ବ୍ୟବହାରକାରୀ:Hpsatapathy/sandbox

ଉଇକିପାଠାଗାର‌ରୁ

ଅଭିନବ

ବୀଜଗାଣିତିକ

ବିଧି-ବିଜ୍ଞାନ

(ପ୍ରଥମ ଭାଗ)


ସଂକଳକ- ଶ୍ରୀ ହରିହର ପ୍ରସାଦ ଶତପଥୀ

---(ପୃଷ୍ଠା-୨)---------

ସଂକଳକ- ଶ୍ରୀ ହରିହର ପ୍ରସାଦ ଶତପଥୀ

ପ୍ରକାଶକ- ମା ମାର୍କମା କିଶୋର ସାହିତ୍ୟ ପ୍ରଚାର ମନ୍ଦିର,

ବିଷମକଟକ (କୋରାପୁଟ)

ବିତରକ-ଭାରତୀୟ ସେବା ସଂସ୍ଥା,

ଲିମାପଦର(କୋରାପୁଟ)

ମୁଦ୍ରଣ- ଶ୍ରୀକୃଷ୍ଣ ପ୍ରିଣ୍ଟିଂ ପ୍ରେସ୍‌,

ମହତାବ ରୋଡ, ଭୁବନେଶ୍ଵର

ଶୁଭମୁକ୍ତି- ୨୬-୦୧-୧୯୯୦

ସହଯୋଗ- ଅନେଶୋତ ପଇସା ମାତ୍ର

---(ପୃଷ୍ଠା-୩)---------

ସଂକଳନ ସଂପର୍କରେ ପଦେ
ଆଜିକାଲି ହାଇସ୍କୁଲ ସ୍ତରରେ ଅଧିକାଂଶ ଛାତ୍ରଛାତ୍ରୀ

ଗଣିତରେ କମ୍‌ ନମ୍ବର ଆଣିବାର ଗୋଟିଏ କାରଣ

ହେଉଛି ଗାଣିତିକ ପ୍ରକ୍ରିୟାଗତ ବିଧି ସଂପର୍କରେ ମୌଳିକ

ଜ୍ଞାନର ଅଭାବ । ସଂକଳିତ ବହିଟି ଛାତ୍ରଛାତ୍ରୀମାନଙ୍କର

ଉକ୍ତ ଅସୁବିଧା ଦୂରକରିପାରିଲେ, ଶ୍ରମ ସାର୍ଥକ ହେଲା

ବୋଲି ମନେ କରିବି ।

ଏ ପୁସ୍ତିକା ପ୍ରକାଶନ ସକାଶେ ପ୍ରେରଣା ଓ ସହଯୋଗ

କରିଥିବା ଯୋଗୁଁଁ ମୋର ଶ୍ରଦ୍ଧେୟ ବନ୍ଧୁ ଶ୍ରୀ ସରୋଜ କୁମାର

ମିଶ୍ର, ଶ୍ରୀ ସଦାନନ୍ଦ ସାହୁ, ଟିଲୁ, ପିଣ୍ଟୁ, ବାବୁଲି ତଥା ମା

ମାର୍କମା କିଶୋର ସାହିତ୍ୟ ପ୍ରଚାର ମନ୍ଦିର,ବିଷମକଟକଙ୍କ

ନିକଟରେ କୃତଜ୍ଞ ।

ସଂକଳକ

ତା: ୨୬.୦୧.୧୯୯୦

ସାଧାରଣତନ୍ତ୍ର ଦିବସ

---(ପୃଷ୍ଠା-୪)---------

ସମୀକରଣ ପାଇଁଁ ନିୟମ

୧. ବହୁପଦ ବିଶିଷ୍ଟ ରାଶିରେ ±,×,÷ ଓ (), {},

[] ଇତ୍ୟାଦି ଗାଣିତିକ ସଂକେତଗୁଡିକ ଏକତ୍ର ଥିଲେ,

ସେମାନଙ୍କୁ ବନ୍ଧନି()" Bracket", ର(ଗୁଣନ)

