ମାଲୁଣୀର ଫୁଲ ଓ ଅନ୍ୟାନ୍ୟ ଗଳ୍ପ

ଉଇକିପାଠାଗାର ରୁ
Jump to navigation Jump to search
ମାଲୁଣୀର ଫୁଲ ଓ ଅନ୍ୟାନ୍ୟ ଗଳ୍ପ (୨୦୧୦) 
ଲେଖକ/କବି: ଜାନକୀ ବଲ୍ଲଭ ପଟ୍ଟନାୟକ


ମାଲୁଣୀର ଫୁଲ

ଓ ଅନ୍ୟାନ୍ୟ ଗଳ୍ପ





ଜାନକୀ ବଲ୍ଲଭ ପଟ୍ଟନାୟକ ମାଲୁଣୀର ଫୁଲ ଓ ଅନ୍ୟାନ୍ୟ ଗଳ୍ପ

ଜାନକୀ ବଲ୍ଲଭ ପଟ୍ଟନାୟକ

ପ୍ରକାଶକ: ଆମ ଓଡିଶା

୪ ଆର୍ ୧/୨, ଇଉନିଟ୍-୩

ଭୁବନେଶ୍ଵର-୭୫୧୦୦୧

ମୁଦ୍ରାଣ: ଶ୍ରୀରାମ ସ୍କ୍ରିନ୍ ପ୍ରିଣ୍ଟିଂ

ଭୁବନେଶ୍ଵର‌‌- ୭

ପ୍ରଥମ ସଂସ୍କାରଣ: ଡିସେମ୍ବର, ୨୦୧୦

ପୁନର୍ମୁଦ୍ରାଣ: ଜୁଲାଇ, ୨୦୧୧ ଡିସେମ୍ବର, ୨୦୧୨

© ଆମ ଓଡିଶା

ପ୍ରଚ୍ଛଦ: ଶଶିକାନ୍ତ ରାଉତ

ଚିତ୍ର: ଲକ୍ଷୀଧର ଜେନା

ମୂଲ୍ୟ: ଟ୫୦/-

...........................................

Malunira Fula O Anyanya Galpa Janakiballav Patnaik Publisher: Aama Odisha, 4R 1/2, Unit-3, Bhubaneswar-1 e-mail: amaodisha@gmail.com Printed at : Sriram Screen Printing Bhubaneswar - 7 First edition : December,2010 Reprint : July, 2011 December, 2012

© Aama Odisha Cover : Sashikant Rout Illustration : Laxmidhar Jena

Price: Rs. 50/ISBN: 81-89436-04-X

ଗଳ୍ପଗୁଡ଼ିକ ସଂପର୍କରେ

ଭାରତୀୟ ସଂସ୍କୃତିର ବିଶେଷତ୍ଵ ହେଉଛି, ପ୍ରତ୍ୟେକ ଯଗୁରେ ମହାପରୁଷୁମାନେ ଅବତୀର୍ଣ୍ଣ ହୋଇ ସମାଜ ଓ ଶାସନକୁ ନୂଆ ନୂଆ ଆଦର୍ଶରେ ଅନୁପ୍ରାଣିତ କରିଛନ୍ତି । ଏମାନଙ୍କ ମଧ୍ୟରେ ଊନବିଂଶ ଶତାବ୍ଦୀରେ ଜନ୍ମଗ୍ରହଣ କରିଥିବା ଶୀ୍ରରାମକଷ୍ଣୃ ପରମହଂସ ଅନ୍ୟତମ । ଭାରତୀୟ ସମାଜ ତଥା ପାଶ୍ଚତ୍ୟ ଜଗତକୁ ତାଙ୍କର ଏକ ମହାନ ଦାନ ହେଉଛି ସ୍ୱାମୀ ବିବେକାନନ୍ଦଙ୍କ ଶିଷ୍ୟତ୍ୱ । ଶ୍ରୀରାମକୃଷ୍ଣ ଓ ତାଙ୍କର ଶିଷ୍ୟମାନଙ୍କ ସଂପର୍କରେ ରାଶି ରାଶି ପୁସ୍ତକ ପ୍ରକାଶ ପାଇଛି । ବିଶେଷ ଭାବରେ ତାଙ୍କର ଉପଦେଶାବଳୀ କେବଳ ତତ୍କାଳୀନ ସମାଜ ନୁହେଁ, ବର୍ତ୍ତମାନର ସମାଜକୁ ମଧ୍ୟ ଉଦ୍ବୁଦ୍ଧ କରିଛି । ଏହି ଉପଦେଶାବଳୀ ମଧ୍ୟରୁ ଅନେକ ଉପଦେଶ କଥା ଛଳରେ କୁହାଯାଇଛି, ଯାହାକି "ରାମକୃଷ୍ଣ କଥାମୃତ' ନାମରେ ପ୍ରସିଦ୍ଧ । ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ ସେହି ଗଳ୍ପଗୁଡ଼ିକୁ ରାମକୃଷ୍ଣ ଉପନିଷଦ୍ ନାମ ଦେଇ ତାମିଲ୍ ଓ ଇଂରାଜୀରେ ପ୍ରକାଶ କରିଥିଲେ ଏବଂ ବହୁ ଭାରତୀୟ ଭାଷାରେ ମଧ୍ୟ ତାହା ପ୍ରକାଶ ପାଇଛି ।

ତାହାର ଉପଯୋଗିତାକୁ ଦେଖି ମୁଁ "ପୌରୁଷ'ରେ ଧାରାବାହିକ ଭାବରେ ତାହା ପ୍ରକାଶ କରୁଥିଲି ଏବଂ ସେସବ ଅତ୍ୟନ୍ତ ଆଦୃତ ହେଉଥିଲା । "ଆମ ଓଡ଼ିଶା'ର ଅନୁରୋଧରେ ଏହା "ମାଲୁଣୀର ଫୁଲ ଓ ଅନ୍ୟାନ୍ୟ ଗଳ୍ପ' ନାମରେ ପସ୍ତୁକ ଆକାରରେ ପକ୍ରାଶପାଇଛି ଏବଂ "କନକ ଟିଭି'ରେ ଉନ୍ମୋଚିତ ହୋଇଛି । ଏଥିପାଇଁ "ସମ୍ବାଦ'ର ସଂପାଦକ ତଥା "ଆମ ଓଡ଼ିଶା'ର ଅଧ୍ୟକ୍ଷ ଶ୍ରୀ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ମୋର ଅଶେଷ ଧନ୍ୟବାଦ ଜଣାଉଛି । ଜାନକୀ ବଲ୍ଲଭ ପଟ୍ଟନାୟକ

ସୂଚିପତ୍ର

  1. ଭଣ୍ଡ ଧାର୍ମିକ ୯
  2. ନାରାୟଣ, ନାରାୟଣ ୧୦
  3. ମାଲୁଣୀର ଫୁଲ ୧୧
  4. କେବଳ ଜଣେ ଆପଣାର ୧୨
  5. ଅବଧୂତ ଓ ତାଙ୍କର ଗୁରୁ ୧୫
  6. ହନୁମାନ ସିଂ ୧୭
  7. ସର୍ବମଙ୍ଗଳା ୧୯
  8. ପଥିକର ମନୋବାଞ୍ଛା ୨୩
  9. ପଣ୍ଡିତ ଓ ଗଉଡ଼ୁଣୀ ୨୫
  10. ସାଧୁ ସଙ୍ଗ ୨୭
  11. ଫଁ ଫଁ ୨୯
  12. ଅର୍ଜୁନଙ୍କ ଗର୍ବ ୩୨
  13. କାହାର ଶବ୍ଦ ଶୁଣାଗଲା ୩୫
  14. ଅନ୍ତରର ବ୍ୟାକଳୁ ତା ୩୬
  15. ବେଶ୍ୟା ଓ ସନ୍ନ୍ୟାସୀ ୩୮
  16. ସବୁ ରାମଙ୍କ ଇଚ୍ଛା ୪୧
  17. ତୁମର ମାୟାକୁ ଜୁହାର ୪୩
  18. ହୀରା ଖଣ୍ଡର ମୂଲ୍ୟ ୪୪
  19. ଜଗା ରାଜା ୪୬
  20. ମେଣ୍ଢା ଦେହରେ ଈଶ୍ୱର ୫୧
  21. କୂପ ମଣ୍ଡୁକ ୫୨
  22. କବିରାଜ ୫୩
  23. ଆଗେଇ ଚାଲ ୫୫
  24. ଗୁରୁଙ୍କ ଗୁରୁ, ମହାଗୁରୁ ୫୭
  25. ଜଟିଳର ଭାଇ ମଧୁସୂଦନ ୫୯
  26. ଈଶ୍ଵର-ପ୍ରେମ ୬୨
  27. ତାଙ୍କର ଶରଣ ନିଅ ୬୪
  28. ସାତଘଡ଼ା ଟଙ୍କାର କଥା ୬୬
  29. ବ୍ରାହ୍ମଣ ଓ ଇନ୍ଦ୍ର ୬୭
  30. ଦି ଭଉଣୀଙ୍କ ନାଚ ୬୮
  31. ସଦ୍‌ଗୁରୁ ୭୦
  32. ରାମ ଓ ବେଙ୍ଗ ୭୨
  33. ଜ୍ଞାନ ବୈରାଗ୍ୟ ୭୩
  34. ଆକବର ଓ ଫକିର ୭୪
  35. ଯେପରି ଭାବନା ସେପରି ଫଳ ୭୫
  36. ଯେ ଜାଣେ, ସେ ଜାଣେ ୭୬
  37. ଟିକିଏ ବୁଝିଚୁ ୭୭
  38. ଜନ୍ମ ଜନ୍ମର ସାଧନା ୭୮
  39. ସେ ତ ମିଳିବା କଷ୍ଟ, ରଖିପାରିଲେ ହେଲା ୭୯
  40. ଚିହ୍ନିପାରିଲେ ମାୟା ପଳାଇଯାଏ ୮୦
  41. ଭାଗବତ ପଣ୍ଡିତ ୮୨
  42. କୌପୀନ କା ବାସ୍ତେ ୮୪
  43. ଚାଷୀ ଓ ନାରଦ ଋଷି ୮୬
  44. ଜ୍ଞାନ ଓ ଭକ୍ତି ୮୮
  45. ଅଶିକ୍ଷିତ ବ୍ରାହ୍ମଣଙ୍କ ଗୀତାପାଠ ୮୯
  46. କୂଅ ଖୋଳାଳି ୯୦
  47. କୃଷ୍ଣ ଆସହେ, ଆସହେ ୯୧
  48. ମାଗୁର ମାଛର ଝୋଳ ୯୨
  49. ପାର୍ବତୀଙ୍କ ଗାଲରେ ଆଞ୍ଚୁଡ଼ା ଚିହ୍ନ ୯୩
  50. ଅସାଧାରଣ ୯୪
  51. ଚାରି ରକମର ମାଛ ୯୫
Malunira Fula O Anyanya Galpa.pdf


ମାଲୁଣୀର ଫୁଲ

ଓ ଅନ୍ୟାନ୍ୟ ଗଳ୍ପ

Malunira Fula O Anyanya Galpa.pdf

ଭଣ୍ତ ଧାର୍ମିକ

ଜଣେ ବଣିଆ ଦୋକାନଦାର ଥିଲା । ସେହି ଦୋକାନୀକୁ ଦେଖିଲେ ମନେ ହେବ,ସେ ଜଣେ ଅତି ଧାର୍ମିକ ବ୍ୟକ୍ତି । ତା'ର ବେକରେ ତୁଳସୀର ମାଳା, କପାଳରେ ତିଳକ, ହାତରେ ହରିନାମ ଝୁଲି, ଦେହରେ ନାମାବଳି, ମୁହଁରେ ଭଗବାନଙ୍କର ନାମ ।

ସାଧାରଣତଃ ବଣିଆ ଦୋକାନରେ ଲୋକେ ଠକି ହୋଇଯାଆନ୍ତି । ଗରାଖ ଯେତେ ବୁଦ୍ଧିଆ ହେଉ ନା କାହିଁକି, ବଣିଆ ତାକୁ ଠକିଦେବ । ତା'ଠାରୁ ଖାଣ୍ଟି ସୁନା ନେଇ ସେଥିରେ ସେ ଏପରି ଖାଦ ମିଶାଇ, ଦେବ ଯେ ସାଧାରଣ ଲୋକ ତାକୁ ଧରି ପାରିବ ନାହିଁ । ଏଥିପାଇଁ ବିଶ୍ୱାସୀ ବଣିଆ ଦୋକାନ ଯିବାକୁ ପଡ଼େ । ଏହି ଦୋକାନଦାରଟିକୁ ଦେଖି ଗରାଖମାନେ ମନେ କରନ୍ତି ଯେ ସେ ଏତେ ଧାର୍ମିକ, ସେ କେବେ ସୁନା ଚୋରି କରିବ ନାହିଁ । ତେଣୁ ବହୁ ଲୋକ ଏହି ଦୋକାନକୁ କାମ ଦେବାକୁ ଆସନ୍ତି । ଦୋକାନରେ ଅନେକ କାରିଗର କାମ କରନ୍ତି । ଦୋକାନର ମାଲିକ ପରି ସେମାନେ ମଧ୍ୟ ପରମ ଧାର୍ମିକ ।

ଦିନେ କେତେଜଣ ଗ୍ରାହକ ବହୁ ସୁନା ଆଣି ଏହି ବଣିଆ ଦୋକାନରେ ପହଞ୍ଚିଲେ । ମାଲିକ ସେମାନଙ୍କ ସଙ୍ଗେ କଥାବାର୍ତ୍ତା ଆରମ୍ଭ କରିଦେଲା । ତା'ପରେ ଦରଦାମ୍ ଠିକ୍ କରି ସେ ସୁନାତକ ଜଣେ କାରିଗରକୁ ବଢ଼ାଇ ଦେଲା । ସଙ୍ଗେ ସଙ୍ଗେ କାରିଗର କହିଲା, "କେଶବ, କେଶବ' । ମାଲିକ ତାହା ଶୁଣି କହିଲା, "ଗୋପାଳ, ଗୋପାଳ' ।

ଗ୍ରାହକମାନେ ଭାବିଲେ, ଆହା- ଲୋକଟି କେଡେ଼ ଧାର୍ମିକ ! ଯାହାର କାରିଗରମାନେ ମଧ୍ୟ ଏପରି ଭଗବାନଙ୍କର ନାମ ନିଅନ୍ତି, ସେ କ'ଣ କାହାରିକୁ ଠକି ପାରେ ? କିନ୍ତୁ ଏହି ନାମ ନେବା ପଛରେ ଗୋଟିଏ ରହସ୍ୟ ଥିଲା । ସେ ଦୋକାନରେ ମାଲିକଠାରୁ କାରିଗର ପର୍ଯ୍ୟନ୍ତ ଯେଉଁ ନାମ ନିଅନ୍ତି ସେ ନାମରେ ଆଉ ଗୋଟିଏ ଅର୍ଥ ଥାଏ । ସେମାନେ ହିଁ ତାହା ବୁଝନ୍ତି । ଗ୍ରାହକ ବୁଝିପାରେ ନାହିଁ ।

କାରଗିର କହଲା, "କେଶବ, କେଶବ' । ଏହାର ଅର୍ଥ ହେଲା କାରିଗର ମାଲିକକୁ ପଚାରୁଚି ଏମାନେ ସବୁ କିଏ ? ମାଲିକ ଉତ୍ତରରେ କହୁଚି, "ଗୋପାଳ, ଗୋପାଳ' । ଗୋ ମାନେ ଗୋରୁ । ପାଳ ଅର୍ଥ ଏମାନେ ଗୋରୁ ଜଗନ୍ତି । ଅର୍ଥାତ ଲୋକଗୁଡିକ ନିତାନ୍ତ ଗଣ୍ଡ ମୂର୍ଖ ।

ସଙ୍ଗେ ସଙ୍ଗେ ଆଉ ଜଣେ କାରିଗର କହି ଉଠିଲା, "ହରି ହରି ହରି' । ହରି ଅର୍ଥ ସେ ଭଗବାନଙ୍କୁ ଡାକୁ ନ ଥିଲା । ମାଲିକକୁ ପଚାରୁଥିଲା, ଆମେ ସୁନାତକ ହରଣ କରି ନେବା କି ? ମାଲିକଙ୍କ ଅନୁମତି ନେବାପାଇଁ ତା'ର ଏହି ହରିନାମ ।

ମାଲିକ ଉତ୍ତର ଦେଲା, 'ହର ହର' । ଅର୍ଥାତ ହରଣ କରିନିଅ । ଦୋକାନୀ ଓ କାରିଗରମାନଙ୍କ ମଧ୍ୟରେ ଯେଉଁ ସବୁ କଥାଭାଷା ହେଲା ଗରାଖମାନେ ତା'ର ବିନ୍ଦୁ ବିସର୍ଗ ବୁଝି ପାରିଲେ ନାହିଁ । ସେମାନେ ଭାବିଲେ, ଲୋକଗୁଡିକ ପରମ ଧାର୍ମିକ । ପ୍ରତି ମହୁର୍ତରେ ଏମାନଙ୍କ ମୁହଁରେ ଭଗବାନଙ୍କର ନାମ । ଏମାନେ କ'ଣ କାହାରିକୁ ଠକି ପାରନ୍ତି ?

ବହୁ ଲୋକ ଅଛନ୍ତି, ଯେଉଁମାନେ କୌଣସି ମନ୍ଦ କାର୍ଯ୍ୟ କରିବାକୁ ହେଲେ ସାଧୁର ବେଶ ପିନ୍ଧି ଧର୍ମ କଥା କହିବାରେ ଲାଗନ୍ତି । ସେମାନେ ଜାଣନ୍ତି ଯେ ଏହି ବାଟରେ ଲୋକମାନଙ୍କୁ ସହଜରେ ଠକିଦେଇ ହୁଏ ।

ନାରାୟଣ, ନାରାୟଣ

ଗୁରୁ ଶିକ୍ଷା ଦେଉଥିଲେ, ସମସ୍ତ ବସ୍ତୁରେ ନାରାୟଣ ଅଛନ୍ତି । ଜଣେ ଶିଷ୍ୟ ସେଥିରେ ମଜ୍ଜି ଯାଇ ସକଳ ବସ୍ତୁରେ ନାରାୟଣ, ନାରାୟଣ ବୋଲି କହୁଥିଲାା ଦିନେ ଶିଷ୍ୟ ବାଟରେ ଯାଉଚି, ଗୋଟିଏ ହାତୀ ଆସୁଥିବାର ଦେଖି ପାରିଲା । ନିକଟ ହେବାରୁ ମାହୁନ୍ତ ପାଟିକଲା, "ହଟିଯା, ହଟିଯା'।

ଶିଷ୍ୟ ଭାବଲିା, "ମୁଁ କାହିଁକି ହଟିବି, ମୁଁ ତ ନାରାୟଣ । ହାତୀ ମଧ୍ୟ ନାରାୟଣ । ନାରାୟଣଙ୍କ ପାଖରୁ ନାରାୟଣଙ୍କର ଭୟ କଣ?" ସେ ଆଉ ହଟିଲା ନାହିଁ । ହାତୀ ତାକୁ ଆଗରେ ଦେଖି ଶୁଣ୍ଢରେ ଟେକି ଦୂରକୁ ଫୋପାଡ଼ି ଦେଲା । ଶିଷ୍ୟର ଅବସ୍ଥା ସାଂଘାତିକ । ବହୁଦିନ ପଡ଼ି ଭଲ ହେବାପରେ ଗୁରୁଙ୍କ ପାଖକୁ ଯାଇ ସମସ୍ତ ବିଷୟ କହିଲା ।

ଗୁରୁ କହିଲେ, "ଆରେ ଓଲୁ- ତୁ ନାରାୟଣ- ଠିକ୍, ହାତୀ ବି ନାରାୟଣ ଠିକ୍ । କିନ୍ତୁ ହାତୀ ଉପରେ ଯେଉଁ ଲୋକଟି ବସିଥିଲା, ସେ ବି ଜଣେ ମାହୁନ୍ତରୂପୀ ନାରାୟଣ । ସେ ତୋତେ ସାବଧାନ କରିଦେଲା । ସେ ନାରାୟଣଙ୍କ କଥା କାହିଁକି ଶୁଣିଲୁ ନାହିଁ ?

ସାଧାରଣ ବୁଦ୍ଧି ନ ଥିଲେ ତାକୁ କୌଣସି ଗୁରୁ ଶିଖାଇ ଦେଇ ପାରିବେ ନାହିଁ ।

ମାଲୁଣୀର ଫୁଲ


ଥରେ କେତେଜଣ ଶୁଖୁଆ ବିକାଳି ସ୍ତ୍ରୀଲୋକ ହାଟକୁ ଯାଇ ଫେରୁ ଫେରୁ ସଂଧ୍ୟା ହୋଇଗଲାା ଗରାଖମାନେ ବେଶୀ ନ ଥିଲେ । ସେମାନେ ସବୁଥର ପରି ଶୁଖୁଆତକ ବିକ୍ରି କରି ନ ପାରି ବଳକା ଶୁଖୁଆ ବୋଝ ମୁଣ୍ଡରେ ଧରି ଫେରୁଥିଲ । ସେମାନଙ୍କ ଗାଁ ଦୂରରେ । ଅନ୍ଧାର ରାତିରେ ଏତେ ବାଟ କିପରି ଯିବେ, ସେମାନେ ଚିନ୍ତାରେ ପଡ଼ିଲେ । ବାଟରେ ଜଣେ ମାଲୁଣୀର ଘର ଥିଲା । ସେମାନେ ଯାଇ କହିଲେ, "ମାଉସୀ, ରାତିଟା ଟିକିଏ ତୁମ ଘରେ ରହିଯିବୁ କି ? ଭୋର ହେଲେ ଉଠି ଗାଁକୁ ପଳାଇବୁ । ଟିକିଏ ଦୟାକର ।" ମାଲୁଣୀ ହସି ହସି କହିଲା, "ଏ କି କଥା, ତୁମେ ରାତିଟା ମୋ' ଘରେ ରହିଯାଆ ମୋର କିଛି ଅସୁବିଧା ନାହିଁ" ।

ମାଲୁଣୀ ଏମାନଙ୍କୁ ଶୋଇବାପାଇଁ ତାର ଦାଣ୍ଡଘରଟି ଦେଇଦେଲା । ଘରର ଗୋଟିଏ ପାଖରେ ବୋଝେ ଫୁଲ ଜମା ହୋଇ ମହ ମହ ବାସୁଥାଏ । ସକାଳ ହେଲେ ମାଲୁଣୀ ମାଳା ଗୁନ୍ଥି ଗରାଖଙ୍କୁ ଦେବ । ଶୁଖୁଆ ବୋଝ ସବୁ ଦାଣ୍ଡ ବାରଣ୍ଡାରେ ରଖିଦେଇ ସ୍ତ୍ରୀ ଲୋକଗୁଡ଼ିକ ଶୋଇବାକୁ ଗଲ ।

ଖାଲି ଏ ପାଖ ସେ ପାଖ କଡ଼ ଲେଉଟାଉ ଥା'ନ୍ତି । ଆଦୌ ନିଦ ହେଉ ନ ଥାଏ । ସେମାନେ କୁହାକୁହି ହେଲେ, ଏ ଫୁଲ ମହକରେ ଆମକୁ ନିଦ ହେଉ ନାହିଁ । ଚାଲ ଶୁଖୁଆ ଟୋକେଇ ସବୁ ନିଜ ନିଜ ମୁଣ୍ଡ ପାଖରେ ରଖିଦେବା । ଶୁଖୁଆ ଗନ୍ଧରେ ଆଉ ଫୁଲ ମହକ ଜଣାପଡ଼ିବ ନାହିଁ । ସେମାନେ ସେଇଆ କଲେ ଓ ଆରାମରେ ଶୋଇଗଲେ ।

ଯେ ଶୁଖୁଆ ଗନ୍ଧରେ ଅଭ୍ୟସ୍ତ, ତାକୁ ଫୁଲର ସୁବାସ କେବେ ଭଲ ଲାଗିବ ନାହିଁ ।

କେବଳ ଜଣେ ଆପଣାର

ଜଣେ ସନ୍ନ୍ୟାସୀଙ୍କର ଜଣେ ବ୍ୟକ୍ତି ଶିଷ୍ୟ ହୋଇଥିଲା । ଶିଷ୍ୟର ଘର ବାଡ଼ି, ମା' ବାପ, ସ୍ତ୍ରୀ, ପୁତ୍ର ସମସ୍ତେ ଥିଲେ । ଦିନେ ଗୁରୁ ଶିଷ୍ୟକୁ ଉପଦେଶ ଦେଲେ, "କେବଳ ଈଶ୍ୱର ତୁମର ଆପଣାର, ଆଉ କେହି ତୁମର ଆପଣାର ନୁହନ୍ତି ।" ଶିଷ୍ୟ କହିଲା, "ମୋ' ମା', ମୋ ସ୍ତ୍ରୀ ମୋତେ କେଡେ଼ ଭଲ ପା'ନ୍ତି, କେତେ ଆଦର କେତେ ସ୍ନେହ କରନ୍ତି, ମୋତେ କ୍ଷଣେ ନ ଦେଖିଲେ ସେମାନଙ୍କୁ ସବୁ ଅନ୍ଧାର ଦେଖାଯାଏ । ସେମାନେ କ'ଣ ମୋ'ର ଆପଣାର ନୁହନ୍ତି ?'

ଗୁରୁ କହିଲେ, "ସେ ତୁମର ମନର ଭୁଲ । ମୁଁ ତୁମକୁ ଦେଖାଇ ଦେବି, କେହି ତୁମର ଆପଣାର ନୁହନ୍ତି ।"

ସନ୍ନ୍ୟାସୀ ଗୋଟିଏ ଔଷଧର ବଟିକା ବାହାର କରି ଶିଷ୍ୟକୁ ଦେଲେ । କହିଲେ, ଏଇଟିକୁ ଖାଇ ଶୋଇଯିବ । ଏ ଔଷଧର ଗୁଣ ହେଉଚି, ଯେ ଖାଇବ, ସେ ମଲାପରି ଶୋଇଯିବ । ସମସ୍ତେ ମନେ କରିବେ ଲୋକଟି ହଠାତ୍ ମରିଗଲା । କିନ୍ତୁ ତୁମର ଜ୍ଞାନ ଥିବ ଓ ସବୁ କଥା ବୁଝି ପାରିବ । ତା' ପରେ ମୁଁ ଯିବି ।

ଶିଷ୍ୟଟି ସେଇ କଥା କଲା । ଘରକୁ ଯାଇ ଔଷଧ ଖାଇ ଶୋଇଗଲା । ତାକୁ ହଠାତ୍ ଆସି ଶୋଇ ପଡ଼ିବା ଦେଖି ସ୍ତ୍ରୀ ମନରେ ସନ୍ଦେହ ହେଲା । କିଛି ଦେହ ଖରାପ ହେଲା କି? ସେ ଯାଇ ପଚାରିଲା, "ଏପରି ଅବେଳରେ ଶୋଇ ପଡ଼ିଲ ଯେ, କ'ଣ ହୋଇଚି ।"

କିନ୍ତୁ କିଛି ଉତ୍ତର ନାଇଁ । ସ୍ତ୍ରୀ ବଡ଼ ଚିନ୍ତିତ ହୋଇ ପଡ଼ିଲା । ସେ ଯାଇ ଦେଖିଲା ଯେ ସ୍ୱାମୀର ଦେହରେ ଜୀବନ ନାହିଁ । ତା'ପରେ, "କ'ଣ ହେଲା, ମୋର ସବୁ ସରିଗଲା" କହି କାନ୍ଦ ବୋବାଳି ପକାଇଲା । ତା'ର କାନ୍ଦ ଶୁଣି ମା ଓ ଘରର ଅନ୍ୟାନ୍ୟ ଲୋକମାନେ ଦୌଡ଼ି ଆସିଲେ । ଲୋକଟି ମରି ଯାଇଚି ଦେଖି ସମସ୍ତେ ଚିତ୍କାର କରି କାନ୍ଦିବାକୁ ଲାଗିଲେ ।

ଏହି ସମୟରେ ଜଣେ ବୃଦ୍ଧ କବିରାଜ ସେଠାରେ ଆସି ପହଞ୍ଚିଲେ । ସେ କହିଲେ, "ତୁମେ ସବୁ କାନ୍ଦୁଚ କାହିଁକି? ତୁମର କ'ଣ ହୋଇଚି?"

ଜଣେ କହିଲା, "ପୁଅଟି ମରିଗଲା ।"

"ତା'ର କ'ଣ ହୋଇଥିଲା?" କବିରାଜ ପଚାରିଲେ ।

""କ'ଣ ହୋଇଚି, ତା' କେହି ବୁଝି ପାରୁ ନାହାନ୍ତି । କୁଆଡେ଼ ଯାଇଥିଲା । ଏବେ ଘରକୁ ଆସି ହଠାତ୍ ଶୋଇ ପଡ଼ିଲା । କିଛି ଦେହ ଦୁଃଖ ନାହିଁ । ଡାକିଲେ ଉତ୍ତର ଦେଲା ନାହିଁ । ଆମର ସବୁ ସରିଗଲା ।

କବିରାଜ କହିଲେ, ""ମୁଁ ଟିକିଏ ଯାଇ ତାକୁ ଦେଖି ପାରେ କି?"

ସମସ୍ତେ ଆଗ୍ରହ ସହକାରେ କବିରାଜଙ୍କୁ ଶବ ପାଖକୁ ନେଇଗଲେ । କବିରାଜଙ୍କୁ ଦେଖି ସମସ୍ତଙ୍କ କାନ୍ଦଣା ବନ୍ଦ ହୋଇଗଲା । ମା' ଓ ସ୍ତ୍ରୀ ମଝିରେ ମଝିରେ ଟିକିଏ କାନ୍ଦୁ ଥା'ନ୍ତି । କବିରାଜ କ'ଣ କରୁଛନ୍ତି, ଦେଖୁଥା'ନ୍ତି । ଶବ ପରୀକ୍ଷା କରି କବିରାଜ କହିଲେ, "କିଛି ଶୋଚନାର କାରଣ ନାହିଁ । ମୁଁ ଏହାକୁ ବଞ୍ଚାଇ ଦେବି । ମୋ' ପାଖରେ ଏ ରୋଗର ଅବ୍ୟର୍ଥ ମହୌଷଧ ଅଛି । ଖାଇବାକୁ ଦେଲେ ସାଙ୍ଗେ ସାଙ୍ଗେ ସେ ଉଠି ବସିବ ।" ଏ କଥା ଶୁଣି ସମସ୍ତେ ଖୁସି ହୋଇଗଲେ । ମା' ଓ ସ୍ତ୍ରୀଙ୍କର କାନ୍ଦଣା ଏକାବେଳେ ବନ୍ଦ ହୋଇଗଲା । କବିରାଜ ଗୋଟିଏ ଔଷଧର ବଟିକା ବାହାର କରି କହିଲେ, "କିନ୍ତୁ ଗୋଟିଏ କଥା ଅଛି, ଜଣେ ଏହାକୁ ପ୍ରଥମେ ଖାଇବ । ତା'ପରେ ରୋଗୀକୁ ଖାଇବାକୁ ଦିଆଯିବ । ଔଷଧର ଏହି ନିୟମ । ଯେ ତାକୁ ପ୍ରଥମେ ଖାଇବ, ସେ କିନ୍ତୁ ମରିଯିବ । ମୁଁ ଦେଖୁଚି, ଲୋକଟିର ବହୁ ଆତ୍ମୀୟ ସ୍ଵଜନ ଅଛନ୍ତି । ଖାଇବାକୁ ଜଣେ କେହି ବାହାରିବ ନାହିଁ!"

କବିରାଜଙ୍କ କଥା ଶୁଣି ସମସ୍ତେ ଚୁପ୍, କାହା ମୁହଁରୁ କଥା ବାହାରୁ ନାହିଁ । କେହି ଆଗେଇ ନ ଆସିବାର ଦେଖି କବିରାଜ କହିଲେ, "ଡେରି କର ନାହିଁ । ବେଶୀ ଡେରି ହେଲେ ଔଷଧର କିଛି ଫଳ ହେବ ନାହିଁ । କିଏ ଖାଇବ, ଶୀଘ୍ର ବାହାର ।"

ତେବେ ସୁଦ୍ଧା କେହି ଆସିବାର ନ ଦେଖି କବିରାଜ ମା' ପାଖକୁ ଯାଇ ତା' ହାତରେ ଔଷଧଟି ଦେଲେ । କବିରାଜ କହିଲେ, "ମା' ଆଉ କାନ୍ଦ ନାହିଁ । ଏ ଔଷଧଟି ଖାଇ ଦିଅ । ତା'ହେଲେ ପୁଅ ତୁମର ଉଠି ବସିବ ।" ମା' ଔଷଧ ହାତରେ ଧରି ଭାବିବାକୁ ଲାଗିଲା । ଅନେକ ଭାବି କାନ୍ଦି କାନ୍ଦି କହିଲା, "ବାବା, ମୋ'ର ଆଉ କେତୋଟି ପୁଅ, ଝିଅ ଅଛନ୍ତି । ଏତେ ବଡ଼ ସଂସାର । ମୁଁ ଚାଲିଗଲେ କ'ଣ ହେବ, ସେଇ କଥା ଭାବୁଚି । ସେମାନଙ୍କର କିଏ ଦେଖା ଚାହାଁ କରିବ, କିଏ ତାଙ୍କର ଯତ୍ନ ନେବ, ସେଇ କଥା କେବଳ ଭାବୁଚି ।"

କବିରାଜ ସ୍ତ୍ରୀକୁ ଡାକି ଔଷଧ ଦେଲେ । ସ୍ତ୍ରୀ ଖୁବ୍ କାନ୍ଦୁଥିଲା । ସେ ତା' ହାତରେ ଔଷଧ ଧରି ଭାବିବାକୁ ଲାଗିଲା । କବିରାଜ କହିଲେ, "ଏ ଔଷଧଟି ଖାଇଦିଅ, ମା' ଲକ୍ଷ୍ମୀ । ଜୀବନ ନ ଦେଲେ ପରା ଲୋକଟି ବଞ୍ଚି ପାରିବ ନାହିଁ । ସ୍ୱାମୀର ସ୍ତ୍ରୀଠାରୁ ବଳି କିଏ ଆପଣାର ଅଛି?"

ସ୍ତ୍ରୀ ତା'ପରେ କାନ୍ଦି କାନ୍ଦି କହିଲା "ମୁଁ କଣ କରିବି ? ୟାଙ୍କର ତ ଯାହା ହେବାର ହେଲାଣି । ମୋ'ର ଛୋଟ ଛୋଟ ପିଲାଗୁଡ଼ିଏ । ସେମାନଙ୍କ କଥା କିଏ ବୁଝିବ ? ସେମାନେ ବଞ୍ଚିବେ କିପରି ? ମୁଁ କେମିତି ଏ ଔଷଧ ଖାଇବି ? ମୋ' କପାଳରେ ଯାହା ଲେଖା ହୋଇଚି, ତା' ଫଳିବ । ମୁଁ କି କରିବି ଲୋ ମା' ?"

କବିରାଜ ଅନ୍ୟ କେହି ନୁହନ୍ତି, ସ୍ୱୟଂ ଗୁରୁ । ଶିଷ୍ୟ ଶୋଇ ରହି ସବୁ କଥା ଶୁଣୁଥିଲା । ସେ ସଂସାର କ'ଣ, କିଏ ତା'ର ଆପଣାର ସବୁ ବୁଝି ପାରିଲା । ତତ୍‌କ୍ଷଣାତ୍ ସେ ଗୁରୁଙ୍କ ସାଙ୍ଗରେ ଚାଲିଗଲା । ଗୁରୁ କହିଲେ "ତୁମର ଆପଣାର କେବଳ ଜଣେ--ଈଶ୍ୱର ।"

ଅବଧୂତ ଓ ତାଙ୍କର ଗୁରୁ

ଜଣେ ବଡ଼ ସାଧୁ ଥିଲେ । ଲୋକେ ତାଙ୍କୁ ଅବଧୂତ ବୋଲି ଡାକୁଥିଲେ । ଅବଧୂତଙ୍କର ବହୁତ ଗୁରୁ ଥିଲେ ଓ ଗୁରୁମାନଙ୍କ ପାଖରୁ ତାଙ୍କ ଶିକ୍ଷାଲାଭ କରିବାର ନିୟମ ଥିଲା ଅଦ୍‌ଭୁତ ।

ଦିନେ ବାଟରେ ଯିବାବେଳେ ଅବଧୂତ ଦେଖି ପାରିଲେ, ଢୋଲ ଢମାଲ ବଜାଇ ଖୁବ୍ ଜାକଜମକରେ ପଟୁଆର କରି ବର ଆସୁଚି । ଅନ୍ୟ ଆଡେ଼ ହାତରେ ଧନୁଶର ଧରି ଜଣେ ଶିକାରୀ ଗୋଟିଏ ପକ୍ଷୀ ଆଡ଼କୁ ଲକ୍ଷ୍ୟ କରୁଚି । ପକ୍ଷୀଟି ଗଛ ଉପରେ ବସିଥିଲା । ଏପରି ଢୋଲ ଢମାଲ ବଜାଇ ବର ଯାଉଚି, କିନ୍ତୁ ଶିକାରୀ ସେ ଆଡ଼କୁ ଚାହୁଁ ନାହିଁ ।

ଅବଧତୂ ସେଇ ବ୍ୟାଧକୁ ନମସ୍କାର କରି କହିଲେ, ତୁମେ ମୋ'ର ଗୁରୁ । ଯେତେବେଳେ ଭଗବାନଙ୍କୁ ଧ୍ୟାନ କରବି, ସେତେବେଳେ ତାଙ୍କ ପ୍ରତି ମୋ'ର ଏହିପରି ଲକ୍ଷ୍ୟ ରହିବ ।

ଆଉ ଦିନେ ଅବଧୂତ ଦେଖିଲେ, ଜଣେ ଲୋକ ପୋଖରୀରେ ବନିଶୀ ପକାଇ ମାଛ ଧରୁଚି । ଏହି ସମୟରେ ଜଣେ ବାଟୋଇ ଆସି ତାକୁ ପଚାରିଲେ, ଭାଇ! ରାମଗଞ୍ଜ ହାଟକୁ ଯିବାକୁ କେଉଁ ବାଟ ?

ଲୋକଟି ବାଟୋଇ କଥାର କୌଣସି ଉତ୍ତର ନ ଦେଇ ବନିଶୀ କଣ୍ଟାକୁ ଅନାଇ ରହିଲା । ମାଛ ପଡ଼ିବାରୁ ବନିଶୀକୁ ଉଠାଇ ଆଣି ପଛକୁ ଚାହିଁ ପଚାରିଲା, ହଁ ଆପଣ କ'ଣ ପଚାରୁଥିଲେ ? ତା'ପରେ ବାଟୋଇ ସଙ୍ଗେ ତା'ର ଗପ ଜମିଗଲା । ତା' ଦେଖି ଅବଧୂତ ତାକୁ ପ୍ରଣାମ କରି କହିଲେ, ଆପଣ ମୋ'ର ଗୁରୁ । ମୁଁ ଯେତେବେଳେ ଭଗବାନଙ୍କୁ ଧ୍ୟାନ କରିବାକୁ ବସିବି, ସେତେବେଳେ ସେ କାମ ଶେଷ ନ କରି ଅନ୍ୟ କୌଣସି ଦିଗରେ ମନ ଦେବି ନାହିଁ ।

ଥରେ ଗୋଟାଏ ଚିଲ ଖଣ୍ଡେ ମାଛ ଧରି ଉଡ଼ି ଯାଉଥିଲା । ତା' ଦେଖି ଶହ ଶହ କାଉ ଓ ଚିଲ ତା' ପଛ ଧରି ଗୋଡ଼ାଇଲେ । ତାକୁ ସେମାନେ ଥଣ୍ଟରେ କାମୁଡ଼ି ଅସ୍ତ ବ୍ୟସ୍ତ କରିଦେଇ ମାଛ ଖଣ୍ଡକ କାଢ଼ି ନେବାର ଚେଷ୍ଟା କଲେ । ସେ ଯୁଆଡେ଼ ଗଲା, କାଉ ଓ ଚିଲଯାକ ତା' ପଛେ ପଛେ ଚେଁ ଚେଁ ହୋଇ ଉଡ଼ିବାକୁ ଲାଗିଲେ । ଶେଷକୁ ବିରକ୍ତ ହୋଇଯାଇ ଚିଲଟା ମାଛ ଖଣ୍ଡକ ପକାଇ ଦେଲା । ସଂଗେ ସଂଗେ ଆଉ ଗୋଟିଏ ଚିଲ ଥିଲା, ମାଛ ଖଣ୍ଡକ ଧରି ଚମ୍ପଟ । କିନ୍ତୁ ସେ ଚିଲଟା ମଧ୍ୟ ଯାଏ କୁଆଡେ଼? ସବୁ କାଉ ଓ ଚିଲ ତା'ର ପିଛା ଧରିଲେ । ପ୍ରଥମ ଚିଲଟା ଗୋଟାଏ ଗଛ ଡାଳରେ ଚୁପ୍ ଚାପ ବସି ରହିଲା ।

ଅବଧୂତ ଚିଲକୁ ନମସ୍କାର କରି କହିଲେ, ତୁମେ ମୋ'ର ଗୁରୁ । ତୁମଠାରୁ ଶିଖିଲି ଏ ସଂସାରରେ ପଦ ବା ଉପାଧି ବଡ଼ ଭୟଙ୍କର ଜିନିଷ । ତାକୁ ଫିଙ୍ଗି ଦେଇ ପାରିଲେ ଶାନ୍ତି, ତା' ନ ହେଲେ ମହା ବିପଦ ।

ଦିନେ ଅବଧୂତ ଦେଖିଲେ, ଗୋଟାଏ ବଗ ଏକ ପୋଖରୀ କୂଳରେ ଚୁପ୍ ହୋଇ ଗୋଟାଏ ମାଛ ଆଡ଼କୁ ଚାହିଁ ଠିଆ ହୋଇଚି । ମାଛଟା ପାଖକୁ ଆସିଲେ ଖପ୍ କରି ଧରିନେବ । ଇଆଡେ଼ ଗୋଟାଏ ବ୍ୟାଧ ବଗକୁ ଲକ୍ଷ୍ୟକରି ରହିଚି । ବଗ ମାଛ ଆଡ଼କୁ ଏପରି ଭାବରେ ଏକ ଲୟରେ ଚାହିଁ ରହିଚି, ସେ ବ୍ୟାଧକୁ ଆଦୌ ଦେଖିପାରୁ ନାହିଁ ।

ଅବଧୂତ ବଗକୁ ନମସ୍କାର କରି କହିଲେ, ବାବା, ତୁମେ ମୋର ଗୁରୁ । ମୁଁ ଯେତେବେଳେ ଧ୍ୟାନରେ ବସିବି, ତୁମପରି ଯେପରି ଏକମନରେ ଧ୍ୟାନ କରିପାରେ !

