ଅଶ୍ୱାରୋହୀ ଯୋଦ୍ଧା । ଏହି ବେଦୀ ଉପରେ ନିର୍ମିତ ହୋଇଥିଲା ମର୍ମର ସମାଧିଗୃହ । ଏହା ଥିଲା ଏକ ଘନ କ୍ଷେତ୍ର । ଏହା ଚାରିପଟେ ଥିଲା ୩୬ଟି ସ୍ତମ୍ଭ । ସ୍ତମ୍ଭମାନଙ୍କ ମଝିରେ ଥିଲା ମର୍ମର ମୂର୍ତ୍ତି । ସମାଧିଗୃହର କାନ୍ଥରେ ଖୋଦେଇ କରାଯାଇଥିଲା ଗ୍ରୀକ୍ ପୁରାଣର ଯୁଦ୍ଧ ଦୃଶ୍ୟ । ସ୍ତମ୍ଭ ଓ ସମାଧି ଗୃହ ଉପରେ ନିର୍ମାଣ କରାଯାଇଥିଲା ଏକ ପିରାମିଡ୍ ଆକାରର ବିରାଟ ଛାତ । କିନ୍ତୁ ଏହି ପିରାମିଡ୍ ଆକାରର ଛାତର ଶୀର୍ଷ ମୁନିଆ ନଥିଲା । ଏହା ଥିଲା ଏକ ସମତଳ ଚତୁର୍ଭୁଜ । ଏହିଠାରେ ସ୍ଥାପନ କରାଯାଇଥିଲା ରାଜ ଦମ୍ପତିଙ୍କର ରଥାରୂଢ଼ ପ୍ରତିମା ।
ମୁଁ ନିଶ୍ଚିତ ଭାବରେ ସମ୍ମୋହକ ସୁନ୍ଦରତାର ଅଧିକାରୀ ଥିଲି । ନ ହେଲେ କ'ଣ ମୁଁ ୧୬୦୦ବର୍ଷ ଧରି ବଞ୍ଚି ରହି ପାରିଥା'ନ୍ତି !ଅନେକ ଆକ୍ରମଣକାରୀ ହାଲିକାର୍ନାସସ୍ ଆକ୍ରମଣ କରିଥିଲେ, କିନ୍ତୁ କେହି ଇଚ୍ଛା କରି ନ ଥିଲେ ମୋତେ ଧ୍ୱସ୍ତ କରିବାକୁ, ମୋ ସୁନ୍ଦରତାକୁ ନଷ୍ଟ କରିବାକୁ । ଖ୍ରୀଷ୍ଟପୂର୍ବ ୩୩୪ରେ ସମ୍ରାଟ ଆଲେକ୍ଜାଣ୍ଡାର୍ ଆକ୍ରମଣ କରି ହେଲିକାର୍ନାସସ୍ ଉପରେ ନିଜ ଆଧିପତ୍ୟ ସାବ୍ୟସ୍ତ କରିଥିଲେ । ବେଶ କିଛି ଧ୍ୱଂସଲୀଳା ଚାଲିଥିଲା ମୋ ଆଖି ସାମନାରେ । କିନ୍ତୁ ଆଲେକ୍ଜାଣ୍ଡାର୍ ଓ ତାଙ୍କ ସୈନ୍ୟମାନେ ମୋର ଭାସ୍କର୍ଯ୍ୟରେ ଅଭିଭୂତ ହୋଇଥିଲେ । ସେମାନଙ୍କ ହିଂସ୍ର ତରବାରୀ ନଇଁ ଯାଇଥିଲା ମୋର ଶୁଭ୍ର ମର୍ମରର ଶାନ୍ତ ପରିବେଶ ଆଗରେ । ମୁଁ ଅନୁଭବ କରିଥିଲି ମୋ ଆତ୍ମାରେ ଲୁଚି ରହିଥିବା ପ୍ରେମର ଆଭାସ ମୃତ୍ୟୁକୁ ଅସ୍ତ୍ର କରିଥିବା ଯୋଦ୍ଧାମାନଙ୍କ ମନରେ ବି ଆଣିପାରେ ପରିବର୍ତ୍ତନ । ପ୍ରେମ ଓ କଳାର ସୌନ୍ଦର୍ଯ୍ୟକୁ ନେଇ ମୁଁ ଗର୍ବିତ ହୋଇଥିଲି । ଭାବିଥିଲି ଏଗୁଡ଼ିକ ଚିରନ୍ତନ ଓ ଏମାନଙ୍କପାଇଁ ମୁଁ ବି ଅବିନଶ୍ୱର।
ପୃଷ୍ଠା:Saptascharya.pdf/୫୮
ଦେଖଣା
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୫୮ ସପ୍ତାଶ୍ଚର୍ଯ୍ୟ