Jump to content

ପ୍ରବୋଧ ଚନ୍ଦ୍ରିକା

ଉଇକିପାଠାଗାର‌ରୁ
ପ୍ରବୋଧ ଚନ୍ଦ୍ରିକା  (୧୮୫୬) 
ପ୍ରବୋଧ ଚନ୍ଦ୍ରିକା

(୧୮୫୬)

ମୁଖବନ୍ଧ

ପ୍ରାଗ୍‌ଭାଷ

ଭାରତରେ ବ୍ରିଟିଶ ରାଜଶକ୍ତି ଶାସନ କ୍ଷମତା ଲାଭ କରିବା ପରେ ଦେଶବାସୀମାନଙ୍କର ସାମାଜିକ ଓ ସାଂସ୍କୃତିକ ଜାଗରଣ ପାଇଁ ବ‌ହୁବିଧ କାର୍ଯ୍ୟ କରିଥିଲେ । ସର୍ବସାଧାରଣଙ୍କ ମନରେ ସ୍ୱତନ୍ତ୍ର ଆସନ ଲାଭ କରିବା ପାଇଁ ସେମାନେ ଦେଶବାସୀଙ୍କ ଧର୍ମ‌ବିଶ୍ୱାସ ଉପରେ ହସ୍ତକ୍ଷେପ କରି ନ ଥିଲେ । ଭାରତୀୟ ଜୀବନ‌ରୁ ହୀନମନ୍ୟତା, କୁସଂସ୍କାର ଓ ଅଜ୍ଞତାର ଭ୍ରାନ୍ତି ଦୂରକରି କ୍ରାନ୍ତି ଆନୟନ ସକାଶେ ବ୍ରିଟିଶ ରାଜଶକ୍ତି ସତ‌ତ ସଚେତନ ଥିଲେ । ପାଶ୍ଚାତ୍ୟ ଆଲୋକ ଏବଂ ଜ୍ଞାନ‌ଦ୍ୱାରା ଭରତୀୟ ଜୀବନ‌ଚର୍ଯ୍ୟାର ବିକାଶ କରାଯାଇପାରିବ ବୋଲି ସେମାନଙ୍କର ଦୃଢ଼ବିଶ୍ୱାସ ଥିଲା । ଏଥି ନିମିତ୍ତ ଇଂରେଜମାନେ ଏ ଦେଶରେ ଶିକ୍ଷା, ଛାପାଖାନା, ପାଠ୍ୟପୁସ୍ତକ ଓ ପତ୍ରପତ୍ରିକାର ବିକାଶ ପାଇଁ ଚେଷ୍ଟା କରିଥିଲେ ।

ଓଡ଼ିଶାରେ ଇଂରେଜ

ବ‌ହୁ ପୂର୍ବରୁ ଭାରତକୁ ବୈଦେଶିକମାନେ ଆସିଥିଲେହଁ ଓଡ଼ିଶା ଭୂମିରେ ୧୫୫୪ ଖ୍ରୀଷ୍ଟାବ୍ଦରେ ପର୍ତ୍ତୁଗୀଜ ବଣିକମାନେ ପ୍ରଥମେ ପାଦ ଦେଇଥିଲେ । ସେମାନେ ସୁବର୍ଣ୍ଣରେଖା ମୁହାଣର ପିପିଲିଠାରେ ବାଣିଜ୍ୟ ବ୍ୟବସାୟ କରିବା ପାଇଁ ଓଡ଼ିଶାର ତ‌ତ୍କାଳୀନ ଗଜପତି ପ୍ରତାପରୁଦ୍ରଦେବଙ୍କଠାରୁ ସନନ୍ଦ ପାଇଥିଲେ । ପର୍ତ୍ତୁଗୀଜମାନେ ଓଡ଼ିଶାରେ ବାଣିଜ୍ୟ ବ୍ୟବସାୟ କରୁଥିବା ଅବସ୍ଥାରେ କ୍ରମେ ଇଷ୍ଟଇଣ୍ଡିଆ କମ୍ପାନୀର ବ୍ୟବସାୟୀ ଦଳ ୧୬୩୩ ମସିହାରେ ଓଡ଼ିଶାରେ ପ୍ରବେଶ କଲେ । କ୍ୟାପଟେନ କାର୍ଟରାଇଟଙ୍କ ନେତୃତ୍ତ୍ୱରେ ଆଠ ଜଣ ବ୍ୟବସାୟୀ ୧୬୩୩ ମାର୍ଚ୍ଚ ମାସରେ କଟକ ଜିଲ୍ଲାର ହରିଶପୁର, କୁଜଙ୍ଗ ଓ ହରିହରପୁର (ଆଧୁନିକ ଜଗତସିଂହପୁର) ବାଟଦେଇ କଟକର ବାରବାଟ କିଲ୍ଲାରେ ପ‌ହଞ୍ଚିଲେ । ସେତେବେଳେ ଓଡ଼ିଶାର ରାଜା ଥିଲେ ମୁକୁନ୍ଦ‌ଦେବ, କିନ୍ତୁ ମୋଗଲ ଶାସନକର୍ତ୍ତା ଥିଲେ ଆଗା ମହମ୍ମଦ ଜମାନ । ଏହି ଇଂରେଜ ବଣିକଗଣ ମୋଗଲ ଶାସନ‌କର୍ତ୍ତାମାନଙ୍କଠାରୁ ହରିହରପୁର, ବାଲେଶ୍ୱର, ପିପିଲି ପ୍ରଭୃତି ସ୍ଥାନରେ ବାଣିଜ୍ୟ କରିବାର ଅନୁମତି ପାଇଲେ । ବାଲେଶ୍ୱର ମଧ୍ୟ ସେ ସମୟରେ ବାଣିଜ୍ୟ ବ୍ୟବସାୟର ଏକ କେନ୍ଦ୍ରରୂପେ ଗଢ଼ି ଉଠିଲା । ଇଂରେଜମାନଙ୍କର ବାଣିଜ୍ୟ କୋଠି ସ‌ହିତ ହଲାଣ୍ଡ, ଡେନମାର୍କ ଓ ଫରାସୀମାନଙ୍କର ବାଣିଜ୍ୟ

କୋଠି ବାଲେଶ୍ୱରରେ ଗଠିତ ହେଲା । ଏହି ସମୟରେ ଇଂରେଜମାନେ ହରିହରପୁରରେ ସେମାନଙ୍କର ଯେଉଁ ବାଣିଜ୍ୟ କେନ୍ଦ୍ର ସ୍ଥାପନ କରିଥିଲେ, ପ୍ରତିକୂଳ ଜଳବାୟୁ ଓ ନ‌ଦୀର ଗତିପଥ ପରିବର୍ତ୍ତନରେ ତାହା ଉଧେଇ ପାରିନଥିଲା । ୧୬୪୨ ମସିହା ବେଳକୁ ତାହା ବନ୍ଦ ହୋଇଯାଇଥିଲା ।*

ଇଷ୍ଟଇଣ୍ଡିଆ କମ୍ପାନୀ ପଲାସୀ ଯୁଦ୍ଧ (୧୭୫୭ ଖ୍ରୀଷ୍ଟାବ୍ଦ) ପରେ ବଙ୍ଗ ଦେଶର ଶାସନରେ ଏକ ବିଶିଷ୍ଟ ସ୍ଥାନ ଅଧିକାର କଲେ । ୧୭୬୪ ଖ୍ରୀଷ୍ଟାବ୍ଦରେ ବଙ୍ଗଳା, ବିହାର ଓ ଓଡ଼ିଶା କମ୍ପାନୀ ଶାସନାଧୀନ ହେଲେ । ଅଷ୍ଟାଦଶ ଶତାବ୍ଦୀର ଶେଷ ପର୍ଯ୍ୟାୟରେ ମରହଟ୍ଟା ଶାସନ ଓଡ଼ିଶାରେ ଜାହିର ହେଲା ଓ ଓଡ଼ିଶାରେ ମରହଟ୍ଟା ଶାସନର ସ୍ୱଳ୍ପ ସମ‌ୟ ପରେ ୧୮୦୩ ମସିହାରେ କମ୍ପାନୀର ସୈନ୍ୟମାନେ ଗଞ୍ଜାମ ଆଡ଼ୁ ଜଳପଥରେ ବାଲେଶ୍ୱର ଆଡ଼ୁ ଆକ୍ରମଣ କରି ପୁରୀ, କଟକ ଓ ବାଲେଶ୍ୱର ଅଧିକାର କଲେ । ସେହି ଦିନରୁ ଅର୍ଥାତ ୧୮୦୩ ମସିହାରୁ ୧୯୪୭ ମସିହା ପର୍ଯ୍ୟନ୍ତ ପ୍ରାୟ ୧୪୪ ବର୍ଷ ଓଡ଼ିଶା ଇଂରେନମାନଙ୍କ ଶାସନାଧୀନରେ ରହିଲା ।
ଊନବିଂଶ ଶତାବ୍ଦୀରେ ଓଡ଼ିଶାର ଧର୍ମ, ସମାଜ ଓ ରାଜନୈତିକ ଜୀବନରେ ଦେଖାଦେଲା ନୂତନ ପରିବର୍ତ୍ତନ । ବଣ ଜଙ୍ଗଳପୂର୍ଣ୍ଣ ଓଡ଼ିଶା ଭିତରେ ପ୍ରବେଶ କଲା ପାଶ୍ଚାତ୍ୟ ଶିକ୍ଷା ଓ ସଭ୍ୟତାର ସ୍ରୋତ । ଇଂରେଜ ଶାସନ ସ‌ହିତ ଖ୍ରୀଷ୍ଟିୟାନ ଧର୍ମ କେବଳ ଓଡ଼ିଶା କାହିଁକି ସମଗ୍ର ଭାରତବର୍ଷରେ ସମତାଳରେ ଗତି କରିଛି । ସେମାନେ ଭାରତର ଧାର୍ମିକ ପରମ୍ପରାରେ ହସ୍ତକ୍ଷେପ ନ କରିବାର ଆହ୍ୱାନ ଦେଉଥିଲେ ସୁଦ୍ଧା ସମଗ୍ର ଭାରତକୁ ଖ୍ରୀଷ୍ଟଧର୍ମାବଲମ୍ବୀ ଦେଶରେ ପରିଣତ କରିବାର ଅନ୍ତର୍ନିହିତ ବାସନା ସେମାନଙ୍କର ଥିଲା । ସେମାନେ ଭାରତରେ ଉନ୍ନୟନମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ଖ୍ରୀଷ୍ଟଧର୍ମ ପ୍ରଚାରର ଚେଷ୍ଟା କରୁଥିଲେ । ମାତ୍ର ଭାରତର ମୌଳିକ ସନାତନ ହିନ୍ଦୁଧର୍ମକୁ ଏମାନେ ଚ‌ହଲାଇ ପାରିନାହାନ୍ତି । ଆମେ ସେମାନଙ୍କର ପାନୀୟ, ରୀତି-ନୀତି, ବେଶପୋଷକ, ଶିକ୍ଷା-ସଭ୍ୟତା, ଭାଷାକୁ କେତେକ ପରିମାଣରେ ଗ୍ରହଣ କରିଥିଲେ ମଧ୍ୟ ସେମାନଙ୍କର ଧର୍ମକୁ ପୂର୍ଣ୍ଣମାତ୍ରାରେ ଉପେକ୍ଷା କରିଅଛୁ ।


<nowiki>* History of Bengal and Orissa under British Rule-(1925)L.S.S. O' Malley, Page 7-8

ଓଡ଼ିଶାରେ ଖ୍ରୀଷ୍ଟିୟାନ ଧର୍ମର ପ୍ରଚାର ଓ ପ୍ରସାର ସ‌ହିତ ପାଶ୍ଚାତ୍ୟ ଶିକ୍ଷା କିପରି ପ୍ରବେଶ କରିଛି, ତା'ର ଏକ ଇତିହାସ ରହିଛି । ଊନବିଂଶ ଶତାବ୍ଦୀ ଭାରତର ବିଶିଷ୍ଟ ଖ୍ରୀଷ୍ଟିୟାନ ପାଦ୍ରୀ ପଣ୍ଡିତ ଉଇଲିୟମ କାରେ (Carey) ଓ ଥମାସ ବଙ୍ଗଳାକୁ ଯିବା ପଥରେ କିଛି ସମୟ ବାଲେଶ୍ୱରରେ ଅବସ୍ଥାନ କରିଥିଲେ ଓ ସେକାଳରେ ଖ୍ରୀଷ୍ଟିୟାନ ଧର୍ମ‌ପ୍ରଚାରକଗଣ ପ୍ରାୟତଃ ସେମାନଙ୍କ ଦେଶରୁ ଜାହାଜରେ ଆସି ପ୍ରଥମେ ଓଡ଼ିଶା ଉପକୂଳରେ ଅବତରଣ କରିଥିଲେ । ରେଭରେଣ୍ଡ କ୍ୟାମ୍ପବୋନ (campbone) ଓ ରେଭରେଣ୍ଡ ଲାସେ (lacey) ଓଡ଼ିଶାରେ ପ୍ରଥମ କରି ମିଶନ୍ କାର୍ଯ୍ୟ ଆରମ୍ଭ କରିଥିଲେ । ସେମାନେ ମଧ୍ୟ ଓଡ଼ିଶାରେ ପାଶ୍ଚାତ୍ୟ ଶିକ୍ଷାର ପ୍ରବର୍ତ୍ତନ କଲେ ।


ଓଡ଼ିଶାରେ ପାଶ୍ଚାତ୍ୟ ଶିକ୍ଷା

ମିଶନାରୀମାନେ ଥିଲେ ଓଡ଼ିଶାରେ ପାଶ୍ଚାତ୍ୟ ଶିକ୍ଷାର ପ୍ରବର୍ତ୍ତକ । ଖ୍ରୀ:୧୨୨ ଜୁନ୍ ମାସଠାରୁ ଖ୍ରୀ:୧୮୨୩ ଡିସେମ୍ବର ମାସ ମଧ୍ୟରେ ଓଡ଼ିଶାରେ ପନ୍ଦରଟି ମିଶନ୍ ପାଠଶାଳା (Native school) ସ୍ଥାପିତ ହୋଇଥିଲା । ପାଠଶାଳାର ବିବରଣୀରୁ ଜଣାଯାଏ ଯେ ତ‌ତ୍କାଳରେ ୩୦୫ ବାଳକ ଓ ୬୩ ଜଣ ବାଳିକା ପାଠ ପଢ଼ୁଥିଲେ । ମିଶନାରୀମାନଙ୍କ ଉଦ୍ୟମରେ କଟକ ଇଂରାଜୀ ଦାତବ୍ୟ ବିଦ୍ୟାଳୟ (Cuttack English charity school) ଇଂରାଜୀ ଶିକ୍ଷା ଦେବା ପାଇଁ ୧୮୨୩ ମସିହାରେ ସ୍ଥାପିତ ହେଲା । ସେହି ସ୍କୁଲର ଅଧିକାଂଶ ପାଠ୍ୟ ଥିଲା ଖ୍ରୀଷ୍ଟ ଧର୍ମ ସମ୍ଭନ୍ଧୀୟ ବିଭିନ୍ନ ବିଷୟ । ସେତେବେଳକୁ ଶ୍ରୀରାମ‌ପୁର ମିଶନ୍ ପ୍ରେସରୁ ଓଡ଼ିଆ ବାଇବେଲ ପ୍ରକାଶ ପାଇସାରିଥିଲା ।୧୮୪୧ ମସିହାରେ ଇଂରାଜୀ ସ୍କୁଲଟି ସରକାରଙ୍କ ଅଧୀନ‌କୁ ଆସିଥିଲା ।

ଖ୍ରୀ: ୧୮୨୨ ବେଳକୁ ଓଡ଼ିଆରେ ଯେଉଁ କେତେକ ଛାପା ପୁସ୍ତକ ପ୍ରକାଶ ପାଇଥିଲା ତନ୍ମଧ୍ୟରେ ପ୍ରଧାନ ହେଉଛି କାରେ ସାହେବଙ୍କଦ୍ୱାରା ପାଞ୍ଚଖଣ୍ଡରେ ବିଭକ୍ତ ପଥର ଛାପା ଓଡ଼ିଆ ବାଇବେଲ, ଓଡ଼ିଆ ଇଂରାଜୀ ଅଭିଧାନ, ଜଣେ ବଙ୍ଗୀୟ ଖ୍ରୀଷ୍ଟିୟାନଙ୍କଦ୍ୱାରା ରଚିତ ଶହେ ପୃଷ୍ଠାର ଓଡ଼ିଆ ଗୀତ ପୁସ୍ତକ, ମିଶନାରୀ ୱାର୍ଡ଼ଙ୍କଦ୍ୱାରା ଶ୍ରୀ ଜଗନ୍ନାଥଙ୍କ ରଥ ସମ୍ଭନ୍ଧୀୟ ବର୍ଣ୍ଣନା, ଶ୍ରୀରାମ‌ପୁରରୁ ପ୍ରକାଶିତ ପ୍ରାଥମିକ ଓଡ଼ିଆ ଭାଷା ଶିକ୍ଷା

ପ୍ରଭୃତି ପୁସ୍ତକ । ସେତେବେଳର ଓଡ଼ିଆ ଶିକ୍ଷା ସମ୍ପର୍କରେ କୁହାଯାଇଛି, ''ଛାତ୍ରମାନେ ଦକ୍ଷତାର ସ‌ହିତ ଓରେୟା (Oreah) ଶିକ୍ଷା କରୁଛନ୍ତି । ଯେ କୌଣସି ଓଡ଼ିଆ ଲେଖା ସେମାନଙ୍କୁ ଦେଲେ ସେମାନେ ତାହାକୁ ଭଲ ଭାବରେ ପଢ଼ି ପାରୁଛନ୍ତି, କିନ୍ତୁ ଇଂରାଜିରୁ ଓଡ଼ିଆ ଅନୁବାଦରେ ସେମାନେ ସେତେ ପାରଦର୍ଶିତା ଦେଖାଇ ପାରୁନାହାନ୍ତି" ।
ଖ୍ରୀ: ୧୮୦୩-୧୮୨୮ ମଧ୍ୟରେ ଓଡ଼ିଶାର ଶିକ୍ଷା ସମ୍ବନ୍ଧରେ ଐତିହାସିକ ଟଏନ‌ବୀ ସାହେବ ଲେଖଛନ୍ତି, "ଇଂରେଜମାନେ ଓଡ଼ିଶା ଅଧିକାର କଲା ପରେ ପରେ ଦେଖାଗଲା ଯେ ଗୋଟିଏ ହେଲେ ଓଡ଼ିଆ ଲୋକ ସରକାରୀ ଚାକିରିରେ ନ ଥିଲେ । ସେତେବେଳେ କୋର୍ଟ କଚେରୀରେ ଫରାସୀ ଭାଷାହିଁ ପ୍ରଚଳିତ ଥିଲା । ୧୮୦୫ ମସିହାରେ କମିସନର ସାହେବଙ୍କର ଆଦେଶ ଫଳରେ ଉଭୟ ଫରାସୀ ଓ ଓଡ଼ିଆ ଭାଷା ସରକାରୀ ଭାଷାରୂପେ ସୀକୃତି ଲାଭ କଲା । ଯେଉଁ ଓଡ଼ିଆମାନେ କଚେରୀରେ ମୋହରିର ଭାବରେ ନିଯୁକ୍ତି ପାଇଲେ ସେମାନେ ତାଳପତ୍ରରେ ଲେଖନୀରେ ଲେଖିବାରେ ଦକ୍ଷତା ଅର୍ଜନ କରିଥିଲେ; କିନ୍ତୁ କାଗଜରେ ଲେଖିଲାବେଳକୁ ସେମାନଙ୍କର ହାତ ଥରୁଥିଲା । ନୂଆ ଧରଣର ଶିକ୍ଷା, ଲେଖାଲେଖିରେ ଏମାନେ ସେତେ ଅଭ୍ୟସ୍ତ ନ ଥିବାରୁ କିରାଣୀ ଚାକିରିରେ ବଙ୍ଗାଳୀମାନେ ନିଯୁକ୍ତ ହେବାର ସୁବିଧା ପାଇଲେ । ଏମିତି ଅନେକ ବଙ୍ଗାଳି ନିଜ ପ୍ରଦେଶର ଜାଗା ଛାଡ଼ି ଓଡ଼ିଶା ପ୍ରଦେଶରେ ବାସ କରି ଏକପ୍ରକାର ଓଡ଼ିଆ ହେଲେ । ୧୮୨୧ ମସିହାରେ ତ‌ତ୍କାଳୀନ ମାଜିଷ୍ଟ୍ରେଟ ଲେଖିଛନ୍ତି ଯେ, ବଙ୍ଗାଳୀ ଓ ମୁସଲମାନଙ୍କ ବ୍ୟତୀତ ଗୋଟିଏ ଓଡ଼ିଆ ଲୋକ ଚାକିରିରେ ଦଶ ଟଙ୍କାରୁ ଅଧିକ ପାଉଥିବାର ସେ ଦେଖି ନ ଥିଲେ ।"
ମୁସଲମାନ ଓ ଇଂରେଜ ଶାସନ ସମୟରୁ ଓଡ଼ିଶା ରାଜ୍ୟ ଶିକ୍ଷା କ୍ଷେତ୍ରରେ ବରାବର ଅବ‌ହେଳିତ ଅବସ୍ଥାରେ ଆସିଛି । ଭାରତର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ଶିକ୍ଷାରେ ବିଶେଷ ପ୍ରଗତି କରି ପାରି ନାହିଁ । ୧୮୫୮ ମସିହାରୁ ଭାରତରେ ଉଚ୍ଚ ଶିକ୍ଷାର ପ୍ରସାର ପାଇଁ ପ୍ରଥମେ କଲିକତା, ବମ୍ବେ ଓ ମାନ୍ଦ୍ରାଜରେ ତିନିଗୋଟି ବିଶ୍ୱବିଦ୍ୟାଳୟ ସ୍ଥାପିତ ହୋଇଥିଲା, କିନ୍ତୁ ଓଡ଼ିଶାରେ ବିଶ୍ୱବିଦ୍ୟାଳ‌ୟ ଦୂରର କଥା, ପ୍ରଥମ କଲେଜ ରେଭେନ୍‌ସା କଲେଜ ୧୮୬୮ମସିହାର 'କଟକ କଲେଜ' ନାମରେ ଆରମ୍ଭ ହୁଏ ।

ପରବର୍ତ୍ତୀ କାଳରେ ୧୮୭୬ ମସି‌ହାରେ ଏହା ଡିଗ୍ରୀ କଲେଜରେ ପରିଣତ ହୋଇଥିଲା । ଓଡ଼ିଶାରେ ପ୍ରଥମ ବିଶ୍ୱବିଦ୍ୟାଳୟ ବିଂଶ ଶତକରେ ୧୯୪୩

ମସିହାରେ ଜନ୍ମ ଗ୍ରହଣ କରେ । ଏଥିରୁ ସର୍ବଭାରତୀୟ ସ୍ତରରେ ଉତ୍କଳ ଶିକ୍ଷା କ୍ଷେତ୍ରରେ କେତେ ପଛରେ ପଡ଼ି ରହିଗଲା, ତାହା ସ‌ହଜରେ ଅନୁମାନ କରାଯାଇପାରେ ।

ଓଡ଼ିଶାର ମୁଦ୍ରଣ ଶିଳ୍ପର ପ୍ରାଥମିକ ଅବସ୍ଥା

ଆଧୁନିକ ଶିକ୍ଷା ପ୍ରସାର କ୍ଷେତ୍ରରେ ଛାପାଖାନାର ଅବଦାନ ବିପୁଳ । ପ୍ରଥମ କରି ୧୮୩୬ ମସିହାରେ କଟକରେ ଏକ ଛାପାଖାନା ପ୍ରସ୍ତୁତ ହେଲା । କିନ୍ତୁ ଏହା ପୂର୍ବରୁ ବାଇବେଲର ଦ୍ୱିତୀୟ ଭାଗ ୧୮୧୧ ମସିହାରେ କଲିକତାସ୍ଥ ଶ୍ରୀରାମ‌ପୁର ମିଶନ ପ୍ରେସରେ ମୁଦ୍ରିତ ହୋଇଥିଲା । ପ୍ରଥମ ଓଡ଼ିଆ ବାଇବେଲ ୧୮୧୪ ମସିହାରେ ଛାପା ଯାଇଥିଲା । ୧୮୧୧ ଖ୍ରୀଷ୍ଟାବ୍ଦରୁ ମିଶନାରୀମାନେ ସେମାନଙ୍କ ଧର୍ମ ପ୍ରଚାର ପାଇଁ କେନ୍ଦ୍ରସ୍ଥଳରୂପେ ଓଡ଼ିଶାର କଟକ ସ‌ହର ଓ ସେଠାରେ ଥିବା ମିଶନ ପ୍ରେସକୁ ବାଛି ଆସିଥିଲେ । ଏହି ମିଶନ ପ୍ରେସ ଓଡ଼ିଶାର ପ୍ରଥମ ଛାପାଖାନା କ‌ହିଲେ ଅତ୍ୟୁକ୍ତି ହେବ ନାହିଁ ।

ଓଡ଼ିଶାର ପତ୍ରପତ୍ରିକାର ପ୍ରକାଶନ ସ‌ହିତ ବଙ୍ଗଳା ଓ ଭାରତୀୟ ଭାଷାମାନଙ୍କର ପତ୍ରିକା ପ୍ରକାଶନର ତୁଳନା କଲେ ଦେଖାଯାଏ ଯେ ବଙ୍ଗଳା ଭାଷାରେ ସେହି ଶ୍ରୀରାମ‌ପୁର ମିଶନାରୀ କେନ୍ଦ୍ରରୁ ଖ୍ରୀ: ୧୮୧୮ରେ 'ଦିଗ୍‌ଦର୍ଶନ' ଓ ୧୮୨୨ ମସିହାରେ 'ସମାଚାର ଚନ୍ଦ୍ରିକା' ପ୍ରକାଶ ପାଇଥିଲା । କିନ୍ତୁ ବଙ୍ଗ ଦେଶରେ ଖ୍ରୀ: ୧୭୭୮ ରେ ପ୍ରଥମ ଛାପାକାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ସେହି ବର୍ଷ ହୁଗୁଳିରୁ ହଲ୍‌ହେଡ୍‌ଙ୍କଦ୍ୱାରା ରଚିତ ବଙ୍ଗଳା ଭାଷାର ବ୍ୟାକରଣ ପ୍ରକାଶ ପାଇଥିଲା ।

୧୫୩୮ ମସିହାରେ ମେକ୍‌ସିକୋ ସ‌ହରରେ ପ୍ରଥମେ ମୁଦ୍ରଣ ଶିଳ୍ପ ଆରମ୍ଭ ହୋଇଥିଲା । ପରେ ଜନୈକ ଖ୍ରୀଷ୍ଟଧର୍ମାବଲମ୍ବୀ ମାଷ୍ଟର ଫ୍ରାନସିସ୍ ଗୋଆକୁ ବାଣିଜ୍ୟ ବ୍ୟବ‌ସାୟ ସଂକ୍ରାନ୍ତରେ ଆସି ସେଠାରେ ପାଶ୍ଚାତ୍ୟ ଶିକ୍ଷାର ପ୍ରବର୍ତ୍ତନ କରିଥଲେ । ୧୫୫୬ ଖ୍ରୀଷ୍ଟାବ୍ଦରେ ଦଳେ ପର୍ତ୍ତୁଗୀଜ ଗୋଆରେ ଅବତରଣ କରିଥିଲେ ଓ ସେମାନଙ୍କ ସଙ୍ଗରେ ଏକ ମୁଦ୍ରାଯନ୍ତ୍ର, ମୁଦ୍ରାକର


ଓ ଛପାଇବା ସକାଶେ ଅକ୍ଷର ସମୂହ ଆଣିଥିଲେ । ଜଣାଯାଏ ଯେ ଭାରତରୁ ପ୍ରଥମ ଛାପାବ‌ହି ଖ୍ରୀ: ୧୫୫୬ରେ ଗୋଆରୁ ଆତ୍ମ‌ପ୍ରକାଶ କଲା । ୧୫୬୧ ମସିହାରେ 'କମ୍ପେନ‌ଡିଓ ସ୍ପିରିଚୁଆଲ' (Compendio Spiritual) ଜାଓ କ୍ୟୁନ କ୍ୱେନସିଓ ଓ ଜାଓ ଡି ଏନ୍‌ଡେମ୍‌ଙ୍କ (Jao de Endem) ଦ୍ୱାରା ଲିଖିତ ହୋଇ ଗୋଆରୁ ପ୍ରକାଶିତ ହୋଇଥିଲା । ଏହା ସମ୍ପ୍ରତି ନିୟୁର୍କର ସାଧାରଣ ଗ୍ରନ୍ଥାଗାରରେ ସଂରକ୍ଷିତ ହୋଇ ରହିଅଛି । ପର୍ତ୍ତୁଗୀଜ, ଦୀନାମାର ଓ ଇଂରେଜ ଲୋକମାନଙ୍କଦ୍ୱାରା ଭାରତରେ କ୍ରମେ କ୍ରମେ ଛାପା କାମ ଓ ଛାପା ବ‌ହି ପ୍ରସାରିତ ହେବାକୁ ଲାଗିଲା । ତନ୍ମଧ୍ୟରେ କେତେକ ପ୍ରଧାନ ପ୍ରଧାନ କୃତି ପ୍ରକାଶ ପାଇଲା । ଦୀନାମାର ଜାତିର ବ୍ୟକ୍ତି ହାଲେ ଉର୍ଦ୍ଦୁ ଓ ତେଲୁଗୁ ଭାଷା ଶିକ୍ଷା କରି ତେଲୁଗୁ ଲିପିରେ 'କାଟେ କିଜମ୍ (୧୭୪୬) ରୁଲ ଅଫ ଲାଇଫ୍ (୧୭୪୭) ଗ୍ରନ୍ଥ ଓ ଉର୍ଦ୍ଦୂ ଅକ୍ଷରରେ 'ଗ୍ରାମାଟିକା ହିନ୍ଦୋସ୍ତାନିକା' (୧୭୪୫) ଓ ସଲଟାର (Psalter) (୧୭୪୭) ଗ୍ରନ୍ଥ ପ୍ରକାଶ କଲେ । ଭାରତର ବିଭିନ୍ନ ଭାଷା ଓ ଇଂରାଜୀରେ ସେ ସମୟରେ ପ୍ରକାଶିତ କେତେକ ପ୍ରଧାନ ଗ୍ରନ୍ଥ ହେଉଛି ଖ୍ରୀ: ୧୭୭୮ରେ ହଲ୍‌ହେଡ୍ ପ୍ରଣୀତ ବଙ୍ଗଳ ଭାଷାର ବ୍ୟାକରଣ (Grmmar of the Bengl Language), କମ୍ପେନ୍‌ଡିଅସ୍ ଭୋକାବୁଲାରୀ (ଇଂରାଜୀ ଓ ପାରସୀ ଭାଷାରେ ମୁଦ୍ରିତ) ଚାର୍ଲସ ଉଇଲକିନ୍‌ସ (୧୭୮୦) ମରହଟ୍ଟୀ ଭାଷାରେ 'ଏସଫ' (୧୮୦୬), 'ହାଫ୍‌ଟ କ୍ୱିଲଜୁମ' (Haft Quizum) ୧ମ-୬ଷ୍ଠ ଭାଗ ଅଭିଧାନ ଖ୍ରୀ: ୧୮୧୪-୧୮୨୨ ମଧରେ ଅଯୋଧ୍ୟାର ନବାନଙ୍କ ପ୍ରେରଣାରେ ଅଯୋଧ୍ୟାରୁ ପ୍ରକାଶିତ ହୋଇଥିଲା ।

ଓଡ଼ିଶାର ପ୍ରଥମ ଛାପାଖାନା ଓ ପ୍ରଥମ ଛାପାଗ୍ରନ୍ଥ ସମ୍ବନ୍ଧରେ ବିଶେଷ ଗବେଷଣା ହୋଇନାହିଁ । ତେବେ ଯାହା ଜଣାଯାଏ ଖ୍ରୀ: ୧୮୧୧ରୁ ପ୍ରଥମ ଓଡ଼ିଆ ଛାପାକାମ ଶ୍ରୀରାମ‌ପୁରର ମିଶନ ପ୍ରେସ୍‌ରେ ଆରମ୍ଭ ହୋଇ ଧୀରେ ଧୀରେ ତାହା ପ୍ରସାର ଲାଭ କରିଅଛି । ଦୁଃଖର କଥା ଯେ ପ୍ରାରମ୍ଭିକ ଅବସ୍ଥାରେ ଓଡ଼ିଶାରେ ଛାପା ଯାଇଥିବା ପୁସ୍ତକ ସମୂହର ଯଥାର୍ଥ ସଂଗ୍ରହ ହୋଇନାହିଁ ।

ଓଡ଼ିଶାରେ ମିଶନାରୀମାନଙ୍କ କାର୍ଯ୍ୟକଳାପ

ଓଡ଼ିଶାରେ ମିଶନାରୀମାନଙ୍କର ପ୍ରଥମ ଉଦ୍ୟମ ଥିଲା, ଶ୍ରୀ ଜଗନ୍ନାଥଙ୍କୁ ନିନ୍ଦିତ କରି ଲୋକମାନଙ୍କର ଦୃଷ୍ଟି ତାଙ୍କଠାରୁ ଫେରାଇ ଆଣି ଖ୍ରୀଷ୍ଟଧର୍ମରେ

ବିନିଯୋଗ କରାଇବା । କିନ୍ତୁ ବ୍ରିଟିଶ ଆକ୍ରମଣ ସମୟରେ ଲର୍ଡ଼ ୱେଲସିଲି ଶ୍ରୀଜଗନ୍ନାଥ ମନ୍ଦିର ଓ ତ‌ତ୍ ସଂପର୍କୀୟ ଅନ୍ୟାନ୍ୟ ବିଷୟରେ ହସ୍ତକ୍ଷେପ କରିବାକୁ ବ୍ରିଟିଶ ସେନାଧ୍ୟକ୍ଷ ଲର୍ଡ଼ କାମ୍ପବେଲଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ମିଶନାରୀମାନେ ପୁରୀରେ ନିର୍ଦ୍ଦ୍ୱନ୍ଦରେ ଧର୍ମ ପ୍ରଚାର କରିଛନ୍ତି । ୧୮୦୬ ମସିହାରେ ଡାକ୍ତର କୁକାନନ୍ ଓଡ଼ିଶାରେ ଖ୍ରୀଷ୍ଟଧର୍ମ ପ୍ରଚାର ପାଇଁ ନେତୃତ୍ୱ ନେଇଥିଲେ । ୧୮୧ ମସିହାରେ କୃଷ୍ଣପାଲ, ଯେ ପରେ ଜନ ପିଟର ନାମରେ ପରିଚିତ ହୋଇଥିଲେ ସେ ବାଲେଶ୍ୱରକୁ ଆସି ପ୍ରଥମେ ଖ୍ରୀଷ୍ଟଧର୍ମ ପ୍ରଚାର କରିଥିଲେ । ୧୮୨୨ ମସିହାରେ ଜନ୍ ପଗ୍‌ସ ଓ ମିଃ ବାମ୍ପଟନ୍ ଶ୍ରୀରାମ‌ପୁରରୁ ଖ୍ରୀଷ୍ଟଧର୍ମ ପ୍ରଚାର ଉଦ୍ଦେଶ୍ୟରେ କଟକ ଆସିଥିଲେ ଓ ପରେ ପରେ ଅନ୍ୟାନ୍ୟ ମିଶନାରୀଙ୍କ ମଧ୍ୟରେ ସଟନ୍, ଉଇଲିୟମ୍ ଲେସି, ବୃକ୍‌ସ, କୃପର, ଜନ୍ ବକ୍‌ଲେ, ଉଇଲିୟମ ମିଲର, ମିଃ ଫିଲିପସ୍ ଓ ଷ୍ଟୁବିନ୍‌ସ ପ୍ରଭୃତି ପ୍ରଧାନ । ସଟନ୍ ସାହେବ ମୟୁରଭଞ୍ଜ ରାଜାଙ୍କୁ କେତେକ ଇଂରାଜୀ ଓ ଓଡ଼ିଆ ଟେଷ୍ଟାମେଣ୍ଟ ଉପ‌ହାର ପ୍ରଦାନ କରି ତାଙ୍କଠାରୁ ତାଙ୍କ ରାଜ୍ୟରେ ଖ୍ରୀଷ୍ଟଧର୍ମ ପ୍ରଚାରର ଅନୁମତି ପାଇଥିବାର ବିବରଣୀ ରହିଛି ।

ତ‌ତ୍କାଳୀନ ମିଶନାରୀମାନଙ୍କ ମଧ୍ୟରେ ଡକ୍ଟର ଆମସ୍ ସଟନ୍ ସେ ସମୟର ମିଶନାରୀମାନଙ୍କ ମଧରେ ଓଡ଼ିଆ ଭାଷା ଓ ସାହିତ୍ୟରେ ବିଶେଷ ଦକ୍ଷତା ଅର୍ଜନ କରିଥିଲେ । ସେ କାରେ ସାହେବଙ୍କ ଓଡ଼ିଆ ବାଇବେଲ ସଂଶୋଧନ କରିବା ସ‌ହିତ ଓଡ଼ିଆରେ ତିନିଖଣ୍ଡି ବିରାଟ ଅଭିଧାନ, ସ୍ୱର୍ଗୀୟ ଯାତ୍ରାର ବୃତ୍ତାନ୍ତ (Piligrim's progress), ଓଡ଼ିଶାର ଇତିହାସ, ଓଡ଼ିଆ ବ୍ୟାକରଣ, ପଦାର୍ଥ ବିଦ୍ୟାସାର ପ୍ରଭୃତି ଲେଖିଥିଲେ ।

ରେଭରେଣ୍ଡ ଚାର୍ଲସ ଲେସିଙ୍କର ଓଡ଼ିଆ ଭାଷା ସାହିତ୍ୟରେ ମଧ୍ୟ ଯଥେଷ୍ଟ ବ୍ୟୁତ୍ପତ୍ତି ଥିଲା । ତାଙ୍କର ଅନୁବାଦ ପୁସ୍ତକ 'ଧର୍ମ‌ଯୁଦ୍ଧ'। ଲେସି ସାହେବ ପ୍ରଥମ ଓଡ଼ିଆ ପତ୍ରିକା 'ଜ୍ଞାନାଋଣ' ପ୍ରକାଶ ପରେ ଆଲୋଚ୍ୟ 'ପ୍ରବୋଧ ଚନ୍ଦ୍ରିକା' ପ୍ରକାଶ କରିଥିଲେ । 'ପ୍ରବୋଧ ଚନ୍ଦ୍ରିକା'ର ପ୍ରକାଶ ପରେ ୧୮୬୧ ମସିହାରେ ଖ୍ରୀଷ୍ଟିୟାନ ଭର୍ଣ୍ଣାକୁଲାର ଲିଟରେଚର ସୋସାଇଟି, ୧୮୬୧ ମସିହାରେ 'ଅରୁଣୋଦୟ' ନାମକ ମାସିକ ଓଡ଼ିଆ ପତ୍ରିକା ପ୍ରକାଶ କରିଥିଲେ । ଏହି ପତ୍ରିକାଋଇ ମାତ୍ର ତିନି ବର୍ଷ ଜୀବିତ ଥିଲେ । ବଙ୍ଗୀୟ ସାହିତ୍ୟ ସମାଜ ପ୍ରକାଶିତ 'ବାଂଲା ସାମୟିକ ପତ୍ର' ୨ୟ ଖଣ୍ଡରେ ଓଡ଼ିଆ ପତ୍ରିକା ସମ୍ବନ୍ଧୀୟ ସଂକ୍ଷିପ୍ତ ଟିପ୍ପଣୀରେ ଲେଖାଯାଇଛି, "ଓଡ଼ିଆ ଭାଷାର ମୁଦ୍ରିତ ପ୍ରଥମ ସାମୟିକ ପତ୍ର 'ଜ୍ଞାନାଋଣ' । ଏହା ଏକ ଅଳ୍ପାୟୁ ମାସିକ ପତ୍ର ।

୧୮୪୯ ସାଲରେ ରେଭରେଣ୍ଡ ଲେସିଙ୍କ ସଂପାଦନାରେ ଓଡ଼ିଶାରୁ ଏହା ପ୍ରକାଶିତ ହୋଇଥିଲା । ଏହାପରେ ୧୮୬୧ ମସିହାରେ 'ଖ୍ରୀଷ୍ଟାନ୍ ଭର୍ଣ୍ଣାକୁଲାର ଲିଟରେଚର ସୋସାଇଟି' 'ଅରୁଣୋଦୟ' ନାମରେ ଅନ୍ୟ ଏକ ମାସିକ ପତ୍ର ପ୍ରକାଶ କଲେ । ଏହା ତିନି ବର୍ଷ ମାତ୍ର ଜୀବିତ ଥିଲା ।" (ପୃ-୪୬ରୁ ଜଣାଯାଏ ଯେ 'ପ୍ରବୋଧ ଚନ୍ଦ୍ରିକା'ର ନାମ ବିସ୍ମୃତ ହୋଇଯାଇଛି । ସମୟ କ୍ରମେ ଏହା ଆବିଷ୍କୃତ ହୋଇପାରିଛି । ଏହି ପତ୍ରିକାଟ ଯେ ସେ ସମୟ ଓଡ଼ିଶାର ଯଥାର୍ଥ ଓଡ଼ିଆ ସଂସ୍କୃତି ଓ ସାହିତ୍ୟ ପତ୍ରିକା କ‌ହିଲେ ଅତ୍ୟୁକ୍ତି ହେବ ନାହିଁ ।

ମିଶନାରୀମାନଙ୍କ ଉଦ୍ୟମରେ ପ୍ରକାଶିତ ପୁସ୍ତକ

ଓଡ଼ିଆ ଭାଷାରେ ପ୍ରଥମ କରି ବାଇବେଲ ଅନୁବାଦ ପ୍ରକାଶ ପାଇଲା ୧୮୧୧ ମସିହାରେ । ଏହି ନିଉ ଟେଷ୍ଟାମେଣ୍ଟର ଓଡ଼ିଆ ଅନୁବାଦକ ଥିଲେ ଡକ୍ଟର କାରେ ଓ ପୁରୁଷୋତ୍ତମ ପଣ୍ଡିତ । ଫୋର୍ଟ ଉଇଲିଅମ କଲେଜରେ ପୁସ୍ତକର ପାଣ୍ଡୁଲିପି ପ୍ରସ୍ତୁତ ହୋଇ ଛାପା ନିମିତ୍ତ ଶ୍ରୀରାମ‌ପୁର ପ୍ରେସ୍‌କୁ ପଠାଯାଇଥିଲା । ପରବର୍ତ୍ତୀ ସମୟରେ ସେଠାରେ ଅନ୍ୟାନ୍ୟ ଓଡ଼ିଆ ବାଇବେଲ ଓ ଓଡ଼ିଆ ଗ୍ରନ୍ଥ ମୁଦ୍ରିତ ହେବାକୁ ଲାଗିଲା ।

ଖ୍ରୀ: ୧୮୧୧-୧୮୪୩ ମଧ୍ୟରେ ଅନେକ ଗୁଡ଼ିଏ ଓଡ଼ିଆ ଗ୍ରନ୍ଥ ଛାପା ଯାଇଥିଲା । ତନ୍ମଧ୍ୟରେ ମୂଖ୍ୟ ହେଉଛି କେତେଗୁଡ଼ିଏ ବାଇବେଲର ଓଡ଼ିଆ ଅନୁବାଦ । ଏହା ମଧ୍ୟରେ ଆମସ୍ ସଟନ୍‌ଙ୍କର (Amos sutton) 'ଉତ୍କଳ ଭାଷାର୍ଥାଭିଧାନ' ବା 'Oriya Dictionary with Synonyms' ହେଉଛି ଏକ ବିଶିଷ୍ଟ କୃତି । ସଟନ୍ ସାହେବ ଭୁବନାନ‌ନ୍ଦ ନ୍ୟାୟାଳଙ୍କାରଙ୍କ ସହାୟତାରେ ଏହି ଉପାଦେୟ ଓଡ଼ିଆ ଅଭିଧାନ ପ୍ରକାଶ କରିଥିଲେ । *ଓଡ଼ିଆ ମିଶନ ପ୍ରେସ୍‌ରୁ ପ୍ରଥମ ଖଣ୍ଡ୧୮୪୧ ଓ ପରବର୍ତ୍ତୀ ଦୁଇଖଣ୍ଡ ୧୮୪୩ରେ ପ୍ରକାଶିତ ହୋଇଥିଲା । ୧୮୨୪ରେ କଟକ ସ୍କୁଲ ମିଶନାରୀମାନଙ୍କଦ୍ୱାରା ସ୍ଥାପିତ ହେବା ପରେ ୧୮୪୦ ବେଳକୁ ତ‌ହିଁର


* Early Oriya Lexicons_Their imprtance-Dr. B Mohanty, Bharati-Utkal University Journal Vol-III, 1969

ଓଡ଼ିଆ ବିଭାଗ ନିମିତ୍ତ ଅନେକ ଗୁଡ଼ିଏ ଓଡ଼ିଆ ପାଠ୍ୟ ପୁସ୍ତକ ପ୍ରକାଶ ପାଇ ଯାଇଥିଲା । ତନ୍ମଧ୍ୟରେ (୧) ପ୍ରାକୃତିକ ଦର୍ଶନ (Natural philosophy) (୨) ଓଡ଼ିଆ ବର୍ଣ୍ଣ ପରିଚୟ (୩) ଓଡ଼ିଆ ନୀତି କଥା (୪) ଓଡ଼ିଆ ଗଣିତ (୫) ଗୀତ ଗୋବିନ୍ଦ (୬) ବତ୍ରିଶ ସିଂହାସନ (୭) ମିତ୍ର ଲାଭ (୮) ଓଡ଼ିଶା ଭୂଗୋଳ (୯) ଓଡ଼ିଶା ଇତିହାସ ଉଲ୍ଲେଖ‌ଯୋଗ୍ୟ: ଏଥିମଧ୍ୟରୁ ପ୍ରାକୃତିକ ଦର୍ଶନ କଲିକତା ସ୍କୁଲ ବୁକ୍ ସୋସାଇଟି, ମିତ୍ରଲାଭ ପୁରୀ ସ୍କୁଲ କମିଟି ବ୍ୟତୀତ ଅନ୍ୟ ସବୁ ଗ୍ରନ୍ଥ କଟକରେ ଛାପା ଯାଇଥିଲା । ସେ କାଳର ଓଡ଼ିଶାରେ ପାଶ୍ଚାତ୍ୟ ଶିକ୍ଷା ଓ ସଂସ୍କୃତି ପ୍ରସାର କ୍ଷେତ୍ରରେ ଏ.ସଟନ୍ ଥିଲେ ଏକ ପ୍ରବୀଣ ବିଦେଶୀ ପଣ୍ଡିତ । ୧୮୪୨-୪୩ ଶିକ୍ଷା ବିଭାଗର ରିପୋର୍ଟରେ କୁହାଯାଇଛି ଯେ ଓଡ଼ିଆ ଭାଷାରେ ବିଶେଷ ବ୍ୟୁତ୍ପତ୍ତି ଲାଭ କରିଥିବା ଏ ସଟନ୍ ଓ ପଣ୍ଡିତ ବିଶ୍ୱମ୍ଭର ବିଦ୍ୟାଭୁଷଣଙ୍କୁ (ସରକାରୀ ସ୍କୁଲର ହେଡ୍ ପଣ୍ଡିତ) ଓଡ଼ିଆ ଭାଷାରେ ବିଭିନ୍ନ ପାଠ୍ୟ ପୁସ୍ତକ ଓ ଅନ୍ୟାନ୍ୟ ସାହିତ୍ୟିକ ପୁସ୍ତକ ରଚନା କରିବା ପାଇଁ ଅନୁରୋଧ କରାଗଲା । ଏହା ସ‌ହିତ ଷ୍ଟାର୍ଲିଂଙ୍କର ଓଡ଼ିଶା କଟକ କଟକ ଇତିହାସ ଓ ତାହାର ପୃଷ୍ଠା ସଂଖ୍ୟା ଥିଲା ୯୦ । ଏହି ସମୟରେ ଡକ୍ଟର ପିଅରସନ୍‌ଙ୍କର ବାକ୍ୟ ବୋଲି (Idiomatic exercises) ଅନ୍ୟ ଏକ ବିଶିଷ୍ଟ କୃତି । ଏହି ସମୟର ଆଧୁନିକ ଓଡ଼ିଆ ସାହିତ୍ୟର ଇତିହାସ ଅତ୍ୟନ୍ତ ବୈଚିତ୍ର୍ୟପୂର୍ଣ୍ଣ । ସେ ସମୟର ଆଧୁନିକ ଓଡ଼ିଆ ସାହିତ୍ୟ ସୃଷ୍ଟିରେ ମିଶନାରୀମାନଙ୍କର ଦାନ ଅତୁଳନୀୟ ଓ ଏହି ସାହିତ୍ୟ ବଙ୍ଗଳା ଭାଷାଦ୍ୱାରା ବିଶେଷ ଭାବରେ ପ୍ରଭାବିତ ହୋଇଛି ।

ଓଡ଼ିଶାରେ ଆଧିନିକ ଶିକ୍ଷାର ଆରମ୍ଭରେ ଓଡ଼ିଆ ଭାଷା ଓ ସାହିତ୍ୟର ସ୍ୱରୂପ ଆମର ମୌଳିକ ରଚନାରୀତିକୁ ପ୍ରାୟ ଛାଡ଼ି ଦେଇଛି । ଅନ୍ୟ ଦିଗରେ ଓଡ଼ିଶାର ପୁରପଲ୍ଲୀରେ ଓଡ଼ିଆ ରୀତିରେ କବିମାନେ କାବ୍ୟ, କବିତା, ସଙ୍ଗୀତାଦି ସ୍ୱାଧୀନ ଭାବରେ ରଚନା କରୁଥିଲେ । ଆଧୁନିକ ଓଡ଼ିଆ ଶିକ୍ଷାରେ ପ୍ରବର୍ତ୍ତିତ ଏହି ନୂତନ ଗଦ୍ୟଶୈଳୀ ଯେତେ ବିକୃତ ହେଉନା କାହିଁକି ତାହା ପରବର୍ତ୍ତୀ ଆଧୁନିକ ଓଡ଼ିଆ ଗଦ୍ୟକୁ ପ୍ରଭାବିତ କରିଛି । ଏହି ଅଦ୍ଭୁତ ପ୍ରାରମ୍ଭିକ ଓଡ଼ିଆ ଗଦ୍ୟ ରଚନାର କେତେକ ନମୁନା ପାଠକର କୌତୁହଳ ନିମିତ୍ତ ଦିଆଗଲା

୧୮୧୧ ଓଡ଼ିଆ ବାଇବେଲ-

ଯେଙୁ ସମୟରେ ବିଚାରକର୍ତ୍ତାମାନେ ରାଜ୍ୟକଲେ ସେ ସମୟରେ ଦେଶରେ ଅକାଲ ଥିଲା । ତ‌ହିଁରେ ଏକ ମନିଷ ଆପନ ଭାର୍ଯ୍ୟା ଓ ଦୁଇ
୧୦

ପୁତ୍ରକୁ ସଙ୍ଗେ କରି ମୋଆବ ଦେଶରେ ପ୍ରବାସ କରିବାକୁ ଗଲା । ସେ ମନିଷର ନାମ ଆଲିମଲକ ତାହାର ଭାର୍ଯ୍ୟାର ନାମ ନଆମୀ ଓ ଦୁଇ ପୁତ୍ରର ନାମ ମଖଲୋନ ଓ କଲିଓନ ଏ ସମସ୍ତେ ବୀତଖମରୟହୋଦଧର ଆଫରିମୀୟମାନେ ଥିଲେ ପୁଣି ସେମାନେ ମୋଆବ ଦେଶରେ ଆସି ପ୍ରବାସ କଲେ ।"
[ଧର୍ମ ପୁସ୍ତକ-୧୮୧୧-ପ୍ରଥମ ଭାଗ ପୃ୧୭୩]

ମୋହନ ପ୍ରସାଦ ଠାକୁରଙ୍କ ଓଡ଼ିଅ ଇଂରାଜୀ ଅଭିଧାନ (୧୮୧୧)(Vocabulary Oriya and English by M.P. Jakoor, Asst. Librarian of Fort William, Serampore, Cal. July, 1811.)

ଈଶ୍ୱର - Eeshworo-God
ଈଶ୍ୱରତ୍ୱ - Eshworottwo- God head
ଧର୍ମତ୍ମା - Dharmatma - Holy Ghost
ଏହି ପ୍ରଥମ ଛାପା ଓଡ଼ିଆ ଅଭିଧାନରେ ଲିପିଗତ ଅଶୁଦ୍ଧି ପୂର୍ଣ୍ଣମାତ୍ରାରେ ରହିଅଛି ।

ପ୍ରବୋଧ ଚନ୍ଦ୍ରିକା(୧୮୧୩) ପଣ୍ଡିତ ମୃତ୍ୟୁଞ୍ଜୟ ଶର୍ମା-

"ସ୍ତ୍ରୀ କ‌ହିଲ ଗୁଡ଼ ହଇଲେଇ କି ବାଁଧା ହୟ । ତୈଲ ନାଇ ଲୁନ ନାଇ ଚୌଳ ନାଇ ତରକାରୀ ପାତି କିଛୁଇ ନାଇ । ପତି କ‌ହିଲ ଆଜ କି ଘରେ କିଛୁଇ ନାଇ ଦେଖି ଦେଖି ଖୁଦ କୁଣ୍ଡା ଯଦି କିଛୁ ଥାକେ ତବେ ତାର ପିଠେକର ଏଇ ଗୁଡ଼ ଦିୟା ଖାଇବି ।"

(କରିବେକ, ଆନିଲେକ, କ‌ହିଲେକ, ଦିଲେକ, ଖୂଦକୁଣ୍ଡା ପ୍ରଭୃତି ବଙ୍ଗଳା ଅପେକ୍ଷା ଓଡ଼ିଆରେ ପ୍ରଚଳିତ ଶବ୍ଦ) ["ମୃତ୍ୟୁଞ୍ଜୟ ଓଡ଼ିଆ ହେତୁ ତାଙ୍କ ଲେଖାରେ ବ‌ହୁ ଓଡ଼ିଆ ଶବ୍ଦ ବ୍ୟବ‌ହୃତ ହୋଇଅଛି ।"]

ପଦାର୍ଥ ବିଦ୍ୟାସାର (୧୮୪୦) ଅର୍ଥାତ୍ ଭୁଗୋଳ ଓ ଜ୍ୟୋତିଷ ବିଦ୍ୟା ୧ମ ସ୍କନ୍ଧ (Calcutta School Book Society, Baptist Mission Press-1840)
୧୧

ଶିଷ୍ୟ:- ଏହି ଦେଶସ୍ଥ ଲୋକର ଧନ ପୂର୍ବ‌ଋ ଏତେ ବୃଦ୍ଧି ହେଉଛି କିପାଇଁ ?
ଗୁରୁ:- କାରଣ ଏହି ଯେ ପୂର୍ବ ରାଜାମାନଙ୍କ ଅମଳରେ ସେମାନେ ପ୍ରଜାମାନଙ୍କର ଉପରେ ନାନା ଲୁଟ୍ ଉପଦ୍ରବ ଇତ୍ୟାଦି ଅନେକ କରୁଥିଲେ ସେ ସକାଶ‌ଋ ପ୍ରାୟ କାହାର ଧନ ସ୍ଥିର ନ ଥିଲା । ପୁଣି ଏହି ସମୟରେ ଇଂରାଜର ଅମଳରେ ସେ ସବୁ ଉତ୍ପାତ ନାହିଁ । ଏ ନିମନ୍ତେ ଦିନ‌କୁଦିନ ଲୋକମାନଙ୍କର ଧନ ବଢ଼ୁଛି ।
ଓଡ଼ିଆ ବ୍ୟାକରଣ - (୧୮୪୭-୪୮) (ବଙ୍ଗଳାରେ ଲେଖାଯାଇଥିବା ପିଅରସନଙ୍କ ବ୍ୟାକରଣ ଅନୁସରଣରେ)
ଓଡ଼ିଶା ମିଶନରେ ଯୋଗଦେବା ପୂର୍ବରୁ ପାଦ୍ରୀମାନେ ଏହି ପୁସ୍ତକ ପଢ଼ି ଓଡ଼ିଆରେ ଦକ୍ଷତା ଅର୍ଜନ କରିଥିବା ବିଷୟ କୁହାଯାଇଛି । କିନ୍ତୁ ଦେଖିବାକୁ ଗଲେ ଇଂରାଜୀ ବାକ୍ୟର ଓଡ଼ିଆ ଅନୁବାଦ ବିକୃତ ଓ ହାସ୍ୟୋଦ୍ଦିପକ ।
"ସେ ଭୂଗୋଳ ବିଦ୍ୟା ବିଷୟରେ ଏକ କିତାବ ରଞ୍ଚିଲେ" । He spoke to us in a kind manner.ଅର୍ଥାତ୍ ସେ ଆମ୍ଭମାନଙ୍କୁ ପ୍ରେମମତେ କ‌ହିଲା, ପୁଣି "She is a dutiful and affectionate chilk." ଅର୍ଥାତ୍ ସେ ଟୋକୀ ବଡ଼ ବାଧ୍ୟ ଓ ପ୍ରେମି ପିଲା ଅଛି ।
ହିତୋପଦେଶ ଏ କଥା ଶୁଣି ହିରଣ୍ୟକ ହୃଷ୍ଟଚିତ୍ତ ଓ ପୁଲକିତ ହୋଇ କ‌ହିଲା, "ସାଧୂ ମିତ୍ର ! ସାଧୂ, ଏତାଦୃଶ ଆଶ୍ରିତ ଲୋକଙ୍କ ସ୍ନେହ ହେତୁଋ ତୁମ୍ଭେ ତ୍ରୈଲୋକ୍ୟ ପ୍ରଭୁ ହେବା ଯୋଗ୍ୟ । ଇହା କ‌ହି ହିରଣ୍ୟକ ସମସ୍ତ କପୋତର ପାଶ ଛେଦନ କରି ଆଉ ସେମାନଙ୍କୁ ସମ୍ମାନ କରି କ‌ହିଲା, ହେ ସଖେ ! ଚିତ୍ରଗ୍ରୀବ, ଏହି ଜାଲରେ ବଦ୍ଧ ହେବାଋ ଦୋଷ ଆଶଙ୍କା କରି ଆପଣାକୁ ଅବଜ୍ଞା କରିବାର ଉଚିତ ନୁହେଁଁ ।" ପୃ (୧୯)

ଏହି କେତେକ ଉଦ୍ଧୃତିରୁ ଆମେ ଦେଖିବା ଯେ କ୍ରମେ ବଙ୍ଗଳା ଭାଷା ପ୍ରଭାବିତ ବିକୃତ ଓଡ଼ିଆ ଭାଷା କ୍ରମେ ଆଧୁନିକ ଓଡ଼ିଆ ଗଦ୍ୟର ରୂପ ଧାରଣ କରିଅଛି- କବିତାରେ ମଧ୍ୟ ସେହିପରି ଆଧୁନିକତାର ଅଭିବ୍ୟକ୍ତି ଫୁଟି ଉଠିଛି । ଯେପରି 'ଓଡ଼ିଆ 'ବ୍ୟାକରଣ'ରେ 'ପଣ୍ଡିତ ଓ ଚଷା' କବିତାର କେତେକ ପଂକ୍ତି ହେଉଛି

"ପଣ୍ତିତ ଠାରେ ବପା ପଚାରଇ
ମାକଡ଼ ମାଇଲେ କି ଦୋଷ ହୋଇ ।
ପଣ୍ତିତ କ‌ହିଲେ ଶାସ୍ତ୍ରକୁ ଚାହିଂ
ସେ ପାପ ତୁଳନା ପାପତ ନାହିଂ ।
ଚଷା ନିବେଦିଲା ଏ କି ପଣ୍ତିତ
ମାକଡ଼ ମାଇଲେ ତୁମ୍ଭ ପୁତ୍ରତ ।
ଶୁଣି ପଣ୍ତିତ କ‌ହେ ତଡ଼ବଡ଼
ମାଙ୍କଡ଼ ମାଇଲେ ହୋୟେ ଧୋକଡ଼ ।"

ଏହାର ତାତ୍ପର୍ଯ୍ୟ- 'ଆପଣାର ସଦୃଶ ସବୁର ସୁଖ ଦୁଃଖ ଯେ ଦେଖାଇ ସେ ପଣ୍ତିତ'- ଏ ସବୁ ରଚନାରେ ଅଗାଧ ପାଣ୍ତିତ୍ୟ ନାହିଁ, କିନ୍ତୁ ସରଳ ଓଡ଼ିଆ ଭାଷାରେ ଓଡ଼ିଆ ଗଦ୍ୟ ଓ ପଦ୍ୟର ଅରୁଣୋଦୟ ଘଟିଛି ଏହି ମିଶନାରୀ ସାହିତ୍ୟରେ । ବ‌ହୁ ମିଶନାରୀ ଏହି ସମୟରେ ବ‌ହୁ ଓଡ଼ିଆ ଗ୍ରନ୍ଥ ରଚନା କରିଛନ୍ତି ଓ ସେଗୁଡ଼ିକ ପ୍ରକାଶ ପାଇଛି । କିନ୍ତୁ ୧୮୧୩-୧୮୫୦ ମଧ୍ୟରେ ରେଭେରେଣ୍ତ ଆମସ ସଟନଙ୍କର ଓଡ଼ିଆ ଭାଷା ଓ ସାହିତ୍ୟକୁ ଦାନ ଅବିସ୍ମରଣୀୟ ହୋଇରହିବ । ସଟନଙ୍କର ବିଭିନ୍ନ ପୁସ୍ତକ ମଧ୍ୟରେ ତାଙ୍କର ଭାଷାର୍ଥଭିଧାନ, ଧର୍ମଗ୍ରନ୍ଥର ବିଭିନ୍ନ ଓଡ଼ିଆ ଅନୁବାଦ, ଶାରୀରିକ ରୋଗର ନିରାକରଣ ଉପାୟ (ନିବନ୍ଧ), ସ୍ୱର୍ଗୀୟ ଯାତ୍ରାର ବୃତ୍ତାନ୍ତ (୧୮୩୮) ୧ମ ଭାଗ, ପଟନ୍‌ଙ୍କର ଓଡ଼ିଆ ବ୍ୟାକରଣ, ବତ୍ରିଶ ସିଂହାସନ, ଗୀତଗୋବିନ୍ଦ, ଅମରକୋଷ, ଓଡ଼ିଶାର ଇତିହାସ, ନୀତିକଥା, ପଦାର୍ଥ ବିଦ୍ୟାସାର, ଭର୍ଣ୍ଣାକୁଲାର କ୍ଳାସବୁକ ରିଡ଼ର, a narrative of the mission to Orissa 183 । ଏବଂ Orissa and its evangilation (1850 Boston) ଗ୍ରନ୍ଥ ପ୍ରଧାନ । ସଟନ୍ ସାହେବ ଓଡ଼ିଶାରେ ୧୮୨୫ - ୧୮୫୦ ମଧ୍ୟରେ ରହି ଓଡ଼ିଶାର ଶିକ୍ଷା ଓ ସାହିତ୍ୟକୁ ଯେଉଁ ବିରାଟ ଦାନ ଦେଇ ଯାଇଛନ୍ତି ସେଥିପାଇଁ ତାଙ୍କ ନିକଟରେ ଓଡ଼ିଆ ପ୍ରାଦେଶିକ ଭାଷାର ଶିକ୍ଷା କିପରି ଗତି କରିଥିଲା ତାହାର ବିସ୍ତୃତ ଇତିହାସ 'dam's report on Vernacular Education' ଗ୍ରନ୍ଥ ସମୂହରେ ଲିପିବଦ୍ଧ ହୋଇଛି ଓ ସେ ସମସ୍ତ ବିବରଣୀରୁ ଏତିକି ଜଣାପଡ଼େ ଯେ ବଙ୍ଗଳା ଦେଶରେ ଦେଶୀୟ ଭାଷା ଶିକ୍ଷାର ଗତି ଯେପରି କ୍ଷିପ୍ର ବେଗରେ ଗତି କରିଥିଲା, ଓଡ଼ିଶାରେ ସେପରି ହୋଇନାହିଁ । ପ୍ରବୋଧ ଚନ୍ଦ୍ରିକା (୧୮୫୬)

୧୮୫୦ ମସିହା ପରେ ଓଡ଼ିଆ ଭାଷା ଓ ସାହିତ୍ୟ କ୍ଷେତ୍ରରେ କ୍ରମେ ଅଗ୍ରଗତି ପରିଲକ୍ଷିତ ହୋଇଛି । ୧୮୫୬ ମସିହାରେ କଟକରୁ ପ୍ରକାଶିତ 'ପ୍ରବୋଧ ଚନ୍ଦ୍ରିକା' ଆଧୁନିକ ଓଡ଼ିଆ ଭାଷା ସାହିତ୍ୟ କ୍ଷେତ୍ରରେ ଏକ ନୂତନ ପଦକ୍ଷେପ । ପ୍ରବୋଧ-ଚନ୍ଦ୍ରିକାର ସମ୍ପାଦକ ଥିଲେ ଉଇଲିୟମ ଲେସି ସାହେବ ଓ ତାହା କଟକ ମିଶନ ପ୍ରେସରୁ ଶ୍ରୀଯୁକ୍ତ ଡବଲିଉ ବୃକ୍‌ସ ସାହେବଙ୍କ ଦ୍ବାରା ଛପା ହେଉଥିଲା । ପତ୍ରିକା “ପ୍ରବୋଧ ଚନ୍ଦ୍ରିକା ଏବଂ ମାସିକ ସମାଚାର ପତ୍ରିକା' ନାମରେ ପ୍ରକାଶ ପାଉଥିଲା ଓ ତାର ଆଦର୍ଶ ଥିଲା, “ବିଦ୍ଯାଦଦାତି ବିନୟଂ ବିନୟାଦ୍‌ଜାତି ପାତ୍ରତାଂ' । ପ୍ରାଡ୍ରୋତ୍ତାଜନମାପ୍ନୋତି ଧନାର୍ଦ୍ଧମଂ ତତଃ ସୁଖଂ' । ପ୍ରବୋଧ ଚନ୍ଦ୍ରିକା (କ) ସାହତ୍ଯିକ ପତ୍ରିକା (ଖ) ସମାଚାର ପତ୍ରିକା (ଗ) ମାସିକ ପଞ୍ଜିକା ବା କାଲେଣ୍ଡର ରୁପେ କାର୍ଯ୍ୟ କରୁଥିଲ। । ଏ ପତ୍ରିକା ମିଶନାରୀମାନଙ୍କ ତତ୍ତ୍ବାବଧାନରେ ପ୍ରକାଶ ପାଉଥିଲେ ହେଁ ଏଥିରେ ଖ୍ରୀଷ୍ଟଧର୍ମର କୌଣସି ଗନ୍ଧ ନ ଥିଲା । ଫୋର୍ଟ ଉଇଲିୟମ କଲେଜର ତ‌ତ୍କାଳୀନ ପଣ୍ଡିତ ମୃତ୍ୟୁଞ୍ଜୟ ତର୍କାଳଙ୍କାରଙ୍କର ପ୍ରସିଦ୍ଧ ‘ପ୍ରବୋଧ ଚନ୍ଦ୍ରିକା’ର ନାମ ଗ୍ରହଣ କରି ଏ ହେଲା ଓଡ଼ିଶାରେ ପ୍ରଥମ ସାହିତ୍ୟିକ ଓ ସମାଚାର ପତ୍ରିକା । ପ୍ରବୋଧ ଚନ୍ଦ୍ରିକା ବିଷୟରେ ପ୍ରଥମ ପତ୍ର ତାଙ୍କର ସମ୍ପାଦକୀୟରେ ସମ୍ପାଦକ ଲେଖିଛନ୍ତ । ତହିଁରୁ ସେତେବେଳେ ଓଡ଼ିଶାର ଶିକ୍ଷା, ସାହିତ୍ୟ ଓ ରାଜନୀତିକ ଅବସ୍ଥା କିପରି ଥିଲା, ତାହା ଜଣାଯାଏ । ଏହି ଦୁଷ୍ପ୍ରାପ୍ୟ ସମ୍ପାଦକୀୟରୁ କେତେଗୁଡ଼ିଏ ନିମ୍ନରେ ଦଆଗଲ ।

“ଓଡ଼ିଶା ନାମରେ ବିଖ୍ୟାତ ଏହି ଦେଶ ଉତ୍ତରରେ ସୁବର୍ଣ୍ଣରେଖା ନଦୀଠାରୁ ସମୁଦ୍ରକୂଳେ କୂଳେ ଦକ୍ଷିଣରେ ଚିଲିକା ଓ ପଞ୍ଜ ଦେଶ ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ଅଛି । ତାହାର ପୂର୍ବସୀମା ବଙ୍ଗୋପସାଗର ଏବଂ ପଶ୍ଚିମ ସୀମା ଗଡ଼ଜାତ । ପୂର୍ବକାଳରେ ଉତ୍କଳ ଦେଶର ସୀମା ଅଧିକ ପ୍ରଶସ୍ତ ଆଉ ରାଜମହେନ୍ଦ୍ର ଓ ବିଜୟନଗର ଏ ଦୁହେଁ ଏ ଦେଶ ରାଜାମାନଙ୍କର ପ୍ରଧାନ ପ୍ରଧାନ ନଗର ମଧ୍ୟରେ ଗଣିତ ଥିଲେ । ଆଉ ଦକ୍ଷିଣରେ ଗୋଦାବରୀ ନଦୀ ପର୍ଯ୍ୟନ୍ତେ ରାଜ୍ୟର ଦକ୍ଷିଣ ସୀମା ବିସ୍ତୃତ ଥିଲା । ମାତ୍ର ଏ ପୁରାତନ ସୀମା ଛାଡ଼ି ଇଦାନୀ° ଯେଉଁ ସୀମା ମଧ୍ୟରେ ନିର୍ଦ୍ଦିଷ୍ଟ ଅଛୁ ତଦୁପଲକ୍ଷରେ ଏ ଦେଶ ଅତି ବୃହତ୍ ବିଚାରଯୋଗ୍ୟ ଅଟେ । କେବଳ ମୁଗଲବନ୍ଦି ଭିତରେ ଲେକସଂଖ୍ୟା ପନ୍ଦର ଲକ୍ଷରୁ ଅଧିକ ।

ଯଦ୍ୟପି ଅଳ୍ପ ବର୍ଷ ମଧରେ ସମୀପବର୍ତ୍ତୀ ବଙ୍ଗ ଦେଶରେ ବଙ୍ଗଳା ଭାଷା ଅତି ଯତ୍ନପୂର୍ବକ ସେ ଦେଶର ଅନେକ ବିଦ୍ବନ୍ମହାଶୟ କର୍ତ୍ତୃକ ପରିଷ୍କୃତ ଓ ସୁଶୋଭିତ ହୋଇଅଛି ପୁଣି ଦେଶୀୟ ଓ ଇଙ୍ଗରେଜୀ ବିଦ୍ୟା ଶିକ୍ଷାର୍ଥେ ଅନେକ ପାଠଶାଳା ଓ କଲେଜ ନିଯୁକ୍ତ କରାଯାଇଅଛି ଏବଂ ଛାପାଯନ୍ତ୍ର ସ୍ଥାପିତ ହୋଇଅଛି, ଅଥଚ ଅତୀତ ସପ୍ତ‌ତ୍ରିଂଶ ବର୍ଷ ମଧ୍ୟରେ ପ୍ରାୟ ଶଏ ଗୋଟା ଭିନ୍ନ ଭିନ୍ନ ସମାଚାର ପତ୍ର ଆଉ ଏ ପ୍ରବୋଧ ଚନ୍ଦ୍ରିକା ତୁଲ୍ୟ ମାସିକ କିମ୍ବା ସାପ୍ତାହିକ ପୁସ୍ତକ ଆରମ୍ଭ ହୋଇ ଦେଶଯାଙ୍କ ପ୍ରଚାର ହୋଇଅଛି, ପୁଣି ବିବିଧ ଜ୍ଞାନସୂଚକ ଅନେକ ପୁସ୍ତକ ମୁଦ୍ରିତ ହୋଇ ପ୍ରକାଶ ପାଇଅଛନ୍ତି, ତଥାପି ଏ ଉତ୍କଳ ଦେଶରେ ଏତାଦୃଶ ଅତ୍ୟାବଶ୍ୟକ ବିଷୟରେ ଅଳ୍ପମାସ ଉଦ୍‌ଯୋଗ ହୋଇଅଛି । ଏ ସକଳ ବିଷୟରେ ଏ ଦେଶୀୟ ଲୋକେ ଶିଥିଳ ଆଉ ନିଶ୍ଚେଷ୍ଟିତ । ଜ୍ଞାନଠାରୁ ଅଳ୍ପ ଧନ ସୁଦ୍ଧା ପ୍ରାୟତର ବୋଧକରି ଯାହା ଦ୍ବାରା ସେହି ଧନ ସର୍ବତ୍ର ପ୍ରଚୁର ରୂପେ ଉପାର୍ଜିତ ହୁଅଇ, ତାହା ଅନାଦର କରିଅଛନ୍ତି । ଅତଏବ ଫଳ ଦେଖ, ଏ ଦେଶ ସ୍ଥାପିତ ନାନା ସରକାରୀ କଚେରୀ ଇତ୍ୟାଦିରେ ବିଦେଶୀୟ ଅର୍ଥାତ୍ ବଙ୍ଗାଳୀ ଲେକେ ପ୍ରାୟ ସବୁ ଉତ୍ତମ ଉତ୍ତମ ପଦ ପ୍ରାପ୍ତ ହୋଇଅଛନ୍ତି ।

ଏ ପ୍ରବୋଧ ଚନ୍ଦ୍ରିକା ପ୍ରତ୍ୟେକ ଦେଶୀୟ ମାସ ଆରମ୍ଭରେ ପ୍ରକାଶିତ ହେବ । ପ୍ରତ୍ୟେକ ଖଣ୍ଡରେ କୋଡ଼ିଏ କି ପଚିଶ ପୃଷ୍ଠା ଛପା ହେବ । ପ୍ରଥମରେ ଦେଶୀୟ ମହାବିଜ୍ଞ ପୁରାତନ କୌଣସି ପଣ୍ଡିତ କର୍ତ୍ତୃକ ରଚିତ ଆଉ ଉତ୍ତମ ଶିକ୍ଷାଦାୟକ ଗ୍ରନ୍ଥ ନତୁବା ବଙ୍ଗଦେଶୀୟ ବିଦ୍ବଜନଗଣ କର୍ତ୍ତୃକ ନାନା ସମୟରେ ଯେଉଁ ଉତ୍ତମ ଉତ୍ତମ ପୁସ୍ତକ ପ୍ରକାଶ ହୋଇଅଛି କିମ୍ବା ଆଗାମିରେ ହେବ ତନ୍ମଧ୍ୟରୁ କୌଣସି କୌଣସି ପୁସ୍ତକ ଆଦ୍ୟ ପ୍ରାନ୍ତ କ୍ରମେ କ୍ରମେ ଏ ପ୍ରବୋଧ ଚନ୍ଦ୍ରିକାରେ ପ୍ରକାଶ କରାଇବାର ମାନସ ଅଛି । ତଦ୍‌ବାଦ ଅନ୍ୟ ଅନ୍ୟ ମନୋରଞ୍ଜକ ଆଉ ନୀତିଶିକ୍ଷାଦାୟକ ବୃତ୍ତାନ୍ତ କିମ୍ବା ବିଶିଷ୍ଟ ମହାତ୍ମମାନଙ୍କ ଜୀବନ ବିବରଣ ଅଥବା ଶିଳ୍ପ ଉତ୍ୟାଦି ବିଦ୍ୟା ସମ୍ବନ୍ଧୀୟ ପ୍ରସଙ୍ଗ ପ୍ରକାଶ କରାଯିବ । ଶେଷରେ ଏ ଜିଲ୍ଲା ମଧରେ ଯେତେବେଲେ ଯେଉଁ ଘଟଣା ଶୁଣାଯାଏ ଏବଂ ଦେଶ ବିଦେଶର ଯେଉଁ ନାନା ମହଦାଶ୍ଚର୍ଯ୍ୟ ସମ୍ବାଦ ମିଳେ, ତହିଁର ସାରାଂଶ କଲିକତାଠାରେ ପ୍ରାପ୍ତ କେତେକ ଇଙ୍ଗରେଜୀ ଓ ବଙ୍ଗଳା ଖବର କାଗଜରୁ ଅନୁବାଦିତ ହୋଇ ଏ ପ୍ରବୋଧ ଚନ୍ଦ୍ରିକାରେ ପ୍ରକାଶ ପାଇବ ପୁନର୍ବାର ପ୍ରତ୍ୟେକ ଖଣ୍ଡରେ ମାସିକ ପାଞ୍ଜୀ ଦେବାର ମାନସ ଅଛି । କୌଣସି ବିଶେଷ ଧର୍ମର ପ୍ରଚାର ଏ ପୁସ୍ତକର ଅଭିପ୍ରାୟ ନୁହଇ ଏ ସକାଶେ ତାହା ଆପଣା ଆପଣା ଗୃହରେ ଶ୍ରବଣ କରି ପାଠ କଲେ କାହାର ଇଷ୍ଟଧର୍ମ

ହାନି ହେବ ଏ ପ୍ରକାର ଶଙ୍କା କେହି ନ କରିବେ । ଏ ପୁସ୍ତକର ବାର୍ଷିକ ଅର୍ଥାତ୍ ବାରଖଣ୍ଡର ମୂଲ୍ୟ ଏକାବେଳେକେ ଆଗତୁରା ଦେଲେ କେବଳ ଦେଢ ଟଙ୍କା ଦେବାକୁ ହେବ ।"

(ପ୍ରବୋଧ ଚନ୍ଦ୍ରିକା ୯୮୫୬, ୧ମ ସଂଖ୍ୟା-ପୃ ୧-୩)

ଓଡ଼ିଆରେ ପ୍ରଥମ ପତ୍ରିକା 'ଜ୍ଞାନାଋଣ‘ ଅଳ୍ପ ସମୟ ପ୍ରକାଶ ପରେ ବନ୍ଦ ହୋଇଯାଇଥିଲା ଓ 'ପ୍ରବୋଧ ଚନ୍ଦ୍ରିକା' ପ୍ରଥମ ସାହତ୍ୟିକ ଓ ସମାଚାର ପତ୍ରିକା ରୂପେ ନିୟମିତ ଭାବରେ ତିନି ବର୍ଷ ପ୍ରକାଶ ପାଇଥିଲା । ପ୍ରକାଶିତ ବିଷୟଗୁଡ଼ିକର ଭାଷାରେ ବଙ୍ଗଳା ପ୍ରଭାବ ନାହିଁ । ଠିକ୍ ଆଧୁନିକ ଗଦ୍ୟ ଶୈଳୀ ଏଥିରେ ପ୍ରକାଶ ପାଇଛି । ପତ୍ରିକାର ପ୍ରଥମ ବର୍ଷରେ ମିତ୍ର ଲାଭର ଅନୁବାଦ (କ୍ରମଶଃ), ସୀତାଙ୍କ ବିବରଣୀ (କ୍ରମଶଃ), କନ୍ଧ ଜାତ, ସାନ୍ତାଳମାନଙ୍କ ସମାଚାର, ଜାଇତ୍ରୀ ଓ ଜାଇଫଳ ବିଷୟ, ପ୍ରୟାଗ, ରାଜା ଆଉ ରାଜପକ୍ଷୀ, ଧର୍ମ ବିଷୟ, ବାୟୁ ସେବନ ରକ୍ତ ଚଳିବା ବିଷୟ, ସାବିତ୍ରୀ ବିବରଣ, ହସ୍ତିର ବିବରଣ, କୁକ୍‌କୁର ଏବଂ ତାହାର ପ୍ରଭୁ ପ୍ରଭୃତି ବିଷୟ ସହିତ ମାସିକ ସମ୍ବାଦ ଓ ପଞ୍ଜିକା ସ୍ଥାନ ଲାଭ କରୁଅଛି । ୧୮୫୭ର ପ୍ରବୋଧ ଚନ୍ଦ୍ରିକାରେ ହିତୋପଦେଶ (ଅନୁବାଦ), ଶାକରୁ ଶର୍କରା ଉଭବ, ଆଳସ୍ୟ, ଶୃଗାଳ, ଋଶୀୟ ଦେଶର ରାଜଦଣ୍ଡ, ଚସା, ନକୁଳ, ଶ୍ୱେତହସ୍ତି ବିଷୟ, କର୍ପର ବିବରଣ, ଭାରତ ବର୍ଷୟ ବଷ ବୃକ୍ଷ, ମେଘ ବିଷୟ, ବାଷ୍ଣଦ୍ବାର୍ ନୌକା ଚଳାଇବା ବିଷୟ, ସିଂହଳ ଦ୍ୱୀପରେ ମୁକ୍ତା ନେନ୍ଦ୍ଷଣ, ସିନ୍ଧ, ଦେଶକ, ରୁପାକର୍ମ ଉତ୍ପତ୍ତିର ବିଷୟ, ବହୁତ ଓ ବକ୍ର ବକ୍ଷୟ ପ୍ରଭୃତ ସୁନ୍ଦର ସୁନ୍ଦର ବୈଜ୍ଞାନିକ, ସାହତ୍ଯକ ବିଷୟର ଅନୁବାଦ ଓ ଆଲେଚନା ପ୍ରକାଶ ପାଇଛୁ । ଦେଖିବାର କଥା ଯେ ଏଥୁରେ ଗୋଟିଏ ହେଲେ କବିତା ପ୍ରକାଶ ପାଇ ନାହିଁ । ଏହା ଅଲ ପ୍ରଥମ ସାହିତ୍ୟିକ ଓ ସମାଲ୍ଟର ମୂଳକ ଓଡ଼ିଆ ପତ୍ରିକା । ଏହ ପତ୍ରିକାରେ ବିଦେଶ ସମ୍ବାଦ, ଇ°ଲଣ୍ଡ ଦେଶର ସମ୍ବାଦ, ସର୍ବସ୍କରଙୟ ଓ ଓଡ଼ଶା ର ସମ୍ବାଦ ଯଥାବିଧ୍ବ ପ୍ରକାଶ ପାଇଛି-ସଂସ୍କାର ମୂଳକ ସମ୍ବାଦ ମଧ୍ୟରେ ଇଂରାଜୀ ଶିକ୍ଷା ଓ ବିଧବା ବିବାହ ସମ୍ବାଦ ପ୍ରଧାନ ସ୍ଥାନ ଲାଭ କରିଛୁ । ଖ୍ରୀ: ୯୮୫୭ ହେଉଛି ଭାରତରେ ରକ୍ତାକ୍ତ ସିପାହ ବଦ୍ରୋହର ସମୟ ଓ ସେହ ବଦ୍ରୋହ ସମ୍ବାଦ ଗୁଡ଼ିକ ମଧରେ ସମ୍ବଲପୁର ସିପାହ ବଦ୍ରୋହର ସମ୍ବାଦ ଉଜ୍ଜଲ ହୋଇ ଉଠିଛୁ । ଯେପରି, ‘ସମ୍ବଲପୁରର ଆସିଷ୍ଟାଣ୍ଟ କମିଶନର ଶ୍ରୀଯୁତ କାପ୍ତାନ ଲି ସାହେବ ଲେଖିବନ୍ତ କ, ସମ୍ବଲପୁରର ରାଜବଂଶୀୟ । Digitized by Sujanka @gmal.com 'ସୁନ୍ଦର ସା' ନାମକ ଜଣେ ବ୍ୟକ୍ତି ହଜାରୀ ବାଗରେ କୟେଦ ଥିଲା ତାକୁ ବିଦ୍ରୋହି ସୈନ୍ୟମାନେ ମୁକ୍ତ କରିଦେବାରୁ ସେ ସମ୍ବଲପୁରଠାରେ ପହୁଞ୍ଚି ରାଜବିଦ୍ରୋହାଚରଣରେ ପ୍ରବୃତ୍ତ ହେବାର ସମ୍ଭାବନା ଅଛି । ଅତଏବ କଟକଠାରୁ ତିନି କମ୍ପନି ଓ ନାଗପୁରଠାଋ ତିନି କମ୍ପନି ସୈନ୍ୟ ସମ୍ବଲପୁରଠାକୁ ଯିବାର ଆଜ୍ଞା ହୋଇଅଛୁ, କଟକ ଜିଲ୍ଲା ମଧରେ ଯେଉଁ ରାଜା ଓ ଜମିଦାର ପ୍ରଭୃତିଙ୍କର ହସ୍ତୀ ଅଛନ୍ତି ସେମାନଙ୍କୁ ଆଜ୍ଞା ହୋଇଅଛି କି, ଯେଉଁ ସ୍ଥାନକୁ ଯେଉଁ ପଲଟଣ ଯିବ ସେହ ସ୍ଥାନକୁ ସେହ ପଲ୍‌ଟଣର ସାମଗ୍ରୀ ବୋହି ନେବା ଲଗି ରାଜା ଓ ଜମିଦାରମାନେ ଆପଣା ଅପଣା ହସ୍ତୀମାନଙ୍କୁ ମଦଦ ଦେବେ ।"

