ବ୍ୟବହାରକାରୀ:Ssgapu22/ଓଡ଼ିଶା ରାଜନୀତି ୨

ଉଇକିପାଠାଗାର‌ରୁ
ଓଡ଼ିଶା ରାଜନୀତିର ଇତିହାସ
ଲେଖକ/କବି: ଉଦ୍ଧବ ଚରଣ ନାୟକ

ଓଡ଼ିଶାର ଷଷ୍ଠ ବିଧାନସଭାର ମାନ୍ୟବର ସଦସ୍ୟମାନେ ୧୯୭୪ ମସିହା ମାର୍ଚ୍ଚ ୧୧ ତାରିଖ ଦିନ ଶପଥ ଗ୍ରହଣ କଲେ । ନନ୍ଦିନୀ ଶତପଥୀ କଂଗ୍ରେସ ବିଧାୟକ ଦଳର ନେତ୍ରୀ ନିର୍ବାଚିତ ହୋଇ କମ୍ୟୁନିଷ୍ଟ ସଦସ୍ୟମାନଙ୍କ ସମର୍ଥନରେ ମାର୍ଚ୍ଚ ୬ତାରିଖରେ ମନ୍ତ୍ରିମଣ୍ଡଳ ଗଠନ କଲେ । ବ୍ରଜ ମୋହନ ମହାନ୍ତି ବାଚସ୍ପତି ଭାବରେ ନିର୍ବାଚିତ ହେଲେ । ପ୍ରଗତି ବିଧାୟକ ଦଳର ନେତା ବିଜୁ ପଟ୍ଟନାୟକ ମାର୍ଚ୍ଚ ୧୯ ତାରିଖରେ ବିରୋଧୀ ଦଳର ନେତା ଘୋଷିତ ହେଲେ । ସେ ଏହି ପଦବୀରେ ଡିସେମ୍ବର ୧୦ ତାରିଖ ଯାଏ ରହିଲେ । ତା'ପରେ ସେ ଭାରତୀୟ ଲୋକ ଦଳର ନେତା ଭାବରେ ୧୯୭୭ ମସିହା ମାର୍ଚ୍ଚ ୨୪ତାରିଖ ଯାଏ ବିରୋଧୀ ଦଳର ନେତା ପଦବୀରେ ରହିଲେ ।

ନନ୍ଦିନୀ ଦେବୀଙ୍କ ଦ୍ୱିତୀୟଥର ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରିମଣ୍ଡଳ :

ନନ୍ଦିନୀ ଶତପଥୀଙ୍କର ମନ୍ତ୍ରିମଣ୍ଡଳରେ ତାଙ୍କୁ ମିଶାଇ ୬ଜଣ କ୍ୟାବିନେଟ ମନ୍ତ୍ରୀ, ୯ଜଣ ରାଷ୍ଟ୍ରମନ୍ତ୍ରୀ ଓ ୩ଜଣ ଉପମନ୍ତ୍ରୀ ଶପଥ ଗ୍ରହଣ କଲେ । ସେମାନଙ୍କ ବିଭାଗଗୁଡିକ ହେଲା-

କ୍ୟାବିନେଟ ମନ୍ତ୍ରୀ :

ନନ୍ଦିନୀ ଶତପଥୀ : ମୁଖ୍ୟମନ୍ତ୍ରୀ; ସ୍ୱରାଷ୍ଟ୍ର, ରାଜନୀତିକ ଓ ପ୍ରଶାସନ, ଶିଳ୍ପ,
ଯୋଜନା ଓ ସମନ୍ୱୟ ବିଭାଗ ମନ୍ତ୍ରୀ
ବିନାୟକ ଆଚାର୍ଯ୍ୟ : ଅର୍ଥ ଓ ଅବକାରୀ
ବାଙ୍କ ବିହାରୀ ଦାସ : ରାଜସ୍ୱ ଓ ଗ୍ରାମ ଉନ୍ନୟନ
ଯଦୁନାଥ ଦାଶ ମହାପାତ୍ର : ଶିକ୍ଷା ଓ ସାଂସ୍କୃତିକ ବ୍ୟାପାର
ଶ୍ରୀବଲ୍ଲଭ ପାଣିଗ୍ରାହୀ : କୃଷି ଓ ସମବାୟ, ଏବଂ ପୂର୍ତ୍ତ ଓ ପରିବହନ

ରାଷ୍ଟ୍ର ମନ୍ତ୍ରୀ :

ମୋହନ ନାୟକ : ଗ୍ରାମଗୋଷ୍ଠୀ ଓ ପଞ୍ଚାୟତିରାଜ
ସୋମନାଥ ରଥ : ସ୍ୱାସ୍ଥ୍ୟ ଓ ନଗର ଉନ୍ନୟନ
ରାମଚନ୍ଦ୍ର ଉଲାକା : ଆଦିବାସୀ ଓ ଗ୍ରାମ ମଙ୍ଗଳ
ବ୍ରହ୍ମାନନ୍ଦ ବିଶ୍ୱାଳ : ଆଇନ, ଜଙ୍ଗଲ ଓ ପଶୁପାଳନ
ଦିବ୍ୟଲୋଚନ ଶେଖର ଦେଓ : ଜଳସେଚନ ଓ ବିଦ୍ୟୁତ
ଡାକ୍ତର କୃପାସିନ୍ଧୁ ଭୋଇ : ଖଣି ଓ ଭୂତତ୍ତ୍ୱ
ଡା. ବେଣୁଧର ବଳୀୟାର ସିଂହ : ଶ୍ରମ, କର୍ମସଂସ୍ଥାନ ଓ ଗୃହ ନିର୍ମାଣ
କାହ୍ନୁଚରଣ ଲେଙ୍କା : ଶିଳ୍ପ ଯୋଜନା ଓ ସମନ୍ୱୟ
ଭାଗୀରଥି ଗମାଙ୍ଗ : କୃଷି ଓ ସମବାୟ

ଉପ ମନ୍ତ୍ରୀ :

ଶେଖ୍‍ ମତଲୁବ୍‍ ଅଲ୍ଲି : ସାଂସ୍କୃତିକ ବ୍ୟାପାର
କୁଆଁରିଆ ମାଝି : ଜଳସେଚନ ଓ ବିଦ୍ୟୁତ
ଜଗନ୍ନାଥ ପଟ୍ଟନାୟକ : ଯୋଜନା ଓ ସମନ୍ୱୟ, ସ୍ୱରାଷ୍ଟ୍ର ବିଭାଗର ଜେଲ,
ରାଜନୀତିକ ଓ ପ୍ରଶାସନ ବିଭାଗର ରାଜଧାନୀ ପ୍ରଶାସନ

ମୁଖ୍ୟମନ୍ତ୍ରୀ ଆସନରେ ବିନାୟକ ଆଚାର୍ଯ୍ୟ :

୨୪.୫.୧୯୭୫ ତାରିଖରେ ବାଙ୍କବିହାରୀ ଦାସ ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ । ୨୦.୧୦.୧୯୭୫ରେ ନନ୍ଦିନୀ ଦେବୀ ତାଙ୍କ ମନ୍ତ୍ରିମଣ୍ଡଳକୁ ସାମାନ୍ୟ ସଂପ୍ରସାରଣ କରି ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ଅଦଳ ବଦଳ କଲେ । ଗଙ୍ଗାଧର ମହାପାତ୍ରଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବରେ ଗ୍ରହଣ କଲେ । ରାମଚନ୍ଦ୍ର ଉଲାକାଙ୍କୁ ରାଷ୍ଟ୍ରମନ୍ତ୍ରୀ ପଦବୀରୁ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ପଦକୁ ଉନ୍ନୀତ କଲେ ଇତ୍ୟାଦି । ମନ୍ତ୍ରିମଣ୍ଡଳରେ ଆଭ୍ୟନ୍ତରୀଣ କନ୍ଦଳ ଦେଖାଦେବାରୁ ନନ୍ଦିନୀ ଶତପଥୀ ହାଇକମାଣ୍ଡଙ୍କ ଆସ୍ଥା ହରାଇଲେ ।

ଫଳରେ ଅଚାନକ ତାଙ୍କୁ ଇସ୍ତଫା ପ୍ରଦାନ କରିବାକୁ ପଡିଲା । ୧୬.୧୨.୧୯୭୬ରେ ନନ୍ଦିନୀ ଶତପଥୀ ତାଙ୍କ ପଦରୁ ଇସ୍ତଫା ପ୍ରଦାନ କଲେ । ଫଳରେ ସେହି ଦିନ ଓଡ଼ିଶାରେ ରାଷ୍ଟ୍ରପତି ଶାସନ ୨୯.୧୨.୧୯୭୬ ତାରିଖ ଯାଏ ପ୍ରଚଳିତ ହେଲା । ବିନାୟକ ଆଚାର୍ଯ୍ୟ ନନ୍ଦିନୀ ଶତପଥୀଙ୍କ ସ୍ଥାନରେ କଂଗ୍ରେସ ବିଧାୟକ ଦଳର ନେତା ନିର୍ବାଚିତ ହୋଇ ୨୯.୧୨.୧୯୭୬ରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ । ତାଙ୍କ ମନ୍ତ୍ରିମଣ୍ଡଳରେ ତାଙ୍କୁ ମିଶାଇ ରହିଲେ ୯ଜଣ କ୍ୟାବିନେଟ, ୪ଜଣ ରାଷ୍ଟ୍ରପାପୟା ଓ ଜଣେ ଉପମନ୍ତ୍ରୀ । ସେମାନେ ଓ ସେମାନଙ୍କ ବିଭାଗ ଗୁଡିକ ହେଲା:

କ୍ୟାବିନେଟ ମନ୍ତ୍ରୀ :
ବିନାୟକ ଆଚାର୍ଯ୍ୟ : ମୁଖ୍ୟମନ୍ତ୍ରୀ ଏବଂ ସ୍ୱରାଷ୍ଟ୍ର, ରାଜନୈତିକ ଓ ପ୍ରଶାସନ, ଅର୍ଥ,
ଯୋଜନା ଓ ସମନ୍ୱୟ ଏବଂ ଆଦିବାସୀ ଓ ଗ୍ରାମମଙ୍ଗଳ ବିଭାଗ
ମନ୍ତ୍ରୀ
ଶ୍ରୀବଲ୍ଲଭ ପାଣିଗ୍ରାହୀ : ରାଜସ୍ୱ, ଜଳସେଚନ ଓ ବିଦ୍ୟୁତ, ଶିକ୍ଷା ଓ ଯୁବସେବା ଏବଂ
ଆଇନ
ଲକ୍ଷ୍ମଣ ମଲ୍ଲିକ : ପୂର୍ତ୍ତ ଓ ପରିବହନ
ରାମଚନ୍ଦ୍ର ଉଲାକା : ଖାଦ୍ୟ ଓ ଯୋଗାଣ
ମୋହନ ନାୟକ : ଗୋଷ୍ଠୀ ଉନ୍ନୟନ, ସମାଜମଙ୍ଗଳ, ନଗର ଉନ୍ନୟନ
କାହ୍ନୁ ଚରଣ ଲେଙ୍କା : ଶିଳ୍ପ ଓ ବାଣିଜ୍ୟ
ବେଣୁଧର ବଳୀୟାର ସିଂହ : ଶ୍ରମ, ନିଯୁକ୍ତି ଓ ଗୃହଯୋଗାଣ ଏବଂ ଅବକାରୀ
ଭାଗୀରଥି ଗମାଙ୍ଗ : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ
ଡା. ଯୋଗେଶ ଚନ୍ଦ୍ର ରାଉତ : କୃଷି ଓ ସମବାୟ

ରାଷ୍ଟ୍ର ମନ୍ତ୍ରୀ :

ଜଗନ୍ନାଥ ପଟ୍ଟନାୟକ : ରାଷ୍ଟ୍ରମନ୍ତ୍ରୀ; ଅର୍ଥ, ଯୋଜନା ଓ ସମନ୍ୱୟ, ଖଣି ଓ ଭୂତତ୍ତ୍ୱ
ଶେଖ୍‍ ମତଲୁବ ଅଲ୍ଲି : ରାଷ୍ଟ୍ରମନ୍ତ୍ରୀ; ରାଜସ୍ୱ, ଶିକ୍ଷା ଓ ଯୁବ ସେବା, ସାଂସ୍କୃତିକ ବ୍ୟାପାର
ଓ ପର୍ଯ୍ୟଟନ
ଅନଙ୍ଗ ଉଦୟ ସିଂହଦେଓ : ରାଷ୍ଟ୍ର ମନ୍ତ୍ରୀ, ଜଙ୍ଗଲ, ମତ୍ସ୍ୟ ଓ ପଶୁପାଳନ
ଭଜମନ ବେହେରା : ରାଷ୍ଟ୍ରମନ୍ତ୍ରୀ ଗ୍ରାମ ଉନ୍ନୟନ ଏବଂ ଆଦିବାସୀ ଓ ଗ୍ରାମମଙ୍ଗଳ
ମୋହନ ନାଗ : ଉପମନ୍ତ୍ରୀ; ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ

ସ୍ୱର୍ଗତ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ କନିଷ୍ଠ ପୁତ୍ର ଅନଙ୍ଗ ଉଦୟ ସିଂହଦେଓ ସ୍ୱତନ୍ତ୍ର ପାର୍ଟି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ କଂଗ୍ରେସରେ ଯୋଗ ଦେବାରୁ ତାଙ୍କୁ ମନ୍ତ୍ରିମଣ୍ଡଳରେ ଗ୍ରହଣ କରାଯାଇଥିଲା । ସେ ଡାକ୍ତରଖାନାରେ ଶପଥ ଗ୍ରହଣ କରିଥିଲେ । କାରଣ ସେହି ସମୟରେ କାର୍ଯ୍ୟନିର୍ବାହୀ ରାଜ୍ୟପାଳ ଶିବନାରାୟଣ ହୃଦ ରୋଗରେ ପୀଡିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଏହିଠାରେ ଅନଙ୍ଗ ଉଦୟଙ୍କୁ ମନ୍ତ୍ରୀ ହିସାବରେ ରାଜ୍ୟପାଳ ଶପଥ ଗ୍ରହଣ କରାଇଥିଲେ । ଡାଃ ଯୋଗେଶ ଚନ୍ଦ୍ର ରାଉତ ସ୍ୱାଧୀନ ପ୍ରାର୍ଥୀ ଭାବରେ ବାଙ୍କୀ ନିର୍ବାଚନ

ମଣ୍ଡଳୀର ନିର୍ବାଚିତ ହୋଇ କଂଗ୍ରେସରେ ଯୋଗଦେବାରୁ ତାଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବରେ ଗ୍ରହଣ କରାଯାଇିଲା ।

କାର୍ଯ୍ୟନିର୍ବାହୀ ରାଜ୍ୟପାଳ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାରୁ ୧୯୭୭ ଜାନୁଆରି ୨୬ ଜନରାଜ୍ୟ ଦିବସ ପ୍ୟାରେଡରେ ମୁଖ୍ୟମନ୍ତ୍ରୀ ବିନାୟକ ଆଚାର୍ଯ୍ୟ ରାଜ୍ୟସ୍ତରୀୟ ଅଭିବାଦନ ଗ୍ରହଣ କରିଥିଲେ । ବିନାୟକ ଆଚାର୍ଯ୍ୟ ମୁଖ୍ୟମନ୍ତ୍ରୀ ଭାବରେ ବେଶୀଦିନ ରହି ପାରିଲେ ନାହିିଁ । ୧୯୭୭ ମସିହା ଏପ୍ରିଲ ୩୦ ତାରିଖରେ ସେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ପ୍ରଦାନ କଲେ । ରାଜ୍ୟ ପୁଣି ରାଷ୍ଟ୍ରପତି ଶାସନାଧୀନ ହେଲା । ଏହି ରାଷ୍ଟ୍ରପତି ଶାସନ ଜାରି ରହିଲା ୧୯୭୭ ମସିହା ଜୁନ୍‍ ୨୬ ତାରିଖ ଯାଏ- ନୂତନ ସରକାର ଓ ୭ମ ବିଧାନସଭା ଗଠିତ ହେବାଯାଏ ।

ନୂଆ ରାଜନୈତିକ ଦଳ- ଜନତାପାର୍ଟି :

୧୯୭୪ ମସିହା ଶେଷ ସମୟରେ 'ଭାରତୀୟ ଲୋକଦଳ' ନାମରେ ଏକ ନୂତନ ଜାତୀୟ ରାଜନୈତିକ ଦଳର ଆବିର୍ଭାବ ଘଟିଲା । ଏହି ନୂତନ ରାଜନୈତିକ ଦଳରେ ଉତ୍କଳ କଂଗ୍ରେସ, ସ୍ୱତନ୍ତ୍ର, ସଂଯୁକ୍ତ ସମାଜବାଦୀ ପାର୍ଟି ସମେତ ସାତଟି ରାଜନୈତିକ ଦଳର ମିଶଣ୍ର ଘଟିଲା । ଓଡ଼ିଶାର ପ୍ରଗତି ବିଧାୟକ ଦଳ ୧୯୭୪ ମସିହା ଡିସେମ୍ବର ୧୦ତାରିଖ ଦିନ 'ଭାରତୀୟ ଲୋକଦଳ' ଭାବରେ ନାମିତ ହେଲା । ବିଜୁ ପଟ୍ଟନାୟକ ହେଲେ ଓଡ଼ିଶାରେ ଏହି ଭାରତୀୟ ଲୋକଦଳର ନେତା ଏବଂ ବିଧାନସଭାରେ ବିରୋଧୀ ଦଳର ନେତା । ସେ ବିଧାନସଭାରେ ବିରୋଧୀ ଦଳର ନେତା ଭାବରେ ୨୪.୩.୧୯୭୭ ଯାଏ ରହିଲେ ।

ଏହାପରେ 'ଜନତା ପାର୍ଟି' ନାମରେ ସର୍ବଭାରତୀୟ ସ୍ତରରେ ଏକ ନୂତନ ରାଜନୈତିକ ଦଳ, ଭାରତୀୟ ଲୋକଦଳ, ସଂଗଠନ କଂଗ୍ରେସ, ସମାଜବାଦୀ ପାର୍ଟି ଆଦି ରାଜନୈତିକ ଦଳମାନଙ୍କୁ ନେଇ ୧୯୭୭ ମସିହା ପ୍ରାକ୍‍କାଳରେ ଗଠିତ ହେଲା । ୧୯୭୭ ମସିହାରେ ଓଡ଼ିଶାରେ ଜନତା ବିଧାୟକ ଦଳ ଗଠନ କରାଗଲା ଓ ରାମପ୍ରସାଦ ମିଶ୍ର ଜନତା ବିଧାୟକ ସଭାର ନେତା ନିର୍ବାଚିତ ହୋଇ ଓଡ଼ିଶା ବିଧାନସଭାର ବିରୋଧୀଦଳ ନେତା ଘୋଷିତ ହେଲେ । ସେ ବିରୋଧିଦଳ ନେତା ଭାବରେ ୧୯୭୭ ମସିହା ଏପ୍ରିଲ ୩୦ ତାରିଖ ଯାଏ ରହିଲେ (ବିଧାନସଭା ଭାଙ୍ଗିବା ଯାଏ) ।

ଏହି ଷଷ୍ଠ ବିଧାନସଭାର ୯ଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏଥିରେ ୧୫୦ଟି ବୈଠକ ବସିଥିଲା । ଏହି ବିଧାନସଭାକୁ ୧୯୭୭ରେ ଭଙ୍ଗ କରାଯାଇଥିଲା ।

* * *
ଏକବିଂଶ ପରିଚ୍ଛେଦ
ସପ୍ତମ ରାଜ୍ୟ ବିଧାନସଭା ନିର୍ବାଚନ ଓ
ମୁଖ୍ୟମନ୍ତ୍ରୀ ଆସନରେ ନୀଳମଣି ରାଉତରାୟ

ସାରା ଦେଶରେ ୧୯୭୧ ମସିହାରେ ଲୋକସଭାପାଇଁ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ପରବର୍ତ୍ତୀ ଲୋକସଭା ୧୯୭୬ରେ ହେବା କଥା । କିନ୍ତୁ ୧୯୭୫ରେ ଦେଶରେ ଜରୁରିକାଳୀନ ଅବସ୍ଥା ଜାରୀ ହେବାରୁ ଏହି ନିର୍ବାଚନକୁ ଦୁଇ ଦୁଇ ଥର ଗଡାଇ ଦିଆଗଲା । ଏହା ଦ୍ୱାରା ବି ୧୯୭୮ ମସିହାରେ ଲୋକସଭାପାଇଁ ସାଧାରଣ ନିର୍ବାଚନ ହେବା କଥା । କିନ୍ତୁ ରାଷ୍ଟ୍ରପତି ଏହି ଲୋକସଭା ଭାଙ୍ଗି ଦେଇ ଦୁଇ ମାସ ଭିତରେ ନିର୍ବାଚନ କରିବାପାଇଁ ୧୯୭୭ ମସିହା ଜାନୁଆରି ମାସରେ ଆଦେଶ ପ୍ରଦାନ କଲେ । ଫଳରେ ମାର୍ଚ୍ଚ ୧୬-୨୦ ତାରିଖ ମଧ୍ୟରେ ଲୋକସଭାପାଇଁ ଦେଶରେ ନିର୍ବାଚନ ଅନୁଷ୍ଠିତ ହେଲା । ଓଡ଼ିଶାରେ ମାର୍ଚ୍ଚ ୧୬ ତାରିଖରେ ନିର୍ବାଚନ ହେଲା । ଏହି ନିର୍ବାଚନରେ ସମସ୍ତ ଅଣ-କମ୍ୟୁନିଷ୍ଟ ଦଳଙ୍କୁ ନେଇ ଗଠିତ 'ଜନତା ଦଳ' ନାମରେ ଏକ ନୂତନ ରାଜନୈତିକ ଦଳ ଗଠିତ ହୋଇଥିବା କଥା ପୂର୍ବରୁ ଆଲୋଚନା ହୋଇସାରିଛି ।

ଏହି ଲୋକସଭା ନିର୍ବାଚନରେ ଓଡ଼ିଶାରୁ ଜନତା ଦଳର ୧୬ଜଣ, କଂଗ୍ରେସ ଦଳର ୪ଜଣ ଓ ମାର୍କସବାଦୀ କମ୍ୟୁନିଷ୍ଟ ପାର୍ଟିର ଜଣେ ସଭ୍ୟ ନିର୍ବାଚିତ ହେଲେ ।

ଷଷ୍ଠ ଲୋକସଭା ସଦସ୍ୟ (୧୯୭୭) :

ମୟୂରଭଞ୍ଜ ଚନ୍ଦ୍ରମୋହନ ସିଂହ ଜନତା
ବାଲେଶ୍ୱର ସମରେନ୍ଦ୍ର କୁଣ୍ଡୁ ଜନତା
ଭଦ୍ରକ ବୈରାଗୀ ଜେନା ଜନତା
ଯାଜପୁର ରାମଚନ୍ଦ୍ର ମଲ୍ଲିକ ଜନତା
କେନ୍ଦ୍ରାପଡ଼ା ବିଜୁ ପଟ୍ଟନାୟକ ଜନତା
କଟକ ଶରତ କୁମାର କର ଜନତା
ଜଗତସିଂହପୁର ପ୍ରଦ୍ୟୁମ୍ନ କିଶୋର ବଳ ଜନତା
ପୁରୀ ପଦ୍ମଚରଣ ସାମନ୍ତସିଂହାର ଜନତା
ଭୁବନେଶ୍ୱର ଶିବାଜୀ ପଟ୍ଟନାୟକ ମାର୍କସବାଦୀ କମ୍ୟୁନିଷ୍ଟ
ଆସ୍କା ରାମଚନ୍ଦ୍ର ରଥ କଂଗ୍ରେସ
ବ୍ରହ୍ମପୁର ଆର.ଜଗନ୍ନାଥ ରାଓ କଂଗ୍ରେସ
କୋରାପୁଟ ଗିରିଧର ଗମାଙ୍ଗ କଂଗ୍ରେସ
ନବରଙ୍ଗପୁର ଖଗପତି ପ୍ରଧାନୀ କଂଗ୍ରେସ
କଳାହାଣ୍ଡି ପ୍ରତାପ କେଶରୀ ଦେଓ ସ୍ୱାଧୀନ
ଫୁଲବାଣୀ ଶ୍ରୀବତ୍ସ ଦିଗାଲ ଜନତା
ବଲାଙ୍ଗୀର ଅଇଁଠୁ ସାହୁ ଜନତା
ସମ୍ବଲପୁର ଗଣନାଥ ପ୍ରଧାନ ଜନତା
ଦେବଗଡ଼ ପବିତ୍ର ମୋହନ ପ୍ରଧାନ ଜନତା
ଢେଙ୍କାନାଳ ଦେବେନ୍ଦ୍ର ନାଥ ଶତପଥୀ ଜନତା
ସୁନ୍ଦରଗଡ଼ ଦେବାନନ୍ଦ ଅମାତ ଜନତା
କେନ୍ଦୁଝର ଗୋବିନ୍ଦ ମୁଣ୍ଡା ଜନତା

ଲୋକସଭା ନିର୍ବାଚନରେ ସର୍ବଭାରତୀୟ ସ୍ତରରେ କଂଗ୍ରେସ ପରାଜିତ ହେଲା । ଜନତାଦଳ ସଂଖ୍ୟା ଗରିଷ୍ଠତା ହାସଲ କରି କେନ୍ଦ୍ରରେ ମୋରାଜୀ ଭାଇ ଦେଶାଈଙ୍କ ନେତୃତ୍ୱରେ ମନ୍ତ୍ରି ମଣ୍ଡଳ ଗଠନ କଲେ । ଏପରିକି ତତ୍‍ କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀ ମଧ୍ୟ ରାଏବରେଲି ନିର୍ବାଚନ ମଣ୍ଡଳୀରୁ ସୋସାଲିଷ୍ଟ ନେତା ରାଜନାରାୟଣଙ୍କଦ୍ୱାରା ପରାସ୍ତ ହେଲେ । ୧୯୭୭ ମସିହା ମାର୍ଚ୍ଚ ୨୧ ତାରିଖରେ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀ ଦେଶରୁ ଜରୁରୀ ପରିସ୍ଥିତି ଉଠାଇ ଦେଇ ମାର୍ଚ୍ଚ- ୨୨ ତାରିଖରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା

ପ୍ରଦାନ କଲେ । ମାର୍ଚ୍ଚ ୨୪ ତାରିଖରେ କେନ୍ଦ୍ରରେ ପ୍ରଥମ ଅଣ-କଂଗ୍ରେସ ମନ୍ତ୍ରିମଣ୍ଡଳ ଗଠନ ହେଲା । ମୋରାଜୀ ଦେଶାଇ ହେଲେ ଭାରତର ପ୍ରଧାନମନ୍ତ୍ରୀ ।

କେନ୍ଦ୍ରରେ ନୂତନ ମନ୍ତ୍ରିମଣ୍ଡଳରେ ସ୍ୱରାଷ୍ଟ୍ର ବିଭାଗ ଦାୟିତ୍ୱରେ ରହିଲେ ଚୌଧୁରୀ ଚରଣ ସିଂହ । ସେ ଘୋଷଣା କଲେ ଯେ, ଯେଉଁ ରାଜ୍ୟମାନଙ୍କରେ କଂଗ୍ରେସ ଦଳ ଲୋକସଭା ନିର୍ବାଚନରେ ପରାଜୟ ବରଣ କରିଛି ସେସବୁ ରାଜ୍ୟରେ କଂଗ୍ରେସ ଦଳର ଶାସନ କରିବାର ଅଧିକାର ନାହିିଁ । "ଏହି ପରିପ୍ରେକ୍ଷୀରେ ସେ ସେହିସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖିଲେ, ସେମାନେ ଶୀଘ୍ର ଇସ୍ତଫା ଦେଇ ବିଧାନସଭା ଭାଙ୍ଗିଦେବା ନିମନ୍ତେ ସୁପାରିଶ କରନ୍ତୁ ।" ଏହି ସବୁ ରାଜ୍ୟ ହେଲା : ଓଡ଼ିଶା, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ବିହାର, ହିମାଚଳ ପ୍ରଦେଶ, ରାଜସ୍ଥାନ, ହରିଆଣା, ପଞ୍ଜାବ ଓ ଉତ୍ତରପ୍ରଦେଶ । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ଏତାଦୃଶ ପତ୍ରରେ ଅସନ୍ତୋଷ ପ୍ରକାଶ କରି ଏହି ରାଜ୍ୟ ସରକାରମାନେ ସୁପ୍ରିମକୋର୍ଟରେ ଅପିଲ କଲେ । ଓଡ଼ିଶା ସରକାର ହାଇକୋର୍ଟରେ ଅନୁରୂପ ପିଟିସନ ଦାଖଲ କଲେ । ଏପ୍ରିଲ ୨୯ ତାରିଖରେ ସୁପ୍ରିମ କୋର୍ଟ ଏହି ସବୁ ରାଜ୍ୟସରକାରମାନଙ୍କ ପିଟିସନକୁ ଖାରଜ କରିଦେଲେ । ଫଳରେ ଏହି ସବୁ ନଅଟି ରାଜ୍ୟର ସରକାରଙ୍କୁ କେନ୍ଦ୍ରସରକାର ବରଖାସ୍ତ କରିଦେଲେ ।

ଓଡ଼ିଶାରେ ଅନୁଷ୍ଠିତ ଏହି ଲୋକସଭା ନିର୍ବାଚନରେ କଂଗ୍ରେସ ୪ଗୋଟି ଆସନ ପାଇଥିଲା ଓ କଳାହାଣ୍ଡି ଆସନରୁ କଳାହାଣ୍ଡି ରାଜା ପ୍ରତାପକେଶରୀ ଦେଓ କଂଗ୍ରେସ ସର୍ମନରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ । ଜନତାଦଳର ୧୬ଜଣ ସଭ୍ୟଙ୍କ ମଧ୍ୟରୁ ପାଞ୍ଚଜଣ

ଏମ୍‍.ଏଲ.ଏ ଥାଇ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ସେମାନେ ହେଲେ ଭଣ୍ଡାରୀ ପୋଖରୀ ବିଧାୟକ ବୈରାଗୀ ଜେନା, ରାଜନଗର ବିଧାୟକ ବିଜୁ ପଟ୍ଟନାୟକ; ପାଟଣାଗଡ଼ ବିଧାୟକ ଅଇଁଠୁ ସାହୁ; ବିଜେପୁର ବିଧାୟକ ଗଣନାଥ ପ୍ରଧାନ ଓ କେନ୍ଦୁଝର ବିଧାୟକ ଗୋବିନ୍ଦ ମୁଣ୍ଡା ଏହି ବିଧାୟକମାନେ କେଉଁ ଲୋକସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ତାହା ଏହା ପୂର୍ବରୁ ଉଲ୍ଲେଖ କରାଯାଇଛି ।

କେନ୍ଦ୍ରସରକାରଙ୍କ ନିଷ୍ପତ୍ତି କ୍ରମେ ଓଡ଼ିଶାର କଂଗ୍ରେସ ମନ୍ତ୍ରିମଣ୍ଡଳକୁ ଭାଙ୍ଗି ଦିଆଯାଇ ରାଷ୍ଟ୍ରପତି ଶାସନ ଜାରି ହେଲା । ୧୯୭୭ ମସିହା ଜୁନ୍‌ମାସ ୧୦ତାରିଖରେ ଗୋଟିଏ ଦିନରେ ଓଡ଼ିଶାର ୧୪୭ଟି ଯାକ ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେଲା । ଏହି ନିର୍ବାଚନରେ କେବଳ ୨୫ଟି ଆସନରେ କମ୍ୟୁନିଷ୍ଟ ଦଳର ପ୍ରାର୍ଥୀ ଓ ୪ଟି ଆସନରେ ମାର୍କସବାଦୀ କମ୍ୟୁନିଷ୍ଟ ପ୍ରାର୍ଥୀ ବ୍ୟତୀତ କଂଗ୍ରେସ ଓ ଜନତାଦଳ ପ୍ରାର୍ଥୀଙ୍କ ଭିତରେ କୌଣସି ଅନ୍ୟ ଦଳୀୟ ପ୍ରାର୍ଥୀ ନଥିଲେ । ୨୮୨ଜଣ ସ୍ୱାଧୀନ ପ୍ରାର୍ଥୀ ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିଲେ । ଏହି ନିର୍ବାଚନରେ ବିଭିନ୍ନ ଦଳରୁ ୧୭ଜଣ ମହିଳା ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରି ସେମାନଙ୍କ ଭିତରୁ ମାତ୍ର ସାତଜଣ ନିର୍ବାଚିତ ହୋଇଥିଲେ । ସେମାନେ ହେଲେ: ସୁକିନ୍ଦା ନିର୍ବାଚନ ମଣ୍ଡଳୀରୁ ଆନନ୍ଦ ମଞ୍ଜରୀ ଦେବୀ (ଜନତା); ଆଠଗଡ଼ରୁ ରାସ ମଞ୍ଜରୀ ଦେବୀ (ଜନତା); ଖଲ୍ଲିକୋଟରୁ ସୁଜ୍ଞାନ କୁମାରୀ ଦେଓ (ଜନତା); ବ୍ରହ୍ମପୁରରୁ ରତ୍ନମଞ୍ଜରୀ ଦେବୀ (ସ୍ୱାଧୀନ), ଢେ଼ଙ୍କାନାଳରୁ ନନ୍ଦିନୀ ଶତପଥୀ (ଜନତା); ଝାରସୁଗୁଡାରୁ ସୈରୀନ୍ଦ୍ରୀ ନାୟକ (କଂଗ୍ରେସ), ଓ ପିପିଲିରୁ କିରଣ ଲେଖା ମହାନ୍ତି (ଜନତା) ।

ଏହି ବିଧାନସଭା ନିର୍ବାଚନରେ ଜନତାଦଳ ବିପୁଳ ସଂଖ୍ୟାଗରିଷ୍ଠତା ଲାଭ କରି ୧୪୭ରୁ ୧୧୦ଟି ଆସନ ଲାଭ କଲା । ଭାରତୀୟ ଜାତୀୟ କଂଗ୍ରେସ-୨୬, କମ୍ୟୁନିଷ୍ଟ ପାର୍ଟି ଗୋଟିଏ, ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ଗୋଟିଏ ଓ ନିର୍ଦ୍ଦଳୀୟ ବା ସ୍ୱାଧୀନ ସଦସ୍ୟମାନେ ନଅଗୋଟି ଆସନ ଲାଭ କଲେ । ଏ ବିଧାୟକମାନେ ଓ ସେମାନେ ନିର୍ବାଚିତ ହୋଇଥିବା ନିର୍ବାଚନ ମଣ୍ଡଳୀ ଗୁଡିକ ହେଲା:

ସପ୍ତମ ବିଧାନସଭା ସଦସ୍ୟ (୧୯୭୭) :

କରଞ୍ଜିଆ ରଘୁନାଥ ହେମ୍ବ୍ରମ୍‍ ଜନତା
ଯଶୀପୁର କାହ୍ନୁରାମ ହେମ୍ବ୍ରମ ଜନତା
ବାହଲଦା ସୁନାରାମ ସୋରେନ ଜନତା
ରାଇରଙ୍ଗପୁର ଅର୍ଜୁନ ମାଝି ଜନତା
ବାଙ୍ଗିରିପୋଷି ପୁରୁଷୋତ୍ତମ ନାଏକ ଜନତା
କୁଳିଅଣା ନିରଞ୍ଜନ ହେମ୍ବ୍ରମ ଜନତା
ବାରିପଦା ପ୍ରସନ୍ନ କୁମାର ଦାସ କଂଗ୍ରେସ
ବୈସିଙ୍ଗା ରାମଚନ୍ଦ୍ର କିସ୍କୁ ଜନତା
ଖୁଣ୍ଟା ରମେଶ ସୋରେନ କଂଗ୍ରେସ
ଉଦଳା ବୀରଭଦ୍ର ସିଂହ ଜନତା
ଭୋଗରାଇ ସୁଶାନ୍ତ ଚାନ୍ଦ ଜନତା
ଜଳେଶ୍ୱର ଗଦାଧର ଗିରି ଜନତା
ବସ୍ତା ମହେଶ୍ୱର ବାଗ୍‍ ଜନତା
ବାଲେଶ୍ୱର କାର୍ତ୍ତିକ ଚନ୍ଦ୍ର ରାଉତ ଜନତା
ସୋରୋ ହରପ୍ରସାଦ ମହାପାତ୍ର ଜନତା
ସିମୂଳିଆ ଗୋପୀନାଥ ଦାସ ଜନତା
ନୀଳଗିରି ରାଜେନ୍ଦ୍ର ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ ଜନତା
ଭଣ୍ଡାରିପୋଖରୀ କପିଳ ଚରଣ ସେଠି ଜନତା
ଭଦ୍ରକ ରତ୍ନାକର ମହାନ୍ତି ଜନତା
ଧାମନଗର ହୃଦାନନ୍ଦ ମଲ୍ଲିକ ଜନତା
ଚାନ୍ଦବାଲି ଗଙ୍ଗାଧର ଦାସ ଜନତା
ବାସୁଦେବପୁର ନୀଳମଣି ରାଉତରାୟ ଜନତା
ସୁକିନ୍ଦା ଆନନ୍ଦ ମଞ୍ଜରୀ ଦେବୀ ଜନତା
କୋରେଇ ଅଶୋକ କୁମାର ଦାସ ଜନତା
ଯାଜପୁର ଜଗନ୍ନାଥ ମଲ୍ଲିକ ଜନତା
ଧର୍ମଶାଳା ରବି ଦାସ ଜନତା
ବଡଚଣା ମାନଗୋବିନ୍ଦ ସାମଲ ଜନତା
ବରି-ଡେରାବିଶି ଶ୍ରୀକାନ୍ତ କୁମାର ଜେନା ଜନତା
ବିଂଝାରପୁର ଶାନ୍ତନୁ କୁମାର ଦାସ ଜନତା
ଆଳି ଶରତ କୁମାର ଦେବ ଜନତା
ପଟ୍ଟାମୁଣ୍ଡାଇ ତାପସ କୁମାର ଦାସ ଜନତା
ରାଜନଗର ନଳୀନିକାନ୍ତ ମହାନ୍ତି ଜନତା
କେନ୍ଦ୍ରାପଡା ବେଦପ୍ରକାଶ ଅଗ୍ରଓ୍ୱାଲ ଜନତା
ପାଟକୁରା ପ୍ରହ୍ଲାଦ ମଲ୍ଲିକ ଜନତା
ତିର୍ତ୍ତୋଲ ପ୍ରତାପ ଚନ୍ଦ୍ର ମହାନ୍ତି ଜନତା
ଏରସମା ଦାମୋଦର ରାଉତ ଜନତା
ବାଲିକୁଦା ଉମେଶ ସ୍ୱାଇଁ ଜନତା
ଜଗତସିଂହପୁର କଣ୍ଡୁରୀ ଚରଣ ମଲ୍ଲିକ ଜନତା
କିଶନନଗର ବଟକୃଷ୍ଣ ଜେନା ଜନତା
ମାହାଙ୍ଗା ପ୍ରଦୀପ୍ତ କିଶୋର ଦାସ ଜନତା
ସାଲେପୁର ପଞ୍ଚାନନ କାନୁନ୍‍ଗୋ ଜନତା
ଗୋବିନ୍ଦପୁର ସଂଗ୍ରାମ କେଶରୀ ମହାପାତ୍ର ଜନତା
କଟକସଦର ବିଶ୍ୱନାଥ ପଣ୍ଡିତ ଜନତା
କଟକ ସହର ରାଜକିଶୋର ରାମ ଜନତା
ଚୌଦ୍ୱାର ଯୋଗେଶ ଚନ୍ଦ୍ର ରାଉତ ଜନତା
ଆଠଗଡ ରାମମଞ୍ଜରୀ ଦେବୀ ଜନତା
ବଡ଼ମ୍ବା ରାଜା ସାହେବ ତ୍ରିଲୋଚନ ସିଂହଦେଓ ସ୍ୱାଧୀନ
ବାଲିପାଟଣା ଗୋପୀନାଥ ଭୋଇ ଜନତା
ଭୁବନେଶ୍ୱର ସତ୍ୟପ୍ରିୟ ମହାନ୍ତି ଜନତା
ଜଟଣୀ ସୁରେଶ କୁମାର ରାଉତରାୟ ଜନତା
ପିପିଲି କିରଣ ଲେଖା ମହାନ୍ତି ଜନତା
ନିମାପଡ଼ା ଗୋବିନ୍ଦ ସେଠି ଜନତା
ସତ୍ୟବାଦୀ ସୁରେନ୍ଦ୍ର ନାଥ ନାୟକ ଜନତା
କାକଟପୁର ଚନ୍ଦ୍ରମାଧବ ମିଶ୍ର ଜନତା
ପୁରୀ ବ୍ରଜକିଶୋର ତ୍ରିପାଠୀ ଜନତା
ବହ୍ମଗିରି ଅଜୟ କୁମାର ଜେନା ଜନତା
ଚିଲିକା ବିଶ୍ୱଭୂଷଣ ହରିଚନ୍ଦନ ଜନତା
ଖୋର୍ଦ୍ଧା ସୁଦର୍ଶନ ମହାନ୍ତି ଜନତା
ବେଗୁନିଆ ଚିନ୍ତାମଣି ପାଣିଗ୍ରାହୀ କଂଗ୍ରେସ
ରଣପୁର ରମେଶଚନ୍ଦ୍ର ପଣ୍ଡା ଉଦାହରଣ
ନୟାଗଡ଼ ଭାଗବତ ବେହେରା ଜନତା
ଖଣ୍ଡପଡ଼ା ସତ୍ୟସୁନ୍ଦର ମିଶ୍ର ସ୍ୱାଧୀନ
ଦଶପଲ୍ଲା ହରିହର କରଣ କଂଗ୍ରେସ
ଜଗନ୍ନାଥ ପ୍ରସାଦ ଉଦୟ ନାଥ ନାୟକ ଜନତା
ଭଞ୍ଜନଗର କାମି ସୁବାରାଓ ପୃଷ୍ଟି ଜନତା
ସୋରୋଡା ଅନନ୍ତ ନାରାୟଣ ସିଂହଦେଓ ଜନତା
ଆସ୍କା ହରିହର ସ୍ୱାଇଁ ଜନତା
କବିସୂର୍ଯ୍ୟନଗର ତାରିଣୀ ପଟ୍ଟନାୟକ ଜନତା
କୋଦଳା ରାମକୃଷ୍ଣ ପଟ୍ଟନାୟକ ଜନତା
ଖଲିକୋଟ ଭି. ସୁଜ୍ଞାନ କୁମାରୀ ଦେଓ ଜନତା
ଛତ୍ରପୁର ବିଶ୍ୱନାଥ ସାହୁ କମ୍ୟୁନିଷ୍ଟ
ହିଞ୍ଜିଳି ବୃନ୍ଦାବନ ନାୟକ କଂଗ୍ରେସ
ଗୋପାଳପୁର ଘନଶ୍ୟାମ ବେହେରା କଂଗ୍ରେସ
ବ୍ରହ୍ମପୁର ରତ୍ନମଞ୍ଜରୀ ଦେବୀ ସ୍ୱାଧୀନ
ଚିକିଟି ଜଗନ୍ନାଥ ପତି ଜନତା
ମୋହନା ଉଦୟ ନାରାୟଣ ଦେବ ସ୍ୱାଧୀନ
ରାମଗିରି ଗୋରାସାଙ୍ଗ ଶବର କଂଗ୍ରେସ
ପାରଳାଖେମଣ୍ଡି ବିଜୟ କୁମାର ଜେନା ସ୍ୱାଧୀନ
ଗୁଣୁପୁର ଭାଗୀରଥି ଗମାଙ୍ଗ ଉଦାହରଣ
ବିଷମକଟକ ଡମ୍ବରୁଧର ଉଲାକା କଂଗ୍ରେସ
ରାୟଗଡ଼ା ଉଲାକା ରାମଚନ୍ଦ୍ର କଂଗ୍ରେସ
ଲକ୍ଷ୍ମୀପୁର ଅଖିଳ ସାଉଣ୍ଟା ଜନତା
ପଟାଙ୍ଗୀ ଜୟରାମ ପାଙ୍ଗୀ ଜନତା
କୋରାପୁଟ ହରିଶ୍ଚନ୍ଦ୍ର ବକ୍‍ସି ପାତ୍ର ଜନତା
ମାଲକାନାଗିରି ନାକା କାନାୟା ଜନତା
ଚିତ୍ରକୋଣ୍ଡା ପ୍ରହ୍ଲାଦ ଦୋରା ଜନତା
କୋରାପୁଟ ବାସୁଦେବ ମାଝି କଂଗ୍ରେସ
ଜୟପୁର ରଘୁନାଥ ପଟ୍ଟନାୟକ କଂଗ୍ରେସ
ନବରଙ୍ଗପୁର ହବିବୁଲା ଖାଁ କଂଗ୍ରେସ
କୋଡ଼ିଙ୍ଗା ସମ୍ଭାରୁ ମାଝି କଂଗ୍ରେସ
ଡାବୁଗାଁ ଶ୍ୟାମଘନ ମାଝି ଜନତା
ଉମରକୋଟ ରବି ସିଂହ ମାଝି ଜନତା
ନୂଆପଡ଼ା ଘାସିରାମ ମାଝି ଜନତା
ଖଡିଆଳ କପିଳ ନାରାୟଣ ତିଓ୍ୱାରୀ ସ୍ୱାଧୀନ
ଧରମଗଡ ଗଜାନନ ନାୟକ କଂଗ୍ରେସ
କୋକସରା ରାସବିହାରୀ ବେହେରା କଂଗ୍ରେସ
ଜୁନାଗଡ ମହେଶ୍ୱର ବରାଡ଼ କଂଗ୍ରେସ
ଭବାନିପାଟଣା ଦୟାନିଧି ନାୟକ କଂଗ୍ରେସ
ନରଲା ତେଜରାଜ ମାଝି କଂଗ୍ରେସ
କେସିଙ୍ଗା ନଗେନ୍ଦ୍ର ନାଥ ଚୌଧୁରୀ ଜନତା ଦଳ
ବାଲିଗୁଡା ସଦାନନ୍ଦ କଅଁର ସ୍ୱାଧୀନ
ଜି. ଉଦୟଗିରି ରଞ୍ଜିତ କୁମାର ପ୍ରଧାନ ଜନତା ଦଳ
ଫୁଲବାଣୀ ପ୍ରହ୍ଲାଦ ବେହେରା ଜନତା ଦଳ
ବୌଦ୍ଧ ନଟବର ପ୍ରଧାନ ଜନତା ଦଳ
ଟିଟିଲାଗଡ ଲଳିତ ମୋହନ ଗାନ୍ଧୀ କଂଗ୍ରେସ
କଣ୍ଟାବାଞ୍ଜି ପ୍ରସନ୍ନ କୁମାର ପାଲ କଂଗ୍ରେସ
ପାଟନାଗଡ ବିବେକାନନ୍ଦ ମେହେର ଜନତା ଦଳ
ସଇଁତଳା ସୁବାସ ଚନ୍ଦ୍ର ବାଗ ଜନତା ଦଳ
ଲୁଇସିଙ୍ଗା ରାମପ୍ରସାଦ ମିଶ୍ର ଜନତା ଦଳ
ବଲାଙ୍ଗୀର ମୁରଲୀଧର ଗୁରୁ ଜନତା ଦଳ
ସୋନପୁର ଦେବରାଜ ସେଠ ଜନତା ଦଳ
ବିନିକା ପରୀକ୍ଷିତ କରଣ ସ୍ୱାଧୀନ
ବୀର ମହାରାଜପୁର ସୁରେନ୍ଦ୍ର ପ୍ରଧାନ ଜନତା ଦଳ
ଆଠମଲ୍ଲିକ ବାଳକୃଷ୍ଣ ପଟ୍ଟନାୟକ ଜନତା ଦଳ
ଅନୁଗୁଳ ଅଦ୍ୱୈତ ପ୍ରସାଦ ସିଂହ ଜନତା ଦଳ
ହିନ୍ଦୋଳ ତ୍ରିନାଥ ନାୟକ ଜନତା ଦଳ
ଢେ଼ଙ୍କାନାଳ ନନ୍ଦିନୀ ଶତପଥୀ ଜନତା ଦଳ
ଗଁଦିଆ ହଳଧର ମିଶ୍ର ଜନତା ଦଳ
କାମାକ୍ଷାନଗର ପ୍ରସନ୍ନ କୁମାର ପଟ୍ଟନାୟକ ଜନତା ଦଳ
ପାଲଲହଡା ଧରଣୀଧର ପ୍ରଧାନ ସ୍ୱାଧୀନ
ତାଳଚେର ବୃନ୍ଦାବନ ବେହେରା ଜନତା ଦଳ
ପଦ୍ମପୁର ବୀର ବିକ୍ରମାଦିତ୍ୟ ସିଂହ ବରିହା ଜନତା ଦଳ
ମେଳଚ୍ଛାମୁଣ୍ଡା ବୀରେନ୍ଦ୍ର କୁମାର ସାହୁ ଜନତା ଦଳ
ବିଜିପୁର ନିତ୍ୟାନନ୍ଦ ଗଡତିଆ ଜନତା ଦଳ
ଭଟ୍‍ଲି ବିମ୍ବାଧର କୁଅଁର ଜନତା ଦଳ
ବରଗଡ ନବୀନ କୁମାର ପ୍ରଧାନ ଜନତା ଦଳ
ସମ୍ବଲପୁର ଝସ କେତନ ସାହୁ ଜନତା ଦଳ
ବ୍ରଜରାଜନଗର ଉପେନ୍ଦ୍ର ଦୀକ୍ଷିତ କଂଗ୍ରେସ
ଝାରସୁଗୁଡା ସୈରିନ୍ଦ୍ରୀ ନାୟକ କଂଗ୍ରେସ
ଲାଇକେରା ରାମେଶ୍ୱର ସିଂହନାୟକ ଜନତା ଦଳ
କୁଚିଣ୍ଡା ଜଗତେଶ୍ୱର ମିର୍ଦ୍ଧା କଂଗ୍ରେସ
ରେଢ଼ାଖୋଲ ବସନ୍ତ କୁମାର ମହାନନ୍ଦ ଜନତା ଦଳ
ଦେବଗଡ ଭାନୁଗଙ୍ଗ ତ୍ରିଭୁବନ ଦେଓ ଜନତା ଦଳ
ସୁନ୍ଦରଗଡ କିଶୋର ଚନ୍ଦ୍ର ପଟେଲ କଂଗ୍ରେସ
ତଲସରା ଇଗ୍ନେସ ମାଝି ଜନତା ଦଳ
ରାଜଗାଙ୍ଗପୁର ବ୍ରଜମୋହନ କିଶାନ ଜନତା ଦଳ
ବୀରମିତ୍ରପୁର ପ୍ରେମଚାନ୍ଦ ଭଗତ୍‍ ଜନତା ଦଳ
ରାଉଲକେଲା ବ୍ରଜକିଶୋର ମହାନ୍ତି ଜନତା ଦଳ
ରଘୁନାଥ ପାଲି ରବି ଦେହୁରି ଜନତା ଦଳ
ବଣାଇ ହେମନ୍ତ କୁମାର ସିଂହଦଣ୍ଡପାଟ ଜନତା ଦଳ
ଚମ୍ପୁଆ ସହରାଇ ଓରାମ ଜନତା ଦଳ
ପାଟନା ମହେଶ୍ୱର ମାଝି ଜନତା ଦଳ
କେନ୍ଦୁଝର କୁମର ମାଝି ଜନତା ଦଳ
ତେଲକୋଇ ନୀଳାଦ୍ରି ନାଏକ ଜନତା ଦଳ
ରାମଚନ୍ଦ୍ରପୁର କ୍ଷୀରୋଦ ପ୍ରସାଦ ସ୍ୱାଇଁ ଜନତା ଦଳ
ଆନନ୍ଦପୁର ମକର ସେଠି ଜନତା ଦଳ

ଜନତା ବିଧାୟକ ଦଳର ନେତା ଭାବରେ ନୀଳମଣି ରାଉତରାୟ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ଭାବରେ ୧୯୭୭ ଜୁନ ୨୬ ତାରିଖ ଦିନ ଶପଥ ଗ୍ରହଣ କଲେ । ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ଏକ ପନ୍ଦର ଜଣିଆ ମନ୍ତ୍ରିମଣ୍ଡଳ ମଧ୍ୟ ସେହି ଦିନ ଶପଥ ଗ୍ରହଣ କଲେ । ଏହି ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ନ'ଜଣ କ୍ୟାବିନେଟ ଓ ଅନ୍ୟ ଛ'ଜଣ ରାଷ୍ଟ୍ରମନ୍ତ୍ରୀ ରହିଲେ । ଓଡ଼ିଶାର ରାଜ୍ୟପାଳ ହର ଚରଣ ସିଂହବ୍ରାର ଏହି ମନ୍ତ୍ରୀମାନଙ୍କୁ ଶପଥପାଠ କରାଇଲେ । ସେହି ମନ୍ତ୍ରୀ ଓ ସେମାନଙ୍କର ବିଭାଗ ଗୁଡିକ ହେଲା:

କ୍ୟାବିନେଟ ମନ୍ତ୍ରୀ :

ନୀଳମଣି ରାଉତରାୟ : ମୁଖ୍ୟମନ୍ତ୍ରୀ ଓ ପଲଟିକାଲ ଆଣ୍ଡ ସର୍ଭିସେସ୍‍, ଯୋଜନା ଓ
ସମନ୍ୱୟ ଓ ସ୍ୱରାଷ୍ଟ୍ର ବିଭାଗ ମନ୍ତ୍ରୀ
ପ୍ରତାପ ଚନ୍ଦ୍ର ମହାନ୍ତି : ରାଜସ୍ୱ, ଶକ୍ତି ଗୋଷ୍ଠୀ ଉନ୍ନୟନ ଓ ସମାଜ ସେବା,
ଉଠାଜଳସେଚନ, ବାଣିଜ୍ୟ
ପ୍ରହ୍ଲାଦ ମଲ୍ଲିକ : କୃଷି ଓ ସମବାୟ, ଆଦିବାସୀ ଓ ଗ୍ରାମମଙ୍ଗଳ
ପ୍ରଦୀପ୍ତ କିଶୋର ଦାସ : ଶିକ୍ଷା ଓ ଯୁବମଙ୍ଗଳ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ
ଡକ୍ଟର ରାମପ୍ରସାଦ ମିଶ୍ର : ଅର୍ଥ, ପଶୁପାଳନ
ନଟବର ପ୍ରଧାନ : ପୂର୍ତ୍ତ, ଜଙ୍ଗଲ ଓ ମତ୍ସ୍ୟ ଏବଂ ପରିବହନ
ବିଶ୍ୱଭୂଷଣ ହରିଚନ୍ଦନ : ଖାଦ୍ୟ, ଯୋଗାଣ, ଆଇନ, ଶ୍ରମ, ନିଯୁକ୍ତି ଓ ସାଂସ୍କୃତିକ
ବ୍ୟାପାର
ହରିଶ୍ଚନ୍ଦ୍ର ବକ୍ସିପାତ୍ର : ଶିଳ୍ପ, ଖଣି ଓ ଭୂତତ୍ତ୍ୱ, ଗ୍ରାମଉନ୍ନୟନ, ପର୍ଯ୍ୟଟନ
ଝସ କେତନ ସାହୁ : ସହରାଞ୍ଚଳ ଉନ୍ନୟନ, ଅବକାରୀ

ରାଷ୍ଟ୍ରମନ୍ତ୍ରୀ :

ବୀରଭଦ୍ର ସିଂହ : ଆଦିବାସୀ ଓ ଗ୍ରାମମଙ୍ଗଳ
ଘାସିରାମ ମାଝି : ସ୍ୱାସ୍ଥ୍ୟ ଓ ପଶୁପାଳନ
ଅଦୈତ ପ୍ରସାଦ ସିଂହ : ଗୋଷ୍ଠୀ ଉନ୍ନୟନ ଓ ସମାଜମଙ୍ଗଳ, ସମବାୟ, ଲୋକସଂପର୍କ
ସହରାଇ ଓରାମ : ଗ୍ରାମ ଉନ୍ନୟନ, ମତ୍ସ୍ୟ
ଇଗ୍ନେସ ମାଝି : ଆଇନ, ଶ୍ରମ, ନିଯୁକ୍ତି ଓ ଗୃହ ନିର୍ମାଣ
ହରିହର ସ୍ୱାଇଁ : ବାଣିଜ୍ୟ ଓ ପରିବହନ, ଜେଲ

କଂଗ୍ରେସ ବିଧାୟକ ଦଳ ନେତା ଭାବରେ ଚିନ୍ତାମଣି ପାଣିଗ୍ରାହୀ ନିର୍ବାଚିତ ହୋଇ ବିରୋଧିଦଳର ନେତା ପଦ ଗ୍ରହଣ କଲେ । ସପ୍ତମ ବିଧାନସଭାର ଏହି ନବନିର୍ବାଚିତ ସଦସ୍ୟମାନେ ୧୯୭୭ ମସିହା ଜୁନ୍‍ ୨୯ ତାରିଖ ଦିନ ଶପଥ ଗ୍ରହଣ କଲେ । ସତ୍ୟପ୍ରିୟ ମହାନ୍ତି ଓ ସୁରେନ୍ଦ୍ର ନାଥ ନାୟକ ଯଥାକ୍ରମେ ବାଚସ୍ପତି ଓ ଉପବାଚସ୍ପତି ଭାବରେ ନିର୍ବାଚିତ ହେଲେ ।

ଜାତୀୟ କଂଗ୍ରେସର ବିଭାଜନ:

୧୯୭୮ ମସିହାରେ ଭାରତୀୟ ଜାତୀୟ କଂଗ୍ରେସ ଦ୍ୱିତୀୟ ଥରପାଇଁ ବିଭାଜିତ ହେଲା । ଇନ୍ଦିରାଗାନ୍ଧୀଙ୍କ ନେତୃତ୍ୱରେ ପରିଚାଳିତ କଂଗ୍ରେସ ଦଳ କଂଗ୍ରେସ (ଆଇ) ଭାବରେ ପରିଚିତ ହୋଇ 'ହାତ' ଚିହ୍ନ ନିର୍ବାଚନ ସଂକେତ ଲାଭ କଲା । ସଂଜୀବ ରେଡିଙ୍କ ନେତୃତ୍ୱରେ ପରିଚାଳିତ କଂଗ୍ରେସ 'ଗାଈ-ବାଛୁରୀ' ଚିହ୍ନକୁ ନିର୍ବାଚନ ସଂକେତ ଭାବରେ ବଜାୟ ରଖିଲା । ଓଡ଼ିଶା ବିଧାନ ସଭାରେ ଥିବା ୨୬ଜଣ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୧୫ଜଣ କଂଗ୍ରେସ (ଆଇ) ଦଳକୁ ସମର୍ଥନ କରି କଂଗ୍ରେସ (ଆଇ)ର ବିଧାୟକ ଭାବରେ ପରିଚିତ ହେଲେ । ୨୦.୨.୧୯୭୮ ତାରିଖରେ ଏହି ଦଳର ନେତା ବୃନ୍ଦାବନ ନାୟକ ବିରୋଧୀ ଦଳର ନେତା ଭାବରେ ମାନ୍ୟତା ଲାଭ କଲେ । ଅନ୍ୟ ୧୧ଜଣ କଂଗ୍ରେସ ବିଧାୟକ କଂଗ୍ରେସ (ୟୁ)ର ବିଧାୟକ ଭାବରେ ପରିଚିତ ହେଲେ । କାରଣ ଦେବରାଜ ଅର୍ସ ଥିଲେ ଏହି କଂଗ୍ରେସ ଗୋଷ୍ଠୀର ସଭାପତି । ପରେ ଜାତୀୟ ସ୍ତରରେ କଂଗ୍ରେସ (ୟୁ) ଦଳ ପୂରାପୂରି ଜନତା ଦଳରେ ମିଶି ଯାଇଥିଲା, ଫଳରେ ଇନ୍ଦିରାଗାନ୍ଧୀଙ୍କ ପରିଚାଳିତ କଂଗ୍ରେସ (ଆଇ) ପ୍ରକୃତ ଜାତୀୟ କଂଗ୍ରେସ ଭାବରେ ସ୍ୱୀକୃତି ଲାଭ କଲା । ଏହି ଦଳକୁ ଗାଈ-ବାଛୁରୀ ନିର୍ବାଚନ ସଙ୍କେତ ମିଳିଲା । କିନ୍ତୁ ଦଳ ତାହାକୁ ଗ୍ରହଣ ନକରି ପୂର୍ବରୁ ପାଇଥିବା ସେହି 'ହାତ' ଚିହ୍ନକୁ ଦଳର ନିର୍ବାଚନ ସଙ୍କେତ ଭାବରେ ଗ୍ରହଣ କରିନେଲା । ଆଜିଯାଏଁ ବି 'ହାତ' ଚିହ୍ନ ଦଳର ନିର୍ବାଚନ ସଂକେତ ହୋଇ ରହିଛି ।

ଜନତା ଦଳର ବିଭାଜନ, ଦେଶାଇଙ୍କ ଇସ୍ତଫା :

ଚାରୋଟି ଅଣ-କଂଗ୍ରେସ ଓ ଅଣ କମ୍ୟୁନିଷ୍ଟ ଦଳର ସଭ୍ୟମାନଙ୍କୁ ନେଇ ଗଠିତ ଜନତା ଦଳରେ ବିଭିନ୍ନ ସମୟରେ ଆଭ୍ୟନ୍ତରୀଣ କନ୍ଦଳ ପରିଲକ୍ଷିତ ହେଲା । ତା'ଭିତରେ ଚରଣ ସିଂହଙ୍କର ଇଚ୍ଛା, କେମିତି ପ୍ରଧାନମନ୍ତ୍ରୀ ହେବେ! ଫଳରେ ସେ ଜନତା ଦଳର କେତେଜଣ ସଦସ୍ୟଙ୍କ ସହାୟତାରେ ନିଜର ଆଶାକୁ ଚରିତାର୍ଥ କରିବାପାଇଁ ଲାଗିପଡିଲେ । ତାଙ୍କୁ ସହଯୋଗ କଲେ ରାଜନାରାୟଣ । ପ୍ରାୟତଃ ଚରଣ ସିଂହ ଓ ରାଜନାରାୟଣଙ୍କ ସରକାର ବିରୋଧୀ ବିବୃତିରେ ମୋରାରଜୀ ଦେଶାଇ ଅତିଷ୍ଠ ହୋଇ ପଡିଲେ । ଫଳରେ ସେ ଚରଣ ସିଂହ ଓ ରାଜନାରାୟଣଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ବରଖାସ୍ତ କରିଦେଲେ । ପୁଣି ଛ'ମାସ ପରେ ୧୯୭୯ ଜାନୁଆରି ମାସରେ ଚରଣ ସିଂହଙ୍କୁ କ୍ୟାବିନେଟକୁ ଫେରାଇ ଆଣି ସ୍ୱରାଷ୍ଟ୍ର ବିଭାଗ ବଦଳରେ ଅର୍ଥ ବିଭାଗ ଦାୟିତ୍ୱରେ ରଖିଲେ । କିନ୍ତୁ ରାଜନାରାୟଣଙ୍କୁ କ୍ୟାବିନେଟରେ ଆଉ ଗ୍ରହଣ କଲେ ନାହିିଁ । ଫଳରେ ରାଜନାରାୟଣ ଜନତା (ଏସ୍‍) ନାମରେ ଏକ ନୂଆ ଦଳ ଗଠନ କଲେ । ଏହି ଦଳରେ ଓଡ଼ିଶାର ରବି ରାୟ ଓ ବିଜୁ ପଟ୍ଟନାୟକଙ୍କ ସମେତ ଚରଣ ସିଂହ ଓ ବହୁ ଗୁଣା ଆଦି ନେତାମାନେ ଯୋଗଦାନ କଲେ । ମନ୍ତ୍ରିମଣ୍ଡଳର ପତନ ନିଶ୍ଚିତ ଜାଣି ମୋରାରଜୀ ଦେଶାଇ ମନ୍ତ୍ରିମଣ୍ଡଳରୁ ଇସ୍ତଫା ପ୍ରଦାନ କଲେ । ରାଷ୍ଟ୍ରପତି ମନ୍ତ୍ରିମଣ୍ଡଳର ଇସ୍ତଫା ଗ୍ରହଣ କରିନେଲେ । ବିକଳ୍ପ ସରକାର ଗଠନ କରିବାପାଇଁ ରାଷ୍ଟ୍ରପତି ବିରୋଧୀ ଦଳର ନେତା ଓ୍ୱାଇ.ଭି.ଚୌହାନଙ୍କୁ ନିମନ୍ତ୍ରଣ କଲେ । କିନ୍ତୁ ଚୌହାନ ଅକ୍ଷମତା ପ୍ରକାଶ କରିବାରୁ ରାଷ୍ଟ୍ରପତି ଚୌଧୁରୀ ଚରଣ ସିଂହଙ୍କୁ ମନ୍ତ୍ରିମଣ୍ଡଳ ଗଠନ କରିବା ନିମନ୍ତେ ସୁଯୋଗ ପ୍ରଦାନ କଲେ । ଚୌଧୁରୀ ଚରଣ ସିଂହ କଂଗ୍ରେସ ଦଳର ସମର୍ଥନରେ ୧୯୭୯ ମସିହା ଜୁଲାଇ ୨୮ ତାରିଖରେ କେନ୍ଦ୍ରରେ ନୂତନ ମନ୍ତ୍ରିମଣ୍ଡଳ ଗଠନ କଲେ । ଏହି ମନ୍ତ୍ରିମଣ୍ଡଳରେ ଓଡ଼ିଶାର ବିଜୁ ପଟ୍ଟନାୟକ ଓ ରବି ରାୟ ମଧ୍ୟ ମନ୍ତ୍ରୀ ଭାବରେ ସ୍ଥାନ ପାଇଲେ ।

ରାଷ୍ଟ୍ରପତିଙ୍କ ନିର୍ଦେଶ କ୍ରମେ ଚରଣ ସିଂହ ଏକମାସ ଭିତରେ ଲୋକସଭାରେ ଆସ୍ଥା ପ୍ରକଟ କରିବା ପୂର୍ବରୁ କଂଗ୍ରେସ ଦଳ ତାଙ୍କ ମନ୍ତ୍ରିମଣ୍ଡଳରୁ ସମର୍ଥନ ପ୍ରତ୍ୟାହାର କରି ନେଲେ । ଫଳରେ ଚରଣ ସିଂହ ପ୍ରଧାନମନ୍ତ୍ରୀ ଭାବରେ ପାର୍ଲିଆମେଣ୍ଟରେ ବସିପାରିଲେ ନାହିିଁ । ତାଙ୍କ ମନ୍ତ୍ରିମଣ୍ଡଳ ଭାଙ୍ଗିଗଲା । ମାତ୍ର ୨୨ଦିନ ପ୍ରଧାନମନ୍ତ୍ରୀ ପଦବୀରେ ସେ ରହିଥିଲେ । ଏହା ପରେ ୧୯୭୯ ମସିହା ଅଗଷ୍ଟ ୨୦ ତାରିଖ ଦିନ ଦେଶରେ ରାଷ୍ଟ୍ରପତି ଶାସନ ଜାରି ହେଲା ।

ଓଡ଼ିଶା ଜନତା ଦଳରେ ବିଭାଜନ :

ଓଡ଼ିଶାରେ ଜନତା ଦଳ ଦୁଇ ଭାଗରେ ବିଭାଜିତ ହୋଇଗଲା । ଜନତା ବିଧାୟକ ଦଳର ୧୧୦ଜଣ ସଭ୍ୟଙ୍କ ମଧ୍ୟରୁ ୨୮ଜଣ ସଦସ୍ୟ ପ୍ରହ୍ଲାଦ ମଲ୍ଲିକଙ୍କ ନେତୃତ୍ୱରେ ବାହାରି ଆସି ଜନତା ଦଳ (ଓ) ନାମରେ ପରିଚିତ ହେଲେ । ଅନ୍ୟ ବିଧାୟକ ଦଳର ସଭ୍ୟମାନେ ନୀଳମଣି ରାଉତରାୟଙ୍କ ନେତୃତ୍ୱରେ ପରିଚାଳିତ ହୋଇ ଜନତା ଦଳର ବିଧାୟକ ଭାବରେ ବିବେଚିତ ହେଲେ । ସେମାନଙ୍କ ସଂଖ୍ୟା ହୋଇଗଲା ୮୨ । ଜନତା ଦଳ ବିଭାଜନ ପରେ ମନ୍ତ୍ରିମଣ୍ଡଳପାଇଁ କୌଣସି ବିପଦ ଦେଖାଗଲା ନାହିିଁ । ଏହି ବିଭାଜନ ପରେ ୨୮ଜଣିଆ ଜନତା (ଓ) ବିଧାୟକ ଦଳର ନେତା ପ୍ରହ୍ଲାଦ ମଲ୍ଲିକ ୧୯୭୯ ମସିହା ସେପ୍ଟେମ୍ବର ତିନି ତାରିଖ ଦିନ ବିରୋଧୀ ଦଳ ନେତା ଭାବରେ ସ୍ୱୀକୃତି ଲାଭ କଲେ ।

ରାଉତରାୟ ମନ୍ତ୍ରୀମଣ୍ଡଳ ସଂପ୍ରସାରିତ :

କୌଣସି କାରଣରୁ ଶ୍ରୀ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ମନ୍ତ୍ରୀମଣ୍ଡଳରୁ ନିଲମ୍ବିତ କରାଗଲା । ସେହିପରି ପ୍ରହ୍ଲାଦ ମଲ୍ଲିକ ଦଳରୁ ବାହାରି ଯାଇ ନୂତନ ଜନତା ଦଳ (ଓ)ର ନେତୃତ୍ୱ ନେବାରୁ ସେ ମଧ୍ୟ ମନ୍ତ୍ରୀମଣ୍ଡଳରୁ ବହିଷ୍କୃତ ହେଲେ । ମନ୍ତ୍ରୀ ପ୍ରଦୀପ୍ତ କିଶୋର ଦାସ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ପ୍ରଦାନ କଲେ । ଫଳରେ ତିନୋଟି କ୍ଯାବିନେଟ ମନ୍ତ୍ରୀ ପଦ ଖାଲିପଡିଲା । ଏଣୁ ମୁଖ୍ୟମନ୍ତ୍ରୀ ୧୯୭୯ ମସିହା ଅକ୍ଟୋବର ୨୫ ତାରିଖ ଦିନ ତାଙ୍କ ମନ୍ତ୍ରୀମଣ୍ଡଳର ସଂପ୍ରସାରଣ କଲେ । ଏହି ମନ୍ତ୍ରୀମଣ୍ଡଳରେ ସେ ଚାରିଜଣ ନୂଆ କ୍ୟାବିନେଟ ମନ୍ତ୍ରୀ ନେଲେ । ସେମାନେ ହେଲେ ବୃନ୍ଦାବନ ନାୟକ, ଶରତ କୁମାର ଦେବ, ବେଦ ପ୍ରକାଶ ଅଗ୍ରୱାଲା ଓ ଜଗନ୍ନାଥ ମଲ୍ଲିକ । ଏହା ବ୍ୟତୀତ ଦୁଇ ଜଣ ରାଷ୍ଟ୍ରମନ୍ତ୍ରୀଙ୍କୁ କ୍ୟାବିନେଟ ପାହ୍ୟାକୁ ଉନ୍ନୀତ କଲେ । ସେମାନେ ହେଲେ ଅଦୈତ ପ୍ରସାଦ ସିଂହ ଓ ଘାସିରାମ ମାଝି । ଫଳରେ କ୍ୟାବିନେଟ ମନ୍ତ୍ରୀମାନଙ୍କ ସଂଖ୍ୟା ହେଲା ବାର ।

ଏହି ସଂପ୍ରସାରଣ ମନ୍ତ୍ରୀମଣ୍ଡଳରେ ନୂଆକରି ନ'ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ଭାବରେ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତ ରାୟ ଗ୍ରହଣ କଲେ । ସେମାନେ ହେଲେ, ରବି ସିଂହ ମାଝି, ଡାକ୍ତର ଦାମୋଦର ରାଉତ, କାଳିନ୍ଦୀ ଚରଣ ବେହେରା, ମହେଶ୍ୱର ବାଗ, ପ୍ରେମଚାନ୍ଦ ଭଗତ, ମୁରଲୀଧର ଗୁରୁ, ନବୀନ କୁମାର ପ୍ରଧାନ, ଶ୍ରୀକାନ୍ତ କୁମାର ଜେନା ଓ ରଘୁନାଥ ହେମ୍ର୍ୱମ । ଫଳରେ ରାଷ୍ଟ୍ରମନ୍ତ୍ରୀମାନଙ୍କର ସଂଖ୍ୟା ହେଲା ତେର । ସମୁଦାୟ କ୍ୟାବିନେଟରେ ରହିଲେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ପଚିଶଜଣ ମନ୍ତ୍ରୀ ଓ ରାଷ୍ଟ୍ରମନ୍ତ୍ରୀ । ୧୯୮୦ ସପ୍ତମ ଲୋକସଭା ନିର୍ବାଚନ:

ଜାତୀୟ ସ୍ତରରେ ଜନତାଦଳ ବିଭାଜିତ ଥିବା ଅବସ୍ଥାରେ ଜାନୁଆରି ପ୍ରଥମ ସପ୍ତାହରେ ଦେଶରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବାପାଇଁ ଘୋଷଣା ହେଲା । ଫଳରେ ଜନତା ପାର୍ଟିରେ ଥିବା ପୂର୍ବତନ ଜନସଂଘ ଦଳର ସଭ୍ୟମାନେ ଅଲଗା ହୋଇଯାଇ ଭାରତୀୟ ଜନତା ପାର୍ଟି (ବିଜେପି) ନାମରେ ନୂତନ ରାଜନୈତିକ ଦଳ ଗଠନ କଲେ । ଅନ୍ୟମାନେ ଏକାଠି ହୋଇ (ଅଣ କଂଗ୍ରେସ ଓ ଅଣ କମ୍ୟୁନିଷ୍ଟଙ୍କ ବ୍ୟତୀତ) 'ଲୋକଦଳ' ନାମରେ ଅନ୍ୟ ଏକ ରାଜନୈତିକ ଦଳ ଗଠନ କଲେ । ଭାରତୀୟ ଜନତା ପାର୍ଟିର ନିର୍ବାଚନ ସଂକେତ ହେଲା ପଦ୍ମଫୁଲ ଓ ଲୋକଦଳର ନିର୍ବାଚନ ସଂକେତ ହେଲା 'ମହିଳା' । ଚରଣ ସିଂହଙ୍କ ନେତୃତ୍ୱରେ ଗଠିତ ଜନତା ଦଳକୁ ଜନତା (ଏସ) ବୋଲି କୁହାଯାଉଥିଲା । ଏହି ଜନତା ଦଳକୁ ଲୋକଦଳ ନାମରେ ନାମିତ କରିବାପାଇଁ ନିର୍ବାଚନ କମିଶନରଙ୍କୁ ଅନୁରୋଧ କରାଯାଇଥିଲା । ହେଲେ ଏଥିରେ କମିଶନର ରାଜି ହୋଇନଥିଲେ । ଫଳରେ ଲୋକଦଳ ପ୍ରାର୍ଥୀମାନେ ଜନତା (ଏସ)ର ନିର୍ବାଚନ ସଂକେତ 'ମହିଳା' ଚିହ୍ନରେ ନିର୍ବାଚନ ଲଢ଼ିିଥିଲେ ।

ଓଡ଼ିଶାର ସପ୍ତମ ଲୋକସଭା ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ (ଇ) ୨୧ଟି ଆସନରୁ ୨୦ଟି ଆସନ ଲାଭ କଲା । କେବଳ କେନ୍ଦ୍ରାପଡା ଲୋକସଭା ଆସନରୁ ଲୋକଦଳ ପ୍ରାର୍ଥୀ ବିଜୁ ପଟ୍ଟନାୟକ ନିର୍ବାଚିତ ହୋଇ ଆସିଲେ । ଓଡ଼ିଶାରୁ ନିର୍ବାଚିତ ହୋଇଥିବା ଲୋକସଭା ସଦସ୍ୟମାନେ ହେଲେ

ସପ୍ତମ ଲୋକସଭା ସଦସ୍ୟ (୧୯୮୦) :

ମୟୂରଭଞ୍ଜ ମନମୋହନ ଟୁଡୁ କଂଗ୍ରେସ(ଇ)
ବାଲେଶ୍ୱର ଚିନ୍ତାମଣି ଜେନା କଂଗ୍ରେସ(ଇ)
ଭଦ୍ରକ ଅର୍ଜୁନ ସେଠି କଂଗ୍ରେସ(ଇ)
ଯାଜପୁର ଅନାଦି ଚରଣ ଦାସ କଂଗ୍ରେସ(ଇ)
କେନ୍ଦ୍ରାପଡା ବିଜୟାନନ୍ଦ ପଟ୍ଟନାୟକ ଲୋକଦଳ
କଟକ ଜାନକୀ ବଲ୍ଲଭ ପଟ୍ଟନାୟକ କଂଗ୍ରେସ(ଇ)
ଜଗତସିଂହପୁର ଲକ୍ଷ୍ମଣ ମଳିକ କଂଗ୍ରେସ(ଇ)
ପୁରୀ ବ୍ରଜମୋହନ ମହାନ୍ତି କଂଗ୍ରେସ(ଇ)
ଭୁବନେଶ୍ୱର ଚିନ୍ତାମଣି ପାଣିଗ୍ରାହୀ କଂଗ୍ରେସ(ଇ)
ଆସ୍କା ରାମଚନ୍ଦ୍ର ରଥ କଂଗ୍ରେସ(ଇ)
ବ୍ରହ୍ମପୁର ଆର ଜଗନ୍ନାଥ ରାଓ କଂଗ୍ରେସ(ଇ)
କୋରାପୁଟ ଗିରିଧାରୀ ଗମାଙ୍ଗ କଂଗ୍ରେସ(ଇ)
ନବରଙ୍ଗପୁର ଖଗପତି ପ୍ରଧାନୀ କଂଗ୍ରେସ(ଇ)
କଳାହାଣ୍ଡି ରାସବିହାରୀ ବେହେରା କଂଗ୍ରେସ(ଇ)
ଫୁଲବାଣୀ ମୃତ୍ୟୁଞ୍ଜୟ ନାୟକ କଂଗ୍ରେସ(ଇ)
ବଲାଙ୍ଗୀର ନିତ୍ୟାନନ୍ଦ ମିଶ୍ର କଂଗ୍ରେସ(ଇ)
ସମ୍ବଲପୁର ଡାକ୍ତର କୃପାସିନ୍ଧୁ ଭୋଇ କଂଗ୍ରେସ(ଇ)
ଦେବଗଡ ନାରାୟଣ ସାହୁ କଂଗ୍ରେସ(ଇ)
ଢେଙ୍କାନାଳ କାମାକ୍ଷା ପ୍ରସାଦ ସିଂହଦେଓ କଂଗ୍ରେସ(ଇ)
ସୁନ୍ଦରଗଡ଼ ଖ୍ରୀଷ୍ଟଫୋର ଏକ୍କା କଂଗ୍ରେସ(ଇ)
କେନ୍ଦୁଝର ହରିହର ସୋରେନ କଂଗ୍ରେସ(ଇ)

