ବର୍ଣ୍ଣବୋଧ

ଉଇକିପାଠାଗାର ରୁ
Jump to navigation Jump to search
ବର୍ଣ୍ଣବୋଧ (୧୯୦୧) 

ପ୍ରତି ପୁସ୍ତକର ମଲାଟରେ ଗ୍ରନ୍ଥକାରଙ୍କ ନାମର ମୋହର ଦିଆଯାଇଅଛି । ବର୍ଣ୍ଣବୋଧ

ଶ୍ରୀ ମଧୁସୂଦନ ରାଓ ପ୍ରଣୀତ


ଅଷ୍ଟମ ସଂସ୍କରଣ

Barnabodha (1901).pdf

Printed by B.P. Dan.
A the Arunoday Press
Cuttack
1901

ମୂଲ୍ୟ ଏକଅଣା

Barnabodha (1901).pdf

ବର୍ଣ୍ଣବୋଧ

ସ୍ୱରବର୍ଣ୍ଣ[ସମ୍ପାଦନା]

Barnabodha (1901).pdf

ପରୀକ୍ଷା[ସମ୍ପାଦନା]


 ବର୍ଣ୍ଣବୋଧ
 ବ୍ୟଞ୍ଜନବର୍ଣ୍ଣ।

ଡ଼ ଢ଼
ଁଁ

ବର୍ଣ୍ଣବୋଧ ।[ସମ୍ପାଦନା]

ପରୀକ୍ଷା ।[ସମ୍ପାଦନା]

ଢ଼
ଡ଼
ଁଁ
Barnabodha (1901).pdf

ବର୍ଣ୍ଣବୋଧ ।[ସମ୍ପାଦନା]

ଅଖ ଈଶ ଋଣ ଐଣ

ଆଣ ଉଇ ଌଌ ଓଟ

ଇହ ଊନ ଏକ ଔଷଧ

Barnabodha (1901).pdf

କର ଜଳ ତଟ ଫଳ ଲୟ

ଖଟ ଝର ଥର ବଡ ବଶ

ଗଛ ଘର ଦଶ ଭୟ ଶର

ଘଟ ଠକ ଧର ମନ ଚଷ

ଚକ ଡର ନବ ଯଶ ସଜ

ଛଣ ଢଗ ପଣ ରସ ହଳ



ଅଳସ ଦଶମ ସହଜ ଶୟନ

ଆସନ ଶକଟ ସରଳ ସମୟ

କଳସ ରଜକ ସଳଖ ସରସ

ବସନ ରଜତ ସକଳ ଔରସ

ବର୍ଣ୍ଣବୋଧ ।[ସମ୍ପାଦନା]

Barnabodha (1901).pdf

ବରଗଛ । ଅଖ ଆଣ । ଚକ ରଖ । ଢଗ କହ ।

ଶଠ ଜନ । ପଥର ଘର । ଶୟନ କର । କଳସ ଧର ।

ଆଠ ବରଷ ବୟସ । ଦଶଗଛ ପଣସ । ଶତଦଳ ସରସ ।

ଆକାର ବନା ।

କ ଆ କା । ଚ ଆ ଚା
ଖ ଆ ଖା । ଛ ଆ ଛା
ଗ ଆ ଗା । ଜ ଆ ଜା
ଘ ଆ ଘା । ଝ ଆ ଝା

ଟା ଠା ଡା ଢା ଣା ତା ଥା ଦା
ଧା ନା ପା ଫା ବା ଭା ମା ଯା
ରା ଳା ଶା ଷା ସା ହା

କାଉ ଚାଷ ଦୟା ଦାତା ତାରା
ଗାଈ ବାସ ମାୟା ମାତା ଧାରା
ବାଟ ବାର ସଭା ନାଶ ଭାଷା
ଘାଟ ମାସ ଶାଖା କାଶ ରାଜା

ରସନା ସାଧନା ପାଷାଣ ସମାନ ଶାସନ
ବାସନା ଯାତନା ସାହସ ସକାଳ କାରଣ


ଭସନା ସାଧନା ପାଷାଣ ସମାନ ଶାସନ
ବାସନା ଯାତନା ସାହସ ସକାଳ କାରଣ

Barnabodha (1901).pdf
Barnabodha (1901).pdf

ମାଛ ଭାସଇ ।
କଳାଛତା ଧର ।
ଯାଦବ ବସଇ ।
ଆକାଶର ତାରା ।
ପାହାଡର ତଳ ।
ଊମାଭାଇ ରାମ ।

ଜାହାଜ ଆସଇ ।
ଧାନ ଚାଷକର ।
ମାଧବ ହସଇ ।
ବରଷାର ଧାରା ।
ଭଲ ଝର ଜଳ ।
ଉଷାଭାଇ ଶାମ ।

Barnabodha (1901).pdf
ହ୍ରସ୍ୱ ଇକାର ବନା ।

  କି    ଚି
  ଖି    ଛି
  ଗି    ଜି
  ଘି    ଝି

ଟି ଠି ଡି ଢି ଣି ତି ଥି ଦି ଧି ନି ପି
ଫି ବି ଭି ମି ଯି ରି ଳି ଶି ଷି ସି ହି ।

ଦିନ ଶିବ ଗତି ମତି ମଣି
ରାତି ବିଷ ବିଧି ଜାତି ଖଣି
ହିମ ରବି ଗିରି ତିଥି ହରି
ପାଣି ଛବି ନିଧି ପତି ତରି
ହିବା ନିଶା ଋଷି ତିଳ ଲିପି

ଶିଶିର ଦିବସ ହରିଣ ମଳିନ ବିଷମ
ଅଶନି କିରଣ ବାଳିକା ମହିଷ କଠିନ
ବିଚାର ଅତିଥି ନିକଟ ମହିମା ବଧିର

Barnabodha (1901).pdf

ହରିଣ ନ ଦିଏ ଧରା ।
ଦଉଡ ନା ବଡ ଖରା ।
ଛବି ବହି କିଣି ଆଣ ।
ଭଲପାଣି କର ପାନ ।
ହରି ଖାଇବାର ନିଅ ।
ଭାତ ଡାଲି ଦହି ଘିଅ ।

ଭାଇ ଶିବ ନାରାୟଣ ।
ପଢ ଆଜି ରାମାୟଣ ।
ରାମର ସିତାର ଧରି ।
ବଜାଅ ବଜାଅ ହରି ।
ରାତି ପାହିଲାଣି ରାବଇ କାଉ ।
ଉଠ ଉଠ ମଠ ନ କର ଆଉ ।

ଦୀର୍ଘ ଈକାର ବନା ।

  କୀ    ଚୀ
  ଖୀ    ଛୀ
  ଗୀ    ଜୀ
  ଘୀ    ଝୀ

ଟୀ ଠୀ ଡୀ ଢୀ ଣୀ ତୀ ଥୀ ଦୀ ଧୀ ନୀ ପୀ
ଫୀ ବୀ ଭୀ ମୀ ଯୀ ରୀ ଳୀ ଶୀ ଷୀ ସୀ ହୀ ।

Barnabodha (1901).pdf

କୀଟ ନୀଳ ଦୀନ ରାଣୀ ନଦୀ
ଚୀତ ନୀର ହୀନ ରୀତି ଶଶୀ
ଧୀର ପୀତ ଶୀତ ଦାସୀ ସୀତା
ତୀର ପୀର ମୀନ ନୀତି ସତୀ
ଦୀପ ନାରୀ ପୀଡା ବୀଣା ଧନୀ
ବୀଜ ଲୀଳା ଫଣୀ ବାଣୀ ମୀନ

ଶରୀର ଧୀବର ଶୀତଳ ଜନନୀ ରଜନୀ
ସମୀର ନବୀନ ଗଭୀର ଭଗିନୀ ଧରଣୀ
ଯାମିନୀ ଅଧୀନ ଜୀବନ ରମଣୀ ତରଣୀ


ବର୍ଣ୍ଣବୋଧ[ସମ୍ପାଦନା]

ପାଇକ ସାଜିଲା, କାହାଳୀ ବାଜିଲା, ହାତୀ ଅଇଲା ଚାଲି ।
ଆସ ଆସ ଭାଇ, ଗୀତ ଗାଇ ଗାଇ, ଯିବା ନଦୀର ବାଲି ।

ହ୍ରସ୍ୱ ଉକାର ବନା ।[ସମ୍ପାଦନା]

କ ଉ କୁ । ଚ ଉ ଚୁ
ଖ ଉ ଖୁ । ଛ ଉ ଛୁ
ଗ ଉ ଗୁ । ଜ ଉ ଜୁ
ଘ ଉ ଘୁ । ଝ ଉ ଝୁ

ଟୁ ଠୁ ଡୁ ଢୁ ଣୁ ତୁ ଥୁ ଦୁ ଧୁ ନୁ ପୁ ଫୁ ବୁ ଭୁ ମୁ ଯୁ ରୁ ଳୁ ଶୁ ଷୁ ସୁ ହୁ ।

କୁଳ ଲଘୁ ଆୟୁ ଚାରୁ ସୁଧା
ସୁଖ ଗୁରୁ ବାୟୁ ଭୀରୁ ବିଧୁ
ପୁର ସରୁ ପଶୁ ଋଜୁ ତନୁ
ମୁଖ ସାଧୁ ଶିଶୁ ଋତୁ ତୁଷ
ଶୁଭ ମଧୁ ରୁଚି ରିପୁ ସୁନା
ଗୁଣ ଯଦୁ ଶୁଚି ବହୁ ବାହୁ
୧୦

ବର୍ଣ୍ଣବୋଧ[ସମ୍ପାଦନା]

କୁକୁର ବକୁଳ ଯୁବକ ସୁଶୀଳ ମାଧୁରୀ
ଅସୁର ମୁକୁଳ ପୁରୁଷ କୁଳୀନ ଚାତୁରୀ
ଚତୁର କୁସୁମ କୁଶଳ ମଧୁର ମୁରଲୀ
ଭାଲୁଟା ଅନାଇଛି ।
କୁକୁର ଦଉଡୁ ଅଛି ।
ବିଲୁଆ ବଡ ଚତୁର ।
ପଇଡ ବଡ ମଧୁର ।
ପିଲାଟି ବଡ ଆତୁର ।
ବଉଳ ଫୁଲର ବାସ,
ଚହଟଇ ଚଉପାଶ ।
ଦୀପ ଲଗାଇ ଦିଅ ।
ଦୁଇପଲ ଗାଇ ଦିଆ ।

ଦୀର୍ଘ ଊକାର ବନା ।[ସମ୍ପାଦନା]

କ ଊ କୂ । ଚ ଊ ଚୂ
ଖ ଊ ଖୂ । ଛ ଊ ଛୂ
ଗ ଊ ଗୂ । ଜ ଊ ଜୂ
ଘ ଊ ଘୂ । ଝ ଊ ଝୂ

ଟୂ ଠୂ ଡୂ ଢୂ ଣୂ ତୂ ଥୂ ଦୂ ଧୂ ନୂ ପୂ
ଫୂ ବୂ ଭୂ ମୁ ଯୂ ରୂ ଳୂ ଶୂ ଷୂ ସୂ ହୂ ।

କୂପ ଦୂତ ଧୂମ ପୂଜା ମୂଳ
ଧୂପ ଭୂତ ଭୂମି ଚୂଡା ଶୂଳ
ରୂପ ଗୂଢ ଲୂକ ଯୂଥ ଶୂର
ଭୂପ ମୂଢ ଧୂଳି ଯୂଷ ଦୂର ୧୧

ବର୍ଣ୍ଣବୋଧ ।[ସମ୍ପାଦନା]

ଶୂକର ଅକୂଳ ନୂପୁର ମୂଷିକ ନୂତନ
ବଗୂତଳ ଦୁକୂଳ ଭୂଷଣ ସମୂହ ମୟୂର

ଆଇଲାଣି ବିଲାଇ ।
ମୂଷା ଯିବ ପଳାଇ ।
ମୟୂର ନାଚଇ । ସପୂରି ପାଚଇ । କୂପଜଳ ସୁଶୀତଳ ।
ଦୂରବାଟ । ନୂଆହାଟ । ନଦୀକୂଳ । ତରୁମୂଳ ।
ନୂତନ ବାଳକ ବାଳିକା । କୁମୂଦ କୁସୂମ ମାଳିକା ।
ସୁନା ରୂପା ଅଛି ଯାର । ବହୁତ ଭାବନା ତାର ।

ଋକାର ବନା ।[ସମ୍ପାଦନା]

କ ଋ କୃ । ଚ ଋ ଚୃ
ଖ ଋ ଖୃ । ଛ ଋ ଛୃ
ଗ ଋ ଗୃ । ଜ ଋ ଜୃ
ଘ ଋ ଘୃ । ଝ ଋ ଝୃ
ଟୃ ଠୃ ଡୃ ଢୃ ତୃ ଥୃ ଦୃ ଧୃ ନୃ ପୃ ଫୃ
ବୃ ଭୃ ମୃ ଯୃ ଶୃ ଷୃ ସୃ ହୃ ।
କୃଶ ମୃଗ ଗୃହ ତୃଷା କୃଷି
ବୃଷ ତୃଣ ଘୃତ ବୃଥା କୃମି
ନୃପତି ପୃଥିବୀ ମୃଣାଳ କୃଷକ ଶୃଗାଳ
ଈଦୃଶ କୀଦୃଶ ସଦୃଶ ଯାଦୃଶ ତାଦୃଶ ୧୨

ବର୍ଣ୍ଣବୋଧ ।[ସମ୍ପାଦନା]