ଅବଧୂତଙ୍କର ଆଉ ଜଣେ ଗୁରୁ ଥିଲା ମହୁମାଛି । ମହୁମାଛି ବହୁଦିନ ଧରି ବହୁ କଷ୍ଟରେ ମହୁ ସଞ୍ଚୟ କରେ । କୁଆଡ଼ୁ କେହି ଜଣେ ଆସି ମହୁଫେଣା ଭାଙ୍ଗି ମହୁ ନେଇ ଚାଲିଯାଏ । ଅନେକ କଷ୍ଟରେ ସଞ୍ଚିତ ଧନ ମହୁମାଛି ଭୋଗ କରିପାରେ ନାହିଁ ।

ତାକୁ ଦେଖି ଅବଧୂତ କହିଲେ, ମହୁମାଛି ମୋ'ର ଗୁରୁ । ସଞ୍ଚୟ କଲେ ପରିଣାମ ଯେ କ'ଣ ହୁଏ, ମହୁମାଛି ଠାରୁ ତା' ମୁଁ ଶିକ୍ଷାକଲି ।

ହନୁମାନ ସିଂ

କୁସ୍ତିରେ ହନୁମାନ ସିଂର ଏତେ ନାମ ଡାକ ନ ଥିଲେ ମଧ୍ୟ ସେ କିଛି କମ୍ ନ ଥିଲା । ତା'ର ଗୋଟିଏ ବଡ଼ ଗୁଣ ଥିଲା, ଯେତେ ବଡ଼ ପହିଲିମାନ ଆସୁ ନା କାହିଁକି, ସେ ତା' ସହିତ ଲଢ଼ିବାପାଇଁ ଭୟ କରୁ ନ ଥିଲା ।

ଥରେ ଜଣେ ନାମଜାଦା ପଞ୍ଜାବୀ ପହିଲିମାନ ସହିତ ହନୁମାନ ସିଂର ଲଢେ଼ଇ ହେଲା । ପଞ୍ଜାବୀ ପହିଲିମାନ ଦେଖିବାକୁ ଯେପରି ବଳିଷ୍ଠ, କୁସ୍ତିରେ ମଧ୍ୟ ସେହିପରି ଜଣେ ଓସ୍ତାଦ । ତା' ସହିତ କୁସ୍ତି ଲଢ଼ିବା ସହଜ କଥା ନ ଥିଲା ।

କୁସ୍ତିର ଦିନ ଠିକ୍ ହୋଇଗଲା । କୁସ୍ତିର ପନ୍ଦର ଦିନ ଆଗରୁ ପଞ୍ଜାବୀ ପହିଲିମାନ ଘିଅ, ମାଂସ, ବାଦାମ, ପେସ୍ତା ଖାଲି ଏଇଆ ଖାଇଲା । ଅନ୍ୟ ପକ୍ଷରେ ହନୁମାନ ସିଂ କିଛି ଦିନ ଧରି ଖୁବ୍ କମ୍ ଖାଇ ଭକ୍ତି ଭାବରେ ମହାବୀରଙ୍କ ନାମ ଜପ କରିବାକୁ ଲାଗିଲା । ହନୁମାନ ସିଂର ଦେହରେ ମଇଳା ଲୁଗା ଏବଂ ଦେଖିବାକୁ ପଞ୍ଜାବୀ ପରି ସେ ଏତେ ହୃଷ୍ଟ ପୁଷ୍ଟ ନୁହେଁ ।

ପଞ୍ଜାବୀ କୁସ୍ତିବାଲା ଓ ହନୁମାନ ସିଂକୁ ଦେଖି ଲୋକେ ଭାବିବାକୁ ଲାଗିଲେ, କୋଉଠି ପଞ୍ଜାବୀ, କୋଉଠି ହନୁମାନ ସିଂ । ହନୁମାନ ସିଂ ଆଦୌ ଜିଣି ପାରିବ ନାହିଁ । ହନୁମାନ ସିଂର ବନ୍ଧୁମାନେ ପଞ୍ଜାବୀ ସହିତ ଲଢ଼ିବାପାଇଁ ତାକୁ ମନା କରିବାକୁ ଲାଗିଲେ । କେହି କେହି କହିଲେ, "ହନୁମାନ! ଘିଅ, ଦୁଧ, ବାଦାମ, ପେସ୍ତା ଖାଇବା ଆରମ୍ଭ କରିଦିଅ, ତା' ନ ହେଲେ ତୁମେ ପାରିବ ନାହିଁ ।" କିନ୍ତୁ ହନୁମାନ ସିଂ କାହା କଥାରେ କାନ ଦେଲା ନାହିଁ । ଉପବାସ କଲା, ଗଙ୍ଗାସ୍ନାନ କଲା ଓ ମହାବୀରଙ୍କ ନାମ ଜପ କରିବାକୁ ଲାଗିଲା ।

ଦେଖୁ ଦେଖୁ କୁସ୍ତିର ଦିନ ଆସିଗଲା । କୁସ୍ତି ଦିନ ପଞ୍ଜାବୀ ପହିଲିମାନ ଘିଅ, ମାଂସ ଓ ନାନା ପ୍ରକାର ବଳକାରକ ଖାଦ୍ୟ ଖାଇଲା । ଏପଟେ ହନୁମାନ ସିଂ ଖାଡ଼ା ଉପବାସ

Malunira Fula O Anyanya Galpa.pdf

ରହିଗଲା । କୁସ୍ତି ଦେଖିବାପାଇଁ ଚାରିଆଡ଼େ ଲୋକାରଣ୍ୟ । ବଡ଼ ବଡ଼ ଲୋକ ସବୁ କୁସ୍ତିର ବିଚାରକ । ପଞ୍ଜାବୀ ପହିଲିମାନ କୁସ୍ତିର ଆଖଡ଼ାରେ ଯାଇ ଠିଆହେଲା । ତା'ର ବିଶାଳ ବପୁ ଦେଖି ଦର୍ଶକମାନେ ଅବାକ୍ ହୋଇଗଲେ । ଅନ୍ୟଦିଗରେ ହନୁମାନ ସିଂ ଧୀରେ ଧୀରେ କୁସ୍ତି ଜାଗାରେ ଯାଇ ଠିଆହେଲା । କିନ୍ତୁ ହନୁମାନ ସିଂ ଆଜି ଯେପରି ଜଣେ ନୂଆ ଲୋକ, ଆଖିରେ ତା'ର ଉଜ୍ଜ୍ୱଳ ଦୀପ୍ତି । ମୁହଁରେ ତା'ର ଏକ ଶାନ୍ତ, ସ୍ଥିର ଭାବ ।

କୁସ୍ତି ଆରମ୍ଭ ହୋଇଗଲା । ଅଧିକାଂଶ ଦର୍ଶକ ମନେକଲେ, ହନୁମାନ ସିଂ ହାରିଯିବ । କିନ୍ତୁ କି ଆଶ୍ଚର୍ଯ୍ୟର କଥା ! ଅଳ୍ପ ସମୟ ମଧ୍ୟରେ ହନୁମାନ ସିଂ ପଞ୍ଜାବୀ ପହିଲିମାନକୁ ହରାଇ ଦେଲା । ବେକରେ ବିଜୟର ମାଳା ପିନ୍ଧି ହନୁମାନ ସିଂ ଚାଲି ଆସିଲା । ପଞ୍ଜାବୀ ପହିଲିମାନ ଓ ତା'ର ବନ୍ଧୁମାନେ ଆଦୌ ବୁଝି ପାରିଲେ ନାହିଁ ଯେ, କିପରି ହନୁମାନ ସିଂ

ଦୁଇ ମିନିଟ୍ ସମୟ ମଧ୍ୟରେ ଏତେ ବଡ଼ ପହିଲିମାନକୁ ହରାଇ ଦେଇ ପାରିଲା ।

ଶରୀରର ଶକ୍ତି ବା ମନର ଶକ୍ତିଠାରୁ ଆହୁରି ଗୋଟିଏ ବଡ଼ ଜିନିଷ ଅଛି । ତାହା ହେଉଛି, ଆତ୍ମାର ଶକ୍ତି । ତାହା ଥରେ ମନୁଷ୍ୟ ଭିତରେ ଜାଗି ଉଠିଲେ, ଘିଅ, ମାଂସ, ବାଦାମ, ପେସ୍ତାର ଶକ୍ତି ତା' ପାଖରେ ଅତି ସାମାନ୍ୟ ହୋଇଥାଏ ।

ସର୍ବମଙ୍ଗଳା

ସରଳ ଭାବରେ ଭଗବାନଙ୍କୁ ଏକ ଲୟରେ ଡାକିଲେ ସେ ଦେଖା ଦିଅନ୍ତି । ଧ୍ରୁବ, ପ୍ରହ୍ଲାଦ ତାଙ୍କର ଦେଖା ପାଇଥିଲେ । ଜଟିଳ ବାଳକର ସହିତ ସେ ସବୁଦିନ ଆସି ଖେଳୁଥିଲେ । ଆମ ଦେଶର ଯେ କେତେ ସାଧୁ ସନ୍ଥ ଭଗବାନଙ୍କର ଦେଖା ପାଇଛନ୍ତି, ତାହା କୁହାଯାଇ ପାରିବ ନାହିଁ ।

ଗୋଟିଏ ଗ୍ରାମରେ ଜଣେ ବ୍ରାହ୍ମଣ ରହୁଥିଲେ । ବ୍ରାହ୍ମଣ ଭାରି ଗରିବ । ଗରିବ ହେଲେ ମଧ୍ୟ ସେ ଜଣେ ବଡ଼ ଭକ୍ତ ଥିଲେ । ଲୋକଙ୍କ ଘରକୁ ଯାଇ ସେ ଚଣ୍ଡୀ ପାଠ କରୁଥିଲେ । ସେଥିରେ ଏକପ୍ରକାର ଦିନ କଟି ଯାଉଥିଲା । ବ୍ରାହ୍ମଣଙ୍କର ଗୋଟିଏ ଝିଅ ଥିଲା । ତାର ନାମ ସର୍ବମଙ୍ଗଳା । ସର୍ବମଙ୍ଗଳା ରୂପରେ ଲକ୍ଷ୍ମୀ, ଗୁଣରେ ସରସ୍ୱତୀ । ତା' ପରି ରୂପ, ଗୁଣରେ, କାମ ଦାମରେ, ସ୍ୱଭାବ ଚରିତ୍ରରେ, ରନ୍ଧାବଢ଼ାରେ କୋଟିକେ ଗୋଟିଏ ଝିଅ ମିଳିବା କଷ୍ଟକର ।

ଦିନେ ସେ ଅଞ୍ଚଳର ଜମିଦାର କୌଣସି ଏକ କାର୍ଯ୍ୟରେ ସେହି ଗ୍ରାମକୁ ଆସିଥିଲେ । ଝିଅଟି ତାଙ୍କ ଆଖିରେ ପଡ଼ିଲା । ତାକୁ ଦେଖି ତାଙ୍କୁ ଏପରି ଭଲ ଲାଗିଲା ଯେ ନିଜ ପୁଅ ସଙ୍ଗରେ ତାର ବିଭାଘର ପ୍ରସ୍ତାବ ସେ ବ୍ରାହ୍ମଣଙ୍କୁ ଦେଲେ । ଏପରି ପ୍ରସ୍ତାବରେ ବ୍ରାହ୍ମଣ କାହିଁକି ବା ମନା କରିବେ ? ବିଭାଘର ହୋଇଗଲା । ସର୍ବମଙ୍ଗଳା ଶଶୁର ଘରକୁ ଚାଲିଗଲା ।

ବ୍ରାହ୍ମଣ ଝିଅଟିକୁ ଭାରି ଭଲ ପାଉଥିଲେ । ଝିଅ ଶଶୁର ଘରକୁ ଚାଲିଯିବା ପରେ ତାଙ୍କ ମନରେ ବହୁତ କଷ୍ଟ ହେଲା । କିନ୍ତୁ କ'ଣ କରାଯିବ ! ବିଭାଘର ପରେ ଝିଅର ଯେ ପର ଘରକୁ ଯିବାର କଥା । ସର୍ବମଙ୍ଗଳା ପାଇଁ ବ୍ରାହ୍ମଣଙ୍କ ମନରେ ଯେତେ କଷ୍ଟ ହେଲା, ସେତିକି ସେ ପୂଜା ଓ ଚଣ୍ଡୀପାଠରେ ମନ ଦେଲେ । ବହୁ ଭାଗ୍ୟକୁ ଝିଅ ବଡ଼ ଘରେ ପଡ଼ିଛି ।

ଦେଖୁ ଦେଖୁ ଦୁର୍ଗା ପୂଜା ଆସି ପହଞ୍ଚିଲା । ବ୍ରାହ୍ମଣଙ୍କ ମନରେ ଭାରି ଇଚ୍ଛା ଯେ ସେ ମାଆର ପୂଜା କରିବେ । ସେ ତାଙ୍କ ସ୍ତ୍ରୀଙ୍କୁ ଏ କଥା କହିଲେ । ଏ କଥାରେ ସ୍ତ୍ରୀ ମଧ୍ୟ ଖୁବ୍ ଖୁସି ହେଲେ । କିନ୍ତୁ ସେମାନେ ବଡ଼ ଗରିବ । କ'ଣ ଦେଇ ସେମାନେ ମାଆର ପୂଜା କରିବେ ? ସେ ସ୍ୱାମୀଙ୍କୁ ଏ କଥା କହିଲେ । ବ୍ରାହ୍ମଣ ତାର ଉତ୍ତରରେ କହିଲେ, "କ'ଣ ହେଲା ? ମାଆ କ'ଣ କେବଳ ଧନୀମାନଙ୍କର, ଗରିବ ଲୋକେ ତା'ର କ'ଣ କେହି ନୁହନ୍ତି ? ନା, ତା କେବେ ହୋଇ ନ ପାରେ । ଆମ ଘରେ ଖୁଦ କୁଣ୍ଡା ଯାହା ଅଛି, ତାକୁ ଦେଇ ଆମେ ମାଆର ପାଦରେ ଦୁଇଟି ଫୁଲ ଚଢ଼ାଇବା ।"

ଏହା ଶୁଣି ବ୍ରାହ୍ମଣୀ କହିଲେ, "ତୁମର ଯେପରି ଇଚ୍ଛା, ସେପରି ପୂଜା ହେଉ ।"

Malunira Fula O Anyanya Galpa.pdf

ପୂଜା ଆଉ ଡେରି ନାହିଁ । ସ୍ୱାମୀ ସ୍ତ୍ରୀ ଦୁଇଜଣ ଅତି କଷ୍ଟରେ ବାରଟି ଟଙ୍କା ସଂଗ୍ରହ କରିଛନ୍ତି । ବ୍ରାହ୍ମଣ ଗୋଟିଏ ଅଧୁଲି ନେଇ କୁମ୍ଭାର ଘରେ ଯାଇ ପହଞ୍ଚିଲେ । କୁମ୍ଭାରକୁ କହିଲେ, "ବାପା, ଏ ଅଧୁଲିଟି ରଖ୍, ଆଉ ମୋତେ ମାଆର ଗୋଟିଏ ଛୋଟ ପ୍ରତିମା ଗଢ଼ି ଦେ ।"

କୁମ୍ଭାର କହିଲା, "ଗୋସେଇଁ ମାହାପୁରୁ, ଆପଣ କ'ଣ ବାଇଆ ହେଲେ ! ଦୁର୍ଗା ପୂଜା କରିବାପାଇଁ ଆପଣଙ୍କର ଅବସ୍ଥା କାହିଁ ? ଆଉ ଆଠ ଅଣା ପଇସାରେ କ'ଣ ପ୍ରତିମା ଗଢ଼ାଯାଏ ?"

ବ୍ରାହ୍ମଣ ଉତ୍ତର ଦେଲେ, "କାହିଁ ବାପା, ମାଆର ପାଦରେ ଦୁଇଟି ଫୁଲ ଚଢ଼ାଇବି, ସେଥିରେ ଅବସ୍ଥା ଅଣଅବସ୍ଥାର କ'ଣ ଦରକାର ? ଗୋଟିଏ ଆଠଣିରେ ଯେଡ଼ିକି ହେବ, ସେଡ଼ିକି ମୂର୍ତ୍ତିଟିଏ କରି ଦେ ନା !"

ବ୍ରାହ୍ମଣଙ୍କର ମନୋଭାବ ଦେଖି କୁମ୍ଭାର ମନରେ ଭକ୍ତି ହେଲା । ସେ କହିଲା, "ଆଚ୍ଛା, ମୁଁ ମୂର୍ତ୍ତିଟିଏ ଗଢ଼ିଦେବି, ଅଧୁଲି ଦରକାର ନାହିଁ । ମୁଁ ସେମିତି କରିଦେବି ।"

ବ୍ରାହ୍ମଣ କହିଲେ, "ନାହିଁ ବାପା, ତୋତେ ପଇସା ନେବାକୁ ହେବ ।"

ଜୋର୍ କରି ସେହି ଅଧୁଲିଟି ଦେଇ ଚାଲିଆସିଲେ ।

ସର୍ବମଙ୍ଗଳା କଥା ବ୍ରାହ୍ମଣୀଙ୍କର ମନେ ପଡ଼ିଲା । ସେ କାନ୍ଦିଲେ । ବ୍ରାହ୍ମଣ କହିଲେ, "କାନ୍ଦି କି ଲାଭ ? ସେମାନେ ବଡ଼ ଲୋକ । ତାଙ୍କ ଘରେ କେତେ ବଡ଼ ପୂଜା ହେଉଥିବ, ସେ ପୁଣି ଘରର ଏକମାତ୍ର ବୋହୂ । ସେମାନେ କ'ଣ ତାକୁ ଆମ ଘରକୁ ପଠାଇବେ ?"

ବ୍ରାହ୍ମଣୀ ମନକୁ ବୁଝାଇବାକୁ ଚାହିଲେ । କିନ୍ତୁ ମାଆର ମନ କ'ଣ ସହଜରେ ବୁଝେ ?

କୁମ୍ଭାର ଏକ ସୁନ୍ଦର ପ୍ରତିମା ଗଢ଼ିଦେଲା । ପୂଜାପାଇଁ ଆଉ ଗୋଟିଏ ଦିନ ବାକି । କିନ୍ତୁ ଗୋଟିଏ ବିପଦ ପଡ଼ିଗଲା । ବ୍ରାହ୍ମଣୀ ଅସୁସ୍ଥ ହୋଇପଡ଼ିଲେ । ଘରେ ପିଲାପିଲି କେହି ନାହାନ୍ତି । ବ୍ରାହ୍ମଣୀ କହିଲେ, "ଆହେ, ତୁମେ ଥରେ ହେଲେ ମୋ ସର୍ବମଙ୍ଗଳା ଘରକୁ ଟିକିଏ ଯାଅନା !" ବାଧ୍ୟ ହୋଇ ବ୍ରାହ୍ମଣଙ୍କୁ ଝିଅ ଘରକୁ ଯିବାକୁ ପଡ଼ିଲା । କିନ୍ତୁ ସେମାନେ ଝିଅକୁ ପଠାଇଲେ ନାହିଁ ।

ଦୁଃଖରେ ବ୍ରାହ୍ମଣ ଜମିଦାର ଘରଠାରୁ ଅଳ୍ପ ଦୂର ଫେରି ଆସିଛନ୍ତି କି ନାହିଁ, ଶୁଣିଲେ ପଛରୁ କିଏ ଯେପରି ତାଙ୍କୁ ଡାକୁଛି, "ବାପା, ବାପା, ମୁଁ ଆସୁଛି ଯେ, ମୋତେ ନେଇ ଯାଅ ।" କଥାଗୁଡ଼ାକ ଯେପରି ସର୍ବମଙ୍ଗଳାର । ଚମକି ପଡ଼ି ସେ ପଛକୁ ଚାହିଁଲା ବେଳକୁ ସତରେ ସର୍ବମଙ୍ଗଳା । ବ୍ରାହ୍ମଣ କହିଲେ, "ୟା କ'ଣ ସମ୍ଭବ ମାଆ ? ତୁ ଚାଲି ଆସିଲୁ ଯେ, ତୋ ଶାଶୂ କ'ଣ କହିବେ ?"

ସର୍ବମଙ୍ଗଳା କହିଲା, "ସେ କଥା ତୁମକୁ ଚିନ୍ତା କରିବାକୁ ପଡ଼ିବ ନାହିଁ, ବାପା । ମୁଁ ସବୁ ଠିକ୍ କରିଦେଇ ଆସିଛି ।"

ଝିଅକୁ ଦେଖି ମାଆର ଦେହ ବହୁତ ଭଲ ହୋଇଗଲା । ସର୍ବମଙ୍ଗଳାଯୋଗୁଁ ସାରା ଘର ଯେପରି ଆନନ୍ଦରେ ପୂରି ଉଠୁଛି । ଝିଅ ପୂର୍ବାପେକ୍ଷା ଆହୁରି ଉଜ୍ଜ୍ୱଳ ଓ ଆହୁରି ସୁନ୍ଦର ଦେଖାଯାଉଛି । ମାଆ ବାପା ଦେଖି ତାଙ୍କ ଛାତି ଫୁଲି ଉଠୁଛି । ଆହା, ଝିଅ ବଡ଼ଘରର ବୋହୂ ହୋଇଛି । ତଥାପି ଯେମିତି ଥିଲା ସେମିତି । କପାଳରେ ସିନ୍ଦୂର, ହାତରେ ଅକ୍ଷୟ ସୂତ୍ର ।

ପୂଜାର ଦି'ଦିନ ଅତି ସୁନ୍ଦର ଭାବରେ କଟିଗଲା । ତୃତୀୟ ଦିନ ସର୍ବମଙ୍ଗଳା ବାପାଙ୍କୁ ପଚାରିଲା, "ବାପା, ସାଇର ଲୋକଙ୍କୁ ଖାଇବାକୁ ଦେବାକୁ ହେବ ।" ବ୍ରାହ୍ମଣ ହସି ହସି କହିଲେ, "ଖାଇବାକୁ ତ ଦେବାକୁ ହେବ, କିନ୍ତୁ କ'ଣ ଖାଇବାକୁ ଦେବା ? ତୋର ବାପାର କ'ଣ ସେ କ୍ଷମତା ଅଛି, ମାଆ ?"

ସର୍ବମଙ୍ଗଳା ଉତ୍ତର ଦେଲା, "ନା, ବାପା, ତୁମେ ଘରକୁ ପୂଜା ଆଣିଛ । ସାଇର ସମସ୍ତଙ୍କୁ ଖାଇବାକୁ ନ ଦେଲେ କ'ଣ ମାନିବ ?"

ଏହି କଥା କହି ସର୍ବମଙ୍ଗଳା ସାଇକୁ ଚାଲିଗଲା । ବ୍ରାହ୍ମଣ ମନେ ମନେ ହସିଲେ । ବଡ଼ ଘରକୁ ଯାଇ ଝିଅର ଆଖି ବଡ଼ ହୋଇଯାଇଛି ।

ବ୍ରାହ୍ମଣ ସ୍ନାନ ସାରି ପୂଜାରେ ବସିଲେ । ସର୍ବମଙ୍ଗଳା ତାଙ୍କୁ ସାହାଯ୍ୟ କରିବାରେ ଲାଗିଲା । ଠାକୁର ପ୍ରତିମା ଜୀବନ୍ତ ଦେଖା ଯାଉଛନ୍ତି । ଦେବୀଙ୍କର ଜ୍ୟୋତିରେ ସମସ୍ତ ଘର ଆଲୋକିତ ହୋଇଉଠୁଛି । ଦି'ପହର ବେଳେ ସାଇର ଲୋକେ ଦଳ ଦଳ ହୋଇ ପହଞ୍ଚିଗଲେ । ସର୍ବମଙ୍ଗଳା ସମସ୍ତଙ୍କୁ ଫଳାହାରର ନିମନ୍ତ୍ରଣ କରି ଆସିଛି ।

ବ୍ରାହ୍ମଣ କହିଲେ, "ଦେଖୁଛ, ପାଗଳୀ ଝିଅର କାଣ୍ଡ !"

ବ୍ରାହ୍ମଣୀ ଭାବିଲେ ସେହି କଥା ତ । କିନ୍ତୁ ଏବେ କ'ଣ ହେବ ? ସର୍ବମଙ୍ଗଳା କହିଲା, "ତୁମେ କିଛି ଚିନ୍ତା କର ନାହିଁ । ମୁଁ ସମସ୍ତଙ୍କୁ ଡାକି ଆଣିଛି । ମାଆର ପ୍ରସାଦ ଖୁଆଇବି ।"

ବ୍ରାହ୍ମଣ ସମସ୍ତଙ୍କୁ ଆଦର ଯତ୍ନ କରି ବସାଇଲେ । ତା ପରେ ଠାକୁର ଘରକୁ ଯାଇ ଏକ

Malunira Fula O Anyanya Galpa.pdf

ମନରେ ଡାକିବାକୁ ଆରମ୍ଭ କଲେ, "ମା'ଲୋ ମା, ଲଜ୍ଜା ନିବାରଣ କର ।" ଇଆଡେ଼ ସର୍ବମଙ୍ଗଳା ସମସ୍ତଙ୍କୁ ଆଦରରେ ବସାଇ ଦେବୀଙ୍କର ପ୍ରସାଦ ଆଣିଲା । ସମସ୍ତଙ୍କୁ କହିଲା, "ମୋର ବାପା ଗରିବ । ଆପଣମାନଙ୍କୁ ଚର୍ଚ୍ଚା କରିବାର କ୍ଷମତା ତାଙ୍କର ନାହିଁ । ଆପଣମାନେ ଦୟାକରି ତାଙ୍କ ଦୁଆରେ ପାଦ ପକାଇଛନ୍ତି, ଏହା ହେଉଛି ତାଙ୍କର ପରମ ସୌଭାଗ୍ୟ, ଆପଣମାନେ ସମସ୍ତେ ଦେବୀଙ୍କର ପ୍ରସାଦ ଗ୍ରହଣ କରନ୍ତୁ ।" ପ୍ରସାଦରୁ ଏପରି ଏକ ସୁବାସ ବାହାରିବାକୁ ଲାଗିଲା ଯେ, ଯେଉଁମାନେ ଖାଇ ବସିଥିଲେ, ସେମାନେ ପୁଲକିତ ହୋଇଉଠିଲେ । ଏପରି ପ୍ରସାଦ ସେମାନେ କେବେ ଖାଇ ନାହାନ୍ତି । ଅଳ୍ପକରେ ସେମାନଙ୍କ ପେଟ ଏପରି ଭରିଗଲା ଯେ ଆଉ କହିବାର କଥା ନୁହେଁ । ତା ପରେ ସମସ୍ତେ ଆନନ୍ଦ ମନରେ ଘରକୁ ଫେରିଗଲେ ।

ସର୍ବମଙ୍ଗଳା ବାପାଙ୍କୁ ଡାକିଲା, "ବାପା, ଉଠିଆସ । ସେମାନେ ସମସ୍ତେ ଘରକୁ ଚାଲି ଗଲେଣି ।"

ବ୍ରାହ୍ମଣ କହିଲେ, "ସେମାନେ ସମସ୍ତେ ଆମକୁ ଅଭିଶାପ ଦେଇ ଗଲେ କି ମା ?"

ସର୍ବମଙ୍ଗଳା କହିଲା, "ଅଭିଶାପ କାହିଁକି ଦେବେ ? ସମସ୍ତେ ଖୁସି ହୋଇ ଆମର ପ୍ରସାଦ ପାଇ ଯାଇଛନ୍ତି । ଏବେ ମଧ୍ୟ ଅଧେ ପ୍ରସାଦ ରହିଛି, ତୁମେ ଉଠି ଦେଖ ।"

ବ୍ରାହ୍ମଣ ଠାକୁର ଘରୁ ବାହାରି ଆସି ଦେଖିଲେ । "ଆଶ୍ଚର୍ଯ୍ୟ ବ୍ୟାପାର !" ବ୍ରାହ୍ମଣ ଭାବିଲେ ଏ ନିଶ୍ଚୟ ମହାମାୟାର ଲୀଳା । ବ୍ରାହ୍ମଣଙ୍କର ଦୁଇ ଆଖିରୁ ଲୁହ ବହି ଯିବାକୁ ଲାଗିଲା ।

ଶେଷ ଦିନ ବ୍ରାହ୍ମଣ ପୂଜାରେ ବସି ମାଆଙ୍କୁ ଦହିକଡ଼ି ଭୋଗ ଦେଉଛନ୍ତି । ଆଜି ମାଆକୁ

ବିଦାୟ ଦେବାକୁ ହେବ । ସେଥିାଇଁ ବ୍ରାହ୍ମଣଙ୍କୁ ଆଜି କିଛି ଭଲ ଲାଗୁନାହିଁ । ସେ ଆଖିବୁଜି ମାଆଙ୍କୁ

ଚିନ୍ତା କରୁଛନ୍ତି, ଏହି ସମୟରେ ସର୍ବମଙ୍ଗଳା ଠାକୁର ଘରକୁ ଯାଇ ଦେବୀଙ୍କ ଭୋଗପାଇଁ ଥୁଆ ହୋଇଥିବା ଦହିକଡ଼ି ଖାଇବାକୁ ଆରମ୍ଭ କଲା । ହଠାତ୍ ବ୍ରାହ୍ମଣ ଚାହିଁଦେଇ କହିଲେ, "ମାଆ, ତୋର ଏ କି କାଣ୍ଡ ?"

ସର୍ବମଙ୍ଗଳା ସାଙ୍ଗେ ସାଙ୍ଗେ ଚାଲିଗଲା ।

ବ୍ରାହ୍ମଣୀ ପୁଣି ଦହିକଡ଼ିର ବ୍ୟବସ୍ଥା କଲେ । ଏଥର ମଧ୍ୟ ସର୍ବମଙ୍ଗଳା ଯାଇ ସବୁ ଖାଇଦେଲା । ବ୍ରାହ୍ମଣୀ ପୁଣି ବ୍ୟବସ୍ଥା କଲେ । ପୁଣି ସର୍ବମଙ୍ଗଳା ଯାଇ ଖାଇଦେଲା । ବ୍ରାହ୍ମଣ ମହାବିରକ୍ତ ହୋଇ କହିଲେ, "ତୋର ଆଜି କ'ଣ ହୋଇଛି ? ତୁ ଯା, ଯା ଏଠୁ ।"

ବ୍ରାହ୍ମଣୀ ପୁଣି ଦହିକଡ଼ିର ବ୍ୟବସ୍ଥା କରୁଥିଲେ । ସର୍ବମଙ୍ଗଳା ଯାଇ କହିଲା, "ମାଆ, ବାପା ମୋତେ ଆଜି ଚାଲିଯିବାକୁ କହିଲେ । ମୁଁ ତିନି ଦିନ ହେଲା ଭଲକରି ଖାଇନି । ମୋତେ ଭାରି ଭୋକ ହେଉଛି, ପୁଣି ବହୁତ ଦୂର ବାଟ ଯିବାକୁ ହେବ । ସେଥିାଇଁ ମୁଁ ଖାଉଛି ବୋଲି ବାପା ମୋତେ ଚାଲି ଯିବାକୁ କହିଲେ । ମା', ତା ହେଲେ ମୁଁ ଯାଉଛି ।"

ବ୍ରାହ୍ମଣୀ ପଛକୁ ଚାହିଁବାରୁ ଆଉ ଝିଅକୁ ଦେଖିଲେ ନାହିଁ । ସଙ୍ଗେ ସଙ୍ଗେ ଯାଇ ସ୍ୱାମୀଙ୍କୁ ସବୁ କଥା କହିଲେ । ବ୍ରାହ୍ମଣ ମନେ ମନେ ଭାବିଲେ ପାଗଳୀ ଶେଷକୁ ରାଗିକରି ଏକୁଟିଆ ଘରକୁ ଚାଲିଗଲା ! ପୂଜା କାର୍ଯ୍ୟ ଶେଷ କରି ସେ ଝିଅ ଘରେ ଯାଇ ପହଞ୍ଚିଲେ । ବ୍ରାହ୍ମଣ ସିଧା ଝିଅ ପାଖକୁ ଚାଲିଯାଇ କହିଲେ, "ମା, ପୂଜା ସମୟରେ ତୁ ବିଘ୍ନ କରୁଥିଲୁ ବୋଲି ତୋତେ ମୁଁ ଗାଳିଦେଲି । ସେଥିାଇଁ କଣ ରାଗିକରି ତୁ ଚାଲିଆସିଲୁ ମା ?"

ଝିଅ କହିଲା, "ଏ କ'ଣ କହୁଛ, ବାପା ? ମୁଁ କେତେବେଳେ ତମ ଘରକୁ ଗଲି ? ମୁଁ ତ ଯାଇନାହିଁ ।"

ବ୍ରାହ୍ମଣ ଏଥର ବୁଝି ପାରିଲେ, ଦେବୀ ତାଙ୍କ ଝିଅ ରୂ ଧରି ଆସିଥିଲେ । ଦେବୀଙ୍କର ଦୟାର କଥା ଚିନ୍ତା କରି ବ୍ରାହ୍ମଣ ଆନନ୍ଦରେ ଆତ୍ମହରା ହୋଇଗଲେ । ଦୁଇ ଆଖିରେ ଅଶ୍ରୁ ଧାରା, ମୁହଁରେ ଖାଲି 'ମାଆ, ମାଆ' ।

ପଥିକର ମନୋବାଞ୍ଛା

ଈଶ୍ୱର ସ୍ୱର୍ଗଲୋକର କଳ୍ପତରୁ । କଳ୍ପ ବୃକ୍ଷକୁ ଯାହା ମାଗିଲେ ଯେପରି ସେ ତାହା ଦେଇ ଦିଏ, ଈଶ୍ୱର ମଧ୍ୟ ସେହିପରି ପ୍ରାର୍ଥିତ ବର ଦାନ କରନ୍ତି । ତେଣୁ ମନରେ କୌଣସି ସାଂସାରିକ ବାସନା ରଖି ଈଶ୍ୱରଙ୍କୁ ପ୍ରାର୍ଥନା କରିବା ଉଚିତ ନୁହେଁ । ଧ୍ୟାନ, ସଂଯମ ଓ ପ୍ରାର୍ଥନା ଆଦି ଧାର୍ମିକ ସାଧନାଦ୍ୱାରା ମନକୁ ସମସ୍ତ ବାସନାଠାରୁ ଦୂରରେ ରଖିବା ଉଚିତ ।

ଏଠାରେ ଗୋଟିଏ କାହାଣୀ ଉଲ୍ଲେଖ କରାଯାଇପାରେ ।

ଜଣେ ପଥିକ ଥରେ ବୁଲି ବୁଲି ଏକ ସମତଳ ଅଞ୍ଚଳରେ ଆସି ପହଞ୍ଚିଲା । ବହୁ ସମୟ ଧରି ଖରାରେ ଚାଲୁଥିବାଯୋଗୁଁ ସେ କ୍ଲାନ୍ତ ହୋଇପଡ଼ିଥିଲା ଓ ତା' ଦେହରୁ ଝାଳ ଗମ ଗମ ବହି ଯାଉଥିଲା । ତେଣୁ ସେ ଗୋଟିଏ ଗଛର ଛାଇରେ ଥକା ମାରି ବସିଗଲା ।

Malunira Fula O Anyanya Galpa.pdf

ବସି ବସି ସେ ଭାବିବାକୁ ଲାଗିଲା, ଶୋଇବାପାଇଁ ତାକୁ ଗୋଟିଏ କୋମଳ ଶଯ୍ୟା ମିଳନ୍ତା କି ! ସେ ଜାଣେ ନାହିଁ ଯେ ସେ ଗୋଟିଏ କଳ୍ପବୃକ୍ଷ ମୂଳରେ ବସିଛି । ତା' ମନରେ ଏହି ଭାବନାର ଉଦ୍ରେକ ହେବା ମାତ୍ରକେ ତା' ପାଖେ ପାଖେ ଏକ ସୁନ୍ଦର ଶଯ୍ୟା ପ୍ରସ୍ତୁତ ହୋଇ ରହିଥିବାର ସେ ଦେଖି ପାରିଲା । ସେ ଭାରି ଆଶ୍ଚର୍ଯ୍ୟ ହୋଇଗଲା । କିନ୍ତୁ ହାଲିଆ ହୋଇଥିବାଯୋଗୁଁ ସଙ୍ଗେ ସଙ୍ଗେ ଗୋଡ଼ ଲମ୍ବାଇ ତା' ଉପରେ ଶୋଇଗଲା ।

ଅଳ୍ପ କ୍ଷଣ ପରେ ସେ ଭାବିବାକୁ ଲାଗିଲା, କେଡେ଼ ଭଲ ହୁଅନ୍ତା, ଯଦି ଗୋଟିଏ ସୁନ୍ଦରୀ ଝିଅ ଆସି ତା'ର ଗୋଡ଼ ଚିିପି ବସନ୍ତା । ତା' ମନରେ ଏହି ଭାବନା ହେବା ସଙ୍ଗେ ସଙ୍ଗେ ସେ ଦେଖିଲା ଯେ ଗୋଟିଏ ସୁନ୍ଦରୀ ଝିଅ ତା' ଗୋଡ଼ତଳେ ବସି ପାଦ ଚିପୁଛି । ପଥିକର ଆନନ୍ଦର ସୀମା ରହିଲା ନାହିଁ ।

ଏବେ ତାକୁ ଭୋକ ଲାଗିଲା । "ମୁଁ ଯାହା ମାଗିଲି ସବୁ ମିଳିଗଲା, ମୋତେ କ'ଣ କିଛି ଭଲ ଜିନିଷ ଖାଇବାକୁ ମିଳିବ ନାହିଁ ?"

ସେହି ମୁହୂର୍ତ୍ତରେ ସେ ଦେଖିଲା ଯେ, ଅତି ଭଲ ଭଲ ଖାଇବା ଜିନିଷ ତା' ଆଗରେ ଥୁଆ ହୋଇଛି । ସଙ୍ଗେ ସଙ୍ଗେ ଖାଇବାପାଇଁ ବସିଗଲା । ପେଟ ପୂରା ଖାଇ ସାରିବାପରେ ଶେଯରେ ଯାଇ

ଗଡ଼ ପଡ଼ ହେଲା ।

ଶୋଇ ଶୋଇ ସେ ଦିନଯାକର ଘଟଣା ଭାବିବାକୁ ଲାଗିଲା । ଏହିରି ଭାବୁଥିବା ଅବସ୍ଥାରେ ତା'ମନକୁ ଆସିଗଲା, "ଯଦି ଗୋଟାଏ ବାଘ ଆସି ହଠାତ୍ ମୋତେ ମାଡ଼ି ବସିବ, କ'ଣ ହେବ ?"

ମୁହୂର୍ତ୍ତକ ମଧ୍ୟରେ ଗୋଟାଏ ମହାବଳ ବାଘ କୁଆଡେ଼ ଥିଲା, ହଠାତ୍ ଗର୍ଜନ କରି ଆସି ତାକୁ ମାଡ଼ି ବସିଲା ଓ ତା'ର ବେକକୁ ମୋଡ଼ି ଦେଇ ରକ୍ତ ପିଇବାକୁ ଲାଗିଲା । ଏହିପରି ପଥିକ ବିଚରା ପ୍ରାଣ ହରାଇଲା ।

ସାଂସାରିକ ବାସନାର ଏହା ହିଁ ପରିଣତି । ଧନ, ପୁତ୍ର ଓ ସାଂସାରିକ ଯଶ କାମନା କରି ମନୁଷ୍ୟ ଈଶ୍ୱରଙ୍କୁ ପ୍ରାର୍ଥନା କରେ । ଏ କାମନା କେତେକାଂଶରେ ଯେ ପୂର୍ଣ୍ଣ ନ ହୁଏ ତାହା ନୁହେଁ । କିନ୍ତୁ ମନେ ରଖ, ଏହି ସବୁ କାମନା ପୂରଣ ପଛରେ ରୋଗ, ଶୋକ, ସମ୍ମାନହାନି, ଧନହାନି ରୂପକ ବାଘର ଭୟ ଅଛି, ଯେଉଁ ବାଘ କି ଜୀବନ୍ତ ବାଘଠାରୁ ଶହେ ଗୁଣ ଭୟଙ୍କର !

ପଣ୍ଡିତ ଓ ଗଉଡ଼ୁଣୀ

ଗଙ୍ଗା ନଦୀ କୂଳରେ ଜଣେ ପଣ୍ଡିତ ରହୁଥିଲେ । ପଣ୍ଡିତଙ୍କର ଅଗାଧ ବିଦ୍ୟା; ଦେଶ ବିଦେଶରେ ତାଙ୍କର ନାମ ଡାକ ଥିଲା । ଜଣେ ଗଉଡୁଣୀ ପ୍ରତିଦିନ ସକାଳେ ପଣ୍ଡିତଙ୍କ ଘରେ ଖିର ଦେଉଥାଏ । ଖିର ଦେଉ ଦେଉ ବେଶୀ ବେଳ ହୋଇ ଯାଉଥିବା ଦେଖି ଦିନେ ପଣ୍ଡିତ ଗଉଡ଼ୁଣୀକୁ ଧମକାଇ କହିଲେ, "ଖିର ଦେବାକୁ ତୋର ଏତେ ଡେରି କାହିଁକି ହେଉଛି ? ଆହୁରି ଭୋର୍‌ରୁ ତତେ ଆସି ଖିର ଦେବାକୁ ହେବ ।"

ଗଉଡ଼ୁଣୀ ହାତ ଯୋଡ଼ି କହିଲା, "ଆଜ୍ଞା, ଯେତେ ସକାଳେ ଆପଣ ଚାହିଁବେ, ସେତେ ଶୀଘ୍ର ମୁଁ ଖିର ଦେଇ ପାରିବି । କିନ୍ତୁ ଡଙ୍ଗାବାଲା ତ ନିଦରୁ ଉଠିବାପାଇଁ ବହୁତ ଡେରି କରୁଛି । ସେଥିାଇଁ ମୋର ଆସିବା ମଧ୍ୟ ଡେରି ହୋଇଯାଉଛି ।"

ପଣ୍ଡିତ କହିଲେ, "ସେ କଥା ମୁଁ ଜାଣେ ନାହିଁ । ଆହୁରି ବଡ଼ି ସକାଳୁ ତୁ ଯଦି ଖିର ଦେଇପାରିବୁ ତ ଖିର ରହିବ ନ ହେଲେ ମୁଁ ଆଉ ରଖିବି ନାହିଁ ।"

ମନ ବ୍ୟସ୍ତରେ ଗଉଡ଼ୁଣୀ ଫେରିଗଲା । ତା ଘର ନଦୀ ଆର ପଟରେ । ଅଳସୁଆ ଡଙ୍ଗାବାଲାପାଇଁ ତାର ଏତେ ଚିନ୍ତା ! ସେ ଦିନ ଉପରବେଳା ଖିରର ବାକିଆ ପଇସା ଆଣିବାପାଇଁ ଗଉଡ଼ୁଣୀ ପୁଣି ପଣ୍ଡିତଙ୍କ ଘରକୁ ଗଲା । ଯାଇ ସେ ଦେଖେ ତ ସେଠାରେ ଏକ ବଡ଼ ସଭା ବସିଛି; କେତେ ବଡ଼ ବଡ଼ ଲୋକ ବସିଛନ୍ତି ଏବଂ ପଣ୍ଡିତ ମହାଶୟ ଶାସ୍ତ୍ର ପଢ଼ୁଛନ୍ତି । କେତେ ସୁନ୍ଦର ଚର୍ଚ୍ଚା ହେଉଛି ! ସମସ୍ତେ ଏକ ମନରେ ବସି ଶୁଣୁଛନ୍ତି । ଗଉଡ଼ୁଣୀ ସବୁ କଥା ବୁଝିପାରିଲା ନାହିଁ । ତଥାପି ତାକୁ ଭାରି ଭଲ ଲାଗିଲା । ଗୋଟିଏ ସ୍ଥାନରେ ଠିଆ ହୋଇ ସେ ଶୁଣିବାକୁ ଲାଗିଲା ।

ଶାସ୍ତ୍ରପାଠ କରୁ କରୁ ପଣ୍ଡିତ କହିଲେ, "ଯେ ହରିନାମ ଧରେ, ସେ ଅକ୍ଳେଶରେ ସଂସାର ସାଗର ପାର ହୋଇଯାଏ ।" ଏ କଥାଟା ଗଉଡ଼ୁଣୀର ମନକୁ ପାଇଗଲା । ସେଦିନ ସେ ଖିର ପଇସା ପଣ୍ଡିତଙ୍କୁ ମାଗିଲା ନାହିଁ । କଥାଟା ଭାବି ଭାବି ଘରକୁ ଫେରିଲା ।

Malunira Fula O Anyanya Galpa.pdf

ପଣ୍ଡିତେ କହିଛନ୍ତି, ଡେରି ହେଲେ ସେ ଆଉ ଖିର ରଖିବେ ନାହିଁ । ତେଣୁ ଗଉଡ଼ୁଣୀ ବଡ଼ି ସକାଳୁ ଖିର ନେଇ ପଣ୍ଡିତଙ୍କ ଘରକୁ ଯିବାପାଇଁ ବାହାରି ପଡ଼ିଲା । ବହୁତ ଡକାଡକି କରି ମଧ୍ୟ ଯେତେବେଳେ ଡଙ୍ଗାବାଲା ଏତେ ସକାଳୁ ନିଦରୁ ଉଠିପାରିଲା ନାହିଁ, ଗଉଡ଼ୁଣୀ ମନେମନେ ଭାବିଲା, ପଣ୍ଡିତ ପରା କାଲି କହୁଥିଲେ, ହରିନାମ ଧରି ଅକ୍ଳେଶରେ ସମୁଦ୍ର ପାର ହୋଇ ପାରିବ ! ହରିନାମରେ ଜଣେ ଯଦି ସମୁଦ୍ର ପାର ହୋଇପାରେ, ତା ହେଲେ ଏ ନଦୀକୁ ତ ଅତି ସହଜରେ ପାର ହେବାର କଥା । ମୁଁ କେଡେ଼ ମୂର୍ଖ ! ଏହା ଭାବି ଭାବି ମନେମନେ ସେ ହରିଙ୍କୁ ସ୍ମରଣ କରି ନଦୀକୁ ଓହ୍ଲାଇ ପଡ଼ିଲା । ସରଳ ବିଶ୍ୱାସର କି ଆଶ୍ଚର୍ଯ୍ୟ ମହିମା ! ଗଉଡ଼ୁଣୀ ପାଦରେ ଚାଲିଚାଲି ସହଜରେ ନଦୀ ପାର ହୋଇଗଲା । ଆଜି ଗଉଡ଼ୁଣୀକୁ ବଡ଼ି ଭୋର୍ରୁ ଆସିବା ଦେଖି ପଣ୍ଡିତ ତାକୁ ପଚାରିଲେ, "ଆଜି ଏତେ ସକାଳୁ କିରି ଆସିଗଲୁ ? ଏ ସବୁ ତୋ'ର ଚାତୁରୀ ! ଆଜି ଡଙ୍ଗାବାଲା ତୋତେ କେମିତି ପାର କରିଦେଲା ?" ଗଉଡ଼ୁଣୀ କହିଲା, ""ଡଙ୍ଗାବାଲା ଏ ପର୍ଯ୍ୟନ୍ତ ଶୋଇଛି । ସେ ମୋତେ ନଦୀ ପାର କରି ଦେଇ ନାହିଁ ।

"ତା'ହେଲେ ତୁ କେମିତି ଆସିଲୁ ? ତୋର କ'ଣ ଦୁଇଟା ପକ୍ଷୀ ଲାଗିଗଲା କି ? ମୋତେ ପୁଣି ଫାଙ୍କୁଛୁ ?"

"ଗୋସେଇଁ ମହାପୁରୁ, ମୁଁ ହେଉଛି ମୂର୍ଖ ଲୋକ । ମୁଁ ତୁମକୁ କାହିଁକି ଫାଙ୍କିବି ? ତୁମେ ତ ମୋତେ ଏତେ ଦିନ ପର୍ଯ୍ୟନ୍ତ ଫାଙ୍କି ଦେଇ ଆସିଛ ।"

"ମୁଁ କ'ଣ ଫାଙ୍କି ଦେଇ ଆସିଛି ?"

