Jump to content

ଶ୍ରୀ ଶାରଳା ସ୍ତୁତି

ଉଇକିପାଠାଗାର‌ରୁ
ଶ୍ରୀ ଶାରଳା ସ୍ତୁତି
ଶ୍ରୀ ଶାରଳା ସ୍ତୁତି

ଜୟ ଶ୍ରୀ ଶାରଳା ମାଗୋ ଅଭୟ ଦାୟିନୀ । ମାତ ସିଂହବାହିନୀ, କିମ୍ପା ବୋଲାଅ ତୁମ୍ଭେ ବରଦାୟିନୀ ଗୋ କ୍ଷିତିମଣ୍ଡଳେ ବିଜେ କନ‌କପୁରେ । ମାତ କ୍ଷୁର୍ଣ୍ଣ ଜନ‌ଙ୍କୁ କୃପା କର ଯେ ବାରେ ଗୋ ଗିରିଜା ନାମ ତୁମ୍ଭର ଅଟେ ଗଉରୀ । ମାତ ଗରିବ ଡାକିଲେ ନ ଶୁଣ ଗୁହାରି ଗୋ ॥ ଘୁର୍ଣ୍ଣଲୋଚନ ମାଗୋ ଅନାଅ ବାରେ । ମାତ ଘୃଣା ହେଉଛି କି ଗୋ ମୋହ କର୍ମରେ ଗୋ ଅଙ୍ଗୀକାର କରିଣଥିଲ ମୋହରି । ମାଗୋ ଅନ୍ତର୍ଗତରେ ମୁଁ କି ନୁହେଁ ତୁମ୍ଭରି ଗୋ । ଚିନ୍ତା କି ମୋର ତୁମ୍ଭେ ହୃଦରେ ନାହିଁ । ମାତ ଚିନ୍ତା ସାଗରେ ଭାସି ଗଲିଟି ମୁହିଁ ଗୋ । ଛାଡ଼ି ସର୍ବ ଭରସା ଆଶା ତୁମ୍ଭଙ୍କୁ । ମାତ ତେଜିବି ନାହିଁ କେବେ ପାଦପଦ୍ମ‌କୁ ॥ ଜଗଜ୍ଜନନୀ କର୍ମଦାୟିନୀ ବୋଲାଅ । ମାତ ଯାଚି ଅଭୟ ବର ଇଚ୍ଛାରେ ଦିଅ ଗୋ ॥ ଝାଡ଼ପତି କନ୍ଧରେ ବାସ ତୁମ୍ଭର ମାତ ଝିମିଟେ ନାଶିଲ ଯେ ମହିଷାସୁର ଗୋ । ନାହିଁକି ତୁମ୍ଭଠାରେ ସେହି ପ୍ରାକର୍ମ । ମାତ ନିରକ୍ଷ ଜନଠାରେ

ନ‌ହୁଅ ବାମ ଗୋ । ଟାକିଛି ହେବ ଦୟା ତୁମ୍ଭ କୃପାରୁ ମାତ ଟେକି ଶରଣ ଯିବି ଦୀନ‌ଜନରୁ ଗୋ ॥ ଠିକେ ନାମକୁ ଯେହୁ ମୁଖେ ବୋଲିବେ । ମାତ ଠୂଳ ବିପତ୍ତିରୁ ସେ ତରିଣ ଯିବେ ଗୋ । ଡାକିନୀ ଶାକିନୀ ଯେ ଚଣ୍ଡୀ ଭବାନୀ । ମାତ ଡର ହୃଦରୁ ଫେଡ଼ ସିଂହବାହିନୀ ଗୋ । ଢଳିଯିବ ବିପତ୍ତି ସଙ୍ଗେ ବୋଇଲେ । ମାତ ଢଳହଳ ନୟନୀ ହସି ଚାହିଁଲେ ଗୋ ॥ ଅଶେଷ ବ୍ରହ୍ମାଣ୍ଡରେ ବାନା ତୁମ୍ଭର । ମାତ ଅଭାଗ୍ୟଜନେ କିମ୍ପା ନିରାଶ କର ଗୋ । ତିଳେହେଁ ନ ଶୁଣ ଯେ ମୁଁ ଡାକୁ ଥିଲେ । ମାତ ତୁରିତେ କଷ୍ଟ ଫେଡ଼ୁ ମୁଖେ ବୋଇଲେ ଗୋ ॥ ଥୟ କରିଣ ବୁଝ ମୋର ବେଦନା । ମାତ ଥରେ ମୋ ବିଷୟରେ କର ଭାବନା ଗୋ ॥ ଦରିଦ୍ର ଦୁଃଖି ବୋଲି ନ କର ଦୂର । ମାତ ତ୍ରିଭୁବନ ମଧ୍ୟେ ବାନା ତୁମ୍ଭର ଗୋ । ଧ୍ରୁବ ତରିବା ଆଉ କ୍ଷୁଧାରେ ମଲି । ମାତ ଧରି ଅନ୍ନପୂର୍ଣ୍ଣାଙ୍କୁ ଦରିଦ୍ର ହେଲି ଗୋ । ନୋହିଲା କର୍ମେ ମୋର ସୁଫଳ ଦଶା । ମାତ ନିଷ୍ଫଳା କଳ୍ପବୃକ୍ଷେ କଲି ଭରସା ଗୋ ॥ ପିଣ୍ଡରୁ ପ୍ରାଣ ଛାଡ଼ି