(୧୮୫୭, ଅକ୍ଟବର ସଂଖୟା ‌-ପୃ ୪୯୦ -୪୯୨ )

ସୁତରାଂ ଏଥୁରୁ ଜଣାଯାଏ ଯେ ଊନବିଂଶ ଶତାବ୍ଦୀର ଓଡ଼ିଆ ଭାଷା, ସାହିତ୍ଯ ଓ ସାମ୍ବାଦିକତା କ୍ଷେତ୍ରରେ 'ପ୍ରବୋଧ ଚନ୍ଦ୍ରିକା’ର ଅତୁଳନୀୟ ଦାନ ରହିଛି- ସେକାଳର ଓଡ଼ିଶାର ଶିକ୍ଷା ସଂସ୍କୃତି କ୍ଷେତ୍ରରେ ପ୍ରବୋଧ ଚନ୍ଦ୍ରିକା ଥିଲା ଅନ୍ଧାର ମୁଲକରେ ଏକ ଅତ୍ୟୁଜ୍ଜ୍ୱଳ ସାହିତ୍ୟାଲୋକ । ଆଧୁନିକ ଓଡ଼ିଆ ସାହିତ୍ୟର ଉଷା କାଳରେ ‘ପ୍ରବୋଧ ଚନ୍ଦ୍ରିକା’ର ଆତ୍ମପ୍ରକାଶ ଏକ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ବିଷୟ ।

ଉନବିଂଶ ଶତକର ଓଡ଼ିଆ ପତ୍ରପତ୍ରିକା

ଓଡ଼ିଶାର ପତ୍ରପତ୍ରିକାର ଇତିହାସରେ କୁଜିବର ପତ୍ର ଖ୍ରୀ: ୧୮୪୦ରେ ସୁନ୍ଦରା ବାବାଜି ବା ସାଧୂସୁନ୍ଦର ଦାସ ପ୍ରକାଶ କରିଥଲେ । ଖ୍ରୀ: ୧୮୨୬ରେ ମଧୁସୂନ୍ଦରଙ୍କ ସହିତ ସଟନଙ୍କର ସାକ୍ଷାତ ହୋଇଥିଲ । ଚୌଦ୍ବାର ନିକଟବର୍ତ୍ତୀ କୁଜିବର ମଠର ସାଧୁସୂନ୍ଦର ଦାସ ୧୭୭୫ରେ ଜନ୍ମ ହୋଇଥିଲେ । ରେଭେରେଣ୍ଡ ସି. ଲେସିଙ୍କର ‘ଜ୍ଞାନାଋଣ' (୧୮୪୯) ହେଉଛି, ଦ୍ବିତୀୟ ମିଶନାରୀ ପତ୍ରିକା । ଜ୍ଞାନାଋଣ ପ୍ରକାଶ ପାଇ ସାଙ୍ଗେ ସାଙ୍ଗେ ବନ୍ଦ ହୋଇଗଲା । ହାତଲେଖା ‘କୁଜିବର ପକ୍ଷ' ବା 'ଜ୍ଞାନାଋଣ କେଉଁଠାରେ ଦେଖିବାକୁ ମିଳେ ନାହିଁ ।

ପ୍ରକୃତରେ ଛାପା ସାମୟିକ ସାହିତ୍ୟର ଆରମ୍ଭ ହୁଏ ୧୮୫୫-୫୭ ମସିହାରେ ଓ ଏହାର ସ୍ରଷ୍ଟା ହେଉଛନ୍ତି 'ମିଶନାରୀ ଉଇଲିୟମ୍ ଲେସି | ସେ ୧୮୪୯ ମସିହାରେ ପ୍ରଥମେ 'ଜ୍ଞାନାଋଣ' ପତ୍ରିକାର ପ୍ରକାଶ ପାଇଁ ଚେଷ୍ଟା କରିଥଲେ, କିନ୍ତୁ ତାହାର ପ୍ରକାଶନରେ ବାଧା ସୃଷ୍ଟି ହେବାରୁ ‘ପ୍ରବୋଧ ଚନ୍ଦ୍ରିକା' ନାମକ ମାସିକ ସାହିତ୍ୟିକ ପତ୍ରିକା ୧୮୫୬ ମସିହାରେ କଟକ ମିଶନ ପ୍ରେସରୁ ପ୍ରକାଶ କରିଥିଲେ । ଏଥିରେ ଖ୍ରୀଷ୍ଟିୟାନ ଧର୍ମର ଲେଶମାତ୍ର ସମ୍ପର୍କ ନ ଥିଲା । ଆଧୁନିକ ସାହିତ୍ୟ ପତ୍ରିକା ଯେପରି ହୋଇଥାଏ, ତାହା ସେହିପରି ରୂପ ଲାଭକରି ପ୍ରକାଶ ପାଇଥିଲା । ୧୮୫୬ ଓ ୧୮୫୭ ମସିହାର ପ୍ରତ୍ୟେକ ମାସରେ ଏହା ପ୍ରକାଶିତ ହୋଇଥିଲା । ୧୮୬୧ ମସିହାରେ 'ଅରୁଣୋଦୟ' ନାମକ ମାସିକ ପତ୍ରିକା ଖ୍ରୀଷ୍ଟିୟାନ୍ ଉର୍ଣ୍ଣାକୁଲାର ସୋସାଇଟି ଦ୍ୱାରା ପ୍ରକାଶ ପାଇ ତିନି ବର୍ଷ ଚଳିବା ପରେ ବନ୍ଦ ହୋଇସାରିଥିଲା ।

'ପ୍ରବୋଧ ଚନ୍ଦ୍ରିକା' ପ୍ରକାଶର ଦଶ ବର୍ଷ ପରେ ଓଡ଼ିଶାର ପ୍ରଥମ ସମ୍ବାଦ ପତ୍ର ଓ ସାହିତ୍ୟ ପତ୍ର 'ଉତ୍କଳ ଦୀପିକା' ୧୮୬୬ ମସିହାରେ ପ୍ରକାଶ ପାଇଲା । ଏହି ଦୀପିକାର ସୁଯୋଗ୍ୟ ସମ୍ପାଦକ ଥିଲେ କର୍ମଯୋଗୀ ଗୌରୀଶଙ୍କର ରାୟ (୧୮୩୯-୧୯୧୭) । ଏହି ପତ୍ରିକା ୪/୮/୧୮୬୬ରେ ଆରମ୍ଭ ହୋଇ ପ୍ରଥମେ ସାପ୍ତାହିକ ପରେ ଦୈନିକ ସମ୍ବାଦ ପତ୍ରିକା ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସାମ୍ବାଦିକତାକୁ ପ୍ରାୟ ୬୬ ବର୍ଷ କାଳ ପ୍ରଭାବିତ କରିଥିଲା । କଟକ ଆଲାମଚାନ୍ଦ ବଜାରରୁ କଟକ ପ୍ରିଣ୍ଟିଂ କମ୍ପାନୀରୁ ଏହା ପ୍ରକାଶ ଲାଭ କରିଥିଲା ସେତେବେଳେ ଓଡ଼ିଆ ଟାଇପ୍ ଅଭାବରୁ ଉତ୍କଳ ଦୀପିକା ଆଧୁନିକ ଲିଥୋ ପରି ପଥର ଛାପାରେ ଛାପା ଯାଇଥିଲା । ବର୍ଷ ବର୍ଷ ଧରି ଓଡ଼ିଆ ଜଙ୍ଗଣଙ୍କର ଆଶା-ଆକାଂକ୍ଷା ଓ ଭାବଧାରାକୁ ରୂପାୟିତ କରି ଓଡ଼ିଆ ଜାତିକୁ ତଥା ତା'ର ଭାଷା ସାହିତ୍ୟକୁ ଏକ ବଳିଷ୍ଠ ଓ ସ୍ୱତନ୍ତ୍ର ଆସନ ପ୍ରଦାନରେ 'ଉତ୍କଳ ଦୀପିକା'ର ଦାନ ଅବିସ୍ମରଣୀୟ । 'ଉତ୍କଳ ହିତୈଷିଣୀ' (୧୮୬୮), ବାଲେଶ୍ୱର ସମ୍ବାଦ ବାହିକା (୧୮୬୮) ଉତ୍କଳ ଦୀପିକା ପରେ ପରେ ଆତ୍ମପ୍ରକାଶ କରି ଓଡ଼ିଶାର ସାହିତ୍ୟ, ସଂସ୍କୃତି କ୍ଷେତ୍ରରେ ପ୍ରଭାବ ବିସ୍ତାର କରିଥିଲେ ।

'ଉତ୍କଳ ଦର୍ପଣ' ଓଡ଼ିଶା ସାହିତ୍ୟ, ସଂସ୍କୃତି କ୍ଷେତ୍ରରେ ଏକ ମୁଖ୍ୟ ପତ୍ରିକା । ଏହା ୧୮୭୩ ମସିହାରେ ବାଲେଶ୍ୱରରୁ ରାଜା ବୈକୁଣ୍ଠନାଥ ଦେ'ଙ୍କ ପୃଷ୍ଠପୋଷକତାରେ ଆତ୍ମପ୍ରକାଶ କରିଥିଲା । ବାଲେଶ୍ୱରର ଉତ୍କଳ ପ୍ରେସରୁ ଏହା ପ୍ରକାଶ ପାଉଥିଲା । ଏହି ପତ୍ରିକାର ଯଶସ୍ୱୀ ଲେଖକ ଥିଲେ ରାଧାନାଥ ରାୟ ଓ ଭକ୍ତକବି ମଧୁସୂଦନ ରାଓ । ରାଧାନାଥ ରାୟଙ୍କ 'ବିବେକୀ' ପ୍ରବନ୍ଧ ଏଥିରେ ଆତ୍ମପ୍ରକାଶ କରିଥିଲା । ଉତ୍କଳ ପୁତ୍ର ଏକ ପାକ୍ଷିକ ପତ୍ର ଭାବରେ ସେହି ବର୍ଷ ଅର୍ଥାତ ୧୮୭୩ ମସିହାରେ ପ୍ରକାଶ ପାଇଥିଲା । ଏହି ପତ୍ରିକାରେ ଉତ୍କଳର ପ୍ରାଚୀନ ସଂସ୍କୃତି ଓ ନାରୀଶିକ୍ଷା ପ୍ରତି ଶ୍ରଦ୍ଧା ପ୍ରକାଶ କରିଥିଲା ।
ଊନବିଂଶ ଶତକର ଉଲ୍ଲେଖଯୋଗ୍ୟ ପଞ୍ଜିକାମାନଙ୍କ ମଧ୍ୟରେ ‘ପ୍ରଦୀପ' (୧୮୮୫), ‘ଶିକ୍ଷା ବନ୍ଧ' (୧୮୮୫) ସ୍ୱଳ୍ପ ସମୟ ପାଇଁ ଆବିର୍ଭାବ ହୋଇଥିଲେ ସୁଦ୍ଧା ବିଭିନ୍ନ ଦୃଷ୍ଟିରୁ ତାତ୍ପର୍ଯ୍ୟପୂର୍ଣ୍ଣ । ଏହି ପତ୍ରିକା ଦ୍ୱୟରେ ସ୍ୱାଧୁଚରଣ ରାୟ, ମଧୁସୁଦନ ରାଓ, ବୈକୁଣ୍ଠନାଥ ଦତ୍ତ, ପ୍ରଭାକର ଶର୍ମା ପ୍ରମୁଖ ନିୟମିତ ଭାବରେ ଲେଖାଲେଖି କରିଥିଲେ । ଶିକ୍ଷାବନ୍ଧୁ, ପତ୍ରିକାରେ ମଧୁସଦନ ରାଓଙ୍କ 'ଆକାଶ ପ୍ରତି' ଓ 'ଜୀବନ ଚିନ୍ତା' କବିତାର ପ୍ରାୟୋଗିକ ସମାଲୋଚନା (Practical Criticism ) ପ୍ରକାଶ ଲାଭ କରିଥିଲା । ୧୮୮୭ ମସିହାରେ ‘ନବ ସମ୍ବାଦ’ ଓ ବାଲେଶ୍ୱରରୁ ‘ଓଡ଼ିଆ' ନାମରେ ପତ୍ରିକା ପ୍ରକାଶ ପାଉଥିଲା । 'ଓଡ଼ିଆ' ପତ୍ରିକାରେ ଶ୍ରୀ ଜଗନ୍ନାଥ ଯାତ୍ରୀମାନଙ୍କ ସମସ୍ୟ। ସର୍ବସାଧାରଣ ଦୃଷ୍ଟି ଆକର୍ଷଣ କରିଥିଲା । ଏହି ପତ୍ରିକା ଦୁଇଟି ପରବର୍ତ୍ତୀ କାଳରେ 'ଓଡ଼ିଆ ନବ ସମ୍ବାଦ’ ନାମ ନେଇ ଆତ୍ମପ୍ରକାଶ କରି ଓଡ଼ିଆ ସଂସ୍କୃତି ଓ ସାହିତ୍ୟକୁ ବହୁକାଳ ପର୍ଯ୍ୟନ୍ତ ଅନୁଶୀଳନ କରିଛି । ଏହି ପତ୍ରିକାରେ ମଧୁସୂଦନ ରାଓ, ରାଧନାଥ ରାୟ, କାମପାଳ ମିଶ୍ର ପ୍ରମୁଖ କୃତବିଦ୍ୟ ଲେଖକଗଣ ଧାରାବାହିକ ଭାବରେ ଲେଖୁଥିଲେ । ୧୮୮୯ ମସିହାରେ ସମ୍ବଲପୁରରୁ ‘ସମ୍ବଲପୁର ହିତୈଷିଣୀ' ପତ୍ରିକା ଓଡ଼ିଶାରେ ବିଶେଷ ଆଲୋଡ଼ନ ସୃଷ୍ଟି କରିଥିଲା । ନୀଳମଣି ବିଦ୍ୟାରତ୍ନ ଏହି ପତ୍ରିକାର ଅନ୍ୟତମ ସମ୍ପାଦକ ଥିଲେ । ବିଭିନ୍ନ ପତ୍ରପତ୍ରିକାର ପ୍ରକାଶନରୁ ଜଣାଯାଏ ସେ ବାଲେଶ୍ୱର, କଟକ, ସମ୍ବଲପୁର, ଗଞ୍ଜାମ ଓ ମୟୁରଭଞ୍ଜ ଓଡିଶାର ଶିକ୍ଷା, ସଂସ୍କୃତର ପୀଠସ୍ଥଳୀ ଥିଲ । ଓଡିଶାର ଅଧିକାଂଶ ପତ୍ରପତ୍ରିକା ଏହି ସ୍ଥାନମାନଙ୍କରୁ ପ୍ରକାଶ ପାଇଛି ।
ମୟୁରଭଞ୍ଜ ରାଜାଙ୍କ ରାଜପ୍ରେସରୁ ୧୮୯୧ ମସିହା ଏପ୍ରିଲ ମାସରେ ଚୈତନ୍ୟ ପ୍ରସାଦ ରାୟଙ୍କ ସମ୍ପାଦନାରେ 'ଉତ୍କଳ ପ୍ରଭା' ପ୍ରକାଶ ପାଇଥିଲା । ରାଜନାରାୟଣ ମହାପାତ୍ର ମଧ୍ୟ କିଛିକାଳସକାଶେ ଏହାର ସମ୍ପାଦକ ଥିଲେ । ଏହି ପତ୍ରିକା ତ‌ତ୍କାଳୀନ ସାହିତ୍ୟିକ ଗୋଷ୍ଠୀର ମୁଖ୍ୟ ମୁଖପତ୍ର ଥିଲା । ଏହି ପତ୍ରିକା ସମ୍ପର୍କରେ ଫକୀରମୋହନ ‘ନନାଙ୍କ ପାଞ୍ଜି'ରେ ଲେଖିଛନ୍ତି;

"ପ୍ରଭା ଉଦେ ଦେଖି କବିଏ ଭାବିଲେ ଯିବ ଆମ ସବୁ ଦୁଃଖ
ଲେଖିବୁ କବିତା ନେବୁ ଟଙ୍କା ଗଣି ପଢ଼ିବେ ସକଳ ଲୋକ ।"


ଏହି ପତ୍ରିକା ପ୍ରଥମ କରି ଲେଖକମାନଙ୍କୁ ଯତ୍‌ସାମାନ୍ୟ ପାରିତୋଷିକ ସେମାନଙ୍କର ସୃଷ୍ଟି ସକାଶେ ପ୍ରଦାନ କରିଥିଲା । ଏହି ପତ୍ରିକାରେ ରାମଶଙ୍କର ରାୟଙ୍କ ‘ବିବାସିନୀ’, ରାଧାନାଥ ରାୟଙ୍କ ‘ଚିଲିକା’ 'ମହାଯାତ୍ରା’, ଯ‌ଯାତିକେଶରୀ', ମଧୁସୂଦନ ରାଓଙ୍କର ‘ଋଷି ପ୍ରାଣେ ଦେବାବତରଣ', ବିଶ୍ୱନାଥ,
କରଙ୍କ 'ସାହିତ୍ୟ ଚର୍ଚ୍ଚା', ଗଙ୍ଗାଧର ମେହେରଙ୍କ 'ଇନ୍ଦୁମତୀ' ପରି ବଳିଷ୍ଠ ଲେଖା ସମୂହ ପୁରସ୍କୃତ ହୋଇ ପ୍ରକାଶ ପାଇଥିଲା । 'ଉତ୍କଳ ପ୍ରଭା' ପରେ 'ଇନ୍ଦ୍ରଧନୁ' (୧୭/୮/୧୮୯୩),

'ବିଜୁଳି' (୧୬/୯/୧୮୯୩) ଯଥାକ୍ରମେ କଟକ ଓ ବାମଣ୍ଡାର ଦେଓଗଡ଼ରୁ ପ୍ରକାଶିତ ହୋଇଥିଲା । ଏହି ପତ୍ରିକା ଦ୍ୱୟ ଯଥାକ୍ରମେ ପ୍ରାଚୀନ ଓ ଆଧୁନିକ ସାହିତ୍ୟର ପୃଷ୍ଠପୋଷକତା କରିଥିଲା । ପ୍ରାୟ ବର୍ଷେ ପରେ ପରସ୍ପର ବାଦାନୁବାଦ ହୋଇ ଏହି ପତ୍ରିକା ଦ୍ୱୟ ବିଲୟ ଭଜିଥିଲା ।

ଊନବିଂଶ ଶତକର ଶେଷ ପର୍ଯ୍ୟାୟରେ ବିଶ୍ୱନାଥ କରଙ୍କ ସମ୍ପାଦନାରେ ଉତ୍କଳ ସାହିତ୍ୟ (୧୮୯୭) ଆତ୍ମପ୍ରକାଶ ଲାଭ କରିଥିଲା । ଏହି ଉତ୍କଳ ସାହିତ୍ୟ ଦୀର୍ଘ ଅର୍ଦ୍ଧ ଶତାବ୍ଦୀରୁ ଊର୍ଦ୍ଧ୍ୱ ସମୟ ଧରି ବହୁ ଆଧୁନିକ ସାହିତ୍ୟ ସ୍ରଷ୍ଟାମାନଙ୍କୁ ସୃଷ୍ଟିକରି ଅକ୍ଷୟ କୀର୍ତ୍ତି ସ୍ଥାପନ କରାଯାଇଛି । ଏହି ପତ୍ରିକାରେ ଫକୀରମୋହନ, ରାଧାନାଥ, ମଧୁସୂଦନ, ଗଙ୍ଗାଧରଙ୍କ ଠାରୁ ଆରମ୍ଭ କରି କାଳିନ୍ଦିଚରଣ, ବୈକୁଣ୍ଠନାଥ, ସଚ୍ଚିଦାନନ୍ଦ ପର୍ଯ୍ୟନ୍ତ ସମସ୍ତଙ୍କ ଲେଖା କାଳକ୍ରମେ ପ୍ରକାଶିତ ହୋଇଥିଲା ।

'ପ୍ରବୋଧ ଚନ୍ଦ୍ରିକା' ଠାରୁ ଓଡ଼ିଆ ପତ୍ରପତ୍ରିକା ସମୋନ୍ନତି ପଥରେ ଅଗ୍ରସର ହୋଇଛି । ଊନବିଂଶ ଶତକର ଏ ସବୁ ପତ୍ରପତ୍ରିକାର ଆତ୍ମପ୍ରକାଶରେ 'ପ୍ରବୋଧ ଚନ୍ଦ୍ରିକା' ପରି ମାସିକ ପତ୍ରିକା ଓ 'ଉତ୍କଳ ଦୀପିକା' ପରି ସାପ୍ତାହିକ ସମ୍ବାଦ ସାହିତ୍ୟ ପତ୍ରର ପ୍ରେରଣାକୁ ଅସ୍ୱୀକାର କରି ହେବ ନାହିଁ । ଊନବିଂଶ ଶତକ ଅନ୍ଧକାରର ପରିବେଶରୁ ଏହି ପତ୍ରିକା ଦ୍ୱୟ ଜନ୍ମ ଲାଭ କରି ଏ ଜାତିକୁ ଆଲୋକ ବର୍ତ୍ତିକା ଦେଖାଇଛନ୍ତି ।
ପ୍ରବୋଧ ଚନ୍ଦ୍ରିକା
୧ ସଂଖ୍ୟା ।

ସନ ୧୨୬୩ । ମାଘ । * ସନ ୧୮୫୬ । ଜାନୁଆରୀ ।

୧। ପାଠକମାନଙ୍କ ପ୍ରତି ପ୍ରଥମ ପତ୍ର ।


ଏ ପ୍ରବୋଧ ଚନ୍ଦ୍ରିକା ବିଷୟକ ।

ଓଡ଼ିଶା ନାମରେ ବିଖ୍ୟାତ ଏହି ଦେଶ ଉତ୍ତରରେ ସୁବର୍ଣ୍ଣରେଖା ନଦୀଠାରୁ ସମୁଦ୍ର କୁଳେ ୨ ଦକ୍ଷିଣରେ ଚିଲିକା ଓ ଗଞ୍ଜା ପ୍ରଦେଶ ପର୍ଯ୍ୟନ୍ତେ ନିର୍ଦ୍ଦିଷ୍ଟ ଅଛି । ତାହାର ପୂର୍ବ ସୀମା ବଙ୍ଗ ସାଗର ଏବଂ ପଶ୍ଚିମ ସୀମା ଗଡ଼ଜାତ । ପୂର୍ବକାଳରେ ଉତ୍କଳ ଦେଶର ସୀମା ଅଧିକ ପ୍ରଶସ୍ତ ଆଉ ରାଜମହେନ୍ଦ୍ର ଓ ବିଜୟ ନଗର ଏ ଦୁହେଁ ଏ ଦେଶ ରାଜାମାନଙ୍କର ପ୍ରଧାନ ୨ ନଗର ମଧ୍ୟରେ ଗଣିତ ଥିଲେ, ଆଉ ଦକ୍ଷିଣରେ ଗୋଦାବରୀ ନଦୀ ପର୍ଯ୍ୟନ୍ତେ ରାଜ୍ୟର ଦକ୍ଷିଣ ସୀମା ବିସ୍ତୃତ ଥିଲା । ମାତ୍ର ଏ ପୁରାତନ ସୀମା ଛାଡ଼ି ଇଦାନୀ ଯେଉଁ ସୀମା ମଧ୍ୟରେ ନିର୍ଦ୍ଦିଷ୍ଟ ଅଛି ତଦୁପଲକ୍ଷରେ ଏଦେଶ ଅତିବୃହତ୍ ଓ ବିଚାର ଯୋଗ୍ୟ ଅଟେ । କେବଳ ମୁଗଲବନ୍ଦି ଭିତରେ ଲୋକ ସଂଖ୍ୟା ପନ୍ଦରଲକ୍ଷରୁ ଅଧିକ । ଏ ବୃହତଦେଶରେ ସର୍ବତ୍ର ଲୋକେ କି ପ୍ରକାର ଅଜ୍ଞାନରେ ପତିତ ହେବାଋ ନାନାବିଧ କ୍ଳେଶ ଆଉ ଦୁରବସ୍ଥା ଭୋଗ କରିଅଛନ୍ତି ତାହା ବିଜ୍ଞ ଲୋକଙ୍କ-ଠାରେ ସୁବ୍ୟକ୍ତ । ଯଦ୍ୟପି ଅଳ୍ପ ବର୍ଷ ମଧ୍ୟରେ ସମୀପବର୍ତ୍ତି ବଙ୍ଗ ଦେଶରେ ବଙ୍ଗଳା ଭାଷା ଅତିଯତ୍ନପୂର୍ବକ ସେ ଦେଶର ଅନେକ ବିଦ୍ୱନ୍ମହାଶୟ କର୍ତ୍ତୃକ ପରିଷ୍କୃତ ଓ ସୁଶୋଭିତ ହୋଇଅଛି ପୁଣି ଦେଶୀୟ ଏବଂ ଇଙ୍ଗରେଜୀ ବିଦ୍ୟା ଶିକ୍ଷାର୍ଥେ ଅନେକ ପାଠଶାଲା ଓ କଲେଜ ନିଯୁକ୍ତ କରାଯାଇଅଛି ଏବଂ ଛାପା ଯତ୍ନ ସ୍ଥାପିତ ହୋଇଅଛି ଅଥଚ ଅତୀତ ସପ୍ତତ୍ରିଂଶବ୍ବର୍ଷ ମଧ୍ୟରେ ପ୍ରାୟ ଶଏ ଗୋଟା ଭିନ୍ନ ୨ ସମାଚାର ପତ୍ର ଆଉ ଏ ପ୍ରବୋଧ ଚନ୍ଦ୍ରିକା ତୁଲ୍ୟ ମାସିକ କିମ୍ବା ସାପ୍ତାହିକ ପୁସ୍ତକ ଆରମ୍ଭ ହୋଇ ଦେଶ‌ଯାକ ପ୍ରଚାର ହୋଇଅଛି ପୁଣି ବିବିଧ ଜ୍ଞାନସୂଚକ ଅନେକ ପୁସ୍ତକ ମୁଦ୍ରିତ ହୋଇ ପ୍ରକାଶ ପାଇ ଅଛନ୍ତି ତଥାପି ଏ ଉତ୍କଳ ଦେଶରେ ଏତାଦୃଶ ଅତ୍ୟାବଶ୍ୟକ ବିଷୟରେ ଅଳ୍ପମାତ୍ର ଉଦ୍‌ଯୋଗ ହୋଇଅଛି । ଏ ସକଳ ବିଷୟରେ ଏ ଦେଶୀୟ ଲୋକ ଶିଥିଳ ଆଉ ନିଶ୍ଚେଷ୍ଟିତ । ଜ୍ଞାନଠାରୁ ଅଳ୍ପ ଧନସୁଦ୍ଧା ପ୍ରିୟରେ ବୋଧକରି ଯାହା ଦ୍ୱାରା ସେହି ଧନ ସର୍ବତ୍ର ପ୍ରଚୁର ରୁପେ ଉପାର୍ଜିତ ହୁଅଇ ତାହା ଅନାଦାର କରି ଅଛନ୍ତି । ଅତଏବ ଫଳଦେଖ, ଏ ଦେଶ ସ୍ଥାପିତ ନାନା ସରକାରୀ କଚେରୀ ଇତ୍ୟାଦିରେ ବିଦେଶୀୟ ଅର୍ଥାତ୍ ବଙ୍ଗାଳି ଲୋକେ ପ୍ରାୟ ସବୁ ଉତ୍ତମ ଉତ୍ତମ ପଦ ପ୍ରାପ୍ତ ହୋଇ ଅଛନ୍ତି ।

ଲୋକେ ଯେତେ ଅଜ୍ଞାନ ଓ ନିର୍ବୋଧ ହୋଇଛନ୍ତି ତେତେ କ୍ଳେଶାପନ୍ନ ହୁଅନ୍ତି ମାତ୍ର ଜ୍ଞାନ ସର୍ବ ପ୍ରକାର ଲାଭର ଅଥଚ ମାନସିକ ପୁଣି ଶାରୀରିକ ସୁଖର ମାର୍ଗସ୍ୱ‌ଋପ । ଯଥା ଏ ଦେଶର ଅତିପୁରାତନ ଜଣେ ପଣ୍ତିତ ଏହି ଶ୍ଳୋକରେ ଲେଖି ଅଛନ୍ତି ।

ବିଦ୍ୟା ଦ‌ଦାତି ବିନୟଂ ଚିନୟାଦ୍‌ପାତି ପାତ୍ରତାଂ ।
ପାତ୍ର‌ତ୍ୱାଦନମାପ୍ନୋତି ଧନାଦ୍ଧର୍ମଂ ତ‌ତଃ ସୁଖଂ ।

ଅର୍ଥାତ୍ ବିଦ୍ୟାରୁ ବିନୟ ଜନ୍ମଇ, ବିନୟି ଲୋକ ବିଶ୍ୱାସପାତ୍ର ହୁଏ, ବିଶ୍ୱାସ ପାତ୍ର ହେଲେ ଧନ ଉପାର୍ଜନ ହୁଅଇ, ତବ୍ଦାଦ ଧନ‌ରୁ ଧର୍ମ ଅର୍ଥାତ୍ ଧର୍ମକର୍ମ କରିବାର ଶକ୍ତି ଆଉ ଉପାୟ ପ୍ରାପ୍ତ ହୁଏ ଏବଂ ଶେଷରେ ଧର୍ମରୁ ସୁଖ ମିଳେ । ଅନାୟାସରେ ଜଣାଯାଏ କି ଏଦେଶୀୟ ପ୍ରଜାସମୂହର ଅନେକ କ୍ଲେଶ ଆଉ ଦୁର୍ଦ୍ଦଶା ପୁଣି ଅନେକ କୁତ୍ସିତ ବ୍ୟ‌ବ‌ହାର ଜ୍ଞାନାଭାବର ଫଳ ଅଟଇ ।

ମାତ୍ର ଭରସା ହେଉଅଛିକି ଦେଶାଧିକାରି ଇଙ୍ଗରେଜ କମ୍ପାନି ବାହାଦୁର ସର୍ବସାଧାରଣ ଲୋକଙ୍କ ମଧ୍ୟରେ ବିଦ୍ୟାଭ୍ୟାସ ଆଉ ଜ୍ଞାନ ପ୍ରଚାରାର୍ଥେ ବର୍ତ୍ତମାନ ଯେଉଁ ଉଦ୍‌ଯୋଗ କରୁଅଛନ୍ତି ତଦ୍ଦ୍ୱାରା ଏଦେଶରେ ମଧ୍ୟ ଯଥେଷ୍ଟ ଲାଭ ଉତ୍‌ପନ୍ନ ହୋଇ ପାରିବ । ସେଇ ଉଦ୍‌ଯୋଗରେ ଯତ୍‌କିଞ୍ଚିତ୍‌ଋପେ ହେଲେହେଁ ଏକ୍ଷୁଦ୍ର ପତ୍ରିକା ସ‌ହକାରିଣୀ ହୋଇ ପାରିବ, ଇହା ସମ୍ପଦକର ସମ୍ପୂର୍ଣ୍ଣ ମାନସ ଅଟେ ଫଳତଃ ସେଇ ଅଭିପ୍ରାୟରେ ଏପତ୍ରିକା ପ୍ରକଟିତ ହେଉଅଛି । ଅତଏବ ଏଦେଶୀୟ ଯେତେ ସମ୍ଭ୍ରାନ୍ତ ଲୋକେ ଏଜିଲା ମଧ୍ୟରେ ଉଚ୍ଚ ଓ
ପାଠକମାନଙ୍କ ପ୍ରତି ପ୍ରଥମ ପତ୍ର

ମାନ୍ୟ ପଦ ପ୍ରାପ୍ତି ହୋଇଅଛନ୍ତି ସେମାନଙ୍କର ନିତ୍ୟାନ୍ତ କର୍ତ୍ତବ୍ୟ ଏହି କି ଏ ପତ୍ରିକାର ସର୍ବୋତୋଭାବେ ସାହାଯ୍ୟ କରିବେ । ଯଦ୍ୟପିସ୍ୟାତ ତଦ୍ୌଆରା ସେମାନେ ନିଜେ ବଶେଷ ଶ୍ରେୟ ପାଇ ନ ପାରେବେ ତଥାପି ଅବଶ୍ୟ ସାଧାରଣ ଜ୍ଞାନ ପ୍ରଗ୍ଧର ଏବଂ ଆପଣା ସ୍ୱଦେଶୀୟ ପ୍ରଜା ସମୂହର କୃଶଲ ଓ ଉନ୍ନତ ଇଚ୍ଛା ଜର୍ଅବେ । ଏ ପ୍ରବୋଧ ଚନ୍ଦ୍ର,ଜା ପ୍ରତ୍ୟେକ ଦେଶୀୟ ମାସ ଆରମ୍ଭରେ ପ୍ରଜାଣିଜ ହେବ । ପ୍ରତ୍ୟେକ ଖଣ୍ଡରେ କୋଡ଼ିଏ କ ପଚିଶ ସୃଷ୍ଠାଗୁପା ହେବ । ପ୍ରଥମରେ ଶ୍ରେଦର୍ଶାସ୍ତ୍ର ମହାବଜ୍ଞ ପୁସ୍କଢନ କୌଣସି ପଣ୍ଡିତଜର୍ଭୁଜ ରତ୍ତଚ୍ଚ ଆଉ ଉତ୍ତମ ଶିକ୍ଷାଦାୟକ ଗ୍ରନ୍ଥ ନଭୁବା ବଙ୍ଗଦେଶୀୟ ବଦ୍ବାକ୍ସନଗଣ ଜନ୍ତ୍ରିକ ନାନା ସମୟୁରେ ଯେଉ” ଊତ୍ତମ ? ସୂ ସ୍ତକ ପ୍ରକାଶ ହୋଇଅଛ କମ୍ବା ଆଗାମି ରେ ହେବ ଢନ୍ତଧ୍ୟର୍ କୌଣସି ? ସୂସ୍ତକ ଆଦ୍ୟପ୍ରାନ୍ତ ସ୍ୱମେ ? ଏ ପ୍ରବୋଧ ଚନ୍ଦ୍ର,ଜାରେ ପ୍ରଜାଖି ଜବାଇବାର ମାନସ ଅଛ । ଜନ୍ଦାଦ ଅନ୍ୟ ୬ ମନୋରଞ୍ଜକ ଆଉ ନୀତ ଶିକ୍ଷାଦାୟୁଜ ବୃନ୍ତ କମ୍ବା ବଶିଷ୍ଣୁ ମହାସ୍ନାମାନଙ୍କ ଜୀବନ ବବରଣ ଅଥବା ଶିଳ୍ପ ଇତ୍ଯାଦ ବଦ୍ୟ ସମ୍ଭନ୍ଧୀୟ ପ୍ରସଙ୍ଗ ପ୍ରକାଶ କସ୍କସିବ । ଶେଷରେ ଏଜଲ ମଧରେ ଯେଭେବେଲେ ଯେଉ” ଘ୫ଣା ହେବାର ଶୁଣାଘାଏ ଏବଂ ଦେଶ ବ ଦେଶର୍ ଯେଉ” ନାନା ମହଦାଶ୍ଚର୍ଯ୍ୟ ସମ୍ବାଦ ମିଲେ ଭହିର ସାରାଂଶ ଜଈକଢାଠାର୍ ପ୍ରାପ୍ତ କେଭେଜ ଇଙ୍ଗରେଜ୍ଞ ଓ ବଙ୍ଗଲା। ଖବର କାଗଜର୍ ଅନୁବାଦ ଢା ହୋଇ ଏ ପ୍ରବୋଧ ଚନ୍ଦ୍ର, କାରେ ପ୍ରକାଶ ପାଇବ । ସୂନର୍ବାର ପ୍ରଭେଚ୍ଯକ ଖଣ୍ଡରେ ମାସିକ ପାଞ୍ଜା ଦେବାର ମାନସ ଅଛୁ । ଅଢଏଦ କେଉ” ସ୍ଥାନରେ କ ଆଶ୍ଚର୍ଯ୍ୟ କର୍ମ ହେଉଅଛୁ ତାହା ଶ୍ରବଣରେ ଆଉ ସୁଗଳ୍ପ ପ୍ଲା୦ରେ ସମସ୍ତଙ୍କ ଅନ୍ତକରଣରେ ଯେଉ” କ୍ଷଣକାଳୀନ ଆସ୍ପଦ ଓ ହର୍ଷି ଜନ୍ତଇ ଭଭିନ୍ନ ଅନେକ ନତାନ୍ତ ଆବଶ୍ୟକ ଆଉ ତର ଶ୍ରେସ୍ଟ ଦାୟକ ଜ୍ଞାନ ଏ କ୍ଷୁଦ୍ର ପଦିକା ଗ୍ରହଣରେ ଏଦେଶୀୟ ଲେକେ ପ୍ରାପ୍ତ ହୋଇ ପାରବେ ବୋଈ ଦୃଉ ପ୍ରତ୍ୟୟ ହେଉଅଛ । କୌଣସି ବଶେଷ ଧର୍ମର ପ୍ରସ୍ଟର ଏସୂସ୍ତଜର ଅଭପ୍ରାୟ ନୁହଇ ଏସକାଶେ ଭାହା ଆପଣ ? ଗୃହରେ ଗ୍ରହଣ କର ପାଠ କଲେ ଜାହାଈ ଇଷ୍ଟ ଧର୍ମ ହାନ ହେବ ଏସ୍ତଜାର ଶଙ୍କା କେହ୍ନ ନ କରବେ । ଏ ପୁସ୍ତକର ବାର୍ଷିକ ଅର୍ଥାତ୍‌ ବାରଖଣ୍ଡର ମୂଲ୍ ଏଜାବେଲକେ ଆଗକୁ ବ୍ଦ ଦେଲେ କେବଲ ଦେଉ ୫ଙ୍କା ଦେବାକୁ ହେବ । ଏ ମୂଳ୍ପ ଅତ୍ଯଳ୍ପ ହେବା ହେରୁର୍ କ ଧନବାନ୍ କ ସାମାନ୍ୟ ବ୍ୟକ୍ତ ସମସ୍ତେ ଇଚ୍ଛାନୁସାରେ ଗ୍ରହଣ କରି ପାରିବେ । କଟକ ଶହର ବାହାରେ ଯେଉଁମାନେ ବାସ କରୁଥିବେ ସେମାନେ ଡ଼ାକରେ ଅତି ଶୀଘ୍ର ମାସକୁମାସ ଏ ପୁସ୍ତକ ପାଇ ପାରିବେ ଏହି ମାତ୍ର ଆବଶ୍ୟକ କି ନିର୍ଦ୍ଦିଷ୍ଟ ମୂଲ୍ୟରୁ ଅତିରିକ୍ତ ବାରଅଣା ନତୁବା ବାରଗୋଟା ଡ଼ାକ ଟିକିଲି ଦେବାକୁ ହେବ । ତାହାହେଲେ ନିର୍ବିଘ୍ନଋପେ ମାସକୁମାସ ସେମାନଙ୍କ ନିକଟରେ ଡ଼ାକରେ ପ‌ହୁଞ୍ଚାଇ ଦିଆଯିବ ।

୨। ପଞ୍ଚତନ୍ତ୍ରପ୍ରଭୃତି ନୀତିଶାସ୍ତ୍ରୋଦ୍ଧୃତ

ମିତ୍ରଲାଭ - ସୁହୁଭେଦ - ବିଗ୍ରହ - ସନ୍ଧ୍ୟବୟବାନ୍ୱିତ

ବିଷ୍ଣ ଶର୍ମକର୍ତ୍ତୃକ ସଂଗୃହୀତ

ହିତୋପଦେଶଃ ।

ଆଭାଷଃ

ଏହି ହିତୋପଦେଶ ଶ୍ରୁତ ହେଲେ ସଂସ୍କୃତ ବାକ୍ୟରେ ପଟୁତା ଏବଂ ସର୍ବତ୍ର ବାକ୍ୟର ବିଚିତ୍ରତା ମଧ୍ୟ ନୀତିବିଦ୍ୟା ପ୍ରଦାନ କରେ ।

ଅଜରାମରବତ୍ ପ୍ରାଜ୍ଞୋ ବିଦ୍ୟାମର୍ଥଂଚ ଚିନ୍ତୟେତ୍ ।

ଗୃହୀତ ଇବ କେଶେଷୁ ମୃତ୍ୟୁନା ଧର୍ମମାଚରେତ୍ ।

ପ୍ରାଜ୍ଞଲୋକ ଅଜର ଆଉ ଅମର ପ୍ରାୟ ହୋଇ ବିଦ୍ୟା ଓ ଅର୍ଥ ଚିନ୍ତା କରିବ, ଏବଂ ଯମ ଦ୍ୱାରା କେଶରେ ଗୃହୀତ ହେଲାପରି ଧର୍ମାଚରଣ କରିବ ।

ସର୍ବଦ୍ରବ୍ୟେଷୁ ବିଦ୍ୟୈବ ଦ୍ରବ୍ୟମାହୁରନୁତ୍ତମଂ ।

ଅହାର୍ଯ୍ୟତ୍ୱାଦନର୍ଘ୍ୟତ୍ୱାଦକ୍ଷୟତ୍ୱାଚ୍ଚ ସର୍ବଦା ।।

ସକଳ ଦ୍ରବ୍ୟ ମଧ୍ୟରେ ବିଦ୍ୟା କେବଳ ଅତି ଉତ୍ତମ ଦ୍ରବ୍ୟ ବୋଲି ପଣ୍ତିତମାନେ କ‌ହିଅଛନ୍ତି; ଯେହେତୁରୁ ବିଦ୍ୟାଋପ ଧନ‌କୁ ଚୋର ଅପ‌ହରଣ କରି ନ ପାରନ୍ତି, ଏବଂ ବିଦ୍ୟାର ମୂଲ୍ୟ ନାହିଁ, ଅଥଚ କଦାପି କ୍ଷୟ ହୁଏ ନାହିଁ ।

ସଙ୍ଗମୟତି ବିଦ୍ୟୈବ ନୀଚଗାପି ନରଂ ସରିତ୍ ।

ସମୁଦ୍ରମିବ ଦୁର୍ଦ୍ଧର୍ଷଂ ନୃପଂଭାଗ୍ୟମତଃପରଂ ।।
ଆଉ ଯେମନ୍ତ ନୀଚଗା ନ‌ଦୀ ମନୁଷ୍ୟକୁ ଦୁଷ୍‌ପ୍ରାପ୍ୟ ଯେ ସମୁଦ୍ର ତାକୁ ପ୍ରାପ୍ତ କରାଇ ଦିଏ, ସେହିପରି ବିଦ୍ୟା ଯେବେ ନୀଚ ଲୋକର ହୁଏ ତେବେ ତାକୁ ଦୁଷ୍‌ପ୍ରାପ୍ୟ ରାଜାକୁ ପ୍ରାପ୍ତ କରାଏ ଅଥଚ ରାଜାଙ୍କ ସଙ୍ଗେ ମେଳନ ହେତୁରୁ ଉତ୍କଷ୍ଟ ଭାଗ୍ୟକୁସୁଦ୍ଧା ପ୍ରାପ୍ତ କରାଏ ।

ବିଦ୍ୟାଦ‌ଦାତି ବିନୟଂ ବିନୟାଦ୍‌ଜାତି ପାତ୍ରତାଂ ।

ପାତ୍ରତ୍ୱାଦ୍ଧନମାପ୍ନୋତି ଧନାଦ୍ଧର୍ମଂ ତ‌ତଃ ସୁଖଂ ।

ବିଦ୍ୟାରୁ ବିନୟ ଜନ୍ମେ, ବିନୟରେ ଯୋଗ୍ୟତା ହୁଏ, ଯୋଗ୍ୟତା ହେତୁରୁ ଧନ ମିଳେ, ଧନ ହେତୁରୁ ଧର୍ମ‌ପ୍ରାପ୍ତି ହୁଏ, ଧର୍ମରୁ ସୁଖ ମିଳେ ।

ବିଦ୍ୟା ଶସ୍ତ୍ରଞ୍ଚ ଶାସ୍ତ୍ରଞ୍ଚ ଦ୍ୱେ ବିଦ୍ୟେ ପ୍ରତିପତ୍ତୟେ ।

ଆଦ୍ୟା ହାସ୍ୟାୟ ବୃଦ୍ଧତ୍ୱେ ଦ୍ୱିତୀୟାଦ୍ରିୟତେ ସଦା ।

ଆଉ ଶସ୍ତ୍ର ବିଦ୍ୟା, ଶାସ୍ତ୍ର ବିଦ୍ୟା ଏ ଦୁଇ ବିଦ୍ୟା ପ୍ରତିପତ୍ତି ନିମନ୍ତେ ହୁଏ; ମାତ୍ର ବୃଦ୍ଧାବସ୍ଥାରେ ଶସ୍ତ୍ର ବିଦ୍ୟା ହାସ୍ୟ ଜନ‌କ, ଶାସ୍ତ୍ର ବିଦ୍ୟା ସର୍ବକାଳରେ ଆଦରଣୀୟ ହୁଏ ।

ଯନ୍ମ‌ବେ ଭାଜନେ ଲଗ୍ନଃ ସଂସ୍କାରୋ ନାନ୍ୟଥା ଭବେତ୍ ।

କଥାଚ୍ଛଳେନ ବାଳାନାଂ ନୀତିସ୍ତଦିହ କଥ୍ୟତେ ।।

ଅଥଚ ନୂତନ ପାତ୍ରରେ ଯେଉଂ ଚିହ୍ନ ସଂଲଗ୍ନ ହୁଏ ତ‌ହିଁର ଅନ୍ୟଥା ହୁଏ ନାହିଁ, ସେ ହେତୁରୁ କଥାଛଳରେ ବାଳକମାନଙ୍କୁ ଏଗ୍ରନ୍ଥ ଦ୍ୱାରା ନୀତିଶୀକ୍ଷା କରାଯାଉଅଛି । ମିତ୍ରଲାଭ, ସୁହୃଭେଦ, ବିଗ୍ରହ, ସନ୍ଧି, ଏହି ଚାରି ଭାଗରେ ବିଭକ୍ତ ଏ ନୀତିଶାସ୍ତ୍ର ପଞ୍ଚତନ୍ତ୍ର ଓ ଅନ୍ୟଗ୍ରନ୍ଥମାନଙ୍କରୁ ସଂଗୃହୀତ ହୋଇ ଲେଖା ଯାଉଅଛି ।

ଭାଗୀରଥୀତୀରରେ ପାଟଳିପୁତ୍ର ନାମରେ ଏକ ନ‌ଗର ଅଛି, ସେଠାରେ ସକଳ ରାଜଗୁଣବିଶିଷ୍ଟ ସୁଦର୍ଶନନାମକ ରାଜା ଥିଲେ । ସେ ରାଜା ଏକ ସମୟରେ କାହାରି ଦ୍ୱାରା ପାଠ୍ୟମାନ ଶ୍ଳୋକଦ୍ୱୟ ଶ୍ରବଣ କଲେ; ଯଥା ।

ଅନେକସଂଶୟୋଚ୍ଛେଦି ପରୋକ୍ଷାର୍ଥସ୍ୟ ଦର୍ଶକଂ ।

ସର୍ବସ୍ୟ ଲୋଚନଂ ଶାସ୍ତ୍ରଂ ଯସ୍ୟ ନାସ୍ତ୍ୟନ୍ଧ ଏବସଃ ।

ଯୌବନଂ ଧନସମ୍ପତ୍ତିଃ ପ୍ରଭୁତ୍ୱମ‌ବିବେକତା ।

ଏକୈକମସ୍ୟନର୍ଥାୟ କିମୁତ‌ତ୍ର ଚତୁଷ୍ଟୟଂ । ଏଥିର ଅର୍ଥ ଏହି, ଅନେକ ସନ୍ଦେହର ନାଶକ ଏବଂ ଅପ୍ରତ୍ୟକ୍ଷ ବିଷୟ ଦର୍ଶକ ଏମନ୍ତ ଯେ ଶାସ୍ତ୍ର ସେ ସମସ୍ତଙ୍କର ଚକ୍ଷୁ, ତାହା ଯାହାର ନାହିଂ ସେ ଅନ୍ଧ । ପୁନଶ୍ଚ ଯୌବନ, ଧନସମ୍ପତ୍ତିଃ ପ୍ରଭୁତ୍ୱ, ଅବିବେକତା ଏହିଚତୁଷ୍ଟୟ ପ୍ରତ୍ୟେକରେ ଅନର୍ଥଜନ‌କ ହୁଏ, ତେବେ ଯେଉଁଠାରେ ଏ ଚତୁଷ୍ଟୟ ମିଳି କରି ଥାନ୍ତି ସେଠାରେ କି ନୋହିବ ?

ଇହା ଶୁଣି ସେ ରାଜା ଅଜ୍ଞାତଶାସ୍ତ୍ର ଏବଂ ସର୍ବଦା ବିପଥଗାମି ଆପଣା ପୁତ୍ରମାନଙ୍କୁ ଶାସ୍ତ୍ର ପଢ଼ାଇବା ସକାଶେ ଉଦ୍‌ବିଗ୍ନ‌ଚିତ୍ତ‌ହୋଇ ଏପ୍ରକାର ଚିନ୍ତା କଲେ ।

କୋର୍ଥଃ ପୁତ୍ରେଣ ଜାତେକ ଯୋନ ବିଦ୍ୱାନ୍ନ ଧାର୍ମିକଃ । କାଣେନ ଚକ୍ଷୁଷା କିମ୍ବା ଚକ୍ଷୁଃ ପୀଡୈବ କେବଳଂ ।

ଯେଉଁ ପୁତ୍ର ପଣ୍ତିତ ଓ ଧାର୍ମିକ ନୁହେ ସେ ପୁତ୍ର ଦ୍ୱାରା କି ଫଳ ? କାଣେ ଚକ୍ଷୁ କେବଳ ପୀଡ଼ାର କାରଣ ହୁଏ ।

ଅଜାତ ମୃତ ମୂର୍ଖାଣାଂ ବରମାଦ୍ୟୌ ନ ଚାନ୍ତିମଃ । ସକୃଦ୍ଦୁଃଖକରାବାଦ୍ୟାବନ୍ତିମସ୍ତୁ ପଦେ ପଦେ ।

ପୁନଶ୍ଚ ଅଜାତ, ମୃତ ଓ ମୂର୍ଖ ଏମାନଙ୍କ ମଧ୍ୟରେ ଆଦ୍ୟ ଦ୍ୱୟ ଭଲ, ଅନ୍ତିମ ଭଲ ନୁହେ; ଯେହେତୁଋ ଆଦ୍ୟଦ୍ୱୟ ଥରେ ମାତ୍ର ଦୁଃଖଦାୟକ ହୁଏ, ଅନ୍ତିମ ଅନୁକ୍ଷଣେ ଦୁଃଖଦାୟକ ହୁଏ । ବିଷ୍ଣୁଶର୍ମକର୍ତ୍ତୃକ ହିତୋପଦେଶ

ଗୁଣିଗଣ‌ଗଣନାରମ୍ଭେ ନ ପତ‌ତି କଠିନୀ ସସମ୍ଭ୍ର ମାଦ୍‌ଯସ୍ୟ । ତେନାମ୍ବା ଯଦି ସୂତିନୀ ବଦ ବନ୍ଧ୍ୟା କୀଦୃଶୀଭବତି ।।

ଗୁଣିସମୂହର ଗଣନାରମ୍ଭବେଳେ ସମ୍ଭ୍ରମରେ ଯାହା ନାମରେ ଖଡ଼ି ନ ପଡ଼େ ସେ ପୁତ୍ର ଦ୍ୱାରା ମାତା ଯେବେ ପୁତ୍ରବତୀ ହୁଏ, ତେବେ କ‌ହ, ବନ୍ଧ୍ୟା କେମନ୍ତ ହୁଏ ?

ଦାନେ ତପସି ଶୌର୍ଯେ ଚ ଯସ୍ୟ ନ ପ୍ରଥିତଂ ଯଶଃ । ବିଦ୍ୟାୟାମର୍ଥଲାଭେ ଚ ମାତୁଋଚ୍ଚାର ଏ ବସଃ ।।

ଦାନ, ତପସ୍ୟା, ଶୌର୍ଯ, ବିଦ୍ୟା ଏବଂ ଧନାର୍ଜନରେ ଯାହାର ଉତ୍ତମ‌ଋପେ ଯଶ ନ ହୁଏ ସେ ପୁତ୍ର ପୁତ୍ର ନୁହେ, କିନ୍ତୁ ମାତାର ପୁରୀଷମାତ୍ର ଅଟେ ।

ବରମେକୋ ଗୁଣୀ ପୁତ୍ରୋ ନ ଚ ମୂର୍ଖଶତୈରପି । ଏକଶ୍ଚନ୍ଦ୍ରସ୍ତମୋହନ୍ତି ନ ଚ ତାରା ଗଣୈରପି ।।

ଗୁଣବାନ ଏକ ପୁତ୍ର ଭଲ, ତ‌ଥାପି ଶତ ଶତ ମୂର୍ଖ ପୁତ୍ର କିଛି ନୁହନ୍ତି; ଯେମନ୍ତ ଏକ ଚନ୍ଦ୍ର ଅନ୍ଧକାର ନଷ୍ଟ କରେ, ମାତ୍ର ତାରାସମୂହ କିଛି କରି ନ ପାରନ୍ତି । ଏବଂ କୌଣସି ପୁଣ୍ୟତୀର୍ଥରେ ଅତିଦୁଷ୍କର ତପସ୍ୟା ଯେ କରି ଥାଏ, ତାହାର ପୁତ୍ର ବଣ୍ୟ, ଧନବାନ୍, ଧାର୍ମିକ ଓ ପଣ୍ତିତ ହୁଏ । ତାହା ପଣ୍ତିତମାନେ କ‌ହି ଅଛନ୍ତି ଯଥା ।

ଅର୍ଥାଗମୋ ନିତ୍ୟମରୋଗିତା ଚ, ପ୍ରିୟାଚ ଭାର୍ଯ୍ୟା ପ୍ରିୟବାଦିନୀ ଚ । ବଶ୍ୟଶ୍ଚ ପୁତ୍ରୋର୍ଥକରୀ ଚ ବିଦ୍ୟା, ଷଡ଼୍‌ଜୀବ ଲୋକସ୍ୟ ସୁଖାନି ରାଜନ୍ ।

ପ୍ରତିଦିନ ଅର୍ଥର ଆଗମନ, ଅରୋଗିତା, ପ୍ରିୟବାଦିନୀ ପ୍ରିୟା ଭାର୍ଯ୍ୟା, ବଶ୍ୟ ପୁତ୍ର, ଅର୍ଥକାରୀ ବିଦ୍ୟା ଏହି ଛ ସଂସାରରେ ସୁଖଦାୟକ ହୁଏ । ଆଉ ଗୋଲା ଘର ପୂରଣାର୍ଥେ ଯେଉଁ ଆଢ଼ି, ତ‌ତ୍ତୁଲ୍ୟ ଅନେକ ପୁତ୍ରରେ କିଏ ଧନ୍ୟ ହୁଏ? କିନ୍ତୁ କୌଳିକ ଧର୍ମାବଲମ୍ବୀ ଏକ ପୁତ୍ରସୁଦ୍ଧା ଭଲ, ଯାହା ଦ୍ୱାରା ପିତା ବିଖ୍ୟାତ ହୁଏ ।

ବର୍ତ୍ତମାନ ଆମ୍ଭର ଏହି ପୁତ୍ରମାନଙ୍କୁ ଗୁଣବନ୍ତ କରାଇବ ଉଚିତ, ଯେହେତୁଋ,
ଆହାରନିଦ୍ରାଭୟମୈଥୁନଂଚ,

ସାମାନ୍ୟମେତ‌ତ୍ ପଶୁଭିର୍ନରାଣାଂ ।

ଧର୍ମୋହିତେଷା ମଧିକୋ ବିଶେଷୋ,

ଧର୍ମେଣ ହୀନାଃ ପଶୁଭିଃ ସମାନାଃ ।

ଆହାର, ନିଦ୍ରା, ଭୟ, ମୈଥୁନ ଏହି ସକଳ ବ୍ୟବ‌ହାର ପଶୁମାନଙ୍କର ଯାଦୃଶ, ମନୁଷ୍ୟମାନଙ୍କରସୁଦ୍ଧା ତାଦୃଶ ହୁଐ; କିନ୍ତୁ ପଶୁମାନଙ୍କଠାରୁ ମନୁଷ୍ୟଙ୍କର ଅଧିକ ଧର୍ମ, ଏହି ବିଶେଷ । ଅତଏବ,

ଧର୍ମାର୍ଥକାମମୋକ୍ଷାଣାଂ ଯସ୍ୟୈକୋପି ନ ବିଦ୍ୟତେ,
ଅଜାଗଳସ୍ତନସ୍ୟେବ ତସ୍ୟ ଜନ୍ମ ନିରର୍ଥକଂ ।

ଧର୍ମହୀନ ମନୁଷ୍ୟମାନେ ପଶୁ ସମାନ; ଯେହେତୁରୁ ଧର୍ମ, ଅର୍ଥ, କାମ, ମୋକ୍ଷ ଏ ଚାରି ମଧ୍ୟରୁ ଯାହାର ଗୋଟିଏସୁଦ୍ଧା ନାହିଁ ତାହା ଜନ୍ମ ଛାଗଳ ଗଳଦେଶସ୍ଥିତ ସ୍ତନପରି ନିରର୍ଥକ ଅଟେ ।

ଆୟୁଃ କର୍ମ ଚ ବିତ୍ତଂଚ ବିଦ୍ୟା ନିଧନ ମେବଚ ।
ପଞ୍ଚୈତାନ୍ୟପି ସୃଜ୍ୟନ୍ତେ ଗର୍ଭସ୍ଥସୈବ ଦେହିନଃ ।


ଆୟୁ, କର୍ମ, ଧନ, ବିଦ୍ୟା, ମରଣ ଏହି ପାଞ୍ଚ ଜୀବର ଗର୍ଭବାସ ଅବସ୍ଥାରେ ସର୍ଜନା ହୁଏ ।

ଅବଶ୍ୟଂ ଭାବିନୋ ଭାବା ଭବନ୍ତି ମହତାମ‌ପି ।
ନ‌ଗ୍ନତ୍ୱଂ ନୀଳକଣ୍ଠସ୍ୟ ମହାହିଶୟନଂ ହରେଃ ।।

ଅବଶ୍ୟଭାବି ପଦାର୍ଥ ସକଳ ବଡ଼ ଲୋକଙ୍କରସୁଦ୍ଧା ହୁଅନ୍ତି; ଦେଖ, ମହାଦେବଙ୍କର ନ‌ଗ୍ନତ୍ୱ, ଏବଂ ହରିଙ୍କର ମହାସର୍ପଶ‌ଯ୍ୟା ହୋଇଅଛି ।

ଯଦଭାବି ନ ତଦ୍ଭାବି ଭାବି ଚେନ୍ନତଦ ନ୍ୟଥା ।
ଇତି ଚିନ୍ତାବିଷଘ୍ନୋୟମଗଦଃ କିଂ ନ ପୀୟତେ ।।

ଯେ ହେବାର ଉପ‌ଯୁକ୍ତ ନୁହେ ସେ ହୋଇ ନ ପାରେ, ଯେ ହେବାର ଉପ‌ଯୁକ୍ତ ତାହାର ଅନ୍ୟଥା ହୋଇ ନ ପାରେ, ଏହି ଚିନ୍ତାରୁପବିଷନାଶକ ଔଷଧକୁ ଲୋକେ କି ହେତୁରୁ ପାନ ନ କରନ୍ତି ?

କୌଣସି କାର୍ଯ୍ୟାକ୍ଷମ ଲୋକମାନଙ୍କର ଏ ଆଳସ୍ୟ ବଚନ; କାରଣ କି,

ଯଥା ହ୍ୟେକେନ ଚକ୍ରେଣ ନ ରଥସ୍ୟ ଗତି ର୍ଭବେତ୍ ।
ଏବଂ ପୁରୁଷକାରେଣ ବିନା ଦୈବଂ ନ ସିଧ୍ୟତି ।।
ଯେମନ୍ତ ଏକ ଚକ୍ରରେ ରଥର ଗତି ହୁଏ ନାହିଁ, ସେହିରୁପ ପୁରୁଷାର୍ଥ ବ୍ୟତିରେକେ ଦୈବ ସିଦ୍ଧ ହୁଏ ନାହିଁ ।
ପୂର୍ବଜନ୍ମକୃତଂ କର୍ମ ତଦ୍ଦୈବମିତି କଥ୍ୟତେ ।
ତସ୍ମାତ୍ପୁରୁଷକାରେଣ ଯତ୍ନଂ କୁର୍ଯାଦତନ୍ଦ୍ରିତଃ ।।

ପୂର୍ବ ଜନ୍ମ କୃତକର୍ମକୁ ଦୈବ କୁହାଯାଏ; ସେହି ହେତୁରୁ ନିରାଳସ୍ୟ ହୋଇ ପୁରୁଷାର୍ଥରେ ଯତ୍ନ କରିବ ।

ଉଦ୍‌ଯୋଗିନଂ ପୁଋଷସିଂହମୁପୈତି ଲକ୍ଷ୍ମୀ ।

ଦୈବେନ ଦେୟମିତି କାପୁଋଷା ବଦନ୍ତି ।

ଦୈବଂ ନିହତ୍ୟ କୁଋପୌଋଷମାତ୍ମଶକ୍ତ୍ୟା ।

ଯତ୍ନେ କୃତେ ଯଦି ନ ସିଧ୍ୟତି କୋତ୍ର ଦୋଷଃ ।।

ଉଦ୍‌ଯୋଗି ପୁଋଷସିଂହକୁ ଲକ୍ଷ୍ମୀ ମିଳନ୍ତି ; ଅଦୃଷ୍ଟ ହେତୁଋ ହୁଏ, ଇହା କାପୁଋଷମାନେ ବୋଲନ୍ତି । ଅତଏବ ଅଦୃଷ୍ଟକୁ ଅନାଦର କରି ଆପଣା ଶକ୍ତ୍ୟନୁସାରେ ପୁରୁଷାର୍ଥ ପ୍ରକାଶ କର; ଯତ୍ନ କଲେ ଯେବେ କାର୍ଯ୍ୟସିଦ୍ଧି ନ ହୁଏ, ତେବେ କି ଦୋଷ ?

ଯଥା ମୃତ୍ପିଣ୍ତ‌ତଃ କର୍ତ୍ତା କୁଋତେ ଯଦ‌୍‌ଯଦିଛତି ।
ଏବମାତ୍ମକୃତଂ କର୍ମ ମାନବଃ ପ୍ରତିପଦ୍ୟତେ ।

ଯେମନ୍ତ କୁଲାଳ ଘଟଣରାବାଦି ଯାହା ଯାହା ଇଚ୍ଛ କରେ ତାହା ଏକ ମୃତ୍ପିଣ୍ତ‌ଋ ନିର୍ମାଣ କରେ, ତେମନ୍ତ ମନୁଷ୍ୟ ଆପଣା କୃତକର୍ମରୁ ନାନା ଫଳପାଏ ।

କାକତାଳୀୟବତ୍ପ୍ରାପ୍ତଂ ଦୃଷ୍ଟ୍ୱାପି ନିଧିମଗ୍ରତଃ ।
ନସୂୟଂ ଦେବମାଦତ୍ତେ ପୁଋଷାର୍ଥ ମ‌ପେକ୍ଷତେ ।

ସମ୍ମଖରେ କାକତାଳୀୟନ୍ୟାୟ ଅକସ୍ମାତ ପ୍ରାପ୍ତନିଧିକୁ ଦେଖିଲେ ସୁଦ୍ଧା ଦୈବ ଆପେ ଆଣି ଦିଏ ନାହିଁ , କିନ୍ତୁ ପୁଋଷାର୍ଥ ଅପେକ୍ଷା କରେ; ଯେହେତୁଋ

ଉଦ୍ୟମେନ ହି ସିଧ୍ୟନ୍ତି କାର୍ଯାଣି ନ ମନୋରଥୈଃ ।
ନ‌ହି ସୁପ୍ତସ୍ୟ ସିଂହସ୍ୟ ପ୍ରବିଣନ୍ତି ମୁଖେ ମୃଗାଃ ।।

ଉଦ୍‌ଯୋଗରେ ସବୁ କାର୍ଯ୍ୟ ସିଦ୍ଧ ହୁଏ, ମନୋରଥମାତ୍ରରେ ହୁଏ ନାହିଁ; କାହିଁକି ନା, ସୁପ୍ତସିଂହ ମୁଖରେ ମୃଗମାନେ ଆପେ ଆସି ପ୍ରବେଶ କରନ୍ତି ନାହିଁ । ମାତା ଶତ୍ରୁଃ ପିତା ବୈରୀ ଯେନ ବାଳୋ ନ ପାଠିତଃ । ନ ଶୋଭତେ ସଭାମଧ୍ୟେ ହଂସମଧ୍ୟେ ବକୋ ଯଥା ।

ଯେଉଁ ପିତା ମାତା ବାଳକ‌କୁ ପାଠ ନ ପଢ଼ାନ୍ତି ସେ ପିତା ମାତା ଶତ୍ରୁ; ସେ ବାଳକ ସଭାମଧ୍ୟରେ ଶୋଭା ପାଏ ନାହିଁ, ଯେମନ୍ତ ହଂସମଧ୍ୟରେ ବକ ।

ଋପ‌ଯୌନବସମ୍ପନ୍ନା ବିଶାଳକୁଳସମ୍ଭବାଃ । ବିଦ୍ୟାହୀନା ନ ଶୋଭନ୍ତେ ନିର୍ଗନ୍ଧା ଇବ କିଂଶୂକାଃ ।।

ଋପ ଓ ଯୌବନରେ ସମ୍ପନ୍ନ ଏବଂ ସତ୍କଳପ୍ରସୂତ ଯେଉଁମାନେ ସେମାନେସୂଦ୍ଧା ବିଦ୍ୟାହୀନ ହେଲେ ଶୋଭା ପାନ୍ତି ନାହିଁ, ଯେମନ୍ତ ଗନ୍ଧହୀନ ପଲାଶପୁଷ୍ପ ।

ଇହା ଚିନ୍ତା କରି ସେ ରାଜା ପଣ୍ତିତସଭା କରାଇଲେ । ଅନନ୍ତର ରାଜା କ‌ହିଲେ, ହେ ପଣ୍ତିତଗଣ, ଆପଣମାନେ ଆମ୍ଭ କଥା ଶ୍ରବଣ କରିବା ହେଉନ୍ତୁ ; ନିତ୍ୟ ବିପଥଗାମି ଓ ଅବିଦିତଶାସ୍ତ୍ର ଯେ ଆମ୍ଭ ପୁତ୍ରମାନେ ସେମାନଙ୍କୁ ବର୍ତ୍ତମାନ ନୀତି ଶାସ୍ତ୍ରୋପଦେଶ ଦ୍ୱାରା ପୁନର୍ଜନ୍ମ କରାଇବାକୁ ସମର୍ଥ ହେବେ, ଏମ‌ନ୍ତ ପଣ୍ତିତ କେହି ଅଛନ୍ତି ? ଯେହେତୁଋ ,

କାଚଃ କାଞ୍ଚନସଂସର୍ଗାଦ୍ଧତ୍ତେ ମାରକତୀଂ ଦ୍ଧୁତିଂ । ତ‌ଥା ସତ୍ସନ୍ନିଧାନେନ ମୂର୍ଖୋ ଯାତି ପ୍ରବୀଣତାଂ ।।

କାଞ୍ଚନ ସଂସର୍ଗରେ କାଚ ଯେମନ୍ତ ମରକତ ମଣିର ଦୀପ୍ତି ଧାରଣ କରେ, ତେମନ୍ତ ପଣ୍ତିତ ସନ୍ନିଧାନରେ ମୂର୍ଖସୁଦ୍ଧା ପ୍ରବୀଣତା ପ୍ରାପ୍ତ ହୁଏ ।

ହୀୟତେ ହି ମତିସ୍ତାତ ହୀନୈଃ ସ‌ହ ସମାଗମାତ୍ । ସମୈଶ୍ଚ ସମତାମେତି ବିଶିଷ୍ଟୈଣ୍ଚବିଶିଷ୍ଟତାଂ ।।

ହୀନ ଲୋକଙ୍କ ସଙ୍ଗ କଲେ ମତି ହୀନହୁଏ, ଏବଂ ସ୍ୱସମାନ ଲୋକଙ୍କ ସ‌ହବାସରେ ମତି ସମତାକୁ ପ୍ରାପ୍ତ ହୁଏ, ଅଥଚ ଉତ୍ତମ ଲୋକଙ୍କ ସଙ୍ଗର ମତି ଉତ୍ତମ ହୁଏ ।

ଏଥି ମଧ୍ୟରେ ବୃହସ୍ପତିତୁଲ୍ୟ ସକଳ ନୀତିଶାସ୍ତ୍ରର ଯଥାର୍ଥଜ୍ଞତା ବିଷ୍ଣଶର୍ମ ନାମରେ ଜଣେ ପଣ୍ତିତ କ‌ହିଲେ, ହେ ମହାରାଜ, ଏହି ରାଜପୁତ୍ରମାନେ ସତ୍କଳପ୍ରସୂତ ଅଟନ୍ତି, ଏହେତୁଋ ଆମ୍ଭେ ସେମାନଙ୍କୁ ନୀତିଶାସ୍ତ୍ର ଗ୍ରହଣ କରାଇ ପାଋଁ; ଯେହେତୁଋ,

ନା ଦ୍ରବ୍ୟେ ନିହିତା କାଚିତ୍କ୍ରିୟା ଫଳବତୀ ଭବେତ୍ । ନ ବ୍ୟାପାରଣତେନାପି ଶୂକବତ୍ପାଠ୍ୟତେ ବକଃ ।। ବିଷ୍ଣଶର୍ମାକର୍ତ୍ତୃକ ହିତୋପଦେଶ

କୌବସି କ୍ରିୟା ଅସ୍ଥାନପତିତ ହେଲେ ଫଳବତୀ ହୁଏ ନାହିଁ, ଯେମନ୍ତ ନାନା ପ୍ରକାର ଯତ୍ନ ହେଲେହେଁ ବକ ଶୁକପକ୍ଷି ପରି କଦାପି ପଢ଼େ ନାହିଁ ।

ଅସ୍ମିଂସ୍ତୁ ନିର୍ଗୁଣଂ ଗୋତ୍ରେ ନାପତ୍ୟ ମୁପଜାୟତେ । ଆକରେ ପଦ୍ମରାଗାଣାଂ ଜନ୍ମ କାଚମଣେଃ କୁତଃ ।।

ପୁନଶ୍ଚ ଏ ଗୋତ୍ରରେ ନିର୍ଗୁଣ ସନ୍ତାନ ଜନ୍ମେ ନାହିଁ; ଯେହେତୁଋ ପଦ୍ମରାଗମଣି ଆକରରେ କାଚମଣିର ଜନ୍ମ କେଉଁଠାରେ ? ଅତଏବ ଆମ୍ଭେ ଛ ମାସ ମଧ୍ୟରେ ଆପଣଙ୍କ ପୁତ୍ରମାନଙ୍କୁ ନୀତିଶାସ୍ତ୍ରଜ୍ଞ କରିବା ।

ରଜା ପୁନର୍ବାର ବିନୟକରି କ‌ହିଲେ, କୀଟୋପି ସୁମନଃସଙ୍ଗାଦାରୋହତି ସତାଂ ଶିରଃ । ଅଶ୍ମାପି ଯାତି ଦେବତ୍ୱଂ ମହଦ୍ଭିଃସୁପ୍ରତିଷ୍ଠିତଃ ।।

ପୁଷ୍ପସ‌ହବାସରେ କୀଟସୁଦ୍ଧା ସାଧୁ ଲୋକଙ୍କ ମସ୍ତକରେ ଆରୋହଣ କରେ, ମହତ୍ ଲୋକଙ୍କ ଦ୍ୱାରା ସୁପ୍ରତିଷ୍ଠିତ ହେଲେ ପ୍ରସ୍ତରମଧ୍ୟ ଦେବତା ହୁଏ ।

ଯଥୋଦୟଗିରୌ ଦ୍ରବ୍ୟଂ ସନ୍ନିକର୍ଷେଣ ଦୀପ୍ୟତେ । ତ‌ଥା ଯତ୍ସନ୍ନିଧାନେନ ହୀନବର୍ଣ୍ଣୋପି ଦୀପ୍ୟତେ ।

ଯେମନ୍ତ ଉଦୟାଚଳସ୍ଥ ଦ୍ରବ୍ୟ ସୂର୍ଯ୍ୟ ସନ୍ନିଧାନରେ ଦୀପ୍ତି ପାଏ, ତେମନ୍ତ ସତ୍ସନ୍ନିଧାନରେ ହୀନବର୍ଣ୍ଣ ହେଲେହେଁ ଦୀପ୍ତ ହୁଏ । ଆମ୍ଭର ଏହି ପୁତ୍ରଙ୍କୁ ନୀତିଶାସ୍ତ୍ରୋପଦେଶ ନିମନ୍ତେ ଆପଣ ପ୍ରମାଣ ହେଉନ୍ତୁ । ଇହା କ‌ହି ସେହିଁ ବିଷ୍ଣଶର୍ମାଙ୍କର ବ‌ହୁସମାନପୂର୍ବକ ପୁତ୍ରମାନଙ୍କୁ ତାଙ୍କ ନିକଟରେ ସମର୍ପଣ କଲେ ।

ଅନନ୍ତର ପ୍ରାସାଦ ଉପରେ ସୁଖୋପବିଷ୍ଟ ରାଜପୁତ୍ରମାନଙ୍କ ସମ୍ମଖରେ ପ୍ରସ୍ତାବକ୍ରମରେ ସେହି ପଣ୍ତିତ କ‌ହିଲେ, ହେ ରାଜପୁତ୍ରମାନେ ଶ୍ରବଣ କର ।

କାବ୍ୟଶାସ୍ତ୍ର ଆମୋଦରେ ଜ୍ଞାନିମାନଙ୍କର କାଳାଯାପନ ହୁଏ; ବ୍ୟସନ ଅର୍ଥାତ୍ ସ୍ତ୍ରୀ, ଦ୍ୟୂତ, ପାନ, ବୃଥାପ୍ରର୍ଯ୍ୟଟନ, ମୃଗୟା, ଦିବସ ନିଦ୍ରା ଓ କଳହ ଇତ୍ୟାଦିରେ ମୂର୍ଖମାନଙ୍କର କାଳ‌ଯାପନ ହୁଏ । ଅତଏବ ତୁମ୍ଭମାନଙ୍କ ଆମୋଦ ନିମନ୍ତେ କାକ‌କୂର୍ମାଦିର ବିଚିତ୍ର କଥା କ‌ହିବା । ରାଜପୁତ୍ରମାନେ କ‌ହିଲେ, ବୋଲିବା ହେଉ । ବିଷ୍ଣଶର୍ମା କ‌ହୁଅଛନ୍ତି, ରାଜପୁତ୍ରମାନେ ଶ୍ରବଣ କର । ୩ । ସୀତାଙ୍କ ବିଚରଣ

୧ - ଭାଗ

ସୀତା ମିଥିଳାଧିପତି ଜନ‌କ ରାଜର୍ଷିଙ୍କ କୁମାରୀ ଥିଲେ । ବାଲ୍ମୀକି ମୂନି ଲେଖିଅଛନ୍ତି ଯେ ଜନ‌କ ରାଜା ପୁତ୍ର କାମନାରେ ଯଜ୍ଞ ଭୂମି ଖୋଳୁଥିଲେ, ଏଥିମଧ୍ୟରେ ଲାଙ୍ଗଳ ଫାଳରେ ଗୋଟାଏ ଅଣ୍ତ ବାହାରିଲା । ରାଜା ସେଥି ମଧ୍ୟରୁ ଗୋଟିଏ କନ୍ୟା ପ୍ରାପ୍ତ ହୋଇ ତାହାର ନାମ ସୀତା ଦେଇ ଦୁହିତାର ନ୍ୟାୟ ପ୍ରତିପାଳନ କଲେ ପୁଣି ବିଦ୍ୟା ଶିକ୍ଷା କରାଇଲେ । ଏହି କନ୍ୟା ପରମ ଋପବତୀ ଥିଲେ ପୁଣି କ୍ରମରେ ଗୁଣବତୀସୁଦ୍ଧା ହେଲେ । ତବ୍ଦାଦ ସୀତାଙ୍କର ବିବାହ ସମୟ ହେବାଋ ଜନ‌କ ରାଜା ଆପଣା ମନରେ ଏହି ସ୍ଥିର କଲେ, ଯେ ସର୍ବଗୁଣାନ୍ୱିତ ରାଜକୁମାର ମହାଦେବଙ୍କ ଧନୁର୍ଭଙ୍ଗ କରିବେ ତାଙ୍କୁ ଆମ୍ଭେ ଏହି କନ୍ୟା ସମ୍ପ୍ରଦାନ କରିବା । ଏହିଋପେ ପ୍ରତିଜ୍ଞା କରି ସେ ଦେଶଦେଶାନ୍ତରକୁ ଏହି ସମ୍ବାଦ ପଠାଇଲେ, ଯାହାର ସୀତାଙ୍କୁ ବିବାହ ହେବା ପାଇଁ ଇଚ୍ଛା ଥିବ ସେ ଆସି ଧନୁକୁ ଭଙ୍ଗ କରନ୍ତୁ । ଏହି ସମ୍ବାଦରେ କନ୍ୟା ରତ୍ନ ଲାଭ ଆକାଂକ୍ଷା କରି ଅନେକ ଅନେକ ରାଜପୁତ୍ର ମିଥିଳା ନ‌ଗରକୁ ଆଗମନ କଲେ; ମାତ୍ର ଧନୁକୁ ଭଙ୍ଗ କରି ନ ପାରି ସୀତାଙ୍କ ଆଶାରେ ନିରାଶ ହୋଇ ପ୍ରସ୍ଥାନ କଲେ ।

