ପୃଷ୍ଠା:Sashi Sena.pdf/୨୪

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପ୍ରେମିକ ପ୍ରେମିକା ସ୍ପରାଜ୍ୟ ପରିତ୍ୟାଗ କରି ନିଶାର ଅନ୍ଧକାରରେ ବହୁଦୂର ଅତିକ୍ରମ କରି ପ୍ରଭାତରେ ନିଜ ନିଜର ନିତ୍ୟ କର୍ମମାନ ସମାପନାନ୍ତେ ପୁନର୍ବାର ଗୋଟିଏ କାନନ ସଂକୁଳ ପଥରେ ଅଗ୍ରସର ହେଲେ । ପଥ ମଧ୍ୟରେ ନାନାପ୍ରକାର ବୃକ୍ଷଲତାର କୁସୁମ ସମ୍ପଦ ଓଫ ଲଭାର, ନାନାବିଧ ପକ୍ଷୀ ଓ ବନ୍ୟ ପଶୁଙ୍କର ମଧୁର କାକଳି ତ‌ଥା ଭୀଷଣ ଗର୍ଜନ ପ୍ରଭୃତିରେ ପୁଲକିତ,ଭୀଟ ଓ ଚକିତ ହୋଇ ଶେଷରେ ସେମାନେ କାନନର ଏକ ବିଜନ ପ୍ରାନ୍ତରରେ ତାରାକ୍ଷୀ ରାକ୍ଷସୀର ଗୃହ ସମୀପରେ ଉପସ୍ଥିତ ହେଲେ । ରାକ୍ଷସୀ ଦୂରରୁ ମାନବ ସମାଗମର ସନ୍ଧାନ ପାଇ ମାୟା ବ୍ରାହ୍ମଣୀ ବେଶ ଧାରଣପୂର୍ବକ ସେମାନଙ୍କର ବିଶ୍ୱାସ ଉତ୍ପାଦନ କଲା ଏବଂ ରନ୍ଧନାଦିର ସକଳ ଆୟୋଜନ କରିଦେଲା । ଶଶିସେଣା ରନ୍ଧନ ଉଦ୍ଦେଶ୍ୟରେ ଅଗ୍ନି ସଂଯୋଗ କଲାକ୍ଷଣି ତାରାକ୍ଷୀ ମନ୍ତ୍ର ପ୍ରଭାବରେ ଅଗ୍ନି ସ୍ତମ୍ଭନ କଲା । କାରଣ ପାକ‌କ୍ରିୟାରେ 'ବିଳମ୍ବ ଘଟିଲେ ତାର ପୁତ୍ରଗଣ ଊପସ୍ଥିତ ହୋଇ ସେମାନଙ୍କର ରକ୍ତ ମାଂସରେ ଉଦର ଶାନ୍ତି କରିବେ । ଶଶିସେଣା ରାକ୍ଷସୀର ଏ କୂଟ ପାଞ୍ଚ ବୁଝିପାରି ଅହିମାଣିକ୍ୟ ସହ ପରାମର୍ଶ କରି ସେ ସ୍ଥାନରୁ ପଳାୟନ କଲା । ପଳାୟନର କିଛି କ୍ଷଣ ପରେ ରାକ୍ଷସୀର ପୁତ୍ରମାନେ ଉପସ୍ଥିତ ହେଲେ ଏବଂ ମାତାଠାରୁ ସମସ୍ତ ବୃତ୍ତାନ୍ତ ଅବଗତ ହୋଇ ସେମାନଙ୍କର ଅନୁଧାବନ କଲେ । ପଥ ମଧ୍ୟରେ ଅହିମାଣିକ୍ୟ ସହ ସେମାନଙ୍କର ଯୁଦ୍ଧ ହୁଅନ୍ତେ ସାତଜଣଙ୍କ ମଧ୍ୟରୁ ଛଅଜଣ ମୃତ୍ୟୁ ମୁଖରେ ପତିତ ଥିଲେ । କନିଷ୍ଠ ଭ୍ରାତା ସେମାନଙ୍କର ଦାସତ୍ୱ ସ୍ୱୀକାର କରି ପ୍ରାଣ ଭିକ୍ଷା କରିବାରୁ ଶଶିସେଣାର ନିଷେଧ ସତ୍ତ୍ୱେ ଅହିମାଣିକ୍ୟ ତାହାର ପ୍ରାର୍ଥନା ପୂରଣ କଲେ । ସେଠାରୁ ବହୁପଥ ଅତିକ୍ରମ କଲା ପରେ ସନ୍ଧ୍ୟା ଉପସ୍ଥିତ