Jump to content

ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୪୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ତାଲିମ ପରେ ନିଜ ଜିଲ୍ଲା ଗଞ୍ଜାମରେ ଚାକିରୀ ମିଳିବାରେ ଡ଼େରି ହେବାରୁ ସେ କୋରାପୁଟ ଜିଲ୍ଲାର ନବରଙ୍ଗପୁର ଅଞ୍ଚଳରେ ଶିକ୍ଷକତା ଆରମ୍ବ କଲେ । ଅଳ୍ପ କିଛି ମାସ ପରେ ତାଙ୍କୁ ରାୟଗଡ଼୍ ସହରର ବାଳିକା କି·ପ୍ରା·ସ୍କୁଲ୍ କୁ ବଦଳି କରାଗଲା । ୧୯୪୩ ମସିହା ଜାନୁଆରୀ ମାସ ଅଠର ତାରିଖ ଦିନ ସେ ଉକ୍ତ ସ୍କୁଲ୍ ରେ ଯୋଗ ଦେଲେ । ଓଡ଼ିଆ ସଂସ୍କୃତିର ଅନ୍ଯତମ ପୀଠ ପାରଳାଖେମୁଣ୍ଡିର ଶୈକ୍ଷିକ ପୃଷ୍ଟଭୂମି, ନିଜ ସ୍ବାବଲମ୍ବୀ ଛାତ୍ର ଜୀବନର ମୂଲ୍ଯବାନ ଅଭିଜ୍ଞତା ସହ ସେ ନିଜର କର୍ମମୟ ଜୀବନର ମୂଳଦୁଆ ପ୍ରତିଷ୍ଟା କରନ୍ତି ସୀମାନ୍ତ ଅଞ୍ଚଳର ବାଣିଜ୍ଯ କେନ୍ଦ୍ର ତଥା ଭାବୀ ଶିଳ୍ପାଞ୍ଚଳ ରାୟଗଡ଼୍ ସହରରେ । ସଦ୍ଯ ତାଲିମ ପ୍ରାପ୍ତ ଯୁବ ଶିକ୍ଷକ ଲକ୍ଷ୍ମୀନାରାୟଣ ନିଜର ସ୍ବପ୍ନକୁ ରୂପାୟିତ କରିବା ପାଇଁ ଉପଯୁକ୍ତ କ୍ଷେତ୍ର ପାଇଗଲେ । ପ୍ରଥମରୁ ମିଶ୍ରେ ନିଜକୁ ଜଣେ ଯଥାର୍ଥ ଶିକ୍ଷକ ରୂପେ ଗଢ଼ିବାର ଉଦ୍ଯମ କରୁଥାନ୍ତି । ଠିକ୍ ସମୟରେ ସ୍କୁଲ୍ କୁ ଆସିବା ଫଳରେ ତାଙ୍କ ଭାଗରେ ପଡ଼ିଲା ପ୍ରାର୍ଥନା,ସଫେଇ ଆଦିର ପରିଚାଳନା। ଆଗ୍ରହରେ ତାହା ସେ ଗ୍ରହଣ କଲେ। ପିଲା ଘୋଷିକରି ଅଭ୍ଯାସ ଶେତଃ ଗାହଥିବା ପ୍ରାର୍ଥନାର ମର୍ମ ସେ ପ୍ରଥମ କରି ପିଲାଙ୍କୁ ବୁଝାଇଲେ। ଏକ ସ୍ବରରେ ପ୍ରାର୍ଥନା ଗାଇବା ଶିଖାଇଲେ। ମିଶ୍ରେ ଲକ୍ଷ୍ଯକଲେ ,ପିଳା ମଇଳା ଲୁଗା ପିନ୍ଧି,ମୁଣ୍ଡ ନ କୁଣ୍ଡାଇ ନଖ, ବାଳ ନ କାଟି, ନାକ ସଫା ନ କରି ସକାଳୁ ଝାଡ଼ା ନ ଯାଇ ଶ୍ରେଣୀକୁ ଆସୁଛନ୍ତି। ଛୋଟ ପାନିଆ, ଦର୍ପଣ କିଣି ରଖିଲେ, ବ୍ଲେଡ଼୍ଟିଏ ରଖିଲେ ନଖକାଟିବା ପାଇଁ। ବାପା ମା' ଦେଖିଲେ, ପିଲା ସ୍କୁଲ୍ ରୁ ଫେରିଲାବେଳେ ସଫାସୁତୁରା ଦେଖାଯାଉଛି। କଥା କ 'ଣ ନା ନୁଆ ମାଷ୍ଟ୍ରେ ମୁଣ୍ଡ କୁଣ୍ଡାଇ ଦେଇଛନ୍ତି,ନଖ କାଟି ଦେଇଛନ୍ତି। ଖାଲି ସେତିକି ନୁହେଁ। ପିଲାକୁ କହିଲେ,ପରେ ମା ବାପାଙ୍କ ଚିରାଲୁଗାରୁ କନାଟିଏ କାଟି ସଫାକରି ପକେଟରେ ରଖିବାକୁ। ନାକ ଅସନା ହେଲେ ସେଥିରେ ସଫାହେବ,ଜାମା ପେଣ୍ଟରେ ନୁହେଁ।