ଧଳାବୃଷ ବୁଲୁଅଛି । କଳମୃଗ ଜଳ ପିଉଅଛି । କୃଷକ ଘରଣୀ
ଗୃହ ଲିପୁଆଛି । ଗାଈକୁ ତୃଣ ଦିଅ ।

[ସମ୍ପାଦନା]

କୃଷିକାରୀ ହିତକାରୀ ଅଟେ ପୃଥିବୀର ।
କୃଷିକରି ପାଳୁଅଛି ମାନବ ଶରୀର ।

ଏକାର ବନା ।[ସମ୍ପାଦନା]

କ ଏ କେ । ଚ ଏ ଚେ
ଖ ଏ ଖେ । ଛ ଏ ଛେ
ଗ ଏ ଗେ । ଜ ଏ ଜେ
ଘ ଏ ଘେ । ଝ ଏ ଝେ
ଟେ ଠେ ଡେ ଢେ ଣେ ତେ ଥେ ଦେ ଧେ ନେ ପେ ଫେ
ବେ ଭେ ମେ ଯେ ରେ ଳେ ଶେ ଷେ ସେ ହେ । ୧୩

ବର୍ଣ୍ଣବୋଧ ।[ସମ୍ପାଦନା]

କେଶ ମେଷ ଲେଶ ରେଣୁ ସେବା
ବେଶ ଶେଷ ଦେଶ ବେଣୁ ସେନା
ମେଘ ରେଖା ବେଣୀ ସେତୁ ଧେନୁ
ତେଜ ଲେଖା ଶେଣୀ ହେତୁ ମେରୁ
ଆଦେଶ ବିଦେଶ କେଶବ କେଶର ଗଣେଶ
ଅଶେଷ ବିଶେଷ ସେବକ ନିଷେଧ ସୁରେଶ

[ସମ୍ପାଦନା]

ଛେଳିଛୁଆଟିକି ଦେଖ । ମେଷଛୁଆଟିକି ରଖ । ଗାଡିରେ ଲଗାଅ
ଅଖ । ପାକଲାବେଲକୁ ଚାଖ । ଅଡିଆତେଲ ଲଗାଅ । କେଶବର ଲୁଗା
ମଗାଅ । ଲେଖାପଢାରେ ଦିଅ ମନ । ହେଳା ନ କର ଶିଶୁଗଣ ।
ଖେଳା କର ହେ ପଢା ସାରି । ଦେଖିବ ଆସ ଶୁଆ ସାରୀ ।

[ସମ୍ପାଦନା]

ଐକାର ବନା । କ ଐ କୈ । ଚ ଐ ଚୈ
ଖ ଐ ଖୈ । ଛ ଐ ଛୈ
ଗ ଐ ଗୈ । ଜ ଐ ଜୈ
ଘ ଐ ଘୈ । ଝ ଐ ଝୈ
୧୪

ବର୍ଣ୍ଣବୋଧ ।[ସମ୍ପାଦନା]

ଟୈ ଠୈ ଡୈ ଢୈ ଣୈ ତୈ ଥୈ ଦୈ ଧୈ ନୈ ପୈ ଫୈ
ବୈ ଭୈ ମୈ ଯୈ ରୈ ଳୈ ଶୈ ଷୈ ସୈ କୈ ।
ତୈଳ ଦୈବ ହୈମ ବୈଧ
ଶୈଳ ଶୈବ ନୈଶ ବୈର
ଶୈଶବ ସୈକତ ବୈଶାଖ ଶୈବାଳ
କୈଳାସ ସୈନିକ ଭୈଭବ କୈରବ

[ସମ୍ପାଦନା]

ମଥାରେ ତୈଳ ଲଗାଅ । ଛେଳି ଶୈଳ ଉପରେ ଚରୁଅଛି । କୈଳା-
ସର ଶୈଶବକାଳରେ ତାହାର ପିତା ମରିଗଲେ । ଭୈରଭ ଛତା ଧରିଅଛି ।
ବୈଶାଖ ମାସେ ବଡ ଖରା । ଅତି ତପତ ହୁଏ ଧରା ।


ଓକାର ବନା ।[ସମ୍ପାଦନା]

କ ଓ କୋ । ଚ ଓ ଚୋ
ଖ ଓ ଖୋ । ଛ ଓ ଛୋ
ଗ ଓ ଗୋ । ଜ ଓ ଜୋ
ଘ ଓ ଘୋ । ଝ ଓ ଝୋ
୧୫

ବର୍ଣ୍ଣବୋଧ ।[ସମ୍ପାଦନା]

ଟୋ ଠୋ ଡୋ ଢୋ ଣୋ ତୋ ଥୋ ଦୋ ଧୋ ନୋ ପୋ
ଫୋ ବୋ ଭୋ ମୋ ଯୋ ରୋ ଳୋ ବୋ ଶୋ ଷୋ ହୋ
ଲୋକ ରୋଗ ଦୋଷ ଯୋଗ ସୋମ
ଶୋକ ଭୋଗ ରୋଷ ଘୋର ହୋମ
ଲୋଚନ କପୋତ ଗୋକୁଳ ଯୋଜକ ଭୋଜନ
ମୋଚନ କପୋଳ ଗୋଧୂମ ମୋଦକ ରୋଦନ

[ସମ୍ପାଦନା]

ଘୋଡା ଦେଖ । ଭୋଜନ କର । ରୋଦନ କର । ଢୋଲ
ବାଜଇ । ରାମ ମ କୋଳରେ ବସି ଝୁଲୁଅଛି । ରୋଷ ଛାଡ । ମନକୁ
ତୋଷ କର । ଗୋଲାପଫୁଲ ନିଅ । ଗୋପାଳ ସୁବୋଧ ବାଳକ ଅଟେ ।
ଗୋରୁ ଖାଉଅଛି କୋମଳ ଘାସ । ଗୋପୀଜେନା ଚାଷୀ କରୁଛି ଚାଷ ।
ମଧୁର ବିନୟ ବଚନ । କହି ତୋଷିବ ଜନମନ ।

ଔକାର ବନା ।[ସମ୍ପାଦନା]

କ ଔ କୌ । ଗ ଔ ଗୌ
ଖ ଔ ଖୌ । ଘ ଔ ଘୌ
୧୬

ବର୍ଣ୍ଣବୋଧ ।[ସମ୍ପାଦନା]

ଚୌ ଛୌ ଜୌ ଝୌ ଟୌ ଠୌ ଡୌ ଢୌ ଣୌ ତୌ ଥୌ
ଦୌ ଧୌ ନୌ ପୌ ଫୌ ବୌ ଭୌ ମୌ ଯୌ ରୌ ଳୌ
ଶୌ ଷୌ ସୌ ହୌ ।
ପୌଷ ସୌଧ ଗୌର ସୌରି ଲୌହ
ଶୌଚ ଧୌଚ ସୌର ଗୌରୀ ନୌକା
ଗୌରବ କୌତୁକ ଯୌବନ କୌଶଳ କୌରବ
ସୌରଭ ଯୌତୁକ ପୌରୁଷ କୌପୀନ ପୌରବ
ତୌଲ କର । ନୌକା ଧର । ଲୌହ ଗୋଟିଏ ଧାତୁ । ସେଥିରୁ
ଛୁରୀ, କଟୁରି, ଦାଆ, କୋଡି ଆଦି ହୋଇଅଛି । ନଅ ଗୌଣୀ ଧାନରୁ
ଚାରି ଗୌଣୀ ଚାଉଳ ବାହାରିଲା । ଗୌରୀ ବାପଘରୁ ବହୁତ ଯୌତୁକ
ଆଣିଅଛି ।
ପୌଷମାସରେ ବଡ ଶୀତ । ସକାଳୁ ବୁଲା ବଡ ହିତ ।
୧୭

ବର୍ଣ୍ଣବୋଧ ।[ସମ୍ପାଦନା]

ବିବିଧ ପାଠ ।[ସମ୍ପାଦନା]

ଶିଖା ଘୃଣା ସୀମା ରାଶି କାଶୀ
ଶୋଭା କୃପା ହାନି ଯୂଥ ସୁଖୀ
କୋକିଳ ଷୋଡଶ ମୋହିନୀ ଏକାକୀ ପିପାସା
ଆକୃତି ସୋପାନ ଦୟାଳୁ ମେଧାବୀ ନିଷେଧ
ବର ଗଛ ମହୁ ମାଛି ଧଳା ବୃଷ ଆଷାଢ ମାସ
ଧଳା ଗାଈ ଯାଈ ଫୁଲ କଳା ମେଘ କୈଳସ ଗିରି
ହରିଣ ପଲ ନଦୀ କୂଳ ମିଠା ବେଲ କାଉ କୋଇଲି
ବୁଢା ହାତୀ ଗଛ ମୂଳ ସୋରିଷ ତେଲ ବଡ କୌତୁକ

[ସମ୍ପାଦନା]

ସକାଳ ହେଲାଣି । ଉଠ, ମୁଖ ଧୁଅ । ଶୀତଳ ପବନ ବହୁଅଛି ।
ବାହାରେ ଟିକିଏ ବୁଲି ଆସ । ବଗିଚାରେ କେତେ ଫୁଲ ଫୁଟିଅଛି ।
ଆହା ଫୁଲ କିପରି ବାସୁଅଛି । କାଉ ବୋବାଉଅଛି । ଘରଚଟିଆ
ଏଠାରୁ ଉଡି ସେଠାରେ ବସୁଅଛି । କଜଳପାତୀ ଗଛ ଉପରେ ବସି
ରାବୁଅଛି । କୋଇଲି କୂ କୂ ଡାକୁଅଛି । ଆସ, ପଥି ଘେନି
==== ୨ ==== ୧୮

ବର୍ଣ୍ଣବୋଧ ।[ସମ୍ପାଦନା]

ପାଠଶାଳାକୁ ଯିବା । ସେଠାରେ ମନ ଦେଇ ପାଠ ପଢିବା । ଗୁରୁ
ଯାହା କହିବେ, ମନ ଦେଇ ଶୁଣିବା ।

[ସମ୍ପାଦନା]

ବେଳ ବୁଡିଲାଣି । ଗୁରୁ ମେଲାଣି ଦେଲେଣି । ଚାଲ ଘରକୁ
ଯିବା । ଘରେ ପୋଥି ଥୋଇଦେଇ ମା ଯାହା ଖାଇବାକୁ ଦେବେ
ତାହା ଖାଇବା । ଖାଇ ସାରି ଲୁଚକାଳି ଖେଳିବା । ଖେଳି ସାରିଲେ
ବାପା ଯାହା କହିବେ ତାହା କରିବା । ଦିନବେଳେ ଯାହା ପଢିଥିବା,
ରାତିରେ ତାହାକୁ ଆଉଥରେ ପଢିବା । ପଢିସାରି ଭାତ ଖାଇ
ଶୋଇବା । ରେବତୀର ଘରେ ଢୋଲ ବାଜୁଅଛି । ଗୌରୀ ପୋଥି
ପଢୁଅଛି ।

[ସମ୍ପାଦନା]

ଗାଈ ବାଛୁରୀ ଆସ ଆସ, ଖାଇବ ପରା ଦୁବ ଘାସ ।
ମୋହ ପାଖରେ ହୁଅ ଛିଡା, ଖାଇବ ଯେବେ ଘାସବିଡା ।
୧୯

ବର୍ଣ୍ଣବୋଧ ।[ସମ୍ପାଦନା]

ଆରେ ମୋର ପୁସି,
ଖାରେ ଯେତେ ଖୁସି ।
ଦୁଧଭାତ ମିଠା,
ଖାଇବୁ ଘିପିଠା ।
ମୋ ପାଖରେ ବସି,
ଖା ରେ ମୋର ପୁସି ।

ଅନୁସ୍ୱାର ଯୋଗ ।[ସମ୍ପାଦନା]

ଅ ଅଂ । ଗ ଗଂ
କ କଂ । ମା ମାଂ
ଖ ଖଂ । ସି ସିଂ

ଅଂଶ ହଂସ ସିଂହ ହିଂସା ବଂଶୀ
ବଂଶ କଂସ ମାଂସ ଅଂଶୁ ଅଂଶୀ
ବିଂଶତି ସଂସାର ସଂଶୟ ମୀମାଂସା
କିଂଶୁକ ସଂଯୋଗ ସଂବାଦ ଦଂଶନ
ସିଂହ ପଶୁରାଜ ଅଟେ ।
ହଂସ ଜଳରେ ସଂତରଣ କରେ ।
ଜୀବହିଂସା ନ କର ।
ବଂଶୀ ବାଜୁଛି ନଦୀତୀରେ ।
ହଂସ ଖେଳୁଛି ନଦୀନୀରେ ।
ସିଂହ ବୁଲଇ ଘୋରବନେ ।
ସଂହାରେ ବହୁ ଜୀବଗଣେ ।
୨୦

ବର୍ଣ୍ଣବୋଧ ।[ସମ୍ପାଦନା]

ବିସର୍ଗ ଯୋଗ ।[ସମ୍ପାଦନା]

କ ଃ କଃ । ଘ ଃ ଘଃ
ଖ ଃ ଖଃ । ଦୁ ଃ ଦୁଃ
ଗ ଃ ଗଃ । ନି ଃ ନିଃ

ଦୁଃଖ ଦୁଖିଃତ ଦୁଃସମୟ ନିଃସଂଶୟ
ଦୁଃଖୀ ନିଃଶେଷ ଦୁଃସାହାସ ନିଃସହାୟ
ସୁଖ ପରେ ଦୁଃଖ, ଦୁଃଖ ପରେ ସୁଖ, ଲାଗିଛି ସଦା ସଂସାରେ ।

