡୁଥିବା ଓଜନକୁ ବହନ କରୁଥିଲା । କିନ୍ତୁ ହବ୍ ପାଖର ଆଘୁର୍ଣ୍ଣ ବା ଟର୍କକୁ ରିମ୍ବକୁ ସ୍ଥାନାନ୍ତରିତ କରିପାରୁନଥିଲା । ଏହି କାମ ପାଇଁ ଯୋଡ଼ିଏ ଟାଣୁଆ ଦଣ୍ଡ ସେମାନଙ୍କ ନିଜର ତାନିତ ସେiକ୍ ସହିତ ଯୋଡ଼ା ହୋଇଥିଲା ! ସାଇକେଲର ବିଭିନ୍ନ ଅଂଶ ୩୩