ବାଲିତୃତୀୟା ବା ତୀଜବ୍ରତ କଥା

ଉଇକିପାଠାଗାର‌ରୁ
ବାଲିତୃତୀୟା ବା ତୀଜବ୍ରତ କଥା
ଲେଖକ/କବି: ସଦାଶିବ






ବାଲି ତୃତୀୟା ବା ତୀଜବ୍ରତ କଥା[ସମ୍ପାଦନା]

ଜଳାଶ୍ରୟରୁ ଆର୍ଦ୍ରା, ବାଲୁକା ଆଣି ତହିଁରେ ଶକ୍ତି ସହିତ ଶିବଲିଙ୍ଗ ପ୍ରସ୍ତୁତ କରି ସଂକଳ୍ପ କରିବ । ଯଥା- ଦେଶକାଳ

ବାଲିତୃତୀୟା ବା ତୀଜବ୍ରତ

ବାକ୍ୟାନନ୍ତର ମମ ଇହଜନ୍ମାନି ବାଞ୍ଛିତାର୍ଥ ଫଳପ୍ରାପ୍ତି ପୂର୍ବକ ଶିବଲୋକ ପ୍ରାପ୍ତ୍ୟର୍ଥଂ ଉମାମହେଶ୍ୱର ପୂଜାକର୍ମ ପୂର୍ବକ ତୀଜବ୍ରତ କଥା ଶ୍ରବଣହଂ କୁର୍ବୀୟ । ତତଃ ଆଚାର୍ଯ୍ୟବରଣଂ । ଅନ୍ୟପାର ପୂଜାମନ୍ତ୍ର । ଯଥା ଶିବାୟୈ ସର୍ବମଲ୍ୟୈ ସଦତଃ ନମଃ । ଶିବେ ସର୍ବ ପ୍ରଦାକ୍ରଂତ୍ୱଂ ଶିବରୂପେ ନମୋ ନମଃ । ଇତି ମନ୍ତ୍ରେଣ ପଞ୍ଚୋପଚାରୈଃ ପ୍ରଜାୟତେ ପାପଽହଂ ପାପକର୍ମାହଂ । ଇତି । ନମସ୍କାରଃ ।

ଉମାମହେଶ୍ୱରାଭ୍ୟାଂ ନମଃ
ମନ୍ଦାରମାଳ କଳିତାଳକାୟୈ, କପାଳମାଳାଙ୍କ ତଶିଖରାୟ ।
ଦିବ୍ୟାମ୍ବରୟୌ ଚାଦିରମ୍ବରାୟ ନମଂ ଶିବୟେତ ଚ ନମଃ ଶିବାୟ ।।

ଏହା ବୋଲି ପୁଷ୍ପାଞ୍ଜଳି ଦେବ ।

ଚରିତ୍ର[ସମ୍ପାଦନା]

ମନ୍ଦାରମାଳା ଶୋଭିତା କେଶପାଶ ଯାର ।
କପାଳେମାଳ ଶୋଭିତ ଜଟିଳଶେଖର ।।
ବିଦ୍ୟାଧରେ ଶୋଭିତ ଦିଗମ୍ବରେ ପରସ୍ପର ।
ନତ ଶିରେ ପ୍ରଣମାଇ ଉମା ମହେଶ୍ୱର ।।
କୈଳାସରେ ଶସ୍ୟ ଶୃଙ୍ଗେ ହରଷେ ଗଉରୀ ।

