ଭଜନ ମାଳା/ବୃନ୍ଦାବନେ ବଂଶୀ କେ ବଜାଇଲା
< ଭଜନ ମାଳା(ବୃନ୍ଦାବନେ ବଂଶୀ କେ ବଜାଇଲାରୁ ଲେଉଟି ଆସିଛି)
Jump to navigation
Jump to search
h{eader
| title = ଭଜନ ମାଳା | author = ସାଲବେଗ | translator = | section = ବୃନ୍ଦାବନେ ବଂଶୀ କେ ବଜାଇଲା | previous = | next = ଆହେ ନୀଳଗିରି | year = | notes =
}}
ବୃନ୍ଦାବନେ ବଂଶୀ କେ ବଜାଇଲା,
ଏକା ରାଧା ରାଧା ନାମ ରାଇଲା ।ଘୋଷା।
ଛିଡ଼ିଲା ସେ ଛିଦ୍ର ଗଣ୍ଠି
ନୀବିବନ୍ଧ ଗଲା ଫିଟି,
ବସନ ପିନ୍ଧନ୍ତେ ତର ନୋହିଲା ।୧।
ପାଷାଣ ହୋଇଲା ପାଣି,
ଯମୁନା ବହେ ଉଜାଣି,
ଝରଝର ମକରନ୍ଦ ବହିଲା ।୨।
ମୁନିଙ୍କ ଆସନ ଟଳି,
ରସରେ ପଡ଼ିଲେ ଢଳି,
ବ୍ୟାଘ୍ର ପଛେ କୁରଙ୍ଗୀ ଗୋଡ଼ାଇଲା ।୩।
ଶୁଷ୍କ ତରୁମାନେ ଥିଲେ
ଧ୍ୱନି ଶୁଣି ପଲ୍ଲବିଲେ
ପବନ ଥକିତ ଚିତ୍ତ ମୋହିଲା ।୪।
କହେ ସାଲବେଗ ହୀନ,
ଏହି ମୋର ନିବେଦନ,
ରାଧାକୃଷ୍ଣ ପାଦେ ଚିତ୍ତ ରହିଲା ।୫।