"ହଁ ତୁମେ ଫାଙ୍କିଛ । ହରିନାମ ଧରି ସହଜରେ ନଦୀ ପାର ହେବା ସମ୍ଭବ; ତାହା ତ ମୋତେ ଏତେ ଦିନ ପର୍ଯ୍ୟନ୍ତ କହି ନ ଥିଲ । ଭାଗ୍ୟକୁ କାଲି ଉପରଓଳି ମୁଁ ଆସିବାରୁ ସିନା ତୁମ କଥା ଶୁଣିବାକୁ ପାଇଲି ।"

ପଣ୍ଡିତ ସବୁ କଥା ବୁଝି ପାରିଲେ । କିନ୍ତୁ ଗଉଡ଼ୁଣୀ ହରିନାମ ଧରି ନଦୀ ପାର ହୋଇ ଆସିଛି ନା କ'ଣ, ତାହା ଦେଖିବାପାଇଁ ତାଙ୍କର ଇଚ୍ଛା ହେଲା । ସେ ଗଉଡ଼ୁଣୀ ସହିତ ନଦୀ ନିକଟକୁ ଆସିଲେ । ଗଉଡ଼ୁଣୀ ହରିନାମ ଧରି ଅନାୟାସରେ ପାଣିରେ ଚାଲିବାକୁ ଲାଗିଲା । ପଣ୍ଡିତ ତା ପଛେ ପଛେ ପାଣିରେ ଓହ୍ଲାଇଲେ । କିନ୍ତୁ ଗଉଡ଼ୁଣୀ ପରି ପଣ୍ଡିତଙ୍କର ସରଳ ବିଶ୍ୱାସ ନାହିଁ । ପଣ୍ଡିତ ମୁହଁରେ ହରିନାମ ଧରିଥା'ନ୍ତି, ତେଣେ ଲୁଗା ଓଦା ହୋଇଯିବ ଏହି ଭୟରେ ହାତରେ ନିଜ ଲୁଗାକୁ ଉଠାଉଥା'ନ୍ତି । ଗଉଡ଼ୁଣୀ ଖୁବ୍ ସହଜରେ ନଦୀ ପାର ହୋଇଗଲା । କିନ୍ତୁ ପଣ୍ଡିତଙ୍କର ତ ସେ ବିଶ୍ୱାସ ନାହିଁ, ସେ ନଦୀରେ ବୁଡ଼ିଗଲେ ।

ସାଧୁ ସଙ୍ଗ

ଜଣେ ଚୋର ରାଜାଘରକୁ ଚୋରି କରିବାକୁ ଯାଇଥିଲା । ରାଜା ରାଣୀ ସେତେବେଳେ କଥାଭାଷା ହେଉଥିଲେ । ଅନ୍ଧାରରେ ଠିଆ ହୋଇ ଚୋର ସବୁ କଥା ଶୁଣୁଥିଲା । ରାଣୀ ରାଜାଙ୍କୁ କହିଲେ, "ତୁମେ ଦିନ ରାତି କେବଳ ରାଜକାର୍ଯ୍ୟରେ ବ୍ୟସ୍ତ ଅଛ, ଏଣେ କିନ୍ତୁ ଝିଅର କଥା କେବେହେଲେ ଚିନ୍ତା କରୁ ନାହଁ ।"

ରାଜା ପଚାରିଲେ, "କାହିଁକି, ଝିଅର କ'ଣ ହୋଇଛି ?"

ରାଣୀ କହିଲେ, "ହବ କ'ଣ ? ଝିଅ ଦିନକୁ ଦିନ ବଡ଼ ହେଉଚି; ସେ ତ ଆଉ ଚିରଦିନ ତୁମ ଘରେ ରହିବ ନାହିଁ । ଶୀଘ୍ର ତା'ର ବିଭାଘରର ବ୍ୟବସ୍ଥା କର ।"

ରାଜା କହିଲେ, "କ'ଣ କରିବି କହ । ଯେତେଗୁଡ଼ିଏ ସମ୍ବନ୍ଧ ଆସୁଚି, କିଛି ତ ତୁମର ମନୋମତ ହେଉ ନାଇଁ । ତା' ହେଲେ ଗୋଟିଏ କଥା କରାଯାଉ ।"

ରାଣୀ ପଚାରିଲେ, "କି କଥା ?"

ରାଜା କହିଲେ, "ତୁମର ଝିଅ ଭାରି ଧର୍ମପରାୟଣା । ଦିନ ରାତି କେବଳ ଦିଅଁ ଦେବତାକୁ ଡାକିବାରେ ଅଛି । ଗଙ୍ଗାକୂଳରେ ବହୁ ସାଧୁ ଅଛନ୍ତି । ସେଥିରୁ ଜଣଙ୍କୁ ଆଣି ଝିଅକୁ ବିଭା କରିଦେଲେ କେମିତି ହେବ ?

ରାଣୀ କହିଲେ, "ବେଶ୍, ମୋ'ର ତ ଗୋଟିଏ ବୋଲି ସନ୍ତାନ । ଆମ ପରେ ଆମର ଝିଅ, ଜ୍ୱାଇଁ ଆମ ରାଜ୍ୟର ଅଧିକାରୀ ହେବେ । କିଛି ମନ୍ଦ କଥା ନୁହେ । କାଲି ସକାଳୁ ବ୍ୟବସ୍ଥା କର ।"

ରାଜା କହିଲେ, "ହଉ ।"

ଇଆଡେ଼ ଚୋର ରାଜା ରାଣୀଙ୍କ କଥା ଶୁଣି ମନେ ମନେ ଭାବିଲା, ରାଜାଙ୍କର ଜ୍ୱାଇଁ ହେବାର ସୁଯୋଗଟା କାହିଁକି ଛାଡ଼ିବି । ଏହା ଭାବି ଚୋର ଗଙ୍ଗା କୂଳକୁ ଯାଇ ସାଧୁମାନେ ବସିଥିବା ସ୍ଥାନରେ ସାଧୁ ସାଜି ବସିଗଲା ।

ତା' ଆର ଦିନ ସକାଳେ ରାଜାଙ୍କର ଲୋକମାନେ ସାଧୁଙ୍କ ପାଖରେ ଯାଇ ଉପସ୍ଥିତ । ସେମାନେ ରାଜାଙ୍କ ଇଚ୍ଛାର କଥା ପ୍ରତ୍ୟେକ ସାଧୁଙ୍କ ପାଖରେ ଯାଇ ପ୍ରକାଶ କଲେ ଓ ରାଜା ଝିଅକୁ ବିଭା ହେବାପାଇଁ ଅନୁରୋଧ କଲେ । କିନ୍ତୁ ବିବାହ କଥା ଶୁଣି କୌଣସି ସାଧୁ ରାଜି ହେଲେ ନାହିଁ । ସଫା ସଫା ମନା କରିଦେଲେ । ଶେଷକୁ ରାଜାଙ୍କର ଲୋକମାନେ ସାଧୁବେଶଧାରୀ ସେଇ ଚୋର

Malunira Fula O Anyanya Galpa.pdf

ପାଖରେ ଯାଇ ବିବାହ ପ୍ରସ୍ତାବ ଦେଲେ । ଚୋର ହଁ କଲା ନାହିଁ କି ନାହିଁ କଲା ନାହିଁ । ଚୁପ୍ ହୋଇ

ରହିଲା ।

ରାଜାଙ୍କ ଲୋକମାନେ ଫେରିଯାଇ ରାଜାଙ୍କୁ କହିଲେ, "ମହାରାଜ, କୌଣସି ସାଧୁଙ୍କୁ ଆମେ ରାଜି କରାଇପାରିଲୁ ନାହିଁ । କେବଳ ଜଣେ ଯୁବକ ସାଧୁଙ୍କୁ ପଚାରିବାରୁ ସେ କିଛି ନ କହି ଚୁପ୍ ହୋଇ ରହିଲେ । ଆପଣ ନିଜେ ଯାଇ ଅନୁରୋଧ କଲେ, ସେ ହୁଏତ ରାଜି ହୋଇଯାଇ ପାରନ୍ତି ।"

ଲୋକମାନଙ୍କୁ ସାଙ୍ଗରେ ଧରି ରାଜା ଗଙ୍ଗା କୂଳରେ ପହଞ୍ଚିଲେ । ରାଜାଙ୍କୁ ନିଜେ ଆସିବାର ଦେଖି ଚୋର ମନରେ ଏକ ନୂଆ ଭାବ ଆସିଲା । ରାଜା ନଇଁପଡି ଚୋରକୁ ପ୍ରଣାମ କଲେ ଏବଂ ତାଙ୍କ କନ୍ୟାକୁ ବିବାହ କରିବାପାଇଁ ବହୁ ଅନୁନୟ, ବିନୟ କଲେ । ଶେଷକୁ କହିଲେ, "ବିବାହ ସଙ୍ଗେ ସଙ୍ଗେ ରାଜକନ୍ୟା ସହିତ ରାଜ୍ୟର ଅଧେ ଦେଇଦେବି । ମୋ' ଅନ୍ତେ ଆପଣ ସମସ୍ତ ରାଜ୍ୟର ଅଧିକାରୀ ହେବେ ।"

ଚୋର ସେତେବେଳେ ମନେ ମନେ ଭାବିଲା, "ମୁଁ ଚୋର । ସ୍ୱାର୍ଥ ସିଦ୍ଧିପାଇଁ ସାଧୁ ବେଶରେ ବସିଚି । ଯଦି ପ୍ରକୃତ ସାଧୁ ହୋଇ ପାରନ୍ତି, ତା'ହେଲେ କ'ଣ ହୋଇ ନ ପାରନ୍ତି ? ଏତିକିରେ ଦେଶର ରାଜା ଆସି ପାଦ ତଳେ ପଡୁଛନ୍ତି, ଅଧେ ରାଜ୍ୟ ଦେବାପାଇଁ । ନା, ଆଜିଠାରୁ ପ୍ରକୃତ ସାଧୁ ହେବାକୁ ଚେଷ୍ଟା କରିବି ।"

ରାଜା ବହୁତ ଅନୁନୟ କରି ତାକୁ ରାଜି କରାଇ ପାରିଲେ ନାହିଁ । ଚୋର ବିବାହ କଲା ନାହିଁ । ସେ ସାଧୁମାନଙ୍କ ସାଙ୍ଗରେ ଚାଲିଗଲା ।

ଫଁ ଫଁ

ଏକ ମସ୍ତବଡ଼ ପଡ଼ିଆ । ତା' ଭିତରେ ବଡ଼ ବଡ଼ ଗଛ । ଚାରିପାଖରେ ଗାଅାଁ । ପ୍ରତିଦିନ ସକାଳେ ଗାଅାଁର ଗଉଡ଼ ପିଲାମାନେ ଗୋରୁ ନେଇ ପଡ଼ିଆକୁ ଚରାଇବାକୁ ଆସନ୍ତି । ସେମାନେ ଗଛ ଛାଇରେ ବସି ମୁଢ଼ି ଚୋବାନ୍ତି, ଖେଳନ୍ତି, ବଂଶୀ ବଜାନ୍ତି ଓ ଗୋରୁମାନେ ଚାରିଆଡେ଼ ଚରି ବୁଲୁଥା'ନ୍ତି । ସେହି ପଡ଼ିଆ ମଝିରେ ଏକ ଭୟଙ୍କର ସାପ ରହୁଥାଏ । ଗାଈ, ବାଛୁରୀ, ମଣିଷ- ଯେ ତା'ର ଗାତ ପାଖକୁ ଯାଏ, ସାପଟା ତାକୁ କାମୁଡ଼ିବାପାଇଁ ଧାଇଁଆସେ । ବାପରେ ବାପ ! ଯେପରି ସାପର ଦେହର ରଙ୍ଗ, ସେମିତି ତା'ର ଫଣା ଓ ସେମିତି ତା'ର ବିଷ ! ଯାହାକୁ ସେ ମାରେ ସେ ସେଇଠି ଚିତ୍କାର କରି ପଡ଼ି ମରିଯାଏ । ସାପ ଭୟରେ ସେ ବାଟେ କେହି ଯିବା ଆସିବା କରନ୍ତି ନାହିଁ ।

ଦିନେ ଜଣେ ସାଧୁ ସେ ବାଟେ ଯାଉଥିଲେ । ପଡ଼ିଆର ଗଉଡ଼ ଟୋକାମାନେ ତାଙ୍କୁ ଚିତ୍କାର

କରି ଡାକି କହିଲେ, "ବାବାଜି ମାହାପୁରୁ, ସେ ବାଟେ ଯାଆନ୍ତୁ ନାହିଁ । ସେଠି ଗୋଟାଏ ଭୟଙ୍କର

Malunira Fula O Anyanya Galpa.pdf


ସାପ ଅଛି । ସେ ବାଟେ ଯେ ଯିବ ତାକୁ ସେ କାମୁଡ଼ି ଦେବ । ତା'ର ଏପରି ବିଷ ଯେ କାମୁଡ଼ି ଦେବା ସଙ୍ଗେ ସଙ୍ଗେ ଲୋକ ମଲା । ସେ ବାଟେ ଯାଆନ୍ତୁ ନାହିଁ ।

ବାବାଜି କହିଲେ, "ମୁଁ ସାପମନ୍ତ୍ର ଜାଣେ । ମୋତେ ସେ କାମୁଡ଼ି ପାରିବ ନାହିଁ ।" ଏହା କହି ସାଧୁ ସେହି ବାଟେ ଯିବାକୁ ବାହାରିଲେ । ପିଲାମାନେ ଦୂରରେ ଥାଇ କ'ଣ ଘଟୁଛି ବୋଲି ଭୟରେ ଦେଖିବାକୁ ଲାଗିଲେ ।

ସାଧୁ ଯାଉଛନ୍ତି । ସାପ ଗାତ ପାଖରେ ପହଞ୍ଚୁ ନ ପହଞ୍ଚୁଣୁ ସାପଟା ଦୌଡ଼ିଆସି ଫଁ କରି ଫଣା ଟେକିଦେଲା । ସାଧୁ ଗୋଟିଏ ମନ୍ତ୍ର ବୋଲିଦେଲେ । ମନ୍ତ୍ରର କି ଗୁଣ ! ସାପଟା କେଞ୍ଚୁଆପରି ହୋଇଗଲା । ସାପର ଅବସ୍ଥା ଦେଖି ସାଧୁଙ୍କ ମନରେ ଦୟା ହେଲା । ସେ ତାକୁ ବହୁ ଧର୍ମକଥା ବୁଝାଇବାକୁ ଲାଗିଲେ, "ଦେଖ ବାବା, ଏତେଦିନ ଧରି ତୁ କେତେଗୁଡ଼ିଏ ପ୍ରାଣୀଙ୍କୁ ହତ୍ୟା କଲୁଣି । ତୋ'ର ମହାପାପ ହେଲାଣି । ମରିବା ପରେ କ'ଣ ହେବ ଭାବି ଦେଖିଛୁ କି ? ତୁ ମୋ'ଠାରୁ ମନ୍ତ୍ର ନେ ।" ସାଧୁଙ୍କ କଥାରେ ସାପର ଚେତନା ପଶିଲା । ସେ ଯେ ବହୁତ ପାପ କରିଛି ତାହା ବୁଝିପାରିଲା । ସେ ସାଧୁଙ୍କର ଶିଷ୍ୟ ହୋଇଗଲା । ସାଧୁ ତାକୁ ମନ୍ତ୍ର ଦେଇ କହିଲେ, "ଏଇଟି ପ୍ରତିଦିନ ଜପ କରିବୁ । କୌଣସି ପ୍ରାଣୀକୁ ହିଂସା କରିବୁ ନାହିଁ ।" ଏହା କହି ସାଧୁ ଚାଲିଗଲେ ।

ଖୁବ୍ ଭକ୍ତିରେ ସାପ ଗୁରୁ ଦେଇଥିବା ମନ୍ତ୍ର ଜପ କରିବାକୁ ଲାଗିଲା । ସେଦିନଠାରୁ ସେ ଆଉ କାହାରିକୁ କାମୁଡ଼ିଲା ନାହିଁ । କିଛି ଦିନ ବିତିଗଲା । ଗଉଡ଼ ପିଲାମାନେ ଦେଖିଲେ ଯେ ସାପଟା ଫଣା ଟେକି ଆଉ ମାରିବାକୁ ଆସୁ ନାହିଁ । ଗାଈ, ବାଛୁରୀ ନିକଟକୁ ଗଲେ ମଧ୍ୟ କିଛି କରୁ ନାହିଁ । ସେମାନେ ଦୂରରୁ ଥାଇ ତାକୁ ଟେକା ମାରିବାକୁ ଲାଗିଲେ । ସାପ ସେମାନଙ୍କ ଆଡ଼କୁ ଫେରି ଚାହିଁଲା ନାହିଁ । ପିଲାମାନେ ବୁଝିଲେ ଯେ ଏସବୁ ବାବାଜିଙ୍କ ମନ୍ତ୍ରର ଗୁଣ । ଧୀରେ ଧୀରେ ସେମାନଙ୍କର ସାହସ ବଢ଼ିବାକୁ ଲାଗିଲା । ଦିନେ ସେମାନେ ତା' ନିକଟକୁ ଯାଇ ଠେଙ୍ଗାରେ ଏପରି ପାହାରେ ପକାଇଲେ ଯେ ସାପଟା ମରେ ନ ମରେ । ସମସ୍ତେ ଭାବିଲେ ସେ ମରିଗଲା । ଗୋଟାଏ ଦୁଷ୍ଟ ପିଲା ଲାଞ୍ଜ ଧରି ଟେକି ତାକୁ ଦୂରକୁ ଫୋପାଡ଼ିଦେଲା ।

ସାପଟା କିନ୍ତୁ ମରି ନ ଥିଲା । ମାଡ଼ ଖାଇ ଏକାବେଳକେ ଅଜ୍ଞାନ ହୋଇ ପଡ଼ିଥିଲା । ବହୁତ ରାତିକୁ ତା'ର ଜ୍ଞାନ ଫେରି ଆସିଲା । ତା'ପରେ ଧୀରେ ଧୀରେ ଅତି କଷ୍ଟରେ ନିଜ ଗାତ ଭିତରକୁ ଯାଇ ପଡ଼ି ରହିଲା । କିଛିଦିନ ଦେହରେ ପୀଡ଼ା ଯୋଗୁଁ ଏପାଖ ସେପାଖ ହୋଇ ପାରିଲା ନାହିଁ । ତା'ପରେ ଆସ୍ତେ ଆସ୍ତେ ଉଠିଲା । ଗଉଡ଼ ପିଲାମାନଙ୍କ ଭୟରେ ସେ ଦିନବେଳେ ଗାତ ବାହାରକୁ ଆସେ ନାହିଁ । ରାତିରେ ଖାଇବା ଖୋଜିବାପାଇଁ ବାହାରକୁ ଆସେ ।

ସାପକୁ ଆଉ କେହି ଦେଖିବାକୁ ପାଇଲେ ନାହିଁ । ସମସ୍ତେ ମନେକଲେ, ମରିଗଲା । ବହୁଦିନ ପରେ ସେହି ସାଧୁ ପୁଣି ଥରେ ସେହି ବାଟେ ଯାଉଥିଲେ । ତାଙ୍କୁ ଚିହ୍ନିପାରି ଗଉଡ଼ ପିଲାମାନେ ଖୁବ୍ ଭକ୍ତିରେ ପ୍ରଣାମ କଲେ ଓ କହିଲେ, "ବାବାଜି ମାହାପୁରୁ, ସେ ସାପଟା ମରିଗଲା ।" ଏ କଥାରେ ସାଧୁଙ୍କର ବିଶ୍ୱାସ ହେଲା ନାହିଁ । ସେ ଜାଣିଥିଲେ ଯେ ମନ୍ତ୍ରର ସାଧନା ଶେଷ ହେବାଯାଏଁ ସାପ ମରିବ ନାହିଁ । ସେ ସାପ ଗାତ ନିକଟକୁ ଯାଇ ଜୋର୍‌ରେ ଡାକିବାକୁ ଲାଗିଲେ । ଗୁରୁଙ୍କ ଡାକ ଶୁଣି ସାପ ଗାତ ବାହାରକୁ ଆସି ତାଙ୍କୁ ପ୍ରଣାମ କଲା । ଏତେଦିନ ପରେ ଗୁରୁଙ୍କୁ ଦେଖିବାକୁ ପାଇ ସାପ ମନରେ ଭାରି ଆନନ୍ଦ । ଗୁରୁ ପଚାରିଲେ, "ବାବା, କେମିତି ଅଛୁ ?"

ସାପ କହିଲା "ଆପଣଙ୍କ ଦୟାରେ ଖୁବ୍ ସୁଖରେ ମୋ ଦିନ କଟିଯାଉଛି ।"

ଗୁରୁ ପଚାରିଲେ "ତା' ହେଲେ ତୁ ଏତେ ଦୁର୍ବଳ ଦେଖାଯାଉଛୁ କାହିଁକି ?"

ଗୁରୁଙ୍କ ଉପଦେଶ ଓ ସାଧନାର ଗୁଣରୁ ସାପ ମନରୁ ସମସ୍ତ ହିଂସାଭାବ ଚାଲିଯାଇଥିଲା । ଗଉଡ଼ ଟୋକାମାନେ ତାକୁ ଯେ ଟେକା ଓ ଠେଙ୍ଗାରେ ମାରିଥିଲେ, ତାହା ସେ ସଂପୂର୍ଣ୍ଣ ଭାବରେ ଭୁଲିଯାଇଥିଲା ।

ସାପ କହିଲା, "ହିଂସା କରିବାପାଇଁ ଆପଣ ମନା କରିଥିଲେ । ତେଣୁ ଗଛରୁ ପଡ଼ୁଥିବା ପତ୍ର ଓ ଶୁଖିଲା ଘାସ ଏ ସବୁ ଖାଉଛି । ସେଥିପାଇଁ ବୋଧହୁଏ ଏପରି ଦୁର୍ବଳ ଦେଖାଯାଉଛି ।" ଗୁରୁ କହିଲେ, "ନା, ଏପରି ଦୁର୍ବଳ ହେଲେ ଚଳିବ ନାହିଁ । ତୁ ମନେ ପକା, ଅନ୍ୟ କିଛି କାରଣ ଅଛି ।"

ଗୁରୁଙ୍କ କଥା ଶୁଣି ସାପ ଭାବିବାକୁ ଲାଗିଲା । ବହୁତ ଭାବି ଭାବି ତା'ର ମନେ ପଡ଼ିଲା, ଗଉଡ଼ ପିଲାଏ ଦିନେ ତାକୁ ଭାରି ମାରିଥିଲେ । ସେ କହିଲା, "ଆଜ୍ଞା, ଆପଣ ଠିକ୍ କହୁଛନ୍ତି । ମୁଁ କାହାରିକୁ ହିଂସା କରୁନାହିଁ ଦେଖି ଦିନେ ଗଉଡ଼ ଟୋକାମାନେ ଠେଙ୍ଗା ଧରି ମୋତେ ମାରିବାକୁ ଲାଗିଲେ । ଅବୋଧ ବାଳକ, ସେମାନେ କ'ଣ ମୋର ମନର ଅବସ୍ଥା ବୁଝି ପାରୁଛନ୍ତି ?"

ଗୁରୁ ସବୁ ବୁଝିପାରିଲେ । ସାପକୁ ଧମକାଇ କହିଲେ, "ତୁ ପୁଣି ଏଡେ଼ ବୋକା ! ହିଂସା କରିବାକୁ ତୋତେ ମୁଁ ବାରଣ କରିଥିଲି । ଫଁ କରିବାକୁ ତ ମନା କରି ନ ଥିଲି । ତୋତେ କେହି ମାରିବାକୁ ଆସିଲେ ଆଜିଠାରୁ ଫଁ କରିବୁ ।"

ଏହା କହି ସାଧୁ ଚାଲିଗଲେ ।

ସେ ଦିନଠାରୁ ସାପ ଦିନବେଳେ ଆହାର ସଂଗ୍ରହ କରିବାପାଇଁ ପଡ଼ିଆରେ ବୁଲିବାକୁ ଆରମ୍ଭକଲା । ଗଉଡ଼ ପିଲାଏ ତାକୁ ଦେଖି ଚିତ୍କାର କରିଉଠିଲେ । "ଆରେ ମରିନିରେ ମରିନି । ପୁଣି ସାପଟା କ'ଣ ବାହାରିଲାଣି, ଚାଲ ତାକୁ ଦେଖିନେବା ।"

ଏହା କହି ପିଲାମାନେ ଠେଙ୍ଗା ଧରି ତାକୁ ମାରିବାକୁ ଚାଲିଲେ । ଯେପରି ସେମାନେ ନିକଟରେ ପହଞ୍ଚିଛନ୍ତି, ସାପ ପ୍ରଥମେ ଯେପରି କରୁଥିଲା, ସେହିରି ଫଣା ଟେକି ଦୌଡ଼ି ଆସିଲା । ଆଉ ଯାଆନ୍ତି କୁଆଡେ଼ ? ବୀର ଦଳ ଭୟରେ ମାଆଲୋ, ବାପାଲୋ ହୋଇ ଯେ ଯୁଆଡେ଼ ପାରିଲେ ପଳାଇଲେ । ସେ ଦିନଠାରୁ ସାପ ପାଖକୁ ଆଉ କେହି ଗଲେ ନାହିଁ । ସାପଟା ନିର୍ଭୟରେ ବୁଲିବାକୁ ଲାଗିଲା ।

ଅର୍ଜୁନଙ୍କ ଗର୍ବ

ଶ୍ରୀକୃଷ୍ଣଙ୍କର ପ୍ରିୟ ସଖା ଅର୍ଜୁନଙ୍କ ହୃଦୟରେ ଥରେ ଗର୍ବ ପ୍ରବେଶ କଲା । ଅର୍ଜୁନ ଭାବିଲେ, ତାଙ୍କର ପ୍ରଭୁ ଓ ସଖାଙ୍କ ପ୍ରତି ଭକ୍ତି ଓ ପ୍ରେମରେ ତାଙ୍କ ସହିତ କେହି ସମାନ ହୋଇ ପାରିବେ ନାହିଁ । ଅନ୍ତର୍ଯ୍ୟାମୀ ଶ୍ରୀକୃଷ୍ଣ ସଖାଙ୍କ ହୃଦୟର ଭାବ ଜାଣି ତାଙ୍କୁ ଭ୍ରମଣ ଉଦ୍ଦେଶ୍ୟରେ ସଙ୍ଗରେ ଡାକି ନେଲେ । ସେମାନେ ବେଶୀ ଦୂର ଯାଇ ନାହାନ୍ତି, ଅର୍ଜୁନ ଦେଖିଲେ ଜଣେ ଅଚିହ୍ନା ବ୍ରାହ୍ମଣ ଶୁଖିଲା ଘାସ ଖାଇବାରେ ଲାଗିଛନ୍ତି; କିନ୍ତୁ ତାଙ୍କର ଅଣ୍ଟାରେ ଗୋଟିଏ ଖଣ୍ଡା ଝୁଲୁଛି । ଅର୍ଜୁନ ସଙ୍ଗେ ସଙ୍ଗେ ବୁଝିପାରିଲେ, ସେ ବ୍ରାହ୍ମଣ ହେଉଛନ୍ତି ଜଣେ ପବିତ୍ର ଧର୍ମପ୍ରାଣ ବ୍ୟକ୍ତି ଓ ବିଷ୍ଣୁଙ୍କର ଭକ୍ତ । କୌଣସି ଜୀବକୁ ଆଘାତ ନ ଦେବା ତାଙ୍କର ଶ୍ରେଷ୍ଠ ଧାର୍ମିକ କର୍ତ୍ତବ୍ୟ । ଯେଣୁ ଘାସର ମଧ୍ୟ ଜୀବନ ଅଛି, ସେ ଜିଅନ୍ତା ଘାସକୁ ଛାଡ଼ି ଶୁଖିଲା ଘାସ ଖାଇ ଜୀବନ ଧାରଣ କରୁଛନ୍ତି । ତଥାପି ତାଙ୍କ ପାଖରେ ଖଣ୍ଡାଟିଏ

ରହିଚି । ଅର୍ଜୁନ ଏହି ଅସଙ୍ଗତ ଘଟଣା ଦେଖି ଶ୍ରୀକୃଷ୍ଣଙ୍କ ଆଡ଼କୁ ଚାହିଁ କହିଲେ, "ଏହାର ଅର୍ଥ

Malunira Fula O Anyanya Galpa.pdf

କ'ଣ ? ଏ ଲୋକଟି ଘାସଠାରୁ ଆରମ୍ଭ କରି କୌଣସି ଜୀବର କ୍ଷତି କରିବା ଚିନ୍ତା ତ୍ୟାଗ କରି ଦେଇଚି, ତଥାପି ମୃତ୍ୟୁ ଓ ଘୃଣାର ଚିହ୍ନ ଏକ ତରବାରି ପାଖରେ ରଖିଚି!"

ଭଗବାନ ଉତ୍ତର ଦେଲେ "ତୁମେ ନିଜେ ବରଂ ଯାଇ ସେ ଲୋକକୁ ଏହା ପଚାରିବା ଉଚିତ ହେବ ।"

ତା'ପରେ ବ୍ରାହ୍ମଣଙ୍କ ପାଖରେ ଅର୍ଜୁନ ପହଞ୍ଚି ତାଙ୍କୁ ପଚାରିଲେ, "ମହାଶୟ, ଆପଣ କୌଣସି ଜୀବକୁ ଆଘାତ ଦେଉ ନାହାନ୍ତି ଏବଂ ଶୁଖିଲା ଘାସ ଖାଇ ଜୀବନ ଧାରଣ କରୁଛନ୍ତି । ତେବେ ପାଖରେ ଖଣ୍ଡାଟି ରଖିବା ଦରକାର କ'ଣ ?" ବ୍ରାହ୍ମଣ କହିଲେ, "ଏହାର ଉଦ୍ଦେଶ୍ୟ ହେଉଛି, ଯଦି ମୁଁ କେବେ ସାକ୍ଷାତ୍‌ର ସୁଯୋଗ ପାଏ, ଚାରି ଜଣ ବ୍ୟକ୍ତିଙ୍କୁ ଉପଯୁକ୍ତ ଶାସ୍ତି ଦେବି ।"

ଅର୍ଜୁନ କୌତୂହଳୀ ହୋଇ ପଚାରିଲେ, "ସେମାନେ କିଏ ?"

"ପ୍ରଥମ ଜଣକ ହେଉଚି ହତଭାଗା ନାରଦ, ବ୍ରାହ୍ମଣ କହିଲେ ।

"କାହିଁକି ? ସେ କି ଦୋଷ କରିଛନ୍ତି ?" ଅର୍ଜୁନ ପଚାରିଲେ ।

ବ୍ରାହ୍ମଣ ଉତ୍ତର ଦେଲେ, "କାହିଁକି ? ତା'ର ଆସ୍ଫର୍ଦ୍ଧା ଦେଖ, ସବୁବେଳେ ଗୀତବାଦ୍ୟ ଦ୍ୱାରା ମୋର ପ୍ରଭୁଙ୍କୁ ଅନିଦ୍ରା ରଖୁଚି । ଯାହାହେଲେ ବି ପ୍ରଭୁଙ୍କର ଆରାମ, ବିଶ୍ରାମ କ'ଣ ସେ ମୋଟେ ବିଚାର କରୁନି । ଦିନରେ ରାତିରେ, ସବୁ ସମୟରେ ସେ ପ୍ରାର୍ଥନା ଓ ମହିମା କୀର୍ତ୍ତନ କରି ପ୍ରଭୁଙ୍କୁ ଟିକେ ଶାନ୍ତିରେ ରଖେଇ ଦେଉନି ।"

ଅର୍ଜୁନ ଖୁବ୍ ଆଗ୍ରହୀ ହୋଇ ଉଠିଲେ ଓ ପଚାରିଲେ, "ତେବେ ଦ୍ୱିତୀୟ ବ୍ୟକ୍ତିଟି କିଏ ?"

ବ୍ରାହ୍ମଣ କହିଲେ, "ଦ୍ରୌପଦୀ । ସେ ସ୍ତ୍ରୀ ଲୋକଟାର ଅବିଚାର, ଔଦ୍ଧତ୍ୟ ଦେଖ । ସେ ଏପରି ଅବିବେକୀ ଯେ, ମୋର ପ୍ରଭୁ ମଣୋହିକୁ ଯାଉଥିବା ସମୟରେ ଡାକ ଛାଡ଼ିଲା । ସେ ଆଉ ଭୋଜନ କଲେ ନାର୍ହି । ପାଣ୍ଡବମାନଙ୍କୁ ଦୁର୍ବାସାଙ୍କର ଅଭିଶାପରୁ ରକ୍ଷା କରିବା ପାଇଁ କାମ୍ୟକ ବନକୁ ଧାଇଁଗଲେ । ପୁଣି ତା'ର ସାହସ ଏପରି ବଢ଼ିଗଲା ଯେ, ସେ ପ୍ରଭୁଙ୍କୁ ତା'ର ଅଇଁଠା ଖୁଆଇଲା ।"

ଅର୍ଜୁନ କହିଲେ, "ତୃତୀୟ ଜଣକ କିଏ ?"

"ସେ ହେଉଛି ନିଷ୍ଠୁର ପ୍ରହ୍ଲାଦ । ତା'ର ହୃଦୟ ଏପରି କଠିନ ଯେ, ସେ ପ୍ରଭୁଙ୍କ ଫୁଟନ୍ତା ତେଲ କଡ଼େଇରେ ପଶିବାପାଇଁ, ହାତୀର ପାଦତଳେ ଚକଟି ହେବାପାଇଁ ଏବଂ ଏକ କଠିନ ଖମ୍ବରୁ ବାହାରିବାପାଇଁ କହିବାକୁ କୁଣ୍ଠାବୋଧ କଲା ନାହିଁ", ବ୍ରାହ୍ମଣ କହିଲେ ।

"ଚତୁର୍ଥରେ କାହାର ପାଳି" ଅର୍ଜୁନ ପଚାରିଲେ ।

ବ୍ରାହ୍ମଣ କହିଲେ, "ଶେଷ ପାଳି ହେଉଚି ହତଭାଗା ଅର୍ଜୁନର ।"

ଅର୍ଜୁନ ପଚାରିଲେ, "କାହିଁକି ? ସେ କ'ଣ ଦୋଷ କରିଛି କି ?"

ବ୍ରାହ୍ମଣ କହିଲେ, "ତା'ର ସାହସକୁ ଦେଖ, ସେ ଦୁର୍ବୃତ୍ତ ମୋର ପ୍ରଭୁଙ୍କୁ କୁରୁକ୍ଷେତ୍ର ଯୁଦ୍ଧରେ ତା'ର ସାମାନ୍ୟ ସାରଥି ରୂପେ ବ୍ୟବହାର କଲା ! ସେଥିରେ ପୁଣି ସେ ଭାବୁଚି, ପ୍ରଭୁଙ୍କର ସେ ଶ୍ରେଷ୍ଠ ଭକ୍ତ ।"

ଦରିଦ୍ର ବ୍ରାହ୍ମଣର ଭକ୍ତି ଓ ପ୍ରେମର ଗଭୀରତା ଦେଖି ଅର୍ଜୁନ ବିସ୍ମିତ ଓ ଲଜ୍ଜିତ ହେଲେ । ସେହି ମୁହୂର୍ତ୍ତରୁ ତାଙ୍କର ଗର୍ବ ଉଭେଇଗଲା । ନିଜକୁ ଈଶ୍ୱରଙ୍କର ସବୁଠାରୁ ଶ୍ରେଷ୍ଠ ଭକ୍ତ ବୋଲି

ଭାବିବାପାଇଁ ସେ ଲଜ୍ଜା ବୋଧ କଲେ ।

Malunira Fula O Anyanya Galpa.pdf

କାହାର ଶବ୍ଦ ଶୁଣାଗଲା

କୈଳାସରେ ଭଗବାନ୍ ଶିବ ବସିଥିଲେ । ତାଙ୍କ ପାଖରେ ନନ୍ଦି ଭୃଙ୍ଗୀ ଥିଲେ । ଏହି ସମୟରେ ଏକ ଭୟାନକ ଶବ୍ଦ ହେଲା । ସେମାନେ ପଚାରିଲେ "ପ୍ରଭୁ, କାହାର ଶବ୍ଦ ହେଲା ?"

ଶିବ କହିଲେ, "ରାବଣ ଜନ୍ମ ହେଲା ନା ! ସେଥିାଇଁ ଏପରି ଶବ୍ଦ ହେଲା ।"

ଆଉ କିଛି ସମୟପରେ ପୁଣି ଏକ ଭୟାନକ ଶବ୍ଦ ହେଲା । ନନ୍ଦି ପଚାରିଲେ, "ପ୍ରଭୁ, ଏ ପୁଣି କାହାର ଶବ୍ଦ ।"

ଶିବ ହସି ହସି କହିଲେ, ""ବତ୍ସ, ଏହା ରାବଣବଧର ଶବ୍ଦ ।

ଜନ୍ମମୃତ୍ୟୁ ଭେଳକି ପରି । ଲୋକଟି ଏବେ ଅଛି, ପୁଣି କିଛି କାଳ ପରେ ନାହିଁ । ସଂସାରରେ

ସବୁ ଅନିତ୍ୟ । କେବଳ ଈଶ୍ୱର ହିଁ ସତ୍ୟ ।

ଅନ୍ତରର ବ୍ୟାକୁଳତା

ଈଶ୍ୱରଙ୍କୁ ଯେ ଆନ୍ତରିକ ଭାବରେ ଲୋଡ଼ିବ, ଈଶ୍ୱର ତା'ର ହେବେ । ଈଶ୍ୱରଙ୍କ ପାଇଁ ଯେ ବ୍ୟାକୁଳ, ଈଶ୍ୱର ତା'ର ହେବେ । ଅରୁଣୋଦୟ ହେଲେ ପୂର୍ବଦିଗ ଲାଲ ହୁଏ; ସେଥିରୁ ଜଣାଯାଏ ଯେ ସୂର୍ଯ୍ୟୋଦୟ ହେବାରେ ଆଉ ଡେରି ନାହିଁ । ସେହିପରି ଯଦି କାହାର ପ୍ରାଣ ଈଶ୍ୱରଙ୍କପାଇଁ ବ୍ୟାକୁଳ ହେବାର ଦେଖାଯାଏ, ତା'ହେଲେ ବୁଝିବାକୁ ହେବ ଯେ ଏହି ବ୍ୟକ୍ତିର ଆଉ ଈଶ୍ୱର ଲାଭରେ ଡେରି ହେବନାହିଁ ।

ଜଣେ ଶିଷ୍ୟ ଗୁରୁଙ୍କୁ ପଚାରିଲା, "ମହାଶୟ, ଈଶ୍ୱରଙ୍କୁ କିପରି ଲାଭ କରିବାକୁ ହେବ ମୋତେ ବତାଇ ଦିଅନ୍ତୁ ।" ଗୁରୁ ଶିଷ୍ୟକୁ ସାଙ୍ଗରେ ଧରି ଗୋଟିଏ ପୋଖରୀକୁ ଗଲେ । ଉଭୟେ ପାଣି ଭିତରକୁ ଗଲେ । ତା'ପରେ ଗୁରୁ ହଠାତ୍ ଶିଷ୍ୟକୁ ବୁଡ଼ାଇ ଦେଇ ତାର ମୁଣ୍ଡକୁ ମାଡ଼ି ଧରିଲେ । ଶିଷ୍ୟ ବିଚାରା ଆବୁରୁ କାବୁରୁ ହୋଇଗଲା । ତା'ପରେ ସେ ଛାଡ଼ିଦେଲେ । ମୁଣ୍ଡ ଟେକିବା ପରେ ପଚାରିଲେ, "କେମିତି ଲାଗିଲା ।" ଶିଷ୍ୟ କହିଲା, "ଜୀବନ ଯିବ ଯିବ, ଏହିପରି ଲାଗିଲା ।" ଗୁରୁ କହିଲେ, "ଈଶ୍ୱରଙ୍କପାଇଁ ପ୍ରାଣ ଯେବେ ଆଉଟୁ ପାଉଟୁ ହେବ, ତା'ହେଲେ ଜାଣିବ ଯେ ତାଙ୍କୁ ପାଇବାରେ ଆଉ ଡେରି ନାହିଁ ।" ମାନିଲେ ଦିଅଁ, ନ ମାନିଲେ ପଥର ।

Malunira Fula O Anyanya Galpa.pdf

ଜଣେ ବ୍ରାହ୍ମଣଙ୍କ ଘରେ ଦିଅଁଙ୍କର ସେବା ଥିଲା । ଦିନେ ବ୍ରାହ୍ମଣ କୌଣସି କାମରେ ଘର ଛାଡ଼ି ଅନ୍ୟତ୍ର ଗଲେ । ଗଲାବେଳେ ଛୋଟ ପୁଅଟିକୁ କହିଗଲେ, "ତୁ ଆଜି ଠାକୁରଙ୍କୁ ଭୋଗ ଦେବୁ । ଠାକୁରଙ୍କୁ ନିଜ ହାତରେ ଖୁଆଇବୁ ।" ପିଲାଟି ଠାକୁରଙ୍କୁ ଭୋଗ ଦେଲା । ଦେଖିଲା, ଠାକୁର ଚୁପ୍ ହୋଇ ବସିଛନ୍ତି । କିଛି କହୁ ନାହାନ୍ତି କି ଖାଉ ନାହାନ୍ତି । ପିଲାଟି ବହୁ ସମୟ ଜଗି ବସି ରହିଲା । ଠାକୁର ଉଠୁ ନାହାନ୍ତି । ତା'ପରେ ପାଟି କରି କହିଲା, "ଠାକୁର, ଆସ ଖାଇବ । ବହୁତ ଡେରି ହେଲାଣି । ଆଉ କେତେ ସମୟ ଜଗି ବସିବି? ବସି ପାରିବି ନାହିଁ ।" ଠାକୁର କିଛି କହିଲେ ନାହିଁ । ପିଲାଟି କାନ୍ଦିବା ଆରମ୍ଭ କରିଦେଲା । କହିବାକୁ ଲାଗିଲା, "ଠାକୁର, ବାପା ତୁମକୁ ଖୁଆଇବା ପାଇଁ ମୋତେ କହିଯାଇଛନ୍ତି । ତୁମେ କାହିଁକି ଆସିବ ନାହିଁ, କାହିଁକି ମୋ' ହାତରୁ ଖାଇବ ନାହିଁ, କହ ।" ବ୍ୟାକୁଳ ହୋଇ ବାଳକଟି କିଛି ସମୟ କାନ୍ଦିଚି, ଠାକୁର ହସି ହସି ଆସି ଖାଇବାକୁ ଲାଗିଲେ । ଠାକୁରଙ୍କୁ ଖାଇବାକୁ ଦେଇ ପିଲାଟି ଯିବାରୁ ଘରଲୋକ ପଚାରିଲେ, "ଭୋଗ ସରିଗଲା ତ ଉଠାଇ ନେଇ ଆସିଲୁ ନାହିଁ କାହିଁକି?" ପିଲାଟି ଉତ୍ତର ଦେଲା, ""ଠାକୁର ସବୁ ଖାଇଦେଇଛନ୍ତି ।" ସମସ୍ତେ ଠାକୁର ଘରକୁ ଯାଇ ଅବାକ୍ ହୋଇଗଲେ ।

ଖୁବ୍ ବ୍ୟାକୁଳ ହୋଇ କାନ୍ଦିଲେ ସେ ଦେଖା ଦିଅନ୍ତି । ଆତ୍ମୀୟ ସ୍ୱଜନଙ୍କପାଇଁ ଲୋକ କାନ୍ଦୁଛି । ଟଙ୍କା ପଇସାପାଇଁ ଲୋକ କାନ୍ଦୁଛି । ଈଶ୍ୱରଙ୍କ ପାଇଁ କିଏ କାନ୍ଦୁଛି ? ତିନି ଟାଣ ହେଲେ ଈଶ୍ୱର ଦେଖା ଦିଅନ୍ତି । ଏ ତିନି ଟାଣ କ'ଣ ?