ପଚାରନ୍ତି ଗୁପ୍ତପୁଣ୍ୟ କହ ତ୍ରିପୁରାରି ॥
ହେ ନାଥ ପ୍ରସନ୍ନ ଯେବେ ସତ୍ୟ ମୋତେ କହ ।
ଶୁଣି ଦୂର ହେଉ ମୋର ମନରୁ ସନ୍ଦେହ ॥
ପୂର୍ବ ଜନ୍ମେ ଦାନ କିବା ତପ କରିଥିଲି ।
ଭର୍ତ୍ତାରୂପେ ଆପଣଙ୍କୁ ଏ ଜନ୍ମେ ପାଇଲି ॥
ଈଶ୍ୱର କହନ୍ତି ପ୍ରିୟେ ଶୁଣ ଦେଇ ମନ ।
କହୁଛି ଉତ୍ତମ ବ୍ରତ ମୋର ଗୁପ୍ତଧନ ॥
ନକ୍ଷତ୍ର ଗଣରେ ଚନ୍ଦ୍ର ଉତ୍କୃଷ୍ଟ ଯେସନ ।
ଗ୍ରହଗଣ ରବି ବର୍ଣ୍ଣମାନଙ୍କେ ବ୍ରାହ୍ମଣ ॥
ଦେବତାମାନଙ୍କ ମଧ୍ୟେ ବିଷ୍ଣୁ ଯଥା ହେଜ ।
ନଦୀରେ ଗଙ୍ଗା ପୁରାଣେ ଭାରତ ସହଜ ॥
ଚାରିବେଦ ସାମ ଯଥା ଇନ୍ଦ୍ରିୟରେ ମନ ।
ଉତ୍କୃଷ୍ଟ ବୋଲି ଶାସ୍ତ୍ରରେ ଅଛି ନିରୂପଣ ॥
ପୁରାତନ ଧର୍ମ ସାର ଆଗମେ କଥିତ ।
ସର୍ବଶ୍ରେଷ୍ଠ ବୋଲି ଖ୍ୟାତ କଥା ଏହୁ ବ୍ରତ ॥
ଏହି ଶୁଭବ୍ରତ ପ୍ରିୟେ ଏକମାତ୍ର ଶୁଣ ।
ଯାହାର ପ୍ରଭାବେ ଟଳିଗଲା ମୋ ଆସନ ॥
ପୂର୍ବକାଳେ ହିମାଳୟେ ଦେଖିଅଛି ଯାହା ।
ବିସ୍ତାରି କହିବି ତୁମ୍ଭ ଆଗେ ଏବେ ତାହା ॥
ଭାଦ୍ରବ ମାସରେ ଶୁକ୍ଳପକ୍ଷ ତୃତୀୟାରେ ।
କରିବ ଏ ବ୍ରତ ଯୁକ୍ତ ହସ୍ତା ନକ୍ଷତ୍ରରେ ॥
ଅନୁଷ୍ଠାନ ମାତ୍ରେ ବ୍ରତ ସର୍ବପ୍ରାପ୍ତ ମୁକ୍ତ ।
କରିଥିଲି ଅଜ୍ଞାତରେ ବାଲ୍ୟେ ଏହି ବ୍ରତ ॥

ସେ ସବୁ ଆମ୍ଭ ଆଗରେ କହିବି ଗୋ ପ୍ରିୟେ ।
ନିଜେ ଯାତ୍ରା ଦେଖିଅଛି ପୂର୍ବେ ହିମାଳୟେ ॥
ଶୁଣି ପାର୍ବତୀ ବୋଲନ୍ତି ଆହେ ପ୍ରାଣନାଥ ।
କିପରି ମୁଁ ପୂର୍ବେ କରିଥିଲି ଏହି ବ୍ରତ ।
ଶୁଣିବାକୁ ଇଚ୍ଛା ମୋର ହୁଏ ପ୍ରାଣେଶ୍ୱର !
ବୁଝାଇ କହ ହେ ତୁଟୁ ସନ୍ଦେହ ମନର ॥
ଈଶ୍ୱର କହନ୍ତି ଦେବୀ ଶୁଣ ଦେଇ ମନ ।
ନଥିଲା ପର୍ବତ ଉତ୍ତମ ନାମ ହିମବାନ ॥
ସିଂହବ୍ୟାଘ୍ର ଗଜ‌ଯୁଥ ତହୁଁ ବିହରନ୍ତି ।
ବୃକ୍ଷଲତାରେ ମଣ୍ଡିତ ଯହୁଁ ବହୁ ମୃଗପତି ॥
ନାନାବର୍ଣ୍ଣ ରଙ୍ଗରେ ବିଚିତ୍ରମୂରତି ॥
ମଧୁବନେ ବୁଲନ୍ତି ଯହିଁ ପକ୍ଷୀପନ୍ତି ॥
ଦେବତା ଗନ୍ଧର୍ବ ସିଦ୍ଧଚାରଣ ଗୁଣ୍ୟେକେ ।
ମହାନନ୍ଦେ ବିହରନ୍ତି ଗନ୍ଧର୍ବ ଗାୟକେ ।
ସ୍ପଟିକ କାଞ୍ଚନ ବଇଦୁର୍ଯ୍ୟ ମଣିମୟ ।
ଶୃଙ୍ଗେ ଶୋଭିତ ଆକାଶ ବ୍ୟାପୀ ବୃକ୍ଷଚୟ ।
ଯହିଁ ଦେଖି ହିମାଚଳ, ତୃଷାରେ ପୁରିତ ।
ଗଙ୍ଗାଜଳ ପ୍ରବାହେ ଯେ ହୋଇଛି ଚିତ୍ରିତ ॥
ରତ ସଦା ସୁରନାରୀ ନୃତ୍ୟ ସଙ୍ଗୀତରେ ।
ବାଲ୍ୟ ଆରମ୍ଭିଲେ ବ୍ରତ ସେତୁ ପର୍ବତରେ ।
ଅଧ ମୁଖେ ବାରବର୍ଣ୍ଣ ଗଲା ଧୂମ୍ର ପାନେ ।
ଚଉଷଠି ବର୍ଷ ବ୍ରତ ପଦ୍ମପତ୍ରର ଆସନେ ।
କଠୋର ନିୟମେ କଷ୍ଟ ଦେଖି ତବ ତାତ, ମନେ ମନେ

