ଏହାଙ୍କୁ ଘେନି ନିଜପୁର ଯାଅସି ଦେଖନ୍ତୁ ଏହାଙ୍କ ଜନନୀ । ୩୯ ।
ଆଗ୍ୟାଁ ପ୍ରମାଣେ କୋଟିନିଧି ଆସିକି ଦରିଦ୍ର ଜଙ୍କୁ ମିଳିଲା ।
ତେସନେ ହରଷେ ପୁତ୍ରବଧୂ ଘେନି ନିଜ ଭୁବଙ୍କୁ ଚଳିଲା ।
ସଜନି । ଦାସୀମାନେ ଶୁଣି ଧାଇଁଲେ ।
ଲୀଳାବତୀ ଆଗେ କହନ୍ତି ହରଷେ ତୁମ୍ଭର କୁମର ଅଇଲେ ।।
ସହଚରୀ ବାଣୀ ସେ ତରୁଣୀ ଅନ୍ଧ କି ଲୋଚନ ପାଇଲା ।
ମୃତ୍ୟୁ ଜନଙ୍କର ମୁଖେ କି ଅମିୟ ବିଧାତା ଆଣି ବରଷିଲା ।
ସଜନି। ତହୁଁ ଅଧିକ ସେ ଅବଳା ।
ୟେଥୁଅନନ୍ତରେ ସୁତହିଁ ପ୍ରବେଶ ଧାଇଁଣ ଆସି କୋଳ କଲା ।।
ଶୋକ କରନ୍ତି ଅନେକ ଊଚ୍ଚସ୍ୱରେ କୁମରକୁ କଣ୍ଠେ ଲମ୍ବାଇ ।
ଶଶିସେଣା ଚନ୍ଦ୍ରାବଳୀ ବେନିଜନ ପ୍ରଳମ୍ବ କଲେ ପାଦେ ଯାଇ ।
ସଜନି । ମନ୍ତ୍ରୀ କହନ୍ତି ନିଜ ବାମା ।
ଏହି ବେନି ଜନ ତୁମ୍ଭ କୁଳବଧୂ ଅଟନ୍ତି ନୃପତିଙ୍କ ଜେମା । ୪୨ ।
ସକଳ ସନ୍ଦେଶ ମଣାଇ କହିଲେ ଶୁଣି ସନ୍ତୋଷ ଲୀଳାବତୀ ।
ପୁତ୍ତ୍ରବଧୂ କୋଳ କରି ସେ ବନ୍ଦାଇଣ ଘରକୁ ତହୁଁ ନିଅନ୍ତି ।
ସଜନି । ଜଗତେ ହୋଇ ସେ ଆନନ୍ଦ ।
ପରତେପେ ରାୟେ ଶରଣ ପଶଇ ଶ୍ରୀରାମଚନ୍ଦ୍ର ପଦ୍ମ୍ପାଦ । ୪୩ ।
୩୯-୧-ଅତି ହରଷ ହୋଇ ମତି ମନ୍ତ୍ରୀକି କହନ୍ତି (କ) ।
୪୧-୧-କେ କେ ଅନେକ ପ୍ରକାରେ ଚିନ୍ତାହରି (ଗ)୪୨-୪-ଏ ବେନି ଜନ ତୁମ୍ଭର
ବଧୂ ଅଟନ୍ତି ଖଟନ୍ତି (ଗ) ।
୪୨ । ସହଚରୀ - ଦାସୀ । ଅମିୟ ଅମୃତ । ୪୨ । ପ୍ରଳମ୍ବ କଲେ - ଦଣ୍ଡବତ କଲେ ।