ବିଷୟୀର ବିଷୟ ଉପରେ ଟାଣ । ମା'ର ସନ୍ତାନ ଉପରେ ଟାଣ । ସତୀର ପତି ଉପରେ ଟାଣ । ଏଇ ତିନି ଟାଣ ଯାହାର ଏକାଠି ହେବ, ଈଶ୍ୱରଙ୍କୁ ସେ ପାଇବ । ଅର୍ଥାତ୍ ଈଶ୍ୱରଙ୍କୁ ଖୁବ୍ ଭଲ ପାଇବା ଦରକାର ସମସ୍ତ ହୃଦୟର ସହିତ । ବିଷୟୀ ଯେପରି ତା'ର ବିଷୟକୁ ଭଲପାଏ, ମା' ତା'ର ସନ୍ତାନକୁ, ସତୀ ତା'ର ପତିକୁ । ଏଇ ତିନିଟି ପ୍ରେମ ଏକତ୍ର ହେଲେ ଯାହା ହେବ, ଈଶ୍ୱରଙ୍କପାଇଁ ସେତିକି ପ୍ରେମ ଦରକାର ।

ବାଳକ ଯେପରି ମା'କୁ ନ ଦେଖିଲେ ଦିଗହରା ହୁଏ, ସନ୍ଦେସ୍, ମିଠାଇ ହାତରେ ଦେଲେ ମଧ୍ୟ କିଛି ଶୁଣେ ନାହିଁ, କୌଣସି କଥାରେ ଭୁଲେ ନାହିଁ, ଖାଲି କାନ୍ଦେ ଆଉ କହେ, ମା' ପାଖକୁ ଯିବି-ଈଶ୍ୱରଙ୍କପାଇଁ ଠିକ୍ ସେହିପରି ଆକୁଳତା ଦରକାର । ସଂସାରର ସମସ୍ତ ପ୍ରଲୋଭନ, ଭୋଗ, ସୁଖ ସେତେବେଳେ ତାକୁ ଭୁଲାଇ ପାରେ ନାହିଁ, ଖାଲି ମା' କଥା ମନେ ପଡେ଼, ମା' ସବୁ ଛାଡ଼ି ଦଉଡ଼ି ଆସେ ପୁଅକୁ କୋଳକୁ ନେବାପାଇଁ । ଯେଉଁ ବାଟରେ ଯାଅ- ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟାନ, ଶାକ୍ତ, ବ୍ରହ୍ମଜ୍ଞାନୀ-ଈଶ୍ୱର ଲାଭପାଇଁ ଆବଶ୍ୟକ ଅନ୍ତରର ଗଭୀର ବ୍ୟାକୁଳତା ।

ସନ୍ତାନର ଯେପରି ପିତା ମାତାଙ୍କ ଉପରେ ଦାବି, ସେହିପରି ଆମର ଈଶ୍ୱରଙ୍କ ଉପରେ ଦାବି । ସେ ଆମକୁ ଜନ୍ମ ଦେଇଛନ୍ତି । ସେ ଆମର ବାପ । ଆମର ମା । ଯେଉଁଦିନୁ ସେ ଆମକୁ ଜନ୍ମ ଦେଇଛନ୍ତି, ସେହିଦିନୁ ତାଙ୍କ ପାଖରେ, ତାଙ୍କ ଘରେ ଆମର ଦାବି ଆସିଗଲା । କେତେବେଳେ ଆମେ ଡାକୁ -"ମା' କଣ ଶୁଣିବୁ ନାହିଁ !" କିମ୍ବା "ହେ ଦୀନନାଥ, ଜଗନ୍ନାଥ--ତୁମ ଛଡ଼ା ତ ମୋର ସଂସାରରେ କେହି ନାହାନ୍ତି; ମୁଁ ଜ୍ଞାନହୀନ, ସାଧନହୀନ, ଭକ୍ତିହୀନ । କିଛି ଜାଣେ ନାହିଁ, ଦୟାକରି ଦେଖାଦିଅ !" ମା' ବୋଲି ଡାକିଲେ ଟିକିଏ ଦାବି ବଢ଼ିଯାଏ । କାରଣ ବାପ ଅପେକ୍ଷା ମା' ଉପରେ ଟାଣଟା ବେଶି ଖାଟେ ।

ପିଲାଟି ଗୁଡ଼ି କିଣିବାପାଇଁ ମା'ର କାନି ଟାଣୁଚି । ମା' ଅନ୍ୟ ସ୍ତ୍ରୀ ଲୋକଙ୍କ ସାଙ୍ଗରେ ବସି କଥା ଭାଷା ହେଉଚି ଓ ରାଗରେ କହୁଚି, "ନା ପଇସା ଦେବିନାହିଁ । ଆଉ ବେଶି ଜିଦ୍ କଲେ ଦେଖିବୁ ।" ପିଲା ଶେଷକୁ କିଛି ନ ପାଇ କାନ୍ଦିବା ଆରମ୍ଭ କରି ଦେଉଚି । ଆଉ କି ମା ଥୟ ଧରେ ? "ବସ ଟିକିଏ--ଏ ପିଲାଟିକୁ ଟିକିଏ ଶାନ୍ତକରି ଆସୁଚି ।" ଏକଥା କହି ପିଲାଟିକୁ ନେଇ ବାକ୍ସରୁ ପଇସା ବାହାର କରି ଦେଉଚି । ସେହିପରି ଈଶ୍ୱର । ସେ ତ ମା' ପରି ଆପଣାର । ତାଙ୍କ ଉପରେ ଆମର ଜୋର୍ ଖାଟେ । ଈଶ୍ୱରଙ୍କ ଶରଣାଗତ ହୋଇ ତାଙ୍କୁ ବ୍ୟାକୁଳ ହୋଇ ଡାକିଲେ, କାନ୍ଦିଲେ ସେ ନିଶ୍ଚୟ ଶୁଣିବେ । ତାଙ୍କର କୃପା ମିଳିଯିବ ଏବଂ ଥରେ ତାଙ୍କର କୃପା ମିଳିଲେ ତୁମ ପକ୍ଷରେ ସବୁ ସହଜ ହୋଇଯିବ ।

ବେଶ୍ୟା ଓ ସନ୍ନ୍ୟାସୀ

ଜଣେ ସନ୍ନ୍ୟାସୀ ମନ୍ଦିର ପାଖରେ ଗୋଟିଏ ଘରେ ରହୁଥିଲେ । ଠିକ୍ ସେହି ଘର ସାମନା ଦାଣ୍ଡର ଅନ୍ୟ ପାଖରେ ଜଣେ ବେଶ୍ୟା ରହୁଥିଲା । ସନ୍ନ୍ୟାସୀ ଦେଖନ୍ତି, ପ୍ରତିଦିନ ବେଶ୍ୟା ପାଖକୁ ବହୁ ଲୋକ ଯାଉଛନ୍ତି । ଏତେ ଲୋକ ଏପରି ପାପପୂର୍ଣ୍ଣ ଜୀବନ ଯାପନ କରୁଛନ୍ତି ଦେଖି ସନ୍ନ୍ୟାସୀଙ୍କର ମନ ଦୁଃଖରେ ଭରିଉଠେ । ଦିନେ ସେ ବେଶ୍ୟାକୁ ଡାକି ଗାଳିଦେଲେ; "ପାପିନୀ, ଦିନ ରାତି ତୁ ଏହିପରି ପାପ କରି ଚାଲିଛୁ । ଯେତେବେଳେ ମରଣ ସମୟ ଆସିବ, ସେତେବେଳେ କ'ଣ କରିବୁ ?"

ବେଶ୍ୟାର ମନକୁ ସନ୍ନ୍ୟାସୀଙ୍କ କଥାଟା ଛୁଇଁଗଲା । ସେ ତା'ର ଭାଗ୍ୟକୁ ନିନ୍ଦାକରି ଭଗବାନଙ୍କୁ ପ୍ରାର୍ଥନା କରିବାକୁ ଲାଗିଲା, "ହେ ଭଗବାନ, ଏ ପାପରୁ ମୋତେ ଉଦ୍ଧାର କର ।" ପ୍ରତିନିତ୍ୟ ସେ ଭଗବାନଙ୍କୁ ପ୍ରାର୍ଥନା କରୁଥାଏ । କିନ୍ତୁ ତା'ର ଚଳିବାପାଇଁ ଅନ୍ୟ ଉପାୟ ନ ଥାଏ । ତେଣୁ ସେ ବାଧ୍ୟ ହୋଇ ସେହି ବାଟରେ ତା'ର ଜୀବିକା ଚଳାଉ ଥାଏ ।

ରାତି ଦିନ ସେ ଈଶ୍ୱରଙ୍କୁ ଭଜି ହେଉଥାଏ । "କେଡେ଼ ଅଭାଗିନୀ ମୁଁ । ଭଗବାନ, ଚଳିବାପାଇଁ ମୋତେ କିଛି ବାଟ ଦେଲ ନାହିଁ । ଶେଷକୁ ମୁଁ ଏଇଆ କଲି ! ମୋତେ ରକ୍ଷାକର, ଉଦ୍ଧାର କର ।"

ସନ୍ନ୍ୟାସୀ ମନେ ମନେ ଭାବିଲେ, "ମୁଁ ଏତେ କରି ତାକୁ କହିଲି, ଏ ବୃତ୍ତି ଛାଡ଼ି ଦେବାପାଇଁ । ସେ ଶୁଣିଲା ନାହିଁ । ଏଣିକି ମୁଁ ଦେଖେ ସେ କେତେ ପାପ କରି ଚାଲିଛି । ପ୍ରତିଦିନ କେତେ ଲୋକ

ତା ପାଖକୁ ଯାଉଛନ୍ତି, ମୁଁ ଏଣିକି ଗଣିବି ।"

Malunira Fula O Anyanya Galpa.pdf

ସେହି ଦିନଠାରୁ କେତେ ଲୋକ ବେଶ୍ୟା ଘରକୁ ଯାଉଛନ୍ତି, ସତ୍ତ୍ୟାସୀ ତାହା ଗଣିବାକୁ ଲାଗିଲେ । ସେ ଛୋଟ ଛୋଟ ଗୋଡ଼ି ରଖି ଗଣୁଥା'ନ୍ତି । କିଛିଦିନ ଗଲାପରେ ଗୋଡ଼ିର ଗଦା ବଢ଼ିବାକୁ ଲାଗିଲା । ଦିନେ ସେ ବେଶ୍ୟାକୁ ଡାକି ତାକୁ ଗୋଡ଼ି ଗଦାକୁ ଦେଖାଇ କହିଲେ, "ଏ ଗଦାକୁ ଦେଖୁଚୁ ? ଏଥିରେ ତୋ'ର ପାପକୁ ମପା ଯାଇଛି । ମୋ' ଉପଦେଶ ତୁ ମାନିଲୁ ନାହିଁ । ପୂର୍ବେ ଯେପରି ପାପ କରି ଚାଲିଥିଲୁ, ସେହିପରି କରି ଚାଲିଲୁ । ମୋର ସତର୍କତା ସତ୍ତ୍ଵେ ତୋ'ର ପାପର ଏହି ଗୋଡ଼ିଗଦା ହେଉଛି ପ୍ରମାଣ । ଏଥିରୁ ଜାଣ, ତୋ'ପାଇଁ ପରଲୋକରେ କି କଷ୍ଟ, କି ଯନ୍ତ୍ରଣା ରହିଛି । ତୋ'ର କେବେ ମୁକ୍ତି ନାହିଁ । ଯା, ଏଠୁ ବାହାର ।"

ଗୋଡ଼ିର ଗଦାକୁ ଦେଖି ବେଶ୍ୟା ଥରିବାକୁ ଲାଗିଲା । ସେ ଆଖି ବୁଜି କହିଲା, "ହେ ଭଗବାନ ! ମୁଁ କ'ଣ କରିବି ?" ଭୟରେ ଥରି ଥରି ସେ ଘରକୁ ଚାଲିଗଲା । ଆଉ ଦୁଃଖ ସମ୍ଭାଳି ନ ପାରି ସେ କାନ୍ଦିବାକୁ ଲାଗିଲା : "ହେ କୃଷ୍ଣ, ମୋତେ ଏହି ପାପରୁ ରକ୍ଷାକର, ମୋତେ ହାତଧରି ଉପରକୁ ଉଠାଇ ନିଅ । ଯଦି ନେବାର କଥା, ମୋ'ର ଏ ତୁଚ୍ଛ ଜୀବନକୁ ନେଇ ନିଅ ।" ଏହା କହି ସେ ଅଚେତ ହୋଇ ପଡ଼ିଗଲା ।

ଈଶ୍ୱର ଏହି ଗରିବ ବିଚାରୀଟି ପ୍ରତି ସଦୟ ହେଲେ । ସେଇଦିନ ରାତିରେ ସେ ବେଶ୍ୟାଟି ମରିଗଲା ।

ସନ୍ନ୍ୟାସୀ ମଧ୍ୟ ସେଇ ଦିନ ରାତିରେ ଦେହତ୍ୟାଗ କଲେ । ତାଙ୍କ ଦେହରୁ ତାଙ୍କର ପ୍ରାଣବାୟୁ ଉଡ଼ିଗଲା । ସନ୍ନ୍ୟାସୀ ନରକପଥରେ ଚାଲିଲେ ।

ସନ୍ନ୍ୟାସୀ ବେଶ୍ୟାର ଆତ୍ମା ସ୍ୱର୍ଗ ପଥରେ ଯିବାର ଦେଖି ଚିତ୍କାର କରିଉଠିଲେ, "ପାପିନୀ, ତୁ ପୁଣି ସ୍ୱର୍ଗକୁ ଯାଉଛୁ ? ତୁ ଯେଉଁ ପାପ କରିଚୁ, ତା'ର ଗଣନା ନାହିଁ । ଯେଉଁ ଗୋଡ଼ି ପକାଇ ମୁଁ ତାକୁ ଗଣିଥିଲି, ସେ ଏତେ ବଡ଼ ଗଦାରେ ପରିଣତ ହୋଇଚି ! ଆଉ ମୋ' କଥା ମୁଁ କହୁଛି । ମୁଁ ଜଣେ ପବିତ୍ର ସନ୍ନ୍ୟାସୀର ଜୀବନ ଯାପନ କରୁଥିଲି । କେବେହେଲେ କୌଣସି ପାପ କରି ନାହିଁ । ମୋତେ ନରକରେ ପକାଇ ସେହି ଈଶ୍ୱର ତୋତେ ସ୍ୱର୍ଗକୁ ନେଉଛନ୍ତି । ବୁଝିଲି, ଏଣିକି ଆଉ ସଂସାରରେ ଧର୍ମ ନାହିଁ ।"

ବିଷ୍ଣୁଦୂତମାନେ ସନ୍ନ୍ୟାସୀଙ୍କୁ ବେଶି ପାଟି ନ କରିବାପାଇଁ ବୁଝାଇ କହିଲେ, "ହେ ସନ୍ନ୍ୟାସୀ, ତୁମେ ଏପରି ଉତ୍ତ୍ୟକ୍ତ ହୁଅ ନାହିଁ । ଈଶ୍ୱର ତାଙ୍କର ନ୍ୟାୟ ବିଚାରରେ କେବେହେଲେ ଭୁଲ କରନ୍ତି ନାହିଁ । ତୁମର ଜୀବନ ଥିଲା ବାହାରକୁ ଦେଖାଇ ହେବା । ଯେତେବେଳେ ତୁମେ ସାଧୁର ପୋଷାକ ପିନ୍ଧିଥିଲ, ତାହା କେବଳ ନିଜର ନାଁ ପାଇଁ । ଯଶ ପାଇଁ । ଦେଖ, ସେଠି ତୁମର ମୃତଦେହ ପଡ଼ିରହିଛି । ତୁମର ସେ ଦେହ ପ୍ରକୃତରେ ପବିତ୍ର । ସେଥିାଇଁ ଲୋକେ ବିମାନ କରି ଫୁଲମାଳରେ ତାକୁ ସଜାଇ ବାଜା ବଜାଇ ଯାଉଛନ୍ତି । ଯେଉଁ ଦେହକୁ ତୁମେ ପବିତ୍ର ଭାବରେ ରଖିଥିଲ, ତାକୁ ତା'ର ଉପଯୁକ୍ତ ସମ୍ମାନ ମିଳିଛି । କିନ୍ତୁ ତୁମେ ନରକକୁ ଯାଉଚ । ଏହି ବେଶ୍ୟାର ଦେହ ବହୁ ପାପ କରିଥିଲା । ଦେଖ, ତା' ଦେହ ଉପରେ କାଉ, ଶାଗୁଣା ବସି ଖୁମ୍ପୁଛନ୍ତି । କେହି ତା'ଦେହକୁ ପୋଡ଼ିବାର କଥା ଭାବୁ ନାହାନ୍ତି । କିନ୍ତୁ ତା'ର ଆତ୍ମା ପବିତ୍ର ଥିଲା । ତେଣୁ ଆମେ ତାକୁ ଈଶ୍ୱରଙ୍କ ପାଖକୁ ନେଇ ଯାଉଛୁ । ତୁମେ ଗଣୁଥିଲ, ଏହି ଗଣିକାର ପାପ ସବୁକୁ ? ନୁହେଁ ? ତୁମେ ତା'ର ପାପକୁ ଗଣୁଥିବାଯୋଗୁଁ, ତା'ର ଅପକର୍ମ ତୁମଠାରେ ଲାଗି ରହିଛି । ତା'ର ହୃଦୟ ଈଶ୍ୱରଙ୍କଠାରେ ଶରଣ ନେଇଥିଲା । ସେ ଅହରହ ଅନୁତାପ କରୁଥିଲା । ତେଣୁ ତାହା ପାପମୁକ୍ତ ହୋଇ ପବିତ୍ର ହୋଇଗଲା । ଆଉ ତୁମେ ସେ ପାପର ଗଣକ ହୋଇଥିବାଯୋଗୁଁ ତା'ର ଭାରା ନିଜ ମୁଣ୍ଡରେ ବହି ଚାଲିଛ ।"

ଅନ୍ୟମାନଙ୍କର ପାପର ଗଣକ ବା ବିଚାରକ ହେବା ସାଧୁ ବା ଭକ୍ତର କାର୍ଯ୍ୟ ନୁହେଁ । ଈଶ୍ୱରଙ୍କ ଲୀଳା କିଏ ବୁଝି ପାରିବ ! ସେ ଆମକୁ ପରିଚାଳିତ କରୁଛନ୍ତି ଓ ପ୍ରତି ମୁହୂର୍ତ୍ତରେ ପରୀକ୍ଷା କରୁଛନ୍ତି । ଆମ ଭିତରେ ଥିବା ଭଲ ଓ ମନ୍ଦ ସେହି କେବଳ ଜାଣି ପାରନ୍ତି । ତେଣୁ ନିଜର ହୃଦୟ ଓ ମନକୁ ପବିତ୍ର ରଖି ଅନ୍ୟମାନଙ୍କ ପ୍ରତି ସଦୟ ହେବା ଏବଂ ସେମାନଙ୍କର ଦୋଷାଦୋଷକୁ ନ ଧରିବା ହେଉଛି ପ୍ରତ୍ୟେକ ସାଧକ, ପ୍ରତ୍ୟେକ ସାଧୁବ୍ୟକ୍ତିର କର୍ତ୍ତବ୍ୟ ।

ସବୁ ରାମଙ୍କ ଇଚ୍ଛା

କୌଣସି ଏକ ଗ୍ରାମରେ ଜଣେ ତନ୍ତୀ ବାସ କରୁଥିଲା । ସେ ଭାରି ଧାର୍ମିକ ଥିଲା । ସମସ୍ତେ ତାକୁ ବିଶ୍ୱାସ କରୁଥିଲେ ଓ ସୁଖ ପାଉଥିଲେ । ସେ ଲୁଗା ବୁଣି ନିକଟରେ ଥିବା ହାଟରେ ବିକୁଥିଲା । ଗରାଖ ତାକୁ ଲୁଗାର ଦର ପଚାରିଲେ ସେ କହେ, "ରାମଙ୍କ ଇଚ୍ଛାରେ ଲୁଗା ଗଜକୁ ଟଙ୍କାଟିଏ ଆଉ ମଜୁରି ପଚିଶ ପଇସା, ରାମଙ୍କ ଇଚ୍ଛାରେ ଲାଭ ଦଶ ପଇସା । ରାମଙ୍କ ଇଚ୍ଛାରେ ଲୁଗାର ଦାମ୍ ଟଙ୍କାଏ ପଞ୍ଚତିରିଶ ପଇସା ।"

Malunira Fula O Anyanya Galpa.pdf

ତନ୍ତୀଠାରେ ଲୋକମାନଙ୍କର ଏପରି ବିଶ୍ୱାସ ଥିଲା ଯେ, ଗରାଖ ସେହି ଦାମ୍ ଦେଇ ଲୁଗା ନେଇ ଯାଉଥିଲେ । ତନ୍ତୀ ଜଣକ ଭଗବାନଙ୍କର ଜଣେ ସଚ୍ଚା ଭକ୍ତ ଥିଲା । ସଂଧ୍ୟା ସମୟରେ ସେ ପୂଜା ପାଠ, ଧ୍ୟାନ ଓ ଭଗବାନଙ୍କର ଗୁଣ କୀର୍ତ୍ତନ କରିବାରେ ଘଣ୍ଟା ଘଣ୍ଟା କଟାଇ ଦେଉଥିଲା ।

ଥରେ ସେ ବହୁତ ରାତି ପର୍ଯ୍ୟନ୍ତ ଶୋଇ ପାରିଲା ନାହିଁ । ପୂଜା ଘରେ ବସି ରହିଥିବା ସମୟରେ ଦଳେ ଡକାୟତ ସେହି ବାଟଦେଇ ଗଲେ । ଜିନିଷ ପତ୍ର ବୋହିନେବାପାଇଁ ସେମାନଙ୍କର ଗୋଟିଏ ଲୋକ ଦରକାର ଥିଲା । ସେମାନେ ତନ୍ତୀକୁ କହିଲେ, "ଆମ ସଙ୍ଗରେ ଚାଲ ।" ଏହା କହି ସେମାନେ ତାର ହାତ ଧରି ଟାଣି ନେଇଗଲେ ।

ଗୋଟିଏ ଘରୁ ଚୋରି କରି ସାରିବା ପରେ ସେମାନେ ତନ୍ତୀ ଉପରେ ବୋଝଟାଏ ଲଦି ଦେଲେ ଓ ତାକୁ ନେଇ ଚାଲି ଯିବାକୁ ହୁକୁମ ଦେଲେ । କିନ୍ତୁ ହଠାତ୍ ପୋଲିସ ଆସି ପହଞ୍ଚିଗଲା । ଡକାୟତମାନେ ଛାଟି ପିଟି ହୋଇ ପଳାଇଗଲେ । କିନ୍ତୁ ବୋଝ ମୁଣ୍ଡାଇଥିବା ତନ୍ତୀକୁ ପୋଲିସ ବାନ୍ଧି ପକାଇଲେ । ସେ ରାତିକପାଇଁ ତାକୁ ଗୋଟିଏ ଘରେ ବନ୍ଦ କରି ରଖାଗଲା ।

ତା' ପରଦିନ ତନ୍ତୀକୁ ମାଜିଷ୍ଟ୍ରେଟଙ୍କ ଅଦାଲତକୁ ଅଣାଗଲା । ଗାଁର ଲୋକମାନେ ଏକଥା ଜାଣିପାରି କୋର୍ଟରେ ହାଜର ହେଲେ । ସେମାନେ ମାଜିଷ୍ଟ୍ରେଟଙ୍କୁ କହିଲେ "ମହାଶୟ, ଏ ଲୋକ କେବେହେଲେ ଡକାୟତି କରି ନ ପାରେ ।" ତା'ପରେ ମାଜିଷ୍ଟ୍ରେଟ ତନ୍ତୀକୁ ଜମାନବନ୍ଦି ଦେବାପାଇଁ କହିଲେ ।

ତନ୍ତୀ କହିଲା, "ମହାଶୟ, ରାମଙ୍କ ଇଚ୍ଛାରେ ମୁଁ ରାତିରେ ଖାଇବା ଶେଷ କଲି । ରାମଙ୍କ ଇଚ୍ଛାରେ ପୂଜା ଘରେ ବସିଥିଲି । ରାମଙ୍କ ଇଚ୍ଛାରେ, ବହୁତ ରାତି ହୋଇଯାଇଥିଲା । ରାମଙ୍କ ଇଚ୍ଛାରେ ମୁଁ ଈଶ୍ୱରଙ୍କ କଥା ଭାବୁଥିଲି ଏବଂ ତାଙ୍କର ମହିମା ଗାନ କରୁଥିଲି । ସେହି ସମୟରେ ରାମଙ୍କ ଇଚ୍ଛାରେ ଦଳେ ଡକାୟତ ସେ ବାଟରେ ଗଲେ । ରାମଙ୍କ ଇଚ୍ଛାରେ ସେମାନେ ମୋତେ ଘୋଷାଡ଼ି ନେଇଗଲେ । ରାମଙ୍କ ଇଚ୍ଛାରେ ସେମାନେ ଗୋଟାଏ ଘରେ ଡକାୟତି କଲେ ଓ ମୋ ଉପରେ ବୋଝଟା ଲଦିଦେଲେ । ଠିକ୍ ସେତିକିବେଳେ ରାମଙ୍କ ଇଚ୍ଛାରେ ପୋଲିସ ପହଞ୍ଚିଗଲେ, ଆଉ ରାମଙ୍କ ଇଚ୍ଛାରେ ମୋତେ ବାନ୍ଧି ପକାଇଲେ । କାଲି ରାତି ସାରା ରାମଙ୍କ ଇଚ୍ଛାରେ ମୋତେ ଗୋଟାଏ ଘରେ ତାଲା ବନ୍ଦ କରି ରଖାଗଲା । ରାମଙ୍କ ଇଚ୍ଛାରେ ଆଜି ସକାଳୁ ମୋତେ ଆପଣଙ୍କ ଇଜଲାସକୁ ଅଣାଯାଇଛି ।" ମାଜିଷ୍ଟ୍ରେଟ୍ ବୁଝି ପାରିଲେ ଯେ, ଲୋକଟା ବଡ଼ ନିରୀହ ଓ ଧାର୍ମିକ । ତେଣୁ ତାକୁ ଛାଡ଼ିଦେଲେ । ଫେରିବା ବାଟରେ ତନ୍ତୀ ତା'ର ସାଙ୍ଗମାନଙ୍କୁ କହିଲା, "ରାମଙ୍କ ଇଚ୍ଛାରୁ ମୁଁ ମୁକ୍ତି ପାଇଗଲି ।"

ତୁମେ ଏ ସଂସାରରେ ଯାହା କର ନା କାହିଁକି, ସବୁ ରାମଙ୍କ ଇଚ୍ଛା ଉପରେ ନିର୍ଭର କରେ । ସବୁ ଦାୟିତ୍ୱ ଈଶ୍ୱରଙ୍କ ଉପରେ ଛାଡ଼ି ଦେଇ ତୁମେ କାମ କରିଯାଅ ।

Malunira Fula O Anyanya Galpa.pdf

ତୁମର ମାୟାକୁ ଜୁହାର

ଥରେ ଦେବର୍ଷି ନାରଦ ବିଶ୍ୱନିୟନ୍ତା ଈଶ୍ୱରଙ୍କୁ ଅନୁନୟ କଲେ-- "ହେ ପ୍ରଭୁ, ତୁମର ମାୟା ମୋତେ ଦେଖାଅ, ଯାହା କି ଅସମ୍ଭବକୁ ସମ୍ଭବ କରିପାରେ ।"

ନାରଦଙ୍କର ଅନୁରୋଧ ଶୁଣି ଭଗବାନ ତାଙ୍କର ମାୟା ପ୍ରଦର୍ଶନ କରିବାପାଇଁ ସମ୍ମତି ଦେଲେ । ପରେ ନାରଦଙ୍କୁ ସଙ୍ଗରେ ନେଇ ସେ ଭ୍ରମଣ ଉଦ୍ଦେଶ୍ୟରେ ବାହାରି ଗଲେ । କିଛି ଦୂର ଯିବାପରେ ଭଗବାନଙ୍କୁ ଶୋଷ ହେଲା ଓ ସେ ଅତି କ୍ଳାନ୍ତି ଅନୁଭବ କଲେ । ତେଣୁ ସେ ବସିଯାଇ ନାରଦଙ୍କୁ କହିଲେ "ନାରଦ, ମୁଁ ତୃଷାର୍ତ୍ତ; ମୋ ପାଇଁ ଶୀଘ୍ର କେଉଁଠାରୁ ପାଣିମୁନ୍ଦାଏ ଆଣ ।" ସଙ୍ଗେ ସଙ୍ଗେ ନାରଦ ଜଳ ଅନ୍ୱେଷଣରେ ବାହାରି ଗଲେ ।

ନିକଟରେ ପାଣି ମିଳିଲା ନାହିଁ । ନାରଦ ବହୁତ ଦୂର ଚାଲିଯିବାପରେ ଗୋଟିଏ ନଦୀ ଦେଖିବାକୁ ପାଇଲେ । ନଦୀ ନିକଟରେ ପହଞ୍ଚି ଦେଖିଲେ, କୂଳରେ ଗୋଟିଏ ଅନିନ୍ଦ୍ୟ ସୁନ୍ଦରୀ ଯୁବତୀ ବସିଛି । ତା'ର ରୂପ ସମ୍ଭାରରେ ନାରଦ ମୋହଗ୍ରସ୍ତ ହୋଇପଡ଼ିଲେ । ତା' ନିକଟକୁ ନାରଦ ଯିବାରୁ ସେ ତାଙ୍କୁ ଅତି ମଧୁର ଭାଷାରେ ସମ୍ବୋଧନ କଲା । ଅନତି ବିଳମ୍ବେ ଦୁହେଁ ପରସ୍ପରକୁ ଭଲପାଇ ବସିଲେ ।

ଶେଷରେ ନାରଦ ସେ ଯୁବତୀକୁ ବିବାହ କରି ଜଣେ ଗୃହୀ ଭାବରେ ଜୀବନ ଯାପନ କରିବାକୁ ଲାଗିଲେ । ସମୟକ୍ରମେ ଅନେକ ସନ୍ତାନ ମଧ୍ୟ ଲାଭ ହେଲା । ସ୍ତ୍ରୀ ଓ ପିଲାମାନଙ୍କ ସହିତ ଏହିପରି ସୁଖରେ କିଛିକାଳ ବାସ କରିବାପରେ ସେ ଦେଶରେ ମଡ଼କ ଆସିଗଲା । ଲୋକେ

ପୋକ, ମାଛି ପରି ମୃତ୍ୟୁର କବଳରେ ପଡ଼ିଲେ । ନାରଦ ସେଠାରୁ ଅନ୍ୟତ୍ର ଚାଲିଯିବାପାଇଁ ସ୍ଥିର

କଲେ । ତାଙ୍କର ସ୍ତ୍ରୀ ମଧ୍ୟ ଏଥିରେ ଏକମତ ହେଲେ । ତା'ପରେ ସେମାନେ ପିଲାମାନଙ୍କୁ ସଙ୍ଗରେ ଧରି ଅନ୍ୟ ସ୍ଥାନକୁ ଚାଲିଲେ ।

ଭାଗ୍ୟର ବିଡ଼ମ୍ବନା । ସେମାନେ କିଛି ଦୂର ଯିବାପରେ ଗୋଟିଏ ନଦୀ ପାର ହେବାକୁ ପଡ଼ିଲା । ପୋଲ ଉପରେ ସେମାନେ ଯାଉଥିବା ସମୟରେ ହଠାତ ନଦୀରେ ଭୀଷଣ ବନ୍ୟା ମାଡ଼ିଆସିଲା । ଫଳରେ ନାରଦଙ୍କର ପିଲାମାନେ ଜଣକ ପରେ ଜଣେ ନଦୀର ଖରସ୍ରୋତରେ ଭାସିଗଲେ । ପରିଶେଷରେ ତାଙ୍କ ସ୍ତ୍ରୀ ମଧ୍ୟ ପାଣିରେ ଭାସି ଯାଇ ଭଉଁରିରେ ବୁଡ଼ି ମଲା ।

ନିଜର ଦୁର୍ଭାଗ୍ୟଯୋଗୁଁ ଦୁଃଖରେ ଅଭିଭୂତ ହୋଇପଡ଼ିଲେ ଦେବର୍ଷି । ନଦୀ କୂଳରେ ବସି ସେ ଶିଶୁ ଭଳି ବ୍ୟାକୁଳ ହୋଇ କାନ୍ଦିବାକୁ ଲାଗିଲେ । ଠିକ୍ ସେତିକିବେଳେ ଭଗବାନ ତାଙ୍କ ସମ୍ମୁଖରେ ଆବିର୍ଭୂତ ହୋଇ ଧୀର ସ୍ୱରରେ କହିଲେ-- "ନାରଦ, ପାଣି କାହିଁ ? ଆଉ ତୁମେ ଏଠାରେ ବସି କାନ୍ଦୁଚ ଯେ ?"

ପ୍ରଭୁଙ୍କର ଆବିର୍ଭାବରେ ଦେବର୍ଷି ଇତସ୍ତତଃ ହୋଇଗଲେ । ତା'ପରେ ସେ ସମସ୍ତ ଘଟଣା ହୃଦୟଙ୍ଗମ କରିପାରିଲେ । ରୁଦ୍ଧ କଣ୍ଠରେ ସେ କହିଲେ--"ହେ ପ୍ରଭୁ, ତୁମକୁ ମୋର ନମସ୍କାର ଏବଂ ତୁମର ମାୟାକୁ ଶହେ ନମସ୍କାର ।"

ହୀରା ଖଣ୍ଡର ମୂଲ୍ୟ

ଥରେ ଜଣେ ଧନୀଲୋକ ତାଙ୍କର ଚାକରକୁ ଡାକି ତାକୁ ଗୋଟିଏ ହୀରାଖଣ୍ଡ ଦେଲେ ଓ କହିଲେ, "ଏହାକୁ ବଜାରକୁ ନେଇଯାଅ, ଏବଂ କିଏ ଏହାର କେତେ ମୂଲ କରିବ, ତାହା ମୋତେ ଆସି କହିବ । ପ୍ରଥମେ ମୂଲ କରିବାପାଇଁ ବାଇଗଣବେପାରୀ ପାଖକୁ ନେଇଯାଅ ।"

ଚାକର ହୀରାଖଣ୍ଡ ଧରି ବାଇଗଣ ବେପାରୀ ପାଖରେ ପହଞ୍ଚିଲା ଓ କେତେ ମୂଲ୍ୟ ଦେଇ ସେ ଏଇ ହୀରାକୁ ନେଇପାରିବ ବୋଲି ପଚାରିଲା । ବାଇଗଣ ବେପାରୀ ହୀରାକୁ ନିଜ ହାତରେ ଧରି ବହୁତ ଏପାଖ ସେପାଖ କରିବା ପରେ କହିଲା, "ଭାଇ, ନଅ କିଲୋ ବାଇଗଣ ଦେଇ ମୁଁ ଏହାକୁ କିଣି ନେଇ ପାରିବି ।"

ଚାକର କହିଲା "ଆଚ୍ଛା, ଆଉ ଟିକିଏ ବଢ଼ାଇ ଦିଅ; ଦଶ କିଲୋ ଦିଅ ।"

ବାଇଗଣ ବେପାରୀ ମୁଣ୍ଡ ହଲାଇ ଉତ୍ତର ଦେଲା "ନା, ବଜାର ଦର ଯାହା, ତା'ଠାରୁ ମୁଁ ବେଶି କହିଚି । ଯଦି ତୁମକୁ ସେ ଦର ପୋଷଉ ନାହିଁ, ତା'ହେଲେ ଫେରାଇ ନିଅ ।"

ଚାକରଟି ହସିଦେଇ ଫେରି ଆସିଲା । ମୁନିବକୁ କହିଲା, "ଆଜ୍ଞା, ବାଇଗଣ ବେପାରୀ ନଅ କିଲୋରୁ ଗୋଟିଏ କିଲୋ ମଧ୍ୟ ଅଧିକା ଦେବାପାଇଁ ରାଜି ହେଲା ନାହିଁ । ସେ କହିଲା,

ଏହାର ବଜାର ମୂଲ ନଅ କିଲୋ ବାଇଗଣରୁ କମ୍ ।"

Malunira Fula O Anyanya Galpa.pdf

ଧନୀଲୋକ କହିଲା, "ତା'ହେଲେ ଲୁଗାବେପାରୀ ପାଖକୁ ନେଇଯାଅ । ବାଇଗଣ ବେପାରୀ ହୀରାର ମୂଲ୍ୟ କ'ଣ ବୁଝିବ ?"

ଚାକର ଲୁଗାବେପାରୀ ପାଖକୁ ଯାଇ ହୀରା ଦେଖାଇ ପଚାରିଲା, "ଏହାକୁ କିଣିବ କି ? କେତେ ମୂଲ୍ୟ ଦେବ ?"

ବେପାରୀ କହିଲା, "ହଁ, ଭଲ ଜିନିଷଟିଏ । ଏଥିରେ ଗୋଟିଏ ସୁନ୍ଦର ଅଳଙ୍କାର ହେବ । ମୁଁ ଏଥିପାଇଁ ନଅ ଶହ ଟଙ୍କା ଦେବାକୁ ରାଜି ଅଛି ।"

ଚାକର କହିଲା, "ଆଚ୍ଛା, ଭାଇ ଆଉ କିଛି ବଢ଼ାଇ ଦିଅ । ହଜାରେ ଟଙ୍କା ଦିଅ ।"

ଲୁଗାବେପାରୀ ମନା କଲା । କହିଲା, "ଆଉରି ବେଶି ଦର କର ନାହିଁ । ବଜାର ଦର ଯାହା, ତା'ଠାରୁ ମୁଁ ବେଶି କହି ଦେଇଛି । ଇଚ୍ଛା ଅଛି ତ ଦିଅ, ନ ହେଲେ ନାହିଁ ।"

ହସି ହସି ଚାକରଟି ପୁଣି ତା'ର ମୁନିବ ପାଖକୁ ଫେରି ଆସିଲା ।

"ଆଜ୍ଞା, ଲୁଗାବେପାରୀ ନଅଶ' ଟଙ୍କାରୁ ଗୋଟିଏ ଟଙ୍କା ଅଧିକ ଦେବାକୁ ରାଜି ନୁହେଁ,

ବଜାର ଦରଠାରୁ ଅଧିକ ଦେଉଛି ବୋଲି ସେ କହିଲା ।"

ଧନୀଲୋକ ଏଥର ଚାକରକୁ ଜଣେ ଅଳଙ୍କାର ବ୍ୟବସାୟୀ ପାଖକୁ ପଠାଇଲେ । ବ୍ୟବସାୟୀଟି ହୀରାଖଣ୍ଡକୁ ଦେଖିବାମାତ୍ରେ କହିଲା, "ମୁଁ ଏହାକୁ ଲକ୍ଷେ ଟଙ୍କା ଦେଇ କିଣି ନେବାକୁ ପ୍ରସ୍ତୁତ ଅଛି ।"

ଯାହାର ପୁଞ୍ଜି ଯେତିକି, ସେ ସେହି ଅନୁସାରେ ମୂଲ୍ୟ ସ୍ଥିର କରେ । ରାମଚନ୍ଦ୍ର ଜଣେ ଅବତାର ପୁରୁଷ ବୋଲି ମାତ୍ର ବାର ଜଣ ଋଷି ଚିହ୍ନି ପାରିଥିଲେ । ଅବତାର ପୁରୁଷଙ୍କୁ ସମସ୍ତେ ଚିହ୍ନି ପାରନ୍ତି ନାହିଁ । କେହି ତାଙ୍କୁ ସାଧାରଣ ଲୋକ, କେହି ବା ତାଙ୍କୁ ସାଧୁ ପୁରୁଷ ବୋଲି ମନେକରନ୍ତି । ଖୁବ୍ ଅଳ୍ପ ଲୋକ ତାଙ୍କୁ ଅବତାର ବୋଲି ଗ୍ରହଣ କରିନିଅନ୍ତି ।

ଜଗା ରାଜା

ଜଗା ଗରିବ ଥିଲା । କିନ୍ତୁ ବଡ଼ ଲୋକ ହେବାର ଇଚ୍ଛା ତା'ର ଖୁବ୍ ବେଶୀ ଥିଲା । ସକାଳୁ ସଞ୍ଜ ପର୍ଯ୍ୟନ୍ତ ମୁଣ୍ଡ ଝାଳ ତୁଣ୍ଡରେ ମାରି ସେ ପରିଶ୍ରମ କରୁଥିଲା । କିନ୍ତୁ ଅବସ୍ଥା ତା'ର କ୍ରମେ ଖରାପ ହେବାକୁ ଲାଗିଲା । ତା'ର ଅବସ୍ଥା ଯେତେ ଖରାପ ହେଲା, ଧନୀ ହେବାର ଇଚ୍ଛା ତା'ର ସେତିକି ବଢ଼ିବାକୁ ଲାଗିଲା ।

କେଉଁଠି କୌଣସି ସାଧୁ ସନ୍ନ୍ୟାସୀ ଆସିବାର ଖବର ପାଇଲେ, ଜଗା ତା'ର ସମସ୍ତ କାମ ଛାଡ଼ିଦେଇ ସାଧୁଙ୍କର ପାଖକୁ ଦଉଡ଼ି ଯାଉଥିଲା । ତା'ର ବିଶ୍ୱାସ ଥିଲା ଯେ, ସାଧୁ ସନ୍ନ୍ୟାସୀମାନେ ତାକୁ ଧନଲାଭର ଉପାୟ ବତାଇଦେବେ । ବହୁ ଦିନ ପରେ ଜଗା ଶୁଣିଲା ଯେ, ଜଣେ ମସ୍ତବଡ଼ ସାଧୁ ଆସିଛନ୍ତି । ସେ ଯାଇ ସାଧୁଙ୍କର ପାଖରେ ଦିନ ରାତି ପଡ଼ି ରହିଲା ଏବଂ ଏକମନରେ ତାଙ୍କର ସେବା କରିବାକୁ ଲାଗିଲା ।

ଜଗାର ସେବାରେ ସନ୍ତୁଷ୍ଟ ହୋଇ ଦିନେ ସାଧୁ ତାକୁ କହିଲେ, "ଜଗା, ତୁମେ କ'ଣ ଚାହଁ ?"

ଜଗା ସାଧୁଙ୍କର ପାଦ ଦୁଇଟି ଧରି କହିଲା, "ଠାକୁର, ମୁଁ ବଡ଼ ଗରିବ । ମୁଁ ଧନ ଚାହେ ।"

ସାଧୁ ହସି ହସି କହିଲେ, "ଆରେ ପାଗଳା, ସାଧୁ ସନ୍ନ୍ୟାସୀମାନେ ଭିକାରି ଲୋକ । ତାଙ୍କୁ ଧନ ମାଗିଲେ କ'ଣ ହେବ ? ତୁ ଆଉ କିଛି ମାଗ ।"

ଜଗା କୌଣସି କଥା ଶୁଣିଲା ନାହିଁ । କାନ୍ଦି କାନ୍ଦି କହିଲା "ଠାକୁର, ମୁଁ ଧନ ଚାହେଁ । ଆଉ କିଛି ଚାହେଁ ନାହିଁ । ମୋତେ ଧନ ଲାଭର ଉପାୟ ବତାଇ ଦିଅନ୍ତୁ ।"

ଜଗାର ଦୁଃଖ ଦେଖି ସାଧୁଙ୍କ ମନରେ ଦୟା ହେଲା । ସେ କହିଲେ, "ଗୋଟିଏ କାମ କର- -ଭୂତ ସାଧନା । ସେଥିରେ ଗୋଟିଏ ଭୂତ ତୋର ଚାକର ହୋଇ ରହିବ । ତୁ ତାକୁ ଯାହା କରିବାକୁ କହିବୁ, ସେ ସେୟା କରିବ । ଯାହା ଆଣିବାକୁ କହିବୁ, ସେ ତାହା ଆଣିଦେବ । ଏହି ମନ୍ତ୍ର ନେଇ ବଣକୁ ଯାଇ ଜପ କର । ତା' ପରେ ଭୂତ ଆସିବ । ଆଦୌ ଭୟ କରିବୁ ନାହିଁ । ତୋର ସେ କୌଣସି ଅନିଷ୍ଟ କରିବ ନାହିଁ ।"


ଜଗାର ମନରେ ଆନନ୍ଦର ସୀମା ରହିଲା ନାହିଁ । ସେହି ମୁହୂର୍ତ୍ତରେ ସେ ବଣକୁ ଯାଇ ଭୂତ ମନ୍ତ୍ର ଜପ କରିବାକୁ ଲାଗିଲା । ଅଳ୍ପ ସମୟ ଜପ କରିଛି କି ନାହିଁ ଗୋଟିଏ ବିରାଟ ଭୂତ ତା' ଆଗରେ ଆସି ଠିଆ ହୋଇଗଲା । ଭୂତର ଚେହେରା ଦେଖି ଜଗା ଭୟରେ ମୂର୍ଚ୍ଛା ହୋଇଯିବା ଉପରେ । ଶେଷରେ ମନରେ ସାହସ ବାନ୍ଧି ସେ ତା ଆଡ଼କୁ ଚାହିଁଲା । ଭୂତ କହିଲା, "କାହିଁକି ମୋତେ ଡାକିଲୁ ?"

ଜଗା କହିଲା, "ଆଜିଠାରୁ ତୁ ମୋର ଚାକର ହେବୁ । ମୁଁ ଯାହା କହିବି, ତୁ ତାହା କରିବୁ । ଯଦି ନ କରିପାରୁ, ତୋତେ ମାରି ପକାଇବି ।"

ଭୂତ କହିଲା, "ମୁଁ ତୋ କଥାରେ ରାଜି ଅଛି, କିନ୍ତୁ, ଗୋଟିଏ ସର୍ତ୍ତରେ ।"

ଜଗା କହିଲା, "କି ସର୍ତ୍ତ ?"

