ଘୋଷଙ୍କ ଅନୁରୋଧ ଏଡ଼ି ପାରିଲେ ନାହିଁ । ଓଡ଼ିଶା ପୋଲିସ୍ ହାଇସ୍କୁଲ୍, କଟକ ତୁଳସୀପୁରର ପ୍ରତିଷ୍ତାତା ପ୍ରଧାନଶିକ୍ଷକ ଭାବେ ଦାୟିତ୍ୱ ୧୯୬୪ରେ ଗ୍ରହଣ କରିଥିଲେ । ୧୯୬୪ରୁ ୧୯୭୯ । ଦୀର୍ଘ ପନ୍ଦରବର୍ଷ ପ୍ରଧାନ ଶିକ୍ଷକ ଭାବରେ କାମ କରି ପୂରା ସକ୍ଷମ ଥାଇ ଅଶୀ ବର୍ଷ ବୟସରେ କନିଷ୍ତମାନଙ୍କ ପାଇଁ ଉକ୍ତ ପଦବୀ ସେ ଛାଡ଼ି ଦେଇଥିଲେ ।
ଜୀବନର ଶେଷ ମୂହୁର୍ତ୍ତ ପର୍ଯ୍ୟନ୍ତ ନାରାୟଣ ବାବୁ ଥିଲେ ଏକ ତେଜୀୟାନ୍ ଦୀପଶଖାଭଳି । ସରକାରୀ କାର୍ଯ୍ୟରୁ ଅବସର ନେବା ପରେ ବହୁବର୍ଷ ପର୍ଯ୍ୟନ୍ତ ତାଙ୍କର ଅନ୍ତର୍ନିହିତ ଶକ୍ତି ଅତୁଟ ରହିଥିଲା । ଆହୁରି ୨୨/୨୩ ବର୍ଷ ସେ ସୁଚାରୁ ରୂପେ ତାଙ୍କ ଦାୟିତ୍ୱ ନିର୍ବାହ କରିଥିଲେ ।ଦେଖିବାକୁ ସୌମ୍ଯ ,ଗୌରବର୍ଣ୍ଣ,ଡ଼େଙ୍ଗା ଚେହେରା । ପ୍ରଭାତର ପୂଜାକାଳୀନ ଚନ୍ଦନ ଟୋପାଟି ଦିନଯାକ କପାଳରେ ଝଟକୁଥାଏ । ପାଟିରେ ପାନ ଖଣ୍ଡ ପରେ ପାନ ଖଣ୍ଡ ଭର୍ତ୍ତି । ଦନ୍ତ ବିହୀନ ହେଲେ ବି ମୁଖମଣ୍ଡଳ ପୂରିରହିିଥାଏ । ଶ୍ରେଣୀ ଗୃହରେ ପାଠଦାନ ଚାଲିଥାଏ ।ଅତି କୌଶଳରେ ପାନ ଖଣ୍ଡମାନ ତାଙ୍କ ସ୍ଥାନ ପୂରଣ କରନ୍ତି। ନାରାୟଣ ପତି ଯେ ଜଣେ ଉଚ୍ଚକୋଟୀର ଗଣିତ ଶିକ୍ଷକ, ଛତ୍ରବତ୍ସଳ ପ୍ରଧାନଶିକ୍ଷକ କେବଳ ଥିଲେ, ତାହା ନୁହେଁ,ସେ ଥିଲେ, ଏସବୁ ସହିତ ଜଣେ ଛାତ୍ରପ୍ରେମୀ ସ୍କୁଲ୍ ପ୍ରେମୀ, ରସଗ୍ରାହୀ,ପୂରାତନ ସାହିତ୍ୟ ଆଉ ନୃତ୍ଯନାଟିକା ରସିକ ଓ ସର୍ବୋପରି ଜଣେ ବନ୍ଧୁପ୍ରେମୀ ଭଲ ମଣିଷ।
ନାରାୟଣ ପତି ନିଜର କର୍ମକ୍ଷେତ୍ର ଏବଂ କର୍ମକୁ ପ୍ରାଣ ଦେଇ ଭଲପାଉଥିଲେ । ତା'ର ଏକ ଅଙ୍ଗେନିଭା ନମୁନା । ଲେଖକ ଛାତ୍ର ଥିବା ବେଳର ଘଟଣା। ମାଟ୍ରିକ୍ ଶେଷ ବର୍ଷ, ଶ୍ରେଣୀ । ଶେଷମାଟ୍ରିକ ପରୀକ୍ଷା ପାଇଁ ବଛା ବଛି ପରୀକ୍ଷା ସରିଯାଇଥିଲା ।କିନ୍ତୁ ପାଠ ତାଙ୍କର କେଭେଁ ସରେନାହିଁ । ଏ ଥିଲା ସ୍କୁଲ୍ ନିର୍ଘଣ୍ଟର ଅତିରିକ୍ତ ଗଣିତ କ୍ଲାସ୍ । ଆମ ଏକାଦଶ ଶ୍ରେଣୀର ସବୁ ବଛା ବଛା ପିଲା ଏଇଠି ଏକାଠି ହୋଇଥାନ୍ତି। ଶ୍ରେଣୀର ପ୍ରଥମ ଦଶଜଣଙ୍କ ଭିତରେ ଦଶମ ପିଲାର ବି ଶ୍ରେଣୀରେ ପ୍ରଥମ ହେବାର ସୁଯୋଗ ରହିଥାଏ ।ସମସ୍ତଙ୍କ ଭିତରେ ପ୍ରଚ୍ଛନ୍ନ ପ୍ରତିଯୋଗିତା ଚଳୁଥାଏ । ପାଠ୍ଯପୁସ୍ତକ ବହିର୍ଭୁତ ବହୁ ବିଭିନ୍ନ ଗଣିତ ବହିରୁ ବଛା ବଛା ପ୍ରଶ୍ନ ପଚରାଯାଏ । ପ୍ରଶ୍ନ ସମାଧାନ ଦିଗରେ ଶ୍ରେଣୀର ମେଧବୀ ଛାତ୍ରମାନଙ୍କର ପ୍ରତିଯୋଗିତା ଚାଲୁ ରହିଥାଏ । ଅନ୍ଯମାନେ ଶ୍ରେଣୀ ସମାଧାନରୁ ଶିଖନ୍ତି।