ପୃଷ୍ଠା:Typical selections from Oriya literature.pdf/୩୨୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୨୯୨
ଓଡ଼ିଆ ସାହିତ୍ୟ-ପରିଚୟ

କରେ ଉଛୁଡି ଅଙ୍ଗୁ ବସନ । କାଢ଼ଇ ଧୂତରାଷ୍ଟ୍ରନନ୍ଦନ ।
ଖଣ୍ତେ କାଢନ୍ତେ ଖଣ୍ତେକ ପୁଣି ଦେଖେ ନୟନ ଯେ ।
ଦେଖିଣ ଦୁଃଶାସନ ଚକିତ । କ‌ହଇ ଦୁର୍ଯ୍ୟୋଧନ-ଅଗ୍ରତ
ଭୋ ଦେବ ଶୁଣିମା ହେଉଭାନୁମତୀର କାନ୍ତ ହେ ।
ଦ୍ରୌପଦୀ-ଅଙ୍ଗରୁ ବସ୍ତ୍ର । ଏକ କାଢ଼ନ୍ତେ ଏକ ପୁଣି ଉଦିତ ।
ଏ ଆଚମ୍ବିତ କଥା ତଦନ୍ତ ବୁଝ କେମନ୍ତ ହେ ।
ଶକୁନି-ମୁଖ ଚାହିଁ ଗାନ୍ଧାରୀ-ସୁତ ଯେ । ବୋଲଇ ମାମୁ କ‌ହ ଏଥି ତଦନ୍ତ ଯେ ।
ଶକୁନି କ‌ହେ ନୃପତିନାଥ । ପଞ୍ଚପାଣ୍ତବ ତାର ଗେରସ୍ତ ।
ପାଞ୍ଚଙ୍କ ପାଇଁ ପାଞ୍ଚପ୍ରକାର ପିନ୍ଧଇ ନେତ ହେ ।
ଏମନ୍ତ କୂଟକପଟବାଣୀ । ପାଞ୍ଚି କ‌ହିଲା ଯହୁଁ ଶକୁନୀ ।
ଶୁଣି ହରଷ ହୋଇଲା କୁରୁକୁଳରାଜ ଯେ ।
ଏହି ବଚନ ଶୁଣି ରାଜନ । ଦୁଃଶାକୁ ଚାହିଁ ବୋଲେ ବଚନ ।
ଉଠ ବ‌ହ‌ନ ତ୍ୱରିତ ଯାଇଁ ଫେଡ଼ ବସନ ରେ ।
ଶୁଣି ତା ଦୁଃଶା ଉଠିଲା ତ୍ୱରିତେ ଯେ । ପୁଣି କାଢ଼ିଲା ଅଙ୍ଗୁବସ୍ତ୍ର ବ‌ହୁତ ଯେ ।
ପ୍ରଥମ ଖଣ୍ତ ପକାନ୍ତେ କାଢ଼ି । ଦ୍ୱିତୀୟଖଣ୍ତ ଅଛଇ ଜଡି ।
ଏମନ୍ତେ କାଢ଼ି ପକାଇ କ୍ଷତ୍ରି ଭାବଇ ଚିତ୍ତ ଯେ ।
ନଟକାରଙ୍କ ପରାୟେ ହୋଇ । ତେସନ ସତୀ-ମତି ଭ୍ରମଇ ।
କୁରାଳଚକ୍ର ମୃତ୍ତିକା ଦେଇ ଯେହ୍ନେ ଭ୍ରମାଇ ଯେ ।
ପଡ଼ୁଛି ପାଟପତନୀ ନେତ । ରଙ୍ଗ ଶୁକଳ ଅନେକ ବସ୍ତ୍ର ।
କୋଟି କୋଟି ବସନ ଦୁଃଶା କାଢ଼ି ପକାଇ ଯେ ।
ବସ୍ତ୍ର ଫେଡିଲା ବୀର ଦ୍ୱାଦଶଘଡି ଯେ । ତାଟକା ହୋଇ ଆଉ ନ ପାରେ କାଢ଼ି ଯେ ।
ଅନାଇଥିଲା କୁରୁରାଜନ । ଦେଖିବ ବୋଲି ସତୀ-ବଦନ ।
ଯହିଁକି ଚାହେଁ ତ‌ହିଁ ବସନ ଅଛଇ ଜଡି ଯେ ।
ସଭାରେ ଥିଲେ ଗଙ୍ଗାନନ୍ଦନ । ବୋଇଲେ ଶୁଣ କୁରୁରାଜନ ।
କେତେହେଁ ହୀନମାନ କରୁଛ ନାରୀରତନ ଯେ ।
ଯାହାକୁ ସାହା ଶ୍ରୀ ଭଗବାନ । ତୁ କି ତାହାକୁ ଅଟୁ ଭାର୍ଜନ ।
ଅନଳନେତ୍ରେ ଚାହିଁଲେ ତୁହି ହେବୁ ଦ‌ହ‌ନ ଯେ ।
ଆମ୍ଭ ବଚନ କର କୁରୁରାଜନ ଯେ । ନ କାଢ଼ ଆଉ ସତୀ ଅଙ୍ଗୁ ବସନ ଯେ ।
ଭାନୁମତୀ ଯେ ତୋହର ପାଟ୍ଟ-ରାଣୀ ସେ କେତେ ପିନ୍ଧିଛି ପାଟ
ଏ ଅଟେ ଗୋବିନ୍ଦଙ୍କ କପଟ ବୁଝ ରାଜନ ହେ ।
ଭୀଷ୍ମ‌ବଚନ ଶୁଣି ରାଜନ । ଡ଼ାକିଲା ଆରେ ରେ ଦୁଃଶାସନ ।
ନ କାଢ଼ କୃଷ୍ଣା-ଅଙ୍ଗୁ ବସନ ଘେନ ବଚନ ଯେ ।
ଦ୍ରୌପଦୀ ଦେବୀ କୁପିତମନ । ବୁଲାଇ ଯଦି ଅଗ୍ନି ନୟନ ।
ଚାହିଁଲେ ସବୁ ହେବେ ଦ‌ହ‌ନ ଆସ୍ଥାନ-ଜନ ଯେ ।