ଚନ୍ଦ୍ରବିନ୍ଦୁ ଯୋଗ[ସମ୍ପାଦନା]

ଉ ଁ ଉଁ । ଗା ଁ ଗାଁ
କ ଁ କଁ । ବା ଁ ବାଁ
ଖ ଁ ଖଁ । ହା ଁ ହାଁ
ପାଉଁଶ ଚଅଁର କାହିଁ କଅଁଳ
ଭଉଁରୀ ଚଉଁରୀ ନାହିଁ ଯାଆଁଳା
ଅଁଳାଫଳ କଷା ଲାଗେ । ପାଉଁଶ ତଳେ ନିଆଁ ଅଛି ।
ଲବ କୁଶ ଦୁହେଁ ଯାଆଁଳା ଭାଇ
ସାନ ବଡ ବାରି ହୁଅଇ ନାହିଁ ।
ଚକା ଚକା ଭଉଁରୀ । ମାମୁଘର ଚଉଁରୀ ।

ହଳନ୍ତ । (୍)[ସମ୍ପାଦନା]

କ୍ ଖ୍ ଗ୍ ଘ୍ ଚ୍ ଛ୍ ଜ୍ ଇତ୍ୟାଦି ।
ସତ୍ ଅସତ୍ ଜଗତ୍ ହଠାତ୍ ଜକ୍ ଜକ୍
ଚିତ୍ ଈଷତ୍ ଶରତ୍ ଅଚିରାତ୍ ଧିକ୍ ଧିକ୍
୨୧

ବର୍ଣ୍ଣବୋଧ ।[ସମ୍ପାଦନା]

ଝୁଲରେ ହାତୀ ଝୁଲ୍
ବା ପାଣି ଖାଇ ଝୁଲ୍
ବା ପାଣି ଖାଇ ଫୁଲ୍

ବିବିଧ ପାଠ ।[ସମ୍ପାଦନା]

ଅତିଶୟ ପରିହାସ ରସାୟନ ଉପବାସ
ସହୃଦୟ ଅଭିଳାଷ ରସାତଳ ଅବକାଶ
ବିନିମୟ ରମଣୀୟ ଉପବୀତ ଚିତ୍ କାର
ଅନୁନୟ ମାନନୀୟ ଉପନୀତ ଫୁତ୍ କାର
କୌତୂହଳ ସମୂଳକ ସଂଶୋଧନ ନିରୂପଣ
କାଳକୂଟ ଅନୁକୂଳ ପରିଶୋଧ ଅପରୁପ
ଦୈବବଳ ମନୋଯୋଗ ପୁରୋହିତ ସହୋଦର
ସମୁଦାୟ ବିପରୀତ ବିବେଚନା ପୁଲକିତ
ହୁତାଶନ ଶୁଭବେଳା ସାଂସାରିକ ଅନୁରୋଧ
ନିରୁପାୟ ଅବହେଳା ପୁନଃପୁନଃ ପରିତୋଷ
୨୨

ବର୍ଣ୍ଣବୋଧ ।[ସମ୍ପାଦନା]

ମୋର ଦୁଇ ଆଖି, ଦୁଇ କାନ, ଦୁଇ ହାତ, ଦୁଇ ଗୋଡ ।
ଆଖି ନ ଥିଲେ କିଛି ଦିଶେ ନାହିଁ । କାନ ନ ଥିଲେ କିଛି ଶୁଭେ ନାହିଁ ।
ହାତ ନ ଥିଲେ କିଛି କାମ କରି ହୁଏ ନାହିଁ । ଗୋଡ ନ ଥିଲେ
ଚାଲି ହୁଏ ନାହିଁ । ମୁଁ ଜିଭରେ କଥା କହେଁ ଓ ଯାହା ଖାଏଁ ତାହା
ମିଠା, କି ଖଟା, କି ପିତା, କି କଷା ଜାଣିପାରେଁ ।

[ସମ୍ପାଦନା]

ମୁଁ ଡାହାଣ ହାତରେ ପୋଥି ଧରିଅଛି । ବାଁ ହାତରେ ଛତା ଧରିଛି
ମୋ ମଥାରେ କଳା କେଶ । ଆଈ ମଥାରେ ଧଳା କେଶ । ମୋ
ନାକର ଦୁଇଟା ପୁଡା । ନାକପୁଡାବାଟେ ପବନ ଯା ଆସ କରୁଚି ।
ମୋ ପିଠିରେ ଗୋଟାଏ ଘା ହୋଇଥିଲା, ଶୁଖି ଗଲାଣି । ପିଠିର
ମଝିହାଡଟା କେଡେ ବଡ ।

[ସମ୍ପାଦନା]

ମୁଁ ବଡ ଦୁଃଖୀ । ମୋର ଘର ନାହିଁ । ମୋ ଆଖିକୁ ଦିଶେ ନାହିଁ ।
ମୁଁ ଭିକ ମାଗି ବୁଲୁଅଛି । ମୋର ଖାଇବାକୁ ନାହିଁ । ମୋର ଲୁଗା
ନାହିଁ, ଶୀତରେ ହେହ ଥରୁଅଛି । ମୋତେ ମୁଠିଏ ଖାଇବାକୁ ଦିଅ,
ଗୋଟାଏ ପୁରୁଣା ଲୁଗା ଦିଅ । ମୋତେ ମୁଠିଏ ଖାଇବାକୁ ଦିଅ,
ଗୋଟିଏ ପୁରୁଣା ଲୁଗା ଦିଅ । ମୋତେ ଦୟା କର ।

[ସମ୍ପାଦନା]

ଟୁକୁ ମୂଷି ଟୁକେଇ ମୂଷି;
ଧାନ ଭରଣକ ଖାଉଥା ବସି ।
ତୁ ଥା ମୁଁ ଯାଉଛି ରୁଷି ।

[ସମ୍ପାଦନା]

ଆରେ କାଉ ଆ, ଆ, ଆ,
କାହିଁକି ରାବୁଛୁ କା, କା, କା,
ଚାଉଳ ଦଉଚି ଖା, ଖା, ଖା,
କାହୁଁ ଅଇଲୁ କହି ଉଡି ଯା ।
୨୩

ବର୍ଣ୍ଣବୋଧ ।[ସମ୍ପାଦନା]

ତୁ, ତୁ, ତୁ, ଡାକିଲି ମୁହିଁ ।
ଦଉଡି ଆସିଲୁ କୁକୁର ତୁହି ।
ଆଉଁସି ଦେବିରେ ଦେହ ତୋହର,
ଖାଇବାକୁ ଦେବି ଭାତ ମୋହର ।
ମୋ କଥା ମାନିବୁ ଜାଣଇ ମୁହିଁ,
ଯେଣେ ଯିବି ମୁହିଁ, ଯିବୁରେ ତୁହି ।

[ସମ୍ପାଦନା]

ସରୋବରରେ କଇଁଫୁଲ ଫୁଟିଅଛି । ବାସୁଦେବ, ଆସ ଫୁଲ
ତୋଳିବା । ଫୁଲନେଇ ଘରେ ଭାଇ ଭଉଣୀକି ଦେବା । ପୋଖରୀ
କୂଳରେ ହରିଣଟିଏ ଛିଡା ହୋଇଅଛି । ଦେଖ ପଳାଇ ଯାଉଛି
ତ'ପଛେ ଦୌଡି ଦୌଡି ତାହାକୁ ଧରିବା । ଓଃ ଦୌଡି ଦୌଡି
ଗୋଡ ରହିଗଲାଣି । ତାକୁ ଧରି ପାରିବା ନାହିଁ । ଚାଲ ପୋଖରୀରେ
ଗାଧୋଇ, ଫୁଲ ନେଇ, ଘରକୁ ଯିବା । ଖରା ମାଡି ଆସିଲାଣି, ଆଉ
ମଠ ନ କର ।

[ସମ୍ପାଦନା]

ଆଜି କଳା ବଉଦ ଆକାଶରେ ଘୋଟି ଗଲାଣି । ଉଃ ବିଜୁଳି
ମାରୁଅଛି । ଘଡଘଡି ରଡିରେ କାନ ଅତଡା ପଡି ଯାଉଅଛି । ଆଜି
ଭାରି ବରଷା ହେବ । ହେଇ, ବରଷା ପାଣିତ ପଡିଲାଣି । ଚାଲ ଘର
ଭିତରକୁ ଯିବା, ନୋହିଲେ ଦେହ ଓ ଲୁଗା ଓଦା ହୋଇଯିବ ।

[ସମ୍ପାଦନା]

ଜାଇ ଯୂଈ ମଲି ମାଧବୀ ମାଳତୀ
ଗୋଲାପ ନିଆଳି କେତକୀ ସେବତୀ ।
ନାନାଜାତି ଫୁଲ ଦେବି ତୋତେ ଆଣି,
ଦେଖି ତୁ ହସିବୁ ଆରେ ଧନମଣୀ ।
୨୪

ବର୍ଣ୍ଣବୋଧ[ସମ୍ପାଦନା]

ସଂଯୁକ୍ତ ବର୍ଣ୍ଣ ।[ସମ୍ପାଦନା]

ଯ ଫଳା । (ଯ -ଠ୍ୟ ) କ ଯ କ୍ୟ । ଖ ଯ ଖ୍ୟ
ଗ୍ୟ ଘ୍ୟ ଚ୍ୟ ଛ୍ୟ ଜ୍ୟ ଝ୍ୟ ଟ୍ୟ ଠ୍ୟ ଡ୍ୟ ଢ୍ୟ ଣ୍ୟ ତ୍ୟ ଥ୍ୟ ଦ୍ୟ
ଧ୍ୟ ନ୍ୟ ପ୍ୟ ଫ୍ୟ ବ୍ୟ ଭ୍ୟ ମ୍ୟ ଯ୍ୟ ଲ୍ୟ ଶ୍ୟ ଷ୍ୟ ସ୍ୟ ହ୍ୟ ।

ଐକ୍ୟ ଜାଡ୍ୟ ବୈଦ୍ୟ ସଭ୍ୟ ମୁଖ୍ୟ
ଆଢ୍ୟ ବିଦ୍ୟା ଶଯ୍ୟା ଖ୍ୟାତି ନିତ୍ୟ
ସାଧ୍ୟ ମୂଲ୍ୟ ଯୋଗ୍ୟ ସତ୍ୟ ଶୂନ୍ୟ
ତୁଲ୍ୟ ରାଜ୍ୟ ଭୃତ୍ୟ ବ୍ୟାଧି ଶ୍ୟାମ
ମୃତ୍ୟୁ ନ୍ୟାୟ ଶିଷ୍ୟ ସ‌ହ୍ୟ ହାସ୍ୟ
ନସ୍ୟ ଦିବ୍ୟ ବାହ୍ୟ ବୈଶ୍ୟ ପୋଷ୍ୟ

ଅବଶ୍ୟ ଆଳସ୍ୟ ଔଦାସ୍ୟ ମନୁଷ୍ୟ ଅଭ୍ୟାସ
ସାହାଯ୍ୟ ଅସଂଖ୍ୟ ବୈଷମ୍ୟ ସାମାନ୍ୟ ସୌଭାଗ୍ୟ
ଜ୍ୟୋତିଷ ବ୍ୟବସାୟ ଅଧ୍ୟବସାୟ ଆବଶ୍ୟକ ବିଦ୍ୟାଳୟ

ଜଣେ ମନୁଷ୍ୟ ଗୋଟିଏ ଚଢ଼ାଇକୁ ବନ୍ଧୁକରେ ଶୀକାର କରୁଅଛି ।
ତା ପାଖରେ କୁକୁର ଶୀକାର କରିବାର ଅଭ୍ୟାସ କରୁଅଛି ।
ଧନ୍ୟ ମନୁଷ୍ୟ ଏ ଭୁବନେ, ଯେ ସତ୍ୟ ଭଜେ ପୁଣ୍ୟମନେ । ୨୫

ବର୍ଣ୍ଣବୋଧ ।[ସମ୍ପାଦନା]

କୁବାକ୍ୟ କେବେ ନ କହିବ, ଆଳସ୍ୟ କେବେ ନ କରିବ ।
ବାଲ୍ୟକାଳରେ ଦେଇ ମନ, ବିଦ୍ୟା ଶିଖିବ ଶିଷ୍ୟଗଣ ।
ମିଥ୍ୟାକୁ ପାପ ବୋଲି ଜାଣି, କହିବ ସଦା ସତ୍ୟବାଣୀ ।

[ସମ୍ପାଦନା]

ର ଫଳା । (ର ~ ୦୍ର )[ସମ୍ପାଦନା]

କ ର କ୍ର । ଗ ର ଗ୍ର
ଖ ର ଖ୍ର । ଘ ର ଘ୍ର
ଚ୍ର ଛ୍ର ଜ୍ର ଝ୍ର ଟ୍ର ଠ୍ର ଡ୍ର ଢ୍ର ତ୍ର ଥ୍ର ଦ୍ର ଧ୍ର ପ୍ର ଫ୍ର ବ୍ର ଭ୍ର ମ୍ର ଯ୍ର
ଶ୍ର ଷ୍ର ସ୍ର ହ୍ର

