ବିଭିନ୍ନ ସ୍କୁଲ୍ ର ଶ୍ରଣୀ ଗୃହରେ ଏମିତି ଅସଂଖ୍ଯ ଉଦାହରଣଯୋଗ୍ଯ ଘଟଣାସବୁ ରହିଛି । ଅବସର ପରେ କର୍ମ କ୍ଲାନ୍ତ ମଣିଷ ଟିକେ ଆରାମ ନାହିଁ।କିନ୍ତୁ ପତି ମହାଶୟ ଅବସର ପରେ ବିଅସରନ୍ତି କାମ ଭିତରେ ବୁଡ଼ି ରହୁଥିଲେ ତାଙ୍କର ଶେଷ କର୍ମକ୍ଷେତ୍ରହେଲା ଓଡ଼ିଶା ପୋଲିସ୍ ହାଇସ୍କୁଲ, ତୁଳସୀପୁର ।ତୁଳସୀପୁର କଟକର କେନ୍ଦ୍ରସ୍ଥଳରୁ ଅନୁଗତ ଏକ ଉପାନ୍ତ ଅଞଳରେ ଅବସ୍ଥିତ।କିନ୍ତୁ ନାରାୟଣ ବାବୁଙ୍କ ଚେଷ୍ଟାରେ ଏହି ପୋଲିସ୍ ହାଇସ୍କୁଲ୍ ଟି ସାରା ରାଜ୍ଯରେ ଏକ ବିଶିଷ୍ଟ ସ୍କୁଲ୍ ର,ଗଔରବ ଅର୍ଜନ କରି ପାରିଥିଲା । ଇହା ତାଙ୍କର ଅନନ୍ଯ କର୍ତ୍ତବ୍ଯନିଷ୍ଟତା,ଅଦ୍ଧବସାୟ ଓ ଶୃକ୍ଖଳିତ ସଂଗଠନ ଶକକ୍ଷତି ପ୍ରଭୁତିର ପ୍ରକୃଷ୍ଟ ପରିଚୟ ବୋଲି ସର୍ବଜନ ସ୍ୱୀକାର୍ଯ୍ଯ ।
୧୯୮୨ ମସିହା କଥା।ସେତେବେଳକୁ ନାରାୟଣ ବାବୁ ଜିବୀତ ଥାନ୍ତି ।ତାଙ୍କର ଜଣେ ଛାତ୍ର କଲିଜିଏଟ୍ ସ୍କୁଲ୍ ଛାଡ଼ିବା ସେତେବେଳକୁ ଦୀର୍ଘ ୨୮ ବର୍ଷ ପୂରଣ ହେଇଥାଏ।ସେତେବେଳକୁ ସେ ସ୍କୁଲ୍ ଶିକ୍ଷା ବିଭାଗର ଡ଼େପୁଟୀ ଟାଇରେକ୍ଟର ଥାନ୍ତି ।ସ୍କୁଲ୍ର ଏକ ସଭାରେ ଭାଷଣ ଦେବାପାଇଁ ସ୍କୁଲ୍ର ପ୍ରାକ୍ତନ ଛାତ୍ର ଓ ଶିକ୍ଷା ଅଧିକାରୀ ଭାବରେ ସେ ନିମନ୍ତ୍ରିତ ହୋଇ ଯାଇଥାନ୍ତି ।ସ୍କୁଲ୍ ପ୍ରକ୍ଷାଳୟକୁ ପଶିବା ମାତ୍ରେ ନାରାୟଣ ବାବୁଙ୍କର ଏକ ବୃହତ୍ ଆବକ୍ଷ କୈଳଚିତ୍ର ଉପରେ ତାଙ୍କର ଦୃଷ୍ଟି ପଡ଼ିଗଲା ।ହୃଦୟରେ ଅଜାଣତରେ ଏକ ଶକ୍ତ ଛନ କା ପଶିଗଲା।ଗତି ପ୍ରାୟ ବନ୍ଦ।ସମ୍ମାନ ଦେବା ପାଇଁ ଯୋଡ଼ହସ୍ତ ଉପରକୁ ଉଠିଗଲା। ବେଶ୍ କିଛି ସମୟ ସେ,ସେ ପ୍ରତିକ୍ରତି ଆଡ଼େ ଚାହିଁ ରହିଲେ ।ବାରଣ୍ଡାରେ ସିତେ ସେ ନାରାୟଣବାବୁଙ୍କର ପଦଚାରଣର ଯୋତା ଠକ୍ ଠକ୍ ଶବ୍ଦ ଶୁଭିଗଲା।ଶ୍ରେଣୀ ଗୃହରେ କାହାର ବିଶୃଙ୍ଖଳ ଆଚରଣ ଦେଖିଲେ ଆଖି କଟମଟକରି ସେ ଯେପରି ଖନ୍ତିବସେଇବିତି ତାଙ୍କୁକାନରେ ଯେମିତି ବାଜୁଥାଏ।ସେ ଆଦଔ ବସାନ୍ତି ନାହିଁ। କାହାକୁ ଜୋରିମାନା ଚାରିଅଣା ବି କେଭେଁ କରନ୍୍୍ତି ନାହିଁ। କେବଳ କଥା ଆଉ କଡ଼ାଆ ଚାହାଣୀର ଶାସନ ।ସ୍କୁଲ୍ ହତା କୋଳାହଳରେ କମ୍ପୁଥାଏ।ପିଅନ ଙ୍କୁ ଘଣ୍ଟା ବାଡ଼େଇବାକୁ କ ହି କେବଳ କେଇ ମୂହୂ୍ରତ୍ତ ବାରଣ୍ଡାରେ ପଦଚାରଣ କରନ୍ତି ।ନିମିଷକ ଭିତରେ ସବୁ ପିଲା କ୍ଲାସ୍ ଭିତରେ ଚାରିଆଡ଼ ନିଶବ୍ଦ ।ଅମିତି ଅସାଧାରଣଶିକ୍ଷକ ଥିଲେ ପତି ସାର୍।ଅନୁକରଣୀୟ ଛାତ୍ରବାତ୍ସଲ୍ଯଭରା ତାଙ୍କର ଶିକ୍ଷକୀୟ ବ୍ଯକ୍ତିତ୍ୱର ମହାନତା ଏକାନ୍ତ ଅବିନଶ୍ୱର