ଚିନ୍ତାକରି ହୋଇଲେ ଦୁଃଖିତ ॥
କାହାକୁ ଏକନ୍ୟା ଦେବୀ ଚିନ୍ତା କଲେ ବସି ।
ଆସି ଉପସ୍ଥିତ ହେଲେ ନାରଦ ମହର୍ଷି ॥
ଅର୍ଘ୍ୟାଦି ଦେଇଣ ତାଙ୍କୁ ପୂଜି ହିମାଳୟ ।
ଭକ୍ତିଭରେ ପଚାରିଲେ ପ୍ରକାଶି ବିଜୟ ।
ଆସିବା କାରଣ କହହେ ମୁନିପୁଙ୍ଗବ ।
ଭାଗ୍ୟବଶେ ଗଢ଼ିଅଛ ମଦୀୟ ଗୌରବ ॥
ଭାଷିଲେ ନାରଦ ଶୁଣ ନାଗକୁଳ ସାଇଁ ।
ପଠାଇଲେ ବିଷ୍ଣୁ ମୋତେ ତବ କନ୍ୟା ପାଇଁ |
କନ୍ୟା ଦାନକର ଯୋଗ୍ୟପାତ୍ର ବାସୁଦେବ ।
ତାଙ୍କସରି ନାହିଁ ଶିବ ବ୍ରହ୍ମା ଆଦିଦେବ ।
ଅନୁରୂପ ବରେ ହେଉ କନ୍ୟା ରତ୍ନଦାନ ।
ମୋ ମତରେ ଏଥିପାଇଁ ଚିନ୍ତାର କାରଣ ॥
ହିମାଳୟ କହନ୍ତି ହେ ଦେବ ଋଷିବର ।
ତେବେ ପ୍ରାର୍ଥୀ ହେଲେ ବିଷ୍ଣୁ ସମ୍ମତି ଆମ୍ଭର ।
କନ୍ୟା ଦେବି ସତକଲି ନୋହିବ ସେ ଆନ ।
ଯହିଁରେ ମଧ୍ୟସ୍ଥ ହୋଇ ଆସିଛ ଆପଣ ॥
ଶୁଣି ହର୍ଷେ ମୁନି ବିଷ୍ଣୁ ନିକେତନ ଗଲେ ।
ନତଶିରେ ଶଙ୍ଖଚକ୍ର ଧରେ ପ୍ରଣମିଲେ ॥
କରଯୋଡ଼ି ନିବେଦନ କଲେ ଋଷିବର ।
ବିବାହର ଆୟୋଜନ କର ଦାମୋଦର ॥
ଯୋଗୀନ୍ଦ୍ର ନାରଦ ଏକା କରି ନିବେଦନ ।