ଚକ୍ର ବଜ୍ର ବୌଦ୍ର ଭ୍ରାତା ବକ୍ର ଛତ୍ର
ନିଦ୍ରା ଶୁଭ୍ର ଶକ୍ର ପ୍ରିୟ ଗୃଧ୍ର କ୍ରିଡ଼ା
ଅଗ୍ର ମିତ୍ର ଶୀଘ୍ର ବ୍ରୀଡ଼ା ଗ୍ରାମ ପ୍ରାଣ
ହ୍ରଦ ସ୍ରାବ ବ୍ୟାଘ୍ର ତ୍ରାସ ହ୍ରାସ ସ୍ରୋତ
ଶ୍ରୁତି ଦ୍ରୁମ ମିଶ୍ର ଶ୍ରେୟ ପ୍ରୀତି ମୁଦ୍ରା
ଶ୍ରମ ହ୍ରେଷା ନକ୍ର ଭ୍ରମ ତାମ୍ର ବ୍ରଣ

ଗ୍ରହଣ ସମ୍ରାଟ ଶ୍ରୀମାନ୍ ସମୁଦ୍ର ପ୍ରେରଣ
ଭ୍ରୁକୁଟି ଶ୍ରବଣ ସାମ୍ରାଜ୍ୟ ଅଜସ୍ର ପ୍ରବେଶ
ଆଶ୍ରମ ଅନିଦ୍ରା ସହସ୍ର ପ୍ରକାଶ ବିଶ୍ରାମ
ହରିଦ୍ରା ପ୍ରଶଂସା କୃତ୍ରିମ ଶ୍ରାବଣ ପବିତ୍ର
ଦେଖ ଗୋଟାଏ ବ୍ୟାଘ୍ର ବନ ଭିତରୁ ଆସୁଅଛି ।
ବ୍ୟାଘ୍ର ବଡ଼ ଭୟାନକ ଓ ହିଂସ୍ର ପଶୁ ଅଟେ ।
ପରିଶ୍ରମ କର ପ୍ରତି ଦିବସ, କଦାଚ ନ ହୁଅ ଆଳସ୍ୟବଶ ।
୨୬

ବର୍ଣ୍ଣବୋଧ ।[ସମ୍ପାଦନା]

ସହସ୍ର ସହସ୍ର ଗ୍ରାମ ନଦୀର କୂଳରେ,
ନଦୀସ୍ରୋତ ମିଶେ ଯାଇ ସମୁଦ୍ରଜଳରେ ।
ପ୍ରଜାପତିଟି ହରଷରେ, ଉଡୁଛି ଦେଖ ଆକାଶରେ ।

[ସମ୍ପାଦନା]

ଳ/ଲ ଫଳା । (ଳ ~ O୍ଳ ) (ଲ ~ O୍ଲ )[ସମ୍ପାଦନା]

କ ଳ କ୍ଳ । ଗ ଳ ଗ୍ଳ
ଖ ଳ ଖ୍ଳ । ଘ ଳ ଘ୍ଳ

ପ୍ଳ ଫ୍ଳ ବ୍ଳ ମ୍ଳ ଶ୍ଳ ଷ୍ଳ ସ୍ଳ ଲ୍ଳ ହ୍ଳ

କ୍ଳେଶ ଅମ୍ଳ କ୍ଳୀବ ପଲ୍ଲବ ଶୁକ୍ଳ
ମ୍ଲାନ ଶ୍ଲୋକ ବଲ୍ଲଭ ଗ୍ଲାନି ଶ୍ଲେଷ
କ୍ଳେଦ କଲ୍ଲୋଳ ପ୍ଳୀହା ଶ୍ଳାଘା ଶ୍ଳାଘ୍ୟ
ଉଲ୍ଲାସ ପ୍ରହ୍ଲାଦ ପ୍ଲାବନ ଅଶ୍ଳୀଳ ସଂଶ୍ଳେଷ
ଆହ୍ଲାଦ ଭଲ୍ଲୁକ ଅକ୍ଲେଶ ବିଶ୍ଲେଷ ଅଶ୍ଲେଷ

ବ୍ୟଘ୍ରପରି ଭଲ୍ଲୁକ ମଧ୍ୟ ହିଂସ୍ର ଅଟେ ।
ଭଲ୍ଲୁକ ଅରଣ୍ୟରେ ଥାଏ । ଭିଖୁଖାଁ
ଗୋଟିଏ ଭଲ୍ଲୁକ କୁ କିପରି ଧରି ଆଣି
ନଚାଉଅଛି ।

କାହାରିକୁ କ୍ଲେଶ ନ ଦିଅ କେବେ,
ସଂସାରେ ପ୍ରଶଂସା ଲଭିବ ତେବେ ।
ପ୍ରହ୍ଲାଦ ଆହ୍ଲାଦେ ଗାଉଛି ଗୀତ,
ମୁଁ ଗାଇବି ମିଶି ତାହା ସହିତ ।

- ୦ ଠ ୦ ୨୭


ବର୍ଣ୍ଣବୋଧ ।[ସମ୍ପାଦନା]

ବ ଫଳା । (ବ ~ O୍ୱ )[ସମ୍ପାଦନା]

କ ବ କ୍ୱ । ଗ ବ ଗ୍ୱ
ଖ ବ ଖ୍ୱ । ଘ ବ ଘ୍ୱ

ଚ୍ୱ ଛ୍ୱ ଜ୍ୱ ତ୍ୱ ଥ୍ୱ ଦ୍ୱ ଧ୍ୱ ନ୍ୱ ପ୍ୱ ଫ୍ୱ ଭ୍ୱ ଯ୍ୱ ଲ୍ୱ ଶ୍ୱ ଷ୍ୱ ସ୍ୱ ହ୍ୱ ।
ଜ୍ୱର ଶ୍ୱେତ ଧ୍ୱନି ପକ୍ୱ ଖଟ୍ୱା
ଜ୍ୱାଳା ଅଶ୍ୱ ଧ୍ୱଂସ ବିଲ୍ୱ ତ୍ୱକ୍
ଦ୍ୱିଜ ବିଶ୍ୱ ସାଧ୍ୱୀ ଦ୍ୱୀପ ଦ୍ୱାର
ଜିହ୍ୱା ଦ୍ୱେଷ ସ୍ୱାଦ ତ୍ୱରା ପୃଥ୍ୱୀ
ସ୍ୱାମୀ ଶ୍ୱାସ ସ୍ୱର ନିଃସ୍ୱ ବିମ୍ୱ

ସ୍ୱଭାବ ଉଦ୍ୱେଗ ଈଶ୍ୱର ନିଃଶ୍ୱାସ ସମ୍ୱଳ
ଗ‌ହ୍ୱର ବିହ୍ୱଳ ରାଜତ୍ୱ ଆଶ୍ୱିନ ପଲ୍ୱଳ
ଆହ୍ୱାନ ତେଜସ୍ୱୀ ତପସ୍ୱୀ ସତ୍ୱର ଅନ୍ୱେଷଣ

ଜଣେ ଲୋକ ଗୋଟିଏ ଅଶ୍ୱକୁ
ଧରିଅଛି । ଅଶ୍ୱ ଚଢିବାକୁ ଶିଖ,
ରାମର ଅଶ୍ୱ ଖୁବ୍ ଦୌଡ଼ି ପାରେ ।

ଦ୍ୱାର ଦ୍ୱାର ବୁଲି ମାଗଇ ଦୁଃଖୀ,
ଭିଖ ପାଇଲେ ସେ ହୁଅଇ ସୁଖୀ ।
ଆମ୍ୱ ବଉଳଇ ଫଗୁଣମାସେ,
ଦିଗ ଚହଟଇ ତାର ସୁବାସେ ।
---

ନ ଫଳା । (ନ ~ ଠ୍ନ )[ସମ୍ପାଦନା]

କ ନ କ୍ନ । ଗ ନ ଗ୍ନ
ଖ ନ ଖ୍ନ । ଘ ନ ଘ୍ନ
୨୮

ବର୍ଣ୍ଣବୋଧ ।[ସମ୍ପାଦନା]

ତ୍ନ (ତ୍ନ) ନ୍ନ ପ୍ନ ମ୍ନ ବ୍ନ ଶ୍ନ ସ୍ନ ହ୍ନ ।
ଅଗ୍ନି ଯତ୍ନ ସ୍ୱପ୍ନ ସ୍ନେହ ଅବସନ୍ନ
ବିଘ୍ନ ରତ୍ନ ପ୍ରଶ୍ନ ସ୍ନାୟୁ ସନ୍ନିଧାନ
ଲଗ୍ନ ଛନ୍ନ ନିମ୍ନ ପ୍ରସନ୍ନ ଜଗନ୍ନାଥ
ମଗ୍ନ ଭିନ୍ନ ଚିହ୍ନ ପନ୍ନଗ ରତ୍ନାକର
ବିଗ୍ନ ଅନ୍ନ ସ୍ନାନ ମଧ୍ୟାହ୍ନ ପ୍ରାତଃସ୍ନାନ
ଭଗ୍ନ ଜହ୍ନ ବହ୍ନି ଆହ୍ନିକ ଅନ୍ନିବେଶ

ପ୍ରସନ୍ନର ମୁଦିରେ ବହୁମୁଲ୍ୟ ରତ୍ନଅଛି ।
ସେ ତାହାକୁ ଯତ୍ନ କରି ରଖିଅଛି ।

ଯତ୍ନକଲେ ରତ୍ନ ମିଳେ ଏ ସାର ବଚନ
ମନେ ରଖିଥିବ ସଦା ଆହେ ଶିଶୁଗଣ ।

ଆରେ ଜହ୍ନମାମୁ ଶରଦଶଶୀ,
ମୋ କାହ୍ନୁ ହାତ ରେ ପଡରେ ଖସି ।

ମ ଫଳା । (ମ ~ ଠ୍ମ )[ସମ୍ପାଦନା]

କ ମ କ୍ମ । ଗ ମ ଗ୍ମ
ଖ ମ ଖ୍ମ । ଘ ମ ଘ୍ମ
ଙ୍ମ ଟ୍ମ ଣ୍ମ ତ୍ମ (ତ୍ମ) ଦ୍ମ ଧ୍ମ ନ୍ମ ମ୍ମ ଶ୍ମ ଷ୍ମ ସ୍ମ ହ୍ମ ।

ବାଗ୍ମୀ ଜନ୍ମ ବ୍ରହ୍ମା ସ୍ମରଣ ସମ୍ମାନ
ସ୍ମୃତି ଗୁଳ୍ମ ଜିହ୍ମ ବ୍ରାହ୍ମଣ ସମ୍ମତି
ପଦ୍ମ ଗ୍ରୀଷ୍ମ ଭସ୍ମ ରୁକ୍ମିଣୀ ସମ୍ମୁଖ
ଛଦ୍ମ ରଶ୍ମି ଆତ୍ମୀ ଶ୍ମଶାନ ବଲ୍ମୀକ
ସଦ୍ମ ଉଷ୍ମ ଶ୍ମଶ୍ରୁ ଶାଲ୍ମଳୀ ଉନ୍ନାଦ
୨୯

ବର୍ଣ୍ଣବୋଧ ।[ସମ୍ପାଦନା]

ମହାତ୍ମା ଦୁରାତ୍ମା ପାରାଙ୍ମୁଖ ଅକସ୍ମାତ ହିରଣ୍ମୟ
ମୃଣ୍ମୟ ପଦ୍ମିନୀ ପଦ୍ମାବତୀ ଅପସ୍ମାର ପରମାତ୍ମା

---
ଗ୍ରୀଷ୍ମକାଳରେ ଅନେକ ଫୁଲ ଫୁଟେ । ଗୋଲାପକଢି ଦେଖ୍,
ଫୁଟୁ, ତୋତେ ଗୋଟିଏ, ପଦ୍ମାକୁ ଗୋଟିଏ ଦେବି ।

     ଫୁଟିଅଛି ପଦ୍ମଫୁଲ ସରୋବର ଜଳେ  
ଆସ ହେ ତୋଳିବା ପଦ୍ମ ଆସ ହେ ସକଳେ ।
ବ୍ରହ୍ମ ପରମାତ୍ମା ହରି ଜଗତ-ଈଶ୍ୱରେ
ସ୍ମର ନିତ୍ୟ, ସ୍ମର ନିତ୍ୟ, ସ୍ମର ହୃଦୟରେ ।


ରେଫ ଯୋଗ । (ରେଫ ~ ର୍ଠ)[ସମ୍ପାଦନା]

କ ର୍ଠ(ରେଫ୍) ର୍କ । ଗ ର୍ଠ(ରେଫ୍) ର୍ଗ
ଖ ର୍ଠ(ରେଫ୍) ର୍ଖ । ଘ ର୍ଠ(ରେଫ୍) ର୍ଘ
ର୍ଚ ର୍ଛ ର୍ଜ ର୍ଝ ର୍ଟ ର୍ଡ ର୍ଢ ର୍ଣ ର୍ତ ର୍ଥ ର୍ଦ ର୍ପ ର୍ଫ ର୍ବ ର୍ଭ
ର୍ମ ର୍ଶ ର୍ଷ ର୍ସ ର୍ହ ।
ସର୍ବ ମୂର୍ଖ ଦୀର୍ଘ କର୍ନ ଅର୍ଥ
ଗର୍ବ ତର୍କ ଅର୍ଘ ବର୍ଣ ବ୍ୟର୍ଥ
ଦର୍ପ କର୍ମ ବର୍ମ ଅର୍ହ ହର୍ଷ
୩୦

ବର୍ଣ୍ଣବୋଧ ।[ସମ୍ପାଦନା]