ଏହି ସମୟରେ କ୍ଷତ୍ରିୟବଂଶୀୟ ରାଜା ଦଶରଥ ଅଯୋଧ୍ୟାଧିପତି ଥିଲେ । ତାଙ୍କର ସାତ ଶ ମାହାଦେଈ ଥିଲେ ମାତ୍ର କାହାରିସୁଦ୍ଧା ସନ୍ତାନାଦି ହୋଇ ନ ଥିଲା । ତବ୍ଦାଦ କୌଶଲ୍ୟା, କେକେୟୀ, ସୁମିତ୍ରା, ଏହି ତିନି ରାଣୀ ଏକାବେଳକେ ଗର୍ଭବତୀ ହେଲେ । କୌଶଲ୍ୟା ରାଣୀ ଙ୍କ ଗର୍ଭରୁ ରାମ, କେକେୟୀ ରାଣୀଙ୍କ ଗର୍ଭରୁ ଭରତ ଆଉ ସୁମିତ୍ରା ରାଣୀଙ୍କ ଗର୍ଭରୁ ଲକ୍ଷ୍ମଣ ଓ ଶତ୍ରୁଘ୍ନ ଯମଜ ପୁତ୍ର ଜନ୍ମିଲେ । ଏହି ଚାରି ପୁତ୍ର ଜନ୍ମିଲା ବାଦ ଜନଶ୍ରତି ହେଲା ଯେ, ସ୍ୱୟଂ ନାରାୟଣ ଅଂଶଚତୁଷ୍ଟୟରେ ଅବତୀର୍ଣ୍ଣ ହୋଇଅଛନ୍ତି । ତବ୍ଦାଦ ଏହି ଚାରି ଭ୍ରାତାଙ୍କର କିଞ୍ଚିବ୍ଦୟୋବୃଦ୍ଧି ହେଲାରୁ ସେମାନେ ବିଦ୍ୟାଭ୍ୟାସ କରିବାକୁ ଆରମ୍ଭ କଲେ, ଏବଂ ଅଳ୍ପକାଳ ଭିତରେ ଶାସ୍ତ୍ର ଓ ଶସ୍ତ୍ର ବିଦ୍ୟାରେ ଏପ୍ରକାର ସୁପଣ୍ତିତ ହେଲେ ଯେ, ସେ ସମୟରେ ତାଙ୍କ ସମାନ ପଣ୍ତିତ ବା ବୀର ପୃଥିବୀରେ କେହି ନ ଥିଲା । ଅଧିକନ୍ତୁ ଚାରି ଭ୍ରାତାଙ୍କର ଅତ୍ୟନ୍ତ ପ୍ରଣୟ ଜନ୍ମିଲା । ସେଇ ସମୟରେ ନରହିଂସକ ରାକ୍ଷସମାନଙ୍କର ଅତ୍ୟନ୍ତ ଦୌରାତ୍ମ୍ୟ ଥିଲା । ବିଶେଷତଃ ବ୍ରାହ୍ମଣ ପଣ୍ତିତମାନେ କୌଣସି ଯାଗ‌ଯଜ୍ଞ ବା ଧର୍ମକର୍ମ ଅନୁଷ୍ଠାନ କଲେ ସେମାନେ ଅସ୍ଥି ଓ ଶୋଣିତପ୍ରଭୃତି ପ୍ରକ୍ଷେପ କରି ତାହା ନଷ୍ଟ କ‌ଋଥିଲେ, ତ‌ହିଁରେ ବ୍ରାହ୍ମଣ ପଣ୍ତିତମାନେ ଅତ୍ୟନ୍ତ ବିରକ୍ତ ହୋଇ ଥିଲେ । ଏହି ଉପଦ୍ରବ ନିବାରଣ ନିମନ୍ତେ ବିଶ୍ୱାମିତ୍ର ମୁନି ରାଜା ଦଶରଥଙ୍କ ନିକଟକୁ ଯାଇ ଏହି ପ୍ରାର୍ଥନା କଲେ, ଯେବେ ନିଶାଚରମାନଙ୍କ ଦୌରାତ୍ମ୍ୟ ନିବାରଣ ନିମନ୍ତେ ଆପଣ ରାମ ଓ ଲକ୍ଷ୍ମଣଙ୍କୁ ଦେବେ ତେବେ ଆମ୍ଭେମାନେ ନିର୍ବିଘ୍ନରେ ଯଜ୍ଞ ସମାଧା କରି ପାରିବୁଁ । ରାଜା ଦଶରଥ ଯେବେ ତ‌ହିଁରେ ମନେ ମନେ ଅସମ୍ମତ ଥିଲେ, ତ‌ଥାପି ବ୍ରହ୍ମଶାପ ଆଶଙ୍କାରେ ଅନାୟତ୍ତ ହୋଇ ସମ୍ମତ ହେଲେ । ତବ୍ଦାଦ ବିଶ୍ୱାମିତ୍ର ମୁନି ରାମ ଓ ଲକ୍ଷ୍ମଣ ଦୁଇ ଭାଇଙ୍କୁ ସଙ୍ଗେ ଘେନି ଗଲେ, ଏବଂ ସେମାନ ତାଡ଼କାପ୍ରଭୃତି ଅନେକ ରାକ୍ଷସ ରାକ୍ଷସୀ ବଧ କଲେ, ସେଥିରେ ମୁନିଗଣ ସ୍ୱଚ୍ଛନ୍ଦରେ ଯଜ୍ଞ ସମାଧା କରି ରାମ ଲକ୍ଷ୍ମଣଙ୍କୁ ଅଶେଷ ପ୍ରକାରେ ଆଶୀର୍ବାଦ କଲେ ।

ଅନନ୍ତର ଯେତେବେଳେ ବିଶ୍ୱାମିତ୍ର ମୁନି ରାମ ଲକ୍ଷ୍ମଣଙ୍କୁ ଗୃହକୁ ପ୍ରତ୍ୟାଗତ କରୁଥିଲେ ତେତେବେଳେ ଜନ‌କ ରାଜାଙ୍କ ଧନୁର୍ଭଙ୍ଗର ପ୍ରତିଜ୍ଞା କଥା ଶ୍ରବଣ କରି ସେମାନେ ତ‌ଦୀୟ ରାଜ୍ୟକୁ ଗମନେଚ୍ଛ ହେଲେ । ତ‌ହିଁରେ ବିଶ୍ୱାମିତ୍ର ମୁନି ସେ ଦୁହିଙ୍କୁ ମିଥିଳା ନ‌ଗର ଜନ‌କ ରାଜାଙ୍କ ସମୀପକୁ ଘେନି ଗଲେ । ଜନ‌କ ରାଜା ନବ ଦୁର୍ବଦଳ-ଶ୍ୟାମ ରାମଚନ୍ଦ୍ରଙ୍କୁ ଦେଖି ଏବଂ ତାଙ୍କ ଗୁଣ ନୁବାଦ ଶୁଣିଲାଋ ଆହ୍ଲାଦିତ ହୋଇ ନିର୍ଜନ ସ୍ଥାନରେ ବିଶ୍ୱାମିତ୍ର ମୁନିଙ୍କୁ କ‌ହିଲେ, ଆମ୍ଭେ ଇହାଙ୍କୁ କନ୍ୟା ଦାନ କରିବା, ଏହି ଆମ୍ଭର ନିତାନ୍ତ ବାଞ୍ଛା, ମାତ୍ର ଧନୁର୍ଭଙ୍ଗ ନ କଲେ ପ୍ରତିଜ୍ଞା ଭଙ୍ଗର ଅପ‌ଯଶ ହେବ, ଏହି ମାତ୍ର ଆଶଙ୍କ ହୁଏ । ସୀତା ମଧ୍ୟ ତଦ୍‌ଗୁଣ ଶ୍ରବଣରେ ମୋହିତ ହୋଇ ଅନ୍ତଃପୁର‌ଋ ତାଙ୍କୁ ଦର୍ଶନ କଲେ ଏବଂ ଦର୍ଶନାବଧି ତାଙ୍କଠାରେ ଆପଣା ମନ ସମର୍ପଣ କଲେ । ମାତ୍ର ତାଙ୍କର କୋମଳ ଶରୀର, ସେ ଏହି ବିଷମ ଧନୁକ କିରୁପେ ଭାଙ୍ଗିବେ ଏହି କଥା ଭାବନା କଲେ । ମାତ୍ର ରାମ ଭଗ୍ନୋତ୍ସାହ ବା ଭୀତ ନ ହୋଇ ଅନେକ ଅନେକ ମହାବଳ ରାଜାମାନେ ଯେଉଁ ଧନୁକ ନତ କରିବାକୁ ସୁଦ୍ଧା ପାରି ନ ଥିଲେ, ସେହି ଧନୁକ ଅନାୟାସରେ ଭାଙ୍ଗିଲେ ।

ରାମ ଧନୁକୁ ଭଙ୍ଗ କଲା ବାଦ ଜନ‌କ ରାଜା ଅତ୍ୟନ୍ତ ଅହ୍ଲାଦିତ ହୋଇ ତାଙ୍କୁ କନ୍ୟା ପ୍ରଦାନ କରିବାକୁ ପ୍ରସ୍ତୁତ ହେଲେ । ମାତ୍ର ରାମ ପିତାଙ୍କ ଅନୁମତି ବିନା ବିବାହ କରିବାକୁ ସମ୍ମତ ନ ହୋଇ ପିତାଙ୍କୁ ଏହି ବୃତ୍ତାନ୍ତ ଜଣାଇ ଭରତ ଶତ୍ରୁଘ୍ନଙ୍କୁ ଅଣାଇବା ଲାଗି ଦୂତ ପ୍ରେରଣ କରିବା ନିମନ୍ତେ କ‌ହିଲେ । ଜ‌ନ‌କ ରାଜା ତଦନୁସାରେ ଅଯୋଧ୍ୟା ନ‌ଗରକୁ ଦୂତ ପଠାଇଲେ । ରାଜା ଦଶରଥ ଏହି ସମ୍ବାଦରେ ପରମାନନ୍ଦିତ ହୋଇ ଭରତ ଓ ଶତ୍ରୁଘ୍ନଙ୍କୁ ଘେନି ବ‌ହୁସମାରୋହ ପୂର୍ବକ ମିଥିଳା ନ‌ଗରକୁ ଗମନ କଲେ । ଜନ‌କ ରାଜା ଯଥୋଚିତ ସମାଦରପୂର୍ବକ ତାଙ୍କୁ ଅଭ୍ୟର୍ଥନା କରି ତବ୍ଦାଦ ଶୁଭ ଲଗ୍ନ ସ୍ଥିର କରି ସେ ରାମଚନ୍ଦ୍ରଙ୍କୁ ସୀତା ସମ୍ପ୍ରଦାନ କଲେ । ପରନ୍ତୁ ଉନ୍ମିଳା ନାମରେ ତାଙ୍କର ଆଉ ଏକ କନ୍ୟା ଥିଲା, ଲକ୍ଷ୍ମଣଙ୍କ ସ‌ହିତ ତାକୁ ବିବାହ କଲେ । ଏବଂ କୁଶଧ୍ୱଜ ନାମରେ ତାଙ୍କର ଏକ ଅନୁଜର ପରମ ସୁନ୍ଦରୀ ଦୁଇ କନ୍ୟା ଥିଲେ, ଭରତ ଓ ଶତ୍ରୁଘ୍ନଙ୍କୁ ସେହି ଦୁଇ କନ୍ୟା ଦାନ କଲେ । ଏହିଋପେ ଚାରି ପୁତ୍ରଙ୍କୁ ବିବାହ କରାଇ ରାଜା ଦଶରଥ ପୁତ୍ର ଓ ପୁତ୍ରବ‌ଧୂମାନଙ୍କୁ ଘେନି ସ୍ୱଦେଶକୁ ପ୍ରତ୍ୟାଗମ‌ନ କଲେ; ସେମାନଙ୍କ ଆସିବାରେ ଅଯୋଧ୍ୟା ନ‌ଗରରେ ମହା ଆନନ୍ଦୋତ୍ସବ ହେଲା ଏବଂ ରାଜା ଦଶରଥ ଅନେକ ପୁଣ୍ୟ ଓ ଦାନ ବିତରଣ କଲେ ।

ତଦନନ୍ତରେ ଭରତ ଶତ୍ରୁଘ୍ନ ସମ‌ଭିବ୍ୟାହାରରେ ହସ୍ତିନା ନ‌ଗରସ୍ଥ ମାତା ମହାଳୟକୁ ଗମନ କଲେ । ଏଥିରେ କିଛି କାଳ ଗତ ହେଲାଋ ରାଜା ଦଶରଥ ଆପଣାର ବୟୋଧିକ୍ୟ ହେତୁଋ ଆପଣାକୁ ରାଜ କର୍ମରେ ଅକ୍ଷମ ବିବେଚନା କରି ସୁହୃଦ-ରାଜଗଣ ଓ ପାତ୍ରମିତ୍ରମାନଙ୍କ ପରାମର୍ଶ ଅନୁସାରେ ରାମଙ୍କୁ ରାଜତ୍ୱ ଦେଇ ଆପେ ସ୍ୱଚ୍ଛନ୍ଦର ରହିବା ବାଞ୍ଛାରେ ତାଙ୍କୁ କ‌ହିଲେ, ଆମ୍ଭେ ବୃଦ୍ଧ ଏବଂ ରାଜକର୍ମରେ ଅକ୍ଷମ ହୋଇଅଛୁଁ, ଅତଏବ ତୁମ୍ଭେ ଆମ୍ଭର ଜ୍ୟେଷ୍ଠ ପୁତ୍ର ତୁମ୍ଭଙ୍କୁ ରାଜ୍ୟ ପ୍ରଦାନ କରି ଆମ୍ଭେ ରାଜକର୍ମ‌ଋ ଅବସର ହେବାକୁ ଇଚ୍ଛା କରୁଅଛୁଁ, ତୁମ୍ଭେ ରାଜ୍ୟଭାର ଗ୍ରହଣ କରି ଯଥା ନିୟମରେ ପ୍ରଜା ପାଳନ କର । ଯାହାର ଯେଉଁ ଅଭିଯୋଗ ଥାଏ ତାହା ଶୁଣି ବିଚାର କରିବ । ରାଜନୀତି ଓ ଧର୍ମ ଶିକ୍ଷା କରି ଯ‌ହିଁରେ ଆପଣାର ମାନବୃଦ୍ଧି ହୁଏ ତାହା କରିବ । ପରର ସୁନ୍ଦରୀ ସ୍ତ୍ରୀ ଦେଖିଲେ ତାହାଠାରେ କୁଦୃଷ୍ଟି କରିବ ନାହିଁ । ପରହିଂସା ଓ ପରପୀଡ଼ନ କରିବ ନାହିଁ । ପରଧନରେ ଲୋଭ କରିବ ନାହିଁ । ବିନା ଅପରାଧରେ କାହାରିକୁ ମଧ୍ୟ ପ୍ରାଣଦଣ୍ତ କରିବ ନାହିଁ । ପରଦାର ପରାୟଣ ଓ ପରପୀଡ଼କ‌କୁ ଶାସ୍ତ୍ରାନୁସାରେ ଦଣ୍ତ ଦେବ । ଯାହାର ଯେମନ୍ତ ଅପରାଧ ତାକୁ ସେହିଋପ ଦଣ୍ତ ବିଧାନ କରିବ । ତପ ଜପ ଓ ଧର୍ମ କର୍ମ କରିବ, ଏବଂ ଦେବତା ବ୍ରାହ୍ମଣଙ୍କଠାରେ ଭକ୍ତି ରଖିବ । ସମସ୍ତଙ୍କ ପ୍ରତି ସଦୟ ଓ ସଦାଶୟ ହେବ, ଅନାଥ ଦୀନ ଦୁଃଖିଙ୍କୁ ପ୍ରତିପାଳନ କରିବ । ଅଧିକ କି କ‌ହିବା, ଯହିଁରେ କାହାରି ଦୁଃଖ ନ ହୁଏ ଏ ପ୍ରକାର କର୍ମ କରିବ । ଇତ୍ୟାଦି ନାନା ପ୍ରକାର ଉପଦେଶ ଦେଇ ପରଦିନ ରାଜ୍ୟ ଦେବେ ଏହା ସ୍ଥିର କରି ଅଧିବାସ କରାଇଲେ ।

୪ । ଦେଶୀୟ ଭାଷା ନ ଜାଣିବାର ପ୍ରତିଫଳ ।

ଯେଉଁ ଦେଶରେ ଯେଉଁ ଭଷା ଚଳୁଥାଏ ସେ ଦେଶୀୟ ମନୁଷ୍ୟମାନଙ୍କର ସକଳ ଅଭିପ୍ରାୟ ସେହି ଭାଷାର ବ୍ୟକ୍ତ ହୁଏ, ମାତ୍ର ସେଇ ସବୁ ଭାଷାର ଶବ୍ଦ ଅନେକ ଏବଂ ତାହାର ଅର୍ଥ ମଧ୍ୟ ନାନାପ୍ରକାର ଅଛି, ଦେଶୀୟ ଲୋକେ ସବୁ ଶବ୍ଦର ସମସ୍ତ ଅର୍ଥ ବୁଝି ପାରନ୍ତି ନାହିଁ ଅନ୍ୟ ଲେକଙ୍କୁ ପଚାରି ଜ୍ଞାତ ହୁଅନ୍ତି, ଅତଏକ ଜ୍ଞାନି ଲୋକେ କହନ୍ତି ଯେବେ ଅନ୍ୟଦେଶୀୟ ଲୋକେ ଅପର ଦେଶର ଭାଷା ବ୍ୟବହାର କରନ୍ତି, ତେବେ ସେଥିରେ ଶବ୍ଦ ପୁଣି ଶାବ୍ଦର୍ଥ ଶିକ୍ଷାରେ ବିଲକ୍ଷଣ ମନୋଯୋଗ କରିବେ । କାରଣ ଅପଣା ୨ ଶବ୍ଦ ବୋଧରେ ଅନଭିଜ୍ଞ ହେଲେ ଅନ୍ୟ କାହାରିଠାରେ ଏକ ଶବ୍ଦ ଅନ୍ୟ ପ୍ରକାର କ‌ହି ପାରନ୍ତି, ଏବଂ ଶବ୍ଦାର୍ଥ ନ ଜାଣିଲେ ଏକ ଶବ୍ଦର ତାତ୍ପର୍ଯ୍ୟ ଅନ୍ୟ ପ୍ରକାର କହନ୍ତି, ତ‌ହିଁରେ ଶ୍ରୋତାମାନେ ଏକ ବିଷୟ ଅନ୍ୟ ପ୍ରକାର ବୁଝି, ଯଦ୍ୟପି ବିପରୀତ ବ୍ୟବହାର କରିବେ, ତେବେ ଅନିଷ୍ଟ ସମ୍ଭାବନାମଧ୍ୟ ହେବ, ଇହାର ଏକ ଉଦାହରଣ କ‌ହୁଅଛୁଁ ମନୋଯୋଗ କର ।

ଧାନ୍ୟ ନଗରେ ମାଧବ ଦାସ ବୋଲି ଜଣେ କ୍ଷତ୍ରିୟ ଥିଲା, ସେ ପ୍ରଥମାବସ୍ଥାରେ ଯୁଦ୍ଧ ଶିକ୍ଷା କରି ଅସ୍ତ୍ରଶସ୍ତ୍ର ଚଲାଇବାରେ ନିପୂଣ ହେଲା ପୁଣି ସେଇ ବିଦ୍ୟାମହିମାରୁ ଅନେକ ରାଜ୍ୟ ଜୟ କଲା, ତବ୍ଦାଦ ଦେଖିଲା ରାଜ୍ୟ ସାଧନ ବିଷୟରେ ତାହା ବାଞ୍ଚା ପୂର୍ଣ୍ଣ ହୋଇଅଛି । ତେତେବେଳେ କମଳପୁର ନାମକ ସୁଶୋଭିତ ରାଜଧାନୀରେ ଅବସ୍ଥାନ କଲା । ଏହି ସମୟରେ ଧାନ୍ୟ ନଗରରୁ ମାଧବ ଦାସର ଆପଣା ପରିବାରମାନେ ଆଗମନ କଲେ ପୁଣି ଜ୍ଞାତି କୁଟୁମ୍ଭମାନେ ସୁଦ୍ଧା କ୍ରମରେ କମଳପୁରକୁ ଅଇଲେ, ଅନନ୍ତର ଦିନେ ମାଧବ ଦାସର ଗୁରୁପୁରୋହିତ ଏକତ୍ର ହୋଇ ପରାମର୍ଶ କଲେ, ମାଧବ ଦାସ କମଳପୂରରେ ରାଜା ହୋଇଅଛେ ତାହା ଆମ୍ଭୀୟ ପରିବାର ଜ୍ଞାତି କୁଝୁମ୍ବସୁଦ୍ଧା ସେଠାକୁ ଦେଶୀୟ ଭାଷା ନ ଜାଣିବାର ପ୍ରତିଫଳ

ଯାଇଅଛନ୍ତି, ତେବେ ଆମ୍ଭେମାନେ ଧାନ୍ୟ ନ‌ଗରରେ କି ଅବଲମ୍ବନରେ ରହିଲୁ, ଚାଲ, କମଳପୁରକୁ ଯାଇ ତାଙ୍କ ସଙ୍ଗେ ସାକ୍ଷାତ୍ କରିବ, ସେ ଅବଶ୍ୟ ଆମ୍ଭମାନଙ୍କୁ ପାଖରେ ରଖିବେ । ଏହି ପରାମର୍ଶ କରି ଗୁଋ ପୁରୋହିତ କମଳପୁରକୁ ଗଲେ । ମାତ୍ର ସେହି ସମୟରେ ମାଧବ ଦାସ ଦ୍ୱାରରେ ଅନେକ ଦ୍ୱାରୀ ଥିଲେ, ସେମାନେ ଦେଶୀୟ ଲୋକ, ସଂସ୍କୃତ ଭାଷା କିଛିହିଁ ଜାଣନ୍ତି ନାହିଁ ତ‌ଥାଚ ସେଇ ଗୁଋ ପୁରୋହିତ ସଂସ୍କୃତ ଭାଷାରେ କ‌ହିଲେ, ରାଜାଙ୍କୁ ସମାଚାର କ‌ହ, ଧାନ୍ୟ ନ‌ଗ‌ରରୁ ଗୁରୁ ପୁରୋହିତ ଆସିଅଛନ୍ତି । ଦୌବାରିକଙ୍କ ଠାରେ ବାରବାର କରି ଏକଥା କ‌ହିଲେ ସେମାନେ ତାହା ବୁଝି ପାରିଲେ ନାହିଁ, ଅତଏବ ଦ୍ୱାରୀମାନେ ମହା ବିରକ୍ତ ହୋଇ ଭାବନା କଲେ ରାଜାଙ୍କ ନିକଟରେ ସମାଚାର ନ ଦେଲେ ସେମାନଙ୍କୁ ଦଣ୍ତ ହେବ ଅତଏବ ଜଣେ ସେଇ କଥା ଶୁଣି ରାଜାଙ୍କ ନିକଟକୁ କ‌ହିବାକୁ ଗଲା, ମାତ୍ର ଯାଉଁ ୨ ଆନୁପୂର୍ବକ ଭୂଲି ଯାଇ ହିନ୍ଦି ଭାଷାରେ କ‌ହିଲା, ହେ ମ‌ହାରାଜ ଗୁରୁନ‌ଗରଠାରୁ ଧାନ୍ୟ ଆସିଅଛି, କି ଆଜ୍ଞା ହେଉଅଛି । ରାଜା ଭାବନା କଲେ ତାଙ୍କ ଗ୍ରାମର ନାମ ଗୁଋ ନ‌ଗର ଅଟେ ସେହିଠାରୁ ଧାନ୍ୟ ଆସିଥିବ ଅତଏବ କ‌ହିଲେ ଧାନ୍ୟ ନେଇ ଗୋଲାରେ ରଖ, ଏପର ବିବେଚନା ହେବ । ଏହି କଥା ଦ୍ୱାରୀ ଶୁଣି ତଳେ ଯାଇ କ‌ହିଲା, ତୁମ୍ଭମାନଙ୍କୁ ଗୋଲାରେ ରଖିବାପାଇଁ ଆଜ୍ଞା ଦେଲେ ଚାଲ, ସେହିଠାରେ ରଖି ଆସିବା । ତ‌ହିଁରେ ଗୁରୁ ପୁରୋହିତ ଭାବନା କଲେ, ଗୋଲା ନାମରେ କୌଣସି ଉତ୍ତମ ଗୃହ ଅଛି, ସେହିଠାକୁ ଆମ୍ଭମାନଙ୍କୁ ନେଇ ଯାଉଅଛି, ଇହା ବାଦ ରାଜା ଆସି ସାକ୍ଷାତ୍ କରିବେ; ଏବଂ ଗୋଲାର କବାଟ ଫିଟାଇ ଯେତେବେଳେ ଧାନ ଉପରେ ବସିବାକୁ କ‌ହିଲା ତେତେବେଳେ ମନରେ ବିଚାର କଲେ ଏ ଦେଶର ଏହି ବ୍ୟବ‌ହାର ଥିବ ଯେ, ଗୁଋ ପୁରୋହିତ ଆସିଲେ ତାଙ୍କୁ ପ୍ରଥମେ ଲକ୍ଷ୍ମୀ ଭଣ୍ତାରରେ ବସାଇବାକୁ ହୁଏ ଏହି କାରଣ ବୁଝି ଗୋଲାକୁ ଘେନି ଆସିଲା । ମାତ୍ର ଯେତେବେଳେ ଚାବି ଦେଇ ଦ୍ୱାରୀ ଚାଲିଗଲା, ସନ୍ଧ୍ୟା ପର୍ଯ୍ୟନ୍ତ ସୁଦ୍ଧା କେହି ପଚାରିଲେ ନାହିଁ, ତେତେବେଳେ ସେମାନେ ବିଚାର କଲେ ଆମ୍ଭମାନଙ୍କ ଦୁଃଖର କୌଣସି କାରଣ ଘଟିଅଛି, ନତୁବା ମାଧବଦାସ ଯଥାର୍ଥ ଜାଣି ପାରିଲେ କଦାପି ଏପରି ହୁଅନ୍ତି ନାହିଁ, ଅତଏବ ଗୁଋ ପୁରୋହିତ ଏବଂ ଭୃତ୍ୟ ଏମାନେ ମହା କୋଳାହଳ ଚିତ୍କାର ଶବ୍ଦ କଲେ, ମାତ୍ର ତ‌ହିଁରେ ସୁଦ୍ଧା ଦୌବାରିକମାନେ କବାଟ ଫିଟାଇ ନ ଦେଲେ, ବରଂ ବାହାରେ ରହି ଆହୁରି ତର୍ଜନ ଗର୍ଜନ କଲେ । ପୁନଶ୍ଚ ସେଇ କୋଳାହଳ ରାଜାଙ୍କ କର୍ଣ୍ଣ‌ଗୋଚର ହେଲା ଯେ ଧାନ୍ୟ ଗୋଲାରେ କୌଣସି ଲୋକ ବଦ୍ଧ ହୋଇଅଛି, ଅତଏବ ରାଜା ଦୌବାରିକମାନଙ୍କୁ ଡ଼ାକି ପଚାରିଲେ, ଧାନ୍ୟ ଗୋଲାଭିତରେ କାହିଁକି ଗୋଳମାଳ ହେଉଅଛି,ତ‌ହିଁରେ ଦୌବାରିକ କ‌ହିଲା, ଦାସ ତେତେବେଳେ କ‌ହିଅଛି ଗୁରୂ ପୁରରୁ ଧାନ୍ୟ ଆସିଅଛି, କି ଆଜ୍ଞା ହେଉ, ତ‌ହିଁରେ ମହାରାଜ ଧାନ୍ୟ ଗୋଲାରେ ରଖିବାଲାଗି ଅନୁମତି କରିଅଛନ୍ତି, ସେମାନଙ୍କୁ ସେହିଠାରେ ରଖିଅଛି । ବର୍ତ୍ତମାନ ସେମାନେ ଚିତ୍କାର ଶବ୍ଦ କରୁଅଛନ୍ତି । ଏଥିରେ ରାଜା କ‌ହିଲେ, ଆରେ ମୂର୍ଖ, ଏ ଯେ ମନୁଷ୍ୟଙ୍କର ଚିତ୍କାର ଶୁଣୁଅଛୁ । ଧାନ୍ୟ କି ମନୁଷ୍ୟ ପ୍ରାୟ ଚିତ୍କାର କରିପାରେ, କେମନ୍ତ ଧାନ୍ୟ ରଖିଅଛୁ, ଏଠାକୁ ଘେନିଆସ, ବିବେଚନା କରିବା । ତବ୍ଦାଦ ଦୌବାରିକ ଯାଇ ଗୋଲା କବାଟ ଫିଟାଇ ଗୁଋ ପୁରୋହିତ, ଭୃତ୍ୟ ଏମାନଙ୍କୁ ଆଣିବାଋ ମାଧବଦାସ ମହାଲଜ୍ଜିତ ହେଲେ ଏବଂ ନାନାପ୍ରକାର ସ୍ତୁତି ବାକ୍ୟରେ ସେମାନଙ୍କୁ ଶାନ୍ତ କରି ଉକ୍ତ ଦ୍ୱାରିକୁ ଦଣ୍ତ ଦେଲେ । ମାତ୍ର ସେଇ ବ୍ୟକ୍ତି ସେ ଦେଶ ଭାଷାର ପଦ ପଦାର୍ଥ ଜାଣି ସର୍ବଜ୍ଞ ହୋଇଥିଲେ ତାହାର ଏ ଦଶା ନ ହୁଅନ୍ତା ଏବଂ ଗୁଋ ପୁରୋହିତମାନେ ସୁଦ୍ଧା ଏତେ କ୍ଳେଶ ପାଇ ନ ଥାନ୍ତେ ।

୫। କନ୍ଦଜାତି

କନ୍ଦଜାତିଙ୍କ ବାସ ସ୍ଥାନ ପର୍ବତ ଉପର ଭାଗରେ; ସେଇ ସ୍ଥାନ ସମୁଦ୍ର ଜଳ ପତନ‌ଋ ଦୁଇ ତିନି ସ‌ହସ୍ର ଫୁଟ ଉଚ୍ଚ ହେବ । ସେମାନଙ୍କ ଦେଶରେ ଶୀତ ଗ୍ରୀଷ୍ମ ଦୁହେ ଅଧିକ ହୁଅନ୍ତି ଏବଂ ଶୀତ ଗ୍ରୀଷ୍ମର ବଦଳ ସୁଦ୍ଧା ଅତିଶୀଘ୍ର ହେଉଥାଏ ।

କନ୍ଦମାନଙ୍କ ମଧ୍ୟରେ ଜାତି ବିଷୟରେ କିଞ୍ଚିତ୍ ପାର୍ଥକ୍ୟ ଅଛି ସତ୍ୟ ମାତ୍ର ପର୍ବତୀୟମାନେ ନୀଚସ୍ଥଳବାସି ହିନ୍ଦୁମାନଙ୍କ ନ୍ୟାୟ ଜାତି ବିଷୟରେ ଶୁଚିବାଇ ନୁହନ୍ତି । କନ୍ଦ ଦେଶରେ ପାଞ୍ଚ ପ୍ରକାର ଜାତି ଅଛନ୍ତି, ସେଥି ମଧ୍ୟରେ ସୁଣ୍ଢି ଜାତିକୁ ସମସ୍ତେ ପ୍ରଧନ ବୋଧ କରନ୍ତି । ସୁଣ୍ଢି ଜାତିଙ୍କର ପ୍ରଧାନ ବ୍ୟବସାୟ ମଦ୍ୟ ପ୍ରସ୍ତୁତ କରିବା ଏବଂ ଅସଭ୍ୟ ନୀଚ ଲୋକ ମଦ୍ୟ ଦେଖିବା କନ୍ଦଜାତି

ମାତ୍ରେ ଯେ ଋପ ଆନନ୍ଦିତ ହୁଅନ୍ତି କନ୍ଦମାନେ ସେଇଋପ ଆନନ୍ଦରେ ମଦ୍ୟପାନ କରନ୍ତି । ସେମାନଙ୍କ ମଧ୍ୟରେ ଗନ୍ଧି ବୋଲି ଅପର ଏକ ଜାତି ଅଛନ୍ତି ସେମାନେ ବାଣିଜ୍ୟ କରନ୍ତି । ସେମାନଙ୍କୁ ଗୁମୁସର ଦେଶର ସଉଦାଗର ବୋଲି କୁହାଯାଏ ଏବଂ କାନ୍ଦସ ନାମରେ ଯେଉଁ ଅପର ଜାତି ଅଛନ୍ତି ସେମାନେ ଯୋଦ୍ଧା, ସେମାନଙ୍କ ଅସ୍ତ୍ର ଟାଙ୍ଗୀ ଏବଂ ଧନୁର୍ବାଣ ସୁଦ୍ଧା ସଙ୍ଗେ ଥାଏ । ବିଶେଷତଃ ଧନୁର୍ବିଦ୍ୟାରେ ଅତି ସୁଶିକ୍ଷିତ ହୁଅନ୍ତି, ଲକ୍ଷ କରି ତୀର ଛାଡ଼ିଲେ ପ୍ରାୟ ତାହା ବ୍ୟର୍ଥ ହୁଏ ନାହିଁ । ଅପର ଜାତିମାନେ ସକଳ ଲୋକଙ୍କ ପରିଧାନାର୍ଥେ ବସ୍ତ୍ର ତୟାର କରନ୍ତି । କାର୍ପାସ ଗଛ ପର୍ବତରେ ଜନ୍ମଇ ମାତ୍ର ଦନା ଜାତିମାନେ ସୂତା କାଟନ୍ତି କି ନାହିଁ ତାହାବ୍ୟକ୍ତ ନୁହଇ, ଅନେକ ଲୋକମାନେ ଅନୁମାନ କରନ୍ତି ସେମାନେ ନୀଚସ୍ଥ ଦେଶରୁ ସୂତା ଆଣନ୍ତି । ପାନ୍ନା ନାମରେ ଏକ ଜାତୀୟ ଲୋକ କ‌ହନ୍ତି କି ନୀଚସ୍ଥ ଦେଶର ହିନ୍ଦୁମାନେ ସେହି ଦେଶକୁ ଯାଇ ବାସ କରି ପାନ୍ନା ହୋଇ ଅଛନ୍ତି । ଏହି ଜାତି କୃଷି କର୍ମ କରନ୍ତି ଏବଂ ମଜୁର କାର୍ଯ୍ୟ ସୁଦ୍ଧା କ‌ଋଥାନ୍ତି ଆଉ ସମସ୍ତେ କ‌ହନ୍ତି ସକଳ ପ୍ରକାର ବାଣିଜ୍ୟ କର୍ମରେ ସେମାନେ ନିପୁଣ । ପୂର୍ବରେ ଯେଉଁ ନରବଳିର କଥା କୁହା ଯାଇଅଛି ତାହା ଏହି ଲକ୍ଷ୍ମୀଛଡ଼ା ଜାତିଙ୍କର କର୍ମ । ସେଇ ପାଞ୍ଚ ଜାତିଋ କେତେକ ଲୋକଙ୍କ ଅନ୍ୟ ଜାତିରେ ଅନ୍ନ ଆହାର କରନ୍ତି ମାତ୍ର ସମସ୍ତେ କରନ୍ତି ନାହିଁ । ପୂର୍ବୋକ୍ତ ଯୋଦ୍ଧା ଲୋକେ କେବଳ ପାନ୍ନା ଜାତିଙ୍କ ଅନ୍ନ ଗ୍ରହଣ କରନ୍ତି ନାହିଁ, ମାତ୍ର ଆଉ ସକଳ ଜାତିଙ୍କ ଘରେ ଆହାର କରନ୍ତି । ଅନ୍ନ ଗ୍ରହଣ ବିଷୟରେ ପାନ୍ନା ଜାତିଙ୍କର ଆଚାର ବିଚାର ନାହିଁ, ସେମାନେ ସମସ୍ତଙ୍କ ଘରେ ଖାନ୍ତି । ଗନ୍ଧି ଜାତିଙ୍କର ଏହି ନିୟମ, ସେମାନେ କେବଳ ଆପଣା ୨ ଜାତିଙ୍କ ଘରେ ଆହାର କରି ଅଧିକ କୌଣସି ଜାତିଙ୍କ ଅନ୍ନ ଖାଆନ୍ତି ନାହିଁ ପ୍ରଧାନ ଜାତିମାନେ କେବଳ ଗୋମାଂସ ବ୍ୟତିରିକ୍ତ ସକଳ ପ୍ରକାର ମାଂସ ବ୍ୟବ‌ହାର କରନ୍ତି, କିନ୍ତୁ ପାନ୍ନା ଜାତିମାନେ ଗୋମାଂସ ସୁଦ୍ଧା ଛାଡ଼ନ୍ତି ନାହିଁ । କୌଣସି ଜାତିକୁ ମଦ୍ୟପାନ ନିଷେଧ ନାହିଁ, ତେବେ ଯାହାର ଯେମନ୍ତ ଇଚ୍ଛା ସେ ତେମନ୍ତ କରେ ମାତ୍ର ମଦ୍ୟ ପାଇଲେ ଉଗ୍ର ମଦ୍ୟକୁ ମନୋନୀତ ଜ୍ଞାନ କରନ୍ତି ।

ଗୁମସର ଲୋକେ ଧର୍ମ ବିଷୟରେ ଅଜ୍ଞାନ । ସେମାନେ ପୃଥିବୀକୁ ଦେବୀ ଜ୍ଞାନ କରି ଧରଣୀ ବୋଲି ସମ୍ବୋଧନ କରନ୍ତି ଆଉ ଆକାଶକୁ ମଧ୍ୟ ଦେବତା ବୋଲନ୍ତି । ଉକ୍ତ ଦେଶରେ ନରବଳିଦାନ ଯେ ବାହୁଲ୍ୟ‌ଋପେ ଚଳିତ ଥିଲା ସେଇ କୁବ୍ୟବ‌ହାର ବର୍ତ୍ତମାନ ସମସ୍ତେ ଜାଣୁଅଛନ୍ତି । ପ୍ରତି ବର୍ଷ କପାର ପୁସ୍ପୋ-ତ୍ପତ୍ତି ସମୟରେ ଅର୍ଥାତ୍ ମାଘ ପୌର୍ଣ୍ଣମୀରେ ଏକ ଏକ ପର୍ବ ହୋଇଥାଏ ସେହି ସମୟରେ ନରବଳି ଦିଅନ୍ତି । ଏହି ନରବଳିର ସୃଷ୍ଟି କି କାରଣ ହୋଇଅଛି ତାହାର ଗଳ୍ପ ଏହି ପ୍ରକାର ଶୁଣାଅଛି । କନ୍ଦ ଜାତିମାନେ କ‌ହନ୍ତି କି ସେମାନଙ୍କ ସ‌ହସ୍ର ପୁଋଷ ପୂର୍ବରେ ଲୋକେ ଯେତେବେଳେ ଦକ୍ଷିଣ ଦେଶୀୟ ଦାତାନାମକ ପର୍ବତ‌ଋ ଉଠି ଏହି ପର୍ବତରେ ପ‌ହୁଞ୍ଚିଲେ ତେତେବେଳେ ଆତ୍ମାରାଣୀ ସେମାନଙ୍କୁ ଆଣିଥିଲେ ମାତ୍ର ତ‌ତ୍କାଳେ ଏହି ପର୍ବତର ମାଟି ଏ ପ୍ରକାର ନରମ ଥିଲା କି ପାଦର ଚିହ୍ନ ବସି ଯାଉଥିବାଋ ଲୋକଙ୍କ ବସତିର ଉପ‌ଯୁକ୍ତ ନ ଥିଲା । ତ‌ହିଂ ଉତ୍ତାରେ ହଠାତ୍ ଏକ ଦିନ ଆତ୍ମାରାଣୀର ଅଙ୍ଗୁଳି କଟିଯାଇ ପୃଥିବୀରେ ରକ୍ତ ପଡ଼ିବା ମାତ୍ରକେ ମାଟି ଶକ୍ତ ହେଲା ଏବଂ ତ‌ହିଂରେ ବାସ କରି ପାରିଲେ । ତବ୍ଦାଦ ଆତ୍ମାରାଣୀ ଜାଣିଲେ, ମନୁଷ୍ୟଙ୍କ ଋଧିରରେ ମୃତ୍ତିକା ଶକ୍ତ ହୁଏ ଅତଏବ ସ୍ୱଇଚ୍ଛା ପୂର୍ବକ ଆପଣା ଗଳାକାଟି ପୃଥିବୀକୁ ରକ୍ତ ଦେଇ ପ୍ରାଣତ୍ୟାଗ କଲେ ଏ ନିମନ୍ତେ ଅଦ୍ୟାବଧି ଲୋକେ ନରବଳି ବ‌ହୁମୂଲ୍ୟ ଜ୍ଞାନ କରନ୍ତି ।

ଭାରତବର୍ଷର ଅନ୍ୟାନ୍ୟ ପ୍ରଦେଶରେ ଯେଉଂ ପ୍ରକାର ଗୃହାଦି ଦେଖା ଯାଏ ଗୁମସରର ଗୃହ ସବୁ ସେହିଋପେ ଦେଖାଯାଏ ନାହିଁ । ସେ ସ୍ଥାନ ନିବାସିମାନେ ପାର୍ବତୀୟ ପଶୁଙ୍କୁ ଦୂର କରି ଉଭୟ ପର୍ବତ ମଧ୍ୟ ସ୍ଥଳରେ ଚାସ ଏବଂ ବସତି କରନ୍ତି । ସେମାନେ ବୃହତ୍ ନ‌ଗର ନିର୍ମାଣ କରି ତନ୍ମଧ୍ୟରେ ବାସ କରିବାକୁ ଅନିଛୁକ, କିଞ୍ଚିତ୍ ୨ ଦୂରରେ କ୍ଷୂଦ୍ର ୨ ଗ୍ରାମ କରି ରହନ୍ତି ଏବଂ ଗୃହ ସବୁ କାଷ୍ଠରେ ନିର୍ମାଣ କରନ୍ତି ।

କନ୍ଦଜାତିର ଆନ୍ତରିକ ବ୍ୟବ‌ହାର କିଞ୍ଚିତ୍ ଜଣ ଯାଇଅଛି । ସେମାନେ ଅପରଦେଶୀୟ ଅଜ୍ଞାନ ଲୋକଙ୍କ ନ୍ୟାୟ ସ୍ତ୍ରୀ ପୁରୁଷେ ସ୍ୱତନ୍ତ୍ର ୨ ଆହାର କରନ୍ତି ଆଉ ଚାସ ଇତ୍ୟାଦି ବାହାର କର୍ମ ପୁଋଷ କରନ୍ତି, ସ୍ତ୍ରୀ ଲୋକେ କେବଳ ଗୃହ କର୍ମ କରନ୍ତି ଏବଂ ସେମାନଙ୍କ ପରିଚ୍ଛଦାଦି ଏତେଦ୍ୱେଶୀୟ ଲୋକଙ୍କର ସମାନ ।

ଅନ୍ୟାନ୍ୟ ଅସଭ୍ୟ ଜାତିର ଯେଉଁ ସବୁ ଗୁଣ ଥାଏ ତାହାମଧ୍ୟ କନ୍ଦ ଜାତି ଲୋକଙ୍କ ମଧ୍ୟରେ ପ୍ରକାଶ ହୁଏ । ଅତିଥି ଘରକୁ ଆସିଲେ ପ୍ରାୟ ସମସ୍ତେ ତାହାକୁ ସମାଦରପୂର୍ବକ ରଖନ୍ତି ଏବଂ କୌଣସି ୨ ବିଷୟରେ ଯଥାର୍ଥ ବ୍ୟବ‌ହାର କରନ୍ତି ମାତ୍ର ଯୁଦ୍ଧରେ କିଞ୍ଚିତ୍ ମାତ୍ର ଦୟା ନାହିଁ । ଏବଂ ବୈରି ନାଶାର୍ଥେ ବିଶ୍ୱାସଘାତକା କରନ୍ତି । ଗୁମସର ଲୋକେ ବ‌ହୁ ପରିଶ୍ରମରେ କାତର ହୁଅନ୍ତି ନାହିଁ ଏବଂ ଅତି କଠିନ ବିଷୟ ଉପସ୍ଥିତ ହେଲେହେଁ ବିରକ୍ତ ହୋଇ ତାହା ତ୍ୟାଗ କରନ୍ତି ନାହିଁ ।

ବ‌ହୁ ବିବାହ ବ୍ୟବ‌ହାର କନ୍ଦଜାତିଙ୍କ ମଧ୍ୟରେ ପ୍ରଚଳିତ ଅଟେ କିନ୍ତୁ ବର ଇଚ୍ଛାପୂର୍ବକ ବିବାହ କରିବାକୁ ଚାହିଁଲେ କନ୍ୟାର ପିତାମାତାଙ୍କୁ ତାହାର କିଛି ଦେବାର ଆବଶ୍ୟକ ଅଥବା ଉଭୟପକ୍ଷୀୟ କର୍ତ୍ତାମାନେ ବିବାହ ବିଷୟ ସ୍ଥିର କରନ୍ତି । ଅନେକ ସ୍ଥାନରେ ଏହି ବ୍ୟବ‌ହାର ଚଳେ ଅର୍ଥାତ୍ ଗୋଋ ଇତ୍ୟାଦି ବ‌ହୁମୂଲ୍ୟ ବସ୍ତୁ ଦିଅନ୍ତି ଏବଂ ଅନ୍ୟସ୍ଥଳରେ କନ୍ୟାର ପିତାମାତାଙ୍କୁ କିଛି ନ ଦେଇ କେବଳ କନ୍ୟାକୁ ବର କିଛି ଦେଲେ ହୁଏ । ଗୁମସରରେ ବ୍ୟଭିଚାର ବ୍ୟାପାର ପ୍ରାୟ ଘଟେ ନାହିଁ, ଯଦ୍ୟପି ହୁଏ ତ‌ଥାଚ କେହି ଜାଣି ପାରେ ନାହିଁ , ଯଦ୍ୟପି ଜଣାଯାଏ ତେବେ ଦୁଇଜଣଙ୍କୁ ଯମାଳୟକୁ ପ୍ରେରଣ କରନ୍ତି ।

ସମାଚାର ପତ୍ରିକା

ଏ ପତ୍ରିକା ଗ୍ରାହକଙ୍କ ବିଜ୍ଞାପନ ନିମନ୍ତେ ପ୍ରକାଶ କରା ଯାଇଅଛି କି ଉତ୍କଳ ଭାଷାର ଏ ପ୍ରବୋଧ ଚନ୍ଦ୍ରିକା ନୂତନ ସୃଷ୍ଟ ହେବାଋ ସେଥିର ନିୟମ ନିର୍ଦ୍ଦିଷ୍ଟ କରିବାରେ କିଞ୍ଚିତ୍ ବିଳମ୍ବ ହୋଇଅଛି ଅତଏବ ପ୍ରଥମ ସଂଖ୍ୟାରେ ଅଧିକ ସମ୍ବାଦ ଅନୁବାଦିତ ହୋଇ ନ ପାରିଲା, କିନ୍ତୁ ଦ୍ୱିତୀୟ ସଂକ୍ଷ୍ୟା ପ୍ରଭୃତିରେ ଅବଶ୍ୟ ପ୍ରକାଶ ହେବ ।

କନ୍ଦମାଳଠାଋ ସମାଚାର ମିଳିଅଛି କି ଡ଼ିସେମ୍ବର ମାସ ୬ ତାରିଖ ଅତି ପ୍ରଭାତରେ ଅନେକ କନ୍ଦମାନେ ଏକତ୍ର ହୋଇ ତୀରକମାନ ଘେନି କନ୍ଦମାଳରେ ଥିବା ଏଜେଣ୍ଟ ସାହେବଙ୍କ ଉପରେ ଚଢ଼ାଉ କଲେ । ସାହେବବକ ସଙ୍ଗେ କେତେଜଣ ଲସ୍କର ଥିବାରେ ଏବଂ କନ୍ଦମାନେ ଆପଣା ତରଫ‌ଋ ତୀର ଚଳାଇବା‌ଋ ଉକ୍ତ ସାହେବ ସେମାନଙ୍କ ଉପରେ ଗୁଲିମାରିବାକୁ ଲସ୍କରମାନଙ୍କୁ ହୁକୁମ ଦେଲେ । ତ‌ହିଁରେ ଜଣେ କନ୍ଦଠାରେ ଗୁଲି ବାଜି ସେ ମରି ଯିବାଋ ଅନ୍ୟ ସବୁ କନ୍ଦମାନେ ପଳାଇ ଯାଇ କିଛି ଦୂରରେ ପୂନର୍ବାର ଜମା ହୋଇଅଛନ୍ତି । କନ୍ଦମାନେ କି ହେତୁଋ ସରକାରଙ୍କ ବିରୁଦ୍ଧରେ ଏହି ପ୍ରକାର ବିଦ୍ରୋହ କର୍ମ କ‌ଋଅଛନ୍ତି ତାହା ଅଦ୍ୟାବ‌ଧି ନିଶ୍ଚୟ‌ଋପେ ଜଣା ଯାଇ ନାହିଁ ମାତ୍ର ସେମାନଙ୍କର ଏଋପେ ଉଠି ବିଦ୍ରୋହିତା କରିବାଋ ବିଶେଷ ଶଙ୍କା ଅଛି ଅତଏବ ଜିଲାର ଶ୍ରୀ‌ଯୂତ କମିଶନର ସାହେବ କଟକ ମୁକାମରେ ଥିବା ପ୍ରଧାନ ସେନାପତି ସାହେବଙ୍କୁ ଆଜ୍ଞା କରି ଅଛନ୍ତି କି ବାଲେଶ୍ୱରଠାଋ ଏ ପଲଟଣର ଦୁଇ କମ୍ପାନି ଫେରାଇ ଆଣି କଟକ ମୁକାମରେ ପ୍ରସ୍ତୁତ ରଖିବେ । ଏବଂ ଅତିଶୀଘ୍ର କନ୍ଦମାନେ ସୁସ୍ଥିର ନୋହିଲେ ଶ୍ରୀଯୂତ କମିଶନର ସାହେବ ସିପାହୀଙ୍କୁ ଘେନି କନ୍ଦମାଳକୁ ନିଜେ ଯାତ୍ରା କରିବେ ।

ଉପରୋକ୍ତ ତାରିଖ ଉତ୍ତାରେ କନ୍ଦମାନେ ପୂନର୍ବାର ଯୁଦ୍ଧ କରିବା ସକାଶେ ପ୍ରବେଶ ହେବାଋ ସେମାନଙ୍କ ମଧ୍ୟ‌ଋ ୫ ଜଣ ମାରା ଯାଇଅଛନ୍ତି ମାତ୍ର ବୋଧ ହୁଅଇ ସେମାନେ ବର୍ତ୍ତମାନ ସୁସ୍ଥିର ହୋଇ ରହିଅଛନ୍ତି ।

କଟକ ମୁକାମର ମାଜିଷ୍ଟ୍ରେଟ, କଲେକ୍ଟର ଏବଂ ନିମକର ଏଜେଣ୍ଟ ଶ୍ରୀଯୁକ୍ତ ଆର ପି ହାରିସନ୍ ସାହେବ ମୁର୍ଶିଦାବାଦର ଜ‌ଜୀ ପଦରେ ନିଯୁକ୍ତ ହୋଇଅଛନ୍ତି ଏବଂ ଶେଷୋକ୍ତ ସାହେବଙ୍କ କାର୍ଯ୍ୟଭାର କିଛିକାଳ ଚଳାଇବା ସକାଶେ ପୁରୀ ଜିଲ୍ଲାର ଡ଼େପୁଟୀ କଲେକ୍ଟର ଓ ଜଇଣ୍ଟ ମାଜିଷ୍ଟ୍ରେଟ ଶ୍ରୀଯୁକ୍ତ ଜେନ୍‌କିନ୍‌ସ ସାହେବ କଟକ ମୁକାମକୁ ଆସିବା ଲାଗି ହୁକୁମ ପାଇ ଏଠାରେ ଉପସ୍ଥିତ ହୋଇଅଛନ୍ତି ଏବଂ ଶ୍ରୀଯୁକ୍ତ ଜେନ୍‌କିନ୍‌ସ ସାହେବଙ୍କ କର୍ମ‌ଭାର ପୁରୀର ଡ଼େପୁଟୀ ମାଜିଷ୍ଟ୍ରେଟ ଶ୍ରୀଯୁକ୍ତ କ୍ଲାର୍କ ସାହେବଙ୍କ ଦ୍ୱାରା ନିର୍ବାହ କରାଯିବ । ଶୁଣାଯାଉଅଛି କି ଶ୍ରୀଯୁକ୍ତ ଶୋର ସାହେବ ଏ ଜିଲାର କଲେକ୍ଟର ଓ ମାଜିଷ୍ଟ୍ରେଟି ପଦ ଗ୍ରହଣାର୍ଥେ ମନୋନୀତ ହୋଇଅଛନ୍ତି । କେତେକ ବର୍ଷ ହେଲା ଉକ୍ତ ସାହେବ ଏ ଜିଲାରେ ନିଯୁକ୍ତ ହୋଇଥିଲେ ।

ସନ୍ତାଳମାନଙ୍କ ସମାଚାର ।

ଏ ପ୍ରବୋଧ ଚନ୍ଦ୍ରିକା ପାଠକମାନଙ୍କ ମଧ୍ୟ‌ଋ ଅନେକ ଲୋକ ଅବଶ୍ୟ ଶୁଣିଥିବେ କି ଗତ ଜୁନ କିମ୍ବା ଜୁଲାଇ ମାସରେ ରାଜମହାଲ ବୀରଭୂମି ଇତ୍ୟାଦି ବଙ୍ଗଳାଦେଶ ଜିଲାରେ ଥିବା ସାନ୍ତାଳ ଲୋକେ ଉଠି ଅସ୍ତ୍ରଶସ୍ତ୍ର ଘେନି ସେ ଦେଶନିବାସି ଲୋକଙ୍କ ଉପରେ ଚଢ଼ାଉ କରିଥିଲେ । ଅନେକ ଗ୍ରାମ ପୋଡ଼ି ଦେଇ ଓ ଅନେବ ୨ ସ୍ତ୍ରୀ ପୁରୁଷଙ୍କୁ ଅତିଶୟ ଭୟଙ୍କର‌ଋପେ ହତ୍ୟା କରି ସେମାନଙ୍କ ଧନ‌ଦ୍ରବ୍ୟ ଲୁଟତରାଜ କରିଥିଲେ । ଏତଦ୍ଭିନ୍ନ ଦୁଇ ଚାରି ଜଣ ସାହେବ ଲୋକଙ୍କୁ ଆଉ ଦୁଇ ଜଣ ଇଙ୍ଗରେଜୀ ସ୍ତ୍ରୀଙ୍କୁ ପ୍ରାଣରେ ବଧ କରି ଅଛନ୍ତି । ଏଋପେ ସନ୍ତାଳ ଲୋକେ ଉପଦ୍ରବ ଓ ଦେଶ ଉଜାଡ଼ କରିବା ହେତୁଋ ସରକାର ସେମାନଙ୍କ ସଙ୍ଗେ ଯୁଦ୍ଧ ଆରମ୍ଭ କରି କେତେକ ପଲ୍‌ଟଣ ପଠାଇ ଅଛନ୍ତି । ଅଦ୍ୟାବଧି ଯୁଦ୍ଧ ଲାଗିଅଛି ଏବଂ ଅଳ୍ପ ଦିନ ତଳେ ଯୁଦ୍ଧ ସ୍ଥାନ‌ଋ ଯେଉଁ ସମ୍ବାଦ ମିଳିଅଛି ତାହା ତଳେ ଲେଖା ଯାଉଅଛି ।

ରାଜମ‌ହଲ ଡ଼ିସେମ୍ବର ମାସ ୪ ଓ ୮ ତାରିଖ । ଆମ୍ଭମାନଙ୍କର ଅନେକ ସୈନ୍ୟ ସନ୍ତାଳଙ୍କ ସନ୍ଧାନରେ ଅରଣ୍ୟ ମଧ୍ୟରେ ପ୍ରବେଶ କରିଅଛନ୍ତି, ମାତ୍ର ସେମାନେ ବନ ମଧ୍ୟରେ କି କ‌ଋଅଛନ୍ତି ସେଥିର କୌଣସି ସମାଚାର ମିଳିନାହିଁ । ମିଲେଟେରୀ ଆଇନ ପ୍ରଚାର ହେବା ହେତୁଋ ବିଦ୍ରୋହି ସନ୍ତାଳମାନେ ଅସ୍ତ୍ରଶ‌ସ୍ତ୍ର ତ୍ୟାଗ କରି ଚାସ କାର୍ଯ୍ୟ ଆରମ୍ଭ କରି ଅଛନ୍ତି । ଶୁଣା ‌ଯାଉଅଛି କି ବୀରଭୂମି ଜିଲାର ଅନ୍ତର୍ଗତ ଅରଣ୍ୟ ମଧ୍ୟରେ ସନ୍ତାଳମାନେ ପୁନର୍ବାର ହତିଆର ଧରି ସା‌ହାସପୂର୍ବକ ସିପାହୀମାନଙ୍କ ସଙ୍ଗେ ଯୁଦ୍ଧ କ‌ଋଅଛନ୍ତି । ୩୧ ସଂଖ୍ୟକ ଦେଶୀ‌ୟ ପଦାତିକ ପଲ‌୍‌ଟଣର ୭ ।୮ ଜଣ ସିପାହୀ ସନ୍ତାଳ ଯୁଦ୍ଧରେ ହତ ହୋଇଅଛନ୍ତି । ଜେନର‌ଲ ଇଲଏଡ଼ ସାହେବ ଜଣେ ମିସ୍ ଅର୍ଥାତ୍ ଅବି‌ବାହିତା ବିଲାଏତଜାତ ସ୍ତ୍ରୀକୁ ସେ ଦୁରାତ୍ମାମାନଙ୍କ ହସ୍ତ‌ଋ ରକ୍ଷା କରି ଅଛନ୍ତି ।

ଭାଗଲପୁରର କମିଶନର ଶ୍ରୀ‌ଯୁତ ବ୍ରୌନ ସାହେବ ସନ୍ତାଲଙ୍କ ବିଷୟ ସଂକ୍ରାନ୍ତ କୌଣସି ଅପରାଧ ସକାଶେ ଆପଣା ସରକାରୀ କର୍ମ‌ଋ ବ‌ହିଷ୍କୃତ ହୋଇ ଅଛନ୍ତି । ଜେନରଲ ଇଲଏଡ଼ ସାହେବ ତୃତୀୟ ଦିବସରେ ସୁରୀନାମକ ନ‌ଗରରେ ପ‌ହୁଞ୍ଚିବେ ବୋଲି ବାସନା ହୋଇଥିଲା । ଗୁଲି ଓ ଫାସି ଦ୍ୱାରା ଅନେକ ସନ୍ତାଲଙ୍କ ପ୍ରାଣଦଣ୍ତ କରା‌ଯାଇଅଛି ଏବଂ ଅନେକଙ୍କୁ ଦ୍ୱୀପାନ୍ତର ପଠିୟା ଯାଇଅଛି । ମାତ୍ର ତ‌ହିଁରେ ସୁଦ୍ଧା ଏହି ପର୍ଯ୍ୟନ୍ତେ ମେଳିୟା ସନ୍ତାଳମାନଙ୍କର ଉତ୍ତମ‌ଋପେ ଦମନ ହୋଇ ନାହିଁ ।

ସନ୍ତାଳମାନଙ୍କର କାନୁ ନାମକ ଜଣେ ସରଦାର ଧରାଯାଇ ଜେନରଲ ଇଲଏଡ଼ ସାହେବଙ୍କ ନିକଟକୁ ନିୟାଗଲା ବାଦ ସେ ସ୍ୱମୁଖେ ନିର୍ଭୟ‌ଋପେ ଏହି କଥା ସ୍ୱୀକାର କଲା କି "ଜମୀଦାର ଓ ମହାଜନମାନେ ସନ୍ତାଳ ଲୋକଙ୍କ ଉପରେ ଭାରୀ ଅତ୍ୟାଚାର କରିବା ହେତୁଋ ଆମ୍ଭେ ସନ୍ତାଳମାନଙ୍କୁ ମେଳି କରିବା ସକାଶେ ପ୍ରବୃତ୍ତ କରାଇଅଛୁଁ ଯେମନ୍ତ ଉକ୍ତ ଅତ୍ୟାଚାରି ଜମୀଦାର ଆଉ ମହାଜନମାନଙ୍କୁ ମାରି ଏକାବେଳେ ଆମ୍ଭେମାନେ ଗବର୍ଣ୍ଣର ଜେନରଲ ବାହାଦୂରଙ୍କ ସମ୍ମୁଖରେ ଆପଣା ଦୁଃଖ ଜଣାଇ ପାରନ୍ତୁ । କୌଣସି ଇଙ୍ଗରେଜ ଲୋକଙ୍କୁ ମାରିବା ନିମନ୍ତେ ଆମ୍ଭମାନଙ୍କର ମାନସ ନ ଥିଲା ମାତ୍ର, ପୂର୍ବ‌ଋ ଆମ୍ଭେ ଏହି ପ୍ରକାର ସ୍ୱପ୍ନ ଦେଖିଥିଲୁଁ କି ଇଙ୍ଗରେଜ ଲୋକଙ୍କୁ ମାରିବା ନିମନ୍ତେ ଆମ୍ଭମାନଙ୍କର ମାନସ ନ ଥିଲା ମାତ୍ର, ପୂର୍ବ‌ଋ ଆମ୍ଭେ ଏହି ପ୍ରକାର ସ୍ୱପ୍ନ ଦେଖିଥିଲୁଁ କି ଇଙ୍ଗରେଜ ଲୋକଙ୍କୁ ଦୂଋ କରି ଆମ୍ଭେମାନେ ରାଜା ହେବୁଁ ତାହା ବାଦ ଆହୁରି ଏକ ସ୍ୱପ୍ନରେ ଜାଣି ପାରିଅଛୁଁ କି ଆମ୍ଭର ପାଂସି ହେବ" ।

ଏଥି ପୂର୍ବରେ ଓପେବନ୍ଦା ନାମକ ସ୍ଥାନର ଘାଟୁଆଳ ଦ୍ୱାରା କାନୁମାଝି ଆଉ ତାହାର ଦୁଇ ଭ୍ରାତୁଷ୍ପୁକ୍ର ଚାନ୍ଦ ଓ ଭୈରବ ଧରାଯାଇ ସେନାପତି ସାହେବ ମାନଙ୍କଠାରେ ସମର୍ପଣ ହୋଇଥିଲେ । ତାହା ବାଦ ତୃତୀୟ ଦିନ ପ୍ରଭାତ କାଳରେ କାନୁ ଆଉ ତାହାର ଏକ ଭାଇର ପୁଅ ପାଁସି ପାଇଲେ । ତାହା ଦଳ ମଧ୍ୟ‌ଋ ଆହୁରି କେତେକ ସରଦାର ଧରା ପଡ଼ି ଅଛନ୍ତି । ଡ଼ିସେମ୍ବର ମାସ ୧୫ ତାରିଖର ସମ୍ବାଦ ଭାସ୍କର ।

ଇଙ୍ଗରେଜମାନେ କ୍ରମେ ୨ ଯେତେ ସଭ୍ୟ ହେଉଅଛନ୍ତି ତେତିକି ପ୍ରତିଦିନ ଶିଳ୍ପ କାର୍ଯ୍ୟରେ ଆଶ୍ଚର୍ଯ୍ୟ ଶକ୍ତି ପ୍ରକାଶ କ‌ଋଅଛନ୍ତି, ବାଷ୍ପୀୟ ନୌକା, ବାଷ୍ପୀୟ ଶକଟ, ବିଦ୍ୟୁତୀୟ ବାର୍ତ୍ତାବ‌ହ, ଗ୍ୟାସାଲୁଅ, ଆଶ୍ଚର୍ଯ୍ୟ ଯନ୍ତ୍ର ସବୁ କେଉଁକାଳରେ ଏଦେଶୀୟ ଲୋକଙ୍କର ଦୃଷ୍ଟିଗୋଚର ହୋଇଥିଲା । ଇଙ୍ଗରେଜମାନଙ୍କର ଶୁଭାଗମନ ହେଲାଋ ଏଦେଶୀୟ ଲୋକସୁଦ୍ଧା କ୍ରମରେ ଶିଳ୍ପୀ ହୋଇ ଉଠିଲେ, ପୂର୍ବକାଳରେ ହିନ୍ଦୁମାନେ କାଗଜର ବାର୍ତ୍ତାସୁଦ୍ଧା ଜାଣି ନ ଥିଲେ, ତାଳପତ୍ର, ତେରଟପତ୍ର ଭୁର୍ଜପତ୍ରରେ ପୁସ୍ତକ ଓ ପତ୍ରାଦି ଲେଖୁଥିଲେ, ତଦନନ୍ତର ଜବନମାନେ ଏ ଦେଶରେ କାଗଜ ପ୍ରକାଶ କରି ପ୍ରଚଳିତ କଲେ, ଇଙ୍ଗରେଜମାନେ ବର୍ତ୍ତମାନ ବିଲାଏତଠାଋ ନାନାପ୍ରକାର ଚିତ୍ରବିଚିତ୍ର କାଗଜ ଆଣୁଅଛନ୍ତି, ନାନା ଦ୍ରବ୍ୟରେ ସେଇ ସବୁ କାଗଜ ପ୍ରସ୍ତୁତ ହୁଏ କିନ୍ତୁ ତ‌ହିଁରେ ଚ୍ଛିନ୍ନ ବସ୍ତ୍ରର ଭାଗ ଅଧିକ, ଚ୍ଛିନ୍ନବସ୍ତ୍ର ସଂଗ୍ରହ କରିବାରେ ଭାରୀ କ୍ଳେଶ ଏଥିନିମନ୍ତେ କେତେକ ଜଣ ଇଙ୍ଗରେଜ ଅନ୍ୟ କେଉଂ ୨ ଦ୍ରବ୍ୟରେ କାଗଜ ପ୍ରସ୍ତୁତ ହୋଇପାରେ ତ‌ହିଁର ପରୀକ୍ଷା କ‌ଋଥିଲେ । ସଂପ୍ରତି ତାଙ୍କ ମଧ୍ୟ‌ଋ ଜଣେ ସାହେବ କଦଳୀ ପଟୁଆରେ ଏକ ପ୍ରକାର ଉତ୍ତମ କାଗଜ ପ୍ରସ୍ତୁତ କରିଅଛନ୍ତି, ବାମ୍ବେଟାଇମସ ସମ୍ପାଦକଙ୍କର କୌଣସି ମିତ୍ର ଇଙ୍ଗଲଣ୍ତ‌ଋ କଦଳୀ ପଟୁଆରେ ନିର୍ମତ ଉକ୍ତ କାଗଜକୁ ଦୁଇ ପ୍ରକାର ଆଦର୍ଶ ପଠାଇଥିଲେ, ଉକ୍ତ ସମ୍ପାଦକ କ‌ହିଥିଲେ କି, କଦଳୀ ଗଛ‌ଋ ଜାତ ପାତଳ ଡ଼ାକର କାଗଜ ଓ ମୋଟା କାଗଜ ବସ୍ତ୍ର‌ଋ ଜାତ କାଗଜର ତୁଲ୍ୟ ଲଘୁ ଓ ଚିରସ୍ଥାୟୀ ହୋଇଅଛି । ଯେବେ ଏ ସମାଚାର ସତ୍ୟ ହେବ ତେବେ ମୂଲ୍ୟ ଆହୁରି ନ୍ୟୂନ ହେବ । ଭାସ୍କର । ମାଘ ମାସର ଉତ୍କଳ ପଂଜିକା।

୯ ମାଘ । ରବିବାର ତ୍ରୟୋଦଶୀ । ୧ । ଆଦ୍ରା ୩୮ । ୪୧ ମିଥୁନ ୬୦ ବୈଧୃତି ୪୧ । ୧ ତ୍ୟିତିଳ ୧ । ୫୧ ରବୟଂଶ ୭୩୧ । ୨୨ ଦିନାର୍ଧ ୧୩ । ୪୦ ଜାନୁୟାରି ୨୦ ତାରିଖ ।

୧୦ ମାଘ । ସୋମ୍ବାର ଚତୁର୍ଦ୍ଦଶୀ ୨। ୩୨ ପୁନ୍ରବସୁ ୩୦ । ୧୨ ମିଥୁନ ୧୮ । ୩୪ ବିଷ୍ନୁମ୍ଭ ୩୮ । ୧ ବାଣିଜ୍ୟ ୨ । ୩୨ ଭବୟଂଶ ୮୩୨ । ୩୭ ଦିନାର୍ଧ ୧୩ । ୪୦ ଜାନୁଆରି ୨୧ ତାରିଖ ।

୧୧ ମାଘ । ମଙ୍ଗଳବାର ପୌର୍ଣ୍ଣମୀ ୪ । ୩୮ ପୁଷ୍ୟା ୩୭ । ୫୮ କର୍କଟ ୬୦ ପ୍ରୀତି ୩୭ । ୨ ବବ ୫। ୩୮ ରବ୍ୟଂଶ ୯୩୪ । ୨ ଦିନାର୍ଦ୍ଧ ୧୩ । ୪୦ ପୁଷ୍ୟାଭିଷେକ । ଜାନୁଏରି ୨୨ ତାରିଖ ।

୧୨ ମାଘ । ବୁଧବାର ପ୍ରତିପଦା ୭ । ୮୭ ଅଶ୍ଲେଷା ୪୩ ।୧୮ କ୍ରକ୍ଟ ୪୩ । ୧୮ ଆୟୁଷ୍ମାନ ୩୭। ୨୩ କ୍ୟିଳବ ୭।୫୭ ରବୟଂଶ ୧୦୩୫ । ୫ ଦିନାର୍ଧ ୧୩ । ୪୧ ଜାନୁଆରି ୨୩ ତାରିଖ ।

୧୩ ମାଘ । ଗୁରୁବାଅ ଦ୍ଦିତୀୟା ୧୧।୨୮ ମଘା ୪୯।୨୩ ସିଂହ ୬୦ ସୌଭାଗ୍ୟ ୩୮ । ୧୪ ଗର ୧୧ । ୨୮ ରବ୍ୟଂଶ ୧୧୩୬ । ୧୭ ଦିନାର୍ଦ୍ଧ ୧୩ । ୪୨ ଜାନୁଏରି ୨୪ ତାରିଖ । ରାତ୍ର ୧୫ ଦଣ୍ଡପରେ ବିବାହ ।

୧୪ ମାଘ । ଶୁକ୍ରବାର ତୃତୀୟା ୧୭ । ୨୨ ପୂର୍ବା ଫାଲଗୁନୀ ୫୫ । ୪୭ ସିଂହ ୬୦ ଶୋଭନ ୩୯ । ୨୦ ବିଷ୍ଟି ୧୭ । ୨୨ ରବ୍ୟଂଶ ୧୨୩୭ । ୨୩ ଦିନାର୍ଦ୍ଧ ୧୩ । ୪୪ ଜାନୁଏରି ୨୫ ତାରିଖ ।

୧୫ ମାଘ । ଶନିବାର ଚତୁର୍ଥୀ ୨୨ । ୪୫ ଉତ୍ତରା ଫାଲଗୁନୀ ୬୦ ସିଂହ ୧୨ । ୨୯ ଅତିଗଣ୍ଡ ୪୦ । ୫୮ ବାଳବ ୨୨ । ୪୫ ରବ୍ୟଂଶ ୧୩୩୮ । ୧୩ ଦିନାର୍ଦ୍ଧ ୧୩ । ୪୫ ବିବାହ । ଜାନୁଏରି ୨୬ ତାରିଖ ।

୧୬ ମାଘ । ରବିବାର ପଞ୍ଚମୀ ୨୮ । ୧୬ ଉତ୍ତରା ଫାଲ୍ଗୁନୀ ୩ । ୩୫ କନ୍ୟା ୬୦ ଶୁଭ କର୍ମ ୪୭ । ୧୧ କୈଳବ ୨୮ । ୧୬ ରବ୍ୟଂଶ ୧୪୪୦ । ୨୪ ଦିନାର୍ଦ୍ଧ ୧୩ । ୪୬ ଜାନୁଏରି ୨୭ ତାରିଖ ।

୧୭ ମାଘ । ସୋମବାର ଷଷ୍ଠୀ ୩୩ । ୨ ହସ୍ତା ୮ । ୫୪ କନ୍ୟା ୪୧ । ୩୬ ଧୃତି ୪୩ । ୪ ଗର ୧୩ । ୨ ରବ୍ୟଂଶ ୧୫୪୧ । ୨୯ ଦିନାର୍ଦ୍ଧ ୧୩୪୭ ଜାନୁଏରି ୨୮ ତାରିଖ । ପୃଷ୍ଠା:Prabodha Chandrika (1856).pdf/୪୬ ପୃଷ୍ଠା:Prabodha Chandrika (1856).pdf/୪୭ ପୃଷ୍ଠା:Prabodha Chandrika (1856).pdf/୪୮ ପୃଷ୍ଠା:Prabodha Chandrika (1856).pdf/୪୯ ଏବଂ ଇନ୍ଦ୍ରିୟ ସକଳର ଦମନ ନ କରିବା ବିପତ୍ତିର ମାର୍ଗ ଅଟେ, ଆଉ ସେମାନଙ୍କର ଦମନ‌କରିବା ସମ୍ପତ୍ତିର ପଥ ଅଟଇ; ବର୍ତ୍ତମାନ ଯେଉଁ ମାର୍ଗରେ ଇଚ୍ଛା ସେହି ମାର୍ଗରେ ଯାଏ ।

ତାଙ୍କ ପ୍ରତି ସମସ୍ତଙ୍କର ତିରସ୍କାର ବାକ୍ୟ ଶୁଣି ଚିତ୍ରଗ୍ରୀବ କ‌ହିଲା, ଇହାର ଏ ଦୋଷ ନୁହେ; ଯେହେତୁଋ,

ଆପଦାମାପତନ୍ତୀନାଂ ହିତୋପ୍ୟାୟାତି ହେତୁନାଂ ମାତୃଜଙ୍‌ଘା ହି ବତ୍ସସ୍ୟ ସ୍ତମ୍ଭୀଭବତି ବନ୍ଧନେ ।

ହିତକାରୀସୁଦ୍ଧା ପତନଶୀଳ ଆପଦର କାରଣ ହୁଏ, ଯେମନ୍ତ ମାତୃଜଙ୍‌ଘା ବତ୍ସର ବନ୍ଧନ ନିମନ୍ତେ ସ୍ତମ୍ଭ ହୁଏ ।

ସ ବନ୍ଧୁର୍ଯୋ ବିପନ୍ନାନାମାପଦୁଦ୍ଧାରଣକ୍ଷମଃ । ନ ତୁ ଭୀତପରିତ୍ରାଣବସ୍ତୁପାଲମ୍ଭପଣ୍ତିତଃ ।।

ଅଥଚ ଯେଉଁ ବ୍ୟକ୍ତି ବିପଦ୍‌ଗ୍ରସ୍ତ ଲୋକ‌କୁ ଆପଦ‌ଋ ଉଦ୍ଧାର କରିପାରେ ସେହି ବନ୍ଧୁ, କିନ୍ତୁ ଯେ ଭୀତ ଲୋକର ପରିତ୍ରାଣ ନିମନ୍ତେ ଧନ ଗ୍ରହଣରେ ପଣ୍ତିତ ସେ ବନ୍ଧୁ ନୁହେଁ ।

ବିପତ୍କାଳରେ ବିସ୍ମୟାପନ୍ନ ହେବା କୁତ୍ସିତ ପୁଋଷର ଲକ୍ଷଣ; ଅତଏବ ଏ ସମୟରେ ଧୈର୍ଯ୍ୟ ଅବଲମ୍ବନ କରି ଉପାୟ ଚିନ୍ତା କର: ଯେହେତୁଋ,

ବିପଦ ଧୈର୍ଯ୍ୟମଥାଭ୍ୟୁଦୟେ କ୍ଷମା ସଦସି ବାତ୍କପଟୁତା ଯୁଧି ବିକ୍ରମଃ । ଯଶସି ଚାଭିଋଚି ର୍ବ୍ୟସନଂ ଶ୍ରୁତୌ, ପ୍ରକୃତିସିଦ୍ଧମିଦଂ ହି ମହାତ୍ମନାଂ ।।

ବିପତ୍କାଳରେ ଧୈର୍ଯ, ବୁଦ୍ଧିକାଳରେ କ୍ଷମା, ସଭାରେ ବାକ୍ୟର ପଟୁତା, ଯୁଦ୍ଧରେ ପରାକ୍ରମ, ଯଶରେ ଅଭିଋଚି, ଏବଂ ଶାସ୍ତ୍ରଶ୍ରବଣର ଆସକ୍ତି, ଏହିସବୁ ଉତ୍ତମ ଲୋକଙ୍କର ସ୍ୱଭାବସିଦ୍ଧ ଅଟଇ ।

ସଂପଦି ଯସ୍ୟ ନ ହର୍ଷୋ, ବିପଦି ବିଷାଦୋ ନ ରଣେ ଚ ଧୀରତ୍ବଂ । ତଂ ଭୁବନତ୍ରୟତିଳକଂ, ଜନୟତି ଜନନୀ ସୁତଂ ବିରଳଂ ।। ଯାହାର ସମ୍ପତ୍କାଳରେ ଆହ୍ଲାଦ ହୁଏନାହିଂ, ବିପତ୍କାଳରେ ବିଷାଦ ହୁଏ ନାହିଁ, ଅଥଚ ଯୁଦ୍ଧରେ ପଣ୍ତିତ ଅଟେ ଏମନ୍ତ ତ୍ରିଭୁବନଶ୍ରେଷ୍ଠ ପୁତ୍ର ଦୁର୍ଲଭ ।

ଷଡ୍‌ଦୋଷାଃ ପୁଋଷେଣେହ ହାତବ୍ୟା ଭୁତିମିଚ୍ଛତା ।

ନିଦ୍ରା ତନ୍ଦ୍ରା ଭୟଂ କ୍ରୋଧ ଆଳସ୍ୟଂ ଦୀର୍ଘସୂତ୍ରତା ।।

ପୁନଶ୍ଚ ନିଦ୍ରା, ତନ୍ଦ୍ରା, ଭୟ, କ୍ରୋଧ, ଆଳସ୍ୟ ଓ ଦୀର୍ଘସୂତ୍ରତା ଏହି ଛ ଦୋଷ ଐଶ୍ୱର୍ଯେଚ୍ଛୁ ପୁଋଷ ତ୍ୟାଗ କରିବ । ବର୍ତ୍ତମାନ ମଧ୍ୟ ଇହା କର ସମସ୍ତେ ଏକମନ ହୋଇ ଜାଲ ଘେନି ଉଡ଼; ଯେହେତୁଋ,

ଅଳ୍ପନାମ‌ପି ବସ୍ତୁନାଂ ସଂହତିଃ କାର୍ଯ୍ୟସାଧିକା ।

ତୃଣୈର୍ଗୁଣତ୍ବମାପନ୍ନୈ ର୍ବଧ୍ୟନ୍ତେ ମତ୍ତଦନ୍ତିନଃ ।।

ତୁଚ୍ଛ ବସ୍ତୁର ଯେ ସମୂହ ତ‌ହିଂରେ ସୁଦ୍ଧା କାର୍ଯ୍ୟ ସାଧନ ହୁଏ; ଯେମନ୍ତ ତୃଣ ସମୂହ ଦ୍ୱାରା ପ୍ରସ୍ତୁତ ରଜ୍ଜୁରେ ମତ୍ତ ହସ୍ତୀ ବଦ୍ଧ ହୁଏ ।

ସଂହତିଃ ଶ୍ରେୟସୀ ପୁଂସାଂ ସ୍ୱକୁଳୈରଳ୍ପକୈରପି ।

ତୁଷେଣାପି ପରିତ୍ୟକ୍ତା ନ ପ୍ରରୋହନ୍ତି ତଣ୍ତୁଳାଃ ।।

ସ୍ୱଜାତୀୟ ତୁଚ୍ଛ ବସ୍ତୁରସୁଦ୍ଧା ସମୂହ ପୁଋଷର ମଙ୍ଗଳଦାୟକ ହୁଏ । ତ‌ହିଁର ଦୃଷ୍ଟାନ୍ତ, ତୁଷରେ ବିହୀନ ହେଲେ ତଣ୍ତୁଳ‌ଋ ଅଙ୍କୁର ଜନ୍ମେ ନାହିଁ ।

ଇହା ଚିନ୍ତା କରି ସକଳ ପକ୍ଷିମାନେ ଜାଲ ଘେନି ଉପରକୁ ଉଡ଼ିଲେ । ଅନନ୍ତର ସେ ବ୍ୟାଧ ଅତିଦୂର‌ଋ ଜାଲର ଅପ‌ହାରକ କପୋତମାନଙ୍କୁ ଦେଖି ପଶ୍ଚାଦ୍ଧାବମାନ ହୋଇ ଏହି ଭାବନା କଲା, ଏ କପୋତମାନେ ସମସ୍ତେ ଏକତ୍ର ହୋଇ ଆମ୍ଭ ଜାଲକୁ ଘେନି ଯାଉଅଛନ୍ତି; କିନ୍ତୁ ଯେତେବେଳେ ତଳେ ପଡ଼ିବେ ତେତେବେଳେ ଆମ୍ଭର ବଶୀଭୂତ ହେବେ । ତଦନନ୍ତର ସେ ପକ୍ଷିସବୁ ବ୍ୟାଧର ଚକ୍ଷୁ ଦୃଷ୍ଟିଋ ଅତିକ୍ରମ ହେଲାଋ ସେହି ବ୍ୟାଧ ନିବର୍ତ୍ତ ହେଲା । ସେଠାଋ ବ୍ୟାଧକୁ ନିବର୍ତ୍ତ ଦେଖି କପୋତମାନେ କ‌ହିଲେ, ହେ ସ୍ୱାମିନ୍, ସମ୍ପ୍ରତି କି କର୍ତ୍ତବ୍ୟ? ଚିତ୍ରଗ୍ରୀବ କ‌ହିଲା,

ମାତା ମିତ୍ରଂ ପିତା ଚେତି ସ୍ୱଭାବତ୍ତ୍ରିତୟଂ ହିତଂ ।

କାର୍ଯ୍ୟକାରଣତଶ୍ଚାନ୍ୟେ ଭବନ୍ତି ହିତବୁଦ୍ଧୟଃ ।। ମାତ, ପିତା ଓ ମିତ୍ର ଏ ତିନି ଜଣେ ସ୍ୱଭାବରେ ହିତକାରୀ ହୁଅନ୍ତି, ଆଉ ଅନ୍ୟ ଲୋକସୁଦ୍ଧା କାର୍ଯ୍ୟକାରଣପ୍ର‌ଯୁକ୍ତ ହିତକାରୀ ହୁଏ । ଅତଏବ ଆମ୍ଭମାନଙ୍କ ମିତ୍ର ହିରଣ୍ୟକ ନାମରେ ମୂଷିକରାଜ ଚିତ୍ରବନରେ ଗଣ୍ତକୀ ନ‌ଦୀ ତୀରରେ ବାସ କରି ଅଛନ୍ତି, ସେ ଆମ୍ଭମାନଙ୍କ ପାଶ ଛେଦନ କରିବେ । ଇହା ବିବେଚନା କରି ସମସ୍ତେ ହିରଣ୍ୟକ ଗର୍ତ୍ତ ନିକଟକୁ ଗଲେ ।