ଭୂତ କହିଲା, "ମୁଁ ତୋ'ର ଆଦେଶ ପାଳନ କରି ନ ପାରିଲେ ତୁ ମୋତେ ମାରି ପକାଇବୁ । ବିନା କାମରେ ତୁ ମୁହୂର୍ତ୍ତେ ମାତ୍ର ମୋତେ ବସାଇ ରଖି ପାରିବୁ ନାହିଁ । ଯଦି କାମ ଦେଇ ନ ପାରୁ, ତା'ହେଲେ ତତ୍‌କ୍ଷଣାତ୍ ମୁଁ ତୋ'ର ମୁଣ୍ଡ ମୋଡ଼ିଦେବି ।"

Malunira Fula O Anyanya Galpa.pdf


ଜଗା ଭାବିଲା,"ବେଶ୍ ତ । ଚାକରଗୁଡ଼ାକ ଏବେ କାମ ନ କରି ଫାଙ୍କି ଦେଉଛନ୍ତି । ଆଉ ଇଏ କହୁଛି, ସବୁବେଳେ କାମ ନ ପାଇଲେ ମୋ'ର ମୁଣ୍ଡ ମୋଡ଼ିଦେବ । ହଉ, ବାପଧନ, ଦେଖିବା କେତେ କାମ କରିବୁ ।"

ସେ ଭୂତକୁ କହିଲା, "ମୁଁ ତୋ' କଥାରେ ରାଜି ଅଛି ।"

ଜଗାକୁ ଭାରି ଭୋକ ଲାଗୁଥିଲା । ସାଧୁଙ୍କ ପାଖରେ ଯେତେଦିନ ଧରି ଥିଲା, ଭଲ ଖାଇବାକୁ ମିଳୁ ନ ଥିଲା । ସେ କହିଲା, "ଶୀଘ୍ର ମୋ' ପାଇଁ ଖୁବ୍ ଭଲ ଭଲ ଖାଇବା ଜିନିଷ ନେଇ ଆ । ଆଉ ଗିଲାସେ ଥଣ୍ଡା ସର୍ବତ । ଯେପରି ଡେରି ନ ହୁଏ ।"

"ଯେ ଆଜ୍ଞା' କହି ଭୂତ କେଉଁଆଡେ଼ ଅଦୃଶ୍ୟ ହୋଇଗଲା । ତା'ପରେ ଦୁଇ ତିନି ମିନିଟ ମଧ୍ୟରେ ଖୁବ୍ ଭଲ ଖାଇବା ଜିନିଷ ଗୋଟିଏ ଥାଳିରେ ଧରି ପହଞ୍ଚିଗଲା । ପୁଣି କେତେ ପ୍ରକାରର ଫଳ-ଅଙ୍ଗୁର, ବେଦନା, ଡାଳିମ୍ବ, କମଳା, ଆମ୍ବ ଏବଂ ଗିଲାସେ ଖୁବ୍ ମିଠା, ସୁଗନ୍ଧ ସର୍ବତ । ଜଗା ଦେଖି ଅବାକ୍ ।

ଏ ଗୁଡ଼ିକ ଜଗା ଆଗରେ ଥୋଇ ଦେଇ ଭୂତ ପଚାରିଲା, ""ଏବେ କ'ଣ କରିବି ? ଜଗା କହିଲା, ""ଆରେ ବାବା, ଖାଇ ପିଇ ଟିକିଏ ଥଣ୍ଡା ହୁଏ, ତା' ପରେ କାମର କଥା କହିବି ।"

ଭୂତ କହିଲା, ""ମୁଁ ସେ ସବୁ କଥା ଜାଣେନି । କାମ ଦେଇ ନ ପାରିବୁ ତ ମୁଣ୍ଡ ଦେ ।"

ମହା ବିପଦ । ଜଗା ନିହାତି ବୋକା ନ ଥିଲା । ସାଙ୍ଗେ ସାଙ୍ଗେ କହିଲା, "ଆଚ୍ଛା ହେଉ, ଖଣ୍ଡେ ପଙ୍ଖା ଧରି ଖାଇବା ଶେଷ ହେବା ପର୍ଯ୍ୟନ୍ତ ମୋତେ ବିଞ୍ଚୁ ଥା ।"

ଭୂତ ବିଞ୍ଚିବାକୁ ଆରମ୍ଭ କଲା । ବହୁ ପ୍ରକାରର ଖାଇବା ଜିନିଷ । ସେ ତା' ଜୀବନରେ ଦେଖି ନାହିଁ । ସବୁ ମନଭରି ଖାଇଲା ଓ ସର୍ବତ ପିଇଲା । ତା'ପରେ ବିଞ୍ଚିବା କାମ ଶେଷ ହେଲା ।

ଭୂତ ପାଖରେ ଠିଆ ହୋଇଚି । ଜଗା କହିଲା, "ଦୂରରେ ଯେଉଁ ପାହାଡ଼ଟା ଦେଖୁଚୁ, ତା'ଉପରେ ଏକ ବିରାଟ ନଗର ତିଆରି କର ।"

ଭୂତ କାମରେ ଲାଗିଗଲା । ଚାହୁଁ ଚାହୁଁ ଅଳ୍ପ ସମୟ ମଧ୍ୟରେ ଏତେ ବଡ଼ ପାହାଡ଼ଟା ଏକ ସୁନ୍ଦର ନଗରରେ ପରିଣତ ହୋଇଗଲା । ଜଗା ଠିଆ ହୋଇ ମଜା ଦେଖୁଥାଏ । ଭୂତ ପାଖରେ ଆସି ଠିଆ ହୋଇଗଲା । ପୁଣି ତା'ର ନୂଆ କାମ ଦରକାର ।

ଜଗା କହିଲା, "ଦେଖ୍, ନଗରର ଠିକ୍ ମଝିରେ ଏକ ମସ୍ତବଡ଼ ରାଜବାଟୀ ନିର୍ମାଣ କର, ବଗିଚା, ରାସ୍ତା-ଘାଟ ଖୁବ୍ ସୁନ୍ଦର କରିବୁ ଏବଂ ଭଣ୍ଡାର ଘରେ ଅଜସ୍ର ମଣି, ମୁକ୍ତା, ହୀରା, ନୀଳା, ସୁନା, ରୁପା ରଖିଦେବୁ । "

ଭୂତ ଚାଲିଗଲା । ଟିକିଏ ପରେ ଆସି କହିଲା, ସବୁ ହୋଇଯାଇଚି ।

ଜଗାର ଭାରି ଇଚ୍ଛା, ସବୁ ନିଜେ ଯାଇ ଦେଖିବ । ବିଶେଷତଃ ଧନଭଣ୍ଡାରଟା । ସେ କହିଲା, "ମୋତେ ଆକାଶ ମାର୍ଗରେ ରାଜବାଟୀର ଠିକ୍ ଧନଭଣ୍ଡାର ପାଖରେ ନେଇ ଠିଆକରି ଦେ ।"

ଜଗା ଭୂତ କାନ୍ଧରେ ଚଢ଼ିଗଲା । ସୁ କରି ଭୂତ ଚାଲିଚି । ତା'ପାଦ ଥରିବାକୁ ଲାଗିଲା ।

ଭୟରେ ତା'ର ଆଖି ବୁଜି ହୋଇଗଲା । ଅଳ୍ପ ସମୟ ମଧ୍ୟରେ ରାଜବାଟୀର ଧନଭଣ୍ଡାର ଆଗରେ

ଜଗା ଆସି ଉପସ୍ଥିତ । ଏତେ ଧନ, ରତ୍ନ ଦେଖି ଜଗା ଯେ କ'ଣ କରିବ, ଚିନ୍ତା କରିପାରିଲା ନାହିଁ । କିନ୍ତୁ ଭୂତଟାର ଦାଉରେ ସେ କ'ଣ ସ୍ଥିର ହୋଇ କିଛି ଦେଖି ପାରୁଚି ? ଖାଲି "କାମ ଦେ, କାମ ଦେ ।"

ଜଗା କହିଲା, "ଗୋଟାଏ ସିଂହାସନ ତିଆରି କର । ଆଉ ମୋ' ପାଇଁ ରାଜାର ପୋଷାକ ଆଣି ଦେ । ମୋର ପୁରୁଣା ଲୁଗାପଟାତକ ନେଇ ନଈରେ ପକାଇ ଦେଇ ଆ ।"

ଭୂତ ସବୁ କରି ଚାଲି ଆସିଲା । ଜଗା କହିଲା, "ଯା, ମୋ' ସ୍ତ୍ରୀ ପିଲା ସମସ୍ତଙ୍କୁ ଏଠିକି ଘିନିଆ । କିନ୍ତୁ ଦେଖ ବାବା ଭୂତ, ତୋର ଚେହେରା ଟିକିଏ ସୁନ୍ଦର କରି ଯା, ଯେପରିକି ମୋ'ର ଛୁଆ ପିଲା ତୋତେ ଦେଖି ଡରି ନ ଯା'ନ୍ତି ଏବଂ ତାଙ୍କର ପୋଷାକ ପରିଚ୍ଛଦ ସବୁ ରାଜଯୋଗ୍ୟ କରି ନେଇ ଆସିବୁ ।"

ଆଜ୍ଞା ମାତ୍ରକେ କାମ । ଅଳ୍ପସମୟ ମଧ୍ୟରେ ସମସ୍ତେ ଆସି ପହଞ୍ଚିଗଲେ । ସେମାନଙ୍କୁ ଦେଖି ଜଗାର ମନରେ କେଡେ଼ ଆନନ୍ଦ, କିନ୍ତୁ ଭୂତର କାଣ୍ଡ ଦେଖି ତା'ମନରେ ଚିନ୍ତା ପଶିଲାଣି । କହିବା ମାତ୍ରେ ଲକ୍ଷ୍ମୀଛଡ଼ାଟା କଥା ଶେଷ ହେବା ପୂର୍ବରୁ କାମ ଶେଷ କରିଆସୁଚି । ଆଉ କ'ଣ ନୂଆ କାମ ତାକୁ ଦେବାକୁ ହେବ ?

ଭୂତର ଆଖିରେ ନିଅାଁ ଜଳୁଚି । କାମ ଦେବାକୁ ହେବ । ଜଗା କହିଲା, "ଦେଖ ବାପ ଭୂତ, ଏତେ ବଡ଼ ରାଜବାଟି ଲୋକ ବାକ ନ ରହିଲେ କ'ଣ ଭଲ ଦିଶୁଚି ? ମୁଁ ହେଲି ରାଜା- ମୋ'ର ମନ୍ତ୍ରୀ, ସେନାପତି, ପାତ୍ର, ମିତ୍ର, ସୈନ୍ୟ, ସାମନ୍ତ ସମସ୍ତଙ୍କୁ ନେଇ ଆ । ରାଜ୍ୟରେ ଦୋକାନ ବସାଇ ଦେ । ତା'ହେଲେ ସିନା ସାଜିବ ।"

ସବୁ ହୋଇଗଲା । ପାତ୍ର, ମିତ୍ର, ମନ୍ତ୍ରୀ, ସେନାପତି ସମସ୍ତେ ଆସି ଦରବାରରେ ହାଜର । ସେମାନଙ୍କୁ ଦେଖି ରାଣୀ ଅନ୍ଦର ମହଲକୁ ଚାଲିଗଲେ । ସିପାହିମାନେ ବାହାରେ ରହି ପହରା

Malunira Fula O Anyanya Galpa.pdf

ଦେଲେ । ସବୁ ଦ୍ୱାରରେ ପ୍ରହରୀ । ମଧୁର ବାଦ୍ୟ ଧ୍ୱନି ହେଉଚି । ବନ୍ଦୀମାନେ ପ୍ରଶସ୍ତି ଗାନ କରୁଛନ୍ତି ।

ମନ୍ତ୍ରୀ ଓ ଅନ୍ୟମାନେ ଅତି ଆଦରରେ ଜଗାକୁ ନେଇ ରାଜସିଂହାସନରେ ବସାଇଲେ । ଜଗା ରାଜା ହେଲା । କିନ୍ତୁ ତେବେ ମଧ୍ୟ ତା' ମନରେ ସୁଖ ନାହିଁ । କାରଣ ଭୂତଟା କେତେବେଳେ ମୁଣ୍ଡ ମୋଡ଼ିଦେବ ଯେ !

ସିଂହାସନ ଆଗରେ ଭୀଷଣ ମୂର୍ତ୍ତି ଠିଆ ହୋଇଚି । ତା'ର ଦି' ଆଖିରେ ନିଅାଁ ଜଳୁଚି । କେବଳ ରକ୍ଷା ହୋଇଚି, ରାଜାଙ୍କ ଛଡ଼ା ତାକୁ ଆଉ କେହି ଦେଖିପାରୁ ନାହାନ୍ତି । ଭୂତ କହିଲା, "ଜଗା, ଏବେ ପୁଣି କ'ଣ ?"

ଜଗା ରାଜା ମନେ ମନେ ରାମ ନାମ ଜପୁଚି । ସାରା ଦେହରୁ ପରସ୍ତେ ଝାଳ ବୋହି ଗଲାଣି, ଆଉ କାମ ଖୋଜି ପାଉ ନାହିଁ । ଭୂତ ତ ନିଶ୍ଚୟ ମୁଣ୍ଡ ମୋଡ଼ିଦେବ । ସେ କହିଲା "ଭୂତ ବାବା, ମୋତେ ମୋ' ଗୁରୁଙ୍କ ପାଖକୁ ନେଇ ଯା ।"

ଭୁତ ତାକୁ ଗୁରୁଙ୍କ ପାଖକୁ ନେଇ ଗଲା । ଭୂତ ହାତରେ ମୁକୁଟଟା ଦେଇ ଜଗା କହିଲା, "ଏଇ ନଦୀ କୂଳରେ ବସି ମୋ' ମୁକୁଟକୁ ପହରା ଦେଉଥିବୁ । ମୁଁ ଏଠାକୁ ଆସିବା ପର୍ଯ୍ୟନ୍ତ ତୁ କୁଆଡେ଼ ଯିବୁ ନାହିଁ ।"

ସାଧୁ ଜଗାକୁ ଦେଖି ସବୁ ବୁଝି ପାରିଲେ । ଗୁରୁଦେବଙ୍କୁ ଦେଖି ଜଗା ତାଙ୍କ ପାଦ ଦୁଇଟି ଧରି ଭୋ ଭୋ କାନ୍ଦିବାକୁ ଲାଗିଲା । ସେ କହୁଥାଏ, "ମଲି ଗୁରୁଦେବ । ମରିଗଲି ।"

ଗୁରୁଦେବ କହିଲେ, "ଏ କି କଥା ? କାହିଁକି ମରିବୁ । ତୋ'ର ରାଜ୍ୟ, ରାଜତ୍ୱ କିଏ ଭୋଗ କରିବ ? ମୁଁ ସବୁ ବୁଝି ପାରୁଚି । ଏବେ ଯା, ଗୋଟାଏ କାମ କର । ଆଗରେ ଯେଉଁ କୁକୁରଟା ଶୋଇଚି, ତରବାରି ନେଇ ତା'ର ଲାଙ୍ଗୁଡ଼ଟି କାଟି ନେଇଆ । ତା'ପରେ ତାକୁ ତୋ' ଭୂତକୁ ଦେ । ତାକୁ କହ, ଏଇଟାକୁ ସିଧା କରୁ ।"

ଜଗାରାଜା ସାଧୁଙ୍କୁ ପ୍ରଣାମ କରି କୁକୁରର ଲାଞ୍ଜ କାଟି ଆଣିଲା । ଭୂତ ପାଖରେ ପହଞ୍ଚିବା ମାତ୍ରେ ଭୂତ କହିଲା, "କାମ ଦେ ।"

ଜଗାରାଜା ଖୁସି ହୋଇ କହିଲା, "ସାଙ୍ଗେ ସାଙ୍ଗେ କାମ ଦେଉଛି । ମୋତେ ମୋ' ରାଜବାଟୀକୁ ନେଇ ଯା ।"

ଭୂତ ତାକୁ ରାଜବାଟୀକୁ ନେଇଗଲା । ଭୂତ କହିଲା, "ଏବେ କହ, ମୁଁ କି କାମ କରିବି ?"

ଏଥର ଗୁରୁ କୃପାରେ ଜଗାର ମନରେ ଆନନ୍ଦ । ସେ କହିଲା, "ହେଇଟି ନେ, ଏଇ କୁକୁରର ଲାଞ୍ଜଟା । ଏଇଟା ବଙ୍କା ହୋଇ ଯାଇଚି । ଏହାକୁ ସିଧା କର । ଦେଖ, ଖୁବ୍ ସାବଧାନରେ କରିବୁ । ଏଇଟି ମୋ'ର ବଡ଼ ଦରକାରୀ ଜିନିଷ ।"

ଭୂତ କୁକୁରର ଲାଞ୍ଜକୁ କୌଣସିମତେ ସିଧା କରି ପାରିଲା ନାହିଁ । ଯେତେ ସମୟ ଧରି ସିଧା କରି ରଖେ, ପୁଣି ଛାଡ଼ି ଦେଲେ ସେ ବଙ୍କା ହୋଇଯାଏ । ଶେଷକୁ ଭୂତ ଜଗା ରାଜାର ପାଖରେ ପହଞ୍ଚି ହାତ ଯୋଡ଼ି କହିଲା, "ବାବା, ଏଣିକି ମୋତେ ଛୁଟି ଦିଅ । ତୁମର କାମ ଆଉ ମୋ' ଦ୍ୱାରା ହେବ ନାହିଁ ।"

ଜଗା ରାଜା ତ ସେଇ କଥା ଚାହୁଁଥିଲା । ଭୂତ ପାଖରୁ ରକ୍ଷା ପାଇ ସେ ଆନନ୍ଦରେ ରାଜତ୍ୱ

କଲା ।

ମେଣ୍ଢା ଦେହରେ ଈଶ୍ୱର

ଜଣେ ଲୋକ ସାଧୁଙ୍କର ଦର୍ଶନ ଲାଭ କରି ତାଙ୍କଠାରୁ ଉପଦେଶ ଭିକ୍ଷା କଲା । ତା'ର ବିନୀତ ଭାବ ଦେଖି ସାଧୁ ଖୁସି ହୋଇଗଲେ ଓ କହିଲେ, "ତୁମର ମନ, ପ୍ରାଣ ଓ ହୃଦୟ ଦେଇ ଭଗବାନଙ୍କୁ ଭଲପାଅ ।"

ଲୋକଟିର ଆଗ୍ରହ ବଢ଼ିଗଲା । ସେ କହିଲା, "ମହାଶୟ, ମୁଁ କେବେହେଲେ ଭଗବାନଙ୍କୁ ଦେଖି ନାହିଁ, ଅଥବା ତାଙ୍କ ସମ୍ପର୍କରେ କିଛି ଜାଣେ ନାହିଁ । ତାଙ୍କୁ ଭଲ ପାଇବା ମୋ ପକ୍ଷରେ କିପରି ସମ୍ଭବ ହେବ ?"

ଏପରି ଏକ ଯୁକ୍ତି ଶୁଣି ସାଧୁଜଣକ ଯେତେବେଳେ ପଚାରିଲେ ଯେ ସେ କାହାକୁ ସବୁଠାରୁ ଅଧିକ ଭଲପାଏ, ଲୋକଟି ଉତ୍ତର ଦେଲା, "ସେପରି ମୋର କେହି ନାହିଁ, ଯାହାକୁ କି ମୁଁ ଭଲପାଇବି । ମୋର ଗୋଟିଏ ମାତ୍ର ମେଣ୍ଢା ଅଛି ଏବଂ କେବଳ ତାକୁ ହିଁ ମୁଁ ଭଲପାଏ ।"

Malunira Fula O Anyanya Galpa.pdf

ସାଧୁ କହିଲେ, "ତା'ହେଲେ ସେହି ପ୍ରାଣୀଟିର ଯତ୍ନ ନିଅ ଏବଂ ତାକୁ ତୁମେ ହୃଦୟର ସହିତ ଭଲପାଅ । ସବୁବେଳେ ମନେରଖ ଯେ ଈଶ୍ୱର ତା'ଦେହରେ ହିଁ ବାସ କରୁଛନ୍ତି ।"

ଏହିରି ଉପଦେଶ ଦେଇ ସାଧୁ ଚାଲିଗଲେ । ଲୋକଟି ଖୁବ୍ ଯତ୍ନରେ ମେଣ୍ଢାକୁ ପାଳିଲା । ତା'ର ପୂର୍ଣ୍ଣ ବିଶ୍ୱାସ ହୋଇଗଲା ଯେ ଈଶ୍ୱର ମେଣ୍ଢା ଦେହରେ ମଧ୍ୟ ଅଛନ୍ତି ।

କିଛିଦିନ ଗତ ହେବା ପରେ ସାଧୁ ସେହି ବାଟରେ ଫେରିଲେ ଏବଂ ତାଙ୍କର ଉପଦେଶ ଗ୍ରହଣ କରିଥିବା ଲୋକକୁ ଖୋଜି ତା' ଭଲମନ୍ଦ ପଚାରିଲେ । ଲୋକଟି ସାଧୁଙ୍କୁ ପ୍ରଣାମ କରି କହିଲା, "ମହାଶୟ, ମୋର ସମସ୍ତ କୁଶଳ । ଆପଣଙ୍କର ମହାନ୍ ଉପଦେଶ ପାଇ ମୁଁ ଆପଣଙ୍କ ନିକଟରେ ଋଣୀ । ଆପଣ ଦେଖାଇ ଦେଇଥିବା ବାଟରେ ଯାଇ ମୋର ବହୁତ ଉପକାର ହୋଇଛି । ଅନେକବାର ଗୋଟିଏ ଚତୁର୍ଭୁଜ ବିଶିଷ୍ଟ ସୁନ୍ଦର ମୂର୍ତ୍ତି ମୋର ମେଣ୍ଢା ଦେହରେ ମୁଁ ଦେଖିବାକୁ ପାଉଛି ଏବଂ ତାହା ମୋତେ ପରମ ଆନନ୍ଦ ଦେଉଛି ।"

ଶିଶୁସୁଲଭ ବିଶ୍ୱାସ ଓ ଅକପଟତା ବଳରେ ଈଶ୍ୱରଙ୍କୁ ଲାଭ କରାଯାଇପାରେ ।

କୂପମଣ୍ଡୁକ

କୂଅରେ ଗୋଟାଏ ବେଙ୍ଗ ରହି ମନେ ମନେ ଗର୍ବ କରୁଥିଲା ଯେ କୂଅଠାରୁ ଆଉ ବଡ଼ କିଛି ନାହିଁ । କୂଅରେ ପହଁରି ସେ ବେଶ ଆନନ୍ଦ ପାଏ ଓ ପୋକ ଜୋକ ଆସି ପଡ଼ିଲେ ତାଙ୍କୁ ଖପ୍ କରି ମାଡ଼ି ବସି ଖାଇଯାଏ । ସମୁଦ୍ରର ଏକ ବେଙ୍ଗ ଆସି କୂଅରେ ପଡ଼ିଲା । କୂଅ ବେଙ୍ଗ ଭାବିଲା, ଶିକାର ଆସି ଯାଇଚି । ଲମ୍ଫ ଦେଇ ତା ପାଖରେ ପଡ଼ିଚି ତ ଦେଖିଲା, ସେ ତା'ଠାରୁ ଏକ ବଡ଼ ବେଙ୍ଗଟିଏ । କୂଅ ବେଙ୍ଗର ବର୍ଣ୍ଣ କଳା । ଏ ବେଙ୍ଗ ତା'ଠାରୁ ତୋଫା । ଟିକିଏ ହଳଦିଆ ରଙ୍ଗ । ସେ ଚମକି ପଡ଼ିଲା । ମାତ୍ର ସେ ତାକୁ ଭୟ କରୁଚି, ଏଇଟା ଧରା ପଡ଼ିଗଲେ, ତାର ମାନ ସମ୍ମାନ ଚାଲିଯିବ । ସେ କୂଅଟାର ରାଜା କି ନା !

ଖୁବ୍ ଗମ୍ଭୀର ଭାବରେ ସେ ମୋଟା ଗଳାରେ ସାଗରର ବେଙ୍ଗକୁ ପଚାରିଲା, "ତୁମେ କିଏ ହୋ, କାହିଁକି ଏଠାକୁ ଆସିଚ ?"

Malunira Fula O Anyanya Galpa.pdf

ସମୁଦ୍ରବେଙ୍ଗ କହିଲା, "ମୁଁ ସମୁଦ୍ରରେ ଥିଲି । ବୁଲୁ ବୁଲୁ ଏଠାକୁ ଚାଲି ଆସିଲି ।"

କୂଅବେଙ୍ଗ ପଚାରିଲା, "ସମୁଦ୍ର କେତେ ବଡ଼ ?"

ଆଗନ୍ତୁକ ବେଙ୍ଗ କହିଲା, "ବହୁତ ବଡ଼ ।"

କୂଅ ବେଙ୍ଗ ଦୁଇ ଗୋଡ଼ ମେଲାଇ ଦେଇ କହିଲା, "ଇଆଠାରୁ ବଡ଼ ?"

ସମୁଦ୍ର ବେଙ୍ଗ କହିଲା, "ଏହାଠାରୁ ବହୁତ ବଡ଼ ।"

କୂଅ ବେଙ୍ଗ କୂଅ ନନ୍ଦର ଏ ପାଖରୁ ସେ ପାଖକୁ ଡେଇଁ କହିଲା, "କ'ଣ ଏତେ ବଡ଼ ?"

ସମୁଦ୍ର ବେଙ୍ଗ କହିଲା, "ଏଇଟା କଣ? ଏହାଠାରୁ ବହୁତ ବହୁତ ବଡ଼ ।"

କୂଅ ବେଙ୍ଗ ସମୁଦ୍ର ବେଙ୍ଗ ସହିତ କଜିଆ ଆରମ୍ଭ କରିଦେଲା । "ତୁ ମୂର୍ଖ, ମିଥ୍ୟାବାଦୀ । ଏ କୂଅ ଭିତରେ ମୁଁ ଅନେକ ଦିନ ଧରି ଅଛି । ଏହାଠାରୁ କିଛି ବଡ଼ ଥାଇ ନ ପାରେ ।"

ସମୁଦ୍ର ବେଙ୍ଗ କହିଲା, "କୂଅ ଉପରକୁ ଉଠି ଆସ, ପାଖରେ ସମୁଦ୍ର ଅଛି ଦେଖିପାରିବ । କିଏ ମୂର୍ଖ, ମିଛୁଆ ଜଣାପଡ଼ିଯିବ ।"

କୂଅ ବେଙ୍ଗ କହିଲା, "ହ୍ୟାପ, ବାହାରୁ ଆସି ମୋତେ ଢମ ଦେଖାଉଚି । ଏ କୂଅ ଛାଡ଼ି ମୁଁ ଚାଲିଯିବି, ଆଉ ତୁ ଏଠି ରହିବୁ ।" ସମୁଦ୍ର ବେଙ୍ଗ ଦେଖିଲା, ଏହା ସହିତ ଯୁକ୍ତିକରି ଲାଭ ନାହିଁ । ସେ ଚୁପ୍ ହୋଇ ଚାଲିଗଲା ।

କବିରାଜ

ମଣ୍ଟୁ ଛୋଟ ପିଲାଟିଏ । ବୟସ ତା'ର ଦଶ କି ବାର ବର୍ଷ ହେବ । କ'ଣ ହୋଇଛି କେଜାଣି, ସେ ଯାହା ଖାଉଚି, ତା ଦେହରେ ଲାଗୁନି । ଯେଉଁଠି ବସୁଛି ସେହିପରି ବସି ରହୁଛି । ତା'ର ସାଙ୍ଗ ପିଲାମାନେ ଦୌଡ଼ା ଦୌଡ଼ି ଖେଳାଖେଳି ହୁଅନ୍ତି, ତାକୁ କିନ୍ତୁ ସେ ସବୁ ଭଲ ଲାଗେ ନାହିଁ । ତା'ର ଦେହ ଶୁଖି ଶୁଖି କାଠ ହୋଇଗଲାଣି ।

ତା'ର ମା' କେତେ ମାନସିକ, କେତେ ପୂଜା କଲେ । ପଣ୍ଡିତ ପ୍ରତିଦିନ ଆସି କେତେ ଝଡ଼ାଝଡ଼ି ଫୁଙ୍କାଫୁଙ୍କି କଲେ । କେତେ ଡେଉଁରିଆ ଦେଲେ । କିନ୍ତୁ କିଛି ଫଳ ହେଲା ନାହିଁ । ସାଇ ପଡ଼ିଶା କହିଲେ, ସେ ଡରିଛି; କିଏ କହିଲା, ସେ ଭେଟଣା ହୋଇ ଯାଇଛି । କିଏ କହିଲା, ଭଲ ଗୁଣିଆ ଆଣିବାକୁ ହେବ । ଆଉ ପୁଣି କେହି ପରାମର୍ଶ ଦେଲେ, ଭଲ ଡାକ୍ତର ବା ବୈଦ୍ୟଙ୍କ ପାଖକୁ ନେଇ ଦେଖାଅ ।

ମଣ୍ଟୁର ଗାଁର ଚାରିପାଖରେ ତିନି କୋଶ ଆକ୍ରାନ୍ତରେ କୌଣସି ଡାକ୍ତର, ବୈଦ୍ୟ ନ ଥିଲେ । କ'ଣ କରାଯିବ ? ଦିନେ ସକାଳେ ତା'ର ବାପା ତାକୁ ନେଇ ଚାରି କୋଶ ଦୂରରେ ଥିବା ଜଣେ କବିରାଜଙ୍କ ଘରେ ପହଞ୍ଚିଲେ । କବିରାଜ ବୁଢ଼ା ଲୋକ, କିନ୍ତୁ ଖୁବ୍ ନାମଜାଦା । ସେ ମଣ୍ଟୁର ଦେହ ଖରାପ ହୋଇଥିବାର ସମସ୍ତ ଘଟଣା ଶୁଣିଲେ । ତା'ପରେ ତାକୁ ପରୀକ୍ଷା କରି ଗୋଟିଏ

ଔଷଧ ଦେଲେ । ପୁଣି କହିଲେ, "ଆଉ ଦିନେ ଆସ । ସେ କ'ଣ ଖାଇବ, ତାହା ମୁଁ କହିଦେବି ।"

Malunira Fula O Anyanya Galpa.pdf

ମଣ୍ଟୁର ବାପା କହିଲେ, "କବିରାଜ ମହାଶୟ, ମୋର ଘର ଏଠାରୁ ଚାରି କୋଶ ଦୂରରେ । ଏ ପିଲାଟିକୁ ଧରି ଏଠାକୁ ଆସିବା ମୋ ପକ୍ଷରେ ବଡ଼ କଷ୍ଟକର ।"

କବିରାଜ ଉତ୍ତର ଦେଲେ, "ହୋଇପାରେ । କିନ୍ତୁ ଆଉ ଦିନେ ଆସିଲେ ଯାଇ ମୁଁ ଖାଇବା କଥା କହିବି ।"

ଚାରି ପାଞ୍ଚ ଦିନ ପରେ ମଣ୍ଟୁର ବାପା ତାକୁ ନେଇ କବିରାଜଙ୍କ ଘରକୁ ଗଲେ । କବିରାଜ ପୁଣି ଥରେ ତାକୁ ପରୀକ୍ଷା କଲେ । ତା'ପରେ ସେ କ'ଣ ଖାଇବ ନ ଖାଇବ, ସବୁ ବୁଝାଇ କହିଲେ । ଗୋଟିଏ କଥା ବିଶେଷ କରି କହିଲେ, ଗୁଡ଼ ଖାଇବାକୁ ଦେବ ନାହିଁ । ଯେପରି ଗୁଡ଼ ନ ଖାଏ । ମାସକ ଭିତରେ ମଣ୍ଟୁର ଦେହ ଭଲ ହୋଇଯିବ ।

ମଣ୍ଟୁ ଓ ତା'ର ବାପା ଚାଲି ଆସିଲେ । କବିରାଜଙ୍କର ଜଣେ ଛାତ୍ର ଏହି ଦୁଇ ଦିନଯାକ ସେଠାରେ ଉପସ୍ଥିତ ଥିଲା । କବିରାଜଙ୍କ କଥା ଶୁଣି ତା' ମନରେ ଏକ ପ୍ରଶ୍ନ ହେଲା । ସେ କବିରାଜଙ୍କୁ ପଚାରିଲା, "ରୋଗୀ କ'ଣ ଖାଇବ ନ ଖାଇବ, ସେ କଥା କ'ଣ ଆପଣ ପ୍ରଥମ ଦିନ କହିପାରି ନ ଥାନ୍ତେ ? କେବଳ ଏତିକି କହିବାପାଇଁ ରୋଗୀ ପିଲାଟିକୁ ଚାରି ଚାରି କୋଶ ବାଟ ଚଲାଇ ଆଣିଲେ ।"

କବିରାଜ କହିଲେ, "ନାଇଁ,ନାଇଁ, ଏହାର ଗୋଟାଏ ଅର୍ଥ ଅଛି । ସେ ଦିନ ମୋ ଘରେ ଅନେକ ଗୁଡ଼ ମାଠିଆ ଥିଲା । ସେ ଦିନ ମୁଁ ଯଦି ତାକୁ ଗୁଡ଼ ଖାଇବାପାଇଁ ମନା କରିଥା'ନ୍ତି, ସେ ମୋ କଥାରେ ବିଶ୍ୱାସ କରି ନ ଥାନ୍ତା । ଭାବିଥାନ୍ତା, କବିରାଜଙ୍କ ଘରେ ଏତେ ଗୁଡ଼ ମାଠିଆ, କବିରାଜ ନିଶ୍ଚୟ ଗୁଡ଼ ଖାଆନ୍ତି । ସେଥିରେ ତାଙ୍କର ଦୋଷ ହେଉ ନାହିଁ । କେବଳ ମୁଁ ଖାଇଲେ ଦୋଷ ହେବ ? ତା' ଆରଦିନ ସବୁ ଗୁଡ଼ ମାଠିଆକୁ ମୁଁ ଏ ଘରୁ ଉଠାଇ ନେଇଛି । ବର୍ତ୍ତମାନ ମୁଁ ଯାହା କହିଲି ସେଥିରେ ତା'ର ନିଶ୍ଚୟ ବିଶ୍ୱାସ ହେବ ।"

କବିରାଜଙ୍କର କଥା ଶୁଣି ଛାତ୍ର ଅବାକ୍ ହୋଇଗଲା । ସେ ବୁଝି ପାରିଲା, ନିଜେ ପାଳନ ନ କରି ମୁହଁରେ ଉପଦେଶ ଦେଲେ, ତା'ର କୌଣସି ଫଳ ହୁଏ ନାହିଁ ।

ଆଗେଇ ଚାଲ

ଉନ୍ନତି କରିବାର ଶକ୍ତି ଭଗବାନ ମନୁଷ୍ୟକୁ ଦେଇଛନ୍ତି । ଉନ୍ନତି କରିବାର ବାଟରେ ଯେ ଯେତେ ଆଗେଇ ଯାଇପାରେ ଆହୁରି ଉନ୍ନତି କରିବାର ଶକ୍ତି ତା'ଭିତରେ ଜାଗିଉଠେ । ଉନ୍ନତିର ବାଟରେ ଯାଉ ଯାଉ କୌଣସି କୌଣସି ଲୋକ ଅଟକି ଯାଆନ୍ତି । ତା'ଫଳରେ ସେମାନେ ସେତିକିରେ ରହି ଯା'ନ୍ତି । ଆଉ ସେମାନଙ୍କର ଉନ୍ନତି ହୁଏ ନାହିଁ । ଯେ ବାଟରେ ଅଟକେ ନାହିଁ, ଆଗେଇଚାଲେ, ସେହି କେବଳ ବଡ଼ ହୁଏ ।

ଜଣେ କାଠୁରିଆ ବଡ଼ ଗରିବ ଥିଲା । ଦିନସାରା ସେ ବଣରେ କାଠ କାଟି ସଂଧ୍ୟା ବେଳେ ଗ୍ରାମକୁ ଫେରେ ଓ କାଠତକ ବିକ୍ରି କରେ । ଖରା ନାହିଁ, ବର୍ଷା ନାହିଁ, ଦେହ ଦୁଃଖ ନାହିଁ, ସବୁଦିନ ତାକୁ କାଠ କାଟିବାକୁ ଯିବାକୁ ପଡେ଼ ଓ ମୁଣ୍ଡରେ କାଠ ବୋଝ ବୋହି ବିକ୍ରି କରିବାକୁ ହୁଏ । ସେଥିରୁ ଯେଉଁ ସାମାନ୍ୟ ପଇସା ସେ ପାଏ, ସେଥିରେ ତା'ର ସଂସାର କୌଣସିମତେ ଚଳିଯାଏ । ଖଟି ଖଟି କାଠୁରିଆକୁ ଭାରି କଷ୍ଟ ହେଲା । ଦେହରେ କେତେ ଖଣ୍ଡି ହାଡ଼ ଛଡ଼ା ଆଉ କିଛି ନ ଥିଲା । ତା'ର ଭାଗ୍ୟ କେବେ ବଦଳିବ ବୋଲି ସେ ବିଶ୍ୱାସ କରୁ ନ ଥିଲା । ଦିନେ ବଣକୁ ସେ କାଠ କାଟିବାକୁ ଯାଇଛି, ବଣ ମଧ୍ୟରେ ଜଣେ ସାଧୁଙ୍କ ସଙ୍ଗରେ ଦେଖା ହେଲା । କାଠୁରିଆର ଅବସ୍ଥା ଦେଖି ସାଧୁଙ୍କର ମନରେ ଦୟା ହେଲା । ସେ ଖାଲି ତାକୁ ଏତିକି କହିଲେ, "ଆଗେଇ ଚାଲ ।"

ସାଧୁ ଚାଲିଗଲେ । କାଠୁରିଆ ମନେ ମନେ ଭାବିବାକୁ ଲାଗିଲା, "ସାଧୁ ତ ମୋତେ ଆଗେଇ ଯିବାକୁ କହିଛନ୍ତି; ଏ ଘୋର ବନସ୍ତ ମଧ୍ୟରେ ମୁଁ ଟିକିଏ ଆଗେଇ ଯିବି । ଦେଖାଯାଉ,

କ'ଣ ହେଉଛି ।"

Malunira Fula O Anyanya Galpa.pdf


ଏହା ଭାବି କାଠୁରିଆ ବଣ ମଧ୍ୟରେ ଆଗେଇ ଗଲା । କ୍ରମେ ବନସ୍ତ ଆହୁରି ନିଘଞ୍ଚ ହୋଇଉଠିଲା । ମାତ୍ର କିଛି ବାଟ ପରେ ସେ ଦେଖି ପାରିଲା, ଏକ ଚନ୍ଦନ କାଠର ବଣ । କେତେ ଖଣ୍ଡି ଚନ୍ଦନ କାଠ କାଟି କାଠୁରିଆ ସେଦିନ ଘରକୁ ଫେରି ଆସିଲା । ସାଧାରଣ କାଠ ଅପେକ୍ଷା ଚନ୍ଦନ କାଠର ଦାମ କୋଡ଼ିଏ ଗୁଣ ବେଶି । କାଠୁରିଆ ସେଦିନ ବହୁତ ପଇସା ପାଇଲା ।

ତା'ପରେ ସେ ପ୍ରତିଦିନ ଚନ୍ଦନ ବନକୁ ଯାଏ ଓ ଚନ୍ଦନକାଠ କାଟି ଆଣି ବିକ୍ରି କରେ । ସଂସାରରେ ଆଉ ତା'ର ଆଗପରି କଷ୍ଟ ନାହିଁ । ମାତ୍ର ସେତିକିରେ ସେ ସନ୍ତୁଷ୍ଟ ହେଲା ନାହିଁ । ସେ ମନେ ମନେ ଭାବିଲା, "ସାଧୁ ତ ମୋତେ ଆଗେଇ ଯିବାପାଇଁ କହିଛନ୍ତି । ଆଉ ଟିକିଏ ଆଗେଇ ଯାଏ, ଦେଖି କ'ଣ ହେଉଛି ।" ସେଦିନ ସେ ଚନ୍ଦନ ବଣ ପାର ହୋଇ ଆହୁରି ଦୂରକୁ ଗଲା । ଦେଖିଲା, ତମ୍ବାର ଖଣି । କେତେ ଖଣ୍ଡ ତମ୍ବା ଲୁଗାରେ ବାନ୍ଧି ଘରକୁ ଚାଲି ଆସିଲା । ଚନ୍ଦନ ଠାରୁ ତମ୍ବାର ଦାମ ବେଶି । କାଠୁରିଆ ବହୁ ପଇସା ପାଇଲା । ସେ ଖୁବ୍ ଖୁସି ହୋଇଗଲା ।

ପରଦିନ ସେ ତମ୍ବା ଖଣିକୁ ଗଲା ଓ ଯେତେ ବୋହି ଆଣିାରିବ, ଆଣିଲା । ଏହିରି ବହୁ ଦିନ ଗଡ଼ିଗଲା । କାଠୁରିଆର ଅବସ୍ଥା ଆହୁରି ବଦଳି ଗଲା । ସେ ପୁଣି ମନେ ମନେ ଭାବିଲା "ସାଧୁ ତ ମୋତେ ଆଗେଇ ଯିବାକୁ କହିଛନ୍ତି, ପୁଣି ଆଗକୁ ଯାଇ ଦେଖେଁ, କ'ଣ ହେଉଛି ।" ତା'ପରେ ସେ ତମ୍ବା ଖଣି ପାର ହୋଇ କିଛି ଦୂର ଆଗକୁ ଯାଇଛି ତ ଦେଖିଲା, ଏକ ରୁପାର ଖଣି । ଆନନ୍ଦରେ କାଠୁରିଆ ଏକ ରୁପାର ଗଣ୍ଠିଲା ବାନ୍ଧି ଘରକୁ ଫେରି ଆସିଲା ।

ଦେଖୁ ଦେଖୁ କାଠୁରିଆ ବଡ଼ଲୋକ ହୋଇଗଲା । ସାଇ ପଡ଼ିଶାର ଲୋକେ କୁହା କୋହି ହେଲେ, "କାଠୁରିଆ ଦେବତାଙ୍କର ଧନ ଲାଭ କରିଛି ।" ରୁପାର ଖଣି ପାଇବା ପରେ କାଠୁରିଆର ମନେହେଲା, ସାଧୁଙ୍କର ଦୟାରୁ ତା'ର ବହୁତ କିଛି ହୋଇଛି । ଆହୁରି ଆଗକୁ ଯାଇ କିଛି ଲାଭ ନାହିଁ । ଯାହା ହୋଇଛି ବେଶ୍ ହୋଇଛି । କିନ୍ତୁ କିଛି ଦିନ ପରେ ପୁଣି ସାଧୁଙ୍କ କଥା ତା'ର ମନେ ପଡ଼ିଲା । ସେ କହିଲା, "ନା ମୁଁ ଏଠାରେ ଅଟକିବି ନାହିଁ, ପୁଣି ଆଗେଇ ଯିବି ।"

ଏହିରି ପ୍ରତିଦିନ ସେ କିଛି କିଛି ଆଗେଇଲା । ତା'ପରେ ସୁନା ଖଣି, ହୀରା ଖଣି ସନ୍ଧାନ ପାଇ, ବହୁତ କିଛି ଧନରତ୍ନ ସେ ଲାଭ କରି ପାରିଲା । ତାକୁ ଦେଖି ଲୋକେ ଈର୍ଷା କରିବାକୁ ଲାଗିଲେ । କିନ୍ତୁ ସାଧୁଙ୍କର ଉପଦେଶ ତା'ମନରେ ପ୍ରତିଧ୍ୱନି ପରି ସବୁବେଳେ ଜାଗି ଉଠୁଥିଲା-- ଆଗେଇ ଚାଲ ।

ଗୁରୁଙ୍କ ଗୁରୁ, ମହାଗୁରୁ

ଜଣେ ଗୁରୁ ଥିଲେ । ତାଙ୍କ ଶିଷ୍ୟର ଗୋଟିଏ କପଡ଼ା ଦୋକାନ ଥିଲା । ପୋଥି ବାନ୍ଧିବାପାଇଁ ଗୁରୁଙ୍କର ଖଣ୍ଡେ ଛିଟ କନା ଦରକାର ହେଲା । ଗୁରୁ ଶିଷ୍ୟ ପାଖକୁ ଯାଇ କନା ଖଣ୍ଡେ ମାଗିଲେ ।

ଶିଷ୍ୟ କହିଲା, "ଗୁରୁଦେବ, ଏଇ ତ ସେଦିନ କଟା ପାଟକନା ଖଣ୍ଡେ ପଡ଼ିଥିଲା । ଜଣେ ମାଗିଲା, ତାକୁ ଦେଇଦେଲି । ଏବେ ତ ଆଉ କନା ନାହିଁ । ଯାହା ହେଉ, ଏଥର ବଳକା କଟା କନା ଥିଲେ, ମୁଁ ରଖିଥିବି । ଆପଣ ମଝିରେ ମଝିରେ ଆସି ବୁଝି ଯାଉଥିବେ ।"

ଗୁରୁ ମଧ୍ୟ ସେଥିରେ ରାଜି ହୋଇ ଚାଲିଗଲେ । କିନ୍ତୁ ଶିଷ୍ୟର ସ୍ତ୍ରୀ ଥିଲା, ଗୁରୁଙ୍କର ପରମ ଭକ୍ତ । ସେ ଘର ଭିତରେ ରହି ସବୁ ଶୁଣୁ ଥିଲା । ଗୁରୁ ଚାଲିଯିବାର ଦେଖି ସେ ଲୋକ ପଠାଇ ତାଙ୍କୁ ଡକାଇ ଆଣିଲା । ପଚାରିଲା, "ଆପଣ କଣ ମାଗୁଥିଲେ କି ?"

ଗୁରୁ ସବୁ କଥା ଖୋଲି କହିଲେ ।

ଶିଷ୍ୟର ସ୍ତ୍ରୀ କହିଲା, "ଠିକ୍ ଅଛି । ଆପଣ ଯା'ନ୍ତୁ । ଆପଣଙ୍କୁ ଆସିବାକୁ ପଡ଼ିବ ନାହିଁ । କାଲି ଆପଣଙ୍କ ଘରେ ଛିଟ କନା ପହଞ୍ଚି ଯାଇଥିବ ।" ଗୁରୁ ଖୁସି ହୋଇ ଚାଲିଗଲେ ।

ରାତିରେ ଶିଷ୍ୟ ଦୋକାନ ବନ୍ଦ କରି ଘର ଭିତରକୁ ଆସିଲା ।

ସ୍ତ୍ରୀ କହିଲା । "ତୁମେ କଣ ଦୋକାନ ବନ୍ଦ କରି ଆସିଚ ?"