ଜାନକୀ ବାବୁ କଟକ ଆସନରୁ ଇସ୍ତଫା ଦେବା ପରେ ଉପନିର୍ବାଚନରେ ଶ୍ରୀମତୀ ଜୟନ୍ତୀ ପଟ୍ଟନାୟକ କଂଗ୍ରେସ (ଇ) ପ୍ରାର୍ଥୀ ଭାବରେ ଜୟଯୁକ୍ତ ହୋଇଥିଲେ । ଜାନକୀ ବାବୁ କାହିିିଁକି ଏହି ଲୋକସଭା ଆସନରୁ ଇସ୍ତଫା ଦେଇଥିଲେ, ସେ ବିଷୟରେ ପରବର୍ତ୍ତୀ ଅଧ୍ୟାୟରେ ଆଲୋଚନା କରାଯିବ ।

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଜାନକୀବଲ୍ଲଭ ପଟ୍ଟନାୟକ :

ଜାନକୀବାବୁ ୧୯୮୦ ମସିହା ସପ୍ତମ ଲୋକସଭା ନିର୍ବାଚନରେ କଟକ ଲୋକସଭା ଆସନରୁ କଂଗ୍ରେସ (ଇ) ପ୍ରାର୍ଥୀ ଭାବରେ ବିପୁଳ ଭୋଟରେ ବିଜୟ ଲାଭ କରି ଇନ୍ଦିରାଗାନ୍ଧୀଙ୍କ ମନ୍ତ୍ରିମଣ୍ଡଳରେ ପର୍ଯ୍ୟଟନ, ବେସାମରିକ ବିମାନଚଳ ଓ ଶ୍ରମ ମନ୍ତ୍ରଣାଳୟର କ୍ୟାବିନେଟ ମନ୍ତ୍ରୀ ପଦଲାଭ କଲେ । ଏହିସବୁ ମନ୍ତ୍ରଣାଳୟରେ ଅଳ୍ପ ଦିନ ସେ ଦକ୍ଷତାର ସହ କାର୍ଯ୍ୟ ସଂପାଦନ କରି ଉଚ୍ଚ ପ୍ରଶଂସିତ ହୋଇ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର ଖୁବ୍‍ ନିକଟତର ହୋଇଗଲେ ।

ନୀଳମଣି ରାଉତରାୟଙ୍କ ମନ୍ତ୍ରିମଣ୍ଡଳ ବରଖାସ୍ତ :

ପୂର୍ବରୁ ୧୯୭୭ ମସିହା ଲୋକସଭା ନିର୍ବାଚନରେ ଜନତାଦଳର ବିପୁଳ ବିଜୟ ଘଟିିଥିଲା । ଫଳରେ କେନ୍ଦ୍ରରେ ଜନତା ଦଳ ସରକାର ଗଠିତ ହୋଇଥିଲା । ଏହି କେନ୍ଦ୍ର ସରକାର ସେହି ସମୟରେ ଓଡ଼ିଶା ସମେତ ନ'ଟି ରାଜ୍ୟର କଂଗ୍ରେସ ସରକାରକୁ ବରଖାସ୍ତ କରିଦେଇଥିଲେ । ଯାହା ଫଳରେ କି ଓଡ଼ିଶାର ତତ୍‍କାଳୀନ ବିନାୟକ ଆଚାର୍ଯ୍ୟଙ୍କ କଂଗ୍ରେସ ମନ୍ତ୍ରିମଣ୍ଡଳର ପତନ ଘଟିିଥିଲା । ଓଡ଼ିଶା ସମେତ ଏହି ନ'ଟି ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ୧୯୮୦ ମସିହା ଲୋକସଭା ନିର୍ବାଚନରେ କଂଗ୍ରେସ (ଇ) ଦଳର ବିପୁଳ ବିଜୟ ଘଟିଲା । କେନ୍ଦ୍ରରେ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱରେ ନୂତନ ସରକାର ଗଠନ କରାଗଲା । ଫଳରେ ସେହି ନଜିର ଦେଖାଇ ଏହି ସରକାର ବିଭିନ୍ନ ରାଜ୍ୟରେ ଥିବା ଅଣକଂଗ୍ରେସ ସରକାରଗୁଡିକୁ ଭାଙ୍ଗିଦେବା ପାଇଁ ନିଷ୍ପତ୍ତି ଗ୍ରହଣ କଲେ । ଫଳରେ ୧୯୮୦ ମସିହା ଫେବ୍ରୁଆରି ୧୭ତାରିଖରେ ଓଡ଼ିଶାର ନୀଳମଣି ରାଉତରାୟଙ୍କ ମନ୍ତ୍ରିମଣ୍ଡଳକୁ ବରଖାସ୍ତ କରାଯାଇ ବିଧାନସଭାକୁ ଭାଙ୍ଗି ଦିଆଗଲା । ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହେଲା ।

ଏହାର ମାତ୍ର ଅଳ୍ପଦିନ ପୂର୍ବରୁ ଓଡ଼ିଶାର ଶାସନ କ୍ଷମତାରେ ଥିବା ଜନତାଦଳ ୧୯୮୦ ମସିହା ଫେବ୍ରୁଆରି ମାସ ୧୩ ତାରିଖରେ ଲୋକଦଳ ଭାବରେ ନାମିତ ହୋଇଯାଇଥିଲା । ଫଳରେ ଜନତା (ଓ) ଦଳର ବିଧାୟକମାନେ ସେହିଦିନ ଅନନ୍ତ ନାରାୟଣ ସିଂହଦେଓଙ୍କୁ ଦଳର ନେତା ଭାବରେ ଘୋଷଣା କଲେ ଓ ସିଂହଦେଓ ହେଲେ ପ୍ରହ୍ଲାଦ ମଲ୍ଲିକଙ୍କ ସ୍ଥାନରେ ବିରୋଧୀ ଦଳର ନେତା ।

ଏହି ସପ୍ତମ ବିଧାନ ସଭାର ମୋଟ ସାତଗୋଟି ଅଧିବେଶନ ବସି ୧୨୧ଟି ବୈଠକ ଅନୁଷ୍ଠିତ ହୋଇଥିଲା ।

ଏହି ବିଧାନସଭା କାଳରେ କେତେକ ଉଲ୍ଲେଖନୀୟ ଘଟଣା :

ଭାରତୀୟ ଜାତୀୟ କଂଗ୍ରେସ ଓ ଜନତା ଦଳର ଦୁଇ ଦୁଇଥର ବିଭାଜନ ପରେ ଓଡ଼ିଶା ବିଧାନସଭାରେ ଚାରିଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ବିରୋଧୀ ଦଳ ନେତା ପଦବୀରେ ବିଭିନ୍ନ ସମୟରେ ଦେଖିବାକୁ ମିଳିିଥିଲା । ସେମାନେ ହେଲେ ଚିନ୍ତାମଣି ପାଣିଗ୍ରାହୀ, ବୃନ୍ଦାବନ ନାୟକ, ପ୍ରହ୍ଲାଦ ମଲ୍ଲିକ ଓ ଅନନ୍ତ ନାରାୟଣ ସିଂହଦେଓ ।

ନୀଳମଣି ରାଉତରାୟଙ୍କର ମନ୍ତ୍ରିମଣ୍ଡଳ ୧୯୭୭ ମସିହାରେ ଶପଥ ଗ୍ରହଣ କରିବା ପରେ ଜଗନ୍ନାଙ୍କ ରଯାତ୍ରାରେ ବିଭ୍ରାଟ ଦେଖା ଦେଇଥିଲା । ୧୯୭୭ ମସିହାରେ ଜଗନ୍ନାଥଙ୍କ ନବକଳେବର ଉତ୍ସବ ଅନୁଷ୍ଠିତ ହେଲା । ହେଲେ ନିର୍ଦ୍ଦିଷ୍ଟ ସମୟରେ ଠାକୁରମାନଙ୍କ ନୀତିକାନ୍ତି ସମ୍ପନ୍ନ ହୋଇପାରିଲା ନାହିିଁ । ଫଳରେ ଶ୍ରୀଗୁଣ୍ଡିଚା ତିିଥିରେ ରଥ ଟଣା ସମ୍ଭବ ହୋଇପାରିଲା ନାହିିଁ । କେବଳ ବିଧି ରକ୍ଷା ନିମନ୍ତେ ବଡଠାକୁରଙ୍କ ରଥକୁ ମାତ୍ର କେତେ ହାତ ଟାଣି ନିଆଗଲା । ତହିିଁ ପରଦିନ ରଥଟଣା ମଧ୍ୟ ଠିକ୍‍ ଭାବରେ ସମ୍ପନ୍ନ ହୋଇ ପାରିଲା ନାହିିଁ । ରଥ ଟଣା ସମୟରେ ବଡ ଠାକୁରଙ୍କ ରଥ ବିଜୁଳି ଖୁଣ୍ଟରେ ମାଡ ହୋଇଗଲା । ଫଳରେ ବଡ ଠାକୁରଙ୍କ ରଥର ଗୋଟିଏ ଚକ ଭାଙ୍ଗିଗଲା । ଏହିପରି ଏକ ଅଶୋଭନୀୟ ଘଟଣା ଯୋଗୁ ରାଜ୍ୟବାସୀ ଗଭୀର ଅନୁତାପ କଲେ । ଫଳରେ ସରକାର ଏହି ଘଟଣାର ତଦନ୍ତ ନିମନ୍ତେ ଅବସର ପ୍ରାପ୍ତ ବିଚାରପତି ବାଳକୃଷ୍ଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ତଦନ୍ତ କମିଶନ ବସାଇଲେ ।

* * *
ଦ୍ୱାବିଂଶ ପରିଚ୍ଛେଦ
ଓଡ଼ିଶାରେ ସ୍ଥାୟୀ ସରକାର ଓ ମୁଖ୍ୟମନ୍ତ୍ରୀ
ଆସନରେ ଜାନକୀବଲ୍ଲଭ ପଟ୍ଟନାୟକ

ଓଡ଼ିଶାର ଅଷ୍ଟମ ବିଧାନସଭା ନିମନ୍ତେ ୧୯୮୦ ମସିହା ମେ ମାସ ୩୧ ତାରିଖରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଲା । ୧୪୭ଟି ଆସନପାଇଁ କଂଗ୍ରେସ ଦଳର ୧୪୭ଜଣ, ଜନତା (ଏସ୍‍)ର ୧୧୧ଜଣ, କଂଗ୍ରେସ (ଅର୍ସ)ର ୯୭ଜଣ, ଜନତା(ଜେପି)ଦଳର ୨୯ଜଣ, ଭାରତୀୟ ଜନତା ପାର୍ଟିର ୨୯ଜଣ, କମ୍ୟୁନିଷ୍ଟ ଦଳର ୨୭ଜଣ, ମାର୍କ୍ସବାଦୀ କମ୍ୟୁନିଷ୍ଟ ଦଳର ୧୪ଜଣ, ଫରଓ୍ୱାର୍ଡ ବ୍ଲକର ୫ଜଣ, ଝାଡ଼ଖଣ୍ଡ ଦଳର ୧୯ଜଣ, ସୋସାଲିଷ୍ଟ ୟୁନିଟ୍‍ ସେଣ୍ଟରର ୮ଜଣ, ରାଜନାରାୟଣ ଜନତା ଦଳର ୨ଜଣ ଓ ୨୪୧ଜଣ ସ୍ୱାଧୀନ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିଲେ ।

ନିର୍ବାଚନ ଚାଲିିବା ସମୟରେ ନିମାପଡ଼ା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ନୀଳମଣି ସେଠିଙ୍କର ପରଲୋକ ଘଟିବାରୁ ସେଠାରେ ନିର୍ବାଚନ ସ୍ଥଗିତ ରହିଲା । ନିର୍ବାଚନ ଅନୁଷ୍ଠିତ ହୋଇଥିବା ୧୪୬ଟି ଆସନରୁ କଂଗ୍ରେସ ୧୧୭, ଜନତା (ଏସ୍‍) (ଚରଣ ସିଂହ)-୧୩, ଜନତା (ଜେପି)-୩, କମ୍ୟୁନିଷ୍ଟ -୪, ଭାରତୀୟ ଜାତୀୟ କଂଗ୍ରେସ (ୟୁ)-୨ ଓ ସ୍ୱାଧୀନ ପ୍ରାର୍ଥୀମାନେ ୭ଟି ଆସନ ହାସଲ କଲେ । ଏହି ବିଧାନ ସଭାକୁ ପାଞ୍ଚଜଣ ମହିଳା ପ୍ରତିନିଧି ନିର୍ବାଚିତ ହୋଇ ଆସିଲେ । ସେମାନେ ହେଲେ ପଟ୍ଟାଙ୍ଗୀରୁ ଶ୍ରୀମତୀ ଚନ୍ଦ୍ରମା ସାନ୍ତା (କଂ.ଇ), ଡାବୁଗାଁରୁ ଶ୍ରୀମତୀ ଫୁଲମଣି ସାନ୍ତା (କଂ.ଇ), ଉମରକୋଟରୁ ଶ୍ରୀମତୀ ପରମା ପୂଜାରୀ (କଂ.ଇ), କୁଳିଅଣାରୁ ଶ୍ରୀମତୀ ସରସ୍ୱତୀ ହେମ୍ବ୍ରମ୍‍ (କଂ.ଇ) ଓ ଢେ଼ଙ୍କାନାଳରୁ ଶ୍ରୀମତୀ ନନ୍ଦିନୀ ଶତପଥୀ (କଂ.ଅ) ।

ଅଷ୍ଟମ ବିଧାନସଭା ୧୯୮୦ ଜୁନ୍‍ ୯ ତାରିଖ ଦିନ ଗଠିତ ହେଲା । ବିଧାନସଭାର ନବନିର୍ବାଚିତ ସଦସ୍ୟମାନେ ଜୁନ୍‍ ୧୧ ଓ ୧୨ ତାରିଖରେ ଶପଥ ଗ୍ରହଣ କଲେ । ବରିଷ୍ଠ ବିଧାୟକ ପ୍ରସନ୍ନ କୁମାର ଦାସ ଅସ୍ଥାୟୀ ବାଚସ୍ପତି ଭାବରେ ବିଧାୟକମାନଙ୍କୁ ଶପଥ ପାଠ କରାଇଲେ । ଅଷ୍ଟମ ବିଧାନସଭା ସଦସ୍ୟ (୧୯୮୦) :

କରଂଜିଆ ରଘୁନାଥ ହେମ୍ବ୍ରମ୍‍ ଜନତା (ଏସ୍‍)
ଯଶୀପୁର ସୁନ୍ଦର ମୋହନ ମାଝି କଂଗ୍ରେସ(ଇ)
ବାହଲଦା ରାମଚନ୍ଦ୍ର ହାଂସଦା କଂଗ୍ରେସ(ଇ)
ରାଇରଙ୍ଗପୁର ସିଦ୍ଧଲାଲ ମୁର୍ମୁ କଂଗ୍ରେସ(ଇ)
ବାଙ୍ଗିରିପୋଷି କାନଗୋଇ ସିଂହ କଂଗ୍ରେସ(ଇ)
କୁଳିଅଣା ସରସ୍ୱତୀ ହେମ୍ବ୍ରମ୍‍ କଂଗ୍ରେସ(ଇ)
ବାରିପଦା ପ୍ରସନ୍ନ କୁମାର ଦାସ କଂଗ୍ରେସ(ଇ)
ବଇସିଙ୍ଗା କୁଆଁରିଆ ମାଝି କଂଗ୍ରେସ(ଇ)
ଖୁଣ୍ଟା ରମେଶ ସୋରେନ୍‍ କଂଗ୍ରେସ(ଇ)
ଉଦଳା ରାବଣେଶ୍ୱର ମଢ଼େଇ କଂଗ୍ରେସ(ଇ)
ଭୋଗରାଇ କାର୍ତ୍ତିକେଶ୍ୱର ପାତ୍ର କଂଗ୍ରେସ(ଇ)
ଜଳେଶ୍ୱର ଗଦାଧର ଗିରି (ଜନତା.ଜେପି)
ବସ୍ତା ଭୂପାଳ ଚନ୍ଦ୍ର ମହାପାତ୍ର କଂଗ୍ରେସ(ଇ)
ବାଲେଶ୍ୱର ଅରୁଣ ଦେ କମ୍ୟୁନିଷ୍ଟ
ସୋରୋ ପୀତାମ୍ବର ପଣ୍ଡା କମ୍ୟୁନିଷ୍ଟ
ସିମୂଳିଆ ପର୍ଶୁରାମ ପାଣିଗ୍ରାହୀ (ଜନତା.ଜେପି)
ନୀଳଗିରି ଅକ୍ଷୟ କୁମାର ଆଚାର୍ଯ୍ୟ କଂଗ୍ରେସ(ଇ)
ଭଣ୍ଡାରିପୋଖରୀ ପୁରୁଷୋତ୍ତମ ସେଠି କଂଗ୍ରେସ(ଇ)
ଭଦ୍ରକ ଯୁଗଳ କିଶୋର ପଟ୍ଟନାୟକ କଂଗ୍ରେସ(ଇ)
ଧାମନଗର ଜଗନ୍ନାଥ ରାଉତ କଂଗ୍ରେସ(ଇ)
ଚାନ୍ଦବାଲି ନେତ୍ରାନନ୍ଦ ମଲ୍ଲିକ କଂଗ୍ରେସ(ଇ)
ବାସୁଦେବପୁର ଜଗବଂଧୁ ଦାସ କଂଗ୍ରେସ(ଇ)
ସୁକିନ୍ଦା ଶରତ ରାଉତ କଂଗ୍ରେସ(ଇ)
କୋରେଇ ଅଶୋକ କୁମାର ଦାସ ଜନତା (ଏସ୍‍)
ଯାଜପୁର ନିରଞ୍ଜନ ଜେନା କଂଗ୍ରେସ(ଇ)
ଧର୍ମଶାଳା କାଙ୍ଗାଳୀ ଚରଣ ପଣ୍ଡା ସ୍ୱାଧୀନ
ବଡ଼ଚଣା ସୀତାକାନ୍ତ ମହାପାତ୍ର କଂଗ୍ରେସ(ଇ)
ବରି ଡେରାବିଶି ଶ୍ରୀକାନ୍ତ କୁମାର ଜେନା ଜନତା (ଏସ୍‍)
ବିଂଝାରପୁର ନବକିଶୋର ମଲ୍ଲିକ କଂଗ୍ରେସ(ଇ)
ଆଳି ଶରତ କୁମାର ଦେବ ଜନତା (ଏସ୍‍)
ପଟ୍ଟାମୁଣ୍ଡାଇ ବିଶ୍ୱନାଥ ମଲ୍ଲିକ କଂଗ୍ରେସ(ଇ)
ରାଜନଗର ନଳିନୀକାନ୍ତ ମହାନ୍ତି ଜନତା (ଏସ୍‍)
କେନ୍ଦ୍ରାପଡ଼ା ଇନ୍ଦ୍ରମଣି ରାଉତ କଂଗ୍ରେସ(ଇ)
ପାଟକୁରା ବିଜୁ ପଟ୍ଟନାୟକ ଜନତା (ଏସ୍‍)
ତିର୍ତ୍ତୋଲ ବସନ୍ତ କୁମାର ବିଶ୍ୱାଳ କଂଗ୍ରେସ(ଇ)
ଏରସମା ଦାମୋଦର ରାଉତ ଜନତା (ଏସ୍‍)
ବାଲିକୁଦା ବାସୁଦେବ ମହାପାତ୍ର କଂଗ୍ରେସ(ଇ)
ଜଗତସିଂହପୁର କୃଷ୍ଣଚନ୍ଦ୍ର ମଲ୍ଲିକ କଂଗ୍ରେସ(ଇ)
କିଶନନଗର ସୁରେନ୍ଦ୍ରନା ପଟ୍ଟନାୟକ ସ୍ୱାଧୀନ
ମାହାଙ୍ଗା ସେଖ୍‍ ମତଲୁବ ଅଲ୍ଲି କଂଗ୍ରେସ(ଇ)
ସାଲେପୁର ମାୟାଧର ସେଠି କଂଗ୍ରେସ(ଇ)
ଗୋବିନ୍ଦପୁର ଅନ୍ତର୍ଯ୍ୟାମୀ ପ୍ରଧାନ ଜନତା (ଏସ୍‍)
କଟକ ସଦର ଦୋଳଗୋବିନ୍ଦ ପ୍ରଧାନ କଂଗ୍ରେସ(ଇ)
କଟକ ନଗର ଶ୍ରୀକାନ୍ତ ପଣ୍ଡା କଂଗ୍ରେସ(ଇ)
ଚୌଦ୍ୱାର କାହ୍ନୁଚରଣ ଲେଙ୍କା କଂଗ୍ରେସ(ଇ)
ବାଙ୍କୀ ଅକ୍ଷୟ ପଟ୍ଟନାୟକ କଂଗ୍ରେସ(ଇ)
ଆଠଗଡ ରସାନନ୍ଦ ସାହୁ କଂଗ୍ରେସ(ଇ)
ପରେ ଜାନକୀ ବଲ୍ଲଭ ପଟ୍ଟନାୟକ କଂଗ୍ରେସ(ଇ)
ବଡ଼ମ୍ବା ସମୀର କୁମାର ରାଉତରାୟ କଂଗ୍ରେସ(ଇ)
ବାଲିପାଟଣା ବସନ୍ତ କୁମାର ବେହେରା କଂଗ୍ରେସ(ଇ)
ଭୁବନେଶ୍ୱର ରାମକୃଷ୍ଣ ପତି କମ୍ୟୁନିଷ୍ଟ
ଜଟଣୀ ସୁରେଶ କୁମାର ରାଉତରାୟ କଂଗ୍ରେସ(ଇ)
ପିପିଲି ବିପିନ ଦାଶ କଂଗ୍ରେସ(ଇ)
ନିମାପଡ଼ା ରବୀନ୍ଦ୍ର କୁମାର ସେଠି (କଂ.ଇ) (ଉପ ନିର୍ବାଚନରେ ନିର୍ବାଚିତ)
କାକଟପୁର ବୈକୁଣ୍ଠନା ସ୍ୱାଇଁ କଂଗ୍ରେସ(ଇ)
ସତ୍ୟବାଦୀ ରବୀନ୍ଦ୍ର କୁମାର ଦାସ କଂଗ୍ରେସ(ଇ)
ପୁରୀ ଗଦାଧର ମିଶ୍ର କଂଗ୍ରେସ(ଇ)
ବ୍ରହ୍ମଗିରି ଗଙ୍ଗାଧର ମହାପାତ୍ର କଂଗ୍ରେସ(ଇ)
ଚିଲିକା ଡାକ୍ତର ଦେବେନ୍ଦ୍ର ମାନସିଂହ କଂଗ୍ରେସ(ଇ)
ଖୋର୍ଦ୍ଧା ପ୍ରସନ୍ନ କୁମାର ପାଟ୍ଟଶାଣୀ କଂଗ୍ରେସ(ଇ)
ବେଗୁନିଆ କୈଳାସ ଚନ୍ଦ୍ର ମହାପାତ୍ର କଂଗ୍ରେସ(ଇ)
ରଣପୁର ରମାକାନ୍ତ ମିଶ୍ର କଂଗ୍ରେସ(ଇ)
ନୟାଗଡ଼ ବଂଶୀଧର ସାହୁ କଂଗ୍ରେସ(ଇ)
ଖଣ୍ଡପଡ଼ା ବିଭୂତିଭୂଷଣ ସିଂହ ମର୍ଦ୍ଦରାଜ ସ୍ୱାଧୀନ
ଦଶପଲା ହରିହର କରଣ କଂଗ୍ରେସ(ଇ)
ଜଗନ୍ନାଥ ପ୍ରସାଦ ଶ୍ରୀବତ୍ସ ନାୟକ କଂଗ୍ରେସ(ଇ)
ଭଞ୍ଜନଗର ସୋମନାଥ ରଥ କଂଗ୍ରେସ(ଇ)
ସୋରଡା ଗନ୍ତାୟତ ସ୍ୱାଇଁ କଂଗ୍ରେସ(ଇ)
ଆସ୍କା ରାଘବ ପରିଡ଼ା କଂଗ୍ରେସ(ଇ)
କବିସୂର୍ଯ୍ୟନଗର ରାଧାଗୋବିନ୍ଦ ସାହୁ କଂଗ୍ରେସ(ଇ)
କୋଦଳା କାହ୍ନୁ ଚରଣ ନାୟକ କଂଗ୍ରେସ(ଇ)
ଖଲିକୋଟ ତ୍ରିନାଥ ସାମନ୍ତରାୟ କଂଗ୍ରେସ(ଇ)
ଛତ୍ରପୁର ବିଶ୍ୱନାଥ ସାହୁ କମ୍ୟୁନିଷ୍ଟ
ହିଞ୍ଜିଳି ବୃନ୍ଦାବନ ନାୟକ ଜନତା (ଏସ୍‍)
ଗୋପାଳପୁର ଘନଶ୍ୟାମ ବେହେରା କଂଗ୍ରେସ(ଇ)
ବ୍ରହ୍ମପୁର କୃଷ୍ଣ ଚରଣ ପଟ୍ଟନାୟକ କଂଗ୍ରେସ(ଇ)
ଚିକିଟି ଚିନ୍ତାମଣି ଦ୍ୟାନ ସାମନ୍ତରାୟ ସ୍ୱାଧୀନ
ମୋହନା ଉଦୟ ନାରାୟଣ ଦେବ ଜନତା (ଏସ୍‍)
ରାମଗିରି ଗୋର୍ସାଙ୍ଗ ଶବର କଂଗ୍ରେସ(ଇ)
ପାରଳାଖେମୁଣ୍ଡି ବିଜୟ କୁମାର ଜେନା ସ୍ୱାଧୀନ
ଗୁଣପୁର ଭାଗୀରଥି ଗମାଙ୍ଗୋ କଂଗ୍ରେସ(ଇ)
ବିଷମକଟକ ଡମ୍ବରୁଧର ଉଲାକା କଂଗ୍ରେସ(ଇ)
ରାୟଗଡ଼ା ରାମଚନ୍ଦ୍ର ଉଲାକା କଂଗ୍ରେସ(ଇ)
ଲକ୍ଷ୍ମୀପୁର ଅନନ୍ତରାମ ମାଝି କଂଗ୍ରେସ(ଇ)
ପଟ୍ଟାଙ୍ଗୀ ଚନ୍ଦ୍ରମା ସାନ୍ତା କଂଗ୍ରେସ(ଇ)
କୋରାପୁଟ ନୃସିଂହାନନ୍ଦ ବ୍ରହ୍ମା କଂଗ୍ରେସ(ଇ)
ମାଲକାନଗିରି ନାକା ଲାଖମାୟା କଂଗ୍ରେସ(ଇ)
ଚିତ୍ରାକୋଣ୍ଡା ଗଙ୍ଗାଧର ମାଢ଼ି କଂଗ୍ରେସ
କୋଟପାଡ଼ ବାସୁଦେବ ମାଝି କଂଗ୍ରେସ(ଇ)
ଜୟପୁର ରଘୁନାଥ ପଟ୍ଟନାୟକ କଂଗ୍ରେସ(ଇ)
ନବରଙ୍ଗପୁର ହବିବୁଲା ଖାଁ କଂଗ୍ରେସ(ଇ)
କୋଡ଼ିଙ୍ଗା ଡମ୍ବରୁ ମାଝି କଂଗ୍ରେସ(ଇ)
ଡାବୁଗାଁ ଫୁଲମଣି ସାନ୍ତା କଂଗ୍ରେସ(ଇ)
ଉମରକୋଟ ପରମା ପୂଜାରୀ କଂଗ୍ରେସ(ଇ)
ନୂଆପଡ଼ା ଭାନୁ ପ୍ରକାଶ ଯୋଶୀ କଂଗ୍ରେସ(ଇ)
ଖଡ଼ିଆଳ ଅନୁପ ସିଂହଦେଓ ସ୍ୱାଧୀନ
ଧରମଗଡ଼ ଗଜାନନ ନାୟକ କଂଗ୍ରେସ(ଇ)
କୋକସରା ମନମୋହନ ମାଥୁର କଂଗ୍ରେସ(ଇ)
ଜୁନାଗଡ଼ ମହେଶ୍ୱର ବରାଡ କଂଗ୍ରେସ(ଇ)
ଭବାନୀପାଟଣା ଦୟାନିଧି ନାୟକ କଂଗ୍ରେସ(ଇ)
ନର୍ଲା ତେଜରାଜ ମାଝି କଂଗ୍ରେସ(ଇ)
କେସିଙ୍ଗା ଭୂପିନ୍ଦର ସିଂହ କଂଗ୍ରେସ(ଇ)
ବାଲିଗୁଡ଼ା ସହୁରା ମଲ୍ଲିକ କଂଗ୍ରେସ(ଇ)
ଉଦୟଗିରି ନାଗାର୍ଜୁନ ପ୍ରଧାନ କଂଗ୍ରେସ(ଇ)
ଫୁଲବାଣୀ ଚନ୍ଦ୍ରଶେଖର ବେହେରା କଂଗ୍ରେସ(ଇ)
ବୌଦ ହିମାଂଶୁ ଶେଖର ପାଢ଼ୀ କଂଗ୍ରେସ(ଇ)
ଟିଟିଲାଗଡ଼ ଲଳିତ ମୋହନ ଗାନ୍ଧୀ କଂଗ୍ରେସ(ଇ)
କଣ୍ଟାବାଞ୍ଜି ପ୍ରସନ୍ନ କୁମାର ପାଲ କଂଗ୍ରେସ(ଇ)
ପାଟଣାଗଡ ବ୍ରଜମୋହନ ଠାକୁର କଂଗ୍ରେସ(ଇ)
ସଇଁତଳା ରମେଶ ଚନ୍ଦ୍ର ସିଂହ ଭୋଇ କଂଗ୍ରେସ(ଇ)
ଲୋଇସିଙ୍ଗା ବାଳଗୋପାଳ ମିଶ୍ର ସ୍ୱାଧୀନ
ବଲାଙ୍ଗୀର ମହମ୍ମଦ ମୁଜାଫର ହୁସେନ ଖାଁ କଂଗ୍ରେସ(ଇ)
ସୋନପୁର ଧନେଶ୍ୱର କୁମ୍ଭାର କଂଗ୍ରେସ(ଇ)
ବିନିକା ପ୍ରଦୀପ ହୋତା କଂଗ୍ରେସ(ଇ)
ବୀରମହାରାଜପୁର ହୃଷୀକେଶ ହୋତା କଂଗ୍ରେସ(ଇ)
ଆଠମଲ୍ଲିକ ଭଜମନ ବେହେରା କଂଗ୍ରେସ(ଇ)
ଅନୁଗୁଳ ସନ୍ତୋଷ କୁମାର ପ୍ରଧାନ କଂଗ୍ରେସ(ଇ)
ହିନ୍ଦୋଳ ତ୍ରିନାଥ ନାୟକ ଜନତା(ଏସ)
ଢେଙ୍କାନାଳ ନନ୍ଦିନୀ ଶତପଥୀ କଂଗ୍ରେସ(ଅ)
ଗଁଦିଆ ହଳଧର ମିଶ୍ର କଂଗ୍ରେସ(ଅ)
କାମାକ୍ଷାନଗର କୈଳାସ ଚନ୍ଦ୍ର ମହାପାତ୍ର କଂଗ୍ରେସ(ଇ)
ପାଲଲହଡ଼ା ବିଭୁଦେନ୍ଦ୍ର ପ୍ରସାଦ ଦାସ କଂଗ୍ରେସ(ଇ)
ତାଳଚେର ବୃନ୍ଦାବନ ବେହେରା ଜନତା (ଜେପି)
ପଦ୍ମପୁର ସତ୍ୟଭୂଷଣ ସାହୁ କଂଗ୍ରେସ(ଇ)
ମେଳଚ୍ଛାମୁଣ୍ଡା ପ୍ରକାଶ ଚନ୍ଦ୍ର ଦେବତା କଂଗ୍ରେସ(ଇ)
ବିଜେପୁର ରାଜୀବ ଲୋଚନ ହୋତା କଂଗ୍ରେସ(ଇ)
ଭଟ୍‍ଲି ମୋହନ ନାଗ କଂଗ୍ରେସ(ଇ)
ବରଗଡ଼ ଯଦୁମଣି ପ୍ରଧାନ କଂଗ୍ରେସ(ଇ)
ସମ୍ବଲପୁର ଅଶ୍ୱିନୀ କୁମାର ଗୁରୁ କଂଗ୍ରେସ(ଇ)
ବ୍ରଜରାଜନଗର ଉପେନ୍ଦ୍ର ଦୀକ୍ଷିତ କଂଗ୍ରେସ(ଇ)
ଝାରସୁଗୁଡ଼ା ବୀରେନ୍ଦ୍ର ପାଣ୍ଡେ କଂଗ୍ରେସ(ଇ)
ଲାଇକେରା ହେମାନନ୍ଦ ବିଶ୍ୱାଳ କଂଗ୍ରେସ(ଇ)
କୁଚିଣ୍ଡା ଜଗତେଶ୍ୱର ମିର୍ଦ୍ଧା କଂଗ୍ରେସ(ଇ)
ରେଢ଼ାଖୋଲ ଅଭିମନ୍ୟୁ କୁମ୍ଭାର କଂଗ୍ରେସ(ଇ)
ଦେଓଗଡ଼ ଅଶ୍ୱିନୀ କୁମାର ବେହେରା କଂଗ୍ରେସ(ଇ)
ସୁନ୍ଦରଗଡ କିଶୋର ଚନ୍ଦ୍ର ପଟେଲ କଂଗ୍ରେସ(ଇ)
ତଳସରା ଗଦାଧର ମାଝି କଂଗ୍ରେସ(ଇ)
ରାଜଗାଙ୍ଗପୁର ମୁଖରାମ ନାୟକ କଂଗ୍ରେସ(ଇ)
ବୀରମିତ୍ରପୁର ଜୁନସ ବିଲୁଙ୍ଗ କଂଗ୍ରେସ(ଇ)
ରାଉରକେଲା ଗୁରୁପଦ ନନ୍ଦ କଂଗ୍ରେସ(ଇ)
ରଘୁନାଥପଲ୍ଲୀ ନେଲସନ ସୋରେଙ୍ଗି କଂଗ୍ରେସ(ଇ)
ବଣେଇ ବସନ୍ତ କୁମାର ସିଂହ ଦଣ୍ଡପାଟ କଂଗ୍ରେସ(ଇ)
ଚମ୍ପୂଆ ସହରାଇ ଓରାମ ଜନତା (ଏସ୍‍)
ପାଟଣା ହୃଷୀକେଶ ନାୟକ ଜନତା (ଏସ୍‍)
କେନ୍ଦୁଝର ଯୋଗେନ୍ଦ୍ର ନାୟକ କଂଗ୍ରେସ(ଇ)
ତେଲକୋଇ ଚନ୍ଦ୍ରସେନ ନାୟକ କଂଗ୍ରେସ(ଇ)
ଆନନ୍ଦପୁର ଜୟଦେବ ଜେନା କଂଗ୍ରେସ(ଇ)
ରାମଚନ୍ଦ୍ରପୁର ନିରଞ୍ଜନ ପଟ୍ଟନାୟକ କଂଗ୍ରେସ(ଇ)
ଜାନକୀବଲ୍ଲଭ ପଟ୍ଟନାୟକଙ୍କ ନେତୃତ୍ୱରେ ମନ୍ତ୍ରିମଣ୍ଡଳ ଗଠନ :

ଏହି ନିର୍ବାଚନରେ କଂଗ୍ରେସର ଐତିହାସିକ ବିଜୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଦେଲା । କାରଣ କଂଗ୍ରେସ ଦଳ ୧୪୭ଟି ଆସନରୁ ୧୧୭ଟି ଆସନରେ ବିଜୟୀ ହେଲା । ଏହା ପୂର୍ବରୁ ରାଜ୍ୟ ବିଧାନସଭା ନିର୍ବାଚନରେ କୌଣସି ଦଳ ଏପରି ସଫଳତା ହାସଲ କରି ନ ଥିଲା । କଂଗ୍ରେସ ଦୁଇ ତୃତୀୟାଂଶରୁ ଅଧିକ ଆସନ ଲାଭ କଲା । ଏହି ସମୟରେ ଜାନକୀବଲ୍ଲଭ ପଟ୍ଟନାୟକ ଥିଲେ ପ୍ରଦେଶ କଂଗ୍ରେସ କମିଟିର ସଭାପତି । ଜାନକୀବାବୁ ଏହି ସମୟରେ କେନ୍ଦ୍ରରେ ଇନ୍ଦିରା ଗାନ୍ଧୀଙ୍କ ମନ୍ତ୍ରିମଣ୍ଡଳରେ ଥିଲେ ଶ୍ରମ, ପର୍ଯ୍ୟଟନ ଓ ବେସାମରିକ ବିମାନ ଚଳାଚଳ ବିଭାଗର କ୍ୟାବିନେଟ ମନ୍ତ୍ରୀ । ତାଙ୍କ ନେତୃତରେ ଖୁସିହୋଇ ଇନ୍ଦିରା ଗାନ୍ଧୀ ଜାନକୀବାବୁଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାପାଇଁ ଅନୁମୋଦନ କଲେ । ଫଳରେ ଜାନକୀବାବୁ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇ ଓଡ଼ିଶା ବିଧାନସଭାର କଂଗ୍ରେସ (ଇ) ବିଧାୟକ ଦଳର ନେତା ଭାବରେ ସର୍ବସମ୍ମତି କ୍ରମେ ନିର୍ବାଚିତ ହେଲେ । ୧୯୮୦ ମସିହା ଜୁନ୍‍ ୯ତାରିଖ ଦିନ ଜାନକୀବାବୁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ । ଓଡ଼ିଶାର ତତ୍‍କାଳୀନ ମାନ୍ୟବର ରାଜ୍ୟପାଳ ଚେପ୍ପଦିରା ମୁଥାନା ପୁନାଚା (ସି.ଏମ.ପୁନାଚା) ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନଙ୍କୁ ଶପଥ ଗ୍ରହଣ କରାଇଲେ । ଜାନକୀ ବାବୁଙ୍କ ମନ୍ତ୍ରିମଣ୍ଡଳରେ ରହିଲେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୮ଜଣ କ୍ୟାବିନେଟ ମନ୍ତ୍ରୀ, ଦଶଜଣ ରାଷ୍ଟ୍ରମନ୍ତ୍ରୀ ଓ ଜଣେ ଉପମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ନାମ ଓ ବିଭାଗମାନ ହେଲା

କ୍ୟାବିନେଟ ମନ୍ତ୍ରୀ :
ଜାନକୀ ବଲ୍ଲଭ ପଟ୍ଟନାୟକ : ମୁଖ୍ୟମନ୍ତ୍ରୀ: ସାଧାରଣ ପ୍ରଶାସନ, ସ୍ୱରାଷ୍ଟ୍ର, ସୂଚନା ଓ
ଲୋକସମ୍ପର୍କ, ଯୋଜନା ଓ ସମନ୍ୱୟ, ଶିଳ୍ପ, ଜଳସେଚନ ଓ
ବିଦ୍ୟୁତ (କ୍ଷୁଦ୍ର ଜଳସେଚନ ସମେତ) ବିଭାଗର ମନ୍ତ୍ରୀ;
ଉପେନ୍ଦ୍ର ଦୀକ୍ଷିତ : ଖାଦ୍ୟ ଓ ଯୋଗାଣ
କାହ୍ନୁଚରଣ ଲେଙ୍କା : ରାଜସ୍ୱ ଓ ଅବକାରୀ
ବାସୁଦେବ ମହାପାତ୍ର : କୃଷି ଓ ସମବାୟ
ଗଙ୍ଗାଧର ମହାପାତ୍ର : ଶିକ୍ଷା ଓ ଯୁବସେବା
ଦୟାନିଧି ନାୟକ : ପୂର୍ତ୍ତ (ଗ୍ରାମ୍ୟ ରାସ୍ତା ଓ କୋଠାବାଡ଼ି ସମେତ)
ରଘୁନାଥ ପଟ୍ଟନାୟକ : ଅର୍ଥ
ରାମଚନ୍ଦ୍ର ଉଲାକା : ହରିଜନ ଓ ଆଦିବାସୀ କଲ୍ୟାଣ

ରାଷ୍ଟ୍ର ମନ୍ତ୍ରୀ :

ହରିହର କରଣ : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ
କୁଆଁରିଆ ମାଝି : ଜଙ୍ଗଲ, ମତ୍ସ୍ୟ ଓ ପଶୁପାଳନ
ଯୁଗଳ କିଶୋର ପଟ୍ଟନାୟକ : ଶ୍ରମ, କର୍ମସଂସ୍ଥାନ, ପର୍ଯ୍ୟଟନ, କ୍ରୀଡ଼ା ଓ ସଂସ୍କୃତି
ଭଜମନ ବେହେରା : ଗୋଷ୍ଠୀ ଉନ୍ନୟନ ଓ ଗ୍ରାମ ପୁନର୍ଗଠନ
ନିରଞ୍ଜନ ପଟ୍ଟନାୟକ : ଜଳସେଚନ ଓ ବିଦ୍ୟୁତ (କ୍ଷୁଦ୍ର ଜଳସେଚନ ସମେତ)
ବସନ୍ତ କୁମାର ବିଶ୍ୱାଳ : ଗୃହ ନିର୍ମାଣ, ପୌର ଉନ୍ନୟନ, ଖଣି ଓ ଭୂତତ୍ତ୍ୱ
ହବିବୁଲ୍ଲା ଖାଁ : କୃଷି ଓ ସମବାୟ
କୃଷ୍ଣ ଚରଣ ପଟ୍ଟନାୟକ : ଆଇନ ବାଣିଜ୍ୟ ଓ ପରିବହନ
କିଶୋର ଚନ୍ଦ୍ର ପଟେଲ : ଶିଳ୍ପ ବିଭାଗ ଓ ଲଳିତ ମୋହନ ଗାନ୍ଧୀ- ସୂଚନା,ଲୋକସମ୍ପର୍କ, ଯୋଜନା ଓ ସମନ୍ୱୟ

ଉପମନ୍ତ୍ରୀ :

ସରସ୍ୱତୀ ହେମ୍ବ୍ରମ୍‍ : ଗୋଷ୍ଠୀ ଉନ୍ନୟନ ଓ ଗ୍ରାମ ପୁନର୍ଗଠନ

ମୁଖ୍ୟମନ୍ତ୍ରୀ ହେବା ପରେ ଜାନକୀଙ୍କ ବେତାର ବାର୍ତ୍ତା :

ଗତ ଛ'ମାସ ମଧ୍ୟରେ ଦେଶରେ ତଥା ଓଡ଼ିଶାର ରାଜନୈତିକ ଜୀବନରେ ଏକ ବୈପ୍ଲବିକ ପରିବର୍ତ୍ତନ ଘଟିଯାଇଛି । ଲୋକେ ତାଙ୍କର ସେବାର ମାଧ୍ୟମ ଓ ପରିବର୍ତ୍ତନର ଅସ୍ତ୍ର ରୂପେ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱ ପ୍ରତି ବିପୁଳ ଆସ୍ଥା ଓ ସମର୍ଥନ ଜଣାଇଛନ୍ତି । ଆଜି ମୋ ପକ୍ଷରୁ ଓ ନୂତନ ଭାବରେ ଦାୟିତ୍ୱ ଗ୍ରହଣ କରିିଥିବା ମୋର ସହଯୋଗୀ ଓ ସାଥୀମାନଙ୍କ ପକ୍ଷରୁ ଓଡ଼ିଶାର ଜନସାଧାରଣଙ୍କୁ କୃତଜ୍ଞତା ଓ ଅଭିନନ୍ଦନ ଜଣାଉଛି ।

ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନପାଇଁ ସରକାରୀ କ୍ଷମତାକୁ ସବୁବେଳେ ମୁଁ ଅସ୍ତ୍ର ରୂପେ ବିଚାର କରି ଆସିଛି । ଏହି କ୍ଷମତାରେ ଅଭିଭୂତ ହେବା ବା ଆନନ୍ଦ ଉତ୍‍ଫୁଲ୍ଲ ହେବାର କିଛି ନାହିଁ । ଏହା ଏକ ଗୁରୁଭାର ଓ କଣ୍ଟାର ମୁକୁଟ । ଓଡ଼ିଶା ନାନା ଐତିହାସିକ କାରଣରୁ ବହୁ ପଛରେ ପଡ଼ିଛି । ଇଂରେଜମାନଙ୍କ ଅମଳରେ ଏହା ଏକ ଅବହେଳିତ ଓ ଅବଜ୍ଞାତ ଅଞ୍ଚଳ ରୂପେ ରହିିଥିଲା । ବହୁକାଳ ଧରି ବିକଳାଙ୍ଗ ଓ ବିଖଣ୍ଡିତ ହୋଇ ରହିବା ଫଳରେ ଏହାର ଉନ୍ନତି ହୋଇ ପାରିଲା ନାହିିଁ । ସ୍ୱାଧୀନତା ପରେ ଓଡ଼ିଶାର ଉନ୍ନୟନପାଇଁ ଯେ ଉଦ୍ୟମ ନହୋଇଛି ତାହା ନୁହେ, ମାତ୍ର ଓଡ଼ିଶା ଯାହା ଉନ୍ନତି କରିଛି, ଅନ୍ୟ ରାଜ୍ୟମାନେ ତାହା ଅପେକ୍ଷା ଅଧିକ ମାତ୍ରାରେ ଉନ୍ନତି କରି ଚାଲିଛନ୍ତି । ତେଣୁ ସେମାନଙ୍କ ମଧ୍ୟରେ ଓ ଓଡ଼ିଶା ମଧ୍ୟରେ ବ୍ୟବଧାନ ତ‌ଥା ଦୂରତ୍ୱ ବଢ଼ି ବଢ଼ି ଚାଲିଛି । ଏହି ଧାରାକୁ ରୋକି ଓଡ଼ିଶାକୁ ଏପରି ବେଗରେ ଆଗେଇ ନେବା ଆବଶ୍ୟକ, ଯେପରିକି ଭାରତର ଅଗ୍ରଗାମୀ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ତାର ଉଚିତ ସ୍ଥାନ ଲାଭ କରିପାରିବ । ତାହାହିଁ ହେଉଛି ବର୍ତ୍ତମାନର ଦାବି, ଭାଗ୍ୟ ଓ ଭବିତବ୍ୟର ଆହ୍ୱାନ ।

ଓଡ଼ିଶା ପ୍ରାକୃତିକ ସଂପଦରେ ଯେ କୌଣସି ରାଜ୍ୟ ଅପେକ୍ଷା ଅଧିକ ଧନଶାଳୀ । "ଧନେ ଧାନ୍ୟେ ପୁଷ୍ପେ ଭରା, ଆମାଦେର୍‍ ଏଇ ବସୁନ୍ଧରା" ବୋଲି ବଙ୍ଗଳାର କବି ଲେଖିଥିଲେ । ଓଡ଼ିଶା ତା'ଠାରୁ ବେଶୀ । ଓଡ଼ିଶାର ମୃତ୍ତିକା ଉର୍ବର, ଭୂଗର୍ଭ ଖଣିଜ ସଂପଦରେ ପରିପୂର୍ଣ୍ଣ । ଅରଣ୍ୟ ସମୃଦ୍ଧ, ଉପକୂଳ ଓ ନଦୀମାନେ ଜଳସମ୍ପଦରେ ଭରିରହିଛନ୍ତି । ସର୍ବୋପରି ଓଡ଼ିଶାର ଲୋକଶକ୍ତି, ପରିଶ୍ରମ ଓ ବୁଦ୍ଧିରେ ଭାରତର କୌଣସି ରାଜ୍ୟଠାରୁ ନ୍ୟୂନ ନୁହେଁ । ଏହି ସବୁ ସମ୍ପଦର ସଦୁପଯୋଗ କରିବାକୁ ହେବ ଓ ତାହା ଶୀଘ୍ର କରିବାକୁ ହେବ ।

ସୁଖର ବିଷୟ, ଶ୍ରୀମତୀ ଗାନ୍ଧୀଙ୍କର ନେତୃତ୍ୱ ଆଜି ଦେଶରେ ପ୍ରତିଷ୍ଠିତ ଏବଂ ଏହାକୁ ପ୍ରତିଷ୍ଠିତ କରିବାରେ ଓଡ଼ିଶାର ଜନସାଧାରଣ ମୁଖ୍ୟଭାଗ ନେଇଛନ୍ତି । ଯେଉଁ ସମାଜବାଦ ଆଦର୍ଶରେ ଶ୍ରୀମତୀ ଗାନ୍ଧୀ ଓ ଜାତୀୟ କଂଗ୍ରେସ ବିଶ୍ୱାସ କରନ୍ତି, ତାର ଅର୍ଥ ହେଉଛି ବ୍ୟକ୍ତି ବ୍ୟକ୍ତି ଏବଂ ଅଞ୍ଚଳ ଅଞ୍ଚଳ ମଧ୍ୟରେ ବ୍ୟବଧାନ ଦୂର କରିବା । ଓଡ଼ିଶା ସେହି ଦୃଷ୍ଟିରୁ ହେଉଛି ଭାରତରେ ଆଜି ଏକ ପରୀକ୍ଷାର କ୍ଷେତ୍ର ଏବଂ ଆନନ୍ଦର କଥା ଯେ ଶ୍ରୀମତୀ ଗାନ୍ଧୀ ଓଡ଼ିଶାର ଅର୍ଥନୈତିକ ଅଭ୍ୟୁତ୍‌ଥାନ ପାଇଁ ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି ।

ସେହି ଦୃଷ୍ଟିରୁ ଏହି ନୂତନ ସରକାରଙ୍କ ଦାୟିତ୍ୱର ଗୁରୁତ୍ୱ ମୁଁ ଅନୁଭବ କରୁଛି । କେତେକ କାର୍ଯ୍ୟକ୍ରମକୁ ଅଗ୍ରାଧିକାର ଦେବା ପାଇଁ ଏହି ସରକାର ସ୍ଥିର କରିଛି । ସେଗୁଡ଼ିକ ହେଲା ଜଳସେଚନ ଓ ବିଦ୍ୟୁତ ଉତ୍ପାଦନ, ଶିଳ୍ପର ବିସ୍ତାର ଏବଂ ସମାଜର ସବୁଠାରୁ ତଳେ ଥିବା ଗରିବ ଲୋକଙ୍କର ପୂର୍ଣ୍ଣ ଥଇଥାନ ବ୍ୟବସ୍ଥା । ଓଡ଼ିଶାର ପ୍ରତ୍ୟେକ ଗ୍ରାମ, ପ୍ରତ୍ୟେକ ବ୍ଲକ, ପ୍ରତ୍ୟେକ ଜିଲ୍ଲା ଯେପରି ଅଳ୍ପକାଳ ମଧ୍ୟରେ ବିପୁଳ ବେଗରେ ଅଗ୍ରଗତି କରିପାରିବ ତାହାହିଁ ହେଉଛି ଆମର ଲକ୍ଷ୍ୟ । ଓଡ଼ିଶାର ଯୁବଶକ୍ତି ମଧ୍ୟରୁ ନିରାଶା ଦୂରକରି ଜାତିର ଅଗ୍ରଗତି ଓ କଲ୍ୟାଣପାଇଁ ସେମାନଙ୍କୁ ଯେପରି ନିୟୋଜିତ କରାଯାଇ ପାରିବ, ତାହାହିଁ ହେଉଛି ଆମର ଲକ୍ଷ୍ୟ ।

ଏହି ସରକାର ଦୁର୍ବଳ ଶ୍ରେଣୀର ରକ୍ଷକ ଭାବରେ ଆଇନ ଶୃଙ୍ଖଳା ରକ୍ଷାଲାଗି ଶାସନରେ ଗରିବ ଲୋକଙ୍କୁ ନ୍ୟାୟ ମିଳିବାପାଇଁ ସର୍ବାଧିକ ଦୃଷ୍ଟି ଦେବ । ଶାସନ କଳକୁ ଅଧିକ ଦକ୍ଷ, ଜନକଲ୍ୟାଣ ଯୁକ୍ତ ଓ ଦୁର୍ନୀତିମୁକ୍ତ କରିବାର ଉଦ୍ୟମ କରିବ ।

ଓଡ଼ିଶାର ଜନସାଧାରଣ ଏହି ସରକାରକୁ ସମସ୍ତ ଶକ୍ତି ଦେଇଛନ୍ତି । ଏଣୁ ଏ ସରକାର ସଦା ସର୍ବଦା ନିଜକୁ ସେମାନଙ୍କର ସେବକ ରୂପେ, ଟ୍ରଷ୍ଟି ମନେକରି କାର୍ଯ୍ୟ କରିବ ବୋଲି ମୁଁ ପ୍ରତିଶ୍ରୁତି ଦେଉଛି ଏବଂ ପୁଣି ଥରେ ସେମାନଙ୍କୁ ମୋର କୃତଜ୍ଞତା ଜଣାଉଛି । ମୁଁ ଆଶା କରୁଛି, ବିରୋଧୀ ଦଳର ବନ୍ଧୁଗଣ ଓଡ଼ିଶାର ନବ ନିର୍ମାଣରେ ଏହି ନୂତନ ସରକାର ସହିତ ସହଯୋଗ କରିବେ । କାରଣ ଆମର ଲକ୍ଷ୍ୟ ସାର୍ବଜନୀନ । 'ଜୟ ହିନ୍ଦ୍‍' ।

ବାଚସ୍ପତି ଓ ଉପ-ବାଚସ୍ପତି ନିର୍ବାଚନ :

୧୯୮୦ ମସିହା ଜୁନ୍‍ ୧୨ ତାରିଖରେ ସୋମନାଥ ରଥ ଓଡ଼ିଶା ବିଧାନ ସଭାର ବାଚସ୍ପତି ଭାବରେ ସର୍ବସମ୍ମତି କ୍ରମେ ନିର୍ବାଚିତ ହେଲେ । ୧୯୮୦ ଜୁଲାଇ ୨ ତାରିଖରେ ହିମାଂଶୁ ଶେଖର ପାଢ଼ୀ ଉପ-ବାଚସ୍ପତି ଭାବରେ ନିର୍ବାଚିତ ହେଲେ । ୧୯୮୪ ମସିହା ଫେବ୍ରୁଆରି ୧୧ ତାରିଖ ଦିନ ସେମାନାଥ ରଥ ଓଡିଶା ବିଧାନସଭା ବାଚସ୍ପତି ପଦରୁ ଇସ୍ତଫା ପ୍ରଦାନ କରି ମନ୍ତ୍ରିମଣ୍ଡଳରେ ଯୋଗଦାନ କଲେ । ଫଳରେ ତାଙ୍କ ସ୍ଥାନରେ ୧୯୮୪ ମସିହା ଫେବ୍ରୁଆରି ୨୨ ତାରିଖରେ ପ୍ରସନ୍ନ କୁମାର ଦାସ ବାଚସ୍ପତି ଭାବରେ ନିର୍ବାଚିତ ହେଲେ ।

ବିରୋଧୀ ଦଳର ନେତା :

କୌଣସି ରାଜନୈତିକ ଦଳ ଆବଶ୍ୟକୀୟ ଆସନ ସଂଖ୍ୟା ବିଧାନସଭାରେ ହାସଲ କରି ନ ଥିବାରୁ ସ୍ୱୀକୃତିପ୍ରାପ୍ତ ବିରୋଧୀ ଦଳ ଗଠନ ସମ୍ଭବ ହୋଇ ପାରିଲା ନାହିଁ । ଲୋକଦଳ ବା ଜନତା (ଏସ୍‍) ଦଳରୁ ଦୁଇଜଣ ସଦସ୍ୟ ଇସ୍ତଫା ଦେବା ଫଳରେ ବିଧାନସଭାରେ ସେହି ଦଳର ସଭ୍ୟ ସଂଖ୍ୟା ୧୧କୁ ଖସି ଆସିଲା । ୧୯୮୩ ମସିହା ଫେବ୍ରୁଆରି ୨୩ ତାରିଖ ଦିନ ଜନତା ଦଳ (ଏସ୍‍) ଓ ଜନତା (ଜେପି) ଦଳର ମିଶ୍ରଣ ଘଟିବା ପରେ ଜନତା ଦଳ ଭାବରେ ନୂତନ ଏକ ରାଜନୈତିକ ଦଳ ସୃଷ୍ଟି ହେଲ। । ଏହି ଦଳର ସଭ୍ୟ ସଂଖ୍ୟା ହେଲ। ୧୪ । ଶରତ ଦେବ ହେଲେ ଏହି ଜନତା ବିଧାୟକ ଦଳର ନେତା । ଏହା ପରେ ୧୯୮୪ ଏପ୍ରିଲ ୨ ତାରିଖ ଦିନ ଜନତା ଦଳର ସଭ୍ୟ ଓ କମ୍ୟୁନିଷ୍ଟ ପାର୍ଟିର କେତେଜଣ ସଭ୍ୟଙ୍କୁ ନେଇ ଇଉନାଇଟେଡ୍‍ ବିଧାୟକ ଦଳ ଗଠନ କରାଗଲା । ଶରତ ଦେବ ମଧ୍ୟ ଏହି ମିଳିତ ସାମ୍ମୁଖ୍ୟ ବିଧାୟକ ଦଳରେ ଆବଶ୍ୟକୀୟ ସଂଖ୍ୟକ ସଭ୍ୟ ରହିବାରୁ ବିରୋଧୀ ଦଳ ନେତାର ମାନ୍ୟତା ଲାଭ କଲେ । ପରେ କମ୍ୟୁନିଷ୍ଟ ପାର୍ଟିର ସଦସ୍ୟମାନେ ସେମାନଙ୍କର ସମର୍ଥନ ପ୍ରତ୍ୟାହାର କରିନେଲେ । ଗାଣତନ୍ତ୍ରିକ ସମାଜବାଦୀ ଦଳର କିଛି ସଭ୍ୟ ଏହି ମିଳିତ ସାମ୍ମୁଖ୍ୟ ବିଧାୟକ ଦଳକୁ ସମର୍ଥନ କରିବାରୁ ବିରୋଧୀ ଦଳ ନେତାଙ୍କ ସ୍ଥିତିରେ କୌଣସି ଆଞ୍ଚ ଆସିଲା ନାହିିଁ । ୧୯୮୪ ମସିହା ସେପ୍ଟେମ୍ବର ୫ତାରିଖରେ କଂଗ୍ରେସ (ଆଇ) ଦଳର ଦୁଇଜଣ ସଦସ୍ୟ ଇସ୍ତଫା ପ୍ରଦାନ କରି ଗାଣତନ୍ତ୍ରିକ ସମାଜବାଦୀ ପାର୍ଟି ଗଠନ କଲେ ।

ଉପନିର୍ବାଚନ :

ନିମାପଡା ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ନୀଳମଣି ସେଠିଙ୍କର ନିର୍ବାଚନ ସମୟରେ ପରଲୋକ ଘଟିବାରୁ ନିମାପଡା ବିଧାନସଭା ଆସନଟିରେ ନିର୍ବାଚନ ନ ହୋଇ ଖାଲି ରହିଲା । ବିଜୁ ପଟ୍ଟନାୟକ କେନ୍ଦ୍ରାପଡ଼ା ଲୋକସଭା ଆସନର ସଭ୍ୟ ଥାଇ ବିଧାନସଭା ନିର୍ବାଚନରେ ପାଟକୁରା ବିଧାନସଭା ଆସନରୁ ବିଜୟ ଲାଭ କରିିଥିଲେ । ଏଣୁ ସେ କେନ୍ଦ୍ରାପଡ଼ା ଲୋକସଭା ଆସନକୁ ରଖି ପାଟକୁରା ବିଧାନସଭା ଆସନରୁ ଇସ୍ତଫା ପ୍ରଦାନ କଲେ । ଫଳରେ ପାଟକୁରା ବିଧାନସଭା ଆସନଟି ଖାଲି ହୋଇଗଲା । ଜାନକୀବଲ୍ଲଭ ପଟ୍ଟନାୟକ ବିଧାନସଭାର ସଦସ୍ୟ ନ ଥାଇ ମୁଖ୍ୟମନ୍ତ୍ରୀ ହୋଇଥିଲେ । ତାଙ୍କୁ ଛ'ମାସ ମଧ୍ୟରେ କୌଣସି ଏକ ବିଧାନସଭା ଆସନରୁ ନିର୍ବାଚିତ ହୋଇ ଆସିବାକୁ ପଡ଼ିବ । ଏଣୁ ଆଠଗଡ଼ ବିଧାନସଭା ଆସନରୁ ନିର୍ବାଚିତ ହୋଇଥିବା କଂଗ୍ରେସ (ଆଇ) ସଦସ୍ୟ ରସାନନ୍ଦ ସାହୁ ବିଧାୟକ ପଦରୁ ଇସ୍ତଫା ଦେଲେ- ଏହି ଆସନରୁ ଜାନକୀବାବୁ ନିର୍ବାଚିତ ହୋଇ ଆସିବା ପାଇଁ । ଫଳରେ ଆଠଗଡ଼ ବିଧାନସଭା ଆସନଟି ଖାଲି ପଡ଼ିଲା । କାକଟପୁର, ପାଟକୁରା ଓ ଆଠଗଡ଼ ବିଧାନସଭା ନିମନ୍ତେ ୧୯୮୦ ମସିହା ନଭେମ୍ବର ୨୩ ତାରିଖ ଦିନ ଉପନିର୍ବାଚନ ଅନୁଷ୍ଠିତ ହେଲା ।

ନିମାପଡ଼ା ବିଧାନସଭା ଆସନରୁ କଂଗ୍ରେସ (ଆଇ) ପ୍ରାର୍ଥୀ ରବୀନ୍ଦ୍ର କୁମାର ସେଠି ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କମୁ୍ୟନିଷ୍ଟ ପ୍ରାର୍ଥୀ ବ୍ରହ୍ମାନନ୍ଦ ମଲ୍ଲିକଙ୍କୁ ହରାଇ ନିର୍ବାଚିତ ହେଲେ । ପାଟକୁରା ବିଧାନସଭା ଆସନରୁ ଲୋକଦଳର ପ୍ରାର୍ଥୀ (ଜନତା ଏସ୍‍) ବିଜୟ ମହାପାତ୍ର ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ (ଆଇ) ପ୍ରାର୍ଥୀ ଗୟାଚାନ୍ଦ ଭୂୟାଁଙ୍କୁ ହରାଇ ନିର୍ବାଚିତ ହେଲେ । ଆଠଗଡ ନିର୍ବାଚନ ମଣ୍ଡଳୀରୁ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ କଂଗ୍ରେସ (ଆଇ) ପ୍ରାର୍ଥୀ ଭାବରେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଲୋକଦଳ (ଜନତା ଏସ) ପ୍ରାର୍ଥୀ ଶରତ କରଙ୍କୁ ହରାଇ ନିର୍ବାଚିତ ହେଲେ । ଜାନକୀବଲ୍ଲଭ ପଟ୍ଟନାୟକ ୪୮,୪୮୯ ଭୋଟ ପାଇଥିବା ବେଳେ ଶ୍ରୀ କର ମାତ୍ର ୯,୨୦୭ଟି ଭୋଟ ପାଇଥିଲେ ।

ଜାନକୀବଲ୍ଲଭ ପଟ୍ଟନାୟକ ଆଠଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜୟଲାଭ କରିବାରୁ କଟକ ଲୋକସଭା ଆସନରୁ ଇସ୍ତଫା ପ୍ରଦାନ କଲେ । ଫଳରେ କଟକ ଲୋକସଭା ଆସନ ନିମନ୍ତେ ୧୯୮୧ ମସିହା ଜୁନ ମାସରେ ଉପନିର୍ବାଚନ ଅନୁଷ୍ଠିତ ହେଲା । ଏଥିରେ କଂଗ୍ରେସ

(ଆଇ) ପ୍ରାର୍ଥନୀ ଶ୍ରୀମତୀ ଜୟନ୍ତୀ ପଟ୍ଟନାୟକ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଲୋକଦଳ (ଜନତା ଏସ୍‍) ପ୍ରାର୍ଥୀ ରବି ରାୟଙ୍କୁ ହରାଇ ନିର୍ବାଚିତା ହେଲେ । ଶ୍ରୀମତୀ ପଟ୍ଟନାୟକ ୧,୫୬,୯୦୬ ଭୋଟ ପାଇଥିଲେ ।

ରାଜ୍ୟର ସାମୂହିକ ବିକାଶ :

ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଶାସନ କାଳରୁ ହିିଁ ଓଡ଼ିଶା ଶାସନରେ ସ୍ଥିରତା ପରିଲକ୍ଷିତ ହେଲା । ତାଙ୍କ ପୂର୍ବରୁ ସାଂସଦ ଜୟନ୍ତୀ ପଟ୍ଟନାୟକ ୧୯୬୧-୧୯୮୦ ମସିହା ମଧ୍ୟରେ ରାଜ୍ୟରେ ୯ ଥର ମନ୍ତ୍ରିମଣ୍ଡଳ ବଦଳିବା ସହିତ ଦୁଇଥର ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା । ସ୍ଥିର ଶାସନ ଯୋଗୁଁ ରାଜ୍ୟରେ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହେଲା । କଳାହାଣ୍ଡି, ବଲାଙ୍ଗୀର, କୋରାପୁଟ ଜିଲ୍ଲାର ଉନ୍ନୟନ ପାଇଁ କେବିକେ ଯୋଜନାର ଶୁଭାରମ୍ଭ ସହିତ ନାଲକୋ ନିର୍ମାଣ କାର୍ଯ୍ୟର ଆରମ୍ଭ ହେଲା । ରାଜ୍ୟରେ ପ୍ରଥମ ଥର ପାଇଁ ଲୋକପାଳ ନିଯୁକ୍ତ ହେଲେ । ଜଷ୍ଟିସ୍‍ ବାଳକୃଷ୍ଣ ପାତ୍ର ଓଡ଼ିଶାର ପ୍ରଥମ ଲୋକପାଳ ଭାବରେ ୧୯୮୩ ମସିହା ନଭେମ୍ବର ୧୭ ତାରିଖରେ କାର୍ଯ୍ୟଭାର ଗ୍ରହଣ କଲେ ।

ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କଦ୍ୱାରା ୧୯୮୪ ମସିହାରେ ବଲାଙ୍ଗୀର ଜିଲ୍ଲାର ସଇଁତଳାଠାରେ ଗୋଳାବାରୁଦ କାରଖାନାର ଭିତ୍ତି ସ୍ଥାପନ ହେଲା । ତାଳଚେର- ସମ୍ବଲପୁର ରେଳପଥର ମଧ୍ୟ ଭିତ୍ତିପ୍ରଦାନ କରାଗଲା । ବିଜ୍ଞାନକୁ ଲୋକପ୍ରିୟ କରିବାପାଇଁ ଓଡ଼ିଶା ସରକାରଙ୍କ ତରଫରୁ ଓରେଡ଼ା (OREDA), ଓଡ଼ିଶା କମ୍ପୁଟର ଆପ୍ଲିକେସନ ସେଣ୍ଟର (OCAC), ଓଡ଼ିଶା ସୁଦୂର ପର୍ଯ୍ୟବେକ୍ଷଣ ଉପଯୋଗ କେନ୍ଦ୍ର (ORSAC) ଏବଂ ଓଡ଼ିଶା ବିଜ୍ଞାନ ଏକାଡେମୀ ପ୍ରତିଷ୍ଠା ହେଲା । ଦିଲ୍ଲୀ ଓ ଭୁବନେଶ୍ୱର ମଧ୍ୟରେ ଗମନାଗମନର ସୁବିଧା ନିମନ୍ତେ ପ୍ରଥମଥର ପାଇଁ ନୂଆଦିଲ୍ଲୀ ଭୁବନେଶ୍ୱର ମଧ୍ୟରେ ସିଧାସଳଖ ବିମାନ ଚଳାଚଳର ବ୍ୟବସ୍ଥା ହେଲା । ପୁରୀ ନୂଆଦିଲ୍ଲୀ ମଧ୍ୟରେ ନୀଳାଚଳ ଏକ୍ସପ୍ରେସ ନାମରେ ଏକ ସୁପରଫାଷ୍ଟ ଟ୍ରେନର ଚଳାଚଳ ମଧ୍ୟ ଆରମ୍ଭ ହେଲା ।

ରାଜ୍ୟରେ ଶିଳ୍ପର ବିକାଶ ପାଇଁ ନୂତନ ଶିଳ୍ପନୀତି ପ୍ରସ୍ତୁତ ହେଲା । ହଜାରେ ଦିନରେ ହଜାରେ କୋଟି ଟଙ୍କା ବ୍ୟୟରେ ହଜାରେ ଶିଳ୍ପ ପ୍ରତିଷ୍ଠା କଥା ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଘୋଷଣା କଲେ । କଟକ ସହର ଉପକଣ୍ଠ ଜଗତପୁରଠାରେ ଓ ଭୁବନେଶ୍ୱରର ମଞ୍ଚେଶ୍ୱରଠାରେ ନୂତନ ଶିଳ୍ପାଞ୍ଚଳମାନ ଗଢ଼ି ଉଠିଲା । ମନ୍ତ୍ରିମଣ୍ଡଳରେ ଅଦଳବଦଳ :

ରାଜସ୍ୱ ଓ ଅବକାରୀ ମନ୍ତ୍ରୀ କାହ୍ନୁଚରଣ ଲେଙ୍କା ୧୯୮୧ ମସିହା ଜୁଲାଇ ୧୪ତାରିଖରେ ନିଜ ପଦରୁ ଇସ୍ତଫା ପ୍ରଦାନ କଲେ । ଗୋଷ୍ଠୀ ଉନ୍ନୟନ ଓ ଗ୍ରାମ୍ୟ ପୁନର୍ଗଠନ ରାଷ୍ଟ୍ରମନ୍ତ୍ରୀ କୃଷ୍ଣଚରଣ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ୧୯୮୨ ମସିହା ଏପ୍ରିଲ ୧୪ତାରିଖରେ ବରଖାସ୍ତ କଲେ । ବାଣିଜ୍ୟ ବିଭାଗ କ୍ୟାବିନେଟ ମନ୍ତ୍ରୀ ଦୟାନିଧି ନାୟକ ଓ ଯୋଜନା ସମନ୍ୱୟ ବିଭାଗ ରାଷ୍ଟ୍ରମନ୍ତ୍ରୀ ଲଳିତ ମୋହନ ଗାନ୍ଧୀ ୧୯୮୪ ମସିହା ଫେବ୍ରୁଆରି ୧୦ ତାରିଖରେ ନିଜ ନିଜ ପଦରୁ ଇସ୍ତଫା ପ୍ରଦାନ କଲେ । ଫଳରେ ଫେବ୍ରୁଆରି ୧୧ ତାରିଖରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରାଯାଇ ସେଥିରେ ବାଚସ୍ପତି ସୋମନାଥ ରଥଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବରେ ଗ୍ରହଣ କରାଯାଇ ତାଙ୍କୁ କୃଷି ବିଭାଗ ଦାୟିତ୍ୱ ପ୍ରଦାନ କରାଗଲା । ହେଲେ ଶ୍ରୀ ରଥ ମନ୍ତ୍ରୀ ପଦରୁ ଡିସେମ୍ବର ୩୧ ତାରିଖରେ ଇସ୍ତଫା ପ୍ରଦାନ କଲେ ।

୧୯୮୫ ମସିହା ଫେବ୍ରୁଆରି ୧୨ ତାରିଖରେ ଅର୍ଥ ଓ ଆଇନ ବିଭାଗର କ୍ୟାବିନେଟ ମନ୍ତ୍ରୀ ରଘୁନାଥ ପଟ୍ଟନାୟକ ଓ ସମବାୟ ବିଭାଗ ରାଷ୍ଟ୍ରମନ୍ତ୍ରୀ କୁଆଁରିଆ ମାଝି ନିଜ ନିଜ ପଦରୁ ଇସ୍ତଫା ପ୍ରଦାନ କଲେ ।

ଏହା ପରେ ମାର୍ଚ୍ଚ ମାସ ୮ ତାରିଖରେ ଶିଳ୍ପ, ଖାଦ୍ୟ ଓ ଯୋଗାଣ ବିଭାଗ ରାଷ୍ଟ୍ରମନ୍ତ୍ରୀ କିଶୋର ଚନ୍ଦ୍ର ପଟେଲ ନିଜ ପଦରୁ ଇସ୍ତଫା ପ୍ରଦାନ କଲେ, ଯଦିଓ ମନ୍ତ୍ରିମଣ୍ଡଳ ୧୯୮୫ ମସିହା ମାର୍ଚ୍ଚ ମାସ ୯ତାରିଖରେ ଭଙ୍ଗ ହୋଇଥିଲା । ବିଭିନ୍ନ ସମୟରେ ମନ୍ତ୍ରୀମାନଙ୍କ ଇସ୍ତଫା ପ୍ରଦାନଯୋଗୁଁ ମନ୍ତ୍ରୀମାନଙ୍କ ବିଭାଗରେ କିଛି କିଛି ଅଦଳବଦଳ ଘଟୁଥିଲା ।

ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ଭଳି ଏକ ଦୁଃଖଦ ଘଟଣା ଏହି ସମୟରେ ଘଟିିଥିଲା । ୧୯୮୪ ମସିହା ଅକ୍ଟୋବର ୨୯ ତାରିଖରେ ଶ୍ରୀମତୀ ଗାନ୍ଧୀ ଓଡ଼ିଶାରୁ ବିଦାୟ ନେବା ସମୟରେ ଭୂବନେଶ୍ୱର ପ୍ୟାରେଡ଼ ପଡ଼ିଆଠାରେ ଏକ ସାଧାରଣ ସଭାରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇଥିଲେ । ଏହି ସମୟରେ ମୁଖ୍ୟମନ୍ତ୍ରୀ ଜାନ‌କୀବଲ୍ଲଭ ପଟ୍ଟନାୟକ ଉପସ୍ଥିତ ରହି ବକ୍ତୃତା ପ୍ରଦାନ କରିିଥିଲେ । ଶ୍ରୀମତୀ ଗାନ୍ଧୀ ଏହି ସଭାରେ କହିଥିଲେ, "ମୁଁ କ୍ଷମତାରେ ରହେ କି ନ ରହେ, ମୋ ଜୀବନର ଶେଷ ରକ୍ତବିନ୍ଦୁ ଦେଶ ସେବାରେ ନିୟୋଜିତ ହେବ ।"

ତା'ପରଦିନ ସେ ତାଙ୍କର ନିରାପତ୍ତା ରକ୍ଷୀଙ୍କ ଗୁଳିମାଡରେ ଦିଲ୍ଲୀ ଠାରେ ପ୍ରାଣତ୍ୟାଗ କଲେ । ଦେଶବାସୀ ସ୍ତମ୍ଭୀଭୂତ ହୋଇଗଲେ ।

ଅଷ୍ଟମ ବିଧାନସଭାର ମୋଟ ୧୦ଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏହି ସମୟରେ ୧୭୬ଟି ବୈଠକ ବସିିଥିଲା । ଅଷ୍ଟମ ବିଧାନସଭା ୧୯୮୫ ମସିହା ମାର୍ଚ୍ଚ ୯ତାରିଖରେ ଭଙ୍ଗ ହେଲା ଓ ସେହିଦିନ ମନ୍ତ୍ରିମଣ୍ଡଳ ଇସ୍ତଫା ପ୍ରଦାନ କଲା ।

* * *
ତ୍ରୟୋବିଂଶ ପରିଚ୍ଛେଦ
ନବମ ଓଡ଼ିଶା ବିଧାନସଭା:
ଜାନକୀବାବୁ ପୁନଶ୍ଚ ମୁଖ୍ୟମନ୍ତ୍ରୀ

ଅଷ୍ଟମ ଲୋକସଭା ନିମନ୍ତେ ଓଡ଼ିଶାର ୨୧ଟି ଯାକ ଆସନ ପାଇଁ ୧୯୮୪ ମସିହା ଡିସେମ୍ବର ୧୪ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେଲା । ୨୧ଟି ଆସନରୁ ଭାରତୀୟ ଜାତୀୟ କଂଗ୍ରେସ ୨୦ଟି ଆସନ ଲାଭକରି ବିପୁଳ ବିଜୟର ଅଧିକାରୀ ହେଲା । ଗୋଟିଏ ମାତ୍ର ଆସନରେ ଜନତାଦଳର ପ୍ରାର୍ଥୀ ବିଜୟାନନ୍ଦ ପଟ୍ଟନାୟକ ବିଜୟଲାଭ କଲେ । ସେହି ଆସନଟି ହେଲା କେନ୍ଦ୍ରାପଡ଼ା ଲୋକସଭା ଆସନ । ୨୧ଟି ଆସନପାଇଁ ଦଳୀୟ ପ୍ରାର୍ଥୀ ଓ ସ୍ୱାଧୀନ ପ୍ରାର୍ଥୀ ମିଶି ୧୧୪ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିିଥିଲେ । ସେମାନଙ୍କ ମଧ୍ୟରେ ଥିଲେ କଂଗ୍ରେସ ଦଳର ୨୧ ଜଣ, ଜନତା ଦଳର ୧୯ଜଣ, ଲୋକଦଳର ୫ଜଣ, ଭାରତୀୟ ଜନତା ଦଳର ୪ଜଣ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟିର ଜଣେ ଲେଖାଏଁ ଓ ୬୩ଜଣ ସ୍ୱାଧୀନ ପ୍ରାର୍ଥୀ ।

ନବମ ଲୋକସଭା ସଦସ୍ୟ (୧୯୮୪) :

