ବ୍ୟବହାରକାରୀ:Psubhashish/ମହାଭାରତ/ଆଦି ପର୍ବ ୧/ଗଣେଶଙ୍କ ବନ୍ଦନା

ଉଇକିପାଠାଗାର‌ରୁ
  1. ଏହି ଲିଙ୍କରୁ ସମସ୍ତ ଲେଖା Ctrl+A, Copy କରନ୍ତୁ
  2. ଏହି ଲିଙ୍କକୁ ଯାଇ Paste କରନ୍ତୁ ଏବଂ CONVERTରେ କ୍ଲିକ କରନ୍ତୁ
  3. ତଳ ଘରୁ ଲେଖାତକ Copy କରନ୍ତୁ । ଏହି ପୃଷ୍ଠାକୁ ପର୍ବ ୧/ଗଣେଶଙ୍କ ବନ୍ଦନା&action=submit ସମ୍ପାଦନା କରନ୍ତୁ


ଗଣେଶଙ୍କ ବନ୍ଦନା[ସମ୍ପାଦନା]

ଜୟତୁ ଦଧି-ମଙ୍ଗଳ ବିଘ୍ନରାଜ
ଯାହାର ପ୍ରସନ୍ନେ ସିଦ୍ଧ ହୁଅଇ ସର୍ବକାର୍ଯ୍ୟ ।୧ ।
ସକଳ ବିଘ୍ନବିନାଶନ ଜୟତୁ ଗଜାନନ
ମଙ୍ଗଳ ଯୋଗେଶ୍ୱର ପରମାନନ୍ଦ ପାର୍ବତୀନନ୍ଦନ ।୨ ।
ମଙ୍ଗଳ ଶଙ୍ଖଚକ୍ର ସରୋଜ ଦଧିମୁଖ
ମଙ୍ଗଳ ବରଦାୟକ ନାଥ ସଦୟ ପ୍ରତକ୍ଷ ।୩ ।
ମହାବ୍ରହ୍ମ ଯୋଗେଶ୍ୱର ସିନ୍ଦୂରେ ଗଜମୁଖ ମଣ୍ଡି
ଯମ ଦର୍ପ ଗଞ୍ଜି ସର୍ବ ଅପରାଧ ଦୁଖ ଖଣ୍ଡି ।୪ ।
ଜୟତୁ ଜୟତୁ ଦେବ ଚନ୍ଦ୍ର ଯେ ଶେଖର
ଜୟତୁ ଜୟତୁ ଦେବ ସିଦ୍ଧ ଲମ୍ୱୋଦର ।୫ ।
ଜୟତୁ ଜୟତୁ ଦେବ ସୁରଗଣ ରଖନ୍ତା
ଜୟତୁ ଜୟତୁ ଦେବ ପରମ ଗତି ଦ୍ୟନ୍ତା ।୬ ।


୧/୨- ଯାହାର ଦ୍ରଶନେ...(ଗ,ଖ); ୧/୨ ଦଧିମଙ୍ଗଳ: ଦଧିସ-ାଦ୍ୟ ମଙ୍ଗଳ, କିନ୍ତୁ ଏଠାରେ ଦଧି-ଧାରଣକର୍ତ୍ତା, ଯେ ମଙ୍ଗଳଧାରୀ ୩/୧ ସରୋଜପରି ଦଧିପରି ସୁନ୍ଦର ଶୁକ୍ଲମୁଖ -ଦଧିମୁଖ ବହୁ ପୋଥିରେ ପାଠ । ଶଙ୍ଖାଦି ମଙ୍ଗଳକର-କିନ୍ତୁ ସବୁ ମଙ୍ଗଳଦାତା ଗଣେଶ ବା -ସରୋଜ ଦଧିମୁଖ ମଙ୍ଗଳକର ଶଙ୍ଖ, ଚକ୍ର ତଥା ପଦ୍ମ ଓ ପଦ୍ମସଦୃଶ ମୁଖଧାରୀ । ପ୍ରତକ୍ଷ-ପ୍ରତ୍ୟକ୍ଷ ।


