ପଦ ଯାତ୍ରାରେ ନାଟକ ଦେଖିବାକୁ ବାହାରିଲେ। ଗଲାବେଳେ ଉତ୍କଣ୍ଠା ବଶତଃ ଆମେ ପରସ୍ପର ଗପସପ କରି କରି ପ୍ରାୟ ୫ କିମି ଏକାନହସରେ ଚାଲିଗଲୁ । ଆମକୁ ଯେଉଁଠି ସ୍ଥାନ ମିଳିଲା , ସେଠାରୁ ସେମିତି କିଛି ଭଲ ଶୁଭିଲା ନାହି । ସାର୍ ମାନେ ଆଗରେ ସ୍ଥାନ ପାଇଥିଲେ । ଦୈବ ଯୋଗକୁ ମୋ ବାପା -ବୋଉ-ଭଉଣୀ ବଳଦ ଗାଡିରେ ଆମ ଗାଆଁରୁ ସେହିଦିନ ଥିଏଟର୍ ଦେଖିବାକୁ ଆସିଥିଲେ । ଅକସ୍ମାତ୍ ଫେରିଲା ବେଳକୁ ବାପା ମୋତେ ଦେଖିପାରି ବୋଉକୁ ଜଣାଇଦେବାରୁ ବୋଉ ମୋତେ ସାଙ୍ଗରେ ସେହି ରାତିଟି ପାଇଁ ନେଇଯିବାକୁ ବାପାଙ୍କୁ କହିବାରୁ ବାପା ବିଷ୍ଣୁ ସାରଙ୍କୁ ଯେତେ ନେହୁରା ହୋଇ କହିଲେ ମଧ୍ଯ ସେ ଆଦୌ ଅନୁମତି ଦେଲେ ନାହିଁ । ଶେଷ ପରୀକ୍ଷାର ପ୍ରସ୍ତୁତି ପାଇଁ ଅହରହ ଶିକ୍ଷକମାନେ ଆମ ପିଛା ଲାଗିଥାନ୍ତି । ଦୋଳଛୁଟିଟା ସାରା ଆମକୁ ଛାତ୍ରାବାସରେ ରଖାଯାଇଥାଏ କେବଳ ପାଠ ପ୍ରସ୍ତୁତି ପାଇଁ । ମୋ ଭଳି ସୌଖୀନବାଜ୍ ଅମନୋଯୋଗୀ ପିଲା ଥରେ ଘରକୁ ଗଲେ ନିହାତି ୨/୪ ଦିନ ଗତକରି ଯେ ଫେରିବାର ଅଭ୍ଯାସ ରଖିଥାଏ, ଏହା ବିଷ୍ଣୁ ଭଲ ଭାବରେ ଜାଣିଥାଆନ୍ତି । ସେଥି ପାଇଁ ସେ ଦୃଢ଼ ଭାବରେ ନାସ୍ତି କରିବାରୁ ମୋର ମନ ଏକବାର ଭାଙ୍ଗି ପଡ଼ିଲା । ମୁଁ ଲୁହ ଛଳ ଛଳ ଆଖିରେ ବୋଉଠାରୁ ବିଦାୟ ନେଇ ଆସିବା ପରେ ସ୍କୁଲ ଫେରନ୍ତି ରାସ୍ତାରେ ଚାଲିଲାବେଳେ ମୋତେ ପଥର ବୋଝ ବହିବା ପରି ଲାଗୁଥାଏ । ବିଷ୍ଣୁବାବୁ ମଝିରେ ମଝିରେ ମୋ ବିଷୟରେ ଟିପ୍ପଣୀ ଦେଉଥାନ୍ତି, ଅନ୍ଯ ସାର୍ରମାନେନ ତାଳ ଦେଉଥାଆନ୍ତି ସେଥରେ । ଏମିତି କିଛିବାଟ ଗଲାପରେ ମୋ ଆଖିରୁ ଧାର ଧାର ହୋଇ ଲୁହ ବହୁଥବାର କେମିତି ଦେଖିପାରିଲେ ବିଷ୍ଣୁବାବୁ ମୁଁ ଜାଣେ ନାହିଁ । ବିଶେଷ କରି ମୋତେ ଉଦ୍ଦେଶ୍ଯ କରି ସେ ଆରମ୍ଭ କଲେ କଳାପାହାଡ଼ ସଂପର୍କୀୟ ଗପଟିକୁ । ସେ ଏଭଳି ନାଟକୀୟ ଭାବରେ ଇତିହାସ ଓ ଜନଶ୍ରୁତିକୁ ମିଶାଇ ଗପଟି କହିଚାଲିଥାଆନ୍ତି ଯେ, ଗପ ସରିଲା ବେଳକୁ ଆମେ ସ୍କୁଲରେ ପହଞ୍ଚିଗଲୁ ମୋର ସ୍ବାଭାବିକ ଚିତ୍ତବୃତ୍ତି ପୂର୍ବ ଭଳି ପଠନ ଅନୁକୂଳ ହୋଇଯାଇଥିଲା ।
ମୋର ସମଗ୍ର ଛାତ୍ରଜୀବନରେ ସେହି ସପ୍ତମ ଶ୍ରେଣୀ ବର୍ଷଟି କେବଳ ବିଷ୍ଣୁ ବାବୁଙ୍କ ଯୋଗୁଁ ସଫଳ ସାଧନାର ଅଧ୍ଯାଆୟଟିଏ କେବଳ ହେଲା ନାହିଁ ଭବିଷ୍ଯତ ଅଧ୍ଯାୟୀ ଜୀବନକୁ ତାହା ଯଥାଯଥ ପ୍ରଭାବିତ କରି ରଖିଥିବାରୁ ଇଂରାଜୀ ଓ ଓଡ଼ିଆ ସାହିତ୍ଯ ପ୍ରତି ମୋର ଭୟ ପରିବର୍ତ୍ତେ ଆଗ୍ରହ ଉଦ୍ଦୀପିତ ହୋଇଥିଲା ।