ପ୍ରଣମି ପ୍ରୟାଣ କଲେ ସ୍ୱକୀୟ ଭଜନ ।
ବିସଜ ନାରଦେ ଅବା ପିତା ହିମବାନ ।
ପ୍ରକାଶି କହିଲେ ଯାଇ ତୋର ସନ୍ନିଧାନ ॥
ଗରୁଡ଼ ଧ୍ୱଜେ ତୁମ୍ଭଙ୍କୁ ମୁଁ କରିବି ଦାନ ।
ବତ୍ସେ ଅଙ୍ଗିକାର କଲି ନୋହିବ ଯେ ଆନ ॥
ଜନକ ସହିତେ ହେଲେ ଯଦି ଏକମତି ।
ପାର୍ବତୀ ଦୁଃଖିତ ଶୁଣି ଏସନ ଭାରତୀ ॥
ଦୁଃଖଭରେ ସନ୍ତାପରେ ବସିବାର ଦେଖି ।
ଏକାନ୍ତରେ ବସି ପଚାରିଲେ ପ୍ରିୟସଖୀ ॥
କାହିଁକି ଗୋ ମନେ ଦୁଃଖ କହ ମୋ ଆଗରେ ।
ଉପାୟେ ଭଲ କରିବି ସଂଶୟ ନକରେ ॥
ପାର୍ବତୀ ବୋଇଲେ ସଖୀ ଶୁଣ ମୋ ବଚନ ।
ଶିବଙ୍କୁ ଭତ୍ତା ବରିଥିଲେ ମୋର ମନ ॥
ସତେ ସଖୀ ଭାବିଥିଲି ମନେ ଏହି କଥା ।
ଜାଣିଲି କହିଲେ ପିତା କରିବେ ଅନ୍ୟଥା ॥
ପିତୃ ସତ୍ୟ ବାଣୀ ଶୁଣି ନଦିଏ ଉପାୟ ।
ତେଣୁ ଦେହ ଛାଡ଼ିବାକୁ କଲିଣି ନିଶ୍ଚୟ ॥
ଶୁଣି ପାର୍ବତୀଙ୍କ ବାଣୀ ସଖୀ କହେ ବୋଧି ।
ପିତାଙ୍କ ଅଜ୍ଞାତେ ମହାରଣ୍ୟେ ଯିବି ବୋଧି ॥
ଶଙ୍କର କହନ୍ତି ସଖୀ ଫେରାଇ ତୋ ମତି ।
ଘେନିଗଲା ଘୋର ବନେ ତୁମ୍ଭଙ୍କୁ ସେ ରାତି ॥
ଏ ସମୟେ ପିତା ତୋତେ ନ ଦେଖି ମନ୍ଦିରେ ।
ଖୋଜିଲେ

ନଗରେ ଯାଇ ପଶି ଘରେ ଘରେ ॥
ନଦେଖି ଆକୁଳ ମନେକରି ନାନା ଶଙ୍କା ।
ସୁର ଦାନବ କିନ୍ନରେ କି ନେଲା କନ୍ୟକା ॥
ମୁନି ଆଗେ ସତ୍ୟକଲି ଦେବି ବାସୁଦେବେ ।
ମିଥ୍ୟାବାଦୀ ହେଲେ ଲୋକେ ମତେ କି ବୋଲିବେ ।
ଚିନ୍ତାଭରେ ମୂର୍ଚ୍ଛା ହୋଇ ପଡ଼ିଲେ ଭୂତଳେ ।
ଦେଖି ହାହାକାରେ ଲୋକେ ସେଠାରୁ ଧାଇଁଲେ ॥
ଦୁଃଖଭରେ ଆଗେ ଯାଇ ପଚାରିଲେ ଜନ ।
ଶୋକେ ମୋହ କାହିଁପାଇଁ କହ ହେ ରାଜନ ॥
ସନ୍ତାପରେ ହିମାଳୟେ କଲେକ ଉତ୍ତର ।
ନ ଜାଣିଲି କନ୍ୟାରତ୍ନ କେ ନେଲା ମୋହର ॥
ଧ୍ୱଂସିଲାକି ସର୍ପ ସିଂହ ବ୍ୟାଘ୍ର କି ଖାଇଲା ।
ଗୁପତେ କନ୍ୟାକୁ କେହି ଦୁଷ୍ଟ ବା ମାଇଲା ॥
କ‌ହୁ କ‌ହୁ ଶୋକଭରେ ପଡ଼ିଲେ, ସେ ଢ଼ଳି ।
ବତାସ ପବନେ ଯଥା ଉପୁଡ଼େ କଦଳୀ ॥
ନିର୍ଜନ ଭୟ ବକୁଳ ବନେ ନରସିଂହ ।
ବ୍ୟାଘ୍ର, ଶୃଗାଳାଦି ଯହିଁ ତହିଁ ପଲ ପଲ ।
ଗଜ ମୃଗ ପକ୍ଷ ସମାକୁଳ ମହାବନେ ।
ସଖି ସଙ୍ଗେ ଯାଉ ନ‌ଦୀ ପଡ଼ିଲା ଦୟନେ ॥
ନିରାହାରେ ରମ୍ୟତୀରେ ବସି ସେହି ରାତି ।
ବାଲିରେ ରବି ପୂଜିଲା ଶଙ୍କର ପାର୍ବତୀ ।
ଭାଦ୍ରବ ଶୁକ୍ଳ