ହିରଣ୍ୟକ ସର୍ବଦା ଉପଦ୍ରବ ଶଙ୍କାରେ ଶରଦ୍ୱାର ଗର୍ତ୍ତ କରି ବାସ କରିଥାଏ । ସେଠାଋ ହିରଣ୍ୟକ କପୋତମାନଙ୍କ ପତନ ଶବ୍ଦ ଭୟରେ ଭୀତ ହୋଇ ତୂଷ୍ଣୀଭାବରେ ରହିଲା । ଅନନ୍ତର ଚିତ୍ରଗ୍ରୀବ କ‌ହିଲା, ହେ ମିତ୍ର ହିରଣ୍ୟକ, କାହିଁକି ଆମ୍ଭମାନଙ୍କୁ କଥା କ‌ହୁ ନାହଁ ? ତେତେବେଳେ ହିରଣ୍ୟକ ମିତ୍ରର ବାକ୍ୟ ବୁଝି ଶୀଘ୍ର ବାହାର ହୋଇ କ‌ହିଲା, ଆଃ ଆମ୍ଭେ କି ପୁଣ୍ୟବାନ୍ ଆମ୍ଭର ପରମ ସୁହୃତ୍ ଚିତ୍ରଗ୍ରୀବ ଆସିଛନ୍ତି ।

ଯସ୍ୟ ମିତ୍ରେଣ ସମ୍ଭାଷୋ ଯସ୍ୟ ମିତ୍ରେଣ ସଂସ୍ଥିତିଃ । ଯସ୍ୟ ମିତ୍ରେଣ ସଂଳାପସ୍ତ‌ତୋ ନାସ୍ତୀହ ପୁଣ୍ୟବାନ ।।

ମିତ୍ର ସ‌ହିତ ଯାହାର କଥୋପକଥନ ଓ ମିତ୍ର ସ‌ହିତ ଯାହାର ବାସ ଏବଂ ମିତ୍ର ସ‌ହିତ ଯାହାର ଆଳାପ ହୁଏ, ପୃଥିବୀରେ ତାହାଠାଋ ପୁଣ୍ୟବାନ୍ ଆଉ କେହି ନାହିଁ । ତାହାବାଦ ସେ କପୋତମାନଙ୍କୁ ଜାଲରେ ବଦ୍ଧ ଦେଖି ବିସ୍ମୟାପନ୍ନ ହୋଇ କିଞ୍ଚିତ୍‌କାଳ ରହି କ‌ହିଲା, ସଖେ ଏ କି? ଚିତ୍ରଗ୍ରୀବ କ‌ହିଲା, ହେ ମିତ୍ର, ଆମ୍ଭମାନଙ୍କର ପୂର୍ବଜନ୍ମକୃତ କର୍ମର ଫଳ ଏହି,

ଯସ୍ମାଚ୍ଚ ଯେନ ଚ ଯଥା ଚ ଯଦା ଚ ଯଚ୍ଚ, ଯାବଚ୍ଚ ଯତ୍ର ଚ ଶୁଭାଶୁଭମାତ୍ମକର୍ମ । ତସ୍ମାଚ୍ଚ ତେନ ଚ ତ‌ଥାଚ ତଦା ଚ ତଚ୍ଚ, ତାବଚ୍ଚ ତ‌ତ୍ର ଚ ବିଧାତୃବଶାଦୁପୈତି ।

ଯାହାଠାଋ, ଯତ୍କରଣକ, ଯେଉଁ ପ୍ରକାରରେ, ଯେଉଁ କାଳରେ, ଯେଉଁ ସ୍ଥାନରେ, ଯେତେ ଶୁଭ କିମ୍ବା ଅଶୁଭ ଆତ୍ମକୃତ କର୍ମ, ସେ ସବୁ ତାହାଠାଋ, ତକୃତଣକ, ସେହି ପ୍ରକାରରେ, ତେତିକିବେଳେ, ସେହି ସ୍ଥାନରେ ଈଶ୍ୱରେଚ୍ଛାପ୍ର‌ଯୁକ୍ତ ଜୀବକୁ ପ୍ରାପ୍ତ ହୁଏ । ରୋଗଶୋକପରୀତାପବନ୍ଧନବ୍ୟସନାନିଚ ।

ଆତ୍ମାପରାଧବୃକ୍ଷସ୍ୟ ଫଳାନ୍ୟେତାନି ଦେହିନାଂ ।।

ଦେହିର ନିଜକୃତ ଅପରାଧ‌ଋପ ବୃକ୍ଷର ରୋଗ ଶୋକ ପରିତାପ ବନ୍ଧନ ବ୍ୟସନ‌ଋପ ଫଳ ହୁଏ ।

ଇହା ଶୁଣି ହିରଣ୍ୟକ ଚିତ୍ରଗ୍ରୀବର ବନ୍ଧନ ଚ୍ଛେଦନ କରିବାକୁ ଶୀଘ୍ର ନିକଟକୁ ଯାନ୍ତେ ଚିତ୍ରଗ୍ରୀବ ତାହା ଦେଖି କ‌ହିଲା, ହେ ମିତ୍ର ଏମନ୍ତ କର ନା ପ୍ରଥମେ ଆମ୍ଭର ଆଶ୍ରିତ ଏହି କପୋତମାନଙ୍କ ପାଶ ଚ୍ଛେଦନ କର, ପଶ୍ଚାତ୍ ଆମ୍ଭର ଜାଲ ଚ୍ଛେଦନ କରିବ । ତେତେବେଳେ ହିରଣ୍ୟକ କ‌ହିଲା, ଆମ୍ଭେ ଅଳ୍ପବଳ, ଆଉ ଆମ୍ଭର ଦନ୍ତମଧ୍ୟ କୋମଳ, ଅତଏବ ଏହି ସମସ୍ତଙ୍କର ବନ୍ଧନ ଚ୍ଛେଦନ କରିବା ପାଇଁ କି‌ଋପେ ସମର୍ଥ ହେବା ? ତେବେ ଆମ୍ଭେ ଦନ୍ତ ଯେତେବେଳ ପର୍ଯ୍ୟନ୍ତେ ଭାଙ୍ଗି ନ ଯିବ ତେତେବେଳ ପର୍ଯ୍ୟନ୍ତେ ତୁମ୍ଭର ପାଶ ଚ୍ଛେଦନ କ‌ଋଂ; ପଶ୍ଚାତ୍ ଏମାନଙ୍କର ସୁଦ୍ଧା ଯେତେ ପାରିବା ଚ୍ଛେଦନ କରିବୁଂ । ଚିତ୍ରଗ୍ରୀବ କ‌ହିଲା, ଏମନ୍ତ ହେଉ, ତ‌ଥାପି ଯଥାଶକ୍ତି ଏମାନଙ୍କର ବନ୍ଧନ ଖଣ୍ତନ କର । ହିରଣ୍ୟକ କ‌ହିଲା, ଆପଣାକୁ ପରିତ୍ୟାଗ କରି ଆଶ୍ରିତ ଲୋକର ଯେଉଁ ରକ୍ଷା କରିବା, ତାହା ନୀତିଜ୍ଞ ଲୋକର ସମ୍ମତ ନୁହେଁ ; ଯେହେତୁଋ,

ଆପଦର୍ଥେ ଧନଂ ରକ୍ଷେଦ୍ଦାରାନ୍ ରକ୍ଷେଦ୍ଧନୈରପି ।

ଆତ୍ମାନଂ ସତ‌ତଂ ରକ୍ଷେଦ୍ଦାରୈରପି ଧନୈରପି ।।

ବିପତ୍ତି ନିମନ୍ତେ ଧନ ରକ୍ଷା କରିବ, ଧନ‌ଦ୍ୱାରା ସ୍ତ୍ରୀକୁ ରକ୍ଷା କରିବ, ଏବଂ ଆପଣାକୁ ସର୍ବଦା ସ୍ତ୍ରୀକୁ ରକ୍ଷା କରିବ, ଏବଂ ଆପଣାକୁ ସର୍ବଦା ସ୍ତ୍ରୀ ଦ୍ୱାରା ମଧ୍ୟ ଧନ‌‌ଦ୍ୱାରା ରକ୍ଷାକରିବ ।

ଧର୍ମାର୍ଥକାମମୋକ୍ଷାଣାଂ ପ୍ରାଣାଃ ସଂସ୍ଥିତିହେତବଃ ।

ତାନ୍ନିଘ୍ନତା କିଂ ନ ହ‌ତଂ ରକ୍ଷତା କିଂ ନ ରକ୍ଷିତଂ ।।

ଅଥଚ ଧର୍ମ ଅର୍ଥ କାମ ମୋକ୍ଷ ଏମାନଙ୍କ ସଂସ୍ଥିତି ନିମନ୍ତେ ଯେଉଁ ପ୍ରାଣ, ସେ ପ୍ରାଣକୁ ଯେଉଁ ଲୋକ ନଷ୍ଟ କରେ, ସେ କି ନଷ୍ଟ ନ କରେ ? ଆଉ ପ୍ରାଣକୁ ଯେ ରକ୍ଷା କରେ, ସେ ବ୍ୟକ୍ତି କି ରକ୍ଷା କରେ ? ଚିତ୍ରଗ୍ରୀବ କ‌ହିଲା, ହେ ମିତ୍ର, ନୀତିଶାସ୍ତ୍ର ଏହିଋପ ସତ୍ୟ, କିନ୍ତୁ, ଆମ୍ଭେ ଆପଣା ଆଶ୍ରିତ ଲୋକଙ୍କ ଦୁଃଖ କୌଣସି ପ୍ରକାରରେ ସ‌ହିପାଋ ନା, ସେଥି ନିମନ୍ତେ ଇହା ବୋଲୁଁ; ଯେହେତୁଋ,

ଧନାନି ଜୀବିତଞ୍ଚୈବ ପରାର୍ଥେ ପ୍ରାଜ୍ଞ ଉତ୍ସୃଜେତ ।

ସନ୍ନିମିତ୍ତେ ବରଂ ତ୍ୟାଗୋ ବିନାଶେ ନିୟତେ ସତି ।। ପଣ୍ତିତମାନେ ପର ନିମନ୍ତେ ଧନ ଓ ପ୍ରାଣ ତ୍ୟାଗ କରନ୍ତି; ହେତୁ କି, ବସ୍ତୁମାତ୍ରର ବିନାଶ ଅବଶ୍ୟ ହୁଏ, ଅତଏବ ସାଧୁଲୋକ ନିମନ୍ତେ ପ୍ରାଣାଦିର ତ୍ୟାଗ ଉତ୍ତମ । ଆଉ ଅସାଧାରଣ କାରଣ ଏହି,

ଜାତିଦ୍ରବ୍ୟବଳାନାଞ୍ଚ ସାମ୍ୟମେଷାଂ ମୟା ସ‌ହ ।

ମ‌ପୃଭୁତ୍ବଫଳଂ ବ୍ରୂହି କଦା କିନ୍ତଦ୍‌ଭବିଷ୍ୟତି ।।

ଆମ୍ଭ ସ‌ହିତ ଏମାନଙ୍କର ଜାତି, ଦ୍ରବ୍ୟ, ବଳ ତୁଲ୍ୟ ଅଟେ, ତେବେ ଆମ୍ଭ ପ୍ରବୁତ୍ୱର ଫଳ କେତେବେଳେ କି ହେବ ତାହା କ‌ହ ।

ବିନା ବର୍ତ୍ତନମେବୈତେ ନ ତ୍ୟଜନ୍ତି ମମାନ୍ତିକଂ ।

ତନ୍ମେ ପ୍ରାଣବ୍ୟୟେନାପି ଜୀବୟେତାନ୍ମମାଶ୍ରିତାନ୍ ।।

ପୁନଶ୍ଚ ଏମାନେ ବେତନ ବ୍ୟତିରେକରେ ସୁଦ୍ଧା ଆମ୍ଭର ସଙ୍ଗ ତ୍ୟାଗ କରନ୍ତି ନାହିଁ, ସେହେତୁଋ ଆମ୍ଭର ପ୍ରାଣ ନଷ୍ଟ ହେଲେହେଂ ଆମ୍ଭର ଏହି ଆଶ୍ରିତମାନଙ୍କୁ ଜୀବନ ଦାନ କର ।

ମାଂସମୂତ୍ରପୁରୀଷାସ୍ଥିନିର୍ମିତେ ଚ କଳେବରେ ।

ବିନଶ୍ୱରେ ବିହାୟାସ୍ଥାଂ ଯଶଃ ପାଳୟ ମିତ୍ର ମେ ।।

ଆହୁରି ହେ ମିତ୍ର, ମାଂସ ଅସ୍ଥିଦ୍ୱାରା ନିର୍ମିତ ବିନାଶଶୀଳ ଶରୀରରେ ସ୍ନେହ ପରିତ୍ୟାଗ କରି କୀର୍ତ୍ତି ରକ୍ଷା କର ।

ଯଦି ନିତ୍ୟମନିତ୍ୟେନ ନିର୍ମଳଂ ମଳବାହିନା ।

ଯଶଃ କାୟେନ ଲଭ୍ୟେତ ତଦାଲତ୍ୱଧଂ ଭନେନ୍ନ‌କିଂ ।।

ଆହେ ଦେଖ, ଅନିତ୍ୟ ଏବଂ ମଳବାହି ଶରୀରଦ୍ୱାରା ନିତ୍ୟ ଅଥଚ ନିର୍ମଳ ଯଶ ଯେବେ ଲବ୍‌ଧ ହୁଏ, ତେବେ କି ଲବ୍‌ଧ ନ ହୁଏ ? ଯେହେତୁ‌ଋ,

ଶରୀରସ୍ୟ ଗୁଣାନାଞ୍ଚ ଦୂରମତ୍ୟନ୍ତମନ୍ତରଂ ।

ଶରୀରଂ କ୍ଷବବିଧ୍ୱଂସି କଳ୍ପାନ୍ତସ୍ଥାୟିନୋ ଗୁଣାଃ ।।

ଶରୀର ଓ ଗୁଣର ଯେ ଦୂରତା ସେ ଅତ୍ୟନ୍ତ ଅନ୍ତର, କାରଣ କି, ଶରୀର ଅଳ୍ପକାଳ ସ୍ଥାୟି, ଗୁଣ କଳ୍ପାନ୍ତସ୍ଥାୟୀ ।

ଇହା ଶୁଣି ହିରଣ୍ୟକ ହୃଷ୍ଟଚିତ୍ତ ଓ ପୁଲକିତ ହୋଇ କ‌ହିଲା, ସାଧୁ, ଏହି ଆଶ୍ରିତ ବାତ୍ସଲ୍ୟରେ ତ୍ରିଲୋକର ପ୍ରଭୁତ୍ୱ ତୁମ୍ଭଠାରେ ଉପ‌ଯୁକ୍ତ ହୁଏ । ଇହା କ‌ହି ସେ ହିରଣ୍ୟକ କପୋତମାନଙ୍କ ବନ୍ଧନ ଚ୍ଛେଦନ କଲା । ଅନନ୍ତର ହିରଣ୍ୟକ କପୋତମାନଙ୍କୁ ସମ୍ମାନ କରି କ‌ହିଲା, ହେ ସଖେ ଚିତ୍ରଗ୍ରୀବ, ଏହି ଜାଲରେ ବନ୍ଧନ ହେବାରେ ଦୋଷ ଆଶଙ୍କା କରି ଆପଣାଠାରେ ଅବଜ୍ଞା କର୍ତ୍ତବ୍ୟ ନୁହେ, ଯେହେତୁଋ,

ଯୋଧିକାଦୋଯଜନଶତାତ୍ ପଶ୍ୟତୀହାମିଷଂ ଖଗଃ ।

ସ ଏବ ପ୍ରାପ୍ତକାଳସ୍ତୁ ପାଶବନ୍ଧଂ ନ ପଶ୍ୟତି ।।

ଯେଉଂ ପକ୍ଷୀ ଶତ ଯୋଜନ ଅଧିକ‌ଋ ସୁଦ୍ଧା ଆହାର ଦେଖେ, ସେହି ପକ୍ଷୀ ମୃତ୍ୟୁକାଳ ଉପସ୍ଥିତ ହେଲେ ପାଶବନ୍ଧନ ଦେଖିପାରେ ନାହିଁ ।

ଶଶି କିବାକରୟୋ ର୍ଗ୍ରହପୀଡ଼ନଂ

ଗଜଭୁଜଙ୍ଗମୟୋରପି ବନ୍ଧନଂ ।

ମତିମତାଞ୍ଚ ବିଲୋକ୍ୟ ଦରିଦ୍ରତାଂ,

ବିଧିରହୋ ବଳବାନିତି ମେ ମତିଃ ।।

ଅଥଚ ଚନ୍ଦ୍ର, ସୂର୍ଯ୍ୟଙ୍କ ଗ୍ରହଣ ଏବଂ ହସ୍ତି ଓ ସର୍ପର ବନ୍ଧନ, ବୁଦ୍ଧିମାନ ବ୍ୟକ୍ତିର ଦରିଦ୍ରତା ଦେଖି ଆମ୍ଭର ଏହି ବିବେଚନା ହେଉଅଛି, କେବଳ ବିଧାତା ବଳବାନ୍ ।

ବ୍ୟୋମୈକାନ୍ତବିହାରିଣୋପି ବିହଗାଃ ସଂପ୍ରାପ୍ନୁବନ୍ତ୍ୟାପଦଂ,

ବଧ୍ୟନ୍ତେ ନିପୁଣୈରଗାଧସଲିଳାନ୍ମତ୍ସ୍ୟାଃ ସମୁଦ୍ରାଦପି ।

ଦୁର୍ଣ୍ଣୀତଂ କିମିହାସ୍ତୀ କିଂ ସୁଚରିତଂ କଃ ସ୍ଥାନଲାଭେ ଗୁଣଃ,

କାଳୋ ହି ବ୍ୟସନପ୍ରସାରିତକରୋ ଗୃହ୍ନାତି ଦୂରାଦପି ।।

ପୁନର୍ବାର ଆକାଶବିହାରି ପକ୍ଷିମାନେସୁଦ୍ଧା ବିପଦ ପାନ୍ତି, ଏବଣ ବୁଦ୍ଧିମାନ୍ ଲୋକେ ଅତଳସ୍ପର୍ଶଜଳ ଯେଉଂ ସମୁଦ୍ର ତ‌ହିଁଋସୁଦ୍ଧା ମତ୍ସ୍ୟଧାରଣ କରନ୍ତି; ଏଥିରେ ଦୁର୍ଣ୍ଣୀତ ଓ ସୁଚରିତ୍ର କି ଅଛି ? ସ୍ଥାନଲାଭରେ କି ଗୁଣ ? ଯେହେତୁ‌ଋ, ବ୍ୟସନ‌ଋପ ବିସ୍ତାରିତ ହସ୍ତ ଯେ କାଳ ସେ ଦୂର‌ଋମଧ୍ୟ ଗ୍ରହଣ କରନ୍ତି । ଏହି ପ୍ରକାରେ ପ୍ରବୋଧ ଦେଇ ଆତିଥ୍ୟପୂର୍ବକ ଆଲିଙ୍ଗନ କରି ବିଦା କରି ଦେଲା । ସେଠାଋ ଚିତ୍ରଗ୍ରୀବ ସପରିବାର ହୋଇ ଆପଣା ବାଞ୍ଛିତ ଦେଶକୁ ଗଲା । ହିରଣ୍ୟକ ମଧ୍ୟ ଆପଣା ଗର୍ତ୍ତରେ ପ୍ରବେଶ ହେଲା । ଏତଏବ ଲୋକେ ଶତ ଶତ ମିତ୍ର କରିବେ; ଦେଖ, ମୂଷିକ ମିତ୍ର ଦ୍ୱାରା କପୋତମାନେ ବନ୍ଧନ‌ଋ ମୁକ୍ତ ହେଲେ । ୨। ସୀତାଙ୍କ ବିବରଣ ।

ରାମ କ‌ହିଲେ ହେ ପ୍ରିୟତମେ । ସେ ବ‌ନ ଅତିଭୟାନ‌କ ଏବଂ ସିଂହ ବ୍ୟାଘ୍ର ଓ ରାକ୍ଷସମାନଙ୍କରେ ପୂର୍ଣ୍ଣ । ତୁମ୍ଭେ ନବୀନ ଯୁବତୀ, ଏହି ଦୁର୍ଗମ ଭୟାନ‌କ ଅରଣ୍ୟକୁ କିଋପେ ଯିବ, ଏବଂ ଫଳ ମୂଳ ଆହାର କରି କିଋପେ ପ୍ରାଣଧାରଣ କରିବ । ଆଉ ତୁମ୍ଭର କୋମଳ ଅଙ୍ଗ ଏବଂ ତୁମ୍ଭେ କୋମଳ ଶ‌ଯ୍ୟାରେ ଶୟନ କରି ଥାଅ, ମୃତ୍ତିକାରେ କିଋପେ ଶୟନ କରିବ । ଆଉମଧ୍ୟ ତୁମ୍ଭେ କେତେବେଳେ ଘ‌ଋ ବାହାର ହୋଇ ନାହଁ, ତୁମ୍ଭେ କିଋପେ ପଦବ୍ରଜରେ ଗମନ କରିବ; ତୁମ୍ଭର କୋମଳ ଚରଣ କୁଶାଙ୍କୁରରେ ବିଦ୍ଧ ହେଲେ ତୁମ୍ଭର ଚାଲିବାର ଶକ୍ତି ରହିତ ହେବ । ଇ‌ହା ଛାଡ଼ି ବ‌ନବାସରେ ଦୁହିଙ୍କର ବିକୃତ ମୂର୍ତ୍ତି ହେବ, ସେଥିରେ ପରସ୍ପର ଦର୍ଶନରେ ସୁଖ ହେବ ନାହିଁ । ଅତଏବ ତୁମ୍ଭେ ଅନ୍ତଃପୁରରେ ବାସ କର, ଚତୁର୍ଦ୍ଦଶ ବର୍ଷ ଗତ ହେଲେ ଆମ୍ଭେ ପୁନର୍ବାର ତୁମ୍ଭ ସଙ୍ଗେ ସୁଖରେ କାଳ‌ଯାପନ କରିବୁଁ । ସ୍ୱାମିର ଏ ସକଳ କଥାରେ ଜାନ‌କୀ ଅତିଶୟ କାତରା ହୋଇ କ‌ହିଲେ, ହେ ନାଥ, ତୁମ୍ଭେ ପଣ୍ତିତ ହୋଇ କାହିଁକି ଏଋପ ଅନ୍ୟାୟ କଥା କ‌ହୁଅଛ, ଆଉ ଭୂମଣ୍ତଳରେ ତୁମ୍ଭେ ବୀର ନାମରେ ବିଖ୍ୟାତ, କିନ୍ତୁ ଯେଉଂ ବ୍ୟକ୍ତି ଆପଣା ଭାର୍ଯ୍ୟା ରକ୍ଷା କରିବାକୁ ଅକ୍ଷମ ହୁଏ, ତାହାର ବୀରତ୍ୱ କି? ଦେଖ, ଭରତ ତୁମ୍ଭ ରାଜ୍ୟ ନେବା ପାଇଁ କିଛି ଉପେକ୍ଷା କଲା ନାହିଁ, ତାହା ରାଜ୍ୟରେ ତୁମ୍ଭ ଭାର୍ଯ୍ୟାକୁ କିଏ ରକ୍ଷା କରିବ? ତୁମ୍ଭର ପ୍ରାପ୍ତ ରାଜ୍ୟ ଯେ ଅନାୟାସରେ ନେଲା, ତୁମ୍ଭ ସ୍ତ୍ରୀକୁ ନେବା ପାଇଁ ତାହାର ବିଳମ୍ବ କି? ତୁମ୍ଭେ କ‌ହୁଅଛ ବନ ଗମନରେ ଆମ୍ଭ ଚରଣରେ କଣଜ୍ଞଟା ଫୁଟିଯିବ, ମାତ୍ର ତୁମ୍ଭେ ନିକଟରେ ଥିଲେ ସେ କଣ୍ଟାକୁ ତୃଣଜ୍ଞାନ କରିବୁଁ । ଆଉ ମୃତ୍ତିକାରେ ଶୟନ କଲେ ଯେବେ ଅଙ୍ଗେ ଧୂଳି ଲାଗିବ ତାହାସୁଦ୍ଧା ତୁମ୍ଭ ପ୍ରଭାବରେ ଅଗୁଋ ଚନ୍ଦନ ଜ୍ଞାନ କରିବୁଁ, ଆଉ ତୁମ୍ଭ ସଙ୍ଗେ ଯେବେ ତ‌‌ଋମୂଳେ ବାସ କରିବୁଁ ତାହାସୁଦ୍ଧା ସ୍ୱର୍ଣ୍ଣପୁରୀଋ ସ‌ହସ୍ର ଗୁଣରେ ସୁଖଜନ‌କ ହେବ । ତୁମ୍ଭ ଦୁଃଖରେ ଦୁଃଖ, ତୁମ୍ଭ ସୁଖରେ ସୁଖ, ତୁମ୍ଭ ବିନା ସକଳ ଅନ୍ଧକାର । ଯେବେ କାନନ ଭ୍ରମଣରେ କ୍ଷୁଧା ବା ତୃଷା ହେବ ତେବେ ତୁମ୍ଭ ଶ୍ୟାମ‌ଋପ ଦର୍ଶନରେ ତାହା ନିବାରଣ କରିବୁଁ । ବିଶେଷ, ଅନେକ ତୀର୍ଥ ପର୍ଯ୍ୟଟନ ହେବ, ଅପୂର୍ବ ବନ ଓ ଗିରି ଦର୍ଶନ କରିବୁଁ । ଆମ୍ଭେ ଯେତେବେଳେ ପିତାଙ୍କ ଗୃହରେ ଥିଲୁ, ବ୍ରାହ୍ମଣ ପଣ୍ତିତମାନେ କ‌ହନ୍ତି ଏହି କନ୍ୟା ପତି ସଙ୍ଗେ ବନବାସ କରିବ ବ୍ରାହ୍ମଣଙ୍କ ବାକ୍ୟ କେତେବେଳେ ମିଥ୍ୟା ନୁହେ, ଆମ୍ଭ ଅଦୃଷ୍ଟରେ ବନବାସ ଅଛି ତାହା କିଏ ଖଣ୍ତନ କରି ପାରିବ । ବର୍ତ୍ତମାନ ତୁମ୍ଭେ ଯେବେ ଆମ୍ଭଙ୍କୁ ସଙ୍ଗେ ନେଇ ନ ଯିବ ତେବେ ଆମ୍ଭେ ଆତ୍ମହତ୍ୟା କରିବୁଁ ତ‌ହିଁରେ ତୁମ୍ଭେ ସ୍ତ୍ରୀ ବଧର ଅପରାଧୀ ହେବ ।

କନ‌କନନ୍ଦନୀ ଏହି ପ୍ରକାର ଉତ୍ତର କଲାଋ, ରାମ କ‌ହିଲେ, ହେ ସୀତେ, ତୁମ୍ଭ ମନ ପରୀକ୍ଷା ନିମନ୍ତେ ଆମ୍ଭେ ଏହି ସକଳ କଥା କ‌ହୁଥିଲୁଁ । ତୁମ୍ଭେ ଯେବେ ନିତାନ୍ତ ଆମ୍ଭ ସଙ୍ଗେ ଯିବାକୁ ଇଚ୍ଛା କର ତେବେ ଅଙ୍ଗାଭରଣ ପରିତ୍ୟାଗ କର । ଏହି କଥା ଶୁଣି ସୀତା ମହାଆହ୍ଲାଦିତା ହୋଇ ଆଭରଣ ଖୋଲି, ଯାହାକୁ ସମ୍ମୁଖରେ ଦେଖିଲେ, ତାହାକୁ ଦେଲେ ଏବଂ ଭଣ୍ତାରରେ ଯେତେ ବସ୍ତ୍ର ଓ ଧନ ଥିଲା ତେତିକିବେଳେ ତାହା ସକଳ ବିତରଣ କଲେ ।

ଅନନ୍ତର ରାମଚନ୍ଦ୍ର ଲକ୍ଷ୍ମଣଙ୍କୁ କ‌ହିଲେ, ଭାଇ ତୁମ୍ଭେ ଘରେ ରହି ସମସ୍ତଙ୍କୁ ପାଳନ କର; ଦାସ ଦାସୀମାନଙ୍କ ସର୍ବଦା ତ‌ତ୍ୱାବଧାରଣ କରିବ; କେତେବେଳେ ରାଜ୍ୟ ନେବାର ଆଶା କରିବ ନାହିଁ । ପିତାମାତା ଆମ୍ଭଙ୍କୁ ନ ଦେଖି କାତର ହେବେ; ମାତ୍ର ତୁମ୍ଭ ଆମ୍ଭର ଅଭେଦାତ୍ମା ଅତଏବ ତୁମ୍ଭଙ୍କୁ ଦେଖିଲେ ସୁଦ୍ଧା ଅନେକ ସାନ୍ତ୍ୱନା ପାଇବେ । ଲକ୍ଷ୍ମଣ କ‌ହିଲେ ଆମ୍ଭେ ଆପଣଙ୍କ ସେବକ, ଆପଣ ଯେବେ ଅରଣ୍ୟକୁ ଯିବ ଆମ୍ଭେସୁଦ୍ଧା ଆପଣଙ୍କ ଅନୁଚର ହୋଇ ସଙ୍ଗେ ଯିବୁଁ । ବିଶେଷ, ତୁମ୍ଭେ ଆମ୍ଭେ ଏକ, ବିମାତା ତାହା ଜାଣନ୍ତି; ଅତଏବ ଆମ୍ଭେ ତୁମ୍ଭ ସଙ୍ଗେ ଗମନ ନ କଲେ ସେ କଣ ମନରେ କରିବେ; ଏବଂ ସେବକ ଛାଡ଼ି ତୁମ୍ଭେ ସୀତାଙ୍କୁ ଘେନି କି ପ୍ରକାରେ ବନମାନଙ୍କରେ ଭ୍ରମଣ କରିବ । ଅତଏବ ଆମ୍ଭେ ଏଠାରେ ରହିବୁ ନାହିଁ ତୁମ୍ଭ ସଙ୍ଗରେ ଯିବୁ । ରାମ କ‌ହିଲେ ଯେବେ ନିତାନ୍ତ ସମ‌ଭିବ୍ୟାହାରୀ ହୁଅ ତେବେ ଉତ୍ତମ ଧନୁକ ଓ ଶର ସଙ୍ଗେ ନିଅ । କାହିଁକିନା ବନ ମଧହରେ ଅନେକ ରାକ୍ଷସ ରାକ୍ଷସୀ ଅଛନ୍ତି ସେମାନଙ୍କ ସଙ୍ଗେ ସତ‌ତ ଯୁଦ୍ଧ ଦ୍ୱନ୍ଦ୍ୱ ହେବ । ଏହି କଥା ଶୁଣି ଲକ୍ଷ୍ମଣ ଉତ୍ତମ ଉତ୍ତମ ଧନୁକ ଓ ଶର ବାଛି ନେଲେ । ତଦନ‌ନ୍ତର ରାମ କ‌ହିଲେ, ଆମ୍ଭେମାନେ ବ‌ନ‌କୁ ଯାଉଅଛୁଁ, ଆମ୍ଭମାନଙ୍କର ଧନରେ ପ୍ରୟୋଜନ ନାହିଁ; ଅତଏବ ପୁରୋହିତ ଓ ସକଳଜାତ ବ୍ରାହ୍ମଣ ଅଣାଇ, ଯେ ଯାହା ଇଚ୍ଛା କରନ୍ତି ତାହାଙ୍କୁ ତାହା ଦାନ କର; ଏବଂ ଦରିଦ୍ର ଭିକ୍ଷୁକ ଦୀନ ଅନାଥ ଯେଉଁମାନେ ଆମ୍ଭମାନଙ୍କ ଦୁଃଖରେ ଦୁଃଖୀ ସେମାନଙ୍କ ମଧ୍ୟ‌ଋ ଯେ ଯାହା ଯାଚଞ୍ଜା କରନ୍ତି ତାହା ସେମାନଙ୍କୁ ଦିଅ; ଚତୁର୍ଦ୍ଦଶ ବର୍ଷ ମଧ୍ୟରେ ଯେ ଋପେ କାହାକୁ ସୁଦ୍ଧା ଅନ୍ୟକ୍ଷ ଭକ୍ଷା କରିବାକୁ ନୋହିବ । ଏହା ଆଜ୍ଞା ପାଇ ଲକ୍ଷ୍ମଣ ମୁକ୍ତ ହସ୍ତରେ ସେଇ ଧନ ବିତରଣ କଲେ । ଏହିଋପେ ଅନେକେ ଅନେକ ଧନ ପାଇଲେ ଏବଂ ଯେ ଅତି ଦରିଦ୍ର ଥିଲା ସେ ସୁଦ୍ଧା ଧନାଢ୍ୟ ହେଲା ।

ଅନନ୍ତର ରାମ, ଲକ୍ଷ୍ମଣ ଓ ସୀତା ଅରଣ୍ୟ ଗମନ କରିବା ଲାଗି ପ୍ରସ୍ତୁତ ହେଲେ । ଯେଉଁ ରାମ ଲକ୍ଷ୍ମଣ ସୁନାର ଚତୁର୍ଦୋଳାରେ ଗମନ କ‌ଋଥିଲେ, କେତେବେଳେ ଭୂମିରେ ପାଦ କ୍ଷେପଣ କରନ୍ତି ନାହିଁ; ଓ ଯେଉଁ ସୀତା କେତେବେଳେ ସୂର୍ଯ୍ୟଙ୍କ ମୁଖାବଲୋକନ କରି ନଥିଲେ; ସେମାନେ ଅଟ୍ଟାଳିକାଋ ବାହାର ହୋଇ ରାଜ ମାର୍ଗରେ ଛିଡ଼ା ହୋଇ ଅଛନ୍ତି । ସେମାନଙ୍କର ଏହି ଅବସ୍ଥା ଦେଖି ଅଯୋଧ୍ୟାବାସୀ ସ୍ତ୍ରୀ ପୁରୁଷ ଆବାଳବୃଦ୍ଧ ସମସ୍ତେ ହାହାକାର କରି କ୍ରନ୍ଦନ କଲେ । ରାଜା ଦଶରଥ କେକୟୀଙ୍କ ବଶତାପନ୍ନ ହୋଇ ସେମାନଙ୍କୁ ବନବାସ କରାଇଲେ ଏହା ଅପବାଦରେ ତାବତ୍ ନଗର ପୂର୍ଣ୍ଣ ହେଲା ।

ଅନନ୍ତର ରାମ ଲକ୍ଷ୍ମଣ ଓ ସୀତା ରାଜାଙ୍କ ନିକଟକୁ ବିଦା ହେବା ଲାଗି ଗଲେ । ରାଜା ତେତେବେଳେ ଶୋକରେ ବ୍ୟାକୁଳ ହୋଇ କାଳ ଭୂଜଙ୍ଗିନୀ କେକୟୀ ରାଣୀକି ନାନାପ୍ରକାର ତିରସ୍କାର କ‌ଋଥିଲେ । ପରେ ରାମଚନ୍ଦ୍ର ବିଦା ହେବା ପାଇଁ ଆସିଅଛନ୍ତି ଏହା ସମ୍ବାଦ ହେଲାଋ ସେ ମହିଷୀମାନଙ୍କୁ ଡାକିବା ଲାଗି କହିଲେ । ସେମାନେ ଆସି ରାଜାଙ୍କ ଚାରି ପାଖରେ ବସିଲେ । ରାମ, ଲକ୍ଷ୍ମଣ ଏବଂ ସୀତା ତିନି ଜଣ ରାଜାଙ୍କୁ ନମସ୍କାର କରି କହିଲେ ମହାରାଜ, ଅନୁମତି ହେଉ ଆମ୍ଭେମାନେ ବନ‌କୁ ଗମନ କରିବୁଁ । ରାଜା କ୍ରନ୍ଦନ କରି କରି କହିଲେ ବତ୍ସ, ତୁମ୍ଭ ସଙ୍ଗେ ଆମ୍ଭର ପୁନଦର୍ଶନର ଆଶା ନାହିଁ, ତୁମ୍ଭ ଶୋକରେ ଆମ୍ଭର ଜୀବନାନ୍ତ ନିଶ୍ଚିତ, ଅତଏବ ଆମ୍ଭେ ତୁମ୍ଭ ସଙ୍ଗେ କାନନ‌କୁ ଯିବୁଁ । ରାମ କ‌ହିଲେ ପୁତ୍ର ସଙ୍ଗେ ପିତା ଅରଣ୍ୟକୁ ଯିବାର ବିଧି ନୁହେ । ରାଜା କହିଲେ ତେବେ ତୁମ୍ଭେ ଅଦ୍ୟ ବନ ଯାତ୍ରା ନ କର କାଲି ଯିବ, ଆଜି ଆମ୍ଭେ ତିମ୍ଭଙ୍କୁ ଦେଖି ମନର ଆଶା ପୂର୍ଣ୍ଣ କରିବୁ । ରାମ କହିଲେ ଏକ ରାତ୍ର ନିମନ୍ତେ କାହିଁକି ଗୋଟାଏ ଅପ‌ଯଶ ରହିବ । ବିଶେଷ, ତାହା ହେଲେ ବିମାତା ଠାକୁରଣୀ ମନ୍ଦ ବୋଲି କହିବେ; ଅତଏବ ଆଜି କାନଙ୍କୁ ଗମନ କରିବା ଶ୍ରେୟଃ ।

ରାଜା ଏହି କଥା ଶୁଣି ସୁମନ୍ତ୍ର ସାରଥିକି ଆଜ୍ଞା ଦେଲେ ରାମଙ୍କ ସଙ୍ଗେ ତୁରଙ୍ଗ ମାତଙ୍ଗ ଓ ବହୁମୂଲ୍ୟ ଧନ ଦିଅ; ଅରଣ୍ୟ ଭିତରେ ଅନେକ ପୁଣ୍ୟ ସ୍ଥାନ ଓ ତପସ୍ୱୀ ଅଛନ୍ତି ରାମ ଏହି ସକଳ ଧନ ସେମାନଙ୍କୁ ଦାନ କରିବେ । ରାଜା ଏହି ଆଜ୍ଞା କଲାଋ କେକୟୀ ଅତ୍ୟନ୍ତ ମ୍ଳାନବଦନା ହୋଇ ରାଜାଙ୍କୁ କ‌ହିଲେ ମହାରାଜ ଆପଣ ଭରତଙ୍କୁ ସକଳ ରାଜ୍ୟ ଦେଇଅଛନ୍ତି, ଅତଏବ ଏହି ସକଳ ଧନ ନେଇ ରାମଙ୍କୁ ଦେଉଅଛନ୍ତି ଏକି ବିଚାର । ରାମଚନ୍ଦ୍ର କ‌ହିଲେ, ପିତଃ, ବିମାତା ଉତ୍ତମ ଆଜ୍ଞା କରିଅଛନ୍ତି, ଆମ୍ଭେ ଅରଣ୍ୟକୁ ଯିବୁଁ ଆମ୍ଭର ଅଶ୍ୱ ହସ୍ତୀ ଓ ଅର୍ଥରେ କି ପ୍ରୟୋଜନ; ଆମ୍ଭେ ବଳ୍‌କଳ ପରିଧାନ କରି ଅରଣ୍ୟରେ ଭ୍ରମଣ କରିବୁଁ, କେବଳ ଲକ୍ଷ୍ମଣ ଓ ସୀତା ଆମ୍ଭ ସଙ୍ଗେ ଯିବେ, ଅନ୍ୟ କୌଣସି ଦ୍ରବ୍ୟରେ ପ୍ରୟୋଜନ ନାହିଁ । କେକୟୀ ରାଣୀ ପୂର୍ବରୁ ବଳ୍‌କଳ ପ୍ରସ୍ତୁତ କରି ରଖିଥିଲେ, ରାମ ବଳ୍‌କଳର ନାମ କ‌ହିବାମାତ୍ର ସେ ସେହି ବଳ୍‌କଳ ଅଣାଇ ଦେଲେ । ତାହା ଦେଖି ରାଜା ଦଶରଥ ଓ ତାଙ୍କ ସାତ ଶତ ରାଣୀ ରୋଦନ କଲେ; ଏବଂ କେକୟୀଙ୍କୁ ସମସ୍ତେ ଏହି କଥା କ‌ହି ଉର୍ତ୍ସନା କଲେ ଯେ ପିତୃ ସତ୍ୟ ପାଳିବା ଲାଗି କେବଳ ରାମ ବ‌ନ‌କୁ ଯିବେ, ଲକ୍ଷ୍ମଣ ଓ ସୀତାଙ୍କୁ କି ନିମନ୍ତେ ବନ ପ୍ରେରଣ କର । ଅପର ରାମ ଓ ଲକ୍ଷ୍ମଣ ବଳ୍‌କଳ ପରିଧାନ କଲେ, ମାତ୍ର ସୀତା ତାହା କିଋପେ ପରିଧାନ କରିବେ, ସମସ୍ତଙ୍କର ଏହି କଥା ମହା ଭାବନା ହେଲା । ପରେ ସଭାସଦ ଓ ମନ୍ତ୍ରିଗଣ ଏହି ବିଧାନ କଲେ କି ସୀତାଙ୍କର ବଳ୍‌କଳ ପରିଧାନର ପ୍ରୟୋଜନ ନାହିଁ ସେ ବସନ ଓ ଅଳଙ୍କାରାଦି ପରିଧାନ କରିବେ ।

ଜାଇତ୍ରୀ ଓ ଜାଇଫଳ ବିଷୟ ।

ଭାରତ ସମୁଦ୍ରର ପୂର୍ବ-ପାର୍ଶ୍ୱରେ ଅନେକ ଗୁଡ଼ାଏ ଦ୍ୱୀପ ଏକତ୍ର ଅଛି; ତାହା "ଭାରତ ସମୁଦ୍ରୀୟ-ଦ୍ୱୀପବ୍ୟୂହ" ନାମରେ ପ୍ରସିଦ୍ଧ ଅଟେ । ଉକ୍ତ ଦ୍ୱୀପ ବ୍ୟୃହରେ ଯେଉଁ ସକଳ ପଦାର୍ଥ ଉତ୍ପନ୍ନ ହୁଏ, ତନ୍ମଧ୍ୟରେ ଅଳାଇଚ, ଲବଙ୍ଗ, ଜାଇଫଳ, ଜାଇତ୍ରୀ, କର୍ପୁରାଦି ମସଲା ପ୍ରଧାନ; ବାସ୍ତବ ସେଇ ସକଳ ଦ୍ୱୀପ ମସଲାର ଆକର, ଏବଂ ସେହେତୁଋ ଅନେକ ଲୋକେ ତ‌ହିଁମଧ୍ୟ‌ଋ କେତେଗୁଡ଼ିକର ନାମ "ମସଲା ଦ୍ୱୀପ" ଦେଇଅଛନ୍ତି । ଜାଇଫଳ ଓ ଜାଇତ୍ରୀ ଏହି ଦ୍ୱୀପ ଛାଡ଼ି ଅନ୍ୟଠାରେ ଜନ୍ମେ ନାହିଁ । ଏହି ସକଳ ଦ୍ୱୀପର ପ୍ରାକୃତଧର୍ମ ଯେ ପ୍ରକାର, ତଦନୁ‌ଋପ ପ୍ରାକୃତ-ଧର୍ମ‌ବିଶିଷ୍ଟ ଅନ୍ୟ ଦ୍ୱୀପରେ ଅନେକ ଲୋକେ ଏହି

ପଦାର୍ଥର ଚାଷ କରିଅଛନ୍ତି, କିନ୍ତୁ କେହିସୁଦ୍ଧା କୃତକାର୍ଯ୍ୟ ହୋଇ ନାହାନ୍ତି । ଲଙ୍କା ଦ୍ୱୀପରେ ଏହି ପଦାର୍ଥର ଦୁଇ ଏକଟା ଗଛ ଅଛି, ମାତ୍ର ତାହା ଉତ୍ତମ ତେଜସ୍ୱୀ ନୁହେ ।

ଜାଇଫଳ ଗଛ ଦେଖିବାକୁ ଗୁଆ ଗଛ ସମାନ ; ବଳା-ଦ୍ୱୀପରେ ଏ ଗଛ ୩୦।୩୫ ହାତ ଉଚ୍ଚ ହୁଏ, କିନ୍ତୁ ସିଙ୍ଗାପୁର-ପ୍ରଦେଶରେ ତାହା ୧୫।୨୦ ହାତ‌ଋ ଅଧିକ ଉଚ୍ଚ ଦେଖାଯାଏ ନାହିଁ । ଯେଉଁ ସ୍ଥାନର ଛାୟା ଅଧିକ ପୁଣି ଅଧିକ ଝଡ଼ ବୃଷ୍ଟି ନ ଲାଗେ, ସେହିଠାରେ ଏହି ବୃକ୍ଷ ଉତ୍ତମ‌ଋପେ ଜନ୍ମେ । ଏ ବୃକ୍ଷର ଏକ ପ୍ରଧାନ ଲକ୍ଷଣ ଏହି କି, ସେଥିମଧ୍ୟରୁ କେତେଗୁଡ଼ିକରେ ସ୍ତ୍ରୀ ପୁଷ୍ପ, ଓ ଆଉ କେତେଗୁଡ଼ିକରେ ପୁଂପୁଷ୍ପ ଜନ୍ମ ହୁଏ; ଅଥଚ କେବେ ୨ ଦୁଇ ପ୍ରକାର ପୁଷ୍ପ ଏକା ବୃକ୍ଷରେ ଜନ୍ମେ; ମାତ୍ର ସେ ବୃକ୍ଷରେ ଅଧିକ ଫଳ ଉତ୍ପନ୍ନ ହୁଏ ନାହିଁ ।

ଜାଇଫଳର ଚାଷ ଅତି ଲାଭଜନ‌କ । ଏକ ବିଘା ଭୁମିରେ ୭୦ ଗୋଟା ବୃକ୍ଷ ଲାଗିପାରେ, ତ‌ହିଁର ପ୍ରତିବୃକ୍ଷରେ ବର୍ଷକେ ଟ ୧୦।୧୨ଙ୍କା ମୂଲ୍ୟର ଜାଇଫଳ ଜାଇତ୍ରୀ ଉତ୍ପନ୍ନ ହୁଏ; ସୁତରାଂ ପ୍ରତି ବିଘାରେ ଟ ୭୦୦।୮୦୦ଙ୍କା ମିଳେ । ଅନ୍ୟ କୌଣସି ଚାଷ ଇହା ସମାନ ଲାଭଦାୟକ ବୋଧ ହୁଏ ନାହିଁ । ନାରିକେଳ ପରି ଜାଇଫଳ-ବୃକ୍ଷରେ ବାର ମାସ ଫଳଫୁଲ ହୁଏ ; ଅତଏବ ଇହାର ଏକାବେଳକେ ସମସ୍ତ ଫସଲ ନଷ୍ଟ ହେବାର ସମ୍ଭାବନା ମଧ୍ୟ ନାହିଁ । କେବଳ ଏହି ଲାଭ ଭୋଗ କରିବା ନିମନ୍ତେ ଅନେକ ସ‌ହିସ୍ପୁତା ଗୁଣ ଥିବା ଅତ୍ୟନ୍ତ ପ୍ରୟୋଜନୀୟ, ତାହା ନ ଥିଲେ ଜାଇଫଳ ଚାଷର ସମସ୍ତ ପରିଶ୍ରମ ବ୍ୟର୍ଥ ହୁଏ । ପନ୍ଦର ବର୍ଷ କାଳ କ୍ରମାଗତ ଅପର୍ଯାପ୍ତ ପରିଶ୍ରମରେ ଏହି ବୃକ୍ଷର ପାଳନ କରିବାକୁ ହୁଏ; ସେ କାଳ ମଧ୍ୟରେ ଝଡ଼, ବୃଷ୍ଟି, ଉଇ, ସୁଆ ପ୍ରଭୃତି ଅନେକ ଆପଦ‌ଋ ଏହି ବୃକ୍ଷର ରକ୍ଷା ନ କଲେ ପ୍ରାଗୁକ୍ତ ଲାଭ ଭୋଗ ହୋଇ ନ ପାରେ । ଉଇ ପୋକ ନିବାରଣ ନିମନ୍ତେ ଉକ୍ତ ଦ୍ୱୀପ ନିବାସିମାନେ ଶୂକର ବିଷ୍ଠା ଜଳରେ ଗୋଳି ବୃକ୍ଷମୂଳରେ ସେଚନ କରନ୍ତି, ଏବଂ କ‌ହନ୍ତି ଯେ ତ‌ହିଁରେ ସବୁ ଉଇ ପୋକ ଏକାବେଳକେ ବିନଷ୍ଟ ହୁଅନ୍ତି । ଏତଦ୍ଦେଶୀୟ ଇକ୍ଷୁ-ଚାଷର ପରମଶତ୍ରୁ ଉଇପୋକ; ସେ ଉଇପୋକ ଅନେକ କୃଷିର ସର୍ବସ୍ୱ ନଷ୍ଟ କରି ଦିଅନ୍ତି ; ଶୂକର-ବିଷ୍ଠାରେ ଯଦ୍ୟପି ତ‌ହିଁର ପ୍ରତୀକାର ହୁଏ, ତେବେ ଅବଶ୍ୟ ପରୀକ୍ଷା କରିବା କର୍ତ୍ତବ୍ୟ ।

ଜାଇତ୍ରୀ ଓ ଜାଇଫଳ ବିଷୟ

କଥିତ ଅଛି କି, ପ୍ରସ୍ତାବିତ ବୃକ୍ଷର ଫଳ ବାର ମାସ ଜନ୍ମେ; ତାହା ଦେଖିବାକୁ ଗବଫଳ ପ୍ରାୟ; ପୁଣି ତାହା କାଟିଲେ ତ‌ହିଁ ମଧ୍ୟ‌ଋ ଯେଉଁ ବୀଜ ବାହାରେ ତାହା ଜାଇଫଳ ନାମରେ ପ୍ରସିଦ୍ଧ ଏବଂ ସେ ବୀଜସୁଦ୍ଧା ତଦାବରଣକାରି ଶସ୍ୟ ମଧ୍ୟରେ ଯେଉଁ ପଦାର୍ଥ ଥାଏ ତାହା ନାମ ଜାଇତ୍ରୀ । ସେ ଦୁଇ ପଦାର୍ଥକୁ ଶୁଖାଇଲେ ବାଣିଜ୍ୟର ଉପ‌ଯୁକ୍ତ ହୁଏ ।

ସମାଚାର ପତ୍ରିକା

ସନ୍ତାଲମାନଙ୍କ ଇସ୍ତିହାର ।

ସନ୍ତାଲମାନେ ସୁଜାରାମ‌ପୁରସ୍ଥ ଜି ଗ୍ରାଣ୍ଟ ସାହେବଙ୍କ କୋଠୀକୁ ଏବଂ ଭାଗଲପୁର ଅଦାଲତକୁ ଯେଉଁ ଦୁଇ ପ‌ଋଆନା ଚିଟୀ ପଠାଇ ଅଛନ୍ତି ତଳେ ସେଥିର ଅନୁବାଦ ଗ୍ରହଣ କରାଗଲା ।

୧। "ଶିବଶାହ ଭଗତସୁବାଙ୍କ ଆଜ୍ଞାନୁସାରେ ସୁଜାରାମ‌ପୁରର କୋଠୀଉଆଲା ଗ୍ରାଣ୍ଟ ସାହେବଙ୍କ ଉପରେ" ।

ସମ୍ବାଦ, ଏହି ଆଜ୍ଞା ପ୍ରାପ୍ତ ହେଲାବାଦ ତୁମ୍ଭେ ଆପଣା ଦ୍ରବ୍ୟାଦି ନେଇ କୋଠୀତ୍ୟାଗ କରିବ, ଯେବେ ତୁମ୍ଭେ ପ୍ରତିବାଦ କିମ୍ବା କୌଣସି ଓଜର କରିବ ତାହା ଶୁଣା ଯିବ ନାହିଁ ଅତଏବ ଏତଦ୍ୱାରା ସମ୍ବାଦ ଦିୟା ଯାଉଅଛି ଯେ ବୁଧବାର ଦିନ ଆମ୍ଭ ସେନାପତିମାନେ ତୁମ୍ଭ କୋଠୀରେ ଉପସ୍ଥିତ ହେବେ, କୌଣସି ରୟତଙ୍କ ହାନି ହେବ ନାହିଁ, ବରଂ ସେମାନଙ୍କୁ ରକ୍ଷା କରାଯିବ, ୧୨୬୩ ସାଲ ପୌଷ ମାସ ୩୦ ଦିନ ।

୨। ଦ୍ୱିତୀୟ ପ‌ଋଆନା କିମଶନର, ଜ‌ଜ, ମାଜିଷ୍ଟ୍ରେଟ, କଲେକ୍ଟର ସାହେବ ପ୍ରଭୃତି ଗବର୍ଣ୍ଣମେଣ୍ଟର ଚିହ୍ନିତ ଚାକରଙ୍କ ଉପରେ ।


ସଂସ୍କୃତଭାଷାରେ ଏହି ପଦାର୍ଥର ଅନେକ ନାମ ଅଛି, ଯଥା ଜାତୀଫଳ, ଜାତିଫଳ, ଜାତିପୁଷ୍ପସାର, ରାଜଭୋଗ୍ୟ, ଜାତୀକୋଶ, ଜାତିକୋଷ । ସମାଚାର ପତ୍ରିକା

"ଶିବଶାହ ଭଗତ ସୃବା ସମ୍ଭାବିତ ରାଜାଙ୍କ ହୁକୁମ ।"

ରାମଜିଓଲାଲ ଦେଶ ଜୟ କରିଅଛନ୍ତି ସେହି କାରଣ ଆମ୍ଭେ ଲେଖୁଅଛୁ, ତୁମ୍ଭେ ଆମ୍ଭେଙ୍କୁ ଜଣାଇବ କି ଜ‌ଜ ମାଜିଷ୍ଟ୍ରେଟ ଓ କଲେକ୍ଟରମାନେ ଯୁଦ୍ଧ କରଣେ ମାନସ କରିଅଛନ୍ତି କି ନାହିଁ ? ଯେବେ ଆମ୍ଭମାନଙ୍କ ଯୁବାମାନେ ଚଢ଼ାଉ କରିବେ ତେବେ ରୟତମାନଙ୍କର କ୍ଷତି ହେବ ଏବଂ ଯେବେ ଇଙ୍ଗରେଜ ସେନାମାନେ ଆସିବେ ତ‌ଥାଚ ରୟତମାନେ କ୍ଳେଶ ପାଇବେ, ଅତଏବ ଇହା ଯୁକ୍ତି ସିଦ୍ଧ ଯେ କେବଳ କିଶୋରୀୟା ଯୁବାଙ୍କ ସଙ୍ଗେ ଇଙ୍ଗରେଜମାନେ ଯୁଦ୍ଧ କରନ୍ତୁ, ତାହାହେଲେ ଋଏତମାନଙ୍କର କୌଣସି ହାନି ହେବ ନାହିଁ ଏହି ପରୁଆନାର ମର୍ମ ଡ଼ାକ ଦ୍ୱାରା ଉକ୍ତ ସକଳ‌ଲୋକଙ୍କୁ ଜ୍ଞାତ କରାଇବ ଯେଉଁମାନଙ୍କ ଲାଗି ଇହା ଲେଖା ହେଲା" ।

"ଶିରସ୍ତାଦାରଙ୍କୁ ଲେଖା ଯାଉଅଛି ।"


"୧୨୬୩ ସାଲ ପୌଷ ପୌର୍ଣ୍ଣମୀ ୨୯ ଦିନ ସୋମ‌ବାର ।"

ଏହି ପ‌ଋଆନା ପଢ଼ି ପାଠକ ବର୍ଗ ବନ୍ୟ ସନ୍ତାଲମାନଙ୍କର ସାହାସ ବିବେଚନା କ‌ଋନ୍ତୁ, ସେମାନେ ଏଥର ପ୍ରଜା ନାଶ ଦେଶ ଲୁଟନ ନ କରି ଏପ୍ରକାର ପ୍ରଜା ରକ୍ଷାର ପ୍ରତିଜ୍ଞା କରୁଅଛନ୍ତି, ଏଥିରେ ଅବଶ୍ୟ କୌଣସି କାରଣ ଥାଇ‌ ପାରେ, ବୋଧହୁଏ କୌଣସି ବିଜ୍ଞ ଲୋକେ ସେମାନଙ୍କୁ ପରାମର୍ଶ ଦେଇଥିବେ ପ୍ରଜାଙ୍କୁ ହସ୍ତଗତ କଲାଋ ଅନାୟାସରେ ସେମାନଙ୍କର ମଙ୍ଗଳ ହୋଇ ପାରିବ, ଯାହା‌ହେଉ, ଏଥର ବୃତ୍ତାନ୍ତ ବୋଧ ହେଉ ନାହିଁ, ଆମ୍ଭମାନଙ୍କର ବୋଧ ଥିଲା ବର୍ଷା ଶେଷ ହେଲେ ସନ୍ତାଲମାନେ ନାନା ପର୍ବତକୁ ପଳାଇ ଯିବେ, ଗବର୍ଣ୍ଣମେଣ୍ଟ ସେନାଙ୍କ ଭୟରେ ଆଉ ପ୍ରକାଶ ହୋଇ ସାହାସୀ ହେବେ ନାହିଁ, ମାତ୍ର ଯେତେବେଳେ ଥରେ ତାଡ଼ିତ ହୋଇ ପୁନରାୟ ଶୀତକାଳରେ ଅରଣ୍ୟ‌ଋ ବ‌ହୁ ସଂଖ୍ୟା ବ‌ହିର୍ଗତ ହେଉଅଛନ୍ତି ଏବଂ ସାହସପୂର୍ବକ ଗବର୍ଣ୍ଣମେଣ୍ଟଙ୍କ ଉପରେ ଏପ୍ରକାର ପ‌ଋଆନା ଜାରୀ କ‌ଋଅଛନ୍ତି ତେତେବେଳେ ଅନୁମାନ ହେଉଅଛି କମ୍ପାନି ବାହାଦୁରଙ୍କୁ ବିଶେଷ କ୍ଳେଶ ନ‌ଦେଇ କ୍ଷାନ୍ତ ହେବେ ନାହିଁ, ଲେପ୍‌ଟେନେଣ୍ଟ ମହାଶୟ ସନ୍ତାଲମାନଙ୍କୁ ପୁତ୍ରବତ୍ ସ୍ନେହ କରନ୍ତି ଦେଖାଯାଉ ଯେବେ ସେ ସେମାନଙ୍କ ମସ୍ତକରେ ପଦ୍ମହସ୍ତ ବୁଲାଇ ବଶୀଭୁତ କରି ପାରନ୍ତି ।


ସମାଚାର ପତ୍ରିକା

ପାଠକ ବର୍ଗଙ୍କର ସ୍ମରଣ ରହିବ ଏଥି ପୂର୍ବରେ କୁତ୍ସିତ ଛବୀ ଓ ଶୃଙ୍ଗାର ରସ ଘଟିତ ପୁସ୍ତକ ପ୍ରକାଶ ଓ ପ୍ରକାଶ୍ୟ ସ୍ଥାନରେ ବିକ୍ରୟ କରିବା ଏବଂ ସରକାରୀ ରାସ୍ତାରେ ବା ଅନ୍ୟ କୌଣସି ସାଧାରଣ ସ୍ଥାନରେ କୁତ୍ସିତ ପ୍ରତିମୂର୍ତ୍ତି ବାହାର ଓ କଦର୍ଯ୍ୟ ଗାନ‌କରିବା ନିବାରଣ ପକ୍ଷରେ ଏକ ନୂତନ ଆଇନର ମୂସାବିଦା ପ୍ରକାଶ ହୋଇଥିଲା ବର୍ତ୍ତମାନ ଉକ୍ତ ମୂସାବିଦାରେ ନମ୍ବର ଦିୟା ଯାଇ ଗତ ଜାନୁଏରି ମାସ ୩୦ ତାରିଖର କଲିକତା ଗେଜେଟରେ ଆଇନସ୍ୱ‌ଋପେ ପ୍ରକାଶ ପାଇଅଛି ।


ବାବୁ ରାଧାମାଧବ ଦତ୍ତଙ୍କୁ ଯେଉଁମାନେ ହତ୍ୟା କରିଅଛନ୍ତି ହୁଗୁଳୀର ଶ୍ରୀଯୁକ୍ତ ମାଜିଷ୍ଟ୍ରେଟ ମହାଶୟ ମନୋଯୋଗ ପୂର୍ବକ ଚେଷ୍ଟିତ ହୋଇଅଛନ୍ତି ସେମାନଙ୍କୁ ଧୃତ କରିବେ, ସେ ପୂର୍ବରେ ୫୦୦ ଟଙ୍କା ପାରିତୋଷିକର ଏକ ବିଜ୍ଞାପନ ପ୍ରେରଣା କରିଥିଲେ ଭାସ୍କରାଦି ସମାଚାର ପତ୍ରରେ ତାହା ପ୍ରକାଶ ହୋଇଅଛି ମାତ୍ର ତ‌ହିଁରେ କୌଣସି ଉପକାର ଦେଖା ଗଲା ନାହିଁ, ପୁନର୍ବାର ପାଞ୍ଚ ସ‌ହସ୍ର ଟଙ୍କା ପାରିତୋଷିକର ଆଉ ଖଣ୍ତେ ବିଜ୍ଞାପନ ପଠାଇ ଅଛନ୍ତି ପାଠକ ମ‌ହାଶୟମାନେ ଆଜଦିନ ଭାସ୍କରରେ ତାହା ଦେଖିବେ ଉକ୍ତ ମାଜିଷ୍ଟ୍ରେଟ ମହାଶୟ ପାଞ୍ଚ ସ‌ହସ୍ର ଟଙ୍କା ପାରିତୋଷିକ ଦାନରେ ସ୍ୱୀକୃତ ହେଲେ ଏବଂ ବାବୁ ଗୁଋଦାସ ଦତ୍ତ ଦୁଇ ସ‌ହସ୍ର ଟଙ୍କା ପାରିତୋଷିକର ଅଙ୍ଗୀକାର ପତ୍ର ପ୍ରଚାର ହେଲା ଏବଂ ଆମ୍ଭେମାନେ ଶ୍ରୀଯୁକ୍ତ ବାବୁ ଗୁଋଦାସ ଦତ୍ତଙ୍କ ଅଭିପ୍ରାୟ ଜାଣି କ‌ହୁଅଛୁଁ ଉକ୍ତ ବାବୁ ଆହୁରି ତିନି ସ‌ହସ୍ର ଟଙ୍କା ଦେବେ ଯେଉଁ ବ୍ୟକ୍ତି ଦୋଷିଗଣଙ୍କ ଅନୁସନ୍ଧାନ ବୋଲି ଧୃତ କରାଇ ପାରିବେ ତାହା ପାକ୍ଷରେ ଦଶ ସ‌ହସ୍ର ଟଙ୍କା ପାରିତୋଷିକ ଅଳ୍ପ ପାରିତୋଷିକ ନୁହେ ଏଥିରେ ଜଣେ ମନୁଷ୍ୟ ଧନୀ ହୋଇ ସ୍ୱଚ୍ଛନ୍ଦରେ ଜୀବନ କଟାଇ ପାରେ, ବିଶେଷତଃ ଉକ୍ତ ଗୋଇନ୍ଦା ଯେବେ ହ‌ଯତା‌ସଂସ୍ରବରେ ଥାଏ ତ‌ଥାପି ଗବର୍ଣ୍ଣମେଣ୍ଟ ସେଥିରେ ଦଣ୍ତ କରିବେ ନାହିଁ, ଯଥାର୍ଥ‌ଋପେ ସମସ୍ତ ପ୍ରକାଶ କଲାଋ ତାକୁ ଖଲାସ ଦେବେ ଅତଏବ ଯେଉଁମାନେ ଏହି ବିଷୟରେ ଅନୁସନ୍ଧାନ ଜାଣନ୍ତି ସେମାନେ ପ୍ରଚାର ହୋଇ ସମସ୍ତ ବିଷୟ କ‌ହି ଦଶ ସ‌ହସ୍ର ଟଙ୍କା ଗ୍ରହଣ କ‌ଋନ୍ତୁ ଏବଂ ଗବର୍ଣ୍ଣମେଣ୍ଟଙ୍କ ଲଜ୍ଜା ନିବାରଣ କରି ସେମାନଙ୍କ ସମୀପରେ ପ୍ରତିପନ୍ନ ହେଉନ୍ତୁ ସେମାନେ ଯେବେ ଉପ‌ଯୁକ୍ତ ହେବେ ତେବେ ଡ଼େପୁଟୀ ମାଜିଷ୍ଟ୍ରେଟୀ, ସମାଚାର ପତ୍ରିକା

ଡ଼େପୁଟୀ କଲେକ୍ଟରୀ, ମୁନିସଫୀ, ସଦର ଅମୀନୀ, ପ୍ରଧାନ ସଦର ଅମୀନୀ ଇତ୍ୟାଦି ଯେଉଁ କର୍ମ ଚାହିଁବେ ଗବର୍ଣ୍ଣମେଣ୍ଟ ସେମାନଙ୍କୁ ତାହାସୁଦ୍ଧା ଦେବେ, ଏଥିରେ ଯେବେ ଏପ୍ରକାର ସନ୍ଦେହ କରିବେ ଏ ସକଳ କର୍ମ ବିଧିବଦ୍ଧ ହୋଇଅଛି ଗବର୍ଣ୍ଣମେଣ୍ଟ ବିଧି ଛାଡ଼ି କିଋପେ ଚଳିବେ ? ଇହାର ଉତ୍ତର ଏହି କି "ଏହି ସକଳ କର୍ମର ବିଧାନ ମଧ୍ୟରେ ଲେଖା ଅଛି ପରୀକ୍ଷାଦିର ଅପେକ୍ଷା ନ ହୋଇ ଶ୍ରୀ ଶ୍ରୀଯୁକ୍ତ ଗବର୍ଣ୍ଣର ଜେନରଲ ବାହାଦୁର ମନକଲେ ଜଣେ ମଜୁର ଲୋକ‌କୁ ସୁଦ୍ଧା ପ୍ରଧାନ ସଦର ଅମୀନ କରି ପାରିବେ" ଅତଏବ ଗୋଏନ୍ଦାମାନଙ୍କର କୌଣସି ସନ୍ଦେହର ବିଷୟ ନାହିଁ ।

ଶ୍ରୀଯୁକ୍ତ ଗବର୍ଣ୍ଣ ଜେନରଲ ବାହାଦୁର ଶାରୀରିକ ଅସ୍ୱାସ୍ଥ୍ୟ ହେତୁଋ ଗତ ଶୁକ୍ରବର କୌନ୍‌ସଲରେ ଉପବିଷ୍ଟ ହୋଇ ପାରି ନାହାନ୍ତି, କାପ୍ତାନ ବୌଇ ସାହେବ କୌନସ୍‌ଲର କାଗଜାଦି ନେଇ ବାରାକ ପୁରକୁ ଯାଇଅଛନ୍ତି ଲାର୍ଡ଼ ବାହାଦୁର ସେଠାରେ ଅବସ୍ଥିତି କ‌ଋଅଛନ୍ତି, ନୂତନ ଗବର୍ଣ୍ଣର ଜେନରଲ ଶ୍ରୀଯୁତ ଲାର୍ଡ଼ କେନିଂ ବାହାଦୁର ବୋମ୍ବାଇ ନ‌ଗରରେ ଉପନୀତ ହୋଇଅଛନ୍ତି, ଫେବୃଏରି ମାସ ଶେଷରେ କଲିକତାକୁ ଆସି ପାରନ୍ତି ।


ଏଥି ମଧ୍ୟରେ ଶୁଣାଯାଉ ଥିଲା ଶ୍ରୀହଟ୍ଟ ଜିଲା ମଧ୍ୟରେ ଚା ଉତ୍ପନ୍ନ ହେବ ବୋଲି ଆରମ୍ଭ ହୋଇଅଛି ବର୍ତ୍ତମାନ ଜଣା ଗଲା କି ଉକ୍ତ ଜିଲାର ଉତ୍ତର ପଶ୍ଚିମାଂଶେର ଅନେକ ଚା ଚାରା ଜନ୍ମ୍ୁ ଅଛି, ମଣିପୁରରେ ଉତ୍ପନ୍ନ ଚା କଲିକତାକୁ ଅଣା ଯାଉଅଛି ଏବଂ ଅନେକ ଲୋକେ ତାହା ଗ୍ରାହ୍ୟ କରି ଅଛନ୍ତି, ବୋଧହୁଏ ଶ୍ରୀହଟ୍ଟୋତ୍ପନ୍ନ ଚା ସୁଦ୍ଧା ତଦ୍ରୁପ ଉତ୍ତମ ବ୍ୟବ‌ହାର୍ଯ୍ୟ ହୋଇପାରେ ।


ଡ଼କାଇତୀ

ଈଂଲିସମ୍ୟାନ ପତ୍ରରେ ଜଣାଗଲା ଡ଼ାଏମଣ୍ତ ହାରବର ନିକଟରେ ପୋଲିସ ଥାନାର ପାଦ କ୍ରୋଶ ବ୍ୟବଧାନରେ ଗୋବିନ୍ଦପୁର ଗ୍ରାମରେ ଗୁଋଦାସ ପୋଦ୍ଦାର ଘରେ ଗତ ଜାନୁଏରି ମାସ ୧୧ ତାରିଖ ରାତ୍ରରେ ଗୋଟାଏ ସମାଚାର ପତ୍ରିକା

ଭୟାନ‌କ ଡ଼କାଇତୀ ହୁଏ, ଡ଼କାଇତମାନେ ଗୃହସ୍ୱାମୀକି ଗୁଋତର ପ୍ରହାର ପ୍ରଦାନ ପୂର୍ବକ ଅନ୍ୟୂନ ୭୦୦୦ ଟଙ୍କାର ଦ୍ରବ୍ୟାଦି ଅପ‌ହରଣ କଲେ, ଜିଲା ଚବିଶ ପରଗଣାର ମାଜିଷ୍ଟ୍ରେଟ ସାହେବ ଡ଼କାଇତଙ୍କୁ ଧରିବା ଲାଦି ୫୦୦ ଟଙ୍କା ପୁରସ୍କାର ପ୍ରଦାନର ଇସ୍ତିହାର ଦେଇଥିଲେ ସେଥିରେ ସ୍ଥାନୀୟ ପୋଲିସ ଆମଲାମାନଙ୍କ ସନ୍ଧାନରେ ଡ଼କାଇତଙ୍କ ଭିତ‌ଋ ଜଣେ ସୁଦ୍ଧା ଧରା ଗଲା ନାହିଁ ତବ୍ଦାଦ ମାଜିଷ୍ଟ୍ରେଟ ସାହେବ ଇଟାଲୀ ଥାନାର ଉପ‌ଯୁକ୍ତ ଦାରୋଗା ବାବୁ ହେମଚନ୍ଦ୍ର କରଙ୍କୁ ଦସ୍ୟୁ ଧୃତ କରିବା ସକାଶେ ଗୋବିନ୍ଦପୁରକୁ ପ୍ରେରଣ କଲେ କର ବାବୁ ବିସ୍ତର କ୍ଳେଶରେ ଉକ୍ତ ଦସ୍ୟୁଦଳ ମଧ୍ୟ‌ଋ ୧୮ ଜଣଙ୍କୁ ଧରି ଅଛନ୍ତି ଏବଂ ହୃତ ବସ୍ତୁଋସୁଦ୍ଧା କିୟଦଂଶ ପୁନର୍ବାର ପ୍ରାପ୍ତ ହୋଇ ଅଛନ୍ତି, ଯେଉଁ ସକଳ ଡ଼କାଇତମାନେ ଧରାହୋଇ ଅଛନ୍ତି ସେମାନଙ୍କ ମଧ୍ୟରେ ଅନେକ ଦାଗୀ ଚୋର ଅଛନ୍ତି ଅର୍ଥାତ୍ ପୂର୍ବରେ ଯେଉଁମାନେ ଅନେକ ଥର ଚୋରୀ ଡ଼କାଇତୀ ମକଦ୍ଦମାରେ ଦଣ୍ତ ପାଇଥିଲେ, ବର୍ତ୍ତମାନ ଶେସନ ଜ‌ଜ ସାହେବ ସେମାନଙ୍କ ପ୍ରତି କି ଦଣ୍ତ ବିଧାନ କରିବ ଦେଖାଯିବ । ସମାଚାର ପତ୍ରିକା

ସକଳ ପଶୁ ଆହାର ନ ପାଇ ମରି ଗଲେ ଏହି ସବୁ ଦୁରବସ୍ଥା ଦେଖି ଜେନରଲ ଉଇଲେମସ ସାହେବ ସନ୍ଧିର ନିଶାନ ଉଠାଇ ଦେଲେ, ଏଥିର ଅବ୍ୟବ‌ହିତ ପୂର୍ବରେ ନବେମ୍ବର ମାସ ୧୦ ତାରିଖରେ ନ‌ଗରୀୟ ସେନାମାନେ ମୃତବତ୍ ହୋଇ ଋଷମାନଙ୍କ ଉପରେ ଚଢ଼ାଉ କରିଥିଲେ ମାତ୍ର ତାହା "ଛିନ୍ନ ମୁଣ୍ତରେ ଭୃକୁଟୀର ନ୍ୟାୟ "ନିଷ୍ଫଳ ଚେଷ୍ଟା ହେଲା, ମୁଷ୍ଟିପରିମିତ ନିରାହାରୀ ନିର୍ବୀର୍ଯ ହତାଶ ବାହିନୀ କେତେବେଳେ ସବଳ ଓ ଜୀବିତ ସେନାଗଣଙ୍କ ସଙ୍ଗେ ଯୁଦ୍ଧରେ ସ୍ଥିତ ହୋଇ ପାରନ୍ତି ? ବିଶେଷତଃ ଋଷ ସେନାମାନେ ନ‌ଗରର ପାର୍ଶ୍ୱ ଚର୍ତ୍ତି ସକଳ ଦେଶ ଓ ପଥ ଋଦ୍ଧ କରିଥିଲେ ସେଥିତେ ସେନାମାନେ ନ‌ଗରର ପାର୍ଶ୍ୱ ଚର୍ତ୍ତି ସକଳ ଦେଶ ଓ ପଥ ଋଦ୍ଧ କରିଥିଲେ ସେଥିରେ ସେନାମାନେ କୌଣସି ଆଡ଼େ ପଳାଇବାର ମାର୍ଗ ପାଇଲେ ନାହିଁ ଏବଂ ବିପକ୍ଷ‌ପକ୍ଷଙ୍କ ପ୍ରବାଳନଳ ସ‌ହ୍ୟ କରି ନ ପାରି କ୍ଷଣ ବିଳମ୍ବରେ ପୁନରାୟ ଶୂନ୍ୟ ନ‌ଗରରେ ପ୍ରବିଷ୍ଟ ହେଲେ, ଏହି ଚରମ ଚେଷ୍ଟାରେ ନିରାକୃତ ଓ ଭରସା ଶୂନ୍ୟ ହୋଇ ଜେନରଲ ଉଇଲେମସ ସାହେବ ଏହି ନିୟମରେ ବିପକ୍ଷ ହସ୍ତରେ ନ‌ଗର ସମର୍ପଣ କରିବାକୁ ପ୍ରସ୍ତାବ ପଠାଇଲେ, ଯେବେ ଋଷ ସେନାପତିମାନେ ତାଙ୍କୁ ଇରଜିରମ ନ‌ଗରକୁ ଯିବାକୁ କ‌ହିବେ ତେବେ ସେ ନ‌ଗର ତ୍ୟାଗ କରିବେ" ପ୍ରବଳପକ୍ଷ କୌଣସି କାଳରେ ହୀନ ବଳଙ୍କ ପ୍ରସ୍ତାବ ଗ୍ରହଣ କରନ୍ତି ନାହିଁମ ଋଷ ଜେନରଲ ମିଉରାବିଫ ଏ ପ୍ରସ୍ତାବ ଅଗ୍ରାହ୍ୟ କଲେ, ଏଋପେ ନିଋପାୟ ହୋଇ ଜେନରଲ ଉଇଲିଏମସ ସାହେବ ସ‌ସୈନ୍ୟ ବିପକ୍ଷ ହସ୍ତରେ ପ୍ରାଣ ସମର୍ପଣ କଲେ ଓ ଚାଷମାନେ ନ‌ଗରାଧିକାର କଲେ, ଏ ବିଷୟରେ ବିଶେଷ ବୃତ୍ତାନ୍ତ ଅଦ୍ୟାପି ସମସ୍ତ ପ୍ରକାଶ ହୋଇ ନାହିଁ, ଫଳତ ଋଷ ସେନାଙ୍କ ଦ୍ୱାରା କାର୍ସ ନ‌ଗର ଅଧିକାର ହୋଇଅଛି ତାଙ୍କ ପକ୍ଷରେ କୌଣସି ସଂଶୟ ନାହିଁ ।


ଆମ୍ଭେମାନେ ଏହି କଥା ଶୁଣି ଆହ୍ଲାଦିତ ହେଲୁଁ, ରାମ‌ବଗିଚା ବାସି ନାମରେ ବିଖ୍ୟାତ ଦତ୍ତବଂଶୀୟ ବାବୁମାନେ ବିଧବା ବିବାହର ସପକ୍ଷ ହୋଇଅଛନ୍ତି ଫେବୃଏରି ମାସ ୧ ତାରିଖରେ ବାବୁ କୈଳାସଚନ୍ଦ୍ର ଦତ୍ତ ବାବୁ ଗୋବିନ୍ଦଚନ୍ଦ୍ର ଦତ୍ତ ବାବୁ ଶଶିଚନ୍ଦ୍ର ଦତ୍ତ ବାବୁ ହରିଚନ୍ଦ୍ର ଦତ୍ତ ବାବୁ ଗିରୀଶଚନ୍ଦ୍ର ଦତ୍ତ ବାବୁ ହେମଚନ୍ଦ୍ର ଦତ୍ତ ବାବୁ ଉମେଶଚନ୍ଦ୍ର ଦତ୍ତ ବାବୁ ହରେକୃଷ୍ଣ ଦତ୍ତ ବାବୁ ପୀତାମ୍ବର ଦତ୍ତ ବାବୁ ଶ୍ୟାମାଚରଣ ଦତ୍ତ ବାବୁ ହେରମ୍ବଚନ୍ଦ୍ର ଦତ୍ତ ବାବୁ ଗୋପାଳକୃଷ୍ଣ ଦତ୍ତ ବାବୁ କେଦାରନାଥ ଦତ୍ତ ବାବୁ କୈଳାସଚନ୍ଦ୍ର ବସୁ ବାବୁ ଶ୍ୟାମାଚରଣ ଦାସ ବାବୁ ଯଦୁନାଥ ମୁଖୋପାଧ୍ୟାୟ ବାବୁ ରାଜେନ୍ଦ୍ରନାଥ ମିତ୍ର ବାବୁ ଅଭୟାଚରଣ ବସୁ ବାବୁ ନୀଳମାଧବ ଦେ ବାବୁ ଠାକୁରଦାସ ଚକ୍ରବର୍ତ୍ତୀ ବାବୁ ନବୀନ‌କୃଷ୍ଣ ଘୋଷ ବାବୁ ଶାରଦାପ୍ରସାଦ ବସୁ ଏବଂ ଅନ୍ୟାନ୍ୟ ଅନେକ ଲୋକଙ୍କର ସ୍ୱାକ୍ଷରିତ ଏକ ଆବେଦନ ପତ୍ର ବ୍ୟବସ୍ଥାପକ ସଭାରେ ଅର୍ପିତ ହୋଇ ଅଛି, ଆବେଦନ‌କାରିମାନେ ଏହି ଆବେଦନପତ୍ରରେ ଲେଖିଅଛନ୍ତି "ବିଧବା ବିବାହ ବିଷୟରେ ଆଇନ ପରିବର୍ତ୍ତ ଅର୍ଥାତ୍ ବିଧବା ବିବାହ ପ୍ରଚଳନ ପକ୍ଷରେ ବିଧାନ ପ୍ରକାଶ କରିବା ଯେ ଅତ୍ୟାବଶ୍ୟକ ଇହା ଆମ୍ଭମାନଙ୍କର ବିଲକ୍ଷଣ ହୃଦୟଙ୍ଗମ ଓ ପ୍ରତୀତ ହୋଇଅଛି ଏବଂ ଉକ୍ତ ବିଷୟରେ ଯେଉଁ ବିଲ ଅର୍ଥାତ୍ ଆଇନର ମୁସାବିଦା ବ୍ୟବସ୍ଥାପକ ସଭାରେ ଦୁଇବାର ପଢ଼ା ଯାଇଥିଲା ତଦ୍ଦୃଷ୍ଟିରେ ଆମ୍ଭେମାନେ ଯଥୋଚିତ ସନ୍ତୁଷ୍ଟ ହୋଇ କୃତଜ୍ଞ ଚିତ୍ତରେ ମାନ୍ୟତମ ବ୍ୟବସ୍ଥାପକ ସଭାଧ୍ୟକ୍ଷ ମହୋଦୟମାନଙ୍କୁ ଧନ୍ୟବାଦ ପ୍ରଦାନ କ‌ଋଅଛୁଁ ମାତ୍ର ଏକ ବିଷୟରେ ଏହି ଆଇନ ପ୍ରଚାର ହେଲା ବାଦ ଭବିଷ୍ୟତରେ ବିଧବା ବିବାହ ସୂତ୍ରରେ ନାନା ପ୍ରକାର ଅନର୍ଥକ ମକଦ୍ଦମା ଘଟଣାର ଆଶଙ୍କା ଅଛି, ଉକ୍ତ ମୁସାବିଦାରେ ତାହା ନିବାରଣର କୌଣସି ଉପାୟ କଳ୍ପିତ ହୋଇ ନାହିଁ ଅତଏବ ଆମ୍ଭେମାନେ ପ୍ରାର୍ଥନା କ‌ଋଅଛୁଁ ବିଧବା ବିବାହ ବିଷୟକ ସେଇ ଭାବି ବ୍ୟାଘାତ ନିବାରଣ ହେବା କାରଣ ଉକ୍ତ ପାଣ୍ତୁଲିପିରେ ଆଉ ଏକ ଧାରା ସଂଯୋଗ ହେଉ ଯାହା ବିଧାନରେ ଗବର୍ଣ୍ଣମେଣ୍ଟର ପ୍ରତ୍ୟେକ ବିଧବା ବିବାହ ରେଜିଷ୍ଟରୀ କରିବା ଲାଗି କତିପୟ ରେଜିଷ୍ଟର ନିଯୁକ୍ତ ହୋଇ ପାରିବେ, ପ୍ରତ୍ୟେକ ବିଧବା ବିବାହ ଏପ୍ରକାର ରେଜିଷ୍ଟରୀ କରାଗଲେ ଆଗାମିରେ ଆଉ କୌଣସି ବିବାଦ ବିସମ୍ବାଦ ଉପସ୍ଥିତ ହେବ ନାହିଁ ।