ମୟୂରଭଞ୍ଜ ସିଦ୍ଧଲାଲ ମୁର୍ମୁ କଂଗ୍ରେସ
ବାଲେଶ୍ୱର ଚିନ୍ତାମଣି ଜେନା କଂଗ୍ରେସ
ଭଦ୍ରକ ଅନନ୍ତ ପ୍ରସାଦ ସେଠି କଂଗ୍ରେସ
ଯାଜପୁର ଅନାଦି ଚରଣ ଦାସ କଂଗ୍ରେସ
କେନ୍ଦ୍ରାପଡ଼ା ବିଜୟାନନ୍ଦ ପଟ୍ଟନାୟକ ଜନତା
କଟକ ଜୟନ୍ତୀ ପଟ୍ଟନାୟକ କଂଗ୍ରେସ
ଜଗତସିଂହପୁର ଲକ୍ଷ୍ମଣ ମଲ୍ଲିକ କଂଗ୍ରେସ
ପୁରୀ ବ୍ରଜମୋହନ ମହାନ୍ତି କଂଗ୍ରେସ
ଭୁବନେଶ୍ୱର ଚିନ୍ତାମଣି ପାଣିଗ୍ରାହୀ କଂଗ୍ରେସ
ଆସ୍କା ସୋମନାଥ ରଥ କଂଗ୍ରେସ
ବ୍ରହ୍ମପୁର ଆର. ଜଗନ୍ନାଥ ରାଓ କଂଗ୍ରେସ
କୋରାପୁଟ ଗିରିଧର ଗମାଙ୍ଗ କଂଗ୍ରେସ
ନବରଙ୍ଗପୁର ଖଗପତି ପ୍ରଧାନୀ କଂଗ୍ରେସ
କଳାହାଣ୍ଡି ଜଗନ୍ନାଥ ପଟ୍ଟନାୟକ କଂଗ୍ରେସ
ଫୁଲବାଣୀ ରାଧାକାନ୍ତ ଡିଗଲ କଂଗ୍ରେସ
ବଲାଙ୍ଗୀର ନିତ୍ୟାନନ୍ଦ ମିଶ୍ର କଂଗ୍ରେସ
ସମ୍ବଲପୁର ଡଃ କୃପାସିନ୍ଧୁ ଭୋଇ କଂଗ୍ରେସ
ଦେବଗଡ଼ ଶ୍ରୀବଲ୍ଲଭ ପାଣିଗ୍ରାହୀ କଂଗ୍ରେସ
ଢେ଼ଙ୍କାନାଳ କାମାକ୍ଷା ପ୍ରସାଦ ସିଂହଦେଓ କଂଗ୍ରେସ
ସୁନ୍ଦରଗଡ଼ ମରିସ କୁଜୁର କଂଗ୍ରେସ
କେନ୍ଦୁଝର ହରିହର ସୋରେନ୍‍ କଂଗ୍ରେସ

ଏହି ଲୋକସଭା ନିର୍ବାଚନରେ ସମରେନ୍ଦ୍ର କୁଣ୍ଡୁ (ଜ), ଭାଗବତ ପ୍ରସାଦ ମହାନ୍ତି (କଂ), ଯୋଗେଶ ଚନ୍ଦ୍ର ରାଉତ (ଜନତା), ରବି ରାୟ (ଜ), ବାରିଷ୍ଟର ରଣଜିତ ମହାନ୍ତି (ଜ), ଶିବାଜୀ ପଟ୍ଟନାୟକ (ମା.କମ୍ୟୁ), ପ୍ରତାପ କେଶରୀ ଦେଓ (ଜ), ସୈରୀନ୍ଦ୍ରୀ ନାୟକ (ଜ), ପ୍ରସନ୍ନ କୁମାର ପଣ୍ଡା (କମୁ୍ୟ) ଓ ଅଦ୍ୱୈତ ପ୍ରସାଦ ସିଂହ (ଜନତା) ଆଦି ଜଣାଶୁଣା ବଡ଼ ବଡ଼ ନେତାମାନେ ପରାଜିତ ହୋଇଥିଲେ । ବିଶେଷ ଉଲ୍ଲେଖନୀୟ ଘଟଣା ହେଲା; ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀର ଜନତା ପ୍ରାର୍ଥୀ ରବି ରାୟ ତାଙ୍କ ନିକଟତମ କଂଗ୍ରେସ ପ୍ରାର୍ଥୀ ଲକ୍ଷ୍ମଣ ମଲ୍ଲିକଙ୍କ ଠାରୁ ପ୍ରାୟ ଦେଢ଼ହଜାର ଭୋଟ ବ୍ୟବଧାନରେ ହାରି ଯାଇଥିଲେ । ଶ୍ରୀ ମଲ୍ଲିକ ୨,୬୩,୯୬୦ଟି ଭୋଟ ପାଇଥିବା ସ୍ଥଳେ ଶ୍ରୀ ରାୟ ପାଇଥିଲେ ୨,୬୨,୩୯୪ଟି ଭୋଟ ।

ପ୍ରାୟ ଅଢ଼େଇ ମାସ ବ୍ୟବଧାନରେ ଓଡ଼ିଶାର ନବମ ବିଧାନସଭା ନିମନ୍ତେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଲା ୧୯୮୫ ମସିହା ମାର୍ଚ୍ଚମାସ ୫ ତାରିଖରେ । ୧୪୭ଟି ବିଧାନସଭା ଆସନରୁ ୧୪୫ଟିରେ ନିର୍ବାଚନ ଅନୁଷ୍ଠିତ ହେଲା । କେତେକ ଅନିବାର୍ଯ୍ୟ କାରଣ ବଶତଃ ପୁରୀ ଜିଲ୍ଲା କାକଟପୁର ଓ କେନ୍ଦୁଝର ନିର୍ବାଚନ ମଣ୍ଡଳୀର ନିର୍ବାଚନ ସ୍ଥଗିତ ରଖାଗଲା । ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ଆଠଗଡ଼ ଓ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କଲେ । କଂଗ୍ରେସ ଦଳ ୧୪୫, ଜନତାଦଳ- ୧୩୮, ଭାରତୀୟ ଜନତା ପାର୍ଟି- ୬୭, କମ୍ୟୁନିଷ୍ଟ ଦଳ- ୨୬, ମାର୍କସବାଦୀ କମ୍ୟୁନିଷ୍ଟ ପାର୍ଟି- ୧୦, ଫରଓ୍ୱାର୍ଡ ବ୍ଲକ-୧, ସୋସାଲିଷ୍ଟ ଇଉନିଟ ସେଣ୍ଟର-୩, ଲୋକଦଳ-୧୮, ଝାଡଖଣ୍ଡ-୧୧, ଶରଦ ପାଓ୍ୱାରଙ୍କ ପରିଚାଳିତ କଂଗ୍ରେସ-୧, ଜଗଜ୍ଜୀବନରାମଙ୍କ କଂଗ୍ରେସ-୧ ପ୍ରାର୍ଥୀ ଏହି ନିର୍ବାଚନରେ ଠିଆ କରାଇ ଥିଲେ । ଏହା ବ୍ୟତୀତ ୩୭୨ଜଣ ସ୍ୱାଧୀନ ପ୍ରାର୍ଥୀ ଏହି ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିଲେ । ୧୯୮୦ ମସିହା ନିର୍ବାଚନରେ କଂଗ୍ରେସ ଦଳ ବିଧାନସଭାରେ ଅଧିକାର କରିଥିବା ୧୧୭ଟି ଆସନକୁ ଏହି ନିର୍ବାଚନରେ ବଜାୟ ରଖିଲା । ଅନ୍ୟ ଦଳମାନଙ୍କ ମଧ୍ୟରେ ଜନତା ପାର୍ଟି-୧୯, ଭାରତୀୟ କମ୍ୟୁନିଷ୍ଟ ପାର୍ଟି-୧, ଭାରତୀୟ ଜନତା ପାର୍ଟି-୧ ଓ ସ୍ୱାଧୀନ ସଭ୍ୟମାନେ ୭ଟି ଆସନ ଲାଭ କଲେ । ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଆଠଗଡ଼ ଓ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ୱନ୍ଦିତା କରି ଦୁଇଟି ଯାକରେ ବିଜୟୀ ହୋଇ ଆଠଗଡ଼ ନିର୍ବାଚନ ମଣ୍ଡଳୀକୁ ରଖି ଖୋର୍ଦ୍ଧା ଆସନରୁ ଇସ୍ତଫା ପ୍ରଦାନ କଲେ । ବିଭିନ୍ନ ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିବା ପ୍ରାର୍ଥୀମାନେ ହେଲେ :

ନବମ ବିଧାନସଭା ସଦସ୍ୟ (୧୯୮୫) :

କରଞ୍ଜିଆ କରୁଣାକର ନାୟକ କଂଗ୍ରେସ
ଯଶୀପୁର ଶମ୍ଭୁନାଥ ନାୟକ ସ୍ୱାଧୀନ
ବାହଲଦା ଭାଗେ ଗୋବର୍ଦ୍ଧନ ଜନତା ଦଳ
ରାଇରଙ୍ଗପୁର ଭବେନ୍ଦ୍ରନାଥ ମାଝି କଂଗ୍ରେସ
ବାଙ୍ଗୀରପୋଷି କାନ୍‍ଗୋଇ ସିଂହ କଂଗ୍ରେସ
କୁଳିଅଣା ସରସ୍ୱତୀ ହେମ୍ବ୍ରମ କଂଗ୍ରେସ
ବାରିପଦା ପ୍ରସନ୍ନ କୁମାର ଦାସ କଂଗ୍ରେସ
ବଇସିଙ୍ଗା ପୃଥୁନାଥ କିସ୍‍କୁ କଂଗ୍ରେସ
ଖୁଣ୍ଟା ବୀରାମ ମୁର୍ମୁ କଂଗ୍ରେସ
ଉଦଳା ରାବଣେଶ୍ୱର ମଢେ଼ଇ କଂଗ୍ରେସ
ଭୋଗରାଇ ଉମାରାଣୀ ପାତ୍ର କଂଗ୍ରେସ
ଜଳେଶ୍ୱର ଯୁଧିଷ୍ଠିର ଜେନା କଂଗ୍ରେସ
ବସ୍ତା ଭୂପାଳ ମହାପାତ୍ର କଂଗ୍ରେସ
ବାଲେଶ୍ୱର ଗୋପନାରାୟଣ ଦାସ କଂଗ୍ରେସ
ସୋରୋ ଯଦୁନାଥ ଦାଶ ମହାପାତ୍ର କଂଗ୍ରେସ
ସିମୂଳିଆ ପଦ୍ମଲୋଚନ ପଣ୍ଡା କଂଗ୍ରେସ
ନୀଳଗିରି ସୁକୁମାର ନାୟକ କଂଗ୍ରେସ
ଭଣ୍ଡାରିପୋଖରୀ ପଞ୍ଚାନନ ମଣ୍ଡଳ କଂଗ୍ରେସ
ଭଦ୍ରକ ଯୁଗଳ କିଶୋର ପଟ୍ଟନାୟକ କଂଗ୍ରେସ
ଧାମନଗର ଜଗନ୍ନାଥ ରାଉତ କଂଗ୍ରେସ
ଚାନ୍ଦବାଲି ନେତ୍ରାନନ୍ଦ ମଲ୍ଲିକ କଂଗ୍ରେସ
ବାସୁଦେବପୁର ମଧୁସୂଦନ ପାଣିଗ୍ରାହୀ କଂଗ୍ରେସ
ସୁକିନ୍ଦା ଶରତ ରାଉତ କଂଗ୍ରେସ
କୋରେଇ ରାମଚନ୍ଦ୍ର ଖୁଣ୍ଟିଆ କଂଗ୍ରେସ
ଯାଜପୁର ଜଗନ୍ନାଥ ମଲ୍ଲିକ ଜନତାଦଳ
ଧର୍ମଶାଳା କାଙ୍ଗାଳି ଚରଣ ପଣ୍ଡା କଂଗ୍ରେସ
ବଡଚଣା ସୀତାକାନ୍ତ ମହାପାତ୍ର କଂଗ୍ରେସ
ବରିତେରାବିସ ଶ୍ରୀକାନ୍ତ କୁମାର ଜେନା ଜନତାଦଳ
ବିଂଝାରପୁର ନବକିଶୋର ମଲ୍ଲିକ କଂଗ୍ରେସ
ଆଳି ଦୋଳଗୋବିନ୍ଦ ନାୟକ କଂଗ୍ରେସ
ପଟ୍ଟାମୁଣ୍ଡାଇ ଗଣେଶ୍ୱର ବେହେରା କଂଗ୍ରେସ
ରାଜନଗର ନଳିନୀକାନ୍ତ ମହାନ୍ତି ଜନତାଦଳ
କେନ୍ଦ୍ରାପଡା ଭଗବତ ପ୍ରସାଦ ମହାନ୍ତି କଂଗ୍ରେସ
ତିର୍ତ୍ତୋଲ ନିତ୍ଯାନନ୍ଦ ସାମନ୍ତରାୟ କଂଗ୍ରେସ
ଏରସମା କୃଷ୍ଣଚନ୍ଦ୍ର ସ୍ୱାଇଁ କଂଗ୍ରେସ
ବାଲିକୁଦା ଜ୍ୟୋତିଷ ଚନ୍ଦ୍ର ଦାସ କଂଗ୍ରେସ
ଜଗତସିଂହପୁର କୈଳାସ ଚନ୍ଦ୍ର ମଲ୍ଲିକ କଂଗ୍ରେସ
କିଶନନଗର ବଟକୃଷ୍ଣ ଜେନା କଂଗ୍ରେସ
ମାହାଙ୍ଗା ସେକ ମତଲୁବ୍ ଅଲ୍ଲି କଂଗ୍ରେସ
ସାଲେପୁର ମାୟାଧର ସେଠୀ କଂଗ୍ରେସ
ଗୋବିନ୍ଦପୁର ତ୍ରିଲୋଚନ କାନୁନଗୋ ସ୍ୱାଧୀନ
କଟକ ସଦର ଦୋଳ ଗୋବିନ୍ଦ ପ୍ରଧାନ କଂଗ୍ରେସ
କଟକ ସଦର ସୟଦ ମୁସ୍ତାଫିଜ ଅହମଦ ଜନତାଦଳ
ଚୌଦ୍ବାର ରାଶାନନ୍ଦ ସାହୂ କଂଗ୍ରେସ
ବାଙ୍କୀ ଅକ୍ଷୟ କୁମାର ପଟ୍ଟନାୟକ କଂଗ୍ରେସ
ଆଠଗଡ ଜାନକୀ ବଲ୍ଲଭ ପଟ୍ଟନାୟକ କଂଗ୍ରେସ
ବଡମ୍ବା ଡା. ଲଳିତ ମୋହନ ମହାନ୍ତି କଂଗ୍ରେସ
ବାଲିପାଟଣା ରାଘବ ଚନ୍ଦ୍ର ସେଠି କଂଗ୍ରେସ
ଭୁବନେଶ୍ୱର ବିଜୁ ପଟ୍ଟନାୟକ ଜନତା
ଜଟଣି ସୁରେଶ କୁମାର ରାଉତରାୟ କଂଗ୍ରେସ
ପିପିଲି ପ୍ରଦୀପ କୁମାର ମହାରଥୀ ଜନତାଦଳ
ନିମାପଡ଼ା ରବୀନ୍ଦ୍ର କୁମାର ସେଠୀ କଂଗ୍ରେସ
କାକଟପୁର ସୁରେନ୍ଦ୍ର ନାଥ ନାୟକ ଜନତାଦଳ
ସତ୍ୟବାଦୀ ରବୀନ୍ଦ୍ର କୁମାର ଦାସ କଂଗ୍ରେସ
ପୁରୀ ବ୍ରଜକିଶୋର ତ୍ରିପାଠୀ ଜନତାଦଳ
ବ୍ରହ୍ମଗିରି ଗଙ୍ଗାଧର ମହାପାତ୍ର କଂଗ୍ରେସ
ଚିଲିକା ଡାଃ ଦେବେନ୍ଦ୍ର ନାଥ ମାନସିଂହ କଂଗ୍ରେସ
ଖୋର୍ଦ୍ଧା ଜାନକୀ ବଲ୍ଲଭ ପଟ୍ଟନାୟକ କଂଗ୍ରେସ
ଡଃ ପ୍ରସନ୍ନ କୁମାର ପାଟ୍ଟଶାଣୀ ଉଦାହରଣ
ବେଗୁନିଆ କୈଳାସ ଚନ୍ଦ୍ର ମହାପାତ୍ର କଂଗ୍ରେସ
ରଣପୁର ରମାକାନ୍ତ ମିଶ୍ର କଂଗ୍ରେସ
ନୟାଗଡ଼ ଭାଗବତ ବେହେରା ଜନତାଦଳ
ଖଣ୍ଡପଡ଼ା ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜ କଂଗ୍ରେସ
ଦଶପଲ୍ଲା ହରିହର କରଣ କଂଗ୍ରେସ
ଜଗନ୍ନାଥପ୍ରସାଦ ଡମ୍ବରୁଧର ସେଠି କଂଗ୍ରେସ
ଭଞ୍ଜନଗର ଉମାକାନ୍ତ ମିଶ୍ର କଂଗ୍ରେସ
ସୋରଡ଼ା ଶରତ ଚନ୍ଦ୍ର ପଣ୍ଡା କଂଗ୍ରେସ
ଆସ୍କା ରାଘବ ପରିଡ଼ା କଂଗ୍ରେସ
କବିସୂର୍ଯ୍ୟନଗର ରାଧାଗୋବିନ୍ଦ ସାହୁ କଂଗ୍ରେସ
କୋଦଳା ରାମକୃଷ୍ଣ ପଟ୍ଟନାୟକ ଜନତାଦଳ
ଖଲ୍ଲିକୋଟ ଭି. ସୁଜ୍ଞାନ କୁମାରୀ ଦେଓ ଜନତାଦଳ
ଛତ୍ରପୁର ଅଶୋକ କୁମାର ଚୌଧୁରୀ କଂଗ୍ରେସ
ହିଞ୍ଜିଳି ଉଦୟ ନାୟକ କଂଗ୍ରେସ
ଗୋପାଳପୁର ଘନଶ୍ୟାମ ବେହେରା କଂଗ୍ରେସ
ବ୍ରହ୍ମପୁର ଶିବଶଙ୍କର ସାହାଣୀ କଂଗ୍ରେସ
ଚିକିଟି ଚିନ୍ତାମଣିଦ୍ୟାନ ସାମନ୍ତରାୟ କଂଗ୍ରେସ
ମୋହନା ଶରତ କୁମାର ଜେନା କଂଗ୍ରେସ
ରାମଗିରି ହଳଧର କାର୍ଜି ସ୍ୱାଧୀନ
ପାରଳାଖେମୁଣ୍ଡି ତ୍ରିନାଥ ସାହୁ କଂଗ୍ରେସ
ଗୁଣପୁର ଭାଗୀରଥି ଗମାଙ୍ଗ କଂଗ୍ରେସ
ବିଷମକଟକ ଡମ୍ବରୁଧର ଉଲାକା କଂଗ୍ରେସ
ରାୟଗଡ଼ା ରାମଚନ୍ଦ୍ର ଉଲାକା କଂଗ୍ରେସ
ଲକ୍ଷ୍ମୀପୁର ଅନନ୍ତରାମ ମାଝି କଂଗ୍ରେସ
ପଟ୍ଟାଙ୍ଗୀ ଚନ୍ଦ୍ରମା ସାନ୍ତା କଂଗ୍ରେସ
କୋରାପୁଟ ନୃସିଂହାନନ୍ଦ ବ୍ରହ୍ମା କଂଗ୍ରେସ
ମାଲକାନାଗିରି ନଦିୟାବାସୀ ବିଶ୍ୱାସ ସ୍ୱାଧୀନ
ଚିତ୍ରକୋଣ୍ଡା ଗଙ୍ଗାଧର ମାଢ଼ୀ କଂଗ୍ରେସ
କୋଟପାଡ଼ ବାସୁଦେବ ମାଝି କଂଗ୍ରେସ
ଜୟପୁର ଗୁପ୍ତ ପ୍ରସାଦ ପୂଜାରୀ କଂଗ୍ରେସ
ନବରଙ୍ଗପୁର ହବିବୁଲ୍ଲା ଖାଁ କଂଗ୍ରେସ
ଡାବୁଗାଁ ଡମ୍ବରୁ ମାଝି କଂଗ୍ରେସ
ଉମରକୋଟ ପରମା ପୂଜାରୀ କଂଗ୍ରେସ
କୋଚିଗାଁ ଭଗବତୀ ପୂଜାରୀ କଂଗ୍ରେସ
ନୂଆପଡ଼ା ଘାସିରାମ ମାଝି ଜନତାଦଳ
ଖଡ଼ିଆଳ ଅନୁପ ସିଂହଦେଓ କଂଗ୍ରେସ
ଧର୍ମଗଡ଼ ଯୁଗରାମ ବେହେରା କଂଗ୍ରେସ
କୋକସରା ରାସବିହାରୀ ବେହେରା କଂଗ୍ରେସ
ଜୁନାଗଡ଼ ବିକ୍ରମ କେଶରୀ ଦେବ ଜନତାଦଳ
ଭବାନୀପାଟଣା ଭକ୍ତଚରଣ ଦାସ ଜନତାଦଳ
ନର୍ଲା କୁମରମଣି ଶବର କଂଗ୍ରେସ
କେସିଙ୍ଗା ଭୁପିନ୍ଦର ସିଂହ କଂଗ୍ରେସ
ବାଲିଗୁଡ଼ା ଲକ୍ଷ୍ମୀକାନ୍ତ ମଲ୍ଲିକ କଂଗ୍ରେସ
ଉଦୟଗିରି ନାଗାର୍ଜୁନ ପ୍ରଧାନ କଂଗ୍ରେସ
ଫୁଲବାଣୀ ଅଭିମନ୍ୟୁ ବେହେରା କଂଗ୍ରେସ
ବୌଦ ସୁଜିତ କୁମାର ପାଢ଼ୀ କଂଗ୍ରେସ
ଟିଟିଲାଗଡ଼ ପୂର୍ଣ୍ଣଚନ୍ଦ୍ର ମହାନନ୍ଦ କଂଗ୍ରେସ
କଣ୍ଟାବାଂଜି ଚୈତନ୍ୟ ପ୍ରଧାନ ସ୍ୱାଧୀନ
ପାଟଣାଗଡ଼ ଡା. ସୁଶୀଲ କୁମାର ପୃଷ୍ଟି କଂଗ୍ରେସ
ସଇଁତଳା ରାଧାକାନ୍ତ ପଣ୍ଡା ସ୍ୱାଧୀନ
ଲୋଇସିଙ୍ଗା ବାଲଗୋପାଲ ମିଶ୍ର ସ୍ୱାଧୀନ
ବଲାଙ୍ଗୀର ମୁଜାଫର ହୁସେନ ଖାଁ କଂଗ୍ରେସ
ସୋନପୁର ଅଚ୍ୟୁତ ବିଶ୍ୱାଳ କଂଗ୍ରେସ
ବିନିକା ଚିତ୍ତରଂଜନ ମିଶ୍ର କଂଗ୍ରେସ
ବୀରମହାରାଜପୁର କାର୍ତ୍ତିକ ପ୍ରସାଦ ତରିଆ କଂଗ୍ରେସ
ଆଠମଲ୍ଲିକ ଅମରନାଥ ପ୍ରଧାନ କଂଗ୍ରେସ
ଅନୁଗୁଳ ପ୍ରଫୁଲ ମିଶ୍ର କଂଗ୍ରେସ
ହିନ୍ଦୋଳ ରବି ନାରାୟଣ ନାୟକ କଂଗ୍ରେସ
ଢେଙ୍କାନାଳ ନନ୍ଦିନୀ ଶତପଥୀ ସ୍ୱାଧୀନ
ଗଁଦିଆ ପ୍ରଫୁଲ୍ଲ କୁମାର ଭଞ୍ଜ କଂଗ୍ରେସ
କାମାଖ୍ୟାନଗର ପ୍ରସନ୍ନ କୁମାର ପଟ୍ଟନାୟକ ସ୍ୱାଧୀନ
ପାଲଲହଡ଼ା ବିଭୁଦେନ୍ଦ୍ର ପ୍ରତାପ ଦାସ କଂଗ୍ରେସ
ତାଳଚେର ଭଜମନ ବେହେରା କଂଗ୍ରେସ
ପଦ୍ମପୁର ସତ୍ୟଭୂଷଣ ସାହୁ କଂଗ୍ରେସ
ମେଳଛାମୁଣ୍ଡା ପ୍ରକାଶଚନ୍ଦ୍ର ଦେବତା କଂଗ୍ରେସ
ବିଜେପୁର ନିକୁଞ୍ଜ ବିହାରୀ ସିଂହ ଜନତାଦଳ
ଭଟଲି ମୋହନ ନାଗ କଂଗ୍ରେସ
ବରଗଡ଼ ଯଦୁମଣି ପ୍ରଧାନ କଂଗ୍ରେସ
ସମ୍ବଲପୁର ଶ୍ରଦ୍ଧାକର ସୂପକାର କଂଗ୍ରେସ
ବ୍ରଜରାଜନଗର ପ୍ରସନ୍ନ କୁମାର ପଣ୍ଡା କମ୍ୟୁନିଷ୍ଟ
ଝାରସୁଗୁଡ଼ା ବୀରେନ୍ଦ୍ର ପାଣ୍ଡେ କଂଗ୍ରେସ
ଲଇକେରା ହେମାନନ୍ଦ ବିଶ୍ୱାଳ କଂଗ୍ରେସ
କୁଚିଣ୍ଡା ଜଗତେଶ୍ୱର ମିର୍ଦ୍ଧା କଂଗ୍ରେସ
ରେଢ଼ାଖୋଲ ଅଭିମନ୍ୟୁ କୁମ୍ଭାର କଂଗ୍ରେସ
ଦେଓଗଡ଼ ରାଜକିଶୋର ପ୍ରଧାନ କଂଗ୍ରେସ
ସୁନ୍ଦରଗଡ଼ ଭରତେନ୍ଦ୍ର ଶେଖର ଦେଓ ଜନତାଦଳ
ତଳସରା ଗଦାଧର ମାଝି କଂଗ୍ରେସ
ରାଜଗାଙ୍ଗପୁର ମଙ୍ଗଳା କିଷାନ୍‍ ଜନତାଦଳ
ବୀରମିତ୍ରପୁର ରେମିସ୍‍ କେର୍କେଟା କଂଗ୍ରେସ
ରାଉରକେଲା ଦିଲ୍ଲୀପ କୁମାର ରାୟ ଜନତା
ରଘୁନାଥପଲ୍ଲୀ ଫ୍ରିଡା ଟପ୍ନୋ କଂଗ୍ରେସ
ବଣାଇ ବସନ୍ତ କୁମାର ସିଂ ଦଣ୍ଡପାଟ କଂଗ୍ରେସ
ପାଟଣା ହୃଷୀକେଶ ନାୟକ କଂଗ୍ରେସ
କେନ୍ଦୁଝର ଛୋଟରାୟ ମାଝି ଜନତା
ତେଲକୋଇ ପ୍ରାଣବଲ୍ଲଭ ନାୟକ କଂଗ୍ରେସ
ରାମଚନ୍ଦ୍ରପୁର ନିରଞ୍ଜନ ପଟ୍ଟନାୟକ କଂଗ୍ରେସ
ଆନନ୍ଦପୁର ଜୟଦେବ ଜେନା କଂଗ୍ରେସ
ଚମ୍ପୂଆ ଧନୁର୍ଜ୍ଜୟ ଲାଗୁଡ଼ି କଂଗ୍ରେସ

ଏହି ନିର୍ବାଚନରେ ବିଭିନ୍ନ ଦଳରୁ ସାତଜଣ ମହିଳାର୍ପ୍ରାୀ ନିର୍ବାଚିତ ହୋଇ ଆସିିଥିଲେ । ସେମାନେ ଓ ସେମାନଙ୍କ ନିର୍ବାଚନମଣ୍ଡଳୀଗୁଡ଼ିକ ହେଲା:

କୁଳିଅଣା ସରସ୍ୱତୀ ହେମ୍ବ୍ରମ୍‍ କଂଗ୍ରେସ
ଭୋଗରାଇ ଉମାରାଣୀ ପାତ୍ର କଂଗ୍ରେସ
ଖଲ୍ଲିକୋଟ ଭି.ସୁଜ୍ଞାନ କୁମାରୀ ଦେଓ ଜନତାଦଳ
ପଟାଙ୍ଗୀ ଚନ୍ଦ୍ରମା ସାନ୍ତା କଂଗ୍ରେସ
ଉମରକୋଟ ପରମା ପୂଜାରୀ କଂଗ୍ରେସ
ଢେଙ୍କାନାଳ ନନ୍ଦିନୀ ଶତପଥୀ ସ୍ୱାଧୀନ
ରଘୁନାଥ ପାଲ୍ଲୀ ଫ୍ରିଡା ଟପ୍ନୋ କଂଗ୍ରେସ

ସର୍ବସମ୍ମତି କ୍ରମେ ଜାନକୀ ବଲ୍ଲଭ ପଟ୍ଟନାୟକ କଂଗ୍ରେସ ବିଧାୟକ ଦଳର ନେତା ନିର୍ବାଚିତ ହେଲେ ଓ ଦ୍ୱିତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ୧୯୮୫ ମସିହା ମାର୍ଚ୍ଚ ୧୦ ତାରିଖ ଦିନ ଶପଥ ଗ୍ରହଣ କଲେ । ମାନ୍ୟବର ରାଜ୍ୟପାଳ ବିଶ୍ୱମ୍ଭର ନାଥ ପାଣ୍ଡେ ତାଙ୍କୁ ଶପଥ ଗ୍ରହଣ କରାଇଲେ । ମାର୍ଚ୍ଚ ୧୨ ତାରିଖରେ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନେ ଶପଥ ଗ୍ରହଣ କଲେ । ସେମାନଙ୍କ ଭିତରେ ରହିଲେ ୫ଜଣ କ୍ୟାବିନେଟ ମନ୍ତ୍ରୀ ଓ ୧୦ଜଣ ରାଷ୍ଟ୍ର ପାହ୍ୟା ମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମନ୍ତ୍ରିମଣ୍ଡଳଟି ଏହିପରି ଭାବରେ ଗଢ଼ାଯାଇ ବିଭାଗ ବଣ୍ଟନ କରାଗଲା ।

କ୍ୟାବିନେଟ ମନ୍ତ୍ରୀ :
ଜାନକୀ ବଲ୍ଲଭ ପଟ୍ଟନାୟକ : ମୁଖ୍ୟମନ୍ତ୍ରୀ, ଘରୋଇ, ସାଧାରଣ ପ୍ରଶାସନ, ଅର୍ଥ, ଯୋଜନା,
ସମନ୍ୱୟ, ବିଜ୍ଞାନ, କାରିଗରୀ କୌଶଳ ଓ ପରିବେଶ, ଶିଳ୍ପ,
ସୂଚନା ଓ ଲୋକସମ୍ପର୍କ, କ୍ରୀଡ଼ା, ପୂର୍ତ୍ତ, ଖଣି ଓ ଭୂତତ୍ତ୍ୱ, ଗୃହ
ଓ ନଗର ଉନ୍ନୟନ, ଜଳସେଚନ ଓ ବିଦ୍ୟୁତ
(୩୦.୪.୧୯୮୫ରେ ରାଜସ୍ୱ ବିଭାଗ ଦାୟିତ୍ୱ ଗ୍ରହଣ)
ଅନୁପ ସିଂହଦେଓ : ବାଣିଜ୍ୟ ଓ ପରିବହନ
ଭଜମନ ବେହେରା : ହରିଜନ ଓ ଆଦିବାସୀ କଲ୍ୟାଣ
ଗଙ୍ଗାଧର ମହାପାତ୍ର : ଆଇନ, ପର୍ଯ୍ୟଟନ ଓ ସଂସ୍କୃତି
ଯୁଗଳ କିଶୋର ପଟ୍ଟନାୟକ : ଶିକ୍ଷା ଓ ଯୁବସେବା
ନିରଞ୍ଜନ ପଟ୍ଟନାୟକ : ରାଜସ୍ୱ (୩୦.୪.୧୯୮୫ରେ ମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କଲେ)
ବଟକୃଷ୍ଣ ଜେନା : ଗୋଷ୍ଠୀ ଉନ୍ନୟନ ଓ ଗ୍ରାମ ପୁନର୍ଗଠନ ବିଭାଗ ରାଷ୍ଟ୍ରମନ୍ତ୍ରୀ
ଭୁପାଳ ମହାପାତ୍ର : (୧୩.୩.୧୯୮୫ରେ ଶପଥ ଗ୍ରହଣ)- ଜଙ୍ଗଲ ବିଭାଗ

ରାଷ୍ଟ୍ର ମନ୍ତ୍ରୀ :

ଡମ୍ବରୁଧର ଉଲାକା : ଅବକାରୀ
କୁମାରୀ ଫ୍ରିଡ଼ା ଟପ୍ନୋ : ମତ୍ସ୍ୟ ଓ ପଶୁପାଳନ
ହବିବୁଲ୍ଲା ଖାଁ : ଖାଦ୍ୟ ଓ ଯୋଗାଣ
ହେମାନନ୍ଦ ବିଶ୍ୱାଳ : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ
ମହମ୍ମଦ ମୁଜାଫର ହୁସେନ ଖାଁ : ଶ୍ରମ ଓ କର୍ମ ଯୋଗାଣ
ମୋହନ ନାଗ : ଜଳସେଚନ
ନାଗାର୍ଜୁନ ପ୍ରଧାନ : ସମବାୟ
ଶରତଚନ୍ଦ୍ର ପଣ୍ଡା : କୃଷି ବିଭାଗ

ଶପଥ ଗ୍ରହଣ ଓ ବାଚସ୍ପତି, ଉପବାଚସ୍ପତି ନିର୍ବାଚନ :

ଶ୍ରଦ୍ଧାକର ସୂପକାର ଅସ୍ଥାୟୀ ବାଚସ୍ପତି ଭାବରେ ନବନିର୍ବାଚିତ ବିଧାୟକମାନଙ୍କୁ ୧୩.୩.୧୯୮୫ରେ ଶପଥ ପାଠ କରାଇଲେ । ଏହାପରେ ୧୪ ତାରିଖ ଦିନ ପୂର୍ବ ବିଧାନସଭାର ବାଚସ୍ପତି ଥିବା ପ୍ରସନ୍ନ କୁମାର ଦାସ ସର୍ବସମ୍ମତି କ୍ରମେ ନବମ ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ । ଚିନ୍ତାମଣି ଦ୍ୟାନ ସାମନ୍ତରାୟ ମଧ୍ୟ ଉପବାଚସ୍ପତି

ଭାବରେ ସେହିଦିନ ସର୍ବସମ୍ମତି କ୍ରମେ ନିର୍ବାଚିତ ହେଲେ । ବିଜୁ ପଟ୍ଟନାୟକ ଜନତା ବିଧାୟକ ଦଳର ନେତା ନିର୍ବାଚିତ ହେଲେ । ସେ ବିରୋଧୀ ଦଳ ନେତା ହେଲେ ବୋଲି ୨୨ ତାରିଖ ଦିନ ଘୋଷଣା କରାଗଲା । ବିଜୁ ପଟ୍ଟନାୟକ ପୂର୍ବରୁ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ପରେ ଭୁବନେଶ୍ୱର ବିଧାନସଭା ଆସନରୁ ନିର୍ବାଚିତ ହେବାରୁ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ଇସ୍ତଫା ପ୍ରଦାନ କଲେ । ଭୁବନେଶ୍ୱରର ବିଧାୟକ ହୋଇ ରହିଲେ ।

ଉପନିର୍ବାଚନ ଫଳାଫଳ :

ପୂର୍ବରୁ ନିର୍ବାଚନ ହୋଇ ନଥିବା କାକଟପୁର ଓ କେନ୍ଦୁଝର ବିଧାନସଭା ନିର୍ବାଚନମଣ୍ଡଳୀ ସହ, ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ଛାଡ଼ି ଦେଇଥିବା ଖୋର୍ଦ୍ଧା ବିଧାନସଭା ଆସନ ଓ ବିଜୁ ପଟ୍ଟନାୟକ ଛାଡ଼ିଥିବା କେନ୍ଦ୍ରାପଡ଼ା ଲୋକସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେଲା । କାକଟପୁରରୁ ଜନତା

ପାର୍ଟି ପ୍ରାର୍ଥୀ ସୁରେନ୍ଦ୍ରନାଥ ନାୟକ, କେନ୍ଦୁଝରରୁ ଜନତା ପାର୍ଟି ପ୍ରାର୍ଥୀ ଛୋଟରାୟ ମାଝି ଓ ଖୋର୍ଦ୍ଧାରୁ ଜନତା ପାର୍ଟି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ପ୍ରସନ୍ନ ପାଟ୍ଟଶାଣୀ ନିର୍ବାଚନ ଜିତି ବିଧାନସଭାକୁ ନିର୍ବାଚିତ ହେଲେ । କେନ୍ଦ୍ରାପଡ଼ା ଲୋକସଭା ଆସନରୁ ଉପନିର୍ବାଚନରେ ଜନତା ପ୍ରାର୍ଥୀ ଶରତ କୁମାର ଦେବ ବିଜୟ ଲାଭ କଲେ । ପରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ଭବେନ୍ଦ୍ର ନାଥ ମାଝିଙ୍କର ୧୯୮୬ ମସିହା ମାର୍ଚ୍ଚ ମାସ ୩ ତାରିଖରେ ପରଲୋକ ଘଟିଲା । ସେଠାରେ ଉପନିର୍ବାଚନ ଅନୁଷ୍ଠିତ ହେଲା ନଭେମ୍ବର ୨୩ ତାରିଖରେ । ଏଠାରୁ ମଧ୍ୟ ଜନତାପାର୍ଟିର ପ୍ରାର୍ଥୀ ଚୈତନ୍ୟ ପ୍ରସାଦ ମାଝି ଉପନିର୍ବାଚନରେ ବିଧାନସଭାକୁ ନିର୍ବାଚିତ ହୋଇ ଆସିଲେ ।

ବିଭିନ୍ନ ସମୟରେ ମନ୍ତ୍ରିମଣ୍ଡଳରେ ଅଦଳବଦଳ :

ଘଟଣାଚକ୍ରରେ ରାଜସ୍ୱ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ ୧୯୮୫ ମସିହା ଏପ୍ରିଲ ୩୦ ତାରିଖରେ ନୈତିକତା ଦୃଷ୍ଟିରୁ ମନ୍ତ୍ରୀପଦରୁ ଇସ୍ତଫା ଦେଲେ । ନିଜର ସମ୍ମାନ ବଜାୟ ରଖିବା ନିମନ୍ତେ ସେ ସୁପ୍ରିମ କୋର୍ଟରେ ଅପିଲ୍‍ କଲେ । ମେ ମାସ ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ଯଦୁନାଥ ଦାଶ ମହାପାତ୍ରଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବରେ ଗ୍ରହଣ କଲେ । ସେ ରହିଲେ ଶିକ୍ଷା ଓ ଯୁବ ସେବା ବିଭାଗ ଦାୟିତ୍ୱରେ । ଯୁଗଳ କିଶୋର ପଟ୍ଟନାୟକଙ୍କ ହାତରୁ ଏହି ବିଭାଗ କାଢ଼ି ନିଆଯାଇ ତାଙ୍କୁ ରାଜସ୍ୱ ବିଭାଗ ପ୍ରଦାନ କରାଗଲା । ଏହି ସଂପ୍ରସାରଣରେ ଶରତ ରାଉତ ରାଷ୍ଟ୍ରମନ୍ତ୍ରୀ ଭାବରେ ନିଯୁକ୍ତି ପାଇଲେ । ସେ ରହିଲେ 'ଯୋଜନା ସମନ୍ୱୟ' ଏବଂ 'ସୂଚନା ଓ ଲୋକସମ୍ପର୍କ' ବିଭାଗ ଦାୟିତ୍ୱରେ ।

୧୯୮୬ ମସିହା ଜୁଲାଇ ୨୨ ତାରିଖ ଦିନ ମନ୍ତ୍ରିମଣ୍ଡଳରେ ବ୍ୟାପକ ଅଦଳ ବଦଳ ହେବା ସହ ବିରାଟ ସଂପ୍ରସାରଣ ଘଟିଲା । ଅନୁପ ସିଂହଦେଓ ମନ୍ତ୍ରିମଣ୍ଡଳରୁ ବାଦ୍‍ ପଡ଼ିଲେ । ହରିହର କରଣ, ସେକ୍‍ ମତଲୁବ୍‍ ଅଲ୍ଲି, ରାସ ବିହାରୀ ବେହେରାଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବରେ ମନ୍ତ୍ରିମଣ୍ଡଳରେ ଗ୍ରହଣ କରାଗଲା । ନିରଞ୍ଜନ ପଟ୍ଟନାୟକ ନିର୍ଦ୍ଦୋଷ ବୋଲି ସେତେବେଳକୁ ମାନ୍ୟବର ସୁପ୍ରିମ କୋର୍ଟ ରାୟ ଦେଇଥିଲେ । ତେଣୁ ମୁଖ୍ୟମନ୍ତ୍ରୀ ନିରଞ୍ଜନ ବାବୁଙ୍କୁ ଏହି ସଂପ୍ରସାରଣରେ କ୍ୟାବିନେଟ୍‍ ମନ୍ତ୍ରୀ ଭାବରେ ଗ୍ରହଣ କଲେ । ତାଙ୍କୁ ଶିଳ୍ପ, ବିଜ୍ଞାନ ଓ କାରିଗରୀ କୌଶଳ ବିଭାଗ ଦାୟିତ୍ୱ ଦିଆଗଲା । ପରେ ସେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମଧ୍ୟ ପାଇଲେ । ଏହି ସଂପ୍ରସାରଣରେ ଭୂପିନ୍ଦର ସିଂହଙ୍କୁ ରାଷ୍ଟ୍ର ପାହ୍ୟାମନ୍ତ୍ରୀ ଭାବରେ ନିଆଯାଇ ତାଙ୍କୁ ସୂଚନା, ଲୋକସଂପର୍କ ବିଭାଗ ସହ ଜଳସେଚନ ଓ ବିଦ୍ୟୁତ ବିଭାଗର ଦାୟିତ୍ୱ ପ୍ରଦାନ କରାଗଲା । ଦୁଇଜଣ ମହିଳାଙ୍କୁ ଉପମନ୍ତ୍ରୀ ଭାବରେ ମନ୍ତ୍ରିମଣ୍ଡଳରେ ଗ୍ରହଣ କରାଗଲା । ସେମାନେ ହେଲେ ପରମା ପୂଜାରୀ ଓ ସରସ୍ୱତୀ ହେମ୍ବ୍ରମ ।

ମନ୍ତ୍ରିମଣ୍ଡଳରୁ ବହିଷ୍କାର :

କ୍ୟାବିନେଟ ମନ୍ତ୍ରୀ ଭଜମନ ବେହେରାଙ୍କର ବିଧାନସଭା ସଦସ୍ୟ ପଦ ଆଣ୍ଟି ଡିଫେକ୍ସନ ଆକ୍ଟ ବଳରେ ରଦ୍ଦ ହୋଇଯିବାରୁ ତାଙ୍କୁ ଓ ଅନ୍ୟାନ୍ୟ ଦଳୀୟ ଶୃଙ୍ଖଳାଗତ କାରଣ ଯୋଗୁଁ କ୍ୟାବିନେଟ ମନ୍ତ୍ରୀ ଗଙ୍ଗାଧର ମହାପାତ୍ର ଓ ରାଷ୍ଟ୍ରମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କୁ ମୁଖ୍ୟମନ୍ତ୍ରୀ ୧୯୮୬ ମସିହା ଡିସେମ୍ବର ୧୯ ତାରିଖ ଦିନ ମନ୍ତ୍ରିମଣ୍ଡଳରୁ ବହିଷ୍କାର କଲେ । ରାଷ୍ଟ୍ରମନ୍ତ୍ରୀ ଶରତଚନ୍ଦ୍ର ପଣ୍ଡାଙ୍କର ୧୯୮୯ ମସିହା ଡିସେମ୍ବର ୧୯ ତାରିଖରେ ପରଲୋକ ଘଟିଲା । ଏହିପରି ଭାବରେ ମନ୍ତ୍ରିମଣ୍ଡଳରେ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି ହେଲା, ସେଗୁଡ଼ିକୁ ଆଉ ପୂରଣ କରାଯାଇ ନିଲା ।

ବିଧାନସଭା ସଦସ୍ୟ ପଦ ଖାଲି :

୧୯୮୯ ମସିହା ମେ ମାସ ୧୮ ତାରିଖରେ କଂଗ୍ରେସ (ଆଇ) ଦଳର ସଦସ୍ୟ ତଥା ଟିଟିଲାଗଡ଼ ବିଧାୟକ ପୂର୍ଣ୍ଣଚନ୍ଦ୍ର ମହାନନ୍ଦଙ୍କର ମୃତ୍ୟୁ ଘଟିଲା । ବିଧାସଭାର ସ୍ୱାଧୀନ ସଦସ୍ୟ ତ୍ରିଲୋଚନ କାନୁନ୍‍ଗୋ ୧୯୮୯ ମସିହା ସେପ୍ଟେମ୍ବର ୧୫ ତାରିଖରେ ଇସ୍ତଫା ପ୍ରଦାନ କଲେ । ୧୯୮୯ ମସିହା ଡିସେମ୍ବର ମାସରେ ଅନୁଷ୍ଠିତ ଲୋକସଭା ନିର୍ବାଚନରେ ଜନତା ଦଳର ବିଧାୟକ ଥିବା ଭାଗେ ଗୋବର୍ଦ୍ଧନ, ଶ୍ରୀକାନ୍ତ ଜେନା, ଭକ୍ତ ଚରଣ ଦାସ ଓ ସ୍ୱାଧୀନ ବିଧାୟକ ବାଳଗୋପାଳ ମିଶ୍ର ଲୋକସଭାକୁ ନିର୍ବାଚିତ ହେବାରୁ ବିଧାନସଭାର ଚାରିଗୋଟି ଆସନ ଖାଲି ପଡ଼ିଲା । ୧୯୮୯ ଡିସେମ୍ବର ୩୦ ତାରିଖରେ ଦେବଗଡ଼ ବିଧାୟକ ରାଜକିଶୋର ପ୍ରଧାନ ଓ ପାଲଲହଡ଼ା ବିଧାୟକ ବିଭୁଦେନ୍ଦ୍ର ପ୍ରତାପ ଦାସ ବିଧାନ ସଭା ସଭ୍ୟପଦରୁ ଇସ୍ତଫା ପ୍ରଦାନ କଲେ । ପୂର୍ବରୁ ଭଜମନ ବେହେରାଙ୍କ ସଭ୍ୟପଦ ରଦ୍ଦ ହୋଇଯାଇଥିଲା । ବିଧାନସଭାର ଏହି ସବୁ ଶୂନ୍ୟ ଆସନପାଇଁ ଉପନିର୍ବାଚନ ଅନୁଷ୍ଠିତ ହୋଇନଥିବା ଜଣାଯାଏ ।

ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମ :

ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଏହି ଦ୍ୱିତୀୟ ମୁଖ୍ୟମନ୍ତ୍ରିତ୍ୱ କାଳରେ ବହୁ ପ୍ରଗତିମୂଳକ କାର୍ଯ୍ୟ ହୋଇଥିଲା । କେନ୍ଦ୍ର ସରକାରଙ୍କଦ୍ୱାରା ଅନୁସୃତ ନୂତନ ବିଂଶସୂତ୍ରୀ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ବିଶେଷ ଦୃଷ୍ଟି ଦିଆଯାଇଥିଲା । କୃଷି, ଶିଳ୍ପ, ଯୋଗାଯୋଗ, ଗମନାଗମନ, ରାସ୍ତାଘାଟ, ଶିକ୍ଷା, ସଂସ୍କୃତି, ସାହିତ୍ୟର ବିକାଶ କ୍ଷେତ୍ରରେ ପ୍ରଭୂତ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲା । ବହୁ ଉଲ୍ଲେଖନୀୟ କାର୍ଯ୍ୟ ମଧ୍ୟରେ : କଟକଠାରେ ପ୍ରଥମ ରାଜ୍ୟସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ, ପଠାଣି ସାମନ୍ତ ପ୍ଲାନେଟୋରିଅମ ପ୍ରତିଷ୍ଠା, (ଏହି ପ୍ଲାନେଟୋରିଅମର ନାମକରଣ ନିଜେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କରିଥିଲେ) ଏହା ଏସିଆ ମହାଦେଶର ସର୍ବଶ୍ରେଷ୍ଠ ତ‌ଥା ଆଧୁନିକ ଜ୍ଞାନ କୌଶଳରେ ପରିଚାଳିତ । ଦୁଇକୋଟି ଏଗାର ଲକ୍ଷ ଏକଚାଳିଶ ହଜାର ଟଙ୍କା ବ୍ୟୟରେ କଟକଠାରେ ଜବାହରଲାଲ ନେହେରୁ ଇନ୍‍ଡୋର ଷ୍ଟାଡିୟମ ପ୍ରତିଷ୍ଠା ଓ ଉଦ୍‍ଘାଟନ, ହରେକୃଷ୍ଣ ମହତାବ ଷ୍ଟେଟ୍‍ ଲାଇବ୍ରେରୀ ଉଦ୍‍ଘାଟନ ଓ ହଜାରେ ବର୍ଷର କଟକ ନଗର ଉତ୍ସବ ଉଦ୍‍ଘାଟନ ହୋଇଥିଲା । ଇବ୍‍ ଥର୍ମାଲର ଭିତ୍ତି ପ୍ରସ୍ତର ସ୍ଥାପନ ଓ ପାରାଦ୍ୱୀପ ପରେ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ବନ୍ଦର ଗଞ୍ଜାମ ଜିଲ୍ଲାର ଗୋପାଳପୁରଠାରେ ୧୯୮୭ ମସିହା ଫେବ୍ରୁଆରି ୨୭ ତାରିଖ ଦିନ ଉଦ୍‍ଘାଟିତ ହେଲା । ଓଡ଼ିଶାର ବିଭିନ୍ନ ସ୍ଥାନରେ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ସ୍ୱଳ୍ପ ମୂଲ୍ୟରେ ଗୃହଯୋଗାଣ କରାଗଲା । ସେଥି ମଧ୍ୟରୁ ଭୁବନେଶ୍ୱର ଉପକଣ୍ଠରେ ଥିବା ଡୁମୁଡୁମା ହାଉସିଂବୋର୍ଡ ପ୍ରକଳ୍ପଦ୍ୱାରା ପ୍ରଥମ ପର୍ଯ୍ୟାୟରେ ୪୫୨ଟି ଗୃହ ନିର୍ମାଣ କରାଯାଇ ୧୫,୧୫୬ ଟଙ୍କାରେ ପ୍ରତ୍ୟେକ ଘରକୁ ହିତାଧିକାରୀଙ୍କ ମଧ୍ୟରେ ଆବଣ୍ଟନ ଓ ବ୍ରହ୍ମପୁର ସହରରେ ଏହିପରି ଗୃହ ନିର୍ମାଣ ଓ ଆବଣ୍ଟନ ଆଦି ଉଲ୍ଲେଖ ଯୋଗ୍ୟ କାର୍ଯ୍ୟକ୍ରମ । ପଶ୍ଚିମ ଓଡ଼ିଶାର ଉନ୍ନତି ପାଇଁ କେବିକେ ଯୋଜନା ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଗଲା । କଟକ-ଭୁବନେଶ୍ୱର ରାସ୍ତାକୁ ଖଣ୍ଡଗିରିରୁ କଟକ ଯାଏ ଚାରିଟିକିଆ କରିବା ପାଇଁ ପ୍ରକଳ୍ପ ମଞ୍ଜୁରୀ ଓ କାର୍ଯ୍ୟ ଆରମ୍ଭ ହୋଇଥିଲା ।

ଓଡ଼ିଶାରେ ନବମ ଲୋକସଭା ନିର୍ବାଚନ :

୧୯୮୯ ମସିହା ନଭେମ୍ବର ୨୪ ତାରିଖରେ ଓଡ଼ିଶାରେ ନବମ ଲୋକସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେଲା । ଏହି ନିର୍ବାଚନ ପୂର୍ବରୁ ରାଜୀବ ଗାନ୍ଧୀଙ୍କ ପ୍ରାଧନମନ୍ତ୍ରିତ୍ୱ କାଳରେ ସଂବିଧାନ ତ‌ଥା ଲୋକପ୍ରତିନିଧି ଆଇନ ସଂଶୋଧନ କରାଯାଇ ଭୋଟ ଦେବାର ସର୍ବନିମ୍ନ ବୟସ ୨୧ରୁ ୧୮ବର୍ଷକୁ କମାଇ ଦିଆଗଲା । କାରଣ ରାଜୀବ ଗାନ୍ଧୀ ଚିନ୍ତାକଲେ ଦେଶରେ ଯୁବକମାନେ ରାଜନୀତିରେ ସକ୍ରିୟ ଅଂଶ ଗ୍ରହଣପୂର୍ବକ ଶାସନରେ ଅଂଶ ଗ୍ରହଣ ନକଲେ ଦେଶର ଉନ୍ନତି ହୋଇପାରିବ ନାହିଁ । ପୁଣି ନିର୍ବାଚନ ବୁଥ୍ ଗୁଡିକୁ ଯେପରି ଜୋରଜବରଦସ୍ତ ଅକ୍ତିଆର କରାନଯାଏ ସେଥିପାଇଁ କଠୋର ଆଇନ୍‍ର ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।

ଏହି ଲୋକସଭା ନିର୍ବାଚନରେ ଓଡ଼ିଶାରେ ୧୩୨ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିିଥିଲେ । କଂଗ୍ରେସ ଦଳର ୨୧, ଜନତା ଦଳର ୧୯, ଜନତା ପାର୍ଟିର ୧୩, ବିଜେପିର ୬, ଦୂରଦର୍ଶୀ ପାର୍ଟିର ୪, ବହୁଜନ ସମାଜ ପାର୍ଟିର ୩ ଓ ୫୪ଜଣ ସ୍ୱାଧୀନ ପ୍ରାର୍ଥୀ ଏହି ନିର୍ବାଚନରେ ଥିଲେ । ଏହି ନିର୍ବାଚନରେ କଂଗ୍ରେସ ଦଳର ପରାଜୟ ଘଟିଲା । ନିର୍ବାଚିତ ପ୍ରତିନିଧିମାନେ ହେଲେ:

ମୟୂରଭଞ୍ଜ ଭାଗେ ଗୋବର୍ଦ୍ଧନ ଜନତା ଦଳ
ବାଲେଶ୍ୱର ସମରେନ୍ଦ୍ର କୁଣ୍ଡୁ ଜନତା ଦଳ
ଭଦ୍ରକ ମଙ୍ଗରାଜ ମଲ୍ଲିକ ଜନତା ଦଳ
ଯାଜପୁର ଅନାଦି ଚରଣ ଦାସ ଜନତା ଦଳ
କେନ୍ଦ୍ରାପଡ଼ା ରବି ରାୟ ଜନତା ଦଳ
କଟକ ଶ୍ରୀକାନ୍ତ ଜେନା ଜନତା ଦଳ
ଜଗତସିଂହପୁର ଲୋକନାଥ ଚୌଧୁରୀ କମ୍ୟୁନିଷ୍ଟ
ପୁରୀ ନୀଳମଣି ରାଉତରାୟ ଜନତା ଦଳ
ଭୁବନେଶ୍ୱର ଶିବାଜୀ ପଟ୍ଟନାୟକ ମାର୍କ୍ସବାଦୀ କମ୍ୟୁ.
ଆସ୍କା ଅନନ୍ତ ନାରାୟଣ ସିଂହଦେଓ ଜନତା ଦଳ
ବ୍ରହ୍ମପୁର ଗୋପୀନାଥ ଗଜପତି ନାରାୟଣ ଦେବ କଂଗ୍ରେସ
କୋରାପୁଟ ଗିରିଧର ଗମାଙ୍ଗ କଂଗ୍ରେସ
ନବରଙ୍ଗପୁର ଖଗପତି ପ୍ରଧାନୀ କଂଗ୍ରେସ
କଳାହାଣ୍ଡି ଭକ୍ତଚରଣ ଦାସ ଜନତା ଦଳ
ଫୁଲବାଣୀ ନକୁଳ ନାୟକ ଜନତା ଦଳ
ବଲାଙ୍ଗୀର ବାଳଗୋପାଳ ମିଶ୍ର ଜନତା ଦଳ
ସମ୍ବଲପୁର ଭବାନୀ ଶଙ୍କର ହୋତା ଜନତା ଦଳ
ଦେବଗଡ଼ ରବି ନାରାୟଣ ପାଣି ଜନତା ଦଳ
ଢେଙ୍କାନାଳ ଭଜମନ ବେହେରା ଜନତା ଦଳ
ସୁନ୍ଦରଗଡ଼ ଦେବାନନ୍ଦ ଅମାତ ଜନତା ଦଳ
କେନ୍ଦୁଝର ଗୋବିନ୍ଦ ଚନ୍ଦ୍ର ମୁଣ୍ଡା ଜନତା ଦଳ

ସପ୍ତମ ଲୋକସଭା (୧୯୮୦) ଓ ଅଷ୍ଟମ ଲୋକସଭା (୧୯୮୪)ରେ ଯାଜପୁର ଲୋକସଭା ଆସନରୁ ଅନାଦି ଚରଣ ଦାସ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ନିର୍ବାଚିତ ହୋଇ ଆସିିଥିଲେ । କିନ୍ତୁ ସେ ୧୯୮୯ ନବମ ଲୋକସଭା ନିର୍ବାଚନରେ କଂଗ୍ରେସ ପାର୍ଟି ତ୍ୟାଗ କରି ଜନତା ଦଳ ଟିକଟରେ ନିର୍ବାଚନ ଲଢ଼ି ଲୋକସଭାକୁ ନିର୍ବାଚିତ ହେଲେ । ସେହିପରି ଭଜମନ ବେହେରା ଭାରତୀୟ ଜାତୀୟ କଂଗ୍ରେସ ତ୍ୟାଗ କରି ଜନତା ଦଳରେ ଯୋଗଦାନ କରି ସେହି ଦଳର ପ୍ରାର୍ଥୀ ଭାବେ ଢେ଼ଙ୍କାନାଳ ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହେଲେ ।

ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଇସ୍ତଫା :

ଲୋକସଭା ନିର୍ବାଚନରେ ଓଡ଼ିଶାରେ କଂଗ୍ରେସ ଦଳର ବିପର୍ଯ୍ୟୟ ଘଟିଲା । ଏହି ବିପର୍ଯ୍ୟୟ ପାଇଁ ନିଜକୁ ଦାୟୀ କରି ନୈତିକତା ଦୃଷ୍ଟିରୁ ୧୯୮୯ ମସିହା ଡିସେମ୍ବର ୭ ତାରିଖ ଦିନ ଜାନକୀ ବାବୁ ଉଭୟ ମୁଖ୍ୟମନ୍ତ୍ରୀ ଓ ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରୁ ଇସ୍ତଫା ପ୍ରଦାନ କଲେ । ସେ ସାମ୍ବାଦିକ ସମ୍ମିଳନୀ ଡକାଇ ଇସ୍ତଫା ଦେଇଥିବା କଥା ଦୃଢ଼ ଭାବରେ ଘୋଷଣା କରିିଥିଲେ ।

ମୁଖ୍ୟମନ୍ତ୍ରୀ ଆସନରେ ହେମାନନ୍ଦ ବିଶ୍ୱାଳ :

'ହାତୀ ସୁନା କଳସ ଢ଼ାଳିଲା' ପରି ଅଚାନକ ହାଇକମାଣ୍ଡ ଓଡ଼ିଶାର ଅନ୍ୟତମ ଆଦିବାସୀ ନେତା ହେମାନନ୍ଦ ବିଶ୍ୱାଳ ମୁଖ୍ୟମନ୍ତ୍ରୀ ହେବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କଲେ । ସେହିଦିନ ଶ୍ରୀ ବିଶ୍ୱାଳ ତାଙ୍କର ପଚିଶ ଜଣିଆ ମନ୍ତ୍ରିମଣ୍ଡଳ ସହ ରାଜଭବନରେ ଏକ ନିରାଡମ୍ବର ଉତ୍ସବରେ ଶପଥ ଗ୍ରହଣ କଲେ । ଓଡ଼ିଶାର ମାନ୍ୟବର ରାଜ୍ୟପାଳ ସୟଦ ନୁରୁଲ ହାସନ ଏହି ମଣ୍ଡଳର ସଦସ୍ୟମାନଙ୍କୁ ଶପଥ ପାଠ କରାଇଲେ । ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଏବଂ ସେମାନଙ୍କ ବିଭାଗଗୁଡ଼ିକ ହେଲା:

କ୍ୟାବିନେଟ ମନ୍ତ୍ରୀ :

ହେମାନନ୍ଦ ବିଶ୍ୱାଳ : ମୁଖ୍ୟମନ୍ତ୍ରୀ : ସାଧାରଣ ପ୍ରଶାସନ, ଘରୋଇ, ଯୋଜନା ଓ
ସମନ୍ୱୟ, ଶିଳ୍ପ, ବିଜ୍ଞାନ ଓ କାରିଗରୀ କୌଶଳ, ଗୋଷ୍ଠୀ
ଉନ୍ନୟନ, ଗ୍ରାମ୍ୟ ପୁନର୍ଗଠନ, ଗୃହ ଯୋଗାଣ (ଏବଂ ଅନ୍ୟାନ୍ୟ
ବିଭାଗ ଯାହାକି ସ୍ୱତନ୍ତ୍ର ଭାବରେ ଉଲ୍ଲେଖ ନାହିିଁ) ମନ୍ତ୍ରୀ
ଅନୁପ ସିଂହଦେଓ : ବାଣିଜ୍ୟ ଓ ପରିବହନ
ଭାଗବତ ପ୍ରସାଦ ମହାନ୍ତି : ରାଜସ୍ୱ ଓ ଅବକାରୀ
ଡମ୍ବରୁଧର ମାଝି : ଆଦିବାସୀ ଓ ହରିଜନ କଲ୍ୟାଣ
ଗଙ୍ଗାଧର ମହାପାତ୍ର : ଅର୍ଥ ଓ ଆଇନ
ରାମଚନ୍ଦ୍ର ଉଲାକା : ଜଳସେଚନ ଓ ବିଦ୍ୟୁତ
ରାସ ବିହାରୀ ବେହେରା : କୃଷି ଓ ସମବାୟ
ସେକ୍‍ ମତଲୁବ ଅଲ୍ଲି : ଶିକ୍ଷା ଓ ଯୁବସେବା

ରାଷ୍ଟ୍ରମନ୍ତ୍ରୀ :

ଅମର ପ୍ରଧାନ : ସୂଚନା ଓ ଲୋକସମ୍ପର୍କ (ସ୍ୱାଧୀନ ଦାୟିତ୍ୱ) ଏବଂ ଉଠା ଜଳସେଚନ
ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜ : ପର୍ଯ୍ୟଟନ ଓ ସଂସ୍କୃତି (ସ୍ୱାଧୀନ ଦାୟିତ୍ୱ)
ଦୋଳଗୋବିନ୍ଦ ପ୍ରଧାନ : ନଗର ଉନ୍ନୟନ ବିଭାଗ (ସ୍ୱାଧୀନ ଦାୟିତ୍ୱ)
ଫ୍ରିଡା ଟପ୍ନୋ : ଶିକ୍ଷା ଓ ଯୁବ ସେବା
ଗଦାଧର ମାଝି : ଗୃହ ଯୋଗାଣ, ଏବଂ ଶ୍ରମ ଓ କର୍ମଯୋଗାଣ (ସ୍ୱାଧୀନ ଦାୟିତ୍ୱ)
ଜଗନ୍ନାଥ ରାଉତ : ଶିଳ୍ପ
ଜୟଦେବ ଜେନା : ଖଣି ଓ ଭୂତତ୍ତ୍ୱ (ସ୍ୱାଧୀନ ଦାୟିତ୍ୱ) ଏବଂ ବିଜ୍ଞାନ ଓ କାରିଗରୀ
କାର୍ତ୍ତିକ ପ୍ରସାଦ ତରିଆ : କୃଷି ଓ ସମବାୟ
ମୋହନ ନାଗ : ମତ୍ସ୍ୟ ଓ ପଶୁପାଳନ ବିଭାଗ (ସ୍ୱାଧୀନ ଦାୟିତ୍ୱ)
ନେତ୍ରାନନ୍ଦ ମଲ୍ଲିକ : ଜଙ୍ଗଲ ଓ ପରିବେଶ ବିଭାଗ (ସ୍ୱାଧୀନ ଦାୟିତ୍ୱ)
ପ୍ରକାଶ ଚନ୍ଦ୍ର ଦେବତା : ନିର୍ମାଣ
ରାଘବ ପରିଡ଼ା : ଖାଦ୍ୟ ଓ ଯୋଗାଣ
ସରସ୍ୱତୀ ହେମ୍ବ୍ରମ : ଗୋଷ୍ଠୀ ଉନ୍ନୟନ ଓ ଗ୍ରାମ୍ୟ ପୁର୍ନଗଠନ
ସୀତାକାନ୍ତ ମହାପାତ୍ର : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ (ସ୍ୱାଧୀନ ଦାୟିତ୍ୱ)

ଉପମନ୍ତ୍ରୀ :

ପରମା ପୂଜାରୀ : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ
ଯୁଧିଷ୍ଠିର ଜେନା : ହରିଜନ ଓ ଆଦିବାସୀ କଲ୍ୟାଣ ଏବଂ ଶ୍ରମ ଓ କର୍ମ ଯୋଗାଣ

ନନ୍ଦିନୀ ଶତପଥୀ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷା ହେବା ସହ ରାଜ୍ୟ ଯୋଜନାବୋର୍ଡର ଅଧ୍ୟକ୍ଷା ମଧ୍ୟ ହେଲେ । ଏହି ନବମ ବିଧାନସଭାର ୧୧ଟି ଅଧିବେଶନ ଓ ୧୮୮ଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବିଧାନସଭା ୧୯୯୦ ମସିହା ମାର୍ଚ୍ଚମାସ ୩ ତାରିଖ ଦିନ ଭଙ୍ଗ ହୋଇଥିଲା ।

* * *
ଚତୁର୍ବିଂଶ ପରିଚ୍ଛେଦ
ଦଶମ ଓଡ଼ିଶା ବିଧାନସଭା : ୨୭ ବର୍ଷ ପରେ
ମୁଖ୍ୟମନ୍ତ୍ରୀ ଆସନରେ ବିଜୁବାବୁ

ସଂସାରର ପ୍ରତ୍ୟେକ କ୍ଷେତ୍ରରେ ଉତ୍‍‌ଥାନ ପତନ ଲାଗି ରହିଛି । ଏହି ଦଶମ ବିଧାନସଭା ନିର୍ବାଚନରେ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ ଜନତାଦଳ ଭାରତୀୟ ଜାତୀୟ କଂଗ୍ରେସକୁ ପଛରେ ପକାଇ ୧୪୭ଟି ରୁ ୧୨୩ଟି ଆସନ ଲାଭ କରି ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କଲା । ଏହା ପୂର୍ବର ଦୁଇଟି ବିଧାନସଭା ନିର୍ବାଚନରେ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ୮ମ ଓ ୯ମ ବିଧାନସଭା ନିର୍ବାଚନରେ ସମାନ ସଂଖ୍ୟକ ୧୧୭ଟି କରି ଆସନ ଲାଭ କରିଥିଲା । ହେଲେ ୧୦ମ ବିଧାନସଭା ନିର୍ବାଚନରେ ପାଇଲା ମାତ୍ର ୧୦ଟି ଆସନ ।

ଏହି ନିର୍ବାଚନରେ ଥିଲେ ସମୁଦାୟ ୯୧୩ଜଣ ପ୍ରାର୍ଥୀ । ସେମାନଙ୍କ ମଧ୍ୟରେ କଂଗ୍ରେସର ୧୪୫, ଜନତାଦଳର ୧୩୯, ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ୯, ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟିର ୩, ଭାରତୀୟ ଜନତାପାର୍ଟିର ୬୨, ଜନତା ପାର୍ଟି ୬୧, ସ୍ୱାଧୀନ ଓ ଅନ୍ୟାନ୍ୟ ଦଳର ଥିଲେ ୪୯୪ଜଣ ପ୍ରାର୍ଥୀ । ଏହି ନିର୍ବାଚନରେ ଜନତା ଦଳ, ଦୁଇ କମ୍ୟୁନିଷ୍ଟ ଦଳ ସହ ମେଣ୍ଟ କରି ସେମାନଙ୍କୁ ୧୨ଟି ଆସନ ଛାଡି ଦେବାପାଇଁ ପ୍ରତିଶ୍ରୁତିବଦ୍ଧ ଥିଲା । ହେଲେ ଶେଷ ସମୟରେ , ସେମାନଙ୍କୁ ମାତ୍ର ୮ଟି ଆସନ ଛାଡି ଅନ୍ୟ ୪ଟି ଆସନରେ ବନ୍ଧୁତ୍ୱପୂର୍ଣ୍ଣ ଲଢେଇରେ ଅବତୀର୍ଣ୍ଣ ହୋଇଥିଲା ।

୧୦ମ ବିଧାନସଭା ପାଇଁ ସାଧାରଣ ନିର୍ବାଚନ ୧୯୯୦ ଫେବ୍ରୁଆରି ୨୭ ତାରିଖ ଦିନ ଅନୁଷ୍ଠିତ ହୋଇଥିଲା । ଏଥିରେ ଜନତାଦଳ ୧୨୩, ଜାତୀୟ କଂଗ୍ରେସ ୧୦, ବିଜେପି ୨, ସି.ପି.ଆଇ ୫, ସି.ପି.ଏମ୍‍. ୧ ଓ ସ୍ୱାଧୀନ ସଭ୍ୟମାନେ ୬ଟି ଆସନ ଲାଭ କରିଥିଲେ । ନିର୍ବାଚିତ ସଭ୍ୟମାନଙ୍କ ମଧ୍ୟରେ ଥିଲେ ୭ଜଣ ମହିଳା ସଦସ୍ୟ । ସେମାନେ ହେଲେ- ନନ୍ଦିନୀ ଶତପଥୀ (କଂ)- ଗନ୍ଦିଆ (ଢେ଼ଙ୍କାନାଳ), ଡାକ୍ତର କମଳା ଦାସ- (ଜନତାଦଳ)- ଭୋଗରାଇ (ବାଲେଶ୍ୱର),

ଶ୍ରୀମତୀ ସୁଜ୍ଞାନ କୁମାରୀ ଦେଓ- (ଜନତାଦଳ)- ଖଲ୍ଲିକୋଟ (ଗଂଜାମ), ଶ୍ରୀମତୀ ପ୍ରମିଳା ମଲ୍ଲିକ(ଜନତାଦଳ)- ଆଳି (କେନ୍ଦ୍ରାପଡା), ଶ୍ରୀମତୀ ଶାନ୍ତି ଦେବୀ- (ଜନତା ଦଳ)- ସୋରଡା (ଗଂଜାମ) ଓ ଶ୍ରୀମତୀ ଉଷା ଦେବୀ (ଜନତା ଦଳ)- ଚିକିଟି (ଗଂଜାମ) । ଦଶମ ବିଧାନସଭା ସଦସ୍ୟ (୧୯୯୦) :

କରଞ୍ଜିଆ ରଘୁନାଥ ହେମ୍ବ୍ରମ୍‍ ଜନତା ଦଳ
ଯଶୀପୁର ମଙ୍ଗଳସିଂହ ମୁଦି ଜନତା ଦଳ
ବହଲଦା ଖେଲାରାମ ମହାଲିି ସ୍ୱାଧୀନ
ରାଇରଙ୍ଗପୁର ଚୈତନ୍ୟ ପ୍ରସାଦ ମାଝି ଜନତା ଦଳ
ବାଙ୍ଗିରିପୋଷି ସୁଦାମ ଚରଣ ମାରାଣ୍ଡି ସ୍ୱାଧୀନ
କୁଳିଅଣା କାହ୍ନୁ ସୋରେନ ଜନତା ଦଳ
ବାରିପଦା ଛତିଶ ଚନ୍ଦ୍ର ଧଳ ଜନତା ଦଳ
ବୈସିଙ୍ଗା ଅନନ୍ତ ଚରଣ ମାଝି ଜନତା ଦଳ
ଖୁଣ୍ଟା ବୀରଭଦ୍ର ସିଂହ ଜନତା ଦଳ
ଉଦଳା ରୋହିଦାସ ସୋରେନ ଜନତା ଦଳ
ଭୋଗରାଇ ଡାଃ. କମଳା ଦାସ ଜନତା ଦଳ
ଜଳେଶ୍ୱର ଅଶ୍ୱିନୀ କୁମାର ପାତ୍ର ଜନତା ଦଳ
ବସ୍ତା ରଘୁନାଥ ମହାନ୍ତି ଜନତା ଦଳ
ବାଲେଶ୍ୱର ଅରୁଣ ଦେ କମ୍ୟୁନିଷ୍ଟ
ସୋରୋ କାର୍ତ୍ତିକ ମହାପାତ୍ର କଂଗ୍ରେସ
ସିମୂଳିଆ ପର୍ଶୁରାମ ପାଣିଗ୍ରାହୀ ଜନତା ଦଳ
ନୀଳଗିରି ଚିତ୍ତ ରଂଜନ ଷଡଙ୍ଗୀ ସ୍ୱାଧୀନ
ଭଣ୍ଡାରୀ ପୋଖରୀ ଅର୍ଜୁନ ଚରଣ ସେଠି ଜନତା ଦଳ
ଭଦ୍ରକ ପ୍ରଫୁଲ୍ଲ ସାମଲ ଜନତା ଦଳ
ଧାମନଗର ହୃଦାନନ୍ଦ ମଲ୍ଲିକ (ମୃତ୍ୟୁ ୩.୧.୯୦) ଜନତା ଦଳ
ଚାନ୍ଦବାଲି ବୈରାଗୀ ଜେନା ଜନତା ଦଳ
ବାସୁଦେବପୁର ବିଜୟଶ୍ରୀ ରାଉତରାୟ ଜନତା ଦଳ
ସୁକିନ୍ଦା ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ଜନତା ଦଳ
କୋରେଇ ଅଶୋକ କୁମାର ଦାସ ଜନତା ଦଳ
ଯାଜପୁର ଜଗନ୍ନାଥ ମଲ୍ଲିକ ଜନତା ଦଳ
ଧର୍ମଶାଳା ଗୁରୁଚରଣ ଟିକାୟତ ଜନତା ଦଳ
ବଡ଼ଚଣା ଅମର ପ୍ରସାଦ ଶତପଥୀ ଜନତା ଦଳ
ବରି-ଡେରାବିଶି କୁଳମଣି ରାଉତ ଜନତା ଦଳ
ବିଂଝାରପୁର ପ୍ରମିଳା ମଲ୍ଲିକ ଜନତା ଦଳ
ଆଳି ସୁଶୀ ଦେବୀ ଜନତା ଦଳ
ପଟ୍ଟାମୁଣ୍ଡାଇ ରାଧାକାନ୍ତ ସେଠି ମାର୍କ୍ସବାଦୀ କମ୍ୟୁନିଷ୍ଟ
ରାଜନଗର ନଳିନୀକାନ୍ତ ମହାନ୍ତି ଜନତା ଦଳ
କେନ୍ଦ୍ରାପଡ଼ା ବେଦ ପ୍ରକାଶ ଅଗ୍ରଓ୍ୱାଲ ଜନତା ଦଳ
ପାଟକୁରା ବିଜୟ ମହାପାତ୍ର ଜନତା ଦଳ
ତିର୍ତ୍ତୋଲ ବସନ୍ତ କୁମାର ବିଶ୍ୱାଳ କଂଗ୍ରେସ
ଏରସମା ଦାମୋଦର ରାଉତ ଜନତା ଦଳ
ବାଲିକୁଦା ଉମେଶ ଚନ୍ଦ୍ର ସ୍ୱାଇଁ ଜନତା ଦଳ
ଜଗତସିଂହପୁର ବିଷ୍ଣୁ ଦାସ ଜନତା ଦଳ
କିଶନ ନଗର ଯୁଧିଷ୍ଠିର ଦାସ ଜନତା ଦଳ
ମାହାଙ୍ଗା ଶରତ କୁମାର କର ଜନତା ଦଳ
ସାଲେପୁର କାଳିନ୍ଦୀ ଚରଣ ବେହେରା ଜନତା ଦଳ
ଗୋବିନ୍ଦପୁର ରବିନ୍ଦ୍ର କୁମାର ମଲ୍ଲିକ ସ୍ୱାଧୀନ
କଟକସଦର ରାଜେନ୍ଦ୍ର ସିଂହ ଜନତା ଦଳ
କଟକସହର ସୟଦ ମୁସ୍ତାଫିଜ ଅହମ୍ମଦ ଜନତା ଦଳ
ଚୌଦ୍ୱାର ରାଜକିଶୋର ରାମ ଜନତା ଦଳ
ବାଙ୍କୀ ଘନଶ୍ୟାମ ସାହୁ ଜନତା ଦଳ
ଆଠଗଡ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଜନତା ଦଳ
ବଡ଼ମ୍ବା ରାଜା ସାହେବ ତ୍ରିଲୋଚନ ସିଂହଦେଓ ଜନତା ଦଳ
ବାଲିପାଟଣା ହୃଷୀକେଶ ନାୟକ ଜନତା ଦଳ
ଭୁବନେଶ୍ୱର ବିଜୁ ପଟ୍ଟନାୟକ ଜନତା ଦଳ
ଜଟଣୀ ଶରତ ଚନ୍ଦ୍ର ପାଇକରାୟ ଜନତା ଦଳ
ପିପିଲି ପ୍ରଦୀପ କୁମାର ମହାରୀ ଜନତା ଦଳ
ନିମାପଡ଼ା ବେଣୁଧର ସେଠି ଜନତା ଦଳ
କାକଟପୁର ସୁରେନ୍ଦ୍ର ନାଥ ନାୟକ ଜନତା ଦଳ
ସତ୍ୟବାଦୀ ଚନ୍ଦ୍ର ମାଧବ ମିଶ୍ର ଜନତା ଦଳ
ପୁରୀ ବ୍ରଜକିଶୋର ତ୍ରିପାଠୀ ଜନତା ଦଳ
ବ୍ରହ୍ମଗିରି ଅଜୟ କୁମାର ଜେନା ଜନତା ଦଳ
ଚିଲିକା ବିଶ୍ୱଭୂଷଣ ହରିଚନ୍ଦନ ଜନତା ଦଳ
ଖୋର୍ଦ୍ଧା ପ୍ରସନ୍ନ କୁମାର ପାଟ୍ଟଶାଣୀ ଜନତା ଦଳ
ବେଗୁନିଆ ସୁରେନ୍ଦ୍ର ନାଥ ମିଶ୍ର ଜନତା ଦଳ
ରଣପୁର ଶରତ ଚନ୍ଦ୍ର ମିଶ୍ର ଜନତା ଦଳ
ନୟାଗଡ଼ ଭାଗବତ ବେହେରା ଜନତା ଦଳ
ଖଣ୍ଡପଡ଼ା ଅରୁଣ କୁମାର ପଟ୍ଟନାୟକ ଜନତା ଦଳ
ଦଶପଲ୍ଲା ରୁଦ୍ର ମାଧବ ରାୟ ଜନତା ଦଳ
ଜଗନ୍ନାଥ ପ୍ରସାଦ ମାଧବ ଚନ୍ଦ୍ର ବେହେରା ଜନତା ଦଳ
ଭଞ୍ଜନଗର ରାମକୃଷ୍ଣ ଗୌଡ଼ ଜନତା ଦଳ
ସୋରଡା ଶାନ୍ତିଦେବୀ ଜନତା ଦଳ
ଆସ୍କା ଦ୍ୟୁତିକୃଷ୍ଣ ପଣ୍ଡା ଭାରତୀୟ କମ୍ୟୁନିଷ୍ଟ
କବିସୂର୍ଯ୍ୟନଗର ନିତ୍ୟାନନ୍ଦ ପ୍ରଧାନ ଭାରତୀୟ କମ୍ୟୁନିଷ୍ଟ
କୋଦଳା ରାମକୃଷ୍ଣ ପଟ୍ଟନାୟକ ଜନତା ଦଳ
ଖଲ୍ଲିକୋଟ ଭି.ସୁଜ୍ଞାନ କୁମାରୀ ଦେଓ ଜନତା ଦଳ
ଛତ୍ରପୁର ପର୍ଶୁରାମ ପଣ୍ଡା ଭାରତୀୟ କମ୍ୟୁନିଷ୍ଟ
ହିଂଜିଳି ହରିହର ସାହୁ ଜନତା ଦଳ
ଗୋପାଳପୁର ରାମଚନ୍ଦ୍ର ସେଠି ଜନତା ଦଳ
ବ୍ରହ୍ମପୁର ବିନୟ କୁମାର ମହାପାତ୍ର ଜନତା ଦଳ
ଚିକିଟି ଉଷାଦେବୀ ଜନତା ଦଳ
ମୋହନା ସୂର୍ଯ୍ୟନାରାୟଣ ପାତ୍ର ଜନତା ଦଳ
ରାମଗିରି ହଳଧର କାର୍ଜୀ କଂଗ୍ରେସ
ପାରଳାଖେମୁଣ୍ଡି ଦରପୁ ଲଚ୍ଛନ୍ନା ନାଇଡୁ ଜନତା ଦଳ
ଗୁଣୁପୁର ରାମମୂର୍ତ୍ତି ଗମାଙ୍ଗ ଜନତା ଦଳ
ବିଷମ କଟକ ସାରଙ୍ଗ ଧର କାଦ୍ରକା ଜନତା ଦଳ
ରାୟଗଡା ଉଲାକା ରାମଚନ୍ଦ୍ର କଂଗ୍ରେସ
ଲକ୍ଷ୍ମୀପୁର ଅଖିଳ ସାଉଁଟା ଜନତା ଦଳ
ପଟ୍ଟାଙ୍ଗୀ ଜୟରାମ ପାଙ୍ଗୀ ଜନତା ଦଳ
କୋରାପୁଟ ହରିଶ୍ଚନ୍ଦ୍ର ବକ୍ସିପାତ୍ର ଜନତା ଦଳ
ମାଲକାନାଗିରି ନାକା କାନାୟା ଜନତା ଦଳ
ମୃତ୍ୟୁ ପରେ ଅରବିନ୍ଦ ଢ଼ାଲି ଭାଜପା
ଚିତ୍ରକୋଣ୍ଡା ପ୍ରହ୍ଲାଦ ଦୋରା ଜନତା ଦଳ
କୋଟପାଡ ସଦନ ନାୟକ ଜନତା ଦଳ
ଜୟପୁର ରଘୁନାଥ ପଟ୍ଟନାୟକ କଂଗ୍ରେସ
ନବରଙ୍ଗପୁର ହବିବୁଲ୍ଲା ଖାଁ କଂଗ୍ରେସ
କୋଡିଙ୍ଗା ଶ୍ୟାମଘନ ମାଝି ଜନତା ଦଳ
ଡାବୁଗାଁ ଜୟଦେବ ମାଝି ଜନତା ଦଳ
ଉମରକୋଟ ଗୁରୁବାରୀ ମାଝି ଜନତା ଦଳ
ନୂଆପଡ଼ା ଘାସିରାମ ମାଝି ଜନତା ଦଳ
ଖଡିଆଳ ଦୁର୍ଯ୍ୟୋଧନ ମାଝି ଜନତା ଦଳ
ଧରମଗଡ ଭାରତ ଭୂଷଣ ବେମାଲ ଜନତା ଦଳ
କୋକସରା ସୁରେନ୍ଦ୍ର ପଟ୍ଟଯୋଶୀ ଜନତା ଦଳ
ଜୁନାଗଡ ବିକ୍ରମ କେଶରୀ ଦେଓ ଭାଜପା
ଭବାନୀପାଟଣା ଅଜିତ୍‍ ଦାସ ଜନତା ଦଳ
ନର୍ଲା ବଳଭଦ୍ର ମାଝି ଜନତା ଦଳ
କେସିଙ୍ଗା କିରଣ ଚନ୍ଦ୍ର ସିଂହଦେଓ ଜନତା ଦଳ
ବାଲିଗୁଡା ଭଗବାନ କହଁର ଜନତା ଦଳ
ଉଦୟଗିରି ନାଗାର୍ଜୁନ ପ୍ରଧାନ କଂଗ୍ରେସ
ଫୁଲବାଣୀ ପଦ୍ମନାଭ ବେହେରା ଜନତା ଦଳ
ବୌଦ୍ଧ ସଚ୍ଚିଦାନନ୍ଦ ଦଲାଲ ଜନତା ଦଳ
ଟିଟିଲାଗଡ଼ ଯୋଗେନ୍ଦ୍ର ବେହେରା ଜନତା ଦଳ
କଣ୍ଟାବାଂଜି ପ୍ରସନ୍ନ କୁମାର ପାଲ ଜନତା ଦଳ
ପାଟଣାଗଡ ବିବେକାନନ୍ଦ ମେହେର ଜନତା ଦଳ
ସଇଁତଳା ଯଜ୍ଞେଶ୍ୱର ବାବୁ ଜନତା ଦଳ
ଲୋଇସିଙ୍ଗା ନରସିଂହ ମିଶ୍ର ଜନତା ଦଳ
ବଲାଙ୍ଗୀର ଅନଙ୍ଗ ଉଦୟ ସିଂହଦେଓ ଜନତା ଦଳ
ସୋନପୁର କୁନ୍ଦୁରୁ କୁଶଲ ଜନତା ଦଳ
ବିନିକା ପଞ୍ଚାନନ ମିଶ୍ର ସ୍ୱାଧୀନ
ବୀରମହାରାଜପୁର ରବିନାରାୟଣ ପାଣିଗ୍ରାହୀ ଜନତା ଦଳ
ଆଠମଲ୍ଲିକ ନଗେନ୍ଦ୍ର କୁମାର ପ୍ରଧାନ ଜନତା ଦଳ
ଅନୁଗୁଳ ଅଦ୍ୱୈତ ପ୍ରସାଦ ସିଂହ ଜନତା ଦଳ
ହିନ୍ଦୋଳ ତ୍ରିନାଥ ନାୟକ ଜନତା ଦଳ
ମୃତ୍ୟୁପରେ ପାଟ୍ଟ ନାୟକ ଜନତା ଦଳ
ଢେ଼ଙ୍କାନାଳ ତ‌ଥାଗତ ଶତପଥୀ ଜନତା ଦଳ
ଗଁଦିଆ ନନ୍ଦିନୀ ଶତପଥୀ କଂଗ୍ରେସ
କାମାଖ୍ୟାନଗର ପ୍ରସନ୍ନ କୁମାର ପଟ୍ଟନାୟକ ଜନତା ଦଳ
ପାଲଲହଡା ଡାଃ. ନୃସିଂହ ଚରଣ ସାହୁ ଜନତା ଦଳ
ତାଳଚେର ବୃନ୍ଦାବନ ବେହେରା ସ୍ୱାଧୀନ
ପଦ୍ମପୁର ବିଜୟ ରଂଜନ ସିଂହ ବରିହା ଜନତା ଦଳ
ମେଲଚ୍ଛାମୁଣ୍ଡା ମୁରାରୀ ପ୍ରସାଦ ମିଶ୍ର ଜନତା ଦଳ
ବିଜେପୁର ନିକୁଞ୍ଜ ବିହାରୀ ସିଂହ ଜନତା ଦଳ