ଶିଷ୍ୟ କହିଲା, "ହଁ । କାହିଁକି, କଣ ହେଲା ?"

ସ୍ତ୍ରୀ କହିଲା, " ତା'ହେଲେ ତୁମେ ଏବେ ଫେରିଯାଇ ମୋ'ପାଇଁ ଦୋକାନ ଖୋଲି

ଦି'ଖଣ୍ଡ ଛିଟ କନା ନେଇ ଆସ ।"

Malunira Fula O Anyanya Galpa.pdf

ଶିଷ୍ୟ କହିଲା, "ରାତିରେ କଣ? ମୁଁ କାଲି ତୁମପାଇଁ ଦି'ଖଣ୍ଡ ଭଲ ଛିଟ କନା ନେଇ ଆସିବି ।"

ସ୍ତ୍ରୀ କହିଲା, "ତା'ହବନି । ଏବେ ସାଙ୍ଗେ ସାଙ୍ଗେ ଆଣ ।"

ସ୍ୱାମୀ କହିଲା, "କି ? କାଲି ଆଣିଲେ ହବନ- କାଲି ମୁଁ ଦି'ଖଣ୍ଡ ଭଲ ଛିଟ କନା ନେଇ ଆସିବି ।"

ସ୍ତ୍ରୀ କହିଲା, " ନା, ନା, ସେ କଥା ହବ ନାହିଁ । ଏବେ ମୋର ଛିଟ କନା ଦରକାର ।"

ସ୍ୱାମୀ ଦେଖିଲା, ଗୁରୁଙ୍କୁ ତ ବୁଝାଇଦେଲି, ସେ ବୁଝି ଚାଲିଗଲେ । ଇଆର କଥା ଭାଙ୍ଗିବା ସହଜ ନୁହେଁ । ଏ ଗୁରୁଙ୍କର ଗୁରୁ, ମହାଗୁରୁ । ସେ ସଙ୍ଗେ ସଙ୍ଗେ ଯାଇ ସେଇ ରାତିରେ ଦୋକାନ ଖୋଲି ଦି'ଖଣ୍ଡ ଛିଟ କନା ନେଇ ଆସିଲା ।

ସ୍ତ୍ରୀ ଗୁରୁଙ୍କ ପାଖକୁ ଛିଟ କନା ପଠାଇ ଦେଇ ଖବର ଦେଲା, "ଆପଣଙ୍କର ଯାହା ଦରକାର,

ଏଣିକି ମୋତେ କହିବେ ।"

ଜଟିଳର ଭାଇ ମଧୁସୂଦନ

ଜଣେ ବିଧବାର ଗୋଟିଏ ଛୋଟ ପୁଅ ଥିଲା । ତାର ନାମ ଜଟିଳ । ଜଟିଳ ଗାଁଠାରୁ ଦୂରରେ ଗୁରୁଙ୍କ ପାଠଶାଳାକୁ ପଢ଼ିବାକୁ ଯାଏ । ବିଧବା ବଡ଼ ଗରିବ ଥିଲା । ତାର ନିଜର ହୋଇ କେହି ନ ଥିଲେ । ଜଟିଳ ପାଟଶାଳାକୁ ଯିବାବେଳେ ଏକ ବଣ ଭିତର ଦେଇ ଯାଏ । ଛୋଟ ପିଲା, ବଣ ଭିତର ଦେଇ ଗଲାବେଳେ ତାକୁ ଭାରି ଡର ଲାଗେ । ଦିନେ ମା' ପାଖରେ କାନ୍ଦି କାନ୍ଦି ସେ କହିଲା, ""ଏକୁଟିଆ ପାଠଶାଳାକୁ ଯିବାକୁ ମୋତେ ଭୟ ଲାଗୁଛି । ମୋ ସାଙ୍ଗରେ ଜଣେ ଲୋକ ପଠା । ତା ନ ହେଲେ ପଢ଼ିବାକୁ ଯିବି ନାହିଁ ।

ଜଟିଳ କଥାରେ ମା ମନରେ ଦୁଃଖ ହେଲା । କହିଲା, "ମୁଁ ଲୋକ କେଉଁଠି ପାଇବିରେ ପୁଅ ! ବଣରେ ତୋର ଜଣେ ଭାଇ ଅଛି । ତାର ନାମ ମଧୁସୂଦନ । ଭୟ ହେଲେ ତାକୁ ଡାକିବୁ । ସେ ତୋ ସାଙ୍ଗରେ ଯିବ ।"

ମା' କଥା ଶୁଣି ଜଟିଳ ମନରେ ଆନନ୍ଦ ହେଲା । ପାଠଶାଳା ଯିବା ବାଟରେ ସେ ଦିନ ବଣ ଭିତରେ ସେ ଖୁବ୍ ପାଟିକରି ଡାକିଲା, "ମଧୁସୂଦନ ଭାଇ, ହେ ମଧୁସୂଦନ ଭାଇ, ଆସ, ମୋତେ ଭାରି ଡର ଲାଗୁଛି ।"

କେହି ଆସୁନାହିଁ, କେହି ଜବାବ ଦେଉନାହିଁ ଦେଖି ଜଟିଳ ଆହୁରି ବଡ଼ ପାଟିକରି ଡାକିବାକୁ ଲାଗିଲା । ତାର ବିଶ୍ୱାସ, ମଧୁସୂଦନ ଭାଇ ନିଶ୍ଚୟ ଆସିବେ ।

ଜଟିଳର ସରଳ ଭକ୍ତିରେ ଭଗବାନ ଆଉ ରହି ପାରିଲେ ନାହିଁ । ସେ ଗୋଟିଏ ଛୋଟ ବାଳକ ରୂ ଧରି ହସି ହସି ଜଟିଳ ପାଖରେ ପହଞ୍ଚି କହିଲେ, "ଆରେ ଭାଇ, ମୁଁ ଆସୁଛି ଯେ ।" ଜଟିଳର କି ଆନନ୍ଦ! ପ୍ରତିଦିନ ମଧୁସୂଦନ ଭାଇ ପାଠଶାଳା ଯାଏଁ ଆସେ ଏବଂ ଫେରିବାବେଳେ ଘର ଯାଏଁ ତାକୁ ବାଟେଇ ଦେଇ ଯାଏ । ଦୁଇ ଜଣଙ୍କ ଭିତରେ କେତେ କଥାଭାଷା, କେତେ ଖେଳ, କେତେ ଆନନ୍ଦ । ଏହିପରି ଦିନ ଚାଲିଯାଏ ।

ତା' ପରେ ଦିନେ ଗୁରୁଙ୍କର ମା' ମରିଗଲେ । ଗୁରୁ ମା'ଙ୍କର ଶ୍ରାଦ୍ଧ କରିବେ । ଛାତ୍ରମାନେ ନିଜର ଶକ୍ତି ଅନୁଯାୟୀ, ଯାହା ପାରନ୍ତି ଗୁରୁଙ୍କୁ ଦେଉଛନ୍ତି । କିଏ ଚାଉଳ ଦେଉଛି, କିଏ ଦୁଧ ଦେଉଛି, କିଏ ଦେଉଛି ଖଲି ପତ୍ର, ଏହିପରି ସମସ୍ତେ ଦେଉଛନ୍ତି । ଗୁରୁ ଜଟିଳକୁ ଡାକି ପଚାରିଲେ, "ଜଟ, ତୁ କ'ଣ ଦେବୁରେ?"

ଜଟିଳ କହିଲା, "ଆଜ୍ଞା, ମା'କୁ ପଚାରି କହିବି ।"

ପାଠଶାଳାରୁ ଫେରି ଜଟିଳ ମା'କୁ ସବୁ କଥା କହିଲା । ଶୁଣି ମା କହିଲା, "ବାପା ଗୁରୁଙ୍କୁ ଦେବାପାଇଁ ଆମର କିଛି ନାହିଁ । ଆମେ ଅତି ଗରିବ । ତୁ ତୋର ମଧୁସୂଦନ ଭାଇକୁ ଏ କଥା କହ ।"

ଜଟିଳ ଖୁବ୍ ବୁଝିବା ସୁଝିବା ପିଲା ଥିଲା । ମା'ର ଦୁଃଖ ସେ ଜାଣିପାରେ । ପରଦିନ ପାଠଶାଳାକୁ ଯିବା ବାଟରେ ମଧୁସୂଦନ ଭାଇକୁ ଗୁରୁଙ୍କ କଥା କହିଲା । ମଧୁସୂଦନ ଭାଇ କହିଲେ, ""କେବେ ଗୁରୁମା'ଙ୍କର ଶ୍ରାଦ୍ଧ ?

ଜଟିଳ କହିଲା ""କାଲି ।

""ଆଚ୍ଛା, ଗୁରୁଙ୍କୁ କହିଦେବୁ, ଶ୍ରାଦ୍ଧରେ ଯେତେ ଦହି ଦରକାର, ସବୁ ତୁ ଦେବୁ, ମଧୁସୂଦନ ଭାଇ କହିଲେ ।

ପାଠଶାଳାକୁ ଯିବାପରେ ଗୁରୁ ପଚାରିଲେ, ""ଜଟ, କ'ଣ ଦେଉଚୁ ? ତୋର ମା' କ'ଣ କହିଲା ।

ଜଟିଳ ଉତ୍ତର ଦେଲା, ""ଆଜ୍ଞା, ଶ୍ରାଦ୍ଧରେ ଯେତେ ଦହି ଲାଗିବ, ସବୁ ମୁଁ ଦେବି ।

ଗୁରୁ କହିଲେ, ""ଜଟ ପରି ଭଲପିଲା ଆଉ କେହି ନାହିଁ । ତେବେ ବାପା, ଗୋଟାଏ କଥା ଶୁଣ୍ । ଯେପରି ଡେରି ହେବ ନାହିଁ । କାଲି ଶ୍ରାଦ୍ଧଟିକି ?

""ଆଜ୍ଞା, କାଲି ସକାଳେ ଦେଇଯିବି ।

ଜଟିଳ କହିଲା, ""ଶ୍ରାଦ୍ଧଦିନ ସବୁ ପିଲା ମିଶି ଗୁରୁଙ୍କୁ ସାହାଯ୍ୟ କରୁଛନ୍ତି, ଜଟିଳର ଦେଖା ନାହିଁ । ଗୁରୁ ଭାରି ଚିନ୍ତିତ ହୋଇପଡ଼ିଛନ୍ତି । ଦହି ନ ଆସିଲେ ସବୁ ପଣ୍ଡ ହୋଇଯିବ । ନା, ଗୋଟାଏ ପିଲା କଥାରେ ବିଶ୍ୱାସ କରିବା ଠିକ୍ ହୋଇ ନାହିଁ ।

ଜଟିଳ ସେହି ସମୟରେ ଦହି ନେଇ ଆସିଲା । ତାକୁ ଆସିବାର ଦେଖି ଜଣେ ପିଲା ଗୁରୁଙ୍କୁ ଡାକି କହିଲା, ""ଗୁରୁ, ଏଇ ଯେ ଜଟିଳ ଆସୁଛି ଏବଂ ଏକ ମସ୍ତବଡ଼ ଦହି ହାଣ୍ଡି ନେଇ ଆସୁଛି !

ଜଟିଳ ହାତରେ ଛୋଟ ଆଟିକାଟିଏ ଦେଖି ଗୁରୁ ରାଗରେ ଲାଲ ପଡ଼ିଗଲେ । କହିଲେ ""ଶ୍ରାଦ୍ଧରେ ସବୁ ଦହି ତୁ ଦେବୁ ନା ? ଆଉ ଦହି କୁଆଡେ଼ ଗଲା !

""ଆଜ୍ଞା, ମୁଁ ଛୋଟ କିନା, ବେଶୀ ଦହି ଆଣି ପାରି ନ ଥାନ୍ତି । ସେଥିାଇଁ ମଧୁସୂଦନ ଭାଇ ମୋତେ ଏ ଛୋଟ ଦହି ଆଟିକାଟି ଦେଇଛନ୍ତି, ଏଥିରେ ସମସ୍ତଙ୍କର ହୋଇଯିବ ଯେ ।

ଜଟିଳର ଏ କଥା ଶୁଣି ଗୁରୁ ଆହୁରି ରାଗିଗଲେ । ଜୋର୍‌ରେ ଜଟିଳ ହାତରୁ ଆଟିକାଟିକୁ ଟାଣିନେଇ ଗୋଟିଏ ପିଲା ହାତରେ ଦେଇ କହିଲେ, ""ଯାଅ, ଏ ଦହିକୁ ଆଉ ଗୋଟିଏ ପାତ୍ରରେ ରଖି ଆଟିକାଟାକୁ ହତଭାଗାକୁ ଫେରାଇଦିଅ ।

""ମୋର ମା' ଶ୍ରାଦ୍ଧ ତୁ ପଣ୍ଡ କରିଛୁ ବୋଲି କହି ଗୁରୁ ଜଟିଳକୁ ମାରିବାକୁ ଲାଗିଲେ । ଜଟିଳ ମାଡ଼ରେ ମୂର୍ଚ୍ଛା ହୋଇପଡ଼ିଲା । ଏହି ସମୟରେ ଆହୁରି ଏକ ଘଟଣା ଘଟିଲା । ଯେଉଁ ପିଲାଟି ଦହି ରଖିବାକୁ ଯାଇଥିଲା, ସେ ଆସି କହିଲା, ""ବଡ଼ ଆଶ୍ଚର୍ଯ୍ୟର କଥା, ଗୁରୁଦେବ, ଯେତେ ଦହି କାଢ଼ିଲେ ବି ଆଟିକାର ଦହି ସରୁ ନାହିଁ ।

""କିରେ, କ'ଣ କହୁଚୁ, ଗୁରୁ ଆଶ୍ଚର୍ଯ୍ୟ ହୋଇ ପଚାରିଲେ ।

Malunira Fula O Anyanya Galpa.pdf

"ହଁ, ଗୁରୁଦେବ, ଆଟିକାରୁ ଯେତେ ଦହି ଢାଳୁଛି, ଆଟିକା ସେହିପରି ପୂରି ରହିଛି ।"

"ତା'ହେଲେ ଜଟିଳ ଠିକ୍ କଥା କହୁଥିଲା, ଆହା, ପିଲାଟିକୁ କି କଷ୍ଟ ଦେଲି । ଆରେ କିଏ କେଉଁଠି ଅଛ, ତା ମୁହଁରେ ପାଣି ଛିଞ୍ଚି ଦିଅ । ପଙ୍ଖାରେ ବିଞ୍ଚିଦିଅ ।" ସମସ୍ତେ ମିଶି ଜଟିଳର ମୁହଁରେ, ଆଖିରେ ପାଣି ଛିଞ୍ଚିଲେ । ଦୁଇ ଜଣ ତାକୁ ପଙ୍ଖାରେ ବିଞ୍ଚିବାକୁ ଲାଗିଲେ । କିଛି ସମୟ ପରେ ଜଟିଳ ଆଖି ଖୋଲିଲା ।

ଗୁରୁ ଆଦରରେ ତାକୁ କୋଳ କରି କେତେ ବାପ ଧନ କହି ପଚାରିଲେ, ""ଆଚ୍ଛା, ଜଟ, ଏ ଦହି ତୁ କେଉଁଠାରୁ ପାଇଲୁ ?

""ମୋର ମଧୁସୂଦନ ଭାଇଙ୍କଠାରୁ ।

""ତୋର ମଧୁସୂଦନ ଭାଇ ? ସେ କେଉଁଠି ଥା'ନ୍ତି ?

""ଆଜ୍ଞା, ସେହି ବଣରେ ଥା'ନ୍ତି ।

""ଆଚ୍ଛା, ତୋର ମଧୁସୂଦନ ଭାଇଙ୍କ ସହିତ ଥରେ ମୋର ଦେଖା କରାଇ ପାରିବୁ ?

""କାହିଁକି ପାରିବି ନାହିଁ ? ଆସନ୍ତୁ ମୋ ସାଙ୍ଗରେ ।

ଛାତ୍ରମାନଙ୍କ ସଙ୍ଗେ ଗୁରୁ ଜଟିଳର ପଛେ ପଛେ ଚାଲିଲେ । ବଣକୁ ଯାଇ ଜଟିଳ ବଡ଼ ପାଟିରେ ମଧୁସୂଦନ ଭାଇ ବୋଲି ଡାକିବାକୁ ଲାଗିଲା । କିନ୍ତୁ ଆଜି ମଧୁସୂଦନ ଭାଇଙ୍କର ଦେଖା ନାହିଁ । ଜଟିଳର ମହାଚିନ୍ତା ହେଲା । କାନ୍ଦି କାନ୍ଦି ପୁଣି ସେ ଡାକିବାକୁ ଲାଗିଲା । ସେତେବେଳେ ଯାଇ ଦୂରରୁ ମଧୁସୂଦନ ଭାଇଙ୍କର କଥା ଶୁଣାଗଲା, ""ଜଟିଳ, ଆଜି ମୁଁ ଆସି ପାରିବି ନାହିଁ, ତୁ ସରଳ ବିଶ୍ୱାସରେ ମୋତେ ପାଇଥିଲୁ । ତୋର ଗୁରୁଙ୍କର ଓ ଅନ୍ୟମାନଙ୍କର ସେ ବିଶ୍ୱାସ ନାହିଁ । ତେଣୁ ସେମାନେ ମୋତେ ଦେଖିପାରିବେ ନାହିଁ । ସେମାନେ ଚାଲିଗଲେ ମୁଁ ତୋ' ପାଖକୁ ଚାଲି ଆସିବି ଯେ !

ଈଶ୍ୱର-ପ୍ରେମ

ଈଶ୍ୱରଙ୍କୁ ଯେ ପ୍ରକୃତରେ ପ୍ରେମକରେ, ସେ ତାଙ୍କଠାରୁ କିଛି ହେଲେ ଚାହେଁ ନାହିଁ । ସେ କେବଳ ନିର୍ମଳ ପ୍ରେମପାଇଁ ପ୍ରାର୍ଥନା କରେ । ସେ କୌଣସି କ୍ଷମତା ବା ଅଲୌକିକ ଶକ୍ତି ଆଶା କରେ ନାହିଁ ।

ଅଲୌକିକ ଶକ୍ତି ହାସଲ କରିଥିବା ଜଣେ ବ୍ୟକ୍ତି ସମୁଦ୍ର କୂଳରେ ବସିଥିଲା । ଏହି ସମୟରେ ଗୋଟିଏ ଝଡ଼ ଆସିଲା । ପବନଟା ତାକୁ ଅସ୍ୱସ୍ତିକର ବୋଧହେବାରୁ ସେ କହିଲା, ""ଝଡ଼ ବନ୍ଦ ହୋଇଯାଉ । ତା'ର କଥା ଅପୂର୍ଣ୍ଣ ରହିଲା ନାହିଁ । ସେହି ସମୟରେ ସମୁଦ୍ରରେ ଗୋଟିଏ ଜାହାଜ ଯାଉଥିଲା । ହଠାତ୍ ପବନ ବନ୍ଦ ହୋଇଯିବାରୁ ଜାହାଜଟି ଓଲଟିଯାଇ ବୁଡ଼ିଗଲା । ଯାତ୍ରୀମାନେ ପ୍ରାଣ ହରାଇଲେ ଏବଂ ସେମାନଙ୍କର ମୃତ୍ୟୁର କାରଣ ହୋଇଥିବା ଏହି ଲୋକଠାରେ ପାପ ଲାଗିଲା । ଏହି ପାପ ଯୋଗୁଁ ସେ ତା'ର ଅଲୌକିକ ଶକ୍ତି ହରାଇବସିଲା ଏବଂ ନରକଗାମୀ ହେଲା ।

ଏକଦା ଜଣେ ସାଧୁ ଏହିପରି ଅଦ୍ଭୁତ ଶକ୍ତି ଲାଭ କରିଥିଲେ । ଏଥିପାଇଁ ସେ ଭାରି ଗର୍ବ ଅନୁଭବ କରୁଥିଲେ । କିନ୍ତୁ ସେ ଜଣେ ଉତ୍ତମ ଲୋକ ଥିଲେ ଏବଂ କଠୋର ସାଧନା ମଧ୍ୟ

କରୁଥିଲେ ।

Malunira Fula O Anyanya Galpa.pdf

ଦିନେ ଭଗବାନ ଜଣେ ସନ୍ନ୍ୟାସୀର ଛଦ୍ମବେଶରେ ତାଙ୍କ ପାଖକୁ ଆସି କହିଲେ, ""ମହାଭାଗ, ମୁଁ ଶୁଣିଛି ଯେ, ଆପଣ ଅସାଧାରଣ ଶକ୍ତି ହାସଲ କରିଛନ୍ତି !

ସାଧୁଜଣକ ଛଦ୍ମବେଶରେ ଥିବା ଭଗବାନଙ୍କୁ ଆଦର ଅଭ୍ୟର୍ଥନା କଲେ ଏବଂ ବସିବାକୁ ଆସନ ଦେଲେ ।

ଠିକ୍ ଏହି ସମୟରେ ଗୋଟିଏ ହାତୀ ସେହି ବାଟରେ ଚାଲିଗଲା । ଭଗବାନ, ଯେ କି ସନ୍ନ୍ୟାସୀ ବେଶରେ ଥିଲେ, ସେ ସାଧୁଙ୍କୁ କହିଲେ, ""ମହାରାଜ, ଆପଣ ଯଦି ଇଚ୍ଛା କରନ୍ତି, ଏ ହାତୀଟିକୁ ମାରିଦେଇ ପାରିବେ ?

ସାଧୁ କହିଲେ, ""ହଁ, ଏହା ସମ୍ଭବ ।

ଏହା କହି ସେ ମୁଠାଏ ଧୂଳି ନେଲେ । କିଛି ମନ୍ତ୍ର ଉଚ୍ଚାରଣ କଲେ ଏବଂ ସେ ଧୂଳିକୁ ହାତୀ ଉପରକୁ ପକାଇ ଦେଲେ । ନିରୀହ ପ୍ରାଣୀଟି କିଛି ସମୟ ଯନ୍ତ୍ରଣାରେ ଛଟପଟ ହୋଇ ତା'ପରେ ପଡ଼ି ମରିଗଲା । ଭଗବାନ୍ କହିଲେ; ""ଆପଣଙ୍କର କି ଶକ୍ତି ! ଆପଣ ହାତୀଟିକୁ ମାରି ଦେଲେ ।

ସାଧୁ ହସିଲେ ।

ପୁଣି ଭଗବାନ କହିଲେ, ""ବର୍ତ୍ତମାନ ଆପଣ ଆଉଥରେ ସେ ହାତୀକୁ ଜୀବଦାନ ଦେଇପାରିବେ ?

""ତା'ବି ସମ୍ଭବ, ସାଧୁ ଉତ୍ତରଦେଲେ ।

ସେ ପୁଣି ମୁଠାଏ ମନ୍ତ୍ର-ଧୂଳି ହାତୀ ଉପରକୁ ପକାଇଦେଲେ । ପ୍ରାଣୀଟି ଅଳ୍ପ ସମୟ ଏପାଖ ସେପାଖ ହେଲା ଏବଂ ବଞ୍ଚି ଉଠିଲା ।

ତା'ପରେ ଭଗବାନ କହିଲେ, ""ଆପଣଙ୍କର ଶକ୍ତି ଅତି ଅଦ୍ଭୁତ । କିନ୍ତୁ ଗୋଟିଏ କଥା ମୁଁ ପଚାରି ପାରେ କି ? ଆପଣ ହାତୀକୁ ମାରି ପୁଣି ବଞ୍ଚାଇ ଦେଇଛନ୍ତି । ହେଲେ ଏଥିରେ ଆପଣଙ୍କର କ'ଣ ଲାଭ ହେଲା ? ଏହା ଫଳରେ ଆପଣ ନିଜକୁ ଉଚ୍ଚ ବୋଲି ଅନୁଭବ କରୁଛନ୍ତି କି ? ଈଶ୍ୱରଙ୍କୁ ଜାଣିବାପାଇଁ ଏହା ଆପଣଙ୍କୁ ସକ୍ଷମ କରିଛି କି ? ଏତିକି କହି ଭଗବାନ ଅନ୍ତର୍ଦ୍ଧାନ ହୋଇଗଲେ ।

ଧର୍ମର ମାର୍ଗ ଅତି ସୂକ୍ଷ୍ମ । କାମନା, ବାସନାର ସାମାନ୍ୟତମ ଚିହ୍ନ ଯଦି ଥାଏ, କେହି ଈଶ୍ୱରଙ୍କୁ ଚିହ୍ନି ପାରିବ ନାହିଁ । ଯଦି ସୂତାର ଅତି ସୂକ୍ଷ୍ମ ତନ୍ତୁ ମଧ୍ୟ ପଦାକୁ ବାହାରି ଥାଏ, ତେବେ ତାହା ଛୁଞ୍ଚିର କଣାରେ ପଶିବ ନାହିଁ ।

ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଥିଲେ, ""ସଖା, ଯଦି ତୁମେ ମୋତେ ଲାଭ କରିବାକୁ ଚାହଁ, ତେବେ ଆଠଟି ଅଲୌକିକ ଶକ୍ତି ମଧ୍ୟରୁ ତୁମର ଗୋଟିଏ ହେଲେ ଯଦି ଥାଏ; ତୁମେ କୃତକାର୍ଯ୍ୟ ହୋଇପାରିବ ନାହିଁ । ଏହା ହେଉଛି ସତ୍ୟ ।

ଅଦ୍ଭୁତ ଶକ୍ତି ମନରେ ନିଶ୍ଚୟ ଗର୍ବ ଆଣିବ ଏବଂ ଏହି ଗର୍ବ ବଳରେ ମଣିଷ ଈଶ୍ୱରଙ୍କୁ ଭୁଲିଯିବ ।

ଅହଂଭାବସଂପନ୍ନ ବ୍ୟକ୍ତି କେବେହେଲେ ଈଶ୍ୱରଙ୍କୁ ଲାଭ କରିାରିବ ନାହିଁ । ଅହଂଭାବ ଗୋଟିଏ ଖୁବ୍ ଉଚ୍ଚ ହୁଙ୍କାପରି, ଯେଉଁଠାରେ ବର୍ଷାପାଣି ଜମି ରହିାରିବ ନାହିଁ । ତଳକୁ ଗଡ଼ିଯିବ । ତେଣୁ ସେଠାରେ କିଛି ଫସଲ ହୋଇପାରିବ ନାହିଁ । ନିମ୍ନ ଭୂମିରେ ଜଳ ଜମେ । ସେହିଠାରେ ହିଁ ବୀଜ ଅଙ୍କୁରିତ ହୁଏ ଏବଂ ବୃକ୍ଷରେ ପରିଣତ ହୁଏ । ତା'ପରେ ବୃକ୍ଷ ଫଳ ଧାରଣକରେ ।

ତାଙ୍କର ଶରଣ ନିଅ

ଗୀତାରେ ଭଗବାନ କହିଥିଲେ, ""ହେ ଅର୍ଜୁନ, ତୁମେ ମୋର ଶରଣ ନିଅ; ତୁମକୁ ସମସ୍ତ ପ୍ରକାର ପାପରୁ ମୁଁ ମୁକ୍ତ କରିବି । ଭଗବାନଙ୍କ ଶରଣାଗତ ହେବା ଶ୍ରେଷ୍ଠ ପନ୍ଥା । ତାଙ୍କର ଶରଣ ନିଅ; ସେ ସଦ୍‌ବୁଦ୍ଧି ଦେବେ; ତୁମର ସମସ୍ତ ଭାର ନେବେ । ତା'ହେଲେ ସବୁ ପ୍ରକାର ବିକାର ଦୂର ହୋଇଯିବ ।

ଏ ବୁଦ୍ଧି ଦ୍ୱାରା କ'ଣ ଈଶ୍ୱରଙ୍କୁ ବୁଝି ହେବ ? ସେରିକିଆ ଘଡ଼ିରେ କ'ଣ ଚାରି ସେର ଦୁଧ

Malunira Fula O Anyanya Galpa.pdf

ରହିପାରିବ ? ସେ ବୁଝିବାକୁ ନ ଦେଲେ କିଛି ବୁଝି ହେବ ନାହିଁ । ସେଥିପାଇଁ କହୁଚି, ତାଙ୍କର ଶରଣାଗତ ହୁଅ । ତାଙ୍କର ଯାହା ଇଚ୍ଛା ସେ କରନ୍ତୁ । ସେ ଇଚ୍ଛାମୟ ।

କର୍ମର ପ୍ରୟୋଜନ ଅଛି । ସାଧନାର ପ୍ରୟୋଜନ ଅଛି । କିନ୍ତୁ ତାଙ୍କ ପାଖରେ ନିଜକୁ ସମର୍ପଣ କରିଦେଲେ କର୍ମ ଠିକ୍ ଚାଲିବ । ସାଧନା ଠିକ୍ ଚାଲିବ । ଦୁଇ ପ୍ରକାର ସାଧକ ଅଛନ୍ତି । ଜଣଙ୍କର ବାନର ଶିଶୁର ସ୍ୱଭାବ । ଅନ୍ୟ ଜଣଙ୍କର ବିରାଡ଼ି ଛୁଆର ସ୍ୱଭାବ । ମାଙ୍କଡ଼ ଛୁଆ ମା'କୁ କୁଣ୍ଢାଇ ଧରେ । ସେପରି କେତେକ ସାଧକ ଅଛନ୍ତି ନିଜେ ଚେଷ୍ଟା କରି ଏତିକି ଜପ, ଏତିକି ଧ୍ୟାନ, ଏତିକି ତପସ୍ୟା କରିବାକୁ ହେବ, ତାହା ଠିକ୍ କରି ଭଗବାନଙ୍କୁ ଧରିବାକୁ ଯା'ନ୍ତି ।

ଆଉ ବିରାଡ଼ି ଛୁଆ ନିଜେ ମା'କୁ ଧରିପାରେ ନାହିଁ । ସେ ମିଉଁ ମିଉଁ କରି ଡାକେ । ମା' କେତେବେଳେ ଖଟତଳେ, କେତେବେଳେ ଚାଳ ଉପରେ, କେତେବେଳେ କାଠ ସନ୍ଧିରେ ଛୁଆକୁ ନେଇ ରଖେ । ଛୁଆ ମା'କୁ ଧରେ ନାହିଁ । ସେହିରି କେତେକ ସାଧକ ଅଛନ୍ତି, ଯେଉଁମାନେ ମନ ପ୍ରାଣ ଦେଇ ଭଗବାନଙ୍କୁ ଭାବନ୍ତି । ବ୍ୟାକୁଳ ହୋଇ କାନ୍ଦନ୍ତି । ତାଙ୍କର କାନ୍ଦଣା ଶୁଣି ସେ ଆଉ ରହିାରନ୍ତି ନାହିଁ । ମା'ର ହାତ ଧରି ଯେଉଁ ଛୁଆ ଚାଲେ, ବେଳେ ବେଳେ ରାସ୍ତାରେ ତା'ର ହାତ

ଖସିଯାଇପାରେ । ମାତ୍ର ମା' ଛୁଆର ହାତ ଧରି ଥିଲେ, ଆଉ ହାତ ଖସିବାର ଭୟ ନାହିଁ ।

ସାତଘଡ଼ା ଟଙ୍କାର କଥା

ଥରେ ଜଣେ ନାପିତ ବାଟରେ ଯାଉ ଯାଉ ଶୁଣିଲା, କିଏ ଯେପରି ତାକୁ କହୁଚି, "ସାତଘଡ଼ା ଟଙ୍କା ନବୁ?" ସେ ଆଶ୍ଚର୍ଯ୍ୟ ହୋଇ ଚାରି ଆଡ଼କୁ ଚାହିଲା, କାହାରିକି ଦେଖିଲା ନାହିଁ । ପୁଣି ଯିବାକୁ ବସିଚି, ଶୁଣିଲା, "ସାତଘଡ଼ା ଟଙ୍କା ନବୁ" । ଏଥର ସେ ଲୋଭ ସମ୍ଭାଳି ନ ପାରି କହିଲା, "ହଁ ନେବି ।" ପୁଣି ତାକୁ ଅଶରୀରୀ ଶବ୍ଦ ଶୁଣାଗଲା, "ଠିକ ଅଛି, ତୋ ଘରେ ଯାଇ ମୁଁ ଦେଇ ଆସୁଛି । ଦେଖିବୁ ଯା । ନାପିତ ତା'ଘରକୁ ଯାଇ ଦେଖିଲା, ସତକୁ ସତ ଟଙ୍କା ଆସି ପହଞ୍ଚି ଯାଇଚି । ମାତ୍ର ସାତଟି ଘଡ଼ାରୁ ଛ'ଟି ଘଡ଼ା ମୋହରରେ ଭରା । ଗୋଟିଏ ଘଡ଼ା ଖାଲି ଅଛି । ବର୍ତ୍ତମାନ ଖାଲି ଘଡ଼ାଟି ପୂର୍ଣ୍ଣ କରିବାପାଇଁ ତା' ମନରେ ପ୍ରବଳ ଇଚ୍ଛା ହେଲା । ନିଜ ଘରେ ଯାହା କିଛି ଟଙ୍କାପଇସା, ସୁନାରୁପା ଥିଲା, ତାକୁ ସେଥିରେ ପକାଇଲା । ମାତ୍ର ଘଡ଼ା ପୂରିଲା ନାହିଁ । ସେ ନିଜର ଘର ଖର୍ଚ୍ଚ କମାଇ ଯାହା କିଛି ପାଇଲା, ଘଡ଼ାରେ ପୂରାଇଲା । କିନ୍ତୁ ଘଡ଼ା ପୂରିବାର ପ୍ରଶ୍ନ ନାହିଁ ।

ଶେଷରେ ରାଜାଙ୍କ ପାଖକୁ ଯାଇ କାକୁତି ମିନତି ହୋଇ କହିଲା, ସେ ଯେତିକି ଟଙ୍କା ପାଉଚି, ସେଥିରେ ତା'ର ଘର ଚଳୁ ନାହିଁ । ରାଜା ତା'ର ଦରମା ବଢ଼ାଇଦେଲେ । କିନ୍ତୁ ନାପିତ

Malunira Fula O Anyanya Galpa.pdf

ଯେତେ ଅଧିକ ଟଙ୍କା ପକାଇଲେ ମଧ ଘଡ଼ା ସେହିରି ଅପୂର୍ଣ୍ଣ ରହିଲା । ସେ ଲୋକଙ୍କ ପାଖକୁ

ଯାଇ ମାଗି ଯାଚି, ଋଣ କରି ଯାହା ପାଇଲା, ଘଡ଼ାରେ ପକାଇବାକୁ ଲାଗିଲା । ମାତ୍ର ତା'ର ଯେଉଁ ଦଶାକୁ ସେଇ ଦଶା । ତାକୁ ଅତିଶୟ ବିବ୍ରତ ଓ ଚିନ୍ତିତ ଥିବାର ଦେଖି ରାଜା ଦିନେ ପଚାରିଲେ, ""ଆଗେ ତୁ କମ୍ ଦରମା ପାଉଥିଲୁ । ମାତ୍ର ବେଶ୍ ଖୁସି ବାସିରେ ଚଳୁଥିଲୁ । ଏବେ ତୁ ଦି'ଗୁଣ ଦରମା ପାଇଲୁ, ସେଥିରେ କଣ ତୁ ଚଳିପାରୁନାହୁଁ ? ତୋର କଣ ହୋଇଚି ? ସେଇ ସାତ ଘଡ଼ା ମୋହର ପାଇଚୁ କିରେ ?

ନାପିତ ଥତ ମତ ହୋଇ କହିଲା, ""ଆଜ୍ଞା, ଆପଣଙ୍କୁ କିଏ କହିଲା ?

ରାଜା କହିଲେ, ""ଆରେ ସେ ଯକ୍ଷର ଧନ । ତାକୁ ନେଲେ କେହି କିଛି ଖର୍ଚ୍ଚ କରି ପାରେନି । ଖାଲି ଜମା କରିବାକୁ ହୁଏ । ସେ ଯକ୍ଷଟା ମୋ' ପାଖକୁ ଆସିଥିଲା । ମୋତେ କହିଲା, ""ସାତଘଡ଼ା ଧନ ନେବ ? ମୁଁ କହିଲି, ""ଜମାର ଟଙ୍କା ନା ଖର୍ଚ୍ଚ ଟଙ୍କା ? ଯକ୍ଷଟା ଆଉ କିଛି ନ କହି ସଙ୍ଗେ ସଙ୍ଗେ ପଳାଇଗଲା । ଏବେ ଯା ସାଙ୍ଗେ ସାଙ୍ଗେ ଘଡ଼ିତକ ଫେରାଇ ଦେ । ନ ହେଲେ ଶାନ୍ତିରେ ରହିପାରିବୁ ନାହିଁ ।

ନାପିତ ସଙ୍ଗେ ସଙ୍ଗେ ସେଇ ଜାଗାକୁ ଯାଇ କହିଲା, ""ତୋର ଟଙ୍କା ତୁ ନେଇ ଯା, ମୋର ଦରକାର ନାଇଁ । ଯକ୍ଷ କହିଲା "ଆଚ୍ଛା !' ନିଜ ଘରକୁ ଫେରି ଆସି ନାପିତ ଦେଖିଲା, ଯକ୍ଷ ଘଡ଼ାଗୁଡ଼ାକ ନେଇଯାଇଚି । ଯେଉଁ ଘଡ଼ାରେ ସେ ନିଜେ ଟଙ୍କା ସୁନା ପୂରାଇଥିଲା, ସେ ଘଡ଼ାଟା ବି ନାହିଁ ।

ବ୍ରାହ୍ମଣ ଓ ଇନ୍ଦ୍ର

ଜଣେ ବ୍ରାହ୍ମଣ ଏକ ସୁନ୍ଦର ବଗିଚା କରିଥିଲେ । ଦିନ ରାତି ପରିଶ୍ରମ କରି ଅନେକ ଗୁଡ଼ିଏ ଫୁଲ ଫଳ ଗଛ ଲଗାଇଥିଲେ । ଦିନେ ଗୋଟାଏ ଗୋରୁ ପଶିଯାଇ ବ୍ରାହ୍ମଣ ବହୁ ଯତ୍ନରେ ବଢ଼ାଇଥିବା କେତୋଟି ଗଛକୁ ଖାଇଦେଲା । ବ୍ରାହ୍ମଣ ରାଗରେ ଅନ୍ଧ ହୋଇ ଗୋରୁଟାକୁ ମାରିବାକୁ ଲାଗିଲେ ଏବଂ ମାରୁ ମାରୁ ମାରିଦେଲେ । ସମସ୍ତେ ଗୋହତ୍ୟାପାଇଁ ବ୍ରାହ୍ମଣକୁ ଦୋଷ ଦେବାକୁ ଲାଗିଲେ । ବ୍ରାହ୍ମଣ କିନ୍ତୁ ନିଜ ଦୋଷ ମାନିଲେ ନାହିଁ । ସେ କହିଲେ, ""ମୋର ଦୋଷ କଣ ? ମୁଁ ଗୋ ହତ୍ୟା କରି ନାହିଁ । ମୋର ହାତ ମାରିଚି ଏବଂ ହାତର ଦେବତା ଇନ୍ଦ୍ର ହିଁ ଏହି କାର୍ଯ୍ୟ କରିଛନ୍ତି । ତେଣୁ ଗୋ-ହତ୍ୟା ପାପ ଇନ୍ଦ୍ରଙ୍କୁ ଲାଗିବ, ମୋତେ ନୁହେଁ ।

ଇନ୍ଦ୍ର ଦେଖିଲେ, ମହାବିପଦ । ସେ ବ୍ରାହ୍ମଣ ବେଶଧରି ସେହି ବଗିଚାରେ ପହଞ୍ଚିଲେ । ବ୍ରାହ୍ମଣଙ୍କୁ ଦେଖି କହିଲେ, ""ମହାଶୟ, ଏ ବଗିଚାଟି କାହାର ?

ବ୍ରାହ୍ମଣ ଉତ୍ତର ଦେଲେ, "ଆଜ୍ଞା ମୋର' । ଇନ୍ଦ୍ର କହିଲେ, ""ବଗିଚାଟି ବେଶ ସୁନ୍ଦର ହୋଇଚି । ଆପଣଙ୍କ ମାଳୀଟି ବି ଖୁବ୍ ଭଲ । ବହୁ ଯତ୍ନ ନେଇ ଏ ବଗିଚାଟିକୁ କରିଚି । ସୁନ୍ଦର

ଭାବରେ ସଜାଇ ଗଛଗୁଡ଼ିକ ପୋତିଛି । ବ୍ରାହ୍ମଣ କହିଲେ ""ଆଜ୍ଞା ମାଳୀ କେହି ନାହିଁ । ମୁଁ ନିଜେ

Malunira Fula O Anyanya Galpa.pdf

ହାତରେ ପରିଶ୍ରମ କରି ଏ ଗଛଗୁଡ଼ିକୁ ଠିଆ କରେଇଚି ।" ଇନ୍ଦ୍ର କହିଲେ, " ବଗିଚା ଭିତର ରାସ୍ତାଟି ବି ଖୁବ୍ ସୁନ୍ଦର ହୋଇଚି । ଏ ରାସ୍ତାଟିକୁ କିଏ କରିଚି ?" ବ୍ରାହ୍ମଣ କହିଲେ, "ଆଜ୍ଞା, ଏ ସବୁ ମୁଁ ହିଁ କରିଚି ।" ବ୍ରାହ୍ମଣ ବେଶଧାରୀ ଇନ୍ଦ୍ର କହିଲେ, "ବେଶ୍ ବେଶ୍, ସବୁ ଆପଣ କରିଛନ୍ତି । କେବଳ ଗୋରୁଟା ମାରିବାବେଳେ ଇନ୍ଦ୍ର ଆସିଯାଇଥିଲେ !"

