ଶକ୍ତି

ଉଇକିପାଠାଗାର ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ

ଇଉରେକା, ଇଉରେକା......

ବୈଜ୍ଞାନିକ ଡ଼ ବିପ୍ଳବ ରାୟ ଆର୍କମିଡିସୀୟ ଶୈଳୀରେ ଚିତ୍କାର କରି ଉଠିଲେ। ସ୍ଥାନ ତାଙ୍କ ଗବେଷଣାଗାର। ସମୟ: ନିଶାର୍ଦ୍ଧ।

ଏ ସମୟରେ ଗବେଷଣାଗାରରେ କେହି ନଥିଲେ। ନିର୍ଜନ ଗବେଷଣାଗାରରେ ତାଙ୍କ ଉଲ୍ଲାସଭରା କଣ୍ଠସ୍ଵର ବେଶ୍ କିଛି ଗୁଞ୍ଜରି ଉଠିଲା। ଡ଼ ବିପ୍ଳବ ରାୟ ଆତ୍ମବିଭୋର ହୋଇ ପୁଣି ଥରେ ଚିତ୍କାର କରି ଉଠିଲେ: ମିଳିଗଲା, ମିଳିଗଲା।

ଡ଼ ବିପ୍ଳବ ରାୟ ବହୁ ବର୍ଷ ଧରି ଗୋଟିଏ ବିଶେଷ ବିଷୟ ଉପରେ ଗବେଷଣା କରୁଥିଲେ। ତାହା ହେଲା: ଶବ୍ଦ ଶକ୍ତି ବା ସାଉଣ୍ଡ୍ ଏନର୍ଜିକୁ ମେକାନିକାଲ୍ ଏନର୍ଜି କିମ୍ବା ଇଲେକ୍ଟ୍ରିକାଲ୍ ଏନର୍ଜିରେ ପରିଣତ କରିବା। ମେକାନିକାଲ୍ ଏନର୍ଜିକୁ ଇଲେକ୍ଟ୍ରିକାଲ ଏନର୍ଜି ବା ବିଦ୍ୟୁତ୍ ଶକ୍ତିରେ ପରିଣତ କରି ହୁଏ। ବାୟୁ-ଶକ୍ତିକୁ ମଧ୍ୟ ବିଦ୍ୟୁତ୍-ଶକ୍ତିରେ ରୂପାନ୍ତରିତ କରି ହେଲାଣି। ବୈଜ୍ଞାନିକ ଡ଼ ରାୟ କିନ୍ତୁ ଶବ୍ଦ-ଶକ୍ତି ବା ସାଉଣ୍ଡ୍ ଏନର୍ଜିକୁ ଅନ୍ୟ ଶକ୍ତିରେ ରୂପାନ୍ତରିତ କରିବାକୁ ଚାହୁଁଥିଲେ। ଅର୍ଥାତ୍ ବିନା କଣ୍ଠସ୍ଵରରୁ ଯେଉଁ ଶବ୍ଦ ତରଙ୍ଗ ସୃଷ୍ଟି ହେଉଛି- ସେଇ ଶକ୍ତିରୁ ବିଦ୍ୟୁତ୍ ଶକ୍ତି ଉତ୍ପାଦିତ ହେବ। ସେ ଏକ ଯନ୍ତ୍ର ଉଦ୍ଭାବନ କରିବାର ଚେଷ୍ଟା କରୁଥିଲେ ଯାହା ଶବ୍ଦ ଶକ୍ତିକୁ ଅର୍ଥାତ୍ ଶବ୍ଦ ଦ୍ଵାରା ବାୟୁରେ ସୃଷ୍ଟି ହେଉଥିବା ତରଙ୍ଗକୁ ଧରି ବୈଦ୍ୟୁତିକ ଶକ୍ତିରେ ରୂପାନ୍ତରିତ କରି ପୃଥିବୀରେ ମଣିଷ କେତେ କଥା କହୁଛି, ଚଢେଇ ଗୀତ ଗାଉଛି, ସମୁଦ୍ର ଗର୍ଜନ କରୁଛି, ଜଳପ୍ରପାତ ପଡୁଛି ଝର୍ ଝର୍ ହୋଇ... କେତେ ଶବ୍ଦ... ଏ ସମସ୍ତ ଶବ୍ଦ ଶକ୍ତିକୁ ଯଦି ବିଦ୍ୟୁତ୍ ଶକ୍ତିରେ ପରିଣତ କରିହେବ- ତେବେ ପୃଥିବୀର ଶକ୍ତି ସମସ୍ୟାର ସମାଧାନ ହୋଇଯିବ। ବିଜୁଳି ପାଇଁ ହାହାକାର ରହିବନି। କଳକାରଖାନା ସୁରୁଖୁରୁରେ ଚାଲିବ। ଦେଶର ଉତ୍ପାଦନ ବଢିବ। ମଣିଷ ଜୀବନ ଧାରଣର ମାନ ବଢିଯିବ। ସବୁଠୁଁ ବଡ଼ କଥା, ଗରିବ ଲୋକ ଘରେ ଆଉ ଅନ୍ଧାର ରହିବନି।

ପ୍ରଥମେ ସେ ଯେତେବେଳେ ଏକଥା ପ୍ରବୀଣ ଅଧ୍ୟାପକମାନଙ୍କୁ କହିଥିଲେ ସେମାନେ ହସିଥିଲେ। ବିପ୍ଳବକୁ ପାଗଳ ବୋଇଲି କହିଥିଲେ। ଶବ୍ଦରୁ ବିଜୁଳି। ହାଃ, ହାଃ... ପାଗଳ ନା କଣ? ଆରେ ସାଉଣ୍ଡ୍ ଏନର୍ଜିର ମ୍ୟାଗ୍ନିଚ୍ୟୁଡ୍ କେତେ? ସେଥିରୁ କି ବିଜୁଳି ବାହାରିବ? ବିପ୍ଳବ କିନ୍ତୁ ହାର ମାନି ନଥିଲେ। ଦୁଇ ଶ' ବର୍ଷ ତଳେ ଉଡାଜାହାଜ, ବୁଡାଜାହାଜର କଳ୍ପନା ବି କରିନଥିଲେ କେହି। ଜହ୍ନକୁ ଯିବା ଥିଲା ଅଳିକ କଳ୍ପନା-ବିଳାସ। ଆଜି ତାହା ବାସ୍ତବ। ନୂତନ କିଛି ଉଦ୍ଭାବନ ପାଇଁ ପ୍ରଥମେ ସ୍ଵପ୍ନ ଦରକାର। ସେ ସ୍ଵପ୍ନ ପ୍ରତି ବିଶ୍ଵାସ ଥିବା ଦରକାର। ସ୍ଵପ୍ନକୁ ବାସ୍ତବ କରିବା ପାଇଁ କଠୋର ପରିଶ୍ରମ ଦରକାର। ଦୃଢ଼ ମନୋବଳ ଦରକାର। ତେବେ ଯାଇ ଅସମ୍ଭବ ସମ୍ଭବ ହେବ। ଯୁଗେ ଯୁଗେ ତାହା ହୋଇଛି। ଆଉ ଯୁଗେ ଯୁଗେ ପ୍ରଥମ ସ୍ଵପ୍ନ ଦେଖୁଥିବା ଲୋକଟିକୁ ସାଧାରଣ ମଣିଷ, ସମାଜ, ସମାଜର ବଡ଼ପଣ୍ଡାମାନେ ପାଗଳର ଆଖ୍ୟା ଦେଇ ଆସିଛନ୍ତି।

ଆଜି ଏଇ ନିଶାର୍ଦ୍ଧରେ ବୈଜ୍ଞାନିକ ବିପ୍ଳବ ରାୟଙ୍କ ସ୍ଵପ୍ନ ସାକାର ହୋଇଛି। ବହୁ ବର୍ଷ ଧରି ଏଇ ବିଷୟରେ ଗବେଷଣାରେ ଲାଗି ରହିଛନ୍ତି ସେ। ଘରସ୍ଵାର, ନିଜର ସୁଖ ସ୍ଵଚ୍ଛନ୍ଦ୍ୟ ବ୍ୟକ୍ତିଗତ ଜୀବନ ସବୁ ଭୁଲି ସେ ଏଇଥିରେ ନିଜକୁ ନିୟୋଜିତ କରି ରଖିଛନ୍ତି। ଆଜି ସେଇ ଐକାନ୍ତିକ ପରିଶ୍ରମ ଓ ନିଷ୍ଠାର ଫଳ ତାଙ୍କ ହାତମୁଠାରେ। ଏଇ ସେ ଯନ୍ତ୍ର। ଚାରିକୋଣିଆ ବାକ୍ସ ଭଳି ମେସିନଟିକୁ ଖୁବ୍ ଯତ୍ନରେ ଆଉଁସି ଦେଲେ ସେ। ମେସିନର ଗୋଟେ ପଟରେ ଏକ ବଡ଼ ଫନେଲ୍ ଭଳି ଅଂଶ୍ ଅଛି। ସେଟା ରିସିଭର୍। ଶବ୍ଦ-ଶକ୍ତି ସଂଗ୍ରହ କରିବ। ମେସିନର ଆର ପଟେ, ତଳ ଆଦ଼କୁ ଗୋଟେ ସକେଟ୍। ସେଥିରୁ ବିଦ୍ୟୁତ୍ ଶକ୍ତି ତାର ମାଧ୍ୟମରେ ଅନ୍ୟତ୍ର ପ୍ରବାହିତ ହେବ। ଯନ୍ତ୍ର ଭିତରେ ନାନା ସୂକ୍ଷ୍ମାତିସୂକ୍ଷ୍ମ ଅଂଶମାନ। ଏହାର ଜଟିଳ ନିର୍ମାଣ ପ୍ରଣାଳୀ ଏଇ ମୁହୂର୍ତ୍ତରେ କେବଳ ଡ.ରାୟଙ୍କ ମସ୍ତିଷ୍କରେ ଆଉ ଇଆଡେ ସିଆଡେ ବିକ୍ଷିପ୍ତ ହୋଇ ରହିଥିବା ନୋଟସ ଭିତରେ।

ଡ.ରାୟ ମେସିନଟିକୁ ଆଉ ଥରେ ପରୀକ୍ଷା କଲେ: ନିଜ ସଫଳତାକୁ ଯେମିତି ଆଉ ଥରେ ପରଖିନେବାକୁ ଚାହାନ୍ତି ସେ। ମେସିନଟିର ଫନେଲ୍ ପାଖକୁ ମୁହଁ ନେଇ ଖୁବ୍ ଆଦରରେ କହିଲେ: ସଖୀ, ତୁମେ ମୋ ସ୍ଵପ୍ନର ଫସଲ। ମୋ କଳ୍ପନାର ବାସ୍ତବ ମୂର୍ତ୍ତି। ମୁଁ ତୁମକୁ ଭଲପାଏ।

...ଦୀର୍ଘ ବର୍ଷର ଗବେଷଣା ଭିତରେ ଡ.ରାୟ କେତେବେଳେ ଯେ ଏ ଯନ୍ତ୍ରଟିକୁ ସଖୀ ନାମ ଦେଇଛନ୍ତି; ଆଉ ତା' ସହିତ ଏକ ଆବେଗିକ ସମ୍ପର୍କ ସ୍ଥାପନ କରି ସାରିଛନ୍ତି, ସେ ନିଜେ ମଧ୍ୟ ଭୁଲି ଗଲେଣି। ହୁଏତ କ୍ଔଣସି କାମକୁ ଖୁବ୍ ନିଜର କରି ଭଲ ନ ପାଇଲେ ନୂତନ ସୃଷ୍ଟି ସମ୍ଭବ ହୁଏନି। ଏ ବିଶାଳ ଦୁନିଆରେ ବିଲକୁଲ ଏକଲା, ନିଃସଙ୍ଗ ଡ.ରାୟ ତାଙ୍କର ସବୁତକ ମାନବିକ ସ୍ନେହ ଓ ପ୍ରୀତି ଏଇ ଯନ୍ତ୍ରଟି ଉପରେ ଅଜାଡି ଦେଇଛନ୍ତି। ଏ ଯନ୍ତ୍ରକୁ ସେ ସଖୀ ବୋଲି ସମ୍ବୋଧନ କରନ୍ତି। ଗବେଷଣାର ଦୀର୍ଘ ବର୍ଷ ଭିତରେ କେତେ ନିଷ୍ଫଳା ମଧ୍ୟାହ୍ନ ଓ ଗଭୀର ରାତ୍ରିରେ ସେ ଏ ମେସିନ ସହ କଥାବାର୍ତ୍ତା କରିଛନ୍ତି, ଭର୍ତ୍ସନା କରିଛନ୍ତି, କାକୁତି ବିନତି କରିଛନ୍ତି: ସଖୀ, ଜୀବନ୍ତ ହୋଇ ଉଠ, ମୋ ସ୍ଵପ୍ନକୁ ସାକାର କର। ସହକାରୀମାନେ ଦୂରରୁ ଦେଖିଛନ୍ତି ଡ. ରାୟ ମେସିନଟିକୁ ଆଉଁସୁଛନ୍ତି, ପିତା ଯେମିତି ଅପତ୍ୟ ସ୍ନେହରେ ଶିଶୁପୁତ୍ରକୁ ଗେଲ୍ହା କରେ, ବେଳେବେଳେ ପୁଣି ଯନ୍ତ୍ରଟି ଉପରେ ମୁଷ୍ଟ୍ୟାଘାତ କରୁଛନ୍ତି ଆଉ ମନକୁ ମନ କଣ କହୁଛନ୍ତି। ସେମାନେ ନିଜ ନିଜ ଭିତରେ ହସାହସି ହୋଇଛନ୍ତି: ଲୋକଟା ପୂରା ପାଗଳ ହୋଇଗଲାଣି। ଏ ଗବେଷଣା ପାଇଁ ସାଧନ ସଂଗ୍ରହ କରିବାକୁ ଡ.ରାୟ ତାଙ୍କର ଯାବତୀୟ ସମ୍ପତ୍ତି ଓ ସଞ୍ଚିତ ଅର୍ଥ ପ୍ରାୟ ନିଃଶେଷ କରି ସାରିଲେଣି।

ଆଜି ଏଇ ମୁହୂର୍ତ୍ତରେ ଡ.ରାୟ ଯନ୍ତ୍ରଟିକୁ ଆଉଁସି ଦେଇ ଖୁବ୍ ଆଦରରେ କହିଲେ: ମୁଁ ତୁମକୁ ଭଲପାଏ। ତା'ପରେ ପାଖରେ ଧୁଆ ହୋଇଥିବା ଟେବୁଲ ଲ୍ୟାମ୍ପର ପ୍ଲଗଟିକୁ ମେସିନ ପଛର ସକେଟରେ ଲଗେଇ ଗଭୀର ଏକ ପ୍ରଶ୍ଵାସ ନେଇ ଟେବୁଲ ଲ୍ୟାମ୍ପର ସୁଇଚ୍ ଚିପିଲେ। ସାଙ୍ଗେ ସାଙ୍ଗେ ଜଳି ଉଠିଲା ଏକ ଆଲୋକର ବୃତ୍ତ। ଏଇତ... ସଫଳ ହୋଇଛି ତାଙ୍କର ଦୀର୍ଘ ବର୍ଷର ତପସ୍ୟା। ଶବ୍ଦର ଉତ୍ପାଦିତ ହୋଇପାରୁଛି ବିଦ୍ୟୁତ୍ ଶକ୍ତି। ଖୁବ୍ ଖୁସି ହୋଇ ଡ.ରାୟ ଚାରିଆଡ଼କୁ ଆଖି ବୁଲେଇଲେ। କେହି ନାହାନ୍ତି। ନିର୍ଜନ ଗବେଷଣାଗାର। ସିଲିଂରୁ ଝୁଲୁଥିବା ଚାରୋଟି ପଙ୍ଖା ବୁଲିବାର ଶବ୍ଦରେ ଯାହା ଦୋହଲୁ ଥିଲା ନିରବତାର ପର୍ଦ୍ଦା।

ଏତେବେଳେ ଡ.ରାୟଙ୍କର ମନେ ହେଲା - ସେ କେତେ ନିଃସଙ୍ଗ। ଜୀବନର ଚରମ ଖୁସିକୁ ଭାଗ କରିନେବା ପାଇଁ ତାଙ୍କ ପାଖରେ ଆଜି ଏଇ ମୁହୂର୍ତ୍ତରେ ଏକ ନିର୍ଜୀବ ଯନ୍ତ୍ର ଆଉ ଆଲୋକର ବୃତ୍ତ ଛଡା ଆଉ କେହି ନାହାନ୍ତି


॥୨॥

ପ୍ରଭାତର ସୁନେଲି କିରଣ ଏବେ ତମ୍ବା ରଙ୍ଗ। ନିଜ ଶୟନ କକ୍ଷରେ ନିଦ ଭାଙ୍ଗି ଉଠିଲେ ଡ.ରାୟ। ଦେହରେ ତଥାପି ଜଡେଇ ରହିଛି ଧଳା ଆପ୍ରନ୍। କାଲି ରାତିରେ ଗବେଷଣାଗାରରେ ମେସିନତିର ସଫଳ ପରୀକ୍ଷା ପରେ ସେ ନିଜ ବାସଗୃହକୁ ଚାଲି ଆସିଥିଲେ। ତାଙ୍କ ବାସଗୃହଠୁଁ ଗବେଷଣାଗାର ବେଶି ଦୂର ନୁହେଁ। ଶୟନ କକ୍ଷକୁ ପଶିଲା ପରେ ସେ ଏତେ କ୍ଳାନ୍ତି ଅନୁଭବ କଲେ ଯେ ପୋଷାକ ପରିବର୍ତ୍ତନ ନକରି ବିଛଣାରେ ଲୋଟି ପଡିଥିଲେ।

ବାହାରର ତମ୍ବାରଙ୍ଗ ଖରା ଆଡ଼କୁ ଚାହିଁ ଡ.ରାୟ ଗତକାଲିର ଉଦ୍ଭାବନ କଥା ଚିନ୍ତା କରିବାକୁ ଲାଗିଲେ। ଯନ୍ତ୍ରଟି ଏବେ ପ୍ରାଥମିକ ଅବସ୍ଥାରେ ରହିଛି। ଏବେ ଏଥିରେ କେବଳ ମଣିଷର କଣ୍ଠସ୍ଵରରୁ ବିଦ୍ୟୁତ୍ ଶକ୍ତି ଉତ୍ପାଦିତ ହୋଇପାରୁଛି। ପଶୁ ପକ୍ଷୀଙ୍କ କଣ୍ଠସ୍ଵର କିମ୍ବା ଝରଣା, ଜଳପ୍ରପାତ କି ସମୁଦ୍ର ଗର୍ଜନରୁ ନୁହଁ। ଏପରି କାହିଁକି ହେଉଛି ସେ ସମ୍ପର୍କରେ ଅଧିକ ଗବେଷଣା ଦରକାର। କିନ୍ତୁ ସେ ଗବେଷଣାରେ ଅଧିକ ସମୟ ବିତେଇବାରେ ଇଚ୍ଛା ଡ.ରାୟଙ୍କର ବର୍ତ୍ତମାନ ନାହିଁ। ବର୍ତ୍ତମାନ ଆବଶ୍ୟକତା ହେଲା: ଏ ଯନ୍ତ୍ର କେମିତି ଅଧିକ ସଂଖ୍ୟାରେ ଏବଂ କମ୍ ବ୍ୟୟ ଓ ସମୟରେ ତିଆରି ହୋଇପାରିବ ସେଇ ଚିନ୍ତା କରିବା। ଏ ମେସିନ୍ ଅଧିକ ସଂଖ୍ୟାରେ ଏବଂ ଶସ୍ତାରେ ତିଆରି ହୋଇପାରିଲେ ଦେଶରୁ ଶକ୍ତି ସମସ୍ୟା ସବୁଦିନ ପାଇଁ ଦୂର ହୋଇଯିବ। ଓଃ, ଏଇ ଶକ୍ତିପାଇଁ ପୃଥିବୀରେ ହଜାର ସମସ୍ୟା। ଶକ୍ତି ଉତ୍ପାଦନର ପ୍ରଚଳିତ ମାଧ୍ୟମ ଗୁଡାକରେ ଅଧିକାଂଶ କ୍ଷେତ୍ରରେ ପରିବେଶର କ୍ଷତି ହେଉଛି। ଜାଳେଣି ତେଲର ସଞ୍ଚୟ ସରିବାକୁ ବସିଲାଣି। ଇଆଡେ ଶକ୍ତିର ଚାହିଦା ବଢି ବଢି ଚାଲିଛି। କେବଳ ଦିଓଳି ଦିମୁଠା ରୋଷେଇ ପାଇଁ ଲୋକେ ଗଛ କାଟି କାଟି ପୃଥିବୀକୁ ମରୁଭୂମି କରିବାକୁ ବସିଲେଣି। ପୃଥିବୀରେ ଯେତେ ଗଛ କଟା ହେଉଛି ତାର ୮୦ ଶତାଂଶ କେବଳ ଜାଳେଣି ପାଇଁ। ଏ ଯନ୍ତ୍ର ସାହାଯ୍ୟରେ ଲୋକେ ପ୍ରାୟ ବିନା ଖର୍ଚ୍ଚରେ, ବିନା ପରିଶ୍ରମରେ ବିଜୁଳି ଶକ୍ତି ପାଇଯିବେ। ଆଲୁଅ ଜଳିବ। ରୋଷେଇ ହେବ। ବୃହତ ଜଳ ବିଦ୍ୟୁତ୍ କିମ୍ବା ତାପଜ ବିଦ୍ୟୁତ୍ ଯୋଜନାରେ ପରିଶେଷରେ ପରିବେଶର ଅନେକ କ୍ଷତି ହୁଏ। ସାମଗ୍ରିକ ଭାବେ ଦେଖିଲେ ଲାଭ ତୁଳନାରେ ସେଥିରେ କ୍ଷତି ଅଧିକ।

କିନ୍ତୁ ସମସ୍ୟା ହେଲା: ଏ ଯନ୍ତ୍ରକୁ ବାଣିଜ୍ୟିକ ଭିତ୍ତିରେ ଉତ୍ପାଦନ କରିବା ପାଇଁ ଆହୁରି ଗବେଷଣା ଦରକାର। ସେଥିପାଇଁ ପ୍ରଚୁର ଅର୍ଥ ଆବଶ୍ୟକ। ଡ.ରାୟଙ୍କ ପାଖରେ ଅର୍ଥ ଶେଷ। ନିଜର ଅର୍ଜିତ ଓ ସଞ୍ଚିତ ସବୁ ଅର୍ଥ ସେ ଏ ଯନ୍ତ୍ର ଉଦ୍ଭାବନରେ ଖର୍ଚ୍ଚ କରି ସାରିଲେଣି। ଏବେ ସେ ପ୍ରାୟ କପର୍ଦ୍ଦକ ଶୂନ୍ୟ। କିନ୍ତୁ ଏ ଯନ୍ତ୍ରକୁ ଯେତେ ଶିଘ୍ର ସମ୍ଭବ ବାଣିଜ୍ୟିକ ଭିତ୍ତିରେ ଉତ୍ପାଦନ କରିବା ଆବଶ୍ୟକ। ତେବେ ଯାଇ ତାହା ସାଧାରଣ ଲୋକମାନଙ୍କ ପାଖରେ ପହଞ୍ଚିବ। ତାଙ୍କର ଲକ୍ଷ୍ୟ ପୂରଣ ହେବ।

ଏ ଯାବତ ସେ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଉଦ୍ୟମରେ ଗବେଷଣା କରୁଥିଲେ। କାହାରି ସହାୟତା ଲୋଡି ନାହାନ୍ତି। ଏବେ ଆଉ ନିଜ ଉଦ୍ୟମରେ କିଛି କରିବା ତାଙ୍କ ପକ୍ଷରେ ସମ୍ଭବ ନୁହେଁ। ସହାୟତା ଆବଶ୍ୟକ। ମନେ ମନେ ଚିନ୍ତା କଲେ ଡ.ରାୟ: ଏ କାମରେ ଦେଶର ମହାରାଜା ତାଙ୍କୁ ନିଶ୍ଚୟ ସାହାଯ୍ୟ କରିବେ। ଏ ଯନ୍ତ୍ର ଉତ୍ପାଦିତ ହେଲେ ଦେଶର ଜନସାଧାରଣଙ୍କ ଅଶେଷ କଲ୍ୟାଣ ହେବ। ଦେଶର ଶକ୍ତି ସମସ୍ୟା ଦୂର ହୋଇଯିବ। ଦେଶ ସମୃଦ୍ଧ ହେବ। ଦେଶର ତୁଙ୍ଗ ଶାସକଙ୍କର ତ ଏଇଆ ହେଲା କାମନା। ତେଣୁ ମାହାରାଜା ନିଶ୍ଚୟ ତାଙ୍କୁ ଏ ଦିଗରେ ସାହାଯ୍ୟ କରିବେ।

ଡ.ରାୟ ଟେଲିଫୋନ୍ ଉଠେଇଲେ। କ୍ରିଂ କ୍ରିଂ...କ୍ରିରିଙ୍ଗ କ୍ରିଂ... ଭରତଭୂମିର ମହାରାଜାଙ୍କ ବ୍ୟକ୍ତିଗତ ସଚିବଙ୍କ ବ୍ୟକ୍ତିଗତ ସଚିବ ରୁମରେ ଟେଲିଫୋନ୍ ବାଜି ଉଠିଲା। ମହାରାଜାଙ୍କ ବ୍ୟକ୍ତିଗତ ସଚିବଙ୍କ ବ୍ୟକ୍ତିଗତ ସଚିବ ନିଧିରାମ ପଟ୍ଟନାୟକ ସେତେବେଳେ ଗଦାଏ ଫାଇଲ ଉପରେ ଗୋଡ଼ ଦୁଇଟି ଟେକି ଦେଇ ଚା' କପରେ ଓଠ ଛୁଆଇଁବାକୁ ଯାଉଥିଲେ। ଏଟା ନିଧିରାମ ବବୁଙ୍କ ବିଳାସ। ଏତେ ଚଞ୍ଚଳ ଅଫିସକୁ କେହି ଆସନ୍ତି ନାହିଁ। ଅଫିସ ସମୟ ୧୦ଟାରୁ ଆରମ୍ଭ ହେଉଥିଲେ ହେଁ କର୍ମଚାରୀମାନେ ଆସୁ ଆସୁ ୧୧ଟା - ସାଢେ ଏଗାରଟା। ନିଧିରାମବାବୁ କିନ୍ତୁ ସାଢେ ନ'ଟାରୁ ଅଫିସ ଆସିଯା'ନ୍ତି। ସେ ଏତେ ଚଞ୍ଚଳ ଅଫିସ ଆସିବା ପଛରେ ଦୁଇଟି କାରଣ ଅଛି। ପ୍ରଥମ: ମହାରାଜାଙ୍କ ବ୍ୟକ୍ତିଗତ ସଚିବଙ୍କ ବ୍ୟକ୍ତିଗତ ସଚିବ କର୍ମତତ୍ପର ହେବେ ଏହାହିଁ କାମ୍ୟ। ଆଉ ଜଣେ ଲୋକ ଯେ କର୍ମତତ୍ପର ତାହା ପ୍ରଦର୍ଶିତ କରିବାର ସର୍ବୋତ୍କୃଷ୍ଟ ଉପାୟଟି ହେଲା ସବୁବେଳେ ଓପର ହାକିମଙ୍କ ଆଖି ସାମ୍ନାରେ ରହିବା। ସମୟ ଅସମୟରେ ହାଜର ରହିଲେ ହିଁ ତାହା କର୍ମନିପୁଣତାର ସର୍ବୋତ୍କୃଷ୍ଟ ପ୍ରମାଣପତ୍ର।


ନିଧିରାମବାବୁଙ୍କର ଅତି ଚଞ୍ଚଳ ଅଫିସ ଆସିବାରେ ଦ୍ଵିତୀୟ କାରଣଟି ଏକାନ୍ତ ବ୍ୟକ୍ତିଗତ। ଘରେ ତାଙ୍କର କଳହ ପ୍ରିୟ ମୁଖରା ସ୍ତ୍ରୀ ଏବଂ ଅତିଶୟ ବାଳୁଙ୍ଗା ଛ'ଟି ପିଲା। ସେମାନଙ୍କ ଦାଉ ଓ ତାଉରେ ଘରେ ରହିବା ମୁସ୍କିଲ। ତା' ତୁଳନାରେ ଅଫିସଟି ବଡ଼ ଶାନ୍ତିର ଇଲାକା। ଏଠି ତଙ୍କ ହୁକୁମ ଚାଲେ। ଘରେ ସେ ଘରଣୀଙ୍କ ହୁକୁମର ଗୋଲାମ। ଏମିତି କାହିଁକି ହେଲା କେଜାଣି। ସ୍ତ୍ରୀଙ୍କୁ ଦେଖିଲେ ହିଁ ନିଧିରାମ ବାବୁ ମନେ ମନେ କେମିତି ତଟସ୍ଥ ହୋଇଉଠନ୍ତି। ତଙ୍କୁ କେମିତି ଡର ଡର ଲାଗେ। ୟାକୁ ନେଇ ତାଙ୍କ ମନରେ ଏକ ପ୍ରକାର ହୀନମନ୍ୟତା ଅଛି। ଘର ବାହାରେ ଅଫିସରେ ସେ ତାଙ୍କର ଏଇ ହୀନମନ୍ୟ ଭାବଟିକୁ ଦୂରେଇ ଦେବା ପାଇଁ ଚେଷ୍ଟା କରନ୍ତି। ଅଧସ୍ତନ କର୍ମଚାରୀମାନଙ୍କୁ କଥାକଥାରେ ଖୁବ୍ ଗାଳିଫୈଜିତ୍ କରନ୍ତି। ଅଫିସରେ ସେ ଜଣେ ବଦ୍ ମେଜାଜ ଲୋକ ଭାବରେ ଗଣା। ଫାଇଲ ଉପରେ ଗୋଡ଼ ଟେକି ବସିବାର ଅଭ୍ୟାସ ମଧ୍ୟ ହୁଏତ ସେ ମନୋଭାବର ପ୍ରତିଫଳନ। ଏବେ ନିଧିରାମବାବୁ ଚା'ର ପିଆଲାଟି ନିଜ ଓଠ ଆଡ଼କୁ ନେଉଥିଲେ ଟେଲିଫୋନ୍ ବାଜି ଉଠିଲା।

ଭୀଷଣ ବିରକ୍ତ ହେଲେ ନିଧିରାମବାବୁ। କିନ୍ତୁ ବିରକ୍ତ ଗୋପନ କରିବାର କଳା ସେ ୨୦ ବର୍ଷ ସରକାରୀ ଚାକିରି ଏବଂ ୧୩ ବର୍ଷର ବିବାହିତ ଜୀବନରେ ଭଲ ଭାବରେ ଶିଖି ସାରିଲେଣି। କିଏ ଜାଣେ ଯଦି ମହାରାଜାଙ୍କ ବ୍ୟକ୍ତିଗତ ସଚିବ ଫୋନ କରିଥିବେ - କିମ୍ବା ତାଙ୍କଠୁଁ ଉଚ୍ଚପଦସ୍ଥ ଆଉ କେହି... ସେ ଫୋନ୍ ଉଠେଇ କୋମଳ କଣ୍ଠରେ କହିଲେ - ହ୍ୟାଲୋ...

ଆର ପଟରୁ ଭାସି ଆସିଲା ଏକ ଅଚିହ୍ନା କଣ୍ଠସ୍ଵର - ଏଟା କଣ ମହାରାଜାଙ୍କ ବ୍ୟକ୍ତିଗତ ସଚିବଙ୍କ କାର୍ଯ୍ୟାଳୟ? -ଆଜ୍ଞା ହଁ। -ସେ ଅଛନ୍ତି? -ଆଜ୍ଞା ନା। ଏଯାଏଁ ଅଫିସ ସମୟ ହୋଇନି, ତେଣୁ ଆସିନାହାନ୍ତି। ତେବେ ଆପଣ କିଏ ଆଉ ତାଙ୍କ ପାଖରେ କି କାମ ଥିଲା ମୋତେ କହି ପାରନ୍ତି। ମୁଁ ତାଙ୍କ ବ୍ୟକ୍ତିଗତ ସଚିବ। -ଆଚ୍ଛା। ମୁଁ ଡକ୍ଟର ବିପ୍ଳବ ରାୟ। ମୁଁ ମହାରାଜାଙ୍କୁ ଦେଖା କରିବାକୁ ଚାହେଁ। ଶୀଘ୍ର। -ହୁଁ! ଏ ଭରତଭୂମିର ସମସ୍ତ ଅଗାବଗାଖଗା ମହାରାଜାଙ୍କୁ ଦେଖା କରିବାକୁ ଚାହାନ୍ତି। କିରେ, ମହାରାଜା କଣ ତମ ହୁକୁମର ଗୋଲାମ, ଦେଖା କରିବାକୁ ଚାହେଁ କହିବା ମାତ୍ରେ ଦେଖା ଦେଇହେବେ... କାହିଁକି ଦେଖା କରିବାକୁ ଚାହାନ୍ତି? ଆପଣଙ୍କ ପୁରା ପରିଚୟଟା ତ' ଦେଲେନି... -ମୁଁ ଜଣେ ବୈଜ୍ଞାନିକ। ସମ୍ପ୍ରତି ମୁଁ ଏକ ଯନ୍ତ୍ର ଉଦ୍ଭାବନ କରିଛି ଯହା ଦେଶର ଶକ୍ତି ସମସ୍ୟା ସମ୍ପୂର୍ଣ୍ଣ ଦୂର କରିଦେବ। ସେଇ ଯନ୍ତ୍ର ଅଧିକ ଉତ୍ପାଦନ ବିଷୟରେ କଥାବାର୍ତ୍ତା କରିବା ପାଇଁ ମୁଁ ମହାରାଜାଙ୍କୁ ସାକ୍ଷାତ କରିବାକୁ ଚାହେଁ।

ନିଧିରାମବାବୁଙ୍କ ଇଚ୍ଛା ହେଲା ଫୋନଟା କଚାଡି ଦେବେ। ସକାଳୁ ସକାଳୁ ଶଳା ପାଗଳଙ୍କ ହାବୁଡ଼ରେ ପଡିଲା ମଣିଷ। ଶକ୍ତି ସମସ୍ୟା କରିଦେବ। ଶକ୍ତି ସମସ୍ୟାକୁ ନେଇ କେତେ ଆଲୋଚନା କେତେ ସେମିନାର, କର୍ମଶାଳା ହେଉଛି। ବିଦେଶରୁ ରଥୀ ମହାରଥୀ ବୈଜ୍ଞାନିକମାନେ ସେଥିକୁ ଝାଳନାଳ ହୋଇଗଲେଣି। ଇଏ ଦେଶୀ ବୈଜ୍ଞାନିକ, ଓଡ଼ିଆରେ କଥାବାର୍ତ୍ତା କରୁଛି, କହିଛି କିନା, ଶକ୍ତି ସମସ୍ୟାର ସମାଧାନ କରିଦେବ। ହୁଁ!!

-ଦେଖନ୍ତୁ ମହାରାଜା ବର୍ତ୍ତମାନ ବହୁତ ବ୍ୟସ୍ତ। ଆଗାମୀ ଦୁଇମାସ ଭିତରେ ତାଙ୍କର ନିଃସ୍ଵାସ ମାରିବାର ଫୁରସ୍ତ ନାହିଁ। ବର୍ତ୍ତମାନ ସେ ଦେଶରେ ଦାରିଦ୍ର୍ୟ ନିବାରଣ ପାଇଁ ଏକ ବୃହତ ଯୋଜନାରେ ସମ୍ପୂର୍ଣ୍ଣ ନିୟୋଜିତ। ସପ୍ତାହେ ପରେ ସେ ହାୱ୍ଆ ବଦଳେଇବା ପାଇଁ ସୁଇଜରଲ୍ୟାଣ୍ଡ ଯିବେ। ସେଠୁ ତାଙ୍କର ବିଭିନ୍ନ ଇଉରୋପୀୟ ଦେଶ ଗସ୍ତ କାର୍ଯ୍ୟକ୍ରମରହିଛି। ଆନ୍ତର୍ଜାତିକ ସ୍ତରରେ ଗ୍ରୁତ ହ୍ରାସ ପାଉଥିବା ବିଲେଇ ସଂଖ୍ୟା ସମ୍ପର୍କରେ ସେ ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କ ସହ ଆଲୋଚନା କରିବେ। ସେଠୁ ସେ ଆମେରିକା ଯିବେ। ଗୋବରଗ୍ୟାସ ପ୍ଲାଣ୍ଟର ଆଧୁନିକୀକରଣ ବିଷୟରେ ଆମେରିକାର ବିଜ୍ଞାନ ମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ସେଠୁ ସ୍ଵଦେଶ ଫେରିଲା ପରେ ମଗଧରେ ସାତ ଦିନିଆ ନୃତ୍ୟୋତ୍ସବରେ ଯୋଗ ଦେବେ। ତା' ପରେ... -ଶୁଣନ୍ତୁ, ମୋର ମହାରାଜାଙ୍କୁ ଦେଖା କରିବା ନିହାତି ଜରୁରୀ। ମୋର ଉଦ୍ଭାବନ ଦେଶର ଶକ୍ତି ସଙ୍କଟକୁ ସବୁଦିନ ପାଇଁ ଦୂର କରିଦେବ। ଗୋବର ଗ୍ୟାସ ପ୍ଲାଣ୍ଟର ଆଧୁନିକୀକରଣ ପାଇଁ ମହାରାଜାଙ୍କ ଆମେରିକା ଗସ୍ତର ଆଉ ଆବଶ୍ୟକତା ନାହିଁ। -କଣ ଆବଶ୍ୟକ, ଆଉ କଣ ଆବଶ୍ୟକ ନାହିଁ ତା' ଆପଣ କହିବା ଦରକାର ନାହିଁ। ଏହା ରାଜକାର୍ଯ୍ୟ। ଆପଣ ସେଥିରେ ହସ୍ତକ୍ଷେପ ନକରି ନିଜ କଥା ବୁଝନ୍ତୁ।- ନିଧିରାମ ବାବୁ ମୁହଁ ଛିଞ୍ଚାଡି ଗରମ ଗଳାରେ କହିଲେ। ଏଥର ମହାରାଜାଙ୍କ ସହ ଆମେରିକା ଯାଉଥିବା ତାଙ୍କର ଖାସ୍ ପାଚକକୁ ନିଧିରାମବାବୁ ସେ ଦେଶରୁ ଏକ ସୁଗନ୍ଧୀ ଶିଶି ଆଣିବା ପାଇଁ କହିଛନ୍ତି। ଅଗ୍ରୀମ ଟଙ୍କା ବି ଦେଇ ସାରିଲେଣି। ବିଲାତି ସୁଗନ୍ଧୀରେ କାଳେ ଶ୍ତୀମତୀ ପ୍ରସନ୍ନା ହେବେ। ଆଉ ଇଏ ଅକାଳକୁଷ୍ମାଣ୍ଡ, କବାବମେଁ ହଡ୍ଡି... କହୁଛି ମହାରାଜାଙ୍କ ଆମେରିକା ଗସ୍ତ ଦରକାର ନାହିଁ, ଶଳା ଇଡିଅଟଟା।

ଫୋନରେ ଆରପଟର କଣ୍ଠସ୍ଵର ଭାସିଆସିଲା... ନିଜ କଥା ହିଁ ତ' ବୁଝିବାକୁ ଚାହୁଁଛି। ମୋର ମହାରାଜାଙ୍କୁ ଭେଟିବା ନିହାତି ଜରୁରୀ। ଆପଣ ବି ବିଷୟର ଗୁରୁତ୍ଵଟା ବୁଝନ୍ତୁ। ସାରା ଦେଶର ଏନର୍ଜି ପ୍ରବଲେମ ସମାଧାନ ହୋଇଯିବ, ସବୁଦିନ ପାଇଁ। ଏଟା କେତେ ବଡ଼ କଥା ଆପଣ ବୁଝି ପାରୁଛନ୍ତି? ମହାରାଜା ଏ ସୁଖବର ଶୁଣିବା ମାତ୍ରେ ଏ ମେସିନର ବ୍ୟପକ ଉତ୍ପାଦନର ବ୍ୟବସ୍ଥା କରିଦେବେ, ଆପଣ ଖାଲି ମହାରାଜାଙ୍କ ସହ- -ହୋଇ ପାରିବନି। ଇମ୍ପସିବଲ୍।

ଦୁମ୍ କରି ଫୋନଟା ଥୋଇଦେଲେ ନିଧିରାମ ପଟ୍ଟନାୟକ। ୟା ଭିତରେ ଚା'ଟା ପୁରା ଥଣ୍ଡା ହୋଇଗଲାଣି। ଶଳା! ମୁହଁଟାକୁ ବିକୃତ କରି କ୍ରିଂ କରି କଲିଂବେଲ୍ ବଜେଇ ଚପରାସିକୁ ଆଉ କପେ ଚା' ଆଣିବାକୁ କହିଲେ ସେ।

ହାତରେ ଧରିଥିବା ଫୋନର ରିସିଭର ଆଡ଼କୁ କିଛି ସମୟ ଏକଲୟରେ ଚାହିଁ ରହିଲେ ଡ.ରାୟ। ଦିସ୍ ଇଜ୍ ବ୍ୟୁରୋକ୍ରାସି। ଅମଲାତନ୍ତ୍ର। ଲୋକଟା ବୁଝିବାକୁ ନାରାଜ ଯେ ଏକ ନୂତନ ଏବଂ ଯୁଗାନ୍ତକାରୀ ଉଦ୍ଭାବନ ହୋଇଛି। ଏକାକୁ କାମରେ ଲଗେଇଲେ ଭରତଭୂମି ସୁନାର ଦେଶ ହୋଇଯିବ। କୁଜି ଅମଲାର ଆଖି ମଲାଯାଏଁ ଫାଇଲ୍ ଆଉ ରେଜିଷ୍ଟରରୁ ବିଶେଷ ଆଗକୁ ପ୍ରସାରିତ ହୁଏନି। ମନ ବି ବୋଧହୁଏ ଫାଇଲ୍ ଫିତାରେ ବାନ୍ଧି ହୋଇ ଧୂଳିଭରା ଆଲମାରୀ କିମ୍ବା ଡ୍ରୟରରେ ପଡିଥାଏ।

ମହାରାଜାଙ୍କ ବ୍ୟକ୍ତିଗତ ସଚିବଙ୍କୁ ଖୋଜାଯାଉ। ସେ ନିଶ୍ଚୟ ବିଶୟଟିର ଗୁରୁତ୍ଵ ବୁଝିବେ ଏବଂ ମହାରାଜାଙ୍କ ସହ ସାକ୍ଷାତର ବ୍ୟବସ୍ଥା କରିଦେବେ। ମୂଳରୁ ତାଙ୍କ ସହିତ ଯୋଗାଯୋଗ ନକରି ଏ କୁଜି ଅମଲାକୁ କଥାଟା କହିବା ହିଁ ଭୁଲ ହୋଇଛି।

ଡ.ରାୟ ଟେଲିଫୋନ୍ ଡିରେକଟରିରୁ ମହାରାଜାଙ୍କ ବ୍ୟକ୍ତିଗତ ସଚିବଙ୍କ ଘର ଟେଲିଫୋନ୍ ନମ୍ବରଟି ଖୋଜି ନେଇ ନମ୍ବର ଡାୟଲ୍ କଲେ।

ମହାରାଜାଙ୍କ ବ୍ୟକ୍ତିଗତ ସଚିବ ପ୍ରିୟନାଥ ପତି ସ୍ନାନାଗାରରେ ଥିଲେ। ସ୍ନାନାଗାରଟି ପ୍ରଶସ୍ତ, ସୁସଜ୍ଜିତ ଏବଂ ସମସ୍ତ ଆଧୁନିକ ସାଜ ସରଞ୍ଜାମରେ ପରିପୂର୍ଣ୍ଣ। ଇତାଲୀୟ ମାର୍ବଲ ଖଞ୍ଜା ବାଥଟବ୍, ହ୍ୟାଣ୍ଡହେଲ୍ଡ ସାୱ୍ଆର। ଥଣ୍ଡା ଗରମ ପାଣିର ବ୍ୟବସ୍ଥା। ଚଟାଣରେ ଗ୍ଲେଜଡ୍ ଟାଇଲସ୍। ବ୍ରାକେଟରେ ଫୁଲଦାନୀ। ସେଥିରେ ତାଜା ରଜନୀଗନ୍ଧା ଗୁଚ୍ଛ। ଫୁଲଦାନୀ ପାଖକୁ ସ୍ଔଖୀନ ଫୋନଟିଏ, କର୍ଡଲେସ୍।

ବାଠଟବରେ ଘନ ଏବଂ ରେଶମ-କୋମଳ ସୁଗନ୍ଧୀ ସାବୁନ୍ ଫେଣରେ ଦେହ ଅଜାଡି ଦେଇ ପ୍ରିୟନାଥ ବାବୁ ଠୁମରୀ ଶୁଣୁଥିଲେ। ଗାଧୋଇଲାବେଳେ ଠୁମରୀ ଖେଆଲ ଆଦି ଅର୍ଦ୍ଧଶାସ୍ତ୍ରୀୟ ସଙ୍ଗୀତ ଶୁଣିବା ତାଙ୍କର ସଉକ। ସେଥିପାଇଁ ସେ ବାଥରୁମ୍ କାନ୍ଥରେ ଏକ ଆଧୁନିକ ଷ୍ଟିରିଓ-ବକ୍ସ ଲଗେଇଛନ୍ତି। ବେଶ ଗୋଟେ ସୁନ୍ଦର ଅମେଜ ଭିତରେ ଥିଲେ ସେ। ଏଇ ସମୟରେ ଫୋନଟି ବାଜି ଉଠିଲା। ଫୋନ୍...ଫୋନ୍-ଖୁଆଇ ଦେବେନି, ଶୁଆଇ ଦେବେନି, ଗାଧୋଇ ଦେବେନି-ଇଡିଅଟ୍। ପ୍ରିୟନାଥବାବୁ ଭୀଷଣ ବିରକ୍ତ ହୋଇ ଷ୍ଟିରିଓର ସୁଚ୍ ଅଫ କଲେ ଓ ଫୋନତି ଧରି ବାଥଟବ୍ ଭିତରକୁ ଫେରିଗଲେ। -ହ୍ୟାଲୋ -ସାର୍, ସନ୍ତୋଷ କହୁଛି.. ସନ୍ତୋଷ ତାଙ୍କର ଆଉ ଜଣେ ବ୍ୟକ୍ତିଗତ ସଚିବ। ପ୍ରିୟନାଥ ବାବୁଙ୍କର ଦୁଇଜଣ ବ୍ୟକ୍ତିଗତ ସଚିବ। ଜଣେ ଘର ଏବଂ ଘରୋଇ କାମ ପାଇଁ, ଜଣେ ଅଫିସ ଏବଂ ଦାପ୍ତରିକ କାମ ପାଇଁ। -ସାର୍ ଜଣେ ଲୋକ ବାରମ୍ବାର ଫୋନ୍ କରି ଆପଣଙ୍କ ସହିତ ସିଧାସଳଖ କଥା ହେବା ପାଇଁ ଚାହୁଛନ୍ତି। -କିଏ ସେ? -ସାର୍, ନାଁ କହୁଛନ୍ତି ଡ.ବିପ୍ଳବ ରାୟ। କଣ ଗୋଟେ ଯନ୍ତ୍ର ଉଦ୍ଭାବନ କରିଛନ୍ତି, ସେ ବିଷୟରେ... -ଉଦ୍ଭାବନ କରିଛନ୍ତି ତ' ମୁଁ କଣ କରିବି? -ସେ କଥା ସେ କିଛି କହିନାହାନ୍ତି। ତେବେ ସେ ଯନ୍ତ୍ର ସଂକ୍ରାନ୍ତରେ ଆପନଙ୍କ ସହ କଣ ଜରୁରୀ କଥା ଅଛି ବୋଲି କହୁଛନ୍ତି। -ସେ କଣ ଲାଇନରେ ଅଛନ୍ତି? -ଆଜ୍ଞା ହଁ। -ଲାଇନ୍ ଦିଅ... ହ୍ୟାଲୋ। ନମସ୍କାର। ମୁଁ ପି.ଏନ୍.ପତି କହୁଛି। ପ୍ରାଇଭେଟ୍ ସେକ୍ରେଟାରି ତୁ ହିଜ୍ ହାଇନେସ୍ ମହାରାଜା। ଆପଣ ମୋ ସହିତ କଥା ହେବାକୁ ଚାହୁଁଥିଲେ... -ଆଜ୍ଞା ହଁ। ମୁଁ ଏମିତି ଏକ ଯନ୍ତ୍ର ଉଦ୍ଭାବନ କରିଛି ଯାହା ଦେଶର ଶକ୍ତି ସମସ୍ୟା ସମାଧାନ କରିପାରେ। ଗତକାଲି ରାତିରେ ମୁଁ ପୂରାପୂରି ନିଶ୍ଚିତ ହେଲି ଯେ ଏ ଯନ୍ତ୍ରଟି ଠିକ୍ କାମ କରୁଛି। ଏବେ ମୁଁ ମହାରାଜାଙ୍କ ସହାୟତା ନେଇ ଏ ମେସିନକୁ ଲାର୍ଜ୍ ସ୍କେଲରେ ଉତ୍ପାଦନ କରିବାକୁ ଚାହୁଁଛି। ଆପଣ ଦୟାକରି ମହାରାଜାଙ୍କ ସହିତ ମୋର ଦେଖା କରିବାର ବ୍ୟବସ୍ଥା କରିଦିଅନ୍ତୁ। -ହୁଁ। ଏଭଳି ଏକ ଯନ୍ତ୍ର ଉଦ୍ଭାବନ ପାଇଁ ବଧେଇ ଜାଣିବେ ଡ.ରାୟ। କିନ୍ତୁ ମହାରାଜାଙ୍କ ସହିତ ସକ୍ଷାତ କରିବା ଏବେ ମୁସ୍କିଲ୍। ତାଙ୍କର ଅନେକ ଗୁଡିଏ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ରହିଛି। -ସେ ସବୁ ବିଷୟରେ ଆପଣଙ୍କ ସଚିବ ମୋତେ କହି ସାରିଛନ୍ତି। କିନ୍ତୁ ଦେଖନ୍ତୁ ମିଷ୍ଟର୍ ପତି, ଦିସ୍ ଇଜ୍ ଅର୍ଜେଣ୍ଟ୍। ଅପଣ ଅନ୍ତତଃ ବିଷୟଟିର ଗୁରୁତ୍ଵ ବୁଝନ୍ତୁ। ଏ ଯନ୍ତ୍ର ଶକ୍ତି ଉତ୍ପାଦନ କ୍ଷେତ୍ରରେ ଏକ ବିପ୍ଳବ ଆଣିଦେବ। ଦେଶର ସ୍ଵାର୍ଥ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ। -ହୁଁ...

ଦ୍ରୁତ ଚିନ୍ତା କରିବାକୁ ଲାଗିଲେ ପ୍ରିୟନାଥ ବାବୁ। ଲେଖକ, ଦାର୍ଶନିକ, ବୈଜ୍ଞାନିକ ଜାତୀୟ ଲୋକଗୁଡାକ ଟିକେ ଆଡ଼ପାଗଳା ହୁଅନ୍ତି। ପ୍ରୋଟୋକଲ୍ ବୁଝନ୍ତି ନାହି।, ଭୁସ୍ କରି ଲୋକଟା ଯଦି ମହାରାଜାଙ୍କୁ ଫୋନ୍ କରି ବସେ, ଏବଂ ପାଇଯାଏ - ବହୁ ଅଘଟଣ ତ' ଘଟେ ଏ ଦୁନିଆରେ - ଆଉ ଦେଶରେ ବିପ୍ଳବ ଫିପ୍ଳବ କଥା କହିଦିଏ - ତେବେ ଭାରି ସମସ୍ୟା। ଏମିତିରେ ତଙ୍କର କାନକୁହା ଶତ୍ରୁର ଅଭାବ ନାହିଁ। ସେ ମହାରାଜାଙ୍କ ବ୍ୟକ୍ତିଗତ ସଚିବ ହେବା ପରଠୁଁ ଶତ୍ରୁ ଆହୁରି ବଢିଛନ୍ତି। କେହି ଯଦି କହିଦିଏ ଆଜ୍ଞା ପତିବାବୁ ସେ ବୈଜ୍ଞାନିକଙ୍କୁ ଜାଣିଶୁଣି ଆପଣଙ୍କୁ ପାଖକୁ ଆଣିଲେନି, ଆଉ ମହାରାଜା ଯେମିତି କାନପତଳା ଲୋକ - ସେକଥା ବିଶ୍ଵାସ କରି ବସନ୍ତି - ତେବେ ଭାରି ଅଡୁଆ। କିନ୍ତୁ ଏ ଲୋକଟାକୁ ଭୁସ୍ କରି ମହାରାଜାଙ୍କ ପାଖକୁ ଛାଡିବା ବି ଉଚିତ୍ ହେବନି। ଯାଇ ତାଇ ଲୋକ ଯଦି ଭୁସଭୁସ୍ କରି ମହାରାଜାଙ୍କ ସାକ୍ଷାତ ପାଇଯା'ନ୍ତି, ତେବେ ଅମଲାମଙ୍କର ଆଉ ଗୁରୁତ୍ଵ ରହିଲା କଣ? ମହାରାଜା ପଦର ବି ଗୁରୁତ୍ଵ ରହିଲା କଣ? ଯହାକୁ ମିଳିବା ଯେତେ କଷ୍ଟ ସେ ସେତେ ଉଚ୍ଚଦରର ବୋଲି ସାଧାରଣରେ ଯୁଗ ଯୁଗ ଧରି ଯେଉଁ ଘାରଣା ରହି ଆସିଛି ତକୁ ଭାଙ୍ଗିବା ଉଚିତ୍ ନୁହେଁ। ତେବେ କ'ଣ କରାଯାଏ? - ଶୁଣନ୍ତୁ ଡ.ରାୟ, ପ୍ରିୟନାଥ ପତି ତଙ୍କର ସୁବିଖ୍ୟାତ କୋମଳ କଣ୍ଠରେ କହିଲେ, (ଏ କଣ୍ଠସ୍ଵର ଏବଂ କଥା କହିବା ଭଙ୍ଗୀଟି ସେ ବହୁ ଅଧ୍ୟବସାୟ ବଳରେ ଆୟତ୍ତ କରିଛନ୍ତି। ପ୍ରେମିକା ଭଳି ନରମ, କୋମଳ, ପେଲବ ଆତ୍ମୋତ୍ସର୍ଗର ଇଶାରା ଥିବା କଣ୍ଠସ୍ଵର। ଶୁଣିବା ଲୋକ ଭାବିବେ ପ୍ରିୟନାଥ ପତି ଗୋଟାପଣେ ତାର) ମୁଁ ବୁଝିପାରୁଛି ଆପଣଙ୍କ କଥାଟି ଅତ୍ୟନ୍ତ ଜରୁରୀ। ଦେଶ ପାଇଁ ନିହାତି ଦରକାରୀ। କିନ୍ତୁ ମହାରାଜାଙ୍କ କାର୍ଯ୍ୟକ୍ରମ ସବୁ ବହୁ ଆଗରୁ ଠିକ୍ କରାଯାଇଥାଏ ତ'। ଆଉ ଆପଣ ନିଶ୍ଚୟ ଜାଣିଛନ୍ତି ମହାରାଜା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ପରିବର୍ତ୍ତନ ହେଲେ ଖୁବ୍ ଖପ୍ପା ହୋଇଯାନ୍ତି। ତଥାପି ଆପଣଙ୍କର ଏବଂ ଦେଶର ସ୍ଵାର୍ଥରେ ମୁଁ ସେ ରିସ୍କ୍ ନେବି। ତଙ୍କୁ କହିବି। କିନ୍ତୁ ତା' ପୂର୍ବରୁ ଆପଣ ଠିକ୍ କେଉଁ ବିଷୟର ଗୁରୁତ୍ଵଟା ବୁଝେଇବି କେମିତି? ତେଣୁ ମୁଁ କଣ କହୁଥିଲି କି ଆପଣ ଯଦି ଆଜି ସନ୍ଧ୍ୟାରେ ମୋ' ବାସଭବନକୁ ଆସନ୍ତେ ଏବଂ ଆମେ ଏ ବିଷୟରେ ଟିକେ ଆଲୋଚନା କରି ନିଅନ୍ତେ ତେବେ ଭଲ ହୁଅନ୍ତା।

-କଥାଟା ଆପଣ ଠିକ୍ କହୁଛନ୍ତି, ଡ.ରାୟ କହିଲେ। କିନ୍ତୁ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କାହିଁକି, ଏବେ କାହିଁକି ନୁହେଁ? -ଏବେ ମୋର୍ ଆନେକ ଗୁଡିଏ କାମ ରହିଛି ଡ.ରାୟ। ପୂର୍ବ ନିର୍ଦ୍ଧାରିତ। ଦେଖନ୍ତୁ ନା - ବର୍ତ୍ତମାନ ବି ମୁଁ ଗଳାଯାଏଁ ବୁଡି ରହିଛି... କାମରେ। - ବାଥଟବରେ ସେତେବେଳେ ସୁଗନ୍ଧୀ ସାବୁନ ଫେଣ ପ୍ରକୃତରେ ପ୍ରିୟନାଥ ପତିଙ୍କ ଗଳାଯାଏଁ ଆବୋରି ଥିଲା। -ଆଜ୍ଞା ହେଉ। - ତା'ହେଲେ ସନ୍ଦ୍ୟା ଠିକ୍ ଛ'ଟାରେ- -ଆଜ୍ଞା ହଁ। ଠିକ୍ ଛ'ଟା।

ସନ୍ଧ୍ୟା ଠିକ୍ ଛ'ଟା ବେଳେ ଡ.ବିପ୍ଳବ ରାୟ ଉପସ୍ଥିତ ହେଲେ ପ୍ରିୟନାଥ ପତିଙ୍କ ବାସଭବନରେ। ସାଙ୍ଗରେ ନବ ଉଦ୍ଭାବିତ ଯନ୍ତ୍ରଟି।

ପ୍ରିୟନାଥ ପତି ତାଙ୍କୁ ଅପେକ୍ଷା କରିଥିଲେ। ଘର ଭିତରେ ତାଙ୍କର ନିଜସ୍ଵ ପ୍ରକୋଷ୍ଠକୁ ପାଛୋଟି ନେଲେ ଆଉ ଘରୋଇ ପରିଚାରକକୁ ତାଗିଦ କରିଦେଲେ ତାଙ୍କୁ ଯେମିତି କେବଳ ମହାରାଜାଙ୍କ ଡାକରା ବ୍ୟତୀତ ଆଉ କ୍ଔଣସି ପରିସ୍ଥିତିରେ ବିରକ୍ତ କରା ନହୁଏ। ଡ.ରାୟଙ୍କୁ ଏକ ଆରାମଦାୟକ କୁର୍ସୀରେ ଉପବେଶନ କରାଇ, ପ୍ରକୋଷ୍ଠର କବାଟଟି ବନ୍ଦ କରି ଦେଇ ପ୍ରିୟନାଥ ବାବୁ ଡ.ରାୟଙ୍କୁ କହିଲେ: ଏଥର କୁହନ୍ତୁ।

ଡ.ରାୟ ପ୍ରକୋଷ୍ଠଟିର ସାଜସଜ୍ଜା ଦେଖୁଥିଲେ। ଏତେ ସୁସଜ୍ଜିତ ବିଳସ ବିଭବଭରା ଘର ସେ ଆଗରୁ କେବେ ଦେଖି ନଥିଲେ। ଅବଶ୍ୟ ଏହା ପୂର୍ବରୁ ସେ କେବେ କ୍ଔଣସି ଉଚ୍ଚପଦସ୍ଥ ରାଜକର୍ମଚାରୀଙ୍କ ଗୃହ ଅଭ୍ୟନ୍ତରକୁ ଯାଇନାହାନ୍ତି।

ପ୍ରିୟନାଥବାବୁଙ୍କ କଥାରେ ସଚଳିତ ହୋଇ ସେ ହାତରେ ଧରିଥିବା ବଡ଼ ଆଟାଚି କେସ ଆକାରର ଏକ ଜିନିଷକୁ ଦେଖାଇ କହିଲେ: ଏଇ ସେ ଯନ୍ତ୍ର। ଏହାରି ଦ୍ଵାରା ଦେଶର ଶକ୍ତି ସମସ୍ୟାର ସମାଧାନ ହେବ। ଡ.ରାୟଙ୍କ କଥା ଶୁଣି ପ୍ରିୟନାଥବାବୁ ବିସ୍ମିତ ଏହା ବଦଳରେ କିଛିଟା ଡରିଗଲେ। ଭାବିଲେ ନିର୍ଘାତ ପାଗଳ ହାବୁଡ଼ରେ ପଡିଛନ୍ତି ସେ। ପୁଣି ଗୋଟିଏ ନିଭୃତ ପ୍ରକୋଷ୍ଠରେ। ପାଗଳ ଯଦି ଏବେ ତଙ୍କୁ କାମୁଡି ଦିଏ? ଏକଦମ୍ ପିଲ ବେଳେ ଥରେ ସ୍କୁଲରେ ତାଙ୍କୁ ଜଣେ ସହପାଠୀ କାମୁଡି ଦେଇଥିଲା। ତା' ପରଠୁଁ ମଣିଷ କାମୁଡାକୁ ତାଙ୍କର ଭୀଷଣ ଭୟ। ସେଥିପାଇଁ ସେ ତାଙ୍କ ସ୍ତ୍ରୀ ଏବଂ ଅନ୍ୟାନ୍ୟ ଶଯ୍ୟାସଙ୍ଗିନୀଙ୍କୁ ତାଙ୍କୁ ଚୁମ୍ବନ କରିବାକୁ ସୁଦ୍ଧା ମନା କରିଛନ୍ତି।

ପ୍ରିୟନାଥ ବାବୁଙ୍କ ଚାହାଣି ଦେଖି ଡ.ରାୟ ବୁଝିପାରିଲେ ଯେ ତାଙ୍କ କଥା ପ୍ରିୟନାଥବାବୁଙ୍କର ବିଶ୍ଵାସ ହେଉନାହିଁ। ସେ ଈଷତ୍ ହସି କହିଲେ - ବିଶ୍ଵାସ ହଉନି ତ? ହଉ, ମୁଁ ସାଙ୍ଗେ ସାଙ୍ଗେ ପରୀକ୍ଷା କରି ଦେଖେଇ ଦେଉଛି। ଆପଣ ଘରର ଲାଇଟଟା ବନ୍ଦ କରି ଦିଅନ୍ତୁ।

ଆଜ୍ଞା? - ପ୍ରିୟନାଥ ବାବୁ ଏଥର ବହୁତ ଡରିଗଲେ। ଏକୁଟିଆ ଘରେ, ପୁଣି ଲାଇଟ୍ ବନ୍ଦ କରି... ଲୋକଟାର ଉଦ୍ଦେଶ୍ୟ କଣ?