"Of", ହରଣ(÷) "Division", ଗୁଣନ

"Multiplication",ମିଶାଣ "Addition"

ଓ ଫେଡାଣ "Subtraction" କ୍ରମରେ ସରଳ କରାଯାଏ ।

ଏହାକୁ ସଂକ୍ଷେପରେ BODMAS (ବଦ୍‌ମାସ) ନିୟମ ବୋଲି

ମନେ ରଖିବା ସହଜ । ଏକାଧିକ ବନ୍ଧନୀ କ୍ଷେତ୍ରରେ ପ୍ରଥମେ

ରେଖା ବନ୍ଧନୀ(‌‌‌‌-),ଚନ୍ଦ୍ର ବନ୍ଧନୀ(), କୁଟୀଳ ବନ୍ଧନୀ{} ଓ ବର୍ଗ

ବନ୍ଧନୀ[] ଏହି କ୍ରମରେ ସରଳ କରାଯାଏ ।

୨. ବନ୍ଧନୀ ପୂର୍ବରୁ +(ଯୁକ୍ତ) ଚିହ୍ନ ଥିଲେ ବନ୍ଧନୀ ଅପସାରଣ ପରେ

ବନ୍ଧନୀ ଅନ୍ତର୍ଗତ ପଦମାନଙ୍କର ଚିହ୍ନ ( + ,- ) ବଦଳେ ନାହିଁଁ ।

୩. ବନ୍ଧନୀ ପୂର୍ବରୁ -(ବିଯୁକ୍ତ) ଚିହ୍ନ ଥିଲେ ବନ୍ଧନୀ ଅପସାରଣ ପରେ

ବନ୍ଧନୀ ଅନ୍ତର୍ଗତ ପଦମାନଙ୍କର ଚିହ୍ନ ( + ,- ) ବଦଳେ ଅର୍ଥାତ୍‌ + ଚିହ୍ନ

- ହୁଏ ଏବଂ - ଚିହ୍ନ + ହୁଏ ।

---(ପୃଷ୍ଠା-୫)---------

୪. ଏକାଧିକ ରାଶିବିଶିଷ୍ଟ ଲବ ଥିବା ଭଗ୍ନାଂଶକୁ ନିମ୍ନ୍ ମତେ ଲେଖି ହେବ -

a ±b ±c...... / x = a/x ±b/x ±c/x....

୫. ବହୁପଦ ବିଶିଷ୍ଟ ରାଶିର କେତେକ(କିମ୍ବା ସମସ୍ତ) ପଦକୁ ନେଇ

ବନ୍ଧନୀ ସ୍ଥାପନ କରିବାକୁ ହେଲେ:-

କ) ଯଦି ବନ୍ଧନୀ ପୂର୍ବରୁ ଯୁକ୍ତ(+) ଚିହ୍ନ ରହେ, ତେବେ ବନ୍ଧନୀ ସ୍ଥାପନ

ପରେ ବନ୍ଧନୀ ମଧ୍ୟସ୍ଥ ଚିହ୍ନ ଗୁଡିକର ପୂର୍ବ ପରି ରହେ । କିନ୍ତୁ

ଖ) ଯଦି ବନ୍ଧନୀ ପୂର୍ବରୁ ବିଯୁକ୍ତ(-) ଚିହ୍ନ ରହେ, ତେବେ ବନ୍ଧନୀ ସ୍ଥାପନ

ପରେ ବନ୍ଧନୀ ମଧ୍ୟସ୍ଥ ରାଶି ଗୁଡିକର ଚିହ୍ନ ପରିବତ୍ତନ ହୁଏ ।

୬. ସଦୃଶ ପଦ ମାନଙ୍କର ଯୋଗ ବିୟୋଗ ପାଇଁଁ ନିୟମ

କ) ସଦୃଶ ପଦମାନଙ୍କର ଚିହ୍ନ ସମାନ ଥିଲେ, (ଉଭୟ + ବା -)