ଭୁଜତଳେ ମୋତେ ରଖ ମହାବାହୁ

ଉଇକିପାଠାଗାର ରୁ
Jump to navigation Jump to search
ଭୁଜତଳେ ମୋତେ ରଖ ମହାବାହୁ
ଲେଖକ/କବି: ବୀରକେଶରୀ ଦେବ

ଭୁଜତଳେ ମୋତେ ରଖ ମହାବାହୁ

ଭୁଜ ତଳେ ମୋତେ ରଖ ମହାବାହୁ
ବାହୁ ତଳେ ମୋତେ ରଖ ।
ବିପୁଳ ଭୁଜ ବିସ୍ତାରି ଦେଲେ ଛାର
କି କରି ପାରିବ ଦୁଃଖ ।।

ସଜ ହୋଇଥିବ ନନ୍ଦିଘୋଷ ରଥ
ମୁଁ ଥିବି ତୁମ୍ଭ ସେବାରେ ।
ତୁମ୍ଭେ ଦୀନବନ୍ଧୁ ନିର୍ଦ୍ଦୟ ହୋଇଲେ
କି ବୋଲିବେ ଏ ସଂସାରେ ।୧।

ଏ ଗଜରାଜି-କ୍ଷିତି ପତି ସମ୍ପତ୍ତି
ରତିଏ ରୁଚଇ ନାହିଁ ।
ଭୁବନ ମୋହନ ଚକାନୟନକୁ
ଯେତେବେଲେ ଦିଏ ଚାହିଁ ।୨।

ଦିନକୁ ଦିନ ତ ଦୁଃଖ ଅତିରେକ
ସୁଖ ତ ଦିଶଇ ନାହିଁ ।
ଭାସି ଯାଉଅଛି ଏ ଭବସାଗରେ
ରକ୍ଷାକର ଭାବଗ୍ରାହୀ ।୩।

ଶ୍ରୀକ୍ଷେତ୍ର ନବରେ ମହା ଐୁଶ୍ୱର୍ଯ୍ୟରେ
ଥିଲେ ହେ କମଳା ସାଇଁ ।
ବାଇଶି ପାବଚ୍ଛ ନ ଉଠିବା ଯାଏଁ
ଆନନ୍ଦ ନ ପାଏ କାହିଁ ।୪।

ସେବାରୁ ଅନ୍ତର ହେଲି ଯେବେ ପ୍ରଭୁ
ଏ ପ୍ରାଣ ଥିବ କିପାଇଁ ।
ଓହ୍ଲାଇ ନ ଦିଅ କିପାଁ ମୋ ମଥାରୁ
ଜଞ୍ଜାଳ ଭାର ଗୋସାଇଁ ।୫।

ମୁଁ ଛାର ପତିତ ଭରସା ରଖିଛି
ଶ୍ରୀରଙ୍ଗା ଚରଣ ତଳେ ।
ଶ୍ରୀ ବିରକେଶରୀ ମହାରାଜା ଭଣେ
ଦୟା କର ଏତେ ବେଳେ ।୬।