ପ୍ରିୟନାଥ ବାବୁଙ୍କ ଆତଙ୍କିତ ଆଖିକୁ ନ ଚାହିଁ ଡ.ରାୟ ସେତେବେଳକୁ ଯନ୍ତ୍ରଟିର ଆବରଣ ଖୋଲି, ଭିତରେ ଫୋଲ୍ଡ କରା ହୋଇଥିବା ଫନେଲଟିକୁ ବାହାର କରି ଆଣିଲେ। ଅନ୍ୟପାଖକୁ ଗୁଡା ହୋଇଥିବା ତାର ଖୋଲି ପଚାରିଲେ: ଘରେ ଟେବୁଲ୍ ଲ୍ୟାମ୍ପ୍ ଅଛି? -ଅଛି। -ଦିଅନ୍ତୁ। ଯନ୍ତ୍ରଚାଳିତ ଭଳୀ ପ୍ରିୟନାଥ ବାବୁ ଗୋଟେ ଟେବୁଲ୍ ଲ୍ୟାମ୍ପ୍ ଆଣିଦେଲେ। -ଦେଖନ୍ତୁ, ଏ ଟେବୁଲ୍ ଲ୍ୟାମ୍ପ୍ ତାର ସହ ବିଦ୍ୟୁତ୍ ସଂଯୋଗ କଲେ ତାହା ଜଳୁଛି। -ଆଜ୍ଞା ହାଁ। -ଏବେ ବିଦ୍ୟୁତ୍ ସଂଯୋଗ ବିନା ଯଦି ଏହାକୁ ଜଳେଇ ଦିଆଯାଏ, ତେବେ? -ତା' କିପରି ସମ୍ଭବ? -ତାହା ହିଁ ଏ ଯନ୍ତ୍ର ବାହାଦୁରି। ବିଦ୍ୟୁତ୍ ଏକ ଶକ୍ତି। ସେ ଶକ୍ତିକୁ ଆମେ ଆଲୋକ ଶକ୍ତିରେ ରୂପାନ୍ତରିତ କରୁଛୁ। ଜଳ ବିଦ୍ୟୁତ୍ ଯୋଜନାରେ ବହୁ ଉଚ୍ଚରୁ ପଡୁଥିବା ଜଳସ୍ରୋତ ସାହାଯ୍ୟରେ ଟର୍ବାଇନ୍ ହୁଲାଇ ଆମେ ବିଦ୍ୟୁତଶକ୍ତି ଉତ୍ପାଦନ କରୁଛୁ। ଅର୍ଥତ୍ ଆଉ ଏକ ଶକ୍ତିକୁ ବିଦ୍ୟୁତ୍ ଶକ୍ତିରେ ରୂପାନ୍ତରିତ କରୁଛୁ। ତାପଜ ବିଦ୍ୟୁତ୍, ଆଣବିକ ଶକ୍ତି କେନ୍ଦ୍ର ସବୁଠିଁ ମୂଳ ବିଷୟଟି ସମାନ: ଗୋଟିଏ ଶକ୍ତିକୁ ଆଉ ଏକ ଶକ୍ତିରେ ରୂପାନ୍ତରିତ କରିବା। ମୁଁ ସାଉଣ୍ଡ୍ ଏନର୍ଜି ବା ଶବ୍ଦ ତରଙ୍ଗର ଶକ୍ତିରୁ ବିଦ୍ୟୁତ୍ ଶକ୍ତି ଉତ୍ପାଦନର ପ୍ରକ୍ରିୟା ଉଦ୍ଭାବନ କରିଛି। ଏଇ ଦେଖନ୍ତୁ ମୁଁ ଏ ଯନ୍ତ୍ରର ତାରକୁ ଟେବୁଲ୍ ଲ୍ୟମ୍ପର ତାରରେ ସଂଯୋଗ କଲି। ଏବେ ଆପଣ ଏ ଫନେଲରେ କଥା କହନ୍ତୁ। ଆପଣଙ୍କ କଣ୍ଠସ୍ଵରରୁ ଯେଉଁ ତରଙ୍ଗ ସୃଷ୍ଟି ହେବ, ସେଇ ଶକ୍ତି ଏ ଯନ୍ତ୍ର ମାଧ୍ୟମରେ ବିଧ୍ୟୁତ୍ ଶକ୍ତିରେ ରୂପାନ୍ତରିତ ହେବ ଏବଂ ସେଇଥିରେ ଏ ଲ୍ୟାମ୍ପ୍ ଜଳିବ। -କଥା କହିଲେ ବିଜୁଳି ଶକ୍ତି ଉତ୍ପାଦିତ ହେବ? -ଆଜ୍ଞା ହଁ, କହନ୍ତୁ।

ଡ.ରାୟ ମେସିନରେ କଣ ଦୁଇ ତିନୋଟି ସୁଇଚ୍ ଚିପିଦେଲେ ଯେ ମେସିନ୍ ଭିତରେ ଦୁଇଟି ନାଲି ବିନ୍ଦୁ ଭଳି ଆଲୁଅ ଜଳି ଉଠିଲା। ଫନେଲ୍ ପାଖରେ ଥିବା ନବଟିକୁ ଆଡଜଷ୍ଟ କରି ସେ ପ୍ରିୟନାଥ ବାବୁଙ୍କୁ କିଛି କହିବା ପାଇଁ ଇଶାରା କଲେ।

ପ୍ରିୟନାଥ ବାବୁ ଏତେଦୂର ବିସ୍ମିତ ହୋଇଯାଇଥିଲେ ଯେ କଣ କହିବେ କିଛି ଠିକ୍ କରି ପାରିଲେନି। ତାଙ୍କ ମୁଣ୍ଡଟି ଏତେ ଦୂର ଗୋଳମାଳିଆ ହୋଇଯାଇଥିଲା ଯେ କ୍ଔଣସି ଶଦ ଆଉ ମୁଣ୍ଡକୁ ଢୁକୁ ନଥିଲା। ଡ.ରୟଙ୍କ ଇଶାରାରେ ଶେଷକୁ ସେ ବଡ଼ପାଟିରେ ଅ, ଆ, ଇ, ଈ, ଆଦି ସ୍ଵରବର୍ଣ୍ଣ ଏବଂ କ, ଖ, ଗ, ଘ ଆଦି ବ୍ୟଞ୍ଜନବର୍ଣ୍ଣ ଉଚ୍ଚାରଣ କରିବାକୁ ଲାଗିଲେ। ଏବଂ ଆଶ୍ଚର୍ଯ୍ୟ। ଟେବୁଲ୍ ଲ୍ୟାମ୍ପଟି ଜଳି ଉଠିଲା। କଥା ବନ୍ଦ କରିବାର ୧୦ ମିନିଟ୍ ପର ଯାଏଁ ଟେବୁଲ୍ ଲ୍ୟାମ୍ପଟି ଜଳି ରହିଲା। ତା'ପରେ ଲିଭିଗଲା।

ଘରର ଲାଇଟଟି ଜଳେ ଡ.ରାୟ କହିଲେ: ଏଥର ବିଶ୍ଵାସ ହେଲା! ଏବେ ଏ ମେସିନଟି ପ୍ରାଥମିକ ଅବସ୍ଥାରେ ଅଛି। ଏଥିରେ ଶକ୍ତି ସଞ୍ଚୟ କରି ରଖିବାର ବିଶେଷ ବା ଷ୍ଟୋରେଜ ଏରିଆ ବେଳେ ନାହିଁ। ତେଣୁ କଥା ବନ୍ଦ କରିବାର ୧୦ ମିନିଟ ପରେ ଆଲୁଅ ଲିଭି ଯାଉଛି। ବାସ୍, ସେତିକି ଷ୍ଟୋରେଜ୍ ଏରିଆ ଅଛି ଏ ଯନ୍ତ୍ରଟିରେ! କିନ୍ତୁ ଅଧିକ ଗବେଷଣା କରି ଏହାର ଷ୍ଟୋରେଜ୍ ଏରିଆକୁ ଅନେକ ବୃଦ୍ଧି କରାଯାଇପାରିବ।... ଆଉ ଗୋଟେ କଥା ଏ ମେସିନରେ ବର୍ତ୍ତମାନ କେବଳ ମଣିଷର କଣ୍ଠସ୍ଵରକୁ ବିଦ୍ୟୁତ୍ ଶକ୍ତିରେ ରୂପାନ୍ତରିତ କରାଯାଇଛି। ପଶୁପକ୍ଷୀଙ୍କ କଣ୍ଠସ୍ଵର କିମ୍ବା ସମୁଦ୍ର ଗର୍ଜନ, ଝରଣା, ଜଳପ୍ରପାତ, ଘଡ଼ଘଡି଼ ଇତ୍ୟାଦି ଶବ୍ଦରୁ ଏ ମେସିନ୍ ଦ୍ଵାରା ବିଦ୍ୟୁତ୍ ଉତ୍ପାଦିତ ହୋଇପାରୁନି। କାହିଁକି ହୋଇପାରୁନି, ଆଦ୍ଔ ହୋଇପାରିବ କି ନାହିଁ, ହୋଇପାରିଲେ ଆଉ କି କି ପରିବର୍ତ୍ତନ ଦରକାର - ଏ ସବୁ ବିଷୟରେ ଅଧିକ ଗବେଷଣା ଦରକାର। ହେଲେ ସେ ଦିଗରେ ମୁଣ୍ଡ ଖେଳାଇବାକୁ ମୋର ବର୍ତ୍ତମାନ ସ୍ପୃହା ନାହିଁ। ମୁଁ ଚାହୁଁଛି ଏଇ ମେସିନଟିର ଅଧିକ ଏବଂ ବ୍ୟାପକ ଉତ୍ପାଦନ ହେଉ। ସାଧାରଣ ଲୋକମାନଙ୍କୁ ଏହା ଖୁବ୍ କମ୍ ଦାମରେ ଯୋଗାଇ ଦିଆଯଉ। ଲୋକେ ଦୈନନ୍ଦିନ ଜୀବନରେ ଯେତିକି କଥାବାର୍ତ୍ତା କରନ୍ତି, ସେତିକି ଶବ୍ଦ-ଶକ୍ତି ହିଁ ତାଙ୍କର ଦୈନନ୍ଦିନ ଆବଶ୍ୟକ ବିଦ୍ୟୁତ୍ ଶକ୍ତି ଯୋଗାଇ ଦେବ। ଘରେ କଳିହୁଡି ସ୍ତ୍ରୀ ଥିଲେ, ଅତି ଉତ୍ତମ - ତାଙ୍କ ପାଟିରେ ଅଧିକ ବିଦ୍ୟୁତ୍ ଶକ୍ତି ଆବଶ୍ୟକ କରୁଥିବା ବୈଦ୍ୟୁତିକ ଯନ୍ତ୍ରପାତି ଖୁସିରେ ଚାଲିବ। ଆଉ ମୁଖରା ସ୍ତ୍ରୀ ସହିତ ୪-୫ଟି କାନ୍ଦୁରା ପିଲାପିଲି ଥିଲେ ସେ ଶବ୍ଦରେ ଛୋଟ ଛୋଟ କଳ କାରଖାନା ଚାଲି ପାରିବ - ହାଃ ହାଃ! ବଡ଼ ବଡ଼ କଳ କାରଖାନା ଚଳେଇବା ପାଇଁ କିନ୍ତୁ ଏ ମେସିନର ବୃହତ ସଂସ୍କରଣ ଦରକାର। ଅଧିକ ଶବ୍ଦ ଶକ୍ତି ଗ୍ରହଣ କରି ଅଧିକ ବିଦ୍ୟୁତ୍ ଉତ୍ପାଦନ କରି ପାରୁଥିବା ଯନ୍ତ୍ର। ଆମଦେଶରେ ଶବ୍ଦର ତ' ଅଭାବ ନାହିଁ। ଦେଶରେ ପ୍ରଚୁର ସଭାସମିତି, କବିତ ପାଠୋତ୍ସବ ଇତ୍ୟାଦି ହେଉଛି। ବଡ଼ ବଡ଼ କାରଖାନା ପାଖରେ ଦିବାରାତ୍ର କବିତା ପାଠୋତ୍ସବ କରାଗଲେ, ସେଇଥିରୁ ଉଦ୍ଭବ ଶବ୍ଦ ଶକ୍ତି ମୋ ଯନ୍ତ୍ର ମାଧ୍ୟମରେ ବିଦ୍ୟୁତ୍ ଶକ୍ତିରେ ରୂପାନ୍ତରିତ ହୋଇ ବଡ଼ ବଡ଼ କାରଖାନା ଚଲେଇ ଦେବ। ପୁଣି ରାଜ ପରିବାରର ସଦସ୍ୟମାନେ ଏବଂ ରାଜ୍ୟର ମନ୍ତ୍ରୀମାନେ ବିଭିନ୍ନ ସମୟରେ ସଭାମାନ କରି ଲୋକମଙ୍କୁ ଯେଉଁସବୁ ପ୍ରତିଶ୍ରୁତିର ବାର୍ତ୍ତାମାନ ଶୁଣାନ୍ତି-ସେଥିରୁ ସଂଗୃହୀତ ହିଦ୍ୟୁତ୍ ଶକ୍ତିରେ ବୋଧହୁଏ ଗୋଟେ ବଡ଼ ଇସ୍ପାତ କାରଖାନା ଚାଲିପାରିବ।

ପ୍ରିୟନାଥ ବାବୁ ନିଜ ଚେୟାରରୁ ଉଠି ପ୍ରଥମେ ଶୀତ ତାପ ନିୟନ୍ତ୍ରକ ଯନ୍ତ୍ରର ଗତି ବଢେଇ ଦେଲେ। ବୈଜ୍ଞାନିକଙ୍କ କଥାରେ ତାଙ୍କ ମୁଣ୍ଡଟି ଗରମ ହୋଇ ଉଠିଛି। ଟିକେ ଥଣ୍ଡା କରିବା ଦରକାର।

ଡ.ରାୟ କିନ୍ତୁ କହି ଚାଲିଥିଲେ - ଏଥର ଆପଣ ନିଜେ ବୁଝିପାରୁଥିବେ ପ୍ରିୟନାଥ ବାବୁ, ଏ ଯନ୍ତ୍ରତି କେତେ ଉପଯୋଗୀ ଏବଂ କିଭଳି ଭାବେ ଏହା ଦେଶର ଶକ୍ତି ସମସ୍ୟାକୁ ଦୂର କରିଦେବ। ତେଣୁ ଆପଣ ମହାରାଜାଙ୍କୁ କହି ଏ ଯନ୍ତ୍ରର ବ୍ୟାପକ ଉତ୍ପାଦନ ବ୍ୟବସ୍ଥା... -ଆଜ୍ଞା ହଁ...ଆଜ୍ଞା ହଁ, ପ୍ରିୟନାଥବାବୁ ଡ.ରାୟଙ୍କ କଥା ସରିବା ପୂର୍ବରୁ ଏଣ୍ଡୁଅ ପରି ମୁଣ୍ଡ ଟୁଙ୍ଗାରି ଟୁଙ୍ଗାରି କହିଲେ। ଏବେ ତାଙ୍କ ମୁଣ୍ଡରେ କିଛି କଥା ଢୁକୁନି। ସେ କିଛି ଚିନ୍ତା କରିପାରୁ ନାହାନ୍ତି। ଚିନ୍ତା କରିବା ପାଇଁ ସମୟ ଦରକାର। ସେ କହିଲେ - ଡ.ରାୟ ଏ ଯନ୍ତ୍ରଟି ଏକ ଯୁଗାନ୍ତକାରୀ ଉଦ୍ଭାବନ। ମୁଁ ନିଶ୍ଚୟ ମହାରାଜାଙ୍କୁ ଏ ବିଷୟରେ କହିବି। ଆପଣ ନିଶ୍ଚିତ ରହନ୍ତୁ। ମୋତେ ଆପଣଙ୍କ ଠିକଣା ଓ ଫୋନ୍ ନମ୍ବରଟା ଦିଅନ୍ତୁ। ମୁଁ କାଲି ସକାଳେ ଆପଣଙ୍କ ସହ ଯୋଗାଯୋଗ କରିବି। ସେତିକି ସମୟ ଆପଣ ଧୈର୍ଯ୍ୟ ଧରନ୍ତୁ।


॥୩॥

ଡ. ରାୟ ତାଙ୍କ ଠିକଣା ଓ ଫୋନ୍ ନମ୍ବର ଦେଇ ପ୍ରିୟନାଥବାବୁଙ୍କ ଘରୁ ବାହାରି ଆସିଲା ବେଳକୁ ସନ୍ଧ୍ୟା ଗଡି ରାତି ହୋଇଯାଇଥାଏ। ଆକାଶରେ ଅସଂଖ୍ୟ ତାରା। ଅସଂଖ୍ୟ ତାରାପୁଞ୍ଜ ଆଡ଼କୁ ଚାହିଁ ଡ.ରାୟଙ୍କର ମନେହେଲା ତା' ଭିତରୁ ଗୋଟିଏ ତାଙ୍କ ମା'। ମା' ମଲାବେଳକୁ ପିଉସୀ କହିଥିଲେ: ତୋ ମା' ଆଜିଠୁଁ ହେଇ ଆକାଶର ତାରା ହୋଇଗଲା। ଆଜି କାହିଁକି ମା' କଥା ଭାରି ମନେ ପଡୁଛି।

..ନିପଟ ମଫସଲ ଗାଁରେ ଥିଲା ତାଙ୍କ ଘର। ନିହାତି ଗରିବ ଘର। ନୁଆଁଣିଆ, ଟିକି ଚାଳ ଘର। ବର୍ଷେ ଛପର ହେଲେ ଦି ବର୍ଷ ନାହିଁ। ଚାଳକୁଟା ଉପରେ ଶିଉଳି ଜମି ସବୁଜ। ବାପା ଚାଷବାସ କରନ୍ତି। ଦି'ମାଣ ପ୍ରାୟ ବନ୍ଧ୍ୟା ଜମିରେ ନିଜ ଦେହର ଝାଳ ରକ୍ତ ନିଗାଡି ସବୁଜ କରିବାର ହାଡ଼ଭଙ୍ଗା ଚେଷ୍ଟା କରନ୍ତି ପ୍ରତିଦିନ। ମା' ଘରକାମ କରେ। ଧାନ ଉଁସେଇବାଠୁଁ ଘସି ପାରିବା - ସବୁ କାମ ନିଜେ। ଗରିବ ଘରେ ସ୍ତ୍ରୀ ଲୋକମାନେ ଜନ୍ମରୁ କାମଦାମରେ ସ୍ଵବଲମ୍ବୀ ହେବାକୁ ଶିଖିଯା'ନ୍ତି। ସନ୍ଧ୍ୟାବେଳେ ଘରକୁ ଫେରି, ଧୁଆଧୁଇ ହୋଇ, ଗଣ୍ଡେ କିଛି ଖାଇଦେଇ ବାପା ଡିବିରିର କଳାଧୂଆଁ ଢଙ୍କା କ୍ଷୀଣ ମୈଳା ହଳଦିଆ ଆଲୁଅରେ ମୁଣ୍ଡ ପୋତି ମନବୋଧ ଚଉତିଶା ପଢନ୍ତି:

କହୈ ମନ ଆରେ ମୋ ବୋଲ କର କଳା ଶ୍ରୀମୁଖ ବାରେ ଦେଖିବା ଚାଲ...

ବେଳେ ବେଳେ କହନ୍ତି: ଗୋଟେ ଲଣ୍ଠନ ଥିଲେ ଭଲ ହୁଅନ୍ତା, ଡିବିରି ଆଲୁଅରେ ଅକ୍ଷରଗୁଡାକ ସ୍ପଷ୍ଟ ଦେଖା ଯାଉନି। ଏଥର ମକରମେଳାରୁ ଆଣିବା। ଏଥରଟା କେବେବି ଆସେନି। ଦିନଯାକର ପରିଶ୍ରମର ଥକ୍କା ମେଣ୍ଟେଇବା ପୈଁ ହେଉ ବା କିରାସିନି ବଞ୍ଚେଇବା ପାଇଁ ଖୁବ୍ ସ'ଳ ଗୋଇ ପଡୁଥିଲେ ସେମାନେ। ଗାଁରେ ଗରିବ ଲୋକର ଚେଇଁବା, ଶୋଇବା ଚଡେଇ ଭଳି଼ ସୂର୍ଯ୍ୟାସ୍ତ ଆଉ ସୂର୍ଯ୍ୟୋଦୟ ସହ ବନ୍ଧା।

ଅନ୍ୟମନସ୍କ ଆଉ ଲକ୍ଷ୍ୟହୀନ ଭାବେ ଚାଲିଥିଲେ ଡ.ରାୟ। ଆଜି କାହିଁକି ମା' କଥା ଭାରି ମନେ ପଡୁଛି।

..କସ୍ତା ଶାଢୀରେ ଗୁଡେଇଥିବା ଏକ ରୋଗା ପତଳା ନାରୀର ଚିତ୍ର ଭାସି ଉଠିଲା ଡ.ରାୟଙ୍କ ଆଖି ସାମ୍ନାରେ, ଯା'ର ଦୁଇ ଭ୍ରୂ ମଝିରେ ବଡ଼ ସିନ୍ଦୂର ଟୋପ, ଝାଳରେ ଭିଜି ଟିକେ ଟିକେ ନେସି ହୋଇ ଯାଇଛି, ଗୋରା କପାଳରେ ରକ୍ତିମଆଭା। ବଡ଼ ବଡ଼ ଭସା ଭସା ଆଖି। ଡ.ରାୟ ସେତେବେଳେ ସେ ଡ. ରୟ କଉଠି ଥିଲେ, ସେତେବେଳେ ସେ ଥିଲେ ମୁନା - ମୁନା ସ୍କୁଲରେ ଭଲ ନମ୍ବର ରଖିଲେ ସେ ଆଖି ହସି ଉଠୁଥିଲା - ମୁନା ଦେହ ଖରାପ ହେଲେ ସେ ଆଖି ଭାସୁଥିଲା ଲୁହରେ। ସେ ଆଖି ତଲେ କିନ୍ତୁ ଅପୁଷ୍ଟି ଆଉ ଅତ୍ୟଧିକ ପରିଶ୍ରମର କଳା କଳା ରେଖା।

...ସେ ରାତିଟା କଥା ସ୍ପଷ୍ଟ ମନେ ଅଛି ଡ.ରାୟଙ୍କର। ଜ୍ୟେଷ୍ଠର ଶେଷ। ସନ୍ଧ୍ୟାବେଳକୁ ଝିପି ଝିପି ବର୍ଷା। ତାଙ୍କ ଘର ଅଗଣା କାଦୁଅ ଲସର ପସର। ବେଙ୍ଗ ଡାକୁଛି କେଁ କଟ୍ କଟ୍। ସନ୍ଧ୍ୟାବେଳୁ ଖାଇଦେଇ ଶୋଇପଡିଲେ ସେମାନେ। ଡିବିରିଟା ଲିଭେଇ ଦେଇଥିଲା ମା'। ଘର ଭିତରେ କିଟି କିଟି ଅନ୍ଧାର। ବାହାରେ ଚମକୁଥିବା ବିଜୁଳିର ନୀଳ ଆଭା; ବେଳେ ବେଳେ ଚାଳର କଣା ଆଉ ଆଉ ଝରକା ସନ୍ଧି ଦେଇ ଘର ଭିତରକୁ ପଶି ଆସୁଥିଲା। ହଠାତ୍ ମା'ର ଚିତ୍କାରରେ ନିଦ ଭାଙ୍ଗିଗଲା: କଣଟାଏ କାମୁଡିଦେଲା। ଆଲୁଅ, ଆଲୁଅ ଜାଳ। ଦିଆସିଲି.. ଦିଆସିଲିଟା କାଇଁ.. ସାବିତ୍ରୀ, ସାବିତ୍ରୀ ବ୍ୟସ୍ତ ହୁଅନି। ଏଇ ସାଙ୍ଗେ ସାଙ୍ଗେ ଆଲୁଅ ଜାଳୁଛି.. ଅନ୍ଧାରରେ ଦରାଣ୍ଡୁଥିଲେ ବାପା.. ଦିଆସିଲିଟି କାଇଁ, ଦିଆସିଲି...? ସେ ବି ଖୋଜୁଥିଲେ। ବାପାଙ୍କ ଆଙ୍ଗୁଳି ଆଉ ତାଙ୍କ ଆଙ୍ଗୁଳି ଥରେ ପରସ୍ପରକୁ ଛୁଇଁ ଯାଇଥିଲା। ବାପାଙ୍କ ଟାଆଁଶିଆ ଶକ୍ତ ଆଙ୍ଗୁଳିର ବ୍ୟସ୍ତତା ଭରା ସେ ସ୍ପର୍ଶ ଏବେବି ମନେ ଅଛି ଡ.ରାୟଙ୍କର। ଶେଷକୁ ଦିଆସିଲିଟା ପାଇଥିଲେ ବାପା। ପାଣିରେ ଭିଜି ନସମି ଯାଇଥିଲା। କାଠି ପରେ କାଠି, କାଠି ପରେ କାଠି - ପାଗଳ ପରେ ସେ ଘସି ଯାଉଥିଲେ ଅଧାଭିଜା ରଞ୍ଜକ ଉପରେ। ସାମାନ୍ୟ ନୀଳ ଅଗ୍ନିଶିଖା ଟାଣି କାଠିଗୁଡିକ ଭାଙ୍ଗି ପଡୁଥିଲେ଼। ଏପଟେ ମା'ର ଯନ୍ତ୍ରଣାକାତର ଚିତ୍କାର। ବାପା ତାଙ୍କ ହାତରେ ଦିଆସିଲିଟା ଧରେ ଦେଇ ନିଜେ ମା' ଗୋଡପେଣ୍ଡାକୁ ଚିପିଧରି ପାଟି କରୁଥାନ୍ତି: ଆଲୁଅ ଜାଳ, ଆଲୁଅ ଜାଳ।

ଶେଷକୁ ଦିଆସିଲି କାଠିଟିଏ ଜଳିଲା। ଡିବିରି ଜଳିଲା। ଦେଖାଗଲ ମା' ଗୋଡ଼ପେଣ୍ଡା ତଳକୁ ପାଖାପାଖି ଦୁଇଟି ରକ୍ତବିନ୍ଦୁ। ସାପ କାମୁଡିଛି।

ସେଇ ରାତିରେ ମା' ଚାଲିଗଲା। ଭାରି କଷ୍ଟ ପାଇଥିଲା। ଦେହ ହାତ ନେଳିଆ ପଡିଯାଇଥିଲା।

ମା' ଯିବାର ଏଗାର ଦିନ ପରେ ବାପା ବି ଘର ଛାଡି କୁଆଡେ ଚାଲିଗଲେ। ଖୋଜାଖୋଜି ହେଲା, ମିଳିଲାନି। ଲୋକେ କହିଲେ: ବାବାଜୀ ହୋଇ ଚାଲିଯାଇଛି। ସ୍ତ୍ରୀ ଯିବା ଦୁଃଖ ସହି ପାରିଲାନି। ଗାଁରେ ଏକୁଟିଆ ବାଳକ। ଅସହାୟ, ସମ୍ବଳହୀନ। ଆତ୍ମୀୟ ସ୍ଵଜନ ଯେଉଁମାନେ ଥିଲେ, ସେମାନଙ୍କ ଅବସ୍ଥା ସ୍ଵଚ୍ଛଳ ନଥିଲା। ତା'ପରେ ଗୋଟେ ପିଲାକୁ ଖୁଆଇ ପିଆଇ ମଣିଷ କରିବାର ଦାୟିତ୍ଵ କେହି ନେବାକୁ ଚାହିଁଲେନି। ଦୂର ସମ୍ପର୍କ ପିଉସା ତାଙ୍କୁ ଆଣି ସହରର ଏକ ଅନାଥାଶ୍ରମରେ ଛାଡିଗଲେ। ଡ.ରାୟ ଅନାଥାଶ୍ରମରେ ମଣିଷ। ଅଦ୍ଭୂତ ମେଧା ଥିଲା ତାଙ୍କର। ଅଧ୍ୟବସାୟ ବି ଥିଲା। ସ୍କୁଲ୍ ସ୍ତରରୁ ବୃତ୍ତି ପାଇ ପଢିଛନ୍ତି। କଲେଜରେ ବିଜ୍ଞାନ ନେଇ ପଢିଲେ ସେ। ବିଶ୍ଵବିଦ୍ୟାଳୟ ସ୍ତରରେ କୃତିତ୍ଵର ସହ ଉତ୍ତୀର୍ଣ୍ଣ ହେଲା ପରେ ସାଙ୍ଗେ ସାଙ୍ଗେ ଅଧ୍ୟାପନା ଚାକିରି। ସ୍କୁଲ୍, କଲେଜ ବା ବିଶ୍ଵବିଦ୍ୟାଳୟ କେଉଁଠି ବି ବିଶେଷ ବନ୍ଧୁ ନ ଥିଲେ ତାଙ୍କର। ମୂଳରୁ ମୁହଁ ଚୋରା, ଲାଜକୁଳା, ଇଣ୍ଟ୍ରୋଭର୍ଟ ଧରଣର ପିଲା ଥିଲେ ସେ। ତାଙ୍କର ଏକମାତ୍ର ବନ୍ଧୁ ଥିଲା - ବହି। ଏକମାତ୍ର ପ୍ରିୟ ବିଷୟ ଥିଲା: ଏନର୍ଜି। ଶକ୍ତି।

॥୪॥

ଶକ୍ତିମନ୍ତ୍ରୀ ଲାଲସାହେବ ଦୁଃଶାସନ ସିଂହଙ୍କ ପାଇଁ ଆଜି ଭାରି ଖୁସିର ଦିନ। ଖୁସି ହେଲେ ସେ ମଦ୍ୟପାନ କରନ୍ତି ଓ ନାରୀସଙ୍ଗ କରନ୍ତି। ଆଜି ତେଣୁ ତାଙ୍କ ବିଶ୍ରାମ କକ୍ଷରେ ପ୍ରଚୁର ବିଦେଶୀ ସୁରା ଓ ତିନିଜଣ ଉଦ୍ଭିନ୍ନ ଯଉବନା ତରୁଣୀକୁ ପହଞ୍ଚାଇ ଦେଇଛନ୍ତି ଦୁଃଶାସନ ସିଂହଙ୍କ ଖାସ୍ ସଚିବ। ଆଜି ରାତିରେ ଆମ ସାହେବଙ୍କର ଯେ ଏଗୁଡିକ ପ୍ରୟୋଜନ ହେବ, ତାହା ସେ ଅନୁମାନ କରି ନେଇଛନ୍ତି ବହୁତ ବେଳୁ।

ଦୁଃଶାସନ ସିଂହଙ୍କର ଖୁସି ହେବାର ସଙ୍ଗତ କାରଣ ରହିଛି। ଗତ କିଛି ଦିନ ହେଲା ରାଜଧାନୀକୁ ଆସିଥିବା ଦଳେ ବିଦେଶୀ ପ୍ରତିନିଧିଙ୍କ ସହ ନିଭୃତରେ ଆଲୋଚନା ଚଲେଇଥିଲେ ସେ। ଏ ପ୍ରତିନିଧି ଦଳଟି ଥିଲା ଏକ ବହୁଜାତିକ ବାଣିଜ୍ୟିକ ସଂସ୍ଥାର। ସେମାନେ ଏ ଦେଶରେ ଏକ ବୃଅହତ୍ ଜଳବିଦ୍ୟୁତ ଯୋଜନା ସ୍ଥାପନ ପାଇଁ ବହୁଦିନୁ ମହାରାଜାଙ୍କୁ ପ୍ରସ୍ତାବ ଦେଇଥିଲେ। ମହାରାଜା ସେଥିରେ ବିଶେଷ ଆଗ୍ରହ ପ୍ରକାଶ କରି ନଥିଲେ। କାରଣ, ବୃହତ୍ ଜଳ ବିଦ୍ୟୁତ୍ ଯୋଜନା ପ୍ରଚୁର ବ୍ୟସାପେକ୍ଷ ବ୍ୟାପାର। ଏତେ ଅର୍ଥ ଏବେ ରାଜକୋଷରେ ନାହିଁ। ତା'ପରେ ଏବେ ପରିବେଶ ବିଜ୍ଞାନୀମାନେ ବୃହତ୍ ଜଳବିଦ୍ୟୁତ୍ ଯୋଜନା ସ୍ଥାପନ ନ କରିବାକୁ ପରାମର୍ଶ ଦଉଛନ୍ତି। ସେଥିରେ କୁଆଡେ ପରିବେଶର ସନ୍ତୁଳନ ବିଗିଡିଯାଏ। ପରିବେଶର କ୍ଷତି ହୁଏ। ସାମଗ୍ରିକ ଭାବେ ବିଦ୍ୟୁତ୍ ଉତ୍ପାଦନ ଏବଂ ଜଳସେଚନ ଜନିତ ଲାଭଠୁଁ କ୍ଷତି ଅଧିକ ହୁଏ। ପରିବେଶ ବିଜ୍ଞାନୀମାନଙ୍କୁ ବାଦ୍ ଦେଲେ ବି ରାଜକୋଷର ଅବସ୍ଥା ଦେଖି ମହାରାଜା ଏ ପ୍ରସ୍ତାବରେ ବିଶେଷ ଆଗ୍ରହୀ ହୋଇନଥିଲେ।

ବିଦେଶୀ ପ୍ରତିନିଧି ଦଳ ତା'ପରେ ଶକ୍ତିମନ୍ତ୍ରୀ ଦୁଃଶାସନ ସିଂହଙ୍କ ସହ ବିଶେଷ ଭାବେ ଯୋଗାଯୋଗ କରିଥିଲେ। ଏ ଜଳବିଦ୍ୟୁତ୍ ଯୋଜନା ଦ୍ଵାରା ଦେଶର ବିଦ୍ୟୁତ୍ ଉତ୍ପାଦନ କିପରି ଭାବେ ଶତକଡା ୨୦ ଭାଗ ବଢିଯିବ ଏବଂ ଏହା ଦ୍ଵାରା ଅଧିକ କଳକାରଖାନା ସ୍ଥାପିତ ହୋଇପାରିବ ଏବଂ ଦେଶର ଅର୍ଥନୈତିକ ଉନ୍ନତି ଘଟିବ, ସେ ସମ୍ପର୍କରେ ବିସ୍ତୃତ ଭାବେ, ନାନା ପରିସଂଖ୍ୟନ ମାଧ୍ୟମରେ ବୁଝାଇଥିଲେ। ଶକ୍ତିମନ୍ତ୍ରୀ ଦୁଃଶାସନ ସିଂହ ମଧ୍ୟ ପ୍ରଥମେ ଏ ଦିଗରେ ସେତେଟା ଆଗ୍ରହ ପ୍ରକାଶ କରି ନଥିଲେ। ଶୁଖିଲା ଗଳାରେ କହିଥିଲେ: ଏବେ ରାଜକୋଷରେ ଏତେ ଅର୍ଥ ନାହିଁ।

ବିଦେଶୀ ପ୍ରତିନିଧି ଦଳର ନେତା କହିଥିଲେ: ଆପଣଙ୍କୁ ଅର୍ଥ ଦେବା ପାଇଁ କହୁଛି କିଏ? ଅର୍ଥ ଆମେ ଦବୁ। ଋଣ ଆକାରରେ। ବର୍ଷିକ ମାତ୍ର ୧୫ ଶତାଂଶ ସୁଧ ହାରରେ ଦୀର୍ଘମିଆଦୀ ଋଣ।

ତଥାପି ଦୁଃଶାସନ ସିଂହ ଆଗ୍ରହୀ ହୋଇ ନଥିଲେ।

କିନ୍ତୁ ଏହାପରେ ଯେତେବେଳେ ଉକ୍ତ ପ୍ରତିନିଧି ଦଳର ନେତା ଜଣେ ମଧ୍ୟସ୍ଥି ଜରିଆରେ କହି ପଠେଇଲେ ଯେ ସରକାର ଏଯୋଜନା ରୂପାୟନ କଲେ ଏବଂ ତାଙ୍କ କମ୍ପାନିକୁ ଏହା କରିବାର ଦାୟିତ୍ଵ ଦିଆଗଲେ କମ୍ପାନି ତାଙ୍କୁ ୫୦ ଲକ୍ଷ ସ୍ଵର୍ଣମୁଦ୍ରା ଦେବାକୁ ରାଜି, ସେତେବେଳେ ଦୁଃଶାସନ ସିଂହ କିଞ୍ଚିତ ଆଗ୍ରହୀ ହୋଇ ଉଠିଥିଲେ। ଏହା ସହିତ ଥିଲା କ୍ରମାଗତ ଶ୍ରେଷ୍ଠତମ ମାନର ବିଦେଶୀ ମଦ୍ୟ ଓ ଛଳକଳାବତୀ ଲଳନା ଯୋଗାଣ। ମଣିଷ ଆଉ କେତେଦିନ ନିଜକୁ ସମ୍ଭାଳି ରଖିପାରେ?

ତଥାପି ଏକ ତରଳ ସାନ୍ଧ୍ୟ ଆସରରେ ସେ ପଚାରିଥିଲେ: ଆମ ଦେଶରେ ଏ ଯୋଜନା କରି ଆପଣଙ୍କର କି ଲାଭ? ଆପଣମାନେ ଏତେ ଆଗ୍ରହୀ ହେଉଛନ୍ତି କାହିଁକି?

ମାଛ ଥୋପ ଗିଳିଛି ବୋଲି ବୁଝିପାରି ବିଦେଶୀ ପ୍ରତିନିଧି ଦଳର ନେତା ମି. ହ୍ଵାଇଟ୍ ତାଙ୍କ ସଫେଦ୍ ଫ୍ରେଞ୍ଛକଟ୍ ଦାଢି ଆଉଁସି ମୁରୁକି ହସି କହିଲେ: ଦେଖନ୍ତୁ ସାର୍। ଆମ କମ୍ପାନିର କାମ ହେଲା ଜଳବିଦ୍ୟୁତ୍ ଯୋଜନା କରିବା। ଯୋଜନା ନ ହେଲେ ଆମ କର୍ମଚାରୀମାନେ ବେକାର ବସିବେ। ଦ୍ଵିତୀୟ କଥା, ଆମର ଟଙ୍କା ଅଛି। ଟଙ୍କାର ଧର୍ମ ହେଲା ଚଳପ୍ରଚଳ ହେବା। ଚଳପ୍ରଚଳ ନ ହେଲେ ଟଙ୍କାରେ ଘୂଣ ଧରିଯାଏ। ତେଣୁ ଟଙ୍କା ଖଟେଇବା ଦରକାର। ସେଥିପାଇଁ ତ ପୁଣି କ୍ଷେତ୍ର ଦରକାର। ଆପଣଙ୍କ ଦେଶରେ ଶତକଡା ୧୫ ଶତାଂଶ ସୁଧରେ ଆମେ ଟଙ୍କାଟା ଖଟେଇପାରିବୁ। ତୃତୀୟ କଥା, ଆମର କେତେଗୁଡା ପୁରୁଣା ପୁରୁଣି ମେସିନ୍ ଅଛି। ସେ ମେସିନଗୁଡାକ ଆମଦେଶରେ ଏବେ ଅଚଳ। କାରଣ ତା'ଠୁଁ ଢେର ଉନ୍ନତ ଓ ଆଧୁନିକ କିସମର ମେସିନ୍ ବାହାରିଗଲାଣି। ତ' ସେ ପୁରୁଣା ମେସିନଗୁଡାକ ଆମ ଦେଶରେ ରହିଲେ ତାକୁ ଲୁହା ଦରରେ ବିକିବାକୁ ପଡିବ। ଏଠି ଆଣି ଲଗେଇ ଦେଲେ ମେସିନଟା ବି କାମରେ ଲାଗିଲା। ଆମର ବି ଟଙ୍କା ବଞ୍ଚିଲା। ଫେର୍ ସେ ମେସିନର ରକ୍ଷଣାବେକ୍ଷଣ ଓ ମରାମତି ବାବଦ ଆମେ ବରାବର ଆପଣଙ୍କଠୁଁ ଟଙ୍କା ପାଇବୁ। ଚତୁର୍ଥ କଥା, ଏଥିରେ ଯେତେ ବିଦ୍ୟୁତ୍ ଉତ୍ପାଦିତ ହେବ, ସେଥିରେ ଆମର ଭାଗ ରହିବ। ଆମ ଭାଗଟି ଆମେ ଫେର ଆପଣଙ୍କ ସରକାରଙ୍କୁ ବିକି ସେଥୁ କିଛି ଟଙ୍କା ପାଇବୁ। ପଞ୍ଚମ କଥା...

ପଞ୍ଚମ କଥା ଆଉ ଶୁଣିବା ଅବସ୍ଥାରେ ନଥିଲେ ଶକ୍ତିମନ୍ତ୍ରୀ। ମଦ୍ୟ କିଛି ଅଧିକ ପାନ କରିଦେଇଥିଲେ ସେ। ସୋଫା ଉପରେ, ଶ୍ଵେତାଙ୍ଗିନୀ ସୁନ୍ଦରୀର ବାହୁବଲ୍ଲରୀରେ ଢଳିପଡିଲେ।

ଏହା ପରଠୁଁ ସେ ଏ ଯୋଜନା ମଞ୍ଜୁର କରାଇବା ଦିଗରେ ଆଗଭର ହୋଇଥିଲେ। ଯଦିଓ ସେ ସ୍ପଷ୍ଟ ବୁଝିଥିଲେ ଯେ ଏ ଯୋଜନା ଦ୍ଵାରା ଦେଶର ଯେତେ ଲାଭ ହେବ, ତାଠୁଁ କ୍ଷତି ବେଶି ହେବ, ଦେଶବାସୀ ଅଧିକ ଋଅଣ ଭାର ଭାରାକ୍ରାନ୍ତ ହେବେ, ପରିବେଶର କ୍ଷତି ଘଟିବ – କିନ୍ତୁ ୫୦ ଲକ୍ଷ ସ୍ୱର୍ଣମୁଦ୍ରା କିଛି କମ୍ ପ୍ରଲୋଭନ ନୁହେଁ। ଆଉ ତା'ପରେ ଦେଶବାସୀ ଋଣଭାରରେ ଭାରାକ୍ରାନ୍ତ ହେଲେ ବା ପରିବେଶର କ୍ଷତି ହେଲେ ତାଙ୍କର ଯାଏ ଆସେ କେତେ? କ୍ଷତି ହେଲେ ହେବ ଏ ଦେଶର ଆଉ ରାଜାର। ହଉ।

'ଲାଲସାହେବ' ଦୁଃଶାସନ ସିଂହ ରାଜପରିବାରର ସଭ୍ୟ ସତ, କିନ୍ତୁ...। ଏଇ 'କିନ୍ତୁ'ଟି ତାଙ୍କୁ ବହୁତ ପୀଡା଼ ଦିଏ। ତାଙ୍କ ହୃଦୟକୁ କ୍ଷତାକ୍ତ କରେ।

ଏ 'କିନ୍ତୁ' ହେଲା, ଦୁଃଶାସନ ସିଂହ ରାଜମହିଷୀଙ୍କ ଔରସଜାତ ସନ୍ତାନ ନୁହନ୍ତି। ସେ ବର୍ତ୍ତମାନ ମହାରାଜାଙ୍କ ପିତା ଅର୍ଥାତ୍ ପୂର୍ବତନ ମହାରାଜାଙ୍କ ଜନୈକା ରକ୍ଷିତାଙ୍କ ସନ୍ତାନ। ପୂର୍ବତନ ମହାରାଜାଙ୍କ ଅନେକ ରକ୍ଷିତା ଥିଲେ। ରାଜା ମହାରାଜାମାନଙ୍କର ଏହା ଗୋଟେ ସଉକ। ଦୁଃଶାସନ ସିଂହଙ୍କ ମା' ଥିଲେ ମହାରାଜାଙ୍କ ଶତାଧିକ ରକ୍ଷିତାମାନଙ୍କ ମଧ୍ୟରୁ ଜଣେ। ଅପରୂପ ସୁନ୍ଦରୀ ଥିଲେ ବୋଲି ମହାରାଜାଙ୍କ ବିଶେଷ ପ୍ରିୟ ଭାଜନ। ମହାରାଜାଙ୍କ ସହିତ କିନ୍ତୁ ତାଙ୍କର ସାମାଜିକ ରୀତି ଅନୁସାରେ ବିହାହ ହୋଇନଥିଲା।

ପୂର୍ବତନ ମହାରାଜା ତାଙ୍କ ରକ୍ଷିତାମାନଙ୍କ ପ୍ରତି ସଦୟ ଥିଲେ। ବିଶେଷ କରି ଦୁଃଶାସନ ସିଂହଙ୍କ ମା'ଙ୍କ ଉପରେ। ରକ୍ଷିତାର ସନ୍ତାନକୁ ତାଙ୍କୁ ବାପା ବୋଲି ଡାକିବାର ଅନୁମତି ଦେଇଥିଲେ। ସେଇଥିପାଇଁ ଦୁଃଶାସନ ସିଂହଙ୍କର ପିତୃ ପରିଚୟ ଅଛି। ତାଙ୍କୁ ଲାଲସାହେବ ବୋଲି ଡକାଯାଏ। ସିଂହାସନରୂଢ଼ ମହାରାଜାଙ୍କ ଭାଇମାନଙ୍କୁ ଏ ସମ୍ବୋଧନ କରାଯାଏ। ତେବେ ପୂର୍ବତନ ମହାରାଜା ତାଙ୍କ ମା'ଙ୍କ ପାଇଁ ତିଆରି କରାଇଥିବା ମହଲଟି ବ୍ୟତୀତ ରାଜସମ୍ପତ୍ତି ଉପରେ ତାଙ୍କର୍ କ୍ଔଣସି ଅଧିକାର ନାହିଁ।

ବର୍ତ୍ତମାନ ମହାରାଜା ଅବଶ୍ୟ ତଙ୍କୁ ଭ୍ରାତୃଜ୍ଞାନରେ ସ୍ନେହ କଲା ଭଳି ବ୍ୟବହାର କରନ୍ତି। ତାଙ୍କ ପାଇଁ କିଛି ସମ୍ପତ୍ତି ଖଞ୍ଜି ଦେଇଛନ୍ତି। ରାଜ୍ୟର ଶକ୍ତିମନ୍ତ୍ରୀ ପଦ ଦେଇଛନ୍ତି। କିନ୍ତୁ ତଥାପି ସେ ଯେ ଏକ ରକ୍ଷିତାର ସନ୍ତାନ - ଏ କଥାଟି ଡୁଃଶାସନ ସିଂହଙ୍କ ଅନ୍ତରରେ କଣ୍ଟା ଭଳି ବିଦ୍ଧ ହୁଏ। ତାଙ୍କ ମାତା, ପିତା ସାରା ରାଜ ପରିବାର ଉପରେ ଭୀଷଣ କ୍ରୋଧ ଓ ଘୃଣା ହୁଏ। ତାଙ୍କ ଅନ୍ତରରେ ଅହରହ ଯେମିତି ନିଆଁ ଜଳୁଛି।

ତେଣୁ ମହାରାଜାଙ୍କ କ୍ଷତିର ପରୁୱ୍ଆ ସେ କରନ୍ତି ନାହିଁ। ଦେଶର ଅବସ୍ଥାରେ ତାଙ୍କର କିଛି ଯାଏ ଆସେ ବୋଲି ମନେ କରନ୍ତି ନାହିଁ। ୫୦ ଲକ୍ଷ ସ୍ଵର୍ଣମୁଦ୍ରା ମିଳିଲେ ଏ ଦେଶ ମୁହଁରେ ଲାତ୍ ମାରି ସେ ସୁନ୍ଦର କ୍ଔଣସି ଇଉରୋପୀୟ ଦେଶକୁ ଚାଲିଯିବେ। ସେଇଠି ସ୍ଥାୟୀ ଭାବେ ରହିବେ। ସେଠିକାର ମଦ୍ୟ ଅପୂର୍ବ, ନାରୀ ମଧ୍ୟ ଅତ୍ୟନ୍ତ ସୁନ୍ଦରୀ ଏବଂ ଅଧିକ ରତିକଳା ପ୍ରବୀଣ। ଜୀବନଟା କଟିବ ଭଲ।

ଲାଲ ସାହେବ ଦୁଃଶାସନ ସିଂହ ବହୁଜାତିକ କମ୍ପାନିର ବୃହତ୍ ଜଳବିଦ୍ୟୁତ୍ ଯୋଜନାର ଦେଶ ପାଇଁ ହିତକର ଦିଗଟିକୁ କ୍ରମାଗତ ଭାବେ ମହାରାଜାଙ୍କୁ କହିବାରେ ଲାଗିଥିଲେ। ଅବଶେଷରେ ମହାରାଜା କିଛିଟା ରାଜି ହୋଇଥିଲେ। କହିଥିଲେ: ଶେଷ ସିଦ୍ଧାନ୍ତ ନେଇ ଚୁକ୍ତି ସ୍ଵକ୍ଷର କରିବା ପୂର୍ବରୁ ସମସ୍ତଙ୍କ ସହିତ ଏ ବିଷୟରେ ଆଲୋଚନା କରି ନିଅ। ବିଶେଷ କରି ପରିବେଶ ବିଜ୍ଞାନୀମାନଙ୍କ ସହିତ।

ହଁ ଭରିଥିଲେ ଶକ୍ତି ମନ୍ତ୍ରୀ ଲାଲସାହେବ ଦୁଃଶାସନ ସିଂହ।

ତିନିଦିନ ପରେ ଦେଶର ବିଶିଷ୍ଟ ପରିବେଶ ବିଜ୍ଞାନୀ ସତ୍ୟବ୍ରତ ସାହୁଙ୍କ ବିବୃତି ସରକାରୀ ସମ୍ବାଦପତ୍ରରେ ବାହାରିଲା: ଏ ଯୋଜନା ଦ୍ଵାରା ପରିବେଶର କ୍ଷତି ହେବାର କ୍ଔଣସି ଆଶଙ୍କା ନାହିଁ।

...ବୁଦ୍ଧିଟା ଅବଶ୍ୟ ବିଦେଶୀ ପ୍ରତିନିଧି ଦଳର ନେତା ମି.ହ୍ଵାଇଟ ହିଁ ଦେଇଥିଲେ। ହିଦେଶରେ ଅଧ୍ୟାପନା ବୃତ୍ତିର ପ୍ରଲୋଭନତା ଯେ ଏମିତି ଭୋଜବାଜି ପରି କାମ କରିବ, ତାହା ଦୁଃଶାସନ ସିଂହ ମଧ୍ୟ କଳ୍ପନା କରି ନଥିଲେ।

ଏହାପରେ ଆଉ ମହାରାଜାଙ୍କର ନା' କହିବାର କିଛି ନଥିଲା। ଆଜି ସକାଳେ ହିଁ ମହାରାଜା ଯୋଜନାକୁ ମଞ୍ଜୁରି ଦେବା ପାଇଁ ହଁ କହିଛନ୍ତି। ଦୁଃଶାସନ ସିଂହ ଏ ସୁସମ୍ବାଦଟି ବିଦେଶୀ ପ୍ରତିନିଧି ଦଳର ନେତା ମି.ହ୍ଵାଇଟଙ୍କୁ ଦେଲେ ତତକ୍ଷଣାତ୍। ଅନନ୍ଦ ଗଦ ଗଦ କଣ୍ଠରେ ମି.ହ୍ଵାଇଟ୍ ତାଙ୍କୁ ଆଲିଙ୍ଗନ କରି କହିଲେ: ଆଉ କିଛି ଚିନ୍ତା ନାହିଁ, ଇୟୋର୍ ଏକ୍ସିଲେନ୍ସି, ଆପଣଙ୍କ ୫୦ ଲକ୍ଷ ସ୍ଵର୍ଣମୁଦ୍ରା ସୁଇଜରଲ୍ୟଣ୍ଡର ଏକ ବ୍ୟାଙ୍କରେ ରଖି ଦଉଛୁ। ଯେଉଁଦିନ ଔପଚାରିକ ଭାବେ ଆମର ଚୁକ୍ତି ସମ୍ପାଦନ ହୋଇଯିବ, ବ୍ୟାଙ୍କର ନାଁ, କୋଡ୍ ଓ ପାସୱ୍ଆର୍ଡ ଆପଣଙ୍କୁ ଜଣେଇଦେବୁ।

-କୋଡ୍, ପାସୱ୍ଆର୍ଡ - ଏ ସବୁ କଣ? ଆପଣ କଣ ୫୦ ଲକ୍ଷ ସ୍ଵର୍ଣମୁଦ୍ରା ହାତକୁ ହାତ ଦେବେନି?

ଇୟୋର୍ ଏକ୍ସିଲେନ୍ସି। ସ୍ମିତ ହସିଲେ ମି.ହ୍ଵାଇଟ୍:୫୦ ଲକ୍ଷ ସ୍ଵର୍ଣମୁଦ୍ରା ଆପଣ ଏଠି ରଖିବେ କେଉଁଠି? ଦୈବାତ୍ କେମିତି ମହାରା ସୁରାକ୍ ପାଇଗଲେ ନାନା ପ୍ରଶ୍ନ ଉଠିବ: ଏତେ ଗୁଡିଏ ସ୍ଵର୍ଣମୁଦ୍ରା ଆପଣ ପାଇଲେ କେଉଁଠୁ? ଖୋଳତାଡ଼ ପରେ ଉତ୍କୋଚ ନେବା ଅପରାଧରେ ଆପଣଙ୍କୁ ଦଣ୍ଡ ଦେଇ ପାରନ୍ତି। ଏ ସମସ୍ତ ଅର୍ଥ ବ୍ୟାଜ୍ୟାପ୍ତ କରିପାରନ୍ତି...

-ଆରେ ହଁ ତ! ଏ କଥାଟା ମୋ ମୁଣ୍ଡକୁ ଢୁକି ନଥିଲା।

-ସେଇଥିପାଇଁ ଏ ବ୍ୟବସ୍ଥା, ସାର୍। ସୁଇଜରଲ୍ୟାଣ୍ଡରେ ଆପଣଙ୍କ ଟଙ୍କା ଗଚ୍ଛିତ ରହିବ। ପାସୱ୍ଆର୍ଡ ଓ କୋଡ୍ କହିଲେ ଯାଇ ସେ ଟଙ୍କା ଆପଣ ଉଠେଇପାରିବେ। ଆଉ ଏ ବିଷୟଟି କେବଳ ଆପଣ, ମୁଁ ଆଉ ସମ୍ପୃକ୍ତ ବ୍ୟାଙ୍କ ମ୍ୟନେଜର ଜାଣିବେ। ବାସ୍, ଚତୁର୍ଥ ଲୋକ ଆଉ କେହି ନାହିଁ। ସାରା ପୃଥିବୀରେ ଏବେ ଏଇ ବ୍ୟବସ୍ଥା ଚାଲିଛି ସାର୍।

-ହୁଁ-। ଆଜ୍ଞା, ଚୁକ୍ତି ସ୍ଵାକ୍ଷରିତ ହେଲା ପରେ ଆପଣ ଯତି ମୋତେ ଠକି ଦିଅନ୍ତି। ଟଙ୍କା ନ ଦିଅନ୍ତି?

-ଛିଃ, ଛିଃ, ଏ କି କଥା କହୁଛନ୍ତି ଇୟୋର ଏକ୍ସିଲେନ୍ସି? ମି.ହ୍ଵାଇଟ୍ ବିଷର୍ଣ ଗଳାରେ କହିଲେ। ତାଙ୍କ ଗୋରା ମୁହଁ ଲାଲ ଦେଖାଗଲା। ଆଖି ଯୋଡା଼କ ବୋଧ ହୁଏ ଟିକେ ଛଳଛଳେଇ ଉଠିଲା। "ଆମେ ଆଉ ଯାହା ହୋଇପାରୁ, ବେଇମନ ନୋହୁଁ। ବିଶେଷ କରି କମିଶନ ଦେବାରେ ଆମେ କେବେ ବେଇମାନି କରୁନା। ଆମର ଲଙ୍ଗଟର୍ମ୍ ପଲିସି। ଦୀର୍ଘ ମିଆଦୀ ଯୋଜନା। ସୁନା ଅଣ୍ଡା ଦଉଥିବା କୁକୁଡା଼ର ବେକ ମୋଡି଼ ଦେଲା ଭଳି ବୋକା ଆମେ ନୋହୁଁ। କୁକୁଡା଼ ମାରିଦେଲେ ଆଉ ସୁନା ଅଣ୍ଡା ମିଳିବ? ଆପଣଙ୍କ ସହିତ ବେଇମାନି କଲେ ଏ ଦେଶରେ ଆଉ ଆମେ ବାଣିଜ୍ୟ କରିପାରିବୁ? ଚୁକ୍ତି ସମ୍ପାଦନ ପରେ ଆମେ ଆପଣଙ୍କ ପ୍ରତିଶ୍ରୁତି ମୁତବକ ଟଙ୍କା ନ ଦେଲେ ଆପଣ ମହାରାଜାଙ୍କୁ କହି ବୋଲି ଚୁକ୍ତି ରଦ୍ଦ ବି କରେଇ ଦେଇ ପାରନ୍ତି। ସେ କ୍ଷେତ୍ରରେ ଆମର ଆଉ କରିବାର କିଛି ନାହିଁ।

-ହୁଁ ଠିକ୍ କଥା। ଆପଣ ପ୍ରତିଶ୍ରୁତି ମୁତାବକ ଟଙ୍କା ଦେବାକୁ ବାଧ୍ୟ। ନଦେଇ ଉପାୟ ନାହିଁ। ଭେରି ଗୁଡ୍। ଆଚ୍ଛା, ଧରନ୍ତୁ ଏଟା ମୁଁ କେବଳ କ୍ଔତୂହଳ ନିବାରଣ ପାଇଁ ପଚାରୁଛି... ତେଣୁ ଅନ୍ୟ ପ୍ରକାର କିଛି ଭାବିବେନି, ଧରନ୍ତୁ ମୁଁ ଆପଣଙ୍କୁ ଠକି ଦେଲି? ଟଙ୍କା ନେଇସାରି ମହାରାଜାଙ୍କୁ ଲଗେଇ ଭଣ୍ଡେଇ ଚୁକ୍ତି ବାତିଲ୍ କରେଇ ଦେଲି। ତା'ହେଲେ-?

-ଇୟୋର୍ ଏକ୍ସଲେନ୍ସି! କାହିଁକି ଏମିତି କଥା କହି ଆମ ମନରେ ଦୁଃଖ ଦଉଛନ୍ତି? ଅପଣଙ୍କ ଆଦର ଯତ୍ନରେ ଆମ ପକ୍ଷରୁ କେଉଁଠି କିଛି କଣ ତ୍ରୁଟି ରହିଯାଇଛି? -ମି. ହ୍ଵାଇଟ୍ ସତେ ଯେମିତି ଏବେ କାନ୍ଦି ପକେଇବେ।

-ନାଇଁ ସେ କଥା ନୁହେଁ। ବାସ୍ କ୍ଔତୂହଳ। ମୁଁ ଆପଣଙ୍କୁ ଠକି ଦେଲେ ଅପଣ କ'ଣ କରିପାରିବେ?

-କିଛି କରିପାରିବୁନି ସାର୍। ଆମର ଔକାତ୍ କେତେ? ଆମେ ଆପଣଙ୍କର ଗୋଟେ ବାଳ ବି ବଙ୍କା କରି ପାରିବୁନି। ..ତେବେ ଆମେ ବ୍ୟବସାୟୀ ସଂସ୍ଥା ତ! ଯାହା ବି କରୁ, ଯାହା କହୁ, ଃଆହା ଦଉ - ତା'ର ରେକର୍ଡ ରଖୁ। ହିସାବ। ଆପଣଙ୍କୁ ଏ ଯାଏଁ ଯାହା ଦିଆଯାଇଛି - ଯେତେ ବୋତଲ ମଦ, ଯେତିକିଟି ସୁନ୍ଦରୀ, ସବୁର ହିସାବ ଅଛି। ମଦ ଓ ସୁନ୍ଦରୀମାନଙ୍କୁ ଆପଣ କିଭଳି ଭାବେ ବ୍ୟବହାର କରିଛନ୍ତି, ତା'ର ସଚିତ୍ର ପ୍ରମାଣ ଅଛି। ଭିଡିଓ ଫିଲ୍ମ୍। ମୋ ସହିତ ଏଠି ଆପଣ ଯାହା ଯାହା କଥାବାର୍ତ୍ତା ହୋଇଛନ୍ତି, ସେ ସବୁ ଭିଡିଓ ଫିଲ୍ମ ହୋଇ ରହିଛି, ସାର୍। ଆପଣ ନିଜ କଥାରେ ଖିଲାପ କଲେ ସେ ସବୁ ପ୍ରମଣ ଆମେ ମହାରାଜାଙ୍କ ପାଖରେ ଦାଖଲ କରିଦେବୁ। ରାହ୍ୟର ସମ୍ବାଦପତ୍ର ପତ୍ରିକାରେ ମଧ୍ୟ ପ୍ରକାଶ ପାଇଁ ଦବୁ। ସହରର କାନ୍ଥବାଡ଼ରେ ଲଗେଇ ଦେବୁ। ଏତିକି ହିଁ କରିବୁ ହଜୁର, ଆଉ ଅଧିକା କଣ କରିବୁ?

-ଆପଣ କଣ କହୁଛନ୍ତି ମି.ହ୍ଵାଇଟ୍? ଦୁଃଶାସନ ସିଂହ ଶିହରି ଉଠିଲେ। ଆପଣ ଜାଣିଛନ୍ତି ଏହା ଫଳରେ କଣ ହେବ?

-କଣ ଆଉ ହବ, ସାର୍?

-କଣ ହବ? ବେଶି ଆଉ ଫୁଲେଇ ହୁଅନି। ମହାରାଜା ତମର ସେଇ ସବୁ ସୁନ୍ଦରୀଙ୍କ ସହି ମୋର ଏୟେ ମାର୍କା ଛବି ଦେଖିଲେ ମୋତେ ଦେଶାନ୍ତରକୁ ପଠେଇବେ। ମୋତେ ଫାଶି ଦେଇଦେବେ। ମହାରାଜା ଅନ୍ୟ କାହାରି ଏଅସବୁ ଏୟେ ଜମା ପସନ୍ଦ କରନ୍ତିନି। ନିଜେ କଲାବେଳକୁ କିଛି ନାହିଁ। ଏବେ ତ' ପୁଣି, ତାଙ୍କର ନୂଆ ସ୍ଔକ ହୋଇଛି। ନାରୀଙ୍କୁ ଆଉ ଭଲ ଲାଗୁନି। ଦରକାର...ଶଳା ହୋମୋସେକ୍ସୁଆଲଟା...

- ସାର୍, ଭିଡିଓ କ୍ୟାମେରାଟା କିନ୍ତୁ ବର୍ତ୍ତମାନ ବି ଅନ୍ ଅଛି। ଆପଣ ଯାହା କହୁଛନ୍ତି ସବୁ ରେକର୍ଡ ହୋଇ ରହୁଛି; ମି. ହ୍ଵାଇଟ୍ କୋମଳ କଣ୍ଠରେ କହିଲେ।

- ଆଇଁ -ଦୁଃଶାସନ ସିଂହ ଚମକି ଉଠିଲେ। - ନାଇଁ ନାଇଁ କଟ୍ କଟ୍ ସେକଥା ମୁଁ କହିନାହିଁ। ଆଦ୍ଔ କହିନାହିଁ। ମହାରାଜା କାହିଁକି ହୋମୋସେକ୍ସୁଆଲ୍ ହେବେ, ମୁଁ ହୋମୋସେକ୍ସୁଆଲ୍, ମୋ ବାପ ହୋମୋସେକ୍ସୁଆଲ୍, ମୋ ଚଉଦ ପୁରୁଷ ହୋମୋ-

- ଆପଣଙ୍କ ବାପା ଆଉ ହିଜ୍ ଏକ୍ସଲେନ୍ସି ମହାରାଜାଙ୍କ ବାପ ପରା ଏକ ବ୍ୟକ୍ତି ହଜୁର୍। ଆପଣମାନେ ପରା ଭାଇ-

- ଓ ହଁ, ହଁ - ଦୁଃଶାସନ ସିଂହ କଣ କହିବେ, କଣ କରିବେ ଠିକ୍ କରି ନ ପାରି ଚିକ୍ତାର କରି ଉଥିଲେ: କ୍ୟାମେରା ବନ୍ଦ କର, କ୍ୟାମେରା ଅଫ୍ କର।

ମି. ହ୍ଵାଇଟ୍ ତାଙ୍କ ସାମ୍ନା ଟେବୁଲ୍ ଦ୍ରୟରରୁ ଏକ ରିମୋଟ୍ କଣ୍ଟ୍ରୋଲ୍ ରିସିଭର୍ ଆଣି ସୁଇଚ୍ଟିଏ ଚିପି ଦେଲେ। ବାସ୍, କ୍ୟମେର ବନ୍ଦ ହୋଇତଲା। ଏଥର ଅପଣ ଶାନ୍ତ ହୋଇ ବସନ୍ତୁ ସାର୍। ଆଉ ଠକାଠକି କଥା ଉଚ୍ଚାରଣ ବି କରନ୍ତୁ ହାହିଁ। ଏ ଶବ୍ଦଟା ଶୁଣିଲା ମାତ୍ରେ ମୋର ରକ୍ତଚାପ ବଢି଼ଯାଏ।

ଲାଲ ସାହେବ ଦୁଃଶାସନ ସିଂହ ପକେଟରୁ ସୁଗନ୍ଧୀ ରେଶମୀ ରୁମାଲ କାଢି଼ ଝାଳ ପୋଛିଲେ। ଶୀତତାପ ନିୟନ୍ତ୍ରିତ କୋଟରୀ ଭିତରେ ବି ତାଙ୍କ କପାଳରେ ଝାଳ ଉକୁତି ଆସିଥିଲା।

-ଟିକେ ବିଅର୍ ପିଅନ୍ତୁ ସାର୍। ମି.ହ୍ଵାଇଟ୍ କହିଲେ। ଆଉ ରିମୋଟ୍ କଣ୍ଟ୍ରୋଲର ଆଉ ଗୋଟିଏ ସୁଇଚ୍ ଚିପିଲେ। ସଙ୍ଗେ ସଙ୍ଗେ ଜଣେ ସ୍ଵଳ୍ପ ବାସ ଶ୍ଵେତାଙ୍ଗିନୀ ସୁନ୍ଦରୀ ଦୁଇମଗ୍ ଫେନିଳ ବିଅର୍ ଆଣି ସେଣ୍ଟର୍ ଟେବୁଲ୍ ଉପରେ ରଖିଲେ। ଦେହରେ ହିଲ୍ଲୋଳ ତୋଳି ସୁନ୍ଦରୀ ଗୋଟିଏ ମଗ୍ ବିଅର୍ ଦୁଃଶାସନ ସିଂହଙ୍କ ହାତକୁ ବଢେ଼ଇ ଦେଲେ। ସୁନ୍ଦରୀର ଚମ୍ପାକଢି଼ ଆଙ୍ଗୁଳି ଜାଣିଶୁଣି ଛୁଇଁଗଲା ଦୁଃଶାସନ ସିଂହଙ୍କ ଆଙ୍ଗୁଳି? ତା' ହରିଣୀ ଆଖିର ମେଦୁର ଚାହାଣୀରେ କଣ ନିମନ୍ତ୍ରଣ ରହିଛି? ତା' କମଳା ଲେମ୍ବୁ କୋସା ଓଥରେ କଣ କାମନାର ରଙ୍ଗ ମଖା ହୋଇଛି? ଦୁଃଶାସନ ସିଂହ ଅନ୍ୟମନସ୍କ ହୋଇପଡୁ଼ଥିଲେ। ମି. ହ୍ଵାଇଟ୍ କହିଲେ: ତା' ହେଲେ ସାର୍, ଆମର କଥାବାର୍ତ୍ତା ପକ୍କା! ଆଜିଠୁଁ ଠିକ୍ ୮ ଦିନ ପରେ ଆପଣ ଆଉ ମୁଁ ଜଳବିଦ୍ୟୁତ୍ ଯୋଜନା ଚୁକ୍ତିପତ୍ରରେ ଔପଚାରିକ ଭାବେ ଦସ୍ତଖତ କରିବୁ। ନବମ ଦିନ ସନ୍ଧ୍ୟା ସୁଦ୍ଧା ଆପଣ ସୁଇଜରଲ୍ୟାଣ୍ଡ୍ ବ୍ୟାଙ୍କ୍ ନାଁ, କୋଡ୍ ଓ ପାସଵାର୍ଡ ପାଇଯିବେ। ...ଏହାର କିଛି ପରିବର୍ତ୍ତନ ହେଲେ ବା ମହାରାଜା ଭବିଷ୍ୟତରେ ଏ ଚୁକ୍ତିରୁ ଓହରିଗଲେ, ଆଇ ଆମ ସରି ସାର୍, ଏସବୁ ଭିଡିଓ ଫିଲ୍ମ, ଫଟୋ ଓ ଟେପ୍ ମୁଁ ମହାରାଜାଙ୍କ ପାଖକୁ ପଠେଇଦେବି। ତେବେ ମୋର ଦୃଢ଼ ବିଶ୍ଵାସ ମୋତେ କେବେ ବି ସେଭଳି କରିବାକୁ ପଡି଼ବ ନାହିଁ଼ ଗୁଡ୍ ନାଇଟ୍ ସାର୍। ଶୁଭରାତ୍ରି।

...ଆଉ ହଁ, କହିବାକୁ ଭୁଲି ଯାଇଥିଲି, ଶାର୍ ଆଜି ପାଇଁ ସ୍ପେଶାଲ୍ ଏୟେ ଆପଣଙ୍କ ଗୁପ୍ତ ବିଶ୍ରାମ କକ୍ଷକୁ ପଠେଇଦେଇଛି। ଏଞ୍ଜୟ୍ ଇଓର୍ ସେଲଫ୍। ଆନନ୍ଦ କରନ୍ତୁ, ଏଇଓର୍ ଏକ୍ସଲେନ୍ସି।

ଶକ୍ତି ମନ୍ତ୍ରୀ ଲାଲସାହେବ ଦୁଃଶାସନ ସିଂହ ନିଜର ଗୋପନ ବିଳାସ ବହୁଳ ବିଶ୍ରାମ କକ୍ଷକୁ ଆସିଲେ। ବିଳାସ ଏବଂ ବ୍ୟସନର ସବୁ ସରଞ୍ଜାମ ସେଠାରେ ମହଜୁଦ। ଲାଲସାହେବ ସୁରା ପିଆଲାରେ ଆଉ ସାକୀ ଓଠରେ ଚୁମ୍ବନ ଦେଲେ। କିନ୍ତୁ ସବୁ କେମିତି ପାଣିଚିଆ ଲଗୁଛି। ଆନନ୍ଦର ସେ ଉଦ୍ଦମ ସ୍ରୋତଟା ଯେମିତି ବାଟ ଭାଙ୍ଗି କୁଆଡେ଼ ଚାଲିଯାଇଛି। ସୁରାରେ ଯେମ୍ତି ନିଶା ନାହିଁ। ସାକୀ ଦେହରେ ଯେମିତି ନିଆଁ ନାହିଁ଼ ସବୁ କେମିତି ଥଣ୍ଡା, ଥଣ୍ଡା। ପାଣିରେ ଭିଜି ଯାଇଥିବା ବାରୁଦ ଭଳି।

ତିନି ଜଣ ପୂର୍ଣ୍ଣ ଯ୍ଔବନା, ରତି ନିପୁଣା ସୁନ୍ଦରୀଙ୍କ ବିସ୍ମିତ ଆଖି ସାମ୍ନାରେ ଲାଲସାହେବ ଦୁଃଶାସନ ସିଂହ ମଖମଲି ଗାଲିଚା ଉପରେ ବିଛା ଦୁଗ୍ଧ ଫେନନିଭ ଶଯ୍ୟାରେ ନିଘୋଡ଼ ନିଦରେ ଶୋଇପଡି଼ଲେ।

॥୫॥


ଏକ ଦୁଃସ୍ଵପ୍ନ ଦେଖି ଧଡ଼ପଡ଼ ହୋଇ ଉଠିବସିଲେ ଲାଲସାହେବ ଦୁଃଶାସନ ସିଂହ। ପ୍ରମୋଦ କକ୍ଷର ଭାରି ପର୍ଦ୍ଦା ଉହାଡୁ଼ ଉଜ୍ଜ୍ଵଳ ଦିବାଲୋକ ଅତ୍ୟନ୍ତ ସ୍ତୀମିତ ହୋଇ, ଯେମିତି ଅତ୍ୟନ୍ତ କୁଣ୍ଠିତ ଭାବେ କକ୍ଷଟିକୁ ଆଲୋକିତ କରୁଥିଲା। ମଖମଲି ଚାଦରଟି କୁଞ୍ଚାମୁଞ୍ଚା ହୋଇଯାଇଛି। ଫରାସ୍ ଉପରେ ତିନୋଟି ଅତ୍ୟନ୍ତ ଦାମୀ ମଦବୋତଲ ନିହାତି ଅଭେଳାରେ ଗଡୁ଼ଛି। ଗୋଟିକରୁ ସାମାନ୍ୟ ଖାଲି ହୋଇଛି। ବାକି ଦୁଇଟି ଆଦ୍ଔ ଖୋଲା ହୋଇନି।

..ଗତକାଲି ରାତି କଥା ମନେ ପଡି଼ଲା ଲାଲସାହେବ ଦୁଃଶାସନ ସିଂହଙ୍କର। ଦୀବନରେ ଏଇ ପ୍ରଥମ ଥର ବୋଧହୁଏ ସୁରା ଓ ସାକୀରେ ଏଭଳି ଅନୀହା ଦେଖାଗଲା। ଏଟା ଆଦ୍ଔ ଭଲ ଲକ୍ଷଣ ନୁହେଁ। ଦୀବନ ଆହୁରି କେତେ ବାକି। ଉପଭୋଗ କରିବା ଛଡା଼ ଜୀବନରେ ଆଉ ଅଛି କ'ଣ? ଉପଭୋଗର ସ୍ପୃହା କମିଗଲେ ଆଉ ଏ ଜୀବନରେ ରହିଲା କ'ଣ?

ମି.ହ୍ଵାଇଟଙ୍କ କଥା ମନେ ପଡି଼ଲା: ଜଳବିଦ୍ୟୁତ୍ ଯୋଜନା ଚୁକ୍ତି ସମ୍ପାଦନ ନହେଲେ ବା ଚୁକ୍ତି ବାତିଲ ହେଲେ ସେ ସବୁତକ ଫଟୋ ଓ ଭିଡିଓ ଫିଲ୍ମ ମହାରାଜାଙ୍କୁ ଦେଇଦେବେ। ଗତକାଲି ରାତିରେ କଥାଗୁଡା଼କ ବଡ଼ ଭୟଙ୍କର ମନେ ହେଉଥିଲା, ଆଜି କିନ୍ତୁ ମନେ ହେଉଛି - ତା'ର ସାମାନ୍ୟତମ ଆଶଙ୍କା ରହିଛି କି? ମହାରାଜା ତ' ସମ୍ମତି ଦେଇ ସାରିଲେଣି। ଖାଲି ଔପଚାରିକତା ବାକି ରହିଛି। ଚୁକ୍ତି ସମ୍ପାଦନ ହୋଇଗଲା ମାତ୍ରେ ମିଳିଯିବ ୫୦ ଲକ୍ଷ ସ୍ଵର୍ଣ୍ଣମୁଦ୍ରା। ଆଃ-। ସୁଇଜରଲ୍ୟାଣ୍ଡ ଜାଗାଟା କୁଆଡେ଼ ଅତି ମନୋରମ। ସେଠି ଥରେ ବୁଲି ଆସିଲେ ହେବ। ଆଲପସ୍ ପର୍ବତମାଳାରେ ତୁଷାରକ୍ରୀଡା଼, ଉଷ୍ଣ ପାନୀୟ, ଉଷ୍ଣ ନାରୀ ଦେହ - ଆଃ ! ଏଇତ ଜୀବନ!.. ଦୁଃଶାସନ ସିଂହଙ୍କ ମେଜାଜ ଧୀରେ ଧୀରେ ଭଲ ହେବାକୁ ଲାଗିଲା। ଗୋଟିଏ ବୋତଲର ଠିପ୍ ଖୋଲି ସିଧାସଳଖ ବୋତଲରୁ ପାନୀୟ କିଛି ଅଜାଡି଼ ଦେଲେ ମୁହଁରେ। ସଙ୍ଗେ ସଙ୍ଗେ ଦେହସାରା ସଂଚରି ଗଲା ଏକ କବୋଷ୍ଣ ପ୍ରବାହ। ଆଃ।

ଲାଲସାହେବ ଦୁଃଶାସନ ସିଂହ ବୋଧହୁଏ ସେଇ ପ୍ରଭାତରେ ପୂରା ବୋତଲଟି ଶେଷ କଲା ପରେ ହିଁ ଶଯ୍ୟା ତ୍ୟାଗ କରିଥା'ନ୍ତେ। ଜଣେ ପରିଚାରିକା ଆସି ଖବର ଦେଲା: ଛାମୁ, ମହାରାଜାଙ୍କ ମୁଖ୍ୟ ସଚିବ ପ୍ରିୟନଥ ପତି ଆପଣଙ୍କ ଦର୍ଶନପ୍ରାର୍ଥୀ।

-ମହାରାଜାଙ୍କ ମୁଖ୍ୟ ସଚିବ? ପ୍ରିୟନାଥ ବାବୁ? ଏତେ ସକାଳୁ?

-ସକାଳ କାଇଁ ଛାମୁ? ଦିବା ଦ୍ଵିପ୍ରହର ହେବାକୁ ବସିଲାଣି।

-ଓ- ଏତେ ବେଳେ ହେଲାଣି! ଆଚ୍ଛା ତାଙ୍କୁ ବୈଠକଖାନାରେ ବସିବାକୁ କହ। ମୁଁ ସାଙ୍ଗେ ସାଙ୍ଗେ ପ୍ରାତଃକୃତ୍ୟ ସାରି ଯାଉଛି।

ପରିଚାରିକା ଚାଲିଗଲା ପରେ ଚିନ୍ତାରେ ପଡି଼ଗଲେ ଲାଲସାହେବ ଦୁଃଶାସନ ସିଂହ। ମହାରାଜାଙ୍କ ମୁଖ୍ୟ ସଚିବ ସକାଳୁ ସକାଳୁ ତାଙ୍କ ପାଖରେ କାହିଁକି? କେଉଁ ଅଭିପ୍ରାୟରେ?

