ଭଜୁଥାରେ ମନ ଶ୍ରୀରାଧା ରମଣ

ଉଇକିପାଠାଗାର‌ରୁ
Jump to navigation Jump to search
ଭଜୁଥାରେ ମନ ଶ୍ରୀରାଧା ରମଣ
ଲେଖକ/କବି: ଗୋପାଳକୃଷ୍ଣ ପଟ୍ଟନାୟକ

ଭଜୁଥାରେ ମନ ଶ୍ରୀରାଧା ରମଣ


ଭଜୁଥାରେ ମନ ଶ୍ରୀରାଧା ରମଣ
ଶରଣ ରକ୍ଷଣ ହରିଙ୍କି,
ଯେବେ ଭବାର୍ଣ୍ଣବୁ ଉଦ୍ଧାର ହୋଇବୁ
ଧର ଶ୍ରୀପଦାବଜ ତରୀକି। ପଦ।

ଜନ୍ମି ମଧୁପୁରେ କଂସ ବନ୍ଦୀଘରେ
କରୁଣା କଲେ ଆଭିରୀଙ୍କି,
ଶ୍ରୀବ୍ରଜ ମଣ୍ଡଳେ ନାନାରୂପେ ହେଲେ
ଲୀଳା ଛଳେ ମାୟା କରିକି। ୧।

ବକୀ ବକା ଶଣ୍ଢା ଶକଟା ଦୁର୍ଦ୍ଦଣ୍ଡା
ବତ୍ସା ଅଘା ଆଦି କରିଙ୍କି,
ପ୍ରାଣେ ବିନାଶିଲେ କାଳିକି ଦଳିଲେ
ଟେକିଲେ ମନ୍ଦର ଗିରିକି। ୨।

ଘୋର ଦବାନଳ କଲେ ଯେ କବଳ
ଧାତା ଗର୍ବ ଦେଲେ ଚୂରିକି,
ବ୍ରଜଶିଶୁ ସଙ୍ଗେ ଖେଳି ନାନାରଙ୍ଗେ
ମୋହିଲେ ଗୋକୁଳ ନାରୀଙ୍କି। ୩।

ଏହିପରି କେତେ କଉତୁକ ଲୀଳା
କେ ପାରିବ ଅନ୍ତ କରିକି?
ଶ୍ରୀ ବୀର ପ୍ରତାପ - ରୁଦ୍ର ଦେବ ଭୂପ
ବନ୍ଦେ ସେ କଳୁଷ ହାରୀଙ୍କି। ୪।