ପୃଷ୍ଠା:Saikelara Kahani.pdf/୪୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଅଧିକ ହୁଏ । ଆହୁରି ମଧ୍ୟ ଟାଣୁଆ ଟାୟାର ଆଘାତକୁ ଭଲ ଭାବରେ ଶୋଷିପାରେ ନାହିଁ । ତେଣୁ ଟାୟାର ଅଧିକ ଫୁଲିଥିଲେ ତାହା ବେଶି ଧକଡ଼ କଚଡ଼ ହୁଏ । ରାସ୍ତାରେ ଥିବା ଗୋଡ଼ି ଓ ଛୋଟ ଖାତ ସବୁର ଅନୁଭୂତି ସିଧାସଳଖ ବସିବା ସିଟ୍ ଯାଏଁ ପହଞ୍ଚିଯାଏ । ସାଇକେଲ ଦୌଡ଼ରେ ଭାଗ ନେଇଥିବା ଖେଳାଳି ସହଜରେ ଅଧିକ ବେଗ ପାଇବା ପାଇଁ ଟାୟାରରେ ଅଧିକ ପବନ ଦେଇ ଫୁଲାଇ ରଖିଥା’ନ୍ତି । ଟାୟାର କେତେ ଓଜନ ବୋହୁଛି ସେଥି ଉପରେ ମଧ୍ୟ ତା’ର ଗତିର ପ୍ରତିରୋଧ ନିର୍ଭର କରେ । ଏହି ମୋଟ ଓଜନରେ ଚଢ଼ାଳି, ସାଇକେଲ ତଥା ଟାୟାରର ଓଜନ ମିଶିଥାଏ । ସାଇକେଲ ଦୌଡ଼ାଳିମାନେ ଓଜନ କମାଇବା ବଦଳରେ ଏକ ସ୍ୱତନ୍ତ୍ର ପ୍ରକାରର ଟାୟାର ବ୍ୟବହାର କରନ୍ତି । ଏହାକୁ ଟୁଖ୍ୟବୁଲାର ବା ନଳିକାକାର ଟାୟାର କୁହାଯାଏ । ଏଗୁଡ଼ିକ ରବରମିଶା ସିଲ୍କ ବା ପଲିଏଷ୍ଟର କନାରେ ତିଆରି ହେଇଥାଏ ଏବଂ ହାଲୁକା ଭିତର ଟୁବର ଚାରିପାଖରେ ସିଲେଇ ହୋଇଥାଏ । ଏହି ସବୁକୁ ଏକାଠି ରିମ୍ ଦେହରେ ଅଠାରେ ଯୋଡ଼ାଯାଇଥାଏ ! ଟୁଖ୍ୟବୁଲାର ଟ୍ରୟ ର ବେଶ୍ ટ્વ છું"6 ବାହାର ରବର ପଟି ଟୁବୁଲାର ବା ନଳିକାକାର ଟାୟରର ଗଠନ: ଟୁବ ସହିତ ସିଲେଇ ହୋଇଥିବା! କନିର ଖୋଳ ହେଉଛି ଏହାର ମୁଖ୍ୟ ଅଂଶ । କନା ଉପରେ ପରସ୍ତେ ରବର ପଟି ଲଗାଯାଇଥାଏ ! சி) இlஇெஇெ இெ!51