ଲୋକେ ନିଜର ଦୋଷକୁ ନ ଦେଖି ତାହା ଅନ୍ୟ ଉପରେ ଲଦି ଦେବାକୁ ବସନ୍ତି ।

ଦି ଭଉଣୀଙ୍କ ନାଚ

ଜଣେ ସ୍ତ୍ରୀ ଲୋକ ନିଜର ଭଉଣୀ ସାଙ୍ଗରେ ଦେଖା କରିବାକୁ ଗଲା । ସେତେବେଳେ ତା'ର ଭଉଣୀ ସୂତା କାଟୁଥିଲା । ବହୁ ପ୍ରକାର ରେଶମର ସୂତା । ନିଜ ଭଉଣୀ ଆସିଥିବା ଦେଖି ସେ ସାଙ୍ଗେ ସାଙ୍ଗେ ଉଠି ପଡ଼ିଲା ଏବଂ ଖୁସି ହୋଇ କହିଲା, "ତୁ ଆସିଛୁ ଦେଖି ମୋର ଆନନ୍ଦ ଆଜି କହିଲେ ନ ସରେ । ଯାଇ ତୋ ପାଇଁ ଜଳଖିଆର ବ୍ୟବସ୍ଥା କରୁଚି ।" ଭଉଣୀ ଜଳଖିଆ ଆଣିବାପାଇଁ ଚାଲିଗଲା । ନାନା ରକମ, ନାନା ରଙ୍ଗର ରେଶମୀ ସୂତାର ଗୁଣ୍ଡି ସବୁ ଦେଖି ଏ ଭଉଣୀର ଲୋଭ କହିଲେ ନ ସରେ । ସେ ଗୋଟାଏ ସୂତା ଗୁଣ୍ଡି ଆଣି କାଖରେ ଜାକି ରଖିଦେଲା ।

ଭଉଣୀ ଜଳଖିଆ ନେଇ ଆସିଲା ଏବଂ ଖୁବ୍ ଖୁସିରେ ସେ ତାକୁ ଖାଇବାକୁ ଦେଲା । ଏହି ସମୟରେ ସୂତା ଗୁଣ୍ଡିରେ ତାର ଆଖି ପଡ଼ିଗଲା । ଦେଖିଲା, ଗୋଟାଏ ସୂତା ଗୁଣ୍ଡି ନାହିଁ । ଭଉଣୀକୁ କିଛି ନ ପଚାରି ସେ ଗୋଟାଏ ଉପାୟ ପାଞ୍ଚିଲା ।

ସେ କହିଲା, "ଭଉଣୀ, ବହୁତ ଦିନ ହେଲା ଆମେ ଏକାଠି ବସିନେ କି ମିଶିନେ । ଆଜି ବଡ଼ ଆନନ୍ଦର ଦିନ । ଭାରି ଇଚ୍ଛା ହେଉଚି, ଏକାଠି ହାତ ଉଠାଇ ନାଚିବା ।" ଭଉଣୀ କହିଲା "ହଁ, ମୋର ବି ସେଇ ଇଚ୍ଛା ।"

ଦୁଇ ଭଉଣୀ ନାଚିବାକୁ ଲାଗିଲେ । ଏ ଭଉଣୀ ଦେଖିଲା ଯେ ଆର ଭଉଣୀ ନାଚୁଚି ସତ, କିନ୍ତୁ ଦି ହାତ ଉଠାଇ ନାଚୁନାହିଁ । ଗୋଟିଏ ହାତକୁ ଅଣ୍ଟାରେ ରଖି ଆର ହାତଟିକୁ ଉଠାଇଚି ।

Malunira Fula O Anyanya Galpa.pdf

ଭଉଣୀ କହିଲା, "ଦେଖ, ମୁଁ ଦୁଇ ହାତ ଉଠାଇ ନାଚୁଚି । ଅଣ୍ଟାରେ ହାତ ରଖିନି ।

କେତେ ମଜା ଲାଗୁଚି । ତୁ ଦି ହାତ ଉଠାଇ ନାଚେ ।"

ଆର ଭଉଣୀ କହିଲା, "ମୋତେ ସେମିତି ନାଚି ଆସୁନାହିଁ, ଭଉଣୀ! ଯେ ଯେମିତି ଜାଣିଚି ନା ।"

ଲୋଭ ଛାଡ଼ିବା ସହଜ ନୁହେଁ ।

ସଦ୍‌ଗୁରୁ

ଦିନେ ମୁଁ ଏକ ଗ୍ରାମ୍ୟ ରାସ୍ତାରେ ଯାଉଥିଲି । ଶୁଣିଲି-ଗୋଟାଏ ବଡ଼ ବେଙ୍ଗ ଖୁବ୍ ବୋବଉଛି । ଭାବିଲି-ସାପ ଧରିଛି । ପୁଣି କାମ ସାରି ଫେରିଲା ବେଳକୁ ସେ ବେଙ୍ଗର ବୋବାଳି ଶୁଣିଲି । ପାଖକୁ ଯାଇ ଦେଖେ ତ ଗୋଟାଏ ଧଣ୍ଡ ସାପ ବେଙ୍ଗକୁ ଧରିଛି । ବଡ଼ ବାହ୍ମୁଣିଆ ବେଙ୍ଗ, ଧଣ୍ଡ ସାପ ତାକୁ ଛାଡ଼ି ପାରୁନାହିଁ କି ଗିଳି ପାରୁନାହିଁ । ବେଙ୍ଗଟାର ଯନ୍ତ୍ରଣା ମଧ୍ୟ ବଢ଼ି ଚାଲିଛି ।

ମନେ ମନେ ଭାବିଲି, ଯଦି ଜାତିଆ ସାପ ଧରି ଥାଆନ୍ତା, ତା'ହେଲେ ଦୁଇ ତିନି ଥର ବୋବାଇବା ପରେ ବେଙ୍ଗଟା ଚୁପ୍ ହୋଇ ଯାଇଥାନ୍ତା । ଧଣ୍ଡ ସାପଟା ଧରିଛି ନା ! ତେଣୁ ସାପଟାର ଯନ୍ତ୍ରଣା ଏବଂ ବେଙ୍ଗଟାର ମଧ୍ୟ ଯନ୍ତ୍ରଣା । ଯଦି ସଦ୍‌ଗୁରୁ ହୁଅନ୍ତି, ତା'ହେଲେ ଜୀବର ଅହଙ୍କାର ଅଳ୍ପ ସମୟରେ ଘୁଞ୍ଚିଯାଏ । କିନ୍ତୁ ଗୁରୁ କଞ୍ଚା ହେଲେ, ଗୁରୁର ଯନ୍ତ୍ରଣା ଏବଂ ଶିଷ୍ୟର ଯନ୍ତ୍ରଣା । କଞ୍ଚା ଗୁରୁର ପାଲରେ ପଡ଼ିଲେ, ଶିଷ୍ୟ ମୁକ୍ତ ହୁଏ ନାହିଁ । ତା'ର ଅହଙ୍କାର ଘୁଞ୍ଚେ ନାହିଁ । ବନ୍ଧନ କଟେ ନାହିଁ ।

ଗୁରୁଗିରି କରିବା ପାଇଁ ଅନେକଙ୍କର ଇଚ୍ଛା ହୁଏ । ପାଞ୍ଚଜଣ ମାନିବେ, ଶିଷ୍ୟ ସେବକ ହେବେ, ଘରେ ଜିନିଷପତ୍ର ଆସି ଜମା ହୋଇଯିବ ! ମାନ ସମ୍ମାନ ବଢ଼ିବ ! ଏମାନେ ହୀନ ବୁଦ୍ଧିର ଲୋକ । କଞ୍ଚାଗୁରୁ ।

ଈଶ୍ୱରଙ୍କ ଆଦେଶ ନ ମିଳିଲେ କେହି ଗୁରୁ ହୋଇ ପାରିବେ ନାହିଁ । ଶଙ୍କରାଚାର୍ଯ୍ୟ ଏହିପରି ଗୁରୁ ଥିଲେ । ଈଶ୍ୱର ହିଁ ପ୍ରକୃତ କର୍ତ୍ତା, ଗୁରୁ, ବାବା । ଅନ୍ୟ ସାଧାରଣ ଲୋକ ଅନ୍ଧ ଅନ୍ଧକୁ ବାଟ ଦେଖାଇବା ପରି କ'ଣ କରି ପାରିବ ? କେବଳ ଯାହାର ଈଶ୍ୱରଲାଭ ହୋଇଛି, ତାଙ୍କରି ଆଦେଶରେ ହିଁ ସେ ଲୋକଶିକ୍ଷା ପାଇଁ ଗୁରୁ ହୋଇ ପାରେ । ଈଶ୍ୱରଙ୍କ ଆଦେଶ ମିଳିଲେ ଈଶ୍ୱରଙ୍କଠାରୁ ଶକ୍ତି ମଧ୍ୟ ମିଳେ ।

ସଦ୍‌ଗୁରୁ ଓ ଭଣ୍ଡ ଗୁରୁ ଦୁଇ ଶ୍ରେଣୀର ଅଛନ୍ତି । ସଦ୍‌ଗୁରୁଙ୍କ ସ୍ୱଭାବ କୁଲାପରି ଓ ଭଣ୍ଡ ଗୁରୁଙ୍କ ସ୍ୱଭାବ ଚାଲୁଣି ପରି । କୁଲା ଯେପରି ଗୋଡ଼ି, ଚୋପା ଆଦି ଅସାର ବସ୍ତୁକୁ ତ୍ୟାଗ କରି ସାର ବସ୍ତୁକୁ ଧରି ରଖେ, ସେହିପରି ସଦ୍‌ଗୁରୁ କାମିନୀ କାଞ୍ଚନ ତ୍ୟାଗ କରି ଭଗବାନଙ୍କୁ ଗ୍ରହଣ କରନ୍ତି । ମାତ୍ର ଦ୍ୱିତୀୟ ଶ୍ରେଣୀର ଗୁରୁ ଚାଲୁଣି ପରି ସାର ବସ୍ତୁକୁ ତ୍ୟାଗ କରି ଅସାର ବସ୍ତୁକୁ ଧରି ରଖନ୍ତି । ସାର ବସ୍ତୁ

ଈଶ୍ୱରଙ୍କୁ ତ୍ୟାଗ କରି ଅସାର ବସ୍ତୁ କାମିନୀ କାଞ୍ଚନାଦି ଗ୍ରହଣ କରନ୍ତି ।

Malunira Fula O Anyanya Galpa.pdf


ଆମ ଦେଶରେ ଧାନ ମାପିବାବେଳେ, ମାପୁଥିବା ଲୋକ, ରାମେ ରାମ, ଦୁଇରେ ଦୁଇ, କହି ମାପ କରି ଚାଲେ ଏବଂ ଆଉ ଜଣେ ଲୋକ ତା ପଛରେ ବସି ଧାନ ଠେଲି ଦେଉଥାଏ । ସେହିରି ଯେ ଈଶ୍ୱରଙ୍କ ଆଦେଶ ଲାଭ କରିଥାଏ, ଈଶ୍ୱର ତା ପଛରେ ରହି ଜ୍ଞାନର ରାଶି ଠେଲି ଦେଉଥାନ୍ତି । ଈଶ୍ୱରଙ୍କ କଟାକ୍ଷ ଲାଭ କରିଥିବା ଏହି ବ୍ୟକ୍ତି ହିଁ ଗୁରୁ ହେବାକୁ ଯୋଗ୍ୟ । ଚୁମ୍ବକ ପଥର ଲୁହାକୁ ଟାଣିବା ପରି ଲୋକେ ତା'ପାଖକୁ ମନକୁ ମନ ଆସିଯାନ୍ତି । ମନରେ ଈଶ୍ୱରଙ୍କ ପ୍ରତି ଗଭୀର

ଅନୁରାଗ ଆସିଲେ ଏପରି ସଦ୍‌ଗୁରୁ ମଧ୍ୟ ମିଳିଯାନ୍ତି ।

ରାମ ଓ ବେଙ୍ଗ

ବନବାସ ବେଳେ ରାମ ଓ ଲକ୍ଷ୍ମଣ ପମ୍ପା ସରୋବରରେ ଗାଧୋଇବାକୁ ଗଲେ । ପମ୍ପା ସରୋବର ଏକ ସୁନ୍ଦର ହ୍ରଦ ଥିଲା ଓ ତା'ଭିତରେ ଓ କୂଳରେ ବହୁ ଜୀବଜନ୍ତୁ ରହୁଥିଲେ ।

Malunira Fula O Anyanya Galpa.pdf


ରାମ ଲକ୍ଷ୍ମଣଙ୍କୁ କହିଲେ, ଧନୁଟାକୁ କୂଳରେ ରଖି ଦେଇ ଗାଧୋଇବାକୁ ଯିବା । ସେ ନିଜ ଧନୁକୁ କୂଳରେ ରଖିଦେଇ ସରୋବରରେ ସ୍ନାନ କଲେ । ସ୍ନାନ ସାରି ଫେରି ଧନୁଟାକୁ ଉଠାଇ ଦେଖିବା ବେଳକୁ ଦେଖିଲେ ଗୋଟାଏ ବେଙ୍ଗ ରକ୍ତସ୍ନାନ ହୋଇ ପଡ଼ିରହିଚି ।

ରାମ ବେଙ୍ଗକୁ ପଚାରିଲେ, ""ଧନୁହୁଳାଟା ଚାପି ହେବା ଫଳରେ ତୋର ଏ ଅବସ୍ଥା ହେଲା । ତୋତେ କଷ୍ଟ ହେବାବେଳେ ତୁ ତ କେଁ କେଁ ବୋବାଳି ପକାଇବା କଥା । ତୁ ଚୁପ୍ ହୋଇ ଏଡେ଼ କଷ୍ଟରେ ପଡ଼ି ରହିଚୁ ଯେ !

ବେଙ୍ଗ କହିଲା, ""ରାମ, ଜୀବମାନେ ଯେତେବେଳେ ବିପଦରେ ପଡ଼ନ୍ତି, ଦୁଃଖ କଷ୍ଟ ପା'ନ୍ତି, ସେତେବେଳେ ସେଥିରୁ ରକ୍ଷା ପାଇବାପାଇଁ ତୁମର ନାଁ ଧରି ଡାକନ୍ତି । କିନ୍ତୁ ତୁମେ ମୋତେ ନିଜେ ଯେତେବେଳେ ଚାପି ଦେଲ, ମୁଁ କାହାକୁ ଡାକିବି? କିଏ ମୋ' ଗୁହାରି ଶୁଣିବ ? ତେଣୁ

କଷ୍ଟ ଭୋଗ କରି ଚୁପ୍ ହୋଇ ପଡ଼ି ରହିବା ଛଡ଼ା ମୋର ଉପାୟ ନ ଥିଲା ।

Malunira Fula O Anyanya Galpa.pdf

ଜ୍ଞାନ ବୈରାଗ୍ୟ

ଜ୍ଞାନ ବୈରାଗ୍ୟ ଆସିଲେ ଲୋକ ପାଗଳ ପରି ବ୍ୟବହାର କରେ । ଜଣେ ସାଧୁଙ୍କର ଏହି ଅବସ୍ଥା ଆସିଥିଲା । ସେ କାହାରି ସହିତ କଥାଭାଷା କରୁ ନ ଥିଲେ । ଚୁପ୍‌ଚାପ୍ ରହୁଥିଲେ । ଲୋକମାନେ କହୁଥିଲେ, ପାଗଳ ।

ଦିନେ ଏକ ଗ୍ରାମକୁ ଆସି ଭିକ୍ଷା କରି ସେ କିଛି ଅନ୍ନ ସଂଗ୍ରହ କଲେ ଏବଂ ଗୋଟାଏ ବୁଲାକୁକୁର ସାଙ୍ଗରେ ଯାଉଥିବାର ଦେଖି ସେଇ କୁକୁରଟା ଉପରେ ବସି ତା'ସହିତ ଏକାଠି ଖାଇବାକୁ ଲାଗିଲେ । ଏହା ଦେଖି ଲୋକମାନେ ଠୋ ଠୋ ହସିବାକୁ ଲାଗିଲେ ଏବଂ କହିଲେ, ""ଦେଖ, ଦେଖ, ପାଗଳକୁ ଦେଖ, କିପରି କୁକୁର ଉପରେ ବସି ତା'ସାଙ୍ଗରେ ଖାଉଚି । ସାଧୁ ଆଉ ଚୁପ୍ ରହି ପାରିଲେ ନାହିଁ । ସେ କହିଲେ ""ତୁମେମାନେ ହସୁଛ କାହିଁକି ? ସମସ୍ତେ ବିଷ୍ଣୁ । ଏହି କୁକୁର ବିଷ୍ଣୁ, ମୁଁ ବିଷ୍ଣୁ ଓ ତୁମେମାନେ ବିଷ୍ଣୁ । ଏହି ଖାଦ୍ୟ ମଧ୍ୟ ବିଷ୍ଣୁ ।

ବିଷ୍ଣ୍ୟୁପରି ସ୍ଥିତୋ ବିଷ୍ଣୁଃ ବିଷ୍ଣୁ ଖାଦତି ବିଷ୍ଣବେ । କଥଂ ହସସି ରେ ବିଷ୍ଣୋ

ସର୍ବଂ ବିଷ୍ଣୁମୟଂ ଜଗତ୍ ।

ଆକବର ଓ ଫକିର

ଜଣେ ଫକିର ବନରେ ଏକ କୁଟୀର କରି ରହିଥିଲେ । ଫକିରଙ୍କ ପାଖକୁ ଅନେକ ଲୋକ ଆସନ୍ତି । ଏତେ ଲୋକଙ୍କୁ ସତ୍କାର କରିବାପାଇଁ ଅକିଞ୍ଚନ ଫକିରଙ୍କ ପାଖରେ କିଛି ନ ଥିଲା । ସେ ସ୍ଥିର କଲେ, ବିନା ସତ୍କାରରେ ଏତେ ଲୋକ ଆସି ଫେରି ଯାଉଛନ୍ତି । କିଛି ବ୍ୟବସ୍ଥା କରିବାକୁ ହେବ । ଅର୍ଥ ଦରକାର ।

ଆକବର ସେତେବେଳେ ଦିଲ୍ଲୀର ବାଦଶା । ସାଧୁ ଫକିରଙ୍କପାଇଁ ତାଙ୍କର ଦ୍ୱାର ଅବାରିତ । ଫକିର ଆକବରଙ୍କ ପାଖରେ ଯାଇ ଉପସ୍ଥିତ ହେଲେ ।

ସମ୍ରାଟ ଆକବର ସେତେବେଳେ ନମାଜ ପଢୁଥିଲେ । ଫକିର ତାଙ୍କ ପାଖରେ ଠିଆ ହୋଇ ରହିଲେ । ଶୁଣିଲେ, ନମାଜ ଶେଷରେ ଆକବର କହୁଛନ୍ତି, ""ହେ ଆଲ୍ଲା, ଧନ ଦିଅ, ଦୌଲତ ଦିଅ । ଏହା ଶୁଣି ଫକିର ସେଠାରୁ ଚାଲି ଆସୁଥିଲେ । ରହିବାପାଇଁ ଇସାରା ଦେଇ ଆକବର ତାଙ୍କୁ

Malunira Fula O Anyanya Galpa.pdf

ପାଖରେ ବସାଇଲେ ଏବଂ ନମାଜ ସାରି ପଚାରିଲେ, ""ଆପଣ ଆସିଥିଲେ, କିଛି ନ କହି ଚାଲି ଯାଉଛନ୍ତି ଯେ !

ଫକିର କହିଲେ, ""ମୋର କୁଟୀରକୁ ବହୁତ ଅତିଥି ଆସୁଛନ୍ତି । ସେମାନଙ୍କୁ ଖାଇବାକୁ ଦେବାପାଇଁ ବାଦଶାଙ୍କ ପାଖରୁ କିଛି ଟଙ୍କା ମାଗିବାକୁ ଆସିଥିଲି ।

ଆକବର ପଚାରିଲେ, ""ତା'ହେଲେ ଚାଲିଯାଉଛନ୍ତି କାହିଁକି ?

ଫକିର କହିଲେ, ""ଯେତେବେଳେ ଶୁଣିଲି ବାଦଶାହ ମଧ୍ୟ ଧନ ଦୌଲତର ଭିକାରି, ଭାବିଲି, ଭିକାରିଠାରୁ ଭିକ୍ଷା କରି ଲାଭ କ'ଣ ? ଖୋଦାଙ୍କୁ ମାଗିବି

ବୋଲି ଚାଲି ଯାଉଥିଲି ।

Malunira Fula O Anyanya Galpa.pdf

ଯେପରି ଭାବନା ସେପରି ଫଳ

ଦୁଇ ଜଣ ବନ୍ଧୁ ବୁଲୁ ବୁଲୁ ଦେଖିଲେ, ଏକ ସ୍ଥାନରେ ଭାଗବତ ପଢ଼ାଯାଉଚି ।

ଜଣେ କହିଲା, ""ଚାଲ ଭାଇ, ଭାଗବତ ଶୁଣିବା ।

ଅନ୍ୟ ଜଣକ କହିଲା, ""ନା ଭାଇ, ଭାଗବତ ଶୁଣି ଲାଭ କଣ ? ବେଶ୍ୟାଳୟ ଯାଇ ଆମୋଦ ପ୍ରମୋଦ କରିବା ।

ପ୍ରଥମ ଜଣକ ସେଥିରେ ରାଜି ହେଲା ନାହିଁ । ସେ କହିଲା, ତୁ ଯାଉଚୁ ଯା, ମୁଁ ଭାଗବତ ଶୁଣିବି । ସେ ଭାଗବତ ଶୁଣିବାକୁ ଚାଲିଗଲା ଏବଂ ଦ୍ୱିତୀୟ ଜଣକ ମଉଜ ମଜଲିସପାଇଁ ବେଶ୍ୟାଳୟକୁ ଗଲା ।

କିନ୍ତୁ ବେଶ୍ୟାଳୟର ଆମୋଦରେ ତାର ମନ ଲାଗିଲା ନାହିଁ । ସେ ଭାବିବାକୁ ଲାଗିଲା, ହାୟ, ହାୟ, ମୁଁ କାହିଁକି ଏଠାକୁ ଆସିଲି । ମୋର ବନ୍ଧୁ ସେଠାରେ ବସି କେତେ ହରିଗୁଣ ଗାନ ଶୁଣୁଥିବ ଓ ତାର ହୃଦୟ ପବିତ୍ର ହେଉଥିବ । ସେ ବେଶ୍ୟାଳୟରେ ଥାଇ କେବଳ ସେହି କଥା ଚିନ୍ତା କରିବାକୁ ଲାଗିଲା ।

ଏଣେ ପ୍ରଥମ ବନ୍ଧୁ, ଯେ ଭାଗବତ ଶୁଣିବାପାଇଁ ଯାଇଥିଲା, ତାର ଭାଗବତ ଶୁଣିବାରେ ମନ ଲାଗିଲା ନାହିଁ । ସେ ଭାବିବାକୁ ଲାଗିଲା, ହାୟ, ହାୟ, ମୁଁ ଏଠିକି କାହିଁକି ଆସିଲି । ମୋର ବନ୍ଧୁ ସେଠାରେ କେତେ ଆମୋଦ କରୁଥିବ ।

ଫଳରେ ଏଇଆ ହେଲା, ଯେଉଁ ବନ୍ଧୁ ଭାଗବତ ଶୁଣିବାକୁ ଯାଇଥିଲା, ତାକୁ ବେଶ୍ୟାଳୟ ଯିବାର ଫଳ ମିଳିଲା ଏବଂ ଯେ ବେଶ୍ୟାଳୟକୁ ଯାଇଥିଲା, ତାକୁ ଭାଗବତ ଶୁଣିବାର ଫଳ

ମିଳିଲା । ଯାହାର ଯେପରି ଚିନ୍ତା, ଯେପରି ଭାବ, ତାକୁ ସେହିପରି ଫଳ ମିଳେ ।

ଯେ ଜାଣେ, ସେ ଜାଣେ


ଜଣେ ଲୋକ ଗଛ ଉପରେ ଏକ ଜନ୍ତୁକୁ ଦେଖି ପାଟିକଲା, "ଦେଖ, ଦେଖ, ଏହି ଲାଲ ରଙ୍ଗର ଜାନୁଆରକୁ ଦେଖ ।"

ଆଉ ଜଣେ ଲୋକ କହିଲା, "ଆରେ ହଁ, ହଁ, ମୁଁ ସେ ଜାନୁଆରକୁ ଦେଖିଚି । ସେ ତ ଲାଲ ରଙ୍ଗ ନୁହ । ସବୁଜ ରଙ୍ଗ ।"

ଆଉ ଜଣେ ଆସି କହିଲା, "ନା, ନା, ତାହା ଲାଲ ନୁହଁ କି ସବୁଜ ନୁହ, ମୁଁ ଦେଖିଚି, ସେଟା ହଳଦିଆ ରଙ୍ଗର ।"

ଏହିପରି ଆଉ କେହି କେହି ସେହି ଜନ୍ତୁର ରଙ୍ଗ ଉପରେ ବିବାଦ ଆରମ୍ଭ କରିଦେଲେ ।

କିଏ କହିଲା ନୀଳ, କିଏ କହିଲା ବାଇଗଣୀ, କିଏ କହିଲା କମଳାଲେମ୍ବୁ ରଙ୍ଗ, ଏହିପରି ବିବାଦ ଆରମ୍ଭ ହୋଇଗଲା । ଶେଷକୁ ସମସ୍ତେ ମିଶି ଗଛ ନିକଟକୁ ଗଲେ ।

ଗଛ ତଳେ ଜଣେ ସନ୍ନ୍ୟାସୀ ବସିଥିଲେ । ତାଙ୍କୁ ପଚାରିବାରୁ ସେ କହିଲେ, "ମୁଁ ସବୁବେଳେ ଏଇ ଗଛତଳେ ଆସି ବସେ । ତୁମେ ସମସ୍ତେ ଯାହା କହୁଚ, ସତ । ସେ ପ୍ରାଣୀର ନାମ ବହୁରୂପୀ ।

ସେ କେତେବେଳେ ଲାଲ, କେତେବେଳେ ସବୁଜ, କେତେବେଳେ ନୀଳ, କେତେବେଳେ ହଳଦିଆ ହୋଇ ଦେଖାଦିଏ । ମୁଁ ତାକୁ ଦେଖିଚି, ବେଳେବେଳେ କୌଣସି ରଙ୍ଗ ନ ଥାଏ ।"

ବ୍ରହ୍ମ ସେହିପରି କେତେବେଳେ ସଗୁଣ, କେତେବେଳେ ନିର୍ଗୁଣ । ଯେଉଁ ବ୍ୟକ୍ତି ସବୁବେଳେ ଈଶ୍ୱର ଚିନ୍ତା କରେ, ସେ ଜାଣିପାରେ ତାଙ୍କର ସ୍ୱରୂପ କଣ! ସେହି ବ୍ୟକ୍ତି ଜାଣେ, ସେ ନାନାରୂପରେ, ନାନାଭାବରେ ଦେଖା ଦିଅନ୍ତି । ସେ ସଗୁଣ, ପୁଣି ନିର୍ଗୁଣ ।

କବୀର କହୁଥିଲେ, "ନିରାକାର ମୋର ବାପ, ସାକାର ମୋର ମାଆ ।"

Malunira Fula O Anyanya Galpa.pdf

Malunira Fula O Anyanya Galpa.pdf

ଟିକିଏ ବୁଝିଚୁ


ଜଣେ ଲୋକର ଦୁଇ ପୁଅ ଥିଲେ । ବ୍ରହ୍ମବିଦ୍ୟା ଶିକ୍ଷାପାଇଁ ପୁଅ ଦୁହିଁଙ୍କୁ ବାପ ଗୁରୁଙ୍କ ଘରକୁ ପଠାଇ ଦେଲା । କେତେ ବର୍ଷ‌ପରେ ଦୁଇପୁଅ ଗୁରୁଗୃହରୁ ଫେରି ବାପକୁ ପ୍ରଣାମ କଲେ ।

ବଡ଼ ପୁଅକୁ ବାପ ପଚାରିଲା, "ବାପା, ତୁ ତ ବହୁତ ପଢ଼ିଲୁ । ବ୍ରହ୍ମ କିପରି ମୋତେ ବୁଝାଇଲୁ?" ବଡ଼ ପୁଅ ବେଦ, ଉପନିଷଦ୍ ଆଦିରୁ ବହୁ ଶ୍ଳୋକ ଉଦ୍ଧାର କରି ବ୍ରହ୍ମ କଣ ଅନର୍ଗଳ ଭାବରେ ବୁଝାଇ ଲାଗିଲା । ବାପ ଚୁପ ହୋଇ ରହିଲା ।

ଯେତେବେଳେ ସାନ ପୁଅକୁ ବ୍ରହ୍ମ କଣ ବୋଲି ପଚାରିଲା, ଛୋଟ ପୁଅ କିଛି ଉତ୍ତର ନ ଦେଇ ଚୁପ ରହିଲା ! ବାପ କହିଲା, ପୁଅ, ତୁ ହେଲେ ଟିକିଏ ବୁଝିଚୁ । ବ୍ରହ୍ମ କଣ ତାହା ମୁହଁରେ କୁହାଯାଇ ପାରିବ ନାହିଁ ।

ଗୋଟାଏ ଚିନିର ପାହାଡ଼ ଥିଲା । ସେଥିରୁ ଗୋଟାଏ ଦାନା ମୁହଁରେ ଧରି ପିମ୍ପୁଡ଼ିଟିଏ ନିଜର ଗାତକୁ ଯିବାକୁ ଲାଗିଲା । ବାଟରେ ଭାବିଲା, ଆଉ ଥରେ ଆସି ପୂରା ପାହାଡ଼ଟା ନେଇଯିବି ।

କ୍ଷୁଦ୍ର ଜୀବ ଏହିପରି ଭାବେ । ସେ ଜାଣେ ନାହିଁ ଯେ ବ୍ରହ୍ମ ବାକ୍ୟମନର ଅତୀତ । ବ୍ରହ୍ମଜ୍ଞ ଋଷିମୁନିଙ୍କ କଥା କୁହାଯାଏ । ସେମାନେ ଚିନିର ଆଠ ଦଶଟା ଦାନା ଏକାଠି କରିଥା'ନ୍ତି ।

ସଂସାରରେ ସମସ୍ତ ଦ୍ରବ୍ୟ ଉଚ୍ଛିଷ୍ଟ । ବେଦ, ଉପନିଷଦ୍, ପୁରାଣ, ଷଡ଼ଦର୍ଶନ ସବୁ ମୁହଁରୁ ପଡ଼ି ଅଇଁଠା ହୋଇଯାଇଚି । କିନ୍ତୁ ଗୋଟିଏ ଜିନିଷ ଉଚ୍ଛିଷ୍ଟ ହୋଇ ନାହିଁ, ତାହା ବ୍ରହ୍ମ । ବ୍ରହ୍ମ କ'ଣ, ତାହା ଏ ପର୍ଯ୍ୟନ୍ତ କେହି କହିପାରି ନାହାନ୍ତି ।

Malunira Fula O Anyanya Galpa.pdf

ଜନ୍ମ ଜନ୍ମର ସାଧନା


ଜଣେ ଗଭୀର ବନ ମଧ୍ୟରେ ଶବସାଧନା କରୁଥିଲା । ସେ ବହୁତ ଭୟଙ୍କର ଦୃଶ୍ୟ ଦେଖିବାକୁ ଲାଗିଲା । ଶେଷରେ ଗୋଟାଏ ବାଘ ଆସି ତାକୁ ନେଇଗଲା ।

ଆଉ ଗୋଟାଏ ଲୋକ ବାଘ ଭୟରେ ଗଛ ଉପରେ ଚଢ଼ି ଯାଇଥିଲା । ଶବ ଓ ତା ପାଖରେ ବହୁ ପୂଜା ଉପକରଣ ଥୁଆ ହୋଇଥିବାର ଦେଖି ସେ ଶବ ଉପରେ ବସି ଜପ କରିବାକୁ ଆରମ୍ଭ କଲା ।

ଅଳ୍ପ ସମୟ ଜପ କରିଚି, ମା ପ୍ରସନ୍ନ ହୋଇ ତାକୁ ଦେଖା ଦେଲେ ଏବଂ ବର ମାଗିବାପାଇଁ କହିଲେ ।

ଲୋକଟି ଆଶ୍ଚର୍ଯ୍ୟ ହୋଇ ମା'ଙ୍କର ପାଦପଦ୍ମରେ ଦଣ୍ଡପ୍ରଣାମ କରି କହିଲା, "ମା, ଗୋଟିଏ କଥାପଚାରିବି । ତୋର କାଣ୍ଡ ଦେଖି ମୁଁ ଅବାକ୍ ହୋଇଯାଉଚି । ଯେଉଁ ବ୍ୟକ୍ତି ଏତେ ପୂଜା ଉପକରଣ ସଂଗ୍ରହ

କରି ଏତେଦିନ ଧରି ତୋର ପୂଜା କରୁଥିଲା, କଠୋର ସାଧନା କରୁଥିଲା, ତା'ପ୍ରତି ତୋର ଦୟା ହେଲା ନାହିଁ, ତାକୁ ବାଘ ନେଇଗଲା । ଆଉ ମୁଁ ଧ୍ୟାନ, ଭଜନ, ଜପ, ସାଧନା, ଜ୍ଞାନ, ଭକ୍ତି କିଛି ଜାଣି ନାହିଁ । ଏପରି ଜଣେ ଅଧମ ପ୍ରତି ତୋର ଏତେ ଦୟା !"

ଭଗବତୀ ହସି ହସି ଉତ୍ତର ଦେଲେ, "ବାପ, ତୋର ଜନ୍ମ ଜନ୍ମାନ୍ତରର କଥା ସ୍ମରଣ ନାହିଁ । ତୁ ଜନ୍ମ ଜନ୍ମ ଧରି ମୋତେ ପାଇବାପାଇଁ ତପସ୍ୟା କରୁଥିଲୁ । ସେହି ପୁଣ୍ୟ ବଳରେ ଆଜି ଏପରି ଯୋଗାଯୋଗ ସମ୍ଭବ ହେଲା । ମୋର ଦର୍ଶନ ପାଇଲୁ । ଏବେ କ'ଣ ମାଗୁଛୁ ମାଗ ।"

ଲୋକଟି କହିଲା, "ମା, ତୋର ଦର୍ଶନ ହେଲାପରେ ଆଉ କିଛି ମୋର ମାଗିବାର ଇଚ୍ଛା ନାହିଁ ।"

ସେ ତ ମିଳିବା କଷ୍ଟ, ରଖିପାରିଲେ ହେଲା


ରଣଜିତ୍ ରାୟ ନାମକ ଜଣେ ଧନୀ ଜମିଦାର ଥିଲେ । ତାଙ୍କର କୌଣସି ସନ୍ତାନ ହେଉ ନ ଥିଲା । ସ୍ୱାମୀ ସ୍ତ୍ରୀ ଦୁଇ ଜଣ ବହୁତ ଉପବାସ, ପୂଜା ପ୍ରାର୍ଥନା କଲେ । ସେମାନଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଭଗବତୀ ତାଙ୍କର କନ୍ୟାରୂପେ ଜନ୍ମ ହେଲେ ।

କନ୍ୟାଟିକୁ ବାପ'ମା ବହୁତ ସ୍ନେହ କରନ୍ତି । ଅଲିଅଳ କନ୍ୟାଟି ବାପକୁ ଛାଡ଼ି କୁଆଡେ଼ ଯାଏ ନାହିଁ । ବାପ ମଧ୍ୟ ଝିଅକୁ ସବୁବେଳେ ପାଖରେ ଦେଖିବାକୁ ଭଲ ପାଆନ୍ତି ।

ଦିନେ ରଣଜିତ୍ ରାୟ ତାଙ୍କର ସିରସ୍ତାରେ ଜମିଦାରୀ କାର୍ଯ୍ୟରେ ବ୍ୟସ୍ତ ଥିଲେ । ଝିଅଟିର ପିଲାଳିଆ ସ୍ୱଭାବ । ସେ କାଗଜ ଉଠାଇ କଲମ ଉଠାଇ ଖେଳିବାରେ ବ୍ୟସ୍ତ । "ବାବା ଏଇଟା କଣ, ସେଇଟା କଣ" ଏହା କହି ବାପକୁ ଅସ୍ତବ୍ୟସ୍ତ କରି ପକାଉଥାଏ । ବାପ ବହୁତ ବୁଝାଇ ସୁଝାଇ ମିଠା ସ୍ୱରରେ କହିଲେ, "ମା, ମା' ପାଖକୁ ଯା । ଟିକିଏ ଖେଳି ବୁଲି ଆସିବୁ । ବର୍ତ୍ତମାନ ମୁଁ କାମରେ ବହୁତ ବ୍ୟସ୍ତ ଅଛି ।"

ଝିଅ ଶୁଣିବାକୁ ନାରାଜ । ସେ ଆଦୌ ଯିବାକୁ ରାଜି ନୁହେଁ । ବାପ ଟିକିଏ କାମରେ ଲାଗିଗଲେ ନଟ ଖଟ କରି ପଚାରେ, "ଏଇଟା କଣ, ସେଇଟା କଣ ?" ଶେଷରେ ବାପ ରାଗିଯାଇ ଅନ୍ୟମନସ୍କ ଭାବରେ କହି ପକାଇଲେ, "ଯା, ଦୂର ହ, ଏ ଘରକୁ ଆଉ ଆସିବୁ ନାହିଁ ।"

ସଙ୍ଗେ ସଙ୍ଗେ ଝିଅଟି ଘର ଛାଡ଼ି ପଳାଇଲା । ଗୋଟାଏ ଶଙ୍ଖାରି ରାସ୍ତାରେ ଯାଉଥିଲା । ତାକୁ ଡାକି ହାତରେ ଶଙ୍ଖା ପିନ୍ଧି କହିଲା, "ଯା ଜମିଦାରଙ୍କ ପାଖରୁ ଟଙ୍କା ନେଇଯିବୁ ।"

ତା'ପରେ ସେ ସେଠାରୁ କୁଆଡେ଼ ଚାଲିଗଲା, ଆଉ ଦେଖାଗଲା ନାହିଁ । ଏଣେ ଶଙ୍ଖାରି ଜମିଦାରଙ୍କ ପାଖକୁ ଯାଇ କହିଲା, "ଗୋଟିଏ ଛୋଟ ଝିଅ ମୋତେ ଶଙ୍ଖା ମାଗିଲା । ଶଙ୍ଖା ପିନ୍ଧିସାରି କହିଲା, ଜମିଦାରଙ୍କଠାରୁ ଟଙ୍କା ନେଇଯିବୁ ।" ସେତେବେଳେ ଜମିଦାରଙ୍କର ହୋସ ଆସିଲା ଯେ ଝିଅ ପାଖରେ ନାହିଁ ।

}}

Malunira Fula O Anyanya Galpa.pdf

ତାପରେ ଝିଅକୁ ଖୋଜିବାପାଇଁ ଚାରିଆଡେ଼ ହୁରି ପଡ଼ିଗଲା । ରଣଜିତ୍ ରାୟ ଚାରିଆଡେ଼ ଲୋକ ପଠାଇଲେ । ନିଜେ ବ୍ୟସ୍ତ ହୋଇ କାନ୍ଦୁଛନ୍ତି, ଏହି ସମୟରେ ଜଣେ ଲୋକ ଆସି କହିଲା, ପାଣି ଭିତରେ ମୁଁ କାହାର ହାତ ଦେଖିଲି । ରଣଜିତ୍ ରାୟ ଯାଇ ଦେଖିଲେ, ଗୋଟିଏ ଶଙ୍ଖାପିନ୍ଧା ହାତ ଉପରକୁ ଉଠୁଚି, ପୁଣି ବୁଡ଼ି ଯାଉଚି । କିଛି ସମୟପରେ ଆଉ କିଛି ଦେଖାଗଲା ନାହିଁ ।

ଚିହ୍ନିପାରିଲେ ମାୟା ପଳାଇଯାଏ

ଜଣେ ଗୁରୁ ଶିଷ୍ୟ ଘରକୁ ଯାଉଥିଲେ । ତାଙ୍କ ସାଙ୍ଗରେ ସାହାଯ୍ୟ କରିବାକୁ କୌଣସି ଚାକର ନ ଥିଲା ।

ଏହି ସମୟରେ ବାଟରେ ଏକ ଚୋର ବସିଥିଲା । ସେ କେଉଁଠିକୁ ଚୋରି କରିବାକୁ ଯିବ, ଖୋଜୁଥିଲା । ଗୁରୁ ତାକୁ ଦେଖି କହିଲେ, "ମୋ' ସାଙ୍ଗରେ ଯିବୁ, ଖାଇବାକୁ ପାଇବୁ, ସ୍ନେହ ଆଦର ମିଳିବ, ଆସେ ନା !"


ଚୋର ଗୁରୁଙ୍କୁ ଦେଖି ମୁଗ୍ଧ ହୋଇଗଲା । କିନ୍ତୁ ଚୋର ବୋଲି ତାକୁ କିଏ ଚିହ୍ନିଲେ, ପୋଲିସରେ ଧରାହେବ । ସେ କହିଲା,"ନାଇଁ ଠାକୁର, ମୁଁ ଆପଣଙ୍କ ସାଙ୍ଗରେ ଯିବାପାଇଁ ଯୋଗ୍ୟ ନୁହେଁ । କିଏ ଯଦି ଚିହ୍ନି ପାରିବ, ବଡ଼ ଅସୁବିଧା ହେବ ।"

"କିଏ କାଇଁ ତୋତେ ଚିହ୍ନିବେ । ତୁ କଣ କରିଚୁ କି ? ତୁ କାହା ସାଙ୍ଗରେ କିଛି କଥା କହିବୁ ନାହିଁ, ଚୁପ୍ ଚାପ ରହିବୁ", ଗୁରୁ କହିଲେ । ଚୋର ରାଜି ହେଲା ।

ସନ୍ଧ୍ୟା ସମୟରେ ଶିଷ୍ୟର ଘରେ ଗୁରୁ ସନ୍ଧ୍ୟା କରୁଛନ୍ତି, ଜଣେ ବ୍ରାହ୍ମଣ ଆସି ସେଠାରେ ପହଞ୍ଚିଲେ । ସେ ଗୁରୁଙ୍କର ଚାକରକୁ କହିଲେ, "ଆରେ, ଅମୁକ ଜାଗାରେ ମୋର ଜୋତା ହଳକ ଅଛି, ଯା' ନେଇ ଆସିବୁ ।" ଚୋର କିଛି ଶୁଣିଲା ନାହିଁ । ତିନି ଚାରିଥର କହିବାପରେ ମଧ୍ୟ ସେ ଶୁଣିଲା ନାହିଁ । ଶେଷକୁ ବ୍ରାହ୍ମଣ ବିରକ୍ତ ହୋଇ କହିଲେ, "ବ୍ରାହ୍ମଣ କଥା ଶୁଣୁ ନାହୁଁ । ଚୋରଟାଏ କିରେ ?" ଆରେ, ମୋତେ ଚିହ୍ନିଗଲେଣି ଭାବି ଚୋର ସଙ୍ଗେ ସଙ୍ଗେ ସେଠାରୁ ଉଠି ପଳାଇଗଲା ।

ଆଉ ଗୁରୁଙ୍କ ସାଙ୍ଗରେ ଦେଖାକଲା ନାହିଁ ।

Malunira Fula O Anyanya Galpa.pdf

ଭାଗବତ ପଣ୍ଡିତ


ଜଣେ ପଣ୍ଡିତ ରାଜାଙ୍କୁ ଭାଗବତ ପାଠକରି ଶୁଣାଉଥିଲେ । ଖୁବ୍ ବଡ଼ ପଣ୍ଡିତ । ଅନେକ ଶାସ୍ତ୍ର ପଢ଼ିଛନ୍ତି । ଖୁବ୍ ବିଦ୍‌ବତ୍ତା । ରାଜା ମଧ୍ୟ ଜଣେ ଭକ୍ତିମନ୍ତ ପୁରୁଷ । ପଢ଼ିବାବେଳେ ମଝିରେ ମଝିରେ ପଣ୍ଡିତ ରାଜାଙ୍କୁ ପଚାରନ୍ତି, "ମହାରାଜ ! ବୁଝିପାରୁଛନ୍ତି " ? ରାଜା ଉତ୍ତର ଦିଅନ୍ତି, "ପଣ୍ଡିତ ମହାଶୟ ! ପ୍ରଥମେ ଆପଣ ବୁଝନ୍ତୁ ।"

ରାଜାଙ୍କର ମନର ଭାବ ପଣ୍ଡିତ ବୁଝି ପାରନ୍ତି ନାହିଁ । ତାଙ୍କପରି ଏତେବଡ଼ ପଣ୍ଡିତ ଦେଶରେ ଆଉ କେହି ନାହାନ୍ତି । ସେ ନିଜେ ବହୁ ସଂସ୍କୃତ ଶ୍ଳୋକ ରଚନା କରିଛନ୍ତି । ଭାଗବତର ସଂସ୍କୃତ କଥାଗୁଡ଼ିକ ସେ ବୁଝନ୍ତି ନାହିଁ ତ ଆଉ କିଏ ବୁଝେ ?