ପ୍ରଭାତର କୁସୁମ କଳିକା ଭଳି ନରମ ଓ ଉତ୍ଫୁଲ୍ଲ ମେଜାଜଟି ତଙ୍କର ଧୀରେ ଧୀରେ ମଉଳିବାକୁ ଲାଗିଲା। ଭ୍ରୁଲତାରେ ଫୁତି ଉଠିଲା ଚିନ୍ତାର ଛାପ। ମୁଣ୍ଡଟା ସାମାନ୍ୟ ଭାରି ଲାଗୁଛି। ପାଦ ଦି'ଟା ସାମାନ୍ୟ ଟଳମଳ ହେଉଛି। ସକାଳଟାରେ ଖାଲି ପେଟରେ ମଦ୍ୟପାନ ନ କରିଥିଲେ ଭଲ ହୋଇଥା'ନ୍ତା। ଏଇ ସମୟରେ ତାଙ୍କର ଭଡି଼ଭୋରରୁ ଦେଖିଥିବା ସ୍ଵପ୍ନ କଥା ମନେ ପଡି଼ଲା। ସ୍ଵପନ୍ ତ ନୁହେଁ, ଦୁଃସ୍ଵପ୍ନ।

ଏକ ଧୁ ଧୁ ମରୁ ପ୍ରାନ୍ତର ମଝିରେ ସେ ଏକୁଟିଆ ଠିଆ ହୋଇଛନ୍ତି। ବିଲକୁଲ୍ ଏକୁଟିଆ। ମୁଣ୍ଡ ଉପରେ ଖର ବୈଶାଖର ପ୍ରଖର ସୂର୍ଯ୍ୟ। ପାଦତଳେ ଉତ୍ତପ୍ତ ବାଲୁକା ରାଶି। ପାଦ ରଖିବା ଦୁଷ୍କର। ସେ ଚାଲିଛନ୍ତି। ତାଙ୍କୁ ଭୀଷଣ ଶୋଷ। ଚର୍ମ ନିର୍ମିତ ଜଳ ପେଟିକାକୁ ଅଜାଡି଼ ଦେଲେ ମୁହଁରେ। ଟୋପାଏଟି ପାଣି ନାହିଁ ସେଥିରେ। ତୃଷ୍ଣାରେ ଛାଟି ଫାଟି ଯାଉଛି ତାଙ୍କର। ଇଆଡେ଼ ଦିଗବଳୟ ଯାଏଁ କେଉଁଠି ଟୋପାଏ ପାଣିର ଚିହ୍ନବର୍ଣ୍ଣ ନାହିଁ। ଏଇ ସମୟରେ ହଠାତ୍ ଏକ ସୁନ୍ଦରୀ ନାରୀ ଆସି ପହଞ୍ଚିଲା ସେଥି। ନାରୀଟି ଯେମିତି ଉତ୍ତପ୍ତ ବାଲୁକାରାଶି ଭିତରୁ ଉଠି ଆସିଲା। ନାରୀଟି ଥିଲା ସମ୍ପୂର୍ଣ୍ଣ ଉଲଗ୍ନ। ତା' ହାତରେ ଥିଲା ଏକ ସୁରାପାତ୍ର। ନାରୀଟି ସୁରାପାତ୍ର ବଢେ଼ଇଦେଲା ତାଙ୍କ ଆଡ଼କୁ। ସୁରାପାତ୍ରରେ ଟଳ ଟଳ ହେଉଛି ସ୍ଵଚ୍ଛ ସୁନେଲି ପାନୀୟ। ଅତି ଆଗ୍ରହରେ ସେ ହାତ ବଢେ଼ଇ ଦେଲେ। କିନ୍ତୁ ତାଙ୍କ ବ୍ୟଗ୍ର ଅଙ୍ଗୁଳି ସୁରାପାତ୍ର ସ୍ପର୍ଶ କରିବା ପୂର୍ବରୁ ଏକ ବିଶାଳ ଈଗଲ୍ ଆସି ଝାମ୍ପ ମାରିଲା ତାଙ୍କ ହାତ ଉପରକୁ। ସୁରାପାତ୍ର ଛିଟକି ପଦି଼ଲା ଉତ୍ତପ୍ତ ବାଲିରେ। ସୁରାତକ ଇଡି଼ ହୋଇଗଲା ଆଉ ଉତ୍ତପ୍ତ ବାଲି ତାକୁ ମୁହୂର୍ତ୍ତକ ମଧ୍ୟରେ ଶୋଷି ନେଲା। ଛାତିରେ ଅନନ୍ତ ତୃଷ୍ଣା ନେଇ ସେ ଚାହିଁଲେ ନାରୀଟି ଆଡ଼କୁ। ନାରୀଟି ସେତେବେଳେ ତାଙ୍କ ଆଖି ସାମ୍ନାରେ ବୟସ୍କା ହୋଇଯାଉଥିଲା। ତରୁଣୀରୁ ଯୁବତୀ, ଯୁବତୀରୁ ପ୍ର୍ଔଢା଼, ପ୍ର୍ଔଢା଼ରୁ ଲୋଳଚର୍ମ ବୃଦ୍ଧା...। ସମୟ ଯେମିତି ଅତି ଗ୍ରୁତ ବେଗରେ ବିତିଯାଉଛି ନାରୀଟିର ଦେହ ଉପରେ। ଚାହୁଁ ଚାହୁଁ ବୃଦ୍ଧା ନାରୀଟି କଙ୍କାଳରେ ରୂପାନ୍ତରିତ ହୋଇଗଲା। ଦେହରୁ ମେଦ, ମାଂସ, ଚର୍ମ ଖସି ପଡି଼ ରହିଲା କେବଳ ଗଳିତ ପୁଜରଙ୍ଗ ହାଡ଼। ସେ କଙ୍କାଳଟି ପୁଣି ତାଙ୍କ ଆଡ଼କୁ ଆଗେଇ ଆସିବାକୁ ଲାଗିଲା। ପାଖକୁ ଆହୁରି ପାଖକୁ...ଏଇ ସମୟରେ ନିଦ ଭାଙ୍ଗିଯାଇଥିଲା ତାଙ୍କର।

ନିଦ୍ରଭଗ୍ନ ହେଲାପରେ ଏ ଦୁଃସ୍ଵପ୍ନକୁ ସେ ପ୍ରାୟ ଭୁଲି ଯୈଥିଲେ। ହଠାତ୍ ତାହା ପୁଣି ମନେ ପଡି଼ଗଲା ତାଙ୍କର। କାହିଁକି? ମହାରାଜାଙ୍କ ମୁଖ୍ୟ ସଚିବଙ୍କ ଆଗମନ ସମ୍ବାଦ ସହ ଏ ଦୁଃସ୍ଵପ୍ନଟି ମନେ ପଡି଼ବା ଭିତରେ କଣ କିଛି ସମ୍ପର୍କ ଅଛି? ଏହା କଣ କ୍ଔଣସି ଅମଙ୍ଗଳର ସୂଚନା?

ଚିନ୍ତା ସଙ୍କୁଳ ମୁହଁରେ ଉଠି ପ୍ରାତଃକୃତ୍ୟ ସାରିଲେ ଲାଲସାହେବ। ସ୍ନାନବେଳେ ବିଲାତି ସାବୁନର ସୁଗନ୍ଧୀ ରେଶମ-କୋମଳ ଫେଣ ତାଙ୍କ ମେଜାଜ ଠିକ କରି ପାରିଲାନି। ମୁଖ୍ୟ ସଚିବ କାହିଁକି ଆସିଛନ୍ତି?

ପୋଷାକ ପିନ୍ଧି ସେ ବୈଠକଖାନାକୁ ଆସିଲେ। ଦେଖିଲେ ମହାରାଜାଙ୍କ ମୁଖ୍ୟ ସଚିବ ପ୍ରିୟନାଥ ପତି ଚିନ୍ତାମଗ୍ନ ମୁହଁରେ ବସିଛନ୍ତି। ସମ୍ନାରେ ପେସ୍ତା-ବାଦାମ ସରବତ ଗ୍ଲାସ ଅଧା ହୋଇ ପଡି଼ଛି।

ଲାଲସାହେବଙ୍କ ପାଦଶବ୍ଦରେ ପ୍ରିୟନାଥ ବାବୁ ସଚକିତ ହୋଇ ଉଠିଲେ। ଆସନରୁ ଠିଆ ହୋଇ ପଡି଼ ଆଭୂମି ନା ହୋଇ ଅଭିବାଦନ ଜଣାଇ କହିଲେ -ସୁପ୍ରଭାତ ଛାମୁ।

ନିଜର ଆଶଙ୍କା, ଉଦବେଗ ସବୁ ଚାପି ରଖିବାର ଚେଷ୍ଟା କରୁ କରୁ ଲାଲସାହେବ ଚେଷ୍ଟାକୃତ ହାଲକା ଗଳାରେ କହିଲେ, କଣ ଖବର ପ୍ରିୟନାଥ ବାବୁ? ଅପଣ ଏତେ ସକାଳୁ?

-ଗୋଟେ ଜରୁରୀ କଥା ଅଛି ହଜୁର୍।

-ମୋ ସାଙ୍ଗରେ ଆପଣଙ୍କର ଜରୁରୀ କଥା! ଆପଣ ମହାରାଜାଙ୍କ ସଚିବ, ଯାହା ସବୁ ଜରୁରୀ କଥାବାର୍ତ୍ତା ଆପଣଙ୍କର ମହାରାଜାଙ୍କ ସାଙ୍ଗରେ। ମୋ' ସହିତ ପୁଣି କି କଥା?

ପ୍ରିୟନାତ ପତି ଲୋକଟାକୁ ଆଦ୍ଔ ପସନ୍ଦ କରନ୍ତି ନାହିଁ ଲାଲସାହେବ ଦୁଃଶାସନ ସିଂହ। ଲୋକଟା ମୁହଁରେ ସବୁବେଳେ ଏକ କାକୁସ୍ଥ ଆଉ ବିନୀତ ଭାବ। ଧୂର୍ତ୍ତ ଶୃଗାଳମାନଙ୍କ ମୁହଁରେ କେବଳ ଏଭଳି ଭାବ ଦେଖାଯାଏ। ତା'ପରେ ଲୋକଟା କୁଆଡେ଼ ଖଚମିଛରେ ଜଣେ ପ୍ରାୟ ବିଶେଷଜ୍ଞ। ସବୁବେଳେ ମହାରାଜାଙ୍କ ପାଖେ ପାଖେ ରହୁଛି। କେତେବେଳେ କଣ ଫୋଡି ଦଉଥିବ।

-ହଉ, ହଉ। କଥାଟା କ'ଣ କହନ୍ତୁ।

ଏଇ ବିଦ୍ୟୁତ୍ ଉତ୍ପାଦନ ବିଷୟରେ ହଜୁର୍। ସେଇଥିପାଇଁ ଆପଣଙ୍କ ପାଖକୁ ଧାଇଁ ଆସିଲି।

-ବିଦ୍ୟୁତ୍ ଉତ୍ପାଦନ ବିଷୟରେ? ଗୋଟେ ବରଫମୁଣ୍ଡା ଯେମିତି ଲାଲସାହେବଙ୍କ ମେରୁଦଣ୍ଡ ବାଟେ ପ୍ରବାହିତ ହୋଇଗଲା। ଦେହଟା ଶୀତେଇ ଉଥିଲା। କିନ୍ତୁ କପାଳରେ ଜମି ଉଠିଲା ସ୍ଵେଦବିନ୍ଦୁ। ଇଏ ଧୂର୍ତ୍ତ ଶୃଗାଳ କଣ ତାଙ୍କର ଔ ମି. ହ୍ଵାଇଟଙ୍କ ଗୋପନ କଥାବାର୍ତ୍ତାର କିଛି ସୁରାକ ପାଇଛି? ତା ହେଲେ ତ' ସର୍ବନାଶ!

-ହଁ ହଜୁର। ଚାରିପଟକୁ ଥରେ ସତର୍କ ଆଖି ବୁଲେଇ ନେଇ ପ୍ରିୟନାତ ପତି ବୈଜ୍ଞାନିକ ଡ.ବିପ୍ଳବରାୟଙ୍କ ଉଦ୍ଭାବନ କଥା ସଂକ୍ଷେପରେ କହିଲେ। ..ଇଏ ଏକ ଆଶ୍ଚର୍ଯ୍ୟ ଉଦ୍ଭାବନ। ଶବ୍ଦରୁ ବିଦ୍ୟୁତ୍ ଶକ୍ତି ଉତ୍ପାଦନ ହେବ। ବୈଜ୍ଞାନିକ ଡ.ରାୟ ଏ ଯନ୍ତ୍ରର ବ୍ୟାପକ ଉତ୍ପାଦନ ପାଇଁ ମହାରାଜାଙ୍କ ସାହାଯ୍ୟ ମାଗିବାକୁ ତଙ୍କୁ ସାକ୍ଷାତ କରିବା ପାଇଁ ଚାହୁଁଛନ୍ତି। ଯେହେତୁ ଏହା ବିଦ୍ୟୁତ୍ ଉତ୍ପାଦନ ବିଷୟରେ ଏବଂ ବିଷୟଟି ଆପଣଙ୍କ ମନ୍ତ୍ରଣାଳୟ ଅଧୀନରେ ତେଣୁ ମୁଁ ଭାବିଲି ଆପଣଙ୍କୁ ଆଗେ ଜଣେଇଦିଏ। ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ଏ ଦେଶରେ ଏତେ ବଡ଼ ଯୁଗାନ୍ତକାରୀ ଉଦ୍ଭାବନ ହେଲା, ଏହାର କୃତିତ୍ଵର ଆପଣ ହିଁ ଅସଲ ଭାଗୀଦାର ହେବା ଉଚିତ। ମହାରାଜାଙ୍କୁ ଯଦି ଆପଣ କହନ୍ତି ୟେ ଆପଣଙ୍କ ମନ୍ତ୍ରଣାଳୟର ପୃଷ୍ଠପୋଷକତାରେ ଡ.ରାୟ ଏ ଗବେଷଣା କରିଛନ୍ତି, ତେବେ ମହାରାଜା ଆପଣଙ୍କ ଉପରେ କେତେ ଖୁସି ନ ହେବେ!

-ହୁଁ। ଲାଲସାହେବ କିଛିଟା ସନ୍ଦେହୀ ଆଖିରେ ପ୍ରିୟନାତ ପତିଙ୍କ ଆଡ଼କୁ ଚାହିଁଲେ, ଗୋଟେ କଥା କହନ୍ତୁ ପ୍ରିୟନାତ ବାବୁ, ଏ କଥାଟା ଆପଣ ବି ମହାରାଜାଙ୍କୁ କହି, ନିଜେ ଏ ବୈଜ୍ଞାନିକକୁ ସାହାଯ୍ୟ କରିଛନ୍ତି ବୋଲି କହି ବାହବା ନେଇ ପାରିଥା'ନ୍ତେ। ମୋତେ କହିଲେ କାହିଁକି?

ସିଧାସଳଖ ଏଭଳି ପ୍ରଶ୍ନରେ ପ୍ରିୟନାଥବାବୁ ଟିକେ ଅପ୍ରସ୍ତୁତ ହୋଇପଡି଼ଲେ। ଥିକ୍ ଏଇଭଳି ପ୍ରଶ୍ନଟିଏ ସେ ଆଶା କରି ନଥିଲେ। କିଛି ସମୟ ନିରବ ରହିଲା ପରେ ସେ ଜବାବ ଦେଲେ, ତେବେ ସତ କଠାଟା କହେ, ହଜୁର। ମୁଁ ଜାଣିଛି ଆପଣ ମୋତେ ବିଶେଷ ପସନ୍ଦ କରନ୍ତି ନହିଁ। ମୁଁ ମୁଖ୍ୟ ସଚିବ ପଦରେ ଆସୀନ ହେବାଟାକୁ - ଆପଣ ଭଲ ଆଖିରେ ଦେଖିନାହାନ୍ତି। ମୁଁ ଅମଲା ହଜୁର। ରାଜ ପରିବାରର ଜଣେ ବିଶିଷ୍ଟ ବ୍ୟକ୍ତିଙ୍କୁ ସନ୍ତୁଷ୍ଟ କରି ବେଶି ଦିନ ଯେ ଏ ପଦରେ ରହି ହେବ ନାହିଁ, ସେ କଥା ମୁଁ ଜାଣିଛି। ସେଥିପାଇଁ ମୁଁ ଆପଣଙ୍କୁ ସନ୍ତୁଷ୍ଟ କରିବାକୁ ଚାହେଁ। ଏ ଖବରଟା ଆଗେ ଆପଣଙ୍କ ପାଖରେ ପହଞ୍ଚାଇ ମୁଁ ପ୍ରମାଣ କରିବାକୁ ଚାହେଁ ଯେ ମୁଁ ଆପଣଙ୍କ ଶୁଭଚିନ୍ତକ। ମୋତେ ଆପଣ ଶତ୍ରୁ ଭାବରେ ଦେଖନ୍ତୁ ନାହିଁ।

-ହୁଁ। ମନେ ମନେ କିଛିଟା ଆଶ୍ଵସ୍ତ ହେଲେ ଲାଲସାହେବ। ସେ ଯାହା ଆଶଙ୍କା କରିଥିଲେ, ତା' ନୁହେଁ। କିନ୍ତୁ ଏ କଥାଟା ବି କିଛି କମ୍ ବିପଦଜନକ ନୁହଁ। ଦ୍ରୁତ ଚିନ୍ତା କରୁଥିଲେ ଲାଲସାହେବ। ଶବ୍ଦତରଙ୍ଗରୁ ବିଦ୍ୟୁତ୍। ଏ ଉଦ୍ଭାବନ କଥା ଯଦି ମହାରାଜାଙ୍କ କାନରେ ପଡେ଼ ତେବେ ଜଳବିଦ୍ୟୁତ୍ ଯୋଜନାର କଣ ହେବ? ସହଜେ ମହାରାଜା ହଳବିଦ୍ୟୁତ୍ ଯୋଜନା ପାଇଁ ବିଶେଷ ଆଗ୍ରହୀ ନଥିଲେ। ବହୁ କଷ୍ଟରେ ତାଙ୍କୁ ରାଜି କରାଯାଇଛି। ଏବେ ଏ ଉଦ୍ଭାବନ କଥା ଶୁଣି ଯଦି ସେ ମତ ପରିବର୍ତ୍ତନ କରନ୍ତି ତେବେ ତ' ସର୍ବନାଶ। ୫୦ ଲକ୍ଷ ସ୍ଵର୍ଣ୍ଣମୁଦ୍ରା ବାଁଏ ବାଁଏ ଉଡି଼ଯିବ। କେବଳ କଣ ସେତିକି, ସେ ବିସ୍ଫୋରକ ଫଟୋ ଆଉ ଭିଡିଓ ଫିଲ୍ମ ଟେପଗୁଡି଼କ ମଧ୍ୟ ମି.ହ୍ଵାଇଟ୍ ମହାରାଜାଙ୍କ ପାଖରେ ପହଞ୍ଚାଇ ଦେଇ ପାରନ୍ତି। ତେବେ ଉପାୟ?

-ଏ ଖବରଟା ଆପଣ ଆଉ କାହାକୁ ଦେଇଛନ୍ତି?

-କାହାକୁ ନୁହେଁ ହଜୁର୍। ଆପଣଙ୍କୁ ହିଁ ପ୍ରଥମେ କହିଲି।

-ଅତି ଉତ୍ତମ। ଆଉ କାହାକୁ ଏ ଖବର ଦେବାର କ୍ଔଣସି ଆବଶ୍ୟକତା ନାହିଁ। ଡ.ରାୟଙ୍କ ଏ ଉଦ୍ଭାବନ କଠାଟା ଏବେ ସମ୍ପୂର୍ଣ୍ଣ ଗୋପନ ରଖିବେ। ଟପ୍ ସିକ୍ରେଟ୍...

ପ୍ରିୟନାଥ ବାବୁଙ୍କ ଅଖିରେ ଫୁଟି ଉଠିଥିବା ପ୍ରଶ୍ନବାଚୀଟି ଠିକ୍ ଦେଖିପାରିଲେ ଲାଲସାହେବ।

..ଅନ୍ୟ ଦେଶର ଗୁପ୍ତଚରମାନେ ଏ ଖବର ପାଇଲେ ଡ.ରାୟଙ୍କ ଉଦ୍ଭାବନକୁ ହରଣଚାଳ କରିବାର ଚେଷ୍ଟା କରିପାରନ୍ତି। ଶକ୍ତି ସଙ୍କଟ ଏବେ ଏକ ଆନ୍ତର୍ଜାତିକ ସମସ୍ୟା। ବିଶ୍ଵର ସବୁ ଦେଶ ଏ ସମସ୍ୟା ଭୋଗୁଛନ୍ତି ଏବଂ ଏହାର ସମାଧାନର ଉପାୟ ଖୋଜୁଛନ୍ତି। ସେଇଥିପାଇଁ..

-ଆଜ୍ଞା ହଁ। ଆପଣ ନିଶ୍ଚିନ୍ତ ରହନ୍ତୁ, ହଜୁର। ଏ କଥା ସମ୍ପୂର୍ଣ ଗୋପନ ରହିବ। ଏବେ ତା'ହେଲେ ମୋତେ ବିଦାୟ ଦିଅନ୍ତୁ।

-ହଉ ଯା'ନ୍ତୁ। କିନ୍ତୁ ମୋ କଥାଟା ମନେ ରଖିଥିବେ। କଥାଟା ଯେମିତି ସମ୍ପୂର୍ଣ ଗୋପନ ରହେ।

ଆଭୂମି ନତ ହୋଇ ଅଭିବାଦନ ଜଣାଇ ପ୍ରିୟନାଥ ବାବୁ ଯେତେବେଲେ ବାହାରକୁ ଆସିଲେ ସେତେବେଳେ ତାଙ୍କ ମନରେ ପୁଟୁସ ଗଛର ନରମାଡାଳରେ ସଦ୍ୟ ଗଜୁରୁଥିବା କୋମଳ ଅଥଚ ଗୀକ୍ଷ୍ଣ କଣ୍ଟା ଭଳି ସନ୍ଦେହର ଏକ କଣ୍ଟା ଗଚୁରି ଉଠିଲା। ଲାଲସାହେବ ଏତେ ଥର ଏ ଉଦ୍ଭାବନ କଥାଟାକୁ ଗୋପନ ରଖିବା ପାଇଁ ତାଗିଦ୍ କଲେ କାହିଁକି? ବିଷୟଟି ଅନୁସନ୍ଧାନ ସାପେକ୍ଷ।..କିନ୍ତୁ ଥାଉ। ଏ ବିଷୟକୁ ନେଇ ଅଧିକ ଖୋଳତାଡ଼ ନ କରିବା ହିଁ ଭଲ। ଶକ୍ତି ମନ୍ତ୍ରୀଙ୍କ ସହ ଏବେ ତାଙ୍କର ସୁସମ୍ପର୍କ ପ୍ରତିଷ୍ଠା ହେବ ଦରକାର। ଶ୍ୟାଳକ ଏବେ ଏକ ବଡ଼ ଶିଳ୍ପ କାରଖାନା ପ୍ରତିଷ୍ଠା ପାଇଁ ଉଦ୍ୟମ କରୁଛନ୍ତି। ସେଥିରେ ବେନାମୀରେ ତାଙ୍କର ବି କିଛି ଅଂଶ ରହିବ। କାରଖାନା ପାଇଁ ସୁଲଭ ମୂଲ୍ୟରେ, ସମ୍ଭବ ହେଲେ ବିନାମୁଲ୍ୟରେ ବିଦ୍ୟୁତ୍ ଦରକାର। ସେଥିପାଇଁ ଶକ୍ତିମନ୍ତ୍ରୀଙ୍କ ସାହାଯ୍ୟ ଦରକାର। ତେଣୁ ତାଙ୍କୁ କ୍ଔଣସି ପ୍ରକାରେ ସନ୍ତୁଷ୍ଟ କରିବା ଉଚିତ ହେବ ନାହିଁ। ତେଣୁ ଏ ଉଦ୍ଭାବନ ବିଷୟଟି ପୂରାପୂରି ଭୁଲିଯିବା ଉଚିତ୍। ଏମିତି ତ କେତେ ଉଦ୍ଭାବନ ହେଉଛି ଏ ଦୁନିଆରେ। ସବୁ ବିଷୟ ବୁଝିବା ପାଇଁ କଣ ସେ ଠିକା ନେଇଛନ୍ତି!

॥୬॥

ଶକ୍ତିମନ୍ତ୍ରୀ ଲାଲସାହେବ ଦୁଃଶାସନ ସିଂହ ନିଜ ପ୍ରକୋଷ୍ଠରେ ଅସ୍ଥିର ଭାବରେ ପଦଚାରଣ କରୁଥିଲେ। କପାଳରେ ଚିନ୍ତାର ଛାପ। ୟାକୁଇ ବୋଧହୁଏ କହନ୍ତି ଦୁଃର୍ଦୈବ। ନହେଲ ୫୦ ଲକ୍ଷ ସ୍ଵର୍ଣ୍ଣ ମୁଦ୍ରା ପାଇବା ଯେତେବେଲେ ନିଶ୍ଚିତ ହୋଇ ଆସିଥିଲା, ଠିକ୍ ସେତିକିବେଳକୁ ଏ ଆପଦ। ଶବ୍ଦରୁ ବିଦ୍ୟୁତ୍? ପ୍ରାୟ ବିନା ଖର୍ଚ୍ଚରେ, ପରିବେଶର କ୍ଔଣସି କ୍ଷତି ନକରି ଉତ୍ପାଦିତ ହେବ ବିଦ୍ୟୁତ୍। ତେବେ ଆଉ ଏତେ ଅର୍ଥ ବ୍ୟୟରେ ବୃହତ୍ ଜଳବିଦ୍ୟୁତ୍ ଯୋଜନା କରିବାର ଆବଶ୍ୟକତା କଣ? ମହାରାଜା ଠିକ୍ ଏଇଆ ହିଁ କହିବେ। ଯଦି ବୈଜ୍ଞାନିକ ଡ.ରାୟଙ୍କ ଉଦ୍ଭାବନ୍ଦ୍ ଖବର ମହାରାଜାଙ୍କ ପାଖରେ ପହଞ୍ଚେ। ଯଦି...ପହଞ୍ଚେ। ଆଚ୍ଛା, ସେ ବୈଜ୍ଞାନିକଟାକୁ ଏବେ ହତ୍ୟା କରିଦେଲେ କେମିତି ହୁଅନ୍ତା? ସେ ଥିଲେ ତ ମହାରାଜାଙ୍କୁ ତା' ଉଦ୍ଭାବନ କଥା କହିବ। କିନ୍ତୁ ନା, ପ୍ରିୟନାଥ ପତି ସବୁ ମଣିଛି। ଏବେ ବୈଜ୍ଞାନିକ ଡ.ରାୟଙ୍କ ଅପମୃତ୍ୟୁ ହେଲେ ସେ ଠିକ୍ ଅନୁମାନ କରିନେବ କାର୍ଯ୍ୟଟି କାହାର? ଲୋକଟକୁ ଆଦ୍ଔ ବିଶ୍ଵାସ ନାହିଁ। ସେ ନିଶ୍ଚୟ ମହାରାଜାଙ୍କୁ ଏ ବିଷୟ କହିଦେବ। ତେବେ ଉପାୟ? କିନ୍ତୁ ସେ ସମସ୍ୟାଠୁଁ ବଡ଼ ସମସ୍ୟା ଏବେ ହେଲା: ଯଦି ବୈଜ୍ଞାନିକ ଡ.ରାୟ ସ୍ଵୟଂ ଏ ଉଦ୍ଭାବନ କଥା ଅନ୍ୟମାନଙ୍କୁ କହିଦିଅନ୍ତି? କାନକୁ କାନ ହୋଇ ଦି ଦିନରେ କଥାଟା ରାଜ୍ୟାଯାକ ରାଷ୍ଟ୍ର ହୋଇଯିବ। ତା'ପରେ ମହାରାଜାଙ୍କ କାନକୁ ଆସିବା ପାଇଁ କେତେ ସମୟ? ସାରା ଦେହ ଶୀତେଇ ଉଠିଲା ଲାଲସାହେବଙ୍କର। ଏ କଥାଟାକୁ ଆଗେ ପ୍ରତିହତ କରିବା ଦରକାର। କିନ୍ତୁ କେମିତି?

ଲାଲସାହେବ ଦୁଃଶାସନ ସିଂହ ହଠାତ୍ ପଦଚାରଣ ବନ୍ଦ କରି ଗୋଟେ ଚ୍ଔକିରେ ବସିପଡି଼ଲେ ଓ ନିଜର ସବୁଠୁଁ ବିଶ୍ଵସ୍ତ ପରିଚାରକକୁ ଡକେଇଲେ। ଏକ ନିଭୃତ ସ୍ଥାନକୁ ତାକୁ ନେଇଯାଇ କହିଲେ: ଗୁପ୍ତଚର ବାହିନୀର ଉପମୁଖ୍ୟ ଆରକ୍ଷୀ ପର୍ଶୁରାମ ମଢୁ଼ଆଳଙ୍କୁ କହିବୁ ମୁଁ ତାଙ୍କୁ ଡକିଛି। ତୁରନ୍ତ ବସିବା ସ୍ଥାନରୁ ଉଠି ଆସିବେ। ଆଉ, ମୁଁ ତାଙ୍କୁ ଡକିଛି ବୋଲି ଅନ୍ୟ କେହି ଯେମିତି ନ ଜାଣେ।

ଗୁପ୍ତଚର ବହିନୀର ଉପମୁଖ୍ୟ ଆରକ୍ଷୀ ପର୍ଶୁରାମ ମଢୁ଼ଆଳ ଲାଲସାହେବଙ୍କ ଅତ୍ୟନ୍ତ ବିଶ୍ଵସ୍ତ ଲୋକ। ତାଙ୍କୁ ଉପମୁଖ୍ୟ ପଦ ଯାଏଁ ନେବାରେ ଲାଲସାହେବଙ୍କ ବିଶେଷ ଅବଦାନ ରହିଛି। ରାଜ୍ୟ ପ୍ରଶାସନର ଉଚ୍ଚ ପଦପଦବୀରେ ନିଜର ବିଶ୍ଵସ୍ତ ଲୋକମାନଙ୍କୁ ରଖିବାରେ ଯେ ଅନେକ ଫାଇଦା ଅଛି, ଏହା ରାଜନୀତି ପଙ୍କୁଆ ପୋଖରୀର କେରାଣ୍ଡି ମଛଟିଏ ବି ଜାଣେ, ଲାଲସାହେବ ତ' ଏ ଦିଗରେ ବୃହତ୍ ରଘବ ମତ୍ସ୍ୟ।

ଅଳ୍ପ ସମୟ ମଧ୍ୟରେ ପର୍ଶୁରାମ ମଢୁ଼ଆଳ ଲାଲସାହେବଙ୍କ ନିଜସ୍ଵ କ୍କ୍ଷରେ ପହଞ୍ଚିଗଲେ। ଔପଚାରିକତାରେ ସମୟ ନଷ୍ଟ ନକରି ଲାଲସାହେବ ସିଧାସଳଖ ବିଷୟ ଉପରକୁ ଆସିଲେ: ଶୁଣ ପର୍ଶୁରାମ, ତୁମକୁ ମୁଁ ଏକ ବିଶେଷ କାର୍ଯ୍ୟ ପାଇଁ ଡାକିଛି। ଏହାକୁ ଅତ୍ୟନ୍ତ ସାବଧାନତା ସହକାରେ, ଗୋପନୀୟ ଭାବେ କରିବାକୁ ହେବ।

ପର୍ଶୁରମ ମଢୁ଼ଆଳ କିଛି ଉତ୍ତର ନଦେଇ ଚୁପ୍ଚାପ୍ ଠିଆ ହୋଇ ରହିଲେ। ସେ ଅଧିକ କଥାବାର୍ତ୍ତା କରନ୍ତି ନାହିଁ। ଆଉ ଲାଲସାହେବଙ୍କ ପାଇଁ ସାବଧାନତା ସହକାରେ ଗୋପନୀୟ କାର୍ଯ୍ୟ କରିବା ତାଙ୍କ ପାଖରେ ଏଇଟା ନୂଆ ନୁହେଁ । ଗତ ମାସରେ ହିଁ ଜଣେ ଯୁବତୀର ଲାସକୁ ଏଇ ପ୍ରମୋଦ ଭବନରୁ ରାତିର ଅନ୍ଧାରରେ ନେଇ ଯାଇ ସବୁଦିନ ପାଇଁ ହଜେଇ ଦେବାକୁ ପଡି଼ଛି। ବେକରେ ଭାରି ପଥରର ମାଳ ପିନ୍ଧି ଯୁବତୀଟି ଏବେ ହୁଏତ କଙ୍କାଳ ହୋଇ ଶୋଇଥିବ ନଈ ମଝିରେ। ଲାଲସାବେବଙ୍କ ଅନୁଚରମାନଙ୍କ ଲାଳସାର ଶିକାର।

-ବୈଜ୍ଞାନିକ ଡ.ରାୟଙ୍କୁ ଚିହ୍ନିଛ? -ଆଜ୍ଞା ହଁ। -ତାଙ୍କୁ କିଛିଦିନ ପାଇଁ ବନ୍ଦୀ କରିବାକୁ ହେବ।

ପର୍ଶୁରାମ ମଢୁ଼ଆଳ ଆଶ୍ଚର୍ଯ୍ୟ ହେଲେ। ଡ.ରାୟଙ୍କ ବିଷୟରେ ତାଙ୍କ ପାଖରେ ଯା' ତଥ୍ୟ ରହିଛି: ସେ ଜଣେ ଶାନ୍ତ ସରଳ ନିର୍ବିରୋଧୀ ଲୋକ। କାହାରି ସହିତ ବିଶେଷ ସମ୍ପର୍କ ନାହିଁ। ଆଗରୁ ଅଧ୍ୟାପନା କରୁଥିଲେ। ଏବେ ଅଧ୍ୟାପନା ଛାଡି଼ ଗବେଷଣା କରୁଛନ୍ତି। କ୍ଔଣସି ପ୍ରକାର ରାଜବିରୋଧୀ କାର୍ଯ୍ୟକଳାପରେ ସେ ସମ୍ପୃକ୍ତ ଥିବାର ସାମାନ୍ୟତମ ସୁରାକ୍ ବି କେବେ ମିଳି ନାହିଁ। ତାଙ୍କୁ ବନ୍ଦୀ...?

ପର୍ଶୁରାମ ମଢୁ଼ଆଳଙ୍କ ମନରେ ଅସଂଖ୍ୟ ପ୍ରଶ୍ନ ଭିଡ଼ କରୁଥିଲେ ବି ମୁହଁ ଥିଲା ଅଭିବ୍ୟକ୍ତିଶୂନ୍ୟ। ମୁହଁ ମନର ଆଇନା - ଆପ୍ତ ବକ୍ୟଟି ପର୍ଶୁରାମ ମଢୁଆଳଙ୍କ କ୍ଷେତ୍ରରେ ଅଚଳ।

-ଆଜ୍ଞା ହଁ -କିନ୍ତୁ, ସାବଧାନ। ଡ.ରାୟ ଯେମିତି ଜାଣି ନ ପାରନ୍ତି ଯେ ତାଙ୍କୁ ବନ୍ଦୀ କରାଯାଉଛି ମାନେ... ଇୟେ, ମୁଁ ତାଙ୍କୁ କିଛିଦିନ ଅଜ୍ଞାତବାସରେ ରଖିବାକୁ ଚାହୁଁଛି। ଏଇ ସମୟ ଭିତରେ ସେ ଯେମିତି କାହା ସହିତ ଯୋଗାଯୋଗ କରିପାରିବେନି। ବାସ୍। ଏହା ଭିତରେ ତାଙ୍କର କ୍ଔଣସି ପ୍ରକାର ଅସମ୍ମାନ ଯେମିତି କରା ନହୁଏ। ବରଂ ତଙ୍କୁ ଭଲ ଭାବେ ଚର୍ଚ୍ଚା କରିବ। ବୁଝିଲ-

-ଆଜ୍ଞା ହଁ। -ଏ କାମଟା ଆଜି, ବର୍ତ୍ତମାନ ହେବା ଦରକାର। -ଆଜ୍ଞା ହଁ।

ପର୍ଶୁରାମ ମଢୁ଼ଆଳ ଚାଲିଯିବା ପରେ କିଛିଟା ସ୍ଵସ୍ତି ଅନୁଭବ କଲେ ଲାଲସାହେବ। ଡ.ରାୟ ଏବେ ନିଜେ ଆଉ ମହାରାଜାଙ୍କ ପାଖରେ ପହଞ୍ଚିପାରିବେନି। ନିଜ ଉଦ୍ଭବନ କଥା ମଧ୍ୟ ଆଉ କାହାକୁ କହିପାରିବେନି।

କିନ୍ତୁ ଡ.ରାୟଙ୍କୁ ବେଶିଦିନ ଏ ଅବସ୍ଥାରେ ରଖି ହେବନି। କିଛି ଗୋଟେ ସ୍ଥାୟୀ ବ୍ୟବସ୍ଥା ଦରକାର। ଏମିତି ବ୍ୟବସ୍ଥା ଯେଉଁଥିରେ ମହାରାଜା ସ୍ଵୟଂ ଏ ଉଦ୍ଭାବନକୁ ପ୍ରୋତ୍ସାହନ ଦେବାକୁ ନାସ୍ତି କରିଦେବେ। ଆହୁରି ଭଲ ହୁଅନ୍ତା ଯଦି ଡ.ରାୟ ନାମକ ପ୍ରାଣୀଟିକୁ ୫୦ ଲକ୍ଷ ସ୍ଵର୍ଣ୍ଣମୁଦ୍ରାର କବବ ମେଁ ହଡ୍ଡିଟିକୁ ଏ ଦୁନିଆରୁ ନାସ୍ତି କରିଦେବେ। ନା ରହେଗା ବାଁଶ, ନା ବଜେଗା ବାଁଶୁରୀ। ଭଲ ମଣିଷକୁ ଟେନସନରେ ପକେଇ ଦେଲା ହୋ।

ଚିନ୍ତା କରିବାକୁ ଲାଗିଲେ ଲାଲସାହେବ। ଥରେ ଭାବିଲେ ମି.ହ୍ଵାଇଟଙ୍କୁ ଏ ବିଷୟରେ କହିବେ। ସେ ଯଦି କିଛି ବାଟ ଦେଖାନ୍ତି! ପୁଣି ଭବିଲେ, ନା, ନା, ମି.ହ୍ଵାଇଟଙ୍କୁ ଏ ବିଷୟରେ କହିବା ଉଚିତ୍ ହେବନି। ୫୦ ଲକ୍ଷ ସ୍ଵର୍ଣ୍ଣମୁଦ୍ରାର ମାମଲା। ସାମାନ୍ୟ କେଉଁ ସୂଚନା ପାଇଲେ ହାତକୁ ଆସୁଥିବା ଅର୍ଥର ଭବିଷ୍ୟତଟା ଅନିଶ୍ଚିତ ହୋଇଯାଇପାରେ। ତେଣୁ ଏ ସମସ୍ୟାରୁ ମୁକୁଳୀବାର ଉପାୟ ତଙ୍କୁ ହିଁ ଖୋଜିବାକୁ ପଡି଼ବ। ଏକୁଟିଆ ଏବଂ ଶୀଘ୍ର। ହାତରେ ଆଦ୍ଔ ସମୟ ନାହିଁ।

||୭||

ବହୁତ ଦିନ ପରେ ଡ.ରାୟଙ୍କର ମନେ ହେଲା, ବହୁ ବର୍ଷ ପରେ ସେ ଖୋଲା ଆକାଶ ଦେଖୁଛନ୍ତି।

ମହାରାଜାଙ୍କ ମୁଖ୍ୟ ସଚିବଙ୍କ ସହ କଥାବାର୍ତ୍ତା ସାରି ବାହାରିଲା ପରେ ପ୍ରଥମେ ସେ ଆକାଶ ଆଡ଼କୁ ଚାହିଁଥିଲେ। ଆକାଶ ଭର୍ତ୍ତି ତାରା। କଳା ଆକାଶରେ ଅସଂଖ୍ୟ ନାଲି-ହଳଦିଆ-ନୀଳ ବିନ୍ଦୁ। କିଏ ଜଳୁଛି ଲିଭୁଛି। କିଏ ବା ନିଷକମ୍ପ। ଏ ଅସଂଖ୍ୟ ତାରକା ପୁଞ୍ଜ ଭିତରୁ ଗୋଟିଏ ମୋ ମା'। କିମ୍ବା ସବୁ ତାରାଗୁଡି଼କ ଭିତରେ ମା'ର କିଛି କିଛି ଅଂଶ ରହିଛି। ଆକାଶ ଭରା ତାରା ଭିତରେ ମା'ର ଉପସ୍ଥିତି ଗଭୀର ଭାବେ ଅନୁଭବ କଲେ ଡ.ରାୟ।

ଘରକୁ ଫେରି ସେ ଅନ୍ୟମସ୍କ ଭାବେ ସିଡି଼ ଚଢି଼ ଛାତ ଉପରକୁ ଚାଲିଗଲେ। ବହୁତ ବହୁତ ଦିନ ପରେ ସେ ଏଇ ସମୟରେ ଛାତ ଉପରକୁ ଆସିଲେ। ଅନ୍ୟଦିନ ଏଇ ସମୟରେ ସେ ଗବେଷଣାଗାର ଭିତରେ ଥା'ନ୍ତି। ସେଇଠି କେତେବେଳେ ରାତି ହୁଏ କେତେବେଳେ ଦିନ - କିଛି ମାଲୁମ ପଡେ଼ନି ତାଙ୍କୁ। କ୍ଷୁଧା ପ୍ରବଳ ହେଲେ କିଛି ମଗେଇ ଖାଇ ଦିଅନ୍ତି। କ୍ଳନ୍ତିରେ ଆଖି ଭାରି ହୋଇ ଉଠିଲେ ଗବେଷଣାଗାର ଭିତରେ ହିଁ ଶୋଇ ପଡ଼ନ୍ତି। କେତେ ରଜନୀ ଯେ ସେ ଅଭୁକ୍ତ ରହିଛନ୍ତି ତା'ର ଇୟତ୍ତା ନାହିଁ। ବେଳେ ବେଳେ ମନେ ହୋଇଛି ତାଙ୍କ ସ୍ଵପ୍ନ ବୋଧ ହୁଏ କେବେ ସାକାର ହେବନି। ଏକ ଅଳୀକ ଦିବାସ୍ଵପ୍ନ ହୋଇ ରହିଯିବ। କେତେଥର ସେ ଏ ଗବେଷଣା ଛାଡି଼ ଦେବା ପାଇଁ ଭାବିଛନ୍ତି। କିନ୍ତୁ ପର ମୁହୂର୍ତ୍ତରେ ପୁଣି ନିଜକୁ ସମ୍ଭାଳି ନେଇଛନ୍ତି। ପିଲାଦିନର ସେଇ ଝଡ଼ବର୍ଷା ରାତିର ଦୃଶ୍ୟ ଭାସି ଉଥିଛି ଅଖି ସାମ୍ନାରେ: ଓଦା ଦିଆସିଲି କାଠି ଘସି ଚାଲିଛି ଏକ ବାଳକ ଓଦା ରଞ୍ଜକ ଉପରେ। କ୍ଷୀଣ ଆଲୋକ ରେଖା କ୍ଷଣୀକ ପାଇଁ ଜଳୀ ପୁଣି ମିଶିଯାଉଛି ଅନ୍ଧାରରେ। ବାପାଙ୍କ ବ୍ୟଗ୍ର ଓ ତୀବ୍ର କଣ୍ଠସ୍ଵର - ଆଲୁଅ ଜାଳ ବାପା, ଆଲୁଅ ଜାଳ। ମା'ର ଯନ୍ତ୍ରଣାକାତର ଆର୍ତ୍ତନାଦ। ଡ.ରାୟ ପୁଣୀ ଗବେଷଣାରେ ଲାଗିଯାଇଛନ୍ତି।

ଆଜି ସେ ସଫଳ। ଶବ୍ଦ ଶକ୍ତିରୁ ବିଦ୍ୟୁତ ଶକ୍ତି ଉତ୍ପାଦନର କ୍ଔଶଳ ତାଙ୍କ ହାତମୁଠାରେ। ଏ ଯନ୍ତ୍ରର ବ୍ୟାପକ ପ୍ରସାର ହେବ। ଆଉ କ୍ଔଣସି ଗାଁଆର କ୍ଔଣସି କୁଡି଼ଆରେ ଅନ୍ଧାର ରହିବନି। କିରାସିନି ଅଭାବରେ ଅନ୍ଧାର ଘରେ ସାପ କାମୁଡା଼ରେ ଚାଲିଯିବନି ଏ ଦେଶର କ୍ଔଣସି ଜନନୀ। ଏ ଯନ୍ତ୍ର ସାହାଯ୍ୟରେ ଘରେ ଘରେ ଗଢି଼ଉଠିବ କୁଟୀରଶିଳ୍ପ। କୃଷି କ୍ଷେତ୍ରରେ ବି ଏହାର ବ୍ୟାପକ ବ୍ୟବହାର କରିହେବ। ଜଳସେଚନଠୁଁ ଆରମ୍ଭ କରି ଫସଲ ଅମଳ ଯାଏଁ ବହୁ କାମ ପାଇଁ ଛୋଟ ଛୋଟ ଏବଂ ଅଳ୍ପ ଖର୍ଚ୍ଚର ଯନ୍ତ୍ର ତିଆରି କରି ହେବ। ...ଆହୁରି କେତେ ସମ୍ଭାବନା ରହିଛି। ଅସୀମ ସମ୍ଭାବନାର ନୂଆ ଦିଗନ୍ତ ଖୋଲିଦେବ ଏ ଯନ୍ତ୍ର। ସଖୀ! ଖୁବ ଆଦରରେ ଯନ୍ତ୍ରଟିକୁ ଆଉଁସି ଦେଲେ ଡ.ରାୟ! ସଖୀ, ତୁ ଏ ଦେଶର ଚେହେରା ବଦଳେଇଦବୁ।

ହଠାତ୍ ଡ.ରାୟଙ୍କ ମୁଣ୍ଡରେ ଏକ ଅଦ୍ଭୂତ ଚିନ୍ତା ପଶିଲା। ଆଜି, ବର୍ତ୍ତମାନ - ସଫଳତାର ଏଇ ରାତିରେ ଗୋଟିଏ ବିଲକୁଲ ଅପରିଚିତ ପରିବାରକୁ ଏଇ ଯନ୍ତ୍ରଟି କିମ୍ବା ଏଇ ଭଳି ଆଉ ଗୋଟିଏ ଯନ୍ତ୍ର ଉପହାର ଦେଲେ କେମିତି ହୁଅନ୍ତା! ଏକ ନିଷ୍ପ୍ରଦୀପ ଘରେ ଏଇ ଯନ୍ତ୍ର ବଳରେ ଆଲୁଅ ଜଳି ଉଠିଲେ କେମିତି ଦେଖାଯାନ୍ତା, ଆଲୁଅ ପାଇଁ ବ୍ୟାକୁଳ ଲୋକମାନଙ୍କ ମୁହଁ? ଖୁସି ଓ ବିସ୍ମୟ ମଖାମଖି ହୋଇ ସେମାନଙ୍କ ଆଖି ଗୁଡି଼କ କେମିତି ଉଜ୍ଜଳ ହୋଇଉଠନ୍ତା?

ଡ.ରାୟ ନିଜ ଗବେଷଣାଗାରକୁ ଗଲେ। ବର୍ତ୍ତମାନ ସେଠି କେହି ନାହାନ୍ତି। ସମ୍ପୂର୍ଣ୍ଣ ନିର୍ଜନ ଓ ନିସ୍ତବ୍ଧ ଗବେଷଣାଗାର ଭିତରେ କେବଳ କାନ୍ଥ ଘଣ୍ଟାର ଟିକଟିକ୍ ଶବ୍ଦ। ଡ.ରାୟ ନିଜ ଟେବୁଲରେ ବସି ଫର୍ମୁଲା ଖାତାଟି କାଢି଼ ଆଉ ଗୋଟିଏ ଯନ୍ତ୍ର ଅସେମ୍ବଲ୍ କରିବକୁ ଲାଗି ପଡି଼ଲେ। ଫର୍ମୁଲା ଖାତା ଦେଖିବାର ବିଶେଷ ପ୍ରୟୋଜନ ନଥିଲା। କାରଣ ବର୍ଷ ବର୍ଷ ଧରି ସେ ବିଷୟରେ କାମ କରି କରି ଯନ୍ତ୍ର ତିଆରି ପ୍ରକ୍ରିୟାଟି ପ୍ରାୟ ମ୍ଖସ୍ଥ ହୋଇଯାଇଥିଲା ତାଙ୍କର।

ମାତ୍ର ୫ ଘଣ୍ଟା ଭିତରେ ଆଉ ଗୋଟିଏ ଯନ୍ତ୍ର ତିଆରି ହୋଇଗଲା। ନିଜ ଫନେଲ ପାଖରେ ମୁହଁ ଲଗେଇ କଥା କହି ଯନ୍ତ୍ରଟିକୁ ପରୀକ୍ଷା କରିନେଲେ ଡ.ରାୟ। ଠିକ୍ ଅଛି। ବିଧୁତ ଶକ୍ତି ଉତ୍ପାଦିତ ହେଉଛି।

ନୂଆ ଆସେମ୍ବଲ୍ କରିଥିବା ଯନ୍ତ୍ରଟିକୁ ଚାହିଁ ଡ.ରାୟ ଟିକେ ହସିଲେ। ଏ ଯନ୍ତ୍ରତିକୁ ଉଦ୍ଭାବନ କରିବାକୁ ତାଙ୍କୁ ୮ ବର୍ଷ ସମୟ ଲାଗିଛି। ଆଉ ଏବେ ଆସେମ୍ବଲ୍ କରିବା ପାଇଁ ମାତ୍ର ୫ ଘଣ୍ଟା। ଲାର୍ଜସ୍କେଲ୍ ପ୍ରଡକ୍ସନ୍ ହେଲେ ଏ ସମୟ ଆହୁରି କମିଯିବ। ସେତେବେଳେ ହୁଏତ ଆସେମ୍ବଲି ଲୈନ ପ୍ରଡକ୍ସନରେ ମାତ୍ର ୧୫ ମିନିଟରେ ଗୋଟିଏ ଯନ୍ତ୍ର ତିଆରି ହୋଇଯାଇପାରିବ। ପ୍ରଥମ ଉଦ୍ଭାବନଟା ହିଁ କଷ୍ଟ। ଥରେ ରହସ୍ୟ ଉନ୍ମୋଚିତ ହୋଇଗଲେ ତେଣିକି ସବୁ ସରଳ। ନିଆଁ ଜାଳିବାର ପଦ୍ଧତି ଆବିଷ୍କାର କରିବାକୁ ମାନବ ସଭ୍ୟତାକୁ କେତେ ଯୁଗ, କେତେ ଶତବ୍ଦୀ ନ ଲାଗିଛି। ଏବେ? ସେମିତି ଚକ ଉଦ୍ଭାବନ କରିବାକୁ ମାନବ ଅଦ୍ଭ୍ୟତାକୁ କେତେ ହଜାର ବର୍ଷ ଲାଗିଛି। କିନ୍ତୁ ଏଇ ଗୋଟିଏ ଗୋଟିଏ ଆବିଷ୍କାର କିମ୍ବା ଉଦ୍ଭବନ ସଭ୍ୟତାର ମୋଡ଼ ବଦଳେଇ ଦେଇଛି। ମଣିଷକୁ ଉନ୍ନତିର ସୋପନ ଶ୍ରେଣୀରେ ଉପରକୁ ଉପରକୁ ନେଇଯାଇଛି। ରେଡିଓ, ଟେଲିଫୋନ୍, ଉଡା଼ଜାହାଜ, ବୁଡାଜାହାଜ, ବସନ୍ତ ରୋଗରେ ଟିକା, ଅଣବିକ ଶକ୍ତି ବ୍ୟବହାର, କମ୍ପ୍ୟୁଟର, ପ୍ଲାଷ୍ଟିକ, ମହକାଶଯାନ - ଏ ସବୁ ଉଦ୍ଭାବନ ମଣିଷ ସଭ୍ୟତାକୁ କେଉଁଠି ଆଣି ପହଞ୍ଚାଇଛି। ଏ ସବୁ ଉଦ୍ଭାବନ ପୈଁ କେତେ ବର୍ଷ ଲାଗିଛି। କେତେ ସ୍ଵେଦ୍, ରକ୍ତ ଝରିଛି। ଏବେ ଏ ସବୁକୁ ଆମେ ସାଧାରଣ ଭାବେ ତ୍ରହଣ କରୁଛୁ। ଆମ ଜୀବନର ଅଙ୍ଗ ଭାଗେ ଗଣା ହେଲାଣି ଏସବୁ। କିନ୍ତୁ ଏ ସବୁ ଉଦ୍ଭାବନର କଳ୍ପନା ଯେତେବେଳେ କ୍ଔଣସି ସ୍ଵପ୍ନବିଳାସୀ ବୈଜ୍ଞାନିକ ମୁଣ୍ଡରେ ପଶିଥିଲା ଏବଂ ସେ ତାକୁ ସ୍ଵପ୍ନ ବିଳାସର ସ୍ତରରେ ନରଖି ବାସ୍ତବ ରୂପାୟନର ଚେଷ୍ଟା କରିଥିଲେ - କେତେ ପରିହାସର ଶିକାର ହେବାକୁ ନପଡି଼ଛି। ସ୍କେପ୍ଟିକମାନେ କହିଛନ୍ତି: ଏ ଅଳୀକ କଳ୍ପନା। ଏହା ଅବାସ୍ତବ, ଏମିତି ହୋଇପାରେନା। କିନ୍ତୁ ଇତିହାସ ସାକ୍ଷୀ: ଗୋଟେ ସମୟରେ ଅବାସ୍ତବ ଅଳୀକ କଳ୍ପନା ପରବର୍ତ୍ତୀ ସମୟରେ ବାସ୍ତବର ରୂପ ନେଇଛି। ଆଜି ଏଇ ମୁହୂର୍ତ୍ତରେ ଶବ୍ଦରୁ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରିପାରୁଥିବା ଯନ୍ତ୍ରଟି ଆଡ଼କୁ ଚାହିଁ ଡ.ରାୟ ସେ ସମସ୍ତ ବୈଜ୍ଞାନିକମାନଙ୍କୁ ମନେ ମନେ ପ୍ରଣାମ କଲେ: ଆପଣ ମାନେ ହିଁ ମୋତେ ସାହସ ଯୋଗାଉଛନ୍ତି। ପ୍ରତିକୂଳ ଅବସ୍ଥାରେ ମନୋବଳ ଦୃଢ଼ ରଖିବାର ଶକ୍ତି ଦେଇଛନ୍ତି। ନିଜ କଳ୍ପନା ଉପରେ ବିଶ୍ଵାସ ରଖିବା ଶିଖେଇଛନ୍ତି।

..କାନ୍ଥ ଘଣ୍ଟାରେ ରାତି ତିନିଟା ବାଜିବାର ସୂଚନା। ଡ.ରାୟ ଟିକେ ଚମକି ପଡି଼ ଚେୟାର୍ ଛାଡି଼ ଉଠିଲେ। ଏତେ ରାତି ହେଲାଣି, ଜଣାପଡୁ଼ନି।

ନୂଆ ତିଆରି ଯନ୍ତ୍ରଟିକୁ ଗୋଟେ ବଡ଼ ଆଟାଚି କେସରେପୂରାଇ ସେ ବାହାରକୁ ବାହାରି ଆସିଲେ। ତା' ପୂର୍ବରୁ ପ୍ରଥମ ଯନ୍ତ୍ରଟି ଆଉ ଫର୍ମୁଲା ଖାତାଟିକୁ ଗବେଷଣାଗାର ଚଟାଣରେ ଥିବା ଏକ ଗୁପ୍ତ ଖୋପ ଭିତରେ ରଖିଦେଲେ। ଏ ଗୁପ୍ତ ଖାତାର ସନ୍ଧାନ କେବଳ ସେ ଜାଣିଛନ୍ତି ଆଉ ଜାଣିଛି ସୁନନ୍ଦା। ସୁନନ୍ଦା ତାଙ୍କର ପ୍ରଧାନ ଗବେଷଣା-ସହକାରୀ। ଅତୀତର ପ୍ରିୟ ଛାତ୍ରୀ। ଆଉ...ଆଉ କିଛିର ଚିନ୍ତାଟି ଡ.ରାୟ କେବେ ନିଜ ମୁଣ୍ଡରେ ପଶିବାକୁ ଦେଇନାହାନ୍ତି। ଚିନ୍ତାଟା ବେଳେବେଳେ ମାତାଲ ଉତ୍ତରା ପବନ ଭଳି ଛାତି ଭିତରେ ପଶିଯାଏ। କିନ୍ତୁ ତାକୁ ମୁଣ୍ଡରେ ପଶିବାକୁ ଦେଇନାହାନ୍ତି ଡ.ରାୟ। ମୁଣ୍ଡ ମଣିଷର ଅକ୍ତିଆରରେ, ଛାତି ନୁହେଁ। ସୁନନ୍ଦାକୁ ଏକ ମିଠା ସର୍ପ୍ରାଇଜ୍ ଦେବା ପାଇଁ ଯନ୍ତ୍ରଟିକୁ ଲୁଚେଇ ରଖିବାର ଏ ପରିକଳ୍ପନା।

ବାହାରେ ଏବେ ଘନ ଅନ୍ଧକାର। ରାତ୍ରିର ଏଇ ପ୍ରହରରେ ଅନ୍ଧକାର ସବୁଥୁଁ ଗାଢ଼ ହୁଏ। ପ୍ରଭାତ ହେବାର ଠିକ୍ ପୂର୍ବରେ ହିଁ ବିସ୍ତରି ଥାଏ ସବୁଠୁଁ ଗାଢ଼ ଅନ୍ଧକାର। ଆକାଶ ଆଡ଼କୁ ଚାହିଁ ଧ୍ରୁବତାରାଟିକୁ ଖୋଜିନେଲେ ଡ.ରାୟ଼ ଆଦିଗନ୍ତ ବିସ୍ତାରୀ ଅନ୍ଧକାର ଭିତରେ ଆକାଶରେ ପ୍ରଜ୍ଜ୍ଳିତ ଧ୍ରୁବତାରା ହିଁ ସମୁଦ୍ରଯାତ୍ରୀ ନାବିକମାନଙ୍କୁ ବାଟ କଢା଼ଏ।

ଦୂରରେ ଲ୍ୟାମ୍ପପୋଷ୍ଟର ମୈଳା ହଳଦିଆ ଆଲୁଅରେ କଳା ପିଚୁରାସ୍ତାଟା ଏକ ବିଶାଳ ଅଙ୍କାବଙ୍କା ନଈ ଭଳିଆ ଦେଖାଯାଉଥିଲା। ଡ.ରାୟ ଆଟାଚି କେସଟା ହାତରେ ଧରି ଚାଲିବାକୁ ଲାଗିଲେ। ବିଲକୁଲ୍ ନିର୍ଜନ ରାସ୍ତାରେ ତାଙ୍କ ପାଦଶବ୍ଦ ଅତଳ ନଈରେ ହୁଲିଡଙ୍ଗାର କାତ ଶବ୍ଦ ଭଳି ମନେ ହେଉଥିଲା।

ଅନ୍ୟମନସ୍କ ଭାବେ ଚାଲି ଚାଲି ବହୁଦୂରକୁ ଚାଲି ଆସିଲେ ସେ। ସହର ପାରି ହୋଇ ସହର ତଳି ଅଞ୍ଚଳରେ ପହଞ୍ଚିଲେ। ଏଟା ଗରିବ ଗୁରୁବାମାନଙ୍କ ବସ୍ତି। ସହର ତିଆରି ପାଇଁ ଗାଁରୁ ଆସନ୍ତି ଅମାନେ। ଇଟା, କାଠ ସିମେଣ୍ଟ ସହ ଜଡ଼ଜଡି଼ ହୁଅନ୍ତି। ଦିନେ ସହର ତିଆରି ହୋଇଯାଏ। କିନ୍ତୁ ଏମାନେ ରହିଯା'ନ୍ତି। ସହର ଭିତରେ ନୁହେଁ, ସହରର ଠିକ ବାହାରେ। କାରଣ, ସହର ଚଲେଇବା ପାଇଁ ସେମାନଙ୍କୁ ଦରକାର। ଏମାନେ ସହରକୁ ପରିଷ୍କାର ପରିଚ୍ଛନ୍ନ ରଖିବେ, ରିକ୍ସା ଟାଣିବେ, ପରିବା ବିକିବେ, ଦେହ ବିକିବେ, ପାଣିକଳ ସଜାଡି଼ବେ, ଘରୋଇ ଚାକର ହେବେ...। ଧୀରେ ଧୀରେ ସହର ଏମାନଙ୍କ ଜୀବନୀଶକ୍ତି ସବୁ ଶୋଷିନିଏ। ସେମାନଙ୍କ ହାତ, ମାଂସ, ମେଦ, ମଜ୍ଜା, ସ୍ଵେଦ, ରକ୍ତ ସବୁ ଶୋଷି ନେଇ ସହର ବଡ଼ ହୁଏ। ଆୟତନ ଓ ଉଚ୍ଚତାରେ ବଢି଼ଯାଏ। ଆଉ ଆଖୁ ଛେଦା ଭଳି ଏମାନେ ପଡି଼ ରହନ୍ତି ସହର ଉପାନ୍ତ ବସ୍ତିରେ। ଆଉ ଦିନେ ମରିଯାନ୍ତି। ପେଟରୋଗ, ଆନ୍ତ୍ରିକ ଜ୍ଵର ବା ମ୍ୟାଲେରିଆ ଜାତୀୟ ରୋଗରେ କିମ୍ବା ଦଙ୍ଗାରେ, ଦୁର୍ଘଟଣାରେ। ରୋଗ ହେଲେ ଖୁବ ଜୋରରେ ସେମାନେ ଯା'ନ୍ତି କ୍ଔଣସି ଜନାକୀର୍ଣ୍ଣ ଦତବ୍ୟ ଚିକିତ୍ସାଳୟକୁ ଯେଉଁଠି ରୋଗୀ ଏକ ବ୍ୟକ୍ତି ନୁହଁ, ରେଜିଷ୍ଟରର ଏକ ନମ୍ବର ମାତ୍ର। ମରିଗଲେ ବଦରାଗି ନର୍ସ କହେ ହେ କିଏ ଆସିଥିଲ ୟା ସାଙ୍ଗରେ? ଲାସ୍ ଉଠାଅ। ବେଡ୍ ଖାଲି କର। ସବୁ ଘାଟର ମଜା ଏଇଠି ଚାଲି ଆସନ୍ତି ମରିବା ପୈଁ...ଶୀତ ସନ୍ଧ୍ୟାରେ ଫେରି ଗାଧୋଇବାକୁ ପଡି଼ବ। ଦଙ୍ଗା କି ଦୁର୍ଘଟଣାରେ ମଲେ ପୋଲିସ୍ ଖୋଜି ଖୋଜି ଝାମେଲା ଏଡେଇବାକୁ ଅନଆଇଡେଣ୍ଟିଫାୟେଡ୍ ବଡି ଲେଖି ତୁରନ୍ତ ପୋଷ୍ଟମର୍ଟମ କରେଇ ତୁରନ୍ତ ପୋତି ଦିଅନ୍ତି। ଏମାନଙ୍କ ମୃତ୍ୟୁ ସାମାନ୍ୟ ତରଙ୍ଗ ବି ସୃଷ୍ଟି କରେନି ସହରର ସ୍ଵାଭାବିକ ଜୀବନଯାତ୍ରାରେ। ସହରର ମୋହିନୀ ଆକର୍ଷଣରେ ପତଙ୍ଗ ଭଳି ଜଳଜଳ ଛୁଟି ଆସୁଥିବା ଲୋକଙ୍କ ଭିତରେ ସେମାନଙ୍କ ଅନୁପସ୍ଥିତିକୁ କେହି ଗ୍ରାହ୍ୟ କରନ୍ତି ନାହିଁ। ପୃଥିବୀର ସବୁ ସହରର ଜନ୍ମ କାହାଣୀ ଏଇଆ। ସବୁ ସହରର ନିଅଁ ଖୋଳିଲେ ମିଳିବ ଏଇଭଳି ନାମହୀନ ଲୋକମାନଙ୍କ କୁଢ଼ କୁଢ଼ କଙ୍କାଳ।

ବସ୍ତିର ଶେଷ ଆଡ଼କୁ ଅନ୍ୟାନ୍ୟ ଘରଠୁଁ କିଛି ଦୂରରେ ଗୋଟିକିଆ ଘରଟିଏ ସାମ୍ନାରେ ଅଟକିଲେ ଡ.ରାୟ। ଦାରିଦ୍ର୍ୟର ଛାପ ସେ ଘରର ସର୍ବାଙ୍ଗରେ। ତାରାର କ୍ଷୀଣ ଆଲୁଅରେ ବି ଦିଶୁଥିଲା। ଘର ଭିତରୁ ୩/୪ ବର୍ଷର ଏକ ଶିଶୁର କାନ୍ଦିବା ଶବ୍ଦ ଶୁଭୁଥିଲା। ସାଙ୍ଗରେ ବୋଧହୁଏ ତା' ମା'ର କଣ୍ଠ: ମର୍ ମର୍ ମରୁନୁ। ମରିଗଲେ ହେଲେ ଶାନ୍ତି ମିଳନ୍ତା। ଦିନସାରା ଖଟି ଖଟି ଜୀବନ ଯାଉଛି, ରାତିରେ ବି ଟିକେ ଶୁଆଇ ଦଉ ନାହାନ୍ତି। ଶିଶୁର କାନ୍ଦିବା ଶବ୍ଦ ଆହୁରି ବଢି଼ଗଲା। କେଇ ସେକେଣ୍ଡପରେ ଏକ ପୁରୁଷର ଉତ୍ତେଜିତ ବିରକ୍ତ କଣ୍ଠ: କ'ଣ ହେଲା? ପିଲାଟା ଏତେ କାନ୍ଦୁଛି କାହିଁକି? ତାକୁ ଚୁପ୍ କରା। ଆଲୁଅଟା ଜାଳ। ଦେଖ୍ କଣ ହୋଇଛି - ଆଲୁଅ କଉଠୁ ଜାଳିବି? ଡିବିରେ କଣ କିରାସିନି ଅଛି?

ଡ.ରାୟ କବାଟ ଠକ୍ ଠକ୍ କଲେ। ଥରେ, ଦୁଇଥର।

କବାଟରେ କରାଘାତର ଅଚିହ୍ନା ଶବ୍ଦରେ ବୋଧହୁଏ ଶିଶୁଟିର କାନ୍ଦ ବନ୍ଦ ହୋଇଗଲା। ଆଉ ଭିତରୁ ସଚକିତ ପୁରୁଷ କଣ୍ଠ ଭାସି ଆସିଲା - କିଏ?

-ମୋତେ ତୁମେ ଚିହ୍ନିବନି। କବାଟ ଖୋଲ, ମୁଁ ତମକୁ ଗୋଟେ ଜିନିଷ ଦବାକୁ ଆସିଛି। -ଏତେ ରାତିରେ? କିଏ ମ ତମେ? ପୁରୁଷ କଣ୍ଠରେ ଆତଙ୍କର ସ୍ପଷ୍ଟ ସ୍ଵର -ଜମା କବାଟ ଖୋଲନା। ଚୋର, ଡକାୟତ ହୋଇପାରେ! ଫିସଫିସ୍ ନାରୀ କଣ୍ଠଟି କବାଟ ବାହାରେ ସ୍ପଷ୍ଟ ଶୁଣିପାରିଲେ ଡ.ରାୟ। ନିସ୍ତବ୍ଧ ରାତିରେ ଶବ୍ଦ ବହୁଦୂର ଯାଏ। ସ୍ପଷ୍ଟ ଭାବରେ ଯାଏ। ସେ କ୍ଔତୁକ ଅନୁଭବ କଲେ ଓ କହିଲେ: ନାଇଁ ମୁଁ ଚୋର ଡକାୟତ ନୁହେଁ। ଚୋର କଣ ତମ କବାଟ ଠକ୍ ଠକ୍ କରି ନିଦରୁ ଉଠେଇବ? ଆଉ ତମ ଘରେ ଚୋରି କଲା ପରି ଅଛି ବା' କଣ? ଶେଷ କଠାଟି କହି ତିକେ ଅନୁଶୋଚନା ହେଲା ତାଙ୍କର। କଥାଟା କହି ନଥିଲେ ବୋଧହୁଏ ଭଲ ହୋଇଥାନ୍ତା।

କବାଟ ଖୋଲିଲା। ଆବଚ୍ଛା ଅନ୍ଧାରରେ ଡ.ରାୟ ଦେଖିଲେ କବାଟ ବନ୍ଧରେ ଠିଆ ହୋଇଛି ଶୀର୍ଣ୍ଣକାୟ ଲୋକଟିଏ। ତା' ହାତରେ ଗୋଟେ ଲାଠି। କାଳେ କେହି ଚୋର ତସ୍କର ବଦଲୋକ ହୋଇଥିବ। ଡ.ରାୟ କ୍ଔତୁକ ଅନୁଭବ କଲେ। ସତରେ ଯଦି ଦଳେ ଡକାୟତ ଆସିଥାନ୍ତେ ତେବେ ଏ ଲୋକଟି କଣ ଏଇ ଲାଠି ସାହାଯ୍ୟରେ ଆତ୍ମ ରକ୍ଷା କରିପାରିଥାନ୍ତା? ମଣିଷ ମଣିଷକୁ ଏତେ ଅବିଶ୍ଵାସ କରେ କାହିଁକି? ପୁଣି ତିକେ ସ୍ଵସ୍ତି ବି ଅନୁଭବ କଲେ ଡ.ରାୟ। ଯା ହେଉ ଲୋକଟିର ଅନ୍ତତଃ ଏତିକି ସାହସ ଅଛି। ଅଜଣା ଅଚିହ୍ନା ଲୋକ ପାଇଁ କବାଟତ ଖୋଲିଲା।

ଡ.ରାୟ କହିଲେ: ଶୁଣ ବାବୁ, ମୁଁ ଜଣେ ବୈଜ୍ଞାନିକ।

-ତମେ କଣ?