୧୯୯୧ ଅଗଷ୍ଟ ୨୪ରେ ପରଲୋକ ଗମନ କଲେ । ଉପନିର୍ବାଚନରେ ଏହି ଆସନଟି ଜନତାଦଳ ପାଇଥିଲା ।

ଭଟ୍‍ଲି କୁମର ବେହେରା ଜନତା ଦଳ
ବରଗଡ ପ୍ରସନ୍ନ ଆଚାର୍ଯ୍ୟ ଜନତା ଦଳ
ସମ୍ବଲପୁର ଦୁର୍ଗାଶଙ୍କର ପଟ୍ଟନାୟକ କଂଗ୍ରେସ
ବ୍ରଜରାଜନଗର ପ୍ରସନ୍ନ କୁମାର ପଣ୍ଡା ଭାରତୀୟ କମ୍ୟୁନିଷ୍ଟ
ଝାରସୁଗୁଡା କିଶୋର କୁମାର ମହାନ୍ତି ଜନତା ଦଳ
ଲାଇକେରା ହେମାନନ୍ଦ ବିଶ୍ୱାଳ କଂଗ୍ରେସ
କୁଚିଣ୍ଡା ବୃନ୍ଦାବନ ମାଝି ଜନତା ଦଳ
ରେଢ଼ାଖୋଲ ବସନ୍ତ କୁମାର ମହାନନ୍ଦ ଜନତା ଦଳ
ଦେବଗଡ ପ୍ରଦୀପ୍ତ ଗଙ୍ଗଦେବ ଜନତା ଦଳ
ସୁନ୍ଦରଗଡ ଭରତେନ୍ଦ୍ର ଶେଖର ଦେଓ ଜନତା ଦଳ
ତଲସରା ରଣଜିତ୍‍ ଭିତ୍ରିୟା ଜନତା ଦଳ
ରାଜଗାଙ୍ଗପୁର ମଙ୍ଗଳା କିଷାନ ଜନତା ଦଳ
ବୀରମିତ୍ରପୁର ସତ୍ୟ ନାରାୟଣ ପ୍ରଧାନ ଜନତା ଦଳ
ରାଉରକେଲା ଦିଲ୍ଲୀପ କୁମାର ରାୟ ଜନତା ଦଳ
ରଘୁନାଥପଲ୍ଲୀ ରବି ଦେହୁରୀ ଜନତା ଦଳ
ବଣାଇ ଜୁଏଲ ଓରାମ ଭାଜପା
ଚମ୍ପୁଆ ସହରାଇ ଓରାମ ଜନତା ଦଳ
ପାଟଣା କାହ୍ନୁଚରଣ ନାୟକ ଜନତା ଦଳ
କେନ୍ଦୁଝର ଛୋଟରାୟ ମାଝି ଜନତା ଦଳ
ତେଲକୋଇ ନୀଳାଦ୍ରି ନାୟକ ଜନତା ଦଳ
ରାମଚନ୍ଦ୍ରପୁର ବଦ୍ରି ନାରାୟଣ ପାତ୍ର ଜନତା ଦଳ
ଆନନ୍ଦପୁର ଦାଶରଥି ଜେନା ଜନତା ଦଳ

ଶପଥ ଗ୍ରହଣ : ବାଚସ୍ପତି, ଉପବାଚସ୍ପତି ନିର୍ବାଚନ:

ଦଶମ ବିଧାନସଭା ୩ ମାର୍ଚ୍ଚ ୧୯୯୦ରେ ଗଠିତ ହେଲା । ବିଜୁ ପଟ୍ଟନାୟକ ଜନତା ବିଧାୟକ ଦଳ ନେତା ଭାବରେ ନିର୍ବାଚିତ ହୋଇ ନିଜର ଜନ୍ମଦିନ ୫.୩.୧୯୯୦ରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ । ତାଙ୍କ ସହ ଅନ୍ୟ କୌଣସି ମନ୍ତ୍ରୀ ସେଦିନ ଶପଥ ଗ୍ରହଣ କରିନଥିଲେ । ପରେ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନେ ଶପଥ ଗ୍ରହଣ କରିଥିଲେ । ନବନିର୍ବାଚିତ ସଦସ୍ୟମାନେ ମାର୍ଚ୍ଚ ୭ତାରିଖରେ ଶପଥ ଗ୍ରହଣ କଲେ । ବୟୋେଜ୍ୟେଷ୍ଠ ସଦସ୍ୟ ଘାସିରାମ ମାଝି ଅସ୍ଥାୟୀ ବାଚସ୍ପତି ଭାବରେ ସଦସ୍ୟମାନଙ୍କୁ ଶପଥ ଗ୍ରହଣ କରାଇଥିଲେ । ମାର୍ଚ୍ଚ ୯ ତାରିଖ ଦିନ ଯୁଧିଷ୍ଠିର ଦାସ ସର୍ବସମ୍ମତି କ୍ରମେ ବାଚସ୍ପତି ଓ ମାର୍ଚ୍ଚ ୨୨ ତାରିଖରେ ପ୍ରହ୍ଲାଦ ଦୋରା ଉପବାଚସ୍ପତି ନିର୍ବାଚିତ ହେଲେ । ବହଳଦା ଓ ବାଙ୍ଗିରପୋଷି ନିର୍ବାଚନମଣ୍ଡଳୀର ବିଧାୟକମାନେ ମାର୍ଚ୍ଚ ୨୮ ତାରିଖରେ ଶପଥ ଗ୍ରହଣ କଲେ । ଆବଶ୍ୟକ ସଂଖ୍ୟକ ସଭ୍ୟ ନଥିବାରୁ କୌଣସି ରାଜନୈତିକ ଦଳ ବିଧାନସଭାରେ ବିରୋଧିଦଳ ଭାବରେ ସ୍ୱୀକୃତି ଲାଭ କରିପାରିଲେ ନାହିିଁ । ଯାହାହେଉ କଂଗ୍ରେସଦଳ ମୁଖ୍ୟ ବିରୋଧୀଦଳ ଭାବରେ ବିବେଚିତ ହେଲା ।

ବିଜୁପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳ ଓ ଏହାର ସଂପ୍ରସାରଣ :

ଓଡ଼ିଶାର ତତ୍‍କାଳୀନ ରାଜ୍ୟପାଳ ଯଜ୍ଞଦତ୍ତ ଶର୍ମା ତା ୧୪.୩.୧୯୯୦ରିଖରେ ମନ୍ତ୍ରିମଣ୍ଡଳର ୯ଜଣ କ୍ୟାବିନେଟ ମନ୍ତ୍ରୀ, ୫ଜଣ ରାଷ୍ଟ୍ରମନ୍ତ୍ରୀ ଓ ଜଣେ ଉପମନ୍ତ୍ରୀଙ୍କୁ ଶପଥ ଗ୍ରହଣ କରାଇଲେ । ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କର ବିଭାଗ ବଣ୍ଟନ ଏହିପରି ଭାବରେ ହେଲା:

କ୍ୟାବିନେଟ ମନ୍ତ୍ରୀ :

ବିଜୁ ପଟ୍ଟନାୟକ : ମୁଖ୍ୟମନ୍ତ୍ରୀ: ସାଧାରଣ ପ୍ରଶାସନ, ସ୍ୱରାଷ୍ଟ୍ର, ଯୋଜନା ଓ ସମନ୍ୱୟ,
ଶିଳ୍ପ, ସେଚ ଓ ଶକ୍ତି (ଶକ୍ତି), ବିଜ୍ଞାନ, କାରିଗରୀ କୌଶଳ ଓ
ପରିବେଶ, ବାଣିଜ୍ୟ ଓ ପରିବହନ, ଖଣି ଓ ଭୂତତ୍ତ୍ୱ, ଗୋଷ୍ଠୀ
ଉନ୍ନୟନ ଓ ଗ୍ରାମ୍ୟ ପୁନର୍ଗଠନ, ହରିଜନ ଓ ଆଦିବାସୀମଙ୍ଗଳ,
ପର୍ଯ୍ୟଟନ, କ୍ରୀଡା ଓ ସଂସ୍କୃତି, ଖାଦ୍ୟ ଓ ଯୋଗାଣ; ଶ୍ରମ ଓ ନିଯୁକ୍ତି;
ସୂଚନା ଓ ଲୋକ ସମ୍ପର୍କ; ଶିକ୍ଷା ଓ ଯୁବ କଲ୍ୟାଣ (ଯୁବ କଲ୍ୟାଣ),
ଜଙ୍ଗଲ, ମତ୍ସ୍ୟ ଓ ପଶୁପାଳନ ଏବଂ ନିର୍ଦ୍ଦିଷ୍ଟ ଭାବରେ ବଣ୍ଟନ
କରାଯାଇନଥିବା ବିଭାଗର ମନ୍ତ୍ରୀ
ରାମକୃଷ୍ଣ ପଟ୍ଟନାୟକ : ଅର୍ଥ
ବିଜୟ ମହାପାତ୍ର : ଜଳସେଚନ, ଶକ୍ତି ଓ ସାଧାରଣ ପ୍ରଶାସନ (ସଂସଦୀୟ ବ୍ୟାପାର)
ଅଦ୍ୱୈତ ପ୍ରସାଦ ସିଂହ ଜଙ୍ଗଲ, ମତ୍ସ୍ୟ ଓ ପଶୁପାଳନ ଏବଂ ବିଜ୍ଞାନ କାରିଗରୀ କୌଶଳ ଓ
: ପରିବେଶ (ପରିବେଶ)
ଚୈତନ୍ୟ ପ୍ରସାଦ ମାଝି : ଶିକ୍ଷା ଓ ଯୁବକଲ୍ୟାଣ (ଶିକ୍ଷା)
ଘାସିିରାମ ମାଝି : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ
ନଳିନୀକାନ୍ତ ମହାନ୍ତି : ପୂର୍ତ୍ତ, ଗୃହ ନିର୍ମାଣ ଓ ନଗର ଉନ୍ନୟନ
ଜଗନ୍ନାଥ ମଲ୍ଲିକ : କୃଷି ଓ ସମବାୟ
ନରସିଂହ ମିଶ୍ର : ଆଇନ
ସୁରେନ୍ଦ୍ର ନାଥ ନାୟକ : ରାଜସ୍ୱ ଓ ଅବକାରୀ

ରାଷ୍ଟ୍ରମନ୍ତ୍ରୀ :

ଛୋଟରାୟ ମାଝି : ହରିଜନ ଓ ଆଦିବାସୀ କଲ୍ୟାଣ
ଦିଲ୍ଲୀପ ରାୟ : ଶିଳ୍ପ
ଯାଦବ ମାଝି : ଯୋଜନା ଓ ସମନ୍ୱୟ
ପ୍ରଫୁଲ୍ଲ ସାମଲ : ଶ୍ରମ ଓ ନିଯୁକ୍ତି
ପ୍ରସନ୍ନ ଆଚାର୍ଯ୍ୟ : ଖାଦ୍ୟ ଓ ଯୋଗାଣ
ପଦ୍ମନାଭ ବେହେରା : କ୍ରୀଡ଼ା, ସଂସ୍କୃତି, ପର୍ଯ୍ୟଟନ (ଉପମନ୍ତ୍ରୀ)

ବିଜୁପଟ୍ଟନାୟକ ୨୪.୭.୧୯୯୦ ରିଖରେ ତାଙ୍କ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କଲେ । ଭାଗବତ ବେହେରା, ବିଶ୍ୱଭୂଷଣ ହରିଚନ୍ଦନ, ଡାଃ. ଦାମୋଦର ରାଉତ ଓ ଶରତ କୁମାର କରଙ୍କୁ ନୂତନ ଭାବେ କ୍ୟାବିନେଟ ମନ୍ତ୍ରୀ ଭାବରେ ଗ୍ରହଣ କଲେ । ସେହିପରି ଡା. କମଳା ଦାସ, ମଙ୍ଗଳା କିଷାନ, ସୟଦ ମୁସ୍ତାଫିଜ ଅହମ୍ମଦ, ସହରାଇ ଓରାମ ଓ ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ନୂତନ ରାଷ୍ଟ୍ରମନ୍ତ୍ରୀ ଭାବରେ ଗ୍ରହଣ କଲେ । ଉଲ୍ଲେଖନୀୟ ଘଟଣା ହେଲା, ମୁଖ୍ୟମନ୍ତ୍ରୀ କ୍ୟାବିନେଟ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ହାତରୁ ଅର୍ଥ ବିଭାଗ କାଢ଼ି ନେଇ ନିଜ ହାତରେ ରଖିଲେ ଓ ରାମକୃଷ୍ଣଙ୍କୁ ଗ୍ରାମ ଉନ୍ନୟନ ବିଭାଗ ପ୍ରଦାନ କଲେ । ଏହି ପରିବର୍ତ୍ତନରେ ରାମକୃଷ୍ଣ ପଟ୍ଟନାୟକ ଅସୁଖୀ ହେଲେ । ଏହି ସଂପ୍ରସାରଣ ଫଳରେ ରାଜ୍ୟରେ ଥିବା ୧୬ ଜଣିଆ ମନ୍ତ୍ରିମଣ୍ଡଳର ସଂଖ୍ୟା ୨୬କୁ ବୃଦ୍ଧି ପାଇଲା ।

୧୯୯୧ ମସିହା ଜାନୁଆରି ପହିଲାରେ ପୁନର୍ବାର ବିଜୁ ପଟ୍ଟନାୟକ ତାଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କଲେ । ଏହି ସଂପ୍ରସାରଣରେ ସେ ୫ଜଣ କ୍ୟାବିନେଟ ମନ୍ତ୍ରୀ ଓ ୬ଜଣ ରାଷ୍ଟ୍ରମନ୍ତ୍ରୀଙ୍କୁ ସାମିଲ କଲେ । କ୍ୟାବିନେଟ ମନ୍ତ୍ରୀମାନେ ହେଲେ ଡ. ପ୍ରସନ୍ନ ପାଟ୍ଟଶାଣୀ, ଅନଙ୍ଗ ଉଦୟ ସିଂହଦେଓ, ବେଦପ୍ରକାଶ ଅଗ୍ରଓ୍ୱାଲ ଏବଂ ରାଷ୍ଟ୍ରମନ୍ତ୍ରୀ ପାହ୍ୟାରୁ ପଦୋନ୍ନତି ପ୍ରଦାନ କରି ଯେଉଁମାନଙ୍କୁ କ୍ୟାବିନେଟ ମନ୍ତ୍ରୀ କରାଗଲା; ସେମାନେ ହେଲେ ଦିଲ୍ଲୀପ ରାୟ, ସୟଦ ମୁସ୍ତାଫିଜ ଅହମଦ୍‍ ଓ ପ୍ରସନ୍ନ ଆଚାର୍ଯ୍ୟ । ସେହି ପରି ରାଷ୍ଟ୍ରମନ୍ତ୍ରୀ ପଦବୀରେ ପଦ୍ମନାଭ ବେହେରାଙ୍କୁ ଉପମନ୍ତ୍ରୀରୁ ଉନ୍ନୀତ କରାଗଲା । ଏତଦ୍‍ବ୍ୟତୀତ ଯେଉଁମାନେ ନୂତନ ଭାବରେ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଲାଭ କଲେ ସେମାନେ ହେଲେ ବସନ୍ତ କୁମାର ମହାନନ୍ଦ, କାଳିନ୍ଦୀ ଚରଣ ବେହେରା (୭.୧.୧୯୯୧ରେ) କିରଣ ଚନ୍ଦ୍ର ସିଂହଦେଓ, ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ୧୭.୧.୧୯୯୧) ରଘୁନାଥ ହେମ୍ବ୍ରମ ଓ ତ୍ରିନାଥ ନାୟକ । ଏହି ସଂପ୍ରସାରଣ ଫଳରେ ମନ୍ତ୍ରିପରିଷଦର ସଭ୍ୟସଂଖ୍ୟା ୨୬ରୁ ୩୭କୁ ବୃଦ୍ଧି ପାଇଲା ।

୧୯୯୩ ମସିହା ଜାନୁଆରି ୪ ତାରିଖରେ ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରିମଣ୍ଡଳର ସଭ୍ୟମାନଙ୍କ ବିଭାଗରେ ସାମାନ୍ୟ ଅଦଳବଦଳ କଲେ । ଏହି ଅଦଳବଦଳରେ ରାମକୃଷ୍ଣ ପଟ୍ଟନାୟକଙ୍କ ହାତରୁ ଗ୍ରାମ ଉନ୍ନୟନ ବିଭାଗ କାଢି ନେଇ କୃଷି ବିଭାଗ ପ୍ରଦାନ କଲେ । ଏହି ସମୟରେ ବିଶ୍ୱଭୂଷଣ ହରିଚନ୍ଦନ, ଶରତ କୁମାର କର ଓ ଜଗନ୍ନାଥ ମଲ୍ଲିକଙ୍କ ବିଭାଗରେ ମଧ୍ୟ ଅଦଳବଦଳ କରାଗଲା । ଫଳରେ ଏହି ୪ଜଣ ଯାକ ମନ୍ତ୍ରୀ ନିଜ ନିଜ ପଦବୀରୁ ଇସ୍ତଫା ପ୍ରଦାନ କଲେ । ସେମାନେ ଭାବିିଥିଲେ ଯେ, ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଡାକି ଆଲୋଚନା କରିବେ । ହେଲେ ମୁଖ୍ୟମନ୍ତ୍ରୀ ତାହା ନକରି ସେମାନଙ୍କ ଇସ୍ତଫା ପତ୍ରଗୁଡିକୁ ଗ୍ରହଣ କରିନେବାକୁ ରାଜ୍ୟପାଳଙ୍କୁ ସୁପାରିଶ କରିଦେଲେ । ଫଳରେ ଏହି ଚାରିଜଣ ଯାକ ମନ୍ତ୍ରୀ ଜାନୁଆରି ୨୨ ତାରିଖରୁ ମନ୍ତ୍ରିମଣ୍ଡଳରୁ ଅନ୍ତର ହୋଇଗଲେ । ଏହିଠାରୁ ହିିଁ ଜନତା ଦଳରେ ଗୋଷ୍ଠୀ ବିବାଦର ସୂତ୍ରପାତ ହୋଇଥିଲା । ସେହି ବିବାଦ ଶେଷଯାଏ ରହିିଲା ଓ ତାକୁ ବିଜୁବାବୁ ସମାଧାନ କରିପାରି ନଥିଲେ ।

ଦଶମ ଲୋକସଭା ନିର୍ବାଚନ (୧୯୯୧) :

୧୯୯୧ ମସିହାରେ ହେବାକୁ ଥିବା ଦଶମ ଲୋକସଭା ନିର୍ବାଚନରେ ତତ୍‍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ତାମିଲନାଡୁରେ ଦଳୀୟ ନିର୍ବାଚନ ପ୍ରଚାର ସଭାରେ ଯୋଗଦେବା ସମୟରେ ଏକ 'ମାନବ ବୋମା' ବିସ୍ଫୋରଣରେ ପ୍ରାଣ ହରାଇଲେ । ସେହି ଦିବସଟି ଥିଲା ୧୯୯୧

ମସିହା ମଇ ମାସ ୨୧ ତାରିଖ । ରାଜୀବଗାନ୍ଧୀଙ୍କ ଏହି ମର୍ମନ୍ତୁଦ ମୃତ୍ୟୁରେ ସମଗ୍ର ବିଶ୍ୱ ବିସ୍ମିତ

ହୋଇଯାଇଥିଲା । ଲୋକସଭା ନିର୍ବାଚନ ସାରା ଦେଶରେ ଅନୁଷ୍ଠିତ ହେଲା । ଓଡ଼ିଶାରେ ୨୧ ଆସନରୁ କଂଗ୍ରେସଦଳ ୧୨ଟି, ଜନତାଦଳ ୬ଟି, ସି.ପି.ଆଇ ଓ ସିପିଏମ୍‍- ଗୋଟିଏ ଲେଖାଏଁ ଏବଂ ସ୍ୱାଧୀନ ସଭ୍ୟ ଗୋଟିଏ ଆସନ ଲାଭ କଲେ ।

ଦଶମ ଲୋକସଭା ସଦସ୍ୟ (୧୯୯୧) :

ମୟୂରଭଞ୍ଜ ଭାଗେ ଗୋବର୍ଦ୍ଧନ ସ୍ୱାଧୀନ
ବାଲେଶ୍ୱର କାର୍ତ୍ତିକେଶ୍ୱର ପାତ୍ର କଂଗ୍ରେସ
ଭଦ୍ରକ ଅର୍ଜୁନ ଚରଣ ସେଠି ଜନତା ଦଳ
ଯାଜପୁର ଅନାଦି ଚରଣ ଦାସ ଜନତା ଦଳ
କେନ୍ଦ୍ରାପଡା ରବି ରାୟ ଜନତା ଦଳ
କଟକ ଶ୍ରୀକାନ୍ତ ଜେନା ଜନତା ଦଳ
ଜଗତସିଂହପୁର ଲୋକନାଥ ଚୌଧୁରୀ ସିପିଆଇ
ପୁରୀ ବ୍ରଜ କିଶୋର ତ୍ରିପାଠୀ ଜନତା ଦଳ
ଭୁବନେଶ୍ୱର ଶିବାଜୀ ପଟ୍ଟନାୟକ ସିପିଆଇ
ଆସ୍କା ରାମଚନ୍ଦ୍ର ରଥ କଂଗ୍ରେସ
ବ୍ରହ୍ମପୁର ଗୋପୀନାଥ ଗଜପତି ନାରାୟଣଦେବ କଂଗ୍ରେସ
କୋରାପୁଟ ଗିରିଧର ଗମାଙ୍ଗ କଂଗ୍ରେସ
ନବରଙ୍ଗପୁର ଖଗପତି ପ୍ରଧାନୀ କଂଗ୍ରେସ
କଳାହାଣ୍ଡି ସୁବାସ ଚନ୍ଦ୍ର ନାୟକ କଂଗ୍ରେସ
ଫୁଲବାଣୀ ମୃତ୍ୟୁଞ୍ଜୟ ନାୟକ କଂଗ୍ରେସ
ବଲାଙ୍ଗୀର ଶରତ ଚନ୍ଦ୍ର ପଟ୍ଟନାୟକ କଂଗ୍ରେସ
ସମ୍ବଲପୁର ଡା. କୃପାସିନ୍ଧୁ ଭୋଇ କଂଗ୍ରେସ
ଦେବଗଡ ଶ୍ରୀବଲ୍ଲଭ ପାଣିଗ୍ରାହୀ କଂଗ୍ରେସ
ଢେ଼ଙ୍କାନାଳ କାମାକ୍ଷା ପ୍ରସାଦ ସିଂହଦେଓ କଂଗ୍ରେସ
ସୁନ୍ଦରଗଡ ଫ୍ରିଡା ଟପ୍ନୋ କଂଗ୍ରେସ
କେନ୍ଦୁଝର ଗୋବିନ୍ଦ ଚନ୍ଦ୍ର ମୁଣ୍ଡା ଜନତା ଦଳ

ପ୍ରଧାନମନ୍ତ୍ରୀ ନରସିଂହ ରାଓ ଓଡ଼ିଶାରୁ ନିର୍ବାଚିତ :

ଦଶମ ଲୋକସଭା ନିର୍ବାଚନରେ କଂଗ୍ରେସ ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିବାରୁ

ନରସିଂହ ରାଓ ହେଲେ କଂଗ୍ରେସ ପାର୍ଲିଆମେଣ୍ଟାରୀ ଦଳର ଦଳପତି । ସେ ପ୍ରଧାନମନ୍ତ୍ରୀ ଭାବରେ

ଶପଥ ଗ୍ରହଣ କଲେ । ନରସିଂହ ରାଓ ପ୍ରଧାନମନ୍ତ୍ରୀ ହେବା ସମୟରେ ଲୋକସଭା ସଦସ୍ୟ ନଥିଲେ । ଛ'ମାସ ମଧ୍ୟରେ ଲୋକସଭାକୁ ନିର୍ବାଚିତ ହେବାର ନିୟମ ଥିବାରୁ ତାଙ୍କ ପାଇଁ ଗୋଟିଏ ନିରାପଦ ସ୍ଥାନର ଆବଶ୍ୟକ ହେଲା । ଫଳରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ରାଓଙ୍କୁ ଓଡ଼ିଶାର ବ୍ରହ୍ମପୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାପାଇଁ ପ୍ରସ୍ତାବ ଦେଲେ । ଜାନକୀ ବାବୁ ଓ ନରସିଂହ ରାଓ ଉଭୟ ଇନ୍ଦିରା ଗାନ୍ଧୀଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିଲେ । ଦୁହିିଁଙ୍କ ମଧ୍ୟ ଉତ୍ତମ ସଂପର୍କ ଥିଲା । ଅନ୍ୟ ପକ୍ଷରେ ଓଡ଼ିଶାର ତତ୍‍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସହିତ ମଧ୍ୟ ରାଓଙ୍କର ଉତ୍ତମ ସଂପର୍କ ଥିଲା ।

ବ୍ରହ୍ମପୁର ଆସନରୁ ଲୋକସଭା ସଦସ୍ୟ ଥିବା ଗୋପୀନା ଗଜପତି ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ନିଜ ସଭ୍ୟପଦରୁ ଇସ୍ତଫା ପ୍ରଦାନ କଲେ । ନରସିଂହ ରାଓଙ୍କ ବିରୁଦ୍ଧରେ ଜନତା ଦଳ ତରଫରୁ ଖଲ୍ଲିକୋଟ ରାଣୀ ଭି.ସୁଜ୍ଞାନ କୁମାରୀ ଦେଓ ପ୍ରତିଦ୍ୱନ୍ଦ୍ୱିତା କଲେ । ହେଲେ ତାଙ୍କର ବିଜୟ ନିମନ୍ତେ ମୁଖ୍ୟମନ୍ତ୍ରୀ ବିଜୁପଟ୍ଟନାୟକ ଉଦ୍ୟମ କରିନିବା ଜଣାଯାଏ । ଫଳରେ ନିର୍ବିଘ୍ନରେ ନରସିଂହ ରାଓ ନିର୍ବାଚନ ଜିତି ତାଙ୍କର ପ୍ରଧାନମନ୍ତ୍ରୀ ପଦ ବଜାୟ ରଖିପାରିଲେ । ଏହା ପରେ ଶ୍ରୀମତୀ ଜୟନ୍ତୀ ପଟ୍ଟନାୟକ ହେଲେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ।

ବିଧାନସଭା ଉପନିର୍ବାଚନ :

ଧାମନଗର ବିଧାନସଭା ଆସନର ନବନିର୍ବାଚିତ ପ୍ରତିନିଧି ହୃଦାନନ୍ଦ ରାୟଙ୍କର ୧୯୯୦ ମାର୍ଚ୍ଚ ୧ ତାରିଖରେ ପରଲୋକ ଘଟିଲା । ଫଳରେ ଏହି ଆସନଟି ଖାଲି ହେଲା । ଭଣ୍ଡାରି ପୋଖରୀ ବିଧାନସଭା ସଦସ୍ୟ ଅର୍ଜୁନ ଚରଣ ସେଠି ଓ ପୁରୀ ବିଧାନସଭା ସଦସ୍ୟ ବ୍ରଜକିଶୋର ତ୍ରିପାଠୀ ଯଥାକ୍ରମେ ଭଦ୍ରକ ଓ ପୁରୀ ଲୋକସଭା ଆସନରୁ ଜନତା ଦଳ ପ୍ରାର୍ଥୀ ଭାବରେ ନିର୍ବାଚିତ ହେବାରୁ ଏହି ଦୁଇଟି ଆସନ ଖାଲି ପଡିଲା । ବିଜେପୁର ନିର୍ବାଚନ ମଣ୍ଡଳୀର ବିଧାନସଭା ସଦସ୍ୟ ନିକୁଞ୍ଜ ବିହାରୀ ସିଂହଙ୍କର ୧୯୯୧ ମସିହା ଅଗଷ୍ଟ ୨୪ ତାରିଖରେ ପରଲୋକ ଘଟିବାରୁ ତାଙ୍କର ଆସନଟି ଖାଲି ପଡିଲା । ଫଳରେ ଏହି ସବୁ ଆସନ ପାଇଁ ୧୯୯୧ ମସିହା ନଭେମ୍ବର ୧୬ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେଲା । ଏହି ସସସ୍ତ ଆସନ ଜନତା ଦଳର ପ୍ରାର୍ଥୀମାନଙ୍କ ସପକ୍ଷରେ ଗଲା । ମାଲକାନାଗିରି ନିର୍ବାଚନ ମଣ୍ଡଳୀ ବିଧାନସଭା ସଦସ୍ୟ ନାକା କନାୟାଙ୍କର ୧୯୯୨ ମସିହା ଏପ୍ରିଲ ୨ ତାରିଖରେ ପରଲୋକ ଘଟିଲା । ଏହି ଆସନ ପାଇଁ ୧୯୯୨ ମସିହା ଜୁନ-୮ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେଲା । ଏହି ଉପନିର୍ବାଚନରେ ଜନତା ଦଳ ହାତରୁ ଆସନଟି ଖସିଗଲା । ଏଠାରୁ ଭାରତୀୟ ଜନତା ଦଳର ପ୍ରାର୍ଥୀ ଅରବିନ୍ଦ ଢ଼ାଲି ନିର୍ବାଚିତ ହେଲେ ।

୧୯୯୨ ମସିହା ଅବ୍ଧୋବର ୧୭ ତାରିଖରେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ଜନତାଦଳ ବିଧାୟକ ତ୍ରିନାଥ ନାୟକଙ୍କର ପରଲୋକ ଘଟିଲା । ୧୯୯୩ ମେ'ମାସ ୧୯ ତାରିଖରେ ଉପନିର୍ବାଚନ ହେଲା । ଉପନିର୍ବାଚନରେ ସ୍ୱର୍ଗତ ନାୟକଙ୍କ ଧର୍ମପତ୍ନୀ ପାଟ୍ଟ ନାୟକ ଜନତାଦଳ ଟିକେଟରେ ନିର୍ବାଚନ ଲଢ଼ି ଜୟଯୁକ୍ତା ହେଲେ ।

ଦଳ ପରିବର୍ତ୍ତନ, ସଦସ୍ୟତା ରଦ୍ଦ ଓ ଇସ୍ତଫା:

ପଟ୍ଟାମୁଣ୍ଡାଇ ନିର୍ବାଚନ ମଣ୍ଡଳୀର ସିପିଏମ୍ ଦଳର ବିଧାନସଭା ସଦସ୍ୟ ରାଧାକାନ୍ତ ସେଠି ୧୯୯୧ ମସିହା ସେପ୍ଟେମ୍ବର ୧୯ ତାରିଖ ରେ ଜଣାଇଲେ ଯେ, ସେ ବିଧାନସଭାରେ ସ୍ୱାଧୀନ ସଦସ୍ୟ ଭାବରେ ରହିବେ । ତା'ପରେ ସେ ଜଣାଇଲେ ଯେ, ସେ ଓଡ଼ିଶା କମ୍ୟୁନିଷ୍ଟ ପାର୍ଟିର ସଦସ୍ୟ ଭାବରେ ରହିବେ । ଜନତା ଦଳରୁ ବହିଷ୍କୃତ ହେବା ଫଳରେ ଜଟଣୀ ବିଧାୟକ ଶରତ ଚନ୍ଦ୍ର ପାଇକରାୟ, ସତ୍ୟବାଦୀ ବିଧାୟକ ଚନ୍ଦ୍ରମାଧବ ମିଶ୍ର ଓ ପୁରୀ ବିଧାୟକ ଉମାବଲ୍ଲଭ ରଥ ୧୯୯୫ ମସିହା ଜାନୁଆରି ୧୫ ତାରିଖ ରେ ସ୍ୱାଧୀନ ସଦସ୍ୟ ଭାବରେ ମାନ୍ୟତା ଲାଭ କଲେ । ଜନତାଦଳରୁ ଚିଲିକା ନିର୍ବାଚନ ମଣ୍ଡଳୀର ବିଧାୟକ ବିଶ୍ୱଭୂଷଣ ହରିଚନ୍ଦନ ଓ ଯାଜପୁର ବିଧାୟକ ଜଗନ୍ନାଥ ମଲ୍ଲିକ ଯଥାକ୍ରମେ ବିଧାୟକ ପଦରୁ ଇସ୍ତଫା ପ୍ରଦାନ କଲେ । ଏମାନଙ୍କର ଇସ୍ତଫା ଯଥାକ୍ରମେ ୧୯୯୪ ମସିହା ନଭେମ୍ବର ୬ ତାରିଖ ଓ ନଭେମ୍ବର ୧୬ ତାରିଖରେ ବାଚସ୍ପତି ଗ୍ରହଣ କରିନେଲେ ।

ବାଙ୍ଗିରିପୋଷୀ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ସ୍ୱାଧୀନ ସଦସ୍ୟ ସୁଦାମ ଚରଣ ମାରାଣ୍ଡିଙ୍କର ସଦସ୍ୟପଦ ସମ୍ବିଧାନର ଧାରା ୧୯୦(୩) ଅନୁଯାୟୀ ୧୯୯୨ ଜାନୁଆରି ୭ ତାରିଖ ଠାରୁ ୩ ବର୍ଷପାଇଁ ରଦ୍ଦ ହେଲା । ସେହିପରି ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀର ଜନତାଦଳ ବିଧାୟକ କୁମର ବେହେରା ସମ୍ବିଧାନରେ ପରିଚ୍ଛେଦ-୧୦ ଅନୁଯାୟୀ ବିଧାନସଭା ପଦପାଇଁ ଅଯୋଗ୍ୟ ବିବେଚିତ ହେଲେ । ଫଳରେ ତାଙ୍କ ସଭ୍ୟପଦ ୧.୧୨.୧୯୯୪ଠାରୁ ରଦ୍ଦ ହୋଇଗଲା ।

ଏହି ଦଶମ ବିଧାନସଭାରେ ମୋଟ ୧୭ଟି ଅଧିବେଶନ ଅନୁଷ୍ଠିତ ହେବା ସହିତ ୨୩୯ଟି ବୈଠକ ବସିିଥିଲା । ଏହି ବିଧାନସଭା ୧୯୯୫ ମସିହା ମାର୍ଚ୍ଚ ୧୫ ତାରିଖରେ ଭଙ୍ଗ ହୋଇଥିଲା ।

ସରକାରଙ୍କର ସଫଳତା ଓ ବିଫଳତା :

ସରକାର ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାମାନଙ୍କ ନିମନ୍ତେ ଏକତୃତୀୟାଂଶ ସ୍ଥାନ ସଂରକ୍ଷଣର ବ୍ୟବସ୍ଥା କଲେ । ମୁଖ୍ୟମନ୍ତ୍ରୀଙ୍କ ଧ୍ୱନି ହେଲା "ଗାଁକୁ କାମ ଓ ମା'କୁ ସମ୍ମାନ" । ୧୯୯୨ ମସିହାଠାରୁ ବିଜୁବାବୁଙ୍କ ଜନ୍ମଦିନ ମାର୍ଚ୍ଚ ୫ତାରିଖକୁ ପଞ୍ଚାୟତିରାଜ ଦିବସ ଭାବରେ ପାଳନ କରିବା ଆରମ୍ଭ ହେଲା । ଏହି ଦିବସକୁ ମଧ୍ୟ ଛୁଟି ଦିବସ ଭାବରେ ସରକାର ଘୋଷଣା କଲେ । ୧୯୯୨ ମାର୍ଚ୍ଚ ୫ତାରିଖରେ ଭୁବନେଶ୍ୱରଠାରେ ଏକ ବିଶାଳ ମହିଳା ସମାବେଶ ଅନୁଷ୍ଠିତ ହେଲା । ପଞ୍ଚାୟତିରାଜ ଅନୁଷ୍ଠାନପାଇଁ ମହିଳାମାନଙ୍କ ନିମନ୍ତେ ସ୍ଥାନ ସଂରକ୍ଷଣ ଏକ ଉଲ୍ଲେଖନୀୟ ପଦକ୍ଷେପ । ଆଦିବାସୀ ମହିଳାମାନଙ୍କୁ ମଧ୍ୟ ପୋଲିସ କ୍ଷମତା ପ୍ରଦାନ କରାଗଲା । ସର୍ବନିମ୍ନ ମଜୁରିହାର ବୃଦ୍ଧି କରାଗଲା । ଫଳରେ ଗରିବ ଲୋକମାନେ ଉପକୃତ ହେଲେ ।

ତିରିଶଟି ଜିଲ୍ଲା ସୃଷ୍ଟି :

ଓଡ଼ିଶାରେ ଥିଲା ୧୩ଟି ଜିଲ୍ଲା । ଏହି ସରକାର ସମୁଦାୟ ଜିଲ୍ଲା ସଂଖ୍ୟା ୩୦କୁ ବୃଦ୍ଧି କଲେ । ଏହା ଥିଲା ଏକ ରାଜନୈତିକ ନିଷ୍ପତ୍ତି । କଟକ, କୋରାପୁଟ, ସମ୍ବଲପୁର ଜିଲ୍ଲାମାନଙ୍କୁ

ଚାରିଟି ଲେଖାଏଁ ଜିଲ୍ଲାରେ ପରିଣତ କରାଗଲା । ପୁରୀ ଜିଲ୍ଲାକୁ ତିନି ଭାଗରେ ଏବଂ ବାଲେଶ୍ୱର, ଢେ଼ଙ୍କାନାଳ, ଗଞ୍ଜାମ, କଳାହାଣ୍ଡି ଓ ଫୁଲବାଣୀ ଜିଲ୍ଲାକୁ ଦୁଇଟି ଲେଖାଏଁ ଜିଲ୍ଲାରେ ପରିଣତ କରାଗଲା । ସୁନ୍ଦରଗଡ, କେଉଁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ବିଭାଜିତ କରାଗଲା ନାହିିଁ । ଓଡ଼ିଶାକୁ ୩୦ ଜିଲ୍ଲାରେ ପରିଣତ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ପ୍ରଶାସନକୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚ।ଇବା ଓ ଜନସାଧାରଣଙ୍କୁ ଉତ୍ତମ ଶାସନ ପ୍ରଦ।ନ କରିବ। । କିନ୍ତୁ ସବ୍‍ଡିଭିଜନ୍‍,ବ୍ଲକ ଓ ତହସିଲ ପୁନର୍ଗଠନ କରିବା ନିମନ୍ତେ କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିିଁ । ଏ ପର୍ଯ୍ୟନ୍ତ ମଧ୍ୟ ଗୋଟିଏ ହେଲେ ନୂତନ ସବ୍‍ଡିଭିଜନ ଓ ବ୍ଲକ୍‍ ପ୍ରତିଷ୍ଠା ହୋଇପାରି ନାହିିଁ ବା ସେିନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇ ନାହିିଁ । ଯେଉଁ କେତୋଟି ନୂତନ ତହସିଲ ପ୍ରତିଷ୍ଠା ହୋଇଛି, ସେିରୁ ଅଧିକାଂଶରେ ସ୍ଥାୟୀ ତହସିଲଦାର ନିଯୁକ୍ତି ବି ହୋଇପାରି ନାହାନ୍ତି । ନବ ଗଠିତ ୩୦ଗୋଟି ଜିଲ୍ଲା ହେଲା- କଟକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେଓଗଡ଼, ବରଗଡ଼, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ସୁବର୍ଣ୍ଣପୁର, କୋରାଫୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗଞ୍ଜାମ, ଗଜପତି, ବୌଦ୍ଧ, ଫୁଲବାଣୀ (କନ୍ଧମାଳ), ଢେଙ୍କାନାଳ, ଅନୁଗୁଳ ।

ସରକାରୀ ବାସଗୃହ ଛାଡିବାପାଇଁ ନିଷ୍ପତ୍ତି ଗ୍ରହଣ କଲେ ଏହି ସରକାର । ନିଷ୍ପତ୍ତି ହେଲା, ଯେଉଁ କର୍ମଚାରୀଙ୍କର ନିଜସ୍ୱ ଗୃହ ଥିବ ସେମାନେ ସରକାରୀ ଘର ରଖିପାରିବେ ନାହିିଁ । ହେଲେ ଏହା କାର୍ଯ୍ୟକାରୀ ହୋଇ ପାରିଲା ନାହିିଁ ।

ଉଚ୍ଚ ସରକାରୀ କର୍ମଚାରୀ ଓ ମନ୍ତ୍ରୀମାନଙ୍କ ପାଖରେ ମାତ୍ର ଦୁଇଖଣ୍ଡି କରି ଗାଡି ରହିବାର ନିଷ୍ପତ୍ତି ହେଲା । ରବିବାର ଓ ସରକାରୀ ଛୁଟିଦିନମାନଙ୍କରେ ସରକାରୀ ଗାଡି ବ୍ୟବହାର କରାଯିବ ନାହିିଁ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଲେ । ଏପରିକି ସେ ନିଜେ ଛୁଟି ଦି ନ ରେ (ଦରକାରେ ବ ଳେ) ସେକ୍ରେଟାରିଏଟ୍‌କୁ ରିକ୍ସାରେ ଆସିଲେ । ତାଙ୍କର ଏହି ମିତବ୍ୟୟୀ ପଦକ୍ଷେପ ଯୋଗୁ ପ୍ରଧାନମନ୍ତ୍ରୀ ନରସିଂହ ରାଓ ତାଙ୍କୁ ଜାତୀୟ ମିତବ୍ୟୟ କମିଟିର ଅଧ୍ୟକ୍ଷ ଭାବରେ ନିଯୁକ୍ତି ଦେଲେ ।

ସରକାରୀ କର୍ମଚାରୀଙ୍କ ମନରେ ବିଦ୍ରୋହ :

ଓଡ଼ିଶା ରାଜ୍ୟର ସରକାରୀ କର୍ମଚାରୀମାନେ ବହୁ ବର୍ଷ ତଳୁ ନନ୍ଦିନୀ ଦେବୀଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରୁ ଏଲ୍‍.ଟି.ସି (ରାଜ୍ୟ ଭିତରେ ପରିବାର ସହ ବୁଲିଯିବା ପାଇଁ) ଓ ଅର୍ଜିତ ଛୁଟି ବିକ୍ରୀ (ସରେଣ୍ଡର ଲିଭ ଦୁଇବର୍ଷରେ ରେ) କରିବାର ସୁବିଧା ପାଇିଲେ । ହେଲେ ଖର୍ଚ୍ଚ କାଟ ବ୍ୟବସ୍ଥାନୁଯାୟୀ ସରକାର ଏହି ଦୁଇଟି ସୁବିଧାକୁ ବାତିଲ କରିଦେଲେ । ଫଳରେ ରାଜ୍ୟ ସାରା କର୍ମଚାରୀମାନଙ୍କ ମନରେ ବିଦ୍ରୋହ ଜାତ ହେବା ସ୍ୱାଭାବିକ ଥିଲା । ଏଥିପାଇଁ ୧୯୯୩ ମସିହା ମେ ମାସ ୫ ତାରିଖରେ ଲଙ୍କାକାଣ୍ଡ ଘଟିଲା ସଚିବାଳୟରେ । ମୁଖ୍ୟ ଶାସନ ସଚିବ ରବିନାରାୟଣ

ଦାସଙ୍କ ଉପରେ ଆକ୍ରମଣ ହେଲା । ମୁଖ୍ୟମନ୍ତ୍ରୀ ବି ଛାଡ ପାଇଲେ ନାହିିଁ । ଏଥିପାଇଁ ମୁଖ୍ୟମନ୍ତ୍ରୀ କାହା ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ଜଣାଯାଏ ।

ଜାନକୀବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ସୃଷ୍ଟି କରାଯାଇଥିବା 'ଲୋକପାଳ' ପଦବୀକୁ ଏହି ସରକାର ଉଠାଇ ଦେଲେ । ତା' ବଦଳରେ ସ୍ଥାପନା କଲେ ଜଣେ ହାଇକୋର୍ଟ ଜଜଙ୍କ ଅଧ୍ୟକ୍ଷତାରେ 'ସ୍ପେସାଲକୋର୍ର୍ଟ' । ରାଜନୈତିକ ନେତାମାନଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗର ବିଚାରପାଇଁ ଏହି ସ୍ପେଶାଲ କୋର୍ଟ ସ୍ଥାପନ କରାଗଲା ।

କଟକ ମଦମୃତ୍ୟୁ ଘଟଣା :

୧୯୯୨ ମସିହା ମେ ମାସ ୭ ତାରିଖର ଘଟଣା । ଏହି ଦିନ କଟକ ସହରରେ ବିଷାକ୍ତ ମଦ ପିଇ ଏକ ଶହରୁ ଊର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ଘଟିଲା । ବହୁ ଲୋକ ଅସୁସ୍ଥ ଓ ବିକଳାଙ୍ଗ ହୋଇପଡିଲେ । ଏହି ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କଲା । ପ୍ରଥମେ ଏହାର ପ୍ରାଶାସନିକ ତଦନ୍ତ ତତ୍‍କାଳୀନ କେନ୍ଦ୍ରାଞ୍ଚଳ ରାଜସ୍ୱ ବିଭାଗ କମିଶନରଙ୍କଦ୍ୱାରା ଅନୁଷ୍ଠିତ ହେଲା । ଏହାର ବିଚାର ବିଭାଗୀୟ ତଦନ୍ତ ନିମନ୍ତେ ପ୍ରବଳ ଦାବି ଉଠିଲା । ଫଳରେ ସରକାର ଓଡ଼ିଶା ହାଇକୋର୍ଟର ବିଚାରପତି ବାଳକୃଷ୍ଣ ବେହେରାଙ୍କ ଅଧ୍ୟକ୍ଷତାରେ ଏକଜଣିଆ ତଦନ୍ତ କମିଶନ ବସାଇଲେ ୧୯୯୩ ମସିହା ଜୁଲାଇ ୧୩ ତାରିଖରେ । ବେହେରା କମିଶନ ୧୯୯୫ ଅବ୍ଧୋବର ୩୦ ତାରିଖରେ ତାଙ୍କର ରିପୋର୍ଟ ପ୍ରଦାନ କଲେ ।

କେନ୍ଦ୍ରାଞ୍ଚଳ ଡି.ଆଇ.ଜି ଅନାଦି ସାହୁ କମିଶନ ନିକଟରେ ସାକ୍ଷ୍ୟ ଦେଇ କହିଲେ କି, "ମଦମୃତ୍ୟୁ ଘଟଣାର ମୁଖ୍ୟ ଅଭିଯୁକ୍ତ ସୁରେନ୍ଦ୍ର କୁମାର ଦାସ ଓରଫ 'ବେଲୁ'ଙ୍କ ସହିତ ରାଜ୍ୟର ଜଳସେଚନ ମନ୍ତ୍ରୀ ବିଜୟ ମହାପାତ୍ର ଓ ପୂର୍ତ୍ତ ମନ୍ତ୍ରୀ ନଳିନୀକାନ୍ତ ମହାନ୍ତିଙ୍କର ସମ୍ପର୍କ ଥିଲା । ସେ ଦୁଇଜଣ ଏହି ତଦନ୍ତକୁ ଧୀରମନ୍ଥର କରିଦେବାପାଇଁ ତାଙ୍କ ଉପରେ ଚାପ ପକାଇ ଥିଲେ ।" ତାଙ୍କର ଏହି ବୟାନ ସମଗ୍ର ରାଜ୍ୟରେ ଚହଳ ସୃଷ୍ଟି କରିିଥିଲା । ଫଳରେ ଶାସକଦଳ ତରଫରୁ ଏହି ଦୁଇଜଣ ମନ୍ତ୍ରୀଙ୍କ ଇସ୍ତଫା ଦାବି ହେଲା । ନୈତିକ ଦାୟିତ୍ୱର ଦ୍ୱାହି ଦେଇ ଅବକାରୀ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ନିଜ ପଦରୁ ଇସ୍ତଫା ପ୍ରଦାନ କଲେ । ହେଲେ ମୁଖ୍ୟମନ୍ତ୍ରୀ କାହାରି ଇସ୍ତଫା ପ୍ରଦାନ ଉପରେ ଗୁରୁତ୍ୱ ଦେଲେ ନାହିିଁ ।

ଏହିପରି ବହୁ ଘାତପ୍ରତିଘାତ ମଧ୍ୟରେ ବିଜୁ ପଟ୍ଟନାୟକଙ୍କର ମନ୍ତ୍ରିମଣ୍ଡଳ ପୂରା ପାଞ୍ଚବର୍ଷ ତିଷ୍ଠି ରହିିଥିଲା । ଏହାପରେ ଏକାଦଶ ବିଧାନସଭା ନିର୍ବାଚନ ୧୯୯୫ ମସିହା ମାର୍ଚ୍ଚ ୭ ଓ ୯ ତାରିଖରେ ଅନୁଷ୍ଠିତ ହେଲା । କଂଗ୍ରେସ ସଂଖ୍ୟା ଗରିଷ୍ଠତା ହାସଲ କଲା ଓ ଜାନକୀ ବଲ୍ଲଭ ପଟ୍ଟନାୟକ ତୃତୀୟ ଥରପାଇଁ ତା.୧୫.୩.୧୯୯୫ରିଖରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ।


ପଞ୍ଚବିଂଶ ପରିଚ୍ଛେଦ

ଏକାଦଶ ଓଡ଼ିଶା ବିଧାନସଭା :

ଜାନକୀବାବୁ ତୃତୀୟର ମୁଖ୍ୟମନ୍ତ୍ରୀ

ଏକାଦଶ ଓଡ଼ିଶା ବିଧାନସଭା ନିମନ୍ତେ ୧୪୭ଟି ଯାକ ଆସନ ପାଇଁ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେଲା । ପ୍ରଥମ ପର୍ଯ୍ୟାୟରେ ୧୯୯୫ ମସିହା ମାର୍ଚ୍ଚମାସ ୭ ତାରିଖରେ ୭୧ଟି ଆସନପାଇଁ ଓ ମାର୍ଚ୍ଚ ୯ ତାରିଖରେ ୭୬ଟି ଆସନ ପାଇଁ ଭୋଟ୍‍ ଗ୍ରହଣ କରାଯାଇ ମାର୍ଚ୍ଚ ୧୫ ତାରିଖରେ ବିଧାନସଭା ଗଠିତ ହେଲା । ଏହି ନିର୍ବାଚନରେ କଂଗ୍ରେସ-୮୦, ଜନତାଦଳ-୪୬, ବିଜେପି - ୯, ଝାଡଖଣ୍ଡ ମୁକ୍ତିମୋର୍ଚ୍ଚା-୪, ଝାଡଖଣ୍ଡ ପିପୁଲସ୍‍ ପାର୍ଟି-୧, ଭାରତୀୟ କମ୍ୟୁନିଷ୍ଟ ପାର୍ଟି-୧ ଓ ସ୍ୱାଧୀନ ପ୍ରାର୍ଥୀ ୬ଟି ଆସନ ଲାଭ କଲେ । କଂଗ୍ରେସ ହେଲା ଏକକ ସଂଖ୍ୟା ଗରିଷ୍ଠ ଦଳ । ବିଭିନ୍ନ ଦଳରୁ ୭ଜଣ ମହିଳା ପ୍ରାର୍ଥୀ ନିର୍ବାଚିତ ହୋଇ ଆସିଲେ । ସେମାନେ ହେଲେ- ସରସ୍ୱତୀ ହେମ୍ବ୍ରମ୍ (କଂ)- ଖୁଣ୍ଟା, କମଳା ଦାସ (ଜ.ଦ)ଭୋଗରାଇ, ବିଜୟଲକ୍ଷ୍ମୀ ସାହୁ (କଂ)- କଟକ ସଦର, ଉଷାରାଣୀ ପଣ୍ଡା (କଂ)- ଆସ୍କା, ପରମା


ପୂଜାରୀ (କଂ) - ଉମରକୋଟ, ରୋସନୀ ସିଂହଦେଓ (ଜ.ଦ)- କୋକସରା ଓ ନନ୍ଦିନୀ ଶତପଥୀ (କଂ)-ଗଁଦିଆ ।

ଏକାଦଶ ବିଧାନସଭା ସଦସ୍ୟ (୧୯୯୫) :

କରଞ୍ଜିଆ ରଘୁନାଥ ହେମ୍ବ୍ରମ୍‍ ଜନତା ଦଳ
ଯଶୀପୁର ଶମ୍ଭୁନାଥ ନାୟକ ସ୍ୱାଧୀନ
ବାହଲଦା ଖେଲାରାମ ମାଝି ଜେ.ପି.ପି
ରାଇରଙ୍ଗପୁର ଲକ୍ଷ୍ମଣ ମାଝି କଂଗ୍ରେସ
ବାଙ୍ଗିରିପୋଷୀ ଆଜେନ ମୁର୍ମୁ ଜେ.ଏମ୍‍.ଏମ୍‍
କୁଳିଅଣା ସୁଦାମ ମାରାଣ୍ଡି ଜେ.ଏମ୍‍.ଏମ୍‍
ବାରିପଦା ପ୍ରସନ୍ନ କୁମାର ଦାସ କଂଗ୍ରେସ
ବୈସିଙ୍ଗା ପୃ‌ଥୁନାଥ କିସ୍‍କୁ କଂଗ୍ରେସ
ଖୁଣ୍ଟା ସରସ୍ୱତୀ ହେମ୍ବ୍ରମ କଂଗ୍ରେସ
ଉଦଳା ରାବଣେଶ୍ୱର ମଢେ଼ଇ କଂଗ୍ରେସ
ଭୋଗରାଇ କମଳା ଦାସ ଜନତା ଦଳ
ଜଳେଶ୍ୱର ଜୟ ନାରାୟଣ ମହାନ୍ତି କଂଗ୍ରେସ
ବସ୍ତା ରଘୁନାଥ ମହାନ୍ତି ଜନତା ଦଳ
ବାଲେଶ୍ୱର ଅରୁଣ ଦେ ସ୍ୱାଧୀନ
ସୋରୋ କାର୍ତ୍ତିକ ମହାପାତ୍ର କଂଗ୍ରେସ
ସିମୂଳିଆ ପଦ୍ମଲୋଚନ ପଣ୍ଡା କଂଗ୍ରେସ
ନୀଳଗିରି ଅକ୍ଷୟ କୁମାର ଆଚାର୍ଯ୍ୟ କଂଗ୍ରେସ
ଭଣ୍ଡାରିପୋଖରୀ ଅର୍ଜୁନ ଚରଣ ସେଠି ଜନତା ଦଳ
ଭଦ୍ରକ ପ୍ରଫୁଲ୍ଲ ସାମଲ ଜନତା ଦଳ
ଧାମନଗର ଜଗନ୍ନାଥ ରାଉତ କଂଗ୍ରେସ
ଚାନ୍ଦବାଲି ନେତ୍ରାନନ୍ଦ ମଲ୍ଲିକ କଂଗ୍ରେସ
ବାସୁଦେବପୁର ବିଜୟଶ୍ରୀ ରାଉତରାୟ ଜନତା ଦଳ
ସୁକିନ୍ଦା ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ଜନତା ଦଳ
କୋରେଇ ଅଶୋକ କୁମାର ଦାସ ଜନତା ଦଳ
ଯାଜପୁର ସୂର୍ଯ୍ୟମଣି ଜେନା ଜନତା ଦଳ
ଧର୍ମଶାଳା କଳ୍ପତରୁ ଦାସ ଜନତା ଦଳ
ବଡଚଣା ଅମର ପ୍ରସାଦ ଶତପଥୀ ଜନତା ଦଳ
ବରି-ଡେରାବିଶ୍‍ ଚିନ୍ମୟ ପ୍ରସାଦ ବେହୁରା କଂଗ୍ରେସ
ବିଂଝାରପୁର ଅର୍ଜୁନ ଦାସ କଂଗ୍ରେସ
ଆଳି ଦୋଳ ଗୋବିନ୍ଦ ନାୟକ କଂଗ୍ରେସ
ପଟ୍ଟାମୁଣ୍ଡାଇ ଗଣେଶ୍ୱର ବେହେରା କଂଗ୍ରେସ
ରାଜନଗର ନଳିନୀକାନ୍ତ ମହାନ୍ତି ଜନତା ଦଳ
କେନ୍ଦ୍ରାପଡା ଭଗବତ ପ୍ରସାଦ ମହାନ୍ତି କଂଗ୍ରେସ
ପାଟକୁରା ବିଜୟ ମହାପାତ୍ର ଜନତା ଦଳ
ତିର୍ତ୍ତୋଲ ବସନ୍ତ କୁମାର ବିଶ୍ୱାଳ କଂଗ୍ରେସ
ଏରସମା ବିଜୟ କୁମାର ନାୟକ କଂଗ୍ରେସ
ବାଲିକୁଦା ଲଲାଟେନ୍ଦୁ ମହାପାତ୍ର କଂଗ୍ରେସ
ଜଗତସିଂହପୁର ବିଷ୍ଣୁଚରଣ ଦାସ ଜନତା ଦଳ
କିଶନ୍‍ନଗର ଯୁଧିଷ୍ଠିର ଦାସ ଜନତା ଦଳ
ମାହାଙ୍ଗା ସେକ୍‍ ମତଲୁବ୍‍ ଅଲ୍ଲୀ କଂଗ୍ରେସ
ସାଲେପୁର ରବୀନ୍ଦ୍ର କୁମାର ବେହେରା କଂଗ୍ରେସ
ଗୋବିନ୍ଦପୁର ପଞ୍ଚାନନ କାନୁନ୍‍ଗୋ ଜନତା ଦଳ
କଟକ ସଦର ବିଜୟଲକ୍ଷ୍ମୀ ସାହୁ କଂଗ୍ରେସ
କଟକ ସହର ସମୀର ଦେ ବିଜେପି
ଚୌଦ୍ୱାର କାହ୍ନୁଚରଣ ଲେଙ୍କା କଂଗ୍ରେସ
ବାଙ୍କୀ ପ୍ରଭାତ ତ୍ରିପାଠୀ ଜନତା ଦଳ
ଆଠଗଡ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଜନତା ଦଳ
ବଡମ୍ବା ଦେବୀ ମିଶ୍ର ଜନତା ଦଳ
ବାଲିପାଟଣା ହୃଷୀକେଶ ନାୟକ ଜନତା ଦଳ
ଭୁବନେଶ୍ୱର ବିଜୁ ପଟ୍ଟନାୟକ ଜନତା ଦଳ
ଜଟଣୀ ସୁରେଶ କୁମାର ରାଉତରାୟ କଂଗ୍ରେସ
ପିପିଲି ଯୁଧିଷ୍ଠିର ସାମନ୍ତରାୟ କଂଗ୍ରେସ
ନିମାପଡା ରବୀନ୍ଦ୍ର କୁମାର ସେଠି କଂଗ୍ରେସ
କାକଟପୁର ବୈକୁଣ୍ଠ ନାଥ ସ୍ୱାଇଁ କଂଗ୍ରେସ
ସତ୍ୟବାଦୀ ପ୍ରସାଦ କୁମାର ହରିଚନ୍ଦନ କଂଗ୍ରେସ
ପୁରୀ ମହେଶ୍ୱର ମହାନ୍ତି ଜନତା ଦଳ
ବ୍ରହ୍ମଗିରି ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର କଂଗ୍ରେସ
ଚିଲିକା ଦେବେନ୍ଦ୍ର ନାଥ ମାନସିଂହ କଂଗ୍ରେସ
ଖୋର୍ଦ୍ଧା ପ୍ରସନ୍ନ କୁମାର ପାଟ୍ଟଶାଣୀ ଜନତା ଦଳ
ବେଗୁନିଆ ହରିହର ସାହୁ କଂଗ୍ରେସ
ରଣପୁର ରମାକାନ୍ତ ମିଶ୍ର କଂଗ୍ରେସ
ନୟାଗଡ ସୀତାକାନ୍ତ ମିଶ୍ର କଂଗ୍ରେସ
ଖଣ୍ଡପଡା ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜ କଂଗ୍ରେସ
ଦଶପଲ୍ଲା ରୁଦ୍ରମାଧବ ରାୟ ଜନତା ଦଳ
ଜଗନ୍ନାଥ ପ୍ରସାଦ ମାଧବାନନ୍ଦ ବେହେରା ଜନତା ଦଳ
ଭଞ୍ଜନଗର ବିକ୍ରମକେଶରୀ ଆରୁଖ ଜନତା ଦଳ
ସୋରଡା ଅନନ୍ତ ନାରାୟଣ ସିଂହଦେଓ ବିଜେପି
ଆସ୍କା ଉଷାରାଣୀ ପଣ୍ଡା କଂଗ୍ରେସ
କବିସୂର୍ଯ୍ୟନଗର ହରିହର ସ୍ୱାଇଁ କଂଗ୍ରେସ
କୋଦଳା ରାମକୃଷ୍ଣ ପଟ୍ଟନାୟକ ଜନତା ଦଳ
ଖଲ୍ଲିକୋଟ ଭି.ସୁଜ୍ଞାନ କୁମାରୀ ଦେଓ ଜନତା ଦଳ
ଛତ୍ରପୁର ଦୈତାରି ବେହେରା କଂଗ୍ରେସ
ହିଞ୍ଜିଳି ଉଦୟନା ନାୟକ କଂଗ୍ରେସ
ଗୋପାଳପୁର ରାମଚନ୍ଦ୍ର ସେଠି ଜନତା ଦଳ
ବ୍ରହ୍ମପୁର ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଜନତା ଦଳ
ଚିକିଟି ଚିନ୍ତାମଣି ଦ୍ୟାନ ସାମନ୍ତରାୟ ସ୍ୱାଧୀନ
ମୋହନା ସୂର୍ଯ୍ୟ ନାରାୟଣ ପାତ୍ର ଜନତା ଦଳ
ରାମଗିରି ହଳଧର କାର୍ଜି କଂଗ୍ରେସ
ପାରଳାଖେମୁଣ୍ଡି ତ୍ରିନାଥ ସାହୁ ସ୍ୱାଧୀନ
ଗୁଣୁପୁର ଅକ୍ଷୟ କୁମାର ଗମାଙ୍ଗୋ କଂଗ୍ରେସ
ବିଷମ କଟକ ଡମ୍ବରୁଧର ଉଲାକା କଂଗ୍ରେସ
ରାୟଗଡା ଉଲାକା ରାମଚନ୍ଦ୍ର କଂଗ୍ରେସ
ଲକ୍ଷ୍ମୀପୁର ଅନନ୍ତରାମ ମାଝି କଂଗ୍ରେସ
ପଟ୍ଟାଙ୍ଗୀ ରାମଚନ୍ଦ୍ର କଦମ କଂଗ୍ରେସ
କୋରାପୁଟ ଗୁପ୍ତପ୍ରସାଦ ଦାସ କଂଗ୍ରେସ
ମାଲକାନାଗିରି ଅରବିନ୍ଦ ଢ଼ାଲି ଉଦାହରଣ
ଚିତ୍ରକୋଣ୍ଡା ଗଙ୍ଗାଧର ମାଝି କଂଗ୍ରେସ
କୋଟପାଡ ବାସୁଦେବ ମାଝି କଂଗ୍ରେସ
ଜୟପୁର ରଘୁନାଥ ପଟ୍ଟନାୟକ କଂଗ୍ରେସ
ନବରଙ୍ଗପୁର ହବିବୁଲ୍ଲା ଖାଁ କଂଗ୍ରେସ
କୋଡିଙ୍ଗା ମଦନ ନାୟକ କଂଗ୍ରେସ
ଡାବୁଗାଁ ଯାଦବ ମାଝି ଜନତା ଦଳ
ଉମରକୋଟ ପରମାପୂଜାରୀ କଂଗ୍ରେସ
ନୂଆପଡା ଘାସିରାମ ମାଝି ଜନତା ଦଳ
ଖଡିଆଳ ଦୁର୍ଯ୍ୟୋଧନ ମାଝି ଜନତା ଦଳ
ଧରମଗଡ ବୀର ସିପ୍‍କା ଜନତା ଦଳ
କୋକସରା ରୋସନୀ ସିଂହଦେଓ ଜନତା ଦଳ
ଜୁନାଗଡ ବିକ୍ରମ କେଶରୀ ଦେଓ ବିଜେପି
ଭବାନୀପାଟଣା ପ୍ରଦୀପ କୁମାର ନାୟକ
ନର୍ଲା ବଳଭଦ୍ର ମାଝି ଜନତା ଦଳ
କେସିଙ୍ଗା ଭୂପିନ୍ଦର ସିଂହ କଂଗ୍ରେସ
ବାଲିଗୁଡା ସହୁରା ମଲ୍ଲିକ କଂଗ୍ରେସ
ଉଦୟଗିରି ନାଗାର୍ଜୁନ ପ୍ରଧାନ କଂଗ୍ରେସ
ଫୁଲବାଣୀ ଦାଶରଥି ବେହେରା ସ୍ୱାଧୀନ
ବୌଦ୍ଧ ସଚ୍ଚିଦାନନ୍ଦ ଦଲାଲ ଜନତା ଦଳ
ଟିଟିଲାଗଡ ଯୋଗେନ୍ଦ୍ର ବେହେରା ଜନତା ଦଳ
କଣ୍ଟାବାଂଝି ସନ୍ତୋଷ ସିଂହ ସାଲଜା କଂଗ୍ରେସ
ପାଟଣାଗଡ଼ କନକ ବର୍ଦ୍ଧନ ସିଂହଦେଓ ବିଜେପି
ସଇଁତଳା ସୁରେନ୍ଦ୍ରସିଂହ ଭୋଇ କଂଗ୍ରେସ
ଲୋଇସିଂହା ବାଳଗୋପାଳ ମିଶ୍ର ସ୍ୱାଧୀନ
ବଲାଙ୍ଗୀର ଅନଙ୍ଗ ଉଦୟ ସିଂହଦେଓ ଜନତା ଦଳ
ସୋନପୁର କୁନ୍ଦୁର କୁଶଲ ଜନତା ଦଳ
ବିନିକା ନରସିଂହ ମିଶ୍ର ଜନତା ଦଳ
ବୀର ମହାରାଜପୁର ରାମଚନ୍ଦ୍ର ପ୍ରଧାନ କଂଗ୍ରେସ
ଆଠମଲ୍ଲିକ ଅମରନାଥ ପ୍ରଧାନ କଂଗ୍ରେସ
ଅନୁଗୁଳ ରମେଶ ଜେନା କଂଗ୍ରେସ
ହିନ୍ଦୋଳ ମହେଶ୍ୱର ନାୟକ କଂଗ୍ରେସ
ଢେ଼ଙ୍କାନାଳ ନବୀନ ଚନ୍ଦ୍ର ନାରାୟଣ ଦାସ କଂଗ୍ରେସ
ଗଁଦିଆ ନନ୍ଦିନୀ ଶତପଥୀ କଂଗ୍ରେସ
କାମାକ୍ଷା ନଗର କୈଳାସ ଚନ୍ଦ୍ର ମହାପାତ୍ର କଂଗ୍ରେସ
ପାଲଲହଡା ବିଭୁଧେନ୍ଦ୍ର ପ୍ରତାପ ଦାସ କଂଗ୍ରେସ
ତାଳଚେର ମହେଶ୍ୱର ସାହୁ ବିଜେପି
ପଦ୍ମପୁର ବିଜୟ ରଞ୍ଜନ ସିଂହ ବରିହା ଜନତା ଦଳ
ମେଲଚ୍ଛାମୁଣ୍ଡା ପ୍ରକାଶ ଚନ୍ଦ୍ର ଦେବତା କଂଗ୍ରେସ
ବିଜେପୁର ରିପୁନାଥ ସେଠ୍‍ କଂଗ୍ରେସ
ଭଟ୍ଟଲି ମୋହନ ନାଗ କଂଗ୍ରେସ
ବରଗଡ ପ୍ରସନ୍ନ ଆଚାର୍ଯ୍ୟ ଜନତା ଦଳ
ସମ୍ବଲପୁର ଦୁର୍ଗା ଶଙ୍କର ପଟ୍ଟନାୟକ କଂଗ୍ରେସ
ବ୍ରଜରାଜନଗର ପ୍ରସନ୍ନ କୁମାର ପଣ୍ଡା ସିପିଆଇ
ଝାରସୁଗୁଡା ବୀରେନ୍ଦ୍ର ଚନ୍ଦ୍ର ପାଣ୍ଡେ କଂଗ୍ରେସ
ଲାଇକେରା ହେମାନନ୍ଦ ବିଶ୍ୱାଳ କଂଗ୍ରେସ
କୁଚିଣ୍ଡା ପାଣୁଚନ୍ଦ୍ର ନାଏକ କଂଗ୍ରେସ
ରେଢ଼ାଖୋଲ ଅଭିମନ୍ୟୁ କୁମ୍ଭାର କଂଗ୍ରେସ
ଦେବଗଡ ପ୍ରଦୀପ ଗଙ୍ଗଦେବ ଜନତା ଦଳ
ସୁନ୍ଦରଗଡ କିଶୋର ଚନ୍ଦ୍ର ପଟେଲ କଂଗ୍ରେସ
ତଲସରା ଗଦାଧର ମାଝି କଂଗ୍ରେସ
ରାଜଗାଙ୍ଗପୁର ମଙ୍ଗଳା କିଷାନ୍‍ ଜନତା ଦଳ
ବୀରମିତ୍ରପୁର ଜର୍ଜ ତିର୍କୀ ଜେ.ଏମ୍‍.ଏମ୍‍
ରାଉରକେଲା ପ୍ରଭାତ ମହାପାତ୍ର କଂଗ୍ରେସ
ରଘୁନାଥ ପାଲ୍ଲୀ ମନସିଦ୍‍ ଏକ୍କା ଜେ.ଏମ୍‍.ଏମ୍‍
ବଣେଇ ଜୁଏଲ ଓରାମ ବିଜେପି
ଚ-ୁଆ ଧନୁର୍ଜୟ ଲାଗୁଡି କଂଗ୍ରେସ
ପାଟନା ହୃଷୀକେଶ ନାଏକ କଂଗ୍ରେସ
କେନ୍ଦୁଝର ଯୋଗେନ୍ଦ୍ର ନାଏକ ବିଜେପି
ତେଲକୋଇ ଚନ୍ଦ୍ରସେଣା ନାଏକ କଂଗ୍ରେସ
ରାମଚନ୍ଦ୍ରପୁର ନିରଞ୍ଜନ ପଟ୍ଟନାୟକ କଂଗ୍ରେସ
ଆନନ୍ଦପୁର ଜୟଦେବ ଜେନା କଂଗ୍ରେସ

ମନ୍ତ୍ରିମଣ୍ଡଳ ଗଠନ :

ଜାନକୀବଲ୍ଲଭ ପଟ୍ଟନାୟକ ବିଧାନସଭା ସଦସ୍ୟ ନଥାଇ ମଧ୍ୟ ହାଇକମାଣ୍ଡଙ୍କ ସୁପାରିଶ ମତେ କଂଗ୍ରେସ ବିଧାୟକ ଦଳର ନେତା ଭାବରେ ନିର୍ବାଚିତ ହେଲେ । ତୃତୀୟ ଥର ପାଇଁ ସେ ୧୯୯୫ ମସିହା ମାର୍ଚ୍ଚ ମାସ ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ । ତାଙ୍କ ସହିତ ସେହିଦିନ ବସନ୍ତ କୁମାର ବିଶ୍ୱାଳ ଓ ହେମାନନ୍ଦ ବିଶ୍ୱାଳ ମଧ୍ୟ ଉପ-ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ । ମାର୍ଚ୍ଚ ୨୦ ତାରିଖରେ ଆଉ ୯ଜଣ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ଓ ୯ଜଣ ରାଷ୍ଟ୍ର ମନ୍ତ୍ରୀ ଶପଥ ଗ୍ରହଣ କଲେ । ନବନିଯୁକ୍ତ ମନ୍ତ୍ରୀମାନଙ୍କର ବିଭାଗ ଗୁଡିକ ହେଲା :

