ଶ୍ରୀ ତୁଳସୀ ସ୍ତୁତି

ଉଇକିପାଠାଗାର‌ରୁ
ଶ୍ରୀ ତୁଳସୀ ସ୍ତୁତି
ଲେଖକ/କବି: ଗୋରେଖ ଦାସ
ଗୋରେଖନାଥ ନିଜେ ଲେଖିବାଠୁଁ ତାଙ୍କ ନାମରେ କୌଣସି କବି ଭଣିତା କରିଥିବା ଅଧିକ ବିଶ୍ୱସନୀୟ

ଶ୍ରୀ ତୁଳସୀ ସ୍ତୁତି


ମାଗୋ ତୁଳସୀ ଦେବୀ, ଅଟୁ ଶ୍ରୀକୃଷ୍ଣ ପ୍ରାଣବଲ୍ଲଭୀ ॥

ପ୍ରଭାତୁ ଉଠିଣ ଧରି ତୁମ୍ଭ ନାମ ଯେ କରେ ତୁମ୍ଭ ଦର୍ଶନ
ତୁମ୍ଭରି କୃପାରୁ ସେ ପ୍ରାଣୀର ନିଶ୍ଚେ ସୁଖେ କଟେ ସେହି ଦିନ ॥

ସତ୍ୟ ଯୁଗେ ତୁମ୍ଭ ନାମ ସତ୍ୟବତୀ ଦ୍ୱାପର ଯୁଗେ ମାଳତୀ ।
ତ୍ରେତୟା ଯୁଗରେ ନାମ ତୋ ତ୍ରିପୁରା କଳୀଯୁଗେ ବୃନ୍ଦାବତୀ ॥

ତୁଳସୀର ମାଳ ତୁଳସୀର ଚୂଳ ତୁଳସୀ ଭୂଷଣ ହୋଇ ।
ତୁଳସୀ ମୂଳରେ ଲୟ ଲଗାଇଲେ ନୀଳଚକ୍ର ଦିଶୁଥାଇ ॥

ମୂଳେ ତୋର ଗଙ୍ଗା ଡ଼ାଳେ ତୋର ବିଷ୍ଣୁ ପତ୍ରେ ଦେବତାଙ୍କ ବାସ ।
ସେ ପତ୍ର ପଡ଼ିଲେ ମଣୋହି ହୁଅଇ ବୋଲଇ ଗୋରଖ ଦାସ ॥