ମେଘଦୂତ (ଗଡ଼ନାୟକ)

ଉଇକିପାଠାଗାର‌ରୁ

 
୪୩

ତୁମରି ଅୟନେ ସିକ୍ତ ମାଟିର
ଗନ୍ଧ ଧରି
ସୁରଭି ଶୀତଳ ହେଉଥିବ ଧୀର
ବାୟୁଲହରୀ -
ନାନା ଧ୍ୱନି କରି ପୁଲକ ପ୍ରାଣେ
ବାରଣ ମତ୍ତ ଯାହାର ଘ୍ରାଣେ
ପରଶରେ ଯାର ରସରେ ଭର
ପକ୍ୱ ବନର ଡିମିରି ଫଳ,
ଦେବଗିରି ମୁଖେ ହେଉଥିବ ତୁମେ
ଅଗ୍ରସର
ମୃଦୁଳେ ବିଞ୍ଚି ସେବିବେ ତୁମକୁ
ହେ ଜଳଧର ।