କୌଣସି ବନ୍ଧୁର ଲେଖିତ ଚିଟୀ

ମହାଶୟ, ଆମ୍ଭେ ଶ୍ରୀ କ୍ଷେତ୍ର‌ଋ ଆଗମନ କାଳୀନ ବାଲେଶ୍ୱରରେ ଉପସ୍ଥିତ ହେଲୁଁ, ତ‌ହିଁର ଦର୍ଶନ ଓ ଶ୍ରବଣ କଲୁଁ ପୀଡ଼ାରେ ସେଠାରେ ଲୋକେ ନିଷ୍ପୀଡ଼ନ ହେଉ ଅଛନ୍ତି ସେଇ ସ୍ଥାନରେ କୌଣସି ଦାତବ୍ୟ ଚିକିତ୍ସାଳୟ ନ ଥିବାଋ ଯାତ୍ରୀ ଏବଂ ପଥିକ ଓ ବାସିନ୍ଦା ଲୋକେ ସର୍ବଦା ମାରା ଯାଉଅଛନ୍ତି, ପୀଡ଼ିତ ଲୋକମାନେ ଔଷଧ ପଥା ପାନ୍ତି ନାହିଁ, ବାଲେଶ୍ୱରରେ ମିସନରିମାନେ ଏକ ଔଷଧାଳୟ କରିଅଛନ୍ତି ସେଥିରେ ତାଦୃଶ ଉପକାର ହୁଏ ନାହିଁ, ଗବର୍ଣ୍ଣମେଣ୍ଟ ଅନୁଗ୍ରହପୂର୍ବକ ଚିକିତ୍ସାଳୟ ପ୍ରତିଷ୍ଠା କରିବାରେ ଅନେକ ଦୂର‌ଋ ପୀଡ଼ିତ ଲୋକେ ଆସି ଆଶ୍ରୟ ପାଉଥିଲେ ଏବଂ ସମାଚାର ପତ୍ରିକା

ଚିକିତ୍ସାଗୃହ ପ୍ରସ୍ତୁତ ନୋହିବାଋ ଦୁଃଖି ଦରିଦ୍ରମାନେ ଆସି ଔଷଧ କାରଣ ଆର୍ତ୍ତନାଦ କରନ୍ତି ଏବଂ ପଥିକ ଓ ଯାତ୍ରିମାନଙ୍କ ଆଶ୍ରୟ ପାଇବାର ଉପାୟ ହୋଇଥିଲା ମାତ୍ର କୌଣସି ଅବ୍ୟକ୍ତ କାରଣରେ ବା ବିଶେଷ କାରଣରେ ହେଉ ଗବର୍ଣ୍ଣମେଣ୍ଟ ଚିକିତ୍ସାଳୟର କାର୍ଯ୍ୟ ରହିତ କରି ହଠାତ୍ ଔଷଧ ପ୍ରଦାନର ଦ୍ୱାର ଋଦ୍ଧ କଲେ ସେଥିରେ ପୂର୍ବରେ ଯେଉଁ ସକଳ ଦୁଃଖି ଦରିଦ୍ରମାନଙ୍କୁ ଔଷଧ ପ୍ରଦାନ କାରଣ ଡ଼କା ଯାଉଥିଲା ଏତେବେଳେ ସେମାନଙ୍କୁ ବାହାର କରି ଦେବାକୁ ହେଉଅଛି ଏବଂ ନିରାଶ୍ରୟ ଲୋକେ ଯେଉଁମାନେ ଔଷଧ ପଥ୍ୟ ଆଶାରେ ବୃକ୍ଷ ମୂଳାବଲମ୍ବନ କରିଥିଲେ ସେମାନେ ସୁଦ୍ଧା ଦୂରୀକୃତ ହେଲେ, ଏବଂ ଗବର୍ଣ୍ଣମେଣ୍ଟଙ୍କ ଦାନର ଶବ୍ଦ ଯାହା ଚତୁର୍ଦିଗ ବ୍ୟାପକ ହୋଇଥିଲା ତାହା ଜଳରେଖାର ନ୍ୟାୟ ଲୁପ୍ତ ହୋଇ ଗଲା ଇହା କେବଳ ଉପ‌ହାସ ସ୍ଥଳ ହୋଇଅଛି, ଗବର୍ଣ୍ଣମେଣ୍ଟ ସର୍ବସାଧାରଣଙ୍କୁ ପ୍ରାଣଦାନର ଆଶା ଦେଇ କାହିଁକି ବଞ୍ଚିତ କଲେ ଭଗବାନ କ‌ହି ପାରନ୍ତି ।

କସ୍ୟଚିତ୍ ପଥିକସ୍ୟ । ବିଲାତୀୟ ସମ୍ବାଦ ।

ବିଦ୍ୟୁତିକ ବାର୍ତ୍ତାବ‌ହଦ୍ୱାରା ବମ୍ବାଇଠାଋ ଯେଉଁ ବିଲାତୀୟ ସମାଚାର ଆସିଅଛି ତାହା ଶୁଭାବ‌ହ ବୋଲିବାକୁ ହେବ, ତ‌ହିଁରେ ମହା ସମର ଶେଷ ହୋଇ ସନ୍ଧିସ୍ଥାପନର ବିବରଣ ପ୍ରକାଶ ପାଉଅଛି, ଆମ୍ଭେମାନେ ପାଠକ ମହାଶମାନଙ୍କ ବିଜ୍ଞାପନ ନିମନ୍ତେ ତ‌ହିଁର ସାରାଂଶ ପଶ୍ଚାତ୍ ଲେଖୁଅଛୁଁ ।

ଅସ୍ତ୍ରୀୟାନ ରାଜ ପ୍ରତିନିଧି ସନ୍ଧିପ୍ରସ୍ତାବ ଘେନି ଋଷ ରାଜଧାନୀ ସେଣଜ୍ଞଟ ପିଟର୍ସବର୍ଗ ନ‌ଗରରେ ପ୍ରବେଶ ହୋଇ ଡ଼ିସେମ୍ବର ମାସ ୨୭ ତାରିଖରେ କୌଣ୍ଟନେସେଲରୋଡ଼ଙ୍କ ସ‌ହିତ ସାକ୍ଷାତ୍ କରିଅଛନ୍ତି, ଓ ଇଙ୍ଗରେଜ ଫ୍ରେଞ୍ଚ ଗବର୍ଣ୍ଣମେଣ୍ଟ ସେ ସନ୍ଧିରେ ସମ୍ମତ ହୋଇଅଛନ୍ତି ।

ଅସ୍ତ୍ରୀୟ ଦୂତ ଋଷ ରାଜ୍ୟକୁ ଯାଇ ଅଛନ୍ତି ସତ୍ୟ ଏବଂ ଅସ୍ତ୍ରୀୟା ବାଦଶାହ ଏହି ମହାସମର ଭଙ୍ଗାର୍ଥେ ଉଦ୍‌ଯୋଗ କ‌ଋଅଛନ୍ତି ଏକଥା ମଧ୍ୟ ସତ୍ୟ ତ‌ଥାଚ ସନ୍ଧି ସ୍ଥାପନ ପକ୍ଷରେ ଲୋକଙ୍କର ବିଶ୍ୱାସ ଜନ୍ମି ନାହିଁ, ସନ୍ଧି ହେବ ନାହିଁ ବୋଲି ଅନେକ ଲୋକ କ‌ହୁଅଛନ୍ତି, ଋଷ ବାଦଶାହ ପ୍ରସ୍ତାବିତ ସନ୍ଧି ନିୟମର ବିପରୀତରେ କୃଷ୍ଣ ସମୁଦ୍ରରେ କେବଳ ଋଷ ଓ ତୁରକ ଜାହାଜ ରହିବ ବୋଲି ଅଭିପ୍ରାୟ ବ୍ୟକ୍ତ କ‌ଋଅଛନ୍ତି, ଏଥିଲାଗି ବାଦଶାହ ସଭା କରି ଥିଲେ । ସମାଚାର ପତ୍ରିକା

ଜାନୁଏରି ମାସ ୧୩ ତାରିଖର ବାଏନା ପତ୍ରକେ ବ୍ୟକ୍ତ ହୁଏ କି ଋଷବାଦଶାହ ଅସ୍ତ୍ରିୟା ବାଦଶାଙ୍କ ପ୍ରସ୍ତାବିତ ସନ୍ଧି ନିୟମ ଶ୍ରବଣରେ ସମ୍ମତ ହେଲାଋ କୌଣ୍ଟକୌଲ ପ୍ରିନ୍‌ସ ଗର୍ଟେସକଫଙ୍କୁ ଜଣାଇଅଛନ୍ତି ଅସ୍ତ୍ରିୟାନ ଦୂତମାନେ ୧୮ ତାରିଖରେ ପିଟସବର୍ଗ ନ‌ଗରକୁ ଆସିବେ ।

ପ୍ରିନ୍‌ସ ଗର୍ଟେସକଫ ବାଏନା ନ‌ଗରଠାଋ ଗମନ କରିବାର ଉଦ୍‌ଯୋଗ କ‌ଋଅଛନ୍ତି ।

ଆମେରିକାନ ଗବର୍ଣ୍ଣମେଣ୍ଟ ଦେଶ‌ଯାକରେ ଘୋଷଣା ଦେଇଅଛନ୍ତି "ଆମେରିକା ଦେଶବାସି କେହି ଯେବେ ବିଦେଶୀୟ ସମରର ସଙ୍ଗୀ ବା ସେନାର୍ଦଳ ଭୁକ୍ତ ହେବ ତେବେ ସେ ବ୍ୟକ୍ତି କ‌ଠିନ ଦଣ୍ତାହି ହେବ ।"

ଦେନ୍‌ମାର୍କର ରାଜା ଘୋଷଣା ଦ୍ୱାରା ଇଉରୋପର ସକଳ ରାଜାମାନଙ୍କୁ ଜଣାଇଅଛନ୍ତି କି ସେ କୌଣସି ପକ୍ଷ ଗ୍ରହଣ କରିବେ ନାହିଁ ।

ପତ୍ରାନ୍ତରେ ବ୍ୟକ୍ତ ହୁଏ ଯେ, ଋଷ ଗବର୍ଣ୍ଣମେଣ୍ଟ ସ‌ହିତ ସନ୍ଧି ସମାଧା ହୋଇଅଛି, ଅସ୍ତ୍ରିୟ ରାଜଦୂତ ଯେଉଂପ୍ରକାର ସନ୍ଧି ପ୍ରସ୍ତାବ ଘେନି ଯାଇଥିଲେ, ଋଷ ବାଦଶାହ ତାହା ସମୁଦାୟ ଗ୍ରାହ୍ୟ କରି ଅଛନ୍ତି, ଏ ସମ୍ବାଦ ସତ୍ୟ ବୋଧ ହେଉଅଛି, କାରଣ କି, ପୋଟି ଏହି ସନ୍ଧି ଧାର୍ଯତା ବିଷୟର ଏକ ଆଫିସିଏଲ ପତ୍ର ପାଇଅଛନ୍ତି ତ‌ହିଂରେ ଏମନ୍ତ ପ୍ରକାଶ ଅଛି ତ୍ରିମିୟାରେ ଉଭୟପକ୍ଷୀୟ ସେନାଗଣଙ୍କ ଯୁଦ୍ଧ ନିବର୍ତ୍ତ ହୋଇଅଛି, ଅନେକ ଇନ୍ଦିୟାନ ଏଜେଣ୍ଟ ଏ ବିଷୟରେ କିଛି ଲେଖି ନାହାନ୍ତି ମାତ୍ର ଯେଉଂ ପତ୍ରରେ ଏ ସମ୍ବାଦ ଲେଖାଅଛି ତାହା ସେ ପଠାଇ ଦେଇଅଛନ୍ତି ।

କଟକ ପ୍ରଦେଶ ଏବଂ ତଦନ୍ତଃପାତି ସ୍ଥଳ ନିବାସି ବିଧବା ବିବାହର ପ୍ରତିବାଦ ବ‌ହୁସଂଖ୍ୟକ ଭଦ୍ରଲୋକମାନେ ବିଧବା ବିବାହ ଆଧୁନିକ ଯୁଗରେ ଶାସ୍ତ୍ର ବିଋଦ୍ଧ ଏବଂ ପାରମ୍ପରିକ ଲୋକେ ଅବ୍ୟବ‌ହୃତ କରିଥିବା ଦୃଷ୍ଟିରେ ଅନ୍ୟାଯ୍ୟ ଜ୍ଞାନ କରି ତାହା ପ୍ରଚାରିତ ନୋହିବା ଅଭିପ୍ରାୟରେ ଶ୍ରୀଲଶ୍ରୀଯୁକ୍ତ ସରକାର ବାହାଦୁରଙ୍କ ନିକଟକୁ ଏକ ଆବେଦନ ପ୍ରେରଣ କରିବା ନିମନ୍ତେ ପ୍ରସ୍ତୁତ କ‌ଋ ଅଛନ୍ତି ଅଥଚ ସେ ଆବେଦନପତ୍ରରେ ସ‌ହସ୍ର ସଂଖ୍ୟକ ସ୍ୱାକ୍ଷର କରାଇବାର କଳ୍ପ ଅଛି ।

ପ୍ର: ଚ - ୪ ମୀନ ମାସର ଉତ୍କଳ ପଞ୍ଜିକା

ଏବଞ୍ଚ ଉକ୍ତ ପ୍ରଦେଶ ଓ ତ‌ତ୍ସମୀପସ୍ଥ ବ୍ରାହ୍ମଣ ପଣ୍ତିତ ମହାଶୟମାନେ ମନୁ, ଯାଜ୍ଞବଲ୍‌କ୍ୟ, ବୃହନ୍ନାରଦୀୟ, ହେମାଦ୍ରି ପ୍ରଭୃତି ଚିରନ୍ତନ ନାନାବିଧ ଧର୍ମଶାସ୍ତ୍ର ସମ୍ମତିରେ ସଂସ୍କୃତ ଭାଷା ଲେଖିତ ଉର୍ଦ୍ଧ୍ୱୋକ୍ତ ଆବେଦନପତ୍ର ପୋଷକ ଏକ ବ୍ୟବସ୍ଥାପତ୍ର ପ୍ରସ୍ତୁତ କରି ପ୍ରଶଂସିତ ସରକାର ବାହାଦୁରଙ୍କ ଛାମୁକୁ ପ୍ରେରଣ କରିବାର ମନସ୍ଥ କରିଅଛନ୍ତି ।

କିନ୍ତୁ ଉପରୋକ୍ତ ବ୍ୟବସ୍ଥାପତ୍ର ଧର୍ମଶାସ୍ତ୍ରାଭିଜ୍ଞ ବ୍ରାହ୍ମଣ ପଣ୍ତିତମାନଙ୍କ ସ୍ୱାକ୍ଷରପୂର୍ବକ ପ୍ରସ୍ତୁତ ହୋଇ ଶ୍ରୀଯୁକ୍ତ ସରକାର ବାହାଦୁରଙ୍କ ଛାମୁକୁ ପ୍ରେରଣ ହେଲା ଉତ୍ତାଋ ଏ ପ୍ରବୋଧ ଚନ୍ଦ୍ରିକା ପାଠକ ମହାଶୟମାନଙ୍କ ବିଜ୍ଞାପନାର୍ଥେ ଇହା ଦ୍ୱାରା ମୁଦ୍ରିତ ହୋଇ ପ୍ରକାଶ ହେବ ।

୧୨୬୩ ସାଲ ମୀନ ମାସର ଉତ୍କଳ ପଞ୍ଜିକା

୧ ମୀନ | ମଙ୍ଗଳବାର ପଞ୍ଚମୀ ୨୫|୮ ଦ୍ୱିଜା ୧୩|୧୨ ମେଷ ୨୭|୪୧ ବୈଧୃତି ୨୯|୨୨ ବାଳବ ୨୫|୨୮ ରବ୍ୟଂଶ ୨୯୫|୨୩ ଦିନାର୍ଦ୍ଧ ୧୪|୪୪ ମାର୍ଚ ୧୧ ତାରିଖ ।

୨ ମୀନ | ବୁଧବାର ଷଷ୍ଠୀ ୨୧|୪୭ କୃତ୍ତିକା ୧୧|୭ ବୃଷ ୬୦ ବିଷ୍ଣୁମ୍ଭୁ ୨୩|୩୨ ତୈତିଳ ୨୧|୪୭ ରବ୍ୟଂଶ ୧୫|୩୬ ଦିନାର୍ଦ୍ଧ ୧୪|୪୫ ବୃହସ୍ପତି ଚକ୍ରାର୍ଦ୍ଧ ଦ ୩୯|୨ ମାର୍ଚ ୧୨ ତାରିଖ ।

୩ ମୀନ | ଗୁଋବାର ସପ୍ତମୀ ୧୮|୧୪ ରୋହିଣୀ ୯|୪୫ ବୃଷ ୩୯|୪୦ ପ୍ରୀତି ୧୮|୨୧ ବାଣିଜ୍ୟ ୧୮|୧୪ ରବ୍ୟଂଶ ୧୫|୬ ଦିନାର୍ଦ୍ଧ ୧୪|୪୭ ମାର୍ଚ ୧୩ ତାରିଖ |

୪ ମୀନ | ଶୁକ୍ରବାର ଅଷ୍ଟମୀ ୧୭|୨୦ ମୃଗଶିରା ୯|୩୯ ମିଥୁନ ୬୦ ଆୟୁଷ୍ମାନ୍ ୧୩|୫୯ ବବ ୧୭|୨୦ ରବ୍ୟଂଶ ୨୪|୫୦ ଦିନାର୍ଦ୍ଧ ୧୪|୪୮ ମାର୍ଚ ୧୪ ତାରିଖ ।

୫ ମୀନ | ଶନିବାର ନବମୀ ୧୬|୪୮ ଆର୍ଦ୍ରା ୧୦|୪୦ ମିଥୁନ ୫୭|୨୨ ସୌଭାଗ୍ୟ ୧୦|୫୭ କୈଳବ ୧୬|୪୮ ରବ୍ୟଂଶ ୩୪|୪୫ ଦିନାର୍ଦ୍ଧ ୧୪|୫୦ ମାର୍ତ ୧୫ ତାରିଖ | ପୃଷ୍ଠା:Prabodha Chandrika (1856).pdf/୭୧ ପୃଷ୍ଠା:Prabodha Chandrika (1856).pdf/୭୨ ପୃଷ୍ଠା:Prabodha Chandrika (1856).pdf/୭୩ ପୃଷ୍ଠା:Prabodha Chandrika (1856).pdf/୭୪ ପୃଷ୍ଠା:Prabodha Chandrika (1856).pdf/୭୫ ପୃଷ୍ଠା:Prabodha Chandrika (1856).pdf/୭୬ ପ୍ରବୋଧ ଚନ୍ଦ୍ରିକା

୪ ସଂଖ୍ୟା

ସନ ୧୨୬୩ | ମେଷ | * ସନ ୧୮୫୬ | ଏପ୍ରେଲ |

ଅଥ ବିଷ୍ଣୂଶର୍ମକର୍ତ୍ତୃକ ହିତୋପଦେଶଃ |

ଅନ -- ଏହି ସକଳ ବୃତ୍ତାନ୍ତ ଦେଖି ଇହା କ‌ହି -- ଶ୍ଳାଘ୍ୟ; ଏହେତୁଋ ଆମ୍ଭେ ସୁଦ୍ଧା ତୁ -- ଆମ୍ଭଙ୍କୁ ମିତ୍ରତାରେ ଅନୁଗ୍ରହ କରିବାକୁ -- ଇହା ଶୁଣି ହିରଣ୍ୟକ ଗର୍ତ୍ତ ମଧ୍ୟରେ ଥାଇ କ‌ହିଲେ, କିଏ ତୁମ୍ଭେ ? ସେ କ‌ହିଲା, ଆମ୍ଭେ ଲଘୁପତନ‌କ ନାମରେ କାକ । ହିରଣ୍ୟକ କ‌ହିଲା, ତୁମ୍ଭ ସ‌ହିତା ମିତ୍ରତା କି ? ଯେହେତୁଋ,

ଯ‌ତ୍ଯଦେନ ଯୁଜ୍ୟତେ ଲୋକେ ବୁଧସ୍ତ‌ତ୍ତେନ ଯୋଜୟେତ୍ । ଅହମନ୍ନଂ ଭବାନ୍ ଭୋକ୍ତା କଥଂ ପ୍ରୀତିର୍ଭବିଷ୍ୟତି ।।

ଲୋକରେ ଯେ ଯାହା ସ‌ହିତ ଉପ‌ଯୁକ୍ତ ହୁଏ, ପଣ୍ତିତ ଲୋକ ତାକୁ ତାହା ସ‌ହିତ ଉପ‌ଯୁକ୍ତ ହୁଏ, ପଣ୍ତିତ ଲୋକ ତାକୁ ତାହା ସ‌ହିତ ମେଳନ କରାଇବ । ଆମ୍ଭେ ଭୋଜ୍ୟ, ତୁମ୍ଭେ ଭୋକ୍ତା, ଏଥିରେ କିଋପେ ପ୍ରୀତି ହେବ ? ଭକ୍ଷ୍ୟ ଭକ୍ଷକ ଦୁହିଙ୍କର ଯେଉଂ ପ୍ରୀତି ସେ ବିପତ୍ତିର କାରଣ ହୁଏ; କାରଣ କି ଶୃଗାଳ ହେତୁଋ ପାଶରେ ବଦ୍ଧ ମୃଗ କାକ‌କର୍ତ୍ତୃକ ରକ୍ଷିତ ହେଲା ।

କାକ କ‌ହିଲା, ଏ କି ପ୍ରକାର ?

ହିରଣ୍ୟକ କ‌ହୁଅଛି ମଗଧ ଦେଶରେ ଚମ୍ପକାବତୀ ନାମରେ -- ବନ ଅଛି, ସେଠାରେ - ଦୁହେଁ ଚିରକାଳ‌ଋ ବଡ଼ ସ୍ନେହରେ ବାସ କରିଥାନ୍ତି । -- ଭ୍ରମଣ କ‌ଋଥିଲା, ଏଥିମଧ୍ୟରେ କୌଣସି -- ଦେଖି ଚିନ୍ତାକଲା, ଆଃ କି ପ୍ରକାରେ ଏହି ଉତ୍ତ ---- ଇବା ? ଯାହାହେଉ, ବିଶ୍ୱାସ ଜନ୍ମାଇବ । ଏହି ପରାମର୍ଶ କରି ସମୀପ ଯାଇ କ‌ହିଲା, ହେ ମିତ୍ର, ତୁମ୍ଭର ମଙ୍ଗଳ ଅଛିତ ? ମୃଗ କ‌ହିଲା, କିଏ ତୁମ୍ଭେ ? ଶୃଗାଳ କ‌ହୁଅଛି, କ୍ଷୁଦ୍ରବୁଦ୍ଧି ନାମରେ ଶୃଗାଳ ଆମ୍ଭେ, ଏହି ବନରେ ବାନ୍ଧବ ହୀନ ହୋଇ ଅଥ ବିଷ୍ଣୁଶର୍ମାକର୍ତ୍ତୃକ ହିତୋପଦେଶ ଅଥ ବିଷ୍ଣଶର୍ମାକର୍ତ୍ତୃକ ହିତୋପଦେଶ

ଭୟ ଯାବତ୍ ନ ଆସେ ତାବତ୍ ଭୟକୁ ଭୟକରିବା ଉପ‌ଯୁକ୍ତ, କିନ୍ତୁ ଭୟକୁ ଆଗତ ଦେଖିଲେ ଯେମନ୍ତ ଉଚିତ ହୁଏ ତାହା ମନୁଷ୍ୟ କରିବ । ଏବେ ଭୟ ଉପସ୍ଥିତ ହେଲା, ପଳାଇଯିବା ଆତ୍ମର ଅସାଧ୍ୟ; ତେବେ ଯାହା ହେବାର ତାହାତ ହେବ, ବିଶ୍ୱାସ ଜନ୍ମାଇ ଇହା ନିକଟକୁ ଯିବା । ଇହା ଆଲୋଚନା କରି ନିକଟକୁ ଯାଇ କ‌ହିଲା, ହେ ଶ୍ରେଷ୍ଠ, ତୁମ୍ଭଙ୍କୁ ନମସ୍କାର । ଗୃଧ୍ର କ‌ହିଲା, କିଏ ତୁମ୍ଭେ ? ସେ କ‌ହିଲା, ବିଡ଼ାଳ ଆମ୍ଭେ । ଗୃଧ୍ର କ‌ହୁଅଛି, ଦୂରକୁ ଯାଅ, ଯେବେ ନ ଯିବ, ତବେ ତୁମ୍ଭଙ୍କୁ ନଷ୍ଟ କରିବା, ମାର୍ଜାର କ‌ହିଲା, ଆମ୍ଭ ବାକ୍ୟ ଶୁଣ, ତାହାପରେ ଯେବେ ଆମ୍ଭେ ବଧ୍ୟ ହେବୁଁ, ତେବେ ବଧ କର୍ତ୍ତବ୍ୟ; ଯେହେତୁଋ,

ଜାତିମାତ୍ରେଣ କିଂ କଶ୍ଚତଦ୍ଧନ୍ୟତେ ପୂଜ୍ୟତେ କଚିତ୍ ।

-- ପରିଜ୍ଞାୟ ବଧ୍ୟଃ ପୂଜ୍ୟାର୍ଥବା ଭବେତ୍ ।।

କେ -- ମାତ୍ରରେ ବଧ୍ୟ କିମ୍ବା ପୂଜ୍ୟ ନୁହେ; ବ୍ୟବ‌ହାରରେ -- କ‌ହୁଅଛି, କ‌ହ କି ନିମନ୍ତେ ତୁମ୍ଭେ ଆସିଅଛ --- ଗଙ୍ଗା ତୀରରେ ନିତ୍ୟସ୍ନାୟୀ ନିରାମିଷାଶୀ ବ୍ରହ୍ମଚାରୀ -- ବ୍ରତ ଆଚରଣ କ‌ଋଥିଲେ ; ବିଶ୍ୱାସଭୟମି ପକ୍ଷିମାନେ ଧର୍ମଜ୍ଞାନ ରତ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କୁ ଆମ୍ଭ ଅଗ୍ରରେ ସର୍ବଦା ପ୍ରଶଂସା କରନ୍ତି; ତୁମ୍ଭେମାନେ ବିଦ୍ୟା ଓ ବୟସରେ ବୃଦ୍ଧ, ଅତଏବ ତୁମ୍ଭମାନଙ୍କ ନିକଟ‌ଋ ଧର୍ମ ଶ୍ରବଣ କରିବା ନିମନ୍ତେ ଏଠାକୁ ଆସିଅଛୁଁ । ଆପଣମାନେ ଏମନ୍ତ ଧର୍ମଜ୍ଞ ଯେ ଆମ୍ଭେ ଅତିଥି ଆମ୍ଭଙ୍କୁ ମାରିବା ଲାଗି ଉଦ୍ୟତ ? ଗୃହସ୍ଥର ଧର୍ମ ଏହି,

ଅରାବପ୍ୟୁଚିତଂ କାର୍ଯମାତିଥ୍ୟଂ ଗୃହମାଗତେ । ଚ୍ଛେଃତ୍ତୁ ପାର୍ଶ୍ୱଗତାଂ ଛାୟାଂ ନୋପସଂହରତେ ଦ୍ରୁମଃ ।।

ଗୃହକୁ ଆଗତ ଶତ୍ରୁରସୁଦ୍ଧା ଉପ‌ଯୁକ୍ତ ଆତିଥ୍ୟ କରିବ; ଚ୍ଛେଦନ କର୍ତ୍ତାର ସମୀପଦର୍ତ୍ତି ଛାୟାକୁ ବୃକ୍ଷ ଅପ‌ହରଣ କରେ ନାହିଁ । ଯଦି ବା ଧନ ନ ଥାଏ ତେବେ ପ୍ରିୟ ବାକ୍ୟରେ ମଧ୍ୟ ଅତିଥିପୂଜା କରିବ, ଯେହେତୁ‌ଋ,

ତୃଣାନି ଭୂମିଋଦକଂ ବାକ୍‌ଚତୁର୍ଥୀଚ ସୂନୃତା ।

ଏତାନ୍ୟପି ସତାଂ ଗେହେ ନୋଚ୍ଛିଦ୍ୟନ୍ତେ କଦାଚନ ।

ଆସନ, ସ୍ଥାନ, ଜଳ, ପ୍ରିୟ -- ଏ ସକଳ ସାଧୁ ଲୋକଙ୍କ ଘରେ କଦାପି ଅପ୍ରାପ୍ତ ହୁଏ ନାହିଁ । ଅଥ ବିଷ୍ଣୁଶର୍ମାକର୍ତ୍ତୃକ ହିତୋପଦେଶ

ନି ଦୟାଂ କୁର୍ବନ୍ତି ସାଧବଃ ।

ନାହି ସଂହରତେ ଜ୍ୟୋତ୍ସ୍ନାଂ ଚନ୍ଦ୍ରଶ୍ଚାଣ୍ତାଳବେଶ୍ମନି ।

ଏବଂଚ ସାଧୁଲୋକମାନେ ନିର୍ଗୁଣ ପ୍ରାଣିଠାରେ ସୁଦ୍ଧା ଦୟା କରନ୍ତି । ଦେଖ, ଚନ୍ଦ୍ର ଚଣ୍ତାଳ ଗୃହରେ ପତିତ ଜ୍ୟୋତ୍ସ୍ନାକୁ ଅପ‌ହରଣ କରନ୍ତି ନାହିଁ ।

ବାଳୋ ବା ଯଦି ବା ବୃଦ୍ଧୋଯୁବା ବା ଗୃହମାଗତଃ ।

ତସ୍ୟ ପୂଜା ବିଧାତବ୍ୟା ସର୍ବସ୍ୟାଭ୍ୟାଗତୋ ଗୁଋଃ ।।

ଅଥଚ ବାଳକ କିମ୍ବା ବୃଦ୍ଧ ଅଥବା ଯୁବା ଯେ କେହି ଅତିଥିଋପେ ଗୃହକୁ ଆଗମନ କରିବ ତାହାରି ପୂଜା କରିବା ଉଚିତ ଅଟଇ, କାରଣ କି ଅଭ୍ୟାଗତ ସମସ୍ତଙ୍କର ଗୁଋ ଅଟନ୍ତି ।

ଗୁଋରଗ୍ନି ର୍ଦ୍ୱିଜାତୀତାଂ ବର୍ଣ୍ଣାନାଂ ବ୍ରାହ୍ମଣୋ ଗୁଋଃ ।

ପତିରେକୋ ଗୁଋଃ ସ୍ତ୍ରୀଣାଂ ସର୍ବତ୍ରାଭ୍ୟାଗତୋ ଗୁଋଃ ।।

ଅପର ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟର ଅଗ୍ନି ---- ବୈଶ୍ୟ ଶୂଦ୍ରର ବ୍ରାହ୍ମଣ ଗୁଋ, ସ୍ତ୍ରୀଲୋକଙ୍କର -- ଗୁଋ ।

ଅତିଥି ର୍ଯସ୍ୟ ଭଗ୍ନାଶେ ---

ସ ତସ୍ମୈ ଦୁଷ୍କୃତଂ ଦତ୍ତ୍ୱା ---

ଏବଂ ଅତିଥି ନିରାଶ ହୋଇ ଯାହା ଗୃହ‌ଋ ଫେରି ଯାଏ, ସେ ଆପଣା ପାପ ତାକୁ ଦେଇ ତାହା ପୁଣ୍ୟ ଘେନି ଯାଏ ।

ଉତ୍ତମସ୍ୟାପି ବର୍ଣ୍ଣସ୍ୟ ନୀଚେପି ଗୃହମାଗତଃ ।

ପୂଜନୀୟୋ ଯଥାଯୋଗ୍ୟଂ ସର୍ବଦେବମୟୋତିଥିଃ ।।

ଆଉ ଅଧମ ବର୍ଣ୍ଣ ମଧ୍ୟ ଯେବେ ଉତ୍ତମ ବର୍ଣ୍ଣର ଘରକୁ ଆସେ, ତେବେ ସେ ଯଥୋପ‌ଯୁକ୍ତ ପୁଜ୍ୟ ହୁଏ, କାହିଁକି, ଅତିଥି ସର୍ବଦେବସ୍ୱ‌ଋପ । ଗୃଧ୍ର କ‌ହିଲା, ବିଡ଼ାଳ ମାଂସ ଋଚି, ଏଠାରେ ପକ୍ଷିମାନଙ୍କର ଛୁଆ ସବୁ ଅଛନ୍ତି, ସେଥିଲାଗି ଆମ୍ଭେ ଏ ପ୍ରକାର କ‌ହିଲୁଁ । ବିଡ଼ାଳ ତାହା ଶୁଣି ଭୂମିସ୍ପର୍ଶ ଏବଂ ଦୁଇ କର୍ଣ୍ଣ ସ୍ପର୍ଶ କରି କ‌ହୁଅଛି, ଆମ୍ଭେ ଧର୍ମଶାସ୍ତ୍ର ଶ୍ରବଣ କରି ବୈରାଗ୍ୟରେ ଦୁଷ୍କର ଚାନ୍ଦ୍ରାୟଣ ବ୍ରତ ଆରମ୍ଭ କରିଅଛୁଁ; ଯେହେତୁଋ ଅହିଂସା ପରମ ଧର୍ମ ଏଥିରେ ପରସ୍ପର ବିବଦମାନ ସକଳ ଧର୍ମଶାସ୍ତ୍ରର ସମୃତି ଅଛି ; କାରଣ କି । ଅଥ ବିଷ୍ଣୁଶର୍ମାକର୍ତ୍ତୃକ ହିତୋପଦେଶଃ ।

ସର୍ବ‌ହିଂସା ନିବୃତ୍ତା ଯେ ନରାଃ -- ସ‌ହାଶ୍ଚ ଯେ ।

ସର୍ବାସ୍ୟାଶ୍ରୟ‌ଭୁତାଶ୍ଚ ତେ -- ର୍ଗ‌ଗାମିନଃ ।।

ଯେଉଂ ମନୁଷ୍ୟମାନେ ସକଳ ହିଂସାଋ ନିବୃତ୍ତ ହୁଅନ୍ତି, ଆଉ ଯେଉଂ ଲୋକେ ସକଳ ସ‌ହନ୍ତି, ପୁଣି ଯେଉଂମାନେ ଅନେକଙ୍କର ଆଶ୍ରୟ ହୁଅନ୍ତି, ସେହି ମନୁଷ୍ୟମାନେ ସ୍ୱର୍ଗ‌ଗାମୀ ହୁଅନ୍ତି ।

ଏକ ଏବ ସୁହୃଦ୍ଧମୋ ନିଧନେପ୍ୟନୁଯାତି ଯଃ ।

ଶରୀରେଣ ସମଂ ନାଶଂ ସର୍ବମନ୍ୟତ୍ତୁ ଛେତି ।।

ଏବଂ ଧର୍ମ କେବଳ ଏକ ମିତ୍ର ହେଲେହେଂ ଯେ ସଙ୍ଗରେ ଯାଏ; ଅନ୍ୟ ସବୁ ଶରୀର ସ‌ହିତ ନାଶକୁ ଯାଏ ।

ଯୋତ୍ତି ଯସ୍ୟ ଯଦା ମାଂସ ମୂଭ‌ୟୋଃ ପଶ୍ୟତାନ୍ତରଂ ।

ଏକସ୍ୟ କ୍ଷଣିକା ପ୍ରୀତିରନ୍ୟଃ ପ୍ରାଣୈର୍ବିମୂଚ୍ୟତେ ।।

ଅପର ଯେ ଯାହାର ମାଂସ ଖାଏ; ଏ ଦୁହିଙ୍କର ଅନ୍ତର ଦେଖ, ଜଣକର କ୍ଷଣମାତ୍ର ତୃପ୍ତି ହୁଏ, ଆର ଜଣକ ପ୍ରାଣରେ ନଷ୍ଟ ହୁଏ ।

--ମିତି ଯଦ୍ଧୁଃଖଂ ପୁଋଷସ୍ୟାପଜାୟତେ ।

---ନେନ ପରେଣ ପରିବର୍ଣ୍ଣିତୁଂ ।।

ଅଥବା --- ଦୁଃଖ ଲୋକର ହୁଏ, ସେ ଦୁଃଖ ଅନୁମାନ -- ନାହିଁ ।

--- ଶାକେନାପି ପ୍ର‌ଯୂର୍ଯତେ ।

ଅସ୍ୟ ଦଗ୍‌ଧୋଦରସ୍ୟାର୍ଥେ କଃ କୁର୍ଯାତ୍ପତକଂ ମହତ୍ ।।

ପୁନର୍ବାର ଶୁଣ, ସ୍ୱଚ୍ଛନ୍ଦରେ ବନରେ ଜନ୍ମେ ଯେଉଁ ଶାକ ତ‌ହିଁରେ ସୁଦ୍ଧା ଉଦର ପୂରଣ ହୁଏ ତେବେ ଏହି ନିଆଁ ଲଗା ପେଟ ନିମନ୍ତେ କିଏ ମହାପାପ କରେ ?

ସେ ମାର୍ଜାର ଏହି ପ୍ରକାର ବିଶ୍ୱାସ ଜନ୍ମାଇ ବୃକ୍ଷ କୋଟରରେ ରହିଲା । ଅନନ୍ତର କିଛି ଦିନ ଗଲାଋ ପକ୍ଷିଶାବକମାନଙ୍କୁ ଧରି ଆପଣା କୋଟର ମଧ୍ୟକୁ ଆଣି ପ୍ରତ୍ୟହ ଖାଏ । ଯେଉଁ ପକ୍ଷିମାନଙ୍କ ସନ୍ତାନ‌କୁ ଖାଇଲା ସେ ସବୁ ଶୋକାର୍ତ୍ତ ହୋଇ ରୋଦନ କରି କରି ଇତସ୍ତ‌ତଃ ପଚାରିଲେ । ବିଡ଼ାଳ ତାହା ଜାଣି କୋଟର‌ଋ ବାହାରି ପଳାଇଲା, ତବ୍ଦାଦ ଇତସ୍ତ‌ତଃ ଅନ୍ୱେଷଣ କରିବାରେ ପକ୍ଷି ସୀତାଙ୍କ ବିବରଣ

ସବୁ ଆପଣା ଆପଣା ଛୁଆମାନଙ୍କର ଅସ୍ଥି ପାଇଲେ । ସେଠାଋ ସେମାନେ କ‌ହିଲେ, ଏହି ଜରଦ୍ରଗବ ଆମ୍ଭ ଛୁଆମାନଙ୍କୁ ଖାଇଅଛି, ଇହା ନିଶ୍ଚୟ କରି ପକ୍ଷିମାନେ ଗୃଧ୍ରକୁ ମାରି ପକାଇଲେ । ଅତଏବ ଆମ୍ଭେ ବୋଲୁଁ, ଅଜ୍ଞାତକୁଳଶୀଳକୁ ବାସଦେବ ଉଚିତ ନୁହେଁ ।

୨ । ସୀତାଙ୍କ ବିବରଣ

ଏହିକଥା ସ୍ଥିର ହେଲାଋ, ରାଜାଜ୍ଞାରେ ସୁମନ୍ତ୍ର ରାଜଭଣ୍ତାର‌ଋ ଉତ୍ତମ ପଟ୍ଟବସ୍ତ୍ର ଓ ସ୍ୱର୍ଣ୍ଣାଳଙ୍କାର ଆଣିଦେଲା । ଜାନ‌କୀ ସେଇ ବେଶ ଭୁଷାରେ ଭୁଷିତା ହୋଇ ତ୍ରିଭୁବନମୋହିନୀ ଋପ ଧାରଣକରି ରାଜାଙ୍କ ଚରଣରେ ଦଣ୍ତପ୍ରଣାମ କଲେ । ତବ୍ଦାଦ କୃତାଞ୍ଜଳିପୁଟ ହୋଇ କୌଶଲ୍ୟା ରାଣୀଙ୍କ ସମ୍ମ ଖରେ ଦଣ୍ତାୟମାନା ହେଲେ । କୌଶଲ୍ୟା ରାଣୀ କ‌ହିଲେ ସୀତେ; ତୁମ୍ବେ ରାଜକନ୍ୟା ଓ ରାଜବଧୂ, ତୁମ୍ଭର ଆଚରଣ ଦେଖି ତ୍ରିଭୁବନ ଚଳିବ; ଅତଏବ ତୁମ୍ଭେ ସର୍ବଦା ସାବଧାନରେ ରହିବ ଏବଂ ସ୍ୱାମୀ ସେବା କରିବ । ସ୍ୱାମୀ ନିର୍ଦ୍ଧନ ବା ଧନବାନ୍ ହେଉ, ସ୍ୱାମୀ ବିନା ସ୍ତ୍ରୀ ଲୋକଙ୍କର ଉତ୍ତମ ଧନ ଆଉ ନାହିଁ ସୀତା କ‌ହିଲେ ଜନ‌ନି ! ଆମ୍ଭଙ୍କୁ ଅନ୍ୟ ସ୍ତ୍ରୀ -- ନାହିଁ, ସ୍ୱାମୀଙ୍କ ସେବା ଆମ୍ଭେ ପରମ ଧର୍ମ -- ବା କରିବାକୁ ପାଇବୁଁ ଏହି ଆମ୍ଭର -- ବନ‌ଗମନରେ ବ୍ୟଗ୍ର, ଆପଣ ଆଶୀର୍ବାଦ କରନ୍ତୁ --- ହେଉ । କୌଶଲ୍ୟା କ‌ହିଲେ ତୁମ୍ଭସମାନ ବଧୂ ଏହି ନବୀନ ବୟସରେ ଅରଣ୍ୟକୁ ଯିବ ଏଥିରେ ଆମ୍ଭର ଆତ୍ୟନ୍ତିକ ଖେଦ ଜନ୍ମଅଛି । ତଦନନ୍ତର କୌଶଲ୍ୟା ରାଣୀ ରାମଙ୍କୁ ସମ୍ବୋଧନ କରି କ‌ହିଲେ ଦେଖ ରାମ ! ଜାନ‌କୀ ଅତିସୁନ୍ଦରୀ, ବନ ଅତିଭୟାନ‌କ; ତୁମ୍ଭେ ତାଙ୍କୁ ଘେନି ମୁନିଙ୍କ ଆଶ୍ରମରେ ସତ‌ତ ସାବଧାନ ଥିବ । ସୁମିତ୍ରା କ‌ହିଲେ, ଲକ୍ଷ୍ମଣ! ତୁମ୍ଭେ ରାମଙ୍କୁ ଦେବତା ନ୍ୟାୟ ଜ୍ଞାନ କରିବ, ଶାସ୍ତ୍ରରେ କ‌ହେ ଜ୍ୟେଷ୍ଠ ଭ୍ରାତା ପିତୃ ସମାନ, ଅତଏବ ସର୍ବଦା ତାଙ୍କ ଆଜ୍ଞାକାରୀ ହୋଇଥିବ, ଏବଂ ସୀତାଙ୍କୁ ମାତାଠାଋ ଅଧିକ ଜ୍ଞାନ କରିବ । ରାମ କ‌ହିଲେ ମାତଃ ! ତୁମ୍ଭେ ଆର୍ଶୀବାଦ କର, ଆମ୍ଭେ ତିନି ଜଣ ଯେବେ ଏକତ୍ର ଥିବୁଁ,‌ ତେବେ ତ୍ରିଭୁବନରେ ଆମ୍ଭେମାନେ କାହାରିକୁ ସୁଦ୍ଧା ଶଙ୍କା କରିବୁଁ ନାହିଁ । ତଦନ‌ନ୍ତର ରାମ ଆଉ ସମସ୍ତ ରାଜମହିଷୀଙ୍କି ବନ୍ଦନା କଲେ ଏବଂ କୈକୟୀଙ୍କି ପ୍ରଣାମ କରି କ‌ହିଲେ, ମା! ଆଶୀର୍ବାଦ କର, ଆମ୍ଭେ ବନ ପ୍ରସ୍ଥାନ କ‌ଋ । କୈକେୟୀ କୌଣସି ଉତ୍ତର ଦେଲେ ନାହିଁ । ଅନନ୍ତର ରାମ ମାତାଙ୍କୁ ପିତାଙ୍କ ଚରଣରେ ସମର୍ପଣ କରି କ‌ହିଲେ ଆମ୍ଭେ ଯେଉଁ ପର୍ଯ୍ୟନ୍ତେ ପ୍ରତ୍ୟାଗମନ ନ ସୀତାଙ୍କ ବିବରଣ

କରିବୁଁ ଆପଣ ଆମ୍ଭ ମାତାଙ୍କୁ ପାଳଣ କରିବ । ରାଜା କ‌ହିଲେ ଆମ୍ଭେ ଯେବେ ବଞ୍ଚିଥିବୁଁ ତେବେ ତାହା ଅବଶ୍ୟ କରିବୁଁ; ମାତ୍ର ତୁମ୍ଭେ ବନ‌କୁ ଯାଉଅଛ, ଆମ୍ଭେ ତୁମ୍ଭଙ୍କୁ ଏକ ଆଜ୍ଞା କରିବୁଁ, ତୁମ୍ଭେ ତାହା ଲଙ୍ଘନ କରିବ ନାହିଁ, ତୁମ୍ଭେ ତିନି ଦିନ ରଥାରୋହଣରେ ଗମନ କର । ଏହି କଥାରେ ସୁମନ୍ତ୍ର ରଥ ଆଣିଲେ । ରାମ, ଲକ୍ଷ୍ମଣ ଓ ସୀତା ରଥାରୋହଣରେ ଯାତ୍ରା କଲେ ।

ରାମ ଯାତ୍ରା କଲେ ଅଯୋଧ୍ୟା ନ‌ଗରସ୍ଥ ସକଳ ଲୋକେ ରଥର ପଛେ ପଛେ ଗଲେ; ଏବଂ ରାଜା ଦଶରଥ ଯଦିବା ଉତ୍ଥାନ ଶକ୍ତି ରହିତ ତ‌ଥାପି ପୁତ୍ରଙ୍କୁ ଦେଖିବା କାରଣ ବାହାରେ ଆସି ଛିଡ଼ା ହେଲେ । ତାହା ରାମ ସାରଥିକି କ‌ହିଲେ, ସାର‌ଥେ ! ଆମ୍ଭେ ପିତାଙ୍କ ଦୁର୍ଗତି ଆଉ ଦେଖି ପାରିବୁ ନାହିଁ, ତୁମ୍ଭେ ଶୀଘ୍ର ରଥ ଚଳାଅ । ଏକଥାରେ ସାରଥି ବେଗରେ ରଥ ଚଳାଇଲା, ତ‌ହିଁରେ କ୍ଷଣକ ମଧ୍ୟରେ ରଥ ଦୁଷ୍ଟିର ଅଗୋଚର ହେଲା । ସେହି ସମୟରେ ରାଜା ଅଚେତନ ହୋଇ ଭୁମିରେ ପଡ଼ିଲେ, ଏବଂ ଆହାର ନିଦ୍ରା ପରିତ୍ୟାଗ କରି କେବଳ ରାମ ଚିନ୍ତା କଲେ । ରାମଙ୍କ ବନବାସରେ ଆପାମାର -- ଲୋକେ ଅସୁଖୀ ହେଲେ ।

ଯେତେ -- ଲୋକେ ଏହିଋପ ଶୋକ ସାଗରରେ -- ଆରୋହଣରେ ରାମଚନ୍ଦ୍ର ତମସା ନ‌ଦୀ କୂଳରେ -- ସେଠାରେ ସ୍ନାନ ଓ ଫଳାହାର କଲେ । ତବ୍ଦାଦ ଲକ୍ଷ୍ମଣ ଅନେକ ବୃକ୍ଷର ପତ୍ର ବିଛାଇ ଦେଲେ ସେଥିରେ ରାମ ଓ ସୀତା ଶୟନ କଲେ । ଲକ୍ଷ୍ମଣ ଧନୁକ ବାଣ ହସ୍ତେ ଘେନି ଜାଗରିତ ରହିଲେ । ପରଦିନ ପ୍ରାତଃ ସ୍ନାନାଦି କରି ତମସା ନ‌ଦୀ ଓ ତବ୍ଦାଦ ଗୋମତୀ ନ‌ଦୀ ପାର ହୋଇ ଭକ୍ଷ୍ୱାକୁଙ୍କ ଦେଶ ଦେଇ ଗଙ୍ଗା ତୀରସ୍ଥ କୋଶଳ ରାଜ୍ୟରେ ଉପସ୍ଥିତ ହୋଇ ଜାହ୍ନବୀ କୂଳ ବୃକ୍ଷ ମୂଳରେ ବସିଲେ । ସାରଥି ଅଶ୍ୱ ଚରାଇଲା । ଅନନ୍ତର ଦିବାବସାନରେ ପୁନର୍ବାର ଶକଟାରୋହଣ କରି ପରଦିନ, ଶୃଙ୍ଗବେର ନ‌ଗରରେ ଗୁହକ ଚଣ୍ତାଳ ନାମକ ତାଙ୍କର ଜଣେ ବନ୍ଧୁ ଗୃହକୁ ଯାଇ ସୁମନ୍ତ୍ର ସାରଥିକୁ ମେଲାଣି କଲେ । ଗୁହକ ଚଣ୍ତାଳ ତାଙ୍କୁ ରଖିବା ନିମନ୍ତେ ଅନେକ ଯତ୍ନ କଲା, ମାତ୍ର ତ‌ହିଁରେ ସମ୍ମତ ନ ହୋଇ ଆରଦିନ ଗଙ୍ଗା ପାର ହୋଇ ଅଗ୍ରେ ଆପେ, ମଧ୍ୟରେ ସୀତା, ପଛରେ ଲକ୍ଷ୍ମଣ, ଏହିଋପେ ଦୁଇ ତ୍ରୋଣ ପଦବ୍ରଜରେ ଯାଇ ଗଙ୍ଗା ଯମୁନାଙ୍କ ମଧ୍ୟସ୍ଥଳରେ ଭରଦ୍ୱାଜ ମୁନିଙ୍କ ଆଶ୍ରମରେ ଉପସ୍ଥିତ ହେଲେ । ଭରଦ୍ୱାଜ ମୁନି ସେମାନଙ୍କ ବନବାସ କଥା ଶୁଣି ବିସ୍ତର ବିଳାପ କଲେ, ଏବଂ ସେମାନଙ୍କର ସେହି ସ୍ଥାନରେ ଅବସ୍ଥିତି ସୀତାଙ୍କ ବିବରଣ

କାରଣ ଅନେକ ଆକିଞ୍ଚନ କଲେ । ମାତ୍ର ଅଯୋଧ୍ୟା ନ‌ଗର ସେଠାକୁ ଅଧିକ ଦୂର ନୁହେଁ, ସେଠାରେ ରହିଲେ କିଜାଣି ଭରତ ତାଙ୍କୁ ନେବାକୁ ଆସିବେ, ଏହି ଆଶଙ୍କାରେ ସେଠାରେ ଅବସ୍ଥିତି ନ କରି ଯମୁନା ପାର ହୋଇ ସୀତାଙ୍କୁ ମଧ୍ୟରେ ଘେନି ରାମ ଲକ୍ଷ୍ମଣ ଗମନ କଲେ । ସୀତା କେତେବେଳେ ପଥ ଭ୍ରମଣ କରନ୍ତି ନାହିଁ ଗମନରେ ଅତ୍ୟନ୍ତ କ୍ଳାନ୍ତ ହେଲେ; ଏବଂ ଅଗ୍ନିରେ କ୍ଷୀରର ପୁତ୍ତୁଳୀ ଯେମନ୍ତ ଗଳିତ ହୁଏ, ସୂର୍ଯ୍ୟ କିରଣରେ ତାଙ୍କର କୋମଳ ଶରୀର ତଦ୍ରୂପ ହେଲା । ଅନନ୍ତର ଯମୁନା ପାର ହୋଇ ଚିତ୍ରକୂଟ ଅରଣ୍ୟ ମଧ୍ୟରେ ପ୍ରବେଶ ହୋଇ ସେହିଠାରେ ପର୍ଣ୍ଣଶାଲା ନିର୍ମାଣ କରି ରହିଲେ ।

ଏଥି ମଧ୍ୟରେ ସୁମନ୍ତ୍ର ରାମଙ୍କୁ ଶୃଙ୍ଗବେର ପୁରରେ ରଖି ଅଯୋଧ୍ୟାକୁ ପ୍ରତ୍ୟାଗତ ହେଲେ । ରାଜା ଦଶରଥ ପୁତ୍ର ଶୋକରେ ପୂର୍ବ‌ଋ ଆହାର ନିଦ୍ରା ବର୍ଜିତ ବର୍ତ୍ତମାନ ସେ ସମ୍ବାଦରେ ଆହୁରି ଶୋକାକୁଳ ହୋଇ ଶ‌ଯ୍ୟାଗତ ହେଲେ, ଏବଂ କ‌ହିଲେ ଆମ୍ଭେ ସର‌ଯୂତୀରକୁ ଥରେ ମୃଗୟା ନିମନ୍ତେ ଯାଇଥିଲୁଁ । ସେଇ ସମୟରେ ଅନ୍ଧକ ମୁନିଙ୍କ ପୁତ୍ର ନ‌ଦୀଋ କଳଶରେ ଜଳ ନେଇ ଯାଉଥିଲେ । ଆମ୍ଭେ ତାହା -- ବୋଧ କରି ତାଙ୍କୁ ନଷ୍ଟ କଲୁଁ । ସେଠାଋ ସେଇ --- ରେ ନେଇ ଦେଲାଋ ମୁନି ସର‌ଯୂ ନ‌ଦୀ ତୀର -- ଶୋକରେ ପ୍ରାଣତ୍ୟାଗ ସମୟରେ ଆମ୍ଭଙ୍କୁ ଅଭିଶାପ -- ଯେମନ୍ତ ପୁତ୍ର ଶୋକରେ ପ୍ରାଣତ୍ୟାଗ କଲୁଁ ତୁମ୍ଭଙ୍କୁ ସୁଦ୍ଧା ସେହି ପ୍ରକାର ପୁତ୍ର ଶୋକ ପ୍ରାପ୍ତ ହେବ । ଅତଏବ ସେ କଥା କେତେବେଳେ ବ୍ୟର୍ଥ ହେବ ନାହିଁ, ଆଜି ନିଶ୍ଚେ ରାମଙ୍କ ଶୋକରେ ଆମ୍ଭର ପ୍ରାଣ ତ୍ୟାଗ ହେବ । ଏହି କଥା କ‌ହୁ ୨ ତାଙ୍କର ହିମାଙ୍ଗ ହେଲା ଏବଂ ସେହି ରାତ୍ରରେ ରାଜା ଦଶରଥ ପ୍ରାଣତ୍ୟାଗ କଲେ ।

ଏହି ଅଚିନ୍ତନୀୟ ଘଟଣାରେ ସକଳ ରାଜମହଷୀ, ବିଶେଷତଃ କୌଶଲ୍ୟା ଦେବୀ, ଅଧିକ ମନସ୍ତାପ ପାଇଲେ । ଅନନ୍ତର, ପୁତ୍ର ନିକଟରେ ନାହିଁ ରାଜାଙ୍କ ମୁଖାନଳ କିଏ କରିବ । ଏହି କାରଣ ବଶିଷ୍ଠ ମୁନି ବ୍ୟବସ୍ଥା ଦେଲେ ଯେ ତାଙ୍କର ଶବ ତୈଳ ମଧ୍ୟରେ ରଖି ହସ୍ତିନା ନ‌ଗର‌ଋ ଭରତ ଶତ୍ରୁଘ୍ନଙ୍କୁ ଆନୟନ କରାଯାଉ, ଭରତ ଆସି ପିତାଙ୍କ ମୁଖାଗ୍ନି କରିବେ ଏହି ପରାମର୍ଶ ଅନୁସାରେ ତେତିକିବେଳେ ହସ୍ତିନା ନ‌ଗରକୁ ଦୂତ ପ‌ଠିୟା ଗଲା । ଦୂତଗଣ ରଥ‌ଯୋଗରେ ପଞ୍ଚମ ଦିବସରେ ସେଠାରେ ଉପନୀତ ହୋଇ ଭରତ ଓ ଶତ୍ରୁଘ୍ନଙ୍କୁ ରଥାରୋହଣପୂର୍ବକ ଅଯୋଧ୍ୟାକୁ ଘେନି ଆସିଲେ । ଭରତ ଓ ପ୍ରୟାଗ

ଶ୍ରତ୍ରୁଘ୍ନ ଦୁଇ ଭାଇ ଅଯୋଧ୍ୟାକୁ ଆସି ପିତାଙ୍କ ମୃତ୍ୟୁ ସମ୍ବାଦରେ ଅତ୍ୟନ୍ତ ଶୋକାକୁଳ ହେଲେ, ଏବଂ ରାମଙ୍କ ବନବାସର ମୂଳ ଜାଣି ମାତାଙ୍କୁ ଅନେକ‌ଋପେ ଭର୍ତ୍ସନା କଲେ । ତବ୍ଦାଦ ସର‌ଯୂ ତୀରରେ ପିତାଙ୍କ ମୁଖାଗ୍ନି କରି ତ‌ଦୀୟ ଆଦ୍ୟକ୍ରିୟା ଉପଲକ୍ଷରେ ଅନେକ ଧନ, ଅନ୍ନ, ହସ୍ତୀ ଓ ଗୋଋ ଦାନ କଲେ । ଏହିଋପେ ଦଶରଥଙ୍କ ଗତିକ୍ରିୟା ହେଲା ବାଦ ମନ୍ତ୍ରିଗଣ ଭରତଙ୍କୁ ସିଂହାସନାଋଢ଼ ହେବାକୁ କ‌ହିଲେ । ମାତ୍ର ଭରତ ଉତ୍ତର କଲେ ରାଜା ବର୍ତ୍ତମାନେ ସେବକର କର୍ତ୍ତବ୍ୟ ନୁହେ ଯେ ରାଜ୍ୟଭାର ଗ୍ରହଣ କରିବ । ରାମ ଏ ରାଜ୍ୟର ଭୂପତି, ଆମ୍ଭେ ତାଙ୍କର କିଙ୍କର; ଅତଏବ ତାଙ୍କ ରାଜ୍ୟ ଆମ୍ଭଙ୍କୁ ପ୍ରବର୍ତ୍ତେ ନାହିଁ । ବିଶେଷ, ଆମ୍ଭ ମାତା କର୍ତ୍ତୃକ ତାଙ୍କର ବ‌ନବାସ ହୋଇଅଛି; ଅତଏବ ଆମ୍ଭେ କେତେବେଳ ସିଂହାସନରେ ଉପବେଶନ କରିପାରିବୁ ନାହିଁ । ଆମ୍ଭେ ଓ ଶତ୍ରୁଘ୍ନ ଦୁହେଁ ତାଙ୍କ ଅନ୍ୱେଷଣରେ ଯିବୁଁ ଏବଂ ତାଙ୍କ ଚରଣ ଧାରଣପୂର୍ବକ ଯେଋପେ ପାଋଁ ମାତାଙ୍କ ଦୋଷ ସକାଶାତ୍ ଆମ୍ଭମାନଙ୍କ ପ୍ରତି ତାଙ୍କ କ୍ରୋଧ ଶାନ୍ତି କରି ତାଙ୍କୁ ଆଣି ରାଜସିଂହାସନରେ ବସାଇବୁଁ ।

ପ୍ରୟାଗ ପୁରାଣାଦି -- ମହାତ୍ମ୍ୟ ବିଷୟରେ ପ୍ରଚୁର ପ୍ରଶଂସା ଅଛି; ଯଥା ପଦ୍ମ‌ପୁରାଣରେ ଲେଖା ଅଛି,

ତ‌ତଃ ପୁଣ୍ୟତମଂ ନାସ୍ତିତ୍ରିଷୁ ଲୋକେଷୁ ସୂତଜ ।

ପ୍ରୟାଗଂ ସର୍ବତୀର୍ଥେଭ୍ୟଃ ପ୍ରବଦନ୍ତ୍ୟଧିକଂ ଦ୍ଦିଜାଃ

ଶ୍ରବଣାର୍ତ୍ତସ୍ୟ ତୀର୍ଥସ୍ୟ ନାମସଂକୀର୍ତ୍ତନାଦପି ।

ମୃତ୍ତିକାଲଭନାବ୍ଦାପି ସର୍ବପାପୈ ପ୍ରମୁଚ୍ୟତେ ।

ଅର୍ଥାତ୍ ବ୍ରାହ୍ମଣମାନେ କ‌ହନ୍ତି ସକଳ ତୀର୍ଥଠାଋ ପ୍ରୟାଗ ଶ୍ରେଷ୍ଠ; ହେ ସୂତଜ, ତାହାଠାଋ ପୁଣ‌ତମ ତୀର୍ଥ ତ୍ରିଲୋକରେ ଆଉ ନାହିଁ । ତାହାର ନାମ ଉଚ୍ଚାରଣ ଅଥବା ନାମ ଶ୍ରବଣ କି ମୃର୍ତ୍ତିକାସ୍ପର୍ଶ କଲାମାତ୍ରେ ସର୍ବ ପାପ‌ଋ ମୁକ୍ତି ମିଳେ । ଏହି ପ୍ରସିଦ୍ଧ ତୀର୍ଥ କଲିକତାଠାଋ ଇଙ୍ଗରେଜୀ ୪୯୦ କ୍ରୋଶ ଅନ୍ତର । ଯେଉଁ ସ୍ଥାନରେ ଗଙ୍ଗା ଓ ଯମୁନା ନ‌ଦୀ ସଂମିଳିତ ହୋଇଅଛନ୍ତି ସେହି ଏନ୍ଧି ସ୍ଥାନରେ ପ୍ରୟାଗର ସ୍ଥିତି । ଶାସ୍ତ୍ରରେ ଲେଖେ ସରସ୍ୱତୀ ପ୍ରୟାଗ ନ‌ଦୀ ମଧ୍ୟ ଏହି ସ୍ଥାନରେ ଆସି ମିଳେ । ସେଇ ହେତୁଋ ଏ ତୀର୍ଥର ନାମ "ଯୁକ୍ତ ତ୍ରିବେଣୀ" ଓ ସଂକ୍ଷେପରେ ତ୍ରିବେଣୀ ହୋଇଅଛି; ମାତ୍ର ସରସ୍ୱତୀର ମିଳଣ ପ୍ରତ୍ୟକ୍ଷ ନୁହଇ । ଗଙ୍ଗା ଓ ଯମୁନା ନ‌ଦୀର ମଧ୍ୟଗତ ସ୍ଥାନର ନାମ ଦୋୟାବ ଅର୍ଥାତ୍ ସଂସ୍କୃତରେ ଦ୍ଦିଅତ୍ପ: ପୁଣି ସେ ଦୋୟାବ ଶେଷ ଭାଗରେ ଯେଉଁଠାରେ ଉକ୍ତ ନ‌ଦୀ ଦ୍ୱୟ ସଂମିଳିତ ହୁଅନ୍ତି ସେଠାରେ ଗୋଟାଏ ନ‌ଗର ଅଛି, ତାହା ହିନ୍ଦୁ ମଣ୍ତଳୀ ମଧ୍ୟରେ ପ୍ରୟାଗ ନାମରେ ବିଖ୍ୟାତ । ମୁଗଲ ସମ୍ରାଟ ଆକବର ବାଦଶାହ ସେହି ରମ୍ୟନ‌ଗର ମଧ୍ୟରେ ଏକ ସୁଚାଋ ଦୂର୍ଗ ନିର୍ମାଣ କରି ନ‌ଗରର ନାମ ବଦଳ କରି ଅଲାହବାଦ ନାମରେ ବିଖ୍ୟାତ କରିଥିଲେ । ପୁନଶ୍ଚ ଇଙ୍ଗରେଜ ଓ ମୁସଲମାନମାନଙ୍କ ମଧ୍ୟରେ ଅଦ୍ୟାବଧି ସେଇ ନାମ ଚଳେ । ଦୁର୍ଗର ଯେଉଂ ଭାଗ ପ୍ରୟାଗ ତୀର୍ଥ ସମ୍ମୂଖବର୍ତ୍ତୀ ଅଟେ ତାହା ଉପରେ ବାୟୁ ସେବନାର୍ଥେ ଗୋଟାଏ ମନୋହର ଘର ଅଛି । ତାହାର ଚ୍ଛାତ ୪୦ ସ୍ତମ୍ଭ ଉପରେ ସ୍ଥାପିତ, ଏ ହେତୁଋ ସେ ଗୃହର ନାମ ୪୦ ଶର୍ତ୍ତୁନ ଅର୍ଥାତ୍ ୪୦ ସ୍ତମ୍ଭ ହୋଇଅଛି । ଉକ୍ତ ବାୟୁ ସେବନାର୍ଥ ଘର ଅତି ରମ୍ୟ ଆଉ ପୂର୍ବରେ ମୁଗଲସମ୍ରାଟମାନେ ଅନେକେ ସେଠାରେ ବାସ କରିଥାନ୍ତି ।

ଯଦ୍ୟପି ଅନେକ ମୁଗଲ ସମ୍ରାଟମାନେ ଅତିରମ୍ୟ ବୋଧ କରି ପ୍ରୟାଗ ନ‌ଗରରେ ବାସ କରିଥାନ୍ତି ତ‌ଥାପି ଏ ନ‌ଗରରେ ବୃହତ୍ ଅଟାଳିକା ଇତ୍ୟାଦି ଅଧିକ ନାହିଁ ଓ ଧନବାନ୍ ମୁସଲମାନ ପ୍ରଜା - । ନ‌ଗରସ୍ଥ ଲୋକଙ୍କ ଅଧିକାଂଶ ହିନ୍ଦୁତୀର୍ଥ ଯାତ୍ରି -- ଆଉ ଅପରାପର ପ୍ରଦେଶର ମୁସଲ୍‌ମାନ ସେ -- ଭିକ୍ଷୁକ ଆବାସ ଏହି ନାମ ଦେଇଅଛନ୍ତି ।

ଯମୁନା ନ‌ଦୀ ତଟରେ କେତେଗୋଟା ସୁନ୍ଦର ପାହାଚ ଅଛି, ମାତ୍ର ତ‌ତ୍ତ୍ୱାବଧାରକ ନ ଥିବାରୁ ବର୍ତ୍ତମାନ ତାହା ଭଗ୍ନ ଦଶା ପ୍ରାପ୍ତ ହୋଇଅଛି; ଏବଂ ତଦ୍ୱାରା ଯିବା ଆସିବାର କ୍ଳେଶକର ହେଉଅଛି ।

ପ୍ରୟାଗର ପ୍ରସିଦ୍ଧ ଅଟ୍‌ଟାଳିକା ମଧ୍ୟରେ "ଜମାମସଜିତ" ନାମକ ଯାବନିକ ଭଜନ ସ୍ଥାନ ସର୍ବାଗ୍ରଗଣଃ । ଯମୁନା ନ‌ଦୀ ତଟରେ ବୃକ୍ଷ ଶ୍ରେଣୀ ସୁଶୋଭିତ ଉକ୍ତ ମସ୍‌ଯିଦ ଅତ୍ୟନ୍ତ ମନୋହର ବୋଧହୁଏ । ସେଠାଋ କେତେକ ଦୂରେ ରାଜକୁମାର ଖୋସରୋଙ୍କ ଆଜ୍ଞାରେ ନିମତ ଗୋଟାଏ ପାନ୍ଥଶାଲା ଅର୍ଥାତ୍ ଧର୍ମଶାଳା ଓ ବଗିଚା ଅଛି । ସେଇ ବଗିଚା ଦୁଇଜଣ ଯବନ ରାଜକୁମାର ଓ ରାଜ କନ୍ୟାର ସମାଧି ସ୍ଥାନ । ସେଠାରେ ବୃକ୍ଷ ଶ୍ରେଣୀର ଶୋଭା ଓ ସମାଧି କୁମ୍ଭୀର

ଗୃହର ସୌନ୍ଦର୍ଯ୍ୟ ବର୍ଣ୍ଣନାତୀତ; ମାତ୍ର ରକ୍ଷକ ନ ଥିବାଋ ବର୍ତ୍ତମାନ ତାହାର ଅନେକ ଦୁର୍ଦଶା ଘଟିଅଛି, ଏବଂ ବୋଧହୁଏ, ଶୀଘ୍ର ଲୋପ ହେବ । ପ୍ରାଚୀନ ପଦାର୍ଥ ମଧ୍ୟରେ ପ୍ରୟାଗ ନ‌ଗରରେ ଏକ ଅତି ଉଚ୍ଚ ଜୟସ୍ତମ୍ଭ ଅଛି । ତାହା ପ୍ରସିଦ୍ଧ ବୌଦ୍ଧ ସମ୍ରାଟ ଅଶୋକ ରାଜା ସ୍ଥାପିତ କରି ତଦୁପରି ଗୋଟାଏ ଶାସନପତ୍ର ଖୋଳାଇ ଥିଲେ । ତାଙ୍କର ପରଲୋକାନନ୍ତର ବ‌ହୁକାଳ ସେଇ ସ୍ତମ୍ଭ କୌଣସି ହିନ୍ଦୁ ରାଜାଙ୍କ ଲକ୍ଷ ହୋଇ ନାହିଁ । ୮୦୦ ସାଲରେ କନୌଜାଧିପତି ଶୁଦ୍ରରାଜା ସମୁଦ୍ର ଗୁପ୍ତ ସେଇ ସ୍ତମ୍ଭୋପରି ଆହୁରି ଗୋଟାଏ ଅନୁଶାସନପତ୍ର ଖୋଳାଇଥିଲେ ତବ୍ଦାଦ ଜଣେ ମୁସଲମାନ ସମ୍ରାଟସୁଦ୍ଧା ଏକ ବୀଜକ ଖୋଳାଇ ଥିଲେ । ପ୍ରୟାଗ ତିର୍ଥରେ ମୁଣ୍ତନ, ସ୍ନାନ ଓ ମହା ପ୍ରସ୍ଥାନ ବିଷୟକ ବିଧି ପାଠକ ବୃନ୍ଦ ସମସ୍ତେ ଜାଣନ୍ତି, ଅତଏବ ନିରର୍ଥକ ବୋଧରେ ଏ ସ୍ଥଳରେ ତାହାର ବିବରଣ କରିବାର ନିଷ୍ପ୍ର‌ଯୋଜନ ।

୪। କୁମ୍ଭୀର

ଭାରତବର୍ଷର ଦୁର୍ଦ୍ଦାନ୍ତ ଜଳଚର ଜୀବଙ୍କ ମଧ୍ୟରେ କୁମ୍ଭୀର ପ୍ରସିଦ୍ଧ; ଇହା ତୁଲ୍ୟ ଭୟାନ‌କ ନ‌ଦୀ ନିବାସି ଜନ୍ତୁ ବୋଧ ହୁଏ ଯେ ଆଉ କୌଣସି ସ୍ଥାନରେ ନାହିଁ । ଶରୀରର ଲକ୍ଷଣ ବିବେଚନାରେ ଏମାନେ ଝିଟିପିଟିର ସ‌ହିତ ପରିଗଣିତ ହୋଇ ପାରନ୍ତି; ପରନ୍ତୁ ପରିମାଣରେ ଗୃହବାସି ଭବିଷ୍ୟବ୍ବକ୍ତା କ୍ଷୁଦ୍ର ଝିଟିପିଟି ସ‌ହିତ -- ତୁଳନା ହୋଇ ନ ପାରେ । ୮ କି ୧୦ ହାତ ଲମ୍ବ -- ସମସ୍ତେ ଯଥେଷ୍ଟ ଦେଖି ଅଛନ୍ତି ବୋଧ ହୁଏ, -- ଦୁଷ୍ପ୍ରପ୍ୟ ନୁହେ; ଅପର ତାହାଠାଋ ବୃହତ୍ -- ପରିମାଣର କୁମ୍ଭୀର ମଧ୍ୟ ଦେଖା ଯାଇଅଛି ।

ଏହି ଦୁର୍ଦ୍ଦୟ ଜନ୍ତୁ ବଙ୍ଗ ଓ ଓଡ଼ିଶା ଦେଶ ନ‌ଦୀରେ ସୁପ୍ରାପ୍ୟ ଆଉ କଦାପି ବୃହତ୍ ୨ ପୁଷ୍କରିଣୀରେ ଦେଖାଯାଏ । ଇଉରୋପ ଖଣ୍ତରେ କୁମ୍ଭୀରର ଉତ୍ପତ୍ତି ନାହିଁ ଆଉ ଆଫ୍ରିକା ଓ ଆମେରିକା ଖଣ୍ତରେ ବର୍ତ୍ତମାନ ଯେଉଁ କୁମ୍ଭୀର ଅଛନ୍ତି ସେମାନଙ୍କ ଅବୟବ ଠିକ ଏ ଦେଶୀୟ କୁମ୍ଭୀର ତୁଲ୍ୟ ନୁହେ; କିଞ୍ଚିତ୍ ଇତର ବିଶେଷ ଅଛି; କେବଳ ଆଫ୍ରିକା ଖଣ୍ତର ନୀଳନ‌‌ଦୀବାସି କୁମ୍ଭୀର ସେମାନଙ୍କ ଏଦେଶୀୟ ଭ୍ରାତୃଗଣ ସ‌ହିତ ସମ୍ପୂର୍ଣ୍ଣ ସାଦୃଶ୍ୟ ରଖନ୍ତି । କୁମ୍ଭୀର

ସାମାନ୍ୟ ଗପ୍‌ପ ଅଛି, କୁମ୍ଭୀରକୁ ଏକ ଦୃଷ୍ଟିରେ ଚାହିଁଲେ ସେ ଚକ୍ଷୁ ଲଜ୍ଜାରେ ଦର୍ଶକ‌କୁ ଆକ୍ରମଣ କରେ ନାହିଁ । ଏକଥା ସତ୍ୟ ସଙ୍ଗେ କି ପର୍ଯ୍ୟନ୍ତେ ସଭାବ ରଖେ ତାହା ପାଠକବୃନ୍ଦ ନିର୍ଦ୍ଧର୍ଯ କ‌ଋନ୍ତୁ । ମନୁଷ୍ୟଠାଋ କୁମ୍ଭୀର ଚକ୍ଷୁରେ ଅଧିକ ପରଦା ଅଛି ଇହା ପ୍ରତ୍ୟକ୍ଷ; ସେମାନଙ୍କର ପ୍ରତ୍ୟେକ ଚକ୍ଷୁରେ ତିନିଟା ଲେଖାଏ ପତା ଥାଏ । କୁମ୍ଭୀର ସ୍କନ୍ଧରେ ପଞ୍ଜରା ଅସ୍ଥି ଅଛି, ଏ ଗୋଟାଏ ଅସାଧାରଣ ଲକ୍ଷଣ, ଅନ୍ୟ କୌଣସି ପ୍ରାଣିଠାରେ ଦୃଷ୍ଟି ହୁଏ ନାହିଁ ଏବଂ ଏତ‌ତ୍ପ୍ର‌ଯୁକ୍ତ ଏମାନେ ସ‌ହଜରେ ପାର୍ଶ୍ୱ ପରିବର୍ତ୍ତନ କରିବାକୁ ଅକ୍ଷମ । କୁମ୍ଭୀର ଆକ୍ରମଣ‌ଋ ପଳାଇବା ସମୟରେ ବକ୍ରଗତି ଅବଲମ୍ବନ କଲେ ଆନାୟାସରେ ନିରାପଦ ହୋଇ ମନୁଷ୍ୟ ଯାଇ ପାରେ । ସେମାନଙ୍କ ଆଗ ପଦ‌ଦ୍ୱୟରେ ପାଞ୍ଚ ୨ ଅଙ୍ଗୁଳି ଆଉ ପଶ୍ଚାତ୍ ପଦରେ ଚାରି ଅଙ୍ଗୁଳି ଲେଖାଏ ଅଛି କିନ୍ତୁ ତିନି ଅଙ୍ଗୁଳି ମାତ୍ରରେ ନ‌ଖ ଥାଏ ଅବଶିଷ୍ଟ ଅଙ୍ଗୁଳି ନ‌ଖ ହୀନ; ଦେହର ଚର୍ମ ସର୍ବତ୍ର ଅସମାନ ଚତୁଷ୍କୋଣାକାର ଅସ୍ଥି ତୁଲ୍ୟ ପଦାର୍ଥରେ ଆବୃତ ତଦ୍ୱାରା କୁମ୍ଭୀର ଦେହ ଅତ୍ୟନ୍ତ ଦୃଢ଼ ଓ ଅସ୍ତ୍ରରେ ପ୍ରାୟ ଅଭେଦ୍ୟ । କିମ୍ବଦନ୍ତୀ ଅଛି ଯେ କୁମ୍ଭୀରର ଜିହ୍ୱା ନାହିଁ କିନ୍ତୁ ଏକଥା ଅସତ୍ୟ ଏମାନଙ୍କର ବଡ ଜିହ୍ୱା ଅଛି ମାତ୍ର ଅନ୍ୟ ପଶୁ ଜିହ୍ୱା ପରି ସଳଖ ନୁହେ ଏବଂ ସେ ହେତୁଋ ପର୍ବୋକ୍ତ ଜନଶ୍ରୁତି ରାଷ୍ଟ୍ର ହୋଇଅଛି ।

ଉଦର ପୂରଣୋପ‌ଯୁକ୍ତ ଖାଦ୍ୟଦ୍ରବ୍ୟ ପ୍ରାପ୍ତ ହେଲେ କୁମ୍ଭୀର ମନୁଷ୍ୟର ବଶ୍ୟ ହୋଇ ରହେ, ମାତ୍ର ସ୍ୱଭାବତଃ ସେମାନେ ଅତ୍ୟନ୍ତ ଦୁର୍ବୃତ୍ତ; ଅଶ୍ୱ ଗବାଦି ଯେ କୌଣସି ପଶୁଙ୍କୁ ଜଳ ମଧ୍ୟରେ ପାନ୍ତି ସେହିକ୍ଷଣି ତାହାକୁ ବିନାଶ କରନ୍ତି; ଅତ୍ୟନ୍ତ କ୍ଷୁଧାର୍ତ୍ତ ହେଲେ ସ୍ଥଳରେ ଗମନ କଲେ ସୁଦ୍ଧା ଜୀବ ହିଂସା କରନ୍ତି । କଥିତ ଅଛି, କୌଣସି ୨ ଦୂର୍ଦ୍ଦାନ୍ତ କୁମ୍ଭୀର ନୌକାଋ ଅସାବଧାନ ନାବିକ‌କୁ ଧରି ନେଇ ଯାଇଅଛି । -- ଜଳ ପାନାର୍ଥ ଗବାଦି ଆସିଲେ, କୁମ୍ଭୀରମାନେ -- ଅଗ୍ର ପାଦରେ ଆଘାତ କରନ୍ତି; ସେହି -- ଗୋଋ ଭୂମିରେ ପତିତ ହେବାଋ ସେହି ଅବକାଶ -- ସ୍କନ୍ଧରେ ଦଶନ କରି ଜଳକୁ ଘେନିଯାଏ । ଅନେକ କୁମ୍ଭୀର ନ‌ଦୀ ତ‌ଟକୁ ରୌଦ୍ରୋତ୍ତପ୍ତ‌ହେବା ଲାଗି ଶୁଷ୍କ ବାଲୁକାରେ ଶୟନ‌କରି ହନ୍ତବ୍ୟ ପଶୁ-ପ୍ରତ୍ୟାଶା କରିଥାନ୍ତି, ଗୋ-ମେଷ-ଛାଗାଦି ଯେଉଂ ପଶୁ ଦୁର୍ଭାଗ୍ୟ ବର୍ଣ୍ଣ‌ଋ ତାଙ୍କ ନିକ‌ଟକୁ ଆସନ୍ତି ତ‌ତ୍‌କ୍ଷଣାତ୍ ସ୍କନ୍ଧ ଧରି ଉକ୍ତ ଗଳ ଗ୍ରାହ ତାହା ଜୀବନ ପ୍ରତ୍ୟାଶା ଏକାବେଳକେ ବିଲୋପ କରନ୍ତି । କୁମ୍ଭୀର

କୁମ୍ଭୀରମାନେ ସଦ୍ୟ ମାଂସ ଭକ୍ଷଣ କରିବାକୁ ଅକ୍ଷମ; ଏହି କାରଣ ଗବାଦି ପଶୁଙ୍କୁ ବଧକରି ଜଳ ମଧ୍ୟରେ ନିମଗ୍ନ କରି ରଖନ୍ତି; କିୟତ୍କାଳ ସେଠାରେ ରଖି ମାଂସ ଗଳିତ ହେଲାଋ ତାହା ଭକ୍ଷଣ କରନ୍ତି; ଯକ୍ଷ ପର୍ଯ୍ୟନ୍ତେ ଉକ୍ତ ଶବର ମନ୍ନଥ ଗଳିତ ନ‌ହୁଏ, ତଦ‌ବଧି ତାହା ପାଖରେ ଜଗି କରି ଥାନ୍ତି; କଦାପି ଅନ୍ୟଠାକୁ ଗମନ କରନ୍ତି ନାହିଁ; ଓ ଦୈବ‌ଯୋଗରେ ଅନ୍ୟ କୌଣସି କୁମ୍ଭୀର ସେଠାକୁ ଆସିଲେ ଦୁହେଁ ମିଳି ଘୋର ଯୁଦ୍ଧ କରନ୍ତି । ସ୍ୱଭାବତଃ ବ‌ହୁଭୁକ୍ ହୋଇସୁଦ୍ଧା, କୁମ୍ଭୀରମାନେ ବ‌ହୁକାଳ ଆହାର ନ କରି ରହି ପାରନ୍ତି । ଏକ ସ‌ମୟରେ କୌଣସି ସାହେବ ଗୋଟାଏ କୁମ୍ଭୀରର ମୁଖ ସିଇଁ କରି ଗୋଟାଏ ପୁଷ୍କରିଣୀ ମଧ୍ୟରେ ତାହାକୁ ପକାଇ ଦେଲେ ଛ ମାସବାଦ ତାହାକୁ ସେଠାଋ କାଢ଼ି ଆଣି ଦେଖିଲେ,କୁମ୍ଭୀର ପୂର୍ବପରି ଚଞ୍ଚଳ ଓ ବଳବାନ୍ ଅଛି ।

କୁମ୍ଭୀର ମୁଖରେ ଏକ ଧାଡ଼ି ଦନ୍ତ ଥାଏ, ଉକ୍ତ ଦନ୍ତ ସବୁ ଅନ୍ତଃଶୂନ୍ୟ ଅର୍ଥାତ୍ ପୋଲା । ଉକ୍ତ ଶୂନ୍ୟ ସ୍ଥାନରେ ଅନ୍ୟ ଏକ ପଁକ୍ତି ଦନ୍ତର ଅଙ୍କୁର ଅଛି; ପ୍ରଥମ ଦନ୍ତପଁକ୍ତି ଭଗ୍ନ ହେଲେ ନୂତନ ପଁକ୍ତି ବାହାରଇ । ଏବମ୍ପ୍ରକାରେ କୁମ୍ଭୀର ଶରୀର ବୃଦ୍ଧ୍ୟନୁସାରେ ତାହା ମୁଖ ମଧ୍ୟରେ କ୍ରମେ ୨ ଆଠ କି ଦଶବାର ଦନ୍ତ ଉଥିତ ହୁଏ । କୁମ୍ଭୀରର ଡ଼ିମ୍ବ ସଂଖ୍ୟା ୨୫ ଗୋଟା । ବାଲି ଉପରେ ସେହି ଡ଼ିମ୍ବପ୍ରସବ କଲା ବାଦ କିଞ୍ଚିତ ବାଲିରେ ଘୋଡ଼ାଇ କୁମ୍ଭୀର ପ୍ରସ୍ଥାନ କରେ ଆଉ ତବ୍ଦାଦ ଛୁଆ ଜନ୍ମ ବିଷୟରେ ଅନ୍ୟ କୌଣସି ଚେଷ୍ଟା କରେ ନାହିଁ । ପ୍ରାଣି ତ‌ତ୍‌ବଜ୍ଞାତା ନାନା ପ୍ରକାରେ କୁମ୍ଭୀର ଜାତି ବିଭାଗ କରିଅଛନ୍ତି କିନ୍ତୁ ଏଠାରେ ତାହାର ଉଲ୍ଲେଖ କରିବାର ଅଭିପ୍ରାୟ ନାହିଁ । ଏହି ଦେଶରେ ଦୁଇ ପ୍ରକାର କୁମ୍ଭୀର ପ୍ରସିଦ୍ଧ; ପ୍ରଥମ କୁମ୍ଭୀର, ଦ୍ୱିତୀୟ ଘଡ଼ିଅଳ । ଶେଷୋକ୍ତ ପ୍ରକାର କୁମ୍ଭୀରକୁ ମତ୍ସ୍ୟ କୁମ୍ଭୀର ବୋଲାଯାଏ । ପାଠକବୃନ୍ଦ ଏ - କୁମ୍ଭୀରକୁ ଅବଶ୍ୟ ଦେଖିଅଛନ୍ତି ଅତଏବ ଆହୁରି ବାହୁଲ୍ୟ ---। କଣିକା ସଂଗ୍ରହ

ସୁଚତୁର ତାର୍କିକ । ଜଣେ ମୁସଲମାନ ସ୍ୱଜାତୀୟ କୌଣସି ପଣ୍ତିତ ନିକଟରେ ଉପସ୍ଥିତ ହୋଇ କ‌ହିଲା, ଅବଧାନ, ଆମ୍ଭର ତିନିଟି ସନ୍ଦେହ ହୋଇଅଛି, ତାହା ଭଞ୍ଜନ କରିବାକୁ ଅନୁମତି ଦେବା ହେବ ।

୧ ପ୍ରଶ୍ନ । ସମସ୍ତେ କ‌ହନ୍ତି ପରମେଶ୍ୱର ସର୍ବ ସ୍ଥାନରେ ଅଛନ୍ତି, ତେବେ ତାହାଙ୍କୁ କି ହେତୁଋ ଦେଖି ନ ପାଋଁ ?