ତୃତୀୟା ହସ୍ତା ନକ୍ଷତ୍ରରେ ।
ଗୀତ ବାଦ୍ୟ ଭଜ ରାଗକଲି ଉକ୍ତିଭରେ ॥
ସେତୁ ବ୍ରତ ପ୍ରଭାବେ ମୋ ଟଳିଲା ଆସନ ।
ସଖୀସଙ୍ଗେଥିଲ ଯହିଁ ଗମିଲି ସେସ୍ଥାନ ॥
ପ୍ରସନ୍ନ ହେଲି ଗୋ ତୋରେ ମାଗୋ ବୋଲିବର ।
ଭାଷିଲି ଶୁଣି କହିଲି ତୁମ୍ଭେ ଯୋଡ଼ିକର ॥
ଭୋଦେବ ପ୍ରସନ୍ନ ଯେବେ ହେଲେ ହେ ଈଶାନ ।
କୃପାକରି ମୋରଭତ୍ତା ହୁଅନ୍ତୁ ଆପଣ ।
ତଥାସ୍ତୁ କହି ମୁଁ ଦେଇ ଗଲି କଇଳାସ ॥
ଏସନ ସମୟେ ନିଶା ହୋଇଲା ପ୍ରକାଶ ।
ନଦୀରେ ବିସର୍ଜିସବୁ ବନଜାତଫଳେ ।
ପାରଣା କରି ପାର୍ବତୀ ଶୋଇଲେ ବିହ୍ୱଳେ ॥
ତେଣେ ହିମାଳୟ ଦୁଃଖେ ନକରି ଭୋଜନ ।
ଚାରିଦିଗେ ଖୋଜି ବନେ କଲେ ଆଗମନ ।
ନଦୀକୂଳେ ଦୁଇ କନ୍ୟା ଶୋଇବା ଦେଖିଲେ ।
ଉଠାଇ କୋଳେ ବସାଇ କାନ୍ଦି ପଚାରିଲେ ॥
କିପାଇଁ ଗୋ ବତ୍ସେ ଏଥିକଲ ଆଗମନ ।
ସିଂହ ବ୍ୟାଘ୍ର ଗଜେ ଭୟଙ୍କର ଯେଉଁ ଜନ ।
ପାର୍ବତୀ କ‌ହନ୍ତି ତାତ ଶୁଣ ମୋର କଥା ।
ମୁଁ କରିଥିବା ପ୍ରତିଜ୍ଞା କିମ୍ପା କଲ ମିଥ୍ୟା ॥
ଶିବଙ୍କୁ ବିଭା ହେବାକୁ ଥିଲା ମୋର ମନ ।
ସତ୍ୟକଲ ବାସୁଦେବ ଦେବି କନ୍ୟାଦାନ ॥
ତେଣୁ

ଜୀବନ ହାରିବି ସତ୍ୟ କରିଥିଲି ।
ପ୍ରିୟସଖୀ ପରାମର୍ଶେ ବନ‌କୁ ଆସିଲି ॥
ହରିଙ୍କି ନ‌ଦେଇ ଶିବେ ଦେବା ସତ୍ୟ କଲେ ।
ଆନନ୍ଦେ ଘରକୁ ଯିବ ପାର୍ବତୀ ଭାଷିଲେ ॥
କଥା କହି ପିତା ନିଜପୁରେ ନେଇଗଲେ ।
କ୍ରମେ ମୋତେ ବିଭା ଦେଇ ସନ୍ତୋଷ ଲଭିଲେ ।
ବ୍ରତବଳେ ଅର୍ଦ୍ଧାସନ ମୋହର ପାଇଲା ।
ଅଧିକ କିସ କହିବି ଏଥିବ୍ରତ ଭଲା ॥
ସେହିଦିନୁ ଶୁଣ ଦେବୀ ଆଜି ହରିବାରେ ।
ବ୍ରତ ଖ୍ୟାତ ହେଲା ହରି ତାଲିକା ନାମରେ ॥
ପାର୍ବତୀ କ‌ହନ୍ତି ପ୍ରଭୁ କହିଲି ଯେ ନାମ ।
ପୁଣ୍ୟଫଳ କିବା କହ ପୂଜା ବିଧିକ୍ରମ ॥
କିଏ ଏହା କରିଥିଲା ପୂଜାକାଳେ ହର ।
ଶିବ କହନ୍ତି ବିଧାନ ଶୁଣ ରାମାବର ॥
ଭାଗ୍ୟକ୍ରମେ ନାରୀମାନେ ଏ ପୂଜା କରନ୍ତି ।
ମଣ୍ଡପ କଦଳୀ ସ୍ତମ୍ଭେ କରିଣ ମଣ୍ଡାନ୍ତି ॥
ଚାରିତୋରଣେ ଶୋଭିତ ବିବିଧ ବର୍ଣ୍ଣରେ ।
ପାଟବସ୍ତ୍ର ଆଚ୍ଛାଦିତ ମଣ୍ତପ ଉପରେ ।
ସୁଗନ୍ଧ ଚନ୍ଦନ ଲେପେ ମଣ୍ଡପ ଲିପାଇ ।
ଶଙ୍ଖାଦି ମୃଦଙ୍ଗ ବାଦ୍ୟସହ ଗୀତଗାଇ ।
ମଙ୍ଗଳ ସଙ୍ଗୀତ କରି ମଦୀୟ ମନ୍ଦିରେ ।
ସ୍ଥାପିଣ ଲିଙ୍ଗ ପୂଜିବ ପାର୍ବତୀ ଶଙ୍କରେ ॥
ଗନ୍ଧ ପୁଷ୍ପ ଧୂପ ଦୀପ ଫଳ ନିବେଦନ ।
ଶୁଦ୍ଧ