ଡ.ରାୟ ବୁଝିପାରିଲେ ଯେ ଲୋକଟି ବୈଜ୍ଞାନିକ ଶବ୍ଦର ଅର୍ଥ ବୁଝିପାରୁନାହିଁ। ସ୍ଵାଭାବିକ। ବହୁ ଶିକ୍ଷିତ ଲୋକ ବି ଶବ୍ଦଟିର ଅର୍ଥ ବୁଝନ୍ତିନି। ଚାକିରିରେ ପଦୋନ୍ନତି ପୈଁ ଗବେଷଣାର ଛଳନା କରୁଥିବା ବିଜ୍ଞାନ ଉପାଧିଦାରୀମାନେ କଣ ବୁଝିଛନ୍ତି? ସେ କଥା ବଦଳେଇ କହିଲେ - ମୁଁ ଅନ୍ୟ ସହରରୁ ଆସିଛି। ପରଦେଶୀ। ମୋ ମା'ର ଗୋଟେ ମାନସିକ ଥିଲା - ଆଜି ତିଥିରେ ସମ୍ପୂର୍ଣ୍ଣ ଅଜଣା ଅପରିଚିତ ଲୋକକୁ ଏଇ ଜିନିଷ ଦେବି। ହାତରେ ଧରିଥିବା ଆଟାଚି କେସଟି ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କଲେ ଡ.ରାୟ।

-କଣ ଅଛି ସେଥିରେ? ଲୋକଟି ଦୁଆର ବନ୍ଧରୁ ନହଟି ପଚାରିଲା। ସ୍ପଷ୍ଟ ଜଣାପଡୁଥିଲା ସେ ଏବେ ବି ଡ.ରାୟଙ୍କୁ ବିଷ୍ଵାସ କରି ପାରି ନାହିଁ।

- ଏହା ଭିତରେ ଗୋଟେ ଯନ୍ତ୍ର ଅଛି। ମୁଁ ତିଆରି କରିଛି। ଏ ଯନ୍ତ୍ର ସାହାଯ୍ୟରେ ଆଲୁଅ ଜଳେ। ତମ ଘରେ ଆଲୁଅ ଜଳିବ। - ଯନ୍ତ୍ରରେ ଆଲୁଅ। କିନ୍ତୁ ଆମ ଘରେ କିରାସିନି ନାହିଁ। - କିରାସିନି ଦରକାର ନାହିଁ, ସେମିତି ଜଳିବ। - ସେମିତି କେମିତି ଜଳିବ? - ମୁଁ ଜଳେଇକି ଦେଖେଇ ଦେବି। ତା ପରଠୁଁ ତମେ ଜଳେଇବ। ଲୋକଟି ଏଥର ବୋଧହୁଏ ଟିକିଏ କ୍ଔତୂହଳି ହେଲା। ଦୁଆର ବନ୍ଧ ଛାଦି଼ ଆଗକୁ ଆସିଲା। ଡ.ରାୟଙ୍କୁ ନିରିଖେଇ ଚାହିଁଲା। ହୁଏତ ଡ.ରାୟଙ୍କ ମୁହଁରୁ ତାଙ୍କ ଅଭିସନ୍ଧି ବୁଝିବାର ଚେଷ୍ଟା କଲା। କିଛି ମୁହଁ ଅଛି ଦେଖିଲା ମାତ୍ରେ ପବିତ୍ର ମନେ ହୁଏ। କିମ୍ବା କୁଚିନ୍ତା କରୁନଥିବା ଲୋକମାନଙ୍କ ମୁହଁ ପବିତ୍ର, ଦେଖାଯାଏ। ଡ.ରାୟଙ୍କ ମୁହଁ ଦେଖି ଲୋକଟି କହିଲା - ଭିତରକୁ ଆସନ୍ତୁ। ..କିନ୍ତୁ ଭିତରେ ତ ଅନ୍ଧାର।

- କିଛି ଚିନ୍ତା ନାହିଁ। ମୋ ପାଖରେ ଟର୍ଚ୍ ଅଛି। ଏ ଯନ୍ତ୍ରଟା ଲଗେଇ ଦେଲେ ସେଇଥିରୁ ଆଲୁଅ ଜଳିବ।

ଡ.ରାୟ ଘର ଭିତରକୁ ପଶି ଟର୍ଚ ଆଲୁଅରେ ଯନ୍ତ୍ରଟି ଫିଟ୍ କରିଦେଲେ। ଫନେଲତିକୁ ଖୋଲି ଲୋକଟିର ମୁହଁ ସାମ୍ନାରେ ରଖି କହିଲେ - କିଛି କଥା କୁହ।

ଡ.ରାୟଙ୍କ ଆକସ୍ମିକ ଉପସ୍ଥିତି, ବିରାଟ ଆଟାଚିରୁ ଅଦ୍ଭୂତ ଯନ୍ତ୍ର ବାହାର କରିବା ଇତ୍ୟାଦି ଘଟଣାରେ ଲୋକଟି ଚକିତ ହୋଇ ଯାଇଥିଲା। ଏବେ ସେ ଆହୁରି ବିସ୍ମିତ ହୋଇ ପଚାରିଲା - କି କଥା?

-କିଛି ବି କଥା। ତମେ କଥା କହିଲେ ଆଲୁଅ ଜଳିବ।

ଏମନଙ୍କ ଅକ୍ଥୋପକଥନ ଭିତରେ ଲୋକଟିର ସ୍ତ୍ରୀ ଓ ଶିଶୁଟି ଉଠି ପାଖକୁ ଚାଲି ଆସିଥା'ନ୍ତି। ସ୍ତ୍ରୀ ଲୋକଟି ଗର୍ଭବତୀ ବୋଲି ସ୍ପଷ୍ଟ ଜଣାପଡୁ଼ଥିଲା। ଶିଶୁଟିକୁ ବୋଧହୁଏ ତିନି କିସାଢେ଼ ତିନି ବର୍ଷ ହେବ। ଟିକିଐ ପୂର୍ବରୁ ସେ ରଡି଼ ଧରି କାନ୍ଦୁଥିଲା। ଏବେ ହଠାତ୍ ଜଣେ ଆଗନ୍ତୁକର ଆବିର୍ଭାବରେ ଆଶ୍ଚର୍ଯ୍ୟ ହୋଇ କାନ୍ଦ ବନ୍ଦ କରି ବଡ଼ ବଡ଼ ଆଖିରେ ଡ.ରାୟଙ୍କୁ ଚାହିଁଛି।

ଶିଶୁଟିକୁ ପାଖକୁ ଡାକିଲେ ଡ.ରାୟ, ଆ - ମୋ' ପଖକୁ ଆ। କିଛି କିଛି ଲୋକମାନଙ୍କ ପାଖରେ ଶିଶୁମାନେ ବଡ଼ ସହଜ ହୋଇଯା'ନ୍ତି। ଡ.ରାୟ୍ ସେଇଭଳି ଜଣେ ଲୋକ। ଶିଶୁତି ସହଜ ପାଦରେ ତାଙ୍କ ପାଖକୁ ଚାଲିଗଲା। ଡ.ରାୟ ଶିଶୁଟିର ମୁଣ୍ଡ ଆଉଁସି ଦେଇ ପଚାରିଲେ - ତୋ ନାଁ କଣ?

-ରବି। ଶିଶୁଟି ଅସ୍ପଷ୍ଟ ଗଳାରେ କହିଲା। - ରବି, ତୁ ଗୀତ ଜାଣିଛୁ? - ହଁ, ମୁଣ୍ଡ ହଲେଇ ହଁ ଭରିଲା ରବି। ଏ ଦାଢି଼ବାଲା ଲୋକଟାକୁ ତା'ର ପସନ୍ଦ ହୋଇଛି। -ଗାଇଲୁ, ଦେଖିବା।

ରବି ଓରଫ ରବୀନ୍ଦ୍ର ତାର ଦରୋଟି କଣ୍ଠରେ ଗାଇବାକୁ ଲାଗିଲା। "ଆହେ ଦୟାମୟ ବିଶ୍ଵବିହାରୀ, ଘେନ ଦୟା ବହି ମୋର ଗୁହାରି..." ଡ.ରୟ ଯନ୍ତ୍ର ସୁଇଚ୍ ଅନ୍ କଲେ। ରାତ୍ରିର ଶେଷ ପ୍ରହରର ସିସ୍ତବ୍ଧତାକୁ ଚିରି ଶୁଭୁଥିଲା ଶିଶୁ କଣ୍ଠର ଭଜନ, "...ଜଳ ସ୍ଥଳ ବନ ଗିରି ଆକାଶ, ତୁମ ଲୀଳା ସବୁଥାରେ ପ୍ରକାଶ..."

କ୍ରମଶଃ ଘନ ତମସାକୁ ଦ୍ଵିଧା ବିଭକ୍ତ କରି ଜଳି ଉଠିଲା ଏକ ଆଲୋକ ବିନ୍ଦୁ। କ୍ରମଶଃ ଉଜ୍ଜଳତର ହେଲା। ବିନ୍ଦୁରୁ ହୋଇଉଠିଲା ବୃତ୍ତ।

ଘର ଭିତରର ଅନ୍ଧକାର ଦୂରେଇ ଯାଇ ଏବେ ସବୁ କିଛି ସ୍ପଷ୍ଟ ଦେଖାଯାଉଥିଲା। ଲୋକଟି, ତା' ସ୍ତ୍ରୀ, ପ୍ରାର୍ଥନା ବୋଲୁଥିବା ଶୀଶୁ - ସମସ୍ତେ ବିସ୍ମୟରେ ଚକିତ। ସେମାନେ ଯେମିତି ଏକ ଅଦ୍ଭୂତ ଐନ୍ଦ୍ରଜାଲିକ ଦୃଶ୍ୟ ଦେଖୁଛନ୍ତି। ଇଏ କି ଅଦ୍ଭୂତ ଚମତ୍କାର? ସେମାନେ ବିସ୍ମୟରେ ବକରହିତ ହୋଇଯାଇଥିଲେ। କେବଳ ଶିଶୁଟି ଗାଇ ଚାଲିଥିଲା, "..ତୁମେ ଭଲ ବୁଦ୍ଧି ପରା ଶିଖାଅ, ତୁମେ ଭଲ ବାଟା ପରା ଦେଖାଅ। ମୋର କାମକୁ କରାଅ ସରସ, ମୋର ମୁଖେ ଦିଅ ଚିର ହରଷ..."

ଡ.ରାୟ ପରିପୂର୍ଣ୍ଣ ଭାବେ ଉପଭୋଗ କରୁଥିଲେ ଏ ଦୃଶ୍ୟ। ଏଇତ ସେ ଈପ୍ସିତ ଦୃଶ୍ୟ; ଯାହା ପୈଁ ସେ ବହୁ ବର୍ଷ ଧରି ପରିଶ୍ରମ କରିଛନ୍ତି। ନିଜର ସବୁ ସୁଖ ସ୍ଵାଚ୍ଛନ୍ଦ୍ୟ ତ୍ୟାଗ କରିଛନ୍ତି। ଏଇତ, ଏଇତ ସେ ଶ୍ରଦ୍ଧା, ବିସ୍ମୟ, ହର୍ଷ ଆନନ୍ଦ ମିଶା ଆଖି। ଏଇତ ସେ ହସ। ଡ.ରାୟଙ୍କ ଛାତି ପୂରି ଉଠିଲା। ଏକ ଗଭୀର ଆନନ୍ଦର ସ୍ରୋତସ୍ଵିନୀ ତାଙ୍କୁ ଅପ୍ଲୁତ କରିବାକୁ ଲାଗିଲା। ସେ ଆଣ୍ଠୁମାଡି଼ ବସି ଶିଶୁଟିକୁ ନିଜ ଛାତିକୁ ଟାଣିନେଲେ।

କେଇ ମୁହୂର୍ତ୍ତ ନିରବରେ କଟିଗଲା। ଡ.ରାୟ ଶିଶୁଟିକୁ ଛାଡି। ଠିଆ ହେଲେ। ଏଥର ଫେରିବାକୁ ହେବ। ସେ ଲୋକଟିକୁ କହିଲେ, ଶୁଣ ଭାଇ ମୁଁ ତୁମ ନାଁ ପଚାରିବିନି। କାରଣ ମୁଁ ଠିକ୍ କରିଥିଲି ସମ୍ପୂର୍ଣ୍ଣ ଅପରିଚିତ ଲୋକକୁ ହିଁ ଏ ଯନ୍ତ୍ରଟି ଦେବି। ଏ ଯନ୍ତ୍ରଟି ଚଲେଇବା ପାଇଁ କିଛି ଇନ୍ଧନ ଦରକାର ନାହିଁ। କେବଳ ଏ ଫନେଲ୍ ସାମ୍ନାରେ କିଛି କଥା କହିବ, ବାସ୍। ଆଉ ସୁଣ, ମୁଁ ତୁମକୁ ଏ ଯନ୍ତ୍ର ଦେଇଛି ବୋଲି କାହାକୁ କହିବନି। ଏ ଯନ୍ତ୍ର ତମ ପାଖରେ ଆଛି ବୋଲି ବି କାହାକୁ କହିବା ଦରକାର ନାହିଁ। ତୁମେ କେବଳ ନିଜେ ବ୍ୟବହାର କରିବ, ହେଲା।

ଆଜ୍ଞା ହଁ, ଲୋକଟି ବିନୟୀ ଭାବରେ କହିଲା।

ଡରାୟ ଏ ଯନ୍ତ୍ରତିର ଉପସ୍ଥିତି ସମ୍ପର୍କରେ କାହାକୁ ନ କହିବା ପୈଁ ତାଗିଦ୍ କରିବାର ଦୁଇଟି କାରଣ ଥିଲା। ପ୍ରଥମ - ଏଇ ଶ୍ରେଣୀର ଲୋକମାନଙ୍କ ମଧ୍ୟର ହୀଂସା, ଦ୍ଵେଷ ବଡ଼ ବ୍ୟାପକ। ଦାରିଦ୍ର୍ୟ ବହୁ ମଣିଷର ସୁକୁମାର ଗୁଣକୁ ଜାଳି ଦିଏ। ଏ ଘରେ, ଏ ଯନ୍ତ୍ର ଦ୍ଵାରା ଆଲୋକ ସୃଷ୍ଟି ହେଉଛି ବୋଲି ଜାଣିଲେ ଅନ୍ୟମାନେ ହିଂସାରେ ଯନ୍ତ୍ରଟିକୁ ଭାଙ୍ଗି ଦେବ୍ର ବା ନଷ୍ଟ କରିଦେବାର ଆଶଙ୍କା ରହିଛି। ଏମିତି ହୁଏ। ସେ ନିଜେ ଦାରିଦ୍ର୍ୟର ଅତଳ ଗହ୍ଵରରୁ ଉପରକୁ ଉଠିଛନ୍ତି ବୋଲି ଡ.ରାୟଙ୍କର ଏ ଅଭିଜ୍ଞତା ରହିଛି। ହିନ୍ଦୁ ଧର୍ମରେ ଦାରିଦ୍ର୍ୟକୁ ମହାନ୍ କରି ତୋଳିବାରେ, ଗ୍ଲୋରିଫୈ କରିବାର ଏକ ଚେଷ୍ଟା ରହିଛି। ସେଟା ଯେ କେତେବଡ଼ ଭୁଲ ତା' ଡ.ରୟ ନିଜେ ଅଙ୍ଗେ ନିଭେଇଛନ୍ତି। ଆଉ ଦ୍ଵିତୀୟ କାରଣଟି ବ୍ୟକ୍ତିଗତ। ସେ ଏ ଲୋକଟିକୁ ନିଜ ପରିଚୟ ଜଣେଇବାକୁ ଚାହାନ୍ତି ନାହିଁ। ଲୋକଟି ମନରେ ତାଙ୍କ ପରିଚୟ ନେଇ ଗୋଟିଏ ରହସ୍ୟ ଥାଉ। କିଏ ଦେଇଗଲେ - ଏ ପ୍ରଶ୍ନଟି ସବୁଦିନ ପାଇଁ ଥାଉ। -"ଅନ୍ୟ କାହାକୁ ଏ ଯନ୍ତ୍ର କଥା କହିଲେ ଯନ୍ତ୍ରଟା କିନ୍ତୁ ନଷ୍ଟ ହୋଇଯିବ। କହି ଦଉଛି। ଆଉ ଆଲୁଅ ଜଳିବନି।"

-ଆଜ୍ଞା। ମୁଁ କାହାକୁ କିଛି କହିବିନି।

ଡ.ରୟ ଆଉ ଥରେ ଶିଶୁଟିର ଟାଆଁସା ବାଳକୁ ଆଉଁସି ଦେଲେ। ଏଇ ସମୟରେ ତାଙ୍କର ଆଖି ପଡି଼ଲା, ଗର୍ଭବତୀ ସ୍ତ୍ରୀ ଲୋକଟି ଉପରେ। ବଡ଼ ଦୁର୍ବଲ ଆଉ ରକ୍ତଶୂନ୍ୟ ଚେହେରା। ଥିକ କରି ଖାଇବାକୁ ପାଉନଥିବ ବିଚାରି! ତା'ଗର୍ଭର ଶିଶୁ ସୁସ୍ଥ ସବଳ କେମିତି ହେବ?

ଡ.ରାୟ ନିଜ ପକେଟ୍ ଅଣ୍ଡାଳି ଯେତେ ଟଙ୍କା ଥିଲା ବାହାର କଲେ। ଖୁବ୍ ବେଶି ନଥିଲା। ତେବେ ଏ ଲୋକ ପୈଁ ବହୁତ। ସେ ସବୁତକ ଟଙ୍କା ସ୍ତ୍ରୀ ଲୋକଟି ହାତକୁ ବଢେ଼ଇଦେଇ କହିଲେ, ଭଲ କରି ଖିଆପିଆ କରିବ। ଦୁଧ ଆଉ ଅଣ୍ଡା ଖାଇବ ପ୍ରତିଦିନ।

ତା'ପରେ ଆଉ ପଛକୁ ନଚାହିଁ ସେ କବାଟ ଡେଇଁ ବାହାରକୁ ଆସିଲେ। ଅନ୍ଧାର ପତଳା ହେବାକୁ ଚାଗିଲାଣି। ଆଉ ଘଡି଼କରି ସିନ୍ଦୂରା ଫାଟିବ।

||୮||

କଲିଂବେଲର କର୍କଶ ଶବ୍ଦରେ ନିଦ ଭାଙ୍ଗିଲା ଡ.ରାୟଙ୍କର। ଆଖି ମଳି ମଳି ହାତଘଣ୍ଟା ଆଡ଼କୁ ଚାହିଁଲେ - ଆଠଟା ପଇଁତିରିଶ। ଓଃ - ଏତେ ସକାଳେ ପୁଣି କିଏ?

କାଲି ପ୍ରାୟ ଭୋର୍ ବେଳକୁ ଘରକୁ ଫେରି ଶୋଇଛନ୍ତି ସେ। ନିଦଟା ବେଶ ଗଭୀର ହୋଇ ଆସିଲା ବେଳକୁ -। ନିଦ ମଳ ମଳ ଆଖିରେ ଶୋଇବା ଘରୁ ବାହାରି ବୈଠକଖାନା ପାରେଇ ସଦର ଦରଜା ଖୋଲିଲେ ସେ। ବାହାର୍ ଠିଆ ହୋଇଥିଲେ ଜଣେ ପୋଲିସ ଅଫିସର। କାନ୍ଧରେ ଓ ଛାଟି ପକେଟରେ ଉଚ୍ଚପଦବୀ ସୂଚକ ଧାତବ ଚିହ୍ନ। ରାସ୍ତାଉପରେ ଗୋଟେ ପୋଲିସ୍ ଜିପ୍ ଥିଆ ହୋଇଛି। ସେଥିରେ ପାଞ୍ଚ /ଛ ଜଣ ବନ୍ଧୁକଧାରୀ ପୋଲିସ୍।

ଜଣ ଜଣେ ଲୋକଙ୍କୁ ପ୍ରଥମ ଦେଖାରେ ହିଁ ଭଲ ଲାଗେନି। ସଦର ଦରଜାରେ ଗୋଡ଼ ଦି'ଟା ଅଳ୍ପ ଫାଡି଼ ଥିଆ ହୋଇଥିବା ଏ ପୋଲିସ ଅଫିସର ଅ.ରାୟଙ୍କୁ ଭଲ ଲାଗିଲାନି। ଲୋକଟାର ଚାହାଣୀଟା ସାପ ଭଳିଆ। ମୁଁ ଭିତରକୁ ଆସିପାରେ ଡ.ରାୟ? ପୋଲିସ୍ ଅଫିସରଟି କହିଲେ। ତା' କଣ୍ଠସ୍ଵର ବି କେମିତି ଫିସଫିସିଆ। ସାପର ହିସ୍ ହିସ୍ ଶବ୍ଦ ଭଳି।

-ଆସନ୍ତୁ,ମନ ବିତରର ବିରକ୍ତିକୁ ଗୋପନ କରି ଡ.ରାୟ କହିଲେ।

ବୈଠକଖାନାର୍ ଗୋଟେ ଚେୟାରରେ ବସି ପୋଲିସ ଅଫିସର କହିଲେ - ମୋ ନାଁ ପର୍ଶୁରାମ ମଢୁଆଳ। ମୁଁ ରାଜ୍ୟ ଗୁପ୍ତଚର ବାହିନୀର୍ ଉପମୁଖ୍ୟ ଆରକ୍ଷୀ।

-ନମସ୍କାର। ମୋ ପଖକୁ ଏତେ ସକାଳୁ ଆସିବାର କାରଣ?

-କାରଣ ଅଛି ଅ.ରାୟ। ଆମ ପାଖରେ ଖବର ଅଛି ଯେ ଆପଣ କିଛି ଗୋଟେ ଅଭିନବ ଯନ୍ତ୍ର ଉଦ୍ଭାବନ କରିଛନ୍ତି ବା କରିବାକୁ ଯାଉଛନ୍ତି। ସେଥିପାଇଁ ବଧେଇ ଜାଣିବେ। କିନ୍ତୁ ସମସ୍ୟ ହେଲା, ଆପଣଙ୍କର ଏ ଉଦ୍ଭାବନ କଥା ଆମ ପଡୋ଼ଶୀ କେତେକ ଶତ୍ରୁଭାବାପନ୍ନ ରାଜ୍ୟମାନଙ୍କରେ ମଧ୍ୟ ପହଞ୍ଚିଯାଇଛି। ସେମାନେ ଆପଣଙ୍କୁ ଅପହରଣ କରି ନେବାର ଯୋଜନା କରୁଛନ୍ତି ବୋଲି ଆମ ଗୁପ୍ତଚରମାନେ ଖବର ଆଣିଛନ୍ତି।

-ଅପହରଣ? ମୋତେ? କିନ୍ତୁ କାହିଁକି?

-କାହିଁକି ଆଉ କଣ, ସେଇ ଉଦ୍ଭାବନର କଳାକ୍ଔଶଳ ହାସଲ କରିବା ପାଇଁ।

-ସେଥିପାଇଁ ମୋତେ ଅପହରଣ କରିବା ଦରକାର କଣ? ମୁଁ ତ ନିଜେ ଏ କଳାକ୍ଔଶଳ ସମସ୍ତଙ୍କୁ ଜଣେଇ ଦେବାକୁ ଚାହେଁ। ସାରା ବିଶ୍ଵବାସୀଙ୍କ ପାଇଁ ମୋର ଏ ଉଦ୍ଭାବନ।

-ନା, ନା। ଆପଣ ଭୁଲ କହୁଛନ୍ତି ଡ.ରାୟ - ଅପଣ ଜାତୀୟ ସ୍ଵାର୍ଥ କଥାଟା ଭୁଲିଯାଉଛନ୍ତି। ଆପଣଙ୍କ ଉଦ୍ଭାବନକୁ କାର୍ଯ୍ୟରେ ଲଗେଇବାର ଅଧିକାର କେବଳ ଆମ ଦେଶର। ଅନ୍ୟ ଦେଶମାନଙ୍କୁ ଆମେ ଆମ ଉଦ୍ଭାବନ ଜନିତ ଲାଭ ଦେବା କାହିଁକି?

-ଏ ବିଷୟରେ ମୋର ଆପଣଙ୍କ ସହ ମତାନ୍ତର ରହିଛି। କ୍ଔଣସି ଜନହିତକର ଉଦ୍ଭାବନକୁ ଗୋଟିଏ ଦେଶର ଗଣ୍ଡିରେ ଆବଦ୍ଧ କରି ରଖିବା ଉଚିତ୍ ନୁହେଁ। ସାରା ବିଶ୍ଵର ମଣିଷଙ୍କ କଲ୍ୟାଣରେ ତା' ବ୍ୟବହାର କରିବା ଉଛିତ୍। ତେବେ ଏ ବିଷୟରେ ଏଇ ସମୟରେ ମୁଁ ଆପଣଙ୍କ ସହ ଯୁକ୍ତି କରିବାକୁ ଚାହୁଁନି। ଆପଣଙ୍କ ଆଗମନର ଉଦ୍ଦେଇଶ୍ୟ କହନ୍ତୁ।

- ଆପଣଙ୍କୁ ସାଙ୍ଗରେ ନେଇଯିବା।

-ମୋତେ? କୋଉଠି?

-ଏକ ଅଜ୍ଞାତ ସ୍ଥାନକୁ। ସେଠି ଆପଣଙ୍କୁ କଡା଼ ସୁରକ୍ଷା ବଳୟ ଭିତରେ ରଖାଯିବ। ତେବେ ଚିନ୍ତା କରନ୍ତୁ ନି, ଆପଣଙ୍କର ଯାହା ଦରକାର ସବୁ ସେଠି ମିଳିଯିବ। ଆପଣଙ୍କ ସୁରକ୍ଷା ଏବେ ଠୁଁ ରାଷ୍ଟ୍ରର ଦାୟିତ୍ଵ।

-କିନ୍ତୁ ମୋର ଗବେଷଣା?

-ଗବେଷଣା ପାଇଁ ସବୁ ଉପକରଣ ସେଠାରେ ପହଞ୍ଚାଇ ଦିଆଯିବ।

-ସେମିତି କଣ ହୁଏ? ଗବେଷଣା ପାଇଁ ଗୋଟେ ଅଭ୍ୟସ୍ତ ପରିବେଶ ଦରକାର, ଘନିଷ୍ଠ ସହଯୋଗୀମାନେ ଦରକାର।

-କଣ କରାଯିବ ଡ.ରାୟ? ଆମେ ନାଚାର। ଆପଣଙ୍କୁ ଏଠି ରଖି ଆମେ ସିକ୍ୟୁରିଟି ରିସ୍କ୍ ନେଇ ପାରିବୁନି। ଆପଣଙ୍କୁ ଏକ ଭିନ୍ନ ଜାଗାରେ କଡା଼ ସୁରକ୍ଷା ବ୍ୟବସ୍ଥା ଭିତରେ ରହିବାକୁ ହିଁ ପଡି଼ବ।

-କିନ୍ତୁ ଏଟାତ ବନ୍ଦୀ ଜୀବନ।

-ଏକ ପ୍ରକାର ସେଇଆ। କିନ୍ତୁ କଣ କରାଯାଏ କହନ୍ତୁ। ଯେଉଁଠି ଆପଣଙ୍କ ଜୀବନମରଣ ସହିତ ରାଷ୍ଟ୍ରର ସ୍ଵାର୍ଥ ଜଡି଼ତ ହୋଇ ରହିଛି, ସେଠି ଆପଣଙ୍କ୍ ସୁରକ୍ଷା କ୍ଷେତ୍ରରେ କ୍ଔଣସି ରିସ୍କ୍ ନେବା କଣ ଉଚିତ୍ ହେବ? ସବୁ ଦେଶର ପ୍ରାୟ ସବୁ ରାଷ୍ଟ୍ରମୁଖ୍ୟ ଓ ଗୁରୁତ୍ଵପୂର୍ଣ୍ଣ ଲୋକମାନେ ଏଇ ଅବସ୍ଥାରେ ଜୀବନଯାପନ କରନ୍ତି ଡ.ରାୟ। କିଛି ଦିନ ପରେ ଅଭ୍ୟାସ ହୋଇଯିବ।

-କିନ୍ତୁ କେତେଦିନ ମୋତେ ଏ ଅବସ୍ଥାରେ ରହିବାକୁ ପଡି଼ବ?

-ନିଶ୍ଚିତ ଭାବେ କେମିତି କହିବି? ତେବେ ଅତ୍ୟନ୍ତ ଜରୁରୀ ଆବଶ୍ୟକତାରୁ ଗୋଟିଏ ମୁହୂର୍ତ୍ତ ବି ଆଉ ଅଧିକ ଆପଣଙ୍କୁ ସେ ଅବସ୍ଥାରେ ରହିବାକୁ ପଡି଼ବ ନାହିଁ - କଥା ଦଉଛି।

-କିନ୍ତୁ ଖୁବ୍ ଶୀଘ୍ର ମୋର ମହାରାଜାଙ୍କ ସହିତ ସାକ୍ଷାତ କରିବାର ଅଛି। ସମୟ ସ୍ଥିର କରିବା ପାଇଁ ମୁଁ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ କହିଛି। ସେ ଯଦି ମୋତେ ଖୋଜି ନ ପ'ନ୍ତି...

-ସେଥିପାଇଁ ଆପଣ ଆଦ୍ଔ ବ୍ୟସ୍ତ ହୁଅନ୍ତୁ ନାହିଁ। ଏ ରାଜ୍ୟରେ କେଉଁଠି ପତ୍ରଟିଏ ବି ଖସିଲେ ମହାରାଜାଙ୍କ ପାଖରେ ଖବର ପହଞ୍ଚିଯାଏ। ଆପଣ କେଉଁଠି ଅଛନ୍ତି - ସେ କଥା ମହାରାଜା ଠିକ୍ ଜାଣିପାରିବେ। ଖୁବ୍ ଶୀଘ୍ର ଆପଣଙ୍କ ସହିତ ତାଙ୍କର ସାକ୍ଷାତର ବ୍ୟବସ୍ଥା ହୋଇଯିବ।

-ହଉ ତେବେ। ମୁଁ ମୋ ସହକାରୀମାନଙ୍କୁ ଫୋନରେ ଟିକେ ଜଣେଇଦିଏ।

-ନା। ସେଥିରେ କଥାଟା ଅଯଥାରେ ପ୍ରଚାର ହେବ। ଆପଣ ବରଂ ଏକ ଚିଠି ଲେଖି ଦୁଆର ବନ୍ଧରେ ରଖିଦିଅନ୍ତୁ ଯେ ଆପଣ ଏକ ଜରୁରୀ କାମରେ କିଛି ଦିନ ପାଇଁ ବାହାରକୁ ଯାଉଛନ୍ତି।

ଡ.ରାୟଙ୍କ ମନରେ ହଠାତ କେମିତି ଅଜଣା ଆଶଙ୍କାଟିଏ ବିଦ୍ୟୁତ୍ ଚମକ ଭଳି ଚମକି ଗଲା। ୟାକୁଇ କ'ଣ ପ୍ରିମୋନିସନ୍ କହନ୍ତି? ଅନାଗତ ବିପଦର ସଙ୍କେତ ଅଚେତନ ମନରେ ଝଲସି ଯାଏ। ଏଟା ପାରା-ସାଇକଲଜିର ବ୍ୟାପାର।

ଡ.ରାୟ ମୁହୂର୍ତ୍ତେ ଚିନ୍ତା କରି କହିଲେ, ହଉ ଠିକ୍ ଅଛି। ଆପଣ ଯେମିତି କହୁଛନ୍ତି ସେଇମିତି ଚିଠିଟିଏ ଲେଖିଦଉଛି। ..ଔ ଆପଣ ଏଇଠି ଟିକେ ଅପେକ୍ଷା କରନ୍ତୁ। ମୁଁ ଚଟାପଟ ନିତ୍ୟକର୍ମ ସାରିଦିଏ, ଯିବା।

-ହଉ। ଟିକେ ଜଲଦି କରନ୍ତୁ।

ଡ.ରାୟ ବାଥରୁମ ଯିବା ପାଇଁ ପ୍ରସ୍ତୁତ ହେଉ ହେଉ ଚିନ୍ତା କଲେ ପୋଲିସ ତାଙ୍କୁ ଅଜ୍ଞାତବାସକୁ ନେଇଯାଉଛି, ଏ ଖବର ଜଣକୁ ଅନ୍ତତଃ ଦେଇଯିବା ଭଲ। କିନ୍ତୁ କାହାକୁ? ଚିନ୍ତା କରୁ କରୁ ସୁନନ୍ଦା କଥା ମନେ ପଡି଼ଲା ତାଙ୍କର। ସୁନନ୍ଦା ତାଙ୍କର ପ୍ରଧାନ ସହକାରିଣୀ। ଡ.ରାୟ ଅଧ୍ୟାପକ ଥିଲାବେଳେ ସେ ଥିଲା ତାଙ୍କର ପ୍ରିୟ ଛାତ୍ରୀ। ସେ ଅଧ୍ୟାପନା ଛାଡି଼ ଗବେଷଣାରେ ମନୋନିବେଶ କଲା ପରେ ସୁନନ୍ଦା ଆସି ତାଙ୍କର ଗବେଷଣା - ସହକାରୀ ଭାବେ ଯୋଗ ଦେଇଥିଲା। ପ୍ରଖର ବୁଦ୍ଧି ତା'ର। କ୍ରମଶଃ ସେ ତାଙ୍କର ପ୍ରଧାନ ସହକାରୀ ହୋଇ ଉଥିଛି। ସୁନନ୍ଦାକୁ ଖୁବ୍ ସ୍ନେହ କରନ୍ତି ଡ.ରାୟ। ତା'ର ଗୋଟେ ବଡ଼ କାରଣ ହେଲା ସୁନନ୍ଦା ମୂଳରୁ ତାଙ୍କ ସ୍ଵପ୍ନରେ ବିଶ୍ଵାସ କରି ଆସିଛି। ଅନ୍ୟମାନେ ଯେତେବେଳେ ତାଙ୍କ କଥାକୁ ଅଳୀକ କଳ୍ପନା ବୋଲି ମୁହଁରେ କିମ୍ବା ପଛରେ କହୁଥିଲେ ସୁନନ୍ଦା କହିଥିଲା, ମୋର ଆପଣଙ୍କ ଉପରେ ବିଷ୍ଵାସ ଅଛି, ଏଟା ସମ୍ଭବ। ଏ କଥା ପଦକରେ ବହୁତ ଶକ୍ତି ମିଳିଥିଲା ତାଙ୍କୁ।

ଗତେ କେଇବର୍ଷ ଭିତରେ ସୁନନ୍ଦା ପ୍ରତି ତାଙ୍କର ସ୍ନେହ ଆହୁରି ବଢି଼ଛି। କେବଳ ଦକ୍ଷ ସହକାରୀ ଭାବରେ ନୁହେଁ, ତାଙ୍କ ବ୍ୟକ୍ତିଗତ ଜୀବନରେ ବି ସୁନନ୍ଦା ଅନେକଟା ଜାଗା ଅଧିକାର କରିନେଲାଣି। ଗବେଷଣାରେ ମଜ୍ଜି ରହିଥିଲାବେଳେ ଅନେକ ସମୟରେ ଖାଇବା ପିଇବା କଥା ଭୁଲିଯା'ନ୍ତି ଡ.ରାୟ। ସୁନନ୍ଦା ମନେ ପକେଇଦିଏ। ବେଳେବେଳେ ନିଜେ କିଛି କରି ଆଣିଦିଏ। ଘର ଦ୍ଵାର ବି ସଜାଡି଼ ଦିଏ ବେଳେବେଳେ। ଡ.ରାୟ ମନା କଲେ ସେ ହସିଦିଏ। କହେ, "ମୁଁ ନକରି ଦେଲେ ଆପଣକୁ ନିଜେ କରିନେବେ? ପାଞ୍ଚ ଦିନ ହେଲାଣି ସେଇ ମଇଳା ସାର୍ଟ ପିନ୍ଧୁଛନ୍ତି - ଲଣ୍ଡ୍ରିରେ ଦେବାକୁ ଖିଆଲ ଅଛି? ସେଇଥି ପାଇଁ କହୁଛି ବାହା ହୋଇ ପଡ଼ନ୍ତୁ ସାର୍।" ଏତେ ଦିନର ପରିଚୟ ପାଇଁ ବୋଧ ହୁଏ, ସୁନନ୍ଦା ବେଳେବେଳେ ପାଖରେ ଅନ୍ୟ କେହି ନଥିଲା ବେଳେ ଟିକେ ପ୍ରଗଳ୍ଭ ହୋଇ ଉଠେ ଏବଂ ଡ.ରାୟ କେତେବେଳେ କେମିତି ମେଜାଜ୍ ଭଲ ଥିଲେ ତାକୁ ପ୍ରଶ୍ରୟ ଦିଅନ୍ତି। ବାହା? ଆରେ ବାପରେ। ନାଇଁ, ନାଇଁ। ବାହା ହେଲେ ଘର ଗିରସ୍ତିରେ ଅଟକି ଗବେଷଣାର ସତ୍ୟନାଶ ହୋଇଯିବ। ଆଉ ତା'ପରେ ମୋ ଭଳିଆ ଅଧବୟସର ଅଧାପାଗଳା ଲୋକକୁ କିଏ ବାହା ହେବ? ଡ.ରୟ ଥଟ୍ଟାରେ କହନ୍ତି ଓ ପୁଣି ଗବେଷଣାରେ ମାତି ଯା'ନ୍ତି। କିନ୍ତୁ ଘରଟା ସଜଡା଼ ହୋଇ ରହିଲେ, ସଫାସଫି ହୋଇ ରହିଲେ, ସାର୍ଟପ୍ୟାଣ୍ଟ୍ ଗୁଡା଼କ ଇସ୍ତ୍ରୀ ହୋଇ ରହିଲେ, ଭଲ ଡିସ୍ କିଛି ଖାଇବାକୁ ମିଳିଲେ- ବେଶ୍ ଭଲ ଲାଗେ। ତେଣୁ ସୁନନ୍ଦାକୁ ସେ ଏ ବାବଦରେ ଆଉ କିଛି କହନ୍ତିନି। ଯା'ଇଚ୍ଛା କରୁ। ସୁନନ୍ଦା ପ୍ରତି ତାଙ୍କର ସ୍ନେହ, କେତେବେଲେ ତାଙ୍କ ଅବ୍ଚେତନ ମନରେ ପ୍ରେମର ସୁକୁମାର ଚାରାଟିଏ ଜନ୍ମ ନେଲାଣି, ଗବେଷଣାରେ ନିମଗ୍ନ ଡ.ରାୟ ହୁଏତ ନିଜେବି ଟେର ପାଇନାହାନ୍ତି। କିନ୍ତୁ ଏକଦମ୍ ଏକୁଟିଆ ବେଳେ ଏ ଚିନ୍ତାଟି ଯେତେବେଳେ ଅବଚେତନରୁ ଚେତନା ସ୍ତରକୁ ଓହ୍ଲାଇ ଆସେ, ଡ.ରାୟ ଚମକି ପଡ଼ନ୍ତି ଓ ଏହାକୁ ଅସ୍ଵୀକାର କରିବାର ଚେଷ୍ଟା କରନ୍ତି। କାମ, ଆହୁରି କାମରେ ନିଜକୁ ବୁଡେ଼ଇ ରଖି ଏ ଚିନ୍ତାଠୁଁ ନିଜକୁ ମୁକ୍ତ ରହିବାର ଚେଷ୍ଟା କରନ୍ତି। ଏମିତି ଚାଲିଛି ଗତ ଦୁଇ ବର୍ଷ। ଇତି ମଧ୍ୟରେ ସୁନନ୍ଦା ଡ.ରାୟଙ୍କ ଘରର ଗୋତେ ଡୁପ୍ଲିକେଟ୍ ଚାବି କରେଇ ନେଇଥିଲା। କହିଥିଲା, ମୋ' ସମୟରେ ମୁଁ ଘରଦ୍ଵାର ସଫାସଫି କରେଇନେବି। ଆପଣ ଔ ସେ ଦିଗରେ ଚିନ୍ତା କରନ୍ତୁ ନାହିଁ।

ପହରଦିନ ରାତିରେ ଏ ୟନ୍ତ୍ରଟି କାର୍ଯ୍ୟକ୍ଷମ ହେବା ପରର ଆନନ୍ଦଘନ ମୁହୂର୍ତ୍ତରେ ସୁନନ୍ଦା କଥା ଖୁବ୍ ମନେ ପଡି଼ଥିଲା ଡ.ରାୟଙ୍କର। କାଲି ସୁନ୍ଦ୍ନ୍ଦା ଆସିନି। କାଲି ଅବଶ୍ୟ ରବିବାର ଥିଲା। ଗବେଷଣା ସହକାରୀମାନଙ୍କ ଛୁଟି ଦିନ। ସୁନନ୍ଦା କିନ୍ତୁ ସବୁଦିନ ଗବେଷଣାଗାରକୁ ଆସେ। ଗତ ଦୁଇଦିନ ହେଲା ନିଜର କ'ଣ କାମରେ ବାହାରକୁ ଯାଇଛି। ଆଗରୁ କହିଥିଲା। ଆଜି ସେ ନିଶ୍ଚୟ ଆସିବ। ଆଃ - ତା'କୁ ଏ ଉଦ୍ଭାବନ ଖବରଟା ସେ ନିଜେ ଦେବା ଉଚିତ୍। କିନ୍ତୁ ଏ ପୋଲିସ୍ ଅଫିସରଟା ଯେମିତି ତରବର କଲାଣି, ନିଜେ ନଗଲେ ହୁଏତ ଜବରଦସ୍ତି ଉଠେଇ ନେଇଯିବ।

ଡ.ରାୟ ବେଡରୁମରେ ବସି ତରବର ହୋଇ ସୁନନ୍ଦାକୁ ଛୋଟ ଚିଠିଟିଏ ଲେଖିଲେ:

ସୁନନ୍ଦା, ସଖୀ ବଞ୍ଚି ଉଠିଲାଣି। କାମ କଲାଣି। ପୋଲିସ ମୋତେ କିଛିଦିନ ପାଇଁ ଅଜ୍ଞାତ ବାସକୁ ନେଇ ଯାଉଛି। ମୋର ସୁରକ୍ଷା ପାଇଁ କୁଆଡେ଼ ଇଟା ଜରୁରୀ। ଶୀଘ୍ରା ଫେରିବି। ବିପ୍ଳବ

ଚିଠିଟିକୁ ନେଇ ସେ ରୋଷେଇଘରେ ଫ୍ରିଜ୍ ଉପରେ ବାଟିଟିଏ ଚାପି ରଖିଦେଲେ। ସୁନନ୍ଦା ରୋଷେଇ ଘରକୁ ତ ନିଶ୍ଚୟ ଆସିବ, ଚା' ତିଆରି କରିବା ପାଇଁ। ଫ୍ରିଜରୁ କ୍ଷୀର ବୋତଲ କାଢି଼ବା ବେଳେ ଚିଠିଟା ନିଶ୍ଚୟ ତା' ଆଖିରେ ପଡି଼ବ। ଆଜିକାଲି ସୁନନ୍ଦା ବହୁତ ଚା' ପିଉଛି। ମନା କରିବାକୁ ପଡି଼ବ। ମନେ ମନେ ଭାବିଲେ ଡ.ରାୟ ଗାଧୋଇବା ପାଇଁ ବାଥରୁମ୍ ଭିତରକୁ ପଶିଗଲେ।

ପର୍ଶୁରାମ ମଢୁ଼ଆଳ ଇତି ମଧ୍ୟରେ ବୈଠକଖାନାରେ ବସି କାନ ଡେରିଥାନ୍ତି। ଲୋକଟା କାହାକୁ ଫୋନ୍ କରୁନି ତ। ନାଃ-! ଅନ୍ୟ କାହାକୁ କିଛି ମେସେଜ୍ ଲେଖିଦେଇ ଯାଉନି ତ! ଜଣା ପଡୁ଼ନି। ତଥାପି ସାବଧାନ ହେବା ଭଲ - କାହାକୁ ପଠେଇବାକୁ ପଡି଼ବ, ତଲାସ୍ ଅକରିନେବ।

ବାଥରୁମରୁ ବାହାରି ପୋଷାକପତ୍ର ପିନ୍ଧି ପ୍ରସ୍ତୁତ ହୋଇଗଲେ ଡ.ରାୟ। ନିଜର ଦୈନନ୍ଦିନ ବ୍ୟବହାରର କିଛି ଜିନିଷପତ୍ର ଗୋଟେ ଝୁଲା ବ୍ୟାଗରେ ପୂରେଇ ଦେଲେ।

-ଚାଲନ୍ତୁ।

ପୋଲିସ୍ ଜିପଟି ସହରରୁ ବାହାରି କିଛି ବାଟ ଯିବା ଭିତରେ ଡ.ରାୟ ଗଭୀର ନିଗ୍ରାରେ ଆଚ୍ଛନ୍ନ ହୋଇ ପଡି଼ଥିଲେ। କେତେ ସମୟ ଶୋଇଥିଲେ ଖିଆଲ ନାହିଁ। ପର୍ଶୁରାମ ମଢୁ଼ଆଳଙ୍କ କଥାରେ ନିଦ ଭାଙ୍ଗିଲା। "ଉଠନ୍ତୁ ଡ.ରାୟ ଆମେ ଆସିଗଲୁଣି।" ଆଖି ମଳି ମଳି ଜିପରୁ ଓହ୍ଲାଇଲେ ଡ.ରାୟ। କିଛି ସମୟ ସେ ଆଦ୍ଔ ବୁଝି ପାରିଲେନି ଯେ ସେ କେଉଁଠି ଅଛନ୍ତି? ପାହାଡ଼ ଉପରେ ଅବସ୍ଥିତ ଏକ ଦୁର୍ଗ ସାମ୍ନାରେ ଠିଆ ହୋଇଛନ୍ତି ସେମାନେ। ଦିଗନ୍ତ ଯାଏଁ ବିସ୍ତାରିଛି ରୁକ୍ଷ ଟାଙ୍ଗରା ପାହାଦ଼। ବୁଦୁବୁଦୁକିଆ ଜଙ୍ଗଲ। ବଡ଼ ଗଛ ପ୍ରାୟ ନାହିଁ। ଏ ପାହାଡ଼ ଭିତରୁ ସବୁଠୁଁ ଉଚ୍ଚ ପାହାଡ଼ଟି ଉପରେ ତିଆରି ହୋଇଛି ଏ ଦୁର୍ଗଟି। ଦୁର୍ଗ ପଛପଟରେ ତୀଖ ଖାଇ। ସାମ୍ନାରେ ଅଙ୍କାବଙ୍କା ରାସ୍ତା ପାହାଡ଼ର ଛାତି ଚିରି ଓହ୍ଲେଇ ଯାଇଛି ତଳକୁ। ଏମିତି ରାସ୍ତାରେ ଜିପ୍ ଆସିଲା କେମିତି?

-ଆସନ୍ତୁ ଭିତରୁ ଯିବା ଡ.ରାୟ, ପର୍ଶୁରାମ ମଢୁଆଳ କହିଲେ।

ବିସ୍ମିତ ଆଖିରେ ଚାରିଆଡ଼କୁ ଚାହୁଁଥିଲେ ଡ.ରାୟ। ଦୁର୍ଗଟି ଅତ୍ୟନ୍ତ ପ୍ରାଚୀନ ଭଳି ମନେ ହେଉଛି। ବିଶାଳ ଯୋଡି଼ କବାଟ। ଭିତରୁ ବନ୍ଦ। ସେ କବାଟ ଦେହରେ ଆଉ ଏକ ଛୋଟ କବାଟ। ସବୁବେଳର ଯୀବା ଆସିବା ପାଇଁ। କିନ୍ତୁ ଏ ଦୁର୍ଗମ ଅଞ୍ଚଳରେ ଅବସ୍ଥିତ ଏ ଦୁର୍ଗରେ ଆସିବ କିଏ?

ଦୁଇଥର ତାଳି ବଜେଇଲେ ପର୍ଶୁରାମ ମଢୁ଼ଆଳ। କେଇ ସେକେଣ୍ଡ ପରେ ଭିତରୁ ଖଟ୍ କରି ତାଲା ଖୋଲିବାର ଶବ୍ଦ ହେଲା। ଛୋଟ କବାଟ ଫାଙ୍କରୁ ପ୍ରଥମେ ଏକ ବନ୍ଧୁକ ନଳରେ ବନ୍ଧା ବେୟନଟର ଅଗ୍ରଭାଗ, ପରେ ପରେ ବନ୍ଧୁକ ଓ ଶେଷକୁ ବନ୍ଧୁକଧାରୀ ରକ୍ଷୀଟି ମୁଣ୍ଡ କାଢି଼ଲା। ପର୍ଶୁରାମ ମଢୁଆଳକୁ ଦେଖି ତତକ୍ଷଣାତ୍ ଝୋର ସ୍ୟାଲୁଟ୍ ବଜେଇଲା ଓ କବାଟଟି ଖୋଲିଦେଲା।

ପ୍ରଥମେ ଡ.ରାୟ, ପଛେ ପଛେ ପର୍ଶୁରାମ ମଢୁଆଳ ଦୁର୍ଗ ଅଭ୍ୟନ୍ତରକୁ ପ୍ରବେଶ କଲେ। ପର୍ଶୁରାମ ମଢୁ଼ଆଳ ବାଟ କଢେ଼ଇ ନଉଥା'ନ୍ତି। ବହୁ ଅଙ୍କା ବଙ୍କା ଗଳି, ଅନ୍ଧାରୁଆ ଅଳିନ୍ଦ ପାରି ହୋଇ ଚାଲିଥାନ୍ତି ସେମାନେ। ଡ.ରାୟଙ୍କୁ ଲାଗିଲା ସେ ଯେମିତି ଏକ ଭୁଲ ଭୁଲୈୟା ଭିତରକୁ ପଶି ଯାଉଛନ୍ତି, ଏଠୁ ସେ ଆଉ ବାହାରି ପାରିବେନି।

..ଏ ଦୁର୍ଗଟାକୁ ବର୍ତ୍ତମାନର ମହାରାଜାଙ୍କ ପ୍ରପିତାମହ ନିର୍ମାଣ କରାଇଥିଲେ, ପର୍ଶୁରାମ ମଢୁ଼ଆଳ ପଥର ବସା ରାସ୍ତାରେ ଚାଲୁ ଚାଲୁ ଦୁର୍ଗର ଇତିହାସ କହିବାକୁ ଆରମ୍ଭ କଲେ। ପିତାଶୁଣି ପହାଡ଼ ଉପରେ ନିର୍ମିତ ଏ ଦୁର୍ଗଟାକୁ ମୁଖ୍ୟତଃ ଏକ ବନ୍ଦୀଶାଳା ଭାବରେ ବ୍ୟବହାର କରାଯାଉଥିଲା। ଲୋକମୁଖରେ ଏହାର ନାମ - ରୋବ ଦୁର୍ଗ। ର୍ଔରବର ଅପଭ୍ରଂଶ। ର୍ଔରବ କାହିଁକି ହୋଇଛି ଜାଣନ୍ତି? ହାଃ, ହାଃ ସପ୍ତ ନରକରେ ଗୋଟେ ନରକର ନାଂ ହେଲା ର୍ଔରବ। ସେଠି ଥରେ ଜଣେ ପହଞ୍ଚିଲେ ଆଉ କୁଆଡେ଼ ବାହାରି ପାରେନି। ସେଇମିତି ଏ ଦୁର୍ଗରେ ଥରେ ପଶିଲେ ଆଉ ବାହାରି ହୁଏନି। ...ହାଃ, ହାଃ ଆପଣ କିନ୍ତୁ ବ୍ୟସ୍ତ ହୁଅନ୍ତୁନି ଡ.ରାୟ। ଏଟା ସେ ଅମଳର କଥା, ଏବେ ତ ବହୁତ କିଛି ବଦଳି ଗଲାଣି...

ଏକ କାରୁକାର୍ଯ୍ୟ ଖଚିତ ଦ୍ଵାର ସାମ୍ନାରେ ପହଞ୍ଚିଲେ ସେମାନେ। ଶୂନ୍ୟରୁ ଉଭା ହେଲା ପରି ଦୁଇଜଣ ରକ୍ଷୀ କେଉଁଠି ଥିଲେ ପହଞ୍ଚିଗଲେ। ସଂଭ୍ରମ ସହକାରେ କବାଟ ଖୋଲିଦେଲେ। କବାଟ୍ ଅଭିତରେ ପାଦ ଦେଇ ପର୍ଶୁରାମ ମଢୁ଼ଆଳ କହିଲେ, ଆସନ୍ତୁ ଡ.ରାୟ, ଏଇଟା ଆପଣଙ୍କ କକ୍ଷ। ଏଠି କିଛି ଦିନ ପୈଁ...

ଭିତରକୁ ପାଦ ଦେଇ ମୁଗ୍ଧ ହୋଇଗଲେ ଡ.ରାୟ। ବାଃ! କି ବିଶାଳ କକ୍ଷ, କି ସୁନ୍ଦର ସାଜସଜ୍ଜା। ଚଟାଣରେ କାଶ୍ମିରୀ କାର୍ପେଟ୍। ମୋଟା ମୋଟା ସୋଫା, ମେହଗାନି କାଠର ସେଣ୍ଟର ଟେବୁଲ। କାନ୍ଥରେ ସୁନ୍ଦର ନିସର୍ଗ ତୈଳ ଚିତ୍ରମାନ।

-ଏଇଟା ଆପଣଙ୍କ ବୈଠକଖାନା। ଶୋଇବା ଘର ଭିତରେ। ଶୋଇବା ଘରକୁ ଲାଗି ଶ୍ଔଚାଳୟ ସ୍ନାନାଗାର। ସବୁ କକ୍ଷ ଗୁଡି଼କ ବୁଲେଇ ବୁଲେଇ ଦେଖେଇଲେ ପର୍ଶୁରମ ମଢୁ଼ଆଳ।

ଚମକ ପରେ ଚମକ। ଡ.ରାୟ ଇତି ମଧ୍ୟରେ ଘଟଣାର ଘନଘଟାରେ ହତଭମ୍ବ ହୋଇଯାଇଥାନ୍ତି। ଏଇ ଦୁଇଦିନ ଭିତରେ ତାଙ୍କ ଜୀବନରେ ଏତେ ଦ୍ରୁତ ଗତିରେ ଏତେ ଘଟଣା ଘଟୁଛି ଯେ ସେ ତାଳ ରଖି ପାରୁନାହାନ୍ତି। ବେଳେ ବେଳେ ତାଙ୍କର ମନେ ହେଉଛି: ଏସବୁ କଣ ବାସ୍ତବ - ନା' ସ୍ଵପ୍ନ!

-ଏଠି ଆପଣ ଯାହା ଚାହିଁବେ ମିଳିବ, ପର୍ଶୁରାମ ମଢୁ଼ଆଳ କହୁଥିଲେ, ପୃଥିବୀର ସର୍ବୋତ୍କୃଷ୍ଟ ସୁରାଠୁଁ ସୁନ୍ଦରୀ ଶଯ୍ୟାସଙ୍ଗିନୀ - ସବୁ ମିଳିପାରିବ ଆପଣଙ୍କୁ। ଆପଣ କେବଳ ହୁକୁମ କଲେ ହେଲା। ଏଠାକାର ପରିଚାରକ ପରିଚାରିକାମାନେ ଆପଣଙ୍କର ସବୁ ହୁକୁମ ତାମିଲ କରିବେ।..କେବଳ ଗୋଟିଏ କଥା। ଆପଣ ଏଠୁ ଖସି ପଳେଇବା ପାଇଁ କିମ୍ବା ଏଠାରୁ ଅନ୍ୟ କାହା ସହିତ ଯୋଗାଯୋଗ କରିବାର ଚେଷ୍ଟା କରିବେ ନାହି। ଆପଣଙ୍କୁ ସୁରକ୍ଷିତ ରଖିବା ଆମର ଦାୟିତ୍ଵ। ଏଥିରେ ଆପଣ ନିଜେ ଆମକୁ ସହଯୋଗ ନକଲେ ବଧ୍ୟ ହୋଇ ରାଷ୍ଟ୍ରର ସ୍ଵାର୍ଥ ପାଇଁ ଆମେ ଆପଣଙ୍କୁ ବନ୍ଦୀ କରି ରଖିବୁ। ସେତେବେଳେ କିନ୍ତୁ ବର୍ତ୍ତମାନର ସୁବିଧା ସୁଯୋଗ ସୁଖ ସ୍ଵାଚ୍ଛନ୍ଦ୍ୟ ମିଳିବ ନାହିଁ। କଥାଟା ମନେ ରଖିବେ।

ପର୍ଶୁରାମ ମଢୁ଼ଆଳ ଚାଲିଗଲେ। ଦୁର୍ଗର ଏକ ବାରଣ୍ଡାରୁ ଡ.ରାୟ ଦେଖିଲେ ପୋଲିସ ଜିପଟି ପାହାଡି଼ଆ ଅଙ୍କାବଙ୍କା ରାସ୍ତା ଦେଇ ତଳକୁ ଚାଲିଯାଉଛି।ରାସ୍ତାଟିକୁ ଦେଖି ମନେ ହେଉଥିଲା ଏକ ବିଶାଳ ଅଜଗର ଯେମିତି ପାହାଡ଼କୁ ଜଡେ଼ଇ ଧରିଛି।

||୯||

ଦିନ ଏଗାରଟା। ମହାରାଜା ୧୦୮ ଶ୍ରୀ ତ୍ରିଭୁବନ ବିଜୟୀ ବୈରୀଗଞ୍ଜନ ବାହୁବଳେନ୍ଦ୍ର ବିକ୍ରମ ସିଂହଙ୍କ ପାଇଁ କିନ୍ତୁ ଏଯାଏଁ ପ୍ରଭାତ ହୋଇନି।

ମହାରାଜାଙ୍କ ପିତୃଦତ୍ତ ନାଁଟି ଥିଲା ଛୋଟ - ବିକ୍ରମ ସିଁହ। ତାଙ୍କ ନାଁରେ ବାକି ଅଂଶଟି ଉପାଧି। କିଛି ସେ ଉତ୍ତରାଧିକାର ସୂତ୍ରରେ ପାଇଛନ୍ତି, କିଛି ନିଜେ ଧାରଣ କରିଛନ୍ତି। ୧୦୮ଶ୍ରୀ ତ୍ରିଭୁବନ ବିଜୟୀ ଏବଂ ବୈରୀଗଞ୍ଜନ -ଉତ୍ତରାଧିକାର ସୂତ୍ରରୁ। ତାଙ୍କ ପ୍ରପିତାମହଙ୍କ ପିତା ରାଜସ୍ଥାନ ଆଡୁ଼ ଆସି ଏ ଅଞ୍ଚଳରେ ବସବାସ୍ କରୁଥିବା ଆଦିବାସୀ-ରାଜାଙ୍କୁ ହରାଇ ଏକ ଭୂଖଣ୍ଡ ଅଧିକାର କରିଥିଲେ। ପରେ ପରେ ସେ ନିକଟସ୍ଥ ଛୋଟ ଛୋଟ ଆଦିବାସୀ-ରାଜାଙ୍କୁ ହରାଇ ତାଙ୍କ ରାଜ୍ୟର ସୀମା ବଢା଼ଇଥିଲେ ଏବଂ ୧୦୮ ଶ୍ରୀ ତ୍ରିଭୁବନ ବିଜୟୀ ଉପାଧିଟି ଧାରଣ କରିଥିଲେ। ତଙ୍କ ପୁତ୍ର ଅର୍ଥାତ୍ ବିକ୍ରମ ସିଂହଙ୍କ ଅମଳରେ ରାଜଶାସନ ବିରୁଦ୍ଧରେ ଏକ ମେଳି ହୋଇଥିଲା। ସେ ମେଳୀକୁ ବିକ୍ରମ ସିଂହଙ୍କ ପ୍ରପିତାମହ କଠୋର ହାତରେ ଦମନ କରିଥିଲେ। ପିତାଶୁଣି ପହାଡ଼ ଉପରେ ସେ ନିର୍ମାଣ କରିଥିବା ଦୁର୍ଗ ଭିତରେ କେତେ ଯେ ବିଦ୍ରୋହୀ ସେନାଙ୍କ୍ ପ୍ରାଣ ଦଣ୍ଡ ଦିଆଯାଇଥିଲା, ତାର ଠିକଣା ନାହିଁ। ପରେ ପରେ ସେ ଦୁର୍ଗର ନାଁ ହୋଇଗଲା ର୍ଔରବ ଦୁର୍ଗ। ଅଲେଉଟା ଦୁର୍ଗ। ଯିଏ ଥରେ ତା' ଭିତରକୁ ପଶେ ସେ ଆଉ ଫେରେ ନାହିଁ। ବିଦ୍ରୋହ ଦମନ ପରେ ବିକ୍ରମ ସିଂହଙ୍କ ପ୍ରପିତାମହ ଏକ ଉପାଧି ଧାରଣ କଲେ ବୈରୀଗଞ୍ଜନ। ବିକ୍ରମ ସିଂହଙ୍କ ପିତାମହ କିମ୍ବା ପିତା ଉପାଧିର ତାଲିକା ଆଉ ବଢେ଼ଇ ନଥିଲେ। ବିକ୍ରମ ସିଂହ ସିଂହାସନାରୂଢ଼ ହେଲା ପରେ ନିଜ ନାଁରେ ଆଉ ଗୋଟିଏ ଉପାଧି ଯୋଡି଼ଲେ: ବାହୁ ବଳେନ୍ଦ୍ର।

ବିକ୍ରମ ସିଂହ ତାଙ୍କ ଉପାଧିର ମର୍ଯ୍ୟାଦା ରଖିଛନ୍ତି। ପ୍ରକୃତରେ ସେ ବାହୁ ବଳେନ୍ଦ୍ର। ବାହୁ ବଳରେ ସେ ରାଜ୍ୟକୁ ସମ୍ପୂର୍ଣ୍ଣ ଶାନ୍ତ ରଖିଛନ୍ତି। ପ୍ରଜାମାନେ ତାଙ୍କୁ ଭୟ କରନ୍ତି, ଏବଂ ତାର ସଙ୍ଗତ କାରଣ ମଧ୍ୟ ରହିଛି। ରାଜଶାସନ ବିରୁଦ୍ଧରେ ପଦଟିଏ ଶବ୍ଦ କାହା ମୁହଁଅରୁ ଉଚ୍ଚାରିତ ହେବା ପୂର୍ବରୁ ସେ ଜିବ୍ଵା ଦି' ଗଡ଼ ହୋଇଯାଏ। ବିକ୍ରମ ସିଂହ ବିଶ୍ଵାସ କରନ୍ତି ଏ ଦୁନିଆରେ ଦୁଇ ପ୍ରକାର ଲୋକ ଅଛନ୍ତି: ପ୍ରଭୁ ଏବଂ ଦାସ। ସେ ପ୍ରଭୁ ଶ୍ରେଣୀର। ଅନ୍ୟମାନେ ତାଙ୍କର ଆଜ୍ଞାବହ ହେବା ପାଇଁ ଉଦ୍ଦିଷ୍ଟ। ଦାସକୁ ଦାସ ଅବସ୍ଥାରେ ରଖିବାର ଉପାୟ ହେଲା - ଭୟ। ଭୟରୁ ଆସିବ ଭକ୍ତି। ଭୟ ହେଲା ପ୍ରଜାମାନଙ୍କୁ କଠୋର ଶାସନରେ ରଖିବାର ସର୍ବୋତ୍କୃଷ୍ଟ ଉପାୟ।

ମହାରାଜା ବିକ୍ରମ ସିଂହ ବିଳମ୍ବରେ ଶଯ୍ୟା ତ୍ୟାଗ କରନ୍ତି। ଏହା ତାଙ୍କର ବହୁଦିନର ଅଭ୍ୟାସ। ସେ ବିଶ୍ଵାସ କରନ୍ତି, ଯାହା ସାଧାରଣରେ ପଚଳିତ ତାହା ରାଜା ମହାରାଜାଙ୍କ ପାଇଁ ପ୍ରଯୁଯ୍ୟ ନୁହେଁ। ରାଜା ମହାରାଜାମାନେ ସମସ୍ତ ପ୍ରଥା ଓ ନିୟମର ଉର୍ଦ୍ଧ୍ଵରେ। ପ୍ରଭାତରେ ଶଯ୍ୟାତ୍ୟାଗ ଏକ ପ୍ରଚଳୀତ ପ୍ରଥା। ରାଜା ମହାରାଜାଙ୍କ ପାଇଁ ତାହା ଗ୍ରହଣୀୟ ନୁହେଁ। ତେଣୁ ବାହାରେ ଦିନ ଏଗାରଟା ବାଜିଥିଲେ ହେଁ ତାଙ୍କ ଶୟନକକ୍ଷର ଭାରି ପରଦା ଡେଇଁ ସୂର୍ଯ୍ୟାଲୋକ ଏ ଯାବତ୍ ପଶି ପାରିନି କକ୍ଷ ଅଭ୍ୟନ୍ତରକୁ। ବିଶାଳ ଏବଂ ବିଳାସବହୁଳ ଏ କକ୍ଷରେ ଏବେ କେବଳ ଅତି ଆବଛା ଆଲୁଅର ରେଖା, ଶୀତତାପ ନିୟନ୍ତ୍ରକ ଯନ୍ତ୍ର ମୃଦୁ ଶବ୍ଦ ଏବଂ ମହାରାଜାଙ୍କ ନାସିକାଗର୍ଜନ।

ମହାରାଜା ବିକ୍ରମ ସିଂହଙ୍କ ଦିନ ଆରମ୍ଭ ହୁଏ ଉତ୍ତର ମଧ୍ୟାହ୍ନରେ। ଶେଷ ହୁଏ ଉତ୍ତୀର୍ଣ୍ଣ ପ୍ରାୟ ନିଶାରେ। ରାତି - ଆଃ ରାତି ହିଁ ତ ଶ୍ରେଷ୍ଠ ସମୟ। ମାୟାବୀ, ରହସ୍ୟ ମୟୀ। ଦିନରେ ଅଛି କଣ? ଖୋଲା, ମୁକୁଳା - ରହସ୍ୟହୀନ। ଅନ୍ଧାରର ଆକର୍ଷଣ ଆଲୁଅରେ କାହିଁ? ଜୀବନକୁ ଉପଭୋଗ କରିବାର ଶ୍ରେଷ୍ଠ ସମୟ ହେଲା ରାତି। ମହାରାଜା ବିକ୍ରମ ସିଂହ ରସିକ ଲୋକ, ଜୀବନକୁ ଉପଭୋଗ କରି ଜାଣିଛନ୍ତି।

ଆଜି ଦିବା ପ୍ରୟ ସାଢେ଼ ବାର ଘଟିକା ବେଳେ ତାଙ୍କର ନିଦ୍ରାଭଗ୍ନ ହେଲା। ସେ ଆଖି ମେଲି ଚାହିଁଲେ ଓ ମୁଣ୍ଡରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କଲେ। ତକିଆରେ ଭରା ଦେଇ ଉଠୁ ଉଠୁ ମନେ ହେଲା ମୁଣ୍ଡଟା କାହିଁକି ଭାରି ଭାରି ଲାଗୁଛି। ଓଃ - ହ୍ୟାଙ୍ଗଓବର୍! ରାତିରେ ଅଧିକ ସୁରାପାନ କଲେ ପରଦିନ ପ୍ରଭାତରେ ଏ ସମସ୍ୟାଟି ଆବଧାରିତ। ଏମିତି କାହିଁକି ଯେ ହୁଏ! ସବୁ ଆକର୍ଷଣୀୟ ଜିନିଷ ସହ ଗୋଟେ କେଁ କାହିଁକି ରହିଯାଏ? ସୁରାରେ ହ୍ୟାଙ୍ଗଓଭର୍। ଗୋଲାପରେ କଣ୍ଟା। ...ବାଃ, ଏହାକୁ ନେଇତ ଗୋଟେ କବିତା ଲେଖିହେବ।

ହଁ, ମହାରାଜା ବିକ୍ରମ ସିଂହ କବିତା ମଧ୍ୟ ଲେଖନ୍ତି। ଇତି ମଧ୍ୟରେ ସେ ରାଜ୍ୟର ଏକ ପ୍ରମୁଖ ସାହିତ୍ୟ ଅନୁଷ୍ଠାନ ପକ୍ଷରୁ 'କବିଶ୍ରୀ' ଉପାଧି ମଧ୍ୟ ପାଇ ସାରିଛନ୍ତି। ତାଙ୍କ କବିତାକୁ ଓମର୍ ଖୈୟାମଙ୍କ କବିତା ସହ ତୁଳନା କରି ଏକ ପୁସ୍ତକ ମଧ୍ୟ ଲେଖିଛନ୍ତି ରାଜ୍ୟର ଜନୈକ ବରିଷ୍ଠ ଅଧ୍ୟାପକ। ଅନ୍ତତଃ ଚାରି ଜଣ ଅଧ୍ୟାପକ ଏବେ ତାଙ୍କ କବିତା ଉପରେ ଗବେଷଣା କରୁଛନ୍ତି।

କବିତା ଲେଖିହେବ ବୋଲି ଭାବିବା ପରେ ତାଙ୍କ ମେଜଜ୍ ଶରୀଫ୍ ହୋଇ ଉଠିଲା। ସେ ନିତ୍ୟ କର୍ମ ସାରିବା ପାଇଁ ଶଯ୍ଯା ତ୍ୟାଗ କଲେ।

ଶୟନ କକ୍ଷ ସଂଲଗ୍ନ ସ୍ନାନାଗାରର ବିଶାଳ ମାର୍ବଲ ବାଥଟବର କବୋଷ୍ଣ ରେଶମୀ ସାବୁନ ଫେଣ ଭିତରେ ଶୋଇ ସେ କବିତାର ଧାଡି଼ ଖୋଜୁଥିଲେ। ସୁରାରେ ମୁଣ୍ଡ ବ୍ୟଥା, ଗୋଲାପ କଣ୍ଟାରେ କ୍ଷତ, ସବୁ ସୁନ୍ଦର ପଛରେ ଆଘାତ ହିଁ ଆଘାତ । କବିତାର ପ୍ରଥମ ପଦଟି ରଜନା କରିଦେଲେ ସେ। ପର ପଦଟି ଭାବୁ ଭାବୁ ପୋଷାକ ପିନ୍ଧି ଶୟନ କକ୍ଷ ବାହାରକୁ ଆସିଲେ ସେ। ଏବେ ତଙ୍କର ପ୍ରାତଃରାସର ସମୟ।

ପ୍ରାତଃରାସ ଟେବୁଲ୍ ଉପରେ ଏକ ଛୋଟ ଚିରକୁଟ ଦେଖି ବିରକ୍ତିରେ ଭ୍ରୁକୁଞ୍ଚନ କଲେ ସେ। ମହାରାଜା ନିଦ୍ରାମଗ୍ନ ଥିଲାବେଳେ କ୍ଔଣସି ଗୁରୁତ୍ଵପୂର୍ଣ୍ଣ ବ୍ୟକ୍ତି ଯଦି ତାଙ୍କର ସାକ୍ଷାତ ପାଇଁ ଆସନ୍ତି, ତେବେ ତାଙ୍କର ନାଁ ଏକ ଚିରକୁଟରେ ଲେଖି ଖାଇବା ଟେବୁଲ ଉପରେ ରଖି ଦିଆଯାଏ। ଏହା ମହାରାଜାଙ୍କ ନିର୍ଦ୍ଦେଶ।କ୍ଔଅନସି ପରିସ୍ଥିତିରେ ବି ତାଙ୍କୁ ନିଦ୍ରାରୁ ଉଠେଇବା ମନା। ନିଦ୍ରା ପାଇଁ ତାଙ୍କୁ ବଡ଼ ସାଧ୍ୟ ସାଧନା କରିବାକୁ ପଡେ। ଆକଣ୍ଠ ମଦ୍ୟପାନ କଲେ ବି ସହଜରେ ନିଦ୍ରାଦେବୀ ତାଙ୍କ ଉପରେ ପ୍ରସନ୍ନ ହୁଅନ୍ତି ନାହିଁ। ତେଣୁ ତାଙ୍କର ଏ ନିର୍ଦ୍ଦେଶ।

ଆଜି ଯେତେବେଳେ କବିତାର ପ୍ରଥମ ପଦଟି ଶେଷ କରି ସେ ଦ୍ଵିତୀୟ ପଦର ସନ୍ଧାନରେ ରହିଛନ୍ତି, ସେତେବେଳେ ସାକ୍ଷାତ ପ୍ରାର୍ଥୀଙ୍କ ଏ ଚିରକୁଟ ଦେଖି ତାଙ୍କୁ ବଡ଼ ବିରକ୍ତ ଲାଗିଲା। ମଣିଷକୁ ଏମାନେ କବିତା ଲେଖେଇ ଦେବେ ନାହିଁ। ଇଡିଅଟ୍ ଗୁଡା଼କ!