୨ ପ୍ରଶ୍ନ । ପ୍ରବାଦ ଅଛି ମନୁଷ୍ୟଦ୍ୱାରା କୌଣସି କର୍ମ ହୁଏ ନାହିଁ, ସକଳ କର୍ମ ପରମେଶ୍ୱର କରନ୍ତି; ତେବେ କି ପ୍ରକାରେ ପାପ କରିବାର ଶାସ୍ତି ମନୁଷ୍ୟ ପ୍ରତି ବିଧାନ ହୋଇପାରେ ?

୩ ପ୍ରଶ୍ନ । ଶାସ୍ତ୍ରରେ ଲେଖେ ଶୟତାନ ସର୍ବଦା ପାପାଚରଣରେ ରତ ଥାଏ ଏହେତୁଋ ତାକୁ ସୃଷ୍ଟି କର୍ତ୍ତା ଅଗ୍ନିକୁଣ୍ତରେ ନିକ୍ଷେପ କରି ରଖି ଅଛନ୍ତି ; ଏକଥା ମଧ୍ୟ ଉକ୍ତ ଅଛି କି ସେ ଶୟତାନ ଶରୀର ତେଜଃ ପଦାର୍ଥରେ ନିର୍ମିତ ; ଅତଏବ ଉକ୍ତ ଅଗ୍ନିରେ ସେଇ ତେଜଃ ପଦାର୍ଥର କି ଶାସ୍ତି ହୋଇପାରେ ?

ଏହି ବାକ୍ୟ ଶୁଣି ପଣ୍ତିତ କୌଣସି ପ୍ରତ୍ୟୁକ୍ତି ନ କରି ସେଇ ପ୍ରଶ୍ନ‌କର୍ତ୍ତା ମୁଣ୍ତରେ ଗୋଟାଏ ଟେକା ନିକ୍ଷେପ କଲା । ପ୍ରଶ୍ନ‌କର୍ତ୍ତା ଲୋଷ୍ଟ୍ରାଘାତରେ ରାଗାନ୍ଧ ହୋଇ ବିଚାରକର୍ତ୍ତା କାଜୀଙ୍କ ନିକଟକୁ ଯାଇ ବିଚାର ପ୍ରାର୍ଥନା କଲା । କାଜୀ ସେଇ ପଣ୍ତିତକୁ ଡ଼କାଇ କ‌ହିଲେ; ହେ ପଣ୍ତିତ, ତୁମ୍ଭେ ଏ ବ୍ୟକ୍ତିର ପ୍ରଶ୍ନର ନ ଦେଇ କି ହେତୁଋ ଆଘାତ କଲ ? ପଣ୍ତିତ କ‌ହିଲା; ଧର୍ମାବତାର, ଆମ୍ଭେ ତାହାକୁ ମାରିନାହୁଁ କିନ୍ତୁ ସେ ଲୋଷ୍ଟ୍ରାଘାତରେ ତାହାର ପ୍ରଶ୍ନ ତ୍ରୟର ଉତ୍ତର ପ୍ରଦାନ କରିଅଛୁଁ । ପ୍ରଥମରେ ପ୍ରଶ୍ନ‌କର୍ତ୍ତା କ‌ହେ ତାହା ମସ୍ତକରେ ଲୋଷ୍ଟ୍ରାଘାତ‌ଋ ପୀଡ଼ା ହୋଇଅଛି ଅଥଚ କେଉଁ ସ୍ଥାନରେ କି ପ୍ରକାରେ ପୀଡ଼ା ହୋଇଅଛି ତାହା ଦେଖିପାରେ ନାହିଁ । ଦ୍ୱିତୀୟରେ ସେ କ‌ହେ, ସକଳ କର୍ମ ପରମେଶ୍ୱର କରନ୍ତି ତେବେ ଆମ୍ଭେ କି ପ୍ରକାରେ ତାକୁ ମାଇଲୁଁ ? ତୃତୀୟରେ ସେ କ‌ହେ ତେଜଃ ପଦାର୍ଥକୁ ତେଜରେ ଦାହ କରା ଯାଇ ନ ପାରେ ତାହାହେଲେ ମୃତ୍ତିକା ଶରୀରକୁ ମୃତ୍ପିଣ୍ତରେ କି ପ୍ରକାରେ ପୀଡ଼ା ଦିୟାଯାଇ ପାରେ । କଣିକା ସଂଗ୍ରହ

ରାଜା ଆଉ ରାଜପକ୍ଷୀ । ପାରସ୍ୟ ଇତିହାସବେତ୍ତାମାନେ କ‌ହନ୍ତି କି ସେମାନଙ୍କର ଜଣେ ସମ୍ରାଟ୍ ମୃଗୟାର୍ଥୀ -- ଥିବା ସଞ୍ଚାଣ ପକ୍ଷିକୁ ଛାଡ଼ି ଦେଇ ଗୋଟାଏ -- । ସେ ତାକୁ ଧରି ବଧ କଲା; ଏବଂ ରାଜା - ପଶ୍ଚାତ୍ ଅଶ୍ୱରେ ଧାବମାନ ହୋଇ ସଙ୍ଗେ ଥିବା -- ହୋଇ ଏକାକୀ ହୋଇଥିଲେ, ଅଥଚ ଶ୍ରମ ହେତୁଋ ଅତିଶୟ ତୃଷାତୁର ହେବାଋ ପାଣି ସନ୍ଧାନ କ‌ଋ ୨ ଦେଖିଲେ ଏକ ପର୍ବତ କାନ୍ଥରେ ଜଳ ଅଳ୍ପ ୨ କରି ଝ‌ଋଅଛି । ତ‌ହିଁରେ ଆପଣା ପାର୍ଶ୍ୱ‌ଋ ପାନପାତ୍ର ବାହାର କରି ସେ ଝର‌ଋ କିଛି କାଳ ବିଳମ୍ବରେ ପାତ୍ର ପରିପୂର୍ଣ୍ଣ କଲେ । ତବ୍ଦାଦ ରାଜା ଜଳପାନ ନିମନ୍ତେ ପାତ୍ର ଉଠାଇବା ମାତ୍ରକେ ସଞ୍ଚାଣ ପ‌କ୍ଷ୍ୟଘାତ କରି ସେଇ ପାନପାତ୍ର ଭୂମିରେ ପକାଇ ଦେଲା । ରାଜା ଯଥେଷ୍ଟ ବିରକ୍ତ ହୋଇ ପୁନର୍ବାର ଝରକୁ ପାତ୍ର ଦେଖାଇବାଋ କିଛିକାଳ ବିଳମ୍ବରେ ପାତ୍ର ପରିପୂର୍ଣ୍ଣ ହେଲା ପୁନର୍ବାର ପାଣି ପିଇବାକୁ ପ୍ରବୃତ୍ତ ହେବା ମାତ୍ରକେ ସେ ସଞ୍ଚାଣ ଦ୍ଦିତୀୟ ଥର ପକ୍ଷ୍ୟାଘାତ କରି ସବୁ ଜଳ ପକାଇ ଦେଲା । ତ‌ହିଁରେ ରାଜା ତୃଷାରେ ଉନ୍ମତ୍ତ ପ୍ରାୟ ହୋଇ ବାରମ୍ବାର ଏଋପେ ଜଳପାନରେ ବଞ୍ଚିତ ହେବାଋ ଅତିଶୟ କ୍ରୋଧରେ ସଞ୍ଚାଣ ପକ୍ଷିକୁ ବଳପୂର୍ବକ ଭୂମିରେ କଚାଡ଼ି ତାହାର ପ୍ରାଣ ନାଶ କଲେ । ଏଥି ମଧ୍ୟରେ ରାଜାଙ୍କ ସ‌ହଚର ଜଣେ ଭୃତ୍ୟ ଆସିବାଋ ନୃପତି ସ‌ହଜରେ ତୃଷାତୁର ଆଉ ପୂର୍ବପରି ଜଳ ଧରିବାରେ ବିଳମ୍ଭ ହେବ ଏ ବିବେଚନାରେ ଭୃତ୍ୟକୁ ପର୍ବତ ଉପର‌ଋ ସେଇ ରମ୍ୟ ପାଣି ଆଣିବାକୁ ଆଜ୍ଞା ଦେଲେ । ତ‌ହିଁରେ ଭୃତ୍ୟ ତ‌ତ୍କ୍ଷାତ୍ ପର୍ବତରେ ଚଢ଼ି ଦେଖିଲା, ଗୋଟାଏ ପ୍ରକାଣ୍ତ ଅଜଗର ସର୍ପର ମୃତଶରୀର ସେଠାରେ ପଡ଼ିଅଛି ଏବଂ ତାହାର ବିଷ ସମୂହ ପାଣିରେ ମିଶ୍ରିତ ହୋଇ ସେଇ ଅମୃତମୟ ଜଳ ପର୍ବତ ଶିଖର‌ଋ ଝର ପ୍ରାୟ ପଡ଼ୁଅଛି । ଭୃତ୍ୟ ତଦ୍ଦୃଷ୍ଟିରେ ଭୟରେ ରାଜାଙ୍କୁ ସମୁଦାୟ ବୃତ୍ତାନ୍ତ ଶ୍ରବଣ କରାଇ ଆପଣା ତୋଷ ଦାନ‌ଋ ଏକ ପାତ୍ର ଜଳ ପରିପୂର୍ଣ୍ଣ କରି ଦେଲା ଅପର ଜଳପାନ ସମୟରେ ରାଜାଙ୍କ ଦୁଇ ଚକ୍ଷୁଋ ଶୋକବାରି ନିର୍ଗତ ହେଲା ଆଉ ସେ ଉକ୍ତ ଭୃତ୍ୟକୁ ପକ୍ଷିର ଅଦ୍ଭୁତ ଗୁଣ ବର୍ଣ୍ଣନ କରି ସ୍ୱୀୟ ଅବିବେକତା ଓ ଅସ‌ହିଷ୍ଣୁତା ପ୍ରତି ଧିକ୍‌କାର କଲେ । ପାରଣ୍ୟମାନେ କ‌ହନ୍ତି ସେ ଭୁପତି ଶୋକରେ ଅବଶିଷ୍ଟ ଜୀବନ ଯାପନ କରିଥିଲେ । ସମାଚାର ପନ୍ତ୍ରିକା

ଶ୍ଳୋକଃ । ସାଧୁରେବ ପ୍ରବୀଣଃ ସ୍ୟାତ୍ ସଦ୍ଗୁଣାମୃତବର୍ଣ୍ଣନେ ।

      ନବଚୂତାଙ୍କୁରାସ୍ବାଦକୁଶଳଃ କୋକିଳଃ କିଳ ॥ 

ସାଧୁ ଲୋକଙ୍କ ଗୁଣକୀର୍ତ୍ତନରେ ସାଧୁଲୋକେ ଆମୋଦିତ ହୁଅନ୍ତି, ଦୃଷ୍ଟାନ୍ତ ଏହି, ଆମ୍ର - ହେଲେ କୋକିଳ ଆନନ୍ଦରେ ସ୍ୱର କରେ । - - - ସତାଂ ଗୁଣରାଣଂକ୍ଷଣାତ୍ । - - - ବିମ୍ବଳାମ୍ବରଂ ।

   ସାଧୁ - - - ଦେବାର ଦୁର୍ଜନସ୍ୱଭାବ ସିଦ୍ଧ ଧର୍ମ ଅଟେ, ଦୃଷ୍ଟାନ୍ତ ଏହି, ଧୂମ ସର୍ବଦା ନିର୍ମଳ ଆକାଶକୁ ମଳିନ କରେ । 
ସମାଚାର ପନ୍ତ୍ରିକା
ପୃଷ୍ଠା:Prabodha Chandrika (1856).pdf/୯୩ ପୃଷ୍ଠା:Prabodha Chandrika (1856).pdf/୯୪ ପୃଷ୍ଠା:Prabodha Chandrika (1856).pdf/୯୫ ଶ୍ରୀଶ୍ରୀଯୁକ୍ତ ଲାର୍ଡ କେନିଂ ବାହାଦୁର ।

ଯେଉଂମାନେ ପ୍ରଶସ୍ତାକରରେ ଜନ୍ନ ଗ୍ରହଣ କରନ୍ତି ସେମାନଙ୍କ ଦାନର ହସ୍ତସୁଦ୍ଧା ପ୍ରଶସ୍ତ --- କଦାପି ଦୁର୍ଗୁଣ --- ବେ ଯେ --- ବ୍ୟତିନ୍ତ୍ରମ -- ଅନ୍ୟ କୌଣସି କାରଣ ଥିବ, ସେ କାରଣାନୁସନ୍ଧାନରେ ଆମ୍ଭମାନଙ୍କର ପ୍ରୟୋଜନ ନାହିଁ, ଫଳତଃ ଶ୍ରୀଯୁକ୍ତ ଲର୍ଡ କେନିଂ ସାହେବ ଅତିପ୍ରଶସ୍ତ କୂଳରେ ଜନ୍ନଗ୍ରହଣ କରି ଅଛନ୍ତି ଅତଏବ ତାଙ୍କ ଦାନର ହସ୍ତ ଯେ ପ୍ରଶସ୍ତ କାଳିକତାକୁ ଆସିଲା-ମାନ୍ତ୍ରକେ ତହିଁର ନିଦର୍ଶନ ଦେଖାଇଲେ । ଏତଦ୍ଦେଶୀୟ ଜେନ ମାଳୀ ଗତ ବୁଧବାର ଦିନ ଶଏ ଗୋଲାବ ଜାମୁ ଘେନି ଶ୍ରୀଯୁତଙ୍କ ନିକଟକୁ ଯାଇଥିଲା । ଶ୍ରୀଯୁକ୍ତ ଲାର୍ଡ ଉତ୍କୃଷ୍ଟ ଗୋଲାବ ଜାମୁ ଦେଖି ସନ୍ତୁଷ୍ଟ ହେଲେ, ତହିଁରେ ନିକଟସ୍ଥ ଲୋକେ ସେଇ ଫଳର ଘେନି ଆସିଅଛି, ଇହାଙ୍କ ସାକ୍ଷାତରେ ଏହି ଫଳର ମୂଲ୍ୟ କି କହିବି, ମତେ ଯାହା ଦେବେ ତାହା ନେବି । ଏଥିରେ ଶ୍ରୀଯୁକ୍ତ ଲର୍ଡ ଗୋଟିଏ ଫଳ ହସ୍ତରେ ଘେନି ଆଘ୍ରାଣ କରି କହିଲେ, ଏହି ଶତ ଫଳ ସଂଗ୍ରହ କରିବାରେ ଇହାର ଅନେକ ପରିଶ୍ରମ ହୋଇଅଛି ଅତଏବ ଏ ଫଳର ମୂଲ୍ୟ ପଚାରିବାର ପ୍ରୟୋଜନ କି ? ଇହାକୁ ପଞ୍ଚବିଂଶତ ମୁଦ୍ରା ପାରିତୋଷିକ ଦିଅ । ଭୃତ୍ୟମାନେ ତଦ୍ଦଣ୍ଡରେ ତାକୁ ପଞ୍ଚବିଂଶତି ମୁଦ୍ରା ପାରିତୋଷିକ ଦେଲେ । ମାଳୀ ସେ ମୁଦ୍ରା ପାଇ ଆହ୍ଲାଦିତ ହୋଇ ଶ୍ରୀଶ୍ରୀଯୁକ୍ତଙ୍କୁ ପଞ୍ଚବିଂଶତି ନମସ୍କାର କରି ବିଦାୟ ହେଲା । ବର୍ତ୍ତମାନ କଲିକତା ନଗରରେ ଗୋଲାବଜାମୁ ଅଧିକ ଉଠେ ନାହିଁ ତଥାଚ ବଜାରରେ ଟଙ୍କାକୁ କୋଡିଏ ରେଟା ବିନ୍ତ୍ରୟ ହେଉଅଛି, ଆମ୍ଭେମାନେ ଗତ ଶିବରାନ୍ତ୍ରି ଦିନ ଏହି ମୂଲ୍ଯରେ ନ୍ତ୍ରୟ କରିଅଛୁଁ । ଶ୍ରୀଯୁତ ଲାର୍ଡ ୫ ଟଙ୍କାର ଫଳକୁ ୨୫ ଟଙ୍କା ପାରିତୋଷିକ ଦେଲେ, ଏଥିରେ ଶ୍ରୀଯୁତଙ୍କ ଦାନର ହସ୍ତ କେତେ ପ୍ରଶସ୍ତ ଏତଦ୍ଦେଶୀୟ ଲୋକେ ଏଥିରେ ବିବେଚନା କରନ୍ତୁ ଆମ୍ଭେମାନେ ଶ୍ରବଣ କରିଅଛୁଁ ଏହି ଶ୍ରୀଯୁତଙ୍କ ପିତାମଧ୍ୟ ଅତୁଲ୍ୟ ଦାତା ଥିଲେ । ସେ ଏହି ପ୍ରକାର ଦାନ ଧର୍ମ କରି ଅନେକ ଉପକାର କରି ଅଛନ୍ତି । ସେ ମହାପୂଋଷଙ୍କର ପ୍ରିୟପୁନ୍ତ୍ର ଏହି ମହାପୁରୁଷ ଏଦେଶକୁ ଆସିଅଛନ୍ତି, ଇହାଙ୍କର ଦାନ ଦୟା ଦର୍ଶନ କରି ଏଦେଶୀୟ ଧନୀ ଲୋକେ ମଧ୍ୟ ଅନୁଗାମୀ ହେବେ । ସଜ୍ୟ ମିଥ୍ୟା ବୋଲା ଯାଇ ନ ପାରେ ଏମନ୍ତ ଭବ ଉଠିଅଛି, ଲାର୍ଡ କେନିଂ ବାହାଦୁର ଗବର୍ଣ୍ଣମେଣ୍ଟର ବ୍ୟୟ ଲାଘବ କରିବା ନିମନ୍ତେ ଅନାବଶ୍ୟକ କର୍ମ ଓ ପଦ ସକଳ ଉଠାଇ ଦେବେ, ପ୍ରଥମେ ବଙ୍ଗ ବେହାର ଓଡ଼ିଶା ଇତ୍ୟାଦି ପ୍ରଦେଶରେ ଡ଼େପୁଟୀ କମିଶନରୀ ଜେନରଲ ପଦ ରହିତ ହେବ । ଉକ୍ତ ପଦର କର୍ମ ଅତ୍ୟଳ୍ପ, ତାହା ଅନାୟାସରେ ଗବର୍ଣ୍ଣମେଣ୍ଟର ଅନ୍ୟ ଆଫିସ ଦ୍ୱାରା ସମ୍ପନ୍ନ ହେବ ।

୯ ଫେବୃଏରି ଦିବସୀୟ ବ୍ୟବସ୍ଥାପକ ସଭାର ବୈଠକରେ ବିଧବା ବିବାହପକ୍ଷରେ ଚଟ୍‌ଟଗ୍ରାମର ବ‌ହୁତର ହିନ୍ଦୁ ନାମ ସ୍ୱାକ୍ଷରିତ ଏକ ଆବେଦନ ଅର୍ପିତ ହୋଇଅଛି, ସେହି ଦିବସରେ କଲିକତା, ନବଦ୍ୱୀପ ଓ ତଦିତସ୍ତ‌ତଃ ସ୍ଥାନ ନିବାସି ବିଧବା ବିବାହର ବିପକ୍ଷ ମହାଶୟମାନେସୁଦ୍ଧା ଏକ ଆବେଦନ କରି ଅଛନ୍ତି, କୌନ୍‌ସଲର ମେମ୍ବର ଶ୍ରୀଯୁକ୍ତ ଗ୍ରାଣ୍ଟ ସାହେବ ଉକ୍ତ ଉଭୟ ଆବେଦନ‌କୁ ଗ୍ରାହ୍ୟ କରି ଛାପିବାକୁ ଆଜ୍ଞା ଦେଇଅଛନ୍ତି ।

ଲଣ୍ତନ ନ‌ଗରରେ "ପାରଶିୟା" ନାମକ ଗୋଟାଏ ଅତି ବୃହତ୍ ବାଷ୍ପୀୟ ତରୀ ନିର୍ମିତ ହୋଇଅଛି । ତ‌ତ୍ତୁଲ୍ୟ ବଡ଼ ଷ୍ଟିମର ପୃଥିବୀ ମଧ୍ୟରେ ଆଉ ନ ଥିବ । ଉକ୍ତ ଜାହାଜ ଏକ ଲକ୍ଷ ଆଠ ହଜାର ମହଣ ବୋଝ ଘେନି ପ୍ରତି ଘଣ୍ଟାରେ ୮ କୋଶ ମାର୍ଗ ଯାଇ ପାରେ । ଉକ୍ତ ଜାହାଜ ଦୀର୍ଘରେ ପ୍ରାୟ ୩୭୫ ହସ୍ତ ପରିମିତ ଏବଂ ପ୍ରତିରେ ତତ୍ପରିମିତ, ତାହାର ବାଷ୍ପ ଯନ୍ତ୍ରରେ ୧୨୦୦ ଘୋଟକର ବେଗ ପ୍ରଦତ୍ତ ହୋଇଅଛି ।

ଯେଉଁ ସକଳ ଲୋକଙ୍କର କୌଣସି ମକଦ୍ଦମା ଗବର୍ଣ୍ଣମେଣ୍ଟରେ ଉପସ୍ଥିତ ଅଛି ଗବର୍ଣ୍ଣମେଣ୍ଟର ସେକ୍ରେଟେରୀମାନେ ତାଙ୍କ ସ‌ହିତ କିଛି କଥୋପକଥନ X X X X ସମ୍ପ୍ରତି X X X ଏକ ଆଜ୍ଞା X X ।

ଇଙ୍ଗରେଜୀ ସମ୍ବାଦପତ୍ର ଦ୍ୱାରା ଜଣାଗଲା ଯେ, ଦୂରଦୃଷ୍ଟି କାପ୍ତାନ ଜେ ମିସନ ସାହେବ ପୀଡ଼ିତ ହୋଇ ଦୁଇ ଗ୍ରେନ୍ ମରଫିୟା ଅର୍ଥାତ୍ ଏକ ପ୍ରକାର ଗରଳ ତୁଲ୍ୟ ଔଷଧ ନିମନ୍ତେ ଡ଼ାକ୍ତର ଦେଟି ସାହେବଙ୍କଠାରୁ ଲେଖି ଥିଲେ । ଉକ୍ତ ଡାକ୍ତର ସାହେବଙ୍କ ନିକଟରେ ଯେତେବେଳେ ଚିଟୀ ପ‌ହୁଞ୍ଚିଲା ତେତେବେଳେ ସେ ନିଦ୍ରିତ ଥିଲେ । ତ‌ହିଁଉତ୍ତାଋ ଜାଗ୍ରତ୍ ହୋଇ ଚିଟୀ ପାଠ କରି ଅନ୍ୟ ମନସ୍କତାରେ ଦୁଇ ଗ୍ରେନ୍ ବଦଳରେ ୧୦ ଗ୍ରେନ୍‌ମାରଫିୟାଲେଖି ଦେଲେ । ଅନନ୍ତର ଔଷଧାଳୟରେ ସେ ଚିଟୀ ଦେଖାଇବାଋ ଔଷଧ ବିକ୍ରେତା ୧୦ ଗ୍ରେନର ଗୋଟିଏ ବଟିକା ପ୍ରସ୍ତୁତ କରି ଜେ ମିସନ ସାହେବଙ୍କଠାକୁ ପଠାଇ ଦେଲା । ସେ ସେହି କାଳସ୍ୱ‌ଋପ ବଟିକା ସେବନ କରି ରାତ୍ରରେ ପଞ୍ଚତ୍ୱ ପାପ୍ତ ହେଲେ । ଚିକିତ୍ସକମାନଙ୍କର ସର୍ବଦା ସାବଧାନ ହେଇ ଔଷଧାଦି ବିଷୟରେ ଲେଖାପଢ଼ା କରିବାର ଆବଶ୍ୟକ, କାରଣ କି, ସେମାନଙ୍କର ଅସାବଧାନତା ହେତୁଋ ମନୁଷ୍ୟର ଅମୂଲ୍ୟ ଜୀବନ ନଷ୍ଟ ହେବାର ସମ୍ଭାବନା । ଡାକ୍ତର ବେଟି ସାହେବ ଯେବେ ସାବଧାନ ହୋଇଥାନ୍ତେ ତେବେ ମିସନ ସାହେବଙ୍କର ଏମନ୍ତ ହଠାତ୍ ମୃତ X X X ।


ଆମ୍ଭେ X X କାଶ କ‌ଋ X X କୋର୍ଟ ଅଫ ଡୈରେକ୍‌ଟର୍ସ ଦ୍ୱାରା ଗବର୍ଣ୍ଣମେଣ୍ଟର ଅଚିହ୍ନିତ କର୍ମଚାରିମାନଙ୍କ ଛୁଟୀ ବିଷୟରେ ଏକ ନୂତନ ବିଧାନ ଧାର୍ଯ୍ୟ ହୋଇଅଛି ଅର୍ଥାତ୍ ଶତସଂଖ୍ୟକ ମୁଦ୍ରା ବେତନଭୋଗି କର୍ମ ନିର୍ବାହକମାନେ ବର୍ଷ କର୍ମକଲେ ମାସେ ଛୁଟୀ ପାଇବେ । ଏ ନିୟମ ସ୍ଥାପିତ ହେବାଋ ଅତ୍ୟନ୍ତ ପରିଶ୍ରମି କର୍ମକାରକମାନଙ୍କ ପକ୍ଷରେ ଅବଶ୍ୟ ମଙ୍ଗଳ ହୋଇଅଛି ଏଥିରେ ସନ୍ଦେହ କି ? ଗବର୍ଣ୍ଣମେଣ୍ଟର ଚିହ୍ନିତ କର୍ମକାରିମାନେ କିଞ୍ଚିତ୍ ଛଳ ପ୍ରକାଶ କଲାମାତ୍ରକେ ୧୪ ଅବା ୧୫ ମାସର ଛୁଟୀ ଅନାୟାସରେ ପ୍ରାପ୍ତ ହୁଅନ୍ତି ମାତ୍ର ଅଚିହ୍ନିତ କର୍ମକାରିମାନେ କୌଣସିଋପେ ୧୦ ଦିନ‌ଋ ଅଧିକ କଦାପି ଛୁଟୀ ପାଉ ନଥିଲେ ବର୍ତ୍ତମାନ ସେମାନଙ୍କର ଏ ଦୁଃଖ ମୋଚନ ହେଲା; ଏଣୁକରି କୋର୍ଟ ଅଫ ଡୈରେକଟର୍ସ ସାହେବମାନଙ୍କୁ ଧନ୍ୟବାଦ କ‌ଋନ୍ତୁ ।

---*---

ସିଟିଜନପତ୍ର ପାଠରେ ଜଣାଗଲା ଯେ, କୋର୍ଟ ଅଫ ଡୈରେକ୍ଟର୍ସ ଆଧୁନିକ ଅଚିହ୍ନିତ କର୍ମଚାରିମାନଙ୍କ ପ୍ରତି ସଦୟ ହୋଇ ପେନଶନର ନିୟମ ପରିବର୍ତ୍ତନ କରିଅଛନ୍ତି ଅର୍ଥାତ୍ ପୂର୍ବରେ ୩୫ ବର୍ଷ କର୍ମ ନ କଲେ ପେନଶନ ପ୍ରାପ୍ତ୍ୟଧିକାରୀ ହେଉ ନ ଥିଲେ ଏବେ ୨୫ ବର୍ଷ ଉତ୍ତାଋ ମାସିକ ବେତନ‌ଋ

ସମାଚାର ପତ୍ରିକା

ଅଧେଟଙ୍କା ପ୍ରାପ୍ତ ହେବେ । ପୁନଶ୍ଚ ୨୦ ବର୍ଷ କର୍ମ କରି ଯେବେ କେହି ପେନଶନ ନେବାକୁ ବାଞ୍ଛ କରେ ତେବେ ସେ ବେତନର ତିନି ଅଂଶ‌ଋ ଏକାଂଶ ପାଇବ । ଏ ନିୟମ ସ୍ଥାପିତ ଦେବାଋ ଅଚିହ୍ନିତ କର୍ମକାରିମାନଙ୍କ ଉପରେ ଗବର୍ଣ୍ଣମେଣ୍ଟର ବିଶେଷାନୁଗ୍ରହ ପ୍ରକାଶ ହୋଇଅଛି ।

ଇଂଲିଶମ୍ୟାନ ପତ୍ରପାଠରେ ଅବଗତ ହେଲା ଯେ, ଅଯୋଧ୍ୟାରାଜ୍ୟ, ଖୋରାବ ଓ ବିରାଚ ଓ ଲଖିନୌ ଆଉ ସୁଲତାନପୁର ଏ ଚାରି ଅଂଶରେ ବିଭକ୍ତ ହୋଇଅଛି ।

ଲାର୍ଡ଼ ଡ଼େଲହୌସିଙ୍କ ନାମ ଏହି ଦେଶରେ ଚିରସ୍ମରଣାର୍ଥ ଚାନ୍ଦା ଦ୍ୱାରା ଯେଉଂ ପ୍ରତିମୂର୍ତ୍ତି ସ୍ଥାପନ ନିମନ୍ତେ ସ୍ୱାକ୍ଷର ହୋଇଅଛି ତ‌ହିଁରେ ଲେପଟେନେଣ୍ଟ ଗବର୍ଣ୍ଣର ଶ୍ରୀଯୂତ ହେଲିଡ଼େ ସାହେବ ୧୦୦୦ ମୁଦ୍ରା ଓ ଶ୍ରୀଯୁତ ବାବୁ ପ୍ରସନ୍ନ‌କୁମାର ଠାକୁର ୫୦୦ ମୁଦ୍ରା ଓ ଅନ୍ୟାନ୍ୟ ଅନେକ ମହାଶୟମାନେ ସୁଖ୍ୟାତି ପ୍ରାପ୍ତି ନିମନ୍ତେ ସ୍ୱ ୨ ନାମ ସ୍ୱାକ୍ଷର କରିଅଛନ୍ତି । ଅଳ୍ପକାଳ ମଧ୍ୟରେ ୫୫୦୦୦ ଟଙ୍କାଋ ଉର୍ଦ୍ଧ୍ୱ ସଂଗ୍ରହ ହୋଇଅଛି ।

ରେଇଲଓଏ କମ୍ପନିଙ୍କର ସାପ୍ତାହିକ ଆୟ ବିବରଣ‌ଋ ଜଣାଗଲା ଯେ, ଫେବୃଏରି ମାସ ୪ ତାରିଖଠାଋ ୯ ତାରିଖ ପର୍ଯ୍ୟନ୍ତେ ଯାତ୍ରି ଓ ଦ୍ରବ୍ୟାଦି ଭଡ଼ାରେ ସର୍ବସୁଦ୍ଧା ୨୧୧୮୫୬୮ ଟଙ୍କା ଉତ୍ପନ୍ନ ହୋଇଅଛି ଏବଂଚ କ୍ରମ୍ୟେ ମାର୍ଗର ଯେତେ ଦୀର୍ଘତା ବୃଦ୍ଧି ହେବ ତେତେ ଆୟର ଆଧିକ୍ୟ ହେବ ।

ଶ୍ରୋତ୍ରଗାମୀ ହେଲା ଯେ, ସୁନ୍ଦରବନର କମିଶନର ଶ୍ରୀଯୁତ ବାବୁ ଉମାକାନ୍ତ ସେନ ଚିରକାଳ ଅତିସୁଖ୍ୟାତି ସମ‌ଭିବ୍ୟାହାରରେ ଉକ୍ତ ପଦର କର୍ମ ନିର୍ବାହ କରି ବର୍ତ୍ତମାନ ପେନଶନ ପ୍ରାର୍ଥନା କରିବାଋ ଗବର୍ଣ୍ଣମେଣ୍ଟ ତାଙ୍କ ପ୍ରତି ସନ୍ତୁଷ୍ଟ ହୋଇ ବଦୀୟ ପ୍ରାର୍ଥନା ଗ୍ରହଣପୂର୍ବକ ପ୍ରଶଂସିତ ବାବୁଙ୍କୁ ରାୟବାହାଦୁର ଉପାଧି ପ୍ରଦାନ କରିଅଛନ୍ତି । ନବଦ୍ୱୀପାଧିପତି ଶ୍ରୀଳ ଶ୍ରୀଯୁତ ରାଜା ଶ୍ରୀଶଚନ୍ଦ୍ର ବାହାଦୁର ଓ ଶାନ୍ତିପୂରସ୍ଥ କେତେକ ଭାଦ୍ର ଲୋକଙ୍କ ଦ୍ୱାରା ବିଧବା ବିବାହ ପ୍ରଚଳିତ ହେବା ସପକ୍ଷରେ ଏକ ଆବେଦନପତ୍ର ସ୍ବାକ୍ଷରିତ ହୋଇ ବ୍ୟବସ୍ଥାପକ ସମାଜରେ ଅର୍ପିତ ହୋଇଅଛି । ବୋଧହୁଏ ସେ ସ୍ଥାନର ଡେପୁଟୀ ମାଜିଷ୍ଟ୍ରେଟ ଶ୍ରୀଯୁତ ବାବୁ ଈଶ୍ୱରଚନ୍ଦ୍ର ଘୋଷାଲଙ୍କ ଯତ୍ନରେ ଏହି ଆବେଦନପତ୍ର ପ୍ରସ୍ତୁତ ହୋଇଥିବା । ରବର୍ଣ୍ଣମେଣ୍ଟର ସେକ୍ରେଟେରୀ ମହାଶୟମାନେ ପୁର୍ବରେ ପ୍ରାୟ ବସି ୨ ବେତନ ଭୋଗ କରୁଥିଲେ, ବର୍ତ୍ତମାନ ଶ୍ରୀଯୁକ୍ତ ଲର୍ଡ କେନିଂ ବାହାଦୁରଙ୍କ କର୍ମର - ସମସ୍ତେ ଭୀତ --- ସେ- -- ରାଜା କର୍ମରେ -- ତର କର୍ମ କାଲେ, ଅଧେ ପକାଇ ରଖିଲେ, ଆଉ ସେ କାଳ ନାହିଁ, ଯେ ଯେଉଁ କର୍ମ ଆରମ୍ଭ କରନ୍ତି ସେ ତାହା ନ ସାରିଲେ ଯାଇ ପାରନ୍ତି ନାହି, ବେଳ ଚାରିଘଣ୍ଟା ବାଜିଲେ ସମସ୍ତଙ୍କର ଅନ୍ତଃକରଣରେ ଯିବାର ଉଦବେଗ ହୁଏ ମାତ୍ର ଉପରେ ମୁଦଗର ଭୟରେ ଗୌର ବାବୁମାନେ ତେମନ୍ତି ବସିଥାନ୍ତି, ଇହା ଇକା ପ୍ରକାର ଭଲ ହୋଇଅଛି, ଆଉ ଗବର୍ଣ୍ଣମେଣ୍ଟର କର୍ମ ପଡି ରହିବା ନାହିଁ, ଆମ୍ଭେମାନେ ପ୍ରାର୍ଥନା କଋଂ କି ଲାର୍ଡ ବାହାଦୁର ରାଜ କର୍ମରେ ଏହିଋପ ସାବଧାନ ଥାଉନ୍ତୁ ।

କୌଣସି ମର୍ଯ୍ୟଦାବନ୍ତ ହିନ୍ଦୁ ଆପଣା ସ୍ତ୍ରୀ ବିଷୟରେ ନିଷ୍ଠୁର ବ୍ୟବହାର କଲେ ମାଜିଷ୍ଟ୍ରେଟ ସାହେବ ଉକ୍ତ ସ୍ତ୍ରୀର ଆବେଦନ ପ୍ରମାଣେ ଅସବବ୍ୟବାହାରର ପ୍ରମାଣ ନେଇ ଦୁର୍ଜନ ସ୍ୱାମୀ ହସ୍ତଋ ତାକୁ ମୁକ୍ତ କରିପାରନ୍ତି କି ନାହିଁ ? ଜିଲା ତଡିଶପରଗଣାର ଜଜ ଓ ମାଜିଷ୍ଟ୍ରେଟ ସାହେବଙ୍କା ମଧ୍ୟରେ ଏହି ବିଷୟରେ ରାୟ ଅମେଳ ହୋଇଥିଲା, ମାଜିଷ୍ଟ୍ରେଟ ସାହେବ କହିଥିଲେ ସେ ଉକ୍ତ ପ୍ରକାର ସ୍ତ୍ରୀକୁ ସ୍ୱାମୀ ହସ୍ତଋ ମୁକ୍ତ କରି ପାରନ୍ତି, ସେଶନ ଜଜ ସାହେବ କହିଥିଲେ ମାଜିଷ୍ଟ୍ରେଟ ସାହେବଙ୍କର ତବ୍ବିଶୟରେ ହସ୍ତକ୍ଷେପ -- ନାହିଁ, ଶେଷରେ -- ସ୍ୱାନୀ ଅ -- ଜଜମାନେ -- ରେ ସମ୍ମତ ହୋଇଅଛନ୍ତି । ବର୍ତ୍ତମାନ ମାଜିଷ୍ଟ୍ରେଟ ସାହେବମାନେ ଉକ୍ତ ପ୍ରକାର ସ୍ତ୍ରୀଙ୍କୁ ଦୁର୍ବୃତ୍ତ ସ୍ବାମୀମାନଙ୍କ ହସ୍ତରୁ ମୁକ୍ତ କରିବାର କ୍ଷମତା ପାଇଲେ, ଏଥିରେ ହିନ୍ଦୁ ଲୋକଙ୍କ ମଧ୍ୟରେ ମାନ୍ୟ ଲୋକେ ଅପମାନିତ ହେବେ, ଅନେକ କୁଳାଙ୍ଗାନମାନେ ସ୍ୱାମୀର ଅସବ୍ଦ୍ୟବହାର ଓ କୁତ୍ସିତାଚରଣ ସହ୍ୟ କରି ନ ପାରି ମାଜିଷ୍ଟ୍ରେଟଙ୍କ ମେଷ ମାସର ଉତ୍କଳ ପଞ୍ଜିକା

ଆଜ୍ଞାରେ ସ୍ୱତନ୍ତ୍ର ହେବେ, ଆମ୍ଭେମାନେ ଏ ନୂତନ ବିଧି ଶ୍ରବଣ କରି ଦୁଃଖିତ ନାହୁଁ କାରଣ କି, ଏଦେଶୀୟ ଅନେକ ଲୋକେ ସ୍ତ୍ରୀମାନଙ୍କୁ ଦାସୀ ଜ୍ଞାନ‌କରି ସେମାନଙ୍କ ଉପରେ ଅତ୍ୟନ୍ତ କୁବ୍ୟବ‌ହାର ଏବଂଚ ଅସଦାଚାର କରନ୍ତି, ଏ ବିଧାନ ହେତୁଋ ସେମାନେ ନମ୍ର ହେବେ ଆଉ ସ୍ତ୍ରୀମାନଙ୍କ ଉପରେ ଅକରଣ କଣ୍ଠଗର୍ଜନ କରି ପାରିବେ ନାହିଁ । ପୃଷ୍ଠା:Prabodha Chandrika (1856).pdf/୧୦୨ ପୃଷ୍ଠା:Prabodha Chandrika (1856).pdf/୧୦୩ ପୃଷ୍ଠା:Prabodha Chandrika (1856).pdf/୧୦୪ ପୃଷ୍ଠା:Prabodha Chandrika (1856).pdf/୧୦୫ ପୃଷ୍ଠା:Prabodha Chandrika (1856).pdf/୧୦୬ ପୃଷ୍ଠା:Prabodha Chandrika (1856).pdf/୧୦୭ ପୃଷ୍ଠା:Prabodha Chandrika (1856).pdf/୧୦୮ ପୃଷ୍ଠା:Prabodha Chandrika (1856).pdf/୧୦୯ ପୃଷ୍ଠା:Prabodha Chandrika (1856).pdf/୧୧୦ ପୃଷ୍ଠା:Prabodha Chandrika (1856).pdf/୧୧୧ ସୀତାଙ୍କ ବିବରଣ

ତନ୍ମଧ୍ୟରେ ଏବଂ ଲକ୍ଷ୍ମଣ ବାହାରେ ଅଛନ୍ତି । ଶ୍ରୀରାମ ଦର୍ଶନରେ ଭରତ ଗଳବସ୍ତ୍ର ହୋଇ ତାଙ୍କ ପଦାନତ ହେଲେ । ରାମ ତାଙ୍କୁ ଉଠାଇ ଆଲିଙ୍ଗନ କଲେ । ଅନନ୍ତର ଭରତ ରାମଙ୍କ ଚରଣ ଧାରଣ ପୂର୍ବକ କ‌ହିଲେ, ଆପଣ କାହା ବାକ୍ୟରେ ରାଜ୍ୟ ତ୍ୟାଗ କରି ବ‌ନ‌କୁ ଆସିଅଛନ୍ତି । ବାମା ଜାତିଙ୍କର ବାମା ବୁଦ୍ଧିଲ ସେମାନଙ୍କ କଥାରେ କିଏ କେଉଁଠାରେ ରାଜ୍ୟ ତ୍ୟାଗ କରେ ବା ଦେଶନ୍ତରକୁ ଯାଏ । ମାତା ଯେଉଁ ଅପରାଧ କରିଅଛନ୍ତି ସେ ଅପରାଧ ଆମ୍ଭର, ତାହା ମାର୍ଜ୍ଜନା କରି ଦେଶକୁ ଚାଲ, ଆପଣ ଅଯୋଧ୍ୟାର ଭୂଷଣ, ଆପଣଙ୍କ ବିନା ଅଯୋଧ୍ୟା ଅନ୍ଧକାର । ରାମ କ‌ହିଲେ ଭରତ, ତୁମ୍ଭେ ପଣ୍ତିତ ହୋଇ କାହିଁକି ବିମାତାଙ୍କ ଅନୁଯୋଗ କର; ଆମ୍ଭେ ପିତୃ ଆଜ୍ଞାରେ ବନବାସ ଆସିଅଛୁ; ବିମାତାଙ୍କର କିଛି ମାତ୍ର ଦୋଷ ନାହିଁ । ଇହା କ‌ହି ରାମ ପିତାଙ୍କ କୁଶଳାଦି ପଚାରିଲେ ସେଠାଋ ବଶିଷ୍ଠ ମୁନି ତାଙ୍କର ମୃତ୍ୟୁ ସମ୍ବାଦ ଜ୍ଞାପନ କଲେ । ରାମ ପିତାଙ୍କ ମୃତ୍ୟୁ ସମ୍ବାଦରେ ଉଚ୍ଚୈଃସ୍ୱରରେ କ୍ରନ୍ଦନ କଲେ, ଏବଂ ଲକ୍ଷ୍ମଣ ଓ ସୀତାସୁଦ୍ଧା ରୋଦନ କଲେ । ପରେ ବଶିଷ୍ଠ ମୁନିଙ୍କ ବିଧାନାନୁସାରେ ତିନି ଦିନ ଅଶୌଚ ଗ୍ରହଣାନନ୍ତର ରାମ ପିତୃ ଶ୍ରାଦ୍ଧାଦି କଲେ । ତଦନନ୍ତର ଭରତଙ୍କୁ ନାନା ପ୍ରକାର ବୁଝାଇ କ‌ହିଲେ ଅଯୋଧ୍ୟା ନ‌ଗର ଶୂନ୍ୟ ହୋଇ ଅଛି; କୌଣସି ଦିନ କୌଣସି ଶତ୍ରୁ ଆସି ରାଜ୍ୟ ନଷ୍ଟ କରିବ; ଅତଏବ ତୁମ୍ଭେ ଯାଇ ରାଜ୍ୟ ଶାସନ ଓ ପ୍ରଜା ପାଳନ କର । ଶତୁର୍ଦ୍ଦଶ ବର୍ଷ ଗତ ପ୍ରାୟ; ତାହାବାଦ ସମସ୍ତେ ପୁନର୍ବାର ଏକତ୍ର ହେବା । ଭରତ କ‌ହିଲେ ସିଂହର ଭାର ଶୃଗାଳ କି କେତେବେଳେ ବ‌ହନ କରି ପାରେ ? ନାହିଁ, ଆମ୍ଭେ କି ପ୍ରକାରେ ରାଜ୍ୟ ଶାସନ କରିବୁଁ । ମାତ୍ର ଯେବେ ଏକାନ୍ତ ଗୃହକୁ ନ ଯିବ ତେବେ ଆମ୍ଭଙ୍କୁ ଆପଣଙ୍କ ଚରଣ ଚିହ୍ନ ପାଦୁକା ପ୍ରଦାନ କ‌ଋନ୍ତୁ, ଆମ୍ଭେ ତାହା ସିଂହାସନରେ ସ୍ଥାପନ କରି ଆପଣଙ୍କ ନାମରେ ରାଜ୍ୟ କରିବୁ, ଯେବେ ତାହା ନ କରନ୍ତି ତେବେ ଆମ୍ଭେସୁଦ୍ଧା ଆପଣଙ୍କ ସଙ୍ଗେ ବନ ପ୍ରବାସ କରିବୁଁ । ଏକଥା ଶୁଣି ରାମ ତାଙ୍କୁ ଆପଣର ପାଦୁକା ପ୍ରଦାନ କଲେ । ଭରତ ସେଇ ପାଦୁକା ମସ୍ତକରେ ଘେନି ଆପଣା ତାହା ସିଂହାସନରେ ସ୍ଥାପନପୂର୍ବକ ସେଥିରେ ଦଣ୍ତ ----।

ଭରତଙ୍କ ଗମନାନ୍ତେ କିଛି ଦିନ ପରେ -- ଏଠାରେ ଥିଲେ ଭରତ ପୁନର୍ବାର ନେବାକୁ ଆସିବେ, ଅତଏବ ଏ ସ୍ଥାନରେ ଅବସ୍ଥିତି କରିବା ଉଚିତ ନୁହେ, ଅନ୍ୟ ସ୍ଥାନ‌କୁ ଚାଲ । ଏହି ଆଶଙ୍କାରେ ରାମ ଲକ୍ଷ୍ମଣ ସୀତାଙ୍କ ବିବରଣ

ସୀତା ସ‌ହିତେ ଅଗସ୍ତ୍ୟ ପର୍ବତକୁ ଯାତ୍ରା କଲେ । ସେଇ ପର୍ବତକୁ ଆଗମନ ମାତ୍ରେ ଅଗସ୍ତ୍ୟ ମୁନି ଅଗ୍ରସର ହୋଇ ସେମାନଙ୍କୁ ଯଥୋଚିତ ସମାଦର କରି ଆପଣା ଆଶ୍ରମକୁ ଘେନିଗଲେ । ସେଇ ମୁନିଂକ ଆଶ୍ରମରେ କେତେକ ଦିନ ରହି ସେମାନେ ପଞ୍ଚବଟୀ ବନ‌କୁ ଗମନ କଲେ ଓ ସେଠାରେ କୁଟୀର ନିର୍ମାଣ କରି ବାସ କଲେ ।

ଏହି ସମୟରେ ଲଂକାରେ ରାବଣ ରାଜା ହୋଇଥିଲେ । ଲଂକା ଲବଣ ସମୁଦ୍ରୋ ମଧ୍ୟସ୍ଥ ଏକ ଦ୍ୱୀପ । ବର୍ତ୍ତମାନ ତାହା ନାମ ସିଂହଳଦ୍ୱୀପ । ସେଇ ଦ୍ଦୀପରେ ପୁର୍ବ ରାକ୍ଷସ ଜାତିଙ୍କର ଅଧିକାର ଥିଲା, ମାତ୍ର ସେମାନେ ଦେବତା- ମାନଂକ ସଂଗେ ସର୍ବଦା ଯୁଧ୍ୟୋରେ ବିଗ୍ରହୋ କରନ୍ତି, ଏହି କାରଣ ଦେବତାଗଣ ସେମାନଂକୁ ଯୁଧ୍ୟରେ ପରାଭବ କରି ରାକ୍ଷସ ବଂଶ ଧ୍ୱଂସ କଲାବାଦ ଲଂକା ଅଧିକାରୀ ହୋଇ ବିଶ୍ୱଶ୍ରବା ମୁନିଂକ ପୁତ୍ର ବ୍ୟିଶ୍ରବଣକୁ ସେହି ରାଜ୍ୟ ଦେଇ ଥିଲେ।

ମାତ୍ର ଯୁଦ୍ଧୟ ସମୟରେ କେତେ ଗୁଡାଏ ରାକ୍ଷସ ଲଂକାୠ ପଳାଇ କରି ପାତାଳ ମଦ୍ଧୟରେ ଲୁଚି ରହିଥିଲେ । ବ୍ୟିଶ୍ରବଣ ଲଂକାଧିପତି ହେଲାଋ ସେମାନଂକର ପୁନରାୟ ଲଂକାଧିକାରର ବାନ୍ଛା ହେବାଋ ସୁମାଳି ନାମରେ ରାକ୍ଷସାଦ୍ଧକ୍ଷ ଆପଣା ଦୁହିତା ନିକଷାକୁ କ‌ହିଲା ତୁମ୍ଭେ ବିଶ୍ୱଶ୍ରବା ମୁନିଂକ ନିକଟକୁ ଗମନ କର ଏବଂ ତାନ୍କୁ ପ୍ର୍ସନ କରି ତଦ୍ଦାରା ପୁତ୍ରୋ ଊତ୍ପାଦନ କର, ସେହି ପୁଚ୍ର ଲଂକାଧିକାରୀ ହେବ। ବିଶେଷ, ସେଇ ପୁତ୍ର ବୈଶ୍ରବଣଂକ ବୈମାତ୍ର ଭ୍ରାତା ହେବ ତ‌ଂହିରେ ରାଜ୍ୟ ମିଳିବା ସମ୍ଭବ। ନିକକ୍ଷା ପିତୃ ବାକ୍ୟରେ ବିଶ୍ୱଶ୍ରବା ମୁନିଂକ ନିକଟକୁ ଯାଇ କାୟମନୋବାକ୍ୟରେ ତାଙ୍କର ସେବା କଲା। ମୁନି ସେଥିରେ ସନ୍ତୁଷ୍ଟ ହୋଇ ତାକୁ ବର ପ୍ରାର୍ଥନା କରିବାକୁ କ‌ହିଲେ । ତ‌ହିଂରେ ନିକଷା ଏହି ପ୍ରାର୍ଥନା କଲା ଯେ ଆପଣଂକ ଦ୍ୱାରା ମୋହର ଦୁଇ ପୁତ୍ର ହେଊନ୍ତୁ । ବିଶ୍ୱଶ୍ରବା ମୁନି ସେଇ ପ୍ରାଥନା ପୁର୍ଣ୍ଣ କରି କ‌ହିଲେ, ତୁମ୍ଭ ଗର୍ଭରେ ଦୁଇ ପୁତ୍ର ଜନ୍ମିବେ; ମାତ୍ର ସେମାନେ ଦୁର୍ଜୟ ରାକ୍ଷସ ହେବେ । ନିକକ୍ଷା ମୁନିଂକି ପ୍ରଣାମ କରି କ‌ହିଲା ପ୍ରଭୋ, ମୋହର ଅଭିଳାକ୍ଷ ସିଦ୍ଧ କଲ ସେଥିରେ ପର୍ଫୁଲ୍ଲ ହେଲି। କିନ୍ତୁ ମୋହର ସନ୍ତାନ ଦୁର୍ଜୟ ରାକ୍ଷସ ହେବେ ଏଥିରେ X X ଅତଏବ ସର୍ବଗୁଣ ବିଶିଷ୍ଟ ଆଊ ଏକ ପୁତ୍ର ମୋତେ X X ତୋହର ଆଊ ଏକ ପୁତ୍ର ସର୍ବଗୁଣବିଶିଷ୍ଟ ହେବ । ସିତାଙ୍କ ବିବରଣ

ଏହି କଥା X X X ରାକ୍ଷସୀ ଅତିଶୟ ଆନନ୍ଦିତା ହେଲା। ପରେ ଯଥା କାଳରେ ତାହାର ତିନି ଗୋଟି ପୁତ୍ର ହେଲେ। ଜ୍ୟେଷ୍ଠ ରାବଣ, ତାହାର ଦଶ ମୁଣ୍ତ, ବିଂଶତି ହସ୍ତ ଓ ବିଂଶତି ଚକ୍ଷୁ। ଦ୍ୱିତୀୟ କୁମ୍ଭକର୍ଣ୍ଣ, ତାହାର ପ୍ରକାଣ୍ତ ଶରୀର । ତୃତୀୟ ସର୍ବଗୁଣବିଶିଷ୍ଟ ବିଭୀଷଣ । ରାବଣ ଅତ୍ୟନ୍ତ ବଳବାନ୍ ଓ ଦିଗ୍‌ବିଜୟୀ ହେଲେ । କୁମ୍ଭକର୍ଣ୍ଣ ଅତ୍ୟନ୍ତ ଅଳସ; ଅହରହ ନିଦ୍ରା ଯାନ୍ତି । ବିଭୀଷଣ ପରମ ଧାର୍ମିକ ଥିଲେ ଏବଂ ସ୍ୱଜାତିର ନ୍ୟାୟ ନରହିଂସା ବା ଅନ୍ୟ ମନ୍ଦକର୍ମ କରନ୍ତି ନାହିଁ ।

ରାବଣ କ୍ରମେ କ୍ରମେ ଅନେକ ଦେଶ ଜୟ କଲେ ଏବଂ ଆପେ ବାହୁବଳରେ ଲଙ୍କା ଅଧିକାର କଲେ । ତବ୍ବାଦ କ୍ରମେ କ୍ରମେ ରାବଣଙ୍କର ଅନେକ ପରିବାର ହେଲେ । ତାଙ୍କ ଦୋର୍ଦ୍ଦଣ୍ତ ପ୍ରତାପରେ ମେଦିନୀ କମ୍ପମାନ ହେଲା । ରାମାୟଣରେ ଇହାସୁଦ୍ଧା ଲେଖାଅଛି ଯେ ତାଙ୍କ ଭୟରେ ଦେବତାମାନେ ତାଙ୍କର ଆଜ୍ଞାକାରୀ ହୋଇଥିଲେ ।

ଏହି ରାବଣର ସୂର୍ପନ‌ଖାନାମ୍ନୀ ଏକ ସ‌ହୋଦରା ଥିଲା । ଯେ ଅନେକ ନିଶାଚର ସମ‌ଭିବ୍ୟାହାରରେ ଅରଣ୍ୟ ଭ୍ରମଣ କ‌ଋ କ‌ଋ ପଞ୍ଚବଟୀ ବନରେ ରାମ ଓ ଲକ୍ଷ୍ମଣଙ୍କର ଭୁବନମୋହନ‌ଋପ ଲାବଣ୍ୟ ଦର୍ଶନରେ ମୋହିତା ହୋଇ ପରମ ରମଣୀୟ ବେଶରେ ସେମାନଙ୍କ ନିକଟରେ ଉପସ୍ଥିତ ହୋଇ ଆପଣା ପ୍ରଖର ସ୍ମର ରୋଗର ସାନ୍ତ୍ୱନାର୍ଥ ରାମଙ୍କର ଶରଣାଗତ ହେଲା । ରାମ କ‌ହିଲେ ଦେଖ ଆମ୍ଭର ଧର୍ମ‌ପତ୍ନୀ ସଙ୍ଗେ ଅଛି, ଅତଏବ ଆମ୍ଭେ ତୁମ୍ଭର କାମନା ସିଦ୍ଧ କରିବାକୁ ଅକ୍ଷମ । ରାକ୍ଷସୀ ଏହି କଥାରେ ଲକ୍ଷ୍ମଣଙ୍କ ନିକଟରେ ସେହି‌ଋପେ ପ୍ରାର୍ଥନା କଲା । ଲକ୍ଷ୍ମଣ କ‌ହିଲେ ଆମ୍ଭେ ତପସ୍ୱୀ ଆମ୍ଭ କର୍ତ୍ତୃକ ତୁମ୍ଭର ମନସ୍କାମନା ପୂର୍ଣ୍ଣ ହୋଇ ପାରିବ ନାହିଁ । ରାମ ଲକ୍ଷ୍ମଣ ଦୁହେଁ ଏହି‌ଋପେ ନିରାଶ କଲାଋ ସୂର୍ପନ‌ଖା ବିବେଚନା କଲା କି ସୀତାଙ୍କ ସକାଶେ ଆମ୍ଭର କାର୍ଯ୍ୟ ସିଦ୍ଧ ହେଲା ନାହିଁ । ଅତଏବ ବଦନ ବ୍ୟାଦାନ କରି ତାଙ୍କୁ ଗ୍ରାସ କରିବାକୁ ଉଦ୍ୟତ ହେଲା । ସେଥିରେ ଲକ୍ଷ୍ମଣ ସୀତାଙ୍କୁ ରକ୍ଷା କରି ତୀକ୍ଷ‌ଣ ଅସ୍ତ୍ର ଦ୍ୱାରା ତାହାର ନାସିକା ଓ କର୍ଣ୍ଣ ଚ୍ଛେଦନ କଲେ । ସୂର୍ପନ‌ଖା ସେଇ କ୍ରୋଧରେ ଆପଣା ସମ‌ଭିବ୍ୟାହାରି ରାକ୍ଷସ ସେନା ଘେନି ଯୁଦ୍ଧ ଆରମ୍ଭ କଲା । ମାତ୍ର ରାମ ସେଇ ରାକ୍ଷସଗଣଙ୍କର ନିଧନ କଲେ । ତ‌ହିଁରେ ସୂର୍ପନ‌ଖା ଆହୁରି ମନଃ ପୀଡ଼ା ପାଇ ସ୍ୱୀୟ ସ‌ହୋଦର ରାବଣ ନିକଟକୁ ଯାଇ ଏହି‌ଋପେ କ‌ହିଲା ସୀତାନ୍କ ବିବରଣ

ସେ ରାଜା ଦଶରଥନ୍କ ପୁଚ୍ର ରାମ ଭାର୍ଯ୍ୟା ସ‌ହିତ ବନ‌କୁ ଦେଖିଲୁଁଁ ଯେ ତାନ୍କର ପତ୍ନୀ ସୀତା ଅତି ରୂପବତୀ ପାତାଳରେ ତ‌ତ୍ତୁଲ୍ୟ ସୁନ୍ଦରୀ ସ୍ତ୍ରୀ ନାହିଁ । ଅତଏବ ଆଣିବାକୁ ଯତ୍ନ କ‌ଋଥିଲୁଁ । ତ‌ହିଁରେ ରାମ ଆମ୍ଭର ନାସିକା ଚ୍ଛେଦନ କରି ଦେଇଅଛନ୍ତି ।

ରାବଣ ସୁର୍ପନ‌ଖାର ଦୁର୍ଦଶା, ବିଶେଷ‌ତଃ ସୀତାଙ୍କ ଋପର ବୃତ୍ତାନ୍ତ ଶ୍ରବଣ କରି ସୀତା ହରଣାଭିଳାଷୀ ହୋଇ ବିବେଚନା କଲେ, କି ରାମ ଓ ଲକ୍ଷ୍ମଣ ସର୍ବଦା ସୀତାଙ୍କୁ ରକ୍ଷା କରନ୍ତି, ଅତଏବ କୌଶଳ ଦ୍ୱାରା ତାଙ୍କୁ ହରଣ କରିବାକୁ ହେବ । ମନେ ମନେ ଏହି ସ୍ଥିର କରି ମାରୀଚ ନାମକ ରାକ୍ଷସକୁ ଡ଼ାକି କ‌ହିଲେ, ହେ ମାରୀଚ ସୀତା ହରଣ ବିଷୟରେ ତୁମ୍ଭଙ୍କୁ ସାହାଯ୍ୟ କରିବାକୁ ହେବ ତୁମ୍ଭେ କୌଣସି କୌଶଳରେ ରାମ ଲକ୍ଷ୍ମଣଙ୍କୁ ବ‌ନ‌କୁ ଭୁଲାଇ ଘେନି ଯିବ, ଆମ୍ଭେ ତପସ୍ୱି ବେଶରେ ସୀତାଙ୍କୁ ଘେନି ଆସିବୁଁ । ଏହି କର୍ମ କଲେ ତୁମ୍ଭଙ୍କୁ ଯଥୋଚିତ ପୁରସ୍କାର ଦେବୁଁ । ମାରୀଚ କ‌ହିଲା ମହାରାଜ, ରାମ ଅତ୍ୟନ୍ତ ବୀର, ବାଲ୍ୟକାଳରେ ଯେତେବେଳେ ଯଜ୍ଞ ନାଶ କରିବାକୁ ଯାଇଥିଲୁଁ, ତେତେବେଳେ ସେ ଯେଋପ ବାଣ କ୍ଷେପଣ କରନ୍ତି ସେଥିରେ ଆମ୍ଭେମାନେ ଅନ୍ଧକାର ଦେଖିଥିଲୁଁ । ଏତେବେଳେ ତାଙ୍କର ଯୌବନାବସ୍ଥା ସୁତରାଂ ଅଧିକ ବଳ ଓ ଶକ୍ତି ହୋଇଅଛି; ଅତଏବ ଆମ୍ଭ ଦ୍ୱାରା ଏ କର୍ମସାଧନ ହେବ ନାହିଁ । ରାବଣ କ‌ହିଲେ, କି ଆମ୍ଭର ବାକ୍ୟ ଅବ‌ହେଳା କର, ଏହି କଥା କ‌ହି ତାକୁ ବିନାଶ କରିବାକୁ ଉଦ୍ୟତ ହେଲେ । ମାରୀଚ କି କରେ, ରାବଣ ମାଇଲେ ସୁଦ୍ଧା ମରିବ ଓ ରାମ ମାଇଲେ ମଧ୍ୟ ମରିବ ଏହି ବିବେଚନା କରି ସ୍ୱୀକାର କଲା ।

ତଦନନ୍ତର ମାରୀଚ ପଞ୍ଚବଟୀ ବନ‌କୁ ଗମନ କଲା । ରାବଣ ତାହା ପଛେ ପଛେ ଗଲେ । ତବ୍ଦାଦ ରାମ ଯେଉଁ ସ୍ଥାନରେ କୁଟୀର ନିର୍ମାଣ କରି ସୀତାଙ୍କୁ ଘେନି କରି ଥିଲେ, ସେହିଠାରେ ମାରୀଚ ମାୟାବିଦ୍ୟା ଦ୍ୱାରା ସ୍ୱର୍ଣ୍ଣ ମୃଗ ହୋଇ ଇତସ୍ତ‌ତଃ ଭ୍ରମଣ କଲା। ସୀତା ସେଇ ସ୍ୱର୍ଣ୍ଣ ମୃଗ ଦର୍ଶନରେ ରାମଙ୍କୁ କ‌ହିଲେ, ଯେବେ ସେଇ ମୃଗ ବଧ କରି ଆଣିପାର ତେବେ ତାହା ଚର୍ମ ବିଛାଇ କୁଟୀର ମଧ୍ୟରେ ବସିବା । ରାମଚନ୍ଦ୍ର ସୀତାଙ୍କ ପରିତୋଷାର୍ଥେ ଲକ୍ଷ୍ମଣଙ୍କୁ ତାଙ୍କ ରକ୍ଷାର୍ଥ ନିଯୁକ୍ତ କରି ମାୟା ମୃଗକୁ ଧରିବା ଲାଗି ଗମନ କଲେ । ମାତ୍ର ମୃଗ ତାଙ୍କୁ ଦେଖି ପଳାଇଲା । ଏହିଋପେ ମୃଗର ପଶ୍ଚାଦ୍‌ଗାମୀ ହେଲେ, ମାତ୍ର କୌଣସିଋପେ ଧରି ସୀତାଙ୍କ ବିବରଣ

ନ ପାରି ତାହା ପ୍ରତି ଶର ନିକ୍ଷେପ କଲେ । ସେଇ ସମୟରେ ମାୟାବି ରାକ୍ଷସ ଭାଇରେ ଲକ୍ଷ୍ମଣ ମଲି ଏହି କଥା କ‌ହି ଭୂମିରେ ପଡିଲା । ସୀତା କୁଟୀର ଶୁଣି ମନେ ମନେ ବିବେଚନା କଲେ ପ୍ରାୟ ରାମଙ୍କର କୌଣସି ଭାଇରେ ଲକ୍ଷ୍ମଣ, ଏ କଥା କାହିଁକି କ‌ହିଲେ । କରି ଲକ୍ଷ୍ମଣଙ୍କୁ କ‌ହିଲେ ଯେ ତୁମ୍ଭେ ଯାଇ ଦେଖ, ରାମଚନ୍ଦ୍ର କାହିଁକି ଡ଼ାକିଲେ । ପ୍ରାୟ କୌଣସି ରାକ୍ଷସ ତାଙ୍କୁ ଧରି ଥିବ । ଲକ୍ଷ୍ମଣ କ‌ହିଲେ ରାମଙ୍କୁ ଧରିବାକୁ ବ୍ରହ୍ମାଣ୍ତରେ ଏ ପ୍ରକାର କିଏ ଅଛି ? ପରନ୍ତୁ ରାମ ଆମ୍ଭଙ୍କୁ ଆପଣଙ୍କ ରକ୍ଷାର୍ଥେ ରଖି ଯାଇଅଛନ୍ତି, ସେଥିରେ ଆମ୍ଭେ ଆପଣଙ୍କୁ ଶୂନ୍ୟ ଗୃହରେ ଏକାକିନୀ ରଖି କିଋପେ ପ୍ରସ୍ଥାନ କରିବୁ ।

ସୀତା ଏଥିରେ ଲକ୍ଷ୍ମଣଙ୍କୁ ଅନେକ ଭର୍ତ୍ସନା କଲେ, ଆଉ କ‌ହିଲେ, ଏକ ଭାଇ ରାମଙ୍କ ରାଜସ୍ୱ ନେଇଅଛନ୍ତି ତୁମ୍ଭେ ପ୍ରାୟ ଆମ୍ଭଙ୍କୁ ନେବା ପାଇଁ ମାନସ କରିଅଛି । ଏହି କାରଣ ଶ୍ରୀରାମଙ୍କୁ ଅବ‌ହେଳା କରି ଏଠାଋ ଯିବାକୁ ଇଚ୍ଛା କର ନାହିଁ । ଲକ୍ଷ୍ମଣ କ‌ହିଲେ ଆମ୍ଭଙ୍କୁ ଏଋପ ଭର୍ତ୍ସନା କରିବ ନାହିଁ, ରାମଚନ୍ଦ୍ର ଯଦିବା ସ‌ହୋଦର, ତ‌ଥାପି ତାଙ୍କୁ ପିତୃସ୍ୱ‌ଋପ ଜାଣୁଁ ଏବଂ ଆପଣଙ୍କୁ ଜନନୀତୁଲ୍ୟ ଜ୍ଞାନ କ‌ଋଁ ଅତଏବ ଏପ୍ରକାର କଟୁକଥା ଆମ୍ଭଙ୍କୁ ଆଉ କ‌ହିବ ନାହିଁ । ଆମ୍ଭେ ରାମଙ୍କ ଆଜ୍ଞାରେ ଏଠାରେ ଅଛୁଁ, ଆପଣ ଯେବେ ଆଜ୍ଞା କରିବ ତେବେ ଆମ୍ଭେ ତିଳାର୍ଦ୍ଧ ବିଳମ୍ବ କରିବୁ ନାହିଁ ଏହିକ୍ଷଣି ଯାଉଅଛୁ । ସୀତା କ‌ହିଲେ ତେବେ ଯାଇ ଦେଖ, ରାମ ତୁମ୍ଭଙ୍କୁ କି କାରଣ ଡ଼ାକିଲେ । ଏହି କଥାରେ ଲକ୍ଷାମଣ ଆପଣା ଧନୁକରେ ସୀତା ଯେଉଁଠାରେ ଥିଲେ ସେଠାରେ ଚତୁର୍ଦ୍ଦିଗରେ ରେଖା କାଟି ଦେଲେ । ତବ୍ଦାଦ ସୀତାଙ୍କୁ କ‌ହିଲେ ଆମ୍ଭେ ରାମଙ୍କ ଉଦ୍ଦେଶରେ ଯାଉଅଛୁଁ, ଆପଣ ଗୃହ ମଧ୍ୟରେ ଥାଅ । କଦାଚିତ ରେଖାର ବ‌ହିର୍ଗତ ହେବ ନାହିଁ । ସୀତା କ‌ହିଲେ, ନା ହେବୁ ନାହିଁ ।

ରାବଣ ଏହି ସବୁ କଥା ଦୂରରେ ଥାଇ ଶୁଣିଲେ, ତବ୍ଦାଦ ଲକ୍ଷ୍ମଣ ଗଲାଋ ସେ ଆପଣା ଶକଟ ଅନ୍ତରେ ରଖି ବ୍ରହ୍ମଚାରି ବେଶରେ ହସ୍ତରେ ଛତ୍ର ଓ ସ୍କନ୍ଧରେ ଝୁଲି ଧାରଣ କରି ସୀତାଙ୍କ କୁଟୀର ବାହାରେ ଛିଡ଼ା ହୋଇ ସୀତାଙ୍କଠାଋ ଭିକ୍ଷା ମାଗିଲେ । ସୀତା ଭିକ୍ଷୁକ ଦେଖି କୁଟୀର ମଧ୍ୟରେ ଯେଉଁ ଫଳ ମୂଳାଦି ଥିଲା ତାହା ନେଇ ଗଣ୍ତୀର ଭିତରେ ରଖି କହିଲେ ଏହି ଭିକ୍ଷା ନିଅ । ମାତ୍ର ଛଦ୍ମ‌ବେଶୀ ରାବଣ ରେଖା ଭିତ‌ଋ ତାହା ନେଇ ନ ପାରି ସୀତାଙ୍କୁ କ‌ହିଲେ ଧର୍ମ ବିଷୟ

ତୁମ୍ଭେ ବାହାରକୁ ଆସି ଆମ୍ଭଙ୍କୁ ଭିକ୍ଷା ଦିଅ । ସୀତା କହିଲେ ଆମ୍ଭେ ରେଖାଋ ବାହାର ହେବୁ ନାହିଁ; ତୁମ୍ଭେ ଏହିଠାଋ ଭିକ୍ଷା ଉଠାଇ ନିଅ । ଏଥିରେ ବ୍ରହ୍ମଚାରି ବେଶୀ ରାବଣ କ‌ହିଲେ ଯେବେ ତୁମ୍ଭେ ବାହାରକୁ ଆସି ଭିକ୍ଷା ନ ଦେବ ତେବେ ଆମ୍ଭେ ତୁମ୍ଭ ଉପରେ କୋପ କରିବୁଁ । ତେତେବେଳେ ସୀତା କି କରନ୍ତି, ବ୍ରହ୍ମଶାପ ଶଙ୍କାରେ ଅବ‌ହେଳ ନ କରି ଗଣ୍ତୀର‌ଋ ବାହାର ହୋଇ ଭିକ୍ଷା --- ଯେଋପେ ବାହାର ହୋଇଅଛନ୍ତି ସେହିଋପେ ରାବଣ -- ହସ୍ତ ଧାରଣ କଲେ । ସୀତା କ‌ହିଲେ ଆରେ ପାପିଷ୍ଠ ! ତୋହର -- ତୁ ଆମ୍ଭର ଅଙ୍ଗ ସ୍ପର୍ଶ କର ନା । ରାବଣ କ‌ହିଲେ ସୀତେ, ତୁମ୍ଭେ ଆମ୍ଭଙ୍କୁ ଚିହ୍ନି ପାଋନା, ଆମ୍ଭେ ଦଶମୁଣ୍ତ ରାବଣ; ଆମ୍ଭ ପ୍ରତି ତୁମ୍ଭେ ଅନୁକୁଳ ହୁଅ । ଆମ୍ଭେ ତୁମ୍ଭଙ୍କୁ ଆମ୍ଭ ରାଜ୍ୟରେ ରାଜ୍ୟେଶ୍ୱରୀ କରିବୁ, ଏବଂ ଇନ୍ଦ୍ରଙ୍କ ଅମରାବତୀ ଅପେକ୍ଷା ଆମ୍ଭର ଯେଉଁ ଉତ୍ତମ ପୁରୀ ଅଛି ସେଠାରେ ତୁମ୍ଭଙ୍କୁ ରଖିବୁଁ । ଆମ୍ଭର ଯେତେ ରାଣୀ ଅଛନ୍ତି ସେ ସବୁ ତୁମ୍ଭର ଦାସୀ ହୋଇ ସେବା କରିବେ, ତୁମ୍ବେ ସେମାନଙ୍କୁ ଅନ୍ନ ଦେଲେ ସେମାନେ ଅନ୍ନ ପାଇବେ । ଆଉ ତୁମ୍ଭଙ୍କୁ ସ୍ୱର୍ଣ୍ଣ, ମଣି ମାଣିକ୍ୟରେ ଭୂଷିତ କରିବୁଁ । ଅତଏବ ତୁମ୍ଭେ ବନେ ବନେ ଭ୍ରମଣ କରି କାହିଁକି ରାମଙ୍କ ସେବାରେ ଜନ୍ମ ବିଫଳ କ‌ଋଅଛ, ଆସ ଆମ୍ଭ ସେବାରେ ପରମ ସୁଖରେ ରହିବ ।

୩ । ଧର୍ମ ବିଷୟ

ଅର୍ଥାଃ ପାଦରଜୋପମା ଗିରିନ‌ଦୀବେଗୋପମଂ ଯୌବନଂ, ଆୟୁଷ୍ୟଂ ଜଳବିମ୍ବଲୋଳଚପଳଂ ଫେନୋପମଂ ଜୀବନଂ ।। ଧର୍ମଂ ଯୋ ନ କରୋତି ନିନ୍ଦିତମତିଃ ସ୍ୱର୍ଗାର୍ଗଳୋଦ୍‌ଘାଟନଂ, ପଶ୍ଚାତ୍ତାପ‌ଯୁତୋ ଜରାପରିଗତଃ ଶୋକାଗ୍ନିନା ଦ‌ହ୍ୟତେ ।।

ଧନସମ୍ପତ୍ତି ଧୃଳିତୁଲ୍ୟ, ପର୍ବତସ୍ଥ ନ‌ଦୀ ବେଗର ନ୍ୟାୟ ଯୌବନ, ଜଳ ବିନ୍ଦୁବ‌ତ୍ ଆୟୁଚପଳ ଏବଂ ଜୀବନ ଫେନାର ନ୍ୟାୟ, କ୍ଷଣସ୍ଥାୟୀ ସଂସାରର ସମସ୍ତ ପଦାର୍ଥ ଏହିଋପ କ୍ଷଣପରିଣାମୀ ଏବଂ ନଶ୍ୱର ଦେଖି ସୁଦ୍ଧା ଯେଉଁ ଅବୋଧମାନେ ସ୍ୱର୍ଗଦ୍ୱାରର ଅର୍ଗର ଅର୍ଥାତ୍ କିଳଣି ଫିଟାଇବା ଉପାୟ ଯେ ଧର୍ମ ତାହା ଅର୍ଜନ ନ କରନ୍ତି ସେମାନେ ଜରାଗ୍ରସ୍ତ ଓ ବୃଦ୍ଧ ଦଶାକ୍ରାନ୍ତ ହୋଇ ଶୋକାଗ୍ନିରେ ଦ‌ଗ୍‌ଧ ହୁଅନ୍ତି । ପରମ ଦୟାବାନ୍ ଜଗ‌ତ୍ ପ୍ରସବିତା ଏହି ସଂସାରରେ ମନୁଷ୍ୟ ଜାତିଙ୍କୁ ପ୍ରାଣି ମଧ୍ୟରେ ଶ୍ରେଷ୍ଠତ୍ୱ ପଦ ଦେଇ ଅଛନ୍ତି । ଧର୍ମ ବିଷୟ

ଜ୍ଞାନରେ ଅନ୍ୱିତ କରିଅଛନ୍ତି ଏବଂ ସକଳ ସୁଖ ଆମ୍ଭମାନଂକ କର ତଳେ ରଖି ଅଛନ୍ତି ଅତଏବ ଅନବରତ ଯତ୍ନରେ ସେହି ଜ୍ଞାନ ର୍ତନ ଦ୍ୱାରା ପିତୃ ପ୍ରସାଦତ୍ରୟ କରି ଜୀବନର ସାଫଲ୍ୟ କରିବା ସମସ୍ତଂକର ଅତି ଊଚିତ, ନ‌ଚେତ୍ କେବଳ ଆତୋ୍ରଦର ପୂରଣାର୍ଥେ ଓ ଇନ୍ଦି୍ରିୟ ଚରିତାର୍ଥେ ମନୁଷ୍ୟ ସୃଷ୍ଟି ହୋଇ ନାହାନ୍ତି। ଆହାର ନିଦ୍ରା X ମ୍ୟିଥୁନ ବସ୍ତରପାଳନାଦି ଶାରିରୀକ ଧର୍ମ ପ୍ରାଣି ମାତ୍ରରେ ବିଦ୍ୟମାନ X ଦ୍ୱାରା ମନୁଷୟତ୍ୱ ପଶୁତ୍ୱ, ଏ ଦୁଇର ଭେଦ ବୁଝା- ଯାଏ X X X ମନୁଷୟକୁ ଦ୍ୱିପଦ ପଶୁ ଭିନ୍ନ ଆଉ କି କୁହାଯିବ ।

