ପୃଷ୍ଠା:Saikelara Kahani.pdf/୬୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଉଚ୍ଚ ଜାଗାକୁ ଯିବାବେଳେ ପେଡାଇମାରି କର୍ଷଣ, ଘର୍ଷଣ ବଳ ଓ ଓଜନର ଏକ ଘଟକକୁ କାଟିବା ପରିମାଣର ବଳ ଦେବାକୁ ପଡ଼େ । ପ୍ରକୃତରେ ବାୟୁର କର୍ଷଣ ବେଶ୍ ପରିମାଣର ପାୱାର କ୍ଷୟ କରିଦିଏ ଏବଂ ଏହା ବାୟୁ ତୁଳନାରେ ବସ୍ତୁର ଆପେକ୍ଷିକ ବେଗ ଉପରେ ନିର୍ଭର କରେ । ଏହା ଏକ ମଜାଦାର ଅବସ୍ଥା ସୃଷ୍ଟିକରେ । ଏମିତି କୌଣସି ଏକ ଅବସ୍ଥାରେ ଉଠାଣି ଚଢ଼ିବା ଗଡ଼ାଣିରେ ଗଡ଼ିବା ଠାରୁ ସହଜ ହୋଇପାରିବ କି? ଉଠାଣିରେ ଗଲାବେଳେ ପବନ ପଛରୁ ଠେଲୁଥିଲେ ଏହା ସମ୍ଭବ ହୋଇପାରିବ । ଏହି ଅବସ୍ଥାରେ କର୍ଷଣକୁ କାଟି ବା ପାଇଁ ଦରକାର ହେଉଥିବୀ ପାୱାରରୁ ଯାହା ବଳକା ହେବ, ତାହା ସ୍ଥିତିଜ ଶକ୍ତିକୁ ବଢ଼ାଇବାରେ ଲାଗିଯିବ । ଅନ୍ୟ ପଟରେ, ଗଡ଼ାଣିରେ ଓହ୍ଲାଇଲାବେଳେ ଜୋର ଆଗୁଆ ପବନ ଥିଲେ କର୍ଷଣକୁ କାଟିବା ପାଇଁ ଏତେ ଅଧିକ ପାୱାର ଦରକାର ହେବ ଯେ ସ୍ଥିତିଜ ଶକ୍ତିର ପୁନଃବିନିଯୋଗ ହୁଏତ ତାହା ଭରଣା କରିପାରିବ ନାହିଁ । 3) × gloo olgoséří