Jump to content

ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୧୮୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ବାପା ପୁଅର ନାମ ଲେଖାଇଲେ ୧୯୦୯ ମସିହା ଜାନୁଆରି ୮ ତାରିଖରେ। କୃତିତ୍ୱର ସହିତ ମଧ୍ଯ ଇଂରାଜି ସ୍କୁଲ୍ ରୁ ୧୯୧୩ ମସିହାରେ ଉନ୍ତୀର୍ଣ୍ଣ ହୋଇ ପ୍ରଥମ ଶ୍ରେଣୀରେ ସେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ତାଙ୍କର ପିତା ରାଧାଶ୍ଯାମଦାସଙ୍କ ଅକାଳ ବିୟୋଗରେ ମର୍ମାହଇ ହୋଇ ସେ ଆଊ ଅଧିକ ପଢିପାରିଲେ ନାହିଁ।ସେତେବେଳକୁ ଘରେ ତାଙ୍କର ମା ' ଥାଆନ୍ତି। କଲ୍ଯାଣପୁର ସ୍କୁଲ୍ ରେ ପଢୁଥିବା ବେଳେ ସେ ସୁତାକାଟୁଥିଲେ। ଦେହରେ ଜାମା ଖଣ୍ତେ ବି ନଥାଏ। ଖାଲି ଗୋଡ, ଦେହରେ ଗୋଟିଏ ଖଦଡ ଚଦର ଓ ପିନ୍ଧିଥାନ୍ତି ଦୋଟିଏ ମୋଟା ଖଦଡ ଧୋତି। ଦଶରଥପୁରରେ ଥିବା ପ୍ରଥମିକ ପ୍ରଶିକ୍ଷଣ ବିଦ୍ଯାଳୟରେ ଦୁଇ ବର୍ଷ ଅଧ୍ଯୟନ କରି ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ଯାଜପୁର ଲୋକାଲ୍ ବୋର୍ଡ ତାଙ୍କୁ ସିଂହପୁର ଉଚ୍ଚ ପ୍ରଥମିକ ସ୍କୁଲ୍ ରେ ପ୍ରଧାନ ଶିକ୍ଷକ ଭାବରେ ମାସିକ ସାତଟଙ୍କା ବେତନରେ ନିଯୁକ୍ତି ଦେଲେ।

୧୯୨୦ ମସିହାରେ ମହାତ୍ମା ଗାନ୍ଧିଙ୍କ ନେତୃତ୍ୱରେ ସାରା ଦେଆରେ ଅଷଯୋଗ ଆନ୍ଦୋଳନ ଚାଲିଥାଏ।ଦାଶରଥି ବାବୁ ମହାତ୍ମା ଗାନ୍ଧିଙ୍କ ଗଠନମୂଳକ କାର୍ଯ୍ଯରେ ଅନୁପ୍ରାଣିତ ହୋଇ ଅରଟ ଓ ସୂତାକଟାକୁ ବିଜ ଜୀବନର ଏକ ଅବଲମ୍ବନ ରୁପେ ଗ୍ରହଣ କଲେ। ସିଂହପୁର ଉଚ୍ଚପ୍ରାଥମିକ ସ୍କୁଲ୍ ରେ ଅଳ୍ପ କେତୋଟି ମାସ ମଧ୍ଯରେ ସେ ନିଜ କୃତିତ୍ୱର ପରିଚୟ ଦେଇଥିଲେ। ୨୩ ବର୍ଷ ବୟସରେ ରୁକ୍ମିଣୀ ଦେବଙ୍କୁ ସେ ବିବାହ କରିଥିଲେ। ରୁକ୍ମିଣୀ ଦେଇ ଗାଁ ରେ ରହୁଥିଲେ ଓ ଦାଶରଥି ବାବୁ ସାତ ଦିବରେ ଥରେ ସିଂହପୁର ଗାଁକୁ ଆସୁଥିଲେ ଶନିବାର ସନ୍ଧ୍ଯାରେ ଓ ରବିବାର ସଂଧ୍ଯାରେ ପୁଣୀ ନିଜ କର୍ମକ୍ଷେତ୍ରକୁ ଫେରିଯାଉଥିଲେ। ସିଂହପୁରରୁ ଗାଁ ତାଙ୍କର ୧୨ କି,ମି। ସେତେବେଳେ କଚା ରାସ୍ତା, ଗାଡିଘୋଡା କିଛି ନଥାଏ। ସେ ଚାଲି ଚାଲି ଯିବାଆସିବା କରନ୍ତି। ଖଦଳ ଧୋତି, ଚାଦର, ଛତାଟିଏ ଓ ଦୋଡରେ ଚପଲ ହଳେ ତାଙ୍କ ଚଲାପଥରେ ସମ୍ବଳ ଥିଲା। ଏହା ବ୍ଯତୀତ କିଛି କପା ତୁଳା ଓ ଅରଟ ଧରି ସେ ସବୁବେଳେ ସୂତା କାଟୁଥାନ୍ତି।

ଗଣୀତ, ସାହିତ୍ଯ, ପ୍ରକୃତି ବିଜ୍ଞାନ ଓ ହସ୍ତକର୍ମରେ ତାଙ୍କର ଦକ୍ଷତା ଅଧିକ ଥିଲା। ସେ ଯେଉଁ ସୂତାକାଟୁଥିଲେ ସେହି ସୂତାରେ ଲୁଗାବୁଣି ପିନ୍ଧୁଥିଲେ। ପ୍ରତି ଶିକ୍ଷକ ଓ ପିଲା ଯେପରି ସୂତା କାଟନ୍ତି ସାଥିପ୍ରତି ସେ ନଜର ରଖୁଥିଲେ। ଏହା ବ୍ଯତୀତ ସେ ପିଲାମାନଙ୍କୁ ହସ୍ତକର୍ମ ଉପରେ ଯବିଶେଷ ତାଲିମ ଦେଉଥିଲେ ।

ସ୍କୁଲ୍ ପରିଦର୍ଶନରେ ଯେଉମାନେ ଆସୁଥିଲେ , ଦାଶରଥି ବାବୁଙ୍କ କାର୍ଯ୍ଯରେ ସେମାନେ ଅତ୍ଯନ୍ତ ସନ୍ତୋଷ ପ୍ରକାଶ କରୁଥିଲେ ଓ ତାଙ୍କ ସମୟରେ ସିଂହପୂର ସ୍କୁଲ୍ କୁ