ଚିତ୍ତେ ପୂଜାରେ ଏମନ୍ତ ଉଚ୍ଚାରିବ ॥
ସର୍ବମଙ୍ଗଳା ସହିତେ ଶିବଙ୍କୁ ପ୍ରଣାମ ।
ଶିବେ ସର୍ବଦାତ୍ରୀ ଶିବରୂପେ ନମୋ ନମୋଃ ॥
ଭବସାଗରେ ପଡ଼ି ମୁଁ କରୁଛି ଦଇନି ।
ଏ ମନ୍ତ୍ରେ ପୂଜିବ ଈଶ୍ୱର ପାର୍ବତୀ ।
ଭକ୍ତିରେ ଶୁଣିବ କଥା ହୋଇ ଏକମତି ॥
ପାଠକ ଦ୍ୱିଜକୁ ଦେବା ବହୁବିଧ ଦାନ ।
ଧନରତ୍ନ ଧେନୁ ସୁନା ଆବର ବସନ ॥
ସର୍ବ କାମପ୍ରଦ ବ୍ରତ କରେ ଯେଉଁ ନାରୀ ।
ନିଃସନ୍ଦେହେ ସାତ ଜନ୍ମେ ପାପ ହୋଏ ପାରି ॥
ତୃତୀୟାରେ ଯେଉଁ ନାରୀ ଆହାର କରଇ ।
ସାତଜନ୍ମଯାଏ ଦୁଃଖ ବୈଧବ୍ୟ ଲଭଇ ॥
ଦରିଦ୍ର ହତଭାଗିନୀ ଦୁଃଖ ପୁତ୍ର ଶୋକେ ।
ଉପବାସ ବିନା ନାରୀ ପଡ଼ଇ ନରକେ ॥
ଇହଲୋକେ ଘୋର କଷ୍ଟ ଲଭଇ କାମିନୀ ।
ନକର ସନ୍ଦେହ ଏଥି ସେ ମନ୍ଦ ଭାଗିନୀ ॥
ଧେନୁ ମୃତ୍ତିକା, ଭାଜନ ସୁନା ପତ୍ରମାନ ।
ବିପ୍ର ହୋଇ ଅନନ୍ତର କରିବା ପାଳନ ॥
ଏମନ୍ତ ବିଧାନେ ଯେଉଁ ନାରୀ କରେ ବ୍ରତ ।
ଲଭିବ ନିଶ୍ଚେ ମୋର ସମାନରେ କାନ୍ତ ॥
ବିନାଶ କାଳେ

ସେ ନାରୀ ମୋର ରୂପ ପାଇ ।
ସମାନ ରୂପ ସଂଯୁଜ୍ୟ ମୁକତି ଲଭଇ ।।
ତୀଜପୂଜା କଥାଭାଷା ଗୀତ ସମାପନ ।
ସଦାଶିବ ଶ୍ରୀ ଚରଣେ ହୋଇ ସମର୍ପଣ ।।

This work is released under the Creative Commons Attribution-Share Alike 4.0 International license, which allows free use, distribution, and creation of derivatives, so long as the license is unchanged and clearly noted, and the original author is attributed—and if you alter, transform, or build upon this work, you may distribute the resulting work only under the same license as this one.