ପୃଷ୍ଠା:Saikelara Kahani.pdf/୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଏକ ମହାନ ଯନ୍ତ୍ର


ଗତି ଜୀବନର ଏକ ସହଜାତ ପ୍ରବୃତି । ସବୁ ପ୍ରାଣୀ ଗତି କରନ୍ତି । କିଏ ଖାଦ୍ୟ ସଂଗ୍ରହ ପାଇଁ, କିଏ ଶିକାର ପାଇଁ ବା କିଏ ଶତ୍ରୁଠାରୁ ବଞ୍ଚିବା ପାଇଁ ଗତିକରୁଛି । ସାପ ମାଟି ଉପରେ ବିନା ଶବ୍ଦରେ ଖସି ଖସି ଯାଏ, ହଁବାଳୁଆ ଗୁରୁଣ୍ଡିଲା ଭଳି ଘୁଷୁଡ଼ି ଘୁଷୁଡ଼ି ଚାଲେ, କଙ୍ଗାରୁ ତିଆଁମାରେ, ଘୋଡ଼ା ମାଟି ଦୁଲୁକାଇ ଦୌଡ଼େ ଏବଂ ମଣିଷ ପାଦ ପରେ ପାଦ ପକାଇ ଚାଲେ । ସବୁ ଜୀବଙ୍କ ଭିତରେ ମଣିଷ ସବୁଠାରୁ ଅଧିକ ଗତି କରେ । କିଛି ଲୋକ ପ୍ରତିଦିନ କେତେ କିଲୋମିଟର ଦୂରରେ ଥିବା ନିଜ ର କାମ ଜାଗାକୁ ଯାଇ ଫେରନ୍ତି, କେତେ ଶହ କିଲୋମିଟର