ପୃଷ୍ଠା:Saikelara Kahani.pdf/୬୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

କମାଇବା ପାଇଁ ବୈଚଷ୍ଟା କରିଥାଏ । ଅଧିକ ବେଗରେ ଯାଉଥିବା କାର ତଥ୍ୟ ଉଡ଼ାଜାହାଜର ଗଠନ ଉପରେ ବିଭିନ୍ନ ପରୀକ୍ଷାରୁ ଜଣାଯାଏ ଯେ ଯାନର ଆଗ ପାଖର କ୍ଷେତ୍ର ଫଳ ଓ ତା’ର ବାହ୍ୟରେଖା ଉପରେ କର୍ଷଣ ବଳ ନିର୍ଭର କରିଥାଏ । ତେଣୁ ଜଣେ ସାଇକେଲ ଦୌଡ଼ାଳି ନୀଚା ହାଣ୍ଡଲକୁ ଧରି, ମୁଣ୍ଡ ତଳକୁ କରି, ଜାକିଜୁକି ହୋଇ ବସିବା ଦ୍ୱାରା ପ୍ରତିରୋଧୀ ପବନ ପ୍ରବାହକୁ କମାଇ ପାରିଥାଏ । ଚାଳକ ସାଇକେଲ ଉପରେ ସିଧା ହୋଇ ଶୋଇଗଲେ ସାମନା ପାଖର କ୍ଷେତ୍ରଫଳ ଆହୁରି କମ୍ ହେବ । ଆଜିକାଲି କେତେକ ସାଇକେଲର ଗଠନରେ ଏଭଳି ବ୍ୟବସ୍ଥା ରହୁଛି । ଆହୁରି ମଧ୍ୟ ସାମନାର କ୍ଷେତ୍ରଫଳ କମାଇବା ପାଇଁ ଦୌଡ଼ାଳିମାନେ ବେଶ୍ ଚିପା ଜାମା ପିନ୍ଧିଥା’ନ୍ତି । କର୍ଷଣ ନିର୍ଣ୍ଣୟ କରିବା ପାଇଁ ଶରୀରର ବାହ୍ୟରେଖାର ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଲକ୍ଷ କଲେ ଜାଣିହେବ ଯେ ରେସିଙ୍ଗ୍ କାର ଓ ସାଧାରଣ କାରର ଗଠନ ବେଶ୍ ଅଲଗା ହୋଇଥାଏ । ଶିଶୁମାରର ଲୁହବିନ୍ଦୁ ଆକୃତିର ଶରୀର ଗଠନକୁ ନକଲ କରି ଉଡ଼ାଜାହାଜକୁ ରୂପ ଦିଆଯାଇଛି । ଏପ୍ରକାରର ସୁବିନ୍ୟସ୍ତ ଆକୃତି କର୍ଷଣ କମାଇ ଥାଏ । ଯଦି ଗୋଟିଏ ଗୋଲକରେ ଲମ୍ବା, ଗୋଜିଆ ଲାଞ୍ଜ ଲଗାଯାଏ ତେବେ ତାହା ପ୍ରତିରୋଧୀ କର୍ଷଣ ବଳକୁ ଶହେ ଗୁଣ ☾ally Ꮾ❍Ꭷ ! ଏହି ସବୁ ସୂଚନା, କିପରି ସାଇକେଲର ପରିଯୋଜନାରେ ଯୋଡ଼ା ଯାଇପାରିବ? ପ୍ରକୃତରେ ଏହା ସେତେ ସହଜ ନୁହେଁ । ମଣିଷ ଦେହର ଗଠନ ସୁବିନ୍ୟସ୍ତ ନୁହେଁ । କିନ୍ତୁ ଆମେ ଯଦି ସାଇକେଲ ଓ ଚାଳକକୁ ଗୋଟିଏ ଲୁହବିନ୍ଦୁ ଆକୃତିର ଖୋଳ ଭିତରେ ପୁରାଇ ଦେଇ ପାରିବା, ତେବେ ଆମେ ' କର୍ଷଣକୁ କମାଇ ପାରିବା । ଏଦିଗରେ କିଛି ଉଦ୍ୟମ ହୋଇସାରିଛି, ଯେପରି ଚାଳକକୁ ଆଉଜାଇ ବସାଇବା ? ୨ , ସାଇକେଲର କାହାଣୀ ,