କ୍ୟାବିନେଟ ମନ୍ତ୍ରୀ :

ଜାନକୀ ବଲ୍ଲଭ ପଟ୍ଟନାୟକ : ମୁଖ୍ୟମନ୍ତ୍ରୀ, ସାଧାରଣ ପ୍ରଶାସନ, ସ୍ୱରାଷ୍ଟ୍ର, ଶକ୍ତି ଓ ଖଣି,
ଅବକାରୀ, କ୍ରୀଡା ଓ ଯୁବ ବ୍ୟାପାର, କୃଷି, ସମବାୟ, ବାଣିଜ୍ୟ,
ଶ୍ରମ ଓ ନିୟୋଜନ, କଲ୍ୟାଣ, ମହିଳା ଓ ଶିଶୁ ବିକାଶ,
ସରକାରୀ ଉଦ୍ୟୋଗ ତା ବିଭାଗ ଆବଣ୍ଟନ ହୋଇନଥିବା ବିଭାଗର ମନ୍ତ୍ରୀ ।
ବସନ୍ତ କୁମାର ବିଶ୍ୱାଳ : ଉପ-ମୁଖ୍ୟମନ୍ତ୍ରୀ : ଅର୍, ଜଳସଂପଦ ଓ ସଂସଦୀୟ ବ୍ୟାପାର
ହେମାନନ୍ଦ ବିଶ୍ୱାଳ : ଉପ-ମୁଖ୍ୟମନ୍ତ୍ରୀ, ପଞ୍ଚାୟତିରାଜ, ଗୃହନିର୍ମାଣ, ସାଧାରଣ
ଅଭିଯୋଗ ଓ ପେନ୍‍ସନ୍‍ ପ୍ରଶାସନ
କାହ୍ନୁଚରଣ ଲେଙ୍କା : ରାଜସ୍ୱ ଓ ପରିବହନ
ଉଲାକା ରାମଚନ୍ଦ୍ର : ଜଙ୍ଗଲ, ବିଦ୍ୟାଳୟ ଓ ଗଣଶିକ୍ଷା
ନିରଞ୍ଜନ ପଟ୍ଟନାୟକ : ଶିଳ୍ପ, ହସ୍ତତନ୍ତ ଓ ବୟନଶିଳ୍ପ, ହସ୍ତ ଓ କୁଟୀର ଶିଳ୍ପ
ପ୍ରସନ୍ନ କୁମାର ଦାସ : ପରିବେଶ, ବିଜ୍ଞାନ ଓ କାରିଗରୀ
ଭାଗବତ ପ୍ରସାଦ ମହାନ୍ତି : ଯୋଜନା ସମନ୍ୱୟ ଓ ଉଚ୍ଚ ଶିକ୍ଷା
ଭୂପିନ୍ଦର ସିଂହ : ପର୍ଯ୍ୟଟନ ଓ ସଂସ୍କୃତି,
ହବିବୁଲ୍ଲା ଖାଁ : ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ
ହରିହର ସ୍ୱାଇଁ : ପୂର୍ତ୍ତ

ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ :

ଅମରନାଥ ପ୍ରଧାନ : ନଗର ଉନ୍ନୟନ
ଜଗନ୍ନାଥ ରାଉତ : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ
ନେତ୍ରାନନ୍ଦ ମଲ୍ଲିକ : ସୂଚନା ଓ ଲୋକସଂପର୍କ
ପ୍ରକାଶ ଦେବତା : ମତ୍ସ୍ୟ ଓ ପଶୁସମ୍ପଦ ବିକାଶ

ରାଷ୍ଟ୍ରମନ୍ତ୍ରୀ

ଗଦାଧର ମାଝି : କଲ୍ୟାଣ,
ନବୀନଚନ୍ଦ୍ର ନାରାୟଣ ଦାସ : ପଞ୍ଚାୟତିରାଜ,
ବିଜୟଲକ୍ଷ୍ମୀ ସାହୁ : ମହିଳା ଓ ଶିଶୁ ବିକାଶ
ରବୀନ୍ଦ୍ର କୁମାର ସେଠୀ : ସମବାୟ
ସୁରେଶ କୁମାର ରାଉତରାୟ : କ୍ରୀଡା ଓ ଯୁବସେବା

ବାଚସ୍ପତି ଓ ଉପବାଚସ୍ପତି :


ନବନିର୍ବାଚିତ ବିଧାନସଭା ସଦସ୍ୟମାନେ ୧୯୯୫ ମାର୍ଚ୍ଚ ମାସ ୨୦,୨୧ ଓ ୨୨ ତାରିଖ ଦିନ ଶପଥ ଗ୍ରହଣ କଲେ । ବିଧାନସଭାର ବରିଷ୍ଠ ସଭ୍ୟ ଘାସିରାମ ମାଝି ଅସ୍ଥାୟୀ ବାଚସ୍ପତି ଭାବରେ ନିଯୁକ୍ତି ପାଇ ସଦସ୍ୟମାନଙ୍କୁ ଶପଥପାଠ କରାଇଲେ । ମାର୍ଚ୍ଚ ୨୨ ତାରିଖରେ କଂଗ୍ରେସ ଦଳର ବିଧାୟକ କିଶୋର ଚନ୍ଦ୍ର ପଟେଲ ସର୍ବସମ୍ମତି କ୍ରମେ ବାଚସ୍ପତି ଭାବରେ ନିର୍ବାଚିତ ହେଲେ । ମାର୍ଚ୍ଚ ୨୮ ତାରିଖ ରେ ସେହି କଂଗ୍ରେସ ଦଳର ସଦସ୍ୟ ଚିନ୍ତାମଣି ଦ୍ୟାନ ସାମନ୍ତରାୟ ଉପବାଚସ୍ପତି ଭାବରେ ସର୍ବସମ୍ମତି କ୍ରମେ ନିର୍ବାଚିତ ହେଲେ ।

କିଶୋର ଚନ୍ଦ୍ର ପଟେଲ ୧୯୯୬ ମସିହା ଜାନୁଆରି ୧୪ ତାରିଖରେ ବାଚସ୍ପତି ପଦରୁ ଇସ୍ତଫା ପ୍ରଦାନ କରି ମନ୍ତ୍ରିମଣ୍ଡଳରେ ଯୋଗଦାନ କରିବାରୁ ସେହିଦିନ ଉପ-ବାଚସ୍ପତି ଚିନ୍ତାମଣି ଦ୍ୟାନ ସାମନ୍ତରାୟ ବାଚସ୍ପତି ପଦର ଦାୟିତ୍ୱ ଗ୍ରହଣ କଲେ ଏବଂ ଫେବ୍ରୁଆରି ୧୨ ତାରିଖରେ

ଉପ-ବାଚସ୍ପତି ପଦରୁ ଇସ୍ତଫା ପ୍ରଦନ କଲେ । ଫଳରେ ବାଚସ୍ପତି ଓ ଉପବାଚସ୍ପତି ଦୁଇଟିଯାକ ପଦବୀ ଖାଲି ପଡିଲା । ବାଚସ୍ପତି ପଦର ନିର୍ବାଚନ ନିମନ୍ତେ ମାନ୍ୟବର ରାଜ୍ୟପାଳ ବରିଷ୍ଠ ବିଧାନସଭା ସଦସ୍ୟ ଘାସିରାମ ମାଝିଙ୍କୁ ଅସ୍ଥାୟୀ ବାଚସ୍ପତି ଭାବରେ ନିଯୁକ୍ତି ପଦାନ କଲେ । ୧୯୯୬ ମସିହା ଫେବ୍ରୁଆରି ୧୬ତାରିଖରେ ବାଚସ୍ପତି ପଦପାଇଁ ନିର୍ବାଚନ ଅନୁଷ୍ଠିତ ହେଲା । ଶାସକ କଂଗ୍ରେସ ଦଳରୁ ଚିନ୍ତାମଣି ଦ୍ୟାନ ସାମନ୍ତରାୟ ଓ ବିରୋଧୀ ଦଳର ଭି. ସୁଜ୍ଞାନ କୁମାରୀ ଦେଓ ବାଚସ୍ପତି ପଦପାଇଁ ପ୍ରତିଦ୍ୱନ୍ଦ୍ୱିତା କଲେ । ଏହି ନିର୍ବାଚନରେ ୧୪୨ଜଣ ସଦସ୍ୟ ଭୋଟ ଦେଲେ । ସେଥିରୁ ଗୋଟିଏ ଭୋଟ ନାକଚ ହୋଇଗଲା । ଚିନ୍ତାମଣି ଦ୍ୟାନ ସାମନ୍ତରାୟ ୮୧ଖଣ୍ଡ ଭୋଟ ପାଇ ନିର୍ବାଚିତ ହେଲେ ଓ ଭି.ସଜ୍ଞାନ କୁମାରୀ ଦେଓ ୬୧ଟି ଭୋଟ ପାଇ ପରାଜିତା ହେଲେ । ମାର୍ଚ୍ଚ ୧୫ତାରିଖରେ ଓଡ଼ିଶା ବିଧାନସଭା ବୈଠକରେ ଶାସକଦଳର ସଭ୍ୟ ବିଭୂତି ଭୂଷଣ ମର୍ଦ୍ଦରାଜ ସର୍ବସମ୍ମତି କ୍ରମେ ଉପ-ବାଚସ୍ପତି ଭାବରେ ନିର୍ବାଚିତ ହେଲେ । ୨୩.୩.୧୯୯୫ରେ ଏକାଦଶ ଓଡ଼ିଶା ବିଧାନସଭାର ପ୍ରଥମ ବୈଠକ ବସିଲା ।

ବିରୋଧୀ ଦଳର ନେତା :

ରାଜନୈତିକ ପରିବର୍ତ୍ତନକୁ ନେଇ ବିଭିନ୍ନ ସମୟରେ ବିରୋଧୀ ଦଳର ନେତୃତ୍ୱ ପଦବୀରେ ମଧ୍ୟ ପରିବର୍ତ୍ତନ ଘଟୁଥାଏ । ପ୍ରଥମେ ଜନତା ବିଧାୟକ ଦଳର ନେତା ଭାବରେ ନିର୍ବାଚିତ ହୋଇ ବିଜୁ ପଟ୍ଟନାୟକ, ବିରୋଧୀ ଦଳ ନେତା ଭାବରେ ମାର୍ଚ୍ଚ ୨୩ତାରିଖରେ ଘୋଷିତ ହେଲେ । ଏକାଦଶ ଲୋକସଭାକୁ କଟକ ଲୋକସଭା ନିର୍ବାଚନ ମଣ୍ଡଳୀରୁ ସାଂସଦ ଭାବରେ ନିର୍ବାଚିତ ହେବାରୁ ବିଜୁବାବୁ ଜନତା ଦଳ ଏମ୍‍.ଏଲ୍‍.ଏ ପଦବୀରୁ ଇସ୍ତଫା ଦେଲେ । ଫଳରେ ସେ ସଭ୍ୟପଦ ୧୯୯୬ ମଇ ମାସ ୨୦ ତାରିଖରୁ ହରାଇଲେ । ତାଙ୍କ ସ୍ଥାନରେ ଅଶୋକ ଦାସ ବିରୋଧୀ ଦଳର ନେତା ହୋଇ ୧୯୯୭ ମସିହା ଡିସେମ୍ବର ୧୮ ତାରିଖ ଯାଏ କାର୍ଯ୍ୟଭାର ସମ୍ଭାଳିଲେ । କାରଣ, ବିଜୁ ଜନତା ଦଳ ନାମରେ ଏକ ନୂଆ ଆଞ୍ଚଳିକ ଦଳ ଗଠନ ହେଲା । ଫଳରେ ଜନତା ଦଳ ଦୁଇ ଭାଗରେ ବିଭକ୍ତ ହୋଇଗଲା । ଜନତାଦଳର ୪୬ଜଣ ସଦସ୍ୟଙ୍କ ମଧ୍ୟରୁ ୨୮ଜଣ ବିଜୁ ଜନତା ଦଳରେ ଯୋଗଦେଲେ । ମାନ୍ୟବର ବାଚସ୍ପତି ଏହି ଦଳକୁ ୧୯୯୭ ମସିହା ୧୮ ଡିସେମ୍ବରରେ ସ୍ୱୀକୃତି ପ୍ରଦାନ କଲେ । ରାମକୃଷ୍ଣ ପଟ୍ଟନାୟକ ବିଜୁ ଜନତା ବିଧାୟକ ଦଳର ନେତା ହୋଇ ବିରୋଧୀ ଦଳର ନେତା ଭାବରେ ସ୍ୱୀକୃତି ଲାଭ କଲେ । ପରେ ୧୯୯୮ ମସିହା ନଭେମ୍ବର ୧୬ ତାରିଖରେ ପ୍ରଫୁଲ୍ଲ ସାମଲ ବିଜୁ ଜନତା ବିଧାୟକ ଦଳ ନେତା ହୋଇ ବିରୋଧୀ ଦଳର ନେତା ଭାବରେ ବାଚସ୍ପତିଙ୍କ ଦ୍ୱାରା ସ୍ୱୀକୃତି ଲାଭ କଲେ । ସେ ଏହି ପଦବୀରେ ୧୯୯୮ ମସିହା ଡିସେମ୍ବର ୧ ତାରିଖ ଯାଏ ରହିଲେ । ଏହା ପରେ ୧୯୯୮ ମସିହା ଡିସେମ୍ବର ୧୧ ତାରିଖରେ ସଚ୍ଚିଦାନନ୍ଦ ଦଲାଲ ବିଜୁ ଜନତା ବିଧାୟକ ଦଳର ନେତା ହୋଇ ବିରୋଧୀ ଦଳ ନେତା ପଦବୀରେ ଅଧିଷ୍ଠିତ ହେଲେ ।

ସରକାରୀ ମୁଖ୍ୟ ସଚେତକ ଓ ଉପ-ମୁଖ୍ୟ ସଚେତକ:

ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ତାଙ୍କ ଦଳର ଏମ୍‍.ଏଲ.ଏ ଡକ୍ଟର ଦେବେନ୍ଦ୍ର ନାଥ ମାନସିଂହ ଓ ସନ୍ତୋଷ ସିଂହ ସାଲୁଜାଙ୍କୁ ଯାକ୍ରମେ ମୁଖ୍ୟ ସଚେତକ ଓ ଉପ-ମୁଖ୍ୟ ସଚେତକ ଭାବରେ ନିଯୁକ୍ତି ପ୍ରଦାନ କଲେ । ୧୯୯୯ ମସିହା ଫେବୃଆରି ୨୨ ତାରିଖରେ ଡବ୍ଧର ମାନସିଂହ ମନ୍ତ୍ରିମଣ୍ଡଳରେ ଯୋଗଦାନ କଲେ । ସେହି ସମୟରେ ଗିରିଧର ଗମାଙ୍ଗୋ ମୁଖ୍ୟମନ୍ତ୍ରୀ ହୋଇଥିବା ଦୃଷ୍ଟିରୁ ସେ ଗୁପ୍ତପ୍ରସାଦ ଦାସ, ଏମ୍‍.ଏଲ.ଏଙ୍କୁ ସରକାରୀ ମୁଖ୍ୟ ସଚେତକ ଭାବରେ ନିଯୁକ୍ତି ପ୍ରଦାନ କଲେ ।

ସଂପ୍ରସାରଣ, ଅଦଳବଦଳ ଓ ଇସ୍ତଫା :

ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ତାଙ୍କ ମନ୍ତ୍ରିମଣ୍ଡଳରେ ସଂପ୍ରସାରଣ ଘଟାଇ ଏହାର ସଭ୍ୟସଂଖ୍ୟା, ମୁଖ୍ୟମନ୍ତ୍ରୀ ଓ ଉପ-ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୨୯ ପର୍ଯ୍ୟନ୍ତ ବୃଦ୍ଧି କରିିଲେ । ୨୦.୩.୧୯୯୫ ପରେ ଯେଉଁମାନଙ୍କୁ କ୍ୟାବିନେଟ ଓ ରାଷ୍ଟ୍ରମନ୍ତ୍ରୀ ଭାବରେ ଗ୍ରହଣ କରିିଲେ ସେମାନେ ହେଲେ, କ୍ୟାବିନେଟ ମନ୍ତ୍ରୀ କିଶୋର ଚନ୍ଦ୍ର ପଟେଲ (୧୪.୧.୧୯୯୬), ଜଗନ୍ନା ପଟ୍ଟନାୟକ (୧୮.୧.୧୯୯୭), ଦୁର୍ଗା ଶଙ୍କର ପଟ୍ଟନାୟକ ଓ ସେକ୍‍ ମତଲୁବ୍‍ ଅଲ୍ଲୀ । ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ହେଲେ ମୋହନ ନାଗ (୨୪.୧.୯୮), ଜୟଦେବ ଜେନା ଓ ନାଗାର୍ଜୁନ ପ୍ରଧାନ ଏବଂ କେବଳ ରାଷ୍ଟ୍ରମନ୍ତ୍ରୀ ହେଲେ- ହଳଧର କାର୍ଜୀ ଓ ରମାକାନ୍ତ ମିଶ୍ର । ହେମାନନ୍ଦ ବିଶ୍ୱାଳ ଉପ-ମୁଖ୍ୟମନ୍ତ୍ରୀ ପଦରୁ ତା.୯.୫.୧୯୯୮ରେ ଇସ୍ତଫା ଦେଇ କେବଳ ପ୍ରଦେଶ କଂଗ୍ରେସ ସଭାପତି ପଦରେ ରହିଲେ ।

ଲୋକସଭା ନିର୍ବାଚନ-୧୯୯୬ :

୧୯୯୬ ମସିହା ମେ' ମାସରେ ଲୋକସଭାପାଇଁ ନିର୍ବାଚନ ଅନୁଷ୍ଠିତ ହେଲା । ଏହି ନିର୍ବାଚନରେ ଜାନକୀବାବୁଙ୍କ ନେତୃତ୍ୱରେ ଓଡ଼ିଶାରେ ଜାତୀୟ କଂଗ୍ରେସ ୨୧ଟି ଆସନରୁ ୧୬ଟି,ଜନତା ଦଳ ୪ଟି ଓ ସମତାପାର୍ଟି ମାତ୍ର ଗୋଟିଏ ଆସନ ଲାଭ କଲା । ଜନତା ଦଳର ନେତା ତା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ, କଟକ ଓ ଆସିକା ଲୋକସଭା ଆସନରୁୁ ନିର୍ବାଚିତ ହେଲେ । ଲୋକସଭାକୁ ନିର୍ବାଚିତ ସଦସ୍ୟମାନେ ହେଲେ:

ମୟୂରଭଞ୍ଜ ସୁଶୀଳା ତିରିଆ କଂଗ୍ରେସ
ବାଲେଶ୍ୱର କାର୍ତ୍ତିକ ମହାପାତ୍ର କଂଗ୍ରେସ
ଭଦ୍ରକ ମୁରଲୀଧର ଜେନା କଂଗ୍ରେସ
ଯାଜପୁର ଅଞ୍ଚଳ ଦାସ ଜନତା ଦଳ
କେନ୍ଦ୍ରାପଡା ଶ୍ରୀକାନ୍ତ କୁମାର ଜେନା ଜନତା ଦଳ
କଟକ ବିଜୁ ପଟ୍ଟନାୟକ ଜନତା ଦଳ
ଜଗତସିଂହପୁର ରଞ୍ଜୀବ ବିଶ୍ୱାଳ କଂଗ୍ରେସ
ପୁରୀ ପିନାକୀ ମିଶ୍ର କଂଗ୍ରେସ
ଭୁବନେଶ୍ୱର ସୌମ୍ୟରଂଜନ ପଟ୍ଟନାୟକ କଂଗ୍ରେସ
ଆସ୍କା ବିଜୁ ପଟ୍ଟନାୟକ ଜନତା ଦଳ
ବ୍ରହ୍ମପୁର ପି.ଭି.ନରସିଂହ ରାଓ କଂଗ୍ରେସ
କୋରାପୁଟ ଗିରିଧର ଗମାଙ୍ଗୋ କଂଗ୍ରେସ
ନବରଙ୍ଗପୁର ଖଗପତି ପ୍ରଧାନୀ କଂଗ୍ରେସ
କଳାହାଣ୍ଡି ଭକ୍ତ ଚରଣ ଦାସ ସମତା
ଫୁଲବାଣୀ ମୃତ୍ୟୁଞ୍ଜୟ ନାୟକ କଂଗ୍ରେସ
ବଲାଙ୍ଗୀର ଶରତଚନ୍ଦ୍ର ପଟ୍ଟନାୟକ କଂଗ୍ରେସ
ସମ୍ବଲପୁର କୃପାସିନ୍ଧୁ ଭୋଇ କଂଗ୍ରେସ
ଦେବଗଡ ଶ୍ରୀବଲ୍ଲଭ ପାଣିଗ୍ରାହୀ କଂଗ୍ରେସ
ଢେ଼ଙ୍କାନାଳ କାମାକ୍ଷା ପ୍ରସାଦ ସିଂହଦେଓ କଂଗ୍ରେସ
ସୁନ୍ଦରଗଡ ଫ୍ରିଡା ଟପ୍ନୋ କଂଗ୍ରେସ
କେନ୍ଦୁଝର ମାଧବ ସର୍ଦ୍ଦାର କଂଗ୍ରେସ

ଇସ୍ତଫା ଓ ପରଲୋକ :

୧୬.୪.୧୯୯୫ ତାରିଖରେ ବେଗୁନିଆ ବିଧାନସଭା ଆସନର ନିର୍ବାଚିତ ସଦସ୍ୟ ହରିହର ସାହୁ ଇସ୍ତଫା ପ୍ରଦାନ କଲେ ।

ବିଜୁ ପଟ୍ଟନାୟକ ଭୁବନେଶ୍ୱର ବିଧାନସଭା ଆସନର ସଦସ୍ୟ ଥାଇ କଟକ ଓ ଆସ୍କାର ସାଂସଦ ଭାବରେ ନିର୍ବାଚିତ ହେବାରୁ ୧୯୯୬ ମସିହା ମଇ ମାସ ୨୦ ତାରିଖରେ ବିଧାନସଭା ଆସନରୁ ଇସ୍ତଫା ପ୍ରଦାନ କଲେ । କାରଣ ଲୋକପ୍ରତିନିଧି ଆଇନ ଅନୁଯାୟୀ କୌଣସି ବ୍ୟକ୍ତି ବିଧାନସଭା ସଦସ୍ୟ ଥାଇ ଲୋକସଭାକୁ ନିର୍ବାଚିତ ହେଲେ ନିର୍ବାଚିତ ହେବାର ୧୪ଦିନ ଭିତରେ ଗୋଟିକରୁ ଇସ୍ତଫା ଦେବାକୁ ହେବ । ଏହି ନିୟମ ଅନୁଯାୟୀ ବିଜୁବାବୁ ଇସ୍ତଫା ପ୍ରଦାନ କଲେ ।

ସେହିପରି କାର୍ତ୍ତିକ ମହାପାତ୍ର ସୋର ବିଧାନସଭା ଆସନର ସଦସ୍ୟ ଥାଇ ବାଲେଶ୍ୱର ଲୋକସଭା ଆସନରୁୁ ନିର୍ବାଚିତ ହେବାରୁ ସେ ମଇ ମାସ ୨୧ ତାରିଖରେ ସୋର ବିଧାନସଭା ଆସନରୁ ଇସ୍ତଫା ପ୍ରଦାନ କଲେ ।

ରୁଦ୍ରମାଧବ ରାୟ ଦଶପଲ୍ଲା ବିଧାନସଭା ଆସନର ସଦସ୍ୟ ଥାଇ ନୟାଗଡ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଭାବରେ ନିର୍ବାଚିତ ହେବାରୁ ୧୯୯୭ ମସିହା ଫେବ୍ରୁଆରି ୨୮ ତାରିଖରେ ଦଶପଲ୍ଲା ବିଧାନସଭା ଆସନରୁ ଇସ୍ତଫା ପ୍ରଦାନ କଲେ ।

ଅର୍ଜୁନ ଚରଣ ସେଠି ଭଣ୍ଡାରିପୋଖରୀ, ପ୍ରସନ୍ନ କୁମାର ପାଟ୍ଟଶାଣୀ ଖୋର୍ଦ୍ଧା ଓ ବିକମ୍ର କେଶରୀ ଦେଓ ଜୁନାଗଡ ବିଧାନସଭାର ସଦସ୍ୟ ଥାଇ ୧୯୯୮ରେ ଅନୁଷ୍ଠିତ ଦ୍ୱାଦଶ ଲୋକସଭାକୁ ସାଂସଦ ଭାବେ ଯଥାକ୍ରମେ ଭଦ୍ରକ, ଭୁବନେଶ୍ୱର ଓ କଳାହାଣ୍ଡି ନିର୍ବାଚିନ ମଣ୍ଡଳୀରୁ ନିର୍ବାଚିତ ହେବାରୁ ୧୯୯୮ ମସିହା ମାର୍ଚ୍ଚ ମାସ ଛଅ ତାରିଖ ଦିନ ବିଧାନସଭା ଆସନମାନଙ୍କରୁ ଇସ୍ତଫା ପ୍ରଦାନ କଲେ ।

ପ୍ରସନ୍ନ ଆଚାର୍ଯ୍ୟ ଓ ଜୁଏଲ ଓରାମ ଯଥାକ୍ରମେ ବରଗଡ ଓ ବଣେଇ ବିଧାନସଭାର ସଦସ୍ୟ ଥାଇ ୧୨ଶ ଲୋକସଭାକୁ ସଦସ୍ୟ ଭାବରେ ଯଥାକ୍ରମେ ସମ୍ବଲପୁର ଓ ସୁନ୍ଦରଗଡ ଆସନରୁ ନିର୍ବାଚିତ ହେବାରୁ ୧୯୯୮ ମାର୍ଚ୍ଚ ୧୧ତାରିଖରେ ବିଧାନସଭାରୁ ଇସ୍ତଫା ପ୍ରଦାନ କଲେ ।

ଧାମନଗର ବିଧାନସଭା ଆସନର ନିର୍ବାଚିତ ବିଧାନସଭା ସଦସ୍ୟ ଜଗନ୍ନାଥ ରାଉତ ବିଧାନସଭା ସଦସ୍ୟ ପଦରୁ ୧୯୯୯ ମସିହା ମାର୍ଚ୍ଚ ମାସ ୧୬ତାରିଖ ଦିନ ଇସ୍ତଫା ପ୍ରଦାନ କଲେ । ଲକ୍ଷ୍ମୀପୁର ବିଧାନସଭା ଆସନର ନିର୍ବାଚିତ ପ୍ରତିନିଧି ଅନନ୍ତରାମ ମାଝି ବିଧାନସଭା ଆସନରୁ ୧୯୯୯ ମାର୍ଚ୍ଚ ୨୩ତାରିଖରେ ଇସ୍ତଫା ପ୍ରଦାନ କଲେ । କାରଣ ଗିରିଧର ଗମାଙ୍ଗ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ସମୟରେ ବିଧାନସଭାର ସଦସ୍ୟ ନଥିଲେ । ଡକ୍ଟର ଗମାଙ୍ଗ ଏହି ଆସନରୁ ନିର୍ବାଚନ ଲଢ଼ି ବିଧାନ ସଭାକୁ ନିର୍ବାଚିତ ହୋଇ ଆସିବାପାଇଁ ଅନନ୍ତରାମ ମାଝି ବିଧାନ ସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ।

ଗୁଣପୁର ବିଧାୟକ ଅକ୍ଷୟ କୁମାର ଗମାଙ୍ଗଙ୍କର ୨୧.୪.୧୯୯୫ରେ, କାକଟପୁର ବିଧାୟକ ବୈକୁଣ୍ଠ ନାଥ ସ୍ୱାଇଁଙ୍କର ୨.୧୦.୧୯୯୫ରେ, କାମାକ୍ଷାନଗର ବିଧାୟକ କୈଳାସଚନ୍ଦ୍ର ମହାପାତ୍ର ଙ୍କର ୧୭.୯.୧୯୯୬ରେ, ନୂଆପଡା ବିଧାୟକ ଘାସିରାମ ମାଝିଙ୍କର ୨୩.୪.୧୯୯୭ରେ, ଦେବଗଡ ବିଧାୟକ ପ୍ରଦୀପ୍ତ ଗଙ୍ଗଦେବଙ୍କର ୨୦.୧୦.୧୯୯୭ରେ, ବ୍ରଜରାଜନଗର ବିଧାୟକ ପ୍ରସନ୍ନ କୁମାର ପଣ୍ଡାଙ୍କର ୨୬.୧୨.୧୯୯୭ରେ ଓ ଡାବୁଗାଁ ବିଧାୟକ ଯାଦବ ମାଝିଙ୍କର ୩.୪.୧୯୯୯ରେ ପରଲୋକ ଘଟିଲା ।

ଏହିସବୁ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେଲା ।

ଉପନିର୍ବାଚନ ଫଳାଫଳ :

୨୭.୫.୧୯୯୫ରେ ବେଗୁନିଆ ବିଧାନସଭା ଆସନ ନିମନ୍ତେ ଉପ-ନିର୍ବାଚନ ଅନୁଷ୍ଠିତ ହେଲା । ଏଥିରେ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ କଂଗ୍ରେସ ପ୍ରାର୍ଥୀ ଭାବରେ ବିଜୟ ଲାଭ କରି ୩.୬.୧୯୯୫ରେ ଶପଥ ଗ୍ରହଣ କଲେ ।

ଗୁଣୁପୁର ଉପନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାଗୀରଥି ଗମାଙ୍ଗୋ ନିର୍ବାଚିତ ହେଲେ । ୨.୫.୧୯୯୬ରେ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହେଲା । ଶ୍ରୀ ଗମାଙ୍ଗ ୨୦.୫.୧୯୯୬ରେ ଶପଥ ଗ୍ରହଣ କଲେ ।

୭.୫.୧୯୯୬ରେ କାକଟପୁର ବିଧାନସଭା ଉପନିର୍ବାଚନରେ ଜନତାଦଳର ପ୍ରାର୍ଥୀ ସୁରେନ୍ଦ୍ରନା ନାୟକ ବିଜୟୀ ହୋଇ ସେହି ମାସ ୧୫ତାରିଖରେ ବିଧାୟକ ଭାବରେ ଶପଥ

ଗ୍ରହଣ କଲେ । ୧୧.୧୦.୧୯୯୬ ରେ ସୋରୋ ଓ ଭୁବନେଶ୍ୱର ବିଧାନସଭା ଆସନ ଦୁଇଟିର ଉପନିର୍ବାଚନରେ ଯଥାକ୍ରମେ କଂଗ୍ରେସ ପ୍ରାର୍ଥିନୀ ଇନ୍ଦୁରାଣୀ ମହାପାତ୍ର ଓ ବିଜେପି ପ୍ରାର୍ଥୀ ବିଶ୍ୱଭୂଷଣ ହରିଚନ୍ଦନ ବିଜୟଲାଭ କଲେ । ଶ୍ରୀମତୀ ମହାପାତ୍ର ୨୪ତାରିଖରେ ଓ ଶ୍ରୀ ହରିଚନ୍ଦନ ୨୯ ତାରିଖରେ ଶପଥ ଗ୍ରହଣ କଲେ ।

୮.୨.୧୯୯୬ରେ କାମାକ୍ଷାନଗର ବିଧାନସଭା ଆସନ ନିମନ୍ତେ ଉପନିର୍ବାଚନ ଅନୁଷ୍ଠିତ ହେଲା । ଏହି ଉପନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥିନୀ ଶ୍ରୀମତୀ ପ୍ରେମଲତା ମହାପାତ୍ର ବିଜୟଲାଭ କରି ୨୦ତାରିଖରେ ବିଧାୟିକା ଭାବରେ ଶପଥ ଗ୍ରହଣ କଲେ ।

୯.୫.୧୯୯୭ରେ ଦଶପଲ୍ଲା ଓ ନୂଆପଡା ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେଲା । ଏହି ଉପନିର୍ବାଚନରେ ଯଥାକ୍ରମେ ସ୍ୱାଧୀନ ପ୍ରାର୍ଥୀ ହରିହର କରଣ ଓ କଂଗ୍ରେସ ପ୍ରାର୍ଥୀ ଜଗନ୍ନାଥ ପଟ୍ଟନାୟକ ନିର୍ବାଚିତ ହେଲେ । ଶ୍ରୀ କରଣ ଜୁନ୍‍ ୪ତାରିଖରେ ଓ ଶ୍ରୀ ପଟ୍ଟନାୟକ ଜୁନ୍‍ ୧୧ତାରିଖରେ ବିଧାୟକ ଭାବରେ ଶପଥ ଗ୍ରହଣ କଲେ ।

୨୨.୨.୧୯୯୮ରେ ବ୍ରଜରାଜ ନଗର ଓ ଦେବଗଡ ବିଧାନସଭା ଆସନ ପାଇଁ ଅନୁଷ୍ଠିତ ଉପନିର୍ବାଚନରେ ଯଥାକ୍ରମେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ କେଶବ ସାହୁ ଓ ବିଜେପି ପ୍ରାର୍ଥୀ ସୁବାସ ଚନ୍ଦ୍ର ପାଣିଗ୍ରାହୀ ନିର୍ବାଚିତ ହୋଇ ମାର୍ଚ୍ଚ ୯ ତାରିଖରେ ଶପଥ ଗହଣ କଲେ । ୩.୬.୧୯୯୮ରେ ଭଣ୍ଡାରିପୋଖରୀ, ଖୋର୍ଦ୍ଧା, ଜୁନାଗଡ, ବରଗଡ ଓ ବଣାଇ ବିଧାନସଭା ଆସନପାଇଁ ଉପ-ନିର୍ବାଚନ ଅନୁଷ୍ଠିତ ହେଲା । ଏହି ସବୁ ନିର୍ବାଚନ ମଣ୍ଡଳୀରେ ଯଥାକ୍ରମେ କଂଗ୍ରେସ ପ୍ରାର୍ଥୀ କୁମାର ଶ୍ରୀ ଚିରଞ୍ଜୀବ, ଦିଲ୍ଲୀପ ଶ୍ରୀଚନ୍ଦନ, ବିଜେପି ପ୍ରାର୍ଥୀ ହିମାଂଶୁ ଶେଖର ମେହେର, ବିଜେଡି ପ୍ରାର୍ଥୀ ଆନନ୍ଦ ଆଚାର୍ଯ୍ୟ ଓ କଂଗ୍ରେସ ପ୍ରାର୍ଥୀ ଜନାର୍ଦ୍ଦନ ଦେହୁରୀ ବିଧାନସଭାକୁ ନିର୍ବାଚିତ ହୋଇ ୮ତାରିଖରେ ଶପଥ ଗ୍ରହଣ କଲେ ।

୨୧.୬.୧୯୯୯ରେ ଲକ୍ଷ୍ମୀପୁର ବିଧାନସଭା ଆସନର ଉପ-ନିର୍ବାଚନ ଅନୁଷ୍ଠିତ ହେଲା । ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଭାବରେ ନିର୍ବାଚିତ ହୋଇ ବିଧାନସଭା ସଦସ୍ୟ ଭାବରେ ଜୁନ୍‍ ୨୮ତାରିଖରେ ଶପଥ ଗ୍ରହଣ କଲେ ।

ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଭଞ୍ଜନଗର ବିଧାନସଭା ଆସନର ନିର୍ବାଚିତ ପ୍ରତିନିଧି ବିକ୍ରମ କେଶରୀ ଆରୁଖ୍‍ ଅଯୋଗ୍ୟ ବିବେଚିତ ହୋଇ ୧୪.୯.୧୯୯୯ ଠାରୁ ସଭ୍ୟପଦ ହରାଇଲେ ।

ଜାନକୀଙ୍କ କାର୍ଯ୍ୟକ୍ରମ : ଦୁଇଟଙ୍କିଆ ଚାଉଳ

ରାଜ୍ୟର ୧୧ଟି ଆଦିବାସୀ ଅଧ୍ୟୁଷିିତ ଓ ୨୫ଟି ମରୁଡି ପ୍ରବଣ ବ୍ଲକରେ କିଲୋ ୨ଟଙ୍କା ଦରରେ ଚାଉଳ ଯୋଗାଣ କାର୍ଯ୍ୟ ଆରମ୍ଭ ହେଲା । ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକର ଗୁମ୍ମାଠାରେ ଏକ ବିଶାଳ ଜନସମାବେଶରେ ଏହି ଯୋଜନାର ଶୁଭାରମ୍ଭ କଲେ । ମୁଖ୍ୟମନ୍ତ୍ରୀ ଏହି ସମାବେଶରେ ପ୍ରକାଶ କଲେ ଯେ, ଦଶବର୍ଷ ତଳେ

କଂଗ୍ରେସ ସରକାର ଅମଳରେ ଯେଉଁ କାର୍ଯ୍ୟ ଚାଲିଥିଲା ତାହାର ପୁନରାବୃତ୍ତି କରାଯାଇଛି । ରାଜ୍ୟର ୧୪୩ଟି ବ୍ଲକର ୧କୋଟି ଲୋକ ଏିରେ ଉପକୃତ ହେବେ ।

ବାରଦଫା କାର୍ଯ୍ୟକ୍ରମ :

ରାଜ୍ୟର ଦ୍ରୁତ ବିକାଶ ଓ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ବାରଦଫା କାର୍ଯ୍ୟକ୍ରମ ଘୋଷଣା କଲେ । ସେଗୁଡିକ ହେଲା - ୧. ପ୍ରତି ଗ୍ରାମପଞ୍ଚାୟତରୁ ପଞ୍ଚାୟତ ସମିତି ସଦର ମହକୁମାକୁ ସବୁଦିନିଆ ପିଚୁରାସ୍ତା, ୨. ପ୍ରତି ଗ୍ରାମରେ ଗୋଟିଏ ଲେଖାଏଁ ପୁଷ୍କରିଣୀର ପୁନରୁଦ୍ଧାର ଓ ଉନ୍ନତି ବିଧାନ, ୩. ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ଆବଶ୍ୟକୀୟ ଗୃହ ନିର୍ମାଣ, ୪. ସରକାରୀ କୃଷି ଫାର୍ମରେ ପ୍ରାମାଣିକ ବିହନ ଉତ୍ପାଦନ ଓ ଉନ୍ନତ ଚାରା ଉତ୍ପାଦନ ବ୍ୟବସ୍ଥା, ୫. କୃଷିର ଉନ୍ନତି ନିମନ୍ତେ ଆବଶ୍ୟକୀୟ ଶୀତଳ ଭଣ୍ଡାର ସ୍ଥାପନ, ୬. ପ୍ରତି ବ୍ଲକରେ ଗୋଟିଏ ଗୃହନିର୍ମାଣ ସରଞ୍ଜାମ ପ୍ରସ୍ତୁତି କେନ୍ଦ୍ର ସ୍ଥାପନ, ୭. ଜଙ୍ଗଲ ନିକଟସ୍ଥ ଗ୍ରାମବାସୀମାନଙ୍କୁ ଜଙ୍ଗଲ ରକ୍ଷଣାବେକ୍ଷଣ ପାଇଁ ଉତ୍ସାହ ପ୍ରଦାନ ଓ ଜଙ୍ଗଲ ରକ୍ଷଣାବେକ୍ଷଣ କରୁିବା ଗ୍ରାମବାସୀମାନଙ୍କୁ ଜଙ୍ଗଲଜାତ ଦ୍ରବ୍ୟ ବ୍ୟବହାରର ଅଧିକାର ପ୍ରଦାନ, ୮. ପ୍ରତି ଗ୍ରାମପଞ୍ଚାୟତରେ ଗୋଟିଏ ଉନ୍ନତ ଖେଳପଡିଆ ନିର୍ମାଣ, ୯. ମନ୍ଦିର ଓ ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନର ରକ୍ଷଣାବେକ୍ଷଣା ଓ ଉନ୍ନତି ବିଧାନ, ୧୦. ପ୍ରତି ଜିଲ୍ଲାରେ ଅନୂ୍ୟନ ୪,୦୦୦ଲିଟର କ୍ଷମତା ବିଶିଷ୍ଟ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ସ୍ଥାପନ, ୧୧. ପ୍ରତି ବ୍ଲକରେ ଶିଳ୍ପ ପ୍ରତିଷ୍ଠା, ୧୨. ପ୍ରତି ଗ୍ରାମପଞ୍ଚାୟତରେ ଚାରାଗଛ ଉତ୍ପାଦନ (ନର୍ସରୀ) କେନ୍ଦ୍ର ପ୍ରତିଷ୍ଠା ।

ଜାନକୀଙ୍କ ଏହି ତୃତୀୟର ମୁଖ୍ୟମନ୍ତ୍ରିତ୍ୱ କାଳରେ ବିଶ୍ୱବ୍ୟାଙ୍କ ସହାୟତାରେ ୧୯୦କୋଟି ଟଙ୍କା ବ୍ୟୟରେ ନରାଜ ବ୍ୟାରେଜ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇ ଶେଷ ହେଲା । ତାଳଚେରସମ୍ବଲପୁର ରେଳପ ଯାତାୟାତ ନିମନ୍ତେ ଉଦ୍‍ଘାଟିତ ହେଲା । ଭୁବନେଶ୍ୱରଠାରେ କଳିଙ୍ଗ ଷ୍ଟାଡିୟମ ଉଦ୍‍ଘାଟିତ ହେଲା । ତୃତୀୟ ସାର୍କ ଜାମ୍ବୋରୀ ଖୋର୍ଦ୍ଧାଠାରେ ଅନୁଷ୍ଠିତ ହେଲା । ରାଜ୍ୟର ବିଦ୍ୟାଳୟମାନଙ୍କରେ ମଧ୍ୟାହ୍ନଭୋଜନ ପ୍ରଚଳିତ ହେଲା ।

'ଝଡର ଇଗଲ ଓ ମାଟିର ମୂର୍ତ୍ତିିକର' :

'ଝଡର ଇଗଲ ଓ ମାଟିର ମୂର୍ତ୍ତିିକର' ଏ କଥା କହିିଲେ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ, ଓଡ଼ିଶାର ଜନନେତା ଓ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଏକାଦଶାହ ଉପଲକ୍ଷେ ଆୟୋଜିତ ଏକ ଶୋକ ସଭାରେ । ବିଜୁ ପଟ୍ଟନାୟକଙ୍କ ସହ ଜାନକୀବାବୁଙ୍କର ସମସ୍ତ ରାଜନୈତିକ ବିରୋଧ ଥିବା ସତ୍ତ୍ୱେ ସେ ବିୁଜବାବୁଙ୍କୁ ଆବେଗ ହୃଦୟରେ 'ଝଡର ଇଗଲ ଓ ମାଟିର ମୃତ୍ତିକାର' ବୋଲି ଆଖ୍ୟାୟିତ କରିିଲେ । ଏ ଥିଲା ଜାନକୀବାବୁଙ୍କର ଉଦାର ହୃଦୟର କଥା । ଏହି ଶୋକସଭାରେ ଲାଲକୃଷ୍ଣ ଆଡଭାନୀ, ଏସ.ଆର.ବୋମାଇ, ଏଚ୍‍.ଡି.ଦେବଗୌଡା ଓ ସାହେବ ସିଂହ ବର୍ମା ଆଦି ବହୁ ଜାତୀୟ ନେତାଉପସ୍ଥିତ ଥିଲେ । ବିଜୁ ପଟ୍ଟନାୟକ ୧୯୯୭

ମସିହା ଏପ୍ରିଲ୍‍ ୧୭ତାରିଖରେ ଶେଷ ନିଶ୍ୱାସ ତ୍ୟାଗ କରିିଲେ ଦିଲ୍ଲୀ ଠାରେ । ଏହିବର୍ଷ ୧୯୯୭ ମସିହାରେ ମଧ୍ୟ ବିଶିଷ୍ଟ ପ୍ରତ୍ନତତ୍ତ୍ୱବିତ୍‍ ଡଃ ସତ୍ୟନାରାୟଣ ରାଜଗୁରୁ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସାହିତ୍ୟିକ, ସମାଜ ସଂପାଦକ ରାଧାନାଥ ରଥ, ସମାଜସେବୀ ଓ ସ୍ୱାଧୀନତା ସଂଗ୍ରାମୀ ମାଳତୀ ଚୌଧୁରୀ ଓ ବିଶ୍ୱବିଖ୍ୟାତ ଓଡ଼ିଶୀ ନୃତୀଶିଳ୍ପୀ ସଂଯୁକ୍ତା ପାଣିଗ୍ରାହୀ ଆଦିଙ୍କର ଦେହାବସାନ ଘଟିିଥିଲା । ଏହି ବିଶିଷ୍ଟ ବ୍ୟକ୍ତିମାନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରି ବାର୍ତ୍ତା ପ୍ରଦାନ କରିିଥିଲେ ।

'ବିଜୁ ଜନତାଦଳ' ଗଠନ :

ବିଜୁପଟ୍ଟନାୟକଙ୍କ ପରଲୋକ ପରେ ୧୯୯୭ ମସିହା ଡିସେମ୍ବର ୨୬ତାରିଖରେ ଭୁବନେଶ୍ୱରଠାରେ ଏକ ସ୍ୱତନ୍ତ୍ର ଉତ୍ସବରେ 'ବିଜୁ ଜନତା ଦଳ' (ବିଜେଡି)ନାମରେ ଏକ ନୂତନ ଆଞ୍ଚଳିକ ରାଜନୈତିକ ଦଳ ଜନ୍ମ ନେଲା । ଏହାର ପ୍ରତିଷ୍ଠାତା ସଭାପତି ରହିଲେ ବିଜୁ ପଟ୍ଟନାୟକଙ୍କର କନିଷ୍ଠ ପୁତ୍ର ନବୀନ ପଟ୍ଟନାୟକ । ଜନତା ଦଳର ୨୮ଜଣ ବିଧାୟକ ଏହି ନୂତନ ଆଞ୍ଚଳିକ ଦଳରେ ସାମିଲ ହେଲେ । ଅନ୍ୟ ୧୨ଜଣ ସଦସ୍ୟ ମୂଳ ଜନତା ଦଳରେ ରହିଲେ । ମୂଳ ଜନତା ଦଳରେ ରହିିଥିବା ନେତାମାନଙ୍କ ମଧ୍ୟରେ ଅଶୋକ ଦାସ, ନଳିନୀକାନ୍ତ ମହାନ୍ତି, ସୁରେନ୍ଦ୍ର ନାଥ ନାୟକ, ନରସିଂହ ମିଶ୍ର, ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ଓ ମଙ୍ଗଳା କିଷାନ ଅନ୍ତର୍ଭୁକ୍ତ । ବିଜୁ ପଟ୍ଟନାୟକଙ୍କ ମୃତ୍ୟୁ ପରେ ଆସ୍କା ଲୋକସଭା ଆସନର ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ନବୀନ ପଟ୍ଟନାୟକ ଲୋକସଭା ସଦସ୍ୟ ହେଲେ ।

ବିଜେଡି- ବିଜେପି ମେଣ୍ଟ :

୧୯୯୮ ମସିହାରେ ଦ୍ୱାଦଶ ଲୋକସଭା ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହେଲା । ଓଡ଼ିଶାର ୨୧ଟି ଆସନପାଇଁ ବିଜେଡି-ବିଜେପି ମେଣ୍ଟ ନିର୍ବାଚନ ଲଢ଼ିଲେ । କଂଗ୍ରେସ ଏକାକୀ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହେଲା । କଂଗ୍ରେସ ଲାଭକଲା ମାତ୍ର ୪ଟି ଆସନ । ବାକି ୧୭ଟି ଆସନରେ ବିଜେଡି ବିଜେପି ମେଣ୍ଟ ବିଜୟୀ ହେଲେ । ବିଜେପି- ୭ଟି ଓ ବିଜେଡି-୧୦ଟି ଆସନ ଲାଭ କଲା । ନିର୍ବାଚିତ ସାଂସଦ ମାନେ ହେଲେ : ମୟୂରଭଞ୍ଜ -ସାଲଖାନ୍‍ ମୁର୍ମୁ (ବିଜେପି), ବାଲେଶ୍ୱର - ମହାମେଘ ବାହନ ଐର ଖାରବେଳ ସ୍ୱାଇଁ (ବିଜେପି), ଭଦ୍ରକ- ଅର୍ଜୁନ ଚରଣ ସେଠୀ (ବିଜେଡି), ଯାଜପୁରରାମଚନ୍ଦ୍ର ମଲ୍ଲିକ (ବିଜେଡି), କେନ୍ଦ୍ରାପଡା- ପ୍ରଭାତ କୁମାର ସାମନ୍ତରାୟ (ବିଜେଡି), କଟକଭର୍ତ୍ତୃହରି ମହତାବ (ବିଜେଡି), ଜଗତସିଂହପୁର- ରଞ୍ଜୀବ ବିଶ୍ୱାଳ (କଂ), ପୁରୀ- ବ୍ରଜକିଶୋର ତ୍ରିପ।ଠୀ (ବିଜେଡି), ଭୁବନେଶ୍ୱର- ପ୍ରସନ୍ନ କୁମାର ପାଟ୍ଟଶାଣୀ,(ବିଜେଡି) ଆସ୍କା-ନବୀନ ପଟ୍ଟନାୟକ (ବିଜେଡି), ବ୍ରହ୍ମପୁର- ଜୟନ୍ତୀ ପଟ୍ଟନାୟକ (କଂ), କୋରାପୁଟ- ଗରିଧର ଗମାଙ୍ଗ (କଂ), ନବରଙ୍ଗପୁର - ଖଗପତି ପ୍ରଧାନୀ (କଂ), କଳାହାଣ୍ଡି- ବିକ୍ରମ କେଶରୀ ଦେଓ (ବିଜେପି), ଫୁଲବାଣୀ ପଦ୍ମନାଭ ବେହେରା (ବିଜେଡି) ବଲାଙ୍ଗୀର- ସଙ୍ଗୀତା କୁମାରୀ ଦେଓ (ବିଜେପି), ସମ୍ବଲପୁର-

ପ୍ରସନ୍ନ କୁମାର ଆଚାର୍ଯ୍ୟ (ବିଜେଡି), ଦେବଗଡ- ଦେବେନ୍ଦ୍ର ପ୍ରଧାନ (ବିଜେପି), ଢେ଼ଙ୍କାନାଳତାଗତ ଶତପୀ (ବିଜେଡି), ସୁନ୍ଦରଗଡ- ଜୁଏଲ ଓରାମ (ବିଜେପି) ଓ କେନ୍ଦୁଝର - ଉପେନ୍ଦ୍ରନାଥ ନାୟକ (ବିଜେପି) । ନବୀନ ପଟ୍ଟନାୟକ କେନ୍ଦ୍ରରେ ଅଟଳ ବିହାରୀ ବାଜପେୟୀ ସରକାରରେ କେନ୍ଦ୍ରମନ୍ତ୍ରୀ ଭାବରେ ସ୍ଥାନ ପାଇଲେ ।

ମୁଖ୍ୟମନ୍ତ୍ରୀ ପଦରୁ ଜାନକୀବାବୁଙ୍କ ଇସ୍ତଫା :

୧୯୯୮ ମସିହା ଲୋକସଭା ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ବିପର୍ଯ୍ୟୟ ପରେ ଜାନକୀବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦରୁ ୧୯୯୯ ମସିହା ଫେବ୍ରୁଆରି ୧୨ ତାରିଖରେ ଇସ୍ତଫା ପ୍ରଦାନ କଲେ । ଏହା ପରେ ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ସାଂସଦ ଡଃ ଗିରିଧର ଗମାଙ୍ଗ ୧୭ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ । ଫେବ୍ରୁଆରି ୨୨ ତାରିଖରେ ତାଙ୍କ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନେ ଶପଥ ଗ୍ରହଣ କଲେ । ସେମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ଛାଡି ୧୨ଜଣ କ୍ୟାବିନେଟ ମନ୍ତ୍ରୀ, ସ୍ୱାଧୀନ ଦାୟିତ୍ୱରେ ୫ଜଣ ରାଷ୍ଟ୍ରମନ୍ତ୍ରୀ ଓ ୯ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ଗ୍ରହଣ କଲେ ।

ଡବ୍ଧର ଗିରିଧର ଗମାଙ୍ଗଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରେ ବାଲେଶ୍ୱରଠାରେ ଫକୀର ମୋହନ ବିଶ୍ୱବିଦ୍ୟାଳୟ, ବାରିପଦା ଠାରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଓ ଭୁବନେଶ୍ୱର ଠାରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେଲା । ଗମାଙ୍ଗୋଙ୍କ ଶାସନ କାଳରେ ମହାବାତ୍ୟା ଦକ୍ଷିଣ ଉପକୂଳ ଓ ପୂର୍ବ ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ବିଶେଷ କ୍ଷୟକ୍ଷତି ଘଟାଇବା ସହ ବହୁ ଧନଜୀବନ ନଷ୍ଟ କଲା । ପ୍ରଥମେ ୧୯୯୯ ମସିହା ଅବ୍ଧୋବର ୧୭ତାରିଖରେ ଲଘୁଚ।ପଜନିତ ଘୂର୍ଣ୍ଣିବ।ତ୍ୟା କ୍ଷୟକ୍ଷତି ଘଟାଇବା ପରେ ୨୯ ତାରିଖରେ ଏହା ମହାବାତ୍ୟାର ରୂପ ନେଲା ଓ ପ୍ରଳୟଙ୍କରୀ ରୂପ ଧାରଣକରି ଦୀର୍ଘ ୩୦ଘଣ୍ଟା ଯାଏ ଉପକୂଳବର୍ତ୍ତୀ ଇଲାକ।ରେ ତାଣ୍ଡବ ଲୀଳ। ସୃଷ୍ଟିକଲା ।

ଏପରି ବାତ୍ୟାର ମୁକ।ବିଲ। ପ।ଇଁ ସରକାର ଆଦୌ ପ୍ରସ୍ତୁତ ନଥିଲେ । ବାତ୍ୟା ପରେ ବି ସରକାର ପରିସ୍ଥିତି ସୁଧାରିବାପାଇଁ କୌଣସି ଉଚିତ ପଦକ୍ଷେପ ନେଇପାରିଲେ ନାହି । ବାତ୍ୟାପାଇଁ ପଲିଥିନ୍ କିଣ।ରେ ବ୍ୟାପକ ଦୁର୍ନୀତିର ଅଭିଯୋଗ ହେଲ। ।

ପରିସ୍ଥିତି ଏପରି ହେଲା ଯେ, ଡିସେମ୍ବର ୬ତାରିଖରେ ଡଃ. ଗମାଙ୍ଗ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କଲେ ଓ ସେହିଦିନ ହେମାନନ୍ଦ ବିଶ୍ୱାଳ କଂଗ୍ରେସ ବିଧାୟକ ଦଳର ନେତା ଭାବରେ ଶପଥ ଗ୍ରହଣ କଲେ । ତାଙ୍କ ସହ ବସନ୍ତ କୁମାର ବିଶ୍ୱାଳ ଓ ଜଗନ୍ନାଥ ପଟ୍ଟନାୟକ ମଧ୍ୟ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ । ଡିସେମ୍ବର ୯ତାରିଖରେ ୧୧ଜଣ କ୍ୟାବିନେଟ ମନ୍ତ୍ରୀ, ୮ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ଗ୍ରହଣ କଲେ । ୧୧ ତାରିଖରେ ଡାକ୍ତର ଦେବେନ୍ଦ୍ର ନାଥ ମାନସିଂହ ରାଷ୍ଟ୍ରମନ୍ତ୍ରୀ ଭାବରେ ମନ୍ତ୍ରିମଣ୍ଡଳରେ ଯୋଗଦାନ କଲେ । ୨୦୦୦ ଫେବ୍ରୁଆରି ୭ତାରିଖରେ ରଘୁନାଥ ପଟ୍ଟନାୟକ ମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କଲେ ।

୧୯୯୮ ମସିହାରେ ଡବ୍ଧର ଗମାଙ୍ଗଙ୍କର କେବଳ ଗୋଟିଏ ମାତ୍ର ଭୋଟରେ କେନ୍ଦ୍ରର ଏନ୍‍.ଡି.ଏ ସରକାରଙ୍କ ପତନ ଘଟିଲା । ସେତେବେଳେ ସେ ଲୋକସଭା ସାଂସଦ ଥାଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ । ଲୋକସଭା ସାଂସଦ ଭାବରେ ଭୋଟ ପ୍ରଦାନ କରିିଥିଲେ । ଫଳରେ ବାଜପେୟୀ ସରକାର ଇସ୍ତଫା ପ୍ରଦାନ କଲେ । ମାତ୍ର ୧୩ମାସ ପ୍ରଧାନ ମନ୍ତ୍ରୀ ରହିବା ପରେ ଅଟଳ ବିହାରୀ ବାଜପେୟୀ ପୁନଃ ଲୋକସଭା ନିର୍ବାଚନର ସମ୍ମୁଖୀନ ହେଲେ । ୧୯୯୯ ମସିହାରେ ଲୋକସଭା ପାଇଁ ନିର୍ବାଚନ ହେଲା । ଏହି ନିର୍ବାଚନରେ ଏନ୍‍.ଡି.ଏ ପୁଣି ଶାସନ କ୍ଷମତାକୁ ଆସିଲା । ଏଥର ଲୋକସଭା ନିର୍ବାଚନରେ ଓଡ଼ିଶାରେ କଂଗ୍ରେସ ମାତ୍ର ୨ଟି ଆସନ ଲାଭ କଲା । ୧୩ଶ ଲୋକସଭା (୧୯୯୯)କୁ ଓଡ଼ିଶାର ନିର୍ବାଚିତ ପ୍ରତିନିଧିମାନେ ହେଲେ:

ତ୍ରୟୋଦଶ ଲୋକସଭା ସଦସ୍ୟ (୧୯୯୯) :

ମୟୂରଭଞ୍ଜ ସାଲଖାନ୍‍ ମୁର୍ମୁ ବିଜେପି
ବାଲେଶ୍ୱର ମହାମେଘ ବାହନ ଐର ଖାରବେଳ ସ୍ୱାଇଁ ବିଜେପି
ଭଦ୍ରକ ଅର୍ଜୁନ ଚରଣ ସେଠି ବିଜେଡି
ଯାଜପୁର ଜଗନ୍ନାଥ ମଲ୍ଲିକ ବିଜେଡି
କେନ୍ଦ୍ରାପଡା ପ୍ରଭାତ କୁମାର ସାମନ୍ତରାୟ ବିଜେଡି
କଟକ ଭର୍ତ୍ତୃହରି ମହତାବ ବିଜେଡି
ଜଗତସିଂହପୁର ତ୍ରିଲୋଚନ କାନୁନ୍‍ଗୋ ବିଜେଡି
ପୁରୀ ବ୍ରଜ କିଶୋର ତ୍ରିପାଠୀ ବିଜେଡି
ଭୁବନେଶ୍ୱର ଡଃ ପ୍ରସନ୍ନ ପାଟ୍ଟଶାଣୀ ବିଜେଡି
ଆସ୍କା ନବୀନ ପଟ୍ଟନାୟକ ବିଜେଡି
ପରେ କୁମୁଦିନୀ ପଟ୍ଟନାୟକ ବିଜେଡି
ବ୍ରହ୍ମପୁର ଅନାଦି ଚରଣ ସାହୁ ବିଜେପି
କୋରାପୁଟ ହେମା ଗମାଙ୍ଗ କଂଗ୍ରେସ
ନବରଙ୍ଗପୁର ପର୍ଶୁରାମ ମାଝି ବିଜେପି
ଫୁଲବାଣୀ ପଦ୍ମନାଭ ବେହେରା ବିଜେଡି
ବଲାଙ୍ଗୀର ସଙ୍ଗୀତା କୁମାରୀ ସିଂହଦେଓ ବିଜେପି
ସମ୍ବଲପୁର ପ୍ରସନ୍ନ ଆଚାର୍ଯ୍ୟ ବିଜେଡି
ଦେବଗଡ ଦେବେନ୍ଦ୍ର ପ୍ରଧାନ ବିଜେପି
ଢେଙ୍କାନାଳ କାମାକ୍ଷା ପ୍ରସାଦ ସିଂହଦେଓ କଂଗ୍ରେସ
ସୁନ୍ଦରଗଡ ଜୁଏଲ ଓରାମ ବିଜେପି
କେନ୍ଦୁଝର ଅନନ୍ତ ନାୟକ ବିଜେପି

ଏହି ଲୋକସଭା ନିର୍ବାକଣରେ ଓଡିଶାର ବିଜେପି ଓ ବିଜେଡି ମଧ୍ୟରେ ମଧ୍ୟ ମେଣ୍ଟ ହୋଇଥିଲା । ବିଜେପି-ବିଜେଡି ମେଣ୍ଟ ୧୯ଟି ଆସନ ପାଇଲା । ବିଜେପି- ୯ଟି ଓ ବିଜେଡି - ୧୦ ଟି ଆସନ ଲାଭ କଲା ।

ଏକାଦଶ ଓଡିଶା ବିଧାନସଭା ସମୁଦାଯ ୧୭ଟି ଅଧିବେଶନ ଓ ଗୋଟିଏ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏଥିରେ ୨୪୮ ବୈଠକ ଦିବସ ରହିଥିଲା । ସ୍ୱତନ୍ତ୍ର ଅଧିବେଶନଟି ୫୦ତମ ସ୍ୱାଧୀନତା ଉତ୍ସବ ଉପଲକ୍ଷେ ଅନୁଷ୍ଠିତ ହୋଇଥିଲା । ବିଧାନସଭାକୁ ୨୯.୨.୨୦୦୦ରେ ଭଗ୍ନ କରାଯାଇଥିଲା ।

ଜାନକୀ ବଲ୍ଲଭ ପଟ୍ଟନାୟକ : (୧୯୨୭)

ତିନିଥର ଓଡିଶାର ମୁଖ୍ୟମନ୍ତ୍ରୀ ହୋଇ ଇତିହାସ ରଚନା କରିଥିବା ଜାନକୀବଲ୍ଲଭ ପଟ୍ଟନାୟକ ଏକାଧାରରେ ଜେନ ସଂଗ୍ରାମୀ, ସାମ୍ବାଦିକ ଓ ଦକ୍ଷ ସଂପାଦକ, ବିଦ୍ୱାନ, ଲେଖକ, ଗବେଷକ, ସାହିତ୍ୟିକ, ସଫଳ ଅନୁବାଦକ, ସମାଲୋଚକ ଓ ସୁବକ୍ତା । ସଂସ୍କୃତ ଭାଷା ବିଷାରଦ ଭାବରେ ତାଙ୍କର କୃତିତ୍ୱ ସର୍ବଜନବିଦିତ । କେନ୍ଦ୍ରରେ ଉପମନ୍ତ୍ରୀ, ରାଷ୍ଟ୍ରମନ୍ତ୍ରୀ ଓ କ୍ୟାବିନେଟ ମନ୍ତ୍ରୀ ଭାବରେ ସେ ନିଜର ଯେଉଁ ପରିଚୟ ପ୍ରତିଷ୍ଠା କରିଯାଇଛନ୍ତି, ତା'ର ପଟାନ୍ତର ନାହିଁ ।

୧୯୨୭ ଜାନୁଆରି ୩ ତାରିଖରେ ପୁରୀ ଜିଲ୍ଲା ରାମେଶ୍ୱରଠାରେ ଏକ ସାହିତ୍ୟ ଓ ସଂସ୍କୃତିସଂପନ୍ନ ପରିବାରରେ ତାଙ୍କର ଜନ୍ମ । ଖୋର୍ଦ୍ଧା ହାଇସ୍କୁଲରୁ ମାଟ୍ରିକ ପାସ ପରେ ୧୯୪୭ ରେ ରେଭେନସା କଲେଜରୁ ସଂସ୍କୃତ ସମ୍ମାନ ସହ ସେ ବି.ଏ. ପାସ କଲେ । ରେଭେନସାରେ ପଢିବା ସମୟରେ କଲେଜରେ ଲାଗିଥିବା ୟୁନିୟନ ଯାକକୁ ହଟାଇ ଭାରତୀୟ ଜାତୀୟ ପତାକାକୁ ଉଡାଇବା ଫଳରେ ସେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ୧୯୫୦ ମସିହାରେ ସେ ରାଜନୀତି ବିଜ୍ଞାନରେ ଏମ.ଏ. ପାସ କଲେ । ଚାକିରି ନକରି ସାମ୍ବାଦିକତାକୁ ବୃତ୍ତି ଭାବରେ ଗ୍ରହଣ କଲେ । ସେ ହେଲେ ‘ଇଷ୍ଟର୍ଣ୍ଣଟାଇମସ’ ର ସବ-ଏଡିଟର । ତା'ପରେ ଯୁଗ୍ମ ସଂପାଦକ ଓ ପରେ ସଂପାଦକ ଦାୟିତ୍ୱ ବହନ କରିବା ସହ ଦୈନିକ ପ୍ରଜାତନ୍ତ୍ରର

ସଂପାଦକ ଦାୟିତ୍ୱ ମଧ୍ୟ ବହନ କଲେ । ଏହା ପରେ 'ପୌରୁଷ' ପତ୍ରିକାର ମଧ୍ୟ ସେ ପ୍ରତିଷ୍ଠାତା ଓ ସଂପାଦକ ହେଲେ ।

୧୯୫୦ ମସିହାରେ ମଧୁପୁର ଚାଷୀ ଆନ୍ଦୋଳନର ସେ ନେତୃତ୍ୱ ଗ୍ରହଣ କଲେ । ରାଜ୍ୟ ଯୁବକଙ୍ଗ୍ରେସର ସଭାପତି ହେଲେ ସେହି ବର୍ଷ । ୧୯୫୪ ରୁ ୫୦ ଯାଏ ସେ ହେଲେ ପି.ସି.ସି. କାର୍ଯ୍ୟକାରୀ କମିଟିର ସଦସ୍ୟ । ୧୯୫୬ରୁ ୬୭ ଯାଏ ସାହିତ୍ୱ ଏକାଡ଼େମୀର ସଭ୍ଯ ହେବା ସହିତ ୧୯୫୭ ରୁ ୬୭ ଯାଏ ଉତ୍କଳ ବିଶ୍ୱବିଦ୍ୱାଳୟର ସିନେଟ ଫେଲୋ ଓ ଓଡିଶା ମୌଳିକ ଶିକ୍ଷା ଏବଂ ଶିକ୍ଷକ ସଂହାର ସଭାପତି ଦାୟିତ୍ୱ ସଂପାଦନ ।

ଜଣେ ଲେଖକ ଓ ଗବେଷକ ହିସାବରେ ଗୌତମ ବୁଦ୍ଧଙ୍କ ଜୀବନ ଚରିତ, ଅନୁବାଦକ ଭାବରେ ଭର୍ତ୍ତୁହରିଙ୍କ ନୀତିଶତକ, ଶ୍ରୀମଦଭାଗବତର ଗଦ୍ୟରୂପ,ବଙ୍କିମଚନ୍ଦ୍ରଙ୍କ ଉପନ୍ୟାସରୁ କେତୋଟି ସଫଳତାର ସହ ଅନୁବାଦ କରିଛନ୍ତି । ସେ କେନ୍ଦ୍ର ସାହିତ୍ଯ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି । ସେ ହେଉଛନ୍ତି ତିରୁପତି ବିଶ୍ବବିଦ୍ୟାଳୟର ପ୍ରୋ.ଚାନସେଲର । ବହୁ ସାହିତ୍ୟିକ ଓ ସଂସ୍କୃତିକ ଅନୁଷ୍ଠାନ ସହ ସେ ଓତପ୍ରୋତ ଭାବରେ ଜଡିତ ।

୧୯୭୧ ମସିହାରେ ସେ ସର୍ବପ୍ରଥମେ କଟକ ଲୋକସଭା ଆସନରୁ ନିର୍ବାଚିତ ହୋଇ ଇନ୍ଦିରା ଗାନ୍ଧୀଙ୍କ ମନ୍ତ୍ରୀମଣ୍ଡଳରେ ଦେଶରକ୍ଷା ବିଭାଗର ଉପମନ୍ତ୍ରୀ ଓ ପରେ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ବହନ କରିଥିଲେ (୧୯୭୩-୭୫) । ୧୯୮୦ ମସିହାରେ ପୁନର୍ବାର ଲୋକସଭାକୁ ନିର୍ବାଚିତ ହୋଇ କେନ୍ଦ୍ରରେ ପର୍ଯ୍ୟଟନ, ବେସାମରିକ ବିମାନ ଚଳାଚଳ ଓ ଶ୍ରମ ମନ୍ତ୍ରଣାଳୟର କ୍ଯାବିନେଟ ମନ୍ତ୍ରୀ ଭାବରେ କାର୍ଯ୍ୟ ସଂପାଦନ । ୧୯୮୦ରେ ସେ ହେଲେ ଓଡିଶାର ମୁଖ୍ୟମନ୍ତ୍ରୀ । ଓଡିଶାରେ ୩ଥର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ବାହାନକାରୀ ସେ ବହୁ କାର୍ଯ୍ୟ କରିଛନ୍ତି । ସେସବୁ ପୂର୍ବବର୍ତ୍ତୀ ବିଭିନ୍ନ ଅଧ୍ୟାୟରେ ଆଲୋଚିତ ହୋଇସାରିଛି । ଗତ ବିଧାନସଭାରେ ସେ ବିରୋଧୀ ଦଳର ନେତୃତ୍ୱ ବହନ କରି ବେଶ ଦକ୍ଷତା ପ୍ରଦର୍ଶନ କରିଛନ୍ତି । ବର୍ତ୍ତମାନ ସେ ଆସାମ ରାଜ୍ୟର ରାଜ୍ୟପାଳ ଅଛନ୍ତି ।

+++

ଷଡ଼ବିଂଶ ପରିଚ୍ଛେଦ

ଦ୍ୱାଦଶ, ତ୍ରୟୋଦଶ ଓ ଚତୁର୍ଦ୍ଦଶ

ବିଧାନସଭା : ମୁଖ୍ୟମନ୍ତ୍ରୀ ଆସନରେ

ନବୀନ ପଟ୍ଟନାୟକ

ଦ୍ୱାଦଶ ବିଧାନସଭା ନିମନ୍ତେ ୨୦୦୦ ମସିହା ଫେବ୍ରୁଆରି ମାସରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେଲା । ୧୪୭ ଆସନରୁ ପ୍ରଥମ ପର୍ଯ୍ୟାୟରେ ୧୭ ତାରିଖରେ ୭୦ଟି ଆସନ ଓ ଦ୍ୱିତୀୟ ପର୍ଯ୍ୟାୟରେ ୨୨ ତାରିଖରେ ୭୭ଗୋଟି ଆସନ ନିମନ୍ତେ ନିର୍ବାଚନ ହେଲା । ୧୯୯୯ ଲୋକସଭା ନିର୍ବାଚନର ଆସନ ବୁଝାମଣାକୁ ଭିତ୍ତି କରି ବିଜେଡି ଓ ବିଜେପି ମେଣ୍ଟ ଯାକ୍ରମେ ୮୪ଟି ଓ ୬୩ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କଲେ । ୧୦୬ଟି ଆସନ ଲାଭ କରି ମେଣ୍ଟ ସରକାର ଗଢିଲେ । ଏହି ନିର୍ବାଚନରେ ବିଭିନ୍ନ ଦଳର ବିଜୟୀ ପ୍ରାର୍ଥୀମାନଙ୍କ ସଂଖ୍ୟା ହେଲା: ବିଜେଡି-୬୮, ବିଜେପି -୩୮, ଭାରତୀୟ ଜାତୀୟ କଂଗ୍ରେସ-୨୬, ଝାଡଖଣ୍ଡ ମୁକ୍ତିମୋର୍ଚ୍ଚା-୦୩, ଜନତାଦଳ (ଧର୍ମ ନିରପେକ୍ଷ)-୦୧, ଅଖିଳଭାରତ ତୃଣମୂଳ କଂଗ୍ରେସ-୦୧, ମାର୍କସ୍‍ବାଦୀ କମ୍ୟୁନିଷ୍ଟ-୧, ଭାରତୀୟ କମ୍ୟୁନିଷ୍ଟ ପାର୍ଟି-୧ ଓ ସ୍ୱାଧୀନ-୦୮ ।

ଏହି ନିର୍ବାଚନରେ ରେକର୍ଡ ସଂଖ୍ୟକ ମହିଳା ପ୍ରାର୍ଥୀ ବିଭିନ୍ନ ଦଳ ତରଫରୁ ନିର୍ବାଚିତ ହୋଇ ଆସିଲେ । ସେମାନଙ୍କ ମଧ୍ୟରେ ଭାରତୀୟ ଜାତୀୟ କଂଗ୍ରେସର ୩ ଜଣ ଯଥା: ଉଷାରାଣୀ ପଣ୍ଡା (ସୋରଡ଼ା) ମମତା ମାଢ଼ି (ଚିତ୍ରକୋଣ୍ଡା) ଓ ପରମା ପୂଜାରୀ (ଉମରକୋଟ); ଭାରତୀୟ ଜନତା ପାର୍ଟିର ୨ଜଣ ଯଥା: ଦ୍ରୌପଦୀ ମୁର୍ମୁ (ରାଇରଙ୍ଗପୁର) ଓ ନିବେଦିତା ପ୍ରଧ।ନ (କଟକସଦର); ବିଜୁ ଜନତା ଦଳର ୦୯ଜଣ ଯଥା: ଡାକ୍ତର କମଳା ଦାସ

(ଭୋଗରାଇ), ପ୍ରମିଳା ମଲ୍ଲିକ (ବିଞ୍ଝାରପୁର), ମନ୍ଦାକିନୀ ବେହେରା (ନୟାଗଡ଼), ବିଜୟ ଲକ୍ଷ୍ମୀ ପଟ୍ଟନାୟକ (ଖଣ୍ଡପଡ଼ା), ଭି. ସୁଜ୍ଞାନ କୁମାରୀ ଦେଓ (ଖଲ୍ଲିକୋଟ), ଉଷା ଦେବୀ (ଚିତ୍କିଟି), ରୋଷନୀ ସିଂହଦେଓ (କୋକସରା), ବିଷ୍ଣୁପି୍ରୟା ବେହେରା(ଫୁଲବାଣୀ) ଓ ଅଞ୍ଜଳି ବେହେରା (ହିନ୍ଦୋଳ) ।

ଏହି ନିର୍ବାଚନ ସମୟର ବିଶେଷ ଉଲ୍ଲେଖନୀୟ ଘଟଣା ହେଲା ବିଜୁ ଜନତା ଦଳର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ତ‌ଥା ପ୍ରମୁଖ ନେତା ବିଜୟ ମହାପାତ୍ରଙ୍କୁ ଦଳରୁ ବହିଷ୍କାର । ଏପରି ଚତୁରତାର ସହ ଏହି ବହିଷ୍କାର କରାଗଲା ଯେ ସେ ନିର୍ବାଚନରେ ସ୍ୱ।ଧୀନ ପ୍ର।ର୍ଥୀ ଭ।ବରେ ବି ପ୍ରତିଦ୍ୱନ୍ଦିତ। କରିପାରିଲେ ନାହିଁ । ଏହି ଘଟଣା ଓଡ଼ିଶାବାସୀ ଓ ରାଜନେତାମାନଙ୍କୁ ବିସ୍ମିତ କରିିଥିଲା । ତାଙ୍କ ସ୍ଥାନରେ ବିଜେଡ଼ି ତରଫରୁ ଅତନୁ ସବ୍ୟସାଚୀ ନାୟକଙ୍କୁ ପାଟକୁରାରୁ ପ୍ର।ର୍ଥୀ କରାଗଲା । ଫଳରେ ଅନନ୍ୟୋପାୟ ହୋଇ ବିଜୟ ମହାପାତ୍ର ପାଟକୁର। ନିର୍ବାଚନ ମଣ୍ଡଳୀରୁ ତୃଣମୂଳ କଂଗ୍ରେସ ତରଫରୁ ନିର୍ବାଚନ ଲଢ଼ୁିବା ତ୍ରିଲୋଚନ ବେହେରାଙ୍କୁ ସମର୍ଥନ ଜଣାଇଲେ । ଦୁଇଜଣଙ୍କ ମଧ୍ୟରେ ବୁଝାମଣା ରହିଲା କି ତ୍ରିଲୋଚନ ବେହେରା ନିର୍ବାଚିତ ହେଲେ ଇସ୍ତଫା ପ୍ରଦାନ କରି ବିଜୟ ମହାପାତ୍ରଙ୍କପାଇଁ ଆସନଟି ଛାଡ଼ି ଦେବେ । ସେଠାରୁ ବିଜୟ ମହାପାତ୍ର ଅନାୟାସରେ ସ୍ୱାଧୀନ ପ୍ର।ର୍ଥୀ ଭାବରେ ନିର୍ବାଚନ ଲଢ଼ି ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇ ଆସିବେ । ଯାହା ହେଉ,

ତ୍ରିଲୋଚନ ବେହେରା ପାଟକୁରା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହେଲେ । ମାତ୍ର ସେ ବିଧାନସଭା ସଭ୍ୟପଦରୁ ଇସ୍ତଫା ନଦେଇ ବି.ଜେ.ଡ଼ି ସହିତ ସାମିଲ ହୋଇଗଲେ । ବିଜୟବାବୁ ଦିଗହରା ହୋଇପଡିଲେ । ଗଠନ କଲେ ଏକ ନୂତନ ରାଜନୈତିକ ଦଳ 'ଓଡ଼ିଶା ଗଣ ପରିଷଦ' । ମାତ୍ର ଏଥିରେ ସଫଳତା ହାସଲ କରିପାରିଲେ ନାହିଁ । ସେହିଦିନଠାରୁ ଏ ଯାବତ୍‍ ସେ ଆଉ ନିର୍ବାଚିତ ହୋଇ ବିଧାନସଭାକୁ ଆସିପାରି ନାହାନ୍ତି । ବିଜେପିରେ ରହି ନିଜର ଭବିତବ୍ୟ ଖୋଜୁଛନ୍ତି ।