ସର୍ପ ଧର୍ମ ଘର୍ମ ବର୍ହ ବର୍ଷ
ସ୍ୱର୍ଗ ବର୍ଷା ଖର୍ବ ସ୍ୱାର୍ଥ ଦର୍ଶ
କର୍କଶ ବିସର୍ଗ ଦୁର୍ଜନ ନିର୍ଝର ଅନର୍ଥ
ଶର୍କରା ଦୁର୍ଗତି ବର୍ଜନ ଝର୍ଝର ସମର୍ଥ
ବାର୍ଷିକ ଦୁର୍ବଳ ନିର୍ଧନ ଆଦର୍ଶ ବିମର୍ଷ
କାର୍ପାସ ନିର୍ବୋଧ ନିର୍ଦୋଷ ନିର୍ମାଣ ପରାମର୍ଶ
କର୍ପୂର ଦୁର୍ନାମ ଅର୍ପିତ ନିର୍ଭର ଦୁର୍ଲଭ

ଏହିଟି ସର୍ପ ନୁହେ
ଗୋଟିଏ ବଡ ଶାଗୁଆବର୍ଣ୍ଣର
ପୋକ । ସୁଦର୍ଶନ ତାହାକୁ
ଗୋଟିଏ ବୋତଲରେ ରଖିବ
ବୋଲି କହୁଅଛି ।

 ନିର୍ଦୟ କର୍କଶ କଥା ମୁଖେ ନ କହିବ   
ମଧୁର ବଚନ କହି ସକଳେ ତୋଷିବ ।

ପର୍ବତ ଦେହରୁ ବର୍ଷାକାଳରେ
ବହଇ ନିର୍ଝର--ଧାରା ଝର୍ଝରେ ।

ଡାମରା କାଉରେ ଡାମରା କାଉ 
ପର୍ବତେ ପର୍ବତେ ବୋବାଉଥାଉ ।

---

ଦୁଇ ବ୍ୟଞ୍ଜନବର୍ଣ୍ଣର ସଂଯୋଗ ।[ସମ୍ପାଦନା]

ଙ କ ଙ୍କ ପଙ୍କ, ଶଙ୍କ, ଅଙ୍କୁର, ସଙ୍କେତ । ୩୧

ବର୍ଣ୍ଣବୋଧ ।[ସମ୍ପାଦନା]

ଙ ଖ ଙ୍ଖ, ଶୃଙ୍ଖଲା ।
ଙ ଗ ଙ୍ଗ, ସଙ୍ଗ, ଅଙ୍ଗୀତ, ଅଙ୍ଗୁଳି ।
ଙ ଘ ଙ୍ଘ, ଜଙ୍ଘ, ଲଙ୍ଘନ ।

ପଙ୍କଜ ଶଙ୍ଖ ବଜାଇଣ, ରଙ୍ଗେ ଲଙ୍ଘିଲା ଘୋରବନେ । 

ଞ ଚ ଞ୍ଚ ଚଞ୍ଚଳ, କାଞ୍ଚନ, ସଞ୍ଚୟ ।
ଞ ଛ ଞ୍ଛ ବାଞ୍ଛା, ଲାଞ୍ଛନା ।
ଞ ଜ ଞ୍ଜ ଅଞ୍ଜଳି, ପଞ୍ଜିକା, ଖଞ୍ଜ, ଗଞ୍ଜନା ।
ଞ ଝ ଞ୍ଝ ଝଞ୍ଝା, ପଞ୍ଝା ।



 ପାଞ୍ଜି ଉପରେ ଦୁଆତ ରଖ, କାଗଜ ଧରି ସଙ୍ଗୀତ ଲେଖ । 
ପଞ୍ଜାଏ ଖଞ୍ଜ ବସି ବସି, କଥା କହନ୍ତି ହସି ହସି ।
କାଞ୍ଚନେ ବାଞ୍ଛା ନାହିଁ ମୋର, ମାଗଇ ପ୍ରଭୁ କୃପା ତୋର ।


ଣ ଟ ଣ୍ଟ କଣ୍ଟକ, ଘଣ୍ଟା ।
ଣ ଠ ଣ୍ଠ କଣ୍ଠ, ଉତ୍କଣ୍ଠା, କୁଣ୍ଠିତ ।
ଣ ଡ ଣ୍ଡ କୁଣ୍ଡ, ମୁଣ୍ଡ, ଚଣ୍ଡାଳ, ପଣ୍ଡିତ, ଗଣ୍ଡୂଷ ।
ଣ ଢ ଣ୍ଢ ଷଣ୍ଢ, ମେଣ୍ଢା ।

 ଘଣ୍ଟି ବାଜଇ ଠନ୍ ଠନ୍ । 
ଘଣ୍ଟା ବାଜ ଇ ଢଂ ଢଂ ।
ମେଣ୍ଢା ମୁଣ୍ଡଟି ବଡ ଟାଣ ।
ତା ମୁଣ୍ଡିଆକୁ ସାବଧାନ ।
 ଗୁରୁଣ୍ଡି ଗୁରୁଣ୍ଡି ଏରୁଣ୍ଡି ଉପରେ ମାଧବ ବସିଛି ଯାଇ । 
ମାତାଙ୍କ ଆଡକୁ ଅନାଇଁ ଅନାଇଁ ମାଟି ଦେଉଅଛି ଖାଇ ।
୩୨

ବର୍ଣ୍ଣବୋଧ ।[ସମ୍ପାଦନା]

ନ ତ ନ୍ତ ଦନ୍ତ, ଚିନ୍ତା, ସନ୍ତୋଷ, ଶାନ୍ତ, ଦାନ୍ତ ।
ନ ଥ ନ୍ଥ କନ୍ଥା, ମନ୍ଥନ, ରୋମନ୍ଥ ।
ନ ଦ ନ୍ଦ ଆନନ୍ଦ, ମନ୍ଦିର, ସିନ୍ଦୂର, ସନ୍ଦେହ ।
ନ ଧ ନ୍ଧ ଅନ୍ଧ, ଅନ୍ଧି, ସନ୍ଧ୍ୟା, ବନ୍ଧୁ, ବନ୍ଧୁକ ।

 ଧନ୍ୟ ଯେ ସଦା ବାସ କରେ, ଶାନ୍ତି ସନ୍ତୋଷ ଆନନ୍ଦରେ । 
ଦରିଦ୍ର ପିନ୍ଧେ ଛିଣ୍ଡା କନ୍ଥା, ଅନ୍ଧକୁ ନ ଦିଶଇ ପନ୍ଥା ।

ମ ପ ମ୍ପ ସମ୍ପଦ, ସମ୍ପନ୍ନ, ସମ୍ପାଦନ, କମ୍ପିତ ।
ମ ଫ ମ୍ଫ ଲମ୍ଫ, ଗୁମ୍ଫା, ବାମ୍ଫୀ ।
ମ ବ ମ୍ବ ସମ୍ବଳ, ସମ୍ବାଦ, ସମ୍ବୋଧନ, କମ୍ବୁ, ଅମ୍ବୁ ।
ମ ଭ ମ୍ଭ ରମ୍ଭା, ଗମ୍ଭୀର, ସମ୍ଭୋଗ, କୁମ୍ଭୀର ।

 ଗୁମ୍ଫାଟି ଅତି ସୁନିର୍ମଳ । 
ବାମ୍ଫୀର ଜଳ ସୁଶୀତଳ ।
ସମ୍ପଦକାଳେ ସର୍ବେ ସଖା,
ବିପଦେ ନ ଦିଅନ୍ତି ଦେଖା ।

କୁମ୍ଭୀର ବଡ ଭୟଙ୍କର, ନାଶଇ କେତେ ନାରୀ ନର । ୩୩

ବର୍ଣ୍ଣବୋଧ ।[ସମ୍ପାଦନା]

କ କ କ୍କ ଚିକ୍କଣ, ଧିକ୍କାର, କୁକ୍କୁଟ, କୁକ୍କୁର ।
କ ତ କ୍ତ ରକ୍ତ, ଶକ୍ତି, ତିକ୍ତ, ବିଭକ୍ତ ।
କ ଷ କ୍ଷ ପକ୍ଷ, ଲକ୍ଷ, ଲକ୍ଷଣ, ରକ୍ଷା, ଦକ୍ଷିଣ, ପରୀକ୍ଷା, କ୍ଷେତ୍ର ।
ଗ ଦ ଗ୍ଦ ବାଗ୍ଦାନ, ବାଗ୍ଦୋବୀ ।
ଗ ଧ ଗ୍ଧ ଦୁଗ୍ଧ, ମୁଗ୍ଧ, ସ୍ନିଗ୍ଧ ।

 କୁକ୍କୁଟ ମୁଣ୍ଡେ ଅଛି ଚୂଳ । ମାଟି ଭିତରେ ବୃକ୍ଷମୂଳ । 
ସାଧୁର ଲକ୍ଷଣ ଈଶ୍ୱର ଭକ୍ତି ;
ଦୁଗ୍ଧ ପାନ କଲେ ବଢଇ ଶକ୍ତି ।

ଚ ଚ ଚ୍ଚ ଉଚ୍ଚ, ଉଚ୍ଚାରଣ, ଉଚ୍ଚୈଃ ।
ଚ ଛ ଚ୍ଛ ଗୁଚ୍ଛ, ତୁଚ୍ଛ, ଆଚ୍ଛାଦନ, ବିଚ୍ଛେଦ, ସ୍ୱଚ୍ଛ, କଚ୍ଛପ ।
ଚ ଞ ଚ୍ଞ ଯାଚ୍ଞା
ଜ ଜ ଜ୍ଜ କଜ୍ଜଳ, ମଜ୍ଜନ, ସଜ୍ଜନ, ସଜ୍ଜା, ଲଜ୍ଜିତ ।
ଜ ଝ ଜ୍ଝ କୁଜ୍ଟଟୀ, କୁଜ୍ଟଟିକା ।
ଜ ଞ ଜ୍ଞ ବିଜ୍ଞ, ଆଜ୍ଞା, ଯଜ୍ଞ, ଜ୍ଞାନ ।

 ଜ୍ଞାନୀ ସଜ୍ଜନ ସଙ୍ଗ ଧରି, ମନ ନିର୍ମଳ ସ୍ୱଚ୍ଛ କରି,  
ପ୍ରଭୁଙ୍କ ନାମ ଉଚ୍ଚାରଣ, କର ହେ ନରନାରୀଗଣ ।

ଟ ଟ ଟ୍ଟ ଅଟ୍ଟହାସ, ଅଟ୍ଟାଳିକା ।
ଡ ଗ ଡ୍ଗ ଖଡ୍ଗ ।
ଙ ଡ ଡ୍ଡ ଉଡ୍ଡୀନ, ଉଡ୍ଡୀୟମାନ ।

 ବିବିଧ ରଙ୍ଗର ପତାକାମାନ । 
ଅଟ୍ଟାଳିକା ଶିରେ ଉଡ୍ଡୀୟମାନ ।
ଖଡ୍ଗ ଅବା ଖଣ୍ଡା ଧରି ଚାଲେ ଖଣ୍ଡାଇତ ।
ଖଡ୍ଗଯୋଗୁଁ ଖଡ୍ଗୀବୋଲି ଗଣ୍ଡାର ବିଦିତ । ୩୪

ବର୍ଣ୍ଣବୋଧ ।[ସମ୍ପାଦନା]

ତ କ ତ୍କ ଉତ୍କଳ, ଉତ୍କଣ୍ଠା, ବଳାତ୍କାର, ଉତ୍କୃଷ୍ଟ ।
ତ ତ ତ୍ତ ଉତ୍ତମ, ଉତ୍ତର, ଉତ୍ତପ, ମୃତ୍ତ ।
ତ ଥ ତ୍ଥ ଉତ୍ଥାନ, ଉତ୍ଥାପନ ।
ତ ପ ତ୍ପ ଉତ୍ପଳ, ଉତ୍ପାତ, ଉତ୍ପନ୍ନ ।
ତ ସ ତ୍ସ ବତ୍ସ, ବତ୍ସର, ସମ୍ବତ୍ସର ।
ଦ ଗ ଦ୍ଗ ମୁଦ୍ଗର, ଉଦ୍ଗାର ।
ଦ ଘ ଦ୍ଘ ଉଦ୍ଘଟନ ।
ଦ ଦ ଦ୍ଦ ଉଦ୍ଦୀପନ, ଉଦ୍ଦେଶ, ଉଦ୍ଦେଶ୍ୟ ।
ଦ ଧ ଦ୍ଧ ଯୁଦ୍ଧ, ରୁଦ୍ଧ, ଶୁଦ୍ଧ, ବୁଦ୍ଧି, ସିଦ୍ଧି,ଉଦ୍ଧାର ।
ଦ ବ ଦ୍ବ ଉଦ୍ବାହ, ବୁଦ୍ବୁଦ ।
ଦ ଭ ଦ୍ଭ ଅଦ୍ଭୁତ, ଉଦ୍ଭିଦ, ସଦ୍ଭାବ, ଉଦ୍ଭାବ ।
ଦ ଯ ଦ୍ଯ ଉ ଦ୍ଯୋଗ ।


 ଉତ୍ତରଦିଗେ ବୃକ୍ଷଡାଳେ, 
ପେଚା ରାବିଲା ରାତ୍ରିକାଳେ ।
ଆମ୍ଭ ଜନ୍ମଭୂମି ଉତ୍କଳଦେଶ,
ଉତ୍କଳ କୀରତି ଅଟେ ଅଶେଷ ।
ସର୍ବ ଉତ୍ପାତୁଁ ତୋତେ ହରି,
ରଖନ୍ତୁ ବତ୍ସ କୃପା କରି ।
ଅନନ୍ତ ଅଦ୍ଭୁତ ମହିମା,
କେ କହି ପାରେ ତାର ସୀମା ।
ଉଦ୍ଯୋଗ କଲେ ସର୍ବସିଦ୍ଧି,
ତପସ୍ୟା କଲେ ଚିତ୍ତଶୁଦ୍ଧି ।
୩୫