ସେ ଚିରିକୁଟଟି ଉଥାଇ ଦେଖିଲେ। ନାଁଟି ଦେଖି ତାଙ୍କର ଭ୍ରୁ ଆହୁରି କୁଞ୍ଚିତ ହୋଇ ଉଠିଲା। ଲାଲସାହେବ ସୁଃଶାସନ ସିଂହ। ଏଇ ଲୋକଟିକୁ ସେ ବିଶେଷ ପସନ୍ଦ କରନ୍ତି ନାହିଁ। ରାଜ ନୈତିକ ସ୍ଵାର୍ଥ ଦୃଷ୍ଟିରୁ ତାଙ୍କୁ ସେ ଭାଇ ବୋଲି ସମ୍ବୋଧନ କରନ୍ତି, ଶକ୍ତି ମନ୍ତ୍ରୀର ପଦ ଦେଇଛନ୍ତି। ନହେଲେ ଲୋକଟି ହୁଏତ ତାଙ୍କ ବିରୁଦ୍ଧରେ ମେଳି କରି ଥାନ୍ତା, କିନ୍ତୁ ପିତାଙ୍କର ରକ୍ଷିତାର ସନ୍ତାନକୁ ସେ ମନେ ମନେ ଘୃଣା ହିଁ କରନ୍ତି। ଲୋକଟି ଯେ ମତଲବୀ ଏବଂ ସ୍ଵାର୍ଥପର ତାହା ମଧ୍ୟ ଜାଣିଛନ୍ତି ସେ। ଗତ କିଛି ମାସ ହେଲା ରାଜ୍ୟରେ ଏକ ବିଶାଳ ଜଳ ବିଦ୍ୟୁତ୍ ଯୋଜନାକୁ ମଂଜୁରି ଦେବା ପାଇଁ ସେ ତାଙ୍କୁ ଅନୁରୋଧ କରୁଛନ୍ତି। ଏହା ପଛରେ ଦୁଃଶାସନ ସିଂହର କିଛି ସ୍ଵାର୍ଥ ଅଛି ନିଶ୍ଚୟ। ସ୍ଵାର୍ଥ ଛଡା଼ ଦୁଃଶାସନ ସିଂହ ପାଦଟିଏ ବି ବଢେ଼ଇବା ଲୋକ ନୁହଁ। ଆଜି ହଠାତ୍ କି ପ୍ରୟୋଜନରେ ସେ ସାକ୍ଷାତ କରିବାକୁ ଚାହାନ୍ତି? ରିଚକୁଟରେ ପୁଣି ଲେଖା ହୋଇଛି: 'ଅତ୍ୟନ୍ତ ଜରୁଚୀ'। ଅତ୍ୟନ୍ତ୍ ଜରୁରୀ କାର୍ଯ୍ଯଟି କ'ଣ?

ପ୍ରାତଃରାସ ଆଉ ରୁଚିଲାନି ମହାରାଜାଙ୍କୁ। କବିତାର ଦ୍ଵିତୀୟ ପଂକ୍ତି ରଚନା କଥା ବି ଭୁଲିଗଲେ ସେ। ଘଣ୍ଟା ବଜେଇ ପରିଚାରକକୁ ଡାକିଲେ। ପଚାରିଲେ, ଲାଲସାହେବ ଦୁଃଶାସନ ସିଂହ କେତେବେଳୁ ଆସିଲେଣି?

-ବହୁ ସମୟ ହେଲା ଆସିଲେଣି ମହାରାଜ। ପ୍ରାୟ ଏଗାରଟା ବେଳୁ ସେ ଆସି ଅଭ୍ୟର୍ଥନା କକ୍ଷରେ ଅପେକ୍ଷା କରିଛନ୍ତି। ବାରମ୍ବାର ଆମକୁ ପଚାରୁଛନ୍ତି ଆପଣ ଶଯ୍ଯାତ୍ୟାଗ କଲେଣି କି ନା।

-ହଉ ତଙ୍କୁ ମନ୍ତ୍ରଣା କକ୍ଷକୁ ଆସିବାକୁ କୁହ।

ଅଭ୍ୟର୍ଥନା କକ୍ଷରେ ଅସ୍ଥିର ଭାବରେ ପଦଚାରଣା କରୁଥିଲେ ଲାଲସାହେବ ଦୁଃଶାସନ ସିଂହ। ସକାଳ ଦଶଟା ବେଳକୁ ପର୍ଶୁରାମ ମଢୁ଼ଆଳ ଖବରେ ପଠେଇ ଦେଇଥିଲେ: କାର୍ଯ୍ଯ ହୋଇଯାଇଛି। ଅର୍ଥାତ୍ ଡ.ରାୟଙ୍କୁ ପିତାଶୁଣି ଦୁର୍ଗରେ ନେଇ ରଖାଯାଇଛି। ଏବେ ମହାରାଜାଙ୍କ ସହ କଥାବାର୍ତ୍ତା କରି ବୈଜ୍ଞାନିକଟାର କିଛି ବ୍ୟବସ୍ଥା କରିବାକୁ ପଡି଼ବ। ନଚେତ ୫୦ ଲକ୍ଷ ସ୍ଵର୍ଣ୍ଣମୁଦ୍ରା ବାଏଁ ବାଏଁ ହାତରୁ ଖସିଯିବ। ସାବଧାନରେ, ଖୁବ ସାବଧାନରେ ବିଷୟଟିକୁ ଉପସ୍ଥାପନ କରିବାକୁ ପଡି଼ବ। ମହାରାଜ ଖୁବ୍ ଚାଲାକ। ଏଥିରେ ତାଙ୍କର ସ୍ଵାର୍ଥ ଥିବାର ସାମାନ୍ୟତମ ସୁରାକ ପାଇଲେ ମହାରାଜା ଅଡି଼ ବସି ପାରନ୍ତି।

ଏଗାରଟା ବେଳକୁ ଏଠି ଆସି ପହଞ୍ଚିଛନ୍ତି ଲାଲସାହେବ ଦୁଃଶାସନ ସିଂହ। ଏବେ ସାଢେ଼ ବାରଟା ବାଜିବାକୁ ବସିଲାଣି। ଚାରିଥର ପରିଚାରକକୁ ପଚାରି ସାରିଲେଣି ସେ। ସବୁଥର ସମାନ ଉତ୍ତର: ମହାରାଜା ଶଯ୍ଯାତ୍ୟାଗ କରି ନାହାନ୍ତି, ଦୟା କରି ଅପେକ୍ଷା କରନ୍ତୁ...।

ଅପେକ୍ଷା - ଅପେକ୍ଷା...କେତେ ସ୍ମୟ ଆଉ ଅପେକ୍ଷା କରିବେ ସେ। ତାଙ୍କ ହାତରେ ସମୟ ଯେ ବହୁତ କମ୍। ଖୁବ୍ ଶୀଘ୍ର ଜଳବିଦ୍ୟୁତ୍ ଯୋଜନା ଆରମ୍ଭର ଔପଚାରିକତା ପୂରଣ ନହେଲେ...ଓଃ - ଭାବିଲା ବେଳକୁ କପାଳରେ ସ୍ଵେଦବିନ୍ଦୁ ଉକୁଟି ଉଠୁଛି।

ନିଜ ଚିନ୍ତାରେ ଏତେ ଦୂର ବୁଡି଼ ରହିଥିଲେ ଲାଲସାହେବ ଦୁଃଶାସନ ସିଂହ ଯେ ପରିଚାରକଟି ଯେ କକ୍ଷ ମଧ୍ୟକୁ ପ୍ରବେଶ କରିଛି ତା' ମଧ୍ୟ ସେ ଲକ୍ଷ୍ୟ କରି ନଥିଲେ।-ମହାରାଜା ଆପଣଙ୍କୁ ମନ୍ତ୍ରଣା କକ୍ଷକୁ ଡକେଇଛନ୍ତି। ମହାରାଜଙ୍କ ମନ୍ତ୍ରଣା କକ୍ଷଟି ଆୟତନରେ ଛୋଟ। ଏହାର କାନ୍ତ ଓ କବାଟ ଏପରି ଭାବେ ବନ୍ଦ ଯେ ବାହାରୁ ଯେତେ ଚେଷ୍ଟା କଲେ ବି କକ୍ଷ ଭିତରର କଥାବାର୍ତ୍ତା ଶୁଭିବ ନାହିଁ। କକ୍ଷ ଭିତରେ ଆରାମଦାୟକ କେତୋଟି କୁର୍ସୀ। ଗୋଟେ କୋଣକୁ ଗୋତେ ୱ୍ଆଇନ୍ ସେଲର୍: ମଦ୍ୟ ବୋତଲ ମାନ ରଖିବା ପାଇଁ ବିଶେଷ ଭାବେ ନିର୍ମିତ ଆଲମାରି। ତା' ତଳ ଥାକରେ କାଗଜ, କଲମ, ଗୋଟେ ଟେଲିଫୋନ୍। କକ୍ଷରେ ସ୍ତୀମିତ ଆଲୋକ।

ଲାଲସାହେବ ଦୁଃଶାସନ ସିଂହ କକ୍ଷ ଭିତରକୁ ପ୍ରବେଶ କରି ପ୍ରଥମେ କିଛି ସମୟ କିଛି ଦେଖି ପାରିଲେନି। ବାହାରର ଆଲୋକିତ ପରିବେଶରୁ ପ୍ରାୟାନ୍ଧକାର ଏ କକ୍ଷକୁ ପ୍ରବେଶ କରି ଜଳକା ହୋଇଯାଇଥିଲେ ସେ। କ୍ରମଶଃ ଅନ୍ଧାରରେ ଆଖି ସହିଯିବା ପରେ ସେ ଦେଖିଲେ ଗୋଟେ କୁର୍ସୀରେ ଗୋଟେ ଗୋଡ଼ ଉପରେ ଆଉ ଗୋଟେ ଗୋଡ଼ ପକେଇ ବସିଛନ୍ତି ମହାରାଜା।

ଲାଲସାହେବ ଆଭୂମ ନତ ହୋଇ ଅଭିବାଦନ ଜଣାଇ କହିଲେ, ଏକ ବିଶେଷ ପ୍ରୟୋଜନରେ ଛାମୁଙ୍କୁ ଏ ସମୟରେ ବିରକ୍ତ କଲି। ଅପରାଧ ମାର୍ଜନା କରିବେ।

ମହାରାଜା ଇଙ୍ଗିତରେ ତାଙ୍କୁ ଉପବେଶନ କରିବା ପାଇଁ ନିର୍ଦ୍ଦେଶ ଦେଇ କହିଲେ, ବିଶେଷ ପ୍ରୟୋଜନଟା ଅବିଳମ୍ବେ କୁହ, ଲାଲସାହେବ।

-ମହାରାଜ, ଆମ ରାଜ୍ୟର ଜନୈକ ଯୁବ ବୈଜ୍ଞନିକ ଏକ ଅଦ୍ଭୂତ ଯନ୍ତ୍ର ଉଦ୍ଭାବନ କରିଛନ୍ତି।

-ଅଦ୍ଭୂତ ଯନ୍ତ୍ର? -ହଁ ମହାରାଜ। ସେ ଯନ୍ତ୍ର ସାହାଯ୍ୟରେ ଶବ୍ଦ ତରଙ୍ଗରୁ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରି ହେଉଛି। -ଶବ୍ଦ ତରଙ୍ଗରୁ ଦ୍ୟୁତ୍ ଶକ୍ତି? ଏହା କିପରି ସମ୍ଭବ? -ତାହା ହିଁ ସମ୍ଭବ ହୋଇଛି ଏ ଯନ୍ତ୍ର ବଳରେ। ଆମ କଥାବାର୍ତ୍ତାରେ ଯେତିକି ଶବ୍ଦ ହେଉଛି, ତା' ସାହାଯ୍ୟରେ ବିଦ୍ୟୁତ୍ ଶକ୍ତି ଉତ୍ପାଦିତ ହୋଇ ଏ କକ୍ଷ ଆଲୋକିତ ହୋଇପାରିବ। -ସତରେ? ବାଃ - ଅତି ସୁନ୍ଦର! କିଏ ସେ ବୈଜ୍ଞାନିକ? -ତାଙ୍କ ନାଁ ବିପ୍ଳବ ରାୟ। କିନ୍ତୁ ମହାରାଜ, ଏ ଉଦ୍ଭାବନକୁ ଅତି ସୁନ୍ଦର ବୋଲି କହିବା ପୂର୍ର୍ବରୁ ଏହାର ପ୍ରଭାବ, ପ୍ରତିକ୍ରିୟା ଓ ଭବିଷ୍ୟତ ସମ୍ପର୍କରେ ଚିନ୍ତା କରିଛନ୍ତି? -ମାନେ? ମହାରାଜା ଟିକେ ବିସ୍ମିତ କଣ୍ଠରେ ପ୍ରଶ୍ନ କଲେ। -ମାନେଟା ସରଳ ମହାରାଜ। ଏ ଯନ୍ତ୍ରର ବହୁଳ ବ୍ୟବହାର ହେଲେ କଣ ହେବ ଚିନ୍ତା କରିଛନ୍ତି? -କଣ ହେବ? ଦ୍ରୁତ ଚିନ୍ତା କରିବାକୁ ଲାଗିଲେ ମହାରାଜା ବିକ୍ରମ ସିଂହ। ଏକା ସାଙ୍ଗରେ ତିନୋଟି କଥା ଚିନ୍ତା କରିବାକୁ ଲାଗିଲେ ସେ। ପ୍ରଥମ: ଏ ଭଳି ଏକ ଯନ୍ତ୍ର ଉଦ୍ଭାବନର ଖବରଟା ପ୍ରାଥମେ ଶକ୍ତି ମନ୍ତ୍ରୀଙ୍କ ପାଖରେ ପହଞ୍ଚିଲା କେମିତି? ଦ୍ଵିତୀୟ: ଏ ଯନ୍ତ୍ରର ବହୁଳ ବ୍ୟବହାର ହେଲେ କଣ ହେବ? ଏବ ତୃତୀୟ, ଶକ୍ତିମନ୍ତ୍ରୀଙ୍କ ହଠାତ୍ ଆଗମନର ଅସଲ ଉଦ୍ଦେଶ୍ୟଟା କଣ?...କଣ ହେବ? ମହାରାଜା ଆଉ ଥରେ ପ୍ରଶ୍ନଟିକୁ ଦୋହରାଇଲେ। -କଣ ହେବ ତାହା ଆପଣ ନିଜେ ବିଚାର କରିବେ ମହାରାଜ। ମୁଁ କେବଳ ସମ୍ଭାବନା ଓ ଆଶଙ୍କା ଗୁଡି଼କୁ ଆପଣଙ୍କ ଆଗରେ ଉପସ୍ଥାପନ କରୁଛି। କେଇ ମୁହୂର୍ତ୍ତ ନିରବ ରହି ଲାଲ ସାହେବ ଦୁଃଶାସନ ସିଂହ କହିବାକୁ ଆରମ୍ଭ କଲେ - ମହାରାଜ, ମୁଁ ଏ ଯନ୍ତ୍ର ବିଷୟରେ ଯେତିକି ଜାଣିଛି, ଏହା ଦ୍ଵାରା ଖୁବ୍ ସହଜରେ ଏବଂ ଅତି କମ୍ ମୂଲ୍ୟରେ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରି ହେବ। କାରଣ ଏଥି ପାଇଁ ଆବଶ୍ୟକ କେବଳ ମଣିଷର କଣ୍ଠସ୍ଵର। ଯେହେତୁ ଯନ୍ତ୍ରଟି ଆକାରରେ ଛୋଟ ଏବଂ କମ୍ ବ୍ୟୟସାପେକ୍ଷ, ଯେ କ୍ଔଣସି ଲୋକ ଏହାକୁ ଘରେ ରଖିପାରିବ ଓ ସୁବିଧାରେ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରିପାରିବ। ଅର୍ଥାତ୍ ଘରୋଇ ବ୍ୟବହାର ପାଇଁ ବିଧୁତ୍ ନିମନ୍ତେ ତାକୁ ଆଉ ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରିବାକୁ ପଡି଼ବ ନାହିଁ। ବର୍ତ୍ତମାନ ଏ ଯନ୍ତ୍ରଟି ଏକଦମ୍ ପ୍ରାଥମିକ ଅବସ୍ଥାରେ ରହିଛି, ଏହାକୁ ଆହୁରି ଉନ୍ନତ କଲେ ଏଥିରୁ ଯେତେ ପରିମାଣ ବିଦ୍ୟୁତ୍ ଶକ୍ତି ଉତ୍ପାଦିତ ହେବ, ତହା ଦ୍ଵାରା କଳ କାରଖାନା ମଧ୍ୟ ଚାଲି ପାରିବ। ବର୍ତ୍ତମାନ ଏ ଯନ୍ତ୍ରରେ ଷ୍ଟୋରେଜ୍ ସୁବିଧା ବିଶେଷ ନାହିଁ। ଅର୍ଥାତ୍ ଶବ୍ଦ ଶକ୍ତିକୁ ମେସିନ୍ ଭିତରେ ଠୁଳ କରି ରଖିବାର ସୁବିଧା ବେଶି ନାହିଁ। ଥରେ ତାହା ହୋଇଗଲେ, ଯେ କ୍ଔଅନସି ସଭା ସମିତି ପାଖରେ ଏ ମେସିନ୍ ବସାଇ ସେଥିରୁ ଶବ୍ଦ ଶକ୍ତି ସଂଗ୍ରହ କରି ପରେ ନିଜ ସୁବିଧା ଓ ଆବଶ୍ୟକତା ଅନୁସାରେ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରି ହେବ। ସୁତରାଂ ମହାରାଜ, ରାଷ୍ଟ୍ରଶକ୍ତିର ବିନା ସାହାଯ୍ୟରେ ସାଧାରଣ ଲୋକ ମାନେ ଶକ୍ତି ଓ ଉନ୍ଧନ ପାଇବାରେ କ୍ଔଣସି ଅସୁବିଧା ରହିବ ନାହିଁ।

-ଏ ସବୁ ତ' ଖୁବ୍ ଭଲ କଥ୍... -ହଁ ମହାରାଜ। ଖୁବ ଭଲ କଥା। କିନ୍ତୁ ଏଥିରେ ଗୋଟିଏ ସମସ୍ୟା ରହିଛି। -ସମସ୍ୟା ପୁଣି କଣ? -ଏ ଯନ୍ତ୍ର ବ୍ୟବହାର ଯେତେ ବଢି଼ବ...ଶକ୍ତି ମନ୍ତ୍ରୀ ମୁହୂର୍ତ୍ତେ ନିରବ ହୋଇଗଲେ। କକ୍ଷରେ ସମ୍ପୂର୍ଣ୍ଣ ନିରବତା ବିରାଜ କରୁଥିଲ୍। ଏଭଳି ନିଶ୍ଚ୍ଛିଦ୍ର ନିରବତା କାନ୍ଥ ଘଣ୍ଟାର ଟିକ୍ ଟିକ୍ ଶବ୍ଦ ହାତୁଡି଼ ପରି ଜୋର୍ ଶୁଭୁଥିଲା। ...ଆପଣଙ୍କ ଶକ୍ତି ସେତେ କମିବ।

ଲାଲସାହେବଙ୍କ ଶେଷ କଥା ପଦକ ଯେମିତି ଚାବୁକ ହୋଇ ବାଜିଲା ମହାରାଜାଙ୍କ ଦେହରେ। ଏତେବେଳେ ଯାଏଁ ଆରାମଦାୟକ କୁର୍ସୀରେ ଦେହ ଢା଼ଳି ବସିଥିଲେ ସେ। ଏବେ ସେ ମେରୁଦଣ୍ଡ ସିଧା କରି ବସିଲେ। ଆବଚ୍ଛା ଆଲୁଅରେ ମହାରାଜାଙ୍କ ମୁହଁଟା ଭଲ ଦିଶୁ ନଥିଲ୍। ନହେଲେ ଲାଲସାହେବ ଦେଖିଥାନ୍ତେ ମହାରାଜାଙ୍କ ମୁହଁଟା ଏଇ କେଇ ମୁହୂର୍ତ୍ତରେ ଟକଟକ୍ ଲାଲ ହୋଇ ଉଠିଛି। -ଶକ୍ତି କମିବ? କାହିଁକି? କେମିତି? -ମହାରାଜ, ଶକ୍ତିର ଉତ୍ସ ଯା' ହାତରେ ସେ ହିଁ ବଳବାନ। ବିଦ୍ୟୁତ୍ ଶକ୍ତି ରାଷ୍ଟ୍ରର କରାୟତ୍ତ। ତେଣୁ ରାଷ୍ଟ୍ର ବଳବାନ୍। ଆପଣ ବଳବାନ୍। ଶକ୍ତିର ଲଗାମ ହାତରୁ ଖସିଗଲେ କ୍ଷମତାର ଘୋଡା଼ଗୁଡା଼କ ହୁଗୁଳା ହୋଇ ପଳେଇବେ। ଲୋକେ ଯଦି ଶକ୍ତି ପାଇଗଲେ ତେବେ ସେମନେ ଆଉ ଆପଣଙ୍କୁ ପଚାରିବେ? ଅପଣଙ୍କ ହାତରେ ଶକ୍ତି ଅଛି ବୋଲି ଲୋକେ ଆପଣଙ୍କୁ ଭୟ କରନ୍ତି। କାରଣ, ଆପଣ ସେ ଶକ୍ତି ସାହାଯ୍ଯରେ ବା ସେଥିରୁ ବଞ୍ଚିତ କରି ସେମାନଙ୍କର କ୍ଷତି କରିପାରିବେ। ଶକ୍ତି ନଥିଲେ ଆପଣ କ'ଣ? ଜଣେ ନିହାତି ସାଧାରଣ ମଣିଷଟିଏ। ବିଷ ନଥିଲେ ଗୋଖର ବି ଧଣ୍ଡ ପର୍ଯ୍ଯାୟକୁ ଚାଲି ଆସେ ମହାରାଜ। ଏ ଯନ୍ତ୍ର ସାଧାରଣ ଲୋକମାନଙ୍କ ହାତରେ ଶକ୍ତି ଦେଇଦେବ। ସେମାନେ ଆଉ ସେତେବେଳେ ଆପଣଙ୍କ ମୁଖାପେକ୍ଷୀ ହୋଇ ରହିବେ? ଚାଷବାଷଠୁଁ ଆରମ୍ଭ କରି କଳ କାରଖାନା ଚଳେଇବା ଯାଏଁଁ - ସବୁ କାମ ଯଦି ସେମାନେ ଆପଣଙ୍କ ବିନା ସାହାଯ୍ଯରେ, ବିନା ଅନୁମତିରେ କରିପାରିବେ - ତେବେ ସେମାନେ ଆପଣଙ୍କ ମୁଖାପେକ୍ଷୀ ହୋଇ ରହିବେ କାହିଁକି? -ହଁ। ମହାରାଜ ଚିନ୍ତାମଗ୍ନ ଭାବେ କେବଳ ଏତିକି ଉଚ୍ଚାରଣ କଲେ। ଲାଲସାହେବଙ୍କ କଥା ଗୁଡି଼କ ପ୍ରଣିଧାନଯୋଗ୍ୟ। -କଥାଟା ଭଲ କରି ଭାବି ଦେଖନ୍ତୁ ମହାରାଜ। ରାଜ ପରିବାରର ଜଣେ ସଦସ୍ୟ ଭାବରେ କହୁଛି, ଏ ଯନ୍ତ୍ରର ବହୁଳ ପ୍ରଚଳନ ରାଜ ପରିବାରର ଅସ୍ତିତ୍ଵକୁ ଏକ ସଙ୍କଟ ଭିତର୍କୁ ଠେଲିଦେବ। ଶକ୍ତିହୀନ ରାଜା କ୍ଳୀବ ଜୀବଠୁଁ ବି ହୀନ। ଶକ୍ତି ନଥିଲେ ରାଜା ଶାସନ କରିବ କେମିତି? ରାଜା ସାଧାରଣ ଜନତାଠୁଁ ଉପରେ ଅଛନ୍ତି କେବଳ ଶକ୍ତି ବଳରେ। ଶକ୍ତି ଚାଲିଗଲେ ଆପଣ ଏବଂ ରାଜ ପରିବାରର ସମସ୍ତ ସଭ୍ୟ ତଳକୁ ଖସିଯିବେ ମହାରାଜ। ଉପରୁ ହଠାତ୍ ତଳକୁ ଖସିବା ବଡ଼ ଯନ୍ତ୍ରଣାଦାୟକ। ଯେଉଁମାନେ ଆପଣଙ୍କୁ ପ୍ରଭୁ ବୋଲି କହି ପାଦ ତଳେ ମୁଣ୍ଡିଆ ମାରୁଥିଲେ, ସେମାନଙ୍କ ଉଦ୍ଧତ ଚାହାଣୀ ଓ ବ୍ୟବହାର ଆପଣ ସହ୍ୟ କରି ପାରିବେ ତ'?... -ଏ ଯନ୍ତ୍ର ଉଦ୍ଭାବନ କଥା କ'ଣ ସାଧାରଣରେ ପ୍ରଚାର ହୋଇଗଲାଣି? ମହାରାଜା ହଠାତ୍ ପ୍ରଶ୍ନ କଲେ। -ନା, ଏ ପର୍ଯ୍ୟନ୍ତ ହୋଇ ନାହିଁ। -ଏ ଯନ୍ତ୍ରର ଉଦ୍ଭାବକ ବୈଜ୍ଞାନିକ ଏବେ କେଉଁଠି? -ତାଙ୍କୁ ମୁଁ ଜନସାଧାରଣଙ୍କଠୁଁ ଦୂରରେ ନଜରବନ୍ଦୀ କରି ରଖିଛି ମହାରାଜ। ପିତାଶୁଣି ଦୁର୍ଗରେ। ତାଙ୍କୁ ଅବଶ୍ୟ କୁହାଯାଇଛି ଯେ ତାଙ୍କରି ସୁରକ୍ଷା ପାଇଁ ଏଭଳି ଅଜ୍ଞାତବାସରେ ରଖାଯାଇଛି। -ହୁଁ। ଉତ୍ତମ।

ମହାରାଜା କିଛି ସମୟ ନିରବ ହୋଇ ଚିନ୍ତା କରିବାକୁ ଲାଗିଲେ। ଲାଲସାହେବ ମଧ୍ୟ ନିରବ ମାଛ ଥୋପ ଗିଳିଛି ବୋଲି ମନେ ହେଉଛି। କିନ୍ତୁ ତଥାପି କହି ହେବନି। ଏ ବଡ଼ ଚାଲାକ୍ ମାଛ ଚଟ୍ କରି ଥୋପ ଛାଡି଼ ଖସି ଯାଇ ପାରେ। କକ୍ଷରେ ପୁଣି ନିଶ୍ଛିଦ୍ର ନିରବତା ବିସ୍ତାରି ଗଲା। କାନ୍ଥ ଘଣ୍ଟାର ଟିକ୍ ଟିକ୍ ଶବ୍ଦଟା ଏତେ ସମୟ ଧରି ଯେମିତି ଏଇ ନିରବତାର ପ୍ରତୀକ୍ଷା କରୁଥିଲା। ପୁଣି ଶୁଭିଲା ଟିକ୍, ଟିକ୍, ଟିକ୍ ଟିକ୍। -ଲାଲ ସାହେବ, ମହାରାଜା ନିରବତା ଭଙ୍ଗ କରି କହିଲେ, ସେ ବୈଜ୍ଞାନିକଙ୍କୁ ଅବିଳମ୍ବେ ମୋ' ପାଖକୁ ନେଇ ଆସ। ମୁଁ ତାଙ୍କ ସହିତ ନିଜେ କଥା ହେବାକୁ ଚାହେଁ। -ଯାହା ମହାରାଜାଙ୍କ ଆଦେଶ। କିନ୍ତୁ ମହାରାଜା ମୋ କଥାଟା ଥରେ ଭାବି ଦେଖିବେ, ଶକ୍ତିହୀନ ରାଜା... -ମୁଁ ତମ କଥା ଶୁଣି ସାରିଲିଣି ଲାଲସାହେବ। ତମ କଥା ନିଶ୍ଚିତ ଭାବେ ପ୍ରଣିଧାନଯୋଗ୍ୟ। ...ଏବେ ଯାଅ। ସେ ବୈଜ୍ଞାନିକଙ୍କୁ ସସମ୍ମାନେ ମୋ' ପାଖକୁ ନେଇ ଆସ। ତୁରନ୍ତ। ...ଆଉ ଏ ଯନ୍ତ୍ର ଉଦ୍ଭାବନ କଥାକୁ ଗୋପନ ରଖିବ। ବର୍ତ୍ତମାନ ସୁଦ୍ଧା ଏ ଖବର କିଏ କିଏ ଜାଣିଛନ୍ତି? -ମୋର ଯେତେ ଦୂର ବିଶ୍ଵାସ କେବଳ ମୁଁ ଆଉ ଆପଣଙ୍କ ବ୍ୟକ୍ତିଗତ ସହକାରୀ ପ୍ରିୟନାଥ ପତିଙ୍କ ଛଡା ଆଉ କେହି ଜାଣି ନାହାନ୍ତି। ଡ.ରାୟଙ୍କ ବିଶ୍ଵସ୍ତ ସହକାରୀମାନେ ବି ଏ ଖବର ଜାଣି ନାହାନ୍ତି। -ହଉ, ତୁମେ ଏବେ ଯାଅ।

ଲାଲ ସାହେବ କୁର୍ସୀ ଛାଡି଼ ଉଥିଲେ, ମହାରାଜାଙ୍କୁ ପୁଣି ଆଭୂମ ନତ ହୋଇ ଅଭିବାଦନ କଲେ ଓ କକ୍ଷ ବାହାରକୁ ଚାଲିଗଲେ।

କକ୍ଷ ବାହାରକୁ ପାଦ ଦେଲାପରେ ଲାଲସାହେବଙ୍କ ମନରେ ତଥାପି ଆଶଙ୍କା ରହିଗଲା - ମାଛ ଥୋପ ଗିଳିବ ନା' ନାହିଁ।

ଲାଲ ସାହେବ କକ୍ଷରୁ ନିଷ୍କ୍ରାନ୍ତ ହେବାର କିଛି ସମୟ ପରେ ମହାରାଜା ତାଙ୍କର ବିଶ୍ଵସ୍ତ ପରିଚାରକ ହାତରେ ତାଙ୍କର ବିଶ୍ଵସ୍ତତମ ଗୁପ୍ତ ଘାତକକୁ ଡକାଇ ପଠାଇଲେ।

ଗୁପ୍ତ ଘାତକ ଅଭିବାଦନ ଜଣାଇ ସାମ୍ନାରେ ଠିଆ ହେବା ମାତ୍ରେ ମହାରାଜା କହିଲେ: ଆଜି ରାତି ସୁଦ୍ଧା ଦୁଇ ଜଣ ଲୋକ ଏ ଦୁନିଆରୁ 'ନାହିଁ' ହୋଇଯିବା ଦରକାର। ଜଣେ ହେଲେ ମୋର ବ୍ୟକ୍ତିଗତ ସହକାରୀ ପ୍ରିୟନାଥ ପତି। ଅନ୍ୟ ଜଣେ ହେଲେ ଲାଲସାହେବ ଦୁଃଶାସନ ସିଂହ। ବ୍ୟାପାରଟା ଯେମିତ୍ ଦୁର୍ଘଟଣା ପରି ଦିଶେ। -ତାହା ହିଁ ହେବ ମହାରାଜ।

ଆଉ ଶବ୍ଦଟିଏ ବି ଅଧିକ ନକହି ଗୁପ୍ତ ଘାତକ ଅଭିବାଦନ କରି ଚାଲିଗଲା। ଘାତକର କାମ ହତ୍ୟା କରିବା। କାରଣ ପଚାରିବା ତା' କାମ ନୁହଁ।

ଗୁପ୍ତ ଘାତକ ଚାଲିଗଲା ପରେ ନିସ୍ତବ୍ଧ ମନ୍ତ୍ରଆ କକ୍ଷରେ ମହାରାଜା ଏକାକୀ ବସି ଚିନ୍ତା କରିବାକୁ ଲାଗିଲେ। ଲାଲ ସାହେବଙ୍କ କଥା ଗୁଡି଼କ ବାରମ୍ବାର ତାଙ୍କ ମନରେ ପ୍ରତିଧ୍ଵନି ସୃଷ୍ଟି କରୁଥିଲା ଶକ୍ତି ହୀନ ରାଜା କ୍ଳୀବ ଜୀବଠୁଁ ଅଧମ। ..ଶକ୍ତି ହିଁ ରାଜା ହେବାର ପୂର୍ବ ସର୍ତ।...

||୧୦||

ସେଇ ରାତିରେ ଦୁଇଟି ଅପମୃତ୍ୟୁ ଘଟିଲା। ଅଭ୍ୟାସ ବଶତଃ ପ୍ରଚୁର ମଦ୍ୟପାନ କରି ସ୍ନାନାଗାରର ବିଶାଳ ବାଥଟବରେ ଗାଧୋଇ ଗାଧୋଇ, ଅଚେତନ ହୋଇ ପଡି଼ବା ଫଳରେ ଜଳମଗ୍ନ ହୋଇ ଲାଲ ସାହେବ ଦୁଃଶାସନ ସିଂହଙ୍କର ମୃତ୍ୟୁ ହେଲା। ଆଉ ନିଦ୍ରିତ ଅବସ୍ଥାରେ ସର୍ପ ଦଂଶନରେ ପ୍ରାଣ ହରେଇଲେ ମହାରାଜାଙ୍କ ବ୍ୟକ୍ତିଗତ ସଚିବ ପ୍ରିୟନାଥ ପତି।

ଏ ଦୁଇଜଣଙ୍କ ମୃତ୍ୟୁରେ ମହାରାଜ ଗଭୀର ଶୋକ ପ୍ରକାଶ କଲେ। ସାରା ରାଜ୍ୟରେ ତିନି ଦିନ ରାଷ୍ଟ୍ରୀୟ ଶୋକ ପାଳନର ଆଦେଶ ଦେଲେ।

||୧୧||

ସ୍ନାନାହାର ସାରି ବିଶ୍ରାମ ନେଉଥିଲେ ଡ.ବିପ୍ଳବ ରାୟ। ଦ୍ଵାରରେ ମୃଦୁ କରାଘାତର ଶବ୍ଦ।

ସକାଳେ ପର୍ଶୁରାମ ମଢୁ଼ଆଳ ତାଙ୍କୁ ଏ ଦୁର୍ଗରେ ଆଣି ପହଞ୍ଚାଇ ଦେଇ ଉଭାନ ହୋଇଗଲେ। ଗତକାଲି ରାତି ସାରା ଉଜାଗର ରହି ଇଆଡେ଼ ସିଆଡେ଼ ବୁଲିଛନ୍ତି ଡ.ରାୟ କ୍ଳାନ୍ତି ଛାଡି଼ନି। ତେଣୁ ସେ ଏ ଘଟଣାର ଆକସ୍ମିକତାରେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ମଧ୍ୟ ଏହାକୁ ନେଇ ଅଧିକ ଚିନ୍ତା କଲେ ନାହିଁ। ଚିନ୍ତା କରିବାର ସୁଯୋଗ ବି ପାଇଲେ ନାହିଁ। ମଢୁ଼ଆଳ ଗଲା ପରେ ପରେ ଦୁଇ ଜଣ ସୁନ୍ଦରୀ ପରିଚାରିକା ଯେମିତି ଆକାଶରୁ ଓହ୍ଲେଇ ଆସିଲେ। ସେମାନେ ତାଙ୍କୁ କ'ଣ ଆବଶ୍ୟକ ବୋଲି ପଚାରିଲେ। ତାଙ୍କର ଯାହା କିଛ୍ ଆବଶ୍ୟକ ସବୁ ସେଠାରେ ଯୋଗାଇ ଦିଆଯିବ ଏବଂ ତାଙ୍କର ସେବା କରିପାରିଲେ ସେମାନେ ଧନ୍ୟ ହୋଇଯିବେ ବୋଲି କହିଲେ। ଡ.ରାୟଙ୍କୁ ଭାରି ଖୁସି ଲାଗିଲା। ତାଙ୍କ ଜୀବନରେ ଏଭଳି ଘଟଣ କେବେ ଘଟିନି। ସେ କହିଲେ, ଟିକେ ସୋରିଷ ତେଲ ମିଳିବ? ଆଜି ତା' ହେଲେ ତେଲ ମାଖି ଗାଧାନ୍ତି। ପରିଚାରିକା ଦୁଇଜଣ ହତଭମ୍ବ ହୋଇ ପରସ୍ପରର ମୁହଁ ଚୁହାଁଚୁହିଁ ହେଲେ ଏବଂ ଶେଷକୁ ମୃଦୁ ହସି ହଁ ଭରିଲେ। ଆଃ - ବଡ଼ ଆନନ୍ଦରେ ବହୁ ସମୟ ଧରି ତେଲ ମାଖି ହୋଇ ଡ.ରାୟ ସ୍ନାନ କଲେ। ତେଲ ମାଖୁଥିବା ବେଳେ ତାଙ୍କର ମା' କଥା ମନେ ପଡୁ଼ଥିଲା। ତରକାରି କରିବା ପୈଁ ଯେଉଁଠି ତେଲ ଅଭାବ, ମାଖିବା ପାଇଁ ଆସିବ କେଉଁଥୁ? କିନ୍ତୁ ତଥାପି ମା' ଶୀତ ଦିନେ ଟୋପାଏ, ଦି' ଟୋପା ତେଲ ତାଙ୍କ ଦେଖରେ ଘସି ଦଉଥିଲା। ତେଲ ଏଇ ଏତିକି ଟିକିଏ - କିନ୍ତୁ ଘସାଟା ବହୁତ ସମୟ। ମା' ହାତର ସେ ସ୍ପର୍ଶ ଡ.ରାୟଙ୍କର ଏବେ ବି ମନେ ଅଛି। ଗାଧୋଇଲା ବେଳେ ମା' କଥା ମନେ ପଡି଼ ଲୁହ ଜକେଇ ଆସିଥିଲା ଡ.ରାୟଙ୍କ ଆଖିରେ। ସାୱ୍ଆରର ଘର ପାଣିରେ ଧୋଇଗଲା।

ଗାଧୋଇ ସାରିଲା ପରେ ପହଞ୍ଚିଗଲା ଦିବ୍ୟ ଭୋଜନ। କ୍ଷୁଧାର୍ତ୍ତ ବି ଥିଲେ ଡ.ରାୟ। ବିନା ଦ୍ଵିଧାରେ ଆକଣ୍ଠ ଖାଇଦେଲେ।

ଭୋଜନ ପରେ ଆରାମ ଚେୟାରରେ ଅଳସ ଭାବରେ ବସିଲେ ସେ। ଦ୍ଵିପ୍ରହରେ ନିଦ୍ରାର ଅଭ୍ୟାସ ତାଙ୍କର ନାହିଁ। ଆଜି କିନ୍ତୁ ତନ୍ଦ୍ରାରେ ତାଙ୍କ ଆଖିପତା ବୁଜି ଆସୁଥାଏ। ନିଜର ହାଲକା ଆମେଜ୍ ଦେହ ଉପରେ ବିସ୍ତାରି ଯାଉଥାଏ - ଏଇ ସମୟରେ ଦ୍ଵାରରେ କରାଘାତ। -କିଏ? -ଆଜ୍ଞା ମୁଁ ପରିଚାରକ। ଜରୁରୀ ସମ୍ବାଦ ଅଛି। -କ'ଣ? କବାଟ ଖୋଲିଲେ ଡ.ରାୟ। ତନ୍ଦ୍ରାର ଆମେଜ୍ କଟି ଯାଇଥିଲା। -ମହାରାଜ ଆପଣଙ୍କୁ ସାକ୍ଷାତ ପାଇଁ ଡାକିଛନ୍ତି। ଅବିଳମ୍ବେ। ଏଇକ୍ଷଣି। -ଆଚ୍ଛା? ଖୁସି ହୋଇଗଲେ ଡ.ରାୟ। ତୁମେ ଅପେକ୍ଷା କର। ମୁଁ ତୁରନ୍ତ ପୋଷାକ ପରିବର୍ତ୍ତନ କରି ଆସୁଛି।

ଜୀବନ ଏକ ଅଦ୍ଭୂତ କଳ। କିଛି ଘଟୁନଥିବ ତ' ଘଟୁ ନଥିବ - ଔ ଘତିବ ଯଦି ଏତେ ଦ୍ରୁତ ଘଟଣା ପରେ ଘଟଣା ଘଟିଯିବ ଯେ ତା'ର ତାଳ ଲୟ ରଖିବା କଷ୍ଟ। ମହାରାଜାଙ୍କ ମନ୍ତ୍ରଣା କକ୍ଷର ସ୍ଵଳ୍ପାଲୋକିତ ପରିବେଶରେ ଏକ ଗଦିମୋଡା଼ ଆରାମଦାୟକ କୁର୍ଶୀରେ ବସି ଭାବୁଥିଲେ ଡ.ରାୟ। ତିନି ଦିନ ତଳେ ସେ ଏଇ ସମୟରେ ଗବେଷଣାଗାରରେ କୁଚ୍ଛସାଧନାରେ ରତ ଥିଲେ। ଆଉ ଆଜି ଗବେଷଣାଲବ୍ଧ ଯନ୍ତ୍ରର ଅଧିକ ଉତ୍ପାଦନ ପାଇଁ ମହାରାଜାଙ୍କୁ ସାକ୍ଷାତ କରିବାକୁ ବସିଛନ୍ତି। ଦୀର୍ଘ ବର୍ଷର ଗବେଷଣା ଭିତରେ ଏମିତି ଅନେକ ମୁହୂର୍ତ୍ତ ଆସିଛି। ଯେତେବେଳେ ସେ ଭାବିଛନ୍ତି, ଏହା ସମ୍ଭବ ନୁହେଁ। ସେ ଏକ ସମ୍ଭବ କଳ୍ପନା ପଛରେ ଗୋଡ଼ଉଛନ୍ତି। କିନ୍ତୁ ପିଲା ବେଳରେ ସେଇ ଗୋଟିଏ ଦୃଶ୍ୟର ସ୍ମୃତି ତାଙ୍କୁ ଆଗେଇ ନେଇ ଯାଇଛି। ଗବେଷଣାରେ ଆହୁରି ମନୋନିବେଶ କରିବାକୁ ବାଧ୍ୟ କରିଛି। ଆଜି ସେ ସଫଳ। କିନ୍ତୁ ଏ ସଫଳତାକୁ ସାରା ରାଜ୍ୟର, ସାରା ବିଶ୍ଵର ଜନସାଧାରଣଙ୍କ ଭିତରେ ବାଣ୍ଟି ଦେଇ ପାରିଲେ ହିଁ ସେ ଶାନ୍ତି ପାଇବେ। ତାଙ୍କର ଲକ୍ଷ୍ୟ ପୂରଣ ହେବ। -ଡ.ରାୟ! ଏକ ମୋଟା କଣ୍ଠସ୍ଵର କକ୍ଷର ନିରବତା ଭଗ୍ନ କଲା।

କେଇ ମୁହୂର୍ତ୍ତ ପାଇଁ ଡ. ରାୟ କଣ କହିବେ ବା କରିବେ ଥିକ୍ କରି ନ ପାରି ବିହ୍ଵଳ ଭାବରେ କେବଳ ନିଜ ଆସନ ଛାଡି଼ ଠିଆ ହୋଇ ପଡି଼ଲେ। ମହାରଜା!

ପ୍ରୟ ଛ' ଫୁଟ ଡେଙ୍ଗା, ସମାନୁପାତିକ ହାରରେ ମୋଟା, ଘାଗଡା଼ଗଳା, ଲମ୍ବା କାନପଟି, ଯୁଆଳିଆ ମୁଛ, ସିଲ୍କର ଲମ୍ବା ଅଚକନ ଓ ଚୁସ୍ତ ପାଇଜାମା - ମହାରାଜାଙ୍କୁ ଆଗରୁ କେବେ ଏତେ ପାଖରୁ ଚାକ୍ଷୁସ ଦେଖି ନଥିଲେ ଡ.ରାୟ। ଖବରକାଗଜ ଏବଂ ତିଭିରେ ବହୁବାର ଅବଶ୍ୟ ମହାରାଜାଙ୍କ ଚିତ୍ର ଦେଖିଛନ୍ତି। ବିଶେଷ କରି ଟିଭିରେ ତ ଅର୍ଦ୍ଧାଧିକ ସମୟ ମହାରାଜାଙ୍କ ମୁହଁ ଆଉ ତାଙ୍କର ବିଭିନ୍ନ କାର୍ଯ୍ଯକ୍ରମର ବିସ୍ତୃତ ଏବଂ କ୍ଳାନ୍ତିକର ବିବରଣୀ। କିନ୍ତୁ ଛବିରେ ଦେଖିବା ଆଉ ସାମ୍ନାସାମ୍ନି ଦେଖିବା ଓ ଭେଟିବା ଭିତରେ ବହୁତ ଫରକ୍ ରହିଛ୍। -ବସନ୍ତୁ ଡ.ରାୟ। ମହାରାଜା କୁର୍ସୀ ଆଡ଼କୁ ଇଙ୍ଗିତ କଲେ ଏବଂ ନିଜେ ଗୋଟେ କୁର୍ଶୀରେ ଦେହ ଢାଳି ଦେଲେ। କିଛି ପିଇବେ? ୱ୍ଆଇନ୍ କିମ୍ବା ସ୍କଚ୍? -ନା' ମହାରାଜ। ଧନ୍ୟବାଦ। ମୁଁ ମଦ୍ୟପାନ କରେ ନାହିଁ। -ହଉ। ମହାରାଜ କୁର୍ସୀରେ ଲାଗିଥିବା ଏକ ବୋତାମ ଚିପିବାରୁ ବାହାରୁ ପରିଚାରକ ଆସି ବିନା ବାକ୍ୟବ୍ୟୟରେ ୱ୍ଆଇନ୍ ସେଲରରୁ ଗୋଟେ ବୋତଲ, ଗ୍ଲାସ୍, ବରଫଖଣ୍ଡ ଭର୍ତ୍ତି ର୍ଔପ୍ୟ ପାତ୍ର ଆଣି ମହାରାଜାଙ୍କ ପାଖରେ ଥୋଦେଲା। ଗୋଟିଏ ଗ୍ଲାସରେ ସୁରା ଢାଳି, ରୂପା ଚିମୁଟାରେ ଦୁଇଟି ବର୍ଗାକାର ବରଫ ଖଣ୍ଡ ପକେଇ ମହାରାଜାଙ୍କ ହାତକୁ ଟେକି ଦେଇ ସେ ନିରବରେ କକ୍ଷରୁ ବହାରିଗଲେ।

ମହାରାଜା ଗ୍ଲାସରେ ଏକ ଲମ୍ବା ଚୁମୁକ ଦେଇ ମୁହଁରେ ଏକ ଆରାମସୂଚକ ଅସ୍ଫୁଟ ଧ୍ଵନି ଉଚ୍ଚାରଣ କରି କହିଲେ - ଡ.ରାୟ ମୁଁ ଶୁଣିଲି ଅପଣ କ୍ଔଣସି ବିଶେଷ ଉଦ୍ଭାବନ ସମ୍ପର୍କରେ ମୋତେ ସାକ୍ଷାତ କରିବାକୁ ଚାହୁଁଥିଲେ। ଶୁଣିଲି ଶବ୍ଦ ତରଙ୍ଗରୁ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରିବା ପାଇଁ ଏକ ଯନ୍ତ୍ର ଉଦ୍ଭାବନ କରିଛନ୍ତି ଅପଣ -। -ହଁ, ମହାରାଜ। -ବଧେଇ ଜାଣିବେ ଡ.ରୟ। ..ତେବେ ଏ ଯନ୍ତ୍ର କଣ କେବଳ ମଣିଷର କଣ୍ଠସ୍ଵରରୁ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରିପାରିବ, ଅନ୍ୟ କ୍ଔଣସି ଶବ୍ଦରୁ ନୁହଁ? -ଏବେ ସୁଦ୍ଧା ଏ ଯନ୍ତ୍ର କେବଳ ମଣିଷର କଣ୍ଥସ୍ଵରରୁ ବିଦ୍ୟୁତ୍ ଉତ୍ପାଦନ କରିପାରୁଛି। ଅନ୍ୟ କ୍ଔଣସି ଶବ୍ଦରୁ ନୁହଁ। ତେବେ ମୋର ଦୃଢ଼ ବିଶ୍ଵାସ ଅଧିକ ଗବେଷଣା ଦ୍ଵାରା ଏହା ମଧ୍ୟ ସମ୍ଭବ ହୋଇ ପରିବ। କିନ୍ତୁ ମହାରାଜ ସେ ଗବେଷଣାରେ ସମୟ ବିନିଯୋଗ ନକରି ଯନ୍ତ୍ରଟି ବର୍ତ୍ତମାନ ଯେଉଁ ଅବସ୍ଥାରେ ଅଛି, ତାକୁଇ କାଳ ବିଳମ୍ବ ନକୈ ଜନସାଧାରଣଙ୍କ ସେବାରେ ଉପଯୋଗ କରିବା ଦରକାର। ସେଇ କ୍ଷେତ୍ରରେ ମୁଁ ଆପଣଙ୍କ ସାହାଯ୍ୟ ଚାହେଁ। -କେଉଁ ଧରଣ ସାହାଯ୍ୟ? -ମୁଁ ଚାହେଁ, ଏ ଯନ୍ତ୍ର ଆମ ରାଜ୍ୟ ଏବଂ ସମ୍ଭବ ହେଲେ ବିଶ୍ଵର ସର୍ବତ୍ର ପ୍ରସାରିତ ହେଉ। ସବୁ ଲୋକ ଏହାକୁ ବ୍ୟବହାର କରି ଉପକୃତ ହୁଅନ୍ତୁ। ସାରା ପୃଥିବୀରୁ ଶକ୍ତି ସଙ୍କଟ ଦୂର ହୋଇଯଉ। ଏ ରାଜ୍ୟରେ, ପୃଥିବୀରେ କ୍ଔଣସି ଘର ଅନ୍ଧାର ନ ରହୁ, କଳ କାରଖାନା ଚାଲୁ, ଚାଷବାସ ହେଉ। ସେଥିପାଇଁ ଏ ଯନ୍ତ୍ରର ବ୍ୟାପକ ଉତ୍ପାଦନ ଆବଶ୍ୟକ। ତା' ପାଇଁ ଆବଶ୍ୟକ ପୁଞ୍ଜି ଏବଂ ଏହାର ବିତରଣ ବ୍ୟବସ୍ଥା କଲା ଭଳି ଲୋକ ଶକ୍ତି ଓ ଇନଫ୍ରାଷ୍ଟ୍ରକଚର ମୋ ପାଖରେ ନାହିଁ। ମୋର ଅର୍ଜିତ ଓଅ ସଞ୍ଚିତ ସମସ୍ତ ଅର୍ଥ ମୁଁ ଏ ଯନ୍ତ୍ର ଉଦ୍ଭାବନ ପାଇଁ ଗବେଷଣାରେ ଖର୍ଚ୍ଚ କରିଦେଇଛି। ମୁଁ ଏବେ ପ୍ରାୟ କପର୍ଦ୍ଦକ ଶୂନ୍ୟ। କିନ୍ତୁ ମୁଁ ଧନ ଚାହେଁନି ମହାରାଜ। ମୁଁ ଚାହେଁ ଏ ଯନ୍ତ୍ର ସାଧାରଣ ଲୋକମନଙ୍କ ପାଖରେ ପହଞ୍ଚୁ। ସେମାନେ ଉପକୃତ ହୁଅନ୍ତୁ। ଏଇ କାମ ପାଇଁ ଆପଣଙ୍କ ସାହାଯ୍ୟ ମାଗୁଛି, ମହାରାଜ। ମୋର ବିଶ୍ଵାସ ଆପଣ ମୋତେ ସାହାଯ୍ୟ କରିବେ। ଏ ଦେଶରୁ ଶକ୍ତି ସଙ୍କଟ ପୂରାପୂରି ଦୂର ହୋଇଯିବ। -ମୁଁ ଆପଣଙ୍କ ଚିନ୍ତାଧାରାକୁ ପ୍ରଶ୍ଂସା ନକରି ରହିପାରୁନି ଡ.ରୟ। ସାଧାରଣ ଲୋକମାନଙ୍କ ପୈଁ ଅପଣଙ୍କ ଗଭୀର ମମତା ଦେଖି ମୁକ୍ଷ୍ ଅଭିଭୂତ। ମହରାଜ ଗ୍ଲାସରେ ଆଉ ଏକ ଲମ୍ବା ଚୁମୁକ ଦେଲେ - କିନ୍ତୁ ଡ.ରାୟ ମୋର କେତେ ଗୁଡି଼ଏ ସମସ୍ୟା ଅଛି। ସମସ୍ୟାଗୁଡି଼କୁ ମୁଁ ଆପଣଙ୍କୁ କହି ପାରିବିନି। ସେଥି ପାଇଁ ଆପଣଙ୍କ ଏ ପ୍ରସ୍ତାବ ବଦଳରେ ମୁଁ ଆପଣଙ୍କୁ ଏକ ବିକଳ୍ପ ପ୍ରସ୍ତାବ ଦଉଛି: ଆପଣ ଏ ଯନ୍ତ୍ର ଅଧିକ ସଂଖ୍ୟାରେ ଉତ୍ପାଦନ କରିବେ କିନ୍ତୁ କେବଳ ମୋ' ପାଇଁ। ମୋର ବ୍ୟକ୍ତିଗତ ବ୍ୟବହାର ପାଇଁ। ସାଧାରଣ ଲୋକମାନଙ୍କ ପାଖରେ ଏ ଯନ୍ତ୍ର ପହଞ୍ଚିବ ନାହିଁ। ପ୍ରତି ବଦଳରେ ମୁଁ ଆପଣଙ୍କୁ ବିପୁଳ ଧନ ସମ୍ପତ୍ତି, ରାଜ୍ୟର ଶ୍ରେଷ୍ଠ ବୈଜ୍ଞାନିକର ସମ୍ମାନ - ସବୁ ଦେବି। ଆପଣଙ୍କ ସୁଖ, ସ୍ଵାଚ୍ଛନ୍ଦ୍ୟ, ବିଳାସ ବ୍ୟସନର ସବୁ ସାଧନ ଯୋଗାଇ ଦେବି।

ମହାରାଜାଙ୍କ କଥା ଗୁଡା଼କ ପ୍ରଥମେ ବୁଝି ପାରିଲେନି ଡ.ରାୟ। ଏ ଯନ୍ତ୍ର ଆପଣ ତିଆରି କରିବେ କେବଳେ ମୋ ପାଇଁ, ମୋର ବ୍ୟକ୍ତିଗତ ବ୍ୟବହାର ପାଇଁ - ଏ କଥାର ଅର୍ଥ କଣ? ଏ ଯନ୍ତ୍ର କଣ ତେବେ ସାଧାରଣ ଲୋକମାନଙ୍କ ପାଖରେ ପହଞ୍ଚିବ ନାହିଁ? -ମହାରାଜ ମୋର ଧନ ସମ୍ପତ୍ତି, ସୁଖ ସ୍ଵାଚ୍ଛନ୍ଦ୍ୟ କିଛି ଦରକାର ନାହିଁ। ଏ ଯନ୍ତ୍ର ନିର୍ମାଣ କରିବା ପଛରେ ମୋର ଏକ ମାତ୍ର ଉଦ୍ଦେଶ୍ୟ ଥିଲା - ଏହା ସାଧାରଣ ଲୋକଙ୍କ ଦୁଃଖ ଦୂର କରିବ। ନିଷ୍ପ୍ରଦୀବ ଘରେ ଆଲୁଅ ଆଣିବ, ଦରିଦ୍ର ଚାଷୀକୁ ସାହା ହେବ, ଗରିବ କାରିଗର, ତନ୍ତୀ କୁମ୍ଭାର, କମାର - ଏମାନଙ୍କୁ ସାହାଯ୍ୟ କରିବ। ମହାରାଜ, ଆପଣ ଏମ୍ନଙ୍କ ପାଖରେ ଏ ଯନ୍ତ୍ର ପହଞ୍ଚାଇ ଦିଅନ୍ତୁ। ଏହା ହିଁ ମୋର ଏକ ମାତ୍ର ନିବେଦନ। -ଡ.ରାୟ, ମୁଁ ଗୋଟିଏ କଥାକୁ ଦୁଇ ଥର କହିବାକୁ ପସନ୍ଦ କରେ ନାହିଁ। ଆପଣଙ୍କୁ ପୂର୍ବରୁ କହିଛି - ସାଧାରଣ ଲୋକେ ବହୁଳ ଭାବରେ କଣ ଆଦ୍ଔ ଏ ଯନ୍ତ୍ର ବ୍ୟବହାର କରନ୍ତୁ ତା' ମୁଁ ଚାହେଁ ନାହିଁ। କାହିଁକି ଚାହେଁ ନାହିଁ ତାହା ମୁଁ କହିଲେ ବି ହୁଏତ ଆପଣ ଠିକ୍ ଭାବେ ପ୍ରଣିଧାନ କରି ପାରିବେ ନହିଁ। ରାଜନୀତି, କୂଟନୀତି ଆପଣଙ୍କ ଇଲାକା ନୁହଁ। ମୁଁ ଚାହେଁ ଅପଣ ଏ ଯନ୍ତ୍ର ଅଧିକ ନିର୍ମାଣ କରିବେ, ଏହାର ଅଧିକ ବିକାଶ କରିବେ। କିନ୍ତୁ କେବଳ ମୋର ବ୍ୟବହାର ପାଇଁ। ପ୍ରତି ବଦଳରେ ଆପଣ ଯାହା ଚାହିଁବେ, ମିଳିବ।

ମହାରାଜା ପୁଣି ଥରେ ଗ୍ଲାସରେ ଚୁମୁକ ଦେଲେ। ନିସ୍ତବ୍ଧ ଘରେ କେବଳ କାନ୍ଥ ଘଣ୍ଟାର ଶବ୍ଦ: ଟିକ୍ ଟିକ୍, ଟିକ୍ ଟିକ୍। -ମୁଁ ପାରିବି ନାହିଁ ମହାରାଜ। ବୈଜ୍ଞାନିକ ଡ.ରାୟଙ୍କ କଥାରେ କକ୍ଷର ନିଶ୍ଛିଦ୍ର ନିରବତା ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିଗଲା।

ମହାରାଜା କୁର୍ସୀରେ ସିଧା ହୋଇ ବସିଲେ। ଗ୍ଲାସଟି ସାମ୍ନା ଟେବୁଲରେ ରଖିଦେଲେ - କଣ କହିଲେ? -ମୁଁ ଆପଣଙ୍କ କଥାରେ ସମ୍ମତ ନୁହଁ। ଏ ଉଦ୍ଭାବନ ମୁଁ ଜନସାଧାରଣଙ୍କ ପାଇଁ କରିଛି। କାହାରି ବ୍ୟକ୍ତିଗତ ବ୍ୟବହାର ପାଇଁ ନୁହେଁ। -ମୁଁ ଏ ଦେଶର ମହାରାଜା। କାହାରି ବ୍ୟକ୍ତିଗତ ବ୍ୟବହାର କହି ଆପଣ ମୋତେ ଅପମାନ କରୁଛନ୍ତି ଡ.ରାୟ। -ଆପଣ ଅପମାନିତ ବୋଧ କଲେ, ମୁଁ କ୍ଷମାପ୍ରାର୍ଥୀ। କିନ୍ତୁ ମହାରାଜା ହେଲେ ବି ଆପଣ ବ୍ୟକ୍ତି। କ୍ଔଣସି ମହତ ଉଦ୍ଭାବନ କ୍ଔଣସି ଜଣେ ବ୍ୟକ୍ତି ବା ଗୋଷ୍ଠୀର ସମ୍ପତ୍ତି ହୋଇ ରହିବା ଉଚିତ ନୁହେଁ। ମୁଁ ଏ ଦେଶରୁ, ସମ୍ଭବ ହେଲେ ଏ ପୃଥିବୀରୁ ଶକ୍ଗି ସଙ୍କଟ ଦୂର କରିବାକୁ ଚାହେଁ। -ଡ.ରାୟ, ଆପଣ କେବଳ ମୋ ପାଇଁ ସେ ଯନ୍ତ୍ର ତିଆରି କରିବେ - ଇଏ ମୋର ଆଦେଶ। -ମୁକ୍ଷ୍ ଆପଣଙ୍କ ଆଦେଶ ମାନି ପାରୁ ନାହିଁ ବୋଲି କ୍ଷମା ଚାହୁଁଛି, ମହାରାଜ। -ଆପଣ ରାଜଆଜ୍ଞାକୁ ଅବଜ୍ଞା କରୁଛନ୍ତି। -ରାଜ ଆଜ୍ଞା ମୋ ବିବେକ ମୋ ମୂଲ୍ୟବୋଧର ନିର୍ଦ୍ଦେଶଠୁଁ ବଡ଼ ନୁହେଁ ମହାରାଜ। ମୋତେ କ୍ଷମା କରନ୍ତୁ। -ଡ.ରାୟ!! ମହାରାଜ ଚିତ୍କାର କରି ଉଠିଲେ। ଏତେ ସମୟ ସେ ନିଜର କ୍ରମ ବର୍ଦ୍ଧମାନ କ୍ରୋଧକୁ ସଂଯତ କରିବାର ଚେଷ୍ଟା କରୁଥିଲେ। କିନ୍ତୁ ଏବେ ସେ ବିସ୍ଫୋରଣ କରି ଉଠିଲେ - ରାଜ ଆଜ୍ଞା ଅବମାନନାର ଶାସ୍ତି ଭାବରେ ମୁଁ ଅପଣଙ୍କୁ ପ୍ରାଣ ଡଣ୍ଡ ଦେବି।

ପ୍ରାଣ ଦଣ୍ଡ ଶବ୍ଦଟି ଡ.ରୟଙ୍କ ହୃଦୟକୁ ଗୋଟିଏ ମୁହୂର୍ତ୍ତ ପାଇଁ ଥରେଇ ଦେଲା। କମ୍ପି ଉଠିଲେ ସେ। ମହାରଜାଙ୍କ ନିଷ୍ଠୁରତାର କିଛି କାହାଣୀ ଶୁଣିଛନ୍ତି ସେ। କିନ୍ତୁ ତା କେବଳ କାହାଣୀ ମାତ୍ର। ଏଇ ମୁହୂର୍ତ୍ତରେ ତାଙ୍କ ସହିତ ଯାହା ଘଟୁଛି ତାହା ବାସ୍ତବ। ନିଷ୍ଠୁର ବାସ୍ତବ। ଡ.ରାୟ ମହାରାଜାଙ୍କ ଆଖିରେ ଆଖି ମିଶେଇ ଚାହିଁଲେ। ରକ୍ତବର୍ଣ୍ଣ ଆଖିରେ ନିଷ୍ଠୁରତାର ସ୍ପଷ୍ଟ ପ୍ରଲେପ।କିନ୍ତୁ କି ଆଶ୍ଚର୍ଯ୍ୟ! ଉଲଗ୍ନ ନିଷ୍ଠୁରତାର ସେ ପ୍ରଲେପ ଡ.ରାୟଙ୍କ ଛାତି ଭିତରୁ ଭୟ ଶୋଷି ନେଲା ଅଲ୍ଔକିକ ଭାବେ। -ପ୍ରାଣଦଣ୍ଡରେ ମୁଁ ଭୀତ ନୁହେଁ ମହାରାଜ। ବିବେକ ଓ ମୂଲ୍ୟବୋଧ ସହିତ ସାଲିସ୍ କରି ବଞ୍ଚିବା ମଧ୍ୟ ଏକ ପ୍ରକାରର ମୃତ୍ୟୁ। ନିଜ ଆଖିରେ ନିଜେ ଛୋଟ ହୋଇ ତିଳ ତିଳ କରି ମରିବାଠୁଁ ଏ ମୃତ୍ୟୁ ଭଲ। ନିର୍ଯାତନା ଅନ୍ତତଃ ନିଜ ଆଖିରେ ତ ନିଜକୁ ଛୋଟ ଲାଗିବନି। -ଚୁପ୍ କର ଶୈତାନ। ଏମିତ୍ କଥୋର ନିର୍ଯାତନା ଦେବି, ଏମିତି ଅତ୍ୟାଚାର କରିବି ଯେ ବିବେକ, ମୂଲ୍ୟବୋଧ ସବୁ ଭୁଲିଯିବୁ। ଶେଷ ଧର ପାଇଁ ପଚାରୁଛି, କହ ମୋ କଥା ଅନୁସାରେ କାମ କରିବୁ କି ନାହିଁ? -ନା। ଛୋଟ ଶବ୍ଦଟି ଉଚ୍ଚାରଣ କରି ଛାତି ଭିତରେ ଏକ ଅଦଭୂତ ପ୍ରଶାନ୍ତି ଅନୁଭବ କଲେ ଡ.ରାୟ। -ତେବେ ଚରମ ଅତ୍ୟାଚାରରେ ସଢି଼ ସଢି଼ ମୃତ୍ୟୁ ପୈଁ ପ୍ରସ୍ତୁତ ହ'।

ମହାରାଜା କୁର୍ସୀରେ ଲାଗିଥିବା ସୁଇଚ୍ ଚିପି ପରିଚାରକକୁ ଡାକିଲେ। ମହାରାଜାଙ୍କ ଉତ୍ତେଜିତ ରୂପ ଦେଖି ଡ.ରୟଙ୍କର ହଠାତ୍ କାହିଁକି କ୍ଔତୁକ ବୋଧ ହେଲା। ଏଇ ଲୋକଟା ଏଇ ସ୍ଵାର୍ଥପର, ନିଷ୍ଠୁର ପ୍ରକୃତିର ଲୋକଟା ଏ ଦେଶର ମହାରାଜା। ହାୟରେ ଦୁର୍ଭାଗା ଦେଶ! -ମହାରାଜ, ଆଉ ଗୋଟେ କଥା କହେ, ଡ.ବିପ୍ଳବ ରାୟ ଶାନ୍ତ ଗଳାରେ କହିଲେ, ମୋର ତିଆରି ଗୋଟିଏ ଯନ୍ତ୍ର କିନ୍ତୁ ଏ ଦେଶର ଜଣେ ଲୋକ ପାଖରେ ଅଛି। ଗତ ପହର ଦିନ ରାତିରେ ଦେଇ ଆସିଛି ମୁଁ। ତେଣୁ ଆପଣ ମୋତେ ହତ୍ୟା କଲେ ବି, ଯନ୍ତ୍ରଟା ରହିଯିବ।.. ଆଉ ମହାରାଜ, କାହା ପାଖରେ ସେ ଯନ୍ତ୍ରଟା ଅଛି ତା ମୁଁ ଆପନଙ୍କୁ କହି ପାରିବିନି। ଅପଣ ଯେତେ ଅତ୍ୟାଚାର, ଯେତେ ନିଷ୍ଠୁର ନିର୍ଯାତନା ଦେଲେ ବି କହି ପାରିବିନି। କାରଣ ମୁଁ ନିଜେ ବି ତା ନାଁ ଜାଣେନି। ତା ଘର ବାଟ ଭୁଲି ଗଲିଣି। -କ'ଣ? ମହାରାଜା ଗୋଟିଏ ମୁହୂର୍ତ୍ତ ପାଇଁ ଥମକି ଗଲେ।

ଇତି ମଧ୍ୟରେ ପରିଚାରକ କକ୍ଷ ମଧ୍ୟକୁ ଆସି ଅଭିବାଦନ କରି ଠିଆ ହେଲା। ତାକୁ ମହାରାଜା ଆଦେଶ ଦେଲେ, ରକ୍ଷୀମାନଙ୍କୁ ଡାକ। ଏଇ ଲୋକଟାକୁ କାରାଗାରରେ ନିକ୍ଷେପ କରନ୍ତୁ। ତା'ପରେ ସେ ଡ.ରାୟଙ୍କ ଆଡ଼କୁ ଚାହିଁ କହିଲେ, "ଡ.ରାୟ ଗୋଟିଏ ଯନ୍ତ୍ର କ୍ଔଣସି ଅଜ୍ଞାତ ଲୋକ ପାଖରେ ପହଞ୍ଚି ଯାଇଛି ବୋଲି ତମେ ଉତଫୁଲ୍ଲ ହେଉଛ ଯେ ମୋ ଆଦେଶ ବିନା ବି କେଉଁଠି ନା କେଉଁଠି ଶକ୍ତି ଉତ୍ପାଦିତ ହୋଇ ପାରିବ। ମୁଁ କିନ୍ତୁ ତମକୁ ସେତିକି ଖୁସି ହେବାର ସୁଯୋଗ ଦେବି ନାହିଁ। ତମ ଯନ୍ତ୍ରରେ ମଣିଷ କଣ୍ଠ ସ୍ଵରରୁ ବିଦ୍ୟୁତ୍ ଶକ୍ତି ଉତ୍ପାଦିତ ହୁଏ। ମଣିଷର କଣ୍ଠ ସ୍ଵର ହେଲା ପ୍ରାଥମିକ ଉପାଦାନ। ମୁଁ ତାକୁଇ ବନ୍ଦ କରିଦେବି। ଏ ଦେଶରେ କଥା କହିବା ନିଷିଦ୍ଧ କରି ଦେବି। ତା'ପରେ? କେମିତି ଉତ୍ପାଦିତ ହେବ ଶକ୍ତି? ଆଁ-?

ପରଦିନ ସାରା ଦେଶରେ ଡିଙ୍ଗୁରା ପିଟି ରାଜାଦେଶ ଜଣାଇ ଦିଆଗଲା ବୈଜ୍ଞାନିକ ବିପ୍ଳବାର ଦେଶଦ୍ରୋହୀ। ତାଙ୍କୁ ପ୍ରାଣଦଣ୍ଡ ଦିଆଯାଉଛି।

ଆଉ, ଆଜିଠୁଁ ଏ ଦେଶରେ ସାଧାରଣ ଜନତା ପାଇଁ କଥା କହିବା ନିଷିଦ୍ଧ। ମହାରାଜାଙ୍କ ବିଶେଷ ଆଜ୍ଞା ବ୍ୟତୀତ କ୍ଔଣସି ଲୋକ - ଆବାଳବୃଦ୍ଧ ବନୀତା କେହି କଥା କହିବେ ନାହିଁ। ବିନା ଆଜ୍ଞାରେ କେହି କଥା କହିଲେ ତଙ୍କୁ ରାଜାଦେଶ ଅବମାନନା ଅପରାଧରେ ପ୍ରାଣଦଣ୍ଡ ଦିଆଯିବ।

ମହାରାଜାଙ୍କ ନିର୍ଦ୍ଦେଶରେ ଇଆଡେ଼ ବିଶେଷ ଗୁପ୍ତଚର ବାହିନୀ ଡ.ରାୟଙ୍କ ଗୋଟିଏ ଯନ୍ତ୍ର କେଉଁଠି, କାହା ପାଖରେ ଅଛି ଖୋଜିବାକୁ ଲାଗିଲେ।

||୧୨||

ଡ.ରାୟଙ୍କ ଘର ଦୁଆରେ ତାଲା ଦେଖି ସୁନନ୍ଦା ପ୍ରଥମେ ଟିକେ ଆଶ୍ଚର୍ଯ୍ୟ ହେଲା। ଏତେ ସକାଳୁ ଡ.ରାୟ କୁଆଡେ଼ ଯିବା କଥା ନୁହଁ। ତା' ହେଲେ? କାଲି ରାତିରେ କଣ ଗବେଷଣାଗାରକୁ ଆଦ୍ଔ ଫେରି ନାହାନ୍ତି? ରାତି ସାରା ସେଇଠି ରହିଛନ୍ତି? ସମ୍ଭବ, ଖୁବ୍ ସମ୍ଭବ। ଡ.ରାୟଙ୍କ ପୈଁ ଏହା ଖୁବ୍ ସମ୍ଭବ।

କାମ...କମ...ସବୁବେଳେ କାମ। ୱ୍ଆର୍କହଲିକ୍ ବୋଲି ଗୋଟେ ଶବ୍ଦ ଅଛି ଇଂରାଜୀରେ। ମାନେ ହେଲା କାମପାଗଳ। କାମ ନ କଲେ ସେମାନଙ୍କୁ ପାଗଳା ପାଗଳା ଲାଗିବ। ଚବିଶ ଘଣ୍ଟା କାମରେ ବୁଡି଼ ରହିଲେ ଶାନ୍ତି। ଦୁନିଆର ଔ କଉ କଥାରେ ସେମାନଙ୍କର ମନ ନାହିଁ। ଡ.ରାୟ ଜଣେ ସେମିତି ଲୋକ। ଆଉ କେଉଁ ଆଡ଼କୁ ଆଉ କାହା ଆଡ଼କୁ ନଜର ନାହିଁ। ସୁନନ୍ଦା ଗୋଟେ ଛୋଟ ଦୀର୍ଘଶ୍ଵାସ ପକେଇ ଗବେଷଣାଗାର ଆଡ଼କୁ ମୁହେଁଇଲା।

ଗବେଷଣାଗାର ଦୁଆର ବି ତାଲା। ସୁନନ୍ଦା ଏଥର ଅବାକ୍ ହେଲା। ଏମିତି କେବେ ହୁଏନି଼ ଡ.ରୟ ହୁଏତ ଘରେ ଥା'ନ୍ତି ନ ହେଲେ ଗବେଷଣାଗାରରେ। ବାସ୍, ଏ ଦୁଇଟି ଜାଗା ଛଡା଼ ତାଙ୍କର ତୃତୀୟ ଜାଗା ନାହିଁ। ଗତ ପାଞ୍ଚ ବର୍ଷ ହେଲା ସୁନନ୍ଦା ଏଇଆ ହିଁ ଦେଖି ଆସୁଛି। ତାଙ୍କ ଘରୁ ଗବେଷଣାଗାର ଯାଏଁ ରାସ୍ତା ଛଡା଼ ଡ.ରୟ ଏ ସହରର ଆଉ କ୍ଔଣସି ରାସ୍ତା ଚିହ୍ନନ୍ତି କି ନା ସନ୍ଦେହ! ତେବେ ସେ ଗଲେ କୁଆଡେ଼?

