ଏକ କେନ୍ଦ୍ର ସ୍କୁଲ୍ ଭାବେ ପରିଗଣିତ କରାଯାଉଥିଲା। ଶିକ୍ଷାଦାନର ମାନବୃଦ୍ଧି ପାଇଁ ଶିକ୍ଷକମାନେ ସେହି କେନ୍ଦ୍ର ସ୍କୁଲ୍ କୁ ନୂଆ ଶିକ୍ଷକଦାନ ପଦ୍ଧତି ଜାଣିବାକୁ ଆସନ୍ତି। ଗାଶରଥି ବାବୁ ମଧ୍ଯ ଆଦର୍ଶ ଶିକ୍ଷାଦାନର ନମୁନା ଦିଅନ୍ତି।
ଶିକ୍ଷକ ହିସାବରେ ସେ ପ୍ରାୟ ଛୁଟିରେ ରୁହନ୍ତି ନାହିଁ। ସହକାରୀ ଶିକ୍ଷକମାନଙ୍କୁ ତାଙ୍କ ଆଦର୍ଶରେ ଅନୁପ୍ରାଣିତ କରୁଥାନ୍ତି। ନିଈବଢି ସମୟରେ ମୂଠି ଚାଉଳ ଭିକ୍ଷା କରି ପିଲାଙ୍କ ସାହାଯ୍ଯରେ ହରିବ ଲୋକଙ୍କ ମଧ୍ଯରେ ବଣ୍ଟନର ସୁବ୍ଯବସ୍ଥା ସେ କରନ୍ତି।
ଦାଶରଥି ବାବୁ ଗାନ୍ଧିଜିଙ୍କ ଆଦର୍ଶର ଅନୁଗାମୀ ଥିଲେ। ଗାନ୍ଧିଜିଙ୍କ ମଔଳିକ ଶିକ୍ଷା ପ୍ରତି ତାଙ୍କର ବେଶ୍ ଆଗ୍ରହ ଥିଲା। ପ୍ରତିଦିନ ପ୍ରାର୍ଥନା ସଭାରେ ଦାଶରଥି ବାବୁ ନିଜେ ଉଚ୍ଚସ୍ୱରରେ ପିଲାମାନଙ୍କ ସହ ପ୍ରଥନା କରନ୍ତି। ୩ୟ, ୪ର୍ଥ, ଓ ପଞ୍ଚମ ଶ୍ରେଣୀ ପିଲାମାନଙ୍କୁ ଯୋଗାସନ ଶିକ୍ଷା ଦିଅନ୍ତି, ଯୋଗାସନ ଦ୍ୱାରା ରୋଗ କିପରି ଆରଗ୍ଯ ହୁଏ ତାହା ସେ ବୁଝାଇ ଦିଅନ୍ତି।
ଦିନକର ଘଟଣା। ସିଂହପୁର ଉଚ୍ଚପ୍ରାଥମିକ ସ୍କୁଲ୍ ରେ ଶକ୍ଷକମାନଙ୍କର କେନ୍ଦ୍ର ମିଟିଂ ଚାଲିଥାଏ। ସେହିଦିନ ଯୋଗାସନ ମାଧ୍ଯମରେ କିପରି ରୋଗକୁ ଆୟତ୍ତ କରାଯାଇ ପାରିବ ତହିଁର ଏକ କଔଶଳ ସେ ପ୍ରଦର୍ଶନ କରୁଥିଲେ। ସେହି ଦିନଟି ହେଉଛି ୧୯୪୮ ମସିହା ମାର୍ଚ୍ଚ ୧୦ ତାରିଖ। ସେତେବେଳେ ମୁଁ କଲ୍ଯାଣପୁର ଶ୍ରୀବନ୍ତ ହାଇସ୍କୁଲ୍ ର ପ୍ରଧାନ ଶିକ୍ଷକ ଥିଲେ। ସ୍ୱତନ୍ତ୍ର ନିମନ୍ତ୍ରଣ ପାଇ ଉକ୍ତ କେନ୍ଦ୍ର ବୈଠକରେ ଯୋଗଦେବା ପାଇଁ ଯାଇ ଦାଶରଥି ବାବୁଙ୍କ ଯୋଗାସନ ଦେଖିବାର ସୁଯୋଗ ପାଇଥିଲେ । କେତେକ ଆସନ ପ୍ରଦର୍ଶନ କରି ସେ ଶିକ୍ଷକମାନଙ୍କୁ ଉଦ୍ ବୋଧନ ଦେଇ କହିଲେ , କଠିନ ଝାଡା, ଉଦରରେ ବାୟୁ ସୃଷ୍ଟି, ପଜୀର୍ଣ୍ଣ, ନାଳରକ୍ତ ଝାଡା ପ୍ରଭୁତିକୁ ଆମେ ପେଟ ଗୋଳମାଳ କହିଥାଉ , ଏହା ସାଧାରଣତଃ ମାନସିକ ଓ ଅନୁପଯୁକ୍ତ ଖାଦ୍ଯ କଇବାର ଅଭ୍ଯାସ ଯୋଗୁ ହିଁ ହୋଇଥାଏ। ଯୋଗ ମାଧ୍ଯମରେ ଅଭ୍ଯାସ କଲେ ସ୍ୱଳ୍ପ ସମୟ ମଧ୍ଯରେ ରୋଗ ସମ୍ପୂର୍ଣ୍ଣ ଅରୋଗ୍ଯଲାଭ କରିଥାଏ।
ଖାଦ୍ଯ କହିଲେ ସୂଷମ ଖାଦ୍ଯକୁ ବୁଝାଇଥାଏ। ପନିପରିବା ତରକାରି, ସଜଫଳ ଦୈନିକ ଖାଇବା ଦରକାର । ୮୫ ପ୍ରତିଶତରୁ ଥରକେ ଅଧିକ ଖାଇବା ଆଦଔ ଉଚିତ ନୁହେଁ। ଖାଦ୍ଯକୁ ଚୋବାଇ ଖାଇବା, ଖାଇବାର ଅଧଘଣ୍ଟା ପରେ ପାଣି ପିଇବା ଆବଶ୍ଯକ। ତେଲରେ ଛଣା ହୋଇଥିବା ଖାଦ୍ଯ ଖାଇବା ଅନୁଚିତ। ପ୍ରତିଦିନ ସୂର୍ଯ୍ଯଦୟ ପୂର୍ବରୁ