ହାତୀ ନେ ଘୋଡା ନେ

ଉଇକିପାଠାଗାର‌ରୁ

ହାତୀ ନେ ଘୋଡା ନେ[ସମ୍ପାଦନା]

କବି - ଶ୍ରୀ ରାମକୃଷ୍ଣ ନନ୍ଦ[ସମ୍ପାଦନା]

ହାତୀ ନେ, ଘୋଡା ନେ ମୋ ପେଏଁ କାଳୀ ବଜେଇ ଦେ, ମୋତି ନେ, ହୀରା ନେ ମୋ ଘରଟିିକି ସଜେଇ ଦେ ।

ସୁବର୍ଣ୍ଣର ଥାଳି ନେ ମାଣିକ୍ୟର ମାଳୀ ନେ ମୋ ଗୁଡିଟିକୁ ଉଡେଇ ଦେ, ମୋ ଛବି ବହି ପଢେଇ ଦେ ।

ଜାମା ନେ, ଜୋତା ନେ ଜରି ପାଟଛତା ନେ, ମୋ ବରକୋଳି ଝଡ଼େଇ ଦେ, ମୋ ଖେଳଘର ଗଢେଇ ଦେ ।

ଶାରୀ ନେ, ଶୁଆ ନେ, ଧଳା ଭାଲୁଛୁଆ ନେ, ମୋ ଚକଟିକୁ ବୁଲେଇ ଦେ, ମୋ ବେଲୁନ୍କୁ ଫୁଲେଇ ଦେ ।

ଖିରି ପୁରି ଖଜା ନେ, ବଡ ମାଛ ଭଜା ନେ, ମୋ ଦୋଳିଟିକୁ ହଲେଇ ଦେ, ମୋ ସାଇକେଲ ଚଲେଇ ଦେ ।

ହୀରା ନୀଳା ମୋତି ନେ ମୋ କଣ୍ଢେଇକି ସଜେଇ ଦେ, ଘୋଡା ନେ, ହାତୀ ନେ, ମୋ ପେଏଁକାଳୀ ବଜେଇ ଦେ ।

ମୂଳ ରଚନା ଶ୍ରୀ ରାମକୃଷ୍ଣ ନନ୍ଦଙ୍କର ବହି 'ଝୁମୁକା'ରେ ଛପା ଯାଇଥିଲା । ଗୀତଟିର ଏହି ପ୍ରତିଟି ଓଡ଼ିଶା ସାହିତ୍ୟ ଏକାଡେମୀ ଛାପିଥିବା ଶ୍ରୀ ରାମକୃଷ୍ଣ ନନ୍ଦ ସଙ୍କଳିତ 'ଓଡ଼ିଆ ଶିଶୁ ସଙ୍ଗୀତ ସଙ୍କଳନ'ରୁ ଆହୃତ ।