ଗବେଷଣାଗାରର ଦୁପ୍ଲିକେଟ୍ ଚାବି ଅବଶ୍ୟ ସୁନନ୍ଦା ପାଖରେ ଅଛି। ସେ ଗବେଷଣାଗାରର କବାଟ ଖୋଲୁ ଖୋଲୁ ଆଉ ଜଣେ ଗବେଷଣା ସହକାରୀ ପହଞ୍ଚିଗଲେ। ତାଙ୍କ ସହିତ ସାମାନ୍ୟ ସ୍ଔଜନ୍ୟମୂଳକ କଥାବାର୍ତ୍ତା ହୋଇ ସୁନନ୍ଦା ବାହାରକୁ ବହାରି ଆସିଲା। ଚିନ୍ତାଟା ମନ ଭିତରୁ ଯାଉନି। ଡ.ରାୟ କୁଆଡେ଼ ଗଲେ ଏତେ ସକାଳୁ? ...ହଠାତ୍ ସୁନନ୍ଦାର ମନେ ପଡି଼ଲା, ଡ.ରାୟଙ୍କ ଘରର ଡୁପ୍ଲିକେଟ୍ ଚାବିଟିଏ ତା'ପାଖରେ ଅଛି। ଡ.ରାୟ ନିଶ୍ଚୟ ଘରେ କିଛି ମେସେଜ୍ ଛାଦି। ଯାଇଥିବେ। ଡ.ରାୟଙ୍କ ସହକାରୀ ରହି ରହି ମୋ ମୁଣ୍ଡାଟା ବି ଯାଇଛି ମନକୁ ମନ ଟିକେ ହସି ସୁନନ୍ଦା ପୁଣି ଡ.ରାୟଙ୍କ ଘର ଆଡ଼କୁ ଚାଲିଲା।

ଚାଲୁ ଚାଲୁ ନିଜ ମନକୁ ମନ ଡ.ରାୟଙ୍କ ନାଁଟା ଉଚ୍ଚାରଣ କଲା ସୁନନ୍ଦା - ବିପ୍ଳବ, ବିପ୍ଳବ। ତା'ମୁହଁରେ କିଏ ଯେମିତି ଅବିର ବୋଳି ଦେଇଛି ଏମିତି ରଙ୍ଗିଗଲା। ଛାତି ଭିତରେ କେଉଁଠି ଯେମିତି ଝର ଗୋଟିଏ ଫୁଟି ଉଠିଲା। ଏକୁଟିଆ ବେଳେ ଏଇଆ ହିଁ କରେ ସୁନନ୍ଦା। ଡ.ରାୟଙ୍କ ନାଁ ଉଚ୍ଚାରଣ କରେ। କଳ୍ପନା କରେ ସେ ଡ.ରାୟ ନାଇଁ ନାଇଁ ବିପ୍ଳବଙ୍କ ଛାତିରେ ଲୋଟି ରହିଛି। ବିପ୍ଳବ ତାକୁ ...କେବେ, କେବେ ଆଉ କେତେ ଯୁଗ ପରେ ବିପ୍ଳବ ତା' ମନ କଥା ବୁଝିବେ? ଔ କେତେ ଶତାବ୍ଦୀର ପ୍ରତୀକ୍ଷା ପରେ ବିପ୍ଳବ ତା' ଅପେକ୍ଷାରେ ଅଧୀର ଆଖିରେ ଆଖି ମିଶାଇବେ? କେବେ ସେ ଗଭୀର ଆବେଗରେ ଗଭୀର ଆଶ୍ଳଷରେ ବିପ୍ଳବଙ୍କ ଛାତିରେ ମଥା ରଖି କହିପାରିବ: ମୁଁ ତମକୁ ଭଲପାଏ। ଏ ଭଲ ପାଇବାକୁ ଅନ୍ୟ କେଉଁ ସମ୍ପର୍କର ରୂପ ପିନ୍ଧାଅନି। ଛାତ୍ରୀର ଶିକ୍ଷକଙ୍କ ପ୍ରତି ଥିବା ସମ୍ମାନ ମିଶା ଭଲ ପାଇବା ନୁହଁ ଇଏ, ଜଣେ ଜିନିଅସ୍ ପ୍ରତି ତାର ଗୁଣଗ୍ରାହୀମାନଙ୍କର ସଭକ୍ତି ଭଲ ପାଇବା ବି ନୁହଁ,କିମ୍ବା ଜଣେ ବୟସ୍କ ଜ୍ଞାନୀ ଲୋକଙ୍କ ପ୍ରତି କମ୍ ବୟସ୍କ ସହକାରୀମାନଙ୍କ ଶ୍ରଦ୍ଧା ଓ ସମ୍ମାନ ମିଶା ଭଲ ପାଇବା ନୁହଁ, ଇଏ ସନାତନ ନାରୀଟିଏର ସନାତନ ପୁରୁଷ ପ୍ରତି ଥିବା ପ୍ରେମ। ଗାଢ଼, ଉଷ୍ଣ, ସମ୍ପୂର୍ଣ୍ଣ। ବୟସ, ସମ୍ପର୍କ, ଜାତି, ସାମାଜିକ ସ୍ଥିତି - ସବୁ ଏଠି ତୁଚ୍ଛ। ସତ୍ୟ କେବଳ ପ୍ରେମ। କିନ୍ତୁ ସନାତନ ପୁରୁଷଟି ଏ କଥା ବୁଝିଲେ ତ! ସୁନନ୍ଦା ତନାରୀ। ସେ କେମିତି କହିବ ଯେ!

କେତେ ଥର ଗବେଷଣାଗାରର ଟେବୁଲରେ ମଥା ରଖି ଶୋଇ ପଡି଼ଥିବା ଡ.ରାୟଙ୍କ କପାଳରେ ସନ୍ତର୍ପଣରେ ଚୁମ୍ବନ ଦେଇଛି ସୁନନ୍ଦା; ନିଦ୍ରାରେ ଅଚୈତନ୍ୟ ଡ.ରାୟ କେବେ ଜାଣି ପାରି ନାହାନ୍ତି। ଡ.ରାୟଙ୍କ ବ୍ୟବହୃତ ପୋଷାକପତ୍ରକୁ ଲଣ୍ଡ୍ରିକୁ ଦେବା ପୂର୍ବରୁ କେତେ ଥର ତାକୁ ଛାତିରେ ଚାପି ଧରିଛି ସୁନନ୍ଦା - ସେଥିରେ ଯେ ବିପ୍ଳବର ଦେହର ବାସ୍ନା ରହିଛି। କେତେ ଥର ଭାବିଛି ସେ ଦିନେ ଏକ ଜନାକୀର୍ଣ୍ଣ ରାସ୍ତା ମଝିରେ ଟ୍ରାଫିକ୍ ଆଇଲାଣ୍ଡରେ କିମ୍ବା ଏକ ବହୁତଳ ଅଟ୍ଟାଳିକାର ଛାତ ଉପରେ ଠିଆ ହୋଇ ଚିତ୍କାର କରି ସମସ୍ତଙ୍କୁ କହିଦେବ ସେ - ମୁଁ ସୁନନ୍ଦା ଚ୍ଔଧୁରୀ ବିପ୍ଳବ ରାୟଙ୍କୁ ଭଲ ପାଏ। ହଁ ମୁଁ ୨୭ ବର୍ଷର ସୁନନ୍ଦା ଏଇ ଅଧାବୟସ, ଅଧାପାଗଳ ବିପ୍ଳବକୁ ଭଲପାଏ। ଭଲପାଏ। ଭଲପାଏ।

ବିଶ୍ଵବିଦ୍ୟାଳୟରେ ପାଦ ଦେବାର ପ୍ରଥମ ଦିନର ସ୍ମୃତି ଏବେ ବି ସୁନନ୍ଦା ଛାତିରେ ସେଇମିତି ଉଜ୍ଜଳ ହୋଇ ରହିଛି। ସମୟ ତା' ଉପରେ ସାମାନ୍ୟତମ ଛାପ ପକେଇପାରିନି। ତାଙ୍କର ପ୍ରଥମ କ୍ଲାସଟି ନେଇଥିଲେ ଡ.ରାୟ। ପ୍ରଥମ ଦେଖାରୁ ହିଁ ମନେ ହୋଇଥିଲା ଏ ଲୋକଟି ସାଧାରଣ ନୁହେଁ। ଅସ୍ତବ୍ୟସ୍ତ ବାଳ, ଇସ୍ତ୍ରୀ ନଥିବା ଲୁଗାପଟା - ବଡ଼ ବଡ଼ ଆଖିରେ ଚାହାଣିତି ଯେମିତି ହଜିଗଲା ଲୋକର। କିନ୍ତୁ ପାଠ ପଢେ଼ଇଲା ବେଳେ ସେ ଆଖି ଚମକି ଉଠେ ପ୍ରତିଭାର ଦ୍ଯୁତିରେ। ପ୍ରଥମ ଦିନରୁ ହିଁ ତାଙ୍କ ପ୍ରତି ଏକ ଆକର୍ଷଣ ଅନୁଭବ କରିଥିଲା ସୁନନ୍ଦା। ସେ ଆକର୍ଷଣ ବଢି଼ଲା ଡ.ରାୟଙ୍କ ସ୍ଵପ୍ନର ପ୍ରୋଜେକ୍ଟ ବିଷୟରେ ଶୁଣିଲା ପରେ। ଶବ୍ଦତରଙ୍ଗରୁ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରିବାକୁ ଚାହାନ୍ତି ସେ। ଆଇଡିଆଟା ପ୍ରଥମେ ସୁନନ୍ଦାକୁ ଅସମ୍ଭବ ଲାଗିଥିଲା। କିନ୍ତୁ ଡ.ରୟ ଯେଉଁ ଦୃଢ଼ତାର ସହିତ କହିଲେ, ଏହା ସମ୍ଭବ ସୁନନ୍ଦ୍। ମୁଁ ଏହାକୁ କରି ଦେଖେଇବି, ସୁନନ୍ଦା ବିଶ୍ଵାସ କରିବାକୁ ଲାଗିଲା ଡ.ରାୟଙ୍କ ସ୍ଵପ୍ନରେ। ଡ.ରାୟଙ୍କ ପ୍ରୋଜେକ୍ଟ ବିଷୟରେ ଅନ୍ୟାନ୍ୟ ବରିଷ୍ଠ ଅଧ୍ୟାପକ, ପ୍ରାଧ୍ୟାପକ ମାନଙ୍କ ଆଲୋଚନା ବିଶୁଣିଥିଲା ସେ। ସେମାନେ ଡ.ରାୟଙ୍କୁ ଥଟ୍ଟା କରନ୍ତି। ଅଧାପାଗଳ ବୋଲି ଭାବନ୍ତି। ତା'ପରେ ସେମାନଙ୍କ ଆଲୋଚନାର ମୋଡ଼ ଦରମା, ଘର ତୋଳା, ଝିଅ ପୁଅଙ୍କ ଚାକିରି, ବହାଘର ଏବଂ ପରଚର୍ଚ୍ଚା ଆଡ଼କୁ ବୁଲିଯାଏ। ସୁନନ୍ଦାର ଭୀଷଣ ରାଗ ହେଉଥିଲା ଏଇଭଳି ଲୋକମାନଙ୍କ ଉପରେ। ନିଜେ ସ୍ଵପ୍ନ ଦେଖିବେନି ବୋଲି ଅନ୍ୟ କେହି ସ୍ଵପ୍ନ ଦେଖିଲେ ତାକୁ କାହିଁକି ଥଟ୍ଟା କରିବେ? ନୂଆ କିଛି କରିବାର ସ୍ଵପ୍ନ ଦେଖିବା ପାଇଁ କଲିଜା ଦରକାର। କୁକୁଡା଼ କଲିଜାର ଲୋକେ ସ୍ଵପ୍ନ ବି ଦେଖିପାରନ୍ତି ନାହିଁ।

କେମିତି ଯେ ଧୀରେ ଧୀରେ ଡ.ରାୟଙ୍କ ସ୍ଵପ୍ନଟା ସୁନନ୍ଦାର ନିଜ ସ୍ଵପ୍ନ ହୋଇ ଉଠିଲା, ତା ସେ ନିଜେ ବି ଜାଣିନି। ଡ.ରାୟଙ୍କ ପ୍ରତି ଆକର୍ଷଣରୁ ତାଙ୍କ ସ୍ଵପ୍ନଟା ତା' ନିଜ ସ୍ଵପ୍ନ ଅହୋଇ ଉଠିଲା ନା' ଏ ସ୍ଵପ୍ନ ପ୍ରତି ଆକର୍ଷଣରୁ ଡ.ରାୟଙ୍କ ପ୍ରତି ସେ ଅଧିକ ଆକୃଷ୍ଟ ହୋଇଗଲା ତା' ମଧ୍ୟ ସୁନନ୍ଦା ଠିକ୍ କରି ଜାଣିନି। ହୁଏତ ଡ.ରାୟ ଆଉ ତଙ୍କ ସ୍ଵପ୍ନ ଦୁଟି ଏକାକାର ହୋଇଯୈଥିଲା। ଗୋଟିକ ବିନା ଅନ୍ୟତିର ଅସ୍ତିତ୍ଵ ହିଁ ହୁଏତ ନ ଥିଲା।

ଦିନେ ଡ.ରାୟ ଚାକିରି ଛାଦି଼ଦେଲେ। ସୁନନ୍ଦା ପଚାରିଥିଲା - କାହିଁକି? -ଅଧ୍ୟାପନା ଔ ଗବେଷଣା ଏକା ସାଙ୍ଗରେ ହୋଇପାରିବନି ସୁନନ୍ଦା। କମିଟମେଣ୍ଟକୁ ଭାଗ ବାଣ୍ଟି କରି କିଛି ମହତ ଜିନିଷ ହୁଏନି। ମୋର ସ୍ଵପ୍ନକୁ ସାକାର କରିବା ପାଇଁ ମୋତେ ଆହୁରି ଗବେଷଣା କରିବାକୁ ପଡ଼ିବ। -କିନ୍ତୁ ତା' ପାଇଁ ତ ବହୁତ ଟଙ୍କା ଦରକାର। ଆପଣଙ୍କୁ ତ କ୍ଔଣସି ଅନୁଦାନ ମିଳିନି, ଗବେଷଣା ଖର୍ଚ୍ଚ ଆସିବ କଉଠୁ? -ଅନୁଦାନକୁ ଅପେକ୍ଷା କରି ନଷ୍ଟ କଲା ଭଳି ସମୟ ମୋର ନାହିଁ ସୁନନ୍ଦା। ତା'ପରେ ସେମାନଙ୍କର ମୋ ସ୍ଵପ୍ନରେ ବିଶ୍ଵାସ ନାହିଁ। ସେମାନେ ବିଶ୍ଵାସ କରିପାରୁ ନାହାନ୍ତି ଯେ, ଏହା ସମ୍ଭବ। ଆମ ବିଶ୍ଵବିଦ୍ୟାଳୟର ବରିଷ୍ଠ ଅଧ୍ୟାପକମାନେ ମୋ ବିଷୟରେ କଣ କହନ୍ତି ମୁଁ କିଛି କିଛି ଶୁଣିଛି। ସେଥିରେ ସେମାନଙ୍କର ବିଶେଷ ଦୋଷ ନାହିଁ। ନୂଆ ସ୍ଵପ୍ନ, ନୂଆ ପରିକଳ୍ପନା, ନୂଆ ଯୋଜନା - ନୂଆ କିଛି ଗ୍ରହଣ କରିବା ପାଇଁ କିଛି ସମୟ ଲାଗେ। ମଣିଷ ସ୍ଥିତାବସ୍ଥା ଚାହେଁ। ପରିବର୍ତ୍ତନକୁ ବିରୋଧ କରେ। କିନ୍ତୁ, ପୁଣି ଦେଖ ମଣିଷ ହିଁ ପରିବର୍ତ୍ତନ ଆଣେ, ସ୍ଥିତାବସ୍ଥା ଭାଙ୍ଗି ନୂଆ ସୃଷ୍ଟି କରେ। ମଣିଷ ଚରିତ୍ରର ଏ ଏକ ଅଦ୍ଭୂତ ପାରାଡକସ । ସେମାନଙ୍କର୍ ମୋ ଯୋଜନାରେ ବିଶ୍ଵାସ ନାହିଁ। ନଥାଉ। ମୁଁ ଏହାକୁ ବାସ୍ତବରେ ରୂପାୟିତ କରି ଦେଖେଇଦେବି। ନିଜେ କରିବି। ମୋର ଅର୍ଜିତ ଯାହା ଅଛି ଏଇଥିରେ ଲଗେଇଦେବି। ମୋର ଅଛି କିଏ ଯେ ତା ପାଇଁ ଟଙ୍କା ସଞ୍ଚିବି?

ଡ.ରାୟଙ୍କ ଶେଷ କଥା ପଦକ ଯେମିତି ତୀର ଭଳି ସୁନନ୍ଦା ଛାତିରେ ବିନ୍ଧିଯାଇଥିଲା। ହୃତପିଣ୍ଡରୁ ଯେମିତି ଦଲକାଏ ରକ୍ତ ନିଗିଡି଼ ମୁହଁ ସାରା ବୋଳି ହୋଇଯାଇଥିଲା। ସେ ଚିତ୍କାର କରି କହିବାକୁ ଚାହୁଁଥିଲା - ତମର ମୁଁ ଅଛି। ମୋ ପାଇଁ ଟଙ୍କା ସଞ୍ଚିବା ଦରକାର ନାହିଁ। କିଛି କରିବା ଦରକାର ନାହିଁ। ତୁମେ ଖାଲି ଏତିକି କୁହ ମୋର ସୁନନ୍ଦା ଅଛି। -ହଁ...ମୋର କେତେ ଜଣ ନିଷ୍ଠାପର ଉତ୍ସର୍ଗୀକୃତ ସହକାରୀ ଦରକାର। -ମୁଁ ହେବି, ସୁନନ୍ଦା ଗୋଟିଏ ମୁହୂର୍ତ୍ତ ବି ଚିନ୍ତା ନ କରି କହିଥିଲା। -ତୁମେ? କିନ୍ତୁ... -କିଛି କିନ୍ତୁ ନାହିଁ। ମୋର ଶେଷବର୍ଷ ପରୀକ୍ଷା ଆର ମାସରେ। ପରୀକ୍ଷା ସରିଲା ମାତ୍ରେ ମୁଁ ଆପଣଙ୍କ ପାଖରେ ହାଜର ହେବି। -କିନ୍ତୁ ସୁନନ୍ଦା, ତୁମେ ଉଚ୍ଚତର ଶିକ୍ଷାରେ ରହିଲେ, ତୁମ ଭବିଷ୍ୟତ ପାଇଁ ତା' ଅଧିକ... -ମୋତେ ଆପଣ ସହକାରୀ ଭାବରେ ନେବେ କି ନାହିଁ କୁହନ୍ତୁ, ସୁନନ୍ଦା ଜିଦ୍ ଧରି ଥିଲା। ଆଉ ତା'ପରଠୁଁ ପାଞ୍ଚବର୍ଷ ବିତିଗଲାଣି।

ସମୟ ବି ଏକ ଅଦ୍ଭୂତ ଜିନିଷ। ପାଞ୍ଚ ବର୍ଷ ବିତିଗଲାଣି ଜଣା ପଡୁ଼ନି। ମନେ ହୁଏ ଏଇ ଯେମିତି ସେ ଦିନର କଥା। କିନ୍ତୁ ବିଗତ ଦୁଇଟି ଦିନ କେବଳ ସେ ବିପ୍ଳବକୁ ଦେଖି ନାହିଁ, ତାଙ୍କ କଣ୍ଠସ୍ଵର ଶୁଣି ନାହିଁ। ମନେ ହେଉଛି କେତେ ଯୁଗ। କବାଟରେ ତଥାପି ତାଲା। ଗଲେ କୁଆଡେ଼? ଡୁପ୍ଲିକେଟ୍ ଚାବିରେ କବାଟ ଖୋଲି ଘର ଭିତରକୁ ପାଦ ଦେବା ମାତ୍ରେ ଚମକି ପଡି଼ଲା ସୁନନ୍ଦା ଇଏ କଣ? ଘରର ଏମିତି ଅବସ୍ଥା କେମିତି ହେଲା? ଜିନିଷପତ୍ର ସବୁ ଫିଙ୍ଗା ଫୋପଡ। ହୋଇ ପଡି଼ଛି। ଆଲମାରିରୁ ବହିପତ୍ର ସବୁ ତଳେ ବିଞ୍ଛି ହୋଇ ପଡି଼ଛି। ଟେଲିଭିଜନଟିର ପଛପଟ ଖୋଲା। ଚେୟାରଗୁଡା଼କ ଓଲଟି ପଡି଼ଛି। ସୋଫାଟିକୁ କିଏ ଛୁରୀରେ କାଟିଛି ଯେ ସ୍ପ୍ରିଙ୍ଗ୍ ବାହାରି ପଡି଼ଛି। ଫାଇଲ୍ ପତ୍ର ସବୁ ଫିଙ୍ଗାଫୋପଡା଼ ହୋଇ ପଡି଼ଛି।

ସୁନନ୍ଦା କବାଟ ଧରି ପସି ପଡି଼ଲା ତଳେ। ଏମିତି କଲା କିଏ? ଚୋର, ଡକାୟତ? ନା - ହେଇତ, ବିପ୍ଳବଙ୍କ ଘଡି଼ଟା ପଡି଼ଛି। ଟେଲିଭିଜନଟା ବି ରହିଛି। ଡ୍ରୟର୍ ଖୋଲି ଦେଖିଲା - ଟଙ୍କା କିଛି ରହିଛି। ଚୋର ଡକାୟତଙ୍କ କାମ ନୁହେଁ। ତେବେ?

ରୋଷେଇଘରକୁ ଗଲା ସୁନନ୍ଦା। ଫ୍ରିଜଟା ଅଧାଖୋଲା ହୋଇ ରହିଛି। ତାକୁ ବନ୍ଦ କଲା। ପୁଣି ଖୋଲି ପାଣି ବୋତଲଟିଏ ବାହାର କଲା। ଶୋଷ ଲାଗୁଛି। ଭୟଙ୍କର ଶୋଷ। ଛାତି ଭିତରେ କିଏ ଯେମିତି ହାତୁଡି଼ରେ ପାହାର ଦଉଛି। ବିପ୍ଳବବ୍କର କିଛି ହୋଇନି ତ? ସେ ଭଲ ଅଛନ୍ତି ତ? ..ଫ୍ରିଜ୍ ଉଉପରୁ ଗ୍ଲାସଟା ଆଣୁ ଆଣୁ ତା' ହାତ ବାଜି ଗୋଟେ ଚିନାମାଟି ବାଟି ସଶବ୍ଦରେ ତଳେ ପଡି଼ ଟୁକୁରା ଟୁକୁରା ହୋଇଗଲା। କିନ୍ତୁ ସେଥି ପ୍ରତି ଲକ୍ଷ୍ୟ ଦେବା ଆଗରୁ ସୁନନ୍ଦାର ଆଖିରେ ପଡି଼ଲା ଚଉତା ହୋଇଥିବା କାଗଜ ଖଣ୍ଡେ। ବାଟି ତଳେ ଚାପା ହୋଇଥିଲା। ଗ୍ଲାସ୍ ରଖିଦେଇ କମ୍ପିତ ଆଙ୍ଗୁଳିରେ କାଗଜଟା ଖୋଲିଲା ସୁନନ୍ଦା। ବିପ୍ଳବଙ୍କ ହସ୍ତାକ୍ଷର - । ତାକୁଇ ଉଦ୍ଦେଶ୍ୟ କରି ଲେଖିଛନ୍ତି -

ସୁନନ୍ଦା,

ସଖୀ ବଞ୍ଚି ଉଠିଲାଣି। କାମ କଲାଣି। ପୋଲିସ ମୋର ସୁରକ୍ଷା ପାଇଁ କୁଆଡେ଼ ମୋତେ କିଛି ଦିନ ପାଇଁ ଅଜ୍ଞାତବାସକୁ ନେଇ ଯାଉଛି। ଶୀଘ୍ର ଫେରିବି।

ବିପ୍ଳବ ରାୟ।

ସଖୀ ବଞ୍ଛି ଉଠିଲାଣି। କାମ କଲାଣି। ଆନନ୍ଦର ଏକ ଲହର ବର୍ତ୍ତମାନ ପରିସ୍ଥିତିରେ ବି ସୁନନ୍ଦାର ସାରା ଦେହରେ ସଞ୍ଚରିଗଲା। ସଖୀ ବଞ୍ଚି ଉଠିଲାଣି ଅର୍ଥ କାର୍ଯ୍ୟକ୍ଷମ ହୋଇ ଉଠିଲାଣି। ଅର୍ଥ: ଶବ୍ଦ ତରଙ୍ଗରୁ ବିଦ୍ୟୁତ୍ ଶକ୍ତି ଉତ୍ପାଦିତ ହୋଇପାରୁଛି। ବିପ୍ଳବଙ୍କ ସ୍ଵପ୍ନ ...ତା'ର ସ୍ଵପ୍ନ ସାକାର ହୋଇଛି। ଦୀର୍ଘ ବର୍ଷର ଅକ୍ଳାନ୍ତ ପରିଶ୍ରମର ଫଳ ମିଳିଛି। ଓଃ! କି ଆନନ୍ଦ, କି ଆନନ୍ଦ। ସୁନନ୍ଦା ଆଖି ବୁଜି ଭଗବାନଙ୍କୁ ସ୍ମରଣ କଲା। କିନ୍ତୁ ଚିଥିର ପରଲାଇନ୍ -'ପୋଲିସ ମୋର ସୁରକ୍ଷା ପୈଁ କୁଆଡେ଼ ମୋତେ କିଛି ଦିନ ଅଜ୍ଞାତବାସକୁ ନେଇଯାଉଛନ୍ତି' - କଣ ପାଇଁ ସୁରକ୍ଷା? କାହାଠୁଁ ସୁରକ୍ଷା? ଅଜ୍ଞାତବାସରେ କାହିଁକି? ଡ.ରାୟଙ୍କୁ ଯଦି ସୁରକ୍ଷା ପ୍ରଦାନ ପାଇଁ ଅନ୍ୟତ୍ର ନିଆଗଲା ତେବେ ତାଙ୍କ ଘରର ଏ ଅବସ୍ଥା କଲା କିଏ? ପ୍ରଶ୍ନ ପରେ ପ୍ରଶ୍ନ ।

ସୁନନ୍ଦା ପାଣି ଗ୍ଲାସଟା ଢକ ଢକ କରି ପିଇ ଦେଇ ବହାରକୁ ବାହାରି ଆସିଲା। ସାଙ୍ଗେ ସାଙ୍ଗେ ପୋଲିସ ପାଖକୁ ଯିବା ଦରକାର। କେଉଁଠି ଅଛନ୍ତି ବିପ୍ଳବ? କେମିତି ଅଛନ୍ତି?

ଦାଣ୍ଡ ଦୁଆର ବାହାରେ ପୃଥିବୀ ସାଧାରଣ, ସ୍ଵାଭାବିକ ଅବସ୍ଥାରେ ଥିଲା। ପ୍ରତିଦିନର ଅଭ୍ୟସ୍ତ ଦୃଶ୍ୟ। କିଛି ସ୍ଵାସ୍ଥ୍ୟବିଳାସୀ ବୃଦ୍ଧଙ୍କ ପ୍ରାତଃ ଭ୍ରମଣ ତଥାପି ଶେଷ ହୋଇନଥାଏ। ଖବର କାଗଜ ବିକାଳିର ସାଇକଲ୍ ଘଣ୍ଟା ଟିଂ ଟିଂ। କିଛି କିଛି ଯାନବାହାନର ଯାତାୟାତ। ଦୋକାନପତ୍ର ଖୋଲିବାର ପ୍ରସ୍ତୁତି। ଜଳଖିଆ ଦୋକାନରେ କୋଇଲା ଧୂଆଁ ସହ ତେଲଭଜାର ମିଶାମିଶି ବାସ୍ନା। ଏକ ନିସ୍ତରଙ୍ଗ ସାଧାରଣ ସକାଳ। ସୁନନ୍ଦାର ଇଚ୍ଛା ହେଲା ସେ ଚିତ୍କାର କରି ଏ ନିସ୍ତରଙ୍ଗତାର ଆସ୍ତରଣକୁ ଭାଗି ଟୁକୁରା ଟୁକୁରା କରିଦେବ - ଆରେ ସମସ୍ତେ ଦେଖର ଡ.ରାୟ ନାହାନ୍ତି। ତମର ସୁଖ ପାଇଁ ନିଜ ଜୀବନର ସମସ୍ତ ସୁଖ ସ୍ଵାଚ୍ଛନ୍ଦ୍ୟକୁ ଭୁଲିଯାଇଥିବା ଲୋକଟିକୁ ପୋଲିସ ଅଜ୍ଞାତବାସକୁ ନେଇଯାଇଛି। ସେ କୁଆଡେ଼ ଅସୁରକ୍ଷିତ। ତାଙ୍କ ଘରକୁ କିଏ ଛିନଛତ୍ର କରିଦେଇଛି। ଦେଖ ସମସ୍ତେ। କିଛି କର। ...କିନ୍ତୁ ସୁନନ୍ଦା କିଛି କହିପାରିଲାନି। ସେ ଜାଣିଥିଲା, କହିଲେ ବି କିଛି ଲାଭ ହେବନି। ଅଯଥା ଏଠି ଭିଡ଼ ହେବ ଏବଂ ନାନା କଳ୍ପନାଜଳ୍ପନା ଆଲୋଚନାରେ ବାତାବରଣ ଭାରି ହେବ। ବାସ୍ ସେତିକି। ଯାହା କରିବାର ତାକୁଇ କରିବାକୁ ପଡି଼ବ। ବିପ୍ଳବ ତାର ଯେତେ ନିଜର, ଆଉ କାହାର ନୁହେଁ।

ସୁନନ୍ଦା ପୁଣି ଗବେଷଣାଗାରକୁ ଫେରିଲା। ଡ.ରାୟଙ୍କ ଘରର ଅବସ୍ଥା ଏବଂ ପୋଲିସ୍ ତାଙ୍କୁ ଅଜ୍ଞାତବାସକୁ ନେଇଯାଇଥିବା କଥା ଅନ୍ୟମାନଙ୍କୁ ଜଣେଇବା ଦରକାର। ତୁରନ୍ତ କିଛି କରିବା ଦରକାର।

ସେ ଗବେଷଣାଗାରରେ ପହଞ୍ଚିଲା ମାତ୍ରେ ଗୁଇ ତିନି ଜଣ ଗବେଷକ ତା ପଖକୁ ଛୁଟି ଆସିଲେ - ସର୍ବନାଶ ହୋଇଛି ଦିଦି।

ପୁଣି କେଉଁ ସର୍ବନାଶର ବାର୍ତ୍ତା ଅପେକ୍ଷା କରିଛି ସୁନନ୍ଦାକୁ? -ଡ.ରାୟ ଯେଉଁ ମେସିନର ପ୍ରୋଟୋଟାଇପ୍ ତିଆରି କରୁଥିଲେ - ସେ ମେସିନଟି ନାହିଁ। -ମେସିନ୍ ନାହିଁ? -ନା'। ଆପଣତ ସକାଳେ ଗବେଷଣାଗାରର ତାଲା ଖୋଲିଥିଲେ। ମୁଁ ବି ସେତେବେଳେ ସେଠି ଥିଲି। ତାଲା ତ ଭଙ୍ଗା ହୋଇନଥିଲା। ଅନ୍ୟାନ୍ୟ କବାଟ ଝରକା ବି ଠିକ୍ଠାକ୍ ଅଛି। କିଛି ଭଙ୍ଗାଭଙ୍ଗିର ଚିହ୍ନ ନାହିଁ। ମେସିନଟି କିନ୍ତୁ ନାହିଁ।...ଡ.ରାୟ କଣ ମେସିନଟିକୁ ଘରକୁ ନେଇ ଯାଇଛନ୍ତି କି?

ଆଘାତ ପରେ ଆଘାତ ଫଳରେ ସୁନନ୍ଦା ପ୍ରାୟ ପଥର ପାଲଟି ଯାଇଥିଲା। ପଥରର ଗଳାରେ ସେ କହିଲା, ଡ.ରାୟ ଘରେ ନାହାନ୍ତି। ତାଙ୍କୁ ପୋଲିସ୍ କୁଆଡେ଼ ଅଜ୍ଞାତବାସକୁ ନେଇ ଯାଇଛି। ହେଇ ଦେଖନ୍ତୁ ତାଙ୍କ ଚିଠି। କିନ୍ତୁ ତାଙ୍କ ଘରକୁ କିଏ ଭାଙ୍ଗିଭୁଙ୍ଗି ଛିନଛତ୍ର କରି ଦେଇଛି। ଘରର କ୍ଔଣସି ଆସବାବପତ୍ର ଆଉ ଅକ୍ଷତ ନାହିଁ। -ଡ.ରାୟଙ୍କୁ ପୋଲିସ ନେଇ ଯାଇଛି? କିନ୍ତୁ କାହିଁକି? -ତାର ଉତ୍ତର ମୁଁ ବି ଶଠିକ୍ ଜାଣିନି। ଇଆଡେ଼ ଯନ୍ତ୍ରଟି ମଧ୍ୟ ଗାଏବ। ଡ.ରାୟ ଚିଠିରେ ଲେଖିଛନ୍ତି, ସଖୀ ବଞ୍ଚି ଉଠିଲାଣି। କାମ କଲାଣି। ନୂଆ ଯନ୍ତ୍ର ଉଦ୍ଭାବନ କଥା ଆଉ କେହି ଜାଣିପାରି ଯନ୍ତ୍ରଟିକୁ ଆଉ ଡ.ରାୟଙ୍କୁ ଅପହରଣ କରି ନେଇନି ତ?...ଚାଲନ୍ତୁ ଆମେ ଶୀଘ୍ର ପୋଲିସ ପାଖକୁ ଯିବା।

ପୋଲିସ ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟଟି ବିଶାଳ। କିନ୍ତୁ ତା ଭିତରର ପରିବେଶ ସୁନନ୍ଦାକୁ ଆଦ୍ଔ ଭଲ ଲାଗିଲା ନାହିଁ। କ୍ଔଣସି ରୁଚି ସମ୍ପନ୍ନ ଲୋକକୁ ଭଲ ଲାଗିବା କଥା ନୁହଁ। କାନ୍ଥ କେତେଗୁଡା଼କରେ ଅଳନ୍ଧୁ ଓ ପାନଛେପ। ଅନ୍ଧାରୁଆ ଅଫିସଘର ଗୁଡି଼କରେ ଫାଇଲର ପାହାଡ଼। ସେ ପାହାଡ଼ ଭିତରେ ଭିତରେ ମଣିଷଗୁଡା଼କ ଗୁଞ୍ଜି ହୋଇ ବସିଛନ୍ତି। ଦିନବେଳେ ବି ଏଠି ବିଜୁଳି ଆଲୁଅ ଜଳେଇବାକୁ ପଡେ଼। ଅଳ୍ପ ଶକ୍ତିର ବଲବ ମୈଳା ହଳଦିଆ ଆଲୁଅରେ ଫାଇଲର ସ୍ତୂପୀକୃତ ପାହାଡ଼ଗୁଡା଼କ ଭୟଙ୍କର କଳା ଦିଶୁଥିଲା। ଡ.ରାୟଙ୍କ କଥା ମନେ ପଡି଼ଲା ସୁନନ୍ଦାର। ସେ କହୁଥିଲେ ପାରିପାର୍ଶ୍ଵିକ ପରିବେଶ ମଣିଷର ଚରିତ୍ର ଉପରେ ବହୁତ ପ୍ରଭାବ ପକାଏ। ଯେତେ ଖୋଲା ଜାଗାରେ ରହିବ, ଖୋଲ ପବନ, ଖୋଲା ଆଲୁଅ, ପ୍ରକୃତି ପାଖାପାଖି ତମ ମନ ସେତେ ଉଦାର ହେବ। ଯେଉଁଠି ତୁମେ କାମ କରୁଛ, ସେ ଜାଗାରେ ପରିବେଶ ବି ସେମିତି ହେବା ଦରକାର। ସେଥିରେ ରୁଚିର ଛାପ ଥିବା ଦରକାର। -କାହାକୁ ଖୋଜୁଛନ୍ତି, ଜଣେ ପୋଲିସ ଅଧିକାରୀ ରୁକ୍ଷ ଭାବରେ ପଚାରିଲେ। -ଆରକ୍ଷୀ ଅଧିକାରୀଙ୍କୁ। ଜରୁରୀ ଦରକାର ଅଛି। ଅଛନ୍ତି? -କ'ଣ ଦରକାର? ଛାତି ପକେଟରୁ ଦିଆସିଲି କାଠିଟିଏ କାଢି଼ କାନରେ କେଞ୍ଚୁ କେଞ୍ଚୁ ପୋଲିସ ଅଧିକାରୀଟି ଅଭ୍ୟସ୍ତ-ବୀତସ୍ପୃହ ଗଳାରେ ପଚାରିଲା। -ଆପଣ ଆରକ୍ଷୀ ଅଧିକାରୀ ଅଛନ୍ତି କି ନାହିଁ କୁହନ୍ତୁ, ଦରକାରଟା ଆମେ ତାଙ୍କୁ ଇ କହିବୁ। -ସେମିତି ହୁଏନି ମ୍ୟାଡାମ୍। ପ୍ରସିଡିଓର୍ ମେଣ୍ଟେନ୍ କରିବାକୁ ପଡେ଼। ଯାହା ନିୟମ।

ପୋଲିସ ଅଧିକାରୀଟି ସୁନନ୍ଦାର ଲୁହ ଟଳମଳ ଅଥଚ ଜ୍ଵଳନ୍ତ ଆଖି ଦେଖି ବୋଧହୁଏ କଥା ମଝିରୁ ଅଟକି ଗଲା। ପକେଟରୁ ରୁମାଲ୍ କାଢି଼ ନିଜ ମୁହଁ ପୋଛିଲା। ଏଥର ସେ କଥା କହିଲା ବେଳେ ତା କଣ୍ଠସ୍ଵରେ ପରିବର୍ତ୍ତନ ହୋଇଥିଲା।

"ଦେଖନ୍ତୁ, ଆରକ୍ଷୀ ଅଧିକାରୀ ଏବେ କାର୍ଯ୍ୟାଳରେ ନାହାନ୍ତି। ମହାରାଜା କଣ ଜରୁରୀ କାମ ପାଇଁ ଡକେଇ ପ୍ଥେଇଲେ ଯେ ରାଜ ପ୍ରାସାଦକୁ ଯାଇଛନ୍ତି। ଆପଣ ଯଦି ଚାହାନ୍ତି ଆପଣଙ୍କ ଦରକାରଟା ମୋତେ କହିପାରନ୍ତି।... -ଡ.ବିପ୍ଳବ ରାୟଙ୍କୁ ପୋଲିସ୍ ଅଜ୍ଞାତବାସକୁ ନେଇଯାଇଛି। କାହିଁକି ନେଇଛି ଏବଂ କେଉଁଠିକି ନେଇଛି, ଆମେ ସେଇ କଥା ଜାଣିବାକୁ ଆସିଥିଲୁ। ପୁଣି କାଲି ରାତିରେ ଆମ ଗବେଷଣାଗାରରୁ ଗୋଟେ ଗୁରୁତ୍ଵପୂର୍ଣ୍ଣ ମେସିନ୍ ଗାଏବ ହୋଇଯାଇଛି।...ଡ.ରାୟଙ୍କ ଘରେ ବି ଭଙ୍ଗାରୁଜା ହୋଇଛି। କିଛି ଜିନିଷ ଆଉ.. ପୋଲିସ ଡ.ରାୟଙ୍କୁ ଅଜ୍ଞାତବାସକୁ ନେଇଯୈଛି? -ଆଜ୍ଞା ହଁ । ପୋଲିସ୍। -କେମିତି ଜାଣିଲେ? -ଡ.ରାୟ ଚିଠିରେ ଲେଖି ରଖିଯାଇଥିଲେ। -ସେ ଚିଠି କାଇଁ? -ମୋ ପାଖରେ। ସୁନନ୍ଦା ତା'ପର୍ସରୁ ଚିଠିଟିକୁ କାଢି଼ ଅଧିକାରୀଙ୍କୁ ବଢେ଼ଇ ଦେଲା। ସେ ତାଉ ହାତରେ ଧରି ଭଲ ଭାବରେ ଦେଖିଲେ, ପଢି଼ଲେ। 'ସଖୀ' କିଏ? -'ସଖୀ' ଡ.ରାୟ ତିଆରି କରୁଥିବା ଯନ୍ତ୍ର ନାଁ। ଏ ଯନ୍ତ୍ରଟିକୁ ଖୁବ୍ ଭଲ ପାଉଥିଲେ ତ ସେ, ସେଥିପାଇଁ ନାଁ ଦେଇଥିଲେ ସଖୀ। ଏଇ ଯନ୍ତ୍ରଟି ଗାଏବ ହୋଇଯାଇଛି।... କିନ୍ତୁ ଆଶ୍ଚର୍ଯ୍ୟର କଥା କବାଟର ତାଲା ଭଙ୍ଗା ହୋଇନି କି ଗୋଟିଏ ବି ଝରକା ଖୋଲା ହୋଇନି। -ହୁଁ, ଅଧିକାରୀ ଜଣକ କଣ ଚିନ୍ତା କରୁ କରୁ ପଚାରିଲେ, ଡ.ରାୟଙ୍କ ଘରେ ଭଙ୍ଗାରୁଜା ହୋଇଛି। ...ଜିନିଷପତ୍ର କିଛି ଚୋରି ଯାଇଛି କି? -ନା। କିଛି ଚୋରି ହେଲା ପରି ତ ମନେ ହେଉନି। ସାଧାରଣ ଚୋର ଡକାୟତ ଯାହା ନବା କଥା, ସେଭଳି ସବୁ ଜିନିଷତ ପଡି଼ଛି। -ହୁଁ। ଆଚ୍ଛା ଠିକ୍ ଅଛି। ମ୍ୟାଡମ୍ ମୁଁ ଅପଣଙ୍କୁ କଥା ଦଉଛି ଏ ବିଷୟରେ ମୁଁ ନିଜେ ତଦନ୍ତ କରିବି। ଆପଣଙ୍କ ଠିକଣାଟା ରଖିଯା'ନ୍ତୁ। ଦରକାର ହୋଇପାରେ। -ଆପଣ ଡ.ରାୟଙ୍କୁ ଶୀଘ୍ର ଖୋଜି ଆଣନ୍ତୁ ପ୍ଲିଜ୍...।

ସୁନନ୍ଦା ଚାଲିଯିବାର ବହୁ ସମୟ ପର ଯାଇଁ ତାର ଲୁହ ଟଳମଳ ଅଥଚ କ୍ରୋଧରେ ଜ୍ଵଳନ୍ତ ଆଖି ଯୋଡା଼କ ଯୁବକ ପୋଲିସ ଅଧିକାରୀଙ୍କ ଆଖି ସାମ୍ନାରେ ଭାସି ବୁଲିଲା।

ଅପେକ୍ଷାର ମୁହୂର୍ତ୍ତ ଗୁଡି଼କ ଯେ ଏତେ ଦୀର୍ଘ, ଏତେ ବେଦନାଦାୟକ ହୁଏ, ତା' ସୁନନ୍ଦା ଏଇ ମୁହୂର୍ତ୍ତରେ ତା' ଜୀବନରେ ସବୁଠୁଁ ଗଭୀର ଭାବେ ଅନୁଭବ କରୁଥିଲା। ପ୍ରତ୍ୟେକ ପାଦଶବ୍ଦ, ପ୍ରତ୍ୟେକ ଯାନବାହାନ ଶବ୍ଦ, ପ୍ରତ୍ୟେକ ଫୋନର ଘଣ୍ଟି ତାକୁ ସଚକିତ କରି ତୋଳୁଥିଲା ଆଶାର ଦାମିନୀରେ। ଆସିଲେ କି? ପର ମୁହୂର୍ତ୍ତରେ ନିରାଶାର ଘନ ତମସା। କାହାନ୍ତି ବିପ୍ଳବ? ଆଖି କୋଣରେ ଲୁହ ଜକେଇ ଆସୁଥିଲା ସୁନନ୍ଦାର। ଏକ ନିସ୍ଫଳ କ୍ରୋଧରେ ସନ୍ତୁଳି ଯାଉଥିଲା ସେ। ଆଶଙ୍କାରେ ମନ୍ଥି ଯାଉଥିଲା ହୃଦୟ। ...ବିପ୍ଳବ...ତୁମେ କେଉଁଠି ଅଛ? କେମିତି ଅଛ?...

ମିନିଟ୍ ପରେ ମିନିଟ୍ ଗଡି଼ ଚାଲିଥିଲା। ଘଣ୍ଟା ପରେ ଘଣ୍ଟା।

ଦିନ ଗଡି଼ ସନ୍ଧ୍ୟା ହେଲା।

ସନ୍ଧ୍ୟା ପରେ ପରେ ରେଡିଓରୁ ଖବରଟି ଶୁଣିଲା ସୁନନ୍ଦା। ଶୁଣିଲା ଏବଂ ପଥର ହୋଇଗଲା।

ରେଡିଓର ସାନ୍ଧ୍ୟରେ ସମ୍ବାଦରେ ତାହା ହିଁ ଥିଲା ଦ୍ଵିତୀୟ ମୁଖ୍ୟ ଖବର।

ମହାରାଜା ଆଦେଶ ଜାରି କରିଛନ୍ତି ଯେ ଆଗାମୀ କାଲିଠୁଁ ଏ ଦେଶରେ କଥାବାର୍ତ୍ତା କରିବା ନିଷିଦ୍ଧ। ଆବାଳବୃଦ୍ଧ ବନୀତା ସମସ୍ତଙ୍କ ପାଇଁ ଏ ନିୟମ। କେହି କଥା କହିବେ ନାହିଁ। ଶବ୍ଦ କରି କାନ୍ଦିବା ହସିବା ମଧ୍ୟ ନିଷିଦ୍ଧ।

ବିଶେଷ କ୍ଷେତ୍ରରେ କଥା କହିବା ନିହାତି ଦରକାର ହେଲେ ଆଗେ ସରକାରୀ ଅନୁମତି ନେବେ। ବିନା ଅନୁମତିରେ କଥାବାର୍ତ୍ତା କଲେ କିମ୍ବା ଶବ୍ଦ କଲେ ରାଜ ଆଦେଶ ଉଲ୍ଲଂଘନ ଅପରାଧରେ ଅପରାଧୀକୁ ପ୍ରାଣଦଣ୍ଡ ଦିଆଯିବ।

ଦେଶଦ୍ରୋହ ଅପରାଧରେ ବୈଜ୍ଞାନିକ ଡ.ବିପ୍ଳବ ରାୟଙ୍କୁ ମହାରାଜା ମୃତ୍ୟୁଦଣ୍ଡ ଦେଇଛନ୍ତି। ଡ.ରାୟ ଏ ଦେଶର ଏକ ଗୁରୁତ୍ଵପୂର୍ଣ୍ଣ ଉଦ୍ଭାବନକୁ ଗୋପନରେ ବିଦେଶୀ ରାଷ୍ଟ୍ରକୁ ବିକ୍ରି କରିବାର ମସୁଧା କରୁଥିଲେ...

ଦେଶଦ୍ରୋହ...ଡ.ରାୟ .. ମୃତ୍ୟୁଦଣ୍ଡ... ଅମାବାସ୍ୟା ରାତି... ମାନେ ଆଉ ମାତ୍ର ସାତ ଦିନ ପରେ...ମୃତ୍ୟୁଦଣ୍ଡ...

ସୁନନ୍ଦା ଅଚେତ୍ ହୋଇଗଲା

||୧୩||

ସମଗ୍ର ରାଜ୍ୟରେ ରାତାରାତି ବିଛେଇଗଲା ବହଳ ନିରବତା। ସମସ୍ତେ ଚୁପ୍। ଗୋଟିଏ ରାତି ଭିତରେ ସାରା ରାଜ୍ୟର ସମସ୍ତ ଜନତା ଯେମିତି ମୂକ ହୋଇଯାଇଛନ୍ତି।

ରାସ୍ତାରେ ରାସ୍ତାରେ ପୋଲିସ୍ ପଇଁତରା। ଭାରି ବୁଟର ଠକ୍ ଠକ୍ ଆୱ୍ଆଜ୍। ପୋଲିସ ଗାଡି଼ର ସାଇରନ୍।

ମଣିଷର କଣ୍ଠସ୍ଵର ଶୁଭୁନି କେଉଁଠି। ବଜାର ହାଟରେ ଲୋକ ଚଳାଚଳ ଅଛି। କିନ୍ତୁ ପ୍ରତିଦିନ ଭଳି କୋଳାହଳ ନାହିଁ। ସମସ୍ତେ ଚୁପ୍।

ଶିଶୁମାନେ ମଧ୍ୟ ଯେମିତି ଏକ ଅଜଣା ଆତଙ୍କରେ ନିରବେଇ ଯାଇଛନ୍ତି।

ଆତଙ୍କ...ଆତଙ୍କ...ସାରା ରାଜ୍ୟରେ ବିସ୍ତାରି ରହିଛି ଆତଙ୍କର ବିଷାକ୍ତ ଧୂଆଁ। ପ୍ରତି ଘରର ବୈଠକଖାନାରୁ ନିଭୃତ ଶୟନ କକ୍ଷ ଯାଏଁ ସବୁଠିଁ ବିଛେଇ ରହିଛି ଆତଙ୍କର ଧୂଆଁଳିଆ କୁହୁଡି଼।

ମଣିଷଗୁଡା଼କ ରାତାରାତି ଯେମିତି ଯନ୍ତ୍ର ପାଲଟି ଗଲେ। କିମ୍ବା କ୍ଔଣସି ଏକ ଅଭିଶାପରେ ସାରା ରାଜ୍ୟର ସମସ୍ତ ମଣିଷ ଏକ ସାଙ୍ଗରେ ମୂକ ହୋଇଯାଇଛନ୍ତି।

ମା' ଆକଟ କରିପାରୁନି ଟିକି ପୁଅକୁ। କଥା କହିଲେ ପୋଲିସବାଲା ବାନ୍ଧି ନେଇଯିବ।

ରସିକ ପ୍ରେମିକ ପ୍ରେମ ସମ୍ଭାଷଣ କରିପାରୁନି ପ୍ରେମିକାକୁ। ପାଟି ଫିଟେଇଲେ ଶୂଳି।

ଗାୟକ ଗୀତ ଗାଇପାରୁନି। ଶିକ୍ଷକ ଶିକ୍ଷାଦାନ କରିପାରୁନି।...

ନିରବତାର ଏମିତି ଭୟଙ୍କର ରୂପ କେହି କେବେ ଦେଖିନଥିଲେ।

ରୁଦ୍ଧ ଦ୍ଵାର ଭିତରେ ମଧ୍ୟ ଲୋକେ କଥାବାର୍ତ୍ତା ହେବାକୁ ଭୟ କଲେ। କାଳେ କେଉଁଠି ଶୁଣିନେବ ରାଜାକ ଗୁପ୍ତଚର। ନିରବତା ଯେମିତି ଅହିରାଜ ସାପ ଭଳୀ ସାରା ଭରତଭୂମି ରାଜ୍ୟକୁ ଜଡେ଼ଇ ଧରିଥିଲା ଘନିଷ୍ଠ ଭାବେ। ଏତେ ଘନିଷ୍ଠ ଭାବେ ଯେ ଲୋକଙ୍କ ନିଃଶ୍ଵାସ ବନ୍ଦ ହୋଇ ଯାଉଥିଲା।

||୧୪||

ବହୁତ ସମୟ ପରେ ଚେତା ଫେରି ପାଇଲା ସୁନନ୍ଦା। ଧୀରେ ଧୀରେ ଉଠି ବସିଲା। ଖୋଲା ହାୱ୍ଆରେ ପ୍ରଶ୍ଵାସ ନେବା ପାଇଁ ଘର ବାହାରକୁ ଆସିଲା ଏବଂ ପ୍ରାୟ ସଂଗେ ସଂଗେ ତା ଚାରିପଟରେ, ରାଜ୍ୟାସାରା ବିସ୍ତାରିଥିବା ନିରବତାର ମୋଟା ପରଦା ତାକୁ ମଧ୍ୟ ଆବୋରି ନେଲା।

ମହାରାଜ କଥା କହିବା ଉପରେ ନିଷେଧାଜ୍ଞା ଜାରି କଲେ କାହିଁକି? ଏମିତି ଅଦ୍ଭୂତ ଏବଂ ଅବାସ୍ତବ ଆଦେଶ ପଛରେ କିଛି କାରଣ ତ ଥିବ ନିଶ୍ଚୟ। ମହାରାଜ ଡ.ରାୟଙ୍କୁ ମୃତ୍ୟୁଦଣ୍ଡ ଦେଲେ କାହିଁକି? ଦେଶଦ୍ରୋହଟା ମିଛ କଥା। ଡ.ରାୟଙ୍କୁ ସେ ଭଲ ଭାବେ ଚିହ୍ନିଛି। କ୍ଔଣସି ବିଦେଶୀ ରାଷ୍ଟ୍ର ହାତରେ ନିଜ ଦେଶର ଉଦ୍ଭାବନ ଟେକିଦେଲା ଭଳି ଲୋକ ସେ ନୁହନ୍ତି। ତେବେ?... ହଠାତ୍ ପ୍ରାୟ ସୁନନ୍ଦା ଏ ରହସ୍ୟର ଜାଲକୁ ଭେଦ କରିପାରିଲା। ବିଦ୍ୟୁତ୍ ଚମକରେ ଅନ୍ଧକାର ଖଣ୍ଡ ଖଣ୍ଡ ହୋଇଗଲା ପରି ସେ ସବୁକିଛି ବୁଝିପାରିଲା ମୁହୂର୍ତ୍ତକ ଭିତରେ। ବୁଝିପାରିଲା ଏବଂ ଏକ ଭୟଙ୍କର କ୍ରୋଧରେ କମ୍ପି ଉଠିଲା।

ଡ.ରାୟଙ୍କ ମେସିନରେ ବିଦ୍ୟୁତ ଶକ୍ତି ଉତ୍ପାଦନର ମୂଳ ଉପାଦାନ ହେଲା ମଣିଷର କଣ୍ଠସ୍ଵର। ଡ.ରାୟଙ୍କୁ ପୋଲିସ୍ ଅଜ୍ଞାତବାସକୁ ନେବା, ପରେ ପରେ ତାଙ୍କୁ ମୃତ୍ୟୁଦଣ୍ଡ ଓ ରାଜ୍ୟରେ କଥା କହିବା ନିଷିଦ୍ଧ ଘୋଷଣା କରିବା ଘଟଣାକୁ ଗୋଟିଏ ସରଳ ରେଖାରେ ରଖିଲେ ସ୍ପଷ୍ଟ ଜଣା ପଡେ଼ ଯେ ଘଟଣାଗୁଡି଼କ ପରସ୍ପର ବିଚ୍ଛିନ୍ନ ଘଟଣା ନୁହେଁ। ଏସବୁ ଗୁଡି଼କ ମଧ୍ୟରେ ଯୋଗସୂତ୍ର ରହିଛି। ଡ.ରାୟ ନିଶ୍ଚୟ ଏ ମେସିନଟିକୁ ମହାରାଜଙ୍କୁ ଦେବାପାଇଁ ମନା କରିଛନ୍ତି ଏବଂ ମହାରାଜଙ୍କ ଅଗୋଚରରେ ଅନ୍ୟ କାହାକୁ ଦେଇ ଦେଇଛନ୍ତି। ସେ ମେସିନରୁ ଯେମିତି ବିଦ୍ୟୁତ୍ ଶକ୍ତି ଉତ୍ପାଦିତ ହୋଇ ନ ପାରିବ, ସେଇଥି ପାଇଁ ଏ ଆଦେଶ। ଡ.ରାୟ ନିଶ୍ଚୟ ଏ ମେସିନ୍ ବ୍ୟାପାରରେ ମହାରାଜାଙ୍କ କଥାରେ ଅସମ୍ମତ ହୋଇଛନ୍ତି, ସେଇଥିପାଇଁ ତାଙ୍କୁ ମୃତ୍ୟୁଦଣ୍ଡ।..

ସୁନନ୍ଦଆ ଆକାଶକୁ ଚାହିଁଲା। ହୋର ହେବାକୁ ତଥାପି ବହୁ ସମୟ ବାକି। ଏକ ପ୍ରତିଜ୍ଞାରେ ଦୃଢ଼ ହୋଇଉଠିଲା ସୁନନ୍ଦାର ମୁହଁ। ହାତମୁଠା ଶକ୍ତ ହୋଇଉଠିଲା। ଏ ଯନ୍ତ୍ର ପାଇଁ ଏତେ କଥା। ଏ ଯନ୍ତ୍ର ନିର୍ମାଣ କ୍ଔଶଳ କେବଳ ଡ.ରାୟଙ୍କୁ ଜଣା ବୋଲି ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉଛି। ମୁଁ ସେଇଭଳୀ ଆଉ ଗୋଟିଏ ଯନ୍ତ୍ର ତିଆରି କରିବି। ସେଇଭଳି ଆହୁରି ଅନେକ ଗୁଦି଼ଏ ଯନ୍ତ୍ର। କେତେଜଣଙ୍କୁ ମୃତ୍ୟୁଦଣ୍ଡ ଦେବେ ମହାରାଜା?

ସୁନନ୍ଦା ସେଇ ମୁହୂର୍ତ୍ତରେ ଗବେଷଣାଗାରକୁ ଚାଲିଗଲା।

ଅମାବାସ୍ୟାକୁ ଆଉ ମାତ୍ର ସାତ ଦିନ ...ଏଇ ସାତ ଦିନ ଭିତରେ ତାକୁ ଔ ଗୋଟିଏ ଯନ୍ତ୍ର ତିଆରି କରିବାକୁ ପଡି଼ବ। ତେବେ ହୁଏତ ଡ.ରାୟଙ୍କୁ ମୃତ୍ୟୁ ମୁହଁରୁ ବଞ୍ଚେଇହେବ।

...ତରଙ୍ଗରୁ ବିଦ୍ୟୁତ୍ ଶକ୍ତି ଉତ୍ପାଦନର ଏ ପ୍ରୋଜେକ୍ଟରେ ସୁନନ୍ଦା ଗତ ପାଞ୍ଚବର୍ଷ ଧରି ଘନିଷ୍ଟ ଭାବେ ସାମିଲ ଥିଲା। ପ୍ରୋଜେକ୍ଟ ପ୍ରାୟ ଶେଷ ଚରଣରେ ପହଞ୍ଚି ଯାଇଥିଲା। ଆଉ ଅଳ୍ପ କେତୋଟି ବୈଷୟିକ ସମସ୍ୟାର ସମାଧାନ ବାକି ଥିଲା। ସେତକ କରିପାରିଲେ ଏ ଯନ୍ତ୍ରଟି ଚାଲୁ ହୋଇଯାଇଥା'ନ୍ତା। ତା'ର ଦୁଇଦିନର ଅନୁପସ୍ଥିତି ଭିତରେ ଡ.ରାୟ ନିଶ୍ଚୟ ତାହା କରି ସାରିଥିଲେ। ଦୁଇ ଦିନର ଅନୁପସ୍ଥିତି ପାଇଁ ଏବେ ସୁନନ୍ଦା ଅନୁତାପ କରିବାକୁ ଲାଗିଲା। କିନ୍ତୁ ଅନୁତାପରେ ନଷ୍ଟ କଲା ଭଳି ସମୟ କାଇଁ? କ'ଣ ହୋଇପାରିଥା'ନ୍ତା ବୋଲି ଭାବିବାକୁ ଏବେ ବେଳ ନାହିଁ। ସାତଦିନ, ମାତ୍ର ସାତଦିନ ସମୟ ଅଛି ତା' ହାତରେ। ବିପ୍ଳବକୁ ବଞ୍ଚେଇବା ପାଇଁ ମାତ୍ର ସାତଟି ଦିନ। ଘଣ୍ଟା ଆଡ଼କୁ ଚାହିଁଲା ସୁନନ୍ଦା। କେତେ ଦ୍ରୁତ ବିତିଯାଉଛି ସମୟ। ଟିକ୍ ଟିକ୍ ଟିକ୍ ଟିକ୍ - ସେକେଣ୍ଡ କଣ୍ଟାଟିର ଗତି ସୁନନ୍ଦାକୁ ବିଚଳୀତ କରି ତୋଳିଲା। ଏକ ଗଭୀର ପ୍ରଶ୍ଵାସ ନେଇ ସେ କାମରେ ଲାଗିପଡି଼ଲା।

ସେକେଣ୍ଡ କଣ୍ଟା ଘୂରି ଚାଲିଥିଲା ଅବିରାମ ଗତିରେ।

ରୁଦ୍ଧ ଏବଂ ଅନ୍ଧକାର କାରକକ୍ଷର ପଥର ଚଟାଣରେ ଚୁପଚାପ୍ ବସିଥିଲେ ଡ.ବିପ୍ଳବ ରାୟ। ଏ କକ୍ଷରେ ସେ ବନ୍ଦୀ ହୋଇ ରହିବାର ଚାରିଦିନ ବିତିଗଲାଣି। ଆଉ ମାତ୍ର ତିନି ଦିନ। ତିନି ଦିନ ପରେ ଅମାବାସ୍ୟା। ଅମାବାସ୍ୟା ରାତିରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ।

ଏକ ଗଭୀର ଦୀର୍ଘଶ୍ଵାସ ତାଙ୍କ ହୃଦୟକୁ ମନ୍ଥନ କରି ରୁଦ୍ଧ କାରାର ବଦ୍ଧ ପରିବେଶରେ ମିଶିଗଲା। ମୃତ୍ୟୁକୁ ତାଙ୍କର ଖୁବ୍ ବେଶି ଭୟ ନାହିଁ। ହଁ, କିଛିଟା ଭୟତ ଅଛି। ଏ ଦୁନିଆରୁ ଆଉ କେଉଁଠି - ଏକ ଅଜଣା ଜଗତକୁ ଚାଲିଯିବେ। ମରିବାଟା କ'ଣ ଖୁବ୍ ଯନ୍ତ୍ରଣାଦାୟକ? ଗତ ଚାରିଦିନ ଭିତରେ ମହାରାଜାଙ୍କ ଆଦେଶରେ ତାଙ୍କୁ ବହୁତ ଯନ୍ତ୍ରଣା ଦିଆଯାଇଛି। ଘଣ୍ଟା ପରେ ଘଣ୍ଟା ସେ ଅଚେତ୍ ହେଲାଯାଏଁ ପ୍ରହାର କରାଯାଇଛି। ତାଙ୍କ ହାତ ଆଙ୍ଗୁଳି ନଖରେ ଛୁଞ୍ଚି ଫୋଡା। ଯାଇଛି। ତଳିପାକୁ ବ୍ଲେଡରେ କାଟି ସେଥିରେ ଲଙ୍କା ଭର୍ତ୍ତି କରାଯାଇଛି। ଗତ ୪ ଦିନ ହେଲା ଅଭୁକ୍ତ ରଖାଯାଇଛି। ରାତିସାରା ତାଙ୍କ ଆଖିରେ ଉଜ୍ଜ୍ଵଳ ଆଲୁଅ ପକେଇ ଶୋଇବାକୁ ଦିଆହେଉନି। ପ୍ରଥମେ ଖୁବ୍ ଯନ୍ତ୍ରଣା ହେଉଥିଲା। ଖୁବ୍। ଅସହ୍ୟ ଯନ୍ତ୍ରଣାରେ ଦେହ କମ୍ପି ଉଠିଥିଲା ବେଳେ ଡ.ରାୟ ନିଜ ମନକୁ ନେଇ ଯାଉଥିଲେ ସ୍ଵପ୍ନର ଅତୀତକୁ। ମା' କଥା ମନେ ପକଉଥିଲେ। ପରେ ପରେ ଦେହଟା କେମିତି ହାଲକା ହୋଇଗଲା। ଯନ୍ତ୍ରଣାର ଆଉ କ୍ଔଣସି ହୋଧ ରହିଲା ନାହିଁ। ଏବେ ଜେଲରକ୍ଷୀମାନେ ତାଙ୍କୁ ପ୍ରହାର କଲେ, ତାଙ୍କର ବିଶେଷ ଯନ୍ତ୍ରଣା ହୁଏନି। ମଲାବେଳେ କ'ଣ ଏଇମିତି ଲାଗିବ?

ମରିବାରେ ତାଙ୍କର ଦୁଃଖ ନାହିଁ। ଦୁଃଖ ହେଲା ଯନ୍ତ୍ରଟି ଉଦ୍ଭାବନ କରି ସାରିବା ପରେ ମଧ୍ୟ ଏହା ମଣିଷର କଲ୍ୟାଣରେ ଲାଗିଲା ନାହିଁ। କି ଦିଗନ୍ତ ପ୍ରସାରି ସମ୍ଭାବନା ଥିଲା ଏ ଯନ୍ତ୍ରର! ସାରା ଦେଶର, ହୁଏତ ସାରା ପୃଥିବୀର ଅବସ୍ଥା ବଦଳେଇ ଦେଇ ପାରିଥା'ନ୍ତା! କିନ୍ତୁ...ଗୋଟିଏ ଲୋକର ଲୋଭ ଆଉ କ୍ଷମତା ଆସକ୍ତି ପାଇଁ ସବୁ ନଷ୍ଟ ହୋଇଗଲା। ମହାରାଜାଙ୍କ ପ୍ରତି ଅତ୍ୟନ୍ତ ଘୃଣା ବୋଧ ହେଲା ଡ.ରାୟଙ୍କର। ଲୋକଟା ବୁଝିପାରୁନି ସାରା ପୃଥିବୀର କି ଭୟଙ୍କର କ୍ଷତି କରୁଛି ସେ। ମଣୀଷ ଏତେ ଲୋଭୀ କାହିଁକି ହୁଏ? କ୍ଷମତାର ଲୋଭ ମଣିଷକୁ ଏଇଭଳୀ ଭାବରେ ଅନ୍ଧ କାହିଁକି କରିଦିଏ? ମଣିଷ ପରା ଅମୃତସ୍ୟ ପୁତ୍ରା। ତା'ଭିତରେ ଏତେ ଗରଳ କାହିଁକି? କିଏ ଭରିଦେଲା?

ଡ.ରାୟଙ୍କ ଆଖି ସାମ୍ନାରେ ଭାସି ଉଠିଲା ଏକ ବର୍ଷଣ ମୁଖର ଅନ୍ଧକାର ରାତ୍ରିର ଦୃଷ୍ୟ। ବାପା କହୁଛନ୍ତି ଆଲୁଅଟା ଜାଳ, ଆଲୁଅଟା ଜାଳ। ମା' ଚିତ୍କାର କରୁଛି ଯନ୍ତ୍ରଣାରେ। ଆତଙ୍କରେ କୁଙ୍କୁରି ଯାଉଥିବା ଏକ ବାଳକ ବ୍ୟଗ୍ର ହାତରେ ଅଣ୍ଡାଳୂଛି ଦିଆସିଲି। ଘନ ଅନ୍ଧାରେ ନୀଳ ଆଲୋକରେଖା ଟାଣି ଲିଭିଯାଉଛି ଅଧା-ଭିଜା ଦିଆସିଲି କାଠି।

ପୁଣି ଏକ ଦୃଶ୍ୟ। ମା'ର ଶବ। ବିଷରେ ନୀଳ।

ମା'..ମା'..ସଶବ୍ଦ କାନ୍ଦି ଉଠିଲେ ଡ.ରାୟ।

ନିଜ ବିଳାସବହୁଳ ଶୟନ କକ୍ଷର ଏ ମୁଣ୍ଡରୁ ସେ ମୁଣ୍ଡ ଅସ୍ଥିର ଭାବେ ପଦଚାରଣ କରୁଥିଲେ ମହାରାଜା ବିକ୍ରମସିଂହ। ଚାରିଦିନ ବିତିଗଲାଣି। ଯନ୍ତ୍ରଟିର ଏ ପର୍ଯ୍ୟନ୍ତ ପତ୍ତା ମିଳୀଲାନି। ଇଆଡେ଼ ଏ ଉଦ୍ଧତ ବୈଜ୍ଞାନିକ ତାଙ୍କ ପାଇଁ ଯନ୍ତ୍ରଟିଏ ତିଆରି କରିବାକୁ ନାରାଜ। ଆଶ୍ଚର୍ଯ୍ୟ!ଅମାପ ଧନସମ୍ପତ୍ତି ସମ୍ମାନର ପ୍ରତିଶ୍ରୁତି ଲୋକଟିକୁ ପ୍ରଲୋଭିତ କରିପାରୁନି। ମୃତ୍ୟୁଦଣ୍ଡ ଭୟବି ତାକୁ ବାଧ୍ୟ କରେଇ ପାରୁନି। ଆଉ କଣ କରାଯିବ? ପ୍ରଲୋଭନ ଏବଂ ଧମ - ଜଣେ ଲୋକକୁ ମନେଇବା ପାଇଁ ଏହା ଛଡା଼ ଆଉ କି ବାଟ ରହିଛି ମହାରାଜାଙ୍କ ମୁଣ୍ଡରେ ପଶୁନଥିଲା। ଏପଟେ ଗୁପ୍ତଚର ମାର୍ଫତ୍ ଖବର ମିଳିଛି ରାଜ୍ୟରେ କଥା କହିବା ନିଷିଦ୍ଧ କରିବାର ଆଦେଶରେ ଜନସାଧାରଣ କ୍ଷୁବ୍ଧ ଏବଂ ବିରକ୍ତ। ଅସନ୍ତୋଷ ବି ବଢୁ଼ଛି। କେବଳ ମହାରାଜାଙ୍କ ମୃତ୍ୟୁଦଣ୍ଡ ଭୟରେ କେହି କିଛି କହିପାରୁନାହାନ୍ତି। ଭୟ...ଭୟ...ମୃତ୍ୟୁ ଭୟରେ ସମସ୍ତେ ଆତଙ୍କିତ; କିନ୍ତୁ ସେ ପାଗଳ ବୈଜ୍ଞାନିକଟା ଏତେ ଅତ୍ୟାଚାର ପରେ ବି ନିଜ ଜିଦରେ ଅଟଳ! ତା' ଜିଦ୍ ଭାଙ୍ଗିବାକୁ ପଡି଼ବ। ନଚେତ୍ ତାକୁ ହତ୍ୟା କରିବାକୁ ପଡି଼ବ। ରାଜ ଆଜ୍ଞାକୁ ଖୋଲାଖୋଲି ଭାବେ ଅବଜ୍ଞା କରିଥିବା ଲୋକ ବଞ୍ଚିରହିବା ଠିକ୍ ନୁହେଁ। ରାଜ ଶାସନ ପ୍ରତି ସାଧାରଣ ଲୋକଙ୍କ ଭୟ ଚାଲିଯିବ। ସାହସ ଜିନିଷଟା ବଡ଼ ସଂକ୍ରାମକ। ଦେଖା ଦେଖି ବ୍ୟାପେ। ସେ ବିଷବୃକ୍ଷକୁ ମୂଳକୁ ଉତ୍ପାଟନ କରିଦେବା ରାଜଶାସନ ପାଇଁ ହିତକର।

ଗୋଟିଏ ପାତ୍ର ସୁରା ଢାଳୀନେଇ କାରାଗାରର ଅଧିକାରୀଙ୍କୁ ଡକେଇଲେ ମହାରାଜା। ସେ ପାଗଳ ବୈଜ୍ଞାନିକ ମୋ କଥା ମାନିବାକୁ ରାଜି ହେଲା?