ବର୍ଣ୍ଣବୋଧ ।[ସମ୍ପାଦନା]

ପ ତ ପ୍ତ ଗୁପ୍ତ, ସୁପ୍ତ, ଲିପ୍ତ, କ୍ଷିପ୍ତ ।
ପ ପ ପ୍ପ ପିପ୍ପଳୀ ।
ପ ସ ପ୍ସ ଅପ୍ସରା ।
ବ ଜ ବ୍ଜ ଅବ୍ଜ, କୁବ୍ଜ ।
ବ ଦ ବ୍ଦ ଅବ୍ଦ, ଶବ୍ଦ ।
ବ ଧ ବ୍ଧ ଲୁବ୍ଧ, କ୍ଷୁବ୍ଧ, ଆରବ୍ଧ ।


 ଅବ୍ଜ ଫୁଟିଛି ସରୋବରେ, ବେଢି ଅଛନ୍ତି ମଧୁକରେ । 
କହିବ ନାହିଁ ଗୁପ୍ତକଥା, ନ ଦିଅ ଲୋକମନେ ବ୍ୟଥା ।
ପଡନ୍ତେ କର୍ଣ୍ଣେ ସେହି ଶବ୍ଦ, ଆନନ୍ଦ ପ୍ରାଣେ ହେଲାଲବ୍ଧ ।

ଳ କ ଳ୍କ ବଳ୍ଖଳ, ଶୁଳ୍କ ।
ଲ କ ଲ୍କ ଉଲ୍କା ।
ଲ ଗ ଲ୍ଗ ଫଲ୍ଗୁ, ଫାଲ୍ଗୁନ ।
ଳ ପ ଳ୍ପ ଅଳ୍ପ, ଗଳ୍ପ, କଳ୍ପନା, ସଂକଳ୍ପ, ଜଳ୍ପନା ।
ଳ ଫ ଳ୍ଫ ଗୁଳ୍ଫ ।
ଳ ଭ ଳ୍ଭ ପ୍ରଗଳ୍ଭ ।
ଶ ଚ ଶ୍ଚ ନିଶ୍ଚୟ, ପଶ୍ଚିମ, ପଶ୍ଚାତ୍ ।
ଶ ଛ ଶ୍ଛ ଶିରଶ୍ଛେଦ, ଦୁଶ୍ଛେଦ୍ୟ ।
ଷ କ ଷ୍କ ଶୁଷ୍କ, ନିଷ୍କର, ଦୁଷ୍କର, ପରିଷ୍କାର ।
ଷ ଟ ଷ୍ଟ ଅଷ୍ଟ, କଷ୍ଟ, ଦୁଷ୍ଟ, ପୁଷ୍ଟ, ହୃଷ୍ଟ, ରୁଷ୍ଟ, ସମଷ୍ଟି ।
ଷ ଠ ଷ୍ଠ ଷଷ୍ଠ, କନିଷ୍ଠ, ବଳିଷ୍ଠ, ଶ୍ରେଷ୍ଠ, ଗରିଷ୍ଠ, ନିଷ୍ଠୁର ।
ଷ ଣ ଷ୍ଣ କୃଷ୍ଣ, ବିଷ୍ଣୁ, ସହିଷ୍ଣୁ, ବୈଷ୍ଣବ ।
ଷ ପ ଷ୍ପ ପୁଷ୍ପ, ନିଷ୍ପାପ, ନିଷ୍ପୀଡନ ।
ଷ ଫ ଷ୍ଫ ନିଷ୍ଫଳ, ନିଷ୍ଫେନ ।
୩୬

ବର୍ଣ୍ଣବୋଧ ।[ସମ୍ପାଦନା]

ସ କ ସ୍କ ତସ୍କର, ନମସ୍କାର, ଅୟସ୍କାନ୍ତ, ପୁରସ୍କାର ।
ସ ଖ ସ୍ଖ ସ୍ଖଳନ ।
ସ ତ ସ୍ତ ସ୍ତବ୍ଧ, ପ୍ରଶସ୍ତ, ଦୁସ୍ତର, ନିସ୍ତାର, ବିସ୍ତାର ।
ସ ଥ ସ୍ଥ ସ୍ଥାନ, ସ୍ଥିର, ସ୍ଥିତ, ସ୍ଥାବର, ଆସ୍ଥା, ଅସ୍ଥି, ସ୍ଥୂଳ ।
ସ ପ ସ୍ପ ସ୍ପର୍ଶ, ପରପ୍ସର, ଆସ୍ପଦ, ବାସ୍ପ ।
ସ ଫ ସ୍ଫ ସ୍ଫଟିକ, ସ୍ଫୀତ, ଆସ୍ଫାଳନ ।

ଆରେ କେଡେବଡ କୁକ୍କୁରଟାଏ । ସେ ଅସ୍ଥି ଚୋବାଉ ଥିଲା ।

ଫାଲ୍ଗୁନ ମାସରେ ଦୋଳଯାତ୍ରା ହୁଏ । କେହି ୨ ବଳ୍କଳ ପିନ୍ଧନ୍ତି ।
ପଶ୍ଚିମଦିଗରେ ଅଳ୍ପ ମେଘ ଉଠିଛି । ଶୁଷ୍କ୍କକାଷ୍ଠ ଜାଳିବାକୁ ଭଲ ।
ଗୁରୁଜନଙ୍କୁ ନମସ୍କାର କର । କେତେକ ବୃକ୍ଷ ପୁଷ୍ପବନ୍ତ କିନ୍ତୁ ନିଷ୍ଫଳ ।
ଜଳ ଗରମ କଲେ ସେଥିରୁ ବାସ୍ପ ବାହାରେ । ସ୍ଫଟିକ ସ୍ୱଚ୍ଛ ଅଟେ ।
ତାଙ୍କ ମୁହକ ନିସ୍ତେଜ ଦିଶୁଅଛି । ଦୟାଳୁ ଲୋକ ଦୁଃଖିମାନଙ୍କର କଷ୍ଟ
ହରଣ କରନ୍ତି ।
୩୭

ବର୍ଣ୍ଣବୋଧ ।[ସମ୍ପାଦନା]

ତିନି ବର୍ଣର ସଂଯୋଗ ।[ସମ୍ପାଦନା]

କ ତ ର କ୍ତ୍ର ବକ୍ତ୍ର।
କ ଷ ଣ କ୍ଷ୍ଣ ତୀକ୍ଷ୍ଣ ।
କ ଷ ମ କ୍ଷ୍ମ ସୂକ୍ଷ୍ମ, ଲକ୍ଷ୍ମୀ, ଯକ୍ଷ୍ମା ।
କ ଷ ଯ କ୍ଷ୍ୟ ଲକ୍ଷ୍ୟ, ସାକ୍ଷ୍ୟ, ଭକ୍ଷ୍ୟ ।
ଙ କ ତ ଙକ୍ତ ପଙକ୍ତି
ଙ କ ଷ ଙ୍କ୍ଷ ଅକାଙ୍କ୍ଷା ।
ଜ ଜ ବ ଜ୍ଜ୍ୱ ଉଜ୍ଜ୍ୱଳ ।
ଣ ଡ ର ଣ୍ଡ୍ର ପୁଣ୍ଡ୍ର ।
ତ ତ ବ ତ୍ତ୍ୱ ତତ୍ତ୍ୱ, ମହତ୍ତ୍ୱ, ସତ୍ତ୍ୱ ।
ତ ତ ର ତ୍ତ୍ର ପୁତ୍ତ୍ର ।
ତ ମ ଯ ତ୍ମ୍ୟ (ତ୍ମ୍ୟ) ମାହାତ୍ମ୍ୟ, ଦୌରାତ୍ମ୍ୟ ।
ତ ସ ନ ତ୍ସ୍ନ ଜ୍ୟୋତ୍ସ୍ନା ।
ତ ସ ଯ ତ୍ସ୍ୟ ମତ୍ସ୍ୟ । ନ ତ ଯ ନ୍ତ୍ୟ ଅନ୍ତ୍ୟ ।
ନ ତ ର ନ୍ତ୍ର ତନ୍ତ୍ର, ମନ୍ତ୍ର, ଯନ୍ତ୍ର, ।
ନ ତ ବ ନ୍ତ୍ୱ ସାନ୍ତ୍ୱନା ।
ନ ଦ ର ନ୍ଦ୍ର ଚନ୍ଦ୍ର, ସାନ୍ଦ୍ର, ଇନ୍ଦ୍ର, ଇନ୍ଦ୍ରିୟ ।
ନ ଦ ବ ନ୍ଦ୍ୱ ଦ୍ୱନ୍ଦ୍ୱ ।
ନ ଧ ର ନ୍ଧ୍ର ରନ୍ଧ୍ର ।
ନ ଧ ଯ ନ୍ଧ୍ୟ ବିନ୍ଧ୍ୟ, ସନ୍ଧ୍ୟା, ବନ୍ଧ୍ୟା ।
ନ ନ ଯ ନ୍ନ୍ୟ ସନ୍ନ୍ୟାସ, ସନ୍ନ୍ୟାସୀ ।
ମ ପ ର ମ୍ପ୍ର ସମ୍ପ୍ରତି, ସମ୍ପ୍ରଦାୟ, ସମ୍ପ୍ରଦାନ । ୩୮

ବର୍ଣ୍ଣବୋଧ ।[ସମ୍ପାଦନା]

ମ ଭ ର ମ୍ଭ୍ର ସମ୍ଭ୍ରମ, ସମ୍ଭ୍ରାନ୍ତ ।
ର ଚ ଚ ର୍ଚ୍ଚ ଅର୍ଚ୍ଚନା, ଚର୍ଚ୍ଚା ।
ର ଚ ଛ ର୍ଚ୍ଛ ମୂର୍ଚ୍ଛା, ମୂର୍ଚ୍ଛନା ।
ର ଣ ଣ ର୍ଣ୍ଣ ପର୍ଣ୍ଣ, ସ୍ୱର୍ଣ୍ଣ, ପୂର୍ଣ୍ଣ, ଚୂର୍ଣ୍ଣ ।
ର ତ ତ ର୍ତ୍ତ କର୍ତ୍ତନ, କୀର୍ତ୍ତି, ମୂର୍ତ୍ତି ।
ର ଦ ଧ ର୍ଦ୍ଧ ଅର୍ଦ୍ଧ, ନିର୍ଦ୍ଧାରିତ, ବର୍ଦ୍ଧନ ।
ର ତ ସ ର୍ତ୍ସ ଭର୍ତ୍ସନା ।
ର ଦ ର ର୍ଦ୍ର ଆର୍ଦ୍ର ।
ର ଯ ଯ ର୍ଯ୍ୟ କାର୍ଯ୍ୟ, ଧୈର୍ଯ୍ୟ, ମର୍ଯ୍ୟଦା ।
ର ଶ ବ ର୍ଶ୍ୱ ପାର୍ଶ୍ୱ, ପାରିପାର୍ଶିକ ।
ଷ କ ର ଷ୍କ୍ର ନିଷ୍କ୍ରିୟ ।
ଷ ଟ ର ଷ୍ଟ୍ର ଉଷ୍ଟ୍ର, ରାଷ୍ଟ୍ର ।
ଷ ପ ର ଷ୍ପ୍ର ଦୁଷ୍ପ୍ରାପ୍ୟ, ନିଷ୍ପ୍ର୍ୟୋଜନ ।
ସ ତ ର ସ୍ତ୍ର ଅସ୍ତ୍ର, ଶସ୍ତ୍ର, ଶାସ୍ତ୍ର, ବସ୍ତ୍ର ।
ସ ଥ ଯ ସ୍ଥ୍ୟ ସ୍ୱାସ୍ଥ୍ୟ, ଗାର୍ହସ୍ଥ୍ୟ ।


ମିଶ୍ରସଂଯୋଗ ~~ଚାରିଅକ୍ଷର ।[ସମ୍ପାଦନା]

ନ ତ ର ଯ ନ୍ତ୍ର୍ୟ ସ୍ୱାତନ୍ତ୍ର୍ୟ, ପାରତନ୍ତ୍ର୍ୟ
ର ତ ତ ଯ ର୍ତ୍ତ୍ୟ ମର୍ତ୍ତ୍ୟ ।
ର ତ ତ ର ର୍ତ୍ତ୍ର କର୍ତ୍ତ୍ରୀ ।
ର ଦ ଧ ବ ର୍ଦ୍ଧ୍ୱ ଉର୍ଦ୍ଧ୍ୱ ।

-- ୦ ୦ -୩୯

ବର୍ଣ୍ଣବୋଧ ।[ସମ୍ପାଦନା]