ସ୍ୱାମୀ ସାଂଗ୍ରାମେ ବଧ ଯହୁଂ ନୋହିଲା ତ୍ରିପୁରା
ତୋହୋର ବୁଦ୍ଧିବଳେ ନାଶ ଗଲାଟି ମହାବୀରା ।୭ ।
ହେଳେଣ ତୁ ନାଶକଲୁ ଷାଠିୟେ ସହସ୍ର ବରଷେ (ସଂଖ୍ୟା)
ଆକାଶରେ ସାଧୁ ସାଧୁ କଲେ ତୋତେଟି ତ୍ରିଦଶେ ।୮ ।
ତୋଷେଣ ବର ତୋତେ ଦେଲେକ ଦେବରାଜା
ସକଳ ଭୁବନେ ସ୍ୱାମୀ ଆଗେ ତୋତେ ପୂଜା ।୯ ।
ଯେବଣ ବେଳେ ଶାହସ୍ରକୁ ଅନକୂଳ କଲେ ବେଦବ୍ୟାସେ
ବିଧି ଗାଢେ ଆଗ୍ୟାଂ ତୋତେ ଦେଲେ ନିରାଳସେ ।୧୦ ।
ଗ୍ରନ୍ଥକୁ କବିତ୍ୱ ହୋଇବ ବ୍ୟାସ ମହାମୁନି
ତୁ ଲେଖନ କର ଶୁଭ ଅନକୂଳ ଘେନି ।୧୧ ।
ଗଙ୍ଗା ଯମୁନା ସରସ୍ୱତୀ ତିନି ନଦୀ
ରାମଘାଟ ତୀର୍ଥେ ସଙ୍ଗମ ହୋଇଲେ ଭେଦି ।୧୨ ।
ପଶ୍ଚିମ ପାରୁଶେ ବାଞ୍ଛାକଳ୍ପବଟ
ପଶ୍ଚିମମୁଖୀ ଧବଳାଙ୍ଗୀ ସରସ୍ୱତୀ ନଦୀ ତଟ ।୧୩ ।
ସେହୁ ସିଦ୍ଧ ଦେବତାୟେ ବିଜୟେ ସେହୁ ଥାନେ
ତ୍ରିବେଣୀ ସ୍ନାହାନ କରି ସେ ମାଧବ ଦରଶନେ ।୧୪ ।
ବଟର ତଳେ ସେ ବସିଲେ ଯୋଗଧ୍ୟାନେ
ଶ୍ରୀଭୁଜେ ଲେଖନ ସ୍ୱାମୀ ତଲୟେ ୟେକମନେ ।୧୫ ।
ବ୍ୟାସେ କହନ୍ତି ତୁ ଲେଖନ କର ସ୍ୱାମୀ
ଆଦି ସିଦ୍ଧ ଗ୍ରନ୍ଥ ତୁ କହିଲୁ ମହାବ୍ରହ୍ମି ।୧୬ ।
ସ୍ୱାମୀ ଯେବଣ ଶାହାସ୍ର ଲେଖନ କଲୁ ଯେବଣ ଯୋଗେ
ସେ ଅମୃତ ଦୃଷ୍ଟିରେ ପ୍ରସନ୍ନ ହୋଅ ବେଗେ ।୧୭ ।


୧୨ / ୨ ରାମଘାଟ ତୀର୍ଥେ ସଙ୍ଗମ ହୋଇଲେ ପ୍ରସିଦ୍ଧି । ୬ / ୧ ସାଂଗ୍ରାମ- ସଂଗ୍ରାମ, ତ୍ରିପୁରା-ତ୍ରିପୁରସ୍ଥ ଅସୁରଙ୍କୁ । ୧୦ / ୧ ଶାହାସ୍ର ଙ୍ଗ ଶାସ୍ତ୍ର । ୧୧ / ୨ ଅନକୂଳ-ଅନୁକୂଳ । ୧୪ / ୨ ତ୍ରିବେଣୀ-ଗଙ୍ଗା, ଯମୁନା, ସରସ୍ୱତୀ । ୧୪ / ୨ ସ୍ନାହାନ ଙ୍ଗ ସ୍ରାହାନ ଙ୍ଗ ସ୍ନାନ ୧୫ / ୨ ତଲୟେ -ସେଠାରେ ଲୟକରି ।