-ନା' ମହାରାଜ। -ନା? ଏବେ ସୁଦ୍ଧା ରାଜି ହେଉନି ସେ। ତାକୁ ଆହୁରି ନିର୍ଯାତନା ଦିଅ। ଆହୁରି ଅତ୍ୟାଚାର କର। ମଣିଷର ଦେହ କେତେ ଅତ୍ୟାଚାର ସହିପାରିବ? -ଯେତେ ସମ୍ଭବ କରାଗଲାଣି ମହାରାଜ। ଆଉ ଅଧିକ ହେଲେ ଲୋକଟା ଏବେ ମରିଯିବ। ମଣିଷର ସହ୍ୟ କରିବାର ଗୋଟେ ସୀମା ଅଛି, ମଣୀମା। ଲୋକଟାର ମୃତ୍ୟୁଦଣ୍ଡ ଦିନ ଯାଏଁ ତ ତା'କୁ ବଞ୍ଚେଇ ରଖିବାକୁ ପଡି଼ବ। ସର୍ବସମକ୍ଷରେ ତାକୁ ଶୂଳୀ ଦିଆଯିବ ବୋଲି ଘୋଷଣା କରିଛନ୍ତି ଆପଣ।

ହଁ। ତାହାହେଲେ ଗୋଟେ କାମ କର। ରାଜବୈଦ୍ୟ ଡକେଇ ତା'ର ଶୁଶ୍ରୁଷା କର। ସାମାନ୍ୟ ସୁସ୍ଥ ହେଲା ମାତ୍ରେ ପୁଣି ଅତ୍ୟାଚାର କର...ସେ ମୋ କଥାରେ ରାଜି ହେବା ଦରକାର।

ମହାରାଜାଙ୍କ ରକ୍ତ ବର୍ଣ୍ଣ ଆଖିକୁ ଦେଖି କାରାଗାର ଅଧିକାରୀ ନତମସ୍ତକରେ କହିଲେ: ହଁ, ମହାରାଜ।

ଆଗାମୀ କାଲି ଅମାବାସ୍ୟା।

ସୁନନ୍ଦା ଗବେଷଣାଗାରରେ ଯନ୍ତ୍ରଟିଏ ସାମ୍ନାରେ ବସି କାମ କରୁଥିଲା। ଗତ ଛ' ଦିନ ଧରି ସେ ଅକ୍ଳାନ୍ତ ଏବଂ ଅବିଶ୍ରାନ୍ତ ଭାବରେ କାମ କରି ଛାଲିଛି। କିନ୍ତୁ ସଫଳତା ଯେମିତି ହାତମୁଠାର ଠିକ୍ ବାହାରେ ରହିଯାଇଛି। ସେ ତା'ର ସ୍ଵରୂପ ଦେଖିପାରୁଛି - କିନ୍ତୁ ତାକୁ କରାୟତ୍ତ କରିପାରୁନି। ଗତ ଛ' ଦିନ ଭିତରେ ସୁନନ୍ଦା ଥରଟିଏ ପାଇଁ ମଧ୍ୟ ଏ କକ୍ଷ ବାହାରକୁ ଯାଇନି। ଏ କକ୍ଷରେ ହିଁ ଖାଦ୍ୟର କିଛି ବ୍ୟବସ୍ଥା ଆଗରୁ କରି ରଖାହୋଇଥିଲା। ସେଇଥିରେ କ୍ଷୁଧା ମେଣ୍ଟେଇଛି ସେ। ଛ' ଦିନରେ ୧୨ ଘଣ୍ଟା ବି ଶୋଇଛି କି ନାହିଁ ସନ୍ଦେହ। ଏକ ଅସମ୍ଭବ ମାନସିକ ଶକ୍ତିରେ ସେ କାମ କରିଚାଲିଛି।

ଅଜି ଅମାବାସ୍ୟାର ଠିକ୍ ପୂର୍ବ ରାତିରେ ପ୍ରଥମ ଥର ପାଇଁ ତାର ମନେ ହେଲା - ହୁଏତ ସେ ହାରିଯିବ। ଏ ଯନ୍ତ୍ର ତିଆରି କରିବା ତା' କ୍ଷମତା ବାହାରେ। କଥାଟା ମନେ ହେବା ମାତ୍ରେ ସେ ଚମକି ପଡି଼ଲା। ତା' ଅର୍ଥ ବିପ୍ଳବ ଆଉ ବଞ୍ଚିବନି। ନା...ତା' ଅସମ୍ଭବ। ବିପ୍ଳବ...ବିପ୍ଳବ...ମୋ ପାଇଁ ତୁମକୁ ବଞ୍ଚିବାକୁ ପଡି଼ବ। ତୁମ ଛଡା଼ ମୋ ଜୀବନ ଅର୍ଥହୀନ। ଏ ସାରା ସଂସାର ଅର୍ଥହୀନ। ଏ ଯନ୍ତ୍ର ଏ ଗବେଷଣା - ସବୁ ଅର୍ଥହୀନ। ...ହଠାତ୍ ମୁଣ୍ଡଟା ବୁଲେଇଦେଲା ସୁନନ୍ଦାର ଯେ ସେ ଟେବୁଲ୍ ଉପରେ ଥୁଆହୋଇଥିବା ଯନ୍ତ୍ରଟି ଉପରେ କଚାଡି଼ ହୋଇପଡି଼ଲା।

-ଆଃ! ଏକ ଯନ୍ତ୍ରଣାକାତର ଚିତ୍କାର ତା କଣ୍ଠରୁ ଛିଟକି ଆସିଲା।

ଏବଂ କି ଆଶ୍ଚର୍ଯ୍ୟ! ଯନ୍ତ୍ରରେ ଲାଗିଥିବା ବଲବଟି ଜଳୀ ଉଠିଲା ଦପ୍ କରି ଏବଂ ସାଂଗେ ସାଙ୍ଗେ ପୁଣୀ ଲିଭିଗଲା।

ନିଜ ଯନ୍ତ୍ରଣା ଭୁଲି ବିସ୍ଫୋରିତ ଆଖିରେ ସୁନନ୍ଦା ଯନ୍ତ୍ରରେ ଲାଗିଥିବା ବଲବଟି ଆଡ଼କୁ ଚାହିଁଲା। ଇଏ କଣ ଦେଖିଲା ସେ? ଯନ୍ତ୍ରଟା ତେବେ କ'ଣ କାମ କଲାଣି?

ସେ ଯନ୍ତ୍ରରେ ଲଗାହୋଇଥିବା ଫନେଲ୍ ଆକୃତିର ସ୍ପିକର୍ ଆଗରେ ମୁହଁ ରଖି ଅନୁଚ୍ଚ କଣ୍ଠରେ ଉଚ୍ଚାରଣ କଲା ବିପ୍ଳବ...

ବଲବ ଜଳୀଲାନି।

ତେବେ କ'ଣ ସେଥର ଦୃଶ୍ୟଟା ଥିଲା ତା'ର କଳ୍ପନା। ହ୍ୟାଲୁସିନେସନ୍? ହତାଶାର ଚୋରାବାଲିରେ ତଲେଇ ଯାଉ ଯାଉ ଶେଷ ଚେଷ୍ଟା ଭାବରେ ସୁନନ୍ଦା ଚିତ୍କାର କରିଉଠିଲା ବି-ପ୍ଳ-ବ!

ଆଉ ବଳବଟି ଜଳି ଉଠିଲା।

ନା, କଳ୍ପନା ନୁହଁ କି ହ୍ୟାଲୁସିନେସନ୍ ନୁହଁ। ବାସ୍ତବରେ ଯନ୍ତ୍ରଟି କାମ କଲାଣି। କିନ୍ତୁ ଆଗ ଥର କାହିଁକି ବଲବ ଜଳିଲାନି?

ଶବ୍ଦ ତରଙ୍ଗ ମାପକ ଯନ୍ତ୍ର ଦେଇ ପରୀକ୍ଷା କଲା ସୁନନ୍ଦା। ଜଣାପଡି଼ଲା ଏ ଯନ୍ତ୍ରଟିର ବିଦ୍ୟୁତ୍ ଉତ୍ପାଦିକା କ୍ଷମତା ବେଶି ନୁହେଁ। ମଣିଷର ଉଚ୍ଚ କଣ୍ଠସ୍ଵରରୁ କେବଳ ଏଥିରେ ବିଦ୍ୟୁତ୍ ଉତ୍ପାଦିତ ହୋଇପାରିବ। ଅନୁଚ୍ଚ କଣ୍ଠସ୍ଵର, ଚାପା ବା ଫିସ୍ ଫିସ୍ ଗଳାରେ ନୁହେଁ।

ସୁନନ୍ଦା ଯନ୍ତ୍ରଟିକୁ କୁଣ୍ଢେଇ ଧରି ଗଭୀର ଆବେଗରେ ଚୁମ୍ବନ କଲା।

ଏବେ ହୁଏତ ଡ.ରାୟଙ୍କ ଜୀବନ ବଞ୍ଚିଯିବ। ହୁଏତ...

ଗଭୀର ରାତିରେ କବାଟରେ କାହା କରାଘାତ ସବ୍ଦରେ ନିଦ ଭଙ୍ଗି ଉଠିବସିଲେ ଅଧ୍ୟାପକ ଡ.ପତିତପାବନ ପାଣି।

ଡ.ପାଣି ଏକଦା ଡ.ବିପ୍ଳବରାୟଙ୍କ ସହକର୍ମୀ ଥିଲେ। ଏକା ବିଶ୍ଵବିଦ୍ୟାଳୟରେ ଅଧ୍ୟାପନା କରୁଥିଲେ ଦୁହେଁ। ପ୍ରଥମ ଶ୍ରେଣୀର ବୁଦ୍ଧିଜୀବୀ ଭାବରେ ତାଙ୍କର ଦେଶ ଏବଂ ବିଦେଶରେ ଖ୍ୟାତି ରହିଛି। ମାନବିକ ଅଧିକାର ସମ୍ପର୍କରେ ତାଙ୍କ ଲେଖା ଓ ବକ୍ତୃତା ବହୁ ବିଶ୍ଵବିଦ୍ୟାଳୟରେ ଉଚ୍ଚ ପ୍ରଶଂସିତ। ବହ୍ୟୁ ପୁରସ୍କାର ଏବଂ ମାନପତ୍ର ମଧ୍ୟ ପାଇଛନ୍ତି ସେ। ତାଙ୍କ ବୈଠକଖାନ ଘରର କାନ୍ଥ ଓ କାଲ ଆଲମାରୀରେ ସେଗୁଡି଼କ ଶୋଭା ପାଏ।

...ଏତେ ରାତିରେ କିଏ ହୋଇପାରେ? ଡ.ପତିତପାବନ ପାଣି କମ୍ବଳଟାକୁ ମୁହଁ ଉପରକୁ ଟାଣି ନେଇ କବାଟରେ କରାଘାତର ଠକ୍ ଠକ୍ ଶବ୍ଦକୁ ସ୍ତୀମିତ କରିଦେବାର ଚେଷ୍ଟା କଲେ। କିନ୍ତୁ କରାଘାତ କରୁଥିବା ଲୋକଟି ଯେମିତି ନଛୋଡ଼ବନ୍ଧା। ବାଧ୍ୟ ହୋଇ ଉଠିଲେ ଡ.ପାଣି। ଆଲୁଅ ଜାଳିଲେ-କିଏ? ବୋଲି ପଚାରିବାକୁ ଯାଉଥିଲେ। ଠିକ୍ ସମୟରେ ନିଜକୁ ରୋକି ନେଲେ। ଏବେ କଥା କହିବା ଉପରେ ନିଷେଧାଜ୍ଞା - କଥା କହିବା ମନା।

..ଏଇ ନିଷେଧାଜ୍ଞାଟା ଉଠିଯାଇ ଅବସ୍ଥା ସ୍ଵାଭାବିକ ହୋଇଯାଉ, ଏଇ ବିଷୟ ନେଇ ଗୋଟେ ବଡ଼ ପ୍ରବନ୍ଧ ଲେଖିବି, ମନେ ମନେ ଭାବିନେଲେ ଡ.ପାଣି। ତିନି ମାସ ପରେ ପଡୋ଼ଶୀ ଦେଶର ବିଶ୍ଵବିଦ୍ୟାଳୟ ପକ୍ଷରୁ ଯେଉଁ ସମ୍ମାନ ଆୟୋଜନ କରାଯାଇଛି, ସେଥିରେ ସେ ଏଇ ପ୍ରବନ୍ଧଟି ପଢି଼ବେ।

କବାଟରେ ଲାଗିଥିବା 'ମ୍ୟାଜିକ୍ ଆଇ' ବାଟେ ବାହାରେ ଠିଆ ହୋଇଥିବା ଆଗନ୍ତୁକଙ୍କୁ ଦେଖିନେଲେ ଡ.ପାଣି। ଓ...ସୁନନ୍ଦା। ସୁନନ୍ଦାକୁ ସେଭଲ ଭାରେ ଚିହ୍ନନ୍ତି।

କବାଟ ଖୋଲି ସେ ଇଶାରାରେ ସୁନନ୍ଦାକୁ ଘର ଭିତରକୁ ଡାକିନେଲେ। ତା'ପରେ କବାଟଟାକୁ ଭଲ ଭାବରେ ବନ୍ଦ କରି ଚାପା ଗଳାରେ କହିଲେ, -ଆରେ ସୁନନ୍ଦା, ତୁମେ ଏତେ ରାତିରେ? -ଭାରି ବିପଦରେ ପଡି଼ ମୁଁ ଆପଣଙ୍କ ପାଖକୁ ଆସିଛି ସାର୍, ମୋତେ ସାହାଯ୍ୟ କରନ୍ତୁ। -ବିପଦ? -ହଁ ସାର୍। ଆପଣ ତ ଜାଣିଥିବେ ଡ.ରାୟଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ସେ କୁଆଡେ଼ ଦେଶଦ୍ରୋହୀ। ଆଗାମୀ କାଲି ରାତିରେ ତାଙ୍କର...। କିଛି ସମୟ ଚୁପ୍ ହୋଇଗଲା ସୁନନ୍ଦା। ତା' ପରେ କହିଲା, ମୁଁ ତାଙ୍କୁ ବଞ୍ଚେଇବାକୁ ଚାହେଁ, ସାର୍। -ବହୁତ ଭଲ କଥା। ଡ.ରାୟଙ୍କ ପରି ପ୍ରତିଭାବାନ୍ ବୈଜ୍ଞାନିକଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରିବା ଆମସମସ୍ତଙ୍କ କର୍ତ୍ତବ୍ୟ। ଡ.ରାୟ ଦେଶଦ୍ରୋହ କରିଥିବେ ଏକଥା ତାଙ୍କୁ ଜାଣୀଥିବା କ୍ଔଣସି ଲୋକ ବିଶ୍ଵାସ କରିବ ନାହିଁ। ନିଶ୍ଚୟ କେଉଁଠି କିଛି ଭୁଲ ବୁଝାମଣା ରହିଯାଇଛି।... କିନ୍ତୁ ଡ.ରାୟଙ୍କୁ ବଞ୍ଚାଇବା କ୍ଷେତ୍ରରେ ମୁଁ କଣ ସାହାଯ୍ୟ କରିପାରିବି? -ଆପଣଙ୍କୁ ଚିତ୍କାର କରିବାକୁ ପଡି଼ବ। -ମୋତେ ଚିତ୍କାର କରିବାକୁ ପଡି଼ବ? -ହଁ ସାର୍। ଦେଶଦ୍ରୋହ କଥା ମିଛ। ଅସଲ କଥା ହେଲା, ଡ.ରୟ ଏକ ମେସିନ୍ ଉଦ୍ଭାବନ କରିଛନ୍ତି ଯେଉଁଥିରେ ମଣିଷର କଣ୍ଠସ୍ଵରରୁ ବିଦ୍ୟୁତ୍ ଶକ୍ତି ଉତ୍ପାଦିତ ହୋଇପାରୁଛି। ସେଇ ମେସିନଟିକୁ ହାସଲ କରିବା ପାଇଁ ମହାରାଜା ଡ.ରାୟଙ୍କୁ ବନ୍ଦୀ କରିଛନ୍ତି। ଡ.ରାୟ ତାଙ୍କୁ ସେ ମେସିନର ଫର୍ମୂଲା ନ ଦେବାରୁ ତଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି ବୋଲି ମୋର ଦୃଢ଼ ବିଶ୍ଵାସ। ଇତି ମଧ୍ୟରେ ମୁଁ ସେଇଭଳି ଗୋଟେ ମେସିନ୍ ତିଆରି କରିଛି। କିନ୍ତୁ ତାର ଶକ୍ତି କମ୍। ମଣିଷର କଥା ନୁହେଁ, ଚିତ୍କାରରେ ସେଥିରେ ବିଦ୍ୟୁତ୍ ଶକ୍ତି ଉତ୍ପାଦିତ ହେଉଛି। ମୁଁ ଚାହେଁ ଆମେ ସମସ୍ତେ କାଲି ପ୍ରଭାତରେ ଏ ମେସିନ୍ ନେଇ ରାଜପ୍ରାସାଦକୁ ଯିବା। ସମସ୍ତେ ଏକା ସାଙ୍ଗରେ ଚିତ୍କାର କରିବା। ଆମର ସମ୍ମିଳୀତ ଚିତ୍କାରରେ ଉତ୍ପାଦିତ ହେବ ବିଦ୍ୟୁତ୍ ଶକ୍ତି। ମହାରାଜା ଜାଣିବେ ଯେ ଏ ଶକ୍ତି ଉତ୍ପାଦ୍ନ ପ୍ରକ୍ରିୟା କେବଳ ଗୋଟିଏ ସ୍ଥାନରେ, ଗୋଟିଏ ଲୋକର ମସ୍ତିଷ୍କରେ ନାହିଁ। ସେତେବେଳେ ସେ ଡ.ରାୟଙ୍କୁ ଛାଡି଼ ଦେବାକୁ ବାଧ୍ୟ ହେବେ। ଏକା ନିଃଶ୍ଵାସକେ ଏତେ ଗୁଡି଼ଏ କଥା କହି ଧୈଁସୈଁ ହୋଇ ପଡି଼ଥିଲା ସୁନନ୍ଦା। -ହୁଁ। ଆଇଡିଆଟା ଭଲ ଯେ...କିନ୍ତୁ -କିନ୍ତୁ ନଣ ସାର୍? -କିନ୍ତୁ ଏ ରାଜ୍ୟରେ ଏବେ କଥା କହିବା ନିଷିଦ୍ଧ। ଆମେ ଚିତ୍କାର କରିବା କେମିତି? -ଏ ନିଷେଧାଜ୍ଞାର କିଛି ମାନେ ଅଛି, ସାର୍? ଏହା ପଛରେ କିଛି ଯୁକ୍ତି ଅଛି? ଏଭଳି ଏକ ଅର୍ଥହୀନ, ଜନ ବିରୋଧୀ ଏବଂ ନ୍ୟସ୍ତସ୍ଵାର୍ଥ ନିଷେଧାଜ୍ଞାକୁ ଆମେ ଭାଙ୍ଗିଦେବା ଉଚିତ୍ ନୁହେଁ କି? ଂଅଣିଷକୁ କଣ ବୋଲି ଭାବୁଛନ୍ତି କି ମହାରାଜା? କଣ୍ଢେଇ? ଯେତେବେଳେ ଯେମିତି ଚାହିଁବେ, ସେଇମିତି ନଚେଇବେ? ମଣିଷ ଜୀବନକୁ ନେଇ ଖେଳିବେ? -ତୁମେ ଉତ୍ତେଜିତ ହୋଇ ପଡୁ଼ଛ ସୁନନ୍ଦା। ଥଣ୍ଡା ମୁଣ୍ଡରେ ଚିନ୍ତା କର। ରାଜଆଜ୍ଞା ହେଲା ଏ ଦେଶର ଆଇନ୍। ତାକୁ ପାଳନ କରିବା ଆମର କର୍ତ୍ତବ୍ୟ। ବିଶେଷ କରି ମୋ'ର। କାରଣ ମୁଁ ଜଣେ ଅଧ୍ୟାପକ। ମୋର କାର୍ଯ୍ୟରେ ଛାତ୍ରମାନେ ପ୍ରଭାବିତ ହୁଅନ୍ତି। ମୁଁ ଯଦି ଆଇନ୍ ଭାଙ୍ଗିବି ଛାତ୍ରମାନେ ବି ହୁଏତ ସେଇ ପଥରେ ଅଗ୍ରସର ହେବେ। ଛାତ୍ର ସମାଜ ବିଶୃଙ୍ଖଳିତ ହୋଇପଡି଼ଲେ ସମାଜ ଉପରେ ଏହାର ପ୍ରଭାବ ପଡି଼ବ। ତେଣୁ ବୃହତ୍ତର ସ୍ଵାର୍ଥ ଦୃଷ୍ଟିରୁ ମୁଁ ଏଥିରେ ସାମିଲ ନହେବା ଚିତ୍। -ସାର୍, ଆପଣ ଏ କଣ କହୁଛନ୍ତି? ଡ.ରାୟଙ୍କୁ ବଞ୍ଚେଇବାର ଏହା ଏକମାତ୍ର ଉପୟ। ଜଣେ ନିର୍ଦ୍ଦୋଷ ମଣିଷର ଜୀବନଠୁଁ କଣ ଏକ ଅବାସ୍ତବ, ଅର୍ଥହୀନ ଅଯ୍ଔକ୍ତିକ ଆଇନ୍ ବଡ଼? -ନୀତିର କଥା ଉଠିଲେ, ସୁନନ୍ଦା, ଆଇନ୍ ହିଁ ବଡ଼। -ସାର୍, ମଣିଷ ପୈଁ ଐନ୍ ନା' ଆଇନ୍ ପାଇଁ ମଣିଷ? -ଦେଖ ସୁନନ୍ଦା, ଏ ଅଧରାତିରେ ମୁଁ ତମ ସହିତ ଏ ସବୁ ବିଷୟରେ ଯୁକ୍ତି କରିବାର ମୁଡରେ ନାହିଁ। ସଫା କଥା, ମୁଁ ତମ ଯୋଜନାରେ ସାମିଲ୍ ହୋଇପାରିବିନି। ରାଜଆଜ୍ଞା ଅବଜ୍ଞା କରି ଶୂଳିରେ ଚଢିବାର କ୍ଔଣସି ଇଚ୍ଛା ମୋର ନାହିଁ - ବାସ୍। ତୁମେ ଏଥର ଯାଅ। ମୁଁ କଥା କହିଛି ବୋଲି କେହି ଶୁଣିଲେ ମୋ ଅବସ୍ଥା ସାଂଘାତିକ୍ ହୋଇଉଠିବ।

ସୁନନ୍ଦାକୁ ଡ.ପତିତପାବନ ପାଣି ଏକ ପ୍ରକାର ଠେଲି ଥେଲି ଘରୁ ବାହାର କରିଦେଇ କବାଟ ବନ୍ଦ କରିଦେଲେ। ବୈଠକଖାନାର ଆଲୁଅ ଲିଭଉ ଲିଭଉ କାନ୍ଥରେ ଟଙ୍ଗା ହୋଇଥିବା ମାନପତ୍ର ଗୁଡି଼କ ଉପରେ ଆଖି ପଡି଼ଲା ତାଙ୍କର ମାନବିକ ଅଧିକାରର ସୁରକ୍ଷା କ୍ଷେତ୍ରରେ ଆପଣଙ୍କ ଅକ୍ଳାନ୍ତ ସଂଗ୍ରାମ...ଆଲୁଅ ଲିଭେଇ ଦେଲେ ସେ। ବଞ୍ଚି ରହିଲେ ଆହୁରି ବହୁତ ମାନପତ୍ର ମିଳିବ। କାନ୍ଥ ପୂରିଯିବ ମାନପତ୍ର ମାଳରେ। ମରିଗଲେ କ'ଣ ମିଳିବ?

ରାତିସାରା ସୁନନ୍ଦା ଘୂରିବୁଲିଲା ଏ ଦୁଆରୁ ସେ ଦୁଆର। ଗୋଟିଏ ଆକୁଳ ନିବେଦନ - ଆସନ୍ତୁ ସମସ୍ତେ ମିଶି ଡ.ରାୟଙ୍କୁ ବଞ୍ଛେଇବା। ସମସ୍ତେ ମିଶି ଥରିଏ ଅନ୍ତତଃ ଚିତ୍କାର କରିବା।

କିନ୍ତୁ ସବୁଠୁଁ ପ୍ରତ୍ୟାଖ୍ୟାନ। କେହି ସିଧାସଳଖ ମନା କଲେ ତ କେହି ବୁଲେଇ ବଙ୍କେଇ। ଡ.ରାୟଙ୍କ ପ୍ରତି ସହାନୁଭୂତିରେ ତରଳୀଗଲେ ସମସ୍ତେ। ମହାରାଜାଙ୍କ ଏ ଦଣ୍ଡାଦେଶ ଯେ ଅତ୍ୟନ୍ତ ଅନ୍ୟାୟ ଏ ଦିଗରେ କେହି ତିଳାର୍ଦ୍ଧ ସନ୍ଦେହ ପ୍ରକାଶ କଲେ ନାହିଁ। କିନ୍ତୁ ତାଙ୍କୁ ବଞ୍ଛେଇବା ପାଇଁ ଆଗଭର ହେଲାବେଳକୁ ସମସ୍ତେ ପଛଘୁଞ୍ଚା ଦେଲେ।

-ଚିତ୍କାର କରି ଲାଭ କ'ଣ ହେବ? ଆମ କେତେ ଜଣଙ୍କ ମୁହଁକୁ ମହାରାଜାଙ୍କ ବିଶାଳ ସୈନ୍ୟବାହିନୀ ଅଚିରେ ଚିରଦିନ ପାଇଁ ବନ୍ଦ କରିଦେବେ। ଡ.ରାୟଙ୍କୁ ତ ବଞ୍ଚେଇ ହେବନି। ଇଆଡେ଼ ଆମ ଜୀବନ ଯିବ। -ଅମର ସ୍ତ୍ରୀ ପୁତ୍ର ପରିବାର ଅଛି। ଅନ୍ୟ କାହା ପାଇଁ କାହିଁକି ବିପଦକୁ ନିଜ ଉପରକୁ ଟାଣି ଆଣିବୁ କହୁନାହାନ୍ତି? ଦ.ରାୟ ମଲେ ଗଲେ ସେଥିରେ ମୋର କି ଯାଏ? -ମହାରାଜା ଯଦି ଚାହୁଁଛନ୍ତି ଡ.ରାୟ ସେ ମେସିନଟା ତାଙ୍କୁ ଦେଇ ଦଉନାହାନ୍ତି। ମହାରାଜାଙ୍କ କଥା ମାନି ନଉନାହାନ୍ତି? ଏତେ ଜିଦ୍ କାହିଁକି?

ଭୋର ହେବାର ଠିକ୍ ପୂର୍ବରୁ ରାତ୍ରି ଥାଏ ସବୁଠୁଁ ଅନ୍ଧକାର। ଠିକ୍ ସେଇ ସମୟରେ ଶ୍ରାନ୍ତ, କ୍ଳାନ୍ତ ସୁନନ୍ଦା ଫେରିଆସିଲା ଗବେଷଣାଗାରକୁ। ଶାରୀରିକ କ୍ଳାନ୍ତିଠୁଁ ମାନସିକ କ୍ଳାନ୍ତି ଓ ହତାଶା ତାକୁ ଅଧିକ ଆକ୍ରାନ୍ତ କରୁଥିଲା। କ୍ଔଣସି ମତେ ଗବେଷଣାଗାରର କବାଟ ଖୋଲି ସେ ଲଥ କରି ଗୋଟେ ଚେୟାରରେ ଗଡି଼ପଡିଲା - ବିପ୍ଳବ, ବିପ୍ଳବ...ତମକୁ କ'ଣ ବଞ୍ଛେଇ ହେବନି?

ନା-ଚିତ୍କାର କରି ଉଠିଲା ସୁନନ୍ଦା। ଦପ୍ କରି ଜଳୀ ଉଠିଲା ଶବ୍ଦ ଯନ୍ତ୍ରର ବଲବ ଏବଂ ପୁଣୀ ଲିଭିଗଲା। କେହି ନ ଆସନ୍ତୁ। ମୁଁ ଯିବି। ମୁଁ ଏକୁଟିଆ ଚିତ୍କାର କରିବି। ତା'ପରେ ମହାରାଜା ମୋତେ ବି ଯଦି ମୃତ୍ୟୁଦଣ୍ଡ ଦେବେ ଦିଅନ୍ତୁ। ବିପ୍ଳବ, ଆମେ ସାଙ୍ଗରେ ବଞ୍ଛିପାରିଲେନି ସିନା ସାଙ୍ଗରେ ମରି ତ ପାରିବା।

ସୁନନ୍ଦା ଚେୟାର୍ ଉପରେ ଢଳି ପଡି଼ଲା।

ଗତ ଛ' ଦିନର ଅକ୍ଳାନ୍ତ ପରିଶ୍ରମ ଓ ଅନିଦ୍ରାରେ ପରିଶ୍ରାନ୍ତ ତା' ଦେହ ନିଦ୍ରା କୋଳରେ ଢଳି ପଡି଼ଲା ତା' ନିଜ ଅଜାଣତରେ।

||୧୫||

ପ୍ରସବ ବେଦନାରେ ଛଟପଟେ ହେଉଥିଲା ଦେବକୀ।

ଆକାଶରେ ଘନ କଳା ବାଦଲ। ବିଜୁଳି ଚମକୁଛି ଘନ ଘନ। ବହଳ କଳା କାଳୀ ଭଳି ଅନ୍ଧକାରର ଛାତି ମୁହୂର୍ତ୍ତକ ପାଇଁ ଛିନ୍ନ ଭିନ୍ନ ହୋଇଯାଉଛି ସ୍ଵର୍ଣ୍ଣାଭ ନୀଳ ଆଲୁଅରେ। ପୁଣି ଅନ୍ଧକାର। ଘଡ଼ଘଡି଼ର ଗମ୍ଭୀର ଶବ୍ଦ ଅନ୍ଧକାରରେ ଏକ ଭିନ୍ନ ମାତ୍ର ଯୋଗ କରୁଥିଲା।

ମଧୁପୁର ଗାଁ ମୁଣ୍ଡରେ ଗୋଟିକିଆ ଘର ଭିତରେ ମୈଳା ବିଛଣାରେ ଶୋଇ ଛଟପଟ ହେଉଥିଲା ଦେବକୀ। ମୁଣ୍ଡ ପାଖରେ ତା' ମା' ବସିଥିଲା ପଥର ମୂର୍ତ୍ତି ହୋଇ। ସନ୍ତାନ ଜନ୍ମର ଆନନ୍ଦଘନ ମୁହୂର୍ତ୍ତ ନୁହେଁ, ସେ ଯେମିତି ଅପେକ୍ଷା କରିଥିଲା ଭୟଙ୍କର କ୍ଔଣସି ଅଘଟଣକୁ।

ସନ୍ଧ୍ୟାବେଳୁ ପ୍ରସବ ବେଦନା ଉଠିଲାଣି ଦେବକୀର। ସନ୍ଧ୍ୟାବେଳେ ମା' ପଚାରିଲା, ଧାଈକୁ ଡାକି ଆଣିବି? -ନା'। ମନା କରିଥିଲା ଦେବକୀ। ଧାଈକୁ ଡାକିଲେ ବ୍ୟାପାରଟା ପ୍ରଘଟ ହୋଇଯିବ। ଅବିବାହିତା ଝିଅ ମା' ହେବା ଏ ସମାଜରେ ଏକ ଗର୍ହିତ ଅପରାଧ। ସମାଜରେ ନବଜାତ ଶିଶୁଟିଏ ଲାଗି କେବଳ ମା' କୋଳ ନୁହଁ ବାପର ପରିଚୟ ବି ଦରକାର। କିନ୍ତୁ ଦେବକୀର ସନ୍ତାନ ପିତୃ ପରିଚୟ କ'ଣ? କିଏ ତାର ପିତା? ଦେବକୀ ନିଜେ ବି ଠିକ୍ ଜାଣିନି।

୩ ଦିନ ୪-୫ ପୁରୁଷ ତାକୁ ଧର୍ଷଣ କରିଥିଲେ। କାହା ଔରସରୁ ଏ ସନ୍ତାନ - କେମିତି କହିବ ଦେବକୀ!

ଏ ଘଟଣା ଯେବେ ଘଟିଥିଲା ସେ ରାତିଟି ବି ଥିଲା ଏଇଭଳି ଗୁମସୁମ୍। ଆସନ୍ନ ବର୍ଷାର ରାତି଼ କିନ୍ତୁ ସେ ଘଟଆର ପ୍ରେକ୍ଷାପଟ ଆହୁରି ବିସ୍ତୃତ।

ମହାରାଜା ବିକ୍ରମ ସିଂ ଏକ ଜଟିଳ ଯ୍ଔନବ୍ୟାଧିରେ ଆକ୍ରାନ୍ତ ହୋଇପଡି଼ଥିଲେ। ପ୍ରକୃତିର ନିୟମର ଅବମାନନା କଲେ ପ୍ରକୃତି ପ୍ରତିଶୋଧ ନିଏ। ଅବିଚାରିତ ଭାବେ ଭୋଗବିଳାସ ଫଳରେ ମହାରାଜା ଏ ରୋଗର ଶିକାର ହୋଇପଡି଼ଥିଲେ। ବୈଦ୍ୟମାନେ ଏ ରୋଗର ନିଦାନ କରିବାକୁ ଅକ୍ଷମ ହୁଅନ୍ତେ ମହାରାଜା ତନ୍ତ୍ର ମନ୍ତ୍ରର ଆଶ୍ରୟ ନେଲେ। ଜଣେ ତାନ୍ତ୍ରିକ ତାଙ୍କୁ କହିଲେ ଯେ ଏକ ନିର୍ଦ୍ଦିଷ୍ଟ ଦିନରେ ନିର୍ଦ୍ଦିଷ୍ଟ ସମୟରେ ସୁଲକ୍ଷଣ ସମ୍ପନ୍ନା ଜଣେ ସୁନ୍ଦରୀ କୁମାରୀ ସହ ସହବାସ କଲେ ତାଙ୍କର ଏ ବ୍ୟାଧିର ଉପଶମ ହେବ। ଏ ନିଦାନ ମହାରାଜାଙ୍କ ମନକୁ ଖୁବ୍ ପାଇଲା। ସହବାସକୁ ସହବାସ, ପୁଣି ରୋଗ ବି ଭଲ ହୋଇଯିବ।

ମହାରାଜା ତଙ୍କ ବିଶ୍ଵସ୍ତ ଅନୁଚରମାନଙ୍କୁ ନିର୍ଦ୍ଦିଷ୍ଟ ଲକ୍ଷଣସମ୍ପନ୍ନା କୁମାରୀର ସନ୍ଧାନ କରିବାକୁ ନିର୍ଦ୍ଦେଶ ଦେଲେ।

ମଧୁପୁର ଗାଁର ଚାଷୀଘର ଝିଅ ଦେବକୀକୁ ଦିନେ ଗୋଧୂଳି ବେଳାର ରକ୍ତିମ ଆଲୁଅରେ ଦେଖିଲା ମହାରାଜାଙ୍କର ଜଣେ ଅନୁଚର। ଦେବକୀ ସୁନ୍ଦରୀ। ଦେବକୀ ସୁଲକ୍ଷଣସମ୍ପନ୍ନା। ଦେବକୀ ଏକ ପାହାଡି଼ ଝରଣା ଭଳୀ ସ୍ଵଚ୍ଛ ଏବଂ ଉଜ୍ଜ୍ଵଳ। ପ୍ରାଣବନ୍ତ। ଦେବକୀ ବାପଛେଉଣ୍ଡ। ଏବଂ ସେ ମୂକ କଥା କହି ପାରେ ନାହିଁ। ଏଭଳୀ ସର୍ବଗୁଣସମ୍ପନ୍ନା ଝିଅଙ୍କର ଖବର ମହାରାଜାଙ୍କ ପାଖରେ ପହଞ୍ଚିବାକୁ ଆଦ୍ଔ ବିଳମ୍ବ ହେଲାନି।

ସେଇ ରାତିରେ ମହାରାଜାଙ୍କ ୪ ଜଣ ବିଶ୍ଵସ୍ତ ଅନୁଚର ଦେବକୀକୁ ଘରୁ ଉଠେଇ ନେଇଗଲେ। ତା ବୁଢୀ଼ ମା'କୁ ଧମକ ଦେଇଗଲେ: ଖବରଦାର, ଏକଥା ଯଦି କାହାକୁ କହିବୁ ତୋ ଝିଅକୁ ଟୁକୁରା ଟୁକୁରା କରି କାଟି ନଈକୁ ଫିଙ୍ଗିଦେବୁ। ଆଉ ତା' ସାଙ୍ଗରେ ତୋତେ ବି। ତୋ ଝିଅ ମହାରାଜାଙ୍କ ଭୋଗରେ ଯାଉଛି। ତୋ' ଭାଗ୍ୟ ଭଲ। ଗାଁ ବାଲାଙ୍କୁ କହିବୁ, ଝିଅ ମାମୁଁ ଘରକୁ ଯାଇଛି।

ମୁହଁରେ ଲୁଗା ବିଣ୍ଡା ବନ୍ଧା ଦେବକୀର ଲୁହରେ ମିଶିଥିଲା ଶ୍ରାବଣର ଲୁହ। ବିଜୁଳୀର ଚମକ୍ରରେ, ଘଡ଼ଘଡି଼ର ଶବ୍ଦରେ ଥିଲା ପ୍ରକୃତିର ନିଷ୍ଫଳ ପ୍ରତିବାଦ।

ମହାରାଜା ଦେବକୀକୁ ଭୋଗ କଲା ପରେ, ତାଙ୍କୁ ଏ ନିଦାନ କହିଥିବା ତାନ୍ତ୍ରିକ ଏବଂ ତା ପରେ ପରେ ମହାରାଜଙ୍କ ଅନୁଚରମାନେ ଦେବକୀକୁ ଭୋଗ କରିଥିଲେ। କେତେଜଣ ...କେତେ ସମୟ ଦେବକୀର ମନେ ନାହିଁ। ଚେତନ ଅବଚେତନର ମଝାମଝି ଶୂନ୍ୟ ଅବସ୍ଥାରେ ରହିଥିଲା ସେ। ନଖ, ଦାନ୍ତର କ୍ଷତରେ ରକ୍ତାକ୍ତ ସାରା ଶରୀର। ଦୁଇ ଜଙ୍ଘରେ ରକ୍ତ। ଚେତନ ଅବସ୍ଥାରେ ତାର ମନେ ହେଉଥିଲା ଗୁଡା଼ଏ କାଦୁଅ ବୋଳା ସାପ ଃଏମିତି ତା' ଦେହ ସାରା ଚଲାବୁଲା କରୁଛନ୍ତି। ପଙ୍କ..ପଙ୍କ..ତା ଦେହ ସାରା ମେଞ୍ଚା ମେଞ୍ଚା ପଚା ପଙ୍କ। ...ତା'ପରେ ଅଚେତନ। ଶୂନ୍ୟ। ପୁଣି ଚେତା ଫେରିଲେ ସେଇ କ୍ଳେଦାକ୍ତ ଅନୁଭୂତି।

ତା'ପରେ ଦିନେ ଗଭୀର ରାତିରେ ତାକୁ ଆଣି ତା'ଘରେ ଛାଡି଼ ଦିଆଗଲା। ମହାରାଜା ତାକୁ ମାରିଦେବା ପାଇଁ ଭାବୁଥିଲେ - ତାନ୍ତ୍ରିକ ମନା କଲେ। ନିଜେ ସହବାସ କରିଥିବା କୁମାରୀକୁ ହତ୍ୟା କରିବା ବା କରାଇବା ନିଷେଧ। ବ୍ୟାଧି ଲେଉଟିପାରେ।

ଦେବକୀକୁ ଘରେ ପହଞ୍ଚାଇ ରଜାନୁଚର ମାନେ କହିଯାଇଥିଲେ - ଖବରଦାର, ଏକଥା ଯେମିତି ପ୍ରଘଟ ନହୁଏ। ହେଲେ ମା' ଝିଅ ଦୁଇଜଣଙ୍କୁ ଟୁକୁରା ଟୁକୁରା କରି ଦେବୁ।

ସେଇ ରାତିରୁ ଦେବକୀ ମୂକ ହୋଇଗଲା।

ଦୁଇ ମାସ ଭିତରେ ଜଣା ପଡି଼ଲା ଦେବକୀ ଗର୍ଭରେ ସନ୍ତାନ ଆସିଲାଣି। ଦେବକୀ ଏବଂ ତା ମା' ଉଭୟଙ୍କ ପୈଁ ଏ ସନ୍ତାନ ଥିଲା ଅବାଞ୍ଛିତ। ଗର୍ଭ ନଷ୍ଟ କରିବାର ଯଥାସାଧ୍ୟ ଚେଷ୍ଟା ସତ୍ତ୍ଵେ ଦେବକୀର ସନ୍ତାନ ତା ଗର୍ଭରେ ବଢି଼ବାକୁ ଲାଗିଲା। ପାଞ୍ଛମାସ ପରେ ଦେବକୀ ଗର୍ଭ ନଷ୍ଟ କରିବାର ଚେଷ୍ଟା ଛାଡି଼ଦେଲା। କିନ୍ତୁ ସେ ଆଉ ଘରୁ ବାହାରିଲା ନାହିଁ।

ଅଜି ସନ୍ଧ୍ୟାରେ ତାର ପ୍ରସବ ବେଦନା ଉଥିଛି। ଏ ସମୟରେ କେମିତି ଧାଈକୁ ଡାକିବାକୁ କହନ୍ତା ସେ! ଏତେ ଦିନ ଧରି ଏ କଥାକୁ ସେ ବଡ଼ କଷ୍ଟରେ ଲୁଚେଇ ଆସିଛି। ବେଳେ ବେଳେ ତା ମନ ବିଦ୍ରୋହ କରି ଉଠିଛି। କାହିଁକି ଲୁଚେଇବ ସେ ଯେ ତା ଗର୍ଭରେ ସନ୍ତାନ ଅଛି? ସେ କାହିଁକି ଘର କ୍ଔଅନରେ ମୁହଁ ଲୁଚେଇ ବନ୍ଦୀ ହୋଇ ରହିବ? ସେ ତ କିଛି ପାପ କରିନି। ଡକାୟତ ଯଦି ଗୃହସ୍ଥର ଘର ଲୁଣ୍ଥନ କରେ, ତେବେ ଅପରାଧ ଡକାୟତର ନା ଗୃହସ୍ଥର? ମୁହଁ ଲୁଚେଇବା କଥା ମହାରାଜାର, ପାପୀ ତାନ୍ତ୍ରିକର। ...କିନ୍ତୁ ଅନ୍ତରର ବିଦ୍ରୋହକୁ କାର୍ଯ୍ଯରେ ରୂପାନ୍ତରିତ କରିବାର ସାହସ ସଂଗ୍ରହ କରିପାରେନି ଦେବକୀ। ସମାଜକୁ ଭୟ ହୁଏ ତାର। ସମାଜ ଆଗରେ ବ୍ୟକ୍ତି ତୁଚ୍ଛ। ପୁଣି ଭାବେ ଦେବକୀ। ବ୍ୟକ୍ତିଙ୍କୁ ନେଇତ ସମାଜ। ମୁଁ ତୁମେ, ସେ ମିଶି ମିଶି ଆମେ, ସମାଜ। ତେବେ ବ୍ୟକ୍ତି କାହିଁକି ଏ କଥାଟିକୁ ବୁଝେନି? ବୁଝିବାକୁ ଚାହେଁନି। କିମ୍ବା ବୁଝି ସୁଦ୍ଧା ଅବୁଝା ରହେ? ଦୁର୍ବଳ ଉପରେ ସବଳର ଅତ୍ୟାଚାରକୁ ମୁଣ୍ଡପାତି ମାନିଯିବାର ଏକ ନୂଆ ଫିକର ଖୋଜେ। ନାରୀକୁ ସତୀତ୍ଵର ପାଠ ପଢା଼ଏ। ନିଜର ହୀନମନ୍ୟତାକୁ ଆଡେ଼ଇବା ପାଇଁ ଧର୍ଷିତା ନାରୀଟିକୁ ଘୃଣାର ଆଖିରେ ଦେଖେ।...ନାରୀମାନେ ବି ଏହାର ପ୍ରତିବାଦ କରନ୍ତି ନାହିଁ। ଓଲଟା ସେମାନେ ବି ଏଥିରେ ସାମିଲ ହୋଇଯାନ୍ତି। ବର୍ଷ ବର୍ଷ ଧରି ପଞ୍ଜୁରୀରେ ରହିଲେ ପକ୍ଷୀଟିଏ ଉଡ଼୍ଇବା ଭୁଲିଯାଏ। ହୁଏତ ଶତାବ୍ଦୀ ଶତାବ୍ଦୀ ଧରି ଅବଦମିତ ହୋଇ ରହିଥିବା ନାରୀର ମେରୁଦଣ୍ଡ ହିଁ ନଷ୍ଟ ହୋଇଯାଇଛି। ପକ୍ଷ ହୋଇଛି ପକ୍ଷାଘାତଗ୍ରସ୍ତ। ସେ ଆଉ ଉଡି଼ପାରିବନି ସ୍ଵାଧୀନତାର ମୁକ୍ତ ଆକାଶରେ। ଦେବକୀ ନିଜେ କଣ ପାରୁଛି? ଏକ ଦୁଃସହ ଜ୍ଵାଳା, କ୍ରୋଧ, ଦୁଃଖ ଓଅ ହତାଶାରେ ନିଜ ଓଠକୁ କାମୁଡି଼ ଧରିଲା ସେ। ରକ୍ତ ଝରି ପଡି଼ଲା ପାଣ୍ଡୁର ଓଠର୍। ତା ପାଟିରେ ରକ୍ତର ଲବଣାକ୍ତ ସ୍ଵାଦ। ରକ୍ତ...ରକ୍ତ...ଆଉ କେତେ ରକ୍ତ ଝରେଇବ ନାରୀ!

ହଠାତ୍, ପ୍ରାୟ ହଠାତ୍ ଯନ୍ତ୍ରଣାର ଏକ ଲହରୀ ଦେବକିର ଜରାୟୁର ବହୁତ ଭିତରୁ କ୍ରମଶଃ ବାହାର ଆଡ଼କୁ ଠେଲି ହୋଇ ଆସିବାକୁ ଲାଗିଲା। ଦେବକୀର ନିଃଶ୍ଵାସ ବନ୍ଦ ହୋଇ ଆସୁଥାଏ। ତଳ ଓଠକୁ କାମୁଡି଼ ଧରି ସେ ଯନ୍ତ୍ରଣାର ଲହରୀକୁ ନିଜ ଦେହ ଉପରେ ଦେଇ ପ୍ରବାହିତ ହେବାକୁ ଦେଲା। କିନ୍ତୁ ସେ ଲହରୀ କ୍ରମଶଃ ବିଶାଳ ହେବାକୁ ଲାଗିଲା। ସମୁଦ୍ରର ଢେଉ କୂଳ ଆଡ଼କୁ ଆସିଲା ବେଳେ ଯେମିତି କ୍ରମଶଃ ଉଚ୍ଚରୁ ଉଚ୍ଚତର ହୋଇ ଉଠେ! ତୀବ୍ର ଆହୁରି ତୀବ୍ର ଯନ୍ତ୍ରଣା।

ହଠାତ୍ ପୁଣି ହଠାତ୍ ଯେମିତି ସେ ଲହରୀଟି ଭାଙ୍ଗି ବିଛେଇ ଯିବାକୁ ଲାଗିଲା ତା ଦେହସାରା। ସମୁଦ୍ରର ଢେଉ ଯେମିତି ଏକ ଶୀର୍ଷବିନ୍ଦୁରେ ପହଞ୍ଚି ହଠାତ୍ ଖସିପଡେ଼, ବିସ୍ତାରିଯାଏ ଫେନିଳ ଜଳସ୍ରୋତ ହୋଇ।

...ଏବଂ ଏକା ସାଙ୍ଗରେ ଗୁଇଟି କଥା ଅନୁଭବ କଲା ଦେବକୀ। ତା' ଜଙ୍ଘ ଭିଜିଯାଉଛି ଉଷ୍ଣ ତରଳତାରେ। ଆଉ ରାତ୍ରିର ନିଶ୍ଛିଦ୍ର ନିରବତା ଭାଙ୍ଗି ଖଣ୍ଡ ଖଣ୍ଡ୍ ଅହୋଇଯାଉଛି କାହା କ୍ରନ୍ଦନ ଧ୍ଵନିରେ। ବର୍ଷା ଏବଂ ମେଘ ଗର୍ଜନର ଶବ୍ଦକୁ ବି ଡେଇଁ ଶୁଭିଲା ସେ କ୍ରନ୍ଦନ ଧ୍ଵନି। ନବଜାତକର ନିଜସ୍ଵ ଉଦଘୋଷଣା - ମୁଁ ଆସିଲି।

ଦେବକୀର ମା' ବ୍ୟସ୍ତ ଗଳାରେ କହିଲା - ଚୁପ୍ କର। ତାକୁ ଚୁପ୍ କରା। ନହେଲେ ସର୍ବନାଶ ହେବ। ତା' ମୁହଁରେ ଥନ ଦେ। ତାକୁ ଚୁପ୍ କରା-

କ୍ଳାନ୍ତ ଦେବକୀ ଅବଶ ହାତରେ ପ୍ରାୟ ଯନ୍ତ୍ରଚାଳିତ ଭଈଳ୍ ସନ୍ତାନଙ୍କୁ ଟାଣିନେଲା ଛାତି ଭିତରକୁ। ତା' ଟିକି ପାଟିରେ ଦେଲା ନିଜର କ୍ଷୀର ଭରା ସ୍ତନ ବୃନ୍ତ।

ଏତେଦିନ ଯାଏଁ ସେ ନିଜ୍ରର ଗର୍ଭର ସନ୍ତାନଙ୍କୁ କେବଳ ଘୃଣା କରିଆସିଥିଲା। ଗର୍ଭନଷ୍ଟ ପାଇଁ ବି ଚେଷ୍ଟା କରିଛି ବହୁ ଥର। ନିଶିଦିନ ତାର ମୃତ୍ୟୁ କାମନା କରିଛି। କିନ୍ତୁ ଆଜି ଏଇ ମୁହୂର୍ତ୍ତରେ ସନ୍ତାନଙ୍କୁ କୋଳରେ ଧରି ତା ପାଟିରେ ନିଜର ସ୍ତନବୃନ୍ତ ଗୁଞ୍ଜି ଦେଲାବେଳେ କେମିତି କେଜାଣି ମମତାର ଏକ ଫଲ୍ଗୁଧାରା ବହିବାକୁ ଲାଗିଲା ତା'ହୃଦୟରେ। ଏ ଯାଏଁ ତାର ଗର୍ଭସୂତ୍ର ଛିନ୍ନ ହୋଇନି। ରକ୍ତ ଜୁଡୁ଼ବୁଡୁ଼ ପିଚ୍ଛିଳ ଏହି ଜୀବନ୍ତ ମାଂସପିଣ୍ଡଟି ପ୍ରତି ଏତେ ମମତା କେଉଁଠୁ ଆସିଲା? କାହିଁକି ତା ଓଠରେ ଉକୁଟି ଆସୁଛି ଚେନାଏ ହସର ରେଖା? କାହିଁକି ତାନ୍ତର କହୁଛି ଇଏ ମୋ ସନ୍ତାନ। ଏକାନ୍ତ ଭାବରେ ମୋର।

କିନ୍ତୁ କ୍ଔଣସି କଥାକୁ ଭ୍ରୁକ୍ଷେପ ନ କରି ଦେବକୀର ସଦ୍ୟଜାତ ସନ୍ତାନ ଚିତ୍କାର କରି କାନ୍ଦିବାକୁ ଲାଗିଲା। ଦିଗବଳୟ କମ୍ପେଇ। ଆକାଶ ଫଟେଇ। ରାଜ୍ୟ ସାରା ବିଛେଇ ଥିବା ନିରବତାର ମୋଟା ଏବଂ ଭାରି ଆସ୍ତରଣ ଯେମିତି ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିପଡୁ଼ଥିଲା ଝଡ଼ ବତାସରେ କାଚ ଝରକା ଭାଙ୍ଗିପଡି଼ବା ଭଳୀ। ଆଉ ତା ଶବ୍ଦ ପ୍ରତିଧ୍ଵନିତ ହେଉଥିଲା ସାରା ପୃଥିବୀରେ।

ଦେବକୀର ମା' ଭୀଷଣ ଡରିଗଲେ। ଏ ଶିଶୁର ଚିତ୍କାରରେ ତ ସବୁ କଥା ପ୍ରଘଟ ହୋଇଯୀବ। ଏକ ଧାରୁଆ ବାଉଁଶ ପାତିଆରେ ଜନ୍ମସୂତ୍ର ଛିନ୍ନ କରି ସେ କହିଲେ - ଦେ, ୟାକୁ ନଈରେ ଫିଙ୍ଗି ଦେଇ ଆସେ। ସବୁ ପାପ ଶେଷ ହୋଇଯାଉ।

ଦେବକୀର ଅନ୍ତରାତ୍ମା ମନ୍ଥନ କରି ଗୋଟିଏ ଶବ୍ଦ ତା' କଣ୍ଠବାଟେ ବାହାରିବା ପାଇଁ ଛଟପଟ ହେଉଥିଲା - ନା। କିନ୍ତୁ ମୂକ ଦେବକୀ କଣ୍ଠରୁ ଏ ଶବ୍ଦଟି ବାହାରି ପାରିଲା ନାହିଁ। ତା ମା' ଶିଶୁଟିକୁ ନିଜ କୋଳରେ ଉଠେଇ ନେଲେ। ଦେବକୀ ତା ମା' ହାତରୁ ଶିଶୁଟିକୁ ଛଡେ଼ଇ ନେବାକୁ ଚାହୁଁଥିଲା। କହୁବାକୁ ଚାହୁଁଥିଲା ନା, ସେ ମୋ ସନ୍ତାନ। ପିତୃ ପରିଚୟ ନ ଥାଉ - କିନ୍ତୁ ସେ ମୋ ରକ୍ତରେ ଗଢା। ମୋ ଦେହ ଭିତରେ ବଢି଼ଛି। ସେ କେବଳ ମୋର। ସେଇ ପରିଚୟରେ ବଢି଼ବ ସେ। ସମାଜ ଗ୍ରହଣ ନ କରୁ - କିଛି ଯାଏ ଆସେନି।

କିନ୍ତୁ ନା କିଛି କହିପାରିଲା ନା ଇଛି କରିପାରିଲା। ତା' ଦେହର ପ୍ରତ୍ୟେକ ଅଙ୍ଗ, ପ୍ରତ୍ୟେକ ମାଂସପେଶୀ ଯେମିତି ଏକ ମୁହୂର୍ତ୍ତରେ ତା ସହିତ ବିସ୍ଵାସଘାତକତା କରି ବସିଲା।

ଦେବକୀର ମା' ଶିଶୁଟିକୁ କୋଳରେ ନେଇ ତା' ଟିକି ପାଟି ଉପରେ ନିଜର ଶିରାଳ ହାତ ଚାପି କବାଟ ଡେଇଁ ରାତିର ଅନ୍ଧକାରରେ ମିଶି ଯିବା ପୂର୍ବରୁ ଥରଟିଏ ବୁଲି ଚାହିଁଥିଲା। କ୍ଷୀଣ ଆଲୁଅରେ ଆବଚ୍ଛା ଦିଶୁଥିବା ଦେବକୀର ମୁହଁକୁ ଦେଖିଥିଲେ। ଆଖିକୁ ଚାହିଁଥିଲେ। ସାରା ପୃଥିବୀର ବେଦନା ଯେମିତି କେନ୍ଦ୍ରୀଭୂତ ହୋଇଥିଲା ଯୋଡି଼ଏ ଆଖିରେ।

ନିଜକୁ ଦୁର୍ବଳ ହେବାର ସୁଯୋଗ ନେ ଦେବା ପାଇଁ ସେ ବାହାରିଗଲେ ଦ୍ରୁତ ପାଦରେ। ଏ ଶିଶୁକୁ ନଦୀରେ ଫିଙ୍ଗି ଦେବେ - ବାସ୍। ଅବାଞ୍ଛିତ ଏ ଶିଶୁର ଜୀବନ ସେମାନଙ୍କୁ ଘୋର ବିପଦରେ ପକାଇପାରେ।

ଦୃଢ଼ ପାଦରେ ଚାଲିଥିଲେ ପ୍ର୍ଔଢା଼। ହେଇ ଆଗରେ ଦେଖାଯାଉଛି ନଦୀ। ଅନ୍ଧାରରେ ଚିକ୍ ଚିକ୍ କରୁଛି ପାଣି। ଖଣ୍ଡାଧାର ପରି। କଳକଳ ଶବ୍ଦ ଶୁଭୁଛି। ପ୍ରେତିନୀର ହସ ପରି। ଶିଶୁଟିକୁ ଗ୍ରାସ କରିବ ବୋଲି ଯେମିତି ଜାଣି ସାରିଛି ନଦୀଟି। ନଈ ହୁଡା଼ରେ ଠିଆ ହୋଇ ଶିଶୁଟିକୁ ପାଣିକୁ ଫିଙ୍ଗିଦେବାର ଠିକ୍ ପୂର୍ବମୁହୂର୍ତ୍ତରେ ଚତୁର୍ଦିଗ ଉଦ୍ଭାସିତ କରି ଚମକିଲା ଦାମିନୀ। ରକ୍ତାଭ ନୀଳ ଆଲୋକରେ ଖଣ୍ଡ ଖଣ୍ଡ ହେଲା ବହଳ ଅନ୍ଧକାର। ସେଇ ମୁହୂର୍ତ୍ତରେ ଶିଶୁଟିକୁ ଚାହିଁଲେ ପ୍ର୍ଔଢା଼। ନିଷ୍ପାପ ଆଖି ମେଲି ଶିଶୁତି ତାଙ୍କ ମୁହଁକୁ ଚାହିଁଛି। ଯେମିତି ପ୍ରଶ୍ନ କରୁଛି - ମୋର କି ଦୋଷ?

ହାତ ଥରି ଉଠିଲା। ନଈକୁ ଫିଙ୍ଗିବା ବଦଳରେ ଶିଶୁଟିକୁ ଛାତିରେ ଚାପି ଧରି ଫେରନ୍ତା ବାଟ ଧରିଲେ ପ୍ର୍ଔଢା଼। କିନ୍ତୁ...ଏ ଶିଶୁକୁ ନେଇ ସେ ରଖିବେ କେଉଁଠି? କି ପରିଚୟ ଦେବେ ଏହାର? ...ପ୍ରଶ୍ନ, ଆଶଙ୍କା ପୁଣି ଆବେଗ ଓ ମମତାର ଯୁଦ୍ଧରେ ପ୍ରତି ମୁହୂର୍ତ୍ତରେ ଦ୍ଵିଧାବିଭକ୍ତ ହେଉଥିଲା ତାଙ୍କ ହୃଦୟ।

ଶେଷକୁ ସେ ଶିଶୁଟିକୁ ରାସ୍ତାକଡ଼ରେ ଏକ ବଡ଼ ଓସ୍ତଗଛ ମୂଳେ ଥୋଇଲେ। ତା' କପାଳରେ ଚୁମ୍ବନ ଦେଲେ। ବର୍ଷଣ ମୁଖର ଅନ୍ଧକାର ଆକାଶକୁ ଚାହିଁ କହିଲେ, ଭଗବାନ, ଏ ଶିଶ୍କୁ ତୁ ଏଠିକି ପଠେଇଥିଲୁ। ତୁ ତାକୁ ରକ୍ଷା କର।

ତା'ପରେ ଆଉ ଥରଟିଏ ବି ପଛକୁ ନ ଚାହିଁ ଚାଲିବାକୁ ଲାଗିଲେ ସେ। ଦୂରରୁ ଦେଖିଲେ ତାଙ୍କ ଘର ନିଷ୍ପ୍ରଦୀପ। ମିଞ୍ଜିମିଞ୍ଜି ହୋଇ ଜଳୁଥିବା ଆଲୁଅଟି ଲିଭିଯାଇଛି ବୋଧହୁଏ। କବାଟ ମୁଣ୍ଡରୁ ଡାକିଲେ, ଦେବକୀ, ଦେବକୀ। ଉତ୍ତର ନ ପାଇ ଘର ଭିତରକୁ ପଶିଲେ। ଅଣ୍ଡାଳି ଅଣ୍ଡାଳି ଆଲୁଅ ଜାଳିଲେ। ଖଟ ପାଖକୁ ଯାଇ ଦେବକୀ କପାଳରେ ହାତ ଦେଲେ। ଅନୁଚ୍ଚ କଣ୍ଠରେ କହିଲେ - ଦେବକୀ ତୋ' ପୁଅକୁ ମୁଁ ନଈକୁ ଫିଙ୍ଗିନି। ସେ ବଞ୍ଛିଛି।

ଏ କଥା ଶୁଣିବା ପାଇଁ ଦେବକୀ ଆଉ ବଞ୍ଛି ନଥିଲା।

ଏବଂ ଦେବକୀର ନିଷ୍ପ୍ରାଣ ଖୋଲା ଆଖିରେ ଜମାଟ ବାନ୍ଧି ରହିଥିବା ଧିକ୍କାର ଥିଲା ତାମା' ଦେଖିଥିବା ଶେଷ ଦୃଶ୍ୟ।

ଶିଶୁଟିର କାନ୍ଦ ଶବ୍ଦରେ ନିଦ ଭାଙ୍ଗିଗଲା ନିୟତିର। କାନ ଡେରି ଶୁଣିଲା ସେ। ଠିକ୍ ଶୁଣିଛି ତ? ହଁ - ଇଏତ ସ୍ପଷ୍ଟ ଶୁଭୁଛି।

ସେ ନିଦ୍ରିତ ସ୍ଵାମୀକୁ ଠେଲିଠାଲି ଉଠେଇଲା, ଆଉ ଇଶାରାରେ କହିଲା - "ଶୁଣୁଛ, ଶୁଣ ପିଲାଟିଏ କାନ୍ଦୁଛି।" ଏଇ ଅଳ୍ପ କେତେଦିନ ଭିତରେ ରାଜ୍ୟର ଲୋକମାନେ ରାଜାଙ୍କ ଆଦେଶ ଅନୁସାରେ କଥା ନକହି ନକହି, ନ କହିବାରେ ଅଭ୍ୟସ୍ତ ହୋଇ ପଡି଼ଥିଲେ। ବନ୍ଦ ଶୟନ କକ୍ଷ ଭିତରେ ସ୍ଵାମୀ ସ୍ତ୍ରୀ ମଧ୍ୟ ସବୁ କଥା ଇଶାରାରେ ହେଉଥିଲେ। ଭୁଲବଶତଃ କେହି କଥା କହିଦେଲେ, ଚକିତ ଦୃଷ୍ଟିରେ ଆଗେ ଚାରିପାଖକୁ ଚାହୁଁଥିଲେ ଅନ୍ୟ କେହି ଶୁଣି ନାହିଁ ତ! ଡାହାଳ କୁକୁର ପରି ବୁଲୁଥିବା ରାଜରକ୍ଷୀମାନଙ୍କ କାନରେ ପଡି଼ନାହିଁ ତ।

କଞ୍ଚା ନିଦରୁ ଉଠି ବିରକ୍ତ ସନାତନ ଫିସ୍ ଫିସ୍ କରି କହିଲା - ତମକୁ ତ ଚବିଶ ଘଣ୍ଟା ପିଲାର କାନ୍ଦ ଆଉ ପିଲାର ହସ ଶୁଭେ...ଏତିକି କହୁ କହୁ ସେ ନିଜକୁ ସଣ୍ଜତ କରିନେଲା। ଏତିକି କଥା ପାଇଁ ବି ଅନୁତାପ ହେଲା ତା'ର। ନିୟତି ସନ୍ତାନହୀନ। ବିବାହର ୪ ବର୍ଷ ପରେ ବି ସେ ସନ୍ତାନର ଜନନୀ ହୋଇପାରିନି। ଏହା ତା' ଜୀବନର ସବୁଠୁଁ ବଡ଼ ଦୁଃଖ। ବହୁ ପୂଜାପୂଜି, ଠାକୁର ଦେବତା, ମାନସିକ ଅଧିଆ ତୁଟୁକା ପରେ ବି ସେ ସନ୍ତାନବତୀ ହୋଇପାରିନି। ସନ୍ତାନ...ସନ୍ତାନ...ଗୋଟିଏ ସନ୍ତାନ ସେ ତା' ମନ ପ୍ରାଣ ଦେଇ କାମନା କରେ ସର୍ବଦା। ଗଭୀର ରାତିରେ ହଠାତ୍ ଶିଶୁ କଣ୍ଠର ହସ, କାନ୍ଦ ଶୁଣିବା ତା' ପାଇଁ ନୂଆ କଥା ନୁହେଁ। ସନାତନର ଭୟ ହୁଏ, ଦିନେ ବୋଧେ ନିୟତି ପାଗଳୀ ହୋଇଯିବ।

କିନ୍ତୁ ନା...ଇଏ ଥର ବୋଧ ହୁଏ ନିୟତି ଠିକ୍ କହିଛି - ହେଇତ ସ୍ପଷ୍ଟ ଶୁଭୁଛି ଶିଶୁର କାନ୍ଦ। କିନ୍ତୁ ଏଠି ପାଖରେ ତ ଜନବସତି ନାହିଁ। ଏଠି ଶିଶୁଟିଏ ଆସିବ କୁଆଡୁ଼?

ନିଅୟତି ଧଡ଼ପଡ଼ ହୋଇ ଉଥି ବସି କହିଲା - ଚାଲ ଦେଖିବା।

-ତୁମେ ପାଗଳ ନା' କଣ? ଏଇ ବର୍ଷା ରାତିରେ, ଅନ୍ଧାରରେ ବାହାରକୁ ଯାଇ ଦେଖିବ କାହା ପିଲା କାନ୍ଦୁଛି-? -ହଁ ଦେଖିବି। ଏଇ ଆଖ ପାଖରେ ଘରଦ୍ଵାର ନାହିଁ। ଏଠି ପିଲା କାନ୍ଦ ଶବ୍ଦ ଆସୁଛି କେଉଁଠୁ? ମୁଁ ନିଶ୍ଚୟ ଦେଖିବି।

ନିୟତି ଓ ସନାତନ କାନ୍ଦର ଶବ୍ଦ ବାରି ବାରି ପହଞ୍ଚିଲେ ଏକ ଝଙ୍କାଳୀଆ ଓସ୍ତଗଛମୂଳେ। କନାରେ ଗୁଡେ଼ଇ ହୋଇ ସଦ୍ୟଜାତ ଶିଶୁତିଏ ବର୍ଷାରେ ଭିଜି ଥରୁଛି ଆଉ ଚିତ୍କାର କରି କାନ୍ଦୁଛି। ନିୟତି ତିଳେ ମାତ୍ର ଦ୍ଵିଧା ନକରି ଶିଶୁଟିକୁ କୋଳକୁ ଉଠେଇ ନେଲା। ସନାତନ ଆଖପାଖରେ ଆଖି ପହଁରେଇଲା - କହିଁ, କେହି ତ ଡିଶୁ ନାହାନ୍ତି। ପାତି କରି ଡାକ ପକେଇ ପାରୁ ନଥାଏ ସେ। ଏ ରାଜ୍ୟରେ କଥା କହିବା ନିଷେଧ। ଇଅଡେ଼ ସିଆଡେ଼ ଖୋଜାଖୋଜି କରି ଆସି ସେ ନିୟତିକୁ ଇଶାରାରେ କହିଲା - କାହିଁ କେହି ଡିଶୁ ନାହାନ୍ତି। କାହାର ଏ ପିଲା କେଜାଣି?

