Jump to content

ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୨୦୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ସେଦିନ ଅତିରିକ୍ତ ଜ୍ଯାମିତିର ଏକ ଜଟିଳ ପ୍ରଶ୍ନ ଆସିଲା । ନଅଟି ବିନ୍ଦୁ ନେଇ ଗୋଟିଏ ନିର୍ଦ୍ଦିଷ୍ଟ ବୃତ୍ତର ଗତି ସମ୍ବନ୍ଧୀୟ ସତ୍ଯର ଏକ ବିବିଧ ପ୍ରଶ୍ନ। ଶ୍ରେଣୀର ଟାଣୁଆ ପିଲାମାନେ କିଛି ସମୟ ଥମିଗଲେ । କିନ୍ତୁ ସମସ୍ତଙ୍କୁ ଆଶ୍ଚର୍ଯ୍ଯକରି ନିୟମିତ ଶତକଡ଼ା ତିରିଶ-ଚାଳିଶ ରଖୁଥିବା ଜଣେ ଆମ ସଙ୍ଗ ହାତଟେକି ଜଣାଇଲା,"ସାର୍ ମୁ କରିଦେବି ।" ନାରାଯଣ ବାବୁ ତଥାପି ବୋଧହୁଏ ସମାଧନର ବାଟ ଉଣ୍ଡାଳୁଥାନ୍ତି । ଅନ୍ୟ ମାନେ ମଧ୍ଯ । ଏ ଭିତରେ ଥାଇ କେତେଟା ହାତ ଉଠିଲାଣି । କିନ୍ତୁ ନାରାୟଣ ବାବୁ ପ୍ରଥମ ପିଲାକୁ ମଜାରେ ପଚାରିଦେଲେ,"ବନ୍ଧୁ ,ଠିକ୍ ପାରିବ" ? ଉତ୍ତର-ଜବର ହଁ ।'ବିସ୍ମିତ କଲ ମୋତେ ବନ୍ଧୁ । ଆସ ଏବେ ବୋର୍ଡ଼କୁ ।' ସେ ଆସିଲା, ଠିକ୍ ଠିକ୍ ଚିତ୍ରଟିଏ ଆଙ୍କି ଧାରା ଅନୁସାରେ ପ୍ରମାଣ ଆଡ଼େ ମୋହିଲା ହଠାତ୍ ତାଙ୍କ ପାଟିରୁ ବାହାରି ପଡ଼ିଲା ଚମ୍ପୂର 'କ' ଗୀତ "କି ହେଲାରେ, କହିତ ନୁହଁଇ ଭାରତୀରେ" । ଠିକ୍ ଠିକ୍ ସେ ଜ୍ଯାମିତିର ରାଜ୍ଯର ପ୍ରମାଣ ବାଟରେ ଆଗେଇଛି ...।

ଶୁଭିଲା 'ଖ' ଛାନ୍ଦ "ଖରାପତୁ ହେଲୁରେ ।ଖେଳା ଲୋଳା ବାଳକତୁ କି ସାହସ କଲୁରେ ? "ପ୍ରମାଣ ପ୍ରାୟ ଆଖର ।ମୁଣ୍ଡ ତାଙ୍କର ନ ଇଁ ଗଲା ମୁହଁପାତି 'ଗ' ଛାନ୍ଦ "ଗଲାଣତ ତ ଗଲା କଥାରେ ..."। ଧାରାବାହିକ ଭାବରେ ଠିକ୍ ଠିକ୍ ବାଟରେ ପ୍ରମାଣର ଶେଷଧାଡ଼ି ଲେଖୁ ଲେଖୁ,ଜୋର୍ ରେ ଶୁଭିଲା,'ଘ'ଛାନ୍ଦ "ଘେନାଇ ଆମ୍ଭେ ଯେତେ କହିଲୁରେ, ଘେନିଲୁ ନାହିଁ'ବାବୁ'ପ ହିଲୁରେ ,'ବାବୁ' ସମ୍ବଲପୁର ରହଣିର ପ୍ରଭାବ।ପୁଅର ପ୍ରତିଶବ୍ଦ "ବାବୁ" । କହୁ କହୁ ନାରାୟଣ ବାବୁ ଡ଼ାଏସ୍ ଛାଡ଼ି ତଳକୁ ଓହ୍ଲାଇ ଆସି ଆମ ସାଙ୍ଗ ଛାତ୍ରଟିକୁ ଗାଢ଼ ଅଭିବାଦନ ଜଣେଇଲେ । ଆଖିରୁ ତାଙ୍କର ଲୁହ ଠପ୍ ଠପ୍ ଖସି ପଡ଼ୁଥିଲା ସେ ଥିଲା ଆନନ୍ଦର ଆଉ ଦୁଃଖର ଅଶ୍ରୁ । ଆନନ୍ଦ ହୋଇଛି,କଟକର ସ୍କୁଲ୍ ମାନଙ୍କ ପ୍ରତିଯୋଗିତାରେ କଲିଜିଏଟ୍ ର ଆଉ ଗୋଟିଏ ଅଧିକା ପ୍ରଥମ ଶ୍ରେଣୀ ମିଳିବାର ଆଶା,ଦୂଃଖ ହେଉଛି, ସେ ଛାତରର ଗଣୀତ ସୁଧାରି ପ୍ରଥମ ଶ୍ରେଣୀରେ ଉତ୍ତାରିବା ପାଇଁ ହାତରେ ଯଥେଷ୍ଟ ବେଳ ନାହିଁ । ଆଉ ମାତ୍ର ମାସ ଦୁଇଟା । ଆମ ସାଙ୍ଗ ଜଣକ ଅନ୍ଯାନ୍ଯ ସବୁ ବିଷୟରେ ଧୂରୀଣ । କେବଳ ଗଣିତ ରେ ପାଶ୍ ନମ୍ବର ସୀମାରେ ରହିଯାଏ । ଶତକଡ଼ା ପଚାଶ-ଷାଠ ଏ ଉଭୟ ଗଣିତରେ ମିଳିଗଲେ,ପ୍ରଥମ ଶ୍ରେଣୀ ତା'ର ନିଶ୍ଚିତ । ଏଇ ଭାବନାରେ ସେଦିନ ଶ୍ରେଣୀ ଗୃହରେ ତାଙ୍କ ଆଖିରେ ଲୁହ ଆସିଯାଇଥିଲା । ସେଭଳିଶିକ୍ଷକ ,ସେଭଳି ଛାତ୍ରପ୍ରେମୀ ମଣିଷ ବିରଳ ନିଶ୍ଚ୍ୟ ।ତ ଥାପି ସେ ବ ହୁ ଚେଷ୍ଟା କରିଥିଲେ । ମାତ୍ର ତିନି ନମ୍ବର ପାଇଁ ଆମ ବନ୍ଧୁଙ୍କ ହାତରୁ ପ୍ରଥମ ଶ୍ରେଣୀଟି ଖସିଯାଇଥିଲା । ଆମର ସେ ସାଙ୍ଗ ଜଣକ ଓଡ଼ିଶାର ଜଣେ ସୁସାହିତ୍ଯିକ, ବାଗ୍ମି ପ୍ରବର, ଦର୍ଶନ ଶାସ୍ତ୍ରର ପ୍ରଫେସର ହୃଦାନନ୍ଦ ରାୟ ।

୧୮୨