ଗିରିଜାର ନନ୍ଦନ ସତ ମତି ଧ୍ୟାନେ
ଶ୍ରୀକରେ ଲେଖନ ଘେନି ବସିଲେ ୟେକମନେ ।୧୮ ।
ଯୋଗେଣ ଯୋଗେଶ୍ୱର ସଦାନନ୍ଦର ତନୟେ
ମନଚଇତନ ୟେକତ୍ୱ କଲୁ ଅଜପା ଯୋଗ ଲୟେ । ୧୯ ।
କରୁଣାମୟେ ନାଥ ଶରଣ ପଞ୍ଜର ବୀରଧୁ
ସଂସାର ବାରାନିଧି ନାଥ ବରଦାତା ଦେବ ସାଧୁ ।୨୦ ।
ବିସ୍ତର ଉଦର ଯାହାର ଗ୍ୟାନ ସଚ୍ଚା
ପୃଥୁଳ ଶରୀର ନାଥ ଅଭୟେ କାଳବଞ୍ଚା ।୨୧ ।
ୟେ ଘୋର ସଂସାର ସାହେର ତରିବାକୁ ବଳାଇଲି ମନୀଷା
ଦୁସ୍ତରୁ ତରାଅ ନାଥ ପୁରାଅ ମନବାଞ୍ଛା ।୨୨ ।
ଶିଖିପୁଚ୍ଛମଉଳି ବତିଶଗୁଣେ କଳା
ଭର ହରଷ ନାଥ ନୃତ୍ୟ ରଙ୍ଗେଣ ଭୋଳା ।୨୩ ।
ଦିବାରାତ୍ର ନ ଜାଣଇଂ ଯେବଣ ମହାତମା
ଅନନ୍ତକାଳ ବଞ୍ଚାଇଲା ସେ ପୁରୁଷଉତ୍ତମା ।୨୪ ।
ପୁରୁଷଙ୍କର ସିଦ୍ଧ ତୁ ଦେବଙ୍କର ଆଦି
ଦର୍ଶନେ ଦୁରିତ ହରଇ ପ୍ରସନ୍ନେ କାର୍ଯ୍ୟ ସିଦ୍ଧି ।୨୫ ।
ଶ୍ରୀ ବିଘ୍ନନାଥ ଚରଣେ ମୋର ସେବା
ୟେ ଶ୍ରୀମହାଭାରଥ କହିବି ମୋତେ ପ୍ରସନ୍ନ ହୋଇବା ।୨୬ ।
ତବ ପଦ୍ମପାଦେ ମୋର ବିନୟ ଭଗତି
ପର୍ଶୁଧର ନାଥ ତୁ ସଦୟେ ଗଣପତି ।୨୭ ।
ଆଦି ଅନ୍ତ ମଧ୍ୟ ତୁ ଅଟୁ ସର୍ବଥାନେ
ଗ୍ରନ୍ଥ ଭିଆଇଲୁ ତୁ ଭୁତ ଭବିଷ୍ୟ ବର୍ତ୍ତମାନେ ।୨୮ ।


୧୮ / ୧ ଗିରଜାର ନନ୍ଦନ ପ୍ରସନ୍ନ ତୋଷ ମନେ । ୨୬ / ୧ ଶ୍ରୀଅମୃତାକ୍ଷନାଥ ଚରଣେ ମୋର ସେବା (ପା) ୨୦ / ୧ ବୀରଧୂ-ବୀରତ୍ୱ ବା ବୀରାଗ୍ରଣୀ । ୨୧ / ୧ ଗ୍ୟାନ-ଜ୍ଞାନ ୨୧ / ୧ ସଚ୍ଚା-ଉତ୍ତମ, ସତ୍ୟ ୨୩ / ୧ ବତିଶ ଗୁଣ -ଗୁଣଜାତ ସତ୍‍ଲକ୍ଷଣ, ୭ ସ୍ଥାନରେ ରକ୍ତିମା, ୬ ରେ ତୁଙ୍ଗତା, ୩ରେ ବିସ୍ତାର, ୩ରେ ଖର୍ବତା, ୩ ରେ ଗମ୍ଭୀରତା, ୫ରେ ଦୀର୍ଘତା, ୫ରେ ସୂକ୍ଷ୍ମତା ଅଙ୍ଗ ବିଶେଷମାନଙ୍କରେ । ଶ୍ରିୟାମାତ ବଲ୍ଲଭ ଚରଣେ ମୋର ଆଶ ବଦନ୍ତି ଗ୍ରନ୍ଥିକ ଶୂଦ୍ରମୁନି ସାରୋଳ ଦାସ ।୨୯ ।