ନିୟତି ଶିଶୁଟିକୁ ଛାତିରେ ଚାପି ଧରି ଗୋଟିଏ ମାତ୍ର ଶବ୍ଦ ଉଚ୍ଚାରଣ କଲା - ମୋ'ର।

କଥାଟି କହି ଭାରି ଶାନ୍ତି ଲାଗିଲା ତାକୁ। ପ୍ରଥମ ବର୍ଷାରେ ଉପର ବନ୍ଧ୍ୟା ଜମିରେ ସବୁଜ ଦୁବ କଅଁଳି ଉଠିବାର କୋମଳ ଅନୁଭବରେ ଭିଜି ଯାଉ ଯାଉ ନିୟତି ପୁଣୀ ଥରେ କହିଲା, - ଇଏ ମୋ ପୁଅ।

-ପାଗଳାମି କରନା। କାହାର ବୋଲି କାହାର ପିଲା! ତକୁ ସେଇଠି ଛାଡି଼ ତୁମେ ଶୀଘ୍ର ଘରକୁ ଫେରି ଚାଲ। ଜାଣିଶୁଣି ଗୋଟେ ଝାମେଲାକୁ ମୁଣ୍ଡରେ ପୁରାଅନି। -ନା। ନିଜ କଣ୍ଠସ୍ଵରର ଦୃଢ଼ତାରେ ନିଜେ ହିଁ ବିସ୍ମିତ ହୋଇପଡି଼ଲା ନିୟତି। ମୁଁ ୟାକୁ ନେଇ ଘରକୁ ଯିବି! ନ ହେଲେ ନାଇଁ। ଇଏ ମୋ ପୁଅ।

ନିୟତିର କଣ୍ଠସ୍ଵର ଶୁଣି ସନାତନ ବୁଝିପାରିଲା ଏ ପିଲାଟିକୁ ନନେଇ ନିୟତି ସତରେ ଏଠୁ ଯିବନି। ତା'ପରେ ଦୀର୍ଘ ବର୍ଷର ବନ୍ଧ୍ୟା ଜୀବନ ଯଦି ଗୋଟେ ଆଶ୍ରା ପାଇଛି - କ୍ଷତି କଣ? -ହଉ ଚାଲ, ଘରକୁ ଚାଲ। ପିଲାଟା ବହୁତ ଭିଜିଲାଣି, ଥଣ୍ଡା ଧରିଯିବ।

ଶିଶୁଟିକୁ ଛାତିରେ ଭିଡି଼ ଧରିଲା ନିୟତି। ସନ୍ତାନ-ସନ୍ତାନ-ଏଇତ' ତାର ସନ୍ତାନ। କାନ୍ଦନା, କାନ୍ଦନା ବାପା - ହେଇ, ମୁଁ ତୋ ମା'।

ଶିଶୁଟି କିନ୍ତୁ ଆଶ୍ରୟଟିଏ ପାଇ ଆହୁରି ଜୋରରେ କାନ୍ଦି ଉଠିଲା।

ପଇଁତରା ମାରୁଥିବା ଏକ ରାଜରକ୍ଷୀ ଦଳ କାନରେ ପଡି଼ଲା ଏ ଶବ୍ଦ। ପିଲାଟିଏ କେଉଁଠି କାନ୍ଦୁଛି! ଶବ୍ଦ ବାରି ଉତ୍ସ ସ୍ଥଳରେ ପହଞ୍ଚିବାକୁ ସେମାନଙ୍କର ଡେରି ହେଲାନି ବିଶେଷ। ନିୟତି କୋଳରେ ଶିଶୁଟି ସେତେବେଳେ ବେ ଆକାଶ ଫଟେଇ କାନ୍ଦି ଚାଲିଥିଲା।

ମଣିଷର କଣ୍ଠସ୍ଵର ଏ ରାଜ୍ୟରେ ଯେମିତି ନ ଶୁଭେ, ମହାରଜା ସତର୍କ କରାଇ ଦେଇଥିଲେ ତମାମ୍ ରଜ୍ୟବାସୀ ଓ ତାଙ୍କ ରକ୍ଷୀବାହିନୀକୁ। ମହାରାଜା କହିଥିଲେ କଥା କହିଲେ ମୃତ୍ୟୁଦଣ୍ଡ। କଥା କହିଥିବା ଲୋକଟିକୁ ତଙ୍କ ସାମ୍ନାରେ ହାଜର କଲେ ସଂପୃକ୍ତ ରକ୍ଷୀକୁମିଳିବ ପ୍ରଚୁର ପୁରସ୍କାର। ସଦ୍ୟଜାତ ଶିଶୁ ହେଲେ କଣ ହେଲା, ତା କାନ୍ଦ ତ ମଣିଷର ସ୍ଵର। ସୁତରାଂ ୟାକୁ ମହାରାଜାଙ୍କ ଆଗରେ ହାଜର କଲେ ନିଶ୍ଚୟ ମିଳୀବ ପୁରସ୍କାର।

ରକ୍ଷୀମାନେ ରୁକ୍ଷ ଭାବରେ, ଇଶାରାରେ ପଚାରିଲେ - ଏ ପିଲା କହାର? ଏଇ କାନ୍ଦିବା ଦ୍ଵାରା ରାଜାଦେଶ ଭଙ୍ଗ କରିଛି। ୟାକୁ ଶାସ୍ତି ମିଳିବ। କାହାର ପିଲା ଇଏ?

ସନାତନ କହିବାକୁ ଯାଉଥିଲା, ଇଏ ପିଲା ଆମର ନୁହଁ, ରାସ୍ତା କଡେ଼ ପଡି଼ଥିଲା - ଅନାଥ, ନିୟତି ତାକୁ ଆଡେ଼ଇଦେଇ ଇଶାରାରେ କହିଲା - ଇଏ ମୋର ସନ୍ତାନ।

ରକ୍ଷୀଦଳ ସଦ୍ୟଜାତ ଶିଶୁ, ନିୟତି ଓ ସନାତନକୁ ତୁରନ୍ତ ଗିରଫ କଲେ ଏବଂ ଅବିଳମ୍ବେ ମହାରାଜାଙ୍କ ସମ୍ମୁଖରେ ହାଜର କଲେ। ରାଜ ଦରବାରରେ ସେମନଙ୍କର ବିଚାର ହେବ।

ଆଭୂମ ଅଭିବାଦନ ଜଣାଇ ରକ୍ଷୀବାହିନୀର ମୁଖ୍ୟ ପ୍ରଥମେ ମହାରାଜାଙ୍କ ଠାରୁ ଇଶାରାରେ କଥା କହିବାର ଅନୁମତି ମାଗିଲେ। ଅନୁମତି ମିଳୀବାରୁ କହିଲେ - ମହାରାଜ ଏଇ ଶିଶୁଟି ରାଜାଦେଶ ଲଙ୍ଘନ କରିଛି। ବିନା ଆଜ୍ଞାରେ ଚିତ୍କାର କରି କାନ୍ଦିଛି। କଥା ନହେଲେ ବି କାନ୍ଦଟା ମଧ୍ୟ ମଣୀଷର କଣ୍ଠସ୍ଵରରେ ସାମିଲ୍। ସେଇ ଦୃଷ୍ଟିରୁ ଏ ଶିଶୁଟି ଅପରାଧୀ। ତାକୁ ଯଥୋଚିତ ଦଣ୍ଡ ଦିଆଯାଉ। ଆଉ ବର୍ଷା ରାତିରେ ଦୁର୍ଗମ ଇଲାକାରେ ଅପରାଧୀକୁ ମଧ୍ୟ ଠାବ କରି ଛାମୁଙ୍କ ଆଗରେ ପେଶ୍ କରିଥିବାରୁ ଆମକୁ ପୁରସ୍କାର...ଇୟେ ହେଁ ହେଁ...ମହାରାଜ ଧର୍ମାବତାର...ବୁଝୁଥିବେ ଆମ ଅନ୍ତରର କଥା।

-ହୁଁ! ମହାରାଜ ରୋଷକଷାୟିତ ଆଖିରେ ଚାହିଁଲେ ରାଜ ଆଜ୍ଞା ଉଲ୍ଲଙ୍ଗନ କରିଥିବା ଅପରାଥୀଟି ଆଡ଼କୁ। ପ୍ରଭାତର ଶୀତଳ ପବନରେ ଶିଶୁଟି ସେତେବେଳେ ଗଭୀର ନିଦ୍ରାରେ ଅଚେତନ।

ମହାରାଜାଙ୍କ ଚାହାଣି ଦେଖି କମ୍ପି ଉଠିଲା ନିୟତି। ମହାରାଜାଙ୍କ ନିଷ୍ଠୁରତାର ବହୁ କାହାଣି ଲୋକ ମୁହଁରେ ବହୁଳ ପ୍ରଚାରିତ। କଥା ନ କହିବାର ରାଜାଦେଶ ଭୁଲି ସେ ଚିତ୍କାର କରି ଉଠିଲା। - ଅବୋଧ ଶିଶୁ ଇଏ.. ରାଜାଦେଶ କଣ ଜାଣେ? ତାକୁ କ୍ଷମା...

ନିୟତିର କଥାରେ ପୁଣି ଥରେ ଛିନ୍ନ ଭିନ୍ନ ହେଲା ନିରବତା। ମହାରାଜାଙ୍କ ଆଖି ଗାଢ଼ ରକ୍ତ ବର୍ଣ୍ଣ ହୋଇଉଠିଲା। ସେ କଥିଲେ - ତୁ ନିଜେ ବେ ଇଏ କ୍ଷଣି ରାଜାଦେଶ ଉଲ୍ଲଙ୍ଘନ କଲୁ। ଆଇନ୍ ଆଗରେ ଆବାଳ ବୃଦ୍ଧ ବନୀତା ସମସ୍ତେ ସମାନ। ସଦ୍ୟଜାତ ଶିଶୁ ହେଉ କି ଲୋଳଚର୍ମ ବୃଦ୍ଧ ସମସ୍ତଙ୍କ ପାଇଁ ଆଇନ୍ ସମାନ। ଆଉ ଆଇନ୍ ଜାଣିବାର ଦାୟିତ୍ଵ ପ୍ରଜାର। ସମସ୍ତଙ୍କୁ ଜଣ ଜଣ କରି, ଗୋଟିଏ ଗୋଟିଏ କରି ଆଇନ ବିଷୟରେ ଜଣେଇବା ମହାରାଜାଙ୍କ କାମ ନୁହେଁ। ତୁ ଏବଂ ତୋର ସନ୍ତାନ ଉଭୟଙ୍କୁ ପ୍ରାଣଦଣ୍ଡ ଦିଆଗଲା। ଆଜି ନିଶାର୍ଦ୍ଧରେ ଦେଶଦ୍ରୋହୀ ଡ.ବିପ୍ଳବରାୟଙ୍କ ସହ ଏ ଦୁଇଜଣଙ୍କୁ ମଧ୍ୟ ଶୂଳି ଦିଆଯିବ। ସାରା ରାଜ୍ୟରେ ଏକଥା ଡେଙ୍ଗୁରା ପିଟି ଜଣେଇ ଦିଅ। ସମସ୍ତେ ଦେଖନ୍ତୁ ଜାଣତରେ ହେଉ ବା' ଅଜାଣତରେ ରାଜ ଆଜ୍ଞା ଅବମାନନାର ଫଳ କି ଭୟଙ୍କର ହୁଏ।

ନା... ଇଏ ସୁତୀବ୍ର ଚିତ୍କାର ନିୟତିର କଣ୍ଠନାଳୀ ବିଦୀର୍ଣ୍ଣ କରି ବାୟୁମଣ୍ଡଳରେ ପହଁରିଗଲା। ସନାତନ ପଥର ଭଳି ଠିଆ ହୋଇଥିଲା।

ମହାରାଜାଙ୍କ ଦରବାରରେ ଉପସ୍ଥିତ ପତ୍ନୀ ଓ ପାରିଷଦମାନେ ଯେମିତି ପଥର ପାଲଟି ଯୈଥିଲେ।

ନିସ୍ତବ୍ଧ ରାଜ୍ୟରେ ପଥରର ଜନତା!

||୧୬||

ଭଗୀରଥ୍ ଶର୍ମାକୁ ଲୋକେ ଭାବନ୍ତି ଆଡ଼ପାଗଳା। ତା' କାରବାର ସେଇଭଳି। ସାଧାରଣ ଲୋକମାନଙ୍କଠୁଁ ବିଲକୁଲ୍ ଅଲଗା।

ଗାଁ ମୁଣ୍ଡରେ ସମସ୍ତଙ୍କଟୁଁ ଟିକେ ଦୂରରେ ତାର ଗୋଟିକିଆ ଘର। ପରିବାର କହିଲେ ଭଗୀରଥର କେହି ନାହାନ୍ତି। ସେ ପିଲା ଥିଲା, ମହାମାରୀରେ ତାବାପା ମା' ଚାଲିଗଲେ। ସେଇଦିନୁ ସେ ଅକୁଟିଆ। ସମ୍ପର୍କୀୟମାନଙ୍କ ଘରେ ଅଯତ୍ନ ଆନାଦରରେ ବଡ଼ ହୋଇ ସେ ନିଜ ଭିଟାକୁ ଫେରି ଆସିଛି। ତା' ବାପାଙ୍କର କିଛି ଜମି ଅଛି। ତାକୁଇ ଚଷେ, ଚଳେ, ଆଉ ...ଗୀତ ଲେଖେ, ଗୀତ ଗାଏ।

ଗାଁର ଲୋକମାନଙ୍କ ସହ ତାର ସମ୍ପର୍କଟା ଅଦ୍ଭୂତ। ବେଳେ ବେଳେ ଭଗୀରଥ୍ ନିଜେ ଗାଁ ଭିତରକୁ ଚାଲିଆସେ। ଚଉପାଢୀ଼ରେ ବସି ଗାଁ ଲୋକମାନଙ୍କୁ ନିଜ ଲେଖା ଗୀତ ଶୁଣାଏ। କଣ୍ଠଟି ତାର ଭାରି ମିଠା। ଲେଖା ବି ଚମତ୍କାର। ଲୋକେ ଭାରି ଖୁସି ହୁଅନ୍ତି। ପୁଣି ବେଳେ ବେଳେ ଦିନ ଦିନ ଧରି ସେ ଘରୁ ବାହାରେନି। କାହାରି ସହିତ ବିଶେଷ କଥାବାର୍ତ୍ତା କରେନି। ଗୁମ୍ ହୋଇଥାଏଶ୍ ଦୂରରୁ ଦେଖିଲେ ମନେ ହୁଏ ଭଗୀରଥ୍ କଣ ଭାବୁଛି। ଆଉ କେତେବେଳେ ନଈ ପଠାରେ, ହିଡ଼ ମୁଣ୍ଡରେ ବସିଥାଏ ଯେ ବସିଥାଏ ଘଣ୍ଟା ଘଣ୍ଟା ଧରି ବସିଥାଏ। ମନେ ମନେ କଣ କହୁଥାଏ। ବେଳେ ବେଳେ ମୁଣ୍ଡକୁ ଟୁଙ୍ଗାରି ହସେ, ଯେମିତି ସେ କାହା ସହିତ କଥାବାର୍ତ୍ତା କରୁଛି।

ଗାଁ ଲୋକମାନେ ଭଗୀରଥକୁ ଭଗୀରଥ ଭାବରେ ହିଁ ସ୍ଵୀକାର କରି ନେଇଛନ୍ତି। ସାଧାରଣଠୁଁ ଟିକେ ଭିନ୍ନ।

ଭଗୀରଥ୍ ବିଲରେ ହଳ କରୁଥିଲା। ଦୂରରୁ ଡେଙ୍ଗୁରାର ଶବ୍ଦ ଶୁଭିଲା। ବିଲରେ ଚାଷ କାମ କରିବାକୁ ଭଗୀରଥକୁ ଭଲ ଲାଗେ। କଷ୍ଟ ହୁଏ ସେଟା ଠିକ୍। ହ୍ୟେଷ୍ଠର ଟାଣ ଖରାରେ ମାଟି ହାଣୀବା, ହଳ କରିବା, ବିହନ ବୁଣିବା। କାଦୁଅ ଲସରପସର ହୋଇ ଘାସ ବାଛିବା, ରୋଇବା, କାଲୁଆ ଶୀତରେ ଧାନ କାଟିବା - କଉଥିରେ କଷ୍ଟଟା କମ୍? ଅଣ୍ଟା ପିଠି ଦରଜ ହୋଇଯାଏ। କିନ୍ତୁ ସେଇଥିରେ ଗୋଟେ ଅଲଗା ପ୍ରକାର ଆନନ୍ଦ ଅଛି। ଭଲ ଲାଗେ। ଏଇ ବର୍ତ୍ତମାନ ହଳ ମୁନରେ ଦ୍ଵିଧା ବିଭକ୍ତ ହେଉଛି ମାଟି...କେମିତି ଏକ ଅଦ୍ଭୂତ ବାସ୍ନାଅ ଆସୁଛି। ଏଇ ମାଟିରେ ବିହନ ପଡି଼ବ। ବିହନ ଫୁଟି ଗଜା ହେବ। ଗଜା ବଢି଼ ଗଛ ହେବ। ଗାଢ଼ ସବୁଜ ଧାନ ବିଲରେ ପବନ ଲହଡି଼ ଭାଙ୍ଗିବ। ତା'ପରେ ଧୀରେ ଧୀରେ ଗାଢ଼ ସବୁଜ ଫିକା ହେବ। ସେଥିରେ ଲାଗିବ ହଳଦିଆର ସ୍ପର୍ଶ। ଆଉ ଦିନେ ଦେଖାଯିବ ଯେତେ ଦୂର ଆଖି ଯାଏ ସୁନା ରଙ୍ଗ। ଗର୍ଭିଣୀ ଧାନ ବିଲର ବାସ୍ନା ଅଲଗା। ନିଶା ନିଶା ଲାଗେ। ତା' ପରେ ଦିନେ ଧାନ ଅମଳ ହେବ। ତା'ପରେ ଖୁଣ୍ଟା ଖୁଣ୍ଟା ଧାନ ମୁଠିରୁ ଧାନ ଖୁମ୍ପିବାକୁ ଆସିବେ ଶହ ଶହ ଚଢେ଼ଇ, କଜଳପାତି, ବଣି, ଘରଚଟିଆ..। ଫେର୍ ଦିନେ ଜମି ହଳ ହେବ। ବର୍ଷ ପରେ ବର୍ଷ ସେଇ ଏକା ଦୃଶ୍ୟ - କିନ୍ତୁ ତଥାପି ପ୍ରତି ଥର ନୂଆ ପରି ଲାଗେ। ମଞ୍ଜି ଫାଟି ଯେତେବେଳେ ଗଜା ହୁଏ, ମାଟି ରଙ୍ଗର ଟିକି ଧାନ ମଞ୍ଜି ଭିତରୁ ମୁଣ୍ଡ ଟେକେ ସବୁଜ ରଙ୍ଗର କିଶଳୟ -ଭଗୀରଥର ଛାତି ଆନନ୍ଦରେ ପୂରି ଉଠେ। ଆଖିରେ ଲୁହ ଜକେଇ ଆସେ। କି ଅଜବ ସୃଷ୍ଟି ରଚିଛ ହେ ଭଗବାନ! ରାତି ଅଧରେ ସେ ଘରୁ ବାହାରି ଆସି ଖୋଲା ଆକାଶ ତଳେ ଠିଆ ହୁଏ। ଜହ୍ନ ଦେଖେ, ତାରା ଦେଖେ, ଭସା ବାଦଲ ଦେଖେ ଆଉ ଅବାକ୍ ହୁଏ। କିସୃଷ୍ଟି ରଛିଛ ହେ ଭଗବାନ! ତା କଥାରେ ଟିକିଟିକି ତାରାମାନେ ହସି ଲୋଟିଯାନ୍ତି ଯେ ଲୁହ ଝରିପଡେ଼ ଶିଶିର ବିନ୍ଦୁ ହୋଇ।

...ଡେଙ୍ଗୁରାର ଶବ୍ଦରେ ସଚକିତ ହେଲା ଭଗୀରଥ। ଦୈଙ୍ଗୁରା ମାନେ ହିଁ ରାଜ ଆଜ୍ଞା। ରାଜ ଆଜ୍ଞା ମାନେ ହିଁ ଖରାପ କିଛି। କେଇଦିନ ତଳେ ଏମିତି ଗୋଟେ ଡେଙ୍ଗୁରା ବାଲା ଆସି କହି ଦେଇଯାଇଥିଲା ଦେଶରେ କଥାବାର୍ତ୍ତା କରିବା ବନ୍ଦ। ଆଉ ଜଣେ ଦେଶଦ୍ରୋହୀକୁ କୁଆଡେ଼ ପ୍ରାଣଦଣ୍ଡ ଦିଆଯିବ। ଏ କଥାରେ ଭଗୀରଥର ବିଶେଷ ଯାଏ ଆସେନି। ଏମିତିରେ ଇ ସେ କମ୍ କଥାବାର୍ତ୍ତା କରେ। ...ଚଢେ଼ଇ, ଗୁଣ୍ଡୁଚିମୁଷା, ଖରା, ପବନ ଏମାନଙ୍କ ସହିତ କଥା ହେବା ପାଇଁ ଶବ୍ଦ କଣ ଦରକାର? ଏମାନଙ୍କ ସହିତ ଭଗୀରଥର କଥାବାର୍ତ୍ତା ବେଶି। ଆଉ କାହାକୁ ପ୍ରାଣଦଣ୍ଡ ଦିଆଗଲା ସେଥିରେ ତାର କି ଯାଏ। ରାଜନୀତି ଜଟିଳ ବିଷୟ, ତା' ମୁଣ୍ଡରେ ଢୁକେନି। ଦେଶଦ୍ରୋହ ବ୍ୟାପାରଟା କଣ ସେ ଠିକ୍ ବୁଝିଲାନି। ବୁଝିବାର ଚେଷ୍ଟା ବି କଲାନି।

ଆଜି ପୁଣି କି ଆଦେଶ? ନିଛକ କ୍ଔତୂହଳ ବଶତଃ ବଳଦ ଦୁଇଟିକୁ ଆଡେ଼ଇ ଦେଲା ସେ। ଜୁଆଳି ଖୋଲି, ଗଛ ମୂଳେ ବାନ୍ଧି ଦେଲା। କୁଟା କିଛି ପକେଇ ଦେଲା। ତାକୁ ବି ଟିକେ ଥକ୍କା ଲାଗୁଥିଲା, ସକାଳୁ ହଳରେ ଲାଗିଛି ଯେ! ଏଇ ମଉକାରେ ସେ ନିଜେ ବି ଟିକେ ଅଣ୍ଟା ସଳଖେଇ ନେବ।

ଡେଙ୍ଗୁରା ବାଲାର ଦୁଇ ପାଖରେ ଚକମକ୍ ଶିରସ୍ତ୍ରାଣ ଆଉ ବର୍ମ ପିନ୍ଧା ଦୁଇ ରାଜରକ୍ଷୀ। ସେମାନଙ୍କ ବଲ୍ଲମରେ ଚମକି ଯାଉଥିଲା ଦି' ପହରର ଖରା। ଡେଙ୍ଗୁରା ବାଲାକୁ ଦେଖି ଗାଁର ଲୋକମାନେ ଗୋଟିଏ ଗୋଟିଏ ହୋଇ ଆସିଲେ। ଅଚିରେ ରକ୍ଷୀମାନଙ୍କ ଚାରିପାଖେ ଜନତାର ଏକ ବୃତ୍ତ ତିଆରି ହୋଇଗଲା।

ଡେଙ୍ଗୁରାବାଲାଟି ଡବ ଡବ କରି ଡେଙ୍ଗୁରାଟି ପିଟି ମୁଖସ୍ଥ ଗଳାରେ କହିଲା - ଶୁଣ, ଶୁଣ, ଶୁଣ ମହାରାଜା ଶ୍ରୀ ଶ୍ରୀ ଶହେ ଆଠ ଶ୍ରୀ ତ୍ରୁଭୁବନ ବିଜୟୀ ବାହୁ ବଳେନ୍ଦ୍ର ବିକ୍ରମ ସିଂହଙ୍କ ଆଦେଶ। ଆଜି ନିଶାର୍ଦ୍ଧରେ ଦେଶଦ୍ରୋହ ଅପରାଧ ପାଇଁ ବୈଜ୍ଞାନିକ ବିପ୍ଳବ ରାୟ ଆଉ ବିନା ଆଜ୍ଞାରେ ଶବ୍ଦ କରିଥିବା ଅପରାଧରେ ନିୟତି ଆଉ ତାର ସଦ୍ୟଜାତ ସନ୍ତାନଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ...ଡବ-ଡବ-ଡବ-ଡବ। ନା...ଏକ ସୁତୀକ୍ଷ୍ଣ ଚିତ୍କାରରେ ହଠାତ୍ ଯେମିତି ନିସ୍ତବ୍ଧ ହୋଇଗଲା ସାରା ପୃଥିବୀ।

ଭଗୀରଥର ପ୍ରାୟ ଅଜାଣତରେ ତା' ଅନ୍ତରର ମର୍ମସ୍ଥଳ ମନ୍ଥନ କରି ତା' କଣ୍ଠରୁ ନିର୍ଗତ ହେଲା ଦୁନିଆ ଯାକର ବେଦନା ଓ କ୍ରୋଧର ଫେଣ୍ଟା ଫେଣ୍ଟି ଚିତ୍କାର-ନା' ଏମିତି ହୋଇପାରେନା।

ସମବେତ ଗ୍ରାମବାସୀମାନେ ହତବାକ୍। କିଛି ଆତଙ୍କିତ।

ସମବେତ ଗ୍ରାମବାସୀମାନଙ୍କ ଆତଙ୍କିତ ଚାହାଣୀ, ରାଜରକ୍ଷୀମାନଙ୍କ ଲାଲ ଆଖିର ଭ୍ରୂକୁଟି ଦୃଷ୍ଟି - କାହାକୁ ବିନ୍ଦୁ ମାତ୍ର ଖାତିର ନ କରି ଭଗୀରଥ ଦୁଇ ହାତ ଆକାଶ ଆଡ଼କୁ ଟେକି କହିଲା - ହେ ଭଗବାନ ଏମିତି ହୋଇପାରେନା। ସଦ୍ୟଜାତ ଶିଶୁଟିକୁ ଶବ୍ଦ କରିବା ଅପରାଧରେ ମୃତ୍ୟୁଦଣ୍ଡ? ସିଶୁ କାନ୍ଦିବନି? ସେଥିପାଇଁ...ଭଗୀରଥର କଣ୍ଠ ବାଷ୍ପରୁଦ୍ଧ ହୋଇଗଲା। ମୁହୂର୍ତ୍ତକ ମଧରେ ନିଜକୁ ସମ୍ଭାଳି ନେଇ ସେ ସମବେତ ଗ୍ରାମବାସୀଙ୍କୁ ଚାହିଁ ସାତଟି ମାତ୍ର ଶବ୍ଦ ଉଚ୍ଚାରଣ କଲା - ଛିଃ! କାପୁରୁଷ ଦଳ! ଏ ଅନ୍ୟାୟ ସହୁଛ କେମିତି?

ରାଜ ରକ୍ଷୀମାନେ ଭଗୀରଥ ଆଡ଼କୁ ଝପଟି ଆସିଲେ। କଥା କହିଛି ସେ। ରାଜ ଆଜ୍ଞା ଅବମାନନା କରିଛି। ତାକୁ ବନ୍ଦୀ କରି ମହାରାଜାଙ୍କ ଆଗରେ ପେଶ୍ କରିବାକୁ ପଡି଼ବ। ଆଉ ପେଶ୍ କଲା ମାତ୍ରେ ମିଳିବ ପ୍ରଚୁର ପୁରସ୍କାର। କିନ୍ତୁ ସେମାନଙ୍କ ହାତ ଭଗୀରଥର ଦେହ ଯାଏଁ ପହଞ୍ଚିବା ପୂର୍ବରୁ ଇଏ କଣ, ଇଏ କି ବିଚିତ୍ର କଥା, ଇଏ କି ଅଦେଖା ଅଶୁଣା କଥା! ଲୋକେ କଣ ଭଗୀରଥକୁ ଆଢୁ଼ଆଳ କରି ପକଉଛନ୍ତି - ଜଣେ ଦୁଇ ଜଣ କରି, ଆଥ, ଷୋହଳ, ବତିଶ-ଶହ...। ଆରେ ...ଆରେ ତମର ତ ଭାରି ସାହସ ହେଲାଣି? ରାଜରକ୍ଷୀମାନଙ୍କ କାମରେ ବାଧା ଦଉଛ - ଏହାର ଫଳ କଣ ହେବ ଜାଣିଛ...ସାରା ଗାଁରେ ନିଆଁ ଲଗେଇ ଦିଆଯିବ...ସବୁ ପୁରୁଷ ଲୋକଙ୍କୁ ବାନ୍ଧି ନିଆଯିବ...ସବୁ ସ୍ତ୍ରୀ ଲୋକଙ୍କୁ ଧର୍ଷଣ କରାଯିବ-...ସାମ୍ନାରୁ ଜନତାର ଏକ ବୃତ୍ତ ରକ୍ଷୀମାନଙ୍କୁ ଚାରିପଟୁ ଆବୋରି ଆଣିଲା। ରକ୍ଷୀମାନେ, ରକ୍ଷୀମାନେ...କୁଆଡେ଼ ଗଲେ ରାଜରକ୍ଷୀମାନେ, କୁଆଡେ଼ ଗଲା ସେମାନଙ୍କ ଶାଣିତ ତରବାରୀ ଓ ବଲ୍ଲମ, କୁଆଡେ଼ ଗଲା ଚକମକ କରୁଥିବା ଶିରସ୍ତ୍ରାଣ ଓ ବର୍ମ? ହଜାର ଲୋକଙ୍କ ଧୂଳିମଖା ଲଙ୍ଗଳା ପାଦ ତଳେ ପିଷ୍ଟ ହେଉ ହେଉ ରାଜରକ୍ଷୀମାନେ ଅଚିରେ ମାଂସର ପିଣ୍ଡୁଳାରେ ପରିଣତ ହୋଇଗଲେ।

ଆଗ୍ନେୟଗିରିରୁ ସଦ୍ୟ ଫୁଟି ବାହାରି ଥିବା ଲାଭା ସ୍ରୋତ ପରି କିମ୍ବା ମାଟି ତଳୁ ସଦ୍ୟ ଝରିଥିବା ଝରଣାଟିଏ ପରି ଏ ଜନସ୍ରୋତ ଛୁଟି ଚାଲିଲା ଗାଁରୁ ଗାଁକୁ, ଗାଁରୁ ସହରକୁ। ବହୁ ବହୁ ଦିନ ପରେ ମଣିଷର କଣ୍ଠସ୍ଵର। ମଣିଷ କଣ୍ଠର ଗୀତ ସଚକିତ କରି ତୋଳିଲା ଅନ୍ୟମାନଙ୍କୁ। ବେଗବତୀ ଝରଣାରେ ଯେମିତି ଅନ୍ୟ ଝର ମିଶି ତାକୁ ନଈ କରି ତୋଳେ, ସେମିତି ଏ ଜନସ୍ରୋତ କ୍ରମେ ବଢି଼ବାକୁ ଲାଗିଲା। ପାହାଡ଼ର ଛାତି ଫଟେଇ, ଶୁଷ୍କ କଙ୍କରିତ ମାଟିକୁ ବିଦୀର୍ଣ୍ଣ କରି, ସହସ୍ର ବିସ୍ମିତ ଓ ଆତଙ୍କିତ ଆଖି ସାମ୍ନା ଦେଇ ସହସ୍ର ମନକୁ ଏକ ନୂତନ ଏବଂ ଅଭିନବ ପୁଲକ ଓ ଉନ୍ମାଦନାରେ ପ୍ଳବିତ କରି ଏ ଜନସ୍ରୋତ ବହିଚାଲିଲା ଗାଁରୁ ଗାଁକୁ, ଗାଁରୁ ସହରକୁ, ଏ ସହରରୁ ଅନ୍ୟ ସହରକୁ...।

ଗବେଷଣାଗାର ଭିତରେ ଛାଇ ଅନ୍ଧାର, ସୁନନ୍ଦାର ମାନସିକ ଅବସ୍ଥା ଭଳି। ଚେତନ ଓ ଅଚେତନ ଅବସ୍ଥା ମଝିରେ ସେ ପେଣ୍ଡୁଲମ୍ ପରି ଝୁଲୁଥିଲା। ଏବେ ଆଲୁଅ...ହେଇ ଦେଖାଯାଉଛି ବିଦ୍ୟୁତ୍ ଶକ୍ତି ଉତ୍ପାଦକ ଯନ୍ତ୍ରଟି, ଗବେଷଣାଗାରର ଅନ୍ୟାନ୍ୟ ଯନ୍ତ୍ରପାତି...ପୁଣି ସବୁ ଉଭାନ୍। ସବୁ ଅନ୍ଧକାର...ଦେଇ ଦିଶୁଛି ବିପ୍ଳବର ଆଖି , ଉଜ୍ଜ୍ଵଳ କୋମଳ...ପୁଣି ସବୁ ଅନ୍ଧକାର।

ହଠାତ୍ ଏକ ଗୁଞ୍ଜରଣ ଶୁଣିଲା ସେ। ଦୂରରୁ ସମୁଦ୍ର ଲହଡି଼ର ଶବ୍ଦ ଯେମିତ୍ ଶୁଭେ, ଅନେକଟା ସେହିପରି। ଏଠି ଏ ସହର ଭିତରେ, ଏ ନିର୍ଜୀବ ମୂଢ଼ ସହର ଭିତରେ ଏମିତି ଶବ୍ଦ କେଉଁଠି ଆସିବ? ନିଜ ମନକୁ ଆପ୍ରାଣ ଚେଷ୍ଟାରେ ଚେତନ ଅବସ୍ଥାକୁ ଆଣୀଲା ସୁନନ୍ଦା। ଶବ୍ଦଟା ବଢୁ଼ଛି...ଆରେ ଇଏ ତ ମଣିଷର ସମବେତ କଣ୍ଠର କୋଳାହଳ ଶବ୍ଦ। ସେ ପୁଣି ହ୍ୟାଲୁସିନେସନ ଭୋଗୁନି ତ! ତା' ଦେହ ଦୁର୍ବଳ। ମନ ପରିଶ୍ରାନ୍ତ। ଏ ଅବସ୍ଥାରେ ହ୍ୟାଲୁସିନେସନ୍ ହେବା ବିଚିତ୍ର ନୁହେଁ। କିନ୍ତୁ...ଚେୟାର୍ ଛାଡି଼ ଉଠି ଠିଆ ହେଲା ସୁନନ୍ଦା। ପାଦ ଦୁଇଟି ଟଳମଳ ହେଉଛି। ମୁଣ୍ଡଟା ଘୂରେଇ ଦଉଛି। ଚେୟାର ବାଡା଼ ଧରି ନିଜକୁ ସମ୍ଭାଳି ନେଲା ସେ। କାନ ଡେରିଲା। ହଁ...ଇଏ ମଣିଷ କଣ୍ଠର କୋଳାହଳ। ଏଥିରେ ଆଉ ସନ୍ଦେହ ନାହିଁ। କିନ୍ତୁ...କିନ୍ତୁ ଇଏ କେମିତି ସମ୍ଭବ? ହେ ଭଗବାନ! ସୁନନ୍ଦା ତା' ଦୁର୍ବଳ ଦେହକୁ ଯେତେ ସମ୍ଭବ ଶୀଘ୍ର ଟାଣି ଟାଣି ଗବେଷଣାଗାର ବାହାରକୁ ଖୋଲା ଆକାଶ ତଳକୁ ନେଇଗଲା।

ଇଏ କଣ? ଇଏ କି ଦୃଶ୍ୟ? ହଜାର ହଜାର ଲୋକମାନଙ୍କ ପଟୁଆର। ସେମାନଙ୍କ ଆଖିରେ କ୍ରୋଧର ଅଗ୍ନିଶିଖା। କଣ୍ଠରେ ସଙ୍ଗୀତ। ଏମାନେ ସବୁ କିଏ? ଏମାନେ କେଉଁଥୁ ଆସିଲେ? ରାଜଆଜ୍ଞା ଅମାନ୍ୟ କରୁଛନ୍ତି, ଜୀବନର ଭୟ ନାହିଁ ଏମାନଙ୍କର? କୁଆଡେ଼ ଚାଲିଛନ୍ତି ଏମାନେ?

-ଆମେ ଯାଉଛୁ ରାଜନଅର। -କାହିଁକି -କାହିଁକି ଜାଣିନ? ନିୟତିର ସଦ୍ୟଜାତ ସନ୍ତାନଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି ମହାରାଜା। ତାକୁ ଉଦ୍ଧାର କରିବାକୁ ଯାଉଛୁ। ରାଜାଙ୍କର ଅନ୍ୟାୟ ଆଦେଶ ଆଉ ଆମେ ମାନିବୁନି। ସହସ୍ର କଣ୍ଠର ଚିତ୍କାର ଏକ ଉଦ୍ଘୋଷଣା ପରି ଶୁଭିଲା ମାନିବୁନି, ମାନିବୁନି। ରାଜାଙ୍କ ଅନ୍ୟାୟ ଆଉ ଆମେ ସହିବୁନି। -ରୁହ, ରୁହ ଭାଇମାନେ, ରୁହ ମା'ମାନେ ମୁଁ ବି ତମ ସହିତ ସାମିଲ୍ ହେବି। ଦେଖ ମୋ ବିପ୍ଳବକୁ ବି ମହାରାଜ ମୃତ୍ୟୁଦଣ୍ଡ ଦେଇଛନ୍ତି। କାହିଁକି ଜାଣିଛ? ସେ ତମମାନଙ୍କ୍ ପାଇଁ ଶକ୍ତିର ଉତ୍ସ ସନ୍ଧାନ କରିଥିଲେ। ସେ ଶକ୍ତିକୁ ବିପ୍ଳବ ତମମାନଙ୍କ୍ ହାତକୁ ଟେକି ଦେବା ପାଇଁ ଚାହୁଁଥିଲେ। ମହରାଜା କିନ୍ତୁ ସେ ଶକ୍ତିକୁ କରାୟତ୍ତ କରି ରଖିବାକୁ ଚାହିଁଲେ। ବିପ୍ଳବ ରାଜି ନେ ହେବାରୁ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଦେଶଦ୍ରୋହ କଥା ମିଛ। ମୋ ବିପ୍ଳବ ତମମାନଙ୍କ ସ୍ଵାର୍ଥରକ୍ଷା ପାଇଁ ମୃତ୍ୟୁଦଣ୍ଡ ପାଇବାକୁ ଯାଉଛି... -ନା, ନା-ସେମିତି ହୋଇ ପାରିବନି। ତାଙ୍କୁ ବି ଆମେ ଉଦ୍ଧାର କରିବୁ। -ଦେଖ ଭାଇମାନେ, ଦେଖ ମା'ମାନେ - ଇଏ ସେ ଯନ୍ତ୍ର। ଏଇଥିରେ ତୁମ କଣ୍ଠସ୍ଵର୍ ଆଲୋକଶକ୍ତି ହୋଇ ଅନ୍ଧକାର ହଟେଇବ, କାରିଗରୀ ଶକ୍ତି ହୋଇ କାରଖାନା ଚଳେଇବ, ଚାଷ କରିବ...ଚାଲ ଆମେ ଏ ଯନ୍ତ୍ରକୁ ନେଇ ରାଜନଅରକୁ ଯୀବା। ମହାରାଜାଙ୍କୁ ଦେଖେଇ ଦେବା ମଣିଷର କଣ୍ଠସ୍ଵରକୁ ସବୁଦିନ ପାଇଁ ନିରବ କରି ହୁଏନା। -ଚାଲ, ଚାଲ।

ସୁନନ୍ଦା ଦେଖିଲା ମାନବ ସମୁଦ୍ର ଲହଡି଼ରେ ସେ ଭାସି ଭାସି ଲାଲିଛି। ସାଙ୍ଗରେ ତାର ସେଇ ଯନ୍ତ୍ରଟି। ସହସ୍ର ମଣିଷର ଉଦାତ୍ତ ସଙ୍ଗୀତରେ ସେ ଯନ୍ତ୍ରରେ ସଞ୍ଚିତ ଆଲୋକ ଜଳୁଛି ଉଜ୍ଜ୍ଵଳ ଭାବରେ। ଜନସମୁଦ୍ର ଛୁଟିଚାଲିଲା ରାଜନଅର ଆଡ଼କୁ।

କୋଳାହଳର ପ୍ରଚଣ୍ଡ ଶବ୍ଦ ଶୁଣି ଅତି ସନ୍ତର୍ପଣରେ ବାହାର ଝରକାକୁ ଅଳ୍ପ ଫିଟାଇ ବାହାରକୁ ଚାହିଁଲେ ଅଧ୍ୟାପକ ଡ.ପତିତପାବନ ପାଣି। ଇଏ କଣ? ଏତେ ଲୋକଙ୍କ ସଶବ୍ଦ ପଟୁଆର! ଏମାନେ ସବୁ କିଏ? - ହୁଁ। ଚମତ୍କାର। ଅତି ଚମତ୍କାର! ଏ ଘଟଣାକୁ ମଧ୍ୟ ଦେଶରେ କଥାବାର୍ତ୍ତା ନିଷିଦ୍ଧ କରାଯୀବା ଆଦେଶ ସମ୍ପର୍କ ସନ୍ଦର୍ଭରେ ଲିପିବଦ୍ଧ କରାଯାଇପାରେ। ପ୍ରତିବାଦ ଶୋଭାଯାତ୍ରା! କ୍ରିୟାର ପ୍ରତିକ୍ରିୟା! ଆହା, ଏ ପଟୁଆରର ଗୋଟିଏ ଦୁଇଟି ଫଟୋ ହେଲେ ଭଲ ହୁଅନ୍ତା। କକ୍ତୃତା ବେଳେ ସ୍ଲାଇଡ୍ ପ୍ରୋଜେକ୍ଟରରେ ଏ ଫଟୋ ଦେଖେଇଲେ ବକ୍ତୃତା ପରିବେଷଣଟି ଅଧିକ ଚିତ୍ତାକର୍ଷକ ହୁଅନ୍ତା।

ଡ.ପତିତପାବନ ପାଣି ଘର ଭିତରକୁ ଯାଇ କ୍ୟାମେରା ଆଣି ଝରକା ଉହାଡ଼ରୁ ପତୁଆରର ଦୁଇ ତିନୋଟି ଫଟୋ ନେଲେ। ବାହାରେ ଯାଇ ଫତୋ ଉଠାଇଥିଲେ ଆହୁରି ଭଲ ହୋଇଥାନ୍ତା। କିନ୍ତୁ ବହାରକୁ ଗଲେ କାଳେ କିଏ ତାଙ୍କୁ ଦେଖିନେବ ଏବଂ ସେଥିନେଇ ଭବିଷ୍ୟତରେ ତାଙ୍କୁ ରାଜରୋଷର ସମ୍ମୁଖୀନ ହୋଇପାରେ ବୋଲି ଚିନ୍ତା କରି ସେ ଏପରି କଲେ ନାହିଁ। ବର୍ତ୍ତମାନ ଅବସ୍ଥାରେ ନିଷ୍ପକ୍ଷ ହୋଇ ଘର ଭିତରେ ରହିବା ହିଁ ବୁଦ୍ଧିମାନର କାର୍ଯ୍ୟ।

ବଖୁରିକିଆ ଚାଳ ଘର ଭିତରେ ୪ ବର୍ଷର ରବି ଘର କୋଣରେ କୁଟାକାଠି ଜାଳ ତଳେ ଢାଙ୍କି ଲୁଚାଇ ହୋଇଥିବା ଯନ୍ତ୍ରଟି ଆଡ଼କୁ ଚହିଁଥିଲା।

ସାତ ଦିନ ତଲେ ଗଭୀର ରାତିରେ ଜଣେ ଅଚିହ୍ନା ଲୋକ ଆସି ୟାକୁ ଦେଇଯାଇଥିଲେ। ସେ ରାତିର ଘଟଣା ସ୍ପଷ୍ଟ ମନେ ଅଛି ରବିର। କିନ୍ତୁ ଆଜି ଯାଏଁ ସେ କାହାକୁ ଏ କଥା କହିନି। ତାର ସବୁଠୁଁ ଭଲ ସାଙ୍କ କୁସୁମକୁ ବି ନୁହେଁ। କହିଦେଲେ କାଳେ ଯନ୍ତ୍ରଟି କାମ କରିବନି। ଦାଢି଼ବାଲା ଲୋକଟି ଗଲା ବେଳେ ସେଇଆ କହିଯାଇଥିଲେ। ଲୋକଟି କିନ୍ତୁ ଭାରି ଭଲ। ତା'କୁ ଗୋଟେ ଗୀତ ଗାଇବାକୁ କହିଥିଲେ। ସେ ଗାଇଥିଲା - ଆହେ ଦୟାମ ବିଶ୍ଵବିହାରୀ, ଘେନ ଦୟା ବହି ମୋର ଗୁହାରି...ଆଉ ସେ ଯନ୍ତ୍ରରୁ ଆଲୁଅ ବାହାରିଥିଲା। ତାଙ୍କ ଘର ସାରା ଆଲୁଅ ହୋଇଗଲା। ଯନ୍ତ୍ରଟାକୁ ଦେଇ ଲୋକଟି ଯେ କୁଆଡେ଼ ଚାଲିଗଲା...

ସେ ଯନ୍ତ୍ରଟାକୁ ମିନ୍ତୁ ଆଉ ବ୍ୟବହାର କରାହୋଇନି। ଲୋକଟି ଯନ୍ତ୍ରଟା ଦେଇଯିବାର ପରଦିନ ଛାଡି଼ ତା' ପରଦିନ ତ ରାଜ୍ୟରେ କଥା କହିବା ବନ୍ଦ ବୋଲି ଡେଙ୍ଗୁରା ପିଟିଦେଲେ ରାଜାଙ୍କ ଲୋକମାନେ। ଏ ଯନ୍ତ୍ର ଚାଲିବା ପାଇଁ ତ କଥା କହିବା ଦରକାର। କଥା ନ କହିଲେ ଯନ୍ତ୍ର ଚାଲିବ କେମିତି? ତପରେ ତାଙ୍କ ଭଙ୍ଗା କୁଡି଼ଆରେ ଏମିତିକା ଯନ୍ତ୍ରତିଏ ଦେଖିଲେ କାଳେ ପୋଲିସ ଲୋଚ୍ଜୋ ଲଜୋନ ଏଓ ଞ୍ଜଉଅରେ ନା[ଆ ,ଆ

ତାଲି ;ଇଚେଓ ଦେ;ଏ। ଏଇଠି ଏଇ ଜାଳ ପୈଁ ରଖାଯାଇଥିବା କାଠିକୁଟା ତଳେ।

ବପା ମା' ଭାବିଥିଲେ ରବି ଜାଣୀନି। ରବି ଠିକ୍ ଜାଣିଛି। ବାପା ମା'ଙ୍କ ଆଖି ଆଢୁ଼ଆଳରେ ଫୁରସତ ପାଇଲା ମାତ୍ରେ ସେ ଯନ୍ତ୍ରଟିକୁ ଆଉଁସି ଦିଏ। ତାର ଇଚ୍ଛା ହୁଏ ଆଉ ଥରେ ସେ ଭଜନ ବୋଲନ୍ତା ଆଉ ତାଙ୍କ ଅନ୍ଧାରୁଆ ଘରଟି ଆଲୁଅରେ ଭରି ଯା'ନ୍ତା। କିନ୍ତୁ ସେ ଗାଇବ କେମିତି ଯେ - କଥା କହିବା ପରା ମନା।

...ହଠାତ୍ ଏକ କୋଳାହଳର ଶବ୍ଦ ଦୂରରୁ ଶୁଣିଲା ସେ। ତରତର ହୋଇ ଯନ୍ତ୍ରତିକୁ ଲୁଚେଇ ଦେଇ ସେ ବାହାରକୁ ଆସିଲା। ଇଏ କଣ? ହଜାର ହଜାର ଲୋକ ପଟୁଆରରେ ଚାଲିଛନ୍ତି। ଚିତ୍କାର କରୁଛନ୍ତି। ଗୀତ ଗାଉଛନ୍ତି। ମଣିଷର କଣ୍ଠସ୍ଵରରେ ଚତୁର୍ଦିଗ ଫାଟି ପଡୁ଼ଛି।

ରବି ସଙ୍ଗେ ସଙ୍ଗେ ଘର ଭିତରକୁ ପଶି ଯନ୍ତ୍ରଟିକୁ ବହାର କରି ଆଣିଲା। ସେ ରାତିରେ ଯେଉଁଠି ଯେମିତି ମୁହଁ ରଖି ଗାଇବା ପାଇଁ କହିଥିଲା ଦାଢି଼ବାଲା ବାବୁତି, ସେମିତି ମୁହଁ ରଖି ରବି ଗାଇବାକୁ ଲାଗିଲା..ଜଳ, ସ୍ଥଳ, ବନ, ଗିରି, ଆକାଶ; ତୁମ ଲୀଳ ସବୁଠାରେ ପ୍ରକାଶ..। ଔ ଯନ୍ତ୍ର ଲାଗିଥିବା ଆଲୁଅ ଜଳିଉଠିଲା। ରବିର ଅନ୍ଧାରୁଆ ଘର ବିତରଟା ଆଲୋକିତ ହୋଇ ଉଠିଲା। ମୁଗ୍ଧ ରବି ଗୀତ ଗାଇ ଚାଲିଲା...।

ଜନତାର ମହାସ୍ରୋତ ଛୁଟି ଚାଲିଥିଲା ରାଜନଅର ଆଡ଼କୁ। କିଛି ରାଜରକ୍ଷୀ ଏ ସ୍ରୋତକୁ ଅଟକେଇବାର ଚେଷ୍ଟା କରି କୁଟାଖିଅ ପରି କୁଆଡେ଼ ଭାସିଗଲେ। ଅଧିକାଂଶ ରକ୍ଷୀ ଏ ମାନବ ମହାସମୁଦ୍ରର ରୂପ ଦେଖି ପୃଷ୍ଠ ଭଙ୍ଗ ଦେଇ କୁଆଡେ଼ ପଳେଇଗଲେ। କେତେକେ ପୁଣି ଏ ସ୍ରୋତରେ ସାମିଲ୍ ହୋଇଗଲେ।

||୧୭||

ନିଜର ଖାସ୍ କମରାରେ ପିଞ୍ଜରାବଦ୍ଧ ବନ୍ୟ ପଶୁ ପରି ଛଟପଟ ହେଉଥିଲେ ମହାରାଜା ବିକ୍ରମ ସିଂହ। ଅସ୍ଥିର ଭାବେ କକ୍ଷର ଏ ମୁଣ୍ଡରୁ ସେ ମୁଣ୍ଡ ପଦଚାରଣ କରୁଥିଲେ ସେ। ଏଇ ସମୟରେ ତାଙ୍କର ସବୁଠାରୁ ବିଶ୍ଵସ୍ତ ପରିଚାରକ ବିବ୍ରତ ଏବଂ ତ୍ରସ୍ତ କଣ୍ଠରେ ଖବର ଦେଲା, ମହାରାଜ, ଜନତା ରାଜନଅର ସିଂହଦ୍ଵାରରେ ପହଞ୍ଚିଗଲେଣି। ସେମାନେ ସିଂହଦ୍ଵାର ଭାଙ୍ଗିବାର ଚେଷ୍ଟା କରୁଛନ୍ତି। -ଆମ ସୈନ୍ୟମାନେ କଣ କରୁଛନ୍ତି? ସେନାପତି କାହାନ୍ତି? ମୋର ଅନ୍ୟାନ୍ୟ ମନ୍ତ୍ରୀମାନେ କାହାନ୍ତି? ମହାରାଜ ବିକ୍ରମ ସିଂହ ଚିତ୍କାର କରି ପ୍ରଶ୍ନ କଲେ। -ଆପଣଙ୍କ ଅଧିକାଂଶ ମନ୍ତ୍ରୀ ରାଜଧାନୀ ଛାଡି଼, ହୁଏତ ଏ ରାଜ୍ୟ ଛାଡି଼ ଅନ୍ୟତ୍ର ପଳେଇଗଲେଣି। ସେନାପତି କେଉଁଠି ଆତ୍ମଗୋପନ କରିଛନ୍ତି। ସାମାନ୍ୟ କେତେକ ଏକାନ୍ତ ରାଜଭକ୍ତ ସୈନ୍ୟ ଏ ପର୍ଯ୍ୟନ୍ତ ଜନତାର ଗତିରୋଧ କରିବାର ଚେଷ୍ଟା କରୁଛନ୍ତି, କିନ୍ତୁ ସେମାନେ ଅଧିକ ସମୟ ପ୍ରତିରୋଧ କରି ପାରିବେ ବୋଲି ମନେ ହୁଏ ନାହିଁ। ସମୁଦ୍ରର ଲହଡି଼ ପରି ଲୋକ ଆଗେଇ ଆସୁଛନ୍ତି। ସେମାନେ ନିରସ୍ତ୍ର। କିନ୍ତୁ ସଂଖ୍ୟାରେ ପ୍ରାୟ ଅସଂଖ୍ୟ। ମରିବାକୁ ସେମାନଙ୍କର ଭୟ ନାହିଁ। ଜଣେ ମଲେ ଆଉ ଦଶ ଜଣ ମାଡି଼ ଆସୁଛନ୍ତି- -ମାର ମାର, ଆହୁରି ମାର। କମାଣ ଚଲାଅ। ସେମାନଙ୍କ ଉପରେ ହାତୀ ଛାଡି଼ଦିଅ। ପାଦ ତଳେ ପେଶି ମାରି ଦଉ... -ଅପଣଙ୍କ ଆଦେଶ ଶିରୋଧାର୍ଯ୍ୟ ମହାରାଜ। ହେଲେ ଗୋଟିଏ କଥା ନିବେଦନ କରିବି ଛାମୁ। -କଣ? -ଆପଣ ଆଉ ଐଥି ରହିବା ନିରାପଦ ନୁହେଁ। ଗୁପ୍ତ ସୁଡ଼ଙ୍ଗ ବାଟେ ଅପଣ ତୁରନ୍ତ ଏ ସ୍ଥାନ ପରିତ୍ୟାଗ କରନ୍ତୁ। ସୁଡ଼ଙ୍ଗ ସେପଟେ ଦୁଇ ଜଣ ବିଶ୍ଵାସୀ ରାଜରକ୍ଷୀ ଏକ ବେଗବାନ୍ ଅଶ୍ଵ ସହ ଆପଣଙ୍କୁ ଅପେକ୍ଷା କରିଛନ୍ତି। -ସ୍ଥାନ ପରିତ୍ୟାଗ କରିବି? ମୁଁ ପଳେଇଯିବି? କେତେ ଗୁଡା଼କ ଅବାଧ୍ୟ ବଦମାସଙ୍କୁ ଡରି ମହାରାଜ ବାହୁବଳେନ୍ଦ୍ର ବିକ୍ରମ ସିଂହ ପୃଷ୍ଠଭଙ୍ଗ ଦେବ। ଅସମ୍ଭବ। ଏମିତି ଉଦ୍ଭଟ ଚିନ୍ତା ତମ ମୁଣ୍ଡକୁ ଢୁକିଲା କେମିତି? -ଉଦ୍ଭଟ ଚିନ୍ତା ନୁହେଁ ଛାମୁ। ଆପଣ ବାସ୍ତବ ଅବସ୍ଥାଟ ବୁଝନ୍ତୁ। ଆମର ରକ୍ଷୀବାହିନୀ ପ୍ରୟ ନିଶ୍ଚିହ୍ନ। ମନ୍ତ୍ରୀ, ସେନାପତି ସମସ୍ତେ ପଳାତକ। ଏ ଅବସ୍ଥାରେ ଏଠି ରହିବାର ଅର୍ଥ ହେଲା ଆତ୍ମହତ୍ୟା କରିବା। ଆତ୍ମହତ୍ୟା କରିବା କିଛି ବୀରତ୍ଵର କାମ ନୁହେଁ। ପଶ୍ଚାତଗମନ ଯୁଦ୍ଧର ଏକ କ୍ଔଶଳ ଛାମୁ। ତା' ଅର୍ଥ ପରାଜୟ ବରଣ କରିବା ନୁହଁ।

ପରିଚାରକର ଏ କଥାରେ ମହାରାଜା କେଇ ମୁହୂର୍ତ୍ତ ନିରବ ହୋଇଗଲେ। ପଦଚାରଣ ବନ୍ଦ କରି ଚୁପଚାପ୍ ଠିଆ ହେଲେ। ତା'ପରେ କହିଲେ, ତୁମେ ଠିକ୍ କହିଛ। ମୁଁ ଏବେ ଏଠୁ ଚାଲିଯିବା ଉଚିତ୍। କିନ୍ତୁ ତା' ପୂର୍ବରୁ ମୋର୍ ଗୋଟିଏ ଜରୁରୀ କାମ ଅଛି। ତାକୁ ମୁଁ ସାରି ଦେଇ ଯିବାକୁ ଚାହେଁ। -କି କାମ ମୋତେ କୁହନ୍ତୁ ମହାରାଜା, ମୁଁ କରିଦେବି। ଆପଣ ଯଥା ଶୀଘ୍ର ଏ ସ୍ଥାନ ପରିତ୍ୟାଗ କରନ୍ତୁ। ଏଠି ଏବେ ପ୍ରତିଟି ମୁହୂର୍ତ୍ତ ଆପଣଙ୍କ ପାଇଁ ବିପଦଜନକ... -ନା। ମହାରାଜାଙ୍କ କଣ୍ଠସ୍ଵରରେ ଚୁପ୍ ହୋଇଗଲା ପରିଚାରକ। ଅନ୍ୟ କେହି ନୁହେଁ। ସେ କାମଟି ମୁଁ ନିଜ ହାତରେ ସାରିବାକୁ ଚାହେଁ। ତା'ପରେ ଯାଇ ମୁଁ ଏ ନଅର ପରିତ୍ୟାଗ କରିବି। ତୁମେ ଏଇଠି ଅପେକ୍ଷା କର।

ଛାଇ ଅନ୍ଧାର କାରାକକ୍ଷରେ ଚୁପଚାପ ବସିଥିଲେ ଡ.ବିପ୍ଳବ ରାୟ। ଏଇ ସାତ ଦିନ ଭିତରେ ତାଙ୍କ ବୟସ ଯେମିତି କୋଡି଼ଏ ବର୍ଷ ବଢି଼ଯାଇଛି। ମୁହଁର ରେଖା ସବୁ ଗଭୀର ହୋଇ ଉଠିଛି। ଆଖି ତଲେ ବହଳ କଳା। ଶୀର୍ଣ୍ଣ ଚେହେରା। ସାରା ଦେହରେ କ୍ରମାଗତ ସାରୀରିକ ନିର୍ଯ୍ୟାତନାର ସ୍ପଷ୍ଟ ଚିହ୍ନ। ଓଠରେ ରକ୍ତ ଜମାଟ ହୋଇ ଫୁଲି ରହିଛି। ମୁଣ୍ଡରେ, ଗାଲରେ ନୀଳ ନୀଳ ଚିହ୍ନ। ସେ ପିନ୍ଧିଥିବା ଶତଚ୍ଛିନ୍ନ ଜାମାଟା ବାହାର କଲେ ଦେଖାଯିବ ତାଙ୍କ ସାରା ଦେହରେ ସେହିପରି ଚିହ୍ନ। ଦିନ ଦିନ ଧରି ଅସ୍ନାତ ଅଭୁକ୍ତ ଅବସ୍ଥାରେ ରହିବା ଯୋଗୁଁ ତାଙ୍କ ଚମଡା଼ ତାର ସ୍ଵାଭାବିକ ଔଜଲ୍ୟ ହରେଇ ପୁରୁଣା କାଗଜ ଭଳୀ ହିଓଯାଇଛି। କିନ୍ତୁ ତାଙ୍କ ଆଖି ଯୋଡା଼କ ରହିଛି ପୂର୍ବବତ୍ କୋମଳ ଓ ଉଜ୍ଜ୍ଵଳ। ଏଇ ସାତ ଦିନରେ କୋରଡ଼ ଭିତରକୁ ପଶିଯାଇଛି ବୋଲି ବୋଧହୁଏ ଅଧିକ ଉଜ୍ଜ୍ଵଳ ଦେଖାଯାଉଛି।

ଡ.ରାୟଙ୍କ ପାଖରେ ବସିଥିଲା ନିୟତି। କୋଳରେ ତା' ସନ୍ତାନ। ସମସ୍ତେ ଚୁପ୍ ଚାପ୍। ଏପରିକି ଶିଶୁଟି ମଧ୍ୟ। କହିଲା ଭଳି କଥା ଆଉ କଣ ଅଛି ଯେ? ଆଉ କେଇ ଘଣ୍ଟା - ବାସ୍। ଶେଷ। ସବୁ କିଛି ଶେଷ ହୋଇଯିବ।

ଡ.ରାୟ ନିୟତି କୋଳର ଶିଶୁଟିକୁ ଚାହିଁଲେ ଆଉ ଏକ ଅସହ୍ୟ ବେଦନାରେ ତାଙ୍କ ହୃଦୟ ଭାରି ହୋଇଉଠିଲା। ଏ ଅବୋଧ ଶିଶୁକୁ ମୃତ୍ୟୁଦଣ୍ଡ! ତାର ଅପରାଧ କଣ - ନା' ସେ କାନ୍ଦିଲା କାହିଁକି!

ନିଜକୁ ଦୋଷୀ ବୋଲି ଭାବିଲେ ଡ.ରାୟ। ତାଙ୍କରି ପାଇଁ ଏ ସମସ୍ତ କଥା। ଏ ଶିଶୁଟିର ମୃତ୍ୟୁ ପାଇଁ ସେ ହିଁ ଦାୟୀ। ମନେ ମନେ ଈଶ୍ଵରଙ୍କୁ ଡାକିଲେ ଡ.ରାୟ। ପ୍ରଭୁ ମୋତେ କ୍ଷମା କର। ଏମିତି ମୁଁ କେବେ ଚାହିଁ ନଥିଲି।

ହଠାତ୍ ନିରନ୍ଧ୍ର କାରାକକ୍ଷ ଭିତରେ ବି ମଧୁମକ୍ଷିକାର ଗୁଞ୍ଜରଣ ଭଳି ଚାପା କିନ୍ତୁ କ୍ରମାଗତ ଏକ ଶବ୍ଦ ଶୁଭିଲା। ଶବ୍ଦ କେମିତି ବଢି଼ବାକୁ ଲାଗିଲା। ଏବଂ ଡ.ରାୟ ଲକ୍ଷ୍ୟ କଲେ କାରାରକ୍ଷୀମାନେ କେମିତି ଟିକେ ଚଞ୍ଚଳ ହୋଇ ଉଠୁଛନ୍ତି। ଅସ୍ଥିର ହୋଇ ଉଠୁଛନ୍ତି। ପରେ ପରେ ସେମାନଙ୍କ ଭିତରେ ଧାଁ ଦଉଡ଼ ଆରମ୍ଭ ହୋଇଗଲା। -କଣ ହେଲା? କଣ ହେଲା? ଡ.ରାୟ ଜଣେ ରକ୍ଷୀକୁ ପଚାରିଲେ। କଥା ନ କହିବାର ରାଜାଦେଶ ଭୁଲି ସେ ଉତ୍ତେଜିତ କଣ୍ଠରେ କହିଲା, 'ବିଦ୍ରୋହୀ ଜନତା ରାଜନଅର ଆକ୍ରମଣ କରିଛନ୍ତି। ଆମ ରକ୍ଷୀମାନେ ସେମାନଙ୍କୁ ଅଟକେଇ ପାରୁନାହାନ୍ତି। ତେଣୁ ଯିଏ ଯୁଆଡେ଼ ଜୀବନ ବିକଳ ପଳଉଛନ୍ତି।' -ବିଦ୍ରୋହୀ ଜନତା?

ଡ.ରାୟଙ୍କ ଆଉ ପ୍ରଶ୍ନର ଉତ୍ତର ଦେବା ପାଇଁ ରକ୍ଷୀଟି ଆଉ ସେଠାରେ ନଥିଲା। ପଳେଇ ଯାଇଥିଲା।

ସନ୍ତାନଙ୍କୁ ଛାତିରେ ଜୋର କରି ଭିଡି଼ ଧରି ନିୟତି ପଚାରିଲା, କଣ ହୋଇଛି?

ନିୟତିର ଆଖିରେ ଆତଙ୍କର ଛାପ ଦେଖି ଡ.ରୟଙ୍କୁ ହସ ଲାଗିଲା। ଜୀବନ ଶେଷ ପାହାଚରେ ପହଞ୍ଚି ସାରିବା ପରେ ବି କ୍ଔଣସି ଘଟଣା ମଣିଷକୁ ଆହୁରି ଆତଙ୍କିତ କରିପାରେ! ଏଇ ହେଲା ମଣିଷ।

ସେ ଉତ୍ତର ଦେଲେ: ଜନତା ରାଜ ମହଲ ଆକ୍ରମଣ କରିଛନ୍ତି। ହୁଏତ ଆମେ ବଞ୍ଚିଯିବା। ହୁଏତ...

ଏହା ପରେ ଯେତେ ସମୟ ବିତିଛି, କୋଳାହଳର ସ୍ଵର ତୀବ୍ର ହୋଇଛି। କାରାରକ୍ଷୀମାନଙ୍କ ଭିତରୁ କେହି ଆଉ ଅବଶିଷ୍ଟ ନାହାନ୍ତି। ସମସ୍ତେ ଯିଏ ଯୁଆଡେ଼ ପଳେଇଗଲେଣି। ରୁଦ୍ଧ କାରାକକ୍ଷ ଭିତରେ ତିନୋଟି ମଣିଷ। ଜଣେ ପୁରୁଷ, ଜଣେ ନାରୀ, ଗୋଟିଏ ଶିଶୁ। ଶିଶୁଟି ଗଭୀର ନିଦ୍ରାରେ ଅଚେତନ। ପୁରୁଷ ଏବଂ ନାରୀ ଉତ୍ତେଜନାରେ ଛଟପଟ ହେଉ ହେଉ ଅପେକ୍ଷା କରିଛନ୍ତି ପରବର୍ତ୍ତୀ ଘଟଣାକୁ। ମୁହୂର୍ତ୍ତ ପରେ ମୁହୂର୍ତ୍ତ ବିତିଯାଇଛି। ଗୋଟିଏ ଘଟଣାହୀନ ମିନିଟ୍ ପରେ ଆଉ ଏକ ଘଟଣାବିହୀନ ମିନିଟ୍। କେତେ ସମୟ ଆଉ କେତେ ସମୟ, ଏଇ ଭଳି କିଛି ଗୋଟେ ଘଟିବାର ଆଶଙ୍କା ଓ ସମ୍ଭାବନାକୁ ନେଇ ବସି ହେବ ଚୁପ୍ ଚାପ୍? କିଛି ଘଟୁନି କାହିଁକି? ନିସ୍ତବ୍ଧ କାରାକକ୍ଷରେ କେବଳ ବାହାରୁ ଭାସି ଆସୁଥିବା କୋଳାହଳ ଆଉ ଏକ ବିଶାଳ କବାଟକୁ ଭାଙ୍ଗିବାର ଚେଷ୍ଟା କରାଯାଉଥିବା ଭଳି ଦୁମ୍ ଦୁଂ ଶବ୍ଦ। ବାସ୍।

ହଠାତ୍ ଏକା ସାଙ୍ଗରେ ଦୁଇଟି ଶବ୍ଦ ଶୁଣି ପାରିଲେ ଡ.ରାୟ। ଗୋଟିଏ ପାଖରେ, ଗୋଟିଏ ଦୂରରେ। ଦୂରର ଶବ୍ଦଟିକୁ ମନେ ହେଲା କେଉଁଠି ଏକା ବିଶାଳ କବାଟ ଭାଙ୍ଗିଗଲା -କ୍ରମାଗତ ଦୁମ୍ ଦୁମ୍ ଶବ୍ଦ ବଦଳରେ ଖୁବ୍ ଜୋରରେ ଧଡା଼ଶ୍ କରି ଏକ ଶବ୍ଦ ହେଲା ଆଉ ତା'ପରେ କୋଳାହଳର ସ୍ଵରଟା ନିକଟେଇ ଆସୁଥିଲା ପରି ମନେ ହେଲା।

ଆଉ ପାଖରେ ହୋଇଥିବା ଶବ୍ଦଟି ହେଲା - କାରା କକ୍ଷର ତାଲା ଖୋଯିବାର ଝନଝଣ ଶବ୍ଦ। -କିଏ? ଚିତ୍କାର କରି ଉଠିଲେ ଡ.ରାୟ।

କାରା କକ୍ଷର ଅନ୍ଧକାର ଦୁଆର ମୁହଁରେ ଠିଅ ହୋଇଥିବା ଏକ ଦୀର୍ଘକାୟ ଛାୟାମୂର୍ତ୍ତି। ଡ.ରାୟ ଚମକି ପଡି଼ଲେ, ମହାରାଜ ବିକ୍ରମ ସିଂହ: ହାତରେ ଉନ୍ମୁକ୍ତ ଶାଣିତ ତରବାରୀ। -ତୁମ ତିନି ଜଣଙ୍କ ପାଇଁ ମୋ ସୁନାର ଲଙ୍କା ଆଜି ଜଳି ଛାରଖାର ହୋଇଗଲା। ତମ ତିନି ଜଣଙ୍କୁ ମୁଁ ନିଜ ହାତରେ ହତ୍ୟା କରି ତାର ପ୍ରତିଶୋଧ ନେବି଼

ରାଜ ନଅରର ସିଂହଦ୍ଵାର ଭାଙ୍ଗି ଭିତରକୁ ପଶିଥିବା ଲୋକମାନଙ୍କ ପ୍ରଥମ ଧାଡି଼ରେ ଥିଲା ସୁନନ୍ଦା। ତା' ପାଖରେ ଆଉ ଚାରି ଜଣ, ଯେଉଁମାନେ ବାରି ବାରି କରି ତାର ଶବ୍ଦ ଯନ୍ତ୍ରଟିକୁ ବୋହି ନଉଥିଲେ। ଜଣେ ରାଜରକ୍ଷୀ ମଧ୍ୟ ସେମାନଙ୍କ ସାଙ୍ଗରେ ସାମିଲ୍ ହୋଇଯାଇଥିଲା।

ସିଂହଦ୍ଵାର ଟପି ନଅର ଭିତରକୁ ପଶିଲା ମାତ୍ରେ ସୁନନ୍ଦା ପଚାରିଲା, କାରାଗାରଟା କେଉଁପଟେ? ବିପ୍ଳବକୁ ମହାରାଜା ନିଶ୍ଚୟ କାରାଗାରରେ ରଖିଥିବେ। -ହଁ, ରାଜରକ୍ଷୀଟି କହିଲା, ବୈଜ୍ଞାନିକ ଡ.ରାୟ, ନିୟତି ଓ ତା ସନ୍ତନଙ୍କୁ ଭୂଗର୍ଭସ୍ଥ ଏକ କାରାକକ୍ଷରେ ରଖାଯାଇଛି। ମୁଁ ସେଠିକାର ବାଟ ଜାଣିଛି। ଆସନ୍ତୁ। କିନ୍ତୁ ସେ ବାଟଟି ଖୁବ୍ ଅନ୍ଧକାର। ଗୋଟେ ମଶାଲ୍ ହେଲେ ଭଲ ହୁଅନ୍ତା- -ଆଲୁଅ ପାଇଁ ଚିନ୍ତା କରନ୍ତୁ ନାହିଁ। ଆପଣ ବାଟ ଦେଖାନ୍ତୁ। ଆଲୋକ ଆମ ପାଖରେ ଅଛି।...ଭାଇମାନେ, ସମସ୍ତେ ଜୟଧ୍ଵନି ଦିଅନ୍ତୁ। ଶବ୍ଦ ତରଙ୍ଗରୁ ସୃଷ୍ଟି ହେଉ ଆଲୋକ।

ସେମାନେ ଜୟଧ୍ଵନି କରୁ କରୁ ଦୃଢ଼ ପାଦରେ କାରାଗାର ଆଡ଼କୁ ଧାଇଁବାକୁ ଲାଗିଲେ।

ଅନ୍ଧାରୁଆ କାରାକକ୍ଷ ମଝିରେ ଡ.ବିପ୍ଳବ ରାୟ, ତାଙ୍କର ଠିକ୍ ପଛକୁ ସନ୍ତାନଙ୍କୁ ଛାତିରେ ଚପି ଧରି ଆତଙ୍କରେ କୁଙ୍କୁରି ଠିଆ ହୋଇଛି ନିୟତି। ସେମାନଙ୍କ ସାମ୍ନାରେ ଖୋଲା ତରବାରୀରେ ମୃତ୍ୟୁର ପରୁୱ୍ଆନା। ପଛରେ ଦ୍ରୁତ ପାଖେଇ ଆସୁଥିବା ସମ୍ମିଳିତ କଣ୍ଠସ୍ଵର୍ ଓ ପାଦଶବ୍ଦରେ ମୁକ୍ତିର ଇଶାରା।