Jump to content

ପୃଷ୍ଠା:Saptascharya.pdf/୫୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ନଶ୍ୱର ସଂସାରରେ ଶାଶ୍ୱତର ଦୁଇଟି ଆଭାସ- ‘ମୃତ୍ୟୁ ଓ ପ୍ରେମ’ । ମୃତ୍ୟୁ ନା ପ୍ରେମ କଏ ଶାଶ୍ୱତ ? ଏହା ଏକ ଅସମାହିତ ପ୍ରଶ୍ନ | ମୃତ୍ୟୁକୁ ଅସ୍ତ୍ର ଭାବେ ବ୍ୟବହାର କରାଯାଏ ପ୍ରେମକୁ କବର ଦେବାପାଇ । ଅନେକେ ଭାବନ୍ତି, ପ୍ରେମର ଅନ୍ତ ହୁଏ ମୃତ୍ୟୁରେ । ବେଳେବେଳେ ମଣିଷ ପ୍ରେମ ବଳରେ ମୃତ୍ୟୁ ଉପରେ ବିଜୟ ପାଇବାକୁ ଚେଷ୍ଟାକରେ । ମୃତ୍ୟୁ ଓ କାଳର କରାଳତାକୁ ଲଂଘିବାକୁ ଚେଷ୍ଟାକରେ ପ୍ରେମକୁ ଜୀବନର ପ୍ରତୀକ ଭାବେ ବ୍ୟବହାର କରି । ନିଜର ଅସ୍ତିତ୍ୱର ନଶ୍ୱରତାକୁ ମାନିବାକୁ ବାଧ୍ୟ ହୁଏ ମଣିଷ । କିନ୍ତୁ ଅନେକେ ଚେଷ୍ଟା କରନ୍ତି ନିଜ ପରେ ମଧ୍ୟ ନିଜ ପ୍ରେମର ନିଦର୍ଶନକୁ ବଞ୍ଚାଇ ରଖିବାକୁ । ମୃତ୍ୟୁ ବିରୋଧରେ ମଣିଷ ବିଦ୍ରୋହ ବା ଅଭିମାନ କରେ । ପ୍ରେମ ବି ବେଳେବେଳେ ହୁଏ ମୃତ୍ୟୁ ବିରୋଧରେ ବିଦ୍ରୋହର ପ୍ରତୀକ । ଗଢ଼ାହୁଏ ପ୍ରେମର ସୌଧ । ମରଣ ସହ ପ୍ରେମର ଅନ୍ତହୀନ ସଂଘର୍ଷର ପ୍ରତୀକ। ମୁଁ ହାଲକାନାସସ୍‌ର ସମାଧି ।


ହାଲିକାର୍ନାସ‌ସ୍‌ର ସମାଧି