ଦ୍ୱାଦଶ ବିଧାନସଭା ୨୦୦୦ ମସିହା ବାଚସ୍ପତି ଶରତ କୁମାର କର ଫେବ୍ରୁୟାରି ୨୯ ତାରିଖରେ ଗଠିତ ହେଲା । ବୟୋଜ୍ୟେଷ୍ଠ ସଦସ୍ୟ କଂଗ୍ରେସର ନବରଙ୍ଗପୁର ବିଧାୟକ ଜନାବ୍‍ ହବିବୁଲ୍ଲା ଖାଁ ଅସ୍ଥାୟୀ ବାଚସ୍ପତି ଭାବରେ ମାର୍ଚ୍ଚ ୬ତାରିଖରେ ନିଯୁକ୍ତ ହୋଇ ମାର୍ଚ୍ଚ ୭ ଓ ୮ ଦୁଇଦିନ ଧରି ବିଧାୟକମାନଙ୍କୁ ଶପଥ ପାଠ କରାଇଲେ । ଏହାପରେ ବିଧିବଦ୍ଧ ଭାବରେ ସର୍ବସମ୍ମତିକ୍ରମେ ମାର୍ଚ୍ଚ ୧୦ତାରିଖରେ ଶରତ କୁମାର କର ଓ ମାର୍ଚ୍ଚ ୨୭ ତାରିଖରେ ରାମଚନ୍ଦ୍ର ପଣ୍ଡା ଯଥାକ୍ରମେ ବାଚସ୍ପତି ଓ ଉପବାଚସ୍ପତି ନିର୍ବାଚିତ ହେଲେ ।

ଭାରତୀୟ ଜାତୀୟ କଂଗ୍ରେସ ଦଳର ରଣପୁର ବିଧାୟକ ରମାକାନ୍ତ ମିଶ୍ର କଂଗ୍ରେସ ବିଧାୟକ ଦଳର ନେତା ନିର୍ବାଚିତ ହୋଇ ମାର୍ଚ୍ଚ ୨୧ ତାରିଖଠାରୁ ବିରୋଧିଦଳର ନେତା ଭାବରେ ସ୍ୱୀକୃତି ଲାଭକଲେ ।

ଦ୍ୱାଦଶ ବିଧାନସଭାର ସଦସ୍ୟ (୨୦୦୦):

କରଂଜିଆ ପଦ୍ମ ଚରଣ ହାଇବୁରୁ ସ୍ୱାଧୀନ
ଯଶୀପୁର ଭାନୁ ଚରଣ ନାୟକ ବିଜେପି
ବହଲଦା ଲକ୍ଷ୍ମଣ ସୋରେନ ବିଜେପି
ରାଇରଙ୍ଗପୁର ଦ୍ରୌପଦୀ ମୁର୍ମୁ ବିଜେପି
ବାଙ୍ଗିରୀପୋଷି ପୁରୁଷୋତ୍ତମ ନାୟକ ସ୍ୱାଧୀନ
କୁଳିଅଣା ସୁଦାମ ମାରାଣ୍ଡି ଜେଏମ୍‍ଏମ୍‍
ବାରିପଦା କିଶୋର ଦାସ ଜେଏମ୍‍ଏମ୍‍
ବଇସିଙ୍ଗା କାନ୍ଦରା ସୋରେନ ବିଜେପି
ଖୁଣ୍ଟା ଗୋଲକ ନାୟକ ବିଜେପି
ଉଦଳା ଭାସ୍କର ମଢେ଼ଇ ବିଜେପି
ଭୋଗରାଇ ଡାକ୍ତର କମଳା ଦାସ ବିଜେଡ଼ି
ଜଳେଶ୍ୱର ଜୟନାରାୟଣ ମହାନ୍ତି କଂଗ୍ରେସ
ବସ୍ତା ରଘୁନାଥ ମହାନ୍ତି ବିଜେଡ଼ି
ବାଲେଶ୍ୱର ଜୀବନ ପ୍ରଦୀପ ଦାଶ ବିଜେପି
ସୋରୋ କାର୍ତ୍ତିିକ ମହାପାତ୍ର କଂଗ୍ରେସ
ସିମୂଳିଆ ପର୍ଶୁରାମ ପାଣିଗ୍ରାହୀ ବିଜେଡ଼ି
ନୀଳଗିରି ପ୍ରଦୀପ୍ତ ପଣ୍ଡା ସିପିଏମ୍
ଭଣ୍ଡାରୀପୋଖରୀ ରଥ ଦାସ ବିଜେଡ଼ି
ଭଦ୍ରକ ପ୍ରଫୁଲ୍ଲ ସାମଲ ବିଜେଡ଼ି
ଧାମନଗର ମାନସ ରଞ୍ଜନ ମଲ୍ଲିକ ସ୍ୱାଧୀନ
ଚାନ୍ଦବାଲି ବିଷ୍ଣୁଚରଣ ସେଠି ବିଜେପି
ବାସୁଦେବପୁର ବିଜୟଶ୍ରୀ ରାଉତରାୟ ବିଜେଡ଼ି
ସୁକିନ୍ଦା ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ବିଜେଡ଼ି
କୋରେଇ ଅଶୋକ ଦାସ ଜନତା ଧର୍ମ ନିରପେକ୍ଷ
ଯାଜପୁର ସୂର୍ଯ୍ୟମଣି ଜେନା ବିଜେଡ଼ି
ଧର୍ମଶାଳା କଳ୍ପତରୁ ଦାସ ବିଜେଡ଼ି
ବଡ଼ଚଣା ଅମର ପ୍ରସାଦ ଶତପଥୀ ବିଜେଡ଼ି
ବରି-ଡେରାବିଶ ଦେବାଶିଷ ନାୟକ ବିଜେଡ଼ି
ବିଂଝାରପୁର ପ୍ରମିଳା ମଲ୍ଲିକ ବିଜେଡ଼ି
ଆଳି ପ୍ରତାପ କେଶରୀ ଦେବ ବିଜେଡ଼ି
ପଟ୍ଟାମୁଣ୍ଡାଇ ତାପସ ଦାସ ବିଜେଡ଼ି
ରାଜନଗର ନଳିନୀକାନ୍ତ ମହାନ୍ତି ବିଜେଡ଼ି
କେନ୍ଦ୍ରାପଡ଼ା ବେଦପ୍ରକାଶ ଅଗ୍ରଓ୍ୱାଲ ବିଜେଡ଼ି
ପାଟକୁରା ତ୍ରିଲୋଚନ ବେହେରା ବିଜେଡ଼ି
(ପ୍ରଥମେ ଥିଲେ ତୃଣମୂଳ କଂଗ୍ରେସ)
ତିର୍ତ୍ତୋଲ ଦେବାଶିଷ ସାମନ୍ତରାୟ ବିଜେଡ଼ି
ଏରସମା ଡାକ୍ତର ଦାମୋଦର ରାଉତ ବିଜେଡ଼ି
ବାଲିକୁଦା ଉମେଶ ଚନ୍ଦ୍ର ସ୍ୱାଇଁ କଂଗ୍ରେସ
ଜଗତସିଂହପୁର ବିଷ୍ଣୁ ଚରଣ ଦାସ ବିଜେଡ଼ି
କିଶନନଗର ପ୍ରତାପ ଜେନା ବିଜେଡ଼ି
ମାହାଙ୍ଗା ଶରତ କର ବିଜେଡ଼ି
ସାଲେପୁର କାଳିନ୍ଦୀ ଚରଣ ବେହେରା ବିଜେଡ଼ି
ଗୋବିନ୍ଦପୁର ପଞ୍ଚାନନ କାନୁନ୍‍ଗୋ ବିଜେଡ଼ି
କଟକ ସଦର ନିବେଦିତା ପ୍ରଧାନ ବିଜେପି
କଟକ ସହର ସମୀର ଦେ ବିଜେପି
ଚୌଦ୍ୱାର ବିଧୁଭୂଷଣ ପ୍ରହରାଜ ସ୍ୱାଧୀନ
ବାଙ୍କୀ ପ୍ରଭାତ ତ୍ରିପାଠୀ ବିଜେଡ଼ି
ଆଠଗଡ଼ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଜେଡ଼ି
ବଡ଼ମ୍ବା ଦେବୀ ପ୍ରସାଦ ମିଶ୍ର ବିଜେଡ଼ି
ବାଲିପାଟଣା ରାଘବ ଚନ୍ଦ୍ର ସେଠି ବିଜେଡ଼ି
ଭୁବନେଶ୍ୱର ବିଶ୍ୱଭୂଷଣ ହରିଚନ୍ଦନ ବିଜେପି
ଜଟଣୀ ସୁରେଶ କୁମାର ରାଉତରାୟ କଂଗ୍ରେସ
ପିପିଲି ପ୍ରଦୀପ ମହାରୀ ବିଜେଡ଼ି
ନିମାପଡ଼ା ବାଇଧର ମଲ୍ଲିକ ବିଜେପି
କାକଟପୁର ସୁରେନ୍ଦ୍ର ନାଥ ନାୟକ ବିଜେଡ଼ି
ସତ୍ୟବାଦୀ ପ୍ରସାଦ କୁମାର ହରିଚନ୍ଦନ କଂଗ୍ରେସ
ପୁରୀ ମହେଶ୍ୱର ମହାନ୍ତି ବିଜେଡ଼ି
ବ୍ରହ୍ମଗିରି ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର କଂଗ୍ରେସ
ଚିଲିକା ବିଭୂତି ଭୂଷଣ ହରିଚନ୍ଦନ ବିଜେପି
ଖୋର୍ଦ୍ଧା ଯତୀନ୍ଦ୍ର ନାଥ ମିତ୍ର ସ୍ୱାଧୀନ
ବେଗୁନିଆ ପ୍ରଶାନ୍ତ ନନ୍ଦ ବିଜେପି
ରଣପୁର ରମାକାନ୍ତ ମିଶ୍ର କଂଗ୍ରେସ
ନୟାଗଡ଼ ପ୍ରମେ ଭାଗବତ ବେହେରା ବିଜେଡ଼ି
ସ୍ୱର୍ଗାରୋହଣ ପରେ ତାଙ୍କର ସ୍ତ୍ରୀ ମନ୍ଦାକିନୀ ବେହେରା ବିଜେଡ଼ି
ଖଣ୍ଡପଡ଼ା ବିଜୟ ଲକ୍ଷ୍ମୀ ପଟ୍ଟନାୟକ ସ୍ୱାଧୀନ
ଦଶପଲ୍ଲା ହରିହର କରଣ କଂଗ୍ରେସ
ଜଗନ୍ନାଥ ପ୍ରସାଦ ସୀମାଞ୍ଚଳ ବେହେରା କଂଗ୍ରେସ
ଭଂଜନଗର ବିକ୍ରମ କେଶରୀ ଆରୁଖ ବିଜେଡ଼ି
ସୋରଡ଼ା ଉଷାରାଣୀ ପଣ୍ଡା କଂଗ୍ରେସ
ଆସ୍କା ଦେବରାଜ ମହାନ୍ତି ବିଜେଡି
କବିସୂର୍ଯ୍ୟ ନଗର ନିତ୍ୟାନନ୍ଦ ପ୍ରଧାନ କମ୍ୟୁନିଷ୍ଟ
କୋଦଳା ରାମକୃଷ୍ଣ ପଟ୍ଟନାୟକ ବିଜେଡି
ଖଲ୍ଲିକୋଟ ଭି. ସୁଜ୍ଞାନ କୁମାରୀ ଦେଓ ବିଜେଡି
ଛତ୍ରପୁର ରାମଚନ୍ଦ୍ର ପଣ୍ଡା ବିଜେଡି
ହିଞ୍ଜିଳି ନବୀନ ପଟ୍ଟନାୟକ ବିଜେଡି
ଗୋପାଳପୁର ରାମଚନ୍ଦ୍ର ସେଠି ବିଜେଡି
ବ୍ରହ୍ମପୁର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ବିଜେଡି
ଚିକିଟି ଉଷାଦେବୀ ବିଜେଡି
ମୋହନା ସୂର୍ଯ୍ୟନାରାୟଣ ପାତ୍ର ବିଜେଡି
ରାମଗିରି ହଳଧର କାର୍ଜି କଂଗ୍ରେସ
ପାରଳା ଖେମୁଣ୍ଡି ତ୍ରିନାଥ ସାହୁ କଂଗ୍ରେସ
ଗୁଣୁପୁର ରାମମୂର୍ତ୍ତିି ଗମାଙ୍ଗୋ ବିଜେପି
ବିଷମକଟକ ସାରଙ୍ଗଧର କଦ୍ରକା ବିଜେଡି
ରାୟଗଡ଼ା ଲାଲ ବିହାରୀ ହିମିରିକା ବିଜେଡି
ଲକ୍ଷ୍ମୀପୁର ବିଭୀଷଣ ମାଝି ବିଜେଡି
ପଟ୍ଟାଙ୍ଗୀ ଜୟରାମ ପାଙ୍ଗୀ ବିଜେଡି
କୋରାପୁଟ ତାରା ପ୍ରସାଦ ବାହିନୀପତି କଂଗ୍ରେସ
ମାଲକାନାଗିରି ଅରବିନ୍ଦ ଢ଼ାଲି ବିଜେପି
ଚିତ୍ରକୋଣ୍ଡା ମମତା ମାଢ଼ି କଂଗ୍ରେସ
କୋଟପାଡ଼ ବାସୁଦେବ ମାଝି କଂଗ୍ରେସ
ଜୟପୁର ରବି ନାରାୟଣ ନନ୍ଦ ବିଜେଡି
ନବରଙ୍ଗପୁର ହବିବୁଲ୍ଲା ଖାଁ କଂଗ୍ରେସ
କୋଡ଼ିଙ୍ଗା ସଦନ ନାୟକ କଂଗ୍ରେସ
ଡାବୁଗାଁ ଭୁଜବଳ ମାଝି କଂଗ୍ରେସ
ଉମରକୋଟ ପରମା ପୂଜାରୀ କଂଗ୍ରେସ
ନୂଆପଡ଼ା ବସନ୍ତ କୁମାର ପଣ୍ଡା ବିଜେପି
ଖଡ଼ିଆଳ ଦୁର୍ଯ୍ୟୋଧନ ମାଝି ବିଜେଡି
ଧରମଗଡ଼ ବୀର ସିପ୍‍କା ବିଜେଡି
କୋକସରା ରୋଷନୀ ସିଂହଦେଓ ବିଜେଡ଼ି
ଜୁନାଗଡ଼ ହିମାଂଶୁ ଶେଖର ମେହେର ବିଜେପି
ଭବାନୀପାଟଣା ପ୍ରଦୀପ୍ତ କୁମାର ନାୟକ ବିଜେପି
ନର୍ଲା ବଳଭଦ୍ର ମାଝି ବିଜେଡ଼ି
କେସିଙ୍ଗା ଧନେଶ୍ୱର ମାଝି ବିଜେପି
ବାଲିଗୁଡ଼ା ସୁରେନ୍ଦ୍ର କହଁର ବିଜେପି
ଉଦୟଗିରି ସାଲୁଜା ପ୍ରଧାନ ବିଜେପି
ଫୁଲବାଣୀ ବିଷ୍ଣୁପ୍ରିୟା ବେହେରା ବିଜେଡ଼ି
ବୌଦ୍ଧ ପ୍ରଦୀପ କୁମାର ଅମାତ ସ୍ୱାଧୀନ
ଟିଟିଲାଗଡ଼ ଯୋଗେନ୍ଦ୍ର ବେହେରା ବିଜେଡ଼ି
କଣ୍ଟାବାଞ୍ଝୀ ସନ୍ତୋଷ ସିଂହ ସାଲୁଜା କଂଗ୍ରେସ
ସଇଁତଳା ସୁରେନ୍ଦ୍ର ସିଂହଭୋଇ କଂଗ୍ରେସ
ପାଟଣାଗଡ଼ କନକବର୍ଦ୍ଧନ ସିଂହଦେଓ ବିଜେପି
ଲୋଇସିଙ୍ଗା ବାଳ ଗୋପାଳ ମିଶ୍ର ବିଜେପି
ବଲାଙ୍ଗୀର ଅନଙ୍ଗ ଉଦୟ ସିଂହଦେଓ ବିଜେଡ଼ି
ସୋନପୁର କୁନ୍ଦୁରୁ କୁସଲ ବିଜେଡ଼ି
ବିନିକା ନିରଞ୍ଜନ ପୂଜାରୀ ବିଜେଡ଼ି
ବୀରମହାରାଜପୁର ସଂଜୀବ ସାହୁ ବିଜେଡ଼ି
ଆଠମଲ୍ଲିକ ନଗେନ୍ଦ୍ର କୁମାର ପ୍ରଧାନ ବିଜେଡ଼ି
ଅନୁଗୁଳ ଅଦ୍ୱୈତ ପ୍ରସାଦ ସିଂହ ବିଜେଡ଼ି
ହିନ୍ଦୋଳ ଅଞ୍ଜଳି ବେହେରା ବିଜେଡ଼ି
ଢେ଼ଙ୍କାନାଳ କୃଷ୍ଣଚନ୍ଦ୍ର ପାତ୍ର ବିଜେପି
ଗଁଦିଆ ନବୀନ ନନ୍ଦ ବିଜେଡ଼ି
କାମାକ୍ଷାନଗର ବ୍ରହ୍ମାନନ୍ଦ ବିଶ୍ୱାଳ ବିଜେଡ଼ି
ପାଲଲହଡା ଧର୍ମେନ୍ଦ୍ର ପ୍ରଧାନ ବିଜେପି
ତାଳଚେର ମହେଶ ସାହୁ ବିଜେପି
ପଦ୍ମପୁର ବିଜୟ ରଞ୍ଜନ ସିଂହ ବରିହା ବିଜେଡ଼ି
ମେଳଚ୍ଛାମୁଣ୍ଡା ପ୍ରକାଶ ଚନ୍ଦ୍ର ଦେବତା କଂଗ୍ରେସ
ବିିଜେପୁର ଅଶୋକ କୁମାର ପାଣିଗ୍ରାହୀ ବିଜେଡ଼ି
ଭଟ୍‍ଲି ବିମ୍ବାଧର କୁଅଁର ବିଜେପି
ବରଗଡ ଆନନ୍ଦ ଆଚାର୍ଯ୍ୟ ବିଜେଡ଼ି
ସମ୍ବଲପୁର ଜୟନାରାୟଣ ମିଶ୍ର ବିଜେପି
ବ୍ରଜରାଜନଗର ଅନୁପ କୁମାର ସାଏ କଂଗ୍ରେସ
ଝାରସୁଗୁଡ଼ା କିଶୋର କୁମାର ମହାନ୍ତି ବିଜେଡ଼ି
ଲାଇକେରା ହେମାନନ୍ଦ ବିଶ୍ୱାଳ କଂଗ୍ରେସ
କୁଚିଣ୍ଡା ରବିନାରାୟଣ ନାୟକ ବିଜେପି
ରେଢ଼ାଖୋଲ ସନାତନ ବିଶି ବିଜେଡ଼ି
ଦେଓଗଡ଼ ସୁବାସ ଚନ୍ଦ୍ର ପାଣିଗ୍ରାହୀ ବିଜେପି
ସୁନ୍ଦରଗଡ଼ ଶଙ୍କର୍ଷଣ ନାୟକ ବିଜେପି
ତଲସରା ଗଦାଧର ମାଝି କଂଗ୍ରେସ
ରାଜଗାଙ୍ଗପୁର ମଙ୍ଗଳା କିଷାନ୍‍ ବିଜେଡ଼ି
ବୀରମିତ୍ରପୁର ଜର୍ଜ ତିର୍କୀ ବିଜେଡ଼ି
ରାଉରକେଲା ଅଜିତ ଦାସ ବିଜେଡ଼ି
ରଘୁନାଥପଲ୍ଲୀ ଶଙ୍କର ଓରାମ ବିଜେପି
ବଣାଇ ଦୟାନିଧି କିଷାନ୍‍ ବିଜେପି
ଚମ୍ପୁଆ ସହରାଇ ଓରାମ ସ୍ୱାଧୀନ
ପାଟଣା ଗୌରହରି ନାୟକ ବିଜେପି
କେନ୍ଦୁଝର ମୋହନ ଚରଣ ମାଝି ବିଜେପି
ତେଲକୋଇ ନୀଳାଦ୍ରି ନାୟକ ବିଜେଡ଼ି
ରାମଚନ୍ଦ୍ରପୁର ବଦ୍ରିନାରାୟଣ ପାତ୍ର ସ୍ୱାଧୀନ
ଆନନ୍ଦପୁର ମାୟାଧର ଜେନା ବିଜେପି

ମିଳିତ ମନ୍ତ୍ରିମଣ୍ଡଳ ଗଠନ :

ନବୀନ ପଟ୍ଟନାୟକ ବିଜୁ ଜନତା ବିଧାୟକ ଦଳର ନେତା ଭାବରେ ସର୍ବସମ୍ମତିକ୍ରମେ ନିର୍ବାଚିତ ହେଲେ । ସେହିପରି ଭାରତୀୟ ଜନତାପାର୍ଟି ବିଧାୟକ ଦଳର ନେତା ଭାବରେ ବିଶ୍ୱଭୂଷଣ ହରିଚନ୍ଦନ ସର୍ବସମ୍ମତିକ୍ରମେ ନିର୍ବାଚିତ ହେଲେ । ଦୁଇ ଦଳର ବିଧାୟକଙ୍କ ମିଳିତ ବୈଠକରେ ବିଜେଡ଼ି-ବିଜେପି ମେଣ୍ଟର ନେତା ଭାବରେ ନବୀନ ପଟ୍ଟନାୟକଙ୍କୁ ସର୍ବସମ୍ମତିକ୍ରମେ ନିର୍ବାଚିତ କରାଗଲା । ଏହାପରେ ନବୀନ ପଟ୍ଟନାୟକ ମାନ୍ୟବର ରାଜ୍ୟପାଳ ଶ୍ରୀ ଏମ୍‍. ଏମ୍‍. ରାଜେନ୍ଦ୍ରନ୍‍ଙ୍କୁ ସାକ୍ଷାତ କଲେ ସରକାର ଗଠନ ନିମନ୍ତେ । ରାଜ୍ୟପାଳ ନବୀନବାବୁଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କଲେ । ମାର୍ଚ୍ଚ ୫ ତାରିଖ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସ । ୨୦୦୦ ମସିହାର ଏହି ତାରିଖରେ ନବୀନ ପଟ୍ଟନୟକ ମିଳିତ ମନ୍ତ୍ରିମଣ୍ଡଳର ମୁଖ୍ୟମନ୍ତ୍ରୀ ଭାବରେ ଶପଥ

୨୯୬ * ଓଡ଼ିଶା ରାଜନୀତିର ଇତିହାସ

ଗ୍ରହଣ କଲେ । ତାଙ୍କ ସହ ଶପଥ ଗ୍ରହଣ କଲେ ୧୪ଜଣ କ୍ୟାବିନେଟ୍‍ ମନ୍ତ୍ରୀ, ୬ ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଓ ୪ ଜଣ ରାଷ୍ଟ୍ରମନ୍ତ୍ରୀ । ସେମାନେ ଓ ସେମାନଙ୍କ ବିଭାଗ ଗୁଡ଼ିକ ହେଲା:

କ୍ୟାବିନେଟ ମନ୍ତ୍ରୀ :

ଉଦାହରଣ ଉଦାହରଣ ଉଦାହରଣ
ନବୀନ ପଟ୍ଟନାୟକ : ମୁଖ୍ୟମନ୍ତ୍ରୀ, ସାଧାରଣ ପ୍ରଶାସନ, ଘରୋଇ କୃଷି, ଜଳସମ୍ପଦ ଓ
ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟା
ଆନନ୍ଦ ଆଚାର୍ଯ୍ୟ : ଅବକାରୀ
ଅଦ୍ୱୈତ ପ୍ରସାଦ ସିଂହ : ଜଙ୍ଗଲ ଓ ପରିବେଶ
ଭାଗବତ ବେହେରା : ବିଦ୍ୟାଳୟ ଓ ଗଣଶିକ୍ଷା
ଡାକ୍ତର କମଳା ଦାସ : ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ମହିଳା ଓ ଶିଶୁ ବିକାଶ
ନଳିନୀକାନ୍ତ ମହାନ୍ତି : ପୂର୍ତ୍ତ, ଗୃହ ନିର୍ମାଣ ଓ ସଂସଦୀୟ ବ୍ୟାପାର
ସୁରେନ୍ଦ୍ର ନାଥ ନାୟକ : ପଞ୍ଚାୟତିରାଜ
ରାମକୃଷ୍ଣ ପଟ୍ଟନାୟକ : ଅର୍ଥ, ଯୋଜନା ଓ ସମନ୍ୱୟ
ବିଶ୍ୱଭୂଷଣ ହରିଚନ୍ଦନ : ରାଜସ୍ୱ, ଆଇନ୍‍, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ
ମଙ୍ଗଳା କିଷାନ୍‍ : ଅନୁସୂଚିତ ଜାତି ଓ ଜନଜାତି ବିକାଶ ଏବଂ ସଂଖ୍ୟାଲଘୁ ଓ ଅନୁନ୍ନତ
ଶ୍ରେଣୀ ମଙ୍ଗଳ
ଅନଙ୍ଗ ଉଦୟ ସିଂହଦେଓ : ଇସ୍ପାତ, ଖଣି ଓ ଶକ୍ତି
ବେଦପ୍ରକାଶ ଅଗ୍ରଓ୍ୱାଲ : ସାଧାରଣ ଉଦ୍ୟୋଗ, ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ
ସମୀର ଦେ : ନଗର ଉନ୍ନୟନ, ସାଧାରଣ ଅଭିଯୋଗ ଓ ପେନ୍‍ସନ୍‍
ଅରବିନ୍ଦ ଢ଼ାଲି : ସମବାୟ, ବୟନ ଓ ହସ୍ତତନ୍ତ
କନକବର୍ଦ୍ଧନ ସିଂହଦେଓ : ଶିଳ୍ପ

ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ :

ଦୁର୍ଯ୍ୟୋଧନ ମାଝି : ସୂଚନା ଓ ଲୋକ ସମ୍ପର୍କ
ବିଜୟଶ୍ରୀ ରାଉତରାୟ : ପର୍ଯ୍ୟଟନ ଓ ସଂସ୍କୃତି
ରଣେନ୍ଦ୍ର ପ୍ରତାପ ସ୍ୱାଇଁ : କ୍ରୀଡା, ଯୁବବ୍ୟାପାର, ବିଜ୍ଞାନ ଓ କାରିଗରୀ
ପ୍ରଶାନ୍ତ ନନ୍ଦ : ଉଚ୍ଚଶିକ୍ଷା ଏବଂ ଗ୍ରାମ ଉନ୍ନୟନ
ଶ୍ରୀମତୀ ଦ୍ରୌପଦୀ ମୁର୍ମୁ : ବାଣିଜ୍ୟ ଓ ପରିବହନ
ବିମ୍ବାଧର କୁଅଁର : ଶ୍ରମ ଓ ନିଯୁକ୍ତି

ରାଷ୍ଟ୍ରମନ୍ତ୍ରୀ :

ଦେବୀପ୍ରସାଦ ମିଶ୍ର : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ
ରବିନାରାୟଣ ନନ୍ଦ : ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ
ଅମର ପ୍ରସାଦ ଶତପଥୀ : କୃଷି
ଗୋଲକ ନାୟକ : ଯୋଜନା ଓ ସମନ୍ୱୟ

ସରକାରୀ ମୁଖ୍ୟ ସଚେତକ ଓ ଉପ-ମୁଖ୍ୟ ସଚେତକ :

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୦ ମସିହା ମାର୍ଚ୍ଚ ମାସ ୨୨ ତାରିଖରେ ବିଜୁ ଜନତା ଦଳର ବିଧାୟକ ପ୍ରଦୀପ ମହାରୀ ଓ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ଯଥାକ୍ରମେ ସରକାରୀ ମୁଖ୍ୟ ସଚେତକ ଓ ଉପ-ମୁଖ୍ୟ ସଚେତକ ଭାବରେ ନିଯୁକ୍ତ କଲେ ।

ପରଲୋକ, ଉପନିର୍ବାଚନ, ନିଲମ୍ବନ-ଇସ୍ତଫା :

ଭଦ୍ରକ ବିଧାୟକ ବୀରେନ୍‍ ପଲେଇଙ୍କର ୨୦୦୧ ମାର୍ଚ୍ଚ ୨ ତାରିଖରେ, ରେଢା଼ଖୋଲ ବିଧାୟକ ଦୁର୍ଯ୍ୟୋଧନ ସୋହେଲାଙ୍କର ୨୦୦୧ ଅଗଷ୍ଟ ୪ ତାରିଖରେ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଥିବା ନୟାଗଡ଼ ବିଧାୟକ ଭାଗବତ ବେହେରାଙ୍କର ୨୦୦୨ ଜୁନ୍‍ ୩ ତାରିଖରେ ଓ ବୀରମହାରାଜପୁର ବିଧାୟକ ବୈଷ୍ଣବ ପ୍ରଧାନଙ୍କର ୨୦୦୩ ମଇ ମାସ ୨୧ ତାରିଖରେ ପରଲୋକ ଘଟିଲା ।

ଏସବୁ ଆସନ ନିମନ୍ତେ ଉପନିର୍ବାଚନ ଅନୁଷ୍ଠିତ ହେଲା । ୨୦୦୧ ମସିହା ସେପ୍ଟେମ୍ବର ୨୦ ତାରିଖରେ ରେଢ଼ାଖୋଲ ବିଧାନସଭା ଆସନ ନିମନ୍ତେ ଉପନିର୍ବାଚନ ଅନୁଷ୍ଠିତ ହେଲା । ଏଠାର ବିଜୁ ଜନତାଦଳର ପ୍ରାର୍ଥୀ ଶ୍ରୀ ସନାତନ ବିଶି ନିର୍ବାଚିତ ହେଲେ । ସେ ବିଧାୟକ ଭାବରେ ସେପ୍ଟେମ୍ବର ୨୫ ତାରିଖରେ ଶପଥ ଗ୍ରହଣ କଲେ । ଭଦ୍ରକ ବିଧାନସଭା ଆସନ ନିମନ୍ତେ ୨୦୦୨ ମସିହା ମେ ମାସ ୩୧ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେଲା । ଏଠାରୁ ବିଜୁ ଜନତା ଦଳର ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ ବିଜୟୀ ହୋଇ ଜୁନ୍‍ ୫ ତାରିଖରେ ଶପଥ ଗ୍ରହଣ କଲେ । ନୟାଗଡ଼ ବିଧାନସଭା ଆସନ ନିମନ୍ତେ ୨୦୦୨ ଜୁଲାଇ ୨ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେଲା । ଏହି ଆସନରୁ ଶ୍ରୀମତୀ ମନ୍ଦାକିନୀ ବେହେରା (ସ୍ୱର୍ଗତ ଭାଗବତ ବେହେରାଙ୍କ ସହଧର୍ମିଣୀ), ବିଜୁଜନତା ଦଳର ପ୍ରାର୍ଥୀ ଭାବରେ ବିଜୟଲାଭ କରି ଜୁଲାଇ ୧୧ ତାରିଖରେ ଶପଥ ଗ୍ରହଣ କଲେ । ବୀରମହାରାଜପୁର ବିଧାନସଭା ଆସନପାଇଁ ୨୦୦୩ ସେପ୍ଟେମ୍ବର ୨୭ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେଲା । ଏଠାରୁ ବିଜୁ ଜନତା ଦଳର ପ୍ରାର୍ଥୀ ସଞ୍ଜୀବ କୁମାର ସାହୁ ବିଜୟଲାଭ କରି ଅକ୍ଟୋବର ୧ ତାରିଖ ଦିନ ଶପଥ ଗ୍ରହଣ କଲେ ।

ପାଟକୁରା ବିଧାନସଭା ଆସନରୁ ନିର୍ବାଚିତ ହୋଇଥିବା ଓଡ଼ିଶ। ବିଧାନସଭାର ଏକମାତ୍ର ତୃଣମୂଳ କଂଗ୍ରେସ ପ୍ରାର୍ଥୀ ତ୍ରିଲୋଚନ ବେହେରା ଦଳବଦଳ କରି ବିଜୁ ଜନତା ଦଳରେ ସାମିଲ ହେଲେ ୨୦୦୧ ମସିହା ଏପ୍ରିଲ ୨୫ ତାରିଖରେ । ସେହିପରି ଜର୍ଜ ତିର୍କୀ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ଦଳ ତ୍ୟାଗ କରି ୨୦୦୧ ମସିହା ଅଗଷ୍ଟ ୨୧ ତାରିଖରେ ବିଜୁ ଜନତାଦଳ ସହ ସାମିଲ ହେଲେ ।

ଏମ୍‍.ଏଲ୍.ଏ. ନଳିନୀକାନ୍ତ ମହାନ୍ତିଙ୍କୁ ୨୦୦୧ ଜୁଲାଇ ୧୯ ତାରିଖରେ ବିଜୁ ଜନତାଦଳରୁ ଛ'ବର୍ଷ ପାଇଁ ନିଲମ୍ବନ କରାଗଲା । ସେ ଜୁଲାଇ ୩୦ ତାରିଖ ଠାରୁ ବିଧାନସଭାରେ ସ୍ୱାଧୀନ ସଭ୍ୟର ମାନ୍ୟତା ଲାଭ କଲେ । ସେହିପରି ରାମକୃଷ୍ଣ ପଟ୍ଟନାୟକ ଏମ୍‍.ଏଲ୍‍.ଏ.ଙ୍କୁ ୨୦୦୨ ମସିହା ସେପ୍ଟେମ୍ବର ୨୧ ତାରିଖରେ ବିଜୁ ଜନତା ଦଳରୁ ୬ ବର୍ଷ ପାଇଁ ନିଲମ୍ବନ କରାଗଲା । ଏହା ମାନ୍ୟବର ବାଚସ୍ପତି ଗୃହରେ ଘୋଷଣା କଲେ ଅକ୍ଟୋବର ୧୦ ତାରିଖରେ ।

ଏହା ପୂର୍ବରୁ କେତେକ ଅଭିଯୋଗ ନିମନ୍ତେ ୯.୦୭.୨୦୦୧ ତାରିଖରେ ବିଜୁ ଜନତାଦଳର କ୍ୟାବିନେଟ୍‍ ମନ୍ତ୍ରୀ ଥିବା ଡାକ୍ତର କମଳା ଦାସ, ନଳିନୀକାନ୍ତ ମହାନ୍ତି ଓ ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ପଦବୀରେ ଥିବା ଭାଜପା ସଦସ୍ୟ ପ୍ରଶାନ୍ତ ନନ୍ଦଙ୍କୁ ମନ୍ତ୍ରୀପଦ ତ୍ୟାଗକରିବାକୁ ପଡିଲା । ଏହା ପରେ ୨୦୦୨ ଅଗଷ୍ଟ ଛ' ତାରିଖରେ ମନ୍ତ୍ରିମଣ୍ଡଳରେ ଅଦଳବଦଳ କରାଯାଇ ବିଜୁ ଜନତା ଦଳରୁ କ୍ୟାବିନେଟ୍‍ ମନ୍ତ୍ରୀ ଭାବରେ କାଳିନ୍ଦୀ ବେହେରା, ପ୍ରଫୁଲ୍ଲ ଚନ୍ଦ୍ର ଘଡା଼ଇ ଓ ଡାକ୍ତର ଦାମୋଦର ରାଉତଙ୍କୁ ନିଆଗଲା । ରାମକୃଷ୍ଣ ପଟ୍ଟନାୟକଙ୍କ ହାତରୁ ଅର୍, ଯୋଜନା, ସମନ୍ୱୟ ବିଭାଗ କାଢ଼ି ନିଆଯାଇ ତାଙ୍କୁ କୃଷି ବିଭାଗ ପ୍ରଦାନ କରାଗଲା । ଫଳରେ ରାମକୃଷ୍ଣ ପଟ୍ଟନାୟକ ଅସନ୍ତୁଷ୍ଟ ହୋଇ ୭ ତାରିଖରେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ପ୍ରଦାନ କଲେ । ଏହି ଅଦଳ ବଦଳରେ ପଞ୍ଚାନନ କାନୁନ୍‌ଗୋଙ୍କୁ ବିଜୁ ଜନତା ଦଳରୁ ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ଭାବରେ ସାମିଲ କରାଗଲା । ତାଙ୍କ ହାତରେ


ରହିଲା ଅର୍ଥ ବିଭାଗ ସମେତ ସଂସଦୀୟ ବ୍ୟାପାର ବିଭାଗ । ମୁଖ୍ୟମନ୍ତ୍ରୀ ଅର୍ଥ ବିଭାଗକୁ ରାମକୃଷ୍ଣ ପଟ୍ଟନାୟକଙ୍କ ହାତରୁ ଛଡାଇ ନେଇ ନିଜ ହାତରେ ରଖିଲେ । ପଞ୍ଚାନନ କାନୁନ୍‍ଗୋ ହେଲେ ଏହି ବିଭାଗର ରାଷ୍ଟ୍ରମନ୍ତ୍ରୀ । ସେହିପରି ପ୍ରଶାନ୍ତ ନନ୍ଦଙ୍କ ସ୍ଥାନରେ ଭାଜପାରୁ ହିମାଂଶୁ ଶେଖର ମେହେରଙ୍କୁ ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ପାହ୍ୟାରେ ଗ୍ରହଣ କରାଗଲା । ବିଜୁ ଜନତାଦଳର ରାଷ୍ଟ୍ରମନ୍ତ୍ରୀ ଥିବା ଦେବୀ ପ୍ରସାଦ ମିଶ୍ରଙ୍କୁ ବାଦ୍‍ ଦିଆଯାଇ ତାଙ୍କ ସ୍ଥାନରେ ଶ୍ରୀମତୀ ବିଷ୍ଣୁପ୍ରିୟା ବେହେରାଙ୍କୁ ରାଷ୍ଟ୍ରମନ୍ତ୍ରୀ ଭାବରେ ଗ୍ରହଣ କରାଗଲା ।

ବିଜୁ ଜନତା ଦଳ ଓ ଭାରତୀୟ ଜନତା ଦଳ ମଧ୍ୟରେ ବୁଝାମଣା ସହକାରେ ମିଳିତ ମନ୍ତ୍ରିମଣ୍ଡଳ ଗଠନ କରାଯାଇଥିଲେ ମଧ୍ୟ ମ୍ୟୁନିସିପାଲିଟି ନିର୍ବାଚନ, ପଞ୍ଚାୟତ ନିର୍ବାଚନ ଓ କଟକ, ଭୁବନେଶ୍ୱର ମହାନଗର ନିଗମର ନିର୍ବାଚନରେ ପୂର୍ଣ୍ଣଭାବରେ ଆସନ ବୁଝାମଣା ନହୋଇ କେତେକ ଆସନରେ ବନ୍ଧୁତ୍ୱପୂର୍ଣ୍ଣ ଲଢେ଼ଇ ହେବ ବୋଲି ସ୍ଥିର ହେଲା । ହେଲେ ଏହି ବନ୍ଧୁତ୍ୱପୂର୍ଣ୍ଣ ଲଢେ଼ଇ ବୀଭତ୍ସ ପ୍ରତିଦ୍ୱନ୍ଦ୍ୱିତାରେ ପରିଣତ ହେଲା, ବିଶେଷକରି କଟକ ମହାନଗର ନିର୍ବାଚନରେ । ମେଣ୍ଟ ଦଳର ଅନ୍ୟତମ ପ୍ରମୁଖ ନେତା କଟକନଗର ଭାଜପା ବିଧାୟକ ତା ମନ୍ତ୍ରୀ ସମୀର ଦେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ବିଷୋଦ୍‍ଗାର କଲେ । ସମୀର ଦେ ଓ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଏହି ବିବାଦ ଉଗ୍ର ରୂପ ଧାରଣ କଲା । ଯାହାହେଉ ପ୍ରତ୍ୟେକ ସ୍ଥାନରେ ଭାଜପାା ଓ ବିଜେଡ଼ି ମିଳିତ ପରିଷଦ ଗଠନ କଲେ । କଟକରେ ଭାଜପାର ମେୟର ଓ ବିଜେଡ଼ିର ଡେପୁଟି ମେୟର ଏବଂ ଭୁବନେଶ୍ୱରରେ ବିଜେଡ଼ିର ମେୟର ଭାଜପାର ଡେପୁଟି ମେୟର ଆସନ ଅଳଙ୍କୃତ କଲେ ।

ଦ୍ୱାଦଶ ବିଧାନସଭାର ପ୍ରଥମ ବୈଠକ ୨୦୦୦ ମସିହା ୨୨ ମାର୍ଚ୍ଚରେ ଅନୁଷ୍ଠିତ ହୋଇ ୨୦୦୪ ମସିହା ଫେବ୍ରୁଆରି ୬ ତାରିଖରେ ସମାପ୍ତ ଘୋଷଣା ହୋଇଥିଲା । ଦ୍ୱାଦଶ ବିଧାନସଭାରେ ସର୍ବମୋଟ ୧୩ ଗୋଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା ଏବଂ ସମୁଦାୟ ୨୧୪ ଦିନ ବୈଠକ ବସିିଥିଲା ।

ତ୍ରୟୋଦଶ ଓଡ଼ିଶା ବିଧ।ନସଭା ନିର୍ବାଚନ : ଓଡ଼ିଶାରେ ଦ୍ୱିତୀୟର ପାଇଁ ଭାଜପା-ବିଜେଡ଼ି ମେଣ୍ଟ ସରକାର ଓ କେନ୍ଦ୍ରରେ କଂଗ୍ରେସ ନେତୃତ୍ୱରେ ୟୁ.ପି.ଏ. ସରକାର:

ଚତୁର୍ଦ୍ଦଶ ଲୋକସଭା ନିର୍ବାଚନ ନିମନ୍ତେ ଭାରତର ନିର୍ବାଚନ କମିଶନରଙ୍କ ବିଜ୍ଞପ୍ତି ପ୍ରକାଶ ପାଇଲା । ଏହି ସମୟରେ ଓଡ଼ିଶା ବିଧାନସଭାର କାର୍ଯ୍ୟକାଳ ପୂରିବାପାଇଁ ବାକିଥାଏ ଆଉ ମାତ୍ର ଏକବର୍ଷ । ମୁଖ୍ୟମନ୍ତ୍ରୀ ଚାହିଁଲେ, ଏକ ବର୍ଷ ପୂର୍ବରୁ ଲୋକସଭା ନିର୍ବାଚନ ସହ ଓଡ଼ିଶା ବିଧାନସଭାର ନିର୍ବାଚନ ହେଉ । ଓଡ଼ିଶା ବିଧାନସଭାକୁ ଭାଙ୍ଗିଦେବାପାଇଁ ସେ ସୁପାରିଶ କଲେ । ତାହା କାର୍ଯ୍ୟକାରୀ ହେଲା । କାରଣଟି ହେଲା ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ


ଭାବମୂର୍ତ୍ତିି ସେତେବେଳେ ଖୁବ୍‍ ଭଲ ଥାଏ । ଲୋକସଭା ସହ ଓଡ଼ିଶା ବିଧାନସଭାର ଏକ ସଙ୍ଗେ ନିର୍ବାଚନ ହେଲେ ଫାଇଦା ମିଳିବ । ବିଜେଡ଼ି-ବିଜେପି ମଧ୍ୟରେ ଆସନ ବୁଝା ମଣା ହେଲା । ପୂର୍ବସୂତ୍ର ଅନୁଯାୟୀ ୧୨:୯ ଲୋକସଭା ଆସନ ନିମନ୍ତେ ଏବଂ ୮୪:୬୩ ଓଡ଼ିଶା ବିଧାନସଭା ନିର୍ବାଚନ ନିମନ୍ତେ ଆସନ ବଣ୍ଟନ କରାଯାଇ ପ୍ରାର୍ଥୀ ଠିଆ କରାଗଲା । ନିର୍ବାଚନ ଅନୁଷ୍ଠିତ ହେଲା ଦୁଇଟି ପର୍ଯ୍ୟାୟରେ, ୨୦୦୪ ମସିହା ଏପ୍ରିଲ୍‍ ୨୦ ଓ ୨୪ ତାରିଖରେ । ଉଲ୍ଲେଖନୀୟ ଘଟଣା ହେଲା ଦ୍ୱାଦଶ ବିଧାନସଭାର ବାଚସ୍ପତି ଥିବା ଶରତ କର ବିଜେଡ଼ିରୁ ଇସ୍ତଫା ଦେଇ କଂଗ୍ରେସ ଦଳରେ ଯୋଗଦାନ କରି ଭୁବନେଶ୍ୱର ନିର୍ବାଚନମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ପରାଜିତ ହେଲେ । ଫଳରେ କଂଗ୍ରେସ ଦଳରୁ ଟିକେଟ ପାଇଁ ଆଶାୟୀ ପ୍ରାର୍ଥୀ ଭାଗୀରି ବଡ଼ଜେନା କଂଗ୍ରେସ ଦଳ ତ୍ୟାଗ କରି ସ୍ୱାଧୀନ ଭାବରେ ବିଧାନସଭା ଆସନରୁ ଲଢ଼ି ପରାଜିତ ହେଲେ । ପରେ ସେ ବିଜେଡ଼ିରେ ଯୋଗଦାନ କଲେ ।

୨୦୦୪ ଲୋକସଭା ନିର୍ବାଚନରେ ଓଡ଼ିଶାର ୨୧ଟି ଆସନ ମଧ୍ୟରୁ ଭାରତୀୟ ଜାତୀୟ କଂଗ୍ରେସ ଲାଭ କଲା ମାତ୍ର ୨ଟି ଆସନ । ନିର୍ବାଚିତ ପ୍ରତିନିଧିମାନେ ହେଲେ ବ୍ରହ୍ମପୁର ଆସନରୁ ଚନ୍ଦ୍ରଶେଖର ସାହୁ ଓ କୋରାପୁଟ ଆସନରୁ ଗିରିଧର ଗମାଙ୍ଗ । ବାକି ୧୯ ଆସନରୁ ବିଜୁ ଜନତାଦଳ ୧୧ଟି ଆସନରେ, ଭାରତୀୟ ଜନତା ପାର୍ଟି ୭ଟି ଆସନରେ ଏବଂ ଝାଡଖଣ୍ଡ ମୁକ୍ତିମୋର୍ଚ୍ଚାର ଗୋଟିଏ ଆସନରେ ପ୍ରାର୍ଥୀ ବିଜୟ ଲାଭ କଲେ । ବିଶେଷ ଉଲ୍ଲେଖଯୋଗ୍ୟ ଘଟଣା ହେଲା କେନ୍ଦ୍ରରେ ଭାରତୀୟ ଜନତା ପାର୍ଟି ପରିଚାଳିତ ଏନ୍‍.ଡି.ଏ. ସରକାରର ପତନ ଘଟିଲା ଏବଂ ବାମପନ୍ଥୀ ଦଳମାନଙ୍କ ସହାୟତାରେ ଭାରତୀୟ ଜାତୀୟ କଂଗ୍ରେସ ୟୁ.ପି.ଏ.

ମେଣ୍ଟ ସରକାର ଗଠନ କଲେ । ବାମଦଳର ପ୍ରମୁଖ ନେତା ସୋମନାଥ ଚାଟାର୍ଜୀ ଲୋକସଭା ବାଚସ୍ପତି ନିର୍ବାଚିତ ହେଲେ ଓ ଡକ୍ଟର ମନମୋହନ ସିଂହ ହେଲେ ପ୍ରଧାନମନ୍ତ୍ରୀ । ଶ୍ରୀମତୀ ସୋନିଆ ଗାନ୍ଧି ହେଲେ ୟୁପିଏର ଅଧ୍ୟକ୍ଷା ।

ଚତୁର୍ଦ୍ଦଶ ଲୋକସଭା ସଦସ୍ୟ (୨୦୦୪) :

ମୟୂରଭଞ୍ଜ ସୁଦାମ ମାରାଣ୍ଡି ଜେ.ଏମ୍‍.ଏମ୍‍
ବାଲେଶ୍ୱର ମହାମେଘ ବାହନ ଐର ଖାରବେଳ ସ୍ୱାଇଁ ବିଜେପି
ଭଦ୍ରକ ଅର୍ଜୁନ ସେଠି ବିଜେଡ଼ି
ଯାଜପୁର ମୋହନ ଜେନା ବିଜେଡ଼ି
କେନ୍ଦ୍ରାପଡ଼ା ଅର୍ଚ୍ଚନା ନାୟକ ବିଜେଡ଼ି
କଟକ ଭର୍ତ୍ତୃହରି ମହତାବ ବିଜେଡ଼ି
ଜଗତସିଂହପୁର ବ୍ରହ୍ମାନନ୍ଦ ପଣ୍ଡା ବିଜେଡ଼ି
ପୁରୀ ବ୍ରଜକିଶୋର ତ୍ରିପାଠୀ ବିଜେଡ଼ି
ଭୁବନେଶ୍ୱର ପ୍ରସନ୍ନ କୁମାର ପାଟ୍ଟଶାଣୀ ବିଜେଡ଼ି
ଆସ୍କା ହରିହର ସ୍ୱାଇଁ ବିଜେଡ଼ି
ବ୍ରହ୍ମପୁର ଚନ୍ଦ୍ରଶେଖର ସାହୁ କଂଗ୍ରେସ
କୋରାପୁଟ ଗିରିଧର ଗମାଙ୍ଗୋ କଂଗ୍ରେସ
ନବରଂଗପୁର ପର୍ଶୁରାମ ମାଝି ବିଜେପି
କଳାହାଣ୍ଡି ବିକ୍ରମ କେଶରୀ ଦେଓ ବିଜେପି
ଫୁଲବାଣୀ ସୁଗ୍ରୀବ ସିଂହ ବିଜେଡ଼ି
ବଲାଙ୍ଗୀର ସଂଗୀତାକୁମାରୀ ସିଂହଦେଓ ବିଜେପି
ସମ୍ବଲପୁର ପ୍ରସନ୍ନ ଆଚାର୍ଯ୍ୟ ବିଜେଡ଼ି
ଦେବଗଡ଼ ଧର୍ମେନ୍ଦ୍ର ପ୍ରଧାନ ବିଜେପି
ଢେଙ୍କାନାଳ ତ‌ଥାଗତ ସତପଥୀ ବିଜେଡ଼ି
ସୁନ୍ଦରଗଡ଼ ଜୁଏଲ୍‍ ଓରାମ୍‍ ବିଜେପି
କେନ୍ଦୁଝର ଅନନ୍ତ ନାୟକ ବିଜେପି


ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ କେନ୍ଦ୍ର ମନ୍ତ୍ରିମଣ୍ଡଳର ରାଷ୍ଟ୍ରମନ୍ତ୍ରୀ ପଦରେ ଅଧିଷ୍ଠିତ ହେଲେ ।

ଓଡ଼ିଶା ବିଧାନସଭାର ପୂର୍ବ ନିର୍ବାଚନରେ ବିଜେଡ଼ି ହାସଲ କରିିଥିବା ୬୮ ଆସନ ଜାଗାରେ ଏଥର ପାଇଲା ୬୧ଟି ଆସନ । ଭାରତୀୟ ଜନତା ପାର୍ଟି ୩୮ଟି ସ୍ଥାନରେ ହାସଲ କଲା ୩୨ଟି ଆସନ । ମେଣ୍ଟ ଦଳର ଆସନ ସଂଖ୍ୟା ହ୍ରାସ ପାଇଲା ଏବଂ କଂଗ୍ରେସର ଆସନ ସଂଖ୍ୟା ୨୬ରୁ


୩୮କୁ ବୃଦ୍ଧି ଘଟିଲା । ଯାହାହେଉ ମେଣ୍ଟ ଦଳର ନେତା ଭାବରେ ନବୀନ ପଟ୍ଟନାୟକ ପୁନର୍ବାର ନିର୍ବାଚିତ ହୋଇ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ । ଓଡ଼ିଶାର ତିନିଥର ମୁଖ୍ୟମନ୍ତ୍ରୀ ହୋଇଥିବା ବିଶିଷ୍ଟ ରାଜନୀତିଜ୍ଞ ଜାନକୀବଲ୍ଲଭ ପଟ୍ଟନାୟକ ହେଲେ ବିରୋଧିଦଳର ନେତା । ମହେଶ୍ୱର ମହାନ୍ତି ଓ ପ୍ରହ୍ଲାଦ ଦୋରା ଯଥାକ୍ରମେ ବାଚସ୍ପତି ଓ ଉପବାଚସ୍ପତି ଭାବରେ ନିର୍ବାଚିତ ହେଲେ । ନବୀନ ପଟ୍ଟନାୟକ ନୂଆ ମନ୍ତ୍ରିମଣ୍ଡଳ ଗଠନ କଲେ ୨୦୦୪ ମସିହା ମଇ ମାସ ୧୬ ତାରିଖରେ । କେନ୍ଦ୍ର ମନ୍ତ୍ରିମଣ୍ଡଳରେ ବ୍ରହ୍ମପୁର ଲୋକସଭା ସଦସ୍ୟ ଚନ୍ଦ୍ରଶେଖର ସାହୁ ରାଷ୍ଟ୍ରମନ୍ତ୍ରୀ ଭାବରେ ପ୍ରତିନିଧିତ୍ୱ କଲେ । ନବୀନ ପଟ୍ଟନାୟକଙ୍କ ସରକାର ପାଞ୍ଚ ବର୍ଷ ପୂରଣ କଲା ଏବଂ କେନ୍ଦ୍ରରେ ଇଉପିଏ ସରକାର ମଧ୍ୟ ୫ ବର୍ଷ କ୍ଷମତାରେ ରହିଲେ । ନିମ୍ନମତେ ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳ ଗଠିତ ହେଲା:
କ୍ୟାବିନେଟ ମନ୍ତ୍ରୀ :
ନବୀନ ପଟ୍ଟନାୟକ : ମୁଖ୍ୟମନ୍ତ୍ରୀ, ସାଧାରଣ ପ୍ରଶାସନ, ଗୃହ, ଯୋଜନା ସମନ୍ୱୟ,
ଜଳସଂପଦ, ଜଙ୍ଗଲ ଓ ପରିବେଶ । ଏହା ବ୍ୟତୀତ ଅନ୍ୟ କୌଣସି
ମନ୍ତ୍ରୀଙ୍କୁ ଦିଆଯାଇ ନଥିବା ବିଭାଗ
କାଳିନ୍ଦୀ ବେହେରା : ଅନୁସୂଚିତ ଜାତି, ଉପଜାତି ବିକାଶ, ସଂଖ୍ୟାଲଘୁ ଓ ଅନୁନ୍ନତ
ବର୍ଗର କଲ୍ୟାଣ ଓ ଅବକାରୀ
ପଦ୍ମନାଭ ବେହେରା : ଖଣି ଓ ଇସ୍ପାତ, ସଂସଦୀୟ ବ୍ୟାପାର
ସମୀର ଦେ : ଉଚ୍ଚଶିକ୍ଷା, ସାଧାରଣ ଅଭିଯୋଗ ଏବଂ ପେନ୍‍ସନ
ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ : ଅର୍ଥ
ବିଶ୍ୱଭୂଷଣ ହରିଚନ୍ଦନ : ଗ୍ରାମ୍ୟ ଉନ୍ନୟନ, ଶିଳ୍ପ ଓ ଆଇନ
ପ୍ରମିଳା ମଲ୍ଲିକ : ମହିଳା ଓ ଶିଶୁ କଲ୍ୟାଣ
ଗୋଲୋକବିହାରୀ ନାୟକ : ମତ୍ସ୍ୟ ଓ ପଶୁ ସମ୍ପଦ ବିିକାଶ, ବୟନ ଶିଳ୍ପ ଓ ହସ୍ତତନ୍ତ ଶିଳ୍ପ
ସୁରେନ୍ଦ୍ର ନାଥ ନାୟକ : କୃଷି
ସୂର୍ଯ୍ୟନାରାୟଣ ପାତ୍ର : ଶକ୍ତି, ପର୍ଯ୍ୟଟନ ଓ ସୂଚନା ବିଜ୍ଞାନ
ଡା. ଦାମୋଦର ରାଉତ : ପଞ୍ଚାୟତିରାଜ ଓ ସଂସ୍କୃତି
ବିଜୟଶ୍ରୀ ରାଉତରାୟ : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ
ମନମୋହନ ସାମଲ : ରାଜସ୍ୱ, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ
ଅନଙ୍ଗ ଉଦୟ ସିଂହଦେଓ : ପୂର୍ତ୍ତ ଓ ଗୃହ ନିର୍ମାଣ
କନକବର୍ଦ୍ଧନ ସିଂହଦେଓ : ନଗର ଉନ୍ନୟନ ଓ ସାଧାରଣ ଉଦ୍ୟୋଗ

ରାଷ୍ଟ୍ର ମନ୍ତ୍ରୀ :
ବଳଭଦ୍ର ମାଝି : ଅନୁସୂଚିତ ଜାତି ଉପଜାତି ବିକାଶ
ଜୟ ନାରାୟଣ ମିଶ୍ର : ବାଣିଜ୍ୟ ଓ ପରିବହନ
ପ୍ରଦୀପ୍ତ କୁମାର ନାୟକ : ଶ୍ରମ ଓ ନିୟୋଜନ
ରବି ନାରାୟଣ ନନ୍ଦ : ବିଜ୍ଞାନ ଓ କାରିଗରୀ (ସ୍ୱାଧୀନ) ଜଳସଂପଦ
ଦେବାଶିଷ ନାୟକ : ସୂଚନା ଓ ଲୋକସଂପର୍କ, କ୍ରୀଡ଼ା ଓ ଯୁବବ୍ୟାପାର
ସୁରମା ପାଢ଼ୀ : ସମବାୟ
ନଗେନ୍ଦ୍ର କୁମାର ପ୍ରଧାନ : ବିଦ୍ୟାଳୟ ଓ ଗଣଶିକ୍ଷା

ପୁନର୍ବାର ନବୀନ ପଟ୍ଟନାୟକଙ୍କର ଏହି ମିଳିତ ମନ୍ତ୍ରିମଣ୍ଡଳ ୧୭.୫.୨୦୦୬ ତାରିଖରେ ବିଭାଗ ଅଦଳ ବଦଳ ସହ ପୁନର୍ଗଠିତ ହେଲା । କେତେଜଣ କ୍ୟାବିନେଟ୍‍ ମନ୍ତ୍ରୀ ଓ ରାଷ୍ଟ୍ରମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ ଦିଆଗଲା । ସେମାନେ ହେଲେ କ୍ୟାବିନେଟ୍‍ ମନ୍ତ୍ରୀ କାଳିନ୍ଦୀ ବେହେରା, ଡାକ୍ତର ଦାମୋଦର ରାଉତ ଓ ବିଜୟଶ୍ରୀ ରାଉତରାୟ ଏବଂ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ)ମାନେ ହେଲେ ବଳଭଦ୍ର ମାଝି ଓ ରବିନାରାୟଣ ନନ୍ଦ । ପୂର୍ବରୁ ସ୍ୱାଧୀନ ଭାବରେ ରାଷ୍ଟ୍ରମନ୍ତ୍ରୀ ଥିବା ନଗେନ୍ଦ୍ର ପ୍ରଧାନ ୨୩-୩-୨୦୦୬ରେ ନିଜ ପଦରୁ ଇସ୍ତଫା ଦେଇସାରିଥିଲେ ।

ଏହି ମନ୍ତ୍ରୀମାନଙ୍କ ସ୍ଥାନରେ ତିନିଜଣ କ୍ୟାବିନେଟ୍‍ ଓ ତିନିଜଣ ରାଷ୍ଟ୍ରମନ୍ତ୍ରୀଙ୍କୁ ନିଆଗଲା । ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକ୍ରମେ ମାନ୍ୟବର ରାଜ୍ୟପାଳ ଏହି ମନ୍ତ୍ରୀମାନଙ୍କୁ ୧୭.୫.୨୦୦୬ରେ ପଦ ଓ ଗୋପନୀୟତାର ଶପଥପାଠ କରାଇଲେ । ସେହି ନୂତନ ମନ୍ତ୍ରୀ ଓ ସେମାନଙ୍କ ବିଭାଗଗୁଡ଼ିକ ହେଲା: କ୍ୟାବିନେଟ୍‍ ମନ୍ତ୍ରୀ: ବିଷ୍ଣୁଚରଣ ଦାସ- ବିଦ୍ୟାଳୟ ଓ ଗଣଶିକ୍ଷା, ରଘୁନାଥ ମହାନ୍ତି- ପଞ୍ଚାୟତିରାଜ ଓ ସଂସଦୀୟ ବ୍ୟାପାର, ଚୈତନ୍ୟ ପ୍ରସାଦ ମାଝି- ଅନୁସୂଚିତ ଜାତି ଓ ଉପଜାତି ବିକାଶ, ସଂଖ୍ୟାଲଘୁ ଓ ଅନୁନ୍ନତବର୍ଗର କଲ୍ୟାଣ; ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ): ଦୁର୍ଯ୍ୟୋଧନ ମାଝି- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ; ଦେବୀ ପ୍ରସାଦ ମିଶ୍ର- ଅବକାରୀ ଓ ପର୍ଯ୍ୟଟନ; ସଂଜୀବ କୁମାର ସାହୁ-

ବିଜ୍ଞାନ ଓ କାରିଗରୀ; ରାଷ୍ଟ୍ରମନ୍ତ୍ରୀ: ସଂଜୀବ କୁମାର ସାହୁ- ପଞ୍ଚାୟତିରାଜ । ଏହା ସହିତ କ୍ୟାବିନେଟ୍‍

ମନ୍ତ୍ରୀ ପଦ୍ମନାଭ ବେହେରା ଓ ସୂର୍ଯ୍ୟନାରାୟଣ ପାତ୍ରଙ୍କ ବିଭାଗରେ ସାମନ୍ୟ ଅଦଳ ବଦଳ କରାଗଲା । ୧୯-୬-୨୦୦୬ରେ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କର ବିଭାଗରେ କିଛିଟା ଅଦଳ ବଦଳ କରାଯାଇ ପୁନର୍ଗଠିତ ହେଲା ।

ତୃତୀୟଥରପାଇଁ ୫-୨-୨୦୦୮ରେ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରିତ ପୁନର୍ଗଠିତ ହେଲା । କ୍ୟାବିନେଟ୍‍ ମନ୍ତ୍ରୀ ବିଷ୍ଣୁ ଚରଣ ଦାସ ଓ ପଦ୍ମନାଭ ବେହେରାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ ଦିଆଯାଇ ସେମାନଙ୍କ ସ୍ଥାନରେ ରାଷ୍ଟ୍ରମନ୍ତ୍ରୀ ସ୍ୱାଧୀନ ଦାୟିତ୍ୱରେ ଥିବା ଦୁର୍ଯ୍ୟୋଧନ ମାଝି ଓ ଦେବୀପ୍ରସାଦ ମିଶ୍ରଙ୍କୁ କ୍ୟାବିନେଟ୍‍ ପାହ୍ୟାକୁ ଉନ୍ନୀତ କରାଗଲା । ନୂତନ ଭାବରେ ସନାତନ ବିଶି ଓ ପ୍ରଦୀପ କୁମାର ଅମାତଙ୍କୁ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଭାବରେ ଗ୍ରହଣ କରାଗଲା । କ୍ୟାବିନେଟ୍‍ ମନ୍ତ୍ରୀ ଦୁର୍ଯେ୍ୟାଧନ ମାଝିଙ୍କୁ ଯୋଜନା ଓ ସମନ୍ୱୟ ଏବଂ ବିଜ୍ଞାନ ଓ କାରିଗରି, ଦେବୀ ପ୍ରସାଦ ମିଶ୍ରଙ୍କୁ ତାଙ୍କର ପୂର୍ବ ବିଭାଗ ଅବକାରୀ ଓ ପର୍ଯ୍ୟଟନ ଦାୟିତ୍ୱ ଦିଆଗଲା । ରାଷ୍ଟ୍ରମନ୍ତ୍ରୀ ସନାତନ ବିଶିଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ୱାଧୀନ ଦାୟିତ୍ୱ ଓ ପ୍ରଦୀପ କୁମାର ଅମାତଙ୍କୁ ଇସ୍ପାତ ଓ ଖଣି ବିଭାଗର ସ୍ୱାଧୀନ ଦାୟିତ୍ୱ ଦିଆଗଲା । ପୂର୍ବରୁ ରାଷ୍ଟ୍ରମନ୍ତ୍ରୀ ଥିବା ସଂଜୀବ କୁମାର ସାହୁଙ୍କ ବିଭାଗରେ ପରିବର୍ତ୍ତନ କରାଯାଇ ତାଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସ୍ୱାଧୀନ ଦାୟିତ୍ୱରେ ରଖାଗଲା ।

୧୫-୫-୨୦୦୮ରେ ଏହି ମନ୍ତ୍ରିମଣ୍ଡଳ ସଦସ୍ୟମାନଙ୍କ ବିଭାଗରେ କିଛି କିଛି ପରିବର୍ତ୍ତନ କରାଯାଇ ମନ୍ତ୍ରିମଣ୍ଡଳକୁ ପୁନର୍ଗଠିତ କରାଗଲା । ଏହି ମନ୍ତ୍ରିମଣ୍ଡଳ ୨୦୦୯ ସାଧାରଣ ନିର୍ବାଚନ ଯାଏ କାର୍ଯ୍ୟ କରିଥିବାର ଜଣାଯାଏ ।
ତ୍ରୟୋଦଶ ବିଧାନସଭାର ସଦସ୍ୟ (୨୦୦୪):

କରଞ୍ଜିଆ ଅଜିତ୍‍ ହେମ୍ବ୍ରମ୍‍ ବିଜେଡ଼ି
ଯଶୀପୁର ଶମ୍ଭୁନାଥ ନାୟକ ସ୍ୱାଧୀନ
ବାହଲଦା ପ୍ରହ୍ଲାଦ ପୁର୍ତ୍ତିି ଜେଏମ୍‍.ଏମ୍‍
ରାଇରଙ୍ଗପୁର ଦ୍ରୌପଦୀ ମୁର୍ମୁ ବିଜେପି
ବାଙ୍ଗିରିପୋଷି ଚୈତନ୍ୟ ପ୍ରସାଦ ମାଝି ବିଜେଡ଼ି
କୁଳିଅଣା ସାନନ୍ଦ ମାରାଣ୍ଡି ବିଜେଡ଼ି
ବାରିପଦା ବିମଳ ଲୋଚନ ଦାସ ଜେଏମ୍‍.ଏମ୍‍
ବୈସିଙ୍ଗା ପ୍ରମିଳା ଗିରି ବିଜେଡ଼ି
ଖୁଣ୍ଟା ଗୋଲକ ବିହାରୀ ନାୟକ ବିଜେପି
ଉଦଳା ଭାସ୍କର ମଢ଼େଇ ବିଜେପି
ଭୋଗରାଇ ଅନନ୍ତ ଦାସ ବିଜେଡ଼ି

ଜଳେଶ୍ୱର ଅଶ୍ୱିନୀ କୁମାର ପାତ୍ର ବିଜେପି
ବସ୍ତା ରଘୁନାଥ ମହାନ୍ତି ବିଜେଡ଼ି
ବାଲେଶ୍ୱର ଅରୁଣ ଦେ ଓଜିପି
ସୋରୋ କାର୍ତ୍ତିିକ ମହାପାତ୍ର କଂଗ୍ରେସ
ସିମୁଳିଆ ପଦ୍ମଲୋଚନ ପଣ୍ଡା କଂଗ୍ରେସ
ନୀଳଗିରି ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ ବିଜେପି
ଭଣ୍ଡାରୀପୋଖରୀ ଅନନ୍ତ ସେଠି କଂଗ୍ରେସ
ଭଦ୍ରକ ନରେନ୍‍ ପଲେଇ କଂଗ୍ରେସ
ଧାମନଗର ମନମୋହନ ସାମଲ ବିଜେପି
ଚାନ୍ଦବାଲି ନେତ୍ରାନନ୍ଦ ମଲ୍ଲିକ କଂଗ୍ରେସ
ବାସୁଦେବପୁର ବିଜୟଶ୍ରୀ ରାଉତରାୟ ବିଜେଡ଼ି
ସୁକିନ୍ଦା ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ବିଜେଡ଼ି
କୋରେଇ ସଞ୍ଚିତା ମହାନ୍ତି ବିଜେପି
ଯାଜପୁର ପରମେଶ୍ୱର ସେଠି ବିଜେଡ଼ି
ବଡ଼ଚଣା ସୀତାକାନ୍ତ ମହାପାତ୍ର କଂଗ୍ରେସ
ବରି-ଡେରାବିସି ଦେବାଶିଷ ନାୟକ ବିଜେଡ଼ି
ଧର୍ମଶାଳା କଳ୍ପତରୁ ଦାସ ବିଜେଡ଼ି
ବିଂଝାରପୁର ପ୍ରମିଳା ମଲ୍ଲିକ ବିଜେଡ଼ି
ଆଳି ପ୍ରତାପ କେଶରୀ ଦେବ ବିଜେଡ଼ି
ପଟ୍ଟାମୁଣ୍ଡାଇ କିଶୋର ଚନ୍ଦ୍ର ତରାଇ ବିଜେଡ଼ି
ରାଜନଗର ନଳିନୀକାନ୍ତ ମହାନ୍ତି କଂଗ୍ରେସ
କେନ୍ଦ୍ରାପଡ଼ା ଉତ୍କଳ କେଶରୀ ପରିଡ଼ା ଓଜିପି
ପାଟକୁରା ଅତନୁ ସବ୍ୟସାଚୀ ନାୟକ ବିଜେଡ଼ି
ତିର୍ତ୍ତୋଲ ଚିରଞ୍ଜିବୀ ବିଶ୍ୱାଳ କଂଗ୍ରେସ
ଏରସମା ଡାକ୍ତର ଦାମୋଦର ରାଉତ ବିଜେଡ଼ି
ବାଲିକୁଦା ଉମେଶ ଚନ୍ଦ୍ର ସ୍ୱାଇଁ କଂଗ୍ରେସ
ଜଗତସିଂହପୁର ବିଷ୍ଣୁ ଦାସ ବିଜେଡ଼ି
କିଶନନଗର ପ୍ରତାପ ଜେନା ବିଜେଡ଼ି
ମାହାଙ୍ଗା ବିକ୍ରମ କେଶରୀ ବର୍ମା ବିଜେଡ଼ି
ସାଲେପୁର କାଳିନ୍ଦୀ ଚରଣ ବେହେରା ବିଜେଡ଼ି

ଓଡ଼ିଶା ରାଜନୀତିର ଇତିହାସ * ୩୦୭

ଗୋବିନ୍ଦପୁର ରବୀନ୍ଦ୍ର କୁମାର ମଲ୍ଲିକ କଂଗ୍ରେସ
କଟକ ସଦର ପ୍ରଭାତ ରଂଜନ ବିଶ୍ୱାଳ ସ୍ୱାଧୀନ
କଟକ ସହର ସମୀର ଦେ ବିଜେପି
ଚୌଦ୍ୱାର ଧର୍ମାନନ୍ଦ ବେହେରା ବିଜେଡ଼ି
ବାଙ୍କୀ ଦେବାଶିଷ ପଟ୍ଟନାୟକ କଂଗ୍ରେସ
ଆଠଗଡ଼ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଜେଡ଼ି
ବଡ଼ମ୍ବା ଦେବୀପ୍ରସାଦ ମିଶ୍ର ବିଜେଡ଼ି
ବାଲିପଟଣା ଶଶିଭୂଷଣ ବେହେରା ବିଜେଡ଼ି
ଭୁବନେଶ୍ୱର ବିଶ୍ୱଭୂଷଣ ହରିଚନ୍ଦନ ବିଜେପି
ଜଟଣୀ ଶରତ ପାଇକରାୟ ବିଜେଡ଼ି
ପିପିଲି ପ୍ରଦୀପ କୁମାର ମହାରଥୀ ବିଜେଡ଼ି
ନିମାପଡ଼ା ବାଇଧର ମଲ୍ଲିକ ବିଜେପି
କାକଟପୁର ସୁରେନ୍ଦ୍ର ନାଥ ନାୟକ ଉଦାହରଣ
ସତ୍ୟବାଦୀ ରମାରଞ୍ଜନ ବଳୀୟାର ସିଂହ ସ୍ୱାଧୀନ
ପୁରୀ ମହେଶ୍ୱର ମହାନ୍ତି ବିଜେଡ଼ି
ବ୍ରହ୍ମଗିରି ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର କଂଗ୍ରେସ
ଚିଲିକା ଡାକ୍ତର ବିଭୂତି ଭୂଷଣ ହରିଚନ୍ଦନ ବିଜେପି
ଖୋର୍ଦ୍ଧା ଜ୍ୟୋତିନ୍ଦ୍ରନାଥ ମିତ୍ର ବିଜେଡ଼ି
ବେଗୁନିଆ ଜାନକୀବଲ୍ଲଭ ପଟ୍ଟନାୟକ କଂଗ୍ରେସ
ରଣପୁର ସୁରମା ପାଢ଼ୀ ବିଜେପି
ନୟାଗଡ଼ ଅରୁଣ କୁମାର ସାହୁ ବିଜେଡ଼ି
ଖଣ୍ଡପଡ଼ା ବିଜୟଲକ୍ଷ୍ମୀ ପଟ୍ଟନାୟକ ସ୍ୱାଧୀନ
ଦଶପଲ୍ଲା ରୁଦ୍ରମାଧବ ରାୟ ବିଜେଡ଼ି
ଜଗନ୍ନାଥ ପ୍ରସାଦ ମାଧବାନନ୍ଦ ବେହେରା ବିଜେଡ଼ି
ଭଞ୍ଜନଗର ବିକ୍ରମ କେଶରୀ ଆରୁଖ ବିଜେଡ଼ି
ସୋରଡ଼ା କିଶୋର ଚନ୍ଦ୍ର ସିଂହଦେଓ ବିଜେପି
ଆସ୍କା ସରୋଜ କୁମାର ପାଢ଼ୀ ସ୍ୱାଧୀନ
କବିସୂର୍ଯ୍ୟନଗର ଲଡୁକେଶ୍ୱର ସ୍ୱାଇଁ ବିଜେଡ଼ି
କୋଦଳା ନିରଞ୍ଜନ ପ୍ରଧାନ ବିଜେଡ଼ି
ଖଲ୍ଲିକୋଟ ଭି. ସୁଜ୍ଞାନକୁମାରୀ ଦେଓ ବିଜେଡ଼ି

ଛାତ୍ରପୁର ନାଗିରେଡ୍ଡି ନାରାୟଣ ରେଡ୍ଡି ଭାରତୀୟ କମ୍ୟୁ.
ହିଞ୍ଜିଳି ନବୀନ ପଟ୍ଟନାୟକ ବିଜେଡି
ଗୋପାଳପୁର ଡକ୍ଟର ତ୍ରିନାଥ ବେହେରା କଂଗ୍ରେସ
ବ୍ରହ୍ମପୁର ରମେଶ ଚନ୍ଦ୍ର ଚ୍ୟଉପଟ୍ଟନାୟକ ବିଜେଡି
ଚିକିଟି ଉଷା ଦେବୀ ବିଜେଡି
ମୋହନା ସୂର୍ଯ୍ୟ ନାରାୟଣ ପାତ୍ର ବିଜେଡି
ରାମଗିରି ଭରତ ପାଇକ ବିଜେପି
ପାରେଳାଖେମୁଣ୍ଡି ତ୍ରିନାଥ ସାହୁ କଂଗ୍ରେସ
ଗୁଣପୁର ହେମାବତୀ ରାମାଙ୍ଗୋ କଂଗ୍ରେସ
ବିଷମ କଟକ ଡମ୍ବରୁଧର ଉଲାକା କଂଗ୍ରେସ
ରାୟଗଡା ଉଲାକା ରାମଚନ୍ଦ୍ର କଂଗ୍ରେସ
ଲକ୍ଷ୍ମୀପୁର ପୂର୍ଣ୍ଣଚନ୍ଦ୍ର ମାଝୀ(ଉପନିର୍ବାଚନରେ) କଂଗ୍ରେସ
ପଟ୍ଟାଙ୍ଗୀ ଜୟରାମ ପାଙ୍ଗୀ ବିଜେଡି
କୋରାପୁଟ ତାରାପ୍ରସାଦ ବାହିନୀପତି କଂଗ୍ରେସ
ମାଲକାନଗିରି ନିମାଇଁ ଚନ୍ଦ୍ର ସରକାର କଂଗ୍ରେସ
ଚିତ୍ରକୋଣ୍ଡା ପ୍ରହ୍ଲାଦ ଦୋରା ବିଜେପି
କୋଟପାଡ଼ ବାସୁଦେବ ମାଝି କଂଗ୍ରେସ
ଜଯପୁର ରବି ନାରାୟଣ ନନ୍ଦ ବିଜେଡି
ନବରଂଗପୁର ଜନାବ୍ ହବିବୁଲ୍ଲା ଖାଁ କଂଗ୍ରେସ
କୋଡିଙ୍ଗା ସଦନ ନାୟକ କଂଗ୍ରେସ
ଡାବୁଗାଁ ରମେଶ ଚନ୍ଦ୍ର ମାଝି ବିଜେଡି
ଉମରକୋଟ ଧରମୁ ଗଣ୍ଡ ବିଜେପି
ନୂଆପଡା ରାଜେନ୍ଦ୍ର ଢୋଲକିଆ ସ୍ୱାଧୀନ
ଖଡିଆଳ ଦୁର୍ଯ୍ୟୋଧନ ମାଝି ବିଜେଡି
ଧର୍ମଗଡ଼ ବୀର ସିପକା ବିଜେଡି
ଲୋକସରା ପୁଷ୍ପେନ୍ଦ୍ର ସିଂହଦେଓ ବିଜେଡି
ଜୁନାଗଡ଼ ହିମାଂଶୁ ଶେଖର ମେହେର ବିଜେପି
ଭବାନୀପାଟଣା ପ୍ରଦୀପ୍ତ କୁମାର ନାୟକ ବିଜେପି
ନର୍ଲା ବଳଭଦ୍ର ମାଝି ବିଜେଡି
କେସିଙ୍ଗା ଧନେଶ୍ୱର ମାଝି ବିଜେପି
ବାଲିଗୁଡା ନରେନ୍ଦ୍ର ମାଝି ବିଜେପି
ଉଦୟଗିରି ଅଜୟନ୍ତୀ ପ୍ରଧାନ କଂଗ୍ରେସ
ଫୁଲବାଣୀ ପଦ୍ମନାଭ ବେହେରା ବିଜେଡି
ବୌଦ୍ଧ ପ୍ରଦୀପ କୁମାର ଅମାତ ବିଜେଡି
ଟିଟିଲାଗଡ ଯୋଗେନ୍ଦ୍ର ବେହେରା ବିଜେଡି
କଣ୍ଟାବାଂଜି ହାଜିମହମ୍ମଦ ଆୟୁବ ଖାଁ ସ୍ୱାଧୀନ
ପାଟଣାଗଡ କନକବର୍ଦ୍ଧନ ସିଂହଦେଓ ସ୍ୱାଧୀନ
ସଇଁତଳା କଳିକେଶ ନାରାୟଣ ସିଂହଦେଓ ବିଜେପି
ଲୋଇସିଂହା ନରସିଂହ ମିଶ୍ର କଂଗ୍ରେସ
ବଲାଙ୍ଗୀର ଅନଙ୍ଗଉଦୟ ସିଂହଦେଓ ବିଜେଡି
ସୋନପୁର ବିନୋଦ ପାତ୍ର କଂଗ୍ରେସ
ବିନକା ନିରଞ୍ଜନ ପୂଜାରୀ ବିଜେଡି
ବୀର ମହାରାଜପୁର ସଂଜୀବ ସାହୁ ବିଜେଡି
ଆଠମଲ୍ଲିକ ନଗେନ୍ଦ୍ର ନାଥ ପ୍ରଧାନ ବିଜେଡି
ଅନୁଗୁଳ ରଜନୀକାନ୍ତ ସିଂହ ବିଜେଡି
ହିନ୍ଦୋଳ ଅଂଜଳି ବେହେରା ବିଜେଡି
ଢେଙ୍କାନାଳ ସୁଧୀକୁମାର ସାମଲ କଂଗ୍ରେସ
ଗଁଦିଆ ସରୋଜା କୁମାର ସାମଲ କଂଗ୍ରେସ
କାମାକ୍ଷନ‌ଗର ପ୍ରଫୁଲ୍ଲ କୁମାର ମଲ୍ଲିକ ବିଜେଡ଼ି
ତାଳଚେର ମହେଶ ସାହୁ ବିଜେପି
ପଦ୍ମ‌ପୁର ସତ୍ୟଭୂଷଣ ସାହୁ କଂଗ୍ରେସ
ପାଲ‌ଲହଡ଼ା ଡାକ୍ଟର ନୃସିଂହ ସାହୁ କଂଗ୍ରେସ
ମେଳଛାମୁଣ୍ତା ମହମ୍ମଦ ରଫିକ୍ ବିଜେପି
ବିଜେପୁର ସୁବଳ ସାହୁ କଂଗ୍ରେସ
ଭଟଲି ବିମ୍ବାଧର କୁଅଁର ବିଜେପି
ବରଗଡ଼ ଆନନ୍ଦ ଆଚାର୍ଯ୍ୟ ବିଜେଡି
ସମ୍ବଲପୁର ଜୟ ନାରାୟଣ ମିଶ୍ର ବିଜେପି
ବ୍ରଜରାଜ ନ‌ଗର ଅନୁପ କୁମାର ସାଏ କଂଗ୍ରେସ
ଝାରସୁଗୁଡ଼ା କିଶୋର କୁମାର ମହାନ୍ତି ବିଜେଡି
ଲାଇକେରା ବୃନ୍ଦାବନ ମାଝି ବିଜେପି
କୁଚିଣ୍ତା ରବିନାରାୟଣ ନାୟକ ବିଜେପି
ରେଢ଼ାଖୋଲ ସନାତନ ବିଶି ବିଜେଡ଼ି
ଦେବଗଡ଼ ନିତେଶ ଗଙ୍ଗଦେବ କଂଗ୍ରେସ
ସୁନ୍ଦରଗଡ଼ ସୁଷମା ପଟେଲ୍ (ଉପନିର୍ବାଚନ) ବିଜେପି
ତଳସରା ଡାକ୍ତର ପ୍ରଫୁଲ୍ଲ ମାଝି (ଉପନିର୍ବାଚନ) କଂଗ୍ରେସ
ରାଜଗାଙ୍ଗପୁର ଗ୍ରିଗୋରୀ ମିଞ୍ଜ କଂଗ୍ରେସ
ବୀରମିତ୍ରପୁର ନୀହାର ସୁରିନ୍ ଜେ.ଏମ୍.ଏମ୍.
ରାଉରକେଲା ସାରଦା ପ୍ରସାଦ ନାୟକ ବିଜେଡ଼ି
ରଘୁନାଥ ପାଲ୍ଲୀ ହଲୁମୁଣ୍ଡାରି ଜେଏମ୍‌ଏମ୍
ବଣେଇ ଲକ୍ଷ୍ମଣ ମୁଣ୍ଡା ମାକ୍ସବାଦୀ କମ୍ୟୁ.
ଚମ୍ପୁଆ ଧନୁର୍ଜୟ ସିଦୁ କଂଗ୍ରେସ
ପାଟଣା ଗୌରହରି ନାୟକ ବିଜେପି
କେନ୍ଦୁଝର ମୋହନ ଚରଣ ମାଝି ବିଜେପି
ତେଲକୋଇ ନୀଳାଦ୍ରି ନାୟକ କଂଗ୍ରେସ
ରାମଚନ୍ଦ୍ରପୁର ନିରଞ୍ଜନ ପଟ୍ଟନାୟକ କଂଗ୍ରେସ
ଆନନ୍ଦପୁର ଜୟଦେବ ଜେନା କଂଗ୍ରେସ

