ଫୁଲ ବଉଳବେଣୀ
Jump to navigation
Jump to search
ଫୁଲ ବଉଳବେଣୀ[ସମ୍ପାଦନା]
(କୁଆଁର ପୁନେଇଁ ଜହ୍ନ ଗୋ ଫୁଲ ବଉଳବେଣୀ)[ସମ୍ପାଦନା]
କୁଆଁର ପୁନେଇଁ ଜହ୍ନ ଗୋ ଫୁଲ ବଉଳବେଣୀ
କୁଆଁରୀ ମାନେ ଯେ ପୁଚି ଖେଳୁଛନ୍ତି
ଝୁଣ୍ଟିଆ ଶବଦ ଶୁଣ ଗୋ ଫୁଲ ବଉଳବେଣୀ। (ଘୋଷା)
କଇଁଆ ଗଛର ଛାଇ ଗୋ ଫୁଲ ବଉଳବେଣୀ
କୃଷ୍ଣ ଯେତେବେଳେ ଜନମ ହୋଇଲେ
କୁଆଁ କୁଆଁ ରାବ ଦେଇ ଗୋ ଫୁଲ ବଉଳବେଣୀ।
ଯଶୋଦା ଦୁଃଖ ଶଙ୍ଖାଳି ଗୋ ଫୁଲ ବଉଳବେଣୀ
କେତେ କଉତୁକ ଗୋପ କଟକରେ
କରୁଛନ୍ତି ବନମାଳୀ ଗୋ ଫୁଲ ବଉଳବେଣୀ।
ସପତ ବରଷେ ଗିରି ଗୋ ଫୁଲ ବଉଳବେଣୀ
ଟେକି ନିଜ କରେ ଧରିବାରୁ ଗୋପେ
ନାମହେଲା ଗିରିଧାରୀ ଗୋ ଫୁଲ ବଉଳବେଣୀ।
ଦିବସେ ସୁନ୍ଦର ଖରା ଗୋ ଫୁଲ ବଉଳବେଣୀ
ନୀଳ ନଈ ଶୋଭା ରାତି ଅଧ ବେଳେ
ମୁକୁତା ବିଛାଡ଼େ ତାରା ଗୋ ଫୁଲ ବଉଳବେଣୀ।
ଦେଖ ତା ସୁନ୍ଦରପଣକୁ ଫୁଲ ବଉଳବେଣୀ
କେତେ ଯେ ସୁନ୍ଦର ହୋଇ ନଥିବେ ଟି
କୋଟି ଜୁହାର ତା ଗୁଣକୁ ଫୁଲ ବଉଳବେଣୀ।