ପୃଷ୍ଠା:Typical selections from Oriya literature.pdf/୪୩୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୯୭
ଓଡ଼ିଆ ସାହିତ୍ୟ-ପରିଚୟ

କୁସୁମ, ଚୁମ୍ବି କରେ ଭୃଙ୍ଗ ଝଙ୍କାର ।
କନ୍ଦର୍ପ ଧନୁ ଟଙ୍କାରିଲା ପରାୟେ ପ୍ରତେ ହୁଅଇ ଗୋପୀଙ୍କର ।
କପୋତହୁଙ୍କାର କାମ ଅହ‌ଙ୍କାର ତର୍ଜ୍ଜନ ପରାୟେ ମଣନ୍ତି ।
କେ ରତିକୂଜିତ କ‌ଥା ଚେତି ଚିତ୍ତ ଚଞ୍ଚଳ କରିଣ ଗୁଣ‌ନ୍ତି ।
କୁଞ୍ଜର-ଗମନୀ କୁଞ୍ଜମାନ ଦେଖି ।
କଞ୍ଜନୟନ କୃଷ୍ଣକଥା ସୁମରି ଧଇର୍ଯ୍ୟ ନ ପାରନ୍ତି ରଖି ।
କିଂଶୁକ ଅଶୋକ ଚମ୍ପା କୁରୁବକ କରୁଣା କେଶର କେଶର ।
କୃବେଲୀ ମଲ୍ଲୀ ମାଧବୀ ଛୁରୀଅନା ହେମକେତକୀ କରବୀର ।
କରକ, ଆଦି କୁତ-ମାଳ ତମାଳ ।
କୁସୁମ‌ଭରେ ମନୋହର ମନ୍ଦାର ବକୁଳ ରସାଳର ଶାଳ ।
କେଉଁ ଗୋପୀ ଦେଖି ବୋଲଇ ଗୋ ସଖି ଦେଖ ଦେଖ ଏ ନାଗେଶ୍ୱର ।
କାନ୍ତବିଚ୍ଛେଦରେ ବିରହିଣୀଠାରେ କେବଳ ହୋଏ ନାଗେଶ୍ୱର ।
କନ୍ଦର୍ପ, କରତଟି ଏହି କେତକୀ ।
କରତି ବିରହିଅଙ୍ଗ ପ୍ରାଣ ନେବା କଥାହିଁ ଏହାକୁ କେତେକି ।
କୁସୁମ ଉତ୍ତମ‌ବାସ ମ‌ନୋରମ ନାମ ମାତ୍ରକ ଛୁରୀଅନା ।
କର୍ଣ୍ଣପଥେ ଶୁଣି ପ୍ରବାସି-ରମଣୀମାନେ ହୁଅନ୍ତି କ୍ଷୁଣ୍ଣମନା ।
କୃଷ୍ଣରେ, କୃଷ୍ଣ ସମ ଦେଖି ତମାଳ ।
କାନ୍ତବିଯୋଗରେ ବିରହଭୋଗରେ ପ୍ରତେ ହୋଏ କାମତମାଳ ।
କିଂଶୁକ‌କୁସୁମ ନୁହଇ ଏ କାମ ଅର୍ଦ୍ଧଚନ୍ଦ୍ରବାଣ ପରାୟେ ।
କାନ୍ତାର୍ଥିନୀ ନାରୀ ଅଙ୍ଗକୁ ବିଦାରି ହୋଇଛି ମହାରଙ୍ଗମୟେ ।
କରଇ, ଯହିଁ ବିଯୋଗିନୀ-ପଳାଶ ।
କ‌ହିଲି ଗୋ ସ‌ହି ଜାଣିଥାଅ ସେହି ଘେନି ଏହା ନାମ ପଲାଶ ।
କ‌ନ‌କ‌କୁସୁମ ବୋଲି ଏହା ନାମ ବିଧାନ କରିଅଛି ବିହି ।
କେଉଁ ଅବିଗୁଣେ ଅବିବେକ ପଣେ ଭୃଙ୍ଗ ଏହାକୁ କଲା ଦ୍ରୋହୀ ।
କୋମଳେ, ଶୁଣାଇଲେ ସୁଧା ଆଳାପ ।
କାଳ ଅପ୍ରାପତ ହୋଇଥିଲେ ଜାତ କରଇ କୁସୁମକଳାପ ।
କେମନ୍ତ ବିଶାଳ ନେତ୍ରସୁଖଶାଳ ସଖି ଏ ପ୍ରମାଣ ରସାଳ ।
କାନ୍ତ କୋଳଗତ ନୋହିଲେ ସାକ୍ଷାତ ହୁଅଇ ଏକା ଏ ରସାଳ ।
କୋକିଳ-ଠାରୁ ସବୁରି ସ୍ନେହପାତ୍ର ।
କାମକରେପାତ୍ରୀ ହେଲେ ବାମନେତ୍ରୀମାନଙ୍କୁ ବାମ ହୋଏ ମାତାର ।
କରୁଣାକଟାକ୍ଷେ ଅନାଇଁ ଫୁରୁଣା ହୋଇ କେ ବୋଲେ ଏ କରୁଣା ।
କରୁଣାକର କରୁଣା ବାହାରେ ଏ ହୁଅଇ ଅପୂର୍ବ କରୁଣା ।
କେ ବୋଲେ, ଦେଖ ଦେଖ ସଖୀ ମାଧବୀ ।
କେତେହେଁ ସ୍ନେହ ଏହାଠାରେ କରନ୍ତି ମିତ୍ର ଭାବ ଘେନି ମାଧବୀ ।