ପୃଷ୍ଠା:Saikelara Kahani.pdf/୬୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସମତଳ ଭୂମିରେ ସ୍ଥିର ବେଗରେ ଚାଲୁଥିବା ସାଇକେଲର ଉଦହରଣ ପ୍ରଥମେ ନେଇ ଦେଖିବ! । ଚଢ଼ାଳି ପ୍ରୟୋଗ କରୁଥିବା ସବୁ ପାୱାର ବିଭିନ୍ନ ପ୍ରତିରୋଧକୁ କାଟିବାରେ ଲାଗିଥାଏ । ସବୁଠାରୁ ବେଶୀ ପାୱାର କ୍ଷୟ ଟାୟାର ଗଡ଼ିବାର ପ୍ରତିରୋଧକୁ କାଟିବାରେ ହୋଇଥାଏ । ସାଧାରଣ ପ୍ରତିରୋଧ ବଳ ୪ ନିଉଟନ ହୋଇଥାଏ ଏବଂ ଘଣ୍ଟାକୁ ୧୮ କି.ମି. ବା ସେକେଣ୍ଡକୁ ୫ ମିଟର ବେଗରେ ଗଲେ ତାହା କଟିବ ପାଇଁ ୨୦ ୱାଟ ପାୱାର ଖର୍କ ହୁଏ । ଏହି ପାୱାର ବେଗ ସହ ସମାନୁପାତିକ ଭାବରେ ବଢ଼ିଥାଏ । ଅର୍ଥାତ ବେଗ ଦୁଇ ଗୁଣ ହେଲେ ପାୱାର ମଧ୍ୟ ଦୁଇ ଗୁଣ ହେଇଯାଏ । ବଲ ବିଅରିଙ୍ଗ୍ ରେ ଶକ୍ତି ନଷ୍ଟର ପରିମାଣ ବହୁତ କମ ହୁଏ ଏବଂ ତାହା ୧ ୱାଟରୁ ବି କମ୍ ବୋଲି ହିସାବ କରାଯାଏ । ଚେନର ବିଭିନ୍ନ ଅଂଶର ଘର୍ଷଣ ଯୋଗୁଁ ପ୍ରାୟ ୩ ୱାଟ ପାୱାର ନଷ୍ଟ ହୁଏ । ଏବେ ଯାଏଁ ହିସାବରେ ନଷ୍ଟ ହେଉଥିବା ମୋଟ ପୀୱାରର ପରିମାଣ ହେଉଛି ୨୪ ୱାଟ ବା ନିବେଶ ପାୱାରର ଅଧା ମାତ୍ର । ତେବେ ବାକି ସବୁ ଫୱାର କୁଆଡ଼େ ଯାଏ ? ଆଗକୁ ଆମେ ତାହା ଦେଖିବା । 6yᎮᎮ6☽ ❍fᏱ// ସବୁ ବସ୍ତୁ ବାୟୁ ମଧ୍ୟ ଦେଇ ଗତି କଲା ବେଳେ ଏକ ପ୍ରତିରୋଧୀ ବଳର ସାମନା କରନ୍ତି । ଏହାକୁ ଡ଼ାର୍ ବା କର୍ଷଣ କୁହାଯାଏ । ଜଣେ ଲୋକ ପବନର ବିପରୀତ ଦିଗରେ ଚାଲିକରି ଗଲେ ମଧ୍ୟ ଏହା ଅନୁଭବ କରିପାରିବ । ସାଧାରଣତଃ ସାଇକେଲରେ ଗଲେ ଏହା କିଛି ଅଧିକ ଜୋର ହୋଇଥାଏ । ଏହି ପ୍ରତିରୋଧୀ ବଳ ବେଗର ବର୍ଗ ହିସାବରେ ବଦଳି ଥାଏ । ତେଣୁ ବେଗ ବଢ଼ିକରି ୨ ଗୁଣ ହେଲେ କର୍ଷଣ ବଳ ୪ ଗୁଣ ହେବ । ଏହାକୁ କାଟିବା ପଇଁ ବେଗର ୪ ଗୁଣ ସାଇକେଲର ବିଜ୍ଞାନ ୫୯