ବୁଢିଆଣୀ ଜାଲ ବଡ ସୂକ୍ଷ୍ମ । ମୂଷିକର ଦନ୍ତ ତୀକ୍ଷ୍ଣ । ଉଦ୍ଯୋଗୀ
ପୁରୁଷକୁ ଲକ୍ଷ୍ମୀ ମିଳେ । ସେ ତୁମ୍ଭର ଶୁଭାକାଙ୍କ୍ଷୀ ଅଟନ୍ତି । ଶରତ୍କାଳରେ
ଚନ୍ଦ୍ର ଅତିଶୟ ଉଜ୍ଜ୍ୱଳ ଦିଶେ । ତାହାଙ୍କର ମହତ୍ତ୍ୱ ବିଶୟ ଚିନ୍ତାକର ।
ସତ୍ୟଂ, ଏହି ମନ୍ତ୍ରଟି ପାଠକର । ଶୋକାର୍ତ୍ତ ଲୋକକୁ ସାନ୍ତ୍ୱନା ଦିଅ ।
ଚକ୍ଷୁ, କର୍ଣ୍ଣ, ନାସା, ଜିହ୍ୱା, ତ୍ୱକ ବା ଚର୍ମ ଏହି ପାଞ୍ଚ ଇନ୍ଦ୍ରିୟ । ସନ୍ଧ୍ୟା
ସମୟରେ ସନ୍ନ୍ୟାସୀ ଧ୍ୟାନ କରନ୍ତି । ପିତା କନ୍ୟା ସମ୍ପ୍ରଦାନ କଲେ ।
ସଂସ୍କୃତଶାସ୍ତ୍ରର ଚର୍ଚ୍ଚା କର । ସେ ମୂର୍ଚ୍ଚିତ ହିଇ ତଳେ ପଡିଗଲେ ।
ଆଦ୍ର ବସ୍ତ୍ର ପିନ୍ଧିବ ନାହିଁ । ତାଙ୍କ ପରି ସଜ୍ଜନ ଦୁର୍ଲ୍ଲଭ । ଦକ୍ଷିଣପାର୍ଶ୍ୱରେ
ପୀଡା ହୋଇଅଛି । ସର୍ବସୁଖର ମୂଳ ସ୍ୱାସ୍ଥ୍ୟ । ଅର୍ଦ୍ଧରାତ୍ର ସମୟରେ ମୁଁ
ଊର୍ଦ୍ଧ୍ୱକୁ ଅନାଇ ନକ୍ଷତ୍ରପୂର୍ଣ୍ଣ ଆକାଶକୁ ଦେଖିଲି । ସମୟକୁ ବୃଥା
ନିଷ୍ପ୍ରୟୋଜନ କାର୍ଯ୍ୟରେ ନଷ୍ଟ କର ନାହିଁ ।

ବିବିଧପାଠ ।[ସମ୍ପାଦନା]

ମସ୍ତକ ଦେହର ଉତ୍ତମ ଅଙ୍ଗ । ପ୍ରତିହସ୍ତରେ ପାଞ୍ଚ ଅଙ୍ଗୁଳି ।
ପ୍ରତିପାଦରେ ପାଞ୍ଚ ଅଙ୍ଗୁଳି । ମନୁଷ୍ୟର ଦୁଇଟ ବାହୁ, ଦୁଇଟ ହସ୍ତ, ୪୦

ବର୍ଣ୍ଣବୋଧ ।[ସମ୍ପାଦନା]

ଦୁଇଟି ପାଦ, ଦୁଇଟି ଚକ୍ଷୁ, ଦୁଇଟି କର୍ଣ୍ଣ, ଦୁଇଟି ଓଷ୍ଠ । ନାସିକାରେ
ଦୁଇଟି ରନ୍ଧ୍ର ଅଛି । ଉଦରରେ ପାକଯନ୍ତ୍ର ଅଛି । ମସ୍ତକରୁ ପାଦପର୍ଯ୍ୟନ୍ତ
ସମସ୍ତ ଦେହରେ ରକ୍ତ ପ୍ରବାହିତ ହେଉଅଛି ।



କିଏ ତୁମ୍ଭଙ୍କୁ ଅବଂ ଆଉସବୁ ଜୀବମାନଙ୍କୁ କରିଅଛନ୍ତି ? କିଏ
ତୁମ୍ଭଙ୍କୁ ଦେଖିବାପାଇଁ ଚକ୍ଷୁ, ଶୁଣିବାପାଇଁ କର୍ଣ୍ଣ, ସୁଙ୍ଗିବାପାଇଁ ନାସିକା,
ସ୍ୱାଦ ବାରିବାପାଇଁ ଜିହ୍ବା, କଥା କହିବାପାଇଁ ମୁଖ, ପଦାର୍ଥମାନ ଧରିବା
ପାଇଁ ହସ୍ତ, ଏକ ସ୍ଥାନରୁ ଅନ୍ୟସ୍ଥାଙ୍କୁ ଯିବାପାଇଁ ପାଦ ଦେଇଁଅଛନ୍ତି ?
କିଏ ତିମ୍ଭଙ୍କୁ ଭଲ, ମନ୍ଦ, ନ୍ୟାୟ,ଅନ୍ୟାୟ ବିଚାର କରିବାପାଇଁ ବୁଦ୍ଧି
ଦେଇଅଛନ୍ତି ? ଆହା, ତାଙ୍କର ଦୟା କିଏ ବର୍ଣ୍ଣି ପାରିବ !
--୦--
ସୂର୍ଯ୍ୟ ଆମ୍ଭମାନଙ୍କୁ ଆଲୁଅ ଓ ଉତ୍ତାପ ଦେଉଅଛି । ସୂର୍ଯ୍ୟ ନ
ଥିଲେ ସଂସାର ଅନ୍ଧକାରମୟ ଓ ଅତିଶୀତଳ ରହି-
ଥାନ୍ତା । ପୃଥିବୀରେ ଜୀବ ଜନ୍ତୁ, ବୃକ୍ଷ ଲତା କିଛି
ଜନ୍ମି ପାରନ୍ତା ନାହିଁ । ସୂର୍ଯ୍ୟ ପୃଥିବୀ ଠାରୁ ଅତି
ବୃହତ । ପୃଥିବୀ ସୂର୍ଯ୍ୟର ଚତୁର୍ଦ୍ଦିଗରେ ବର୍ଷକେ
ଥରେ ବୁଲେ ।
--୦--
ରାତ୍ରିକାଳରେ ଚନ୍ଦ୍ର ଉଜ୍ଜ୍ୱଳ ଦେଖାଯାଏ ।
ଚନ୍ଦ୍ର କ୍ରମେ୨ ବଢୁଥାଏ । ଯେଉଁଦିନ ଚନ୍ଦ୍ର
ସମ୍ପୁର୍ଣ୍ଣ ଗୋଲ ହୁଏ ବା ପୂର୍ଣ୍ଣଚନ୍ଦ୍ର ହୁଏ, ସେ ଦିନ
ପୂର୍ଣ୍ଣିମା ବୋଲାଯାଏ ।ଯେଉଁ ଦିନ ଚନ୍ଦ୍ର ଏକା-
୪୧

ବର୍ଣ୍ଣବୋଧ ।[ସମ୍ପାଦନା]

ବେଳକେ ଦେଖାଯାଏ ନାହିଁ, ତାହାକୁ ଅମାବାସ୍ୟା କହନ୍ତି । ଚନ୍ଦ୍ରର
ନିଜର ଆଲୁଅ ନାହିଁ । ଯେଉଁ ଆଲୁଅକୁ ଜ୍ୟୋତ୍ସ୍ନା ବୋଲାଯାଏ ତାହା
ଚନ୍ଦ୍ର ସୂର୍ୟଠାରୁ ପାଏ । ଚନ୍ଦ୍ର ପୃଥିବୀ ଅପେକ୍ଷା କ୍ଷ୍ୟଦ୍ର । ଚନ୍ଦ୍ର ପୃଥିବୀର
ଚାରିଆଡରେ ମାସକେ ଥରେ ବୁଲେ ।
--- ।---
ସୂର୍ୟ ଯେଉଁ ଦିଗରେ ଉଁଏ, ତୁମ୍ଭେ ସେହି ଦିଗକୁ ଅନାଇଅଛ ।
ସେହିଦିଗ ପୁର୍ବଦିଗ । ତୁମ୍ଭର ଦକ୍ଷିଣହସ୍ତ ଦକ୍ଷିଣଦିଗକୁ ଅଛି, ବାମ
ହସ୍ତ ଉତ୍ତର ଦିଗକୁ ଅଛି, ତୁମ୍ଭର ପଛଆଡ ପଶ୍ଚିମ ଦିଗ ।
ତୁମ୍ଭେ ପଶ୍ଚିମଦିଗକୁ ଅନାଇ ଠିଆ ହେଲେ, ତୁମ୍ଭର ଦକ୍ଷିଣହସ୍ତ
କେଉଁଦିଗକୁ ହେବ > ତୁମ୍ଭେ ଦକ୍ଷିଣଦିଗକୁ ଅନାଇ ଠିଆହେଲେ,
ତୁମ୍ଭର ବାମହସ୍ତ କେଉଁଦିଗକୁ ହେବ ? ତୁମ୍ଭେ ଉତ୍ତର ଆଡକୁ
ଅନାଇଁ ଠିଆ ହେଲେ, ତୁମ୍ଭର ପିଠି କେଉଁ ଦିଗକୁ ରହିବ ?
---***---

  ଦିନ ରାତି ମିଶି ଦିବସ ଏକ । ସାତ ଦିବସରେ ସପ୍ତାହ ଲେଖ ।
  ସପ୍ତାହର ସାତବାରର ନାମ । ମନେ ସଦା ରଖିଥିବ ହେ ରାମ ।
        ରବି ପରେ ସୋମ, ତାପରେ ମଙ୍ଗଳ
            ତାପରେ ଯେ ବୁଧବାର ।
        ଗୁରୁ, ଶୁକ୍ର, ଶନି ଆସେ ତାହା ପରେ
             ସାତବାର ଏ ପ୍ରକାର ।
               ----୦୦୦----
         ପନ୍ଦର ଦିନକୁ ଏକ ପକ୍ଷ ବୋଲି
           ଦୁଇ ପକ୍ଷେ ଏକ ମାସ ।

୪୨
ବର୍ଣ୍ଣବୋଧ । ----

  ଦୁଇ ମାସ ମିଳି ଏକ ଋତୁ ହୁଏ
       ମନେରଖ ପୀତବାସ ।
  ଶୁକ୍ଲ ପକ୍ଷେ ଚନ୍ଦ୍ର ପ୍ରତି ଦିବସରେ
       ବଢଇ ପୂର୍ଣ୍ଣିମା ଯାଏ ।
  କୃଷ୍ଣ ପକ୍ଷେ ପୁଣି ଅମାବାସ୍ୟା ଯାଏ
       ଅଳ୍ପେ ଅଳ୍ପେ ଛିଡୁଥାଏ ।
           -----
  ଦ୍ୱାଦଶ ମାସରେ ଛଅଋତୁ ହୁଏ
      କେ କହିପାରିବ କହ ।
  ଗ୍ରୀଷ୍ମ,ବର୍ଷା,ଶରତ୍, ଶିଶିର ହେମନ୍ତ,
     ବସନ୍ତ ଋତୁ ଏ ଛଅ ।
          -----
   ଗ୍ରୀଷ୍ମେ ବୈଶାଖ, ଜ୍ୟେଷ୍ଠ ମାସ । ପ୍ରଚଣ୍ଡ ରୌଦ୍ର ପରକାଶ ।
   ବର୍ଷାରେ ଆଷାଢ, ଶ୍ରାବଣ । ମେଘ ବରଷେ ଘନ ଘନ ।
   ଭାଦ୍ର, ଆଶ୍ୱିନ ଶରତ ରେ । ନିର୍ମଳ ଶୋଭା ଜଗତରେ ।
   ହିମେ କାର୍ତ୍ତିକ, ମାର୍ଗଶିର । ରାତିରେ ପଡଇ ଶିଶିର ।
   ଶୀତରେ ପୌଷ, ମାଘ ମାସ । ଦେହରେ ରଖ ଶୀତବାସ ।
   ଫାଲ୍ଗୁନ, ଚୈତ୍ର ବସନ୍ତରେ । ମୃଦୁମଳୟ ମନ ହରେ ।
   ବାରମାସର କଥା ଏହି । ହେଜ ବାଳକେ ମନ ଦେଇ ।
                 ----
 

ବୃକ୍ଷ ବୀଜରୁ ଜାତ ହୁଏ । ବଟ ବୃକ୍ଷର ବୀଜ କେଡେ କ୍ଷୁଦ୍ର । ଦେଖ

କେଡେ କ୍ଷୁଦ୍ର ବୀଜରୁ କେଡେ ବଡ ବୃକ୍ଷ ଜନ୍ମଇ ସଂସାରରେ କେତେ
Barnabodha (1901).pdf

ପ୍ରକାର ବୃକ୍ଷ ଅଛି । ବଟ, ଅଶ୍ୱତ୍ଥ,
ନାରିକେଳ, ଆମ୍ବ, ତାଳ, ଶାଳ
ପିଆଶାଳ, ଅସନ, ଦେବଦାରୁ
ପ୍ରଭୃତି ଶତ ଶତ ପ୍ରକାର ବଡ
ବୃକ୍ଷାଛି । ମାଧବୀ, ମାଳତୀ, ନିଆଳୀ,
ଅପରାଜିତା ପ୍ରଭୃତି ଲଟାନ୍ତି, ଅର୍ଥାତ୍
ଲଟାଇ ଲଟାଇ ମାଡ଼ି ଯାଆନ୍ତି ବୋଲି
ସେମାନଙ୍କୁ ଲତା ବୋଲାଯାଏ ।
ଶତ ଶତ ପ୍ରକାର ଲତା ଅରଣ୍ୟ-
ରେ ଦେଖାଯାଏ । ମନୁଷ୍ୟମାନେ
ନାନାପ୍ରକାର ଚାଷ କରନ୍ତି, ଯଥା
ଆଖୁ, ଧାନ, ମୁଗ, ହରଡ଼, ଗହମ,
ବୁଣ୍ଟ, ବ୍ରୀହି, ଯବ ଇତ୍ୟଦି ।
ଆମ୍ଭ ଗ୍ରାମର କୃଷକମାନେ ସେମାନଙ୍କର ଧାନଜମି ସବୁ ହଳ କରି
ସାରିଲେଣି । ଆଜି ଚାଷିମାନେ ଧାନ ବୁଣିବେ । ଆସ ଦେଖିବାକୁ
ଯିବା । ଯେଉଁ ଧାନ ବୁଣାଯାଏ ତାହାକୁ ବିହନ ବୋଲନ୍ତି । ବିହନ
ବୁଣି ସାରି କୃଷକମାନେ ଜମି ଉପରେ ମଇ ଦେଇ ତାହାକୁ ଚିକଣ
କରି ଦିଅନ୍ତି । ବିହନ ବୃଷ୍ଟିଜଳ ଓ ରୌଦ୍ର ପାଇ ପୁଷ୍ଟ ହୋଇ ଧାନ
ଗଛ ହେବ । ଧନ ଗଛରେ ଧାନ ଫଳିଲେ; କୃଷକମାନେ ଆନନ୍ଦରେ
ଧାନ ଅମଳ କରିବେ ।

