Jump to content

ପୃଷ୍ଠା:Saptascharya.pdf/୬୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମୋ ଲୁଣ୍ଠନର କଥା ବର୍ଣ୍ଣନା କରିଛନ୍ତି । ସେ ଲେଖିଛନ୍ତି, “ପ୍ରଥମେ ଆମେ ପାହାଚଦେଇ ପହଞ୍ଚିଲୁ ସମାଧିର ଗର୍ଭଗୃହରେ । ଆମ ଆଖି ସାମନାରେ ଥିବା ଚିତ୍ତାକର୍ଷକ ଦୃଶ୍ୟ ଆମକୁ ସ୍ତବ୍ଧ କରିଦେଲା । କିଛି ସମୟ ହତବାକ୍ ହୋଇ ଅନାଇ ରହିଲୁ । ପର ମୁହୂର୍ତ୍ତରେ ଆମେ ଆରମ୍ଭ କରିଦେଲୁ ଲୁଟତରାଜ । ଆମ ହାତରେ ବେଶି ସମୟ ନଥିଲା । ଆମକୁ ଦୂର୍ଗକୁ ଫେରିବାର ଥିଲା । ପରଦିନ ଆମେ ପୁଣି ଫେରିଲୁ ସେ ସ୍ଥାନକୁ ଚାରିଆଡ଼େ ଦାମୀ ଅଳଙ୍କାର ଓ ସୌଖୀନ କପଡ଼ା ବିଛାଡ଼ି ହୋଇ ପଡ଼ିଥିଲା..." ।

୧୪୯୪ ଖ୍ରୀଷ୍ଟାବ୍ଦରେ ଏହି ଖ୍ରୀଷ୍ଟାବଲମ୍ବୀ ଧର୍ମଯୋଦ୍ଧାମାନେ ବୋଡ଼୍ରମ ଠାରେ ଥିବା ନିଜ ଦୁର୍ଗକୁ ଆହୁରି ସୁଦୃଢ଼ କରିବାକୁ ଠିକ୍ କଲେ । ପୁଣି ଥରେ ସେମାନଙ୍କର ନଜର ପଡ଼ିଲା ମୋ ଧ୍ୱସ୍ତ ଶରୀର ଉପରେ । ମୋର ବିରାଟ ପ୍ରସ୍ତର ଖଣ୍ଡକୁ ବୋହିନେଲେ ଦୂର୍ଗର ପ୍ରାଚୀର ନିର୍ମାଣପାଇଁ । ୧୫୨୨ ଖ୍ରୀଷ୍ଟାବ୍ଦରେ ଏହି ଧର୍ମଯୋଦ୍ଧାମାନେ ଖବର ପାଇଲେ, ତୁର୍କିର ଯୋଦ୍ଧାମାନେ ସେମାନଙ୍କୁ ଆକ୍ରମଣ କରିପାରନ୍ତି । ସେମାନଙ୍କୁ ଭୟ ଘାରିଲା । ଚିନ୍ତା କରାଗଲା ବୋଡ଼୍ରମ୍ ଦୂର୍ଗକୁ ଆହୁରି

ସପ୍ତାଶ୍ଚର୍ଯ୍ୟ ୬୩