ମଣିମା ଶୁଣିମା ହେଉ ଗରିବ ଡାକ

ଉଇକିପାଠାଗାର ରୁ
Jump to navigation Jump to search
ମଣିମା ଶୁଣିମା ହେଉ ଗରିବ ଡାକ
ଲେଖକ/କବି: ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା

ମଣିମା ଶୁଣିମା ହେଉ ଗରିବ ଡାକ

ମଣିମା ଶୁଣିମା ହେଉ ଗରିବ ଡାକ ।
ନିରକ୍ଷ ଜନକୁ ରଖ ପଙ୍କଜ ମୁଖ ।।

କୃପାସାଗର କାହିଁକି ମୋ ବେଳକୁ ଗଲା ଶୁଖି ।
ଜାଣିଲି ମୋ କର୍ମ ବାଙ୍କ ନୁହ ସଳଖ ।୧।

ଆତଙ୍ଗ ନାଶନ ବାନା ନ ଶୁଣ ଭୃତ୍ୟ ବେଦନା
ଏବେ ହୋଇଯିବ ମନା କେ ଦେବ ଡାକ ।୨।

ଦାସ ଯେବେ ନାଶ ଯିବ କ୍ଷିତିରେ ଅକୀର୍ତ୍ତି ହେବ ।
କୀରତିଚନ୍ଦ୍ରରେ ଲାଗିଯିବ କଳଙ୍କ ।୩।

କହେ ସଦାନନ୍ଦ ଛାର ନାହିଁ ଆନ ପ୍ରତିକାର ।
ଏ ଦୀନ ଅବସ୍ଥା ମୋର ନେତ୍ରେ ନ ଦେଖ ।୪।