ସାହିତ୍ୟ ସମ୍ବନ୍ଧରେ ଏଣୁ ତେଣୁ ପାଞ୍ଚ କଥା

ଉଇକିପାଠାଗାର‌ରୁ

ସାହିତ୍ୟ ସମ୍ବନ୍ଧରେ ଏଣୁତେଣୁ ପାଞ୍ଚକଥା

 

                ମିତ୍ରାକ୍ଷର ଓ ଅମିତ୍ରାକ୍ଷର - ଆଜିକାଲି ଅନେକ ଲେଖକ ମିତ୍ରାକ୍ଷର ଳେଖିବାକୁ ପ୍ରୟାସୀ । ଏ ସମ୍ବନ୍ଧରେ ନାନା ଲୋକଙ୍କର ନାନା ମତ ଦେଖାଯାଏ । କେହିକେହି କହନ୍ତି, ମିତ୍ରାକ୍ଷର ଅପେକ୍ଷା ଅମିତ୍ରାକ୍ଷର ଲେଖିବା ସହଜ । କେହି କହନ୍ତି,  ମିତ୍ରାକ୍ଷରର ଶୃଙ୍ଖଳା, ସ୍ୱାଧୀନ ଭାବବ୍ୟକ୍ତିର ଅନ୍ତରାୟ । କେହି କହନ୍ତି, ମହୀୟାନ୍  Sublime ଭାବ ପ୍ରକାଶ ନିମନ୍ତେ ଅମିତ୍ର ଛନ୍ଦ ଯେମନ୍ତ ଉପଯୋଗୀ, ମିତ୍ରଛନ୍ଦ ସେହିପରି ନୁହେଁ । ନିଜ ମତ ସମର୍ଥନ ସକାଶେ ଏମାନେ Miltonଙ୍କ ଉଦାହରଣ ଦିଅନ୍ତି ।

                ଏଭଳି ମତବାଦର ସମୀଚୀନତା ଅବଧି ମୋହର ହୃଦୟଙ୍ଗମ ହୋଇନାହିଁ । Milton ଅପେକ୍ଷା Dante ଆହୁରି ମହୀୟାନ୍ ମାତ୍ର Dante ତାଙ୍କର ମହାକାବ୍ୟ ମିତ୍ରଛନ୍ଦରେ ଲେଖିଥିଲେ । ମୋହ କ୍ଷୁଦ୍ରମତରେ ଉତ୍କର୍ଷ ଛନ୍ଦସାପେକ୍ଷ ନୁହେଁ, କ୍ଷମତାସାପେକ୍ଷ ।

                ମିତ୍ରାକ୍ଷର ଅପେକ୍ଷା ଅମିତ୍ରାକ୍ଷର ସହଜ ଏ ମତ କେତେ ଦୂର ଠିକ୍ ମୁଁ କହି ନପାରେ । ନିଜ ଅନୁଭବରୁ ମୁଁ ଜାଣେ, ମିତ୍ରାକ୍ଷର ରଚନା ଅଧିକତର କଠିନ ।