ପ୍ରାଚୀନ ଓଡ଼ିଆ କବିତା/ବାଇ ମନରେ ବସି ଅବନା ବନ
ଦେଖଣା
ପ୍ରାଚୀନ ଓଡ଼ିଆ କବିତା (୧୫ଶ ଶତାବ୍ଦୀ) ଲେଖକ/କବି: ବାଇ ମନରେ ବସି ଅବନା ବନ |
(୫)
ବାଇ ମନରେ, ବସି ଅବନା ବନ ।
ଅବନା ବନିଲେ ଅମାପ ମାପିବୁ, ବିଦ୍ୟାରେ ତୋର ହୋଇବ ଧନ୍ୟ ।
ଅମାସ୍ୟା ନିଶିରେ ଷୋଳ କଳା ଚନ୍ଦ୍ର, ସର୍ବଦା ନିଶିରେ ଚନ୍ଦ୍ର ଦର୍ଶନ
ଅହର୍ନିଶ ଯହିଁ ପ୍ରଦୀପ ଜଳଇ, ଦୀପ ତେଜେ ଅଣଚାଶ ପବନ ।
ଅଣାକାର ଘରେ ନାମ ସଂକୀର୍ତ୍ତନ, ଶବଦରେ ନାହିଁ ହରି ଭଜନ
ଶହେ ଛୁଆ ଘେନି ହରିଣୀ ଶୋଇଛି, ବ୍ୟାଘ୍ର ଆଣି ତାକୁ ଦିଏ ଭୋଜନ ।
ନିର୍ଝର କନ୍ଦରେ ପହଁରୁଛି ହଂସ, ଅଥଳ ଜଳେ ହରିଣୀ ଆସନ
ଚାରିମେଘ ଘୋଟି କଲେ ଜଳ ବୃଷ୍ଟି, ମରୁଡ଼ିରେ କୃଷି ହେଲେ ଦହନ ।
ଶୂନ୍ୟରେ ଶୂନ୍ୟରେ ଦେଉଳ ହୋଇଛି, ଦେଉଳ ଗୋଟିକ ଜଳେ ନିର୍ମାଣ
ଏମନ୍ତ ଦେଉଳ ବିନ୍ଧାଣୀ ଗଢ଼ିଛି, ଅମୁଦା ଦେଉଳେ ଦିଅଁ ଦର୍ଶନ । ।୧୦।
ନିର୍ଦ୍ଧନର ଘର ବହି ନେଲେ ଚୋର, ବାଟରେ ବସି କରନ୍ତି ରୋଦନ
ଧରାଗଲେ ଚୋର ହୋଇବ ଅମର, କହଇ ଅଚ୍ୟୁତ ମୂଢ଼ ଅଜ୍ଞାନ ।