ସଖି ହେ କାହେ କହସି କଟୁଭାଷା

ଉଇକିପାଠାଗାର ରୁ
Jump to navigation Jump to search
ସଖି ହେ କାହେ କହସି କଟୁଭାଷା
ଲେଖକ/କବି: ଚମ୍ପତି ରାୟ

ଦୁର୍ଜ୍ଜୟ ମାନ

( ରାଗ—କାମୋଦ )

ସଖି ହେ କାହେ କହସି କଟୁଭାଷା,
ଐଛନ[୧] ବହୁ ଗୁନଏକ ଦୋଷେ ନାଶି
ଏକ ଗୁନ ବହୁ ଦୋଷ ନାଶା । ଧ୍ରୁ ।
କି କରବ ଜପ ତପଦାନବ୍ରତ ନୈଷ୍ଠିକ
ଯଦି କରୁନା ନହି ଦୀନେ
ସୁନ୍ଦର କୁଲଶିଲଧନ ଜନ ଯୌବନ
କି କରବ ଲୋଚନ ହୀନେ ।
ଗରଲ ସହୋଦରଗୁରୁପତ୍ନୀହର[୨]
ରାହୁ ବମନ ତନୁକାରା
ବିରହ ହୁତାଶନବାରିଜ ନାଶନ
ଏକ ଗୁନ ଶଶି ଭଜିୟାରା ।
ପରସୁତହିତଯତନ ନାହିଁ ନିଜ ସୁତେ
କାକ ଉଚ୍ଛିଷ୍ଟ ରସପାନୀ
ସୋ ସବ ଅବଗୁନସଗୁନ ଏକ ପିକ
ବୋଲ ତ ମଧୁରିମ ବାନୀ ।
କାନୁକ ପୀରତିକି କହିବି ରେ ସଖି
ସବ ଗୁନ ମୂଲ ଅମୂଲେ
ବଂଶୀ ପରଶିଶପଥି କରେ ଶତ ଶତ
ତବ ହିଁ ପ୍ରତୀତ ନାହି ବୋଲେ ।
ପର ପରିରଂଭ୍ରନଚୁମ୍ବନ ଆଲିଙ୍ଗନ
ସଂକେତ କର ବିଶୋୟା ସେ
ଆନ ରମନି ସଏଁସୋ ନିଶି ବଂଚିଲ
ମୋହେ କରଲ ନୈରାଶେ ।

ସୁନ୍ଦର ସିନ୍ଦୂରନୟଙ୍କ ଅଞ୍ଜନ
ସଂଚରୁ ଦଶ ନଖ ରେଖା
କୁଙ୍କୁମ ଚନ୍ଦନଅଙ୍ଗେ ବିଲେପନ
ପ୍ରାତ ସମୟେ ଦିଲ ଦେଖା ।
ଦଶ ଗୁନ ଅଧିକଅନଲେ ତନୁ ଦହିଲ
ରତି ଚିହ୍ନ ଦେଖି ପ୍ରତି ଅଙ୍ଗେ
ଚଂପତି ପୈଡ଼କର୍ପୂର ଯବ ନା ମିଲବ
ତବ ମିଲନ ହରି ସଙ୍ଗେ ।


  1. ଏପରି
  2. ଚନ୍ଦ୍ର