ଶ୍ରୀ ଜଗନ୍ନାଥ ସ୍ତୁଚି
ଶ୍ରୀ ଜଗନ୍ନାଥ ସ୍ତୁତି
ନମସ୍ତେ ପ୍ରଭୁ ଜଗନ୍ନାଥ । ଅନାଥ ଲୋକଙ୍କର ନାଥ ।।
ନମସ୍ତେ ପ୍ରଭୁ ବାସୁଦେବ । ଭକତ ଜନଙ୍କ ବାନ୍ଧବ ।।
ନମସ୍ତେ ପ୍ରଭୁ ହୃଷୀକେଶ । ଭକତ ଜନଙ୍କ ବିଶ୍ୱାସ ।।
ନମସ୍ତେ ପ୍ରଭୁ ବିଶ୍ୱରୂପି । ସକଳ ହୃଦେ ଅଛ ବ୍ୟାପି ।।
ସୃଷ୍ଟି ପ୍ରଳୟ ଅନ୍ତ କରୁ । ଏ ସର୍ବ ଗର୍ଭରେ ସମ୍ଭାଳୁ ।।
ପଚାଶ କୋଟି ବସୁନ୍ଧରି । ତୋର ହୃଦରେ ଛନ୍ତି ଭରି ।।
ଚଊଦ ଭୁବନ ପାଟଣା । ଏ ସର୍ବ ତୋହର ରଚନା ।।
ତୁ ବ୍ରହ୍ମା ରୁଦ୍ର ବିଷ୍ଣୁ ତୁହି । ତୋ ବିନୁ ଅନୟ ଗତି ନାହିଁ ।।
ସୃଷ୍ଟି ଯାହାର ଖେଳ ଘର । ଅସହୟମାୟା ଜୀବ ପାର ।।
ତୋହର ନିଶ୍ୱାସୁଂ ମରୁତ । ଦେବେ ହୋଇଲେ ତହୁଁ ଜାତ ।।
ତୁହିତି ଅଗ୍ନିଦେବ ଇନ୍ଦର । ନ୍ୟନୁ ଜାତ ସୂର୍ଯୟ ଚନ୍ଦର ।।
ଭୁଜରୁ ଅନନ୍ତ ମୂରନି । କଣ୍ଠରୁ ଜାତ ସରସ୍ୱତୀ ।।
ସଦା ଚଞ୍ଚଳ ନିଦ୍ରା ନାହିଁ । ଏ ରୂପେ ଶୂନ୍ୟେ ଅଛୁ ରହି ।।
ଏମନ୍ତେ ଅଶେଷ ମହିମା । କେ ଜାଣି ପାରେ ଗୁଣସୀମା ।।
ତୋ ନାମ କରୁଥିଲେ ଲ୍ୟ । କୋଟିଏ ଜନ୍ମ ପାପକ୍ଷୟ ।।
ନାମ ଘୋଷିଲେ ସର୍ବସିଦ୍ଧି । ଖନ୍ଦଇ ରୋଗ ଶୋକ ଆଦି ।।
ଆରତ ଭଞ୍ଜନ ତୋ ବାନା । ଆତନ୍କ୍ କାଳେ ବ୍ଜ୍ରସେନ୍ହା ।।
ହୋଇଲ ଦଶ ଅବତାର । ନାଶିଲ ମେଦିନୀର ଭାର ।।
ଦୁଷ୍ଟ ନିବାରି ସନ୍ଥ ପାଳୁ । ତୁ ନାଥ ପରମ ଦୟାଳୁ ।।
ତୁ ଅଟୁ ଦରିଦ୍ରଙ୍କ ଧନ । ତୋ ନାଥ ପରମ ଦୟାଳୁ ।।
ସତୀ ଯୁବତୀଙ୍କର ମନେ । ନିଜର ସ୍ୱାମୀ ଥାନ୍ତି ଯେହ୍ନେ ।।
ସେହି ପ୍ରକାରରେ ମୋର ମନ । ତୋଠାରେ ରହୁ ଭଗବାନ ।।
ଏମନ୍ତ ଭାବେ କଲେ ସ୍ତୁତି । ପ୍ରସନ୍ନ ହୋଇବେ ଶ୍ରୀପତି ।।
ଏ ସ୍ତୁତି ଯେ ଜନ ଶୁଣନ୍ତି । ଯମ ତାପାଖ ନ ମାଡନ୍ତି ।।
ରାଜଦଣ୍ଡକୁ ନାହିଁ ଭୟ । ଅଇରିମାନ ଯାନ୍ତି କ୍ଷୟ ।।
ଭୁତ ପିଶାଚ ପ୍ରେତଗଣ । କତିକି ନ ଯାନ୍ତି ତା ପୁଣ ।।
ଅଶୁଭ ସ୍ୱପନ ଦେଖିବା । କି ଅବା ଗ୍ରହାପୀଡା ଥବା ।।
ଏ ସ୍ତୁତି ଶ୍ରବଣେ ଶୁଣିଲେ । ହୁଅଇ ବାଞ୍ଛା ସିଦ୍ଧି ଭଲେ ।।
ବଢଇ ଆୟୁ ବିଦ୍ୟା ଧନ । ଖଣ୍ଡଇ ସବୁକ୍ଳେଶ ମାନ ।।
ଗଙ୍ଗା ସହିତେ ସର୍ବତୀରଥେ । ସ୍ନାଙ୍କୁ କଲେ ପାଦ ତଳ ।।
ଏ ସ୍ତୁତି ପଢି ସେତେ ଫଳ । ନମଇ କୃକ୍ଷନ ପାଦ ତଳ ।।
ଖନ୍ଡି ଭବ ଭୟ ତ୍ରାସ । ଭଣଇ ଜଗନ୍ନାଥ ଦାସ ।।
ଏ ସ୍ତୁତି ହୋଇଲା ସମ୍ପୂର୍ଣ । ଶୁଣି ସନ୍ତୋଷ କର ମନ ।।