ଅଗ୍ନି ଜାଳିଲେ । ମାତ ପଛେ କି ହେବ ସଞ୍ଜୀବନୀ ପଢ଼ିଲେ ଗୋ ॥ ଫଳିବା ବୃକ୍ଷ ମୂଳୁ ଉପୁଡ଼ି ଗଲେ । ମାତ ଫଳ କି ହେବ ଶେଷେ ଜଳ ଢାଳିଲେ ଗୋ ॥ ବିଚାର କର କିନା ମନେ ଶାରଳା । ମାତ ବୁଡ଼ିଲା ଭବଜଳେ ସତେ ମୋ ଭେଳା ଗୋ ॥ ଭବତାରିଣୀ ଭେଳା କି ହେବ ଥାଇ । ମାତ ଭବସାଗରରେ ଭାସି ଗଲିଟି ମୁହିଁ ଗୋ ॥ ମାୟା ନ କରି କଷ୍ଟ ଫେଡ଼ ମୋହର । ମାତ ମୂର୍ଖ ପାଷାଣ୍ଡ ବୋଲି ନ କରି ଦୂର ଗୋ ॥ ଜାଣିଲି ଅଟ ତୁମ୍ଭେ ଜଗତେଶ୍ୱରୀ । ମାତ ଜାଣି ଚିତ୍ତ ସମର୍ପି ଦେଲି ତୁମ୍ଭରି ଗୋ ॥ ରୋଷ ନ କର ଫେଡ଼ ମୋର ଦୁର୍ଦ୍ଦଶା । ମାତ ରଖ ନ ରଖ ବାରେ ନିରାଶ ହେଲି ଗୋ ॥ ନମସ୍ତୁତି କରୁଛି ଚରଣ ତଳେ । ମାତ ଲେଶ ମାତ୍ରକ ରଖ ପଦକମଳେ ଗୋ । ବାରି ସୁତା ବୋଲି ଯେ ଜାଣିଲି ମୁହିଁ । ମାତ ବିଚାରି କର ଦେଉନାହୁଁ କିପାଇଁ ଗୋ ॥ ସୁହୃଦ ହୋଇ ଭୃତ୍ୟ-ମାନଙ୍କୁ ଚାହିଁ । ମାତ ମୋର ଆରତ ଫେଡ଼ ପ୍ରସନ୍ନ ହୋଇ ଗୋ ॥" ଶତେ ବାରଯେ ଏହା ପଢ଼ିବେ ।

ମାତ ଶତ୍ରୁଭୟ ଚିନ୍ତାରୁ ବଞ୍ଚାଇ ନେବେ ଗୋ ॥ ସୁବୁଦ୍ଧି ବୁଦ୍ଧି ପୁଣି ଐଶ୍ୱର୍ଯ୍ୟ ପ୍ରାପ୍ତି । ମାତ ଶାରଲା ପଦ୍ମ‌ପାଦେ ରହିବ ମତି ଗୋ ॥ ହୋଇବ ବ୍ୟାଧି ନାଶ ଯିବ କଳ୍ମଷ । ହୃଦେ ପ୍ରାତଃସ୍ମରଣ କରିଣ ଘୋଷ ॥ ଛନ୍ଦ କୂଟ ତେଜିଲେ ଜ୍ଞାନ ବଢ଼ଇ । ମାତ ଛାର ମାଗୁଣି ସ୍ୱଚ୍ଛନ୍ଦରେ ନମଇ ଗୋ ॥