ଯାହାହେଉ, ପଣ୍ଡିତ ରାଜସଭାକୁ ସଂସ୍କୃତ ପାଠ କରିବାକୁ ଯାଆନ୍ତି । କଠିନ କଠିନ ବିଷୟ ଗୁଡ଼ିକର ଖୁବ୍ ଭଲ ବ୍ୟାଖ୍ୟା କରନ୍ତି । ରାଜା ମଧ୍ୟ ଖୁବ୍ ମନଦେଇ ଭାଗବତ ଶୁଣନ୍ତି । କିନ୍ତୁ ସେ ବୁଝି ପାରୁଛନ୍ତି କି ନାହିଁ ତାଙ୍କ ମୁହଁ ଦେଖି କିଛି ଜଣା ଯାଏ ନାହିଁ । ପଣ୍ଡିତ ପୁଣି ଥରେ ପଚାରିଲେ, "ମହାରାଜ ! ଆପଣ ବୁଝିପାରୁଛନ୍ତି ?" ପୁଣି ସେହି ଉତ୍ତର--"ପ୍ରଥମେ ଆପଣ ବୁଝନ୍ତୁ ।"

ରାଜାଙ୍କ କଥାରେ ପଣ୍ଡିତ ଅବାକ୍ ହୋଇଗଲେ । ସେ ଭାଗବତ ଅର୍ଥ ବୁଝିପାରୁଛନ୍ତି, କିନ୍ତୁ ରାଜାଙ୍କ କଥାର ଅର୍ଥ ବୁଝିପାରୁ ନାହାନ୍ତି । ଘରକୁ ଯାଇ ପଣ୍ଡିତ ଖୁବ୍ ମନ ଦେଇ ଭାଗବତ ପଢ଼ିଲେ । ତା' ଆରଦିନ ପୁଣି ରାଜସଭାକୁ ଆସିଲେ । ପଢ଼ିବା ସମୟରେ ପଣ୍ଡିତ ରାଜାଙ୍କୁ ପ୍ରଶ୍ନ କଲେ । ରାଜା ପୁଣି ସେହି ଉତ୍ତର ଦେଲେ, "ଆପଣ ଆଗ ବୁଝନ୍ତୁ ।"

ପଣ୍ଡିତଙ୍କ ମନରେ ବଡ଼ କଷ୍ଟ ହେଲା । ଘରକୁ ଯାଇ ଏକ ମନ ଧ୍ୟାନରେ ସେ ଭାଗବତ ପଢ଼ିବାକୁ ଆରମ୍ଭ କଲେ । କିନ୍ତୁ ଏ କ'ଣ ହେଲା ପଣ୍ଡିତଙ୍କର ? ଯେତେ ପଢ଼ୁଛନ୍ତି ତାଙ୍କୁ ସେତେ ଭଲ ଲାଗୁଛି । ସେତେ ନୂଆ ନୂଆ ଅର୍ଥ ବାହାରୁଛି । ତାଙ୍କର ମନେ ହେଲା, ପ୍ରକୃତରେ ଏତେଦିନ ଧରି ସେଭାଗବତକୁ ବୁଝିପାରି ନ ଥିଲେ । ସେ ଯେତେ ପଢୁଛନ୍ତି, ତାଙ୍କୁ ସେତେ ଭଲ ଲାଗୁଚି ।

ପଣ୍ଡିତଙ୍କର ରାଜାଙ୍କ ପାଖକୁ ଯିବା ବନ୍ଦ ହୋଇଗଲା । ସେ ସବୁ ଭୁଲିଗଲେ, ଏପରିକି ଖାଇବା ଶୋଇବା ମଧ୍ୟ । ରାତିଦିନ ଭାଗବତ ଧରି ବସିଛନ୍ତି, ପଢ଼ୁଛନ୍ତି, ଦୁଇ ଆଖିରୁ ଧାର ଧାର ଲୁହ ବହିଯାଉଛି ।

ଦିନେ ଗଲା । ଦି'ଦିନ ଗଲା । ତିନି ଦିନ ଗଲା । ଭାଗବତ ପଣ୍ଡିତ ଆଉ ରାଜବାଟିକୁ ଆସିଲେନି । ରାଜା ଭାବିଲେ, ପଣ୍ଡିତଙ୍କର କ'ଣ ହେଲା ? ଦେଖୁ ଦେଖୁ ଆଉ କିଛି ଦିନ କଟିଗଲା । ଭାଗବତ ପଣ୍ଡିତ ତେବେ ମଧ୍ୟ ରାଜାଙ୍କୁ ଭାଗବତ ଶୁଣାଇବାକୁ ଆସିଲେ ନାହିଁ ।

ରାଜାଙ୍କ ମନରେ ସନ୍ଦେହ ହେଲା । ସେ ଦିନେ ଛଦ୍ମବେଶରେ ଧୀରେ ଧୀରେ ପଣ୍ଡିତଙ୍କର ଘରେ ଆସି ପହଞ୍ଚିଲେ । ଯାଇ ଦେଖିଲେ, ପଣ୍ଡିତ ଏକାକୀ ବସି ଭାଗବତ ପଢୁଛନ୍ତି ଓ ତାଙ୍କ ଦୁଇ ଆଖିରୁ ଧାର ଧାର ଲୁହ ବହିଯାଉଛି । ରାଜା ଯାଇ ତାଙ୍କ ଆଗରେ ଠିଆହେଲେ । କିନ୍ତୁ ପଣ୍ଡିତଙ୍କର ଖିଆଲ ନାହିଁ । ସେ ଖୁବ୍ ବିଭୋର ହୋଇ ଭାଗବତ ପଢୁଛନ୍ତି । କିଏ ଆସିଲା, ଗଲା ବା ତାଙ୍କ ପାଖରେ କ'ଣ ଘଟିଯାଉଛି, ତାହା ସେ ଜାଣୁ ନାହାନ୍ତି । ଏହି ଅବସ୍ଥା ଦେଖି ରାଜାଙ୍କର ମନରେ ଭକ୍ତି ଆସିଲା ।

Malunira Fula O Anyanya Galpa.pdf


ସେ ଗୋଟିଏ ପାଖରେ ବସି ଏକ ମନରେ ଭାଗବତ ଶୁଣିବାକୁ ଲାଗିଲେ ।

ବହୁ ସମୟ ପରେ ପଣ୍ଡିତଙ୍କର ପଢ଼ା ଶେଷ ହେଲା । ସେତେବେଳେ ସେ ଯାଇ ଭୂଇଁରେ ଶୋଇ ପଣ୍ଡିତଙ୍କୁ ପ୍ରଣାମ କଲେ । ପଣ୍ଡିତ ରାଜାଙ୍କୁ ଦେଖି ଚିହ୍ନି ପାରିଲେ । କହିଲେ, "ମହାରାଜ ! ଆପଣ ମୋର ଆଖି ଖୋଲି ଦେଇଛନ୍ତି ।"

ପାଣ୍ଡିତ୍ୟର ଅଭିମାନରେ ଭକ୍ତିର ଉଦୟ ହୁଏ ନାହିଁ ।

କୌପୀନ କା ବାସ୍ତେ


ଏକଦା ଜଣେ ସାଧୁ ତାଙ୍କର ଗୁରୁଙ୍କର ଉପଦେଶ ଅନୁସାରେ ଲୋକ ଗହଳିଠାରୁ ଖଣ୍ଡେ ଦୂରରେ ଗୋଟିଏ କୁଡ଼ିଆ ତିଆରି କଲେ । ଏହି କୁଡ଼ିଆରେ ସେ ତାଙ୍କର ଯୋଗ ସାଧନ ଆରମ୍ଭ କଲେ ।

ପ୍ରତିଦିନ ସ୍ନାନ ପରେ ସେ ନିଜର ଓଦା କୌପୀନ ଓ ଲୁଗାକୁ ପାଖରେ ଥିବା ଗୋଟିଏ ଗଛରେ ଶୁଖାଇ ଦିଅନ୍ତି । ଥରେ ନିକଟସ୍ଥ ଗ୍ରାମରୁ ଭିକ୍ଷା କରି ଆସି ସେ ଦେଖିଲେ, ଗଛରେ ଶୁଖାଇଥିବା କୌପୀନକୁ ମୂଷା କାଟି ଦେଇଛି । ତେଣୁ ପରଦିନ ଆଉ ଖଣ୍ଡେ ନୂଆ କୌପୀନ ଆଣିବା ପାଇଁ ସେ ଗାଁକୁ ଯିବାକୁ ବାଧ୍ୟ ହେଲେ । କିଛିଦିନପରେ ଥରେ ସାଧୁ କୌପୀନକୁ କୁଡ଼ିଆର ଚାଳରେ ଶୁଖାଇ ସବୁ ଦିନ ଭଳି ଭିକ୍ଷା କରିବାକୁ ଗଲେ । ଫେରି ଦେଖିଲେ, ମୂଷାମାନେ ତାହାକୁ କାଟି ଟିକିଟିକି କରିଦେଇଛନ୍ତି । ସେ ଖୁବ୍ ବିରକ୍ତ ହେଲେ ଓ ଭାବିଲେ, "ପୁଣି କେଉଁଠିକି ଯାଇ ମାଗିବି ? କାହାକୁ ମାଗିବି ? ଯାହା ହେଉ, ପରଦିନ ସେ ଗ୍ରାମବାସୀଙ୍କୁ ଭେଟିଲେ ଓ ମୂଷାମାନଙ୍କର ଏ ଉପଦ୍ରବ କଥା କହିଲେ । ତାଙ୍କଠାରୁ ସବୁକଥା ଶୁଣିସାରି ଗାଁର ଲୋକେ କହିଲେ, ତୁମକୁ ସବୁଦିନେ କିଏ ଲୁଗା କୌପୀନ ଯୋଗାଇବ ? ଗୋଟାଏ କଥା କର, ବିରାଡ଼ିଟିଏ ପୋଷ । ବିରାଡ଼ି ମୂଷାମାନଙ୍କୁ ଘଉଡ଼ାଇ ଦେବ ।"

ତା'ପରେ ସାଧୁ ଗାଁକୁ ଯାଇ ଗୋଟିଏ ବିରାଡ଼ି ଛୁଆ ଆଣିଲେ । ସେହିଦିନଠାରୁ ମୂଷାମାନେ ତାଙ୍କୁ ଆଉ ଅସୁବିଧାରେ ପକାଇ ପାରିଲେ ନାହିଁ । ସାଧୁଙ୍କର ଆନନ୍ଦ କହିଲେ ନ ସରେ ।

ବର୍ତ୍ତମାନ ସାଧୁ ଏହି ଦରକାରୀ ଛୋଟ ଜୀବଟିକୁ ଖୁବ ଯତ୍ନରେ ପାଳିବାକୁ ଲାଗିଲେ । ଗାଁରୁ ମାଗି ଆଣିଥିବା ଖିର ତାକୁ ପିଇବାକୁ ଦେଲେ । କିଛିଦିନ ପରେ ଜଣେ ଗ୍ରାମବାସୀ ତାଙ୍କୁ କହିଲା, "ସାଧୁ ମହାଶୟ, ତୁମର ସବୁଦିନେ ଖିର ଦରକାର । ଭିକ୍ଷା କରି କିଛିଦିନ ପାଇଁ ତୁମେ ଗୁଜୁରାଣ ମେଣ୍ଟାଇ ପାରିବ, ହେଲେ ବର୍ଷସାରା ତୁମକୁ କିଏ ଖିର ଯୋଗାଇବ ? ତେଣୁ ଗୋଟିଏ କଥା କର । ଗୋଟିଏ ଗାଈ ରଖ । ତୁମେ ନିଜେ ଖିର ଖାଇ ପାରିବ ଏବଂ ବିରାଡ଼ିକୁ ମଧ୍ୟ କିଛି ଦେଇପାରିବ ।"

କିଛି ଦିନ ପରେ ସାଧୁ ଗୋଟିଏ ଦୁଧିଆଳୀ ଗାଈ ଆଣିଲେ । ତାଙ୍କୁ ଆଉ ଖିର ମାଗିବାପାଇଁ ପଡ଼ିଲା ନାହିଁ । କିନ୍ତୁ ସମୟ କ୍ରମେ ଗାଈର ଖାଇବାପାଇଁ ସାଧୁଙ୍କୁ ନଡ଼ା ମାଗିବା ଦରକାର ହେଲା । ଏଥିପାଇଁ ତାଙ୍କୁ ନିକଟରେ ଥିବା ଗାଁକୁ ଯିବାକୁ ପଡ଼ିଲା । କିନ୍ତୁ ଗ୍ରାମବାସୀମାନେ କହିଲେ, "ତୁମର କୁଡ଼ିଆ ପାଖରେ ବହୁତ ପଡ଼ିଆ ଜମି ରହିଛି । ତୁମେ କିଛି ଜମିରେ ଚାଷକର, ତୁମକୁ ଆଉ ନଡ଼ା ମାଗିବାକୁ ପଡ଼ିବ ନାହିଁ ।"

ସେମାନଙ୍କର କଥା ମାନି ସାଧୁ ଜମି ଚାଷ କରିବା ଆରମ୍ଭ କଲେ । କ୍ରମଶଃ ଜମିରେ ମୂଲିଆ ଲଗାଇବାକୁ ପଡ଼ିଲା ଏବଂ ଫସଲ ଅମଳ କରିବାପାଇଁ ଗୋଟିଏ ଖଳା ତିଆରି କରିବା ଦରକାର ହେଲା । ଏହିପରି କାଳକ୍ରମେ ସେ ଏକପ୍ରକାର ଜମିମାଲିକ ହୋଇଗଲେ ଏବଂ ପରିଶେଷରେ ବିଷୟବାଡ଼ି ଦେଖାଶୁଣା କରିବାପାଇଁ ତାଙ୍କୁ ଗୋଟିଏ ସ୍ତ୍ରୀ ଆଣିବାକୁ ହେଲା । ବର୍ତ୍ତମାନ ସେ ଜଣେ ଅବସରବିହୀନ ଗୃହସ୍ଥ ଭାବରେ ଜୀବନଯାପନ କଲେ ।

Malunira Fula O Anyanya Galpa.pdf

କିଛି ଦିନ ପରେ ତାଙ୍କ ଗୁରୁ ତାଙ୍କୁ ଦେଖିବା ପାଇଁ ଆସିଲେ । ନିଜକୁ ଧନରତ୍ନ, ଗୋରୁଗାଈ ଭିତରେ ଦେଖି ଗୁରୁ ବିଚଳିତ ଅନୁଭବ କଲେ ଏବଂ ଗୋଟିଏ ଚାକରକୁ ପଚାରିଲେ, "ଜଣେ ସନ୍ନ୍ୟାସୀ ଏଠି କୁଡ଼ିଆଟିରେ ରହୁଥିଲେ; କହିପାରିବ, ସେ କୁଆଡେ଼ ଚାଲିଯାଇଛନ୍ତି ?"

ବାବାଜୀ କିଏ ଚାକରଟି ତାହା ଜାଣିପାରିଲା ନାହିଁ । ତେଣୁ ଗୁରୁ ନିଜେ ଘର ଭିତରକୁ ପଶିଗଲେ ଏବଂ ସେଠାରେ ନିଜର ଶିଷ୍ୟଙ୍କୁ ଦେଖିଲେ । ଗୁରୁ ପଚାରିଲେ, "ବାବା, ଏସବୁ କ'ଣ ?" ଶିଷ୍ୟ ଖୁବ୍ ଲଜ୍ଜିତ ହେଲେ ଏବଂ ଗୁରୁଙ୍କର ପାଦଦଳେ ପଡ଼ିଯାଇ କହିଲେ, "ପ୍ରଭୁ, ଏସବୁ ଖଣ୍ଡେ ମାତ୍ର କୌପୀନ ପାଇଁ !"

ଚାଷୀ ଓ ନାରଦ ଋଷି

ଥରେ ନାରଦ ଋଷିଙ୍କ ହୃଦୟରେ ଅହଂଭାବ ପ୍ରବେଶ କଲା । ସେ ଭାବିଲେ, ସେ ସବୁବେଳେ ହରିନାମ ନେଉଛନ୍ତି । ତାଙ୍କ ଭଳି ଭକ୍ତ ସାରା ସଂସାରରେ ନାହାନ୍ତି । ଏହା ଜାଣି ପ୍ରଭୁ ତାଙ୍କୁ କହିଲେ, "ହେ ମହର୍ଷି ! ଆପଣ ମର୍ତ୍ତ୍ୟପୁରକୁ ଯା'ନ୍ତୁ । ସେଠାରେ ମୋ'ର ଜଣେ ପରମ ଭକ୍ତ ଅଛନ୍ତି । ତାଙ୍କର ଯାହା ସବୁ ସଦ୍‌ଗୁଣ ଅଛି, ତାହା ଜାଣିବାକୁ ଚେଷ୍ଟା କରନ୍ତୁ ଓ ତା'ପରେ ଏଠାକୁ ଫେରି ଆସନ୍ତୁ ।"

"ଆଚ୍ଛା", ନାରଦ ମନେ ମନେ କହିଲେ, "ପ୍ରଭୁ ଯେପରି କହୁଛନ୍ତି, ମୁଁ ସେପରି କରିବି । ସେ ଭକ୍ତଙ୍କର କ'ଣ ସବୁ ବିଶିଷ୍ଟ ଗୁଣ ଅଛି, ମୁଁ ନିଜେ ଯାଇ ତାହା ଜାଣି ପାରିବି । ମୋ'ଠାରୁ କିଏ ଆଉ ବଡ଼ ଭକ୍ତ ଅଛି? ଯାହାହେଉ, ମୋତେ ପ୍ରଭୁଙ୍କର ଆଦେଶ ପାଳନ କରିବାକୁ ହେବ ।"

ନାରଦ ପୃଥିବୀକୁ ଆସି ଜଣେ ଚାଷୀକୁ ଦେଖିଲେ । ସକାଳୁ ଉଠିବା କ୍ଷଣି ଥରେ ସେ ହରିଙ୍କର ନାମ ନିଏ ଓ ଲଙ୍ଗଳ କାନ୍ଧେଇ ଖେତକୁ ଚାଲିଯାଏ । ଦିନ ସାରା ଖେତରେ କାମ କରେ ଓ ସଂଧ୍ୟାକୁ ଘରକୁ ଫେରେ । ଶୋଇବାକୁ ଯିବା ପୂର୍ବରୁ ପୁଣି ଥରେ ହରି ନାମ କରେ ।

ନାରଦ ଏସବୁ ଦେଖି ପାଟିକରି କହିଲେ, "ତା'ହେଲେ ଏଇ ଲୋକଟା ହେଲା ପ୍ରଭୁଙ୍କର ପରମ ଭକ୍ତ; ଆଉ ମୋ'ଠାରୁ ବଡ଼ । ଆଚ୍ଛା ହଉ ।" ଏହା କହି ନାରଦ ମନେ ମନେ ହସି ଲୋକଟି ପୁଣି କ'ଣ କରିବ, ଦେଖିବାପାଇଁ ଅପେକ୍ଷା କଲେ । ପୁଣି ସକାଳେ ଉଠିବାମାତ୍ରେ ଚାଷୀଟି ହରି ନାମ ନେଲା ଓ ପୂର୍ବପରି ଲଙ୍ଗଳ କାନ୍ଧେଇ ଖେତକୁ ଗଲା । ଦିନ ସାରା ଖଟି ସଞ୍ଜବେଳେ ଘରକୁ ଫେରିଲା ଓ ହରିଙ୍କର ନାମ ନେଇ ଶୋଇବାକୁ ଗଲା । "ଏଇ ତା'ହେଲେ ବିଶିଷ୍ଟ ଭକ୍ତ !" ଏହା କହି ନାରଦ ସିଧା ବୈକୁଣ୍ଠକୁ ଚାଲିଲେ ।

ବିଷ୍ଣୁଙ୍କୁ ସମ୍ବୋଧନ କରି ସେ କହିଲେ, "ମୁଁ ଆପଣଙ୍କ ଭକ୍ତଙ୍କୁ ଦେଖିଲି । ସେପରି ଜଣେ ପରମଭକ୍ତ ବୋଲି ମୋ'ର କାହିଁକି ମନେ ହେଲା ନାହିଁ । ଖେତ କାମରେ ସେ ସବୁବେଳେ ବ୍ୟସ୍ତ । ବୋଧହୁଏ, ମଜା କରିବା ପାଇଁ ଆପଣ ତା' ପାଖକୁ ମୋତେ ପଠାଇ ଥିଲେ ।"

ବିଷ୍ଣୁ ଭଗବାନ ନାରଦଙ୍କୁ କୌଣସି ଉତ୍ତର ନ ଦେଇ ଗୋଟିଏ ତୈଳପୂର୍ଣ୍ଣ ପାତ୍ର ତାଙ୍କୁ ଧରିବାକୁ ଦେଲେ । କହିଲେ, "ଏ ପାତ୍ରଟି ଧରି ପୁଣି ଥରେ ମର୍ତ୍ତ୍ୟ ଲୋକକୁ ବୁଲିବାକୁ ଯାଅ । ଦେଖ, ସେଠାରେ ବୁଲୁଥିବାବେଳେ ଗୋଟିଏ ଟୋପା ତେଲ ଯେପରି ତଳକୁ ନ ପଡେ଼ । ପାତ୍ରଟି ଯେପରି ଅଛି, ଠିକ୍ ସେହିପରି ମୋ' ପାଖରେ ଆଣି ପହଞ୍ଚାଇ ଦିଅ ।"

ନାରଦ ଖୁବ୍ ସାବଧାନ ହୋଇ ତୈଳ ପାତ୍ରଟି ଧରି ଚାଲିଲେ । ସେ ଏପରି ସାବଧାନ ଥିଲେ ଯେ ଟୋପାଏ ହେଲେ ତେଲ ତଳେ ପଡ଼ିଲା ନାହିଁ । କାର୍ଯ୍ୟଟିକୁ ସେ ସାଧନ କରି ପାରିଛନ୍ତି ବୋଲି ବିଜୟୋଲ୍ଲାସରେ ବିଷ୍ଣୁଙ୍କ ପାଖକୁ ଫେରି ଆସିଲେ ।

"ତା' ହେଲେ ତୁମେ ଫେରି ଆସିଲ । ବେଶ୍ ଭଲକଥା । କିନ୍ତୁ ମୋତେ ଗୋଟିଏ କଥା କହ । ତୁମେ ଏହି ତୈଳପାତ୍ର ଧରି ବୁଲୁଥିବା ବେଳେ କେତେଥର ମୋ' ନାମ ନେଇଚ?" ବିଷ୍ଣୁ ପଚାରିଲେ ।

Malunira Fula O Anyanya Galpa.pdf


"ହେ ଭଗବାନ ! ମୁଁ କିପରି ତୁମ କଥା ଚିନ୍ତା କରିବି ? ଟୋପାଏ ହେଲେ ତେଲ ଯେପରି ତଳେ ନ ପଡେ଼, ଆପଣ ମୋତେ ଆଦେଶ ଦେଇଥିଲେ । ତାହା କେତେ ବଡ଼ କଷ୍ଟକର କାର୍ଯ୍ୟ ! ମୋ'ର ସମସ୍ତ ଧ୍ୟାନ ତ ତାହାରି ଉପରେ ରହିଗଲା !" ନାରଦ କହିଲେ ।

"ମହର୍ଷି ! ତୈଳପାତ୍ରରେ ତୁମର ସମସ୍ତ ଧ୍ୟାନ ରହିବା ଯୋଗୁଁ ତୁମେ ମୋ'ର ନାମ ନେଇ ପାରିଲ ନାହିଁ । ତୁମ ଭଳି ଜ୍ଞାନୀର ଯଦି ଏହିପରି ଅବସ୍ଥା, ତା' ହେଲେ ଗରିବ ଚାଷୀଟିର କଥା ଚିନ୍ତାକର । ସେ ପରିବାରର ଗୁରୁ ଦାୟିତ୍ୱ ମୁଣ୍ଡାଇଛି । ତେବେ ସୁଦ୍ଧା ମୋ' ନାମ ଦିନକେ ଦୁଇଥର ନେଉଛି । ସେ ଭକ୍ତର କ'ଣ ବିଶିଷ୍ଟ ଗୁଣ ଅଛି, ଏବେ ବୁଝିଲ ତ ?" ବିଷ୍ଣୁ କହିଲେ । ନାରଦଙ୍କର ଗର୍ବ ଦୂର ହୋଇଗଲା । ସେ ନିଜକୁ ବଡ଼ ଲଜ୍ଜିତ ମନେ କଲେ ।

ଜ୍ଞାନ ଓ ଭକ୍ତି



ଜଣେ ଜ୍ଞାନୀ ପଣ୍ଡିତ ଓ ଆଉ ଜଣେ ପ୍ରେମିକ ସାଧକ ବନ ମଧ୍ୟରେ ଯାଉଥିଲେ । ବାଟରେ ଏକ ବାଘ ଆସୁଥିବାର ଦେଖି ଜ୍ଞାନୀ ଜଣକ କହିଲା, ଆମେମାନେ ପଳାଇବାର କୌଣସି କାରଣ ନାହିଁ । ସର୍ବଶକ୍ତିମାନ୍ ପରମେଶ୍ୱର ଆମକୁ ନିଶ୍ଚୟ ରକ୍ଷା କରିବେ । ପ୍ରେମିକ କହିଲା, ନା ଭାଇ, ଆମେ ଚାଲ ପଳାଇଯିବା । ଆମଦ୍ୱାରା ଯେଉଁକାମ ହୋଇପାରିବ, ମିଛରେ ଭଗବାନଙ୍କୁ ଡାକି କାହିଁକି ପରିଶ୍ରମ କରାଇବା ।

ଜ୍ଞାନ ହେଉଚି ପୁରୁଷ । ଭକ୍ତି ସ୍ତ୍ରୀ ଲୋକ । ପୁରୁଷମାନେ ବାହାରେ ଚଳନ୍ତି । ସ୍ତ୍ରୀଲୋକମାନେ ଘର ଭିତରେ । ଈଶ୍ୱରଙ୍କ ବାହାର ଘରକୁ ଜ୍ଞାନ ଯାଇପାରେ । କିନ୍ତୁ ଅନ୍ତଃପୁରକୁ କେବଳ ଭକ୍ତି ଛଡ଼ା କାହାର ଯିବାର ଅଧିକାର ନାହିଁ ।

ଅନେକ ଲୋକ ବୈଠକ ଘରେ ବହୁ‌ପ୍ରକାର ବିଦେଶୀ ଛବି ରଖନ୍ତି । କିନ୍ତୁ ଘର ଭିତରେ ହିଁ ଠାକୁରଙ୍କ ଛବି ରଖି ପୂଜା କରାଯାଏ ।

Malunira Fula O Anyanya Galpa.pdf

ଅଶିକ୍ଷିତ ବ୍ରାହ୍ମଣଙ୍କ ଗୀତାପାଠ


ଶ୍ରୀରଙ୍ଗମ୍‌ଠାରେ ଜଣେ ଅଶିକ୍ଷିତ ବ୍ରାହ୍ମଣ ଥିଲେ । ସେ ପ୍ରତିଦିନ ଗୀତାର ଅଷ୍ଟାଦଶ ଅଧ୍ୟାୟ ପାଠ କରୁଥିଲେ ଓ ପାଠ କଲାବେଳେ କାନ୍ଦୁଥିଲେ । ଅର୍ଥ ବୁଝିବା ଦୂରର କଥା, ଗୀତାର ଶ୍ଳୋକଗୁଡ଼ିକ ସେ ଶୁଦ୍ଧଭାବରେ ଉଚ୍ଚାରଣ କରିପାରୁ ନ ଥିଲେ । ତେଣୁ ସେ ଗୀତାପାଠ କରି କାନ୍ଦୁଥିବା ବେଳେ ଅନ୍ୟମାନେ ତାଙ୍କୁ ଉପହାସ କରି କହୁଥିଲେ, ମୂର୍ଖ ବ୍ରାହ୍ମଣ, କିଛି ନ ବୁଝି ଗୀତା ପଢୁଚି ଓ ସମସ୍ତଙ୍କୁ ଦେଖାଇବା ପାଇଁ କାନ୍ଦୁଚି । କିନ୍ତୁ ବ୍ରାହ୍ମଣ ଏ ସବୁ ନିନ୍ଦା ଓ ଉପହାସ ପ୍ରତି ଦୃଷ୍ଟି ନ ଦେଇ ତାଙ୍କର ନିୟମିତ ଗୀତା ପାଠ କରି ଆନନ୍ଦାଶ୍ରୁ ବର୍ଷଣ କରୁଥିଲେ ।

Malunira Fula O Anyanya Galpa.pdf

ଶ୍ରୀଚୈତନ୍ୟ ଶ୍ରୀରଙ୍ଗମ୍ ଯାଇଥିଲେ । ସେ ବ୍ରାହ୍ମଣଙ୍କର ଗୀତାପାଠ ଓ ପୁଲକିତ ଭାବରେ ଆନନ୍ଦାଶ୍ରୁ ବର୍ଷଣ ଦେଖି ତାଙ୍କୁ ପଚାରିଲେ, "ମହାଶୟ, ଆପଣ କଣ ଗୀତା ପଢ଼ି ବୁଝି ପାରୁଛନ୍ତି ? କାହିଁକି ଆପଣଙ୍କୁ ଏପରି ଆନନ୍ଦ ଲାଗୁଚି ?"

ବ୍ରାହ୍ମଣ କହିଲେ, "ଗୁରୁ ଆଜ୍ଞାରେ ମୁଁ ଗୀତାପାଠ କରୁଚି ଏବଂ ପାଠ କରୁଥିବାବେଳେ ଦେଖୁଚି, ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ରଥରେ ବସାଇ ଉପଦେଶ ଦେଉଛନ୍ତି । ତାହା ଦେଖି ମୋର ଅଙ୍ଗରେ ପୁଲକ ଜାତ ହେଉଚି ଓ ଆପେ ଆପେ ଆନନ୍ଦାଶ୍ରୁ ବହି ଯାଉଚି ।

ଚୈତନ୍ୟଦେବ ବ୍ରାହ୍ମଣଙ୍କୁ ଆଲିଙ୍ଗନ କରି କହିଲେ, "ଆପଣ ହିଁ ଗୀତାର ସାରମର୍ମ ବୁଝିଛନ୍ତି ।"

କୂଅଖୋଳାଳି


ଜଣେ ଲୋକ କୂଅ ଖୋଳିବାକୁ ଯାଇ ଦୁଇହାତ ମାଟି ଉଠାଇଚି, ଆଉ ଜଣେ ଲୋକ ଆସି କହିଲା, "ଭାଇ ତୁ ମିଛରେ ପରିଶ୍ରମ କରୁଛୁ । ଏହାର ତଳେ ପାଣି ନାହିଁ । ଖାଲି ବାଲି ।"

ଲୋକଟି ତା'କଥା ଶୁଣି ସେ ଜାଗା ଛାଡ଼ି ଆଉ ଗୋଟଏ ଜାଗାରେ ମାଟି ତାଡ଼ିବା ଆରମ୍ଭ କଲା । ସେଠାକୁ ଆଉ ଜଣେ ଆସି କହିଲା, "ଏ ଭାଇ, ଏଠି କାହିଁକି ଖୋଳୁଚୁ ? ଖାଲି ପଥର । ଆଉ ଟିକିଏ ଦକ୍ଷିଣକୁ ଯାଇ ଖୋଳ । ସୁନ୍ଦର ପାଣି ପଡ଼ିବ ।"

ଲୋକଟି ସେଠି ଆଉ ନ ଖୋଳି ଆଉ ଏକ ସ୍ଥାନକୁ ଗଲା । ସେଠାରେ ମଧ୍ୟ ସେହିରି ବାଧା ଆସି ପହଞ୍ଚିଲା । ଶେଷରେ ସେ ଆଉ କୂଅ ଖୋଳି ପାରିଲା ନାହିଁ ।

ଧର୍ମ ପଥ ମଧ୍ୟ ସେହିପରି । ଆଜି ଯାହା ବିଶ୍ୱାସ, କାଲି ଅନ୍ୟର ଉପଦେଶରେ ଲୋକ ଛାଡ଼ି ଦେଉଚି । ବିପଦ କଷ୍ଟରେ ପଡ଼ି ବିଶ୍ୱାସ ହରାଇ ନାସ୍ତିକ ହୋଇ ପଡ଼ୁଚି ।

ଗୋଟାଏ ନା ଗୋଟାଏ ବିଶ୍ୱାସ ରଖି କାମ କରିବାକୁ ହେବ ।

ବାପ ଦୁଇଟି ଛୋଟ ପୁଅକୁ ଧରି ପଡ଼ିଆରେ ଚାଲିଚି । ଗୋଟିଏ ପିଲା କାଖ ହୋଇଚି । ଆଉ ଗୋଟିଏ ପିଲା ପଡ଼ିଯିବ ବୋଲି ବାପ ତାର ହାତଧରି ନେଉଚି । ଏଇ ସମୟରେ ଏକ ଚିଲ ଉଡ଼ିଗଲା । ତାକୁ ଦେଖି ପିଲା ଦୁଇଟି ହାତ ତାଳି ମାରି ଖୁସିରେ କହିବାକୁ ଲାଗିଲେ, ବାପା, ଦେଖ ଦେଖ କେମିତ ପକ୍ଷୀ । ମାତ୍ର ଯେଉଁ ପିଲାଟି ବାପର ହାତ ଧରିଥିଲା, ସେ ହାତ ଛାଡ଼ି ଦେବାରୁ ପଡ଼ିଗଲା । ମାତ୍ର ଯେ କାଖରେ ବସିଥିଲା ତାର କିଛି ହେଲା ନାହିଁ । ପ୍ରଥମଟି ମୁଁକାର (ଅହଂକାର) । ଦ୍ୱିତୀୟଟି ନିର୍ଭର ।

Malunira Fula O Anyanya Galpa.pdf

Malunira Fula O Anyanya Galpa.pdf


କୃଷ୍ଣ ଆସହେ, ଆସହେ

ଦିନେ ଗୋଟିଏ ଗାଁକୁ ଏକ ଯାତ୍ରାଦଳ ଆସିଥିଲେ । ଯାତ୍ରା ଦେଖିବାପାଇଁ ଚାରିଆଡୁ ଲୋକ ଜମା ହୋଇଗଲେ । ପ୍ରଥମେ ବାଦ୍ୟଯନ୍ତ୍ର ଦଳ ବସି ହାରମୋନିଅମ୍, ଢୋଲ୍‌କି, ଗିନି, ଭେରୀ, ତୂରୀ ଆଦି ବଜାଇବାକୁ ଲାଗିଲେ ଏବଂ ତୁମୂଳ କୋଳାହଳ ମଧ୍ୟରେ ଡାକି ଚାଲିଲେ, "ହେ କୃଷ୍ଣ, ଆସହେ, ଆସହେ, କୁଆଡେ଼ ଅଛ, ଆସହେ ।"

ଏଣେ କୃଷ୍ଣପାର୍ଟ କରୁଥିବା ଲୋକଟିର ସେଥି‌ପ୍ରତି ଭ୍ରୂକ୍ଷେପ ନାହିଁ । ପରଦା ଆରପଟେ ସେ ଆରାମରେ ବସି ବିଡ଼ି ଟାଣୁଚି ଓ ଅନ୍ୟମାନଙ୍କ ସାଙ୍ଗରେ ଗପସପ ହଉଚି ।

ଏହି ସମୟରେ ନାରଦ ଆସି ମଞ୍ଚରେ ଆବିର୍ଭୂତ ହେଲେ । ସେ ସୁଲଳିତ ସ୍ୱରରେ ବୀଣା ବଜାଇ,"ହେ ନାରାୟଣ, ହେ କୃଷ୍ଣ, ହେ ପ୍ରଭୁ, ଆସ ଆସ" ବୋଲି ଗାଇବାକୁ ଲାଗିଲେ ଓ ତାଙ୍କର ଚକ୍ଷୁରୁ ଅଶ୍ରୁଧାର ବହିବାକୁ ଲାଗିଲା । ତାଙ୍କର ଆତୁର ସ୍ୱର ଶୁଣି କୃଷ୍ଣ ଆଉ ରହିପାରିଲେ ନାହିଁ । ସେ ବ୍ୟସ୍ତ ହୋଇ ମଞ୍ଚ ଉପରକୁ ଚାଲି ଆସିଲେ ।

ଢୋଲ, ଢମାଲ, ଆଡ଼ମ୍ବର, କୋଳାହଳ ମଧ୍ୟରେ ଭଗବାନଙ୍କୁ ଡାକିଲେ ସେ ଶୁଣନ୍ତି ନାହିଁ । ଯେତେବେଳେ ସାଧକ ଭାବରେ ଗଦ୍ ଗଦ୍ ହୋଇ ତାଙ୍କୁ ଆତୁର ନିବେଦନ କରେ, ସେ ଆଉ ବେଶୀକାଳ ରହିପାରନ୍ତି ନାହିଁ ।

Malunira Fula O Anyanya Galpa.pdf


ମାଗୁର ମାଛର ଝୋଳ

ସଂସାରୀ ଲୋକଙ୍କୁ ଯଦି କହିବ, ସବୁ ଛାଡ଼ି ଛୁଡ଼ି ଦେଇ ଈଶ୍ୱରଙ୍କ ପାଦପଦ୍ମକୁ ଧ୍ୟାନ କର, ସେମାନେ ତାହା କେବେ କରିବେ ନାହିଁ । ସଂସାରର ମୋହ କଣ ଏପରି ଛାଡ଼ି ହୁଏ ? ସେଥିାଇଁ ବିଷୟୀ ଲୋକମାନଙ୍କୁ ନିଜ ଆଡ଼କୁ ଟାଣିବାପାଇଁ ନିତାଇ ଗୌର ଦୁଇ ଭାଇ ପରାମର୍ଶ କରି ଏକ ଉପାୟ ବାହାର କଲେ । "ମାଗୁର ମାଛେର ଝୋଲ୍, ଯୁବତୀ ମେୟେରା କୋଲ, ବୋଲ୍ ହରି ବୋଲ' ।

ପ୍ରଥମ ଦୁଇଟିର ଲୋଭରେ ଲୋକ ହରିନାମ କରିବାକୁ ଯିବେ । କିନ୍ତୁ ହରି ନାମର ଆସ୍ୱାଦ ପାଇଲେ ସେମାନେ ବୁଝିପାରନ୍ତି ଯେ ମାଗୁର ମାଛର ଝୋଳ କିଛି ନୁହେ, ହରି ପ୍ରେମରେ ଯେଉଁ ଅଶ୍ରୁଧାରା ବହେ, ତା ସହିତ କାହାରି ତୁଳନା ନାହିଁ ।

ଆଉ ଯୁବତୀ ସ୍ତ୍ରୀ ହେଲା ପୃଥିବୀ । ଯୁବତୀ ସ୍ତ୍ରୀର କୋଳ ହେଲା, ପୃଥିବୀର ଧୂଳିରେ ହରି ପ୍ରେମରେ ଗଡ଼ାଗଡ଼ି ହେବା ।


ପାର୍ବତୀଙ୍କ ଗାଲରେ ଆଞ୍ଚୁଡ଼ା ଚିହ୍ନ

ଦିନେ କାର୍ତ୍ତିକେୟ ଖେଳୁଥିବାବେଳେ ଗୋଟାଏ ବିରାଡ଼ିର ମୁହଁକୁ ନଖରେ ଆଞ୍ଚୁଡ଼ି ଦେଲେ । ବିରାଡ଼ିଟା ମ୍ୟାଉଁ ମ୍ୟାଉଁ ହୋଇ ପଳାଇଗଲା ।

ତା' ପରଦିନ କାର୍ତ୍ତିକ ଦେଖିଲେ, ମା'ଙ୍କ ଗାଲରେ ଆମ୍ପୁଡ଼ା ଚିହ୍ନ । ସେ ମା'ଙ୍କୁ ପଚାରିଲେ, "ମା ! ତୋ ଗାଲରେ ଏ ଆମ୍ପୁଡ଼ା ଚିହ୍ନ କେମିତି ହେଲା ?"

ଜଗଜ୍ଜନନୀ କହିଲେ, "ବାପ, ଏ ତୋର ନଖର ଦାଗ ।"

କାର୍ତ୍ତିକ ପଚାରିଲେ,"ମୋ ନଖର ଦାଗ ତୋ' ଗାଲକୁ କିପରି ଗଲା ?"

ମା' କହିଲେ, " ବାପ, ତୋର ମନେ ନାଇଁ, କାଲି ସେ ବିଲେଇଟାକୁ ତୁ ନଖରେ ଆଞ୍ଚୁଡ଼ି ଦେଇଥିଲୁ ।"

କାର୍ତ୍ତିକ ପଚାରିଲେ,"ବିଲେଇଟାକୁ ତ ମୁଁ ଆଞ୍ଚୁଡ଼ି ଦେଇଥିଲି । ତୋ ଗାଲକୁ କିପରି ଆଞ୍ଚୁଡ଼ା ଚିହ୍ନ ଆସିଲା ?"

ପାର୍ବତୀ କହିଲେ, "ବାବୁ, ଏ ଜଗତରେ ମୋ ଛଡ଼ା ଅନ୍ୟ କୌଣସି ଜୀବଜନ୍ତୁ ନାହାନ୍ତି । ତୁ ଯାହାକୁ ଆଘାତ କରିବୁ, ମୋତେ ଆଘାତ କରାହେବ ।"

ସମସ୍ତ ପ୍ରାଣୀଙ୍କ ମଧ୍ୟରେ ଈଶ୍ୱର ଅଛନ୍ତି । ତେଣୁ କାହାରି ପ୍ରତି ହିଂସା କରିବା ଉଚିତ ନୁହେଁ ।

Malunira Fula O Anyanya Galpa.pdf

Malunira Fula O Anyanya Galpa.pdf


ଅସାଧାରଣ

ଗୋଟିଏ ଜାଗା ପାଚେରିରେ ଘେରା ହୋଇଥିଲା । ପାଚେରି ବାହାର ଲୋକ ଭିତରେ କଣ ଅଛି ଜାଣି ପାରୁ ନ ଥିଲେ । ଦିନେ ଚାରିଜଣ ଲୋକ ସାଙ୍ଗହୋଇ ଗୋଟିଏ ଶିଡ଼ି ଧରି ଗଲେ, ପାଚେରି ଉପରକୁ ଉଠି ଦେଖିବାପାଇଁ- ଭିତରେ କଣ ଅଛି ।

ପ୍ରଥମ ଲୋକଟି ଯେପରି ପାଚେରି ଉପରକୁ ଉଠିଚି, ଖୁବ୍ ଖୁସି ହୋଇଯାଇ ଭିତରକୁ ଡେଇଁ ପଡ଼ିଲା । ଦ୍ୱିତୀୟ ଲୋକଟି ବ୍ୟାପାରଟା କଣ ବୁଝି ପାରିଲା ନାହିଁ । ସେ ପାଚେରି ଉପରକୁ ଉଠିବାମାତ୍ରେ ଭିତରକୁ ଚାହିଁ ଆନନ୍ଦରେ ବାଃ ବାଃ କହି ଭିତରକୁ ଡେଇଁପଡ଼ିଲା । ତୃତୀୟ ଲୋକଟି କିଛି ବୁଝି ନ ପାରି ଯେପରି ପାଚେରି ଉପରକୁ ଉଠିଚି, ସେ ମଧ୍ୟ ଖୁବ୍ ଖୁସି ହୋଇଯାଇ ବାଃ ବାଃ କରି ଭିତରକୁ ଡେଇଁ ପଡ଼ିଲା ।


ତା'ପରେ ଚତୁର୍ଥ ବ୍ୟକ୍ତିର ପାଳି ପଡ଼ିଲା । ସେ ପାଚେରି ଉପରକୁ ଉଠି ଦେଖିଲା, ଭିତରେ ଏକ ସୁନ୍ଦର ଉଦ୍ୟାନ ଓ ତାର ଅପୂର୍ବ ଶୋଭା । ବହୁତ ଫୁଲଫଳ ଭର୍ତ୍ତି ହୋଇଚି । ସେ ତଳକୁ ଓହ୍ଲାଇଗଲା ଓ ଅନ୍ୟ ପାଞ୍ଚଜଣଙ୍କୁ ଡାକି ଦେଖିଥିବା ବଗିଚାର କଥା ସେମାନଙ୍କୁ କହିଲା । ସମସ୍ତେ ମିଶି ତାହା ଉପଭୋଗ କରିବାପାଇଁ ବାହାରିଲେ ।

ପ୍ରଥମ ତିନି ଜଣ ବ୍ୟକ୍ତି ହେଲେ ସାଧାରଣ ସ୍ତରର । ସେମାନେ କେବଳ ନିଜର ଆନନ୍ଦ ପାଇଁ ଥାନ୍ତି । କିନ୍ତୁ ଚତୁର୍ଥ ବ୍ୟକ୍ତିଟି ଅସାଧାରଣ । ସମସ୍ତଙ୍କ ତୃପ୍ତିରେ ହିଁ ତାର ତୃପ୍ତି ।

ଚାରି ରକମର ମାଛ

ଜାଲରେ ମାଛ ଧରୁଥିବା ବେଳେ ଦେଖିବ, କେତେକ ମାଛ ଜାଲରେ ପଡ଼ିରହନ୍ତି । ପଳାଇବାପାଇଁ ଚେଷ୍ଟା କରନ୍ତି ନାହିଁ । କେତେକ ମାଛ ଜାଲରେ ପଡ଼ି ଫଡ଼ ପଡ଼, ଛଟ ପଟ ହୁଅନ୍ତି । କିନ୍ତୁ ପଳାଇ ପାରନ୍ତି ନାହିଁ । ଆଉ ଏକ ଜାତୀୟ ମାଛ ଅଛନ୍ତି, ଯେଉଁମାନେ ଜାଲ ଛିଣ୍ଡାଇ ପଳାଇ ଯା'ନ୍ତି । ବାକି ଦି'ଚାରିଟା ମାଛ ଏତେ ଚାଲାକ ଯେ ଜାଲରେ ପଡ଼ନ୍ତି ନାହିଁ । ସେହିପରି ସମସ୍ତ ଜୀବ ସମାନ ହେଲେ ହେଁ ଅବସ୍ଥା ଭେଦରେ ସେମାନେ ଚାରି ରକମର । ବଦ୍ଧ ଜୀବ, ମୁମୂର୍ଷୁ ଜୀବ, ମୁକ୍ତ ଜୀବ ଓ ନିତ୍ୟ ଜୀବ ।

Malunira Fula O Anyanya Galpa.pdf


ବଦ୍ଧ ଜୀବ ଛଳ କପଟ ଭିତରେ ପଡ଼ି କାମିନୀ କାଞ୍ଚନର ଲୋଭ ଛାଡ଼ି ପାରେ ନାହିଁ । ଭଗବାନଙ୍କ ପାଖରେ ମନଦେବା ଦୂରର କଥା, ସେ ନିଜେ ହରିନାମ ନିଏ ନାହିଁ କି ପରକୁ ଶୁଣାଏ ନାହିଁ । ଧର୍ମସଂପ୍ରଦାୟ ଓ ଧାର୍ମିକମାନଙ୍କୁ ନିନ୍ଦା କରେ । ଶଙ୍ଖର ପାଣି ଯେପରି ଗୋଟିଏ ପଟୁ ଆସି ଆରପଟେ ଚାଲିଯାଏ, ବଦ୍ଧ ଜୀବ ସେହିପରି ଗୋଟିଏ କାନରେ ହରିନାମ ଶୁଣିଲେ ଆରକାନ ଦେଇ ତାହା ଚାଲିଯାଏ । ପାୱାର ମଟରକୁ ଚଳାଇଲେ ସେ ଯେପରି ଗଦ୍ ଗଦ୍ କରେ, ବଦ୍ଧ ଜୀବ ସହିତ କଥାଭାଷା କଲେ ଜଣାପଡେ଼, ତା ଭିତରେ ବିଷୟ ବାସନା ଗଦ୍ ଗଦ୍ ହେଉଚି ।

ମୁମୂର୍ଷୁ ବା ମୁକ୍ତିପାଇବାକୁ ଇଚ୍ଛା କରୁଥିବା ଜୀବ ବ୍ୟାକୁଳ ଭାବରେ ସଂସାର ଜାଲରୁ ମୁକ୍ତ ହେବା ପାଇଁ ଛଟ ପଟ ହୁଏ । ପ୍ରାଣପଣେ ଚେଷ୍ଟା କରେ ।

ଯେଉଁମାନେ ସଂସାରଜାଲରୁ ଖସି ପଳାନ୍ତି, ସେମାନେ ମୁକ୍ତ ଜୀବ । ପଙ୍କ ପୋଖରୀରେ ମାଛ ଥିଲେ ମଧ୍ୟ ତା ଦେହରେ ଯେପରି ପଙ୍କ ଲାଗେ ନାହିଁ, ମୁକ୍ତ ଜୀବ ସେହିପରି ।

ନାରଦ ଓ ଶୁକଦେବ ହେଲେ ମୁକ୍ତ ଜୀବ । ଏକ ଷ୍ଟିମ୍ ବୋଟ୍ ପରି । ଷ୍ଟିମ୍ ବୋଟ୍ ରେ ତ ନିଜେ ପାରି ହୋଇ ପାରିବ । ତା'ସହିତ ବଡ଼ ବଡ଼ ଜୀବଜନ୍ତୁ, ଏପରିକି ହାତୀକୁ ମଧ୍ୟ ପାର କରାଇ ନିଆଯାଇ ପାରିବ ।