ଉଲ୍ଲେଖନୀୟ ଘଟଣା ହେଲା, ଓଡ଼ିଶା ବିଧାନସଭାର ବାଚସ୍ପତି ମହେଶ୍ବର ମହାନ୍ତି ତାଙ୍କ କାର୍ଯ୍ୟକାଳ ପୂରିବା ଆଗରୁ ତା୩୧.୫.୨୦୦୮ରେ ନିଜ ପଦବିରୁ ଇସ୍ତଫା ଦେଲେ । କାରଣ ତାଙ୍କ ନାମରେ କେତେକ ଗୁରୁତର ଅଭିଯୋଗ ଆସିଥିଲା । ଉପବାଚସ୍ପତି ପ୍ରହ୍ଲାଦ ଦୋରା ୧୯.୮.୨୦୦୮ ପର୍ଯ୍ୟନ୍ତ ବାଚସ୍ବତି ଦାୟିତ୍ବରେ ରହିଲେ । ପରେ କିଶୋର କୁମାର ମହାନ୍ତି ବିଧିବଦ୍ଧ ଭାବେ ୧୯.୮.୨୦୦୮ରେ ବାଚସ୍ପତି ନିର୍ବାଚିତ ହୋଇ ୨୫.୫.୨୦୦୯ ପର୍ଯ୍ୟନ୍ତ କାର୍ଯ୍ୟଭାର ଗ୍ରହଣ କରିଥିଲେ ।

ଚତୁର୍ଦ୍ଦଶ ଓଡ଼ିଶା ବିଧାନସଭା ଓ ପଞ୍ଚଦଶ ଲୋକସଭା ନିର୍ବାଚନ ୨୦୦୯: ରାଜ୍ୟରେ ବିଜେଡ଼ି ସରକାର ଓ କେନ୍ଦ୍ରରେ ପୁଣି ୟୁପିଏ ସରକାର:

ପଞ୍ଚଦଶ ଲୋକସଭା ଓ ଚତୁର୍ଦ୍ଦଶ ଓଡ଼ିଶା ବିଧାନସଭା ନିମନ୍ତେ ନିର୍ବାଚନ ଦୁଇଟି ପର୍ଯ୍ୟାୟ(ପ୍ରଥମ ପର୍ଯ୍ୟାୟ ୧୬.୪.୨୦୦୯ ଓ ଦ୍ବିତୀୟ ୨୭.୪.୨୦୦୯)ରେ ଅନୁଷ୍ଠିତ ହେବା ନିମନ୍ତେ ନିର୍ବାଚନ କମିଶନର ବିଜ୍ଞପ୍ତି ଜାରି କଲେ । ହେଲେ ଏଥର ଲୋକସଭା ଓ ବିଧାନସଭା ଆସନ ନିମନ୍ତେ ବିଜେଡ଼ି ଓ ବିଜେପି ମଧ୍ୟରେ ଆଉ ଆସନ ବୁଝାମଣା ସମ୍ଭବ ହେଲା ନାହିଁ । ବିଜେଡ଼ି ଏକାକୀ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି, ଦୁଇ କମ୍ୟୁନିଷ୍ଟ ପାର୍ଟିଙ୍କ ସହ ଆସନ ବୁଝାମଣା କରି ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହେଲା । କଂଗ୍ରେସ ଏକାକୀ ନିର୍ବାଚନ ଲଢ଼ିଲା ।

ଲୋକସଭା ନିର୍ବାଚନରେ ଓଡ଼ିଶାରୁ କଂଗ୍ରେସ ଦଳ ବିଜୟ ଲାଭ କଲା ୬ଟି ଆସନରେ । ବିଜେଡ଼ି ବିଜୟ ଲାଭ କଲା ୧୪ଟି ଆସନରେ । ଭାରତୀୟ କମୁ୍ୟନିଷ୍ଟ ପାର୍ଟି ବିଜେଡ଼ି ସହ ମେଣ୍ଟ କରି ପାଇଲା ଗୋଟିଏ ଆସନ । ଉଲ୍ଲେଖନୀୟ ଘଟଣା ହେଲା, ଏଥର ଲୋକସଭା ନିର୍ବାଚନରେ ଭାରତୀୟ ଜନତା ଦଳ ଗୋଟିଏ ହେଲେ ଆସନ ଲାଭ କରିବାକୁ ସକ୍ଷମ ହେଲା ନାହିଁ ।

୨୦୦୯ରେ ପଞ୍ଚଦଶ ଲୋକସଭା ପାଇଁ ଅନୁଷ୍ଠିତ ନିର୍ବାଚନରେ ଓଡ଼ିଶାର ବିଜୟୀ ପାର୍ଥୀମାନେ ହେଲେ:
ପଞ୍ଚଦଶ ଲୋକସଭା ସଦସ୍ୟ (୨୦୦୯) :

ବରଗଡ଼ ସଂଜୟ ଭୋଇ କଂଗ୍ରେସ
ସୁନ୍ଦରଗଡ଼ ହେମାନନ୍ଦ ବିଶ୍ୱାଳ କଂଗ୍ରେସ
ସମ୍ବଲପୁର ଅମରନାଥ ପ୍ରଧାନ କଂଗ୍ରେସ
କେନ୍ଦୁଝର ଯଶୋବନ୍ତ ନାରାୟଣ ସିଂ ଲାଗୁଡ଼ି ବିଜେଡ଼ି
ମୟୂରଭଞ୍ଜ ଲକ୍ଷ୍ମଣ ଟୁଡ଼ୁ ବିଜେଡ଼ି
ଯାଜପୁର ମୋହନ ଜେନା ବିଜେଡ଼ି
ବାଲେଶ୍ୱର ଶ୍ରୀକାନ୍ତ କୁମାର ଜେନା କଂଗ୍ରେସ
ଭଦ୍ରକ ଅର୍ଜୁନ ଚରଣ ସେଠି ବିଜେଡ଼ି
ଢେଙ୍କାନାଳ ତ‌ଥାଗତ ସତପଥୀ ବିଜେଡ଼ି
ବଲାଙ୍ଗୀର କଳିକେଶ ନାରାୟଣ ସିଂହଦେଓ ବିଜେଡ଼ି
କଳାହାଣ୍ଡି ଭକ୍ତ ଚରଣ ଦାସ କଂଗ୍ରେସ
ନବରଂଗପୁର ପ୍ରଦୀପ କୁମାର ମାଝି କଂଗ୍ରେସ
କନ୍ଧମାଳ ରୁଦ୍ରମାଧବ ରାୟ ବିଜେଡି
କଟକ ଭର୍ତ୍ତୃହରି ମହତାବ ବିଜେଡି
କେନ୍ଦ୍ରାପଡ଼ା ବୈଜୟନ୍ତ ପଣ୍ଡା ବିଜେଡି
ଜଗତସିଂହପୁର ବିଭୁପ୍ରସାଦ ତରାଇ ଭାରତୀୟ କମ୍ୟୁ.
ପୁରୀ ପିନାକୀ ମିଶ୍ର ବିଜେଡି
ଭୁବନେଶ୍ୱର ଡକ୍ଟର ପ୍ରସନ୍ନ କୁମାର ପାଟ୍ଟଶାଣୀ ବିଜେଡି
ଆସ୍କା ନିତ୍ୟାନନ୍ଦ ପ୍ରଧାନ ବିଜେଡି
ବ୍ରହ୍ମପୁର ସିଦ୍ଧାନ୍ତ ମହାପାତ୍ର ବିଜେଡି
କୋରାପୁଟ ଜୟରାମ ପାଙ୍ଗୀ ବିଜେଡି

ବାଲେଶ୍ୱର ସାଂସଦ ଶ୍ରୀକାନ୍ତ କୁମାର ଜେନା

କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ରାଷ୍ଟ୍ରମନ୍ତ୍ରୀ ଭାବରେ ଅଧିଷ୍ଠିତ ହେଲେ ।

ବିଧାନସଭାର ୧୪୭ ଆସନରୁ ବିଜେଡ଼ି ଏକକ ସଂଖ୍ୟାଗରିଷ୍ଠ ଦଳ ଭାବରେ ୧୦୩ ଆସନ, କଂଗ୍ରେସ ୨୭ ଆସନ, ନ୍ୟାସନାଲିଷ୍ଟ୍‍ କଂଗ୍ରେସ-୪ଟି ଆସନ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଗୋଟିଏ ଆସନ, ଭାରତୀୟ ଜନତା ପାର୍ଟି-୬ଟି ଆସନ ଓ ସ୍ୱାଧୀନ ସଭ୍ୟମାନେ- ୬ଟି ଆସନ ଲାଭ କଲେ । ସମୃଦ୍ଧ ଓଡ଼ିଶା ନାମରେ ଏକ ନୂତନ ରାଜନୈତିକ ଦଳର ଓଡ଼ିଶା ମାଟିରେ ଅଙ୍କୁରୋଦ୍‍ଗମ ହୋଇଥିଲା । ସେହି ଦଳ ତରଫରୁ ମଧ୍ୟ ଅନେକ ଆସନରେ ପ୍ରାର୍ଥୀ ଦିଆଯାଇଥିଲା । ହେଲେ ଗୋଟିଏ ହେଲେ ଆସନ ବି ଦଳ ଲାଭ କରିପାରିଲା ନାହିଁ ।
ଚତୁର୍ଦ୍ଦଶ ବିଧାନସଭା ସଦସ୍ୟ (୨୦୦୯) :

ପଦ୍ମପୁର ବିଜୟ ରଞ୍ଜନ ସିଂହବରିହା ବିଜେଡ଼ି
ବିଜେପୁର ସୁବଳ ସାହୁ କଂଗ୍ରେସ
ବରଗଡ଼ ସାଧୁ ନେପାକ କଂଗ୍ରେସ
ଅତାବିରା ନିହାର ରଞ୍ଜନ ମହାନନ୍ଦ କଂଗ୍ରେସ
ଭଟ୍‍ଲି ସୁଶାନ୍ତ ସିଂହ ବିଜେଡ଼ି
ବ୍ରଜରାଜନଗର ଅନୁପ କୁମାର ସାଏ କଂଗ୍ରେସ
ଝାରସୁଗୁଡ଼ା ନବକିଶୋର ଦାସ କଂଗ୍ରେସ
ତଳସରା ଡାକ୍ତର ପ୍ରଫୁଲ୍ଲ କୁମାର ମାଝି କଂଗ୍ରେସ
ସୁନ୍ଦରଗଡ଼ ଯୋଗେଶ କୁମାର ସିଂହ କଂଗ୍ରେସ
ବୀରମିତ୍ରପୁର ଜର୍ଜ ତିର୍କୀ ସ୍ୱାଧୀନ
ରଘୁନାଥପଲ୍ଲୀ ସୁବ୍ରତ ତରାଇ ବିଜେଡ଼ି
ରାଉରକେଲା ଶାରଦା ପ୍ରସାଦ ନାୟକ ବିଜେଡ଼ି
ରାଜଗାଙ୍ଗପୁର ଗ୍ରେଗୋରି ମିଞ୍ଜ୍‍ କଂଗ୍ରେସ
ବଣେଇ ଭୀମସେନ ଚୌଧୁରୀ ବିଜେଡ଼ି
କୁଚିଣ୍ଡା ରାଜେନ୍ଦ୍ର କୁମାର ଛତ୍ରିଆ କଂଗ୍ରେସ
ରେଙ୍ଗାଳି ଦୁର୍ଯ୍ୟୋଧନ ଗର୍ଡ଼ିଆ କଂଗ୍ରେସ
ସମ୍ବଲପୁର ଜୟନାରାୟଣ ମିଶ୍ର ବିଜେପି
ରେଢ଼ାଖୋଲ ପ୍ରସନ୍ନ ଆଚାର୍ଯ୍ୟ ବିଜେଡ଼ି
ଦେବଗଡ଼ ସଞ୍ଜୀବ କୁମାର ପ୍ରଧାନ ବିଜେଡ଼ି
ତେଲକୋଇ ପ୍ରେମାନନ୍ଦ ନାୟକ ବିଜେଡ଼ି
ଘଷିପୁରା ବଦ୍ରିନାରାୟଣ ପାତ୍ର ବିଜେଡ଼ି
ଆନନ୍ଦପୁର ଭାଗୀରଥି ସେଠି ବିଜେଡ଼ି
ପାଟଣା ହୃଷୀକେଶ ନାୟକ ବିଜେଡ଼ି
କେନ୍ଦୁଝର ସୁବର୍ଣ୍ଣ ନାୟକ ବିଜେଡ଼ି
ଚମ୍ପୂଆ ଜିତୁ ପଟ୍ଟନାୟକ ସ୍ୱାଧୀନ
ଯଶୀପୁର କମଳାକାନ୍ତ ନାୟକ ବିଜେଡ଼ି
ସାରସକଣା ରାମଚନ୍ଦ୍ର ହାଁସଦା ଏନ.ସି.ପି
ରାଇରଙ୍ଗପୁର ଶ୍ୟାମଚରଣ ହାଁସଦା କଂଗ୍ରେସ
ବାଙ୍ଗିରିପୋଷି ସରୋଜିନୀ ହେମ୍ବ୍ରମ୍‍ ବିଜେଡ଼ି
କରଞ୍ଜିଆ ବିଜୟ କୁମାର ନାୟକ ବିଜେଡ଼ି
ଉଦଳା ଶ୍ରୀନାଥ ସୋରେନ୍‍ ବିଜେଡ଼ି
ବଡ଼ସାହି ମନୋରଞ୍ଜନ ସେଠି ବିଜେଡ଼ି
ବାରିପଦା ସାନନ୍ଦ ମାରାଣ୍ଡି ବିଜେଡ଼ି
ମୋରଡ଼ା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ବିଜେଡ଼ି
ଜଳେଶ୍ୱର ଦେବୀପ୍ରସନ୍ନ ଚାନ୍ଦ କଂଗ୍ରେସ
ଭୋଗରାଇ ଅନନ୍ତ ଦାସ ବିଜେଡ଼ି
ବସ୍ତା ରଘୁନାଥ ମହାନ୍ତି ବିଜେଡ଼ି
ବାଲେଶ୍ୱର ଜୀବନପ୍ରଦୀପ ଦାସ ବିଜେଡ଼ି
ରେମୁଣା ସୁଦର୍ଶନ ଜେନା ବିଜେଡ଼ି
ନୀଳଗିରି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସ୍ୱାଧୀନ
ସୋରୋ ସୁରେନ୍ଦ୍ର ପ୍ରସାଦ ପରମାଣିକ କଂଗ୍ରେସ
ସିମୂଳିଆ ପର୍ଶୁରାମ ପାଣିଗ୍ରାହୀ ବିଜେଡ଼ି
ଭଣ୍ଡାରିପୋଖରୀ ପ୍ରଫୁଲ୍ଲ ସାମଲ ବିଜେଡ଼ି
ଭଦ୍ରକ ଯୁଗଳ କିଶୋର ପଟ୍ଟନାୟକ ବିଜେଡ଼ି
ବାସୁଦେବପୁର ବିଜୟଶ୍ରୀ ରାଉତରାୟ ବିଜେଡ଼ି
ଧାମନଗର ରାଜେନ୍ଦ୍ର କୁମାର ଦାସ ବିଜେଡ଼ି

ଚାନ୍ଦବାଲି ବିଜୟ ନାୟକ ବିଜେଡ଼ି
ବିଂଝାରପୁର ପ୍ରମିଳା ମଲ୍ଲିକ ବିଜେଡ଼ି
ବରି ଦେବାଶିଷ ନାୟକ ବିଜେଡ଼ି
ବଡ଼ଚଣା ଅମର ପ୍ରସାଦ ଶତପଥୀ ଏନ୍‍ସିପି
ଧର୍ମଶାଳା କଳ୍ପତରୁ ଦାସ ବିଜେଡ଼ି
ଯାଜପୁର ପ୍ରଣବପ୍ରକାଶ ଦାସ ବିଜେଡ଼ି
କୋରେଇ ପ୍ରୀତିରଞ୍ଜନ ଘଡ଼ାଇ ବିଜେଡ଼ି
ସୁକିନ୍ଦା ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ବିଜେଡ଼ି
ଢେ଼ଙ୍କାନାଳ ନବୀନ ନନ୍ଦ ଏନ୍‍ସିପି
ହିନ୍ଦୋଳ ଅଞ୍ଜଳି ବେହେରା ବିଜେଡ଼ି
କାମାକ୍ଷାନଗର ପ୍ରଫୁଲ୍ଲ କୁମାର ମଲ୍ଲିକ ବିଜେଡ଼ି
ପରଜଙ୍ଗ ଡାକ୍ତର ନୃସିଂହ ସାହୁ ବିଜେଡ଼ି
ପାଲଲହଡ଼ା ରବିନାରାୟଣ ପାଣି ବିଜେଡ଼ି
ତାଳଚେର ବ୍ରଜକିଶୋର ପ୍ରଧାନ ସ୍ୱାଧୀନ
ଅନୁଗୁଳ ରଜନୀକାନ୍ତ ସିଂ ବିଜେଡ଼ି
ଛେଣ୍ଡିପଦା ଖଗେଶ୍ୱର ବେହେରା ବିଜେଡ଼ି
ଆଠମଲ୍ଲିକ ସଞ୍ଜୀବ କୁମାର ସାହୁ ବିଜେଡ଼ି
ବୀରମହାରାଜପୁର ପଦ୍ମନାଭ ବେହେରା ବିଜେଡ଼ି
ସୋନପୁର ନିରଞ୍ଜନ ପୂଜାରୀ ବିଜେଡ଼ି
ଲୋଇସିଙ୍ଗା ରମାକାନ୍ତ ସେଠ୍‍ ବିଜେଡ଼ି
ପାଟଣାଗଡ଼ କନକବର୍ଦ୍ଧନ ସିଂହଦେଓ ବିଜେପି
ବଲାଙ୍ଗୀର ଅନଙ୍ଗ ଉଦୟ ସିଂହଦେଓ ବିଜେଡ଼ି
ଟିଟିଲାଗଡ଼ ସୁରେନ୍ଦ୍ର ସିଂହ ଭୋଇ କଂଗ୍ରେସ
କଣ୍ଟାବାଞ୍ଜି ସନ୍ତୋଷ ସିଂହ ସାଲୁଜା କଂଗ୍ରେସ
ନୂଆପଡ଼ା ରାଜେନ୍ଦ୍ର ଢେ଼ାଲକିଆ ବିଜେଡ଼ି
ଖଡ଼ିଆଳ ହିତେଶ କୁମାର ବଗର୍ତ୍ତୀ ବିଜେଡ଼ି
ଉମରକୋଟ ଜଗବନ୍ଧୁ ମାଝି ବିଜେଡ଼ି
(ପରେ ଉପନିର୍ବାଚନରେ) ସୁବାସ ଗଣ୍ଡ ବିଜେଡ଼ି
ଝରିଗାଁ ରମେଶ ଚନ୍ଦ୍ର ମାଝି ବିଜେଡ଼ି
ନବରଙ୍ଗପୁର ମନୋହର ରଣଧାରୀ ବିଜେଡ଼ି
ଡାବୁଗାଁ ଭୁଜବଳ ମାଝି କଂଗ୍ରେସ
ଲାଞ୍ଜିଗଡ଼ ଶିବାଜୀ ମାଝି କଂଗ୍ରେସ
ଜୁନାଗଡ଼ ଗୋବର୍ଦ୍ଧନ ଦାଶ କଂଗ୍ରେସ
ଧର୍ମଗଡ଼ ପୁଷ୍ପେନ୍ଦ୍ର ସିଂହଦେଓ ବିଜେଡ଼ି
ଭବାନୀପାଟଣା ଦଶମନ୍ତ ନାୟକ କଂଗ୍ରେସ
ନର୍ଲା ଭୂପିନ୍ଦର ସିଂହ କଂଗ୍ରେସ
ବାଲିଗୁଡ଼ା ନରେନ୍ଦ୍ର ମାଝି ବିଜେପି
ଜି.ଉଦୟଗିରି ମନୋଜ କୁମାର ପ୍ରଧାନ ବିଜେପି
ଫୁଲବାଣୀ ଦେବେନ୍ଦ୍ର କହଁର ବିଜେଡ଼ି
କଣ୍ଟାମାଳ ଭଗବାନ କହଁର ବିଜେଡ଼ି
ବୌଦ୍ଧ ପ୍ରତାପ କୁମାର ଅମାତ ବିଜେଡ଼ି
ବଡ଼ମ୍ବା ଦେବୀପ୍ରସାଦ ମିଶ୍ର ବିଜେଡ଼ି
ବାଙ୍କୀ ପ୍ରଭାତ କୁମାର ତ୍ରିପାଠୀ ବିଜେଡ଼ି
ଆଠଗଡ ରମେଶ ରାଉତ ସ୍ୱାଧୀନ
(ଉପନିର୍ବାଚନରେ) ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଜେଡ଼ି
ବାରବାଟୀ-କଟକ ଦେବାଶିଷ ସାମନ୍ତରାୟ ବିଜେଡ଼ି
ଚୌଦ୍ୱାର-କଟକ ପ୍ରଭାତ ରଞ୍ଜନ ବିଶ୍ୱାଳ ବିଜେଡ଼ି
ନିଆଳି ପ୍ରମୋଦ କୁମାର ମଲ୍ଲିକ ବିଜେଡ଼ି
କଟକସଦର କାଳିନ୍ଦୀ ବେହେରା ବିଜେଡ଼ି
ସାଲେପୁର ଚନ୍ଦ୍ରସାରଥୀ ବେହେରା ବିଜେଡ଼ି
ମାହାଙ୍ଗା ପ୍ରତାପ ଜେନା ବିଜେଡ଼ି
ପାଟକୁରା ବେଦପ୍ରକାଶ ଅଗ୍ରଓ୍ୱାଲ ବିଜେଡ଼ି
କେନ୍ଦ୍ରାପଡ଼ା ସିପ୍ରା ମଲ୍ଲିକ ବିଜେଡ଼ି
ଆଳି ପ୍ରତାପକେଶରୀ ଦେବ ବିଜେଡ଼ି
ରାଜନଗର ଅଲେଖ କୁମାର ଜେନା ବିଜେଡ଼ି
ମହାକାଳପଡ଼ା ଅତନୁ ସବ୍ୟସାଚୀ ନାୟକ ବିଜେଡ଼ି
ପାରାଦ୍ୱୀପ ଡାକ୍ତର ଦାମୋଦର ରାଉତ ବିଜେଡ଼ି
ତିର୍ତ୍ତୋଲ ରବୀନ୍ଦ୍ର ନାଥ ଭୋଇ ବିଜେଡ଼ି
ବାଲିକୁଦା-ଏରସମା ପ୍ରଶାନ୍ତ କୁମାର ମୁଦୁଲି ବିଜେଡ଼ି
ଜଗତସିଂହପୁର ବିଷ୍ଣୁ ଚରଣ ଦାସ ବିଜେଡ଼ି
କାକଟପୁର ରବି ମଲ୍ଲିକ ବିଜେଡ଼ି
ନିମାପଡ଼ା ସମୀର ରଞ୍ଜନ ଦାଶ ବିଜେଡ଼ି

ପୁରୀ ମହେଶ୍ୱର ମହାନ୍ତି ବିଜେଡ଼ି
ବ୍ରହ୍ମଗିରି ସଞ୍ଜୟ କୁମାର ଦାସବର୍ମା ବିଜେଡ଼ି
ସତ୍ୟବାଦୀ ପ୍ରସାଦ କୁମାର ହରିଚନ୍ଦନ କଂଗ୍ରେସ
ପିପିଲି ପ୍ରଦୀପ ମହାଋଥୀ ବିଜେଡ଼ି
ଜୟଦେବ ଅରବିନ୍ଦ ଢ଼ାଲି ବିଜେଡ଼ି
ଭୁବନେଶ୍ୱର କେନ୍ଦ୍ର (ମଧ୍ୟ) ବିଜୟ କୁମାର ମହାନ୍ତି ବିଜେଡ଼ି
ଭୁବନେଶ୍ୱର ଉତ୍ତର ଭାଗୀରଥି ବଡ଼ଜେନା ବିଜେଡ଼ି
ଏକାମ୍ର ଭୁବନେଶ୍ୱର ଅଶୋକ ଚନ୍ଦ୍ର ପଣ୍ଡା ବିଜେଡ଼ି
ଜଟଣୀ ବିଭୂତି ଭୂଷଣ ବଳବନ୍ତରାୟ ବିଜେଡ଼ି
ବେଗୁନିଆ ପ୍ରଶାନ୍ତ ନନ୍ଦ ଏନ୍‍ସିପି
ଖୋର୍ଦ୍ଧା ରାଜେନ୍ଦ୍ର କୁମାର ସାହୁ ସ୍ୱାଧୀନ
ଚିଲିକା ରଘୁନାଥ ସାହୁ ବିଜେଡ଼ି
ରଣପୁର ସତ୍ୟନାରାୟଣ ପ୍ରଧାନ ବିଜେଡ଼ି
ଖଣ୍ଡପଡ଼ା ସିଦ୍ଧାର୍ଥ ଶେଖର ସିଂହ ବିଜେଡ଼ି
ଦଶପଲ୍ଲା କାଶୀନାଥ ମଲ୍ଲିକ ବିଜେଡ଼ି
ନୟାଗଡ଼ ଅରୁଣ କୁମାର ସାହୁ ବିଜେଡ଼ି
ଭଞ୍ଜନଗର ବିକ୍ରମ କେଶରୀ ଆରୁଖ ବିଜେଡ଼ି
ପୋଲସରା ନିରଞ୍ଜନ ପ୍ରଧାନ ବିଜେଡ଼ି
କବିସୂର୍ଯ୍ୟନଗର ଭି.ସୁଜ୍ଞାନ କୁମାରୀ ଦେଓ ବିଜେଡ଼ି
ଖଲ୍ଲିକୋଟ ପୂର୍ଣ୍ଣଚନ୍ଦ୍ର ସେଠି ବିଜେଡ଼ି
ଛତ୍ରପୁର ଆଦିକନ୍ଦ ସେଠି ଭାରତୀୟ କମ୍ୟୁ.
ଆସ୍କା ଦେବରାଜ ମହାନ୍ତି ବିଜେଡ଼ି
ସୋରଡ଼ା ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ବିଜେଡ଼ି
ସାନଖେମୁଣ୍ଡି ରମେଶଚନ୍ଦ୍ର ଜେନା ବିଜେଡ଼ି
ହିଞ୍ଜିଳି ନବୀନ ପଟ୍ଟନାୟକ ଉଦାହରଣ
ଗୋପାଳପୁର ଡା. ପ୍ରଦୀପ କୁମାର ପାଣିଗ୍ରାହୀ ବିଜେଡ଼ି
ବ୍ରହ୍ମପୁର ଡା. ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ ବିଜେଡ଼ି
ଦିଗପହଣ୍ଡି ସୂର୍ଯ୍ୟନାରାୟଣ ପାତ୍ର ବିଜେଡ଼ି
ଚିକିଟି ଉଷା ଦେବୀ ବିଜେଡ଼ି
ମୋହନା ଚକ୍ରଧର ପାଇକ କଂଗ୍ରେସ
ପାରଳାଖେମୁଣ୍ଡି କେ. ନାରାୟଣ ରାଓ ବିଜେଡ଼ି

ଓଡ଼ିଶା ରାଜନୀତିର ଇତିହାସ * ୩୧୭

ଗୁଣୁପୁର ରାମମୂର୍ତ୍ତିି ମୁତ୍ତିକା ବିଜେଡ଼ି
ବିଷମକଟକ ଡମ୍ବରୁଧର ଉଲ୍ଲାକା କଂଗ୍ରେସ
ରାୟଗଡ଼ା ଲାଲ ବିହାରୀ ହିମିରିକା ବିଜେଡ଼ି
ଲକ୍ଷ୍ମୀପୁର ଝିନ ହିକାକା ବିଜେଡ଼ି
କୋଟପାଡ଼ ବାସୁଦେବ ମାଝି କଂଗ୍ରେସ
ଜୟପୁର ରବିନାରାୟଣ ନନ୍ଦ ବିଜେଡ଼ି
କୋରାପୁଟ ରଘୁରାମ ପାଦଲ ବିଜେଡ଼ି
ପଟ୍ଟାଙ୍ଗୀ ରାମଚନ୍ଦ୍ର କଦମ କଂଗ୍ରେସ
ମାଲକାନଗିରି ମୁକୁନ୍ଦ ମୋଦି ବିଜେଡ଼ି
ଚିତ୍ରକୋଣ୍ଡା ମମତା ମାଢ଼ି କଂଗ୍ରେସ

ଚତୁର୍ଦ୍ଦଶ ଓଡ଼ିଶା ବିଧାନସଭାକୁ ସାତଜଣ ମହିଳା ନିର୍ବାଚିତ ହୋଇ ଆସିଥିଲେ । ସେମାନେ ହେଲେ: ଶ୍ରୀମତୀ ସରୋଜିନୀ ହେମ୍ବ୍ରମ- ବାଙ୍ଗିରିପୋଷି (ବି.ଜେ.ଡି.); ଶ୍ରୀମତୀ ପ୍ରମିଳା ମଲ୍ଲିକ- ବିଂଝାରପୁର (ବିଜେଡି); ଶ୍ରୀମତୀ ଅଞ୍ଜଳି ବେହେରା- ହିନ୍ଦୋଳ (ବିଜେଡ଼ି), ଡକ୍ଟର ସିପ୍ରା ମଲ୍ଲିକ- କେନ୍ଦ୍ରାପଡ଼ା (ବିଜେଡ଼ି); ଶ୍ରୀମତୀ ଭି. ସୁଜ୍ଞାନ କୁମାର ଦେବୀ- କବିସୂର୍ଯ୍ୟ ନଗର (ବିଜେଡ଼ି), ଶ୍ରୀମତୀ ଉଷା ଦେବୀ- ଚିକିଟି (ବିଜେଡ଼ି), ଶ୍ରୀମତୀ ମମତା ମାଢ଼ୀ- ଚିତ୍ରକୋଣ୍ଡା (କଂଗ୍ରେସ) ।


ଓଡିଶାର ଏହି ବିଧାନସଭା ସଦସ୍ୟମାନଙ୍କୁ ଲଗ।ତାର ଭବରେ ଆଠ ଥର ବିଧାୟିକା ନିର୍ବାଚିତ ହୋଇଥିବା ଶ୍ରୀମତୀ ସୁଜ୍ଞାନ କୁମାରୀ ଦେଓ ଶପଥ ପାଠ କରାଇଲେ । ଶ୍ରୀ ପ୍ରଦୀପ କୁମାର ଅମାତ ଓ ଶ୍ରୀ ଲାଲବିହାରୀ ହିମିରିକା ଯଥାକ୍ରମେ ବାଚସ୍ପତି ଓ ଉପବାଚସ୍ପତି ଭାବରେ ସର୍ବ ସମ୍ମତିକ୍ରମେ ନିର୍ବାଚିତ ହେଲେ ଓ ୨୫.୫.୨୦୦୯ ଠାରୁ କାର୍ଯ୍ୟଭାର ଗ୍ରହଣ କଲେ । ଭାରତୀୟ ଜାତୀୟ କଂଗ୍ରେସର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳର ନେତା ଶ୍ରୀ ଭୂପିନ୍ଦର ସିଂହ ବିରୋଧିଦଳ ନେତା ମାନ୍ୟତା ଲାଭ କରି ୨୭.୫.୨୦୦୯ ତାରିଖରେ ଦାୟିତ୍ୱ ଗ୍ରହଣ କଲେ ।

ନବୀନ ପଟ୍ଟନାୟକ ବିଜେଡ଼ି ବିଧାୟକ ଦଳର ନେତା ନିର୍ବାଚିତ ହୋଇ ମନ୍ତ୍ରିମଣ୍ଡଳ ଗଠନ ନିମନ୍ତେ ମାନ୍ୟବର ରାଜ୍ୟପାଳ ଶ୍ରୀଯୁକ୍ତ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କୁ ସାକ୍ଷାତ କଲେ । ୨୨-୫-୨୦୦୯ ତାରିଖରେ ତୃତୀୟ ଥର ପାଇଁ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କଲେ । ତାଙ୍କୁ ମିଶାଇ ୧୨ଜଣ କ୍ୟାବିନେଟ୍‍ ମନ୍ତ୍ରୀ, ୯ ଜଣ ସ୍ୱାଧୀନ ଦାୟିତ୍ୱ ରାଷ୍ଟ୍ରମନ୍ତ୍ରୀ ଓ ଜଣେ ରାଷ୍ଟ୍ରମନ୍ତ୍ରୀ ଶପଥ ଗ୍ରହଣ କଲେ । ସେମାନେ ଓ ସେମାନଙ୍କ ବିଭାଗଗୁଡ଼ିକ ହେଲା:
କ୍ୟାବିନେଟ ମନ୍ତ୍ରୀ :

ନବୀନ ପଟ୍ଟନାୟକ : ମୁଖ୍ୟମନ୍ତ୍ରୀ; ଜଙ୍ଗଲ ଓ ପରିବେଶ, ସାଧାରଣ ପ୍ରଶାସନ, ଗୃହ ଓ
ପୂର୍ତ୍ତ ବିଭାଗ ମନ୍ତ୍ରୀ
ଅନଙ୍ଗ ଉଦୟ ସିଂହଦେଓ : ଯୋଜନା ଓ ସମନ୍ୱୟ, ସାଧାରଣ ଉଦ୍ୟୋଗ
ବିଜୟରଞ୍ଜନ ସିଂହ ବରିହା : ଅନୁସୂଚିତ ଜାତି, ଉପଜାତି ବିକାଶ, ସଂଖ୍ୟାଲଘୁ ଓ ଅନୁନ୍ନତ ବର୍ଗର କଲ୍ୟାଣ
ବିକ୍ରମ କେଶରୀ ଆରୁଖ : ଆଇନ ଓ ଗ୍ରାମ୍ୟ ଉନ୍ନୟନ
ଡା. ଦାମୋଦର ରାଉତ : ସମବାୟ, ମତ୍ସ୍ୟ ଓ ପଶୁସଂପଦ ବିକାଶ ଓ କୃଷି
ଦେବୀ ପ୍ରସାଦ ମିଶ୍ର : ପର୍ଯ୍ୟଟନ, ସଂସ୍କୃତି ଓ ଉଚ୍ଚଶିକ୍ଷା
ପ୍ରଫୁଲ୍ଲ ସାମଲ : ସୂଚନା, ଲୋକସଂପର୍କ ଓ ପଞ୍ଚାୟତିରାଜ
ପ୍ରଫୁଲ୍ଲ ଚନ୍ଦ୍ର ଘଡା଼ଇ : ଅବକାରୀ ଓ ଅର୍ଥ
ପ୍ରମିଳା ମଲ୍ଲିକ : ମହିଳା ଓ ଶିଶୁକଲ୍ୟାଣ
ପ୍ରସନ୍ନ ଆଚାର୍ଯ୍ୟ : ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ, ସାଧାରଣ ଅଭିଯୋଗ ଓ ପେନସନ
ରଘୁନାଥ ମହାନ୍ତି : ଶିଳ୍ପ, ଖଣି ଓ ଇସ୍ପାତ ଏବଂ ସଂସଦୀୟ ବ୍ୟାପାର
ସୂର୍ଯ୍ୟ ନାରାୟଣ ପାତ୍ର : ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ

ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ):

ଅଞ୍ଜଳି ବେହେରା : ବୟନ ଶିଳ୍ପ ଓ ହସ୍ତତନ୍ତ ଶିଳ୍ପ
ଅତନୁ ସବ୍ୟସାଚୀ ନାୟକ : ଶକ୍ତି
ବଦ୍ରିନାରାୟଣ ପାତ୍ର : ଗୃହ ନିର୍ମାଣ ଓ ନଗର ଉନ୍ନୟନ
ପ୍ରତାପ ଜେନା : ବିଦ୍ୟାଳୟ ଓ ଗଣଶିକ୍ଷା
ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ : କ୍ରୀଡ଼ା ଓ ଯୁବବ୍ୟାପାର
ପୁଷ୍ପେନ୍ଦ୍ର ସିଂହଦେଓ : ଶ୍ରମ ଓ କର୍ମନିୟୋଗ
ରମେଶ ଚନ୍ଦ୍ର ମାଝି : ବିଜ୍ଞାନ, ବୈଷୟିକ ଓ ସୂଚନା ବିଜ୍ଞାନ
ସଂଜୀବ କୁମାର ସାହୁ : ବାଣିଜ୍ୟ ଓ ପରିବହନ
ସାରଦା ପ୍ରସାଦ ନାୟକ : ଖାଦ୍ୟ ଓ ଯୋଗାଣ, ଖାଉଟିକଲ୍ୟାଣ

ରାଷ୍ଟ୍ର ମନ୍ତ୍ରୀ:
ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ : ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ

ପୁନର୍ବାର ମୁଖ୍ୟମନ୍ତ୍ରୀ ଏହି ମନ୍ତ୍ରିମଣ୍ଡଳରେ ୧୦.୫.୨୦୧୧ତାରିଖରେ ବିଭାଗ ଅଦଳବଦଳ କରିବା ସହ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କଲେ ।

ଏଥିରେ କେତେକ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ ଦିଆଗଲା । ସେମାନେ ହେଲେ, କ୍ୟାବିନେଟ୍‍ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ, ବିଜୟ ରଂଜନ ସିଂହ ବରିହା, ସ୍ୱାଧୀନ ଦାୟିତ୍ୱରେ ଥିବା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ । ଆଗରୁ ପ୍ରମିଳା ମଲ୍ଲିକ ଡାଲି ଦୁର୍ନୀତିପାଇଁ ଇସ୍ତଫା ଦେଇଥିବାରୁ ଗୋଟିଏ କ୍ୟାବିନେଟ୍‍ ପାହ୍ୟା ମନ୍ତ୍ରୀ ପଦ ଖାଲିଥିଲା ।

ଏମାନଙ୍କ ସ୍ଥାନରେ ୧୦-୫-୨୦୧୧ତାରିଖରେ ପାଞ୍ଚଜଣଙ୍କୁ କ୍ୟାବିନେଟ୍‍ ମନ୍ତ୍ରୀ ଭାବରେ ଗ୍ରହଣ କରାଗଲା । ନୂତନ ମନ୍ତ୍ରୀ ଓ ସେମାନଙ୍କ ବିଭାଗଗୁଡ଼ିକ ହେଲା: ପ୍ରଦୀପ ମହାରଥୀ- କୃଷି, ମହେଶ୍ୱର ମହାନ୍ତି- ପଞ୍ଚାୟତିରାଜ, ଉଷା ଦେବୀ- ବିଜ୍ଞାନ ଓ କାରିଗରୀ, ଲାଲ୍‍ ବିହାରୀ ହିମିରିକା- ଅନୁସୂଚିତ ଜାତି ଓ ଉପଜାତି ବିକାଶ, ସଂଖ୍ୟାଲଘୁ ଓ ଅନୁନ୍ନତ ବର୍ଗର କଲ୍ୟାଣ । ଅଞ୍ଜଳି ବେହେରା- ମହିଳା ଓ ଶିଶୁ କଲ୍ୟାଣ । ପୂର୍ବରୁ ଲାଲବିହାରୀ ହିମିରିକା ଥିଲେ ଉପବାଚସ୍ପତି ଓ ଅଞ୍ଜଳି ବେହେରା ଥିଲେ ସ୍ୱାଧୀନ ଦାୟିତ୍ୱରେ ଥିବା ରାଷ୍ଟ୍ରମନ୍ତ୍ରୀ । ଶ୍ରୀମତୀ ବେହେରାଙ୍କୁ କ୍ୟାବିନେଟ୍‍ ପାହ୍ୟାକୁ ପଦୋନ୍ନତି ପ୍ରଦାନ କରାଗଲା ।

ଏହା ବ୍ୟତୀତ କେତେକ ମନ୍ତ୍ରୀଙ୍କ ବିଭାଗରେ ମଧ୍ୟ ସାମାନ୍ୟ ଅଦଳ ବଦଳ କରାଗଲା । ଅନଙ୍ଗ ଉଦୟ ସିଂହଦେଓଙ୍କୁ ଅବକାରୀ, ଦେବୀ ପ୍ରସାଦ ମିଶ୍ରଙ୍କୁ ଜଙ୍ଗଲ ଓ ପରିବେଶ, ପ୍ରଫୁଲ୍ଲ କୁମାର ସାମଲଙ୍କୁ ସମବାୟ, ପର୍ଯ୍ୟଟନ ଓ ସଂସ୍କୃତି; ପ୍ରଫୁଲ୍ଲ ଚନ୍ଦ୍ର ଘଡା଼ଇଙ୍କୁ ସାଧାରଣ ଉଦ୍ୟୋଗ; ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ସୂଚନା ଓ ଲୋକସଂପର୍କ ବିଭାଗ ପ୍ରଦାନ କରାଗଲା ।

ବିଧାନସଭାର ଉପବାଚସ୍ପତି ଶ୍ରୀ ଲାଲବିହାରୀ ହିମିରିକା ମନ୍ତ୍ରିମଣ୍ଡଳରେ ଯୋଗଦାନ କରିବାରୁ ନିଜ ପଦବିରୁ ଇସ୍ତଫା ପ୍ରଦାନ କଲେ । ତାଙ୍କ ସ୍ଥାନରେ ଶ୍ରୀ ସାନନ୍ଦ ମାରାଣ୍ଡି ସର୍ବସମ୍ମତିକ୍ରମେ ୧୭.୮.୨୦୧୧ରେ ଉପବାଚସ୍ପତି ଭାବରେ ନିର୍ବାଚିତ ହୋଇ ସେହିଦିନ ଦାୟିତ୍ୱ ଗ୍ରହଣ କଲେ ।

'ଓରିଶା' ହେଲା 'ଓଡ଼ିଶା'- 'ଓରିଆ' ହେଲା 'ଓଡ଼ିଆ'

ଇଂରାଜିରେ ଉଚ୍ଚାରିତ ଆମ ରାଜ୍ୟର ନାମ 'ଓରିଶା' (Orissa) ହେଲା 'ଓଡ଼ିଶା'(Odisha) ଓ ଆମ ଭାଷାର ଇଂରାଜି ଉଚ୍ଚାରଣ 'ଓରିଆ' (Oriya) ହେଲା 'ଓଡ଼ିଆ' (Odia) । ସେହିପରି ଆମ ସଂବିଧାନରେ ଆମ ରଜ୍ୟର ନାମ ହିନ୍ଦିରେ ଲେଖାହୋଇଛି 'ଉଡ଼ିଶା' । ତାହା ମଧ୍ୟ ବଦଳିଯାଇ ହେଲା 'ଓଡ଼ିଶା' । ଓଡ଼ିଶା, ଓଡ଼ିଆ- ଏହି ଜାତୀୟ ସ୍ୱୀକୃତି ବିଲ୍‍ଟି ଭାରତୀୟ ଗଣତନ୍ତ୍ରର ସର୍ବୋଚ୍ଚ କର୍ତ୍ତା ମହାମାନ୍ୟ ରାଷ୍ଟ୍ରପତି ଶ୍ରୀମତୀ ପ୍ରତିଭାଦେବୀ ସିଂହ ପାଟିଲଙ୍କ ଅନୁମୋଦନ ଲାଭକରି ଆଇନରେ ପରିଣତ ହୋଇଛି । ଏ ସଂପର୍କିତ ଭାରତ ସରକାରଙ୍କ ଗେଜେଟ ନୋଟିଫିକେସନ୍‍ ପ୍ରକାଶ ପାଇଛି ୪.୧୧.୨୦୧୧ ତାରିଖରେ । ଏହି ବିଜ୍ଞପ୍ତି ଫଳରେ ୧-୧୧-୨୦୧୧ ତାରିଖଠାରୁ ଏହି ସଂଶୋଧିତ ନାମ ସାରା ଦେଶରେ କାର୍ଯ୍ୟକାରୀ ହୋଇଛି । ଏହି ନାମ ପରିବର୍ତ୍ତନରେ ଓଡ଼ିଶାବାସୀ ଖୁବ୍‍ ଆନନ୍ଦିତ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 'ନୂତନ ଓଡ଼ିଶା'ର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କର ପ୍ରଥମ ପତ୍ର ରାଷ୍ଟ୍ରପତି ଶ୍ରୀମତୀ ପ୍ରତିଭା ଦେବୀ ସିଂହ ପାଟିଲ୍‌ଙ୍କ ଉଦ୍ଦେଶ୍ୟରେ ଲେଖି ରାଜ୍ୟବାସୀଙ୍କ ପକ୍ଷରୁ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି । ରାଜ୍ୟସାରା ଲୋକେ ଏହି ଖୁସିରେ ସାମିଲ ହେବାପାଇଁ ମୁଖ୍ୟମନ୍ତ୍ରୀ ୫-୧୧-୨୦୧୧ ତାରିଖ ଶନିବାର ଦିନଟିକୁ ଛୁଟି ଘୋଷଣା କରିିଥିଲେ । ଫଳରେ ସମସ୍ତ ସରକାରୀ, ଅର୍ଦ୍ଧ ସରକାରୀ କାର୍ଯ୍ୟାଳୟ, ସ୍କୁଲ୍‍, କଲେଜ ଆଦି ବନ୍ଦ ରହିିଥିଲା । ନେଗୋସିଏବଲ୍‍ ଇନ୍‍ଷ୍ଟ୍ରୁମେଣ୍ଟ ଆକ୍ଟ ଅନୁଯାୟୀ ବ୍ୟାଙ୍କ୍‍ ଓ ବ୍ୟାଙ୍କିଙ୍ଗ୍‍ ଅନୁଷ୍ଠାନଗୁଡ଼ିକ ପାଇଁ ମଧ୍ୟ ସେଦିନଟି ଛୁଟି ଘୋଷଣା ହେଲା । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ସନ୍ଧ୍ୟାରେ (୦୪.୧୧.୨୦୧୧) ପୁଲିସ୍‍ କମିସନରେଟ୍‍ଙ୍କ ପକ୍ଷରୁ ରାଜ୍ୟ ସଚିବାଳୟଠାରେ ଆକର୍ଷଣୀୟ ଆତସବାଜି ପ୍ରଦର୍ଶନ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।

'ଓଡ଼ିଶା' ଓ 'ଓଡ଼ିଆ' ନାମ ପରିବର୍ତ୍ତନ ପାଇଁ ୨୦୦୮ ମସିହା ଜୁନ୍‍ ମାସ ୯ ତାରିଖରେ ପ୍ରଥମେ ରାଜ୍ୟ କ୍ୟାବିନେଟ୍‍ରେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଏହି ପ୍ରସ୍ତାବଟି ୨୦୦୮ ମସିହା ଅଗଷ୍ଟ ୮ ତାରିଖରେ ରାଜ୍ୟ ବିଧାନସଭାରେ ଆଗତ ହୋଇ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲ। । ପରେ ନୂତନ ଲୋକସଭା ଗଠନ ପରିପ୍ରେକ୍ଷୀରେ ଏହି ପ୍ରସ୍ତାବ ରାଜ୍ୟ ବିଧାନସଭାରେ ସଂଶୋଧିତ ହୋଇ କେନ୍ଦ୍ରକୁ ପଠାଯାଇଥିଲା । କେନ୍ଦ୍ର ସରକାର ୨୦୦୯ ସେପ୍ଟେମ୍ବର ମାସରେ ଏହି ପ୍ରସ୍ତାବକୁ ଅନୁମୋଦନ କରିିଥିଲେ । ୨୦୧୦ ମସିହା ବଜେଟ୍‍ ଅଧିବେଶନରେ ଏହି ନାମପରିବର୍ତ୍ତନ ସଂକ୍ରାନ୍ତ ବିଲ୍‍ ଲୋକସଭାରେ ଗୃହୀତ ହୋଇ ପାରିଲା ନାହିଁ । କାରଣ ସେହି ସମୟରେ କଟକ ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ ଭିନ୍ନ ମତ ଦେଇ ସଂଶୋଧନ ପ୍ରସ୍ତାବ ଦେଇଥିଲେ । ଫଳରେ କିଛିଦିନ ଧରି ଏ ସଂପର୍କରେ ଚର୍ଚ୍ଚା ଆଲୋଚନା ଚାଲିଲା । ୨୦୧୦ ମସିହା ଶୀତକାଳୀନ ଅଧିବେଶନରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ପି. ଚିଦାମ୍ବରମ୍‍ ଏହି ବିଲ୍‍କୁ ଲୋକସଭାରେ ଆଗତ କଲେ । ଏହି ବିଲ୍‌ର ଆଲୋଚନା ସମୟରେ ସାଂସଦ ଶ୍ରୀ ମହତାବ ଆଉ ତାଙ୍କ ସଂଶୋଧନ ପ୍ରସ୍ତାବକୁ ଦୋହରାଇଲେ ନାହିଁ । ବିଲ୍‍ ପାରିତ ହେବାପାଇଁ ଇଲେକ୍ଟ୍ରୋନିକ୍‌ସ ଭୋଟିଂ ଜରିଆରେ ହୋଇଥିବା ମତଦାନରେ ବିଲ୍‍ ସପକ୍ଷରେ ୨୯୪ଟି ଭୋଟ୍‍ ମିଳିଥିଲା । ବିପକ୍ଷରେ କୌଣସି ଭୋଟ୍‍ ପଡ଼ିନଥିଲା । ପରେ ଏହି ବିଲ୍‍ ରାଜ୍ୟସଭାରେ ଗୃହୀତ ହୋଇ ଏବଂ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରି ଆଇନ୍‌ରେ ପରିଣତ ହେଲା ।

ନବରଙ୍ଗପୁର ଓ ଆଠଗଡ଼ ଉପନିର୍ବାଚନ:

ନବରଙ୍ଗପୁର ଜିଲ୍ଲା ଉମରକୋଟ ନିର୍ବାଚନମଣ୍ଡଳୀ (୦୭୩- ଅନୁସୂଚିତ ଉପଜାତି)ର ବିଜେଡ଼ି ଦଳର ନିର୍ବାଚିତ ବିଧାୟକ ଶ୍ରୀ ଜଗବନ୍ଧୁ ମାଝିଙ୍କ ହତ୍ୟାପରେ ଆସନଟି ଖାଲି ପଡ଼ିଲା । ଫଳରେ ଏଥିପାଇଁ ଉପନିର୍ବାଚନର ଆବଶ୍ୟକତା ହେଲା । ୩୦-୧୧-୨୦୧୧ ତାରିଖରେ ଏହି ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ଅନୁଷ୍ଠିତ ହେଲା । ଶତକଡ଼ା ୭୦ ଭାଗରୁ ଅଧିକ ଭୋଟଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କଲେ । ବିଜୁ ଜନତା ଦଳର ପ୍ରାର୍ଥୀ ଶ୍ରୀ ସୁବାସ ଗଣ୍ଡ ୫୪,୭୧୩ ଭୋଟ ପାଇ ନିର୍ବାଚିତ ହେଲେ । ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଶ୍ରୀ ସତ୍ୟବ୍ରତ ଗଣ୍ଡ ୩୨,୮୭୬ ଭୋଟ ପାଇଥିବା ସ୍ଥଳେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଶ୍ରୀ ଧର୍ମୁ ଗଣ୍ଡ ୩୩, ୬୫୨ ଭୋଟ ପାଇ ପରାଜିତ ହେଲେ । ୨୦୦୯ ମସିହା ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳର ଦଳୀୟ ପ୍ରାର୍ଥୀ ହୋଇଥିବା ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ (ରାଜା ସ୍ୱାଇଁ)ଙ୍କର ନାମାଙ୍କନ ପତ୍ରରେ ମୂଳ ଦଳୀୟ ଟିକେଟ ଦାଖଲ ହୋଇ ନଥିବା ଦର୍ଶାଯାଇ ତାଙ୍କର ପ୍ରାର୍ଥୀପତ୍ରକୁ ନାକଚ କରିଦିଆଯାଇଥିଲା । ସେ ସ୍ୱାଧୀନ ପ୍ରାର୍ଥୀ ଶ୍ରୀ ରମେଶ ରାଉତଙ୍କୁ ସମର୍ଥନ କରି ଜିତାଇଥିଲେ । ସେମାନଙ୍କ ମଧ୍ୟରେ ବୁଝାମଣା ହୋଇଥିଲା ଯେ ନିର୍ବାଚନରେ ବିଜୟ ପରେ ଶ୍ରୀ ରାଉତ ଇସ୍ତଫା ଦେଇ ଶ୍ରୀ ରଣେନ୍ଦ୍ରଙ୍କୁ ବାଟ ଛାଡ଼ିଦେବେ । ଏହି କଥାରେ ଶ୍ରୀ ରାଉତ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ । କିନ୍ତୁ ଜିତିବା ପରେ ସେ ତାଙ୍କର ପ୍ରତିଶ୍ରୁତି ପାଳନ କଲେ ନାହିଁ । ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଇନର ଆଶ୍ରୟ ନେଇ ସୁପ୍ରିମ୍‍ କୋର୍ଟ ଯାଏ ଯାଇ ବିଜୟୀ ହେଲେ । ଫଳରେ ରମେଶ ରାଉତଙ୍କ ସଭ୍ୟପଦ ରଦ୍ଦ ହେଲା ଏବଂ ସେ ଇସ୍ତଫା ଦେବାକୁ ବାଧ୍ୟ ହେଲେ । ଆଠଗଡ଼ ବିଧାନସଭା(୦୮୯- ସାଧାରଣ) ଆସନଟି ଖାଲି ପଡ଼ିଲା । ଏହି ଆସନ ପାଇଁ ୧୮-୩-୨୦୧୨ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେଲା । ପ୍ରାୟ ଶତକଡ଼ା ୭୦ ଭାଗ ଭୋଟର ମତଦାନ କଲେ ।

ଏହି ଉପନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ୮୭,୬୦୪ ଭୋଟ ପାଇ ବିଜୟୀ ହେଲେ । ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ୪୦,୨୧୪ ଭୋଟ ପାଇଥିବା ସ୍ଥଳେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଶ୍ରୀ ବିକ୍ରମ ଦାଶ ମାତ୍ର ୨,୪୫୨ ଭୋଟ ପାଇ ନିଜର ଅମାନତ ହରାଇଲେ ।

ମୁଖ୍ୟମନ୍ତ୍ରୀଙ୍କ ଲଣ୍ଡନ ଗସ୍ତ :

୨୦୧୨ ମସିହା ମଇ ମାସ ତୃତୀୟ ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରୀ ଗସ୍ତରେ ଲଣ୍ଡନ ଯାତ୍ରା କଲେ । ଓଡ଼ିଶାର ବିକାଶ ସଂପର୍କରେ ବିଭିନ୍ନ ଅନୁଷ୍ଠାନ ସହ ଲଣ୍ଡନରେ ଆଲୋଚନା କରିବା ତାଙ୍କର ଏହି ଗସ୍ତକ୍ରମର ଉଦ୍ଦେଶ୍ୟ ଥିଲା । ବିଶେଷ କରି ଡି.ଏଫ୍‍.ଆଇ.ଡି.ର ବରିଷ୍ଠ କର୍ମକର୍ତ୍ତାଙ୍କୁ ସେ ଭେଟିବାର କାର୍ଯ୍ୟକ୍ରମ ଥିଲା । ଏହି ଅବସରରେ ୨୪-୫-୨୦୧୨ ତାରିଖ ସୋମବାର ଦିନ ଲଣ୍ଡନର ସସେକ୍ସ ବିଶ୍ୱ ବିଦ୍ୟାଳୟଠାରେ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଡେଭଲପ୍‍ମେଣ୍ଟ ଷ୍ଟଡିଜ୍‍ (ଆଇ.ଡି.ଏସ୍‍.)ଦ୍ୱାରା ଆୟୋଜିତ ଏକ ଆଲୋଚନା ଚକ୍ରରେ ରାଜ୍ୟର ବିକାଶ ସଂପର୍କରେ ସେ ଭାଷଣ ଦେବାର କାର୍ଯ୍ୟକ୍ରମ ଥିଲା । ହେଲେ କେତେକ ମାନବାଧିକାର ସଂଗଠନ ତରଫରୁ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯିବାର ଖବରପାଇ ମୁଖ୍ୟମନ୍ତ୍ରୀ ସେହି ଆଲୋଚନାଚକ୍ରରେ ଯୋଗଦାନକୁ ବାତିଲ୍‍ କରିଦେଇଥିଲେ । ଏହି ଆଲୋଚନାଚକ୍ରର ବିଷୟବସ୍ତୁ ଥିଲା 'ଓଡ଼ିଶାରେ ସଂସ୍କାର ଓ ସଫଳତା' (Reforms and Achivements of Odisha) । ଏହି ଆଲୋଚନାଚକ୍ରଟି ଆଇ.ଡି.ଏସ୍‍. କର୍ମଚାରୀ, ସଦସ୍ୟ, ଛାତ୍ର ତ‌ଥା ସର୍ବସାଧାରଣଙ୍କପାଇଁ ଉଦ୍ଦିଷ୍ଟ ଥିଲା । ମାତ୍ର ମୁଖ୍ୟମନ୍ତ୍ରୀ ନିଜର କାର୍ଯ୍ୟକ୍ରମ ବଦଳାଇ ଦେବାରୁ ଏହି ଆଲୋଚନାଚକ୍ରକୁ ବାତିଲ୍‍ କରିଦିଆଯାଇଥିଲା । ତାଙ୍କର ଏହି କାର୍ଯ୍ୟକ୍ରମ ବାତିଲ୍‍ ସଂପର୍କରେ କୌଣସି ନିର୍ଦ୍ଦିଷ୍ଟ କାରଣ ଦର୍ଶାଯାଇ ନଥିଲା । ମାତ୍ର ଲଣ୍ଡନ ସ୍ଥିତ ଏକ ମାନବାଧିକାର ସଂଗଠନ 'ସର୍ଭାଇଭାଲ୍‍ ଇଣ୍ଟର ନ୍ୟାସନାଲ୍‍'ର ସୂଚନା ଅନୁଯାୟୀ, ଏହି ଆଲୋଚନାଚକ୍ରରେ କେତେକ ମାନବାଧିକାର କର୍ମୀଙ୍କ ସମେତ ଛାତ୍ରଛାତ୍ରୀ ଯୋଗଦେଇ ଓଡ଼ିଶାରେ ଆଦିବାସୀ ଅଧିକାର ଉଲ୍ଲଙ୍ଘନ କରାଯାଉଥିବା ନେଇ ପ୍ରଶ୍ନକରି ତାଙ୍କୁ ଅଡ଼ୁଆରେ ପକାଇବାର ଯୋଜନା ଥିବାର ଖବର ପାଇ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମକୁ ବାତିଲ୍ କରିଦେଇଥିଲେ । ନବୀନଙ୍କ ବ୍ରିଟେନ୍‍ ଗସ୍ତ ପୂର୍ବରୁ ସେଠାର କେତେକ ଛାତ୍ର ଓଡ଼ିଶାର ଆଦିବାସୀମାନଙ୍କ ଉପରେ ହୋଇଥିବା ଆକ୍ରମଣ ସଂପର୍କରେ ତ‌ଥ୍ୟ ସମ୍ବଳିତ ଫଟୋକୁ ପ୍ରଦର୍ଶିତ କରିିବାର ଜଣାଯାଏ । ସର୍ଭାଇଭାଲ୍‍ ନିର୍ଦ୍ଦେଶକ ଷ୍ଟିଫେନ୍‍ କୋରୀ କହିଛନ୍ତି "ଓଡ଼ିଶାରେ ଆଦିବାସୀମାନଙ୍କ ଉପରେ ପୁଲିସ୍‍ ଜୁଲମ ଅତ୍ୟନ୍ତ ଉଦ୍‍ବେଗଜନକ । ବିଭିନ୍ନ ପ୍ରକଳ୍ପପାଇଁ ଜମି ଦେଇ ନଥିବା ଆଦିବାସୀଙ୍କୁ ପୁଲିସର ଲାଠିମାଡ଼ଠାରୁ ଆରମ୍ଭ କରି ଗୁଳିମାଡ଼ ସହିବାକୁ ପଡ଼ୁଛି । ଆଦିବାସୀମାନଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ମୁଖ୍ୟମନ୍ତ୍ରୀ ଶିଳ୍ପପତିଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇଛନ୍ତି ।"

ବିଜୁ ଜନତା ଦଳରେ ବିସ୍ଫୋରଣ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଣ୍ଡନ ଗସ୍ତରେ ଥିବା ସମୟର ଘଟଣା । ସେଦିନ ୨୦୧୨ ମସିହା ମଇ ମାସ ୨୯ ତାରିଖ । ବିଜୁ ଜନତା ଦଳର ମାର୍ଗଦର୍ଶକ ରୂପେ କଥିତ ଶ୍ରୀ ପ୍ୟାରୀମୋହନ ମହାପାତ୍ରଙ୍କ ସହିଦନଗର ବାସଭବନରେ ଅପରାହ୍‍ଣରୁ ବିଳମ୍ବିତ ରାତ୍ରି ଯାଏ ଚାଲିଥାଏ ତୁହାକୁ ତୁହା ବୈଠକ, ଜୋର୍‍ଦାର ଚର୍ଚ୍ଚା । ଏହା ଅଘୋଷିତ ବିଦ୍ରୋହ ନା ପ୍ୟାରୀବାବୁଙ୍କ ଶକ୍ତି ପ୍ରଦର୍ଶନ କିଛି ବୁଝି ହେଉନଥାଏ । ଜଣାଯାଏ, ପୂର୍ବରୁ ଦେଢ଼ ମାସ ହେବ ପ୍ୟାରୀବାବୁଙ୍କ ପାଖକୁ କୌଣସି ମନ୍ତ୍ରୀ କି ବିଧାୟକ ପ୍ରକାଶ୍ୟ ଭାବରେ ଆସୁ ନଥିଲେ । ତେଣୁ ସେ ଦଳୀୟ କାର୍ଯ୍ୟକ୍ରମରୁ କିଛିଦିନ ହେବ ବଞ୍ଚିତ ରହିିଥିଲେ ।

ମେ ୩୧ ତାରିଖରେ ହେବାକୁ ଥିବା ଭାରତ ବନ୍ଦପାଇଁ ବିଜୁ ଜନତା ଦଳର ବିଧାୟକମାନେ କିପରି ପ୍ରସ୍ତୁତ ହେବେ- ସେ ସଂପର୍କରେ ଆଲୋଚନାପାଇଁ ପ୍ୟାରୀବାବୁ ଏହି ବୈଠକ ଡାକିିଲେ ବୋଲି ସଫେଇ ଦିଆଗଲା । ପେଟ୍ରୋଲ ଦର ବୃଦ୍ଧିଯୋଗୁଁ ଏନ୍‍.ଡି. ଏ. ତରଫରୁ ବନ୍ଦ ଡାକରା ଦିଆଯାଇଥିଲା । ଏହି ବନ୍ଦକୁ ବାମପନ୍ଥୀ ଦଳ ସମେତ ସମାଜବାଦୀପାର୍ଟି ଓ ରାଷ୍ଟ୍ରୀୟ ଜନତା ଦଳ ସମର୍ଥନ ଜଣାଇଲେ । ପ୍ୟାରୀମୋହନ ମହାପାତ୍ରଙ୍କ ବାସଭବନରେ ଏହି ଦିନ ବୈଠକରେ ଉପସ୍ଥିତ ଥିବା ମନ୍ତ୍ରୀମାନେ ହେଲେ, ମନ୍ତ୍ରୀ ସାରଦା ନାୟକ, ଅଞ୍ଜଳି ବେହେରା ଓ ସଂଜୀବ ସାହୁ ଏବଂ ଉପବାଚସ୍ପତି ସାନନ୍ଦ ମାରାଣ୍ଡି । ବିଧାୟକମାନେ ହେଲେ- ପ୍ରଭାତ ବିଶ୍ୱାଳ, ଖଗେଶ୍ୱର ବେହେରା, ସଂଜୀବ ପ୍ରଧାନ, ଜୀବନ ପ୍ରଦୀପ ଦାସ, ସୁଶାନ୍ତ ସିଂହ, ସୁଦର୍ଶନ ଜେନା, ଭଗବାନ କହଁର, ବିଭୂତି ବଳବନ୍ତ ରାୟ, ଶ୍ରୀନାଥ ସୋରେନ୍‍, ବିଷ୍ଣୁ ଦାସ, ପ୍ରଶାନ୍ତ ମୁଦୁଲି, ଅରବିନ୍ଦ ଢାଲି, କମଳାକାନ୍ତ ନାୟକ, ଦେବେନ୍ଦ୍ର କହଁର, ମନୋରଂଜନ ସେଠି ଓ ମୁକୁନ୍ଦ ସୋଢ଼ି ପ୍ରମୁଖ । ଭୁବନେଶ୍ୱର ମ୍ୟୁନିସ୍‍ପାଲ୍‍ କର୍ପୋରେସନର ପୂର୍ବତନ ମେୟର ମିହିର ମହାନ୍ତି, କିଛି କର୍ପୋରେଟର ଓ କିଛି ଛାମୁଆ ନେତା ମଧ୍ୟ ସେଠାରେ ଉପସ୍ଥିତ ଥିବାର ଜଣାଯାଇଥିଲା । ସେଠାରେ ଏକ କାଗଜରେ ପ୍ୟାରୀମୋହନ ମହାପାତ୍ର ବିଧାୟକ ଦଳର ନେତା ବୋଲି ଦସ୍ତଖତ ନିଆଯାଇ ସେମାନଙ୍କୁ ନାୟକ ହୋଟେଲ୍‍କୁ ଯିବାପାଇଁ ନିର୍ଦ୍ଦେଶ ଦିଆଯାଉଥିଲା ବୋଲି କୁହାଗଲା । କେନ୍ଦୁଝର ଏମ୍‍.ଏଲ୍‍.ଏ. ଶ୍ରୀ ସୁବର୍ଣ୍ଣ ନାୟକ ଏକା ଦେଖି ସେଠାରୁ ଚାଲି ଆସି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଡାକ୍ତର ଦାମୋଦର ରାଉତଙ୍କୁ ଖବର ଦେଲେ । ସଙ୍ଗେସଙ୍ଗେ ଏହି ଖବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଣାଇ ଦିଆଗଲା । ତୁରନ୍ତ ଫେରି ଆସିବା ପାଇଁ ତାଙ୍କୁ ଅନୁରୋଧ କରାଗଲା । ଖବରପାଇ ମୁଖ୍ୟମନ୍ତ୍ରୀ ଫେରିଆସିବାକୁ ସମ୍ମତି ଜଣାଇଲେ ।
ମୁଖ୍ୟମନ୍ତ୍ରୀ ଆସିବା ପୂର୍ବରୁ ତାଙ୍କ ଅନୁଗତ ନେତାମାନଙ୍କର ଏକ ବୈଠକ ନବୀନ ନିବାସରେ ଅନୁଷ୍ଠିତ ହେଲା । ଏହି ବୈଠକରେ ଯେଉଁମାନେ ଯୋଗ ଦେଇଥିଲେ ସେମାନଙ୍କ ମଧ୍ୟରେ ଥିଲେ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ଓ ଦେବୀ ପ୍ରସନ୍ନ ମିଶ୍ର । ବିଧାୟକମାନଙ୍କ ମଧ୍ୟରେ ଡାକ୍ତର ଦାମୋଦର ରାଉତ, ସମୀର ରଞ୍ଜନ ଦାସ, ଅଶୋକ ପଣ୍ଡା, ଭାଗୀରଥି ବଡ଼ଜେନା, ସରସ୍ୱତୀ ହେମ୍ବ୍ରମ୍‍, ବେଦପ୍ରକାଶ ଅଗ୍ରଓ୍ୱାଲା, ପ୍ରତାପ ଜେନା, ସିପ୍ରା ମଲ୍ଲିକ, ସଂଜୟ ଦାସବର୍ମା, କାଳିନ୍ଦୀ ବେହେରା, ବିଜୟଶ୍ରୀ ରାଉତରାୟ, ଓ ପ୍ରଭାତ ତ୍ରିପାଠୀ ପ୍ରମୁଖ ଥିଲେ ।
ନବୀନ ନିବାସରେ ଘନଘନ ବୈଠକ ବସୁଥାଏ । ଏହି ବୈଠକରେ ଯୋଗଦେଇଥାନ୍ତି ପ୍ରାୟ ୮୮ ଜଣ ବିଧାୟକ । କିନ୍ତୁ ପ୍ୟାରୀବାବୁଙ୍କ ଘରକୁ ଯାଇଥିବା ତିନିଜଣ ମନ୍ତ୍ରୀ ଅଞ୍ଜଳି ବେହେରା, ସାରଦା ନାୟକ ଓ ସଂଜୀବ ସାହୁ ଏବଂ ବିଧାୟକ ବିଷ୍ଣୁ ଦାସ, ପ୍ରଭାତ ରଂଜନ ବିଶ୍ୱାଳ ଓ ବିଭୂତି ବଳବନ୍ତ ରାୟ ପ୍ରମୁଖ ନବୀନ ନିବାସକୁୁ ଯାଇ ନଥିଲେ । ଅତନୁ ସବ୍ୟସାଚୀ ନାୟକ ନିଜର ଅସୁସ୍ଥତା ଦର୍ଶାଇ ସେଠାକୁ ଯିବାପାଇଁ ମନା କରି ଦେଇଥିଲେ । ମନ୍ତ୍ରୀ ଅଞ୍ଜଳି ବେହେରା ସ୍ପଷ୍ଟ ଭାବରେ କହିିଲେ, "ମୁଖ୍ୟମନ୍ତ୍ରୀ ତ ନାହାନ୍ତି, ଆମେ ନବୀନ ନିବାସ କାହିଁକି ଯିବୁ ?"
୩୧-୫-୨୦୧୨ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ଆସି ପହଞ୍ଚିଲେ । ତାଙ୍କର ଅନୁଗତମାନେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇଲେ । ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇବାପାଇଁ ବିମାନଘାଟୀରୁ ନବୀନ ନିବାସ ଯାଏ ବହୁ ଲୋକ ରୁଣ୍ଡ ହୋଇଥିଲେ । ତାଙ୍କୁ ବିମାନଘାଟୀରୁ ନିଜ ବାସଭବନକୁ ଆସିବାପାଇଁ ଦୀର୍ଘ ସମୟ ଲାଗିଯାଇଥିଲା । ସେ ଆସିବା ପରେ ତାଙ୍କୁ ଭେଟିବାପାଇଁ ପ୍ୟାରୀବାବୁଙ୍କ ଅନୁଗତମାନଙ୍କ ମଧ୍ୟରୁ ଆସି ପହଞ୍ଚିିଲେ ବିଷ୍ଣୁ ଦାସ, ସାନନ୍ଦ ମାରାଣ୍ଡି । ଅତନୁ ସବ୍ୟସାଚୀ ନାୟକ ମଧ୍ୟ ଆସି ପହଞ୍ଚିିଲେ । ପ୍ୟାରୀବାବୁ ଶୁଣିବାକୁ ପାଇଲେ ଯେ ତାଙ୍କୁ ସସ୍‍ପେଣ୍ଡ୍‍ କରାଯିବ । ଏ ସଂପର୍କରେ ପ୍ୟାରୀବାବୁ ପ୍ରତିକ୍ରିୟା ପ୍ରକାଶ କରି କହିଲେ, "ମୋତେ ସସ୍‍ପେଣ୍ଡ୍‍ କରିବାପାଇଁ କାହାର ଦମ୍‍ ନାହିଁ । ଯିଏ ଦୀର୍ଘ ୩୨୬ କେତେ ବର୍ଷ ହେବ ବିଜୁ ଜନତା ଦଳର କାର୍ଯ୍ୟକାରିଣୀ ବୈଠକ ବସାଇ ନାହାନ୍ତି, ସେ ପୁଣି ମୋତେ ସସ୍‍ପେଣ୍ଡ୍‍ କରିବେ ?'

