ପୃଷ୍ଠା:Bhasa o Jatiyata.pdf/୫୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୫୬
ଭାଷା ଓ ଜାତୀୟତା
 

ଷଷ୍ଠ ଶତାବ୍ଦୀ ବେଳକୁ ମହାତ୍ମା ବୁଦ୍ଧଦେବ ଏହି ପଲ୍ଲୀ ଭାଷାରେ ବୌଦ୍ଧଧର୍ମ ପ୍ରଚାର କରିବାକୁ ଶିଷ୍ୟଗଣଙ୍କୁ ନିର୍ଦ୍ଦେଶ ଦେଇଥିବାରୁ ଏହାର ଲୋକପ୍ରିୟତା ବୃଦ୍ଧି ପାଇଲା । ଅଶୋକଙ୍କ ସମୟରେ ପଲ୍ଲୀଭାଷା ବ୍ରାହ୍ମୀ ଲିପି ମାଧ୍ୟମରେ ବ୍ୟାପକ ଭାବେ ଆତ୍ମପ୍ରକାଶ କଲା । ଅଲିଖିତ ବୈଦିକ ସଂସ୍କୃତ ମଧ୍ୟ ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀଠାରୁ ଦୀର୍ଘ ଏକହଜାର ବର୍ଷ ଧରି ବ୍ରାହ୍ମୀଲିପିର ଆଶ୍ରୟ ନେଇଥିଲା । ତେଣୁ ବ୍ରାହ୍ମୀଲିପି ଆଶ୍ରିତ ଏହି ଦୁଇଭାଷା ମଧ୍ୟରେ କିଏ ପ୍ରାଚୀନ ତାହା ପ୍ରମାଣ ନ କରି ସଂସ୍କୃତକୁ ଆଦିଭାଷାର ମାନ୍ୟତା ଦେବା ଅନ୍ଧରେ ହାତୀଦେଖା କଥା ସହ ସମାନ ।

ଭାଷାତତ୍ତ୍ୱ ଦୃଷ୍ଟିରୁ ବିଚାର କଲେ ଦେଖାଯିବ, ଓଡ଼ିଆ ଭାଷାରେ ପ୍ରଚଳିତ ଶବ୍ଦ ଓ ବାକ୍ୟ ଗଠନ ଶୈଳୀ ସଂସ୍କୃତ ଅପେକ୍ଷା ଦ୍ରାବିଡ଼ ବା ଆଦିବାସୀଭାଷାର ଅଧିକ ନିକଟବର୍ତ୍ତୀ ଏବଂ ୬୨ ପ୍ରକାରର ଜନଜାତି ସମୁଦାୟ ଜନସଂଖ୍ୟାର ଅର୍ଦ୍ଧାଧିକ (ବର୍ତ୍ତମାନ ୧୭+୨୩=୪୦) ଭାଗ ହେଉଛନ୍ତି ଆଦିବାସୀ । ତେଣୁ ଓଡ଼ିଆଭାଷା ଆଦିବାସୀଭାଷାରୁ ସୃଷ୍ଟି ବୋଲି ମତ ଅଧିକ ଯୁକ୍ତିଯୁକ୍ତ ହେବ । କିନ୍ତୁ ଏହା ଗ୍ରହଣଯୋଗ୍ୟ ନୁହେଁ । ଏହି ମର୍ମରେ ଚତୁର୍ଥ ଶତାବ୍ଦୀରେ ବିକଶିତ ସଂସ୍କୃତ ଭାଷାକୁ ଓଡ଼ିଆଭାଷାର ଜନନୀ ଭାବେ ଗ୍ରହଣ କରାଯାଇ ପାରିବନାହିଁ । କାରଣ ଓଡ଼ିଆଭାଷାରେ ବ୍ୟବହୃତ କିଛି ସଂସ୍କୃତଶବ୍ଦ ଓ ଇଂରେଜ ପାଦ୍ରୀଙ୍କ କୃପା ପାଇବାପାଇଁ ବିଶ୍ୱମ୍ବର ବିଦ୍ୟାବାଗୀଶଙ୍କ ଭଳି କେତେକ ସଂସ୍କୃତ ପଣ୍ଡିତଙ୍କଦ୍ୱାରା ସଂସ୍କୃତରୁ ଓଡ଼ିଆକୁ ଅନୁଦିତ ବ୍ୟାକରଣକୁ ଓଡ଼ିଆ ବ୍ୟାକରଣ କହି ସଂସ୍କୃତକୁ ଓଡ଼ିଆଭାଷାର ଜନନୀ ଭାବେ ପ୍ରମାଣ କରିବା ଯଥେଷ୍ଟ ନୁହେଁ । ଓଡ଼ିଆଭାଷାର ସ୍ୱତନ୍ତ୍ର ବ୍ୟାକରଣିକ ନିୟମ ରହିଛି, ଯାହା ସଂସ୍କୃତ ନିୟମଠାରୁ ଭିନ୍ନ । ସଂସ୍କୃତଭାଷା ମଧ୍ୟ ବହୁ ଓଡ଼ିଆ ଶବ୍ଦକୁ ଗ୍ରହଣ କରିଛି ଓ ବୈଦିକ ସଂସ୍କୃତ ସହିତ ବର୍ତ୍ତମାନର ସଂସ୍କୃତ ଭଳି ଓଡ଼ିଆଭାଷାର ଗଭୀର ସମ୍ବନ୍ଧ ରହିଛି । ଏପରିକି ପ୍ରାରମ୍ଭିକ କାଳରେ ବ୍ରାହ୍ମୀଲିପି ମାଧ୍ୟମରେ ସଂସ୍କୃତ ଭଳି ଓଡ଼ିଆ ଭାଷା ନିଜକୁ ପରିପ୍ରକାଶ କରିଛି । ପୁନଶ୍ଚ କୌଣସି ଭାଷାରେ ଅନ୍ୟ ଭାଷାର କେତୋଟି ଶବ୍ଦ ପ୍ରଚଳନ ହୋଇଗଲେ ଉଭୟ ଭାଷାର ସଂପର୍କ ମାଆ-ଝିଅର ସଂପର୍କ ହୁଏ ନାହିଁ । ଯଦି ତାହା ହୁଏ, ତେବେ ଭା-ରୋପିୟ ଭାଷା ଅନ୍ତର୍ଭୁକ୍ତ ଇଂରାଜୀ ଶବ୍ଦର ବହୁଳ ବ୍ୟବହାର ଦେଖି ଆମର ୧୦୦୦ ବର୍ଷ ପରବର୍ତ୍ତୀ ପୀଢ଼ି ଇଂରାଜୀକୁ ସମସ୍ତ ଭାରତୀୟ ଭାଷାର ଜନନୀ ବୋଲି କହିବେ । ତେଣୁ ଓଡ଼ିଆଭାଷା ସଂସ୍କୃତରୁ ଜନ୍ମ ନୁହେଁ, ଏହା ଏକ ମୌଳିକଭାଷା । ଏହା ସଂସ୍କୃତ, ଦ୍ରାବିଡ଼ କିମ୍ବା ଆଦିବାସୀ ଭାଷାରୁ ଆସିନାହିଁ । ସଂସ୍କୃତ ତଥା ଅନ୍ୟାନ୍ୟ ଭାଷାପରି ଓଡ଼ିଆଭାଷା ନିଜର କ୍ରମବିକାଶ ପଥରେ ଅଗ୍ରସର ହୋଇ ଳଗତ ଜୀବନଯାପନ, ବାଣିଜ୍ୟ ଓ ପ୍ରଶାସନ କାରଣରୁ ସଂସ୍କୃତ, ଦ୍ରାବିଡ଼, ଗ୍ରୀକ୍, ଲାଟିନ୍ ଆଦି ବିଭିନ୍ନ ଦେଶୀବିଦେଶୀ ଶବ୍ଦପୁଞ୍ଜକୁ ଗ୍ରହଣ କରିଛି । ଓଡ଼ିଶାମାଟି ଉପରେ ଗତ ୨୦୧୦ବର୍ଷ ମଧ୍ୟରୁ ମାତ୍ର ୧୩୦ବର୍ଷ (୧୪୩୮-୧୫୬୮) ଓଡ଼ିଆ ଭାଷାର ରାଜତ୍ୱ ଥିବାବେଳେ ୧୮୮୦ବର୍ଷ ଅନ୍ୟ ଭାଷାର ରାଜତ୍ୱ (୧୪୪୦ବର୍ଷ ସଂସ୍କୃତ, ୨୮୫ ବର୍ଷ ପାର୍ଶୀ, ୯୫ ବର୍ଷ ଇଂରାଜୀ ତଥା ୧୯୪୭ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଇଂରାଜୀ ଓ ହିନ୍ଦୀଭାଷା