ଆମ୍ଭେମାନେ X X ପ୍ରତିପାଦନ ଯେଊଁ ଧର୍ମତଦନେୱଷୀ ହେଈ ନାହୁଁ, ସାଂସାରିକ ସୁଖରେ କେବଳ ସର୍ବକାଳ ଅନୁର୍କତ୍ୋ ଥାଇ ଆୟୁଃକ୍ଷ୍ୟ କରି ବ‌ହୁ ବିଷୟ ବ୍ୟାପାର‌ରେ ଲିପ୍ତ ହେତୁଋ କାଳର ଗତି ହେତୁ କ‌ୠ ନାହୁଁ ଏବଂ ମୋହମୟୀ ସମୋଦ ମଦିରାପାନରେ ଊନ୍ମହିତା ହେତୁଋ ଜନ୍ମ ଜରା ମୃତ୍ୟୁ ଦେଖିସୁଦ୍ଧା ତ୍ରାଶିତ ହେଊ ନାହୁଁ ।

ହାୟ ହାୟ ! ଥରେ ନିର୍ଜନରେ ନିବିଷ୍ଟ ମନରେ ଏହି ସଂସାରର ନଶ୍ୱରତ୍ବ ବିବେଚନା କରି ଦେଖିଲେ କେଊଁ ମୂଢ ହୃଦୟରେ ଧର୍ମ ପ୍ରବେଶ ହୁଏ ନାହଁ ? ଶ୍ରୀ ନିତ୍ୟ ଚଞ୍ଚଳା, ବିଷୟ ରସ ପରିଣାମରେ ବିରସ, ଦେହ ନାନା ରୋଗର ଘର, ବ‌ହୁ ଧନ ବ‌ହୁ ଅନର୍ଥର କାରଣ, ଆତ୍ମୀୟ ସ୍ୱଜନ ଦାଋଣ ଶୋକର ମୂଳୀଭୁତ, ଅବଳାମାନେ ଅନର୍ଥର କାରଣ, ତ୍ଥାଚ ସକଳ ଜୀବମାନେ ଭୟା‌‌ନ୍କ ପାପ ପଥର ଯାତ୍ରୀ ହେଊଛନ୍ତି ଧର୍ମର ଅକୃତ୍ରିମ ସୁଖ ଲାଳସାରେ ଅତ୍ୟନ୍ତ ଲୋକନ୍କ ମନ ଚେଷ୍ଟିତ ହୁଏ, ପ୍ରତିକ୍ଷ୍ଣ ସକଳ ପ୍ରାଣି ଆମ୍ଭମାନଂକ ନୟଙ୍କୁ ଅଦୃଶୟ ହୋଇ ଅନ୍ଧକାରମୟ ରାଜୟକୁ ଯାଊ ଅଛନ୍ତି ତ୍ଥାଚ ଆଶା ଶେଷ ହୁଏ ନାହିଁ । ରେ ଆଶା ରାକ୍ଷସି ତୋର କି ଆଶ୍ଚରଯ୍ୟ ମୋହିନୀ ଶକ୍ତି ଅଛି, ମୁମୂ୍ରଷୁବସ୍ଥାରେ ସୁଦ୍ଧା ପ୍ରାଣୀମାନେ ତୁମ୍ଭ ସଙ୍ଗ ତ୍ୟାଗ କରିବାକୁ ଚାହାନ୍ତି ନାହିଁ, ତୁମ୍ଭର ପରାମ୍ରଶରେ ସକଳ ଜୀବମାନେ ନାନା ଊ୍ତକ୍ଟ ପାପକର କାର୍ଯୟରେ ପ୍ରବୃତ୍ତ ହେଉଅଛନ୍ତି । ଅତଏବ, ହେ ବନ୍ଦ୍ଧୁଗଣ, ଏ ପ୍ରକାର ସର୍ବନାଶୀ ପାପ ପିଶାଚୀକୁ ଦାସୀ କରି ରଖ, ତେବେ ସମସ୍ତ ଜଗତ୍ ତୁମ୍ଭର ଦାସ ହେବେ । କାହିଁକି ଚିରକାଳ ଆଶା ଦାସ ହୋଇ ସମସ୍ତନଂକ ଦାସ୍ୱତ୍ୱ ଓ ନରକ ଭାର ମସ୍ତକରେ ବ‌ହନ କର ? ବିବେକ ଅନ୍ଞ୍ଜନରେ ଜ୍ଞାନ ନେତ୍ର ଊନ୍ନୀଳିତ କରି ଜୀବନ ସର୍ବସ୍ୱ ଧର୍ମ ମିତ୍ର ସ‌ହାୟରେ ଅବଲୀଳା କ୍ରମରେ ବୃଥା ଭୁତ ବନ୍ଦ୍ଧନ‌ଋ ମୁକ୍ତ ହୁଅ । ୪। ବାୟୁସେବନ

ପ୍ରାଚୀନ ପଣ୍ତିତମାନେ ବାୟୁକୁ ଜଗପ୍ରାଣ ବୋଲି ବର୍ଣ୍ଣନା କରିଅଛନ୍ତି । ଫଳତ‌ଃ ବିବେଚନା କଲେ ପୃଥିବୀସ୍ଥ ପ୍ରାଣିଙ୍କ ଜୀବନସ୍ୱ‌ଋପ, ଇହା ଅନାୟାସରେ ପ୍ରତିପନ୍ନ ହେବ । ଅନ୍ୟାନ୍ୟ ବସ୍ତୁ ---- ଦୁଇ ଏକ ଦିନ ବଞ୍ଚିବାକୁ ସମର୍ଥ ହେଉଅଛୁଁ --- କ୍ଷଣକାଳ ଜୀବନ ଧାରଣ କରିବାକୁ କାହାରି ଶକ୍ତି --- ଏକ ଗୃହର ବାୟୁ ସଞ୍ଚାରର ବାଟ ରୋଧ କରି ତନ୍ମଧ୍ୟ‌ଋ --- କ୍ଷଣକାଳ ମଧ୍ୟରେ ପ୍ରାଣନାଶର ସମ୍ଭାବନା ହେବ । କାରଣ, ଆମ୍ଭେମାନେ ନିଶ୍ୱାସରେ ଯେଉଁ ବାୟୁ ଆକର୍ଷଣ କ‌ଋଁ, ତାହା ଅକ୍‌ସୃଜନ ଓ ନାଇଟ୍ରଜନ ଗାସ ଏହି ନାମଧେୟ ଦୁଇ ପ୍ରକାର ପବନ । ତନ୍ମଧ୍ୟରେ ଅକ୍‌ସୃଜନ ଗାସର ୮୦ ଭାଗ ଏବଂ ନାଇଟ୍ରଜନ ଗାସର ୨୦ ଭାଗ ସମ୍ବଳିତ ଥାଏ । ଇହା ଶରୀର ମଧ୍ୟରେ ପ୍ରବେଶ ହୋଇ ଶରୀର ରକ୍ତକୁ ନିର୍ମଳ କରେ, ପୁଣି ଯାହା ଆମ୍ଭେମାନେ ପ୍ରଶ୍ୱାସରେ ବାହାର କରି ପକାଉଁ ତାଦ୍ୱାର ନାମ କାର୍ବଣିକ ଆସିଡ଼ ଗାସ, ଏ ରାତ୍ରବେଳେ ବୃକ୍ଷ ଇତ୍ୟାଦିଋ ବ‌ହିର୍ଗତ ହୁଏ । ଏ ସକାଶେ ମନୁ ପ୍ରଭୃତି ଅତି ପ୍ରାଚୀନ ଗ୍ରନ୍ଥକର୍ତ୍ତାମାନେ ରାତ୍ରିକାଳରେ ବୃକ୍ଷମୂଳେ ବାସ କରିବାର ନିଷେଧ କରିଅଛନ୍ତି, ଯଥା ।

ରାତ୍ରୌଚବୃକ୍ଷମୂଳାନି ଦୂରତଃ ପରିବର୍ଜୟେତ ।

ନବାବ ସେ ରାଜ ଉଦ୍ଦଉଲାଙ୍କ ସେନାପତି ମାଣିକଚାନ୍ଦ କଲିକତା ଗଡ଼ ମଧ୍ୟରେ ଦୀର୍ଘ ୧୨ ହାତ ପ୍ରସ୍ଥ ୯ ହାତ ପରିମାଣର ଗୋଟାଏ କୋଠରୀରେ ୧୪୭ ଜଣ ଇଙ୍ଗରେଜଙ୍କୁ ରାତ୍ରିଯାକ ଋଦ୍ଧ କରି ରଖିବାରେ ଯେ ପ୍ରକାର ଭୟଙ୍କର ବ୍ୟାପାର ଘଟିଥିଲା, ତାହା ଅନେକଙ୍କୁ ସୁପ୍ରକାଶ‌ଋପେ ଜଣାଅଛି । ସେ କୋଠରୀରେ ଏକ ମାତ୍ର ବାୟୁ ସଞ୍ଚାରର ଖିଡ଼ିକି ଥିଲା । ଉକ୍ତ ଇଙ୍ଗରେଜ ବନ୍ଦୀମାନଙ୍କର ପ୍ରଶ୍ୱାସ ଦ୍ୱାରା ଜନ୍ମିଥିବାର ମନ୍ଦ ପବନ କ୍ରମେ କ୍ରମେ ଘନୀଭୂତ ହେବାକୁ ଲାଗିଲା । ସେଇ ରାତ୍ରିରେ ଯନ୍ତ୍ରଣାର ଆଉ ପରିସୀମା ନ ଥିଲା, ବନ୍ଦୀମାନେ ଅତିଶୀଘ୍ର ଘୋରତର ପିପାସାରେ କାତର ହେଲେ, ଆଉ ସମସ୍ତେ ବାୟୁବିନା ଅସ୍ଥିର ହେଲେ । ପ୍ରତ୍ୟେକ କିଞ୍ଚିତ୍ ବାୟୁଲାଭ ପ୍ରତ୍ୟାଶାରେ ଗବାକ୍ଷ ବାୟୁସେବନ

ନିକଟକୁ ଯିବା ନିମନ୍ତେ ବିବାଦ କରିବାକୁ ଲାଗିଲେ । ଆମ୍ଭମାନଙ୍କ ଦୁଃସ‌ହ କ୍ଳେଶ ଅବସାନ କର ବୋଲି ରକ୍ଷକମାନଙ୍କୁ ପ୍ରାର୍ଥନା କଲେ ଏବଂ ପରିଶେଷରେ ଏକ ଏକ ହୋଇ ତଳେ ପଡ଼ିଲେ । ଅବଶିଷ୍ଟ ଲୋକେ ଶବରାଶି ଉପରେ ଛିଡ଼ା ହୋଇ ନିଶ୍ୱାସ ନିମନ୍ତେ ଅନେକ ସ୍ଥାନ ପାଇଲେ ତଦ୍ଦ୍ୱାରା କେତେକ ବଞ୍ଚି ରହିଲେ । ଆର ଦିନ ପ୍ରାତଃକାଳରେ ଦ୍ୱାର ଫିଟାଇଲାଋ ଜଣାଗଲା, ଶଏ ଛୟାଳିଶ ଜଣଙ୍କ ମଧ୍ୟରେ ୨୩ ଜଣ ଜୀବିତ ଅଛନ୍ତି । ବାକୀ ସମସ୍ତେ -- ଅଛନ୍ତି ।

ଅତଏବ -- ବାସ କରିବାକୁ ହୁଏ ତାହା ଚାରି ପାଖରେ ଗବାକ୍ଷ -- ଗମନର ପଥ ରଖିବାର ସର୍ବତୋଭାବେ ବିଧେୟ -- ମୋହରୀ ଇତ୍ୟାଦି ମଧ୍ୟ‌ଋ କାର୍ବଣିକ ଆସିଡ଼ ଗାସ ଉତ୍ପନ୍ନ ହୁଏ, ଏହି ଦୁର୍ଗନ୍ଧ ବାୟୁ ନିଶ୍ୱାସ ଦ୍ୱାରା ଶରୀର ମଧ୍ୟରେ ପ୍ରବେଶ ହେଲେ ମନୁଷ୍ୟକୁ ଋଗ୍ନ ଶୀର୍ଣ୍ଣ ଆଉ ଶ୍ରୀଭ୍ରଷ୍ଟ କରେ ଏସକାଶେ ମୋହରୀ ଇତ୍ୟାଦି ନିକଟରେ ବାସ କରିବାର କୌଣସି ପ୍ରକାରେ ଉଚିତ ନୁହେ । ଶରୀର ମଧ୍ୟରେ ଶିରା ସଂଯୋଗରେ ସର୍ବଦା ରକ୍ତ ଗମନାଗମନ କ‌ଋଅଛି, ସେଇ ରକ୍ତ ଶରୀରସ୍ଥ ଅନ୍ୟାନ୍ୟ ନଷ୍ଟ ପଦାର୍ଥ ସ‌ହିତ ମିଶ୍ରିତ ହୋଇ ମନ୍ଦ ହୋଇଯାଏ । ତଚ୍ଛାଦ ପ୍ରଚୃର ପବନ ନିଶ୍ୱାସ କରିବାଋ ସେଇ ପବନ ଦେହ ମଧ୍ୟରେ ପ୍ରବେଶ କରି ସେଇ ରକ୍ତକୁ ପରିସ୍କାର କରେ । ଯେବେ ହିତକାରି ବାୟୁ ସଙ୍ଗେ କୌଣସି ଅହିତକାରି ବସ୍ତୁ ପ୍ରବେଶ କରେ ତେବେ ଅତିଶୀଘ୍ର ରୋଗର ହେବାର ସଂଶୟ କି ? ଯଦ୍ୟପି ଆମ୍ଭେମାନେ ସର୍ବଦା କୁତ୍ସିତ ସ୍ଥାନ ପରିତ୍ୟାଗ କରି, ଯେଉଁ ସ୍ଥାନରେ ନିତ୍ୟ ଶୁଦ୍ଧ ସରଳ ବାୟୁର ସଞ୍ଚାର ହେଉଅଛି, ଏହି ପ୍ରକାର ସ୍ଥାନରେ ବାସ କରିବା ତେବେ କୌଣସି ପୀଡ଼ା ଆମ୍ଭମାନଙ୍କୁ ଆକ୍ରମଣ କରି ପାରିବ ନାହିଁ ମାତ୍ର ସର୍ବଦା ଶରୀର ସୁସ୍ଥ ଓ ବଳିଷ୍ଠ ରହିବ । ସବୁ ବିଷୟରେ ପ୍ରୀତି ଲାଭ କରି ପାରିବା, ଶରୀର ସୁସ୍ଥ ରହିଲେ ଆଉ ଆମ୍ଭମାନଙ୍କର କୌଣସି ବିଷୟରେ ଅସଭାବ ରହିବ ନାହିଁ । ଆମ୍ଭେମାନେ ବାୟୁ ସେବା ଦ୍ୱାରା ଶରୀରକୁ ଯେତେ ସୁସ୍ଥ ଓ ବଳବାନ କରିବା ତେତେ ଆମ୍ଭମାନଙ୍କୁ ଉତ୍ତମ ଉତ୍ତମ ଫଳ‌ଲାଭ ହେବ । ୫ - ରକ୍ତ ଚଳିବା ବିଷୟ

ଯେମନ୍ତ ଲଣ୍ତନ ମହାନ‌ଗରର ପ୍ରତ୍ୟେକ ଗୃହରେ ଜଳ ପ୍ରଦାନ କରିବା ଲାଗି ନାନା ସ୍ଥାନରେ ନାନା ନଳ ସ୍ଥାପିତ ଅଛି, ତଦ୍ରୁପ ସକଳ ଶରୀରରେ ରକ୍ତ ପ୍ରଦାନାର୍ଥେ ନାନା ସ୍ଥାନରେ ନାନା ରକ୍ତ ଶିରା ସ୍ଥାପିତ ଅଛି । ସେଇ ସବୁ ନ‌ଗର ମଧ୍ୟରେ ସର୍ବତ୍ର ଜଳ ଚଳାଇବା ସକାଶେ ନ‌ଦୀ ତୀରରେ ଗୋଟାଏ ଦମକଳ ଅର୍ଥାତ୍ ଜଳ ଉଠାଇବା କଳ ସ୍ଥାପିତ ଅଛି, ଏବଂ ସେଇ ଦମକଳ‌ଋ ନାନା ବୃହତ୍ ୨ ନଳ ନାନା ଦିଗକୁ ନିର୍ଗତ ହୁଏ, ଏବଂ ସେଇ ସବୁ ବୃହତ୍ ନଳ‌ଋ କ୍ଷୁଦ୍ର ୨ ନଳ ବାହାର -- ପ୍ରତ୍ୟେକ ଗୃହକୁ ଯାଏ, ସେହିଋପ ଆମ୍ଭମାନଙ୍କ ଶରୀରରେ ସ‌ହତ୍ସ - ରକ୍ତ ଶିରା ଶରୀରର ଆଦ୍ୟନ୍ତ ସବୁଠାରେ ରକ୍ତ ଯେ -- ନ‌ଗରୀୟ ଲୋକେ ଜଳ ପାଇ ଯେମନ୍ତ ସ୍ୱେଚ୍ଛାନୁସାରେ -- ସେହିଋପ ରକ୍ତ ବ୍ୟୟ ହେଲେ ହୁଏ ନାହିଁ । କାହିଁକି ନା ଯେଉଁ ରକ୍ତ ଅନ୍ତକରଣ‌ଋ ନିର୍ଗତ ହୋଇ ଶିରାଦ୍ୱାରା ଅଙ୍ଗର ଅନ୍ତ ପର୍ଯ୍ୟନ୍ତ ଗମନ କରେ, ତାହାକୁ ସେଇ ଅନ୍ତଃକରଣରେ ପୁନର୍ବାର ପ୍ରବେଶ ହେବାକୁ ହୁଏ, ନତୁବା ଶରୀରର ସ୍ୱାସ୍ଥ୍ୟ ହୋଇ ପାରେ ନାହିଁ ।

ଅନ୍ତଃକରଣକୁ ରକ୍ତ ଫେରି ଆସିବା ଲାଗି ଅନ୍ୟ ଅନ୍ୟ ନଳସ୍ୱ‌ଋପ ଶିରା ସ୍ଥାପିତ ଅଛି, ଉକ୍ତ ସବୁ ଶିରାର ଅଗ୍ରଭାଗ ସେଇ ପ୍ରଥମ ଶିରାର କ୍ଷୁଦ୍ର ୨ ଅଗ୍ରଭାଗ ସଙ୍ଗେ ସଂଲଗ୍ନ ହୋଇ ରକ୍ତ ସଂଗ୍ରହ କଲେ ପୁନର୍ବାର ଅନ୍ତକରଣରେ ପ୍ରବେଶ କରାଏ । ରକ୍ତ ବିତରଣକାରି ଓ ରକ୍ତ ସଂଗ୍ରହକାରି, ଏହି ଯେଉଁ ଦୁଇ ପ୍ରକାର ରକ୍ତ ଶିରା ଅଛି, ସେମାନଙ୍କ ଆକୃତିରରେ ଅଳ୍ପ ବିଶେଷ ଅଛି; ମାତ୍ର ରକ୍ତ ବିତରଣକାରି ଶିରାଦ୍ୱାରା ରକ୍ତ ଯେ ପ୍ରକାର ରକ୍ତାଶୟ ଅନ୍ତକରଣ‌ଋ ବାହାର ହୋଇ ଶରୀରର ସର୍ବ ସ୍ଥାନରେ ଉପନୀତ ହୁଏ, ତଦ୍ରୁପ ରକ୍ତ ସଂଗ୍ରହକାରୀ ଶିରା ଦ୍ୱାରା ରକ୍ତ ସର୍ବ ସ୍ଥାନ‌ଋ ସଂଗୃହିତ ହୋଇ ପୁନର୍ବାର ଅନ୍ତଃକରଣ‌ଋପେ ଆଶୟରେ ଏକତ୍ରୀକୃତ ହୁଏ, ତ‌ହିଁରେ ପ୍ରଥମେ କ୍ଷୁଦ୍ର ୨ ଶିରାରେ ରକ୍ତ ସଂଗୃହୀତ ହେଲେ କ୍ରମେ ୨ ସବୁ ବଡ଼ ଶିରାରେ ପ୍ରବେଶ କରେ, ଶେଷରେ ଅଧିକ ବଡ଼ ଏକ ମହାଶିରାରେ ମିଳିତ ହୋଇ ଏକ ବାଟରେ ଅନ୍ତଃକରଣରେ ପ୍ରବିଷ୍ଟ ହୁଏ ।

ଅନ୍ତଃକରଣ ରକ୍ତ ଚାଳନ‌କାରି ଗୋଟାଏ ଦମକଳ ପରି ହୋଇ ଚାରି ଗ‌ହ୍ୱରସ୍ୱ‌ଋପ ଆଶୟରେ ବିଭକ୍ତ । ସେଇ ଅନ୍ତଃକରଣ ସଙ୍କୁଚିତ ହୋଇ ରକ୍ତ ଚଳିବା ବିଷୟ

ପାରେ ଆଉ ସଙ୍କୁଚିତ ହେଲେ ଅନ୍ତରେ ଥିବା ରକ୍ତ ବଳେ ୨ ବାହାରି ପଡ଼େ, ପୁନର୍ବାର ଶିଥିଳ ହେଲେ ଅନ୍ତଃକରଣ ଫମ୍ପା ଓ ବିସ୍ତାରିତ ହୋଇ ରକ୍ତ ସଂଗ୍ରହକାରି ଶିରା ଦ୍ୱାରା ଆଣି ରକ୍ତ ଗ୍ରହଣ କରେ । ତବ୍ଦାଦ ଦ୍ୱିତୀୟବାର ସଙ୍କୁଚିତ ହୋଇ ବିତରଣକାରି ଶିରା ଦେଇ ରକ୍ତ ବାହାର କରି ପକାଏ ଅର୍ଥାତ୍ ଯେତେ ରକ୍ତ ଗ୍ରହଣ କରିଥିଲା ତେତିକିମାତ୍ର ପୁନର୍ବାର ବାହାର କରେ । ଏହିଋପେ ଘଡ଼ିକ ମଧ୍ୟରେ ଚାରି ହଜାର ଥର ସଙ୍କୁଚିତ ଓ ବିସ୍ତାରିତ ହୋଇ ଅନ୍ତଃକରଣ ଆପଣା କର୍ମ ସାଧନ କରି ଶରୀରର ସର୍ବାଙ୍ଗ ପ୍ରତ୍ୟଙ୍ଗରେ ରକ୍ତ ଯୋଗାଇ ବଳ ଦିଏ ଆଉ ମାସକୁ ମାସ ଅବିଶ୍ରାମରେ ଶ୍ରମ କରି କ୍ଳାନ୍ତ ହୁଏ ନାହିଁ । ଏହି ସବୁ ଦ୍ୱାରା ଈଶ୍ୱରଙ୍କର ମହାକୌଶଳ ସମ୍ପୂର୍ଣ୍ଣ‌ଋପେ ପ୍ରକାଶ ହେଉଅଛି । ଦେଖ ଅନ୍ତଃକରଣ‌ଋ ଯେଉଂ ରକ୍ତ ବାହାରେ, ତାହା ପ୍ରଥମେ --- କ୍ରମେ କ୍ରମେ କ୍ଷୁଦ୍ର ଶିରାରେ ପ୍ରବେଶ କରେ; କିନ୍ତୁ ଯେଉଂ --- ଫେରି ଆସେ ସେଇ ରକ୍ତ ପ୍ରଥମେ କ୍ଷୁଦ୍ର ୨ ଶିରାରେ ---- ବଡ଼ ଶିରାରେ ପ୍ରବେଶ କରେ । ସୁତରାଂ ରକ୍ତ ବିତରଣକାରୀ ଯେତେ ବଳରେ ଭିଡ଼ ପଡ଼େ, ତେତେ ବଳରେ ସଂଗ୍ରହକାରି ଶିରାରେ ପଡ଼େ ନାହିଁ । ସେଥିରେ ଯେମନ୍ତ ଶରୀରର କୌଣସି ହାନି ଜନ୍ମି ନ ପାରିବ, ଏହି କାରଣ ପରମେଶ୍ୱର ରକ୍ତ ସଂଗ୍ରହକାରି ଶିରା ଅପେକ୍ଷା ରକ୍ତ ବିତରଣକାରି ସକଳ ଶିରାକୁ ଅଧିକ ସ୍ଥଳ ଓ ଶକ୍ତ କରିଅଛନ୍ତି । ରକ୍ତ ବିତରଣକାରି ଓ ରକ୍ତ ସଂଗ୍ରହକାରି ଏହି ଦୁଇପ୍ରକାର ଶିରା ମଧ୍ୟରେ ଏହି ଏକ ବିଶେଷ ହୁଏ ଏବଂ ପରମେଶ୍ୱରଙ୍କ କୌଶଳ ପ୍ରକାଶକାରି ଆହୁରି ଗୋଟାଏ ଭେଦ ଅଛି । ଯେଉଂ ଶିରା ଅନ୍ତଃକରଣ‌ଋ ରକ୍ତ ଆଣି ବିତରଣ କରେ ତାହା ଯେବେ ବିନ୍ଧା ଯାଏ ତେବେ ରକ୍ତ ସଂଗ୍ରହକାରି ଅନ୍ୟ ଶିରା ବିନ୍ଧା ଯିବାଋ ତାହାର ବିନ୍ଧା ଯିବାର ଅଧିକ ମନ୍ଦ ହେବ, ଏହି ନିମନ୍ତେ ରକ୍ତ ବିତରଣକାରି ଶିରା ଶକ୍ତ ହୋଇଅଛି ତାହା କେବଳ ନୁହେ ମାତ୍ର ମାଂସପେଶୀ ମଧ୍ୟରେ ଅତି ଗୁପ୍ତ ସ୍ଥାନରେ ସ୍ଥାପିତ ଅଛି, କିମ୍ବା ଅସ୍ଥି ଉପରେ ଖୋଳା କ୍ଷୁଦ୍ର ୨ ଖାତରେ ଗମନ କରେ । ରକ୍ତ ବିତରଣକାରି ଶିରା ରକ୍ଷାର୍ଥେ ପଞ୍ଜରା ଅନ୍ତଃପାର୍ଶ୍ୱରେ ସେଇ ପ୍ରକାର ସାନ ବାଟ ଅଛି ଏବଂ ଯେଉଂ ଅଙ୍ଗୁଳି ସ‌ହଜରେ ହାନି ହୋଇପାରେ ତାହାର ଅନ୍ତରସ୍ଥ ଅସ୍ଥିର ପାର୍ଶ୍ୱରେ ତଦ୍ରୂପ ନିମ୍ନପଥ ଅଛି । ତ‌ହିଁରେ ରକ୍ତ ବିତରଣକାରି ଶିରା ଏ ପ୍ରକାର ସାବଧାନରେ ରକ୍ଷା ହୁଏ ଯେ ଅଙ୍ଗୁଳୀର ଅସ୍ଥି ପର୍ଯ୍ୟନ୍ତ କାଟିଲେ ସୁଦ୍ଧା ସେହି ଶିରାର କିଛି ହାନି ହୋଇ ପାରେ ନାହିଁ । ୬ । କଣିକା ସଂଗ୍ରହ

ଜଣେ ଗଣକର ମାହାତ୍ମ୍ୟ । ଏକ ବାଦଶାହ କୌଣସି ଗଣକ‌କୁ ପଚାରିଲେ, "ଆମ୍ଭ ମରଣକାଳ କେତେଦିନ ବାକୀ ଅଛି ?" ଗଣକ ଉତ୍ତର କଲା, "ଦଶବର୍ଷ" । ଏକଥା ଶୁଣି ବାଦଶାହା ଅତିଶୟ ଭାବିତ ଓ ତଦୁପଲକ୍ଷରେ ପୀଡ଼ିତ ହୋଇ ଶ‌ଯ୍ୟାଗତ ହେଲେ । ତ‌ହିଁରେ ଜଣେ ସୁବୁଦ୍ଧି ଅମାତ୍ୟ ଏହି ଦୁର୍ଦୈବର ସଦୁପାୟ କରିବା ଅଭିପ୍ରାୟରେ ସେଇ ଗଣକ‌କୁ ବାଦଶାହଙ୍କ ଛାମୁକୁ ଡ଼ାକି ପଚାରିଲା ; ତୁମ୍ଭ ଜୀବନର ଆଉ କେତେ କାଳ ବାକୀ ଅଛି ? ସେ ଉତ୍ତର କଲା, ବଂଶତି ବର୍ଷ ବାକୀ ଅଛି । ରାଜମନ୍ତ୍ରୀ ତ‌ତ୍‌କ୍ଷଣାତ୍ ତଲବାର ଘେନି ତାହାର ସସ୍ତକ ଚ୍ଛେଦନ କରି କ‌ହିଲା, ମହାରାଜ ଏ ଗଣକର ଗଣନାର ସ୍ଥୈର୍ଯ ଦେଖନ୍ତୁ । -- ରେ ସନ୍ତୁଷ୍ଟ ହୋଇ ମନ୍ତ୍ରିର ବୁଦ୍ଧି କୌଶଳ ପ୍ରଶଂସା -- ବାକ୍ୟରେ ଆସ୍ଥା କଲେ ନାହିଁ ।

ଧର୍ମଶାଳାଠାଋ ରାଜଭବନର ପ୍ରଭେଦ କି ? ଜଣେ ସନ୍ନ୍ୟାସୀ ନାନା ଦେଶରେ ଭ୍ରମଣ କ‌ଋ କ‌ଋ ବାଲ ନାମକ ଏକ ନ‌ଗରରେ ଉପସ୍ଥିତ ହୋଇ ଧର୍ମଶାଲା ବୋଲି ଜଣେ ରାଜାଙ୍କ ପ୍ରାସାଦରେ ପ୍ରବେଶ କଲା; ଆଉ ଇତସ୍ତ‌ତଃ ଅବଲୋକନ କରି ରାଜାଙ୍କ ମହାମୂଲ୍ୟାସନରେ ବସି ବିଶ୍ରାମ କରିଥିଲା । ଏଥି ମଧ୍ୟରେ ରକ୍ଷକମାନେ ତାହାକୁ ଦେଖି ପଚାରିଲେ, ତୁମ୍ଭେ ଏଠାକୁ କାହିଁକି ଆସିଅଛ? ସନ୍ନ୍ୟାସୀ କ‌ହିଲା, ଆମ୍ଭର ଏ ଚଟୀରେ ରାତ୍ରିଯାପନ କରିବାର ଇଚ୍ଛା ଅଛି । ତ‌ହିଁରେ ଚୌକିଦାରମାନେ କ୍ରୋଧରେ ତାହାକୁ କ‌ହିଲେ ଏ ଚଟୀ ନୁହେ, ଏ ରାଜଭବନ । ଏମନ୍ତ ସମୟରେ ରାଜା ନିଜେ ସେ ସ୍ଥାନ ଦେଇ ଯାଉଥିବାଋ ତାକୁ ଦେଖି ହାସ୍ୟ ବଦନରେ ପଚାରିଲେ, ସନ୍ନ୍ୟାସିନ୍, ତୁମ୍ଭେ ଏ ରାଜଭବନ କି ଧର୍ମଶାଳା ବୁଝି ପାରିଲ ନାହିଁ ? ସନ୍ନ୍ୟାସୀ ରାଜାଜ୍ଞା ପ୍ରାପ୍ତ ହୋଇ ପଚାରିଲା, ମହାରାଜ, ଯେତେବେଳେ ଏହି ଗୃହ ପ୍ରଥମରେ ନିର୍ମାଣ ହୋଇଥିଲା, ତ‌ହିଁରେ କିଏ ବାସ କରିଥିଲେ ? ରାଜା କ‌ହିଲେ, ଆମ୍ଭ ପୂର୍ବପୁଋଷମାନେ । ତବ୍ଦାଦ ସନ୍ନ୍ୟାସୀ ପଚାରିଲା, ଶେଷରେ କିଏ ବାସ କରିଥିଲା ? ରାଜା କ‌ହିଲେ, ଆମ୍ଭର ପିତା । ତ‌ହିଁରେ ସନ୍ନ୍ୟାସୀ ସମାଚାର ପତ୍ରିକା

ପଚାରିଲା, ବର୍ତ୍ତମାନ କିଏ ବାସ କ‌ଋଅଛି ? ରାଜା କ‌ହିଲେ, ଆମ୍ଭ । ତବ୍ଦାଦ ସନ୍ନ୍ୟାସୀ ପଚାରିଲା, ଏ ଉତ୍ତାରେ କିଏ ବାସ କରିବେ ? ରାଜା କ‌ହିଲେ, ଆମ୍ଭ ଉତ୍ତରାଧିକାରୀ । ସନ୍ନ୍ୟାସୀ କ‌ହିଲା ମହାରାଜ, ଯେଉଂ ସ୍ଥାନରେ ବେଳ କୁ ବେଳ ଏତେଲୋକ ବାସ କରନ୍ତି ଆଉ ଅନୁକ୍ରମେ ଯ‌ହିଁରେ ଏତେ ଜଣ ଅତିଥି ବାସ କରିବେ ସେ ସ୍ଥାନ‌କୁ ରାଜଭବନ ବୋଲାଯାଏ ନାହିଁ ; ଧର୍ମଶାଲା ବୋଲାଯାଏ ।

ସମାଚାର ପତ୍ରିକା

ସୂରା ବିକ୍ରୟକାରିମାନଙ୍କ ପ୍ରତି ପୋଲୀସ‌ଋ --- ହେଉଅଛି । ---ସୁରା ବିକ୍ରୟ --- ଖୋଲା ନ ରଖିଲେ - ବ୍ୟବସାୟିମାନେ ଏତଦାଜ୍ଞା ପାଳନ କରନ୍ତି ନାହିଁ ତ‌ହିଁରେ ଅନେକଙ୍କର ଅର୍ଥଦଣ୍ତ ହୋଇଅଛି । ଅର୍ଥଦଣ୍ତରେ ସେମାନଙ୍କର କି ଶାସନ ହେବ ? ଦୈବାତ୍ ଏକ ଦିନରେ ୫ ବା ୧୦ ଟଙ୍କା ଦଣ୍ତ ହେବ କିନ୍ତୁ ରାତ୍ରରେ ଅତିରିକ୍ତ ଦୁଇ ଘଣ୍ଟା କାଳ ମଦ୍ୟବିକ୍ରୟ କଲେ ସେମାନେ ଜରୀମାନାର ଦ୍ୱିଗୁଣ ଲାଭ କରନ୍ତି ତ‌ହିଁରେ ପୋଲୀସର ମାଜିଷ୍ଟ୍ରେଟ ସାହେବମାନେ ବାରମ୍ବାର ଅର୍ଥଦଣ୍ତ କଲେ ସୁଦ୍ଧା ରାତ୍ରି ୯ ଘଣ୍ଟା ବାଦ ମଦ୍ୟ ବିକ୍ରୟ ନିବାରଣ କରି ପାରନ୍ତି ନାହିଁ ବର୍ତ୍ତମାନ ବିରକ୍ତ ହୋଇ ଅନେକ ସୁରା ବିକ୍ରେତାଙ୍କ ଲାଇସେନ୍‌ସ ଅର୍ଥାତ୍ ଅନୁମତିପତ୍ର ରଦ କ‌ଋଅଛନ୍ତି ତ‌ହିଁରେ ଏତେ ଦୋକାନ ବନ୍ଦ ହୋଇ ଯାଇଅଛି ଯେ ତଦ୍ଦ୍ୱାରା ଗବର୍ଣ୍ଣମେଣ୍ଟ ପ୍ରଜାଙ୍କ ଅନିଷ୍ଟ ନିବାରଣ ନିମନ୍ତେ ଏତେ କ୍ଷତି ସ୍ୱୀକାର କରି ଅଛନ୍ତି ତ‌ଥାଚ ଉକ୍ତ କୁବ୍ୟବ‌ହାର ବନ୍ଦ ହେଉ ନାହିଁ । ପ୍ରଥମରେ ପୋଲୀସ ଚୌକୀଦାର ଦାରୋଗା ଜମାଦାରମାନଙ୍କୁ ଶାସନ ନ କଲେ କୌଣସିଋପେ ଏ କୁବ୍ୟବ‌ହାର ରହିତ ହେବ ନାହିଁ, ପୋଲୀସ ଚୌକୀଦାରମାନେ ସୁରା ବିକ୍ରୟକାରିଙ୍କଠାଋ ଅନେକ ଘୁଷ ନିୟନ୍ତି । ପ୍ରତ୍ୟେକ ସୁରା ଘର ପଛରେ ବା ପାଖରେ ଗୋଟାଏ ଗୋଟାଏ ଗୁପ୍ତଦ୍ୱାର ଅଛି, ଶୁଣ୍ଢିମାନେ ରାତ୍ରି ୯ ଘଣ୍ଟା ବାଦ ସଦର ଦ୍ୱାର ଋଦ୍ଧ କରି ରଖନ୍ତି ଗୁପ୍ତ ଦ୍ୱାରରେ ମଦ୍ୟପ ଓ ସୁରା ଖରୀଦକାରିଙ୍କୁ ଘରେ ପ୍ରବେଶକରାଇ ଅଭିଷ୍ଟ ସାଧନ କରନ୍ତି । ପୋଲୀଶ ପ୍ରହରୀମାନେ କଥା କ‌ହନ୍ତି ନାହିଁ, ଦେଖିଲେ ସୁଦ୍ଧା ଦେଖନ୍ତି ନାହିଁ, ବର୍ତ୍ତମାନ ଉଆଟଗଞ୍ଜର ପୋଲୀସ ଥାନାର ଶାମିଲ ଏକ ଶୁଣ୍ଢି ଗୃହକୁ ସମାଚାର ପତ୍ରିକା


କେତେ ଜଣ ଖଲାସୀ ରାତ୍ରରେ ମଦିରା କିଣିବାକୁ ଯାଇଥିଲେ, ତେତେବେଳେ ରାତ୍ରି ୯ ଘଣ୍ଟା ଗତ ହୋଇଥିବାଋ ଦୋକାନୀ ସେମାନଙ୍କୁ ମଦ୍ୟ ଦେଲା ନାହିଁ ତବ୍ଦାଦ ସେଇ ସ୍ଥାନର ପୋଲୀସ ଚୌକୀଦାର ଆପେ ସୁରାଳୟ‌ଋ ମଦ୍ୟ ଘେନି ସେମାନଙ୍କୁ ଦେଲା, ଥାନାର ସରଜନ ତାହା ଦେଖି ଉକ୍ତ ଚୌକିଦାରକୁ ଜରୀମାନା କରିଅଛନ୍ତି । ଅତଏବ ପୋଲୀସ ଶାସନ ଆଗେ କର୍ତ୍ତବ୍ୟ ନ‌ଚେତ୍ ଅନ୍ୟ କୌଣସି ଉପାୟରେ ଅଧିକ ରାତ୍ରରେ ସୁରା ବିକ୍ରୟ ବନ୍ଦ ହେବ ନାହିଁ ।

ରେବିନିଉ ବୋର୍ଡ଼ର ମେମ୍ବର ମେଂ ରିକେଟସ ସାହେବ ଫିଜାନସିୟଲ କମିଶନର ହୋଇ ମଫଃସଲ ଭ୍ରମଣ କରିବାକୁ ଯାଇଅଛନ୍ତି ଏବଂ ଫେରି ଆସିଲେ ଗବର୍ଣ୍ଣମେଣ୍ଟଙ୍କ ଜୌନସଲର ମେମ୍ବରୀ ଆସନରେ ବସିବେ । ଭଗଲପୁରର କମିଶନର ମେଂ ଷ୍ଟିନଫୋର୍ଥସାହେବ ମେଂ ରିକେଟ୍‌ସ ସାହେବଙ୍କ କର୍ମରେ ନିଯୁକ୍ତ ହେବେ । କଲିକତାର ପ୍ରାଧାନ ମାଜିଷ୍ଟ୍ରେଟ୍ ମେଂ କୋବର୍ଣ୍ଣ ସାହେବ ଭଗଲପୁର ଓ ସନ୍ତାଳ ପ୍ରଦେଶର କମିଶନର ହେବେ, ଡ଼କାଇତ ଧୃତ କରଣୀୟ କମିଶନର ମେଂ ଉଆକୋପ ସାହେବ କଲିକତାର ପ୍ରଧାନ ମାଜିଷ୍ଟ୍ରେଟୀ ପଦ ପାଇବେ, ମେଂ ଏଫ୍ ଏଲ ସିଣ୍ଟନ ସାହେବ ରେବିନିଉ ବୋର୍ଡ଼ର ଜୁନିୟର ସେକ୍ରେଟେରୀ ପଦରେ ଏବଂ ମେଂ ଲୁଇସ ସାହେବ ଲସିଂଟନ ସାହେବଙ୍କ କର୍ମରେ ନିଯୁକ୍ତ ହେବେ, ପ୍ରଶଂସିତ ସାହେବମାନେ ବର୍ତ୍ତମାନ ଏକଟିଂଋପେ ନିଯୁକ୍ତ ହେବେ ।

ନବୀନ ଗବର୍ଣ୍ଣର ଜେନରଲ ବାହାଦୁର ଗବର୍ଣ୍ଣମେଣ୍ଟର ସକଳ କାର୍ଯ୍ୟ ବିଲକ୍ଷଣ ନିରୀକ୍ଷଣ ପରୀକ୍ଷଣ କ‌ଋଅଛନ୍ତି, ସେକ୍ରେଟେରୀମାନଙ୍କୁ ସାୟଂକାଳ ପର୍ଯ୍ୟନ୍ତ ଅଫିସରେ ରଖନ୍ତି ସେଥିରେ ସମସ୍ତେ ଶ୍ରୀଯୁତ ଲାର୍ଡ଼ କେନିଂ ବାହାଦୁରଙ୍କ ପ୍ରତି ବିରକ୍ତ ହେଉଅଛନ୍ତି ।

ଧନପ୍ରାଣ ରକ୍ଷା ହେଉଅଛନ୍ତି, ଯଶୋହରର ଚାରି ପାଖରେ ଗତ ଛ ମାସ ମଧ୍ୟରେ ଅସଂଖ୍ୟ ଚୋରୀ ଡ଼କାଇତୀ ହୋଇଅଛି, ମାଜିଷ୍ଟ୍ରେଟ ସାହେବ ଜିଲ୍ଲାର ଶାନ୍ତି ରକ୍ଷାରେ ମନ‌ଯୋଗ କରନ୍ତି ନାହିଁ, ପୋଲୀସ ଆମଲାମାନେ ଅର୍ଥ ଉପାର୍ଜନରେ ବ୍ୟସ୍ତ, ପ୍ରଜାମାନଙ୍କର କୌଣସି ସଦୁପାୟ ଜଣାଯାଏ ନାହିଁ, ଉପରିସ୍ଥ ରାଜପୁଋଷମାନେ ସୁଦ୍ଧା ଏ ସକଳ ବୃତ୍ତାନ୍ତରେ କର୍ଣ୍ଣପାତ କରନ୍ତି ନାହିଁ ।

ସମାଚାର ପତ୍ରିକା

ରାଜା ଦଲିପ ସିଂହଙ୍କ ମାତା ରାଣୀ ଚନ୍ଦ୍ରାବତୀ ଇଙ୍ଗଲଣ୍ତ ଗମନ କରିବାକୁ ଉଦ୍‌ଯୋଗ କରିଅଛନ୍ତି, ତାଙ୍କ ଅଭିପ୍ରାୟ ମହାରାଣୀଙ୍କ ସମୀପରେ କମ୍ପନୀଙ୍କ ବିଋଦ୍ଧରେ ଅଭିଯୋଗ କରିବେ । ନେପାଳ ରାଜା ବର୍ତ୍ତମାନ ଉକ୍ତ ରାଣୀଙ୍କୁ ମାସିକ ସ‌ହସ୍ର ମୁଦ୍ରା ବୃତ୍ତି ଦେଉଅଛନ୍ତି ତ‌ହିଁରେ ତାଙ୍କର ଦିନପାତ ହୁଏ ।

ଇଷ୍ଟ ଇଣ୍ତିଆ କମ୍ପାନିମାନେ ଭାରତବର୍ଷର ଅନେକ ସ୍ୱାଧୀନ ଆଶ୍ରିତ ରାଜାମାନଙ୍କ ରାଜ୍ୟ ନେଇଅଛନ୍ତି କେହି ଏ ପର୍ଯ୍ୟନ୍ତ ବିଲାତରେ ଆପୀଲ କରି ହୃତ ରାଜ୍ୟ ପୁନର୍ବାର ପ୍ରାପ୍ତ ହୋଇ ନାହିଁ, ଅତଏବ କମ୍ପନିମାନଙ୍କୁ ଏ ଦେଶର କର୍ତ୍ତା ଓ ରାଜା ଜ୍ଞାନ କରିବାକୁ ହେବ, ଯେଉଁମାନଙ୍କ ଆଜ୍ଞା ଉପରେ ହୁକୁମ ଚଳେ ନାହିଁ -- ଭିନ୍ନ ଆଉ କି -- ସଭା କୁଳୀନ -- ସଭା ଏବଂ ଡୈରେକ୍ଟ - ସଭା ଏକ; କେବଳ ନାମ ଭେଦ ମାତ୍ର, ଇଷ୍ଟ ଇଣ୍ତିୟା କମ୍ପନିମାନେ ଏ ଦେଶରେ ଯେଉଂ ୨ ରାଜାଙ୍କୁ ରାଜ୍ୟଭ୍ରଷ୍ଟ କରିଅଛନ୍ତି ସେଥିରେ ଅବଶ୍ୟ ବିଲାତୀୟ କର୍ତ୍ତାପକ୍ଷଙ୍କ ଇଙ୍ଗିତ ଥିଲା ଯେବେ ଇଙ୍ଗିତ ନ ଥିବ ତେବେ ସେମାନେ କାହିଁକି କମ୍ପନିକୃତ ଅନ୍ୟାୟ ସକଳ କାର୍ଯ୍ୟ ସ୍ଥିରତର ରଖିବେ ।

ଅଯୋଧ୍ୟାର ରାଜା ବାହାଦୁର ଇଙ୍ଗଲଣ୍ତ ଗମନ କରିବା ମାନସରେ କରିକତାକୁ ଆସିଅଛନ୍ତି ସେ ବିଲାତକୁ ଯାଇ କି କରିବେ । ଲାଭ ମଧରେ ଯତ୍‌କିଞ୍ଚିତ୍ ପୂର୍ବ ସଞ୍ଚିତ ଅଛି ତାହାସୁଦ୍ଧା କ୍ଷୟକରି ଋଣଜାଲରେ ଆବଦ୍ଧ ହେବେ । ମହାରାଜ୍ଞୀ ତାଙ୍କୁ ସମ୍ଭବାତୀତ ସମ୍ମାନ ଦେବେ ମାତ୍ର କାର୍ଯ୍ୟ ସମୟରେ କଥା କ‌ହି ପାରିବେ ନାହିଁ । ଲାର୍ଡ଼ ମହାଶୟମାନେ ଯାହା କରିବେ ତାହା ସ୍ଥିର ହେବ । ଇଙ୍ଗଲଣ୍ତ ମହାରାଣୀଙ୍କର କୌଣସି ବିଶେଷ କ୍ଷମତା ନାହିଁ, ହିନ୍ଦୁମାନେ ମୁଣ୍ମୟୀ ଓ ପାଷାଣମୟୀ ଦେବୀ ମୂର୍ତ୍ତିଙ୍କୁ ମାନ୍ୟ କରିଥାନ୍ତି ଅଥଚ ସେ ମୂର୍ତ୍ତିର କୌଣସି କ୍ଷମତା ନାହିଁ, ଆମ୍ଭମାନଙ୍କ ଶ୍ରୀମତୀ ତଦ୍ରୂପ କ୍ଷମତାରହିତା ରାଜ୍ଞୀମୂର୍ତ୍ତି ମାତ୍ର, ତାଙ୍କ ଅଧୀନ ଅନ୍ୟାନ୍ୟ ବୃତ୍ତିଭୋଗି ରାଜାମାନଙ୍କ ନ୍ୟାୟ ସେସୁଦ୍ଧା ବୃତ୍ତି ଲବ୍‌ଧଧନରେ ଦିନ‌ଯାପନ କରନ୍ତି ତାଙ୍କର ସମ୍ପୂର୍ଣ୍ଣ ଇଚ୍ଛା ଅଟେ ହିନ୍ଦୁ ପ୍ରଜାମାନେ ସୁଖରେ ଥିବେ, ମାତ୍ର ତାଙ୍କ ଇଚ୍ଛାରେ କୌଣସି ଇଷ୍ଟାନିଷ୍ଟ ଫଳୋଦୟ ହୁଏ ନାହିଁ । ବିଦ୍ୟାଳୟ ସ୍ଥାପନୀୟ ସଭା ।

ବର୍ତ୍ତମାନ ଖୁଲନା ଜିଲାରେ ଅନେକ ଭଦ୍ରଲୋକ ଉପସ୍ଥିତ ହୋଇ ଅଛନ୍ତି । ବିଶେଷତଃ ଲବଣର ସୁପରିଣ୍ଟେଣ୍ତଣ୍ଟ ଶ୍ରୀଯୁତ ରଡ଼ଫୋର୍ଡ଼ ସାହେବ ଅତି ସଲ୍ଲୋକ । ଇଙ୍ଗରେଜ ଭାଷା ତାଙ୍କର ସ୍ୱଜାତୀୟ ଭାଷା ତ‌ହିଁରେ ସାହେବ ପାରଦର୍ଶୀ ହୋଇଅଛନ୍ତି ଏବିଷୟରେ ଆମ୍ଭେମାନେ ପ୍ରଶଂସା କଲୁଁ ନାହିଁ ଅନ୍ୟାଯ୍ୟ ବଙ୍ଗ ରାଜ୍ୟ ଛାଡ଼ି ଅନ୍ୟ କୌଣସି ରାଜ୍ୟସ୍ଥ ଲୋକେ ସ୍ୱଜାତୀୟ ଭାଷାରେ ଅଗ୍ରଗଣ୍ୟ ହୁଅନ୍ତି ନାହିଁ, ଉକ୍ତ ସାହେବ ସଂସ୍କୃତ ବଙ୍ଗଳା ଉଭୟ ଭାଷାରେ ରତ୍ନସ୍ୱ‌ଋପ ହୋଇଅଛନ୍ତି । ବିଶେଷତଃ ମିଷ୍ଟଭାଷୀ, ପରହିତୈଷୀ ସାଧାରଣ ବିଦ୍ୟା ପ୍ରତ୍ୟାଶୀ, ନମ୍ର ସ୍ୱଭାବ ଇତ୍ୟାଦି ସଦ୍‌ଗୁଣ ଭୁଷଣରେ ସୁଶୋଭନ । ଏହି କାରଣ ତାଙ୍କ ପ୍ରତିଷ୍ଠା ଲେଖିବାକୁ ହୁଏ ଅପର ଶ୍ରୀଯୁକ୍ତ ବାବୁ ଗୁଋଚରଣ ଦାସ ଯେ ଚିତ୍ପୁର ପୋଲୀସ ଦାରୋଗା ଥିଲେ ତ‌ହିଁରେ ବିଶ୍ୱାସିତ୍‌ଋପେ ରାଜକର୍ମ କରି ରାଜପୁଋଷମାନଙ୍କ ପ୍ରିୟ ପାତ୍ର ହୋଇଅଛନ୍ତି । ଗବର୍ଣ୍ଣମେଣ୍ଟ ତାଙ୍କୁ ଖୁଲନା ନ‌ଗରରେ ଡେପୁଟୀ ମାଜିଷ୍ଟ୍ରେଟୀ କର୍ମରେ ନିଯୁକ୍ତ କରିଅଛନ୍ତି ଏ ଦୁଇ ଜଣ ଗୁଣି ଲୋକଙ୍କ ଉଦ୍‌ଯୋଗରେ ଖୁଲନା ନ‌ଗରରେ ବିଦ୍ୟାଳୟ ସ୍ଥାପନୀୟ ଗୋଟାଏ ସଭା ହୋଇଥିଲା । ଶ୍ରୀଯୁକ୍ତ ବାବୁ ଗୁଋଚରଣ ଦାସ ନିମନ୍ତ୍ରଣପତ୍ର ଦ୍ୱାରା ସେଠାର ସର୍ବ ସାଧାରଣଙ୍କୁ ସଭାକୁ ଡ଼ାକିବାରେ ସମସ୍ତେ ସଭାରେ ଉପସ୍ଥିତ ହେଲାଋ ଉକ୍ତ ଶ୍ରୀଯୁକ୍ତ ସାହେବ ସଭାପତି ହୋଇ ଏମନ୍ତ ସବ୍ଦତ୍କୃତା କଲେ ତାହା ଶୁଣି ବିଦ୍ୟାଳୟ ସ୍ଥାପନ ବିଷୟରେ ସଭାସ୍ଥ ସକଳ ଲୋକଙ୍କ ଚିତ୍ତ ଆକର୍ଷଣ ହେଲା ଅନନ୍ତର ଶ୍ରୀଯୁକ୍ତ ବାବୁ ଗୁଋଚରଣ ଦାସ ଡ଼େପୁଟୀ ମାଜିଷ୍ଟ୍ରେଟ ମହାଶୟ ସାହେବଙ୍କ ବତ୍କୃତା ପୋଷକତାରେ ଯେଉଁ ସକଳ ସଦୁପଦେଶ ଦେଲେ ତ‌ହିଁରେ ସଭ୍ୟ ମହାଶୟମାନେ ବିଦ୍ୟାଳୟ ସ୍ଥାପନରେ ସମ୍ମତ ହେଲେ । ତ‌ତ୍ପରେ ଡ଼େପୁଟୀ ପୋଷ୍ଟମାଷ୍ଟର ଶ୍ରୀଯୁକ୍ତ ବାବୁ ଯଦୁନାଥ ରାୟ ବିଦ୍ୟାର କି କି ଗୁଣ ତାହା ବର୍ଣ୍ଣନ କରି ସମସ୍ତଙ୍କୁ ସନ୍ତୁଷ୍ଟ କରାଇଲେ । ମଧ୍ୟରେ ଲବଣସମ୍ପର୍କୀୟ ପ୍ରଧାନ ଦାରୋଗା ଶ୍ରୀଯୁକ୍ତ ବାବୁ ଯଦୁନାଥ ସେଟ ବିଦ୍ୟା ବିଷୟରେ ଏକ ପ୍ରସ୍ତାବ ପାଠ କରି ଥିଲେ ତ‌ହିଁରେ ସୁଦ୍ଧା ପ୍ରାୟ ସମସ୍ତଙ୍କ ଚିତ୍ତରଞ୍ଜନ ହେଲା । ତବ୍ଦାଦ ସଭ୍ୟ‌ଗଣଙ୍କ ସ୍ୱାକ୍ଷରରେ ମାସିକ ୬୦ଟଙ୍କା ସଂଗ୍ରହ ହୋଇଅଛି । ବର୍ତ୍ତମାନ ଗବର୍ଣ୍ଣମେଣ୍ଟ -- ତେବେ ଇଷ୍ଟ -- ବନ ମଧ୍ୟରେ -- ଅନୁଗ୍ରହରେ ଖୁଲନା -- ହୋଇଅଛି ମାତ୍ର ସେଠା ଲୋକେ କେବଳ ଅନ୍ଧକାରରେ ରହିଅଛନ୍ତି । ଉକ୍ତ ସ୍ଥାନରେ ବିଦ୍ୟାଳୟ ହେଲେ ବାଳକମାନେ ଶିକ୍ଷାପ୍ରାପ୍ତ ହୋଇ ଗବର୍ଣ୍ଣମେଣ୍ଟଙ୍କର ସମାଚାର ପତ୍ରିକା

ଚିରବାଧିତ ହେବେ । ଆମ୍ଭେ ଶୁଣି ଅଛୁଁ ଉକ୍ତ ସ୍ଥାନରେ ବିଦ୍ୟାଳୟ ସ୍ଥାପନାଭିଳାଷରେ ଶ୍ରୀଯୁକ୍ତ ଉଡ଼୍ରୋ ସାହେବ ଗମନ କରିଥିଲେ, ସେ କ‌ହି ଆସି ଅଛନ୍ତି "ସାଧାରଣ ଦାନରେ ଯେଉଂ ଧନ ଉତ୍ପନ୍ନ ହେବ ତ‌ହିଁଋ ଅଧିକ ଧନ ଗବର୍ଣ୍ଣମେଣ୍ଟ ଦେବେ" ଅତଏବ ଗବର୍ଣ୍ଣମେଣ୍ଟ ଯେ ଆନୁକୁଲ୍ୟ କରିବେ ଏଥିରେ ସନ୍ଦେହ ନାହିଁ, ତ‌ଥାଚ ଆମ୍ଭେମାନେ ଶ୍ରୀଯୁକ୍ତ ଉଡ଼୍ରୋ ସାହେବଙ୍କୁ ପୁନଃ ସ୍ମରଣ କରାଉଅଛୁଁ ସେ ଯାହା ସ୍ୱୀକାର କରି ଆସିଅଛନ୍ତି ତାହା ଯେମନ୍ତ ନ ଭୁଲନ୍ତି । ଯଦିବା ଖୁଲନା ନ‌ଗର ଲବଣମୟ ବାଦା ବେଷ୍ଟିତ କଷ୍ଟ ସ୍ଥାନ ଅଟେ ତ‌ଥାଚ ଭାସ୍କରର ଅଧିକାର ବ‌ହିର୍ଭୂତ ନୁହେ ଅତଏବ ଉଦ୍‌ଯୋଗି ମହାଶୟମାନେ ଇହାବାଦ କି କରିବେ ଆମ୍ଭେମାନେ ଅବଶ୍ୟ ଜାଣି ପାରିବା ।

ଅଗ୍ନି --

ଫାଲଗୁନ ମାସ -- ରାତ୍ରରେ ଜିଲା ଋଙ୍ଗପୁର --ରେ ଅଗ୍ନି --- ହୋଇଅଛି ---।

ବିଲାତ-

ପେରିସ ନ‌ଗର ସନ୍ଧିସଭାର କାର୍ଯ୍ୟରମ୍ଭ ହେଇଅଛି, ଯେଉଁ ୨ ରାଜାମାନଙ୍କ ରାଜ ପ୍ରତିନିଧିଗଣ ସନ୍ଧି ଭାବରେ ଉପସ୍ଥିତ ହେବେ ସେହି ସକଳ ରାଜାମାନେ ପରସ୍ପର ବିଶେଷ ବିଶେଷ ନିୟମର ପ୍ରସ୍ତାବ କରିବା କ୍ଷମତା ରଖିବେ ।

ଉଭୟ ପକ୍ଷୀୟ ସେନା ସବୁ ଯୁଦ୍ଧରେ ବିରାମ ଦେଇ ଅଛନ୍ତି ମାତ୍ର ଏହି ସଭା ସ୍ଥାପନ ଅବ୍ୟବ‌ଭିତ ପୂର୍ବରେ ଫ୍ରେଞ୍ଚ ସେନାମାନେ ସିବାଷ୍ଟପୋଲର ଅନ୍ତର୍ଗତ ଫୋର୍ଟ ନିକଲସ ଓ ଫୋର୍ଟ ଆଲେକଜନ୍ଦର ନାମକ ଦୁଇ ଗଡ଼ ଭାଙ୍ଗି ଦେଇଅଛନ୍ତି ।

ଆଶୁ ଆମେରିକା ରାଜ୍ୟ ସଙ୍ଗେ ଯୁଦ୍ଧ ଘଟନାର କୌଣସି ଆଶଙ୍କା ନାହିଁ, ସନ୍ଧି ସଭାରେ ଇଙ୍ଗରେଜ ଫ୍ରେଞ୍ଜାଦି ରାଜ ପ୍ରତିନିଧିମାନେ ଋଷମାନଙ୍କ ନାଇକୋଲେଫ ଦୁର୍ଗ ଭାଙ୍ଗିବାକୁ ପ୍ରସ୍ତାବ କରିଅଛନ୍ତି, ଋଷ ପ୍ରତିନିଧି ସେଥିରେ ସମ୍ମତ ହୁଅନ୍ତି ନାହିଁ, ସରଜନ ମ୍ୟକଳିନ ସାହେବ ସିବାଷ୍ଟପଲ ସେନାମାନଙ୍କ ଦୁରବସ୍ଥା ସମାଚାର ପତ୍ରିକା

ଘଟଣା ବିଷୟରେ ଯେଉଂ ଯେଉଂ ରିପୋର୍ଟ କରିଥିଲେ ସେଥିର ସତ୍ୟାସତ୍ୟତା ଜାଣିବା କାରଣ ମନ୍ତ୍ରିମାନେ ଏକ ଆଫିସର ବୋର୍ଡ଼ ନିଯୁକ୍ତ କରିବାକୁ ସମ୍ମତ ହୋଇଅଛନ୍ତି ତୁରକ ସେନାପତି ଉମର ପାଶାର ବଦଳରେ ଇସଲାମ ପାଶା ଆସିୟାଖଣ୍ତକୁ ପ୍ରେରିତ ହୋଇଅଛନ୍ତି ।

ଆସିୟାରେ ତୁଋକ ଓ ଋଷମାନେ ସମାନ‌ଋପେ ସାହାଯ୍ୟ ପଇଅଛନ୍ତି ।

ଆମେରିକା ହୌସ ଆବ ରେପ୍ରେଜେଣ୍ଟେଟିବ୍ ଏକ ବକ୍ତା ମନୋନୀତ କରି ଅଛନ୍ତି ଫେବୃଏରି ମାସ ୨ ଦିନରେ ବେକେଂସ ସାହେବ ସେଇ ପଦରେ ନିଯୁକ୍ତ ହୋଇଅଛନ୍ତି ।

ଗବର୍ଣ୍ଣମେଣ୍ଟ ବର୍ତ୍ତମାନ ୫୦ ଲକ୍ଷ ପୌଣ୍ତ ଋଣ‌ଗ୍ରହଣାର୍ଥ ଯେଉଂ ଚାନ୍ଦ ପୁସ୍ତକ ବାହାର କରି ଥିଲେ ସେଥିରେ ଅତି ଶୀଘ୍ର ସ୍ୱାକ୍ଷର ହୋଇଅଛି, ତ‌ତ୍ପରେ ପୁନରାୟ ୩୦ ମିଲିୟନ ଋଣ ଗ୍ରହଣରେ ପ୍ରସ୍ତାବ ଉଠିଅଛି । ପୃଷ୍ଠା:Prabodha Chandrika (1856).pdf/୧୩୦ ପୃଷ୍ଠା:Prabodha Chandrika (1856).pdf/୧୩୧ ବୃଷ ମାସର ଉତ୍କଳ ପଞ୍ଜିକା

୧୭ ବୃଷ | ବୁଧବାର ନ‌ବମୀ ୩୧|୩୫ ପୂର୍ବଭାଦ୍ର ୩୦|୧୨|କୁମ୍ଭ ୧୬|୧୮ ବିଷ୍କୁମ୍ଭ ୮|୩୭ ତୈତିଳ ୪|୧୮ ରବ୍ୟଂଶ ୧୫୫|୩୫ ଦିନାର୍ଦ୍ଧ ୧୬|୨୪ ମେ ୮ ତାରିଖ ।

୧୮ ବୃଷ | ଗୁଋବାର ଦଶମୀ ୨୫|୧୪ ଉତ୍ତରଭାଦ୍ର ୨୬|୩୦ ମୀନ ୬୦ ପ୍ରିତି ୨|୫୭ ବିଷ୍ଟି ୨୫|୧୦ ରବ୍ୟଂଶ ୧୬୩|୪୮ ଦିନାର୍ଦ୍ଧ ୧୬|୨୪ ଯୋଗକ୍ଷୟ ୫୨| ମେ ୨୯ ତାରିଖ ।

୧୯ ବୃଷ । ସୁନ୍ତ୍ରବାର ଏକାଦଶୀ ୧୯|୩୪ ରେବତୀ ୨୨|୫ ମୀନ ୨୨|୫ ସୌଭାଗ୍ୟ ୪୫|୩୬ ବାଳବ ୧୯|୩୭ ୧୭୦|୪୮ ଦିନାର୍ଦ୍ଧ ୧୬|୨୫ ଜଳନ୍ତ୍ରୀଡା ୧୧ ମେ ୩୦ ତାରିଖ ।

୨୦ ବୃଷ | ଶନିବାର ଦ୍ୱାଦଶୀ ୧୩|୧୦ ଅଶ୍ବିନୀ ୧୮|୩୮ ମେଷ ୬୦ ଶୋଭନ ୩୮|୦ .... ୧୩|୩୭ .... ୧୬୫୬|୧୦ ଦିନାର୍ଦ୍ଧ ୧୬|୨୫ ମେ ୩୧ ତାରିଖ ।

୨୧ ବୃଷ | ରବିବାର ନ୍ତ୍ରୟୋଦଶୀ ୮|୨୦ ଦ୍ଦିନା ୧୫|୩୫ ମେଷ ୨୯|୨୦ ଅତିଗଣ୍ଡ ୩୦|୧୦ ବାଣିଜ୍ୟ ୮|୨୦ .... ୧୮୫୪|୩୪ ଦିନାର୍ଦ୍ଧ ୧୬|୨୫ ଶିବ ୧୪ ଜୁନ ୧ ତାରିଖ ।

୨୨ ବୃଷ | ସୋମବାର ଚତୁର୍ଦଶୀ ୩|୨୩ କୃତ୍ତିକା ୧୨|୮ ଦ୍ଦିକା ୬୦ ଶୁଭକର୍ମ ୨୫|୨୦ ଶକୁନି ୩|୨୩ ..... ୧୯୫୧|୭ ଦିନାର୍ଦ୍ଧ ୧୬|୨୬ ସବିନ୍ତ୍ରୀ ପୂଜା । କ୍ଷୟା ୫୫|୫୭ ଜୁନ ୨ ତାରିଖ ।

୨୩ ବୃଷ । ମଙ୍ଗଳବାର ପ୍ରତିପଦା ୫୬|୮ ରୋହିଣୀ ୧୦|୩୧ ବୃଷ ୩୯|୫୭ ଧୃତି ୨୦|୨୫ କିସ୍ତୁଘ୍ନ ୨୬|୮ .... ୨୦୪୮|୧୦ ଦିନାର୍ଦ୍ଧ ୧୬|୨୫ ଜୁନ ୩ ତାରିଖ ।

୨୪ ବୃଷ । ବୁଧବାର ଦ୍ୱିତୀୟା ୪୫|୧୬ ମୃଗଶିରା ୯|୪୦ ମିଥୁନ ୬୦ ଶୂଳ ୧୬|୫ ବାଳବ ୧୫|୧୫ .... ୨୧୪୬|୨୦ ଦିନାର୍ଦ୍ଧ ୧୬|୨୬ ଜୁନ ୪ ତାରିଖ ।

୨୫ ବୃଷ । ଗୁଋବାର ତୃତୀୟା ୫୩|୫୦ ଆର୍ଦ୍ରା ୧୦|୪ ମିଥୁନ ୫୯|୫୮ ଗଣ୍ଡା ୧୨|୪ ..... ୨୩|୩୦ ..... ୨୨୪୨|୧୦ ଦିନାର୍ଦ୍ଧ ୧୬|୨୭ ରମ୍ଭା ତୃତୀୟା । ଜୁନ ୫ ତାରିଖ । ପୃଷ୍ଠା:Prabodha Chandrika (1856).pdf/୧୩୩ ପ୍ରବୋଧ ଚନ୍ଦ୍ରିକା

୧ ସଂଖ୍ୟା

ସନ ୧୨୬୪ | ଧନୁ | ସନ ୧୮୫୬ | ଡ଼ିସେମ୍ବର |

୧ | ଅଥ ବିଷ୍ଣଶର୍ମକର୍ତ୍ତୃକ ହିତୋପଦେଶଃ ||

ମନ୍ଥର ସେ ହିତବାକ୍ୟ ଅବଜ୍ଞା କରି ମହଦ୍‌ଭୟରେ ମୁଗ୍‌ଧ ହୋଇ ସେ ଜଳାଶୟ ତ୍ୟାଗ କରି ଚାଲିଗଲା ଏବଂ ହିରଣ୍ୟକ, ଲଘୁପତନ‌କ ଓ ଚିତ୍ରାଙ୍ଗ ଅମଙ୍ଗଳ ଆଶଙ୍କା କରି ସ୍ନେହପ୍ର‌ଯୁକ୍ତ ମନ୍ଥରର ପଛେ ପଛେ ଗଲେ । ତଦନ‌ନ୍ତର ସ୍ଥଳ ମାର୍ଗରେ ମନ୍ଥର ଗମନ କ‌ଋଁ କ‌ଋଁ ଅରଣ୍ୟରେ ଭ୍ରମଣକାରି କୌଣସି ବ୍ୟାଧକର୍ତ୍ତୃକ ପ୍ରାପ୍ତ ହେଲା । ତ‌ହିଁ ଉତ୍ତାଋ ତାକୁ ଧରି ଉଠାଇ ଧନୁରେ ବାନ୍ଧି ଭ୍ରମଣ କରି ଶ୍ରମ‌ପ୍ର‌ଯୁକ୍ତ କ୍ଷୁଧା ଓ ପିପାସାରେ ବ୍ୟାକୁଳ ହୋଇ ବ୍ୟାଧ ଆପଣା ଗୃହାଭିମୁଖରେ ଚାଲିଲା । ସେଠାଋ ମୃଗ, କାକ ଓ ଈନ୍ଦୁର ବଡ଼ ବିଷର୍ଣ୍ଣ ହୋଇ ତାହା ପଛେ ପଛେ ଗଲେ । ତାହାବାଦ ହିରଣ୍ୟକ ବିଳାପ କ‌ଋଅଛି,

ଏକସ୍ୟ ଦୁଃଖସ୍ୟ ନ ଯାବଦନ୍ତଂ,

ଗଚ୍ଛାମ୍ୟହଂ ପାରମିବାର୍ଣ୍ଣବସ୍ୟ ।

ତାବଦ୍ଦ୍ୱିତୀୟଂ ସମୁପସ୍ଥିତଂ ମେ,

ଛିଦ୍ରେଷ୍ୱନର୍ଥା ବ‌‌ହୁଳୀଭବନ୍ତି ।।

ସମୁଦ୍ର ପାରକୁ ଯିବାର ଯେମନ୍ତ ଅସାଧ୍ୟ, ତେମନ୍ତ ଏକ ଦୁଃଖର ଶେଷ ନୋହୁଣୁ ଆମ୍ଭର ଦ୍ୱିତୀୟ ଦୁଃଖ ଉପସ୍ଥିତ ହେଲା; କାହିଁକିନା ଛିଦ୍ର ଉପସ୍ଥିତ ହେଲେ ଅମଙ୍ଗଳ ଅନେକ ହୁଏ ।

ସ୍ୱାଭାବିକଂ ତୁ ଯନ୍ନିତ୍ରଂ ଭାଗ୍ୟେନୈବାଭିଜାୟତେ ।

ତଦକୃତ୍ରିମସୌହାର୍ଦ୍ଦମାପତ୍ସ୍ୱପି ନ ମୁଞ୍ଚତି ।।

ସ୍ୱାଭାବିକ ଯେ ମିତ୍ର, ସେ ଭାଗ୍ୟରେ ମିଳେ, ଏବଂ ତାହାର ଅକୃତ୍ରି ମିତ୍ରତା ବିପତ୍କାଳରେ ସୁଦ୍ଧ ଯାଏ ନାହିଁ ।

ନ ମାତରି ନ ଦାରେକ୍ଷୁ ନ ସୌଦର୍ଯେ ନ ଚାତ୍ମଜେ ।

ବିଶ୍ୱାସସ୍ରାଦୃଶ୍ୟ ପୁଂସାଂ ଯାଦୃଙମିତ୍ରେ ସ୍ୱଭାବଜେ ।। ଅଥ ବିଷ୍ଣୁଶର୍ମକର୍ତ୍ତୃକ ହିତୋପଦେଶଃ

ସ୍ୱାଭାବିକ ମିତ୍ରଠାରେ ଲୋକମାନଙ୍କର ଯେତେ ପ୍ରତ୍ୟୟ ହୁଏ, ତେତେ ପ୍ରତ୍ୟୟ ମାତାଠାରେ ହୁଏ ନାହିଁ, ସ୍ତ୍ରୀଠାରେ ହୁଏ ନାହିଁ, ସ‌ହୋଦରଠାରେ ହୁଏ ନାହିଁ ଏବଂ ଆପଣା ପୁତ୍ରଠାରେ ସୁଦ୍ଧା ହୁଏ ନାହିଁ । ଇହା ବାରମ୍ବାର ଚିନ୍ତା କରି କ‌ହିଲା, ଏ କି ଦୁଦୈବ, ପଣ୍ତିତମାନେ କ‌ହିଅଛନ୍ତି । ଯଥା ,

ସ୍ୱକର୍ମସନ୍ତାପବିଚେଷ୍ଟିତାନି, କାଳାନ୍ତରାବର୍ତ୍ତିଶୁଭାଶୁଭାନି । ଇହୈବ ଦୃଷ୍ଟାନି ମୟୈବ ତାନି, ଜନ୍ମାନ୍ତରାଣୀବ ଦଶାନ୍ତରାଣି ।।

ଅନ୍ୟ ସମସ୍ତଙ୍କର ସ୍ୱସ୍ୱ ପରିଶ୍ରମଜନ‌କ କର୍ମର ଶୁଭାଶୁଭ ଫଳାଫଳ ଜନ୍ମାନ୍ତରେ ଫଳେ, କିନ୍ତୁ ଆମ୍ଭେ ସେହି ଜନ୍ମାନ୍ତରସ୍ୱ‌ଋପ ଅବସ୍ଥାନ୍ତରକୁ ଇହ କାଳରେ ଦେଖି ପାରିଲୁ । ଅଥବା,

କାୟଃ ସନ୍ନିହିତାପାୟଃ ସମ୍ପଦଃ ପଦମାପଦାଂ । ସମାଗମଃ ସାପଗମଃ ସର୍ବମୁତ୍ପାଦି ଭଙ୍ଗୁରଂ ।।

ଶରୀର ମୃତ୍ୟୁରେ ସଂଲଗ୍ନ; ଏବଂ ସମ୍ପତ୍ତି ବିପତ୍ତିର ସ୍ଥାନ, ଧନାଦିର ସଞ୍ଚୟ ଅପଚୟଯୁକ୍ତ; ଏହି ପ୍ରକାର ଯାବନ୍ତ ଜନ୍ୟ ବସ୍ତୁ ସମସ୍ତ ନଶ୍ୱର ଅଟେ । ପୁନର୍ବାର ବିବେଚନା କରି କ‌ହିଲା ।

ଶୋକାରାତିଭୟତ୍ରାଶଂ ପ୍ରୀତିବିଶ୍ରମ୍ଭଭାଜନଂ । କେନ ରତ୍ନମିଦଂ ସୃଷ୍ଟଂ ମିତ୍ରମିତ୍ୟକ୍ଷରଦ୍ଦୟଂ ।।

ଶୋକ ଓ ଶତ୍ରୁଭୟ‌ଋ ରକ୍ଷାକର୍ତ୍ତା ଏବଂ ପ୍ରୀତି ଓ ବିଶ୍ୱାସର ପାତ୍ର ମିତ୍ର (ମି।ତ୍ର) ଏହି ଅକ୍ଷୟ ଦ୍ୱୟସ୍ୱ‌ଋପ ରତ୍ନ କିଏ ସୃଷ୍ଟି କରିଅଛି ? ଅପର, ମିତ୍ର ପ୍ରୀତିରସାୟନଂ ନୟନୟୋରାନନ୍ଦନଂ ଚେତସଃ , ପାତ୍ରଂ ଯତ୍ସଖ ଦୁଃଖୟୋଃ ସ‌ହଭବେନ୍ନିତ୍ରେଣ ଯଦୁର୍ଲଭଂ । ଯେ ଚାନ୍ୟେ ସୃହୃଦଃ ସମୃଦ୍ଧିସମୟେ ଦ୍ରବ୍ୟାଭିଳାଷାକୁଳା, ସ୍ତେ ସର୍ବତ୍ର ମିଳନ୍ତି ତ‌ତ୍ତ୍ୱନିକଷଗ୍ରାବା ତୁ ତେଷାଂ ବିପତ୍ ।।

ଯେଉଁ ମିତ୍ର ଚକ୍ଷୁର୍ଦ୍ଦୟର ପ୍ରୀତିଋପରସର ସ୍ଥାନ, ପୁଣି ଚିତ୍ତର ଆନନ୍ଦଜନ‌କ ଓ ସୁଖ ଦୁଃଖର ପାତ୍ର, ସେ ମିତ୍ର ଦୁର୍ଲଭ; ଅନ୍ୟ ଯେଉଁ ଧନାକାଂକ୍ଷି ମିତ୍ର ସେ ସମ୍ପତ୍ତି କାଳରେ ସର୍ବତ୍ର ମିଳେ, ସେମାନଙ୍କ ପରୀକ୍ଷା ନିମନ୍ତେ ବିପତ୍ତି କଷ୍ଟିପଥରସ୍ୱ‌ଋପ ଅଟେ । ପ୍ରବୋଧ ଚନ୍ଦ୍ରିକା

୧୨ ସଂଖ୍ୟା

୧। ଅଥ ବିଷ୍ଣୁଶର୍ମାକର୍ତ୍ତୃକ ହିତୋପଦେଶଃ

ମନ୍ଥର ସେ ହିତବାକ୍ୟ ଅବଜ୍ଞା କରି ମହଦ୍ ଭୟରେ ମୁଗଧ ହୋଇ ସେ ଜଳାଶୟ ତ୍ୟାଗ କରି ଚାଲିଗଲା ଏବଂ ହିରଣ୍ୟକ, ଲଘୁପତନ କ ଓ ଚିତ୍ରାଙ୍ଗ ଅମଙ୍ଗଳ ଆଶଙ୍କା କରି ସ୍ନେହପ୍ର ଯୁକ୍ତ ମନ୍ଥରର ପଛେ ପଛେ ଗଲେ । ତଦନନ୍ତର ସ୍ଥଳ ମା ର୍ଗରେ ମନ୍ଥର ଗମନ କଋଁ କଋଁ ଅରଣ୍ୟରେ ଭ୍ରମଣକାରି କୌଣସି ବ୍ୟାଧକର୍ତ୍ତୃକ ପ୍ରାପ୍ତ ହେଲା । ତ ହିଁ ଉତ୍ତାଋ ତାକୁ ଧରି ଉଠାଇ ଧନୁରେ ବାନ୍ଧି ଭ୍ରମଣ କରି ଶ୍ରମ ପ୍ରଯୁକ୍ତ କ୍ଷୁଧା ଓ ପିପାସାରେ ବ୍ୟାକୁଳ ହୋଇ ବ୍ୟାଧ ଆପଣା ଗୃହାଭିମୁଖରେ ଚାଲିଲା । ସେଠାଋ ମୃଗ, କାକ ଓ ଈନ୍ଦୁର ବଡ଼ ବିଷର୍ଣ୍ଣ ହୋଇ ତାହା ପଛେ ପଛେ ଗଲେ । ତାହାବାଦ ହିରଣ୍ୟକ ବିଳାପ କଋଅଛି,

ଏକସ୍ୟ ଦୁଃଖସ୍ୟ ନ ଯାବଦନ୍ତଂ,

ଗଚ୍ଛାମ୍ୟହଂ ପାରମିବା ର୍ଣ୍ଣବସ୍ୟ ।

ତାବଦ୍ଦ୍ୱିତୀୟଂ ସମୃପସ୍ଥିତଂ ମେ,

ଛିଦ୍ରେଷ୍ୱନର୍ଥା ବ ହୁଳୀଭବନ୍ତି ।।

ସମୁଦ୍ର ପାରକୁ ଯିବାର ଯେମନ୍ତ ଅସାଧ୍ୟ, ତେମନ୍ତ ଏକ ଦୁଃଖର ଶେଷ ନୋହୁଣୁ ଆମ୍ଭର ଦ୍ୱିତୀୟ ଦୁଃଖ ଉପସ୍ଥିତ ହେଲା; କାହିଁକିନା ଛିଦ୍ର ଉପସ୍ଥିତ ହେଲେ ଅମଙ୍ଗଳ ଅନେକ ହୁଏ ।

ସ୍ୱାଭାବିକଂ ତୁ ଯନ୍ମିତ୍ରଂ ଭାଗ୍ୟେନୈବାଭିଜାୟତେ ।

ତଦକୃତ୍ରି ମସୌହାର୍ଦ୍ଦମାପତ୍ସ୍ୱପି ନ ମୁଞ୍ଚତି ।।

ସ୍ୱାଭାବିକ ଯେ ମିତ୍ର, ସେ ଭାଗ୍ୟରେ ମିଳେ, ଏବଂ ତାହାର ଅକୃତ୍ରିମ ମିତ୍ରତା ବିପତ୍କାଳରେ ସୁଦ୍ଧ ଯାଏ ନାହିଁ ।

ନ ମାତରି ନ ଦାରେକ୍ଷୁନ ସୌଦର୍ଯ୍ୟେ ନ ଚାତ୍ମଜେ ।

ବିଶ୍ୱାସସ୍ରାଦୃଶଃ ପୁଂସାଂ ଯାଦୃଙମିତ୍ରେ ସ୍ୱଭାବଜେ ।। ଅଥ ବିଷ୍ଣୁଶର୍ମାକର୍ତ୍ତୃକ ହିତୋପଦେଶଃ

ସ୍ୱାଭାବିକ ମିତ୍ରଠାରେ ଲୋକମାନଙ୍କର ଯେତେ ପ୍ରତ୍ୟୟ ହୁଏ, ତେତେ ପ୍ରତ୍ୟୟ ମାତାଠାରେ ହୁଏ ନାହିଁ, ସ୍ତ୍ରୀଠାରେ ହୁଏ ନାହିଁ, ସ‌ହୋଦରଠାରେ ହୁଏ ନାହିଁ ଏବଂ ଆପଣା ପୁତ୍ରଠାରେ ସୁଦ୍ଧା ହୁଏ ନାହିଁ । ଇହା ବାରମ୍ବାର ଚିନ୍ତା କରି କ‌ହିଲା, ଏ କି ଦୁଦୈବ, ପଣ୍ତିତମାନେ କ‌ହିଅଛନ୍ତି । ଯଥା,

