ପୃଷ୍ଠା:Sashi Sena.pdf/୮୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଅଷ୍ଟମ ଛାନ୍ଦ
୪୯
 

ପରିମଳ ଦେଖି ସେ ସ୍ଥାନ,
ସେଠାରେ ରହିଲେ ଅତି ହରଷମନ । ୩ |
କୁମର ବୋଲନ୍ତି ସଖି ଶୁଣ ପ୍ରିୟେ ଶଶିମୁଖି
ଦିବସ ଭାଗେଣ ଆମ୍ଭେ ଏଠାରେ ଥିବା
ଆମ୍ଭେ ଯାଇ ବସାଘର ଭିଆଇ ଆସିବୁ ଖର
ମୋଣୋହି ସାରିଲେ ନିଶି ହୋଇଲେ ଯିବା ।
ଶୁଣି ବାମା ବୋଲଇ ବାଣୀ,
କୁସୁମ ତାମ୍ବୁଲ ସ୍ୱାମି ଆଣିବ କିଣି । ୪ |
କୁମାରୀ ବଚନେ ତୋଷ ଚଲଇ ସେ ମନ୍ତ୍ରିଶିଷ
କଟକ ଭିତରେ ଯାଇ ପ୍ରବେଶ ହୋଇ
ପୁରେ ପୁରେ ଅନୁସରି ବାଟ ବଜାରନ୍ତ ଫେରି
ଗ୍ୟାନଦେଈ ମାଲୁଣୀକି ଦେଖିଲେ ଯାଇ ।
ଦେଖିଣ ତା ଗ୍ୟାନହିଁ ଟଳି ।
କଟାକ୍ଷେ କୁମର ମନ ମୋହିଲା ବାଳୀ । ୫ ।
ହୋଇଣ ତାହାରେ ବଶ ଯାଇଣ ବସିଲା ପାଶ
ବୋଲଇ ଆମ୍ଭଙ୍କୁ ଫୁଲ ଦିଅ ମାଲୁଣି
ଆମ୍ଭର ଭାବିନୀ ଅତି ଶରଧାରେ କ‌ହିଛନ୍ତି
ଭଲ ଫୁଲ କରି ଆମ୍ଭେ ନେମଇ କିଣି ।
ଯେମନ୍ତେ ସେ ତୁମ୍ଭେ ସୁଜାଣ,
ଗଭା ଗୁନ୍ଥିଥିବ ତୁମ୍ଭେ ତ‌ହୁଁ ଦ୍ୱିଗୁଣ । ୬ ।


୫। ବଜାରନ୍ତ- ବଜାରମାନଙ୍କୁ । କଟାକ୍ଷେ-ଆଖିଠାରରେ । ୬ ଭାବିନୀ-ଭାର୍ଯ୍ୟ ।

ଶଶିସେଣା