[ସମ୍ପାଦନା]

Barnabodha (1901).pdf

ମତ୍ସ୍ୟମାନେ ଜଳରେ ବାସ କରନ୍ତି ।

ସେମାନଙ୍କୁ ଜଳରୁ କାଡିଆଣିଲେ ସେମାନେ

ଅଳ୍ପକ୍ଷଣ ମଧ୍ୟରେ ମରି ଯିବେ । ମତ୍ସ୍ୟମାନଙ୍କର ପାଦ ନାହିଁ । ସେମାନଙ୍କ ଲାଞ୍ଜ ଓ ଡେଣା ଥିବାରୁ ସେମାନେ ଲାଞ୍ଜ ଓ ଡେଣା ସାହାଯ୍ୟରେ ସନ୍ତରନ କରନ୍ତି । ଅଧିକାଂଶ ମତ୍ସ୍ୟମାନଙ୍କ ଦେହରେ ଶଳ୍କ ବା କାତି ଥାଏ । ମତ୍ସ୍ୟମାନେ ଅଣ୍ଡ ବା ଡମ୍ବରୁ ଜାତ ।

ତୁମ୍ଭେ ମାହୁମାଛିମାନଙ୍କର ମହୁବସା ଦେଖିଛ କି ? ମହୁବସା

Barnabodha (1901).pdf

ଭିତରେ କ୍ଷୁଦ୍ର କ୍ଷୁଦ୍ର କେତେ
କୋଠରି ଅଛି । ସବୁ କୋଠରି-
ଗୁଡିକର ଆକାର ଓ ଆୟତନ
ସମାନ । ମହୁମାଛିମାନେ ପୁଷ୍ପମାନ-
ଙ୍କରୁ ମଧୁ ଆଣି ସେହି କୋଠରି-
ମାନଙ୍କରେ ମଧୁ ସଞ୍ଚୟ କରି ରଖନ୍ତି ।
ଦେଖ, କିପରି କୌଶଳରେ ମଧୁଚକ୍ର ବା ମହୁବସା ନିର୍ମିତ ହୋଇ-
ଅଛି । ମଧୁ ମିଷ୍ଟ ଓ ହିତକାରୀ । ମହୁମାଛିମାନେ ଅତ୍ୟନ୍ତ ପରିଶ୍ରମୀ ।
ମଧୁମକ୍ଷିକା ପରି ପରିଶ୍ରମ କର ଓ ସଞ୍ଚୟ କର ।

ଓଃ ଆଜି କାଲି ଚାରିଆଡେ ମାଛି ଭଣଭଣ ହେଉଅଛନ୍ତି । ଖାଇଲା

Barnabodha (1901).pdf

ବେଳେ ମାଛି, ଶୋଇଲା ବେଳେ ମାଛି, ମନୁଷ୍ୟକୁ
ବିରକ୍ତ କରୁଅଛନ୍ତି । ମାଛିକୁଧରିବା ସହଜ ନୁହେ ।
ତାହାର ଛାଟା ଗୋଡ, ଦୁଇଟା ଡେଣା ଏବଂ
ଅନେକ ଗୁଡାଏ ଚକ୍ଷୁ ଅଛି । ନକ୍ଷିକା ବା ମାଛି ଅତି-

ଶୟ ବେଶି ହେଲେ ବୁରକ୍ତି-କର ହୁଅନ୍ତି ସତ୍ୟ, କିନ୍ତୁ ସେମାନଙ୍କ
ଦ୍ୱାରା କେତେକ ଉପକାର ମଧ୍ୟ ସାଧିତ ହୁଏ । ସେମାନେ ଘର ଚାରି-
ଆଡେ ପଡିଥିବା ପଚା ସଢା ଦ୍ରବ୍ୟ ସବୁ ଖାଇ ପକାନ୍ତି । ସେମାନେ

ତାହା ନ ଖାଇଲେ ଘରର ବାୟୁ ଦୁଷିତ ହୋଇ ନାନା ପୀଡା ଜନ୍ମାଇବ ।

Barnabodha (1901).pdf

ପକ୍ଷିମାନେ କି ସୁନ୍ଦର ବସା ନିର୍ମାଣ କରନ୍ତି । କାଠି, କୁଟା, ଶୁଷ୍କପତ୍ର, ରୋମ ପ୍ରଭୃତି ନେଇ ପକ୍ଷିମାନେ ତାହାଦ୍ୱାରା ବସା ନିର୍ମାଣ କରନ୍ତି । ଏକ ଏକ ଜାତି

Barnabodha (1901).pdf

ପକ୍ଷୀ ଏକ ଏକ ପ୍ରକାର ବସା ନର୍ମାଣ କରନ୍ତି । ପକ୍ଷିମାନେ ବସା ମଧ୍ୟରେ ଡିମ୍ବ ରଖି, ଡିମ୍ବଗୁଡିକ ବାରମ୍ବାର ଉଷୁମା- ଇଲେ, ଡିମ୍ବ ମଧ୍ୟରୁ ପକ୍ଷିଶାବକ

ବାହାରନ୍ତି । ଶାବକମାନେ ଡିମ୍ବରୁ ବାହାରିଲା କ୍ଷଣି ଉଡି ପାରନ୍ତି
ନାହିଁ । ସେମାନଙ୍କର ବାପା ମା ସେମାନଙ୍କୁ ଅତି ଯତ୍ନରେ ଖୁଆଇ ରକ୍ଷା
କରନ୍ତି । ଏହି ପ୍ରକାରେ କ୍ରମେ କ୍ରମେ ସବଳ ହୋଇ ଶାବକମାନେ
ଆକାଶରେ ଉଡିବାକୁ ଶିଖନ୍ତି ।

ସୁନ୍ଦର ସଂସାର ।

ଆକାଶ ଦିଶେ କି ସୁନ୍ଦର,
ତାହାକୁ ରଚିଲେ ଈଶ୍ୱର ।
ଉଜ୍ଜ୍ୱଳ ସୂର୍ଯ୍ୟ, ଚନ୍ଦ୍ର, ତାରା,
ନୀଳ ସମୁଦ୍ର ଶ୍ୟମ ଧରା ।
ପର୍ବତ, ନଦୀ, ତରୁମାନ,
ସୃଜିଲେ ପ୍ରଭୁ ଭଗବାନ ।

ନାନାବର୍ଣ୍ଣର ଫୁଲ ଫଳ,
ବୃକ୍ଷର ପଲ୍ଲବ କୋମଳ ।
ମନୁଷ୍ୟ, ପଶୁ, ପକ୍ଷୀ ଆଦି,
ସକଳ ସୃଜିଲେ ଅନାଦି ।
ତାହାଙ୍କ ଆଜ୍ଞାରେ ପବନ,
ସର୍ବତ୍ର କରେ ବିଚରଣ ।
ଅଗ୍ନି ତାଙ୍କର ଆଦେଶରେ,
ଉତ୍ତାପ, ତେଜ ଦାନ କରେ ।
ଈଶ୍ୱର ଦୟାର ସାଗର,
ତାଙ୍କର ମହିମା ସୁମର ।

ପରମେଶ୍ୱର ।

ଯାହା ମୁଁ କରଇ ଯାହା ମୁଁ କହଇ,
 ଯାହା ମୁଁ ଚିନ୍ତଇ ମନେ ।
ଜଗତର କର୍ତ୍ତା ପରମ-ଈଶ୍ୱର
 ଜାଣୁଛନ୍ତି ପ୍ରତି କ୍ଷଣେ ।
ମୋ ପାଶେ ଅଛନ୍ତି ଦିବସ ରଜନୀ
 ମହାପ୍ରଭୁ ପରାତ୍ପର ।
ଏ କଥା ସୁମରି ହୃଦୟେ ତାହାଙ୍କୁ
 ପୂଜିବି ମୁଁ ନିରନ୍ତର ।

ସ୍ତବ ।

କି ସୁନ୍ଦର ଆହା କି ଆନନ୍ଦମୟ
 ଏହି ବିଶାଳ ସଂସାର ।

ଧନ୍ୟ ମହାପ୍ରଭୁ ମହିମା ତୁମ୍ବର
 ଅଟେ ଅନନ୍ତ ଅପାର ।
ସୂର୍ଯ୍ୟ ଚନ୍ଦ୍ର ତାରା ତୁମ୍ବର ଆଜ୍ଞାରେ
 ବରଷନ୍ତି ଜ୍ୟୋତିରାଶି ।
ତୁମ୍ବରି କୁସୁମ ପ୍ରତି ପ୍ରଭାତରେ
 ହସଇ ଆନନ୍ଦେ ଭାସି ।
ପିତା ମାତା ବନ୍ଧୁ ଭାଇ ଭଗିନୀର
 ହୃଦୟେ ଦେଇଛ ପ୍ରୀତି ।
ତେଣୁ ମୁଁ ସଂସାରେ ରହିଅଛି ଆନନ୍ଦେ
 ସୁଖ ଭୁଞ୍ଜି ନିତି ନିତି ।
ଦିଅ ଭକ୍ତି ପ୍ରଭୁ ହୃଦୟେ ମୋହର
 ବିରାଜ ନିତ୍ୟ ତହିଁରେ ।
ସତ୍ୟପଥେ ରହି ତୁମ୍ବରି ଆଶ୍ରାରେ
 ଯାଉ ମୋ ଦିନ ମହୀରେ ।

ପ୍ରଭାତ ।

ପାହିଲା ଅନ୍ଧାର ଅଜନୀ ଉଠ ଉଠ ବାଳକେ,
ମ୍ବୀନ ପ୍ରଭାତ ସମୟ ଏବେ ଗାଅ ପୁଲକେ ।
ଦଶଦିଗ ଦେଖ ଉଜ୍ଜ୍ୱଳ ପାଇ ରବିକିରଣ,
ଫୁଲ ଫୁଟିଅଛି କାନନେ ଧୀରେ ବହେ ପବନ ।
ଥିଲେ ଅଚେତନ ନିଦ୍ରାରେ ସର୍ବେ ଧରଣୀ ବାସୀ,
କି ମନ୍ତ୍ର ପଡିଲା ପ୍ରଭାତ କେଇଁ ଦେଶରୁ ଆସି ।

ନବପ୍ରାଣ ଲଭି କ୍ଷଣକେ ଜାଗି ଉଠିଲେ ସର୍ବେ,
ଆକାଶ ପୃଥିବୀ ପୂରିଲା ମହା ଆନନ୍ଦରବେ ।
ବିହ‌ଙ୍ଗେ ଗାଇଲେ ସଙ୍ଗୀତ ଆହା କି ମନୋହର,
ସେ ଗୀତ ଶ୍ରବଣେ ହୃହୟ ନାଚି ଉଠେ ମୋହର ।
ବିହ‌ଙ୍ଗ ସଙ୍ଗତେ ବାଳକେ ଗାଅ ଆନନ୍ଦ ମନେ,
ହୃଦୟେ ସୁମରି ଜଗତ-ପିତା ସୃଷ୍ଟି କାରଣେ ।


ସନ୍ଧ୍ୟା ।

ପଶ୍ଚିମ ଦିଗରେ ବୁଡ଼ଇ ରବି,
ଆହା କି ସୁନ୍ଦର ଲୋହିତ ଛବି ।
ପଶ୍ଚିମ ଆକାଶ ସିନ୍ଦୂରମୟ,
ଦେଖିଲେ ପ୍ରଫୁଲ୍ଲ ହୁଏ ହୃଦୟ ।
କ୍ରମେ ଅନ୍ଧକାର ଆସଇ ଘୋଟି,
ଉଇଁଲେଣି ତାରା ଗୋଟିକି ଗୋଟି ।
ଚରା ସାରି ପକ୍ଷୀ ଆକାଶେ ଉଡ଼ି,
ବସାକୁ ଆନନ୍ଦେ ଗଲେ ବା‌ହୁଡ଼ି ।
ହଳ କାମ ସାରି କୃଷକମାନେ,
ଫେରି ଯାଉଛନ୍ତି ଦିନାବସାନେ ।
ବାଳକେ ଆସିଲେ ପାଠଶାଳାରୁ,
ହସହସ ମୁଖ ଦିଶେ ସୁଚାରୁ ।
ଲଗାଇଲେ ସଞ୍ଜଦୀପ ଘରଣୀ,
ଅନ୍ଧକାରେ ବୁଡ଼ିଗଲା ଧରଣୀ ।

ସମାପ୍ତ ।

0px