ପ୍ରାଚୀନ ଓଡ଼ିଆ କବିତା/କେବଣ ମୁନିକୁମର
ଦେଖଣା
ପ୍ରାଚୀନ ଓଡ଼ିଆ କବିତା (୧୫ଶ ଶତାବ୍ଦୀ) ଲେଖକ/କବି: କେବଣ ମୁନିକୁମର |
ସଂସ୍କୃତ 'ପର୍ଶୁରାମ ବ୍ୟାୟୋଗ' ନାଟକରୁ ଗୃହୀତ । ବ୍ୟାୟୋଗ ଏକ ପ୍ରକାର ନାଟକ ।[୧]ଦାକ୍ଷିଣାତ୍ୟର ଦେବରକୋଣ୍ଡାଠାରେ ବାହମନୀର ସୁଲତାନଙ୍କୁ ଖ୍ରୀଷ୍ଟାବ୍ଦ ୧୪୫୮ରେ ଗଜପତି କପିଳେନ୍ଦ୍ର ଦେବ ପରାସ୍ତ କରିଥିଲେ । ଏହି ଘଟଣାକୁ ଅବଲମ୍ବନ କରି ସ୍ମାରକ ସ୍ୱରୂପ ଏହି ନାଟକ ରଚନା କରିଥିଲେ । ସେ ସମୟରେ ତାଙ୍କ ଭଳି ବିସ୍ତୃତ ସାମ୍ରାଜ୍ୟ କାହାରି ନଥିଲା, ଏଣୁ ସେ ଏ ଯୁଗର ପର୍ଶୁରାମ ଭାବେ ନାଟକରେ ଦର୍ଶାଯାଇଛନ୍ତି । ଏହି ସଂସ୍କୃତ ନାଟକରେ ପଦଟିଏ ଓଡ଼ିଆରେ ଅଛି ଯାହା ତଳେ ଦିଆଯାଇଛି । ଏହି ନାଟକଟି ପୁରୀ ଜଗନ୍ନାଥ ମନ୍ଦିର ଭିତରେ ନୀଳାଦ୍ରି ମହୋତ୍ସବ ସମୟରେ ଗଜପତିଙ୍କ ଉପସ୍ଥିତିରେ ଅଭିନୀତ ହୋଇଥିଲା ।[୨] |
'କେବଣ ମୁନିକୁମର'
କପିଳେନ୍ଦ୍ର ଦେବ
କେବଣ ମୁନିକୁମର ପରଶୁ ଦକ୍ଷିଣ କର
ବାମେଣ ଶୋହେ ଧନୁଶର ନା ।
କୋପେଣ ବୋଲାଇ ବୀର ତ ତୁ ସେ ମୋ ବଧିଲୁ ତାତ
ଆଜ ତୋର ଛେଦିବଇ ମାଥ ନା ।
ଶୁଣ ରାଜନ ହୋ, କିଏ ତୋର ରାଜ୍ୟେ ବ୍ରହ୍ମ ବଧେ ନା ।
ଏ ତୋର ଚନ୍ଦ୍ରବଦନ ମେଘେ କି ଢାଙ୍କିଲା ଜହ୍ନ
ତାହା ଦେଖି ବିକଳ ମୋ ମନ ନା ।
ଆବର ଦେଖଇ ଅରଷ୍ଟି ରାଜ୍ୟେ ତୋ ରୁଧିର ବୃଷ୍ଟି
ପୁର ବେଢ଼ି ରୋଦନ୍ତି ଶୃଗାଳ ନା ।
('ପର୍ଶୁରାମ ବ୍ୟାୟୋଗ' ସଂସ୍କୃତ ନାଟକରୁ ଗୃହୀତ)