ସ୍ୱକର୍ମସନ୍ତାପବିଚେଷ୍ଟିତାନି, କାଳାନ୍ତରାବର୍ତ୍ତିଶୁଭାଶୁଭାନି । ଇହୈବ ଦୃଷ୍ଟାନି ମୟୈବ ତାନି, ଜନ୍ମାନ୍ତରାଣୀବ ଦଶାନ୍ତରାଣି ।।

ଅନ୍ୟ ସମସ୍ତଙ୍କର ସ୍ୱପ୍ନ ପରିଶ୍ରମଜନ‌କ କର୍ମର ଶୁଭାଶୁଭ ଫଳାଫଳ ଜନ୍ମାନ୍ତରେ ଫଳେ, କିନ୍ତୁ ଆମ୍ଭେ ସେହି ଜନ୍ମାନ୍ତରସ୍ୱ‌ଋପ ଅବସ୍ଥାନ୍ତରକୁ ଇହ କାଳରେ ଦେଖି ପାରିଲୁ । ଅଥବା,

କାୟଃ ସନ୍ନିହିତାପାୟଃ ସମ୍ପଦଃ ପଦମାପଦାଂ । ସମାଗମଃ ସାପଗମଃ ସର୍ବମୁତ୍ପାଦି ଭଙ୍ଗୁରଂ ।।

ଶରୀର ମୃତ୍ୟୁରେ ସଂଲଗ୍ନ; ଏବଂ ସମ୍ପତ୍ତି ବିପତ୍ତିର ସ୍ଥାନ, ଧନାଦିର ସଞ୍ଚୟ ଅପଚୟଯୁକ୍ତ; ଏହି ପ୍ରକାର ଯାବନ୍ତ ଜନ୍ୟ ବସ୍ତୁ ସମସ୍ତ ନଶ୍ୱର ଅଟେ । ପୁନର୍ବାର ବିବେଚନା କରି କ‌ହିଲେ ।

ଶୋକାରାତିଭୟତ୍ରାଶଂ ପ୍ରୀତିବିଶ୍ରମ୍ଭଭାଜନଂ । କେନ ରତ୍ନମିଦଂ ସୃଷ୍ଟଂ ମିତ୍ରମିତ୍ୟକ୍ଷରଦ୍ଦୟଂ ।। ଶୋକ ଓ ଶତ୍ରୁଭୟ‌ଋ ରକ୍ଷାକର୍ତ୍ତା ଏବଂ ପ୍ରୀତି ଓ ବିଶ୍ୱାସର ପାତ୍ର ମିତ୍ର (ମି ତ୍ର) ଏହି ଅକ୍ଷୟ ଦ୍ୱୟସ୍ୱ‌ଋପ ରତ୍ନ କିଏ ସୃଷ୍ଟି କରିଅଛି? ଅପର,

ମିତ୍ର ପ୍ରୀତିରସାୟନଂ ନୟନୟୋରାନନ୍ଦନଂ ଚେତସଃ, ପାତ୍ରଂ ଯତ୍ସଖ ଦୁଃଖୟୋଃ ସ‌ହଭବେନ୍ମିତ୍ରେଣ ଯଦୁର୍ଲଭଂ । ଯେ ଚାନ୍ୟେ ସୁହୃଦଃ ସମୃଦ୍ଧିସମୟେ ଦ୍ରବ୍ୟାଭିଳାଷାକୁଳା, ସ୍ତେ ସର୍ବତ୍ର ମିଳନ୍ତି ତ‌ତ୍ତ୍ୱାନିଷଗ୍ରାବା ତୁ ତେଷାଂ ବିପତ୍ ।

ଯେଉଁ ମିତ୍ର ଚକ୍ଷୁର୍ଦ୍ଦୟର ପ୍ରୀତିଋପରସର ସ୍ଥାନ, ପୁଣି ଚିତ୍ତର ଆନନ୍ଦଜନ‌କ ଓ ସୁଖ ଦୁଃଖର ପାତ୍ର; ସେ ମିତ୍ର ଦୁର୍ଲଭ; ଅନ୍ୟ ଯେଉଁ ଧନାକାଂକ୍ଷି ମିତ୍ର ସେ ସମ୍ପତ୍ତି କାଳରେ ସର୍ବତ୍ର ମିଳେ, ସେମାନଙ୍କ ପରୀକ୍ଷା ନିମନ୍ତେ ବିପତ୍ତି କଷ୍ଟିପଥରସ୍ୱ‌ଋପ ଅଟେ । ଏହିଋପେ ଅନେକ ବିଳାପ କରି ହିରଣ୍ୟକ ଚିତ୍ରାଙ୍ଗ, ଲଘୁପତନ‌କ ଦୁହିଙ୍କି କ‌ହିଲ, ଯାବତ୍ ପର୍ଯ୍ୟନ୍ତ ଏହି ବ୍ୟାଧ ବନ‌ଋ ବ‌ହିର୍ଗତ ନୋହିବ ସେ ପର୍ଯ୍ୟନ୍ତ ମନ୍ଥରକୁ ମୁକ୍ତ କରିବା ଲାଗି ଯତ୍ନ କର । ସେ ଦୁଂହେ କ‌ହିଲେ, ଶୀଘ୍ର ପରାମର୍ଶ କ‌ହ । ହିରଣ୍ୟକ ବୋଲୁଅଛି, ଚିତ୍ରାଙ୍ଗ ଜଳ ନିକଟକୁ ଯାଇ ଆପଣାକୁ ମୃତ ଶରୀର ତୁଲ୍ୟ ଦେଖାଉ; ଏବଂ କାକ ତାହା ଉପରେ ବସି ତାକୁ ଥଣ୍ଟରେ ହାଣୁ, ତେବେ ନିଶ୍ଚୟ ଏହି ବ୍ୟାଧ ସେଠାରେ କଚ୍ଛପକୁ ରଖି ମୃଗମାଂସ ନିମନ୍ତେ ଶୀଘ୍ର ଯିବ; ତାହା ପରେ ମନ୍ଥରର ବନ୍ଧନ ମୁଁ ଚ୍ଛେଦନ କରିବି; ବ୍ୟାଧ ନିକଟକୁ ଅଇଲାଋ ତୁମ୍ଭେ ଦୁଇ ଜଣ ପଳାଇବ । ଅନନ୍ତର ଚିତ୍ରାଙ୍ଗ ଓ ଲଘୁପତନ‌କ ଶ୍ରୀଘ୍ର ଯାଇ ସେହିଋପ କଲାଋ ସେହି ଲୁବ୍‌ଧକ ଶ୍ରାନ୍ତ ହୋଇ ଜଳପାନ କରି ବୃକ୍ଷ ମୂଳରେ ବସି ସେହିଋପ ମୃଗକୁ ଦେଖିଲା । ସେଠାଋ କତା ଘେନି ପ୍ରଫୁଲ୍ଲଚିତ୍ତ ହୋଇ ମୃଗ ନିକଟକୁ ଗଲା; ଏଥିମଧ୍ୟରେ ହିରଣ୍ୟକ ଆସି ମନ୍ଥରର ବନ୍ଧନ ଚ୍ଛେଦନ କଲାଋ ସେ କଚ୍ଛପ ଶୀଘ୍ର ଜଳାଶୟରେ ପ୍ରବେଶ କଲା, ଏବଂ ସେ ହରିଣ ଉକ୍ତ ବ୍ୟାଧକୁ ଆପଣା ନିକଟକୁ ଆସିବାର ଦେଖି ଉଠି ପଳାଇଲା । ଲୁବ୍‌ଧକ ପ୍ରତ୍ୟାଗତ ହୋଇ ଯେତେବେଳେ ବୃକ୍ଷ ମୂଳକୁ ଅଇଲା, ତେତେବେଳେ କୂର୍ମକୁ ନ ଦେଖି ଭାବନା କଲା, ଆମ୍ଭେ ପରିଣାମଦର୍ଶୀ ନ ହୋଇ କର୍ମ କଲୁଁ । ଅତଏବ ତ‌ହିଁର ଉପ‌ଯୁକ୍ତ ଫଳ ଘଟିଅଛି, ଯେହେତୁଋ,

ଯୋ ଧ୍ର‌ବାଣି ପରିତ୍ୟଜ୍ୟ ଅଧ୍ରୁଣି ନିଷେବତେ ।

ଧୁବାଣି ତସ୍ୟ ନଶ୍ୟନତି ଅଧ୍ରୁବଂ ନଷ୍ଟମେବ ହି ।

ଯେଉଁ ଲୋକ ନିଶ୍ଚିତ ବିଷୟକୁ ପରିତ୍ୟାଗ କରି ଅନିଶ୍ଚିତ ବିଷୟକୁ ଚେଷ୍ଟାକରେ, ତାହାର ନିଶ୍ଚିତ ବିଷୟ ନଷ୍ଟ ହୁଏ, ଅନିଶ୍ଚିତ ବିଷୟ ମଧ୍ୟ ନଷ୍ଟ ହୁଏ । ଅନନ୍ତର ସେ ବ୍ୟାଧ ଆପଣା ପ୍ରାକ୍ତନବଶ‌ଋ ଘରକୁ ଗଲା । ଅତଏବ,

କର୍ତ୍ତବ୍ୟାନି ଚ ମିତ୍ରାଣି ଦୁର୍ଗମାନି ବନାନି ଚ ।

ପଶ୍ୟ କୂର୍ମ‌ପତି ର୍ବଦ୍ଧୋ ମୂଷିକେଣ ବିମୋଚିତଃ ।।

ଦୁର୍ଗମ ବନ‌କୁସୁଦ୍ଧା ମିତ୍ର କରିବ; ଦେଖ, ବ୍ୟାଧକର୍ତ୍ତୃକ ବଦ୍ଧ କୃର୍ମଶ୍ରେଷ୍ଠ ମୂଷିକ ଦ୍ୱାରା ମୋଚିତ ହେଲା । ମନ୍ଥର ପ୍ରଭୃତି ସମସ୍ତେ ବିପଦୁତ୍ତୀର୍ଣ୍ଣ ହୋଇ ସ୍ୱସ୍ୱ ସ୍ଥାନ‌କୁ ଯାଇ ଯଥା ସୁଖରେ ରହିଲେ ।

ରାଜକୁମାରମାନେ ଆହ୍ଲାଦଚିତ୍ତରେ ତାହା ସବୁ ଶୁଣିଲେ । ସେମାନେ ସମସ୍ତେ ସୁଖୀ ହୋଇ କ‌ହିଲେ, ଆମ୍ଭମାନଙ୍କ ଅଭିଳଷିତ ପୂର୍ଣ୍ଣ ହେଲା । ବିଷ୍ଣୁଶର୍ମା କ‌ହିଲେ, ଏହି ପ୍ରସଙ୍ଗରେ ତୁମ୍ଭମାନଙ୍କର ବାଞ୍ଛିତ ସିଦ୍ଧ ହେଲା, ଆହୁରିମଧ୍ୟ ଇହା ହେଉ,

ମିତ୍ରଂ ପ୍ରାପ୍ମୁତ ସଜ୍ଜନା ଜନପଦୈ ଲକ୍ଷ୍ମୀଃ ସମାଲମ୍ବତାଂ,

ଭୂପାଳାଃ ପରପାଳୟନ୍ତୁ ବସୁଧାଂ ଶ‌ଶ୍ୱତ୍ସ୍ୱଧର୍ମେ ସ୍ଥିତାଃ ।

ଆସ୍ତାଂ ମାତସତୁଷ୍ଟୟେ ସୂକୃତିନାଂ ନୀତିର୍ନବୋଢେବ ବଃ,

କଲ୍ୟାଣଂ କୁରୁତାଂ ଜନସ୍ୟ ଭଗବାଂଶ୍ଚନ୍ଦ୍ରାର୍ଦ୍ଧ ଚୂଡାମଣିଃ ।

ହେ ସାଧୁ ଲୋକମାନେ ତୁମ୍ଭେମାନେ ମିତ୍ରକୁ ପାଅ, ଆଉ ସମସ୍ତ ଲୋକମାନେ ସମ୍ପତ୍ତି ପାଉନ୍ତୁ, ପୁନଶ୍ଚ ରାଜାମାନେ ଅନବରତ ସ୍ୱକୀୟ ଧର୍ମରେ ରହି ପୃଥିବୀକି ପ୍ରତିପାଳନ କରନ୍ତୁ; ଏବଂ ନବୋଢା ନାୟିକା ଯେମନ୍ତ ପୁ‌ଋଷ ମନର ସନ୍ତୋଷଜନିକା ହୁଏ; ତେମନ୍ତି ନୀତିବିଦ୍ୟା ସତ୍ପୁଋଷ ଚିତ୍ତର ପରିତୋଷ ନିମନ୍ତେ ହେଉ; ଅଥଚ ପରମେଶ୍ୱର ସକଳ ଲୋକଙ୍କର ମଙ୍ଗଳ କରନ୍ତୁ ।

ଇତି ମିତ୍ରଲାଭ କଥା ସମାପ୍ତ ।

୨ । ସାବିତ୍ରୀବିବରଣ ।

ଇହା ସ୍ଥିର କରି ସାବିତ୍ରୀ ସେଇ ତାମସୀ ଯାମିନୀରେ ଏକାକିକୀ ମୃତ ସ୍ୱାମିର ଶରୀର କ୍ରୋଡ଼ରେ କରି ବସି ରହିଲେ କିୟତ୍କାଳ ପରେ କୃତାନ୍ତ ସ‌ତ୍ୟବାନଙ୍କୁ ଆଣିବା ନିମନ୍ତେ ଦୂତ ପ୍ରେରଣ କଲେ । କିନ୍ତୁ ସେ ଦୂତମାନେ ସାଧ୍ୱୀ ପତିବ୍ରତା ରମଣୀର ବିଗ୍ରହନିଃସୃତ ତେଜଃପୁଞ୍ଜ ଦଶନରେ ସତ୍ୟବାନଙ୍କ ଶବ ନେହାର ଦୂରେ ଥାଉ, ତାହା ସ୍ପର୍ଶସୁଦ୍ଧା କରି ପାରିଲେ ନାହିଁ । ତଦନନ୍ତର ସେମାନେ ପରାଙ୍‌ମୁଖ ହୋଇ କୃତାନ୍ତ ସଦନ‌କୁ ଯାଇ ସବିଶେଷ ନିବେଦନ କଲେ, ସେଠାଋ ଯମ ସ୍ୱୟଂ ଦୂତଗଣ ସମ‌ଭିବ୍ୟାହାରେ ସେଠାରେ ଉପସ୍ଥିତ ହେଲେ । ସାବିତ୍ରୀ ତାଙ୍କୁ ଦର୍ଶନ କରି ପଚାରିଲେ ଆପଣ କିଏ? ଏବଂ କେଉଁଠାଋ ଆଗତ ହେଲ? ଯମ ଉତ୍ତର କଲେ, ଆମ୍ଭେ ଯମରାଜ ତୁମ୍ଭ ସ୍ୱାମି ଦେହ ପରିତ୍ୟାଗ କରି ଦୂରରେ ଦଣ୍ତାୟମାନା ହେଲେ । ସେଠାଋ ଯମଦୂତଗଣ ଯମରାଜାଙ୍କ ଆଜ୍ଞାରେ ସତ୍ୟବାନଙ୍କୁ ବନ୍ଧନ କରି ଘେନିଗଲେ। ସାବିତ୍ରୀ ସ୍ୱାମିଙ୍କର ଏତଦ୍ରୁପ ଦୂରବସ୍ଥା ବିଲୋକନରେ ଅତ୍ୟନ୍ତ ଦୁଃଖିତା ହୋଇ ଉଚ୍ଚୈଃସ୍ୱରରେ ରୋଦନ କରି ୨ ତାଙ୍କ ପଛେ ୨ ଗଲେ। ସେଥିରେ ଯମରାଜା ତାଙ୍କୁ ପଚାରିଲେ ବତ୍ସେ! ତୁମ୍ଭେ ଆମ୍ଭ ସଙ୍ଗେ କାହିଂକି ଆସୁଅଛ। ଆମ୍ଭେ କି କରିବୁଂ ତୁମ୍ଭ ସ୍ୱାମିର କାଳପୂର୍ଣ୍ଣ ହୋଇଅଛି; ଏଥି ସକାଶାତ୍ ଆମ୍ଭେ ଇହାଙ୍କୁ ଘେନି ଯାଉଅଛୁଁ। ଅତଏବ ମିଥ୍ୟାଚିନ୍ତା ପରିହାର ପୂର୍ବକ ତୁମ୍ଭେ ଗୃହକୁ ଯାଇ ସ୍ୱାମିର ଉଦ୍ଧାର ପଥର ଚିନ୍ତା କର।

ସାବିତ୍ରୀ କ‌ହିଲେ ପ୍ରଭୋ ଆପଣ ଯାହା କ‌ହିଲ ଆମ୍ଭେ ସବୁ ଅବଗତ ଅଛୁଁ। ଏହି ସଂସାର ସମୁଦାୟ ମାୟାମୟ। ଏବଂ ଭାଇ, ବନ୍ଧୁ, ସ୍ୱାମୀ ପ୍ରଭୃତି କେହି ଚିର ସ୍ଥାୟୀ ନୁହେ, କାଳକ୍ରମରେ ସମସ୍ତେ କାଳପ୍ରାପ୍ତ ହେବେ। ଆମ୍ଭର ପ୍ରାର୍ଥନା ଏହି ଯେ ଆପଣ ସାକ୍ଷାତ ଧର୍ମ, ଆପଣଙ୍କର ଅସାଧ୍ୟ କିଛିମାତ୍ର ନାହିଁ। ଅତଏବ ସତ୍ୟବାନଙ୍କ ପରିବର୍ତ୍ତରେ ଆମ୍ଭଙ୍କୁ ଗ୍ରହଣ କରି ସତ୍ୟବାନଙ୍କୁ ଜୀବନ‌ଦାନ କରନ୍ତୁ। କୃତାନ୍ତ କ‌ହିଲେ ପତିବ୍ରତେ ସାବିତ୍ରି! ଆମ୍ଭେ ତୁମ୍ଭ ବାକ୍ୟରେ ତୁଷ୍ଟ ହେଲୁଁ ସତ୍ୟବାନଙ୍କ ଜୀବନ ବ୍ୟତୀତ ତୁମ୍ଭର ଅନ୍ୟ ଯେଉଁ ପ୍ରାର୍ଥନା ଥାଏ ବୋଲ। ସାବିତ୍ରୀ ମନେ ୨ ସ୍ଥିର କଲେ ଆମ୍ଭେ ସତ୍ୟବାନଙ୍କୁ କଦାପି ପରିତ୍ୟାଗ କରିବୁ ନାହିଁ। ତେବେ ଧର୍ମରାଜ ଆମ୍ଭଠାରେ ଅନୁକୁଳ ହୋଇ ଅଛନ୍ତି, ଅତଏବ କି ପ୍ରାର୍ଥନା କରିବା। ପିତା ଅପୁତ୍ରିକ ଅଛନ୍ତି ତାଙ୍କର ବଂଶ ଲୋପ ନୋହିବ ଇହା ପ୍ରାର୍ଥନୀୟ ଅଟେ। ସାବିତ୍ରୀ ମନେ ୨ ଇହା ସବୁ ଚିନ୍ତା କରି ଉତ୍ତର କଲେ; ପ୍ରଭୋ! ଯେବେ ମୋହଠାରେ ସଦୟ ହୋଇ ଅଛନ୍ତି ତେବେ ଆମ୍ଭର ଅପୁତ୍ରିକ ପିତାଙ୍କୁ ପୁତ୍ର ଦାନ କରି ପିତୃକୁଳ ଉଦ୍ଧାର କରନ୍ତୁ।

ଯମରାଜା ସାବିତ୍ରୀଙ୍କ ପ୍ରାର୍ଥନାନୁସାରେ ଅଶ୍ୱପତି ଭୂପତିଙ୍କର ପୁତ୍ର ହେବାର ବର ପ୍ରଦାନ ଅର୍ଥାତ୍ ଯେଋପେ ପୁତ୍ର ହେବ ତ‌ହିଁର ମାର୍ଗ କ‌ହି ଦେଲେ। ତ‌ତ୍ପରେ ପୁନଶ୍ଚ ସାବିତ୍ରୀଙ୍କୁ ଗୃହକୁ ଯିବାଲାଗି ଆଜ୍ଞା କଲେ। ସାବିତ୍ରୀ କ‌ହିଲେ ପ୍ରଭୋ! ଆପଣଙ୍କ ସତ୍ସଂସର୍ଗ ପରିତ୍ୟାଗ କରିବାକୁ ଆମ୍ଭର ତିଳାର୍ଦ୍ଧେସୁଦ୍ଧା ବାଞ୍ଛା ହେଉନାହିଁ କାହିଁଙ୍କିନା, ଆପଣଙ୍କ ସ‌ହିତ କଥୋପକଥନରେ ଆମ୍ଭେ ସମସ୍ତ ଦୁଃଖ ବିସ୍ମୃତା ହୋଇଅଛୁଁ ଏବଂ ଆପଣଙ୍କ ବ୍ୟତିରେକେ ଏହି ଭବସିନ୍ଧୁ ପାର ହେବାର ଅନ୍ୟ ଉପାୟ ନାହିଁ। ଅତଏବ ଆମ୍ଭେ ଆପଣଙ୍କ ସଙ୍ଗ କଦାପି ତ୍ୟାଗ କରିବୁ ନାହିଁ ଆପଣଙ୍କ ସଙ୍ଗେ ୨ ଯିବୁ, କୃତାନ୍ତ ସାବିତ୍ରୀଙ୍କ ବାକ୍ୟରେ ସନ୍ତୁଷ୍ଟ ହୋଇ ପୁନର୍ବାର ତାଙ୍କୁ କ‌ହିଲେ, ସତ୍ୟବାନଙ୍କ ଜୀବନ ବ୍ୟତିରେକେ ଯେବେ ତୁମ୍ଭର ହସ୍ତିର ବିବରଣ

ଆଉ କିଛି ଅଭିଳାଷ ଥାଏ କ‌ହ । ସାବିତ୍ରୀ ଭାବିଲେ, ଶ୍ୱଶୁର ଅନ୍ଧ, ଯେବେ ଏହି ସୁଯୋଗରେ ଆମ୍ଭ ଦ୍ୱାରା ତାଙ୍କର ଅନ୍ଧତ୍ୱ ମୋଚନ ହେବ ତେବେ ତାହା କାହିଁକି ନ କରି । ଇହା ଚିନ୍ତା କରି କ‌ହିଲେ ହେ ଧର୍ମରାଜ! ଆମ୍ଭ ଶ୍ୱଶୁର ଦାମସେନ ଭୂପତିଙ୍କର ଅନ୍ଧତ୍ୱ ଦୂର ହେବାର ଯେବେ କୌଣସି ଉପାୟ ଥାଏ ତାହା କରନ୍ତୁ । ଯମରାଜ ସାବିତ୍ରୀଙ୍କର ଏହି ପ୍ରାର୍ଥନାସୁଦ୍ଧା ପୂର୍ଣ୍ଣ କଲେ, ଅନ୍ଧତ୍ୱ ମୋଚନର ଉପାୟ କ‌ହି ଦେଲେ । ତବ୍ଦାଦ ସେ ପୁନର୍ବାର ସାବିତ୍ରୀଙ୍କୁ କ‌ହିଲେ, ରାତ୍ରି ବ‌ହୁତ ହୋଇଅଛି ତୁମ୍ଭେ ଗୃହକୁ ଫେରି ଯାଅ ।

ଇହା କ‌ହି ଯମରାଜା ପ୍ରସ୍ଥାନ କଲେ । ନୃପତିବାଳା ଗୃହକୁ ନ ଯାଇ ତାଙ୍କ ପଛେ ୨ ଗଲେ । କେତେକ ଦୂର ଗଲାପରେ କୃତାନ୍ତ ପଶ୍ଚାତ୍‌କୁ ଦୃଷ୍ଟି କରି ଦେଖିଲେ ଯେ, ତେବେ ସୁଦ୍ଧା ସାବିତ୍ରୀ ତାଙ୍କ ପଛେ ୨ ଆସୁଅଛନ୍ତି । ସେଥିରେ ତାଙ୍କୁ ପୁନର୍ବାର ନିଷେଧ କଲେ । ସାବିତ୍ରୀ ଉତ୍ତର କଲେ, ଧର୍ମାବତାର ! ଆମ୍ଭର ସଂସାର ବାସନା ନାହିଁ । ପତି କେବଳ ନାରୀର ଜୀବନ ଓ ଭୁଷଣ; ଅତଏବ ସ୍ୱାମୀ ଯେବେ ସଂସାର ତ୍ୟାଗ କଲେ ତେବେ ସଂସାରରେ ଆମ୍ଭର ଆଉ କି ପ୍ରୟୋଜନ । ଆପଣ ଏହି ଆଶୀର୍ବାଦ କରନ୍ତୁ, ଧର୍ମରେ ଆମ୍ଭର ମତି ଥାଉ । କୃତାନ୍ତ ନରେନ୍ଦ୍ରନନ୍ଦିନୀଙ୍କର ନିତାନ୍ତ ବ୍ୟାକୁଳତା ଦେଖି ବାତ୍ସଲ୍ୟ ଭାବରେ ଅଶେଷ‌ଋପେ ଶାନ୍ତ୍ୱନା କଲେ । ଇଙ୍ଗରେଜନ୍କ ରାଜୟରେ ପ୍ରଜାସମୁହ


ସେଠାକୁ ଯେଳଯାଏ ମାଦ୍ମଭର ସଙ୍ଗେ ପ୍ରୀତ ରଖେ ଏବଂ ଖୁସ୍ମଦ କରେ ସାହଜରୁ ରଖିବା ନିମନ୍ତେ ସର୍ବଦା ଚେଷ୍ଠା ପାଏ । କକାଳ ପରେ ମାହତ ଇଶାରେ ସକଳ କର୍ମ କରେ ଏବଂ ଯେଉଁମୀନେ ଭୀହା ପୃଷ୍ଠରୁ ଊଠରୁ ସେମାନଙ୍କୁ ଉଠିବା କ ଋଣ ଆଣ୍ଡ ପକାଇ ଉଠାଇ ନିଏ ପଲମ କରିବାକୁ ଆଜ୍ଞା ପାଇଲେ ଶୁଣ୍ଡ ଦ୍ବାର୍ ସମକରେ ଉତ୍ତମ ବଦ ଗ'ରେ ଦେଲେ ଦ୍ରୁଷ୍ଟି ହୁଏ । ସେମାନଙ୍କର ସ୍ଥଳ ଶବ୍ଦର ହେଲେ ସୁଦ୍ଧା ଅତି ବେଗରେ ସ୍କୁଲରୁ ଏବଂ ଘୁ୪ ଘୋଡ଼। ସମାନ ଦୋ ମା ଅତ ବୃନ୍ତୁ ଘୋଡ଼ା। ସଙ୍ଗେ ଷ୍ଟ୍ରର ପାଉଣ୍ଡ ନାହଁ ଘରେ ରଖିଲେ ଅନେକ କୀଲ ତନ୍ତୁ କୌଣସି ଦନ୍ତୀ ଦେଢ଼ଶ ବର୍ଷ ବଞ୍ଚ । ବାଦ୍ୟ ଶ୍ରଣରେ ରୁଷ୍ଟ ଥାଏ ତାଳରେ ପାଦ କ୍ଷେପ କରେ ଶୁଣ୍ଡ ଦ୍ବାର୍ ସୂଗନ୍ଧ ପୃଷ୍ପ ଆଘ୍ରାଣ କରେ ଏ ସକଳ ପଶୁଠାରୁ ହାତା ମେଧା ହୋଇସୁଭା ମସ୍ତକର ମଜ୍ଜା ସବୁଠାରୁ ମୁଁ ଦ୍ର । ୪ । ଇଙ୍ଗରେଜଙ୍କ ଗୃଜ୍ୟରେ ପ୍ରକାସମୁହ । କେମନ୍ତ ଅବସ୍ଥାରେ ଅଛନ୍ତ । ବସ ଗଣ୍ଡଙ୍କ ଅଧୀନରେ ଏଦେଶୀୟ ଲେକେ କେମନ୍ତ ଅବସ୍ଥାରେ ଅଛନ୍ତି ! ତାହା ସମସ୍ତେ ମନରେ କୁଟ୍ ଅଛ, ଦୁନ୍ ସାମ୍ରାଜ୍ୟ ଲେପ ଦେବାଦ ଘଳ ଘଳଚ୍ ସମୟରେ ବନ୍ଦ ନାମ ଏକାବେଳକେ ଦ୍ବନ୍ଦ - ସ୍ଥାନର ଲେପ ହୋଇଥିଲ, ହୃହ ମାନଙ୍କ ଧନ ଧର୍ମ ସ୍ବାଧୀନତା ମାନ ସମ୍ଭ,ମ ସମସ୍ତ କ୍ଷପଥକୁ ସାଇଥିଲ । ଧନସୁଦ୍ଧା ଲେକେ ସୁଖ କ୍ରେଗରେ ଦକ୍ତ ଥଲେ, ଦମ୍ବୁ ଓ ଜର ଭରେ ସଦା ସଶଙ୍କି ତ ଥିଲେ, ଫ,ଜ ଓ ବଙ୍ଗଳା ସୃଷା ଏକଦା ଭଗ୍ନେହଢ଼ ହୋଇଥିଲେ, ଅତି ଭଦ୍ର ଲେକେ ସୁଦ୍ଧା ଶୁଭ ବଙ୍ଗଳାରେ ପାଞ୍ଚଗୋଟି କଥା କିପରଶ୍ନ ନାହଁ, ଘନ୍ୟ ମରେ ଏତେ ବଷ୍ଟ ଭକ ଓ ବରଳ ନ ଥିଲେ ଏବଂ ଦୁଇ ଶୂଜଣ କାଜ ଓ ମୌଜଦାର ଥଲେ ସେମାନେ ମal ପ୍ରଜାମାନଙ୍କୁ ଧନ ପ୍ରାଶ ଉପରେ କର୍ତ୍ତା କରନ୍ତୁ ବମାନ ଇଙ୍ଗରେଜମାନଙ୍କ ଗୁଳରେ ଦେଶ ସଭ୍ୟ ହୋଇ ଉଠିଅଛ, ସମସ୍ତେ ପଶୁମାଜିଭ ଧନ କବିଘ୍ନରେ ସ୍ବାଧୀନତା ସହଜ ଭେଗ କରିଅଛନ୍ତ, ସପମରେ ସୁଦ୍ଧା ଆକ୍ଷ ପାଇଲେ ନମ୍ର ଏ । ଏବଂ ମିସପ୍ତା ବସୁ,ତ କରେ ନାହଁ ଅଭୃସକ ଭିନ୍ନ ଅନ୍ୟକୁ ହଂ ସା କରେ ନାହଁ । ଘୃପକାର ଓ ଅପକାର ବସ୍ତୁତ ହୃଏ କାର୍କ ହସ୍ତୀ ସାଂସ୍କାଣୀ ରୁହେ ଗୃକ୍ଷାଦ ଘେନନ କରେ ଏ ହେରୁର ଅନ୍ୟ ପଶୁର ଶବ ମାସ ବ୍ୟାଘ୍ନ ଭନ୍ତି ସକଳ ପଣୁଙ୍କଠାରେ ପ୍ରେମ କରେ । । ଦପ୍ତ ବନରେ ଥିଲେ ସୁଦ୍ଧା ସ୍ୱର୍ଗ ରୁହେ । କେତେବେଳେ ଏଜାଙ୍କୁ ସ୍କୁଲେ ଜାତ ସଦା ଅନେକେ କେ ଘୁଲ ଏବେ ସେ ପ୍ରାଚୀନ ସେ ଅଶେ ଋଲେ ଅନ୍ୟ ଗୋଏ ପ୍ରାଚୀନ ପଲ ରକ୍ଷାର୍ଥୀ ପଲ ପଛରେ ଥାଏ ଯୁବା ଓ ଦୁର୍ବଳ ହସ୍ତୀ ପଲ ମଧ୍ୟରେ ସ୍କୁଲନ୍ତୁ । ହଣ୍ଡି ନମାନେ ଆପଣା କ୍ଷୁ ଓ ପିଲଙ୍କୁ ପୃଷ୍ଠରେ ସ୍କୁଲରୁ । ସେମାନଙ୍କ ନାସିକା ସବୁ ଭଦ୍ଧର ପ୍ରଧାନ ଅନ୍ୟ ପଣୁ ନାସିକାର ଦୃଷ୍ଟି ର ନାୟିକା ପ୍ରଡ଼ଲ ଯେଉଁ ପଥରେ ମନୁଷ୍ୟ ଗସ୍ତନ କରେ ତାହା ଗନ୍ଧ ଦ୍ବାର ଜାଣି ପାରେ । ତାହା ଭକ୍ଷ ରୂକ୍ଷଭ ମୁଲ ଓ ପ ଓ କ୍ଷୁଦ୍ର ବୃକ୍ଷ ଓ କ୍ଷୁଦ୍ର ଶାଖା କେଢେଦେଲେ । ଫଲ ଧନ୍ୟା ଶସ୍ୟ ଭକ୍ଷଶ କରେ ଏକ ହସ୍ତୀ ଅନେକ ଖାଦ୍ୟ ବସ୍ତୁ ପାଇଲେ ଅନ୍ୟ ହସ୍ତି କ ଡାକିଆଣି ଏକ ଭକ୍ଷଣ କରନ୍ତୁ । ସେମାନଙ୍କର ଅଧୁକ ଆହାର ହେରୁର ଅନେକ କାଇ ଏକ ସ୍ଥାନରେ ରହି ପାରି ନାହିଁ ସେମାନେ ଭୃଷକର ଶସ୍ୟକ ଅଇଲେ ସେ ଶସ୍ୟ ଧ୍ବଂସ କରନ୍ତୁ । ଆହାରରେ ସବୁ ନଷ୍ଟ ହୁଏ ନାହଁ ମା ପଦ କୱେଷଣରେ ଅଧୁକ ନଷ୍ଟ ହୃଏ ଏକାରଣ କୃଷକମାନେ ହସ୍ତୀ ଅଇଲେ ମହା ଅଗ୍ନି କାଈ ଅନେକ ଲେକ ଏକ ହୋଇ କୋଳାହଳ କର ଭଡ଼ା ଦେଇ ଦୂର କରଣ୍ଡ । । ଯେତେବେଳେ ହସ୍ତୀ ମନୁଷ୍ୟର ଅଧୀନ ହୁଏ ଢେତେବେଳେ ହସ୍ତି ସଙ୍ଗ କରେ ନାହଁ ଏକୀରଣ ଯେତେ ପୋଷ୍ୟ ହସ୍ତୀ ସବୁ ପୃଙ୍କରେ ବନ୍ୟ କଲେ । ଦର୍ତ୍ତି ଧରବାର ଉପା ଏହି ଦୃଷ୍ଟି ର ସ୍ଥାନ ନିକଟରେ ଗୋଟାଏ ବେଢ଼ା ପ୍ରସ୍ତୁତ କରି ଗୋଟାଏ ଦ୍ୱାର ରଖିଲବାଦ ଗୋ\ଏ ଶୋଷ ହଣ୍ଡି କକ ଦଳ ମଧକୁ ଘେକ ଯାନ୍ତ ହନ୍ତି ମର ରବ ଶୁଣିଲେ ଦୂନ୍ୟ ହସ୍ତୀ କକକୁ ଅସେ ଦପ୍ତି ନ ମେ ୫ ଦେଢା ମଧ୍ୟକୁ ଯାଏ ହସ୍ତୀସୁଦ୍ଧା ତାହା ପରେ ବେଢ଼ା ମଧକୁ ଯାଏ । କେଢେବେଲେ ଲେକିନେ ଦ୍ୱାର ରକ୍ସ କର ଏବଂ ତୃତ୍ତ ରକ୍ତ, ଦାର ହର୍ତ୍ତି କ କ କ ଓ ଆହାର ବାରଣ କର) ଅନାଦ୍ବାରରେ ହସ୍ତୀ ଦୃବଳ ହୁଏ ପୁଣି ଦୁଇ ତକ ପୋତା ହନ୍ତୁ। ନକରେ ଆଣି ରଖରୁ ସେମାନଙ୍କ ସହଭ ଶ୍ରୀ କର ପୋଷ୍ୟମାଣ ହୁଏ ଜେତେବେଲେ ଯେଉଁଠାକୁ ଇଚ୍ଛା ଇଙ୍ଗରେଜଙ୍କ ଗୃଜ୍ୟରେ ପ୍ରଜାସମୁହ ସେଠାରୁ ଯେକଯାଏ ବଢ଼ୀ ସାହୃକ୍ତର ସଙ୍ଗେ ପ୍ରୀତ ରଖେ ଏବଂ ଖୁସ୍ରାମ କରେ ମାହ୍ମଜଭୁ ହୃଷ୍ଣ ରଖିବା ନିମନ୍ତେ ସ୍ୱାଦୀ ଚେଷ୍ଟା ପାଏ । କକାଲ ପରେ ମାହୃଢ଼ ଇଶାଘରେ ସକଳ କର୍ମ କରେ ଏବଂ ସେମାନେ ତାହା ପୃଷ୍ଠକୁ ଉଠନ୍ତୁ ସେମାନଙ୍କୁ ଉଠିବା କ ଋଣ ଆଣ୍ଡ ପକାଇ ଉଠାଇ ନିଏ ସଲ କରିବାରୁ ଆଈ ପାଇଲେ ଶୁଣ୍ଡ ଦ୍ବାର୍ ସମ୍ମମ କରେ ଉତ୍ତମ ବସ୍କାର ଗ'ରେ ଦେଲେ ରୁଷ୍ଠ ହୁଏ । ସେମୀଙ୍କର ସ୍ଥଲ ଶବ୍ଦର ହେଲେ ସୁଦ୍ଧା ଅଶ ବେଗରେ ସ୍କୁଲରୁ ଏବଂ କ୍ରେ ଘୋଡ଼) ସମାନ ଦୌଡ ମା ଅତ ବୃନ୍ତୁ ଘୋଡ଼ା ସଙ୍ଗେ ଷ୍ଟ୍ରର ପାରନ୍ତ ନାହଁ ଘରେ ରଖିଲେ ଅନେକ କାଳ ବଞ୍ଚ୭ କୌଣସି ହପ୍ତ ଦେଢ଼ଶ ବର୍ଷ ବଞ୍ଚ । ବୀଦ୍ୟ ଶ୍ରବଣରେ ରୁଷ୍ଠ ଥାଏ ଭାଇରେ ପାଦ କ୍ଷେପ କରେ ଶୁଣ୍ଡ ଦ୍ୱାସ୍ ସୁଗନ୍ଧ ପୃଷ ଆଘ୍ରାଣ କରେ ଏବଂ ସକଲ ପଠାର ମେକ ହୋଇସୁଦ୍ଧା ମସ୍ତକର ମଳ୍ପ: ସବୁଠାର ୟୁ ଠୁ । ୪ । ଇଙ୍ଗରେଜଙ୍କ ଗୁକ୍ୟୁର ପ୍ରକାସହ କେମନ୍ତ ଅବସ୍ଥାରେ ଅଛନ୍ତ । । ବସ ଗମେଣ୍ଟଙ୍କ ଅଧୀନରେ ଏଦେଶୀୟ ଲେକେ କେମନ୍ତ ଅବସ୍ଥାରେ ଅଛନ୍ତି ! ତାହା ସମସ୍ତେ ମଳିରେ ବୁଝ ଅଛ , ଦୃନ୍ଦୁ ସାମ୍ରାଜ୍ୟ ଲେପ ହେଲବାଦ ଯବନ ଗୁଜବ୍ ସମରେ ପୃହ ନାସ୍ତ ଏକାବେଳକେ ଭୁନ୍ଦୁସ୍ଥାନର ଲେପ ହୋଇଥଲ, ଦୃନ୍ଦ,ମାଳଙ୍କ ଧକ ଧର୍ମ ସ୍ବାଧୀନତା ମାଳ ସମ୍ଭ ମ ସମସ୍ତ କ୍ଷପଥକୁ ଯାଇଥିଲ । ଧନପଙ୍ଗୁ ଲେକେ ସୁଖ ଭେଗରେ ବଭ ଥଲେ, ଦମ୍ବୁ ଓ ଭତ୍ପର ଭୟରେ ସ୍ୱଦା ଶଙ୍କି ତ ଥିଲେ, ସଂସ୍କୃତି ଓ ଦଙ୍ଗଲା ଭୂଷା ଏକଦା ଦରଂତ ହୋଇଥିଲ, ଅଭ ଭଦ୍ର ଲେକେ ସୁଦ୍ଧ: ଶୁକ ବଙ୍ଗଳାରେ ପାଞ୍ଚଗୋଟି କଥା କହିପାରନ୍ତୁ ନାହଁ, ଘୂଜ୍ୟ ମଧ୍ୟରେ ଏତେ ବ ଭକ ଓ ବ ଭଲ ନ ଅଲେ ଏବଂ ଦୂଇ ଶ୍ମଶଜଣ କାକ ଓ ପୌଜଦାର ଥିଲେ ସେମାନେ ମଧ୍ୟ ପ୍ରଜାମାନଙ୍କ ଧନ ପ୍ରାଣ ଦ୍ବପରେ କର୍ଣ୍ଣି କରନ୍ତୁ ବର୍ଭମାନ ଇଙ୍ଗରେଜମାନଙ୍କ ସ୍ୱକରେ ଦେଶ ସଭ୍ୟ ହୋଇ ଊଠିଥଢ, ସମସ୍ତେ ପରମାଜିଭ ଧକ ନିବିଘ୍ନରେ ସ୍ନାନକ୍ସା ସହଜ ସ୍କୋଗ କଅଛ୭, କ୍କୁରର ଏବଂ ତାହାର ପ୍ରଭୁ

ସବୁଠାରେ ବିଦ୍ୟାର ଚ୍ରଚା ହୋଇଅଛି, ଲୁପ୍ତ “ । ପଦସବକ ଶକ୍ତିର କ୍ଷମତା ଡାକ୍ତର ଡ଼ିସ ସାହେବ ସଭୃକ୍ତ ବିଦ୍ୟା ବଷକ ପ୍ରଶ୍ନୋତ୍ତର ପ୍ରଦତ୍ତ ଗ୍ରନ୍ଥରେ ନିକଟସ୍ଥ ଦେଶର ଏକ ଅଭି ଆଶୁ ଗଳ୍ପ ବର୍ପନ କଲେ । ଜଣେ ସୁଶୀଲ ଧନୀଜ୍ୟ କଣିହାର କୌଣସି ଭାବଣଜୀ ଦେଶାନ୍ତର ଗମନ ଇଚ୍ଛା କର ଜେଜେ ଗୁଡାଏ ମଣି ମାଣିକ୍ୟ ଓ ଅନ୍ୟାନ୍ୟ ଧଜାତ ଯେ କଣେ ଉଜ୍ୟ ସଙ୍ଗ ଘ ୫ କଲେ । କର ଦୂର ଗଉଁ ପଥ ମଧ୍ୟରେ ସେଇ ଭୃଢୀ ଆପଣୀ ସ୍ୱାମିଙ୍କର ଚଦ୍ଧନ ଓ ରପ୍ନ ଦେଖି, ଲେଭ ସମ୍ଭରଣରେ ଅସମର୍ଥ ହୋଇ ତାଙ୍କୁ ହତ୍ୱା କଶ ସେହି ସବୁ ଧନ ଅପହରଣ କଲ । ପରେ ତାଙ୍କ ଗଳଦେଶରେ ଗୋsଏ ବୃହତ୍ତ ପ୍ରସ୍ତର ବାନ୍ଧି ନିକଟସ୍ଥ ଏକ ଖାଲରେ ପକାଇ ଦେଲ । । ଅନନ୍ତର, ସେ ଢକ୍ତ ଗୃକଂର ଏମରୁ ଏକ ଦୂର ଅଞ୍ଚଳକୁ ଗମନ କଲ, ସେଠାରେ ତାକୁ ଏ ଜାହ। ପ୍ରଭୁରୁ କେହି ଜାଣେ ନାହଁ । ସେଠାରେ ସେ ପ୍ରଥମେ ଅଳ୍ପ ଧନ ବ୍ୟୟ କର ଅତି ସାମାନ୍ୟ ସ୍କବରେ ବ୍ୟବସାୟ କଶବାର୍ ପ୍ରଭୃଦ୍ଧ ହେଟ ; ଏବଂ ବିଶେଷ ପରଶ୍ରମ ମୁକ ବିଶ୍ବସ୍ତର୍‌ପେ ଆପଣୀ କାର୍ଯ୍ୟ ବିବାହ କରିବାରେ ଦ୍ୱିଶ୍ୱର ସବଜନ ସaପରେ ମାନ୍ୟ ହୋଇ ବଚନ କୃପାର୍ଜନ କର । କକାଳ ମଧ୍ୟରେ ଭାଦ୍ର ସଂକ୍ରମ ଦେଶବିଦେଶ ସ୍ୱର୍ବନ୍ଧ ସ୍ତର୍ଭୁକ୍ତ ହେବାରେ ଜଣେ ସଙ୍କଶଜାତା କୁମାଘ ସଙ୍ଗେ ତାହାର ପରିଣୟ ସଂସ୍କାର ସମ୍ପନ୍ନ ହେଲ । ପରେ ସେ ଉକ୍ତ ଘୂଜ୍ୟର ଘୂଜଶାସନ ସଂକ୍ତ କର୍ମରେ ନିୟୁକ୍ତ ହେଲ; ଏବଂ ବସେ । କର୍ମ ନୈପୁଣ୍ୟ ଦ୍ବାଦ୍ ପ୍ରଧାନ ବିର୍ଭପରଙ୍କ ପଦରେ ଅଭିଷିକ୍ତ ହୋଇ, ବିଶେଷ ପ୍ରଶଂସା ସହକାରରେ ଅତି ସୁନ୍ଦର ଶିଘ୍ନର କାର୍ଯ୍ୟ ସମ୍ପନ୍ନ କଲେ । ଏକଦା ପ୍ରଭୃଦନ୍ତା କଣେ ମହାପାପୀ ବ୍ୟଶ ଭାହା ବକ୍ତକ ସମ୍ମତରେ ଆସକ୍ତ ହେଲ ; ଏବଂ ପ୍ରମାଈ ବରରେ ଉକ୍ତ ବ୍ୟରୁ ଅପସ୍‌ ବୋର ସାବ୍ୟସ୍ତ ହେଲର ସେହି ପ୍ରଧାନ ଶାସନକର୍ତ୍ତାଙ୍କ ଅନ୍ତସତି ପ୍ରତୀକ୍ଷା ରେ ସମସ୍ତେ ରହିଲେ । ଏ ଭପକ୍ଷରେ ପ୍ରଧାନ ଶୀସନକର୍ତ୍ତାଙ୍କ ମନ ମଧ୍ୟରେ ପ୍ରକୃତ ପୃଙ୍କ ଦୋଷ ଉଦୟ ହେଦାର, ସପୀଡାରେ ତାଙ୍କ ଘର ଓ ମୁଖମଣ୍ଡଳ ସ୍ନାନ ହେ । ପରିଶେଷରେ ସେ ବର୍ ଶୂଳ ଗସୋନପୁସଂକ ପର ବ୍ୟଶଙ୍କ ପାଣ୍ଡ ରେ ଦଣ୍ଡାୟମାନ ହୋଇ ବିକ୍ଷୋଭ ଶିରେ ତାଙ୍କ ସହଯୋଗୀ ବସ୍ତୁ ଭପଣ୍ଡମାନଙ୍କୁ ଉଦ୍ଧଲେ, ହେ ସହଯୋଗିଗଣ , ସସାଛି ପରମେଶ୍ୱରଙ୍କର ଜମା ପୃଷ୍ଠା:Prabodha Chandrika (1856).pdf/୧୪୭ ପୃଷ୍ଠା:Prabodha Chandrika (1856).pdf/୧୪୮ ପୃଷ୍ଠା:Prabodha Chandrika (1856).pdf/୧୪୯ ପୃଷ୍ଠା:Prabodha Chandrika (1856).pdf/୧୫୦ ପୃଷ୍ଠା:Prabodha Chandrika (1856).pdf/୧୫୧ ପୃଷ୍ଠା:Prabodha Chandrika (1856).pdf/୧୫୨ ପୃଷ୍ଠା:Prabodha Chandrika (1856).pdf/୧୫୩ ପୃଷ୍ଠା:Prabodha Chandrika (1856).pdf/୧୫୪ ସମାଚାର ପତ୍ରିକା

ଅଣା ନଅ ପାହି ବାକୀ ରାଜସ୍ୱ ନିମନ୍ତେ ବ‌ୟେଡ଼ ସାହେବଙ୍କର ଆଠ ସ‌ହସ୍ର ମୁଦ୍ରା ମୁଲ୍ୟର ଏକ ସ୍ଥାବର ସମ୍ପତ୍ତି ବିକ୍ରୟ ହୋଇଅଛି ଆଲୀପୁରର କଲେକ୍ଟର ସାହେବ ତାହା ନୀଲାମ କରିଅଛନ୍ତି ।

ଇଙ୍ଗରେଜୀ ୧୬୯୩ ସାଲ ୧୪ ଆଇନ ଏବଂ ଅନ୍ୟାନ୍ୟ ସାଲର ଯେଉଁ ଯେଉଁ ଆଇନାନୁସାରେ ନୀଲାମର ପୂର୍ବ ବାକୀଦାରଠାଋ ବାକୀ ଖାଜଣା ତଲବ କରିବାକୁ ହୁଏ ଅଥଚ ନୀଲାମ ପୂର୍ବରେ ବିଜ୍ଞାପନ ପ୍ରକାଶ କରାଯାଏ, କଲେକ୍ଟର ସାହେବ ତାହା ନ କରି ଅବଧିପୂର୍ବକ ନୀଲାମ କରିଅଛନ୍ତି, ଏଥିରେ ବୟେଡ଼ ସାହେବ ବିଜ୍ଞବର କମିଶନର ଗ୍ରୋଟ ସାହେବଙ୍କ ନିକଟରେ ଆପୀଲ କରିବାଋ କମିଶନର ସାହେବ ମକଦ୍ଦମାର ଆଦ୍ୟନ୍ତ ଦୃଷ୍ଟିକରି ସେ ବିକ୍ରୟ ଅସିଦ୍ଧ କରିବାର ଆଜ୍ଞା ପ୍ରଦାନ କରିଥିଲେ, ପରିଶେଷରେ ଉକ୍ତ ବିଷୟ ରେବିନିଉ ବୋର୍ଡ଼ରେ ଉପସ୍ଥିତ ହେଲାଋ ସେଠାର ପ୍ରଧାନ ମେମ୍ବର ଶ୍ରୀଯୁକ୍ତ ଡ଼ନବାର ସାହେବ କମିଶନର ସାହେବଙ୍କ ଆଦେଶ ଦୃଢ଼ତର ରଖିଲେ, କିନ୍ତୁ ବୟେଡ଼ ସାହେବଙ୍କ ସମୟ ଦୋଷରେ ବୋର୍ଡ଼ର ଅନ୍ୟ ଦୁଇ ଜଣ ଅର୍ଥାତ୍ ଡ଼ାମ୍ପୀୟର ସାହେବ ଓ ଇଷ୍ଟାନଫୋର୍ଥ ସାହେବ କ‌ହନ୍ତି, କଲିକତା ଓ ତ‌ତ୍ପାର୍ଶ୍ୱ ବର୍ତ୍ତି ସକଳ ସ୍ଥାନର ରାଜସ୍ୱ ଆଦାୟ ନିମନ୍ତେ ଯେଉଁ ବିଧାନ ହୋଇଥିଲା ତ‌ତ୍ପର୍ବ ଚଳିତ ଆଇନାନୁସାରେ ଆଲୀପୁର କଲେକ୍ଟର ସାହେବଙ୍କ ନୀଲାମ ନ୍ୟାଯ୍ୟ ନୀଲାମ ଅଟେ, ରେବିନିଉ ବୋର୍ଡ଼ର ପ୍ରଧାନମାନଙ୍କ ମଧ୍ୟରେ କି ହୃଦୟ ଭେଦ ଉପସ୍ଥିତ ହୋଇଅଛି?

ବୋର୍ଡ଼ର ପ୍ରଧାନ ମେମ୍ବର ଯେଉଁ କର୍ମ କରିବେ ତଦ୍ବିଋଦ୍ଧରେ ମତ ଚଳାଇବା ନିମନ୍ତେ ଅନ୍ୟମାନେ ପ୍ରତିଜ୍ଞା କରିଅଛନ୍ତି, ବାସ୍ତବ ରାଜପୁଋଷମାନଙ୍କ ମଧ୍ୟରେ ଏଋପ ମତଦ୍ୱୈଧ ହେଲେ ଅବିଚାରକୁ ବିଚାର ବୋଲିବାକୁ ହେବ, ଅତଏବ ବିଚାରପତିମାନେ ପ୍ରଜାବର୍ଗର ଉପସର୍ଗ ହୋଇ ଉଠିବେ, ବର୍ତ୍ତମାନ ବୟେଡ଼ ସାହେବ ଲେପ୍‌ଟେନେଣ୍ଟ ସାହେବଙ୍କ ସନ୍ନିଧାନରେ ଆପୀଲ କରିଅଛନ୍ତି ସେ କି ଗବର୍ଣ୍ଣମେଣ୍ଟର ପୁରାତନ ବିଶ୍ୱାସୀ ଚାକର ଉପରେ ଅନୁଗ୍ରହ କରିବେ ନାହିଁ ?

ପୋଲୀସ କାର୍ଯ୍ୟର ନବୀନ ବିଧାନ ହୋଇଅଛି ନବେମ୍ବର ମାସ ପ୍ରଥମ ଦିବସଠାଋ ପୁରାତନ ବିଧାନ ପରିବର୍ତ୍ତରେ ନୁତନ ବିଧାନ ପ୍ରଚଳିତ ହେବ । ବର୍ତ୍ତମାନ ଋଷନରେନ୍ଦ୍ର ରାଜଟୀକା ଗ୍ରହଣାନ୍ତେ ପ୍ରଜାମାନଙ୍କୁ ଯେଋପ ସୁଶାସନରେ ରକ୍ଷା କ‌ଋଅଛନ୍ତି ତାହା ଯଥାର୍ଥ ରାଜବଂଶର କର୍ମ ହେଉଅଛି, ସେଇ ଭୂପାଳ ସ୍ୱୟଂ ବକ୍ତ‌ତା ଦ୍ୱାରା ପ୍ରଜାମାନଙ୍କୁ ବିବିଧ ପ୍ରକାରରେ ଉତ୍ସାହ ପ୍ରଦାନ କ‌ଋଅଛନ୍ତି, ଏବଂ ସୈନ୍ୟ ସମ୍ବନ୍ଧୀୟ ବ‌ହୁଳ ପ୍ରଜାଙ୍କୁ ଚାରି ବର୍ଷ ନିମନ୍ତେ ଅବସର ଦେଇଅଛନ୍ତି, ଋଷନରେନ୍ଦ୍ରଙ୍କର ଏହିଋପ ସବ୍ଦ୍ୟ‌ବ‌ହାର ଦେଖି ରାଜ୍ୟସ୍ଥ ସମସ୍ତେ ତାଙ୍କର ବଶୀଭୁତ ହୋଇଅଛନ୍ତି, ସମ୍ପ୍ରତି ଋଷିୟାନମାନଙ୍କର ଦଶଲକ୍ଷ ସୈନ୍ୟ ଅଛନ୍ତି ଆଗାମିରେ ଯଦ୍ୟପି ବିଗ୍ରହାଦି ନୋହିବ ତେବେ ରାଜ୍ୟ ରକ୍ଷାର୍ଥ କେତେକ ସୈନ୍ୟ ରଖି ବାକି ସମସ୍ତଙ୍କୁ ବିଦାୟ ଦେବେ ଋଷରାଜ ଯେତେବେଳେ ରାଜଟୀକା ଗ୍ରହଣ କଲାମାତ୍ର ପ୍ରଜାବର୍ଗଠାରେ ଏହିଋପ ସଦ୍ଦ୍ୟବ‌ହାର ପ୍ରକାଶ କ‌ଋଅଛନ୍ତି ତେତେବେଳେ ଭବିଷ୍ୟତରେ ପ୍ରଜାମାନେ ତାଙ୍କ ରାଜତ୍ୱରେ ଅବଶ୍ୟ ସୁଖଭୋଗ କରିବେ, ବିଶେଷତଃ ସେ ଯେମନ୍ତ ଦୟାବାନ୍ ସେଥିରେ ପ୍ରଜାମାନେ ସୁଖରେ ରହିବେ ସନ୍ଦେହ କି ?

ମଫସଲୀ ପୋଲିସ ଆମଲାମାନଙ୍କୁ ସେମାନଙ୍କ ଭାରକର୍ମ ସମ୍ପନ୍ନ କରିବା ଉପଦେଶଧାରକ ଏକ ୧ ଖଣ୍ତ ଆଇନ ଦେବା ସକାଶାତ୍ ମନ୍ଦ୍ରାଜର ଗବର୍ଣ୍ଣମେଣ୍ଟ ଆଜ୍ଞା ପ୍ରଦାନ କରିଅଛନ୍ତି, ଏହି ପ୍ରକାର ଆଜ୍ଞାରେ ଭାରତବର୍ଷୀୟ ପ୍ରତିଜିଲାରେ ତାହା ପ୍ରଦାନ ହେବ, ଅତଏବ ମାଜିଷ୍ଟ୍ରେଟ ସାହେବମାନ‌ଙ୍କର ଉଚିତ ହେବ କି, ବାର୍ଷିକ ବନ୍ଦୋବସ୍ତ ସମୟରେ ମଫଃସଲର ପୋଲୀସ ଆମଲାମାନେ ଆପଣା ୨ କର୍ତ୍ତବ୍ୟ କର୍ମରେ କି ପ୍ରକାର ପାରଦର୍ଶିତା ପ୍ରକାଶ କ‌ଋଅଛନ୍ତି ତାହା ନିଶ୍ଚୟ କରିବେ, ଏଥିଋ ବୋଧ ହୁଏ କି, ଏ ସମ୍ବାଦ କର୍ଣ୍ଣ‌ଗୋଚର ହେଲାକ୍ଷଣି ଯେଉଁ ସକଳ ପୋଲୀସ କର୍ମକାରିମାନେ ସ୍ୱୀୟ ୨ କର୍ମରେ ଅଜ୍ଞ ଅଛନ୍ତି ସେମାନେ କର୍ମଚ୍ୟୁତ ହେବା ଶଙ୍କାରେ ଉତ୍ତମ‌ଋପରେ ସୁଶିକ୍ଷିତ ହେବାର ଚେଷ୍ଟା କରିବେ ।

ଶ୍ରୀଯୁତ କୋର୍ଟ ଡୈରେକ୍ଟର୍ସ ସାହେବମାନେ ବଙ୍ଗଳାଦେଶର ଶ୍ରୀଯୁତ ଲେପ୍‌ଟେନେଣ୍ଟ ଗବର୍ଣ୍ଣର ସାହେବଙ୍କଠାଋ ତାଙ୍କ ଅଧୀନ ଦେଶୀୟ ଡେପୁଟୀ କଲେକ୍ଟରମାନଙ୍କ ମଧ୍ୟରେ କେଉଁମାନେ ଅଧିକ ଯୋଗ୍ୟ ଓ ସୁଖ୍ୟାତ ଅଟନ୍ତି ସେମାନଙ୍କ ନାମ ତଲବ କରିବାରେ ଶ୍ରୀଯୁତ ଲେପଟେନେଣ୍ଟ ବାହାଦୁର ନିମ୍ନ ନିର୍ଦ୍ଦିଷ୍ଟ ବ୍ୟକ୍ତିମାନଙ୍କ ନାମ ଲେଖି ପଠାଇ ଅଛନ୍ତି । ଅର୍ଥାତ୍ , ଶ୍ରୀଯୁତ ବାବୁ ପ୍ରସନ୍ନ କୁମାର ଠାକୁର ।

ହରଚନ୍ଦ୍ର ଘୋଷ ।

ରାମ‌ପ୍ରସାଦ ରାୟ ।

କିଶୋରୀଚାନ୍ଦ ମିତ୍ର ।

କ୍ଷେତ୍ରମୋହନ ଚାଟୁର୍ଯା ।

ଗୋବିନ୍ଦଚନ୍ଦ୍ର ଦତ୍ତ ।

କଲିକତା ନ‌ଗରୀୟ କୃଷ୍ଣବଗାନଠାରେ ଅନେକ ଧୋବା ବାସ କରନ୍ତି ସେମାନେ ଦେଖିଲେ ମୋଟିୟା ମଜୁର ପର୍ଯ୍ୟନ୍ତ ସମସ୍ତେ ସ୍ୱ ସ୍ୱ କର୍ମରେ ଦ୍ୱିଗୁଣ ତ୍ରିଗୁଣ ବେତନ ନେଉଅଛନ୍ତି ଏହି କାରଣ ଜ୍ଞାତି ବନ୍ଧୁଗଣଙ୍କୁ ଆବାହନପୂର୍ବକ ଏକ ସଭା କରିଥିଲେ, ତ‌ହିଁରେ ପ୍ରାମାଣିକ ଧୋବାମାନେ ବକ୍ତ‌ତା କରି ସକଳ ଧୋବାମାନଙ୍କୁ କ‌ହିଲେ ବର୍ତ୍ତମାନ ଟଙ୍କାକର ଚାଉଳ ଦୁଇ ଟଙ୍କା ବିକ୍ରୟ ହେଉଅଛି, ପଇସାକର ମାଛ ଦୁଇ ପଇସାରେ ବିକ୍ରୟ ହେଉଅଛି, ମୋଟିୟାମାନେ ମୋଟ ନେଇ ଯେଉଁ ସ୍ଥାନ‌କୁ ଏକ ପଇସାରେ ଯାଉଥିଲେ ଦୁଇ ପଇସା ନ ପାଇଲେ ସେ ସ୍ଥାନ‌କୁ ଯାଉନାହାନ୍ତି, ଆମ୍ଭେ ପଇସାକର ହାଣ୍ତୀ ଦୁଇ ପଇସା ନ ଦେଲେ ପାଉ ନାହୁଁ ପୂର୍ବରେ ଟଙ୍କାକୁ ଛମ‌ହଣ କାଷ୍ଠ ବିକ୍ରୟ ହେଉଥିଲା ଏବେ ତିନି ମହଣ‌ଋ ଅଧିକ ଦେଉ ନାହିଁ, ଏହିଋପେ ସକଳ ବିଷୟରେ ଦ୍ୱିଗୁଣ ଲାଭ ହେଉଅଛି, ତେବେ ଆମ୍ଭେମାନେ କିହେତୁଋ ଚିରକାଳ ଏକ ମୂଲ୍ୟରେ ରହିଥିବ ? ଅତଏବ ସମସ୍ତେ ପ୍ରତିଜ୍ଞା କର ଏକ ପଇସାରେ ଯେଉଂ ଲୁଗା କାଚୁଥିଲା ଦୁଇ ପଇସା ନ ପାଇଲେ ତାହା କାଚିବ ନାହିଁ ଏଥିରେ ସଭାସ୍ଥ ସମସ୍ତ ଧୋବାମାନେ ପ୍ରତିଜ୍ଞା କରି ଅଛନ୍ତି ଆଉ ଏକ ପଇସାରେ କାଚା ଖଣ୍ତେ ସୁଦ୍ଧା କଚା ହେବ ନାହିଁମ ଯେଉଂମାନେ ନ‌ଗଦ ପଇସା ଦେଇ ଲୁଗା କଚାଉଥିଲେ ସେମାନେ ଘୋର ବିପଦରେ ପଡ଼ି ଅଛନ୍ତି, ଧୋବାମାନେ ସେମାନଙ୍କ ଲୁଗା ନେଉ ନାହାନ୍ତି, ଦରିଦ୍ର ଲୋକେ ଦୁଇ ଚାରି ଖଣ୍ତ କଚାଇବାକୁ ଗଲେ ରଜକମାନେ କ‌ହନ୍ତି ପ୍ରତିଖଣ୍ତରେ ଦୁଇ ପଇସା ଆଗେ ରଖ ତେବେ ଲୁଗା ନେବୁଁ ନତୁବା ଚାଲିଯାଅ, ଆମ୍ଭେମାନେ ଆଉ ଲୁଗା କାଚିବା ବ୍ୟବସାୟ କରିବୁ ନାହିଁ, ସନ୍ତାନମାନଙ୍କୁ ପାଠଶାଳାରେ ଦେଇଅଛୁଁ ଲୁଗା ମୋଟ ବୋହିବା କର୍ମ ପରିତ୍ୟାଗ କଲୁଁ, ଏକେତ ଲୁଗା କଚାଇବା ନିମନ୍ତେ ଦରିଦ୍ର ଲୋକେ ଦୁଃଖ ପାଉଅଛନ୍ତି ପୁଣି ଧୋବାମାନେ ଲୁଗା କାଚିବୁ ନାହିଁ ବୋଲି ପ୍ରତିଜ୍ଞା କରିଅଛନ୍ତି, ଦେଶ ରକ୍ଷକ ଲେପ୍‌ଟେନେଣ୍ଟ ବାହାଦୁଇ ଦୁର୍ଜ୍ଜୟଲିଙ୍ଗ ସୁଡ଼ଙ୍ଗକୁ ତପସ୍ୟା କରିବାକୁ ଚାଲିଲେ ତେବେ ତେଦ୍ଦେଶୀୟ ଲୋକଙ୍କର ଉପାୟ କି ? ଲୁଗା କଚାଇବାର କି ହେବ ଏଥିର ଗୋଟାଏ ବନ୍ଦୋବସ୍ତ କରି ଯେମନ୍ତ ଦୁର୍ଜ୍ଜୟଲିଙ୍ଗ ଆଶ୍ରୟ କରନ୍ତୁ, ଏଥିଉତ୍ତାରୁ ନାପିତମାନେ ସୁଦ୍ଧା କ୍ଷୌରକର୍ମ ଦୂରୀଭୂତ କରି ଦେବେ ଅତଏବ ଦେଶ ରକ୍ଷକ ମହାଶୟ ଦେଶ ରକ୍ଷାର ଉପାୟ ଦେଖନ୍ତୁ ।

ଇଂଲିସ୍‌ମ୍ୟାନ ପତ୍ରରୁ ବିଦିତ ହେଲା କି, ଛୋଟ ନାଗପୁରର କମିଶନର ଶ୍ରୀଯୁକ୍ତ ଡବଲିଉ ଜେ, ଏଲେନ ସାହେବ ମୃତ ଡନବାର ସାହେବଙ୍କ ପଦରେ ନିଯୁକ୍ତ ହେବେ ।

ଶ୍ରୀଯୁକ୍ତ ଗବର୍ଣ୍ଣର ବାହାଦୁର ଅନୁଜ୍ଞା କରିଅଛନ୍ତି, ପାରସୀ‌ୟାନମାନଙ୍କର ଯେଉଂ ସବୁ ବାଣିଜ୍ୟ ଜାହାଜ ବର୍ତ୍ତମାନ ବ୍ରିଟିସାଧିକାରରେ ଅଛି ତ‌ହିଁର ନାବିକମାନେ ଅତିଶୀଘ୍ର ଦ୍ରବ୍ୟାଦି ବୋଝାଇ କରି ସ୍ୱଦେଶକୁ ଯାଉନ୍ତୁ, ଏଥିବାଦ ଆଉ କୌଣସି ଜାହାଜ ଇଙ୍ଗରାଜ ଅଧିକାରକୁ ଆସି ପାରିବ ନାହିଁ ।

ପଶ୍ଚିମ ପ୍ରଦେଶର ଲେପ୍‌ଟେନେଣ୍ଟ ଗବର୍ଣ୍ଣର ଅତିଶୀଘ୍ର ସ୍ୱୀୟପଡ଼ି ପରିତ୍ୟାଗ କରିବେ ଉକ୍ତ ପଦ ରିକ୍ତ ହେଲାରୁ ବୋର୍ଡର ପ୍ରଧାନ ମେମ୍ବର ଡନବାର ସାହେବ ଲେପ୍‌ଟେନେଣ୍ଟ ଗବର୍ଣ୍ଣରୀ ପଦାଭିଷିକ୍ତ ହୋଇଥାନ୍ତେ କିନ୍ତୁ କି ଆକ୍ଷେପର ବିଷୟ ! ଏମନ୍ତ ସମୟରେ ବିଜ୍ଞବର ସାହେବ ମାନବଲୀଳା ସମ୍ବରଣ କଲେ ।

ଇଂଲିସ୍‌ମ୍ୟାନ ପତ୍ରରୁ ପ୍ରକାଶ ହେଲା, ଗଣକ ଦେଶୀୟ ଗବର୍ଣ୍ଣମେଣ୍ଟ କୋଠୀରେ ବର୍ତ୍ତମାନ ଏକ ଆଶ୍ଚର୍ଯ୍ୟ ଚୋରୀ ହୋଇଅଛି ଗବର୍ଣ୍ଣର ବାହାଦୂରଙ୍କର ଜଣେ ପାଚକ କିୟତ୍ସଂଖ୍ୟକ ମୁଦ୍ର ସଞ୍ଚୟ କରି ଏକ ବାକ୍‌ସ ମଧ୍ୟରେ ରଖି ସେ ବାକ୍‌ସକୁ ବାଲିଶ ଭିତରେ ରଖିଥିଲା କୌଣସି ତସ୍ୱର ସେ ବାଲିଶ ଶ୍ରୀଯୁତ ବାବୁ ପ୍ରସନ୍ନ କୁମାର ଠାକୁର ।

ହରଚନ୍ଦ୍ର ଘୋଷ ।

ରାମ‌ପ୍ରସାଦ ରାୟ ।

କିଶୋରୀଚାନ୍ଦ ମିତ୍ର ।

କ୍ଷେତ୍ରମୋହନ ଚାଟୁର୍ଯ୍ୟ ।

ଗୋବିନ୍ଦଚନ୍ଦ୍ର ଦତ୍ତ ।

କଲିକତା ନ‌ଗରୀୟ କୃଷ୍ଣବଗାନଠାରେ ଅନେକ ଧୋବା ବାସ କରନ୍ତି ସେମାନେ ଦେଖିଲେ ମୋଟିୟା ମଜୁର ପର୍ଯ୍ୟନ୍ତ ସମସ୍ତେ ସ୍ୱ ୨ କର୍ମରେ ଦ୍ୱିଗୁଣ ତ୍ରିଗୁଣ ବେତନ ନେଉଅଛନ୍ତି ଏହି କାରଣ ଜ୍ଞାତି ବନ୍ଧୁଗଣଙ୍କୁ ଆବାହନପୂର୍ବକ ଏକ ସଭା କରିଥିଲେ, ତ‌ହିଁରେ ପ୍ରାମାଣିକ ଧୋବାମାନେ ବକ୍ତୃତା କରି ସକଳ ଧୋବାମାନଙ୍କୁ କ‌ହିଲେ ବର୍ତ୍ତମାନ ଟଙ୍କାକର ଚାଉଳ ଦୁଇ ଟଙ୍କା ବିକ୍ରୟ ହେଉଅଛି, ପଇସାକର ମାଛ ଦୁଇ ପଇସାରେ ବିକ୍ରୟ ହେଉଅଛି, ମୋଟିୟାମାନେ ମୋଟ ନେଇ ଯେଉଁ ସ୍ଥାନ‌କୁ ଏକ ପଇସାରେ ଯାଉଥିଲେ ଦୁଇ ପଇସା ନ ପାଇଲେ ସେ ସ୍ଥାନ‌କୁ ଯାଉନାହାନ୍ତି, ଆମ୍ଭେ ପଇସାକର ହାଣ୍ତୀ ଦୁଇ ପଇସା ନ ଦେଲେ ପାଉ ନାହୁଁ ପୂର୍ବରେ ଟଙ୍କାକୁ ଛମ‌ହଣ କାଷ୍ଠ ବିକ୍ରୟ ହେଉଥିଲା ଏବେ ତିନି ମ‌ହଣ‌ଋ ଅଧିକ ଦେଉ ନାହିଁ, ଏହିଋପ ସକଳ ବିଷୟରେ ଦ୍ୱିଗୁଣ ଲାଭ ହେଉଅଛି, ତେବେ ଆମ୍ଭେମାନେ କିହେତୁଋ ଚିରକାଳ ଏକ ମୂଲ୍ୟରେ ରହିଥିବ ? ଅତଏବ ସମସ୍ତେ ପ୍ରତିଜ୍ଞା କର ଏକ ପଇସାରେ ଯେଉଂ ଲୁଗା କାଚୁଥିଲ ଦୁଇ ପଇସା ନ ପାଇଲେ ତାହା କାଚିବ ନାହିଁ ଏଥିରେ ସଭାସ୍ଥ ସମସ୍ତ ଧୋବାମାନେ ପ୍ରତିଜ୍ଞା କରି ଅଛନ୍ତି ଆଉ ଏକ ପଇସାରେ କାଚା ଖଣ୍ତେ ସୁଦ୍ଧା କଚା ହେବ ନାହିଁ, ଯେଉଂମାନେ ନ‌ଗଦ ପଇସା ଦେଇ ଲୁଗା କଚାଉଥିଲେ ସେମାନେ ଘୋର ବିପଦରେ ପଡ଼ି ଅଛନ୍ତି, ଧୋବାମାନେ ସେମାନଙ୍କ ଲୁଗା ନେଉ ନାହାନ୍ତି, ଦରିଦ୍ର ଲୋକେ ଦୁଇ ଚାରି ଖଣ୍ତ କଚାଇବାକୁ ଗଲେ ରଜକମାନେ କ‌ହନ୍ତି ପ୍ରତିଖଣ୍ତରେ ଦୁଇ ପଇସା ଆଗେ ରଖ ତେବେ ଲୁଗା ନେବୁଁ ନତୁବା ଚାଲିଯାଅ, ଆମ୍ଭେମାନେ ଆଉ ଲୁଗା କାଚିବା ବ୍ୟବସାୟ କରିବୁ ନାହିଁ, ସନ୍ତାନମାନଙ୍କୁ ପାଠଶାଳାରେ ଦେଇଅଛୁଁ ଲୁଗା ମୋଟ ବୋହିବା କର୍ମ ପରିତ୍ୟାଗ କଲୁଁ, ଏକେତ ଲୁଗା କଚାଇବା ନିମନ୍ତେ ଦରିଦ୍ର ଲୋକେ ଦୁଃଖ ପାଉଅଛନ୍ତି ପୁଣି ଧୋବାମାନେ ଲୁଗା କାଚିବୁ ନାହିଁ ବୋଲି ପ୍ରତିଜ୍ଞା କରିଅଛନ୍ତି, ଦେଶ ରକ୍ଷକ ଲେପ୍‌ଟେନେଣ୍ଟ ବାହାଦୁର ଦୁର୍ଜ୍ଜୟଲିଙ୍ଗ ସୁଡ଼ଙ୍ଗକୁ ତପସ୍ୟା କରିବାକୁ ଚାଲିଲେ ତେବେ ଏତେଦ୍ଦେଶୀୟ ଲୋକଙ୍କର ଉପାୟ କି ? ଲୁଗା କଚାଇବାର କି ହେବେ ଏଥିର ଗୋଟାଏ ବନ୍ଦୋବସ୍ତ କରି ଯେମନ୍ତ ଦୁର୍ଜ୍ଜୟଲିଙ୍ଗ ଆଶ୍ରୟ କରନ୍ତୁ, ଏଥିଉତ୍ତାରୁ ନାପିତମାନେ ସୁଦ୍ଧା କ୍ଷୌରକର୍ମ ଦୂରୀଭୂତ କରି ଦେବେ ଅତଏବ ଦେଶ ରକ୍ଷକ ମହାଶୟ ଦେଶ ରକ୍ଷାର ଉପାୟ ଦେଖନ୍ତୁ ।

ଇଂଲିସ୍‌ମ୍ୟାନ ପତ୍ରରୁ ବିଦିତ ହେଲା କି, ଛୋଟ ନାଗପୁରର କମିଶନର ଶ୍ରୀଯୁକ୍ତ ଡ଼ବଲିଉ ଜେ, ଏଲେନ ସାହେବ ମୃତ ଡ଼ନବାର ସାହେବଙ୍କ ପଦରେ ନିଯୁକ୍ତ ହେବେ ।

ଶ୍ରୀଯୁକ୍ତ ଗବର୍ଣ୍ଣର ବାହାଦୁର ଅନୁଜ୍ଞା କରିଅଛନ୍ତି, ପାରସୀୟାନମାନଙ୍କର ଯେଉଂ ସବୁ ବାଣିଜ୍ୟ ଜାହାଜ ବର୍ତ୍ତମାନ ବ୍ରିଟିସାଧିକାରରେ ଅଛି ତ‌ହିଁର ନାବିକମାନେ ଅତିଶୀଘ୍ର ଦ୍ରବ୍ୟାଦି ବୋଝାଇ କରି ସ୍ୱଦେଶକୁ ଯାଉନ୍ତୁ, ଏଥିବାଦ ଆଉ କୌଣସି ଜାହାଜ ଇଙ୍ଗରାଜ ଅଧିକାରକୁ ଆସି ପାରିବ ନାହିଁ ।

ପଶ୍ଚିମ ପ୍ରଦେଶର ଲେପ୍‌ଟେନେଣ୍ଟ ଗବର୍ଣ୍ଣର ଅତିଶୀଘ୍ର ସ୍ୱୀୟପତି ପରିତ୍ୟାଗ କରିବେ ଉକ୍ତ ପଦ ରିକ୍ତ ହେଲାରୁ ବୋର୍ଡ଼ର ପ୍ରଧାନ ମେମ୍ବର ଡ଼ନବାର ସାହେବ ଲେପ୍‌ଟେନେଣ୍ଟ ଗବର୍ଣ୍ଣରୀ ପଦାଭିଷିକ୍ତ ହୋଇଥାନ୍ତେ କିନ୍ତୁ କି ଆକ୍ଷେପର ବିଷୟ ! ଏମନ୍ତ ସମୟରେ ବିଜ୍ଞବର ସାହେବ ମାନବଲୀଳା ସମ୍ବରଣ କଲେ ।

ଇଂଲିସ୍‌ମ୍ୟାନ ପତ୍ରରୁ ପ୍ରକାଶ ହେଲା, ଚଣକ ଦେଶୀୟ ଗବର୍ଣ୍ଣମେଣ୍ଟ କୋଠୀରେ ବର୍ତ୍ତମାନ ଏକ ଆଶ୍ଚର୍ଯ୍ୟ ଚୋରୀ ହୋଇଅଛି ଗବର୍ଣ୍ଣର ବାହାଦୁରଙ୍କର ଜଣେ ପାଚକ କିୟତ୍ସଂଖ୍ୟକ ମୁଦ୍ର ସଞ୍ଚୟ କରି ଏକ ବାକ୍‌ସ ମଧ୍ୟରେ ରଖି ସେ ବାକ୍‌ସକୁ ବାଲିଶ ଭିତରେ ରଖିଥିଲା କୌଣସି ତସ୍କର ସେ ବାଲିଶ

ପ୍ର:ଚ:୯ ଛିଣ୍ତାଇ ତନ୍ମଧ୍ୟସ୍ଥିତ ମୁଦ୍ରା ବାକ୍‌ସ ଅପ‌ହରଣ କରିଅଛି, ଏ ବିଷୟ ପ୍ରଚାର ହେବାରେ ଚବ୍‌ବିଶ ପରଗଣାର ମାଜିଷ୍ଟ୍ରେଟ ଶ୍ରୀଯୁତ ଫର୍ଗସନ ସାହେବ ଇଟାଲି ଥାନାର ଦାରୋଗା ଶ୍ରୀଯୁତ ବାବୁ ହେମଚନ୍ଦ୍ର କର ମହାଶୟଙ୍କୁ ଦସ୍ୟୁଧୃତ କରିବା ଭାର ଦେଇଥିଲେ, ସଂପ୍ରତି ଅବଗତ ହେଲା, କର ବାବୁ ଦସ୍ୟୁଧୃତ କରିବାରେ ଅସମର୍ଥ ହେବାଋ କଲିକତା ପୋଲିସର କର୍ମଚାରିମାନେ ବିଶେଷାନୁସନ୍ଧାନ ଦ୍ୱାରା ଦସ୍ୟୁଧୃତ କରିଅଛନ୍ତି । ସମାଚାର ପତ୍ରିକା

୧୨୬୪ ସାଲ ଧନୁ ମାସର ଉତ୍କଳ ପଞ୍ଜିକା ।

୧ ଧନୁ । ଶନିବାର ଦ୍ୱିତୀୟା ୨୫୨ । ଆଦ୍ରା ୨୩ । ୫୦ ମିଥୁନ ୬୦

ଶୁକ୍ଳ ୨୫ । ୪ ତ୍ୟିତିଳ ୧୩ । ୩୦ ରବୟଂଶ ୨୯୨୫ । ୧୦ ଦିନାର୍ଦ୍ଧ ୧୩। ୩୧ ମାସାଧିପତି ୨। ପ‌ହିଲୁ ଭୋଗ । ଦଗ୍ଧ ୨ ଦ ୪୨। ଡିସେମ୍ବର ୧୩ ତାରିଖ ।

୨ ଧନୁ । ରବିବାର ତୃତୀୟା ୪୦ । ପୁନବ୍ରସୁ ୨୩। ୧୦ ମିଥୁନ ୮ । ୨୦ ବ୍ରହ୍ମ ୨୧ । ୪୦ ବାଣିଜ୍ୟ ୧୧ । ୨୭ ରବ ସମାଚାର ପ୍ତରିକା

୧୦ ଧନୁ । ସୋମୋବାର ଦଶମୀ ୨ । ୪୭ ସ୍ୁଆତୀ ୫୮ । ୨୦ ତୁଳା ୬୦ ।
ଅତିଗନ୍ଡ ୧୪ । ୩୪ ବିଷ୍ଟି ୧ । ୪୭ ରବ୍ୟଂଶ ୮୩୭ । ୨୦
ପୃଷ୍ଠା:Prabodha Chandrika (1856).pdf/୧୬୪ ପୃଷ୍ଠା:Prabodha Chandrika (1856).pdf/୧୬୫ ପୃଷ୍ଠା:Prabodha Chandrika (1856).pdf/୧୬୬ ପୃଷ୍ଠା:Prabodha Chandrika (1856).pdf/୧୬୭