ବଂଶଯାକର ମୁଣ୍ତ କଟା ହେବ । ସୁନାଫୁଲ କହିଲା ଏମନ୍ତି କଥା କାହିଁକି କହୁଚ ବାପା ? ମନ୍ତ୍ରୀ କହିଲା ରଜାତ ଅବୁଝାମଣା, ହୁକୁମ କରିଚନ୍ତି ମୁଁ କାଲିକି ସୁନାଫୁଲ ଭାରେ ଦେବି, ନଇଲେ ସବଂଶରେ ମରିବି ! ସୁନାଫୁଲ କହିଲା ଏହି ଛାରକଥା ପାଇଁ ଏତେ ଭାବନା ! ଭାରେ କାହିଁକି, ସାତଭାର ନେବେ । ମନ୍ତ୍ରୀ ଶୁଣିଟିକିଏ ଆଶ୍ୱସ୍ତ ହେଲା । ସମସ୍ତେ ଖାଇପିଇ ସାରିଲେ, ସୁନାଫୁଲ କଣକଲା, ଭାଉଜମାନଙ୍କୁ ଡ଼ାକି ନେଇ ଗୋଟିଏ ଘର ଲିପାଇ ଆଣିଲା । ସେହି ଘରେ ତାକୁ ପୋତିଦେଲେ, ହଳଦିପାଣି ଛିଞ୍ଚିଦେଲେ, କହିଲେ ଫୁଟ ଗୋ ସୁନାଫୁଲ ଫୁଟ । ସେ ଦିନ ବହୁତ ଫୁଲ ଫୁଟିଲା, ସାତ ଯା ଯାକ ଫୁଲ ତୋଳି ଗଦା କଲେ, ଶେଷକୁ ହଳଦି ପାଣି ମୁଠାଏ ଛିଞ୍ଚିଦେଲେ, କହିଲେ ଉଟ ଗୋ ସୁନାଫୁଲ ଉଠ; ସୁନାଫୁଲ ଉଠିବସିଲା । ସବୁ ଫୁଲଯାକ ଭାର ୨ କରି ସଜାଡ଼ି ଦେଲେ, ସାତଭାର ଫୁଲ ହେଲା, ତାକୁନେଇ ମନ୍ତ୍ରୀ ରଜାଙ୍କ ଦୁଆରେ ଥୋଇଦେଲା । ରଜା ଦେଖି ବଡ଼ ଖୁସି ହେଲେ, ବୁଝୁ ୨ ବୁଝିଲେ ଯେ ମନ୍ତ୍ରିଝିଅ ନିଜେ ସୁନାଫୁଲ ଫୁଟେ । ରଜା କହିଲେ ମନ୍ତ୍ରୀ ଅମେ ତମ ଝିଅକୁ ବିଭା ହେବା । ମନ୍ତ୍ରୀ କହିଲା ଆପଣଙ୍କୁ ଯେବେ ସୁନ୍ଦର ଦିଶିଲା ତେବେ ବିଭାଘର ହଉ । ରଜା ମନ୍ତ୍ରିଝିଅ ସୁନାଫୁଲକୁ ବିଭା ହେଲେ । ସେ ରଜାଙ୍କର ଆଉ ସାତ ରାଣୀ ଥାନ୍ତି, ମନ୍ତ୍ରିଝିଅକୁ ବିଭା ହେବାରୁ ସେମାନଙ୍କୁ ଆଉ ରଜା ଦେଖି ପାରିଲେ ନାହିଁ ଏଇୟାକୁ ଭଲ ଦେଖି ପାରିଲେ । ଦିନକର ରଜା ପାରିଧିକି ଗଲେ, ମନ୍ତ୍ରିଝିଅକୁ କହିଗଲେ ତମ ସଉତୁଣୀମାନେ ଯେବେ ଫୁଲ ଫୁଟିବାକୁ ଲଗାଇବେ, ତେବେ କେଭେ ଫୁଟିବ ନାହିଁ, ତମକୁ ବାଦରେ ମାରି ପକାଇବେଟି । ମନ୍ତ୍ରୀ ଝିଅ ନାହିଁ କଲା । ରଜା ଯୋଉଠୁ ଗଲେ ବାହାରି, ଏସାତ ସଉତୁଣୀଯାକ ଆସି ଯା ସଙ୍ଗେ ଲଗାଇଲେ ତେମେ କେମନ୍ତି ସୁନାଫୁଲ ଫୁଟ ଆଜି ଟିକିଏ ଫୁଟିବଟି, ଆମେ ଦେଖିବା, ଏହାକହି ୟା ସଙ୍ଗେ ଏକ ଯିଦ୍