ଦଳରୁ ପ୍ୟାରୀଙ୍କୁ ନିଲମ୍ବନ ଏବଂ
ଅଞ୍ଜଳି, ସଂଜୀବ ଓ ସାରଦାଙ୍କୁ ମନ୍ତ୍ରୀପଦରୁ ବରଖାସ୍ତ:

୩୧-୫-୨୦୧୨ରେ ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ୟାରୀମୋହନ ମହାପାତ୍ରଙ୍କୁ ଦଳରୁ ନିଲମ୍ବିତ କଲେ । ମନ୍ତ୍ରୀ ଅଞ୍ଜଳି ବେହେରା ଓ ସଂଜୀବ ସାହୁଙ୍କୁ ମନ୍ତ୍ରିମଣ୍ଡଳରୁ ବରଖାସ୍ତ କରିବାପାଇଁ ମଧ୍ୟ ରାଜ୍ୟପାଳଙ୍କୁ ସୁପାରିଶ କଲେ । ମୁଖ୍ୟମନ୍ତ୍ରୀଙ୍କ ସୁପାରିଶକୁ ରାଜ୍ୟପାଳ ଅନୁମୋଦନ କଲେ । ଅଞ୍ଜଳିଙ୍କ ହାତରେ ଥିବା ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଓ ସଂଜୀବଙ୍କ ହାତରେ ଥିବା ପରିବହନ ବିଭାଗ ଦାୟିତ୍ୱ ମୁଖ୍ୟମନ୍ତ୍ରୀ ନିଜ ପାଖରେ ରଖିଲେ । ସେହିପରି ୪-୬-୨୦୧୨ରେ ମନ୍ତ୍ରିମଣ୍ଡଳରୁ ସାରଦା ନାୟକଙ୍କୁ ବରଖାସ୍ତ କରିବାପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ସୁପାରିଶ କଲେ । ମୁଖ୍ୟମନ୍ତ୍ରୀଙ୍କ ସୁପାରିଶକୁ ରାଜ୍ୟପାଳ ଅନୁମୋଦନ କରିଦେଲେ । ବରଖାସ୍ତ ମନ୍ତ୍ରୀ ସାରଦା ନାୟକଙ୍କ ହାତରେ ଥିବା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ମୁଖ୍ୟମନ୍ତ୍ରୀ ନିଜ ହାତରେ ରଖିଲେ ଏବଂ ଅବକାରୀ ବିଭାଗ ଦାୟିତ୍ୱ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇଙ୍କୁ ପ୍ରଦାନ କଲେ ।

ଏନ୍‍.ସି.ପି. ବିଧାୟକମାନେ ବିଜେଡ଼ିରେ ମିଶିଲେ :

ଓଡ଼ିଶାରେ ନ୍ୟାସ୍‍ନାଲିଷ୍ଟ କଂଗ୍ରେସ ପାର୍ଟି (ଏନ୍‍.ସି.ପି.) ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ସହ ମେଣ୍ଟ କରି ଚାରିଟି ଆସନରେ ବିଜୟୀ ହୋଇଥିଲା । ଏହି ଦଳରୁ ଚାରିଜଣ ସଦସ୍ୟ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇ ଶାସକ ବିଜୁ ଜନତା ଦଳର ସହଯୋଗୀ ଭାବରେ କାର୍ଯ୍ୟ କରୁଥିଲେ । ହେଲେ ୨୦୧୨ ମସିହା ଜୁନ୍ ୫ ତାରିଖରେ ଏହି ବିଧାୟକମାନେ ନିଃସର୍ତ୍ତ ଭାବରେ ବିଜୁ ଜନତା ଦଳରେ ମିଶିଗଲେ ବୋଲି ଘୋଷଣା କଲେ । ଏମାନଙ୍କ ସହ ଏନ୍.ସି.ପି. ଓଡ଼ିଶା ଶାଖାର ସାଧାରଣ ସଂପାଦକ ମନୋଜ ଚୌଧୁରୀ ମଧ୍ୟ ବିଜେଡ଼ି ସହିତ ମିଶିଗଲେ । ଫଳରେ ଓଡ଼ିଶା ବିଧାନସଭାରେ ବିଜୁ ଜନତା ଦଳର ସଦସ୍ୟ ସଂଖ୍ୟା ୧୦୪ରୁ ୧୦୮କୁ ବୃଦ୍ଧିପାଇଲା । ନାସ୍‌ନାଲିଷ୍ଟ କଂଗ୍ରେସ ପାର୍ଟିର ଓଡ଼ିଶା ବିଧାନସଭାର ସଦସ୍ୟମାନେ ହେଲେ ଅମର ଶତପଥୀ (ବଡ଼ଚଣା), ପ୍ରଶାନ୍ତ ନନ୍ଦ (ବେଗୁନିଆ), ନବୀନ ଚନ୍ଦ୍ର ନନ୍ଦ (ଢେଙ୍କାନାଳ) ଓ ରାମଚନ୍ଦ୍ର ହାଁସଦା (ସାରସକଣା) ।

ତୃତୀୟଥରପାଇଁ ନବୀନଙ୍କ ମନ୍ସିମଣ୍ଡଳରେ ଅଦଳ ବଦଳ : ତୃତୀୟ ଥରପାଇଁ ଓଡ଼ିଶା ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଓ ଅଦଳ ବଦଳର ଅବ୍ୟବହିତ ପୂର୍ବରୁ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, ପ୍ରଫୁଲ୍ଲ ସାମଲ, ପୁଷ୍ଟେନ୍ଦ୍ର ସିଂହଦେଓ, ପ୍ରତାପ ଜେନା ଓ ଅତନୁ ସବ୍ୟସାଚୀ ନାୟକଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୨-୮-୨୦୧୨ ତାରିଖ ସକାଳ ୯ଟା ବେଳେ ନିଜ ନିଜ ପଦରୁ ଇସ୍ତଫା ଦେବାପାଇଁ ନିର୍ଦ୍ଦେଶ ଦେଲେ । ମୁଖ୍ୟମନ୍ତ୍ରୀଙ୍କର ଅଚାନକ ଏପରି ପଦକ୍ଷେପରେ ମନ୍ତ୍ରୀମାନେ ଚକିତ ହୋଇଯାଇଥିଲେ । ଫୋନ୍‍ ଦ୍ୱାରା ଏହି ଅଚାନକ ନିର୍ଦ୍ଦେଶ ସମୟରେ ବିଭାଗୀୟ ମନ୍ତ୍ରୀମାନେ ଭିନ୍ନଭିନ୍ନ ସ୍ଥାନରେ ଥିଲେ । ପ୍ରଫୁଲ୍ଲ ଘଡ଼ାଇ ଥିଲେ ନିଜ ନିର୍ବାଚନମଣ୍ଡଳୀ ସୁକିନ୍ଦାରେ, ପ୍ରଫୁଲ୍ଲ ସାମଲ ଥିଲେ ବରଗଡ଼଼ ଜିଲ୍ଲାର ବରପାଲିରେ ସରକାରୀ ଗସ୍ତରେ, ପ୍ରତାପ ଜେନା ଥିଲେ ଭୁବନେଶ୍ୱରରେ, ଅତନୁ ସବ୍ୟସାଚୀ ନାୟକ ଥିଲେ ଭୁବନେଶ୍ୱର ସତ୍ୟନଗରସ୍ଥିତ ନିଜ ବାସଭବନରେ ଓ ପୁଷ୍ପେନ୍ଦ୍ର ସିଂହଦେଓ ଥିଲେ କୌଣସି ଏକ ଅଜଣା ସ୍ଥାନରେ । ଜଣାଯାଏ ଏହି ମନ୍ତ୍ରୀମାନେ ଉଭୟ ପ୍ୟାରୀବାବୁ ଓ ନବୀନବାବୁଙ୍କ ପାଖରେ ଦ୍ୱୈତ ଆନୁଗତ୍ୟ ପ୍ରକାଶ କରୁଥିବାରୁ ସେମାନଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ମାତ୍ର ଏମାନଙ୍କ ମଧ୍ୟରୁ ପ୍ରତାପ ଜେନା କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରେ ଆନୁଗତ୍ୟ ପ୍ରକାଶ କରୁଥିଲେ ହେଁ ତାଙ୍କର ଦକ୍ଷତା ନେଇ ପ୍ରଶ୍ନ ଉଠିବାରୁ ତାଙ୍କୁ ଇସ୍ତଫା ଦେବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବାର ଜଣାଯାଏ ।

ଏହା ପରେ ମୁଖ୍ୟମନ୍ତ୍ରୀ ନଅ ଜଣ ନୂତନ ମନ୍ତ୍ରୀଙ୍କୁ ତାଙ୍କ ମନ୍ତ୍ରିମଣ୍ଡଳରେ ସାମିଲ କରି ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରିବା ସହ ମନ୍ତ୍ରୀମାନଙ୍କର ବିଭାଗରେ ଅଦଳ ବଦଳ କରିଥିଲେ । ମାନ୍ୟବର ରାଜ୍ୟପାଳ ଏହି ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ । ଏହି ସଂପ୍ରସାରିତ ମନ୍ତ୍ରିମଣ୍ଡଳର ରୂପରେଖ ହେଲା-
କ୍ୟାବିନେଟ ମନ୍ତ୍ରୀ :

ନବୀନ ପଟ୍ଟନାୟକ : ମୁଖ୍ୟମନ୍ତ୍ରୀ; ଗୃହ, ସାଧାରଣ ପ୍ରଶାସନ, ପୂର୍ତ୍ତ, ଜଳସଂପଦ ଏବଂ
କୌଣସି ମନ୍ତ୍ରୀଙ୍କୁ ଦିଆଯାଇ ନଥିବା ବିଭାଗ
ବିଜୟଶ୍ରୀ ରାଉତରାୟ : ଜଙ୍ଗଲ ଓ ପରିବେଶ, ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ
ବିକ୍ରମ କେଶରୀ ଆରୁଖ : ଗ୍ରାମ୍ୟ ଉନ୍ନୟନ ଓ ସମବାୟ
ଡା. ଦାମୋଦର ରାଉତ : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ
ଦେବୀ ପ୍ରସାଦ ମିଶ୍ର : କୃଷି, ମତ୍ସ୍ୟ ଓ ପଶୁ ସଂପଦ
କଳ୍ପତରୁ ଦାସ : ପଞ୍ଚାୟତିରାଜ ଓ ସଂସଦୀୟ ବ୍ୟାପାର
ଲାଲ୍‍ ବିହାରୀ ହିମିରିକା : ଅନୁସୂଚିତ ଜାତି ଓ ଉପଜାତି ବିକାଶ, ସଂଖ୍ୟାଲଘୁ ଓ ଅନୁନ୍ନତ
ବର୍ଗର କଲ୍ୟାଣ
ମହେଶ୍ୱର ମହାନ୍ତି : ପର୍ଯ୍ୟଟନ ଓ ସଂସ୍କୃତି, ଯୋଜନା ଓ ସମନ୍ୱୟ ବିଭାଗ
ନିରଞ୍ଜନ ପୂଜାରୀ : ଶିଳ୍ପ ଓ ଅବକାରୀ

ପ୍ରସନ୍ନ ଆଚାର୍ଯ୍ୟ : ଅର୍ଥ ଓ ସାଧାରଣ ଉଦ୍ୟୋଗ
ରଘୁନାଥ ମହାନ୍ତି : ଗୃହ ନିର୍ମାଣ, ନଗର ଉନ୍ନୟନ, ଆଇନ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା
ସୂୂର୍ଯ୍ୟ ନାରାୟଣ ପାତ୍ର : ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ
ଉଷା ଦେବୀ : ମହିଳା ଓ ଶିଶୁ କଲ୍ୟାଣ


ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ) :

ଅରୁଣ କୁମାର ସାହୁ : ଶକ୍ତି, ସୂଚନା ଓ ଲୋକ ସଂପର୍କ ବିଭାଗ
ବଦ୍ରି ନାରାୟଣ ପାତ୍ର : ଉଚ୍ଚ ଶିକ୍ଷା ବିଭାଗ
ପ୍ରତାପ କେଶରୀ ଦେଓ : ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ନିୟୋଜନ ଓ ବୈଷୟିକ
ଶିକ୍ଷା ପ୍ରଶିକ୍ଷଣ ବିଭାଗ
ରବିନାରାୟଣ ନନ୍ଦ : ସ୍କୁଲ୍‍ ଓ ଗଣଶିକ୍ଷା ବିଭାଗ
ରଜନୀକାନ୍ତ ସିଂ : ଇସ୍ପାତ ଓ ଖଣି ବିଭାଗ
ରମେଶଚନ୍ଦ୍ର ମାଝି : କ୍ରୀଡ଼ା, ଯୁବ ବ୍ୟାପାର, ବିଜ୍ଞାନ ଓ ପ୍ରଯୁକ୍ତି ଏବଂ ସାଧାରଣ
ଅଭିଯୋଗ ଓ ପେନ୍‍ସନ ବିଭାଗ ।
ସରୋଜିନୀ ହେମ୍ବ୍ରମ୍‍ : ବୟନ ଶିଳ୍ପ ଓ ହସ୍ତତନ୍ତ ବିଭାଗ
ସୁବ୍ରତ ତରାଇ : ବାଣିଜ୍ୟ ଓ ପରିବହନ ବିଭାଗ

ବିରୋଧୀ ଦଳ ନେତା - ଶ୍ରୀ ଭୂପିନ୍ଦର ସିଂହ; ସରକାରୀ ମୁଖ୍ୟ ସଚେତକ - ଶ୍ରୀ ପ୍ରଭାତ ତ୍ରିପାଠୀ; ସରକାରୀ ଉପମୁଖ୍ୟ ସଚେତକ- ଶ୍ରୀ ସଞ୍ଜୟ ଦାସବର୍ମା ଓ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସୁରେନ୍ଦ୍ର ନାଥ ନାୟକ ।
ମନ୍ତ୍ରୀ ଶ୍ରୀ ରଘୁନାଥ ମହାନ୍ତିଙ୍କ ଇସ୍ତଫା

ନଗର ଉନ୍ନୟନ, ଆଇନ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ରଘୁନାଥ ମହାନ୍ତି, ୧୫.୩.୨୦୧୩ରେ ନିଜ ପଦରୁ ଇସ୍ତଫା ପ୍ରଦାନ କରିଥିଲେ । ପୁତ୍ରବଧୂ ବର୍ଷା ସୋନୀ ଶ୍ରୀ ମହାନ୍ତି ଏବଂ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନଙ୍କ ବିରୋଧରେ ଯୌତୁକ ନିର୍ଯ୍ୟାତନା ମାମଲା ଦାଏର କରିଥିବାରୁ ନୈତିକତା ଦୃଷ୍ଟିରୁ ସେ ଇସ୍ତଫା ଦେଇଛନ୍ତି ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ । ଶ୍ରୀ ମହାନ୍ତିଙ୍କ ହାତରେ ଥିବା ନଗର ଉନ୍ନୟନ ବିଭାଗର ଦାୟିତ୍ୱ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କୁ ଓ ଆଇନ ବିଭାଗର ଦାୟିତ୍ୱ ମନ୍ତ୍ରୀ ଶ୍ରୀ ମହେଶ୍ୱର ମହାନ୍ତିଙ୍କୁ ପ୍ରଦାନ କରି ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗକୁ ମୁଖ୍ୟମନ୍ତ୍ରୀ ନିଜ ହାତରେ ରଖିଲେ । ଚତୁର୍ଦ୍ଦଶ ବିଧାନସଭାର ବୟୋଜ୍ୟେଷ୍ଠ ଓ କନିଷ୍ଠ ବିଧାୟକ

ବିଧାୟକମାନଙ୍କ ମଧ୍ୟରେ ଶ୍ରୀ ବେଦପ୍ରକାଶ ଅଗ୍ରଓ୍ୱାଲ (୧୬.୦୧.୧୯୩୭) ହେଉଛନ୍ତି ବୟୋଜ୍ୟେଷ୍ଠ ବିଧାୟକ । ସର୍ବକନିଷ୍ଠ ବିଧାୟକ ହେଲେ ଶ୍ରୀ ରମେଶଚନ୍ଦ୍ର ମାଝି (୯.୪.୧୯୭୮) । ସେହିପରି ବିଧାୟିକାମାନଙ୍କ ମଧ୍ୟରେ ଶ୍ରୀମତୀ ଭି. ସୁଜ୍ଞାନ କୁମାର ଦେବୀ (୫.୮.୧୯୩୭) ହେଉଛନ୍ତି ବୟୋଜ୍ୟେଷ୍ଠା ଏବଂ ଶ୍ରୀମତୀ ଅଞ୍ଜଳି ବେହେରା (୯.୫.୧୯୭୨) ହେଉଛନ୍ତି ସର୍ବକନିଷ୍ଠା ବିଧାୟିକା ।
ନବୀନଙ୍କ ନୂଆ ରେକର୍ଡ :

ଓଡ଼ିଶାରେ ସର୍ବାଧିକ କାଳ ମୁଖ୍ୟମନ୍ତ୍ରୀ ରହିଥିବା ଶ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ସ୍ଥାନରେ ଏଣିକି ଓଡ଼ିଶା ରାଜନୀତିର ଇତିହାସରେ ଶ୍ରୀ ନବୀନ ପଟ୍ଟନାୟକଙ୍କ ନାମ ଉଲ୍ଲେଖ ହେବ । ପ୍ରାକ୍‍ ସ୍ୱାଧୀନତା ସମୟର ପ୍ରଧାନମନ୍ତ୍ରୀ ଓ ସ୍ୱାଧୀନୋତ୍ତର ଓଡ଼ିଶାର ମୁଖ୍ୟମନ୍ତ୍ରୀ ତାଲିକାରେ ଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ସର୍ବାଧିକ କାଳ ମୁଖ୍ୟମନ୍ତ୍ରୀ ହେବାର ଗୌରବ ଲାଭ କରିଥିଲେ । ଜାନକୀବାବୁ ୧୯୮୦ ମସିହା ଜୁନ୍‍ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇ ୧୯୮୯ ଡିସେମ୍ବର ୭ ତାରିଖ ଯାଏ କାର୍ଯ୍ୟଭାର ଗ୍ରହଣ କରିଥିଲେ । ଜାନକୀବାବୁ ତୃତୀୟ ଥର ପାଇଁ ପୁଣି ୧୯୯୫ ମସିହା ମାର୍ଚ୍ଚ ମାସ ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କଲେ । ଏଥର ସେ ମୁଖ୍ୟମନ୍ତ୍ରୀ ଭାବରେ ରହିଲେ ୧୯୯୯ ଫେବ୍ରୁଆରି ୧୭ ତାରିଖ ଯାଏ । ସମୁଦ।ୟ ସେ ୪,୮୪୩ ଦିନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ରହିଥିଲେ । ତାଙ୍କ ପୂର୍ବରୁ ପ୍ରଧାନମନ୍ତ୍ରିତ୍ୱ ଓ ମୁଖ୍ୟମନ୍ତ୍ରିତ୍ୱ ସମୟକୁ ମିଶ।ଇ ଡକ୍ଟର ହରେକୃଷ୍ଣ ମହତାବଙ୍କ କାର୍ଯ୍ୟକାଳ ସର୍ବାଧିକ ଥିଲା । ତାହାକୁ ଅତିକ୍ରମ କରିଥିଲେ ଜାନକୀବଲ୍ଳଭ ପଟ୍ଟନାୟକ ।

୨୦୦୦ ମସିହା ସାଧାରଣ ନିର୍ବାଚନରେ ବିଜୟୀ ହୋଇ ଶ୍ରୀ ନବୀନ ପଟ୍ଟନାୟକ ମାର୍ଚ୍ଚ ୫ ତାରିଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରି ଲଗାତର ତୃତୀୟ ଥର ପାଇଁ ଏହି ପଦବୀରେ ରହିଛନ୍ତି । ୨୦୦୦ ମସିହା ମାର୍ଚ୍ଚ ୫

ତାରିଖରୁ ୨୦୧୩ ମସିହା ଅଗଷ୍ଟ ୫ ତାରିଖ

ଯାଏଁ ହିସାବ କଲେ ନବୀନବାବୁ ମୁଖ୍ୟମନ୍ତ୍ରୀ ପଦରେ ଲଗାତର ଭାବରେ ୪,୮୯୮ ଦିନ ରହି ଜାନକୀବାବୁଙ୍କୁ ଟପି ଯାଇଛନ୍ତି । ନବୀନ ବାବୁଙ୍କ ପିତା ସ୍ୱର୍ଗତ ବିଜୁ ପଟ୍ଟନାୟକ ୧୯୬୧ ମସିହା ଜୁନ ୨୩ ତାରିଖ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରି ୧୯୬୩ ମସିହା ଅଗଷ୍ଟ ୨ ତାରିଖରେ ଏହି ପଦରୁ ଇସ୍ତଫା ଦେଇଥିଲେ । ପୁଣି ୧୯୯୦ ମସିହା ମାର୍ଚ୍ଚ ମାସ ୫ ତାରିଖରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରି ୧୯୯୫ ମସିହା ମାର୍ଚ୍ଚ ୧୫ ତାରିଖ ଯାଏ ଏହି ପଦବୀରେ ଥିଲେ । ମାତ୍ର ଓଡିଶା ରାଜନୀତି ଇତିହାସରେ ସର୍ବାଧିକ ନିରବଚ୍ଛିନ୍ନ ଭାବରେ ସର୍ବାଧିକ କାଳ ଶାସନାମୁଖ୍ୟ ରହିବାର ଗୌରବ ହାସଲ କରିପାରିଛନ୍ତି ଶ୍ରୀ ନବୀନ ପଟ୍ଟନାୟକ ।

ଓଡିଶା କଂଗ୍ରେସରେ ବିସ୍ଫୋରଣ : ଅଖିଳ ଭାରତ କଂଗ୍ରେସ କମିଟିର ସଦସ୍ୟ, ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ଶ୍ରୀ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଏ.ଆଇ.ସି.ସି. କର୍ତ୍ତୁପକ୍ଷ ଦଳର ପ୍ରାଥମିକ ସଭ୍ଯ ପଦରୁ ୬ ବର୍ଷ ପାଇଁ ବହିଷ୍କାର ଆଦେଶ ଜାହିର କଲେ ୧୯୧୩ ମସିହା ଅକ୍ଟୋବର ୧ ତାରିଖରେ ଗାନ୍ଧିଜୟନ୍ତୀର ଅବ୍ୟବହିତ ପୂର୍ବରୁ । ଜଣାଯାଏ, ପ୍ରଦେଶକଂଗ୍ରେସ କମିଟି ରିପୋର୍ଟ ଆଧାରରେ କଂଗ୍ରେସର ସାଧାରଣ ସଂପାଦକ ତଥା ଓଡିଶା କଂଗ୍ରେସ ପ୍ରଭାରୀ ବି.କେ. ହରିପ୍ରସାଦଙ୍କ ସୁପାରିଶ କ୍ରମେ ଏ.ଆଇ.ସି.ସି. ତରଫରୁ ଏବହଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।

ଓଡିଶା ରାଜନୀତିର ଇତିହାସ ୩୩୧ ଘଟଣାଟି ହେଲା, କେନ୍ଦ୍ରୀୟ କଂଗ୍ରେସ କମିଟି ନିରଂଜନ ପଟ୍ଟନାୟକଙ୍କୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରୁ ହଟାଇ ଜୟଦେବ ଜେନାଙ୍କୁ ସଭାପତି ଆସନରେ ବସାଇଲେ । ଏହା ପରେ ୨୦୧୩ ମସିହା ଜୁଲାଇ ମାସ ୧୫ ତାରିଖଠାରୁ ସୌମ୍ୟରଂଜନ କଂଗ୍ରେସ ଦଳକୁ ଓଡିଶାରେ ସୁଦୃଢ଼ କରିବାପାଇଁ ଆରମ୍ଭ କଲେ ‘ସଂକଳ୍ପ ଯାତ୍ରା’ । ଅଗଷ୍ଟ ପ୍ରଥମ ସପ୍ତାହରେ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁରଠାରେ ଅନୁଷ୍ଠିତ ସଂକଳ୍ପ ଯାତ୍ରାରେ ସୌମ୍ୟରଂଜନଙ୍କ ମନ୍ତବ୍ୟଟି ହେଲା, ‘ଟିକେଟ ବଣ୍ଟନ ବେଳେ ହୋଇଥିବା ଅନିୟମିତତାରେ ଯେଉଁମାନେ ସଂପୃକ୍ତ ସେମାନଙ୍କୁ ଚିହ୍ନଟ କରାଯାଉ’ । ଏହି ମନ୍ତବ୍ୟଟି ତାଙ୍କପାଇଁ ହେଲା କାଳ । ସେଥିପାଇଁ କଂଗ୍ରେସ ଦଳରେ ଚର୍ଚ୍ଚା ଯୋର ଧରିଲା । ଶୃଙ୍ଖଳା କମିଟି ଅଧ୍ୟକ୍ଷ ହରିହର କରଣଙ୍କ ଅଧ୍ୟକ୍ଷତାରେ ଅଗଷ୍ଟ ୧୨ ତାରିଖ ଦିନ ଏକ ବୈଠକ ବସି ସୌମ୍ୟରଂଜନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଗଲା । ତାଙ୍କ ଉପରେ ନୋଟିସ ଜାରି କରିବା ସମ୍ପର୍କରେ ଦଳର ତୁଙ୍ଗନେତାମାନଙ୍କ ମଧ୍ୟରେ ବାଦାନୁବାଦ ପ୍ରକାଶ ପାଇଥିବାର ଜଣାଯାଏ । ଏ.ଆଇ.ସି.ସି. ସଂପାଦକ ହରିପ୍ରସାଦ କହିଥିଲେ ଯେ ଏହି ପରିପ୍ରେକ୍ଷୀରେ ପି.ସି.ସି. ଶୃଙ୍ଖଳା କମିଟିର ନୋଟିସ ଜାରି କରିବାର କ୍ଷମତା ରହିଛି । ଏହା ପରେ ସୌମ୍ୟରଂଜନ ପଟ୍ଟନାୟକ ଭଦ୍ରକ, ନୟାଗଡ ଓ କେନ୍ଦ୍ରପଡ଼ା ଆଦି ସ୍ଥାନରେ ସଂକଳ୍ପ ସମାବେଶ କରାଇଥିଲେ । ଏହି ସ୍ଥାନଗୁଡିକରେ ବିପୁଳ ଜନସମାଗମ ହୋଇଥିବାର ଜଣାଯାଏ ।

କେନ୍ଦ୍ରାପଡ଼ା ସମାବେଶ ପରେ ଭୁବନେଶ୍ୱର କଂଗ୍ରେସ ଭାବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦାନ କରି ସୌମ୍ୟରଂଜନଙ୍କ ବିରୁଦ୍ଧରେ ଜୟରାମ ରମେଶ ପ୍ରତିକୂଳ ମନ୍ତବ୍ୟ ପ୍ରଦାନ କରିଥିଲେ । ତାଙ୍କର କଟୁ ମନ୍ତବ୍ୟ ଥିଲା- ‘ଦଳର ଅନୁଶାସନ ମାନ ନହେଲେ ଦଳ ଛାଡ଼’ । ଏହି ମନ୍ତବ୍ୟ ପରେ ଓଡିଶା କଂଗ୍ରେସ ସଭ୍ୟ ଓ କର୍ମୀମାନଙ୍କ ମଧ୍ୟରେ ଗଭୀର ଆଲୋଡ଼ନ ସୃଷ୍ଟି ହୋଇଥିବାର ଜଣାଯାଏ । ସୌମ୍ୟରଂଜନ ଅଗଷ୍ଟ ୧୪ ତାରିଖରେ ତାଙ୍କ ଉପରେ ଜାହିର ହୋଇଥିବା କାରଣ ଦର୍ଶାଅ ନୋଟିସର ଉତ୍ତର ପ୍ରଦାନ କରିଥିଲେ । ୩୩୪ * ଓଡ଼ିଶା ରାଜନୀତିର ଇତିହାସ

ଓଡ଼ିଶା ରାଜନୀତିର ଇତିହାସ । ୩୩୫

୩୩୬ ଓଡ଼ିଶା ରାଜନୀତିର ଇତିହାସ ଓଡ଼ିଶା ରାଜନୀତିର ଇତିହାସ । ୩୩୭

ନବୀନଙ୍କ ଶାସନ କାଳରେ ଓଡ଼ିଶାରେ ବିକଳ୍ପ ଆଞ୍ଚଳିକ ରାଜନୈତିକ ଦଳ

ସମୃଦ୍ଧ ଓଡ଼ିଶା:

୨୦୦୭ ମସିହାରେ 'ସମୃଦ୍ଧ ଓଡ଼ିଶା' ନାମରେ ଏକ ଆଞ୍ଚଳିକ ରାଜନୈତିକ ଦଳର ଆବିର୍ଭାବ ଘଟିଲା । ଏହାର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ହେଲେ ଡକ୍ଟର ଯତୀଶ ଚନ୍ଦ୍ର ମହାନ୍ତି । ଡକ୍ଟର ମହାରି ଥିଲେ ଆନ୍ଧ୍ରପ୍ରଦେଶରେ ଭାରତୀୟ ପ୍ରାଶାସନିକ ସେବାର ଜଣେ ବରିଷ୍ଠ ଅଧିକାରୀ । ସରକାରୀ ଚାକିରିରୁ ତ୍ୟାଗପତ୍ର ଦେଇ ସେ ଏହି ଆଞ୍ଚଳିକ ରାଜନୈତିକ ଦଳ ଓଡ଼ିଶାରେ ଗଠନ କଲେ । ଏଭଳି ଏକ ଆଞ୍ଚଳିକ ଦଳ ଗଠନର ଉଦ୍ଦେଶ୍ୟ ଥିଲା, ଓଡ଼ିଶାର ସମୃଦ୍ଧି, ସାମଗ୍ରିକ ବିକାଶ ତଥା ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଦାରିଦ୍ର୍ୟ ଦୂରୀକରଣ । ୨୦୦୭ ମସିହା ଅଗଷ୍ଟ ୧୮, ୧୯ ଦୁଇଦିନ ଧରି ଭୁବନେଶ୍ବରଠାରେ ଏହି ଦଳର ଏକ ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସାରା ରାଜ୍ୟରୁ ଏହି ଦଳର କର୍ମୀମାନଙ୍କ ସମେତ ରାଜ୍ୟର ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ୍, ସାହିତ୍ୟିକ, କଳାକାର, ସମାଜ ସେବୀ, ସଂସ୍କୃତିବିତ୍, ଅଭିନେତା ଓ ସଂଗୀତବିଶାରଦମାନଙ୍କୁ ଏହି ସମ୍ମିଳନୀକୁ ନିମନ୍ତ୍ରଣ କରାଯାଇଥିଲା । ଦଳର ଅଧ୍ୟକ୍ଷ ଏହି ସମ୍ମିଳନୀରେ ଘୋଷଣା କଲେ ଯେ ତାଙ୍କ ଦଳ ‘ସମୃଦ୍ଧ ଓଡ଼ିଶା କ୍ଷମତାକୁ ଆସିଲେ ପାଞ୍ଚବର୍ଷ ଭିତରେ ରାଜ୍ୟରୁ ଗରିବ ହଟିବ । ୨୦୦୯ରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଏହି ଦଳ ଅଧିକାଂଶ ବିଧାନ ସଭା ଓ ୭ଟି ଲୋକସଭା । ଆସନରେ ପ୍ରାର୍ଥୀ ଠିଆ କରାଇଥିଲେ । ଦଳର ନିର୍ବାଚନ

ଯତୀଶ ଚନ୍ଦ୍ର ମହାନ୍ତି
ସଂକେତ ଥିଲା, 'ନାଗରା’ । ଦଳ ତରଫରୁ ଅନ୍ୟତମ ବିଶିଷ୍ଟ ରାଜନେତା ପୂର୍ବତନ ମନ୍ତ୍ରୀ, ପଞ୍ଚାନନ କାନୁନଗୋ ଭୁବନେଶ୍ୱର-ମଧ୍ୟ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ । ହେଲେ କୌଣସି ପ୍ରାର୍ଥୀ ବିଜୟୀ ହୋଇ ନଥିଲେ । ତଥାପି ଏହି ଦଳ ବିଭିନ୍ନ ସମୟରେ ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମମାନ ଚାଲୁ ରଖିଛନ୍ତି । ବର୍ତ୍ତମାନ ଏହି ଦଳର ନିର୍ବାଚନ ସଂକେତ ‘ଟର୍ଚ୍ଚ ଲାଇଟ୍' ।

କୋଶଳ କ୍ରାନ୍ତି ଦଳ :

ବୈଦ୍ୟନାଥ ମିଶ୍ର

୨୦୦୭ ମସିହାରେ ଏହି ଆଞ୍ଚଳିକ ରାଜନୈତିକ ଦଳର ସୃଷ୍ଟି । ଦଳର ମହାସଚିବ ହେଲେ ବୈଦ୍ୟନାଥ ମିଶ୍ର । ଏହି ଦଳ ନିର୍ବାଚନ କମିଶନଙ୍କ ଦ୍ବାରା ସ୍ବୀକୃତିପ୍ରାପ୍ତ । ଏହି ଦଳର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ହେଲା; ପଶ୍ଚିମ ଓଡ଼ିଶାର ଦଶଟି ଜିଲ୍ଲା ଓ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ୍ ଡିଭିଜନକୁ ନେଇ ଏକ ସ୍ବତନ୍ତ୍ର କୋଶଳ ରାଜ୍ୟ ଗଠନ; କୋଶଳ ଭାଷା ଓ ସଂସ୍କୃତିକୁ ସ୍ବୀକୃତି ପ୍ରଦାନ; ପଶ୍ଚିମ ଓଡ଼ିଶାରେ କୃଷି, ଶିକ୍ଷା ଓ ସ୍ବାସ୍ଥ୍ୟର ଉନ୍ନତି; କୋଶଳ ଇତିହାସକୁ ସ୍ବୀକୃତିପ୍ରଦାନ ଓ ଓଡ଼ିଶା ରାଜ୍ୟରୁ ଅଲଗା ହୋଇ ଦ୍ବିତୀୟ ସ୍ବତନ୍ତ୍ର କୋଶଳ ରାଜ୍ୟଗଠନ ଇତ୍ୟାଦି । ସ୍ଥାନୀୟ ଲୋକଙ୍କ ଜନସମର୍ଥନରେ ଏହି ଦଳ ବ୍ୟାପକ କାର୍ଯ୍ୟକ୍ରମ ଚାଲୁ ରଖିଛି । ଆସନ୍ତା ୨୦୧୪ ସାଧାରଣ ନିର୍ବାଚନରେ ଏହି ଦଳ ପ୍ରାର୍ଥୀ ଦେବ ବୋଲି ଜଣାଯାଏ । ନିର୍ବାଚନ କମିସନ୍ ଏହି ଆଞ୍ଚଳିକ ଦଳକୁ ‘ନଡ଼ିଆ’ ନିର୍ବାଚନୀ ସଂକେତ ପ୍ରଦାନ କରିଛନ୍ତି ।

କଳିଙ୍ଗ ସେନା:

ହେମନ୍ତ ରଥ

୧୯୩୬ ମସିହା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପ୍ରତି ଏହି ଦଳ ସୁଖୀ ନୁହେଁ । ସେତେବେଳେ ପଡ଼ୋଶୀ ପଶ୍ଚିମବଙ୍ଗ, ତତ୍କାଳୀନ ବିହାର, ମଧ୍ୟପ୍ରଦେଶ ଓ ଆନ୍ଧ୍ରପ୍ରଦେଶରେ ରହିଯାଇଥିବା ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ରକରି ବୃହତ୍ତର କଳିଙ୍ଗ ରାଜ୍ୟ ଗଠନ, ଭାରତୀୟ ସାମରିକ ବାହିନୀରେ, ‘କଳିଙ୍ଗ ରେଜିମେଣ୍ଟ' ସ୍ଥାପନ, କଳିଙ୍ଗସଂସ୍କୃତିର ପୁନରୁଦ୍ଧାର ଏବଂ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ପରିଚାଳିତ ବିଜେଡ଼ି ସରକାରର ବିଫଳତାକୁ ଆଧାରକରି ଏହି ଦଳ ଆନ୍ଦୋଳନ କରିବାପାଇଁ ଅଙ୍ଗୀକାରବଦ୍ଧ । ଏହିଦଳର ମୁଖ୍ୟ ହେଲେ ଶ୍ରୀ ହେମନ୍ତ ରଥ । ଦଳ ଶ୍ରୀ ହେମନ୍ତ ରଥକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ଘୋଷଣା କରି ଆସନ୍ତା ୨୦୧୪ ସାଧାରଣ ନିର୍ବାଚନରେ ସମୟ ବିଧାନସଭା ଓ ଲୋକସଭା ଆସନରେ ପ୍ରାର୍ଥୀ ଠିଆ କରାଇବାପାଇଁ ସ୍ଥିର କରିଛି । ନିର୍ବାଚନ କମିସନ୍ ଏହି ଦଳକୁ ‘ଟୋପି ନିର୍ବାଚନ ସଂକେତ ପ୍ରଦାନ କରିଛନ୍ତି ।

ଉତ୍କଳ ଭାରତ:

ମହାମେଘ ବହନ ଐରଖାରବେଳ ସ୍ୱାଇଁ

୨୦୧୦ ମସିହା ଫେବ୍ରୁଆରି ୧ ତାରିଖରେ “ଉତ୍କଳ ଭାରତ’ ଆଞ୍ଚଳିକ ରାଜନୈତିକ ଦଳର ଜନ୍ମ । ଏହାର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ହେଲେ ଭାରତୀୟ ଜନତା ପାର୍ଟିର ଅନ୍ୟତମ ପ୍ରମୁଖ ନେତା ତଥା ପୂର୍ବତନ ସାଂସଦ ଶ୍ରୀ ମହାମେଘ ବାହନ ଐରଖାରବେଳ ସ୍ବାଇଁ । ଶ୍ରୀ ସ୍ବାଇଁ ଥିଲେ ଭାରତୀୟ ଆଲାଏଡ୍ ସେବାର ଜଣେ ବରିଷ୍ଠ ଅଧିକାରୀ । ସରକାରୀ ଚାକିରି ତ୍ୟାଗକରି ଦେଶ ସେବାପାଇଁ ସେ ପ୍ରଥମେ ଭାରତୀୟ ଜନତାପାର୍ଟିରେ ଯୋଗ ଦେଇଥିଲେ । ପରେ ଏହି ଦଳ ତ୍ୟାଗ କରି ସେ ଓଡ଼ିଶାରେ 'ଉତ୍କଳ ଭାରତ’ ନାମରେ ଏକ ଆଞ୍ଚଳିକ ରାଜନୈତିକ ଦଳ ଗଠନ କରିଛନ୍ତି । ଏହିଁ ଦଳର ମୂଳ ଲକ୍ଷ୍ୟ ହେଲା; ଦେଶର ଭଲ ଲୋକଙ୍କୁ ରାଜନୀତି କୁ ଆଣିବା ଓ ଦେଶରେ ଦୁର୍ନୀତିମୁକ୍ତ ନିର୍ମଳ ଶାସନ ପ୍ରତିଷ୍ଠାକରିବା । ବିଶେଷ ଭାବରେ ଏହି ଦଳ ବିଜେଡ଼ି ସରକାରଙ୍କ ଏକଟଙ୍କିଆ ଚାଉଳ ପ୍ରଦାନ ଯୋଜନାକୁ ଘୋର ବିରୋଧ କରେ । ଆସନ୍ତା ୨୦୧୪ ମସିହା ସାଧାରଣ ନିର୍ବାଚନ ପାଇଁ ଏହି ଦଳ ତରଫରୁ କେତୋଟି ବିଧାନ ସଭା ଓ ଲୋକସଭା ଆସନ ପାଇଁ ପାର୍ଥୀ ଚୟନ କାର୍ଯ୍ୟ ଶେଷ ହୋଇଗଲାଣି । ‘ମୁଦି’ ଏହି ଦଳର ନିର୍ବାଚନ ସଂକେତ ।

‘ଓଡ଼ିଶା ଜନମୋର୍ଚ୍ଚା’

ବିଜୁ ଜନତା ଦଳରୁ ନିଲମ୍ବିତ ଓ ବହିଷ୍କୃତ ସାଂସଦ ଶ୍ରୀ ପ୍ୟାରୀମୋହନ ମହାପାତ୍ରଙ୍କ ବହୁ ପ୍ରତୀକ୍ଷିତ ରାଜନୈତିକ ଦଳ ଓଡ଼ିଶା ଜନମୋର୍ଚ୍ଚା’ ୯୪1୨୦୧୩ରେ ଆନୁଷ୍ଠାନିକ ଭାବରେ ପ୍ରତିଷ୍ଠା ହେଲା । ପୂର୍ବରୁ ପ୍ୟାରୀବାବୁଙ୍କ ଦ୍ବାରା ଜନମୋର୍ଚ୍ଚା’ ପ୍ରତିଷ୍ଠା ହୋଇଥିଲେ ହେଁ ଏହା ରାଜନୈତିକ ଦଳ ନଥିଲା । ଏକ ରାଜନୈତିକ ଦଳ ଗଠନ କରିବା ପାଇଁ ଶ୍ରୀ ମହାପାତ୍ର ମୁଖ୍ୟ ନିର୍ବାଚନ କମିଶନରଙ୍କ ପାଖରେ ପୂର୍ବରୁ ଆବେଦନ କରିଥିଲେ । ତାହା
ପ୍ୟାରୀମୋହନ ମହାପାତ୍ର

ସ୍ବୀକୃତି ପାଇବା ପରେ ଓଡ଼ିଶା ଜନମୋର୍ଚା’କୁ ରାଜନୈତିକ ଦଳ ଭାବରେ ଘୋଷଣା କରାଗଲା । *ଓଡ଼ିଶା ଜନମୋର୍ଚ୍ଚା’ ଦଳର ସଭାପତି ହେଲେ ଶ୍ରୀ ପ୍ୟାରୀମୋହନ ମହାପାତ୍ର; ଉପ-ସଭାପତି ହେଲେ ଶ୍ରୀ ରାଜେନ୍ଦ୍ର ପ୍ରସାଦ ସିଂହ (ରାଜ ସିଂହ) ଓ ମହାସଚିବ ହେଲେ ଶ୍ରୀ ଯଜ୍ଞଶ୍ବର ବାବୁ । ଏହା ବ୍ୟତୀତ ଶ୍ରୀ ମିହିର ମହାନ୍ତିଙ୍କ ସମେତ ବହୁ ବରିଷ୍ଠ ନେତା ଓ କାର୍ଯ୍ୟକାରୀ କମିଟି ସଦସ୍ୟ ଶ୍ରୀ ଅମୀୟ ପାଣ୍ଡ ବ ଆଦି ବି ଭି ନ୍ନ ପଦପଦବୀରେ ଅଧୁଷ୍ଠି ତ ହେଲେ । ଏହି ଦଳର ନିର୍ବାଚନ ସଂକେତ ହେଲା ଗୁଡ଼ି’ ।

ସମତା କ୍ରାନ୍ତିଦଳ:

ବ୍ରଜ କିଶୋର ତ୍ରିପାଠୀ

୨୦୧୩ ମସିହା ମଇମାସ ୧୩ ତାରିଖ ପବିତ୍ର ଅକ୍ଷୟତୃତୀୟା ତିଥିରେ ଶ୍ରୀକ୍ଷେତ୍ର ପୁରୀଠାରେ ଏହି ଦଳର ଜନ୍ମ । ଏହି ଦଳର ପ୍ରତିଷ୍ଠାତା ହେଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ । ଦଳର ଅଧ୍ୟକ୍ଷ ହେଲେ ଜର୍ଜ ତିର୍କୀ । ଦେଶ ତଥା ରାଜ୍ୟରୁ ଦୁର୍ନୀତି ବିଲୋପ, ରାଜ୍ୟରେ ଥିବା ବିଜେଡ଼ି ସରକାର ଓ କେନ୍ଦ୍ରରେ ଥିବା ଉପା ସରକାରଙ୍କର ନୀତି ହୀନ ଶାସନ ବିରୁଦ୍ଧରେ ଏହି ଦଳ ଲଢ଼େଇ କରି ବା ପାଇଁ ଅଙ୍ଗୀକାରବଦ୍ଧ । ଏହା ବ୍ୟତୀତ କୃଷକମାନଙ୍କର ସମସ୍ୟା ସମାଧାନ କରି ଓଡ଼ିଶାକୁ ଏକ ପ୍ରଗତିଶୀଳ ରାଜ୍ୟରେ ପରିଣତ କରିବାପାଇଁ ମଧ୍ୟ ପ୍ରତିଶ୍ରୁତିବଦ୍ଧ ।

୨୦୧୪ ସାଧାରଣ ନିର୍ବାଚନରେ ପ୍ରତିଦ୍ବନ୍ଦିତାକରି ଏହିଦଳ ରାଜ୍ୟରେ ସରକାର ଗଠନ ନିମନ୍ତେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ଦଳର ନେତାମାନେ ମତ ପ୍ରଦାନ କରନ୍ତି । ଏହି ଦଳର ନିର୍ବାଚନ ସଂକେତ ‘କଇଁଟି ।
ସୌମ୍ୟରଂଜନ ପଟ୍ଟନାୟକ

ଆମ ଓଡ଼ିଶା ପାର୍ଟି

୧୯୯୬ ମସିହା ପବିତ୍ର ରଥଯାତ୍ରା ଦିବସରେ ଓଡ଼ିଶାର ଶିକ୍ଷା, ସାହିତ୍ୟ, ସଂସ୍କୃତି କ୍ଷେତ୍ର ରେ ପୁନର୍ଜାଗରଣ ଆଣିବା ପାଇଁ ‘ସମ୍ବାଦ’ର ସଂପାଦକ ତଥା ପୂର୍ବତନ ସାଂସଦ ସୌମ୍ୟରଂଜନ ପଟ୍ଟନାୟକଙ୍କଠାରୁ ଜନ୍ମ ନେଇଥିଲା ତାଙ୍କର ମାନସପୁତ୍ର 'ଆମ ଓଡ଼ିଶା’ । ଏହି ଅନୁଷ୍ଠାନ ପ୍ରତିଷ୍ଠା ହେବା ପରଠାରୁ ଭାଷାଜ୍ଞାନ, ରକ୍ତଦାନ, ମତଦାନ ଓ ପ୍ରକାଶନ କ୍ଷେତ୍ରରେ ଅଭୂତପୂର୍ବ ସଫଳତା ଅର୍ଜନ କରିଛି । ଓଡ଼ିଶାର ସାମଗ୍ରିକ ବିକାଶପାଇଁ ବିଜେଡ଼ି, କଂଗ୍ରେସ ଓ ବିଜେପିର ବିକଳ୍ପ ରାଜନୈତିକ ଦଳ ଭାବରେ ୨୦୧୩ ନଭେମ୍ବର । ୧୭ ତାରିଖ ଦିନ 'ଆମ ଓଡ଼ିଶା ପାଟି ଗଠିତ ହୋଇଛି ।

ଆମ ଓଡ଼ିଶା ପାର୍ଟି ତରଫରୁ ବିକଳ୍ପ ପାଇଁ ସଂକଳ୍ପ କ୍ରମରେ ପ୍ରଥମ ସଂକଳ୍ପ ସମାବେଶ ୨୦୧୩ ମସିହା ନଭେମ୍ବର ୨୫ ତାରିଖରେ ସୁବର୍ଣ୍ଣପୁରର ବୀରମହାରାଜପୁରଠାରେ ଅନୁଷ୍ଠିତ ହେବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ସଂକଳ୍ପ ସମାବେଶମାନ ଅନୁଷ୍ଠିତ ହେଉଛି । ୧ ଜାନୁଆରି ୨୦୧୪ ମସିହାଠାରୁ ଏହି ପାର୍ଟିର ସଦସ୍ୟ ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।

ଆମ ଓଡ଼ିଶା'ର ଅଧ୍ୟକ୍ଷ ସୌମ୍ୟରଂଜନ ଦୃଢ଼ ଭାବରେ ଘୋଷଣା କରିଛନ୍ତି ଯେ ବର୍ତ୍ତମାନ ରାଜ୍ୟର ତିନୋଟିଯାକ ରାଜନୈତିକ ଦଳ ଜନସାଧାରଣଙ୍କର ଆସ୍ଥା ସଂପୂର୍ଣ୍ଣ ଭାବରେ ହରାଇ ବସିଲେଣି । ଓଡ଼ିଶାରେ ବିପୁଳ ପରିମାଣରେ ଖଣିଜ ସଂପଦ ଥିବା ସନ୍ଦେ ସ୍ବାଧୀନତାର ଛୁଆ ଦଶନ୍ଧି ପରେ ବି ଓଡ଼ିଶା ରାଜ୍ୟ ଗରିବ ହୋଇ ରହିଛି । ନବୀନ ପଟ୍ଟନାୟକଙ୍କ ଚଉଦ ବର୍ଷ ଶାସନ କାଳରେ ଏହାର ସ୍ଥିତି ଆହୁରି ଖରାପ ହୋଇଯାଇଛି । ରାଜ୍ୟରେ ଆଇନ ଶୃଙ୍ଖଳା ନାହିଁ । ନାରୀମାନେ ସୁରକ୍ଷିତ ନୁହଁନ୍ତି । ଲାଞ୍ଚ, ମିଛ ଓ ଭୟରୁ ମୁକ୍ତ ଏକ ନୂଆ ଓଡ଼ିଶା ଗଠନର ସଂକଳ୍ପ ନେଇ 'ଆମ ଓଡ଼ିଶା ପାଟି’ର ସୃଷ୍ଟି । ନିର୍ବାଚନ କମିସନ ଏହି ଆଞ୍ଚଳିକ ଦଳକୁ ସ୍ବୀକୃତି ପ୍ରଦାନ ପୂର୍ବକ ‘ମାଠିଆ’ ନିର୍ବାଚନ ସଂକେତ ପ୍ରଦାନ କରିଛନ୍ତି ।

ପରିଶିଷ୍ଟ "କ'
ବ୍ରିଟିଶ-ଉତ୍କଳର କମିଶନରମାନେ

୧୮୫୪ - ବି. ଜେ. କଲଭିନ୍‍ ୧୯୧୦ - ଇ. ଭି. ଲେଭିଞ୍ଜ
୧୮୫୬ - ଇ. ଏ. ସାମୁଏଲ୍‍ ୧୯୧୧ - ଜେ. ବ୍ଲାର୍କ
୧୮୫୭ - ଜି. ଏଫ୍‍. କକ୍‍ବର୍ଣ୍ଣ ୧୯୧୧ - ଇ.ଭି. ଲେଭିଞ୍ଜି
୧୮୬୩ - ଆର୍‍. ଏନ୍‍. ସୋର ୧୯୧୨ - ଡବ୍ଲୁ୍ୟ. ଇଜରଟନ୍‍
୧୮୬୫ - ଟି. ଇ. ରେଭେନ୍‍ସା ୧୯୧୩ - ଏଫ୍‍.ଏନ୍‍. ଫିସର
୧୮୬୭ - ଭି. ଏଚ୍‍. ସ୍କାଚ ୧୯୧୫ - ଜେ. ଏଫ୍‍. ଗ୍ରୁନିଂ
୧୮୬୯ - ଟି. ଇ. ରେଭେନ୍‍ସା ୧୯୧୬ - ଏଚ୍‍. ଲିମସୁରିୟାର
୧୮୭୦ - ଇ. ଡବ୍ଲ୍ୟୁ. ମଲନି ୧୯୧୬ - ଇ. ଏଚ୍‍. ର୍ବୁଡ଼
୧୮୭୧ - ଟି. ଇ. ରେଭେନ୍‍ସା ୧୯୧୬ - ବି. ଫଲି
୧୮୭୯ - ଏ. ସ୍ମି୍‍ ୧୯୧୬ - ଏଚ୍‍. ଲିମ୍‍ସୁରିୟାର
୧୮୮୪ - ସି.ଟି. ମେଟ୍‍କାଫ୍‍ ୧୯୧୭ - ଜେ. ଏଫ୍‍. ଗ୍ରୁନିଂ
୧୮୮୭ - ସି. ଏଫ୍‍. ଉଆର୍ସଲି ୧୯୨୧ - ବି. ଫଲି
୧୮୯୧ - ଜି. ଟଏନ୍‍ବି ୧୯୨୨ - ଡି. ଓୟେଷ୍ଟନ
୧୮୯୨ - ଏଚ୍‍. ଜି. କୁକ୍‍ ୧୯୨୨ - ଏଚ୍‍. ଟି. ଏସ୍‍. ଫରେଷ୍ଟ
୧୮୯୫ - ଆର୍‍. ସି. ଦତ୍ତ ୧୯୨୩ - ଡି. ଓୟେଷ୍ଟନ୍‍
୧୮୯୭ - ଏଚ୍‍. ଜି. କୁକ୍‍ ୧୯୨୩ - ଆର୍‍. କିଲି
୧୮୯୮ - ଜି. ଷ୍ଟିଭେନ୍‍ସନ୍‍ ୧୯୨୩ - ଏଚ୍‍. ଟି. ଏମ୍‍. ଫରେଷ୍ଟ
୧୮୯୯ - ସି. ଆର୍‍. ମାରିନ୍‍ଡ଼ନ ୧୯୨୫ - ଏ. ଏଲ୍‍. ଇଂଲିଶ
୧୯୦୦ - ଇ. ବି. ହାରିସ୍‍ ୧୯୨୫ - ପି.ଟି. ମାନ୍‍ସଫିଲ୍‍ଡ
୧୯୦୧ - ଆର୍‍. କାରଷ୍ଟେୟାର୍ସ ୧୯୨୫ - ପି. ଡବ୍ଲୁ୍ୟ. ମର୍ଫେ
୧୯୦୧ - କେ. ଜି. ଗୁପ୍ତ ୧୯୨୫ - ଏଚ୍‍. ଟି. ଏସ୍‍. ଫରେଷ୍ଟ
୧୯୦୩ - ଏଫ୍‍. ଏନ୍‍. ଫିସର ୧୯୨୬ - ଜେ. ଏ. ହବକ୍‍
୧୯୦୩ - ଇ. ଏଫ୍‍. ଗ୍ରୋସ୍‍ ୧୯୨୬ - ବି. ସି. ସେନ
୧୯୦୫ - ଏଫ୍‍. ଡବ୍ଲୁ୍ୟ. ଡିଉକ୍‍ ୧୯୨୮ - ଏନ୍‍. ଏଫ. ପେକ୍‍
୧୯୦୬ - ଇ. ଭି. ଲେଭିଞ୍ଜ ୧୯୨୯ - ଜେ. ଏ. ହବକ୍‍
୧୯୦୬ - ଆର୍‍. ଟି. ଗ୍ରିଅର ୧୯୨୯ - ଏନ୍‍. ଏଫ୍‍. ପେକ୍‍
୧୯୦୭ - ଏଫ୍‍. ଡବ୍‍ଲୁ୍ୟ. ଡିଉକ୍‍ ୧୯୩୦ - ଜେ. ଏ. ହବକ
୧୯୦୭ - ଇ. ଭି. ଲେଭିଞ୍ଜ ୧୯୩୦ - ସି.ଏଲ୍‍. ଫିଲିପ୍‍
୧୯୦୮ - ଏଲ୍‍. ବର୍ଲିିଂ ୧୯୩୩ - ଇ. ଏସ୍‍. ହର୍ଣ୍ଣଲି
୧୯୦୯ - ଇ.ଭି.ଲେଭିଞ୍ଜ ୧୯୩୩ - ଏ.ଡି. ଟକି
୧୯୧୦ - ଏଲ୍‍. ବଲିଂ ୧୯୩୪ - ଏ. ଆର୍‍. ଟପିସ୍‍
୧୯୧୦ - ଟି.ଏଚ୍‍.ଇ. ଗ୍ୟାରେଟ୍‍ ୧୯୩୫ - ଇ. ଏସ୍‍. ହର୍ଣ୍ଣଲି

ପରିଶିଷ୍ଟ ‘ଖ’
ଓଡ଼ିଶାର ରାଜ୍ୟପାଳଗଣ
(୧୯୩୬-୨୦୧୩)

୧- ସାର୍ ଜନ୍ ଅନ୍ ହକ୍ ୦୧.୦୪.୧୯୩୬ - ୧୧.୦୮.୧୯୩୮
୨- ଜର୍ଜ ଟାଉସେଣ୍ଡ ବୋର୍ ୧୧.୦୮.୧୯୩୮ - ୦୭.୧୨.୧୯୩୮
୩- ସାର୍ ଜନ୍‌ ଅଷ୍ଟିନ୍ ହକ୍ ୦୮.୧୨.୧୯୩୮ - ୩୧.୦୩.୧୯୪୧
୪- ସାର୍ ହମୋ ଲୁଇସ୍ ୦୧.୦୪.୧୯୪୧ - ୩୧.୦୩.୧୯୪୬
୫- ଚନ୍ଦୁଲାଲ ତ୍ରିବେଦୀ ୦୧.୦୪.୧୯୪୬ - ୧୪.୦୮.୧୯୪୭
୬- ଡ. କୈଳାସ ନାଥ କାଟ୍‌ଜୁ ୧୫.୦୮.୧୯୪୭ - ୨୦.୦୬.୧୯୪୮
୭- ମି. ଏମ୍. ଆସଫ୍ ଅଲି ୨୧.୦୬.୧୯୪୮ - ୦୫.୦୫.୧୯୫୧
୮- ଭି.ପି. ମେନ୍ (ଅସ୍ଥାୟୀ) ୦୬.୦୫.୧୯୫୧ - ୧୬.୦୭.୧୯୫୧
୯- ମି. ଏମ୍. ଆସଫ୍ ଅଲି ୧୮.୦୭.୧୯୫୧ - ୦୬.୦୬.୧୯୫୨
୧୦- ସୟଦ୍ ଫଜଲ ଅଲି (ବାରିଷ୍ଟର ଆର୍ଟ-ଲ) ୦୭.୦୬.୧୯୫୨ - ୦୯.୦୨.୧୯୫୪
୧୧- ପି.ଏସ୍. କୁମାରସ୍ୱାମୀରାଜା ୧୦.୦୨.୧୯୫୪ - ୧୧.୦୯.୧୯୫୬
୧୨- ଭୀମସେନ ସାଚାର ୧୨.୦୯.୧୯୫୬ - ୩୧.୦୭.୧୯୫୭
୧୩- ଯଶୋବନ୍ତ ନାରାୟଣ ସୁକ୍ତଙ୍କର ୩୧.୦୭.୧୯୫୭ - ୧୫.୦୯.୧୯୬୧
୧୪- ଡ. ଅଯୋଧ୍ୟାନାଥ ଖୋସଲା ୧୬.୦୯.୧୯୬୨ - ୦୫.୦୮.୧୯୬୬
୧୫- ଜଷ୍ଟିସ୍ ଖଲିଲ ଅହମ୍ମଦ୍ (ଅସ୍ଥାୟୀ) ୦୫.୦୮.୧୯୬୬ - ୧୧.୦୯.୧୯୬୬
୧୬- ଡ. ଅଯୋଧ୍ୟାନାଥ ଖୋସଲା ୧୨.୦୯.୧୯୬୬ - ୩.୦୧.୧୯୬୮
୧୭- ଡ. ସକୌତଲା ସାହା ଆସାରୀ ୩୧.୦୧.୧୯୬୮ - ୨୦.୦୯.୧୯୭୧
୧୮- ସର୍ଦାର ଯୋଗେନ୍ଦ୍ର ସିଂହ ( ଅସ୍ଥାୟୀ) ୨୦୦୯.୧୯୭୧ - ୩୦.୦୬.୧୯୭୨
୧୯- ଜଷ୍ଟିସ୍ ଗତିକୃଷ୍ଣ ମିଶ୍ର (ଅସ୍ଥାୟୀ) ୦୧.୦୭.୧୯୭୨ - ୦୮.୧୧.୧୯୭୨
୨୦- ବାସପ୍ପା ଦାନପ୍ପା ଜତି ୦୮.୧୧.୧୯୭୨ - ୨୦.୦୮.୧୯୭୪
୨୧- ଜଷ୍ଟିସ୍ ଗତିକୃଷ୍ଣ ମିଶ୍ର (ଅସ୍ଥାୟୀ) ୨୧.୦୮.୧୯୭୪ - ୨୫.୧୦.୧୯୭୪
୨୨- ଆକବର ଅଲି ଖାଁ ୨୫.୧୦.୧୯୭୪ - ୧୭.୦୪.୧୯୭୬
୨୩- ଜଷ୍ଟିସ ଶିବନାରାୟଣ ଶଙ୍କର (ଅସ୍ଥାୟୀ) ୧୭.୦୪.୧୯୭୬ - ୦୭.୦୨.୧୯୭୭
୨୪- ହର ଚରଣ ସିଂହବ୍ରାର ୦୭.୦୨.୧୯୭୭ - ୨୨.୦୯.୧୯୭୭
୨୫- ଭଗବତ୍ ଦୟାଲ ଶର୍ମା ୨୩.୦୯.୧୯୭୭ - ୩୦.୦୪.୧୯୮୦
୨୬- ପୁଦିରା ମୁଥାନା ପୁନାବା ୩୦.୦୪.୧୯୮୦ - ୩୦.୦୯.୧୯୮୦
୨୭- ଜଷ୍ଟିସ ଏସ୍. କେ. ରାୟ ( ଅସ୍ଥାୟୀ) ୦୧.୦୧.୧୯୮୦-୦୩.୧୧.୧୯୮୦
୨୮- ପୁଦିରା ମୁଥାନା ପୁନାଚା ୦୪.୧୧.୧୯୮୦- ୨୪.୦୬.୧୯୮୨
୨୯- ଜଷ୍ଟିସ୍ ରଙ୍ଗନାଥ ମିଶ୍ର (ଅସ୍ଥାୟୀ) ୨୫.୦୬.୧୯୮୨ - ୩୧.୦୮.୧୯୮୨
୩୦- ଚେପୁଦିରା ମୁଥାନା ପୁନାଚା ୦୧.୦୯.୧୯୮୨ - ୧୭.୦୮.୧୯୮୩
୩୧- ବିଶ୍ବମ୍ଭରନାଥ ପାଣ୍ଡ ୧୭.୦୮.୧୯୮୩ - ୨୦.୧୧.୧୯୮୮
୩୨- ସୟଦ ନୁରୁଲ ହାସାନ୍ ୨୦.୧୧.୧୯୮୮ - ୦୬.୦୨.୧୯୯୦
୩୩- ଯଜ୍ଞଦତ୍ତ ଶର୍ମା ୦୭.୦୨.୧୯୯୦- ୦୧.୦୨.୧୯୯୩
୩୪- ସୟଦ ନୁରୁଲ ହାସାନ୍ ୦୧.୦୨.୧୯୯୩ - ୩୧.୦୫.୧୯୯୩
୩୫- ବି. ସତ୍ୟନାରାୟରଣ ରେଡ଼ି ୦୧.୦୬.୧୯୯୩ - ୧୭.୦୬.୧୯୯୫
୩୬- ଗୋପାଳ ରାମାନୁଜମ୍ ୧୮.୦୬.୧୯୯୫ - ୩୦.୦୧.୧୯୯୭
୩୭- କେ.ଭି. ରଘୁନାଥ ରେଷ୍ଟି ୩୧.୦୧.୧୯୯୭ - ୧୨.୦୨.୧୯୯୭
୩୮- ଗୋପାଳ ରାମାନୁଜମ୍ ୧୩.୦୨.୧୯୯୭ - ୧୩.୧୨.୧୯୯୭
୩୯- କେ. ଭି. ରନୁନାଥ ରେଢ଼ି ୧୩.୧୨.୧୯୯୭ - ୨୭.୦୪.୧୯୯୮
୪୦- ଡକ୍ଟର ସି. ରଙ୍ଗରାଜନ୍ ୨୬.୦୪.୧୯୯୮ - ୧୪.୧୧.୧୯୯୯
୪୧- ଏମ୍.ଏମ୍. ରାଜେନ୍ଦ୍ରନ୍ ୧୫.୧୧.୧୯୯୯ - ୧୬.୧୧.୨୦୦୪
୪୨- ରାମେଶ୍ବର ଠାକୁର ୧୭.୧୧.୨୦୦୪ - ୨୦.୦୮.୨୦୦୭
୪୩- ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ୨୧.୦୮.୨୦୦୭ - ୧୭.୦୩.୨୦୧୩
୪୪- ସେବାୟା ବ୍ଳବାତୋଷି ଜମିର୍ ୨୧.୦୩.୨୦୧୩ -


ରାଜ୍ୟପାଳ ଡକ୍ଟର ଜମିର : ଏକ ସଂକ୍ଷିପ୍ତ ପରିଚୟ

ଓଡ଼ିଶାର ୪୧ତମ ରାଜ୍ୟପାଳ ଭାବରେ ତକ୍ଟର ସେବାୟଙ୍ଗବା ବ୍ଳବାତୋସୀ ଜମିର ୨୧.୩, ୨୦୧୩ ତାରିଖରେ ରାଜଭବନର ଅଭିଷେକ ହଲରେ ଶପଥ ଗ୍ରହଣ କରିଲେ । ତାଙ୍କୁ ଓଡ଼ିଶା ହାଇକୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ଚୋକଲିଙ୍ଗମ୍ ନାଗସ୍ତାନ ଶପଥ ଗ୍ରହଣ କରାଇଥିଲେ । ଶପଥ ଗ୍ରହଣ ପରେ ରାଜ୍ୟପାଳଙ୍କ ସମ୍ମାନାର୍ଥ ୧୭ଟି ତୋପ ସଲାମୀ ଦିଆଯାଇଥିଲା । ଏହି ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ

ମନ୍ତ୍ରୀ ମଣ୍ଡଳର ସଦସ୍ୟ, ହାଇକୋର୍ଟର ବିଚାରପତି, ବିଭିନ୍ନ ବିଶ୍ବବିଦ୍ୟାଳୟର କୁଳପତି, ଉଚ୍ଚପଦସ୍ଥ ଅଧୁକାରୀ ଓ କେତେକ ବି ଧାୟକ ଉପସ୍ଥିତ ଥୁଲେ । ନୂତନ ରାଜ୍ୟପାଳଙ୍କ ପତ୍ନୀ ଶ୍ରୀମତୀ ଆଲୋମିଆ ଜମିର ଓ ତାଙ୍କ ପରିବାରବର୍ଗ ମଧ୍ୟ ଉପସ୍ଥିତ ଥୁଲେ । ଏହି ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ଡକ୍ଟର ଜମି ର ନିଜର ପ୍ରତିକ୍ରିୟାରେ କହିଲେ, "ଜୀବନର ଅନ୍ତିମ ପର୍ଯ୍ୟାୟ ରେ ଏକ ବିଶାଳ ଲକ୍ଷ୍ୟନେଇ ଓଡ଼ିଶାକୁ ଆସିଛି । ମୋର ସମସ୍ତ ଶକ୍ତି ସାମର୍ଥ୍ୟ ଖଟାଇ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରିବି । ମୋର ଦ୍ବାର ସମସ୍ତଙ୍କ ପାଇଁ ସର୍ବଦା ଖୋଲାରହିବ । ୧୯୩୧ ମସିହା ଅକ୍ଟୋବର ୧୭ ତାରିଖରେ ଏସ୍.ସି. ଜମିର ନାଗାଲାଣ୍ଡର ମୋକୋକଚୁଙ୍ଗ ଜିଲ୍ଲାର ଜଙ୍ଗମା ଗ୍ରାମରେ ଜନ୍ମ ଗ୍ରହଣ କରିଲେ । ସେ ହେଉଛନ୍ତି ଭାରତ ସହ ନାଗାଲ୍ୟାଣ୍ଡ ମିଶ୍ରଣର ଅନ୍ୟତମ ବିନ୍ଧାଣି ଆଧୁନିକ ନାଗାଲାଣ୍ଡର ନିର୍ମାତା। ତକ୍ଟର ଜମିର ୧୯୮୦, ୧୯୮୨ରୁ । ୧୯୮୬ ଓ ୧୯୯୩-୨୦୦୩ ପର୍ଯ୍ୟନ୍ତ ପାଞ୍ଚଥର ମୁଖ୍ୟମନ୍ତ୍ରୀ ଥୁଲେ । ୨୦୦୪-୦୮ ଯାଏ ଗୋଆର ଓ ୨୦୦୮ରେ ମହାରାଷ୍ଟ୍ରର ରାଜ୍ୟପାଳ ହେବା ସହ ୨୦୦୯ ରେ ଗୁଜୁରାଟ ରାଜ୍ୟର ରାଜ୍ୟପାଳ ଭାବରେ ଅତିରିକ୍ତ ଦାୟିତ୍ବ ତୁଲାଇଲେ । ସେ ହେଉଛନ୍ତି ନାଗା ଜନଜାତି ସମ୍ପ୍ରଦାୟର ପ୍ରମୁଖ ନେତା ଓ ଖ୍ରୀଷ୍ଟଧର୍ମାବଲମ୍ବୀ ।

୧୯୬୧ରେ ଡକ୍ଟର ଜମିର ପ୍ରଥମ କରି ଲୋକସଭାକୁ ମନୋନୀତ ହୋଇ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କର ସଂସଦୀୟ ସଚିବ ଭାବରେ କାର୍ଯ୍ୟ କରିଥିଲେ । କେନ୍ଦ୍ର ସରକାରର ବୈଦେଶିକ ବିଭାଗ ଦାୟିତ୍ବରେ ସେ ରହିଥିଲେ । କେନ୍ଦ୍ର ସରକାରରେ ରେଳବାଇର ଉପମନ୍ତ୍ରୀ, ଶ୍ରମମନ୍ତ୍ରୀ, କୃଷି ଓ ଖାଦ୍ୟ ଉତ୍ପାଦନ ମନ୍ତ୍ରୀ ଭାବରେ ସେ ଦାୟିତ୍ବ ଗ୍ରହଣ କରିଲେ । ୧୯୭୧ରେ ସେ ନାଗାଲାଣ୍ଡ ବିଧାନସଭାକୁ ନିର୍ବାଚିତ ହୋଇଲେ । ତାଙ୍କର ତିନିପୁଅ, ଦୁଇ ଝିଅ ଓ ୧୨ ଜଣ ନାତି ନାତୁଣୀ ଅଛନ୍ତି । ୨୦୧୩ ମାର୍ଚ୍ଚ ମାସ ୯ ତାରିଖରେ ତାଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବରେ ନିଯୁକ୍ତି ମିଳିଥିଲା ।

ପରିଶିଷ୍ଟ 'ଗ'
ଓଡ଼ିଶାର ମାନ୍ୟବର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଗଣ
(୧୯୩୬-୨୦୧୩)
ପ୍ରଧାନମନ୍ତ୍ରୀ :
୧- କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ ୦୧.୦୪.୧୯୩୭ - ୧୯.୦୭.୧୯୩୭
୨- ବିଶ୍ୱନାଥ ଦାସ ୧୯.୦୭.୧୯୩୭ - ୦୬.୧୧.୧୯୩୯
୩- କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ ୨୪.୧୧.୧୯୪୧ - ୩୦.୦୬.୧୯୪୪
୪- ଡକ୍ଟର ହରେକୃଷ୍ଣ ମହତାବ ୨୨୩.୦୪.୧୯୪୬ - ୧୨.୦୫.୧୯୫୦
ମୁଖ୍ୟମନ୍ତ୍ରୀ:
୫- ନବକୃଷ୍ଣ ଚୌଧୁରୀ ୧୨.୦୫.୧୯୫୦ - ୧୯.୧୦.୧୯୫୬
୬- ଡକ୍ଟର ହରେକୃଷ୍ଣ ମହତାବ ୧୯.୧୦.୧୯୫୬ - ୨୫.୦୨.୧୯୬୧
୭- ବିଜୟାନନ୍ଦ ପଟ୍ଟନାୟକ ୨୩.୦୬.୧୯୬୧ - ୦୨.୧୦.୧୯୬୩
୮- ବୀରେନ୍‍ ମିତ୍ର ୦୨.୧୦.୧୯୬୩ - ୨୧.୦୨.୧୯୬୫
୯- ସଦାଶିବ ତ୍ରିପାଠୀ ୨୧.୦୨.୧୯୬୫ - ୦୮.୦୩.୧୯୬୭
୧୦- ରାଜେନ୍ଦ୍ର ନାରାୟଣ ସିଂହଦେଓ ୦୮.୦୩.୧୯୬୭ - ୦୯.୦୧.୧୯୭୧
୧୧- ବିଶ୍ୱନାଥ ଦାସ ୦୩.୦୪.୧୯୭୧ - ୧୪.୦୬.୧୯୭୨
୧୨- ନନ୍ଦିନୀ ଶତପଥୀ ୧୪.୦୬.୧୯୭୨ - ୦୩.୦୩.୧୯୭୩
୧୩- ନନ୍ଦିନୀ ଶତପଥୀ ୦୬.୦୩.୧୯୭୪ - ୧୬.୧୨.୧୯୭୬
୧୪- ବିନାୟକ ଆଚାର୍ଯ୍ୟ ୨୯.୧୨.୧୯୭୬ - ୩୦.୦୪.୧୯୭୭
୧୫- ନୀଳମଣି ରାଉତରାୟ ୨୬.୦୬.୧୯୭୭ - ୧୭.୦୨.୧୯୮୦
୧୬- ଜାନକୀ ବଲ୍ଲଭ ପଟ୍ଟନାୟକ ୦୯.୦୬.୧୯୮୦ - ୦୭.୧୨.୧୯୮୯
୧୭- ହେମାନନ୍ଦ ବିଶ୍ୱାଳ ୦୭.୧୨.୧୯୮୯ - ୦୪.୦୩.୧୯୯୦
୧୮- ବିଜୁ ପଟ୍ଟନାୟକ ୦୫.୦୩.୧୯୯୦ - ୧୫.୦୩.୧୯୯୫
୧୯- ଜାନକୀ ବଲ୍ଲଭ ପଟ୍ଟନାୟକ ୧୫.୦୩.୧୯୯୫ - ୧୭.୦୨.୧୯୯୯
୨୦- ଡକ୍ଟର ଗିରିଧର ଗମାଙ୍ଗ ୧୭.୦୨.୧୯୯୯ - ୦୬.୧୨.୧୯୯୯
୨୧- ହେମାନନ୍ଦ ବିଶ୍ୱାଳ ୦୬.୧୨.୧୯୯୯ - ୦୫.୦୩.୨୦୦୦
୨୨- ନବୀନ ପଟ୍ଟନାୟକ ୦୫.୦୩.୨୦୦୦ - ୧୫.୦୫.୨୦୦୪
୨୩- ନବୀନ ପଟ୍ଟନାୟକ ୧୬.୦୫.୨୦୦୪ - ୨୦.୦୫.୨୦୦୯
୨୪- ନବୀନ ପଟ୍ଟନାୟକ ୨୧.୦୫.୨୦୦୯ -
ପରିଶିଷ୍ଟ 'ଘ'

ଓଡ଼ିଶାର ମାନ୍ୟବର ବାଚସ୍ପତିଗଣ

(୧୯୩୭-୨୦୧୩)
୧- ମୁକୁନ୍ଦ ପ୍ରସାଦ ଦାସ ୨୮.୦୭.୧୯୩୭ - ୨୯.୦୫.୧୯୪୬
୨- ଲାଲମୋହନ ପଟ୍ଟନାୟକ ୨୯.୦୫.୧୯୪୬ - ୦୬.୦୩.୧୯୫୨
୩- ନନ୍ଦକିଶୋର ଦାସ ୦୬.୦୩.୧୯୫୨ - ୨୭.୦୫.୧୯୫୭
୪- ପଣ୍ଡିତ ନୀଳକଣ୍ଠ ଦାସ ୨୭.୦୫.୧୯୫୭ - ୦୧.୦୭.୧୯୬୧
୫- ଲିଙ୍ଗରାଜ ପାଣିଗ୍ରାହୀ ୦୧.୦୭.୧୯୬୧ - ୧୮.୦୩.୧୯୬୭
୬- ନନ୍ଦ କିଶୋର ମିଶ୍ର ୧୮.୦୩.୧୯୬୭ - ୧୨.୦୪.୧୯୭୧
୭- ନନ୍ଦକିଶୋର ମିଶ୍ର ୧୨.୦୪.୧୯୭୧ - ୨୧.୦୩.୧୯୭୪
୮- ବ୍ରଜମୋହନ ମହାନ୍ତି ୨୧.୦୩.୧୯୭୪ - ୦୧.୦୭.୧୯୭୭
୯- ସତ୍ୟପ୍ରିୟ ମହାନ୍ତି ୦୧.୦୭.୧୯୭୭ - ୧୨.୦୭.୧୯୮୦
୧୦- ସୋମନାଥ ରଥ (ଇସ୍ତଫା ପ୍ରଦାନ) ୧୨.୦୬.୧୯୮୦ - ୧୧.୦୨.୧୯୮୪
୧୧- ପ୍ରସନ୍ନ କୁମାର ଦାସ ୨୨.୦୨.୧୯୮୪ - ୧୪.୦୨.୧୯୮୫
୧୨- ପ୍ରସନ୍ନ କୁମାର ଦାସ ୧୪.୦୨.୧୯୮୫ - ୦୯.୦୩.୧୯୯୦
୧୩- ଯୁଧିଷ୍ଠିର ଦାସ ୦୯.୦୩.୧୯୯୦ - ୨୨.୦୩.୧୯୯୫
୧୪- କିଶୋର ଚନ୍ଦ୍ର ପଟେଲ (ଇସ୍ତଫା ପ୍ରଦାନ) ୨୨.୦୩.୧୯୯୫ - ୧୪.୦୧.୧୯୯୬
୧୫- ଚିନ୍ତାମଣି ଦ୍ୟାନସାମନ୍ତରା ୧୬.୦୨.୧୯୯୬ - ୦୧.୦୩.୨୦୦୦
୧୬- ଶରତ କୁମାର କର ୧୦.୦୩.୨୦୦୦ - ୨୧.୦୫.୨୦୦୪
୧୭- ମହେଶ୍ୱର ମହାନ୍ତି ୨୧.୦୫.୨୦୦୪ - ୩୧.୦୫.୨୦୦୮
୧୮- ପ୍ରହ୍ଲାଦ ଦୋରା (ଅସ୍ଥାୟୀ) ୩୧.୦୫.୨୦୦୮ - ୧୯.୦୮.୨୦୦୮
୧୯- କିଶୋର କୁମାର ମହାନ୍ତି ୧୯.୦୮.୨୦୦୮ - ୨୫.୦୫.୨୦୦୯
୨୦- ପ୍ରଦୀପ କୁମାର ଅମାତ ୨୫.୦୫.୨୦୦୯ -

ପରିଶିଷ୍ଟ "ଙ'
ଓଡ଼ିଶାର ମାନ୍ୟବର ଉପବାଚସ୍ପତିଗଣ
(୧୯୩୭-୨୦୧୩)

୧- ନନ୍ଦକିଶୋର ଦାସ ୨୮.୦୭.୧୯୩୭ - ୧୪.୦୯.୧୯୪୫
୨- ଶ୍ରୀମତୀ ଏ. ଲକ୍ଷ୍ମୀବାଈ ୨୯.୦୫.୧୯୪୬ - ୨୦.୦୨.୧୯୫୨
୩- ମୌଲବୀ ମହମ୍ମଦ ହନିଫ୍‍ ୦୮.୦୩.୧୯୫୨ - ୦୪.୦୩.୧୯୫୭
୪- ଯଦୁମଣି ମଙ୍ଗରାଜ ୨୯.୦୫.୧୯୫୭ - ୨୫.୦୨.୧୯୬୧
୫- ଲୋକନାଥ ମିଶ୍ର (ପାଟକୁରା) ୨୮.୦୮.୧୯୬୧ - ୦୧.୦୩.୧୯୬୭
୬- ହରିହର ବାହିନୀପତି ୨୯.୦୩.୧୯୬୭ - ୨୩.୦୧.୧୯୭୧
୭- ନାରାୟଣ ବୀରବର ସାମନ୍ତ ୦୬.୦୫.୧୯୭୧ - ୦୩.୦୩.୧୯୭୩
୮- ଚିନ୍ତାମଣି ଜେନା ୨୯.୦୩.୧୯୭୪ - ୩୦.୦୪.୧୯୭୭
୯- ସୁରେନ୍ଦ୍ର ନାଥ ନାୟକ ୨୭.୦୭.୧୯୭୭ - ୧୭.୦୨.୧୯୮୦
୧୦- ହିମାଂଶୁ ଶେଖର ପାଢ଼ୀ ୦୨.୦୭.୧୯୮୦ - ୦୯.୦୩.୧୯୮୫
୧୧- ଚିନ୍ତାମଣି ଦ୍ୟାନସାମନ୍ତରା ୧୮.୦୩.୧୯୮୫ - ୦୩.୦୩.୧୯୯୦
୧୨- ପ୍ରହ୍ଲାଦ ଦୋରା ୨୨.୦୩.୧୯୯୦ - ୧୫.୦୩.୧୯୯୫
୧୩- ଚିନ୍ତାମଣି ଦ୍ୟାନସାମନ୍ତରା ୨୮.୦୩.୧୯୯୫ - ୧୨.୦୨.୧୯୯୬
୧୪- ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜ ୧୫.୦୩.୧୯୯୬ - ୨୯.୦୨.୨୦୦୦
୧୫- ରାମଚନ୍ଦ୍ର ପଣ୍ଡା ୨୭.୦୩.୨୦୦୦ - ୦୬.୦୨.୨୦୦୪
୧୬- ପ୍ରହ୍ଲାଦ ଦୋରା ୦୩.୦୭.୨୦୦୪ - ୧୯.୦୫.୨୦୦୯
୧୭- ଲାଲବିହାରୀ ହିମିରିକା (ଇସ୍ତଫା ପ୍ରଦାନ) ୧୦.୦୬.୨୦୦୯ - ୧୦.୦୫.୨୦୧୧
୧୮- ସାନନ୍ଦ ମାରାଣ୍ଡି ୧୭.୦୮.୨୦୧୧-