ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୨୬୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସେ ଆମକୁ ପ୍ରତି ଶନିବାର ସକାଳୁ ଡ୍ରିଲ୍ ଶିକ୍ଷା ଦେଉଥିଲେ । ଚତୁର୍ଥରୁ ସପ୍ତମ ଓ ପରେ ଅଷ୍ଟମ ଶ୍ରେଣୀର ପିଲାମାନେ ସମସ୍ତେ ଏଥିରେ ଭାଗ ନେଉଥିଲେ । ତାଙ୍କର 'ଲେଫ୍ଟ୍ ରାଇଟ୍ ' ଓ ଷ୍ଟାଣ୍ଡ -ଆଟ୍ -ଲଜ୍ ' କୁହାଟ ଥିଲା ଯେପରି ଗମ୍ଭୀର ସେପରି ଆଦେଶାତ୍ମକ । ସେ ଶୃ୍ଙ୍ଖଳା ଓ ନିୟମିତତାର ଉପାସକ ଥିଲେ । ଶୃଙ୍ଖଳା ଭଙ୍ଗ ଲାଗି ଶାସ୍ତି ଦେଉଥିଲେ । ପ୍ରତ୍ଯେକ ଛାତ୍ରର ଗତିଭଙ୍ଗୀ ପ୍ରତି ତାଙ୍କର ତୀକ୍ଷ୍ମ-ଦୁଷ୍ଟି ରହୁଥିଲା । ପାଠ ହେଉ ବା ଆଚାର ବ୍ଯବହାର ହେଉ କେଉଁଥିରେ ଆମେ କେହି ତାଙ୍କୁ ଫାଙ୍କି ଦେବାର ପ୍ରଶ୍ନ ହିଁ ନଥିଲା । ସେ ନିଜେ ଯେପରି କର୍ମତପ୍ତର ଥିଲେ ଅନ୍ଯମାନଙ୍କୁଠାରୁ ସେହିପରି କର୍ମ ପ୍ରବଣତା ଆଶା କରୁଥିଲେ ।

ଯାହା ଜଣାଯାଇଥିଲା, ତାଙ୍କର ବ୍ଯକ୍ତିଗତ ଦାମ୍ପତ୍ଯ ଜୀବନ ସେପରି ସୁଖକର ନଥିଲା । ସେ ଅଧିକାଂଶ ଛୁଟିରେ ଘରକୁ ନ ଯାଇ ସ୍କୁଲରେ ରହି ଯାଉଥିଲେ । ସେଦିନ ଖବରକାଗଜ ସାଙ୍ଗକୁ 'ମୋଦେଶ', ଝଙ୍କାର, ଡଗର', ଆଦି ପତ୍ରିକା ପ୍ରତିମାସରେ ସେ ଅଣାଉଥିଲେ। ସେ ପତ୍ରିକାରେ ଲେଖାଲେଖି କରୁଥିବା ବିଷୟ ଆମକୁ ଜଣାନଥିଲା । କଲିକତାର ଏକ ପ୍ରବାସୀ ଅନୁଷ୍ଠାନ ପକ୍ଷରୁ ଛାତ୍ରମାନଙ୍କ ମଧ୍ଯରେ ସେତେବେଳେ ପ୍ରବନ୍ଧ ପ୍ରତିଯୋଗିତା କରାଯାଉଥିଲା । ବିଷୟ ଥିଲା 'ମଣିଷ ମଣିଷକୁ ଭଲ ପାଏ କାହିଁକି  ? କେତେ ଜଣ ସାର୍ ଜଣେ ଜଣେ ପିଲାଙ୍କ ପାଇଁ ଉପଦେଷ୍ଟା ଥିଲେ ।ମୋର ସୌଭାଗ୍ଯକୁ ବିଷ୍ନୁବାବୁ ଥିଲେ ମୋର ଉପଦେଷ୍ଟା । ମୋ ଲେଖା ଉପରେ ସେ କଲମ ଚଳାଉଥିଲେ । ପ୍ରବନ୍ଧ ଗୁଡିକ କଲିକତା ପଠାଯାଉଥିଲା ଓ ସେଥିରୁ ପଣ୍ଡୁଆ ସ୍କୁଲ୍ ର ପିଲାଙ୍କ ମଧ୍ଯରୁ ମୋ ପ୍ରବଦ୍ଧଟି ପୁରସ୍କୃତ ହୋଇଥିଲା । ସେଥିପାଇଁ ମୋ ନାଁ 'ସମାଜ' ରେ - ବାହାରିଥିଲା । ବିଷ୍ନୁବାବୁ ସମୟ ଅସମୟରେ ବରାବର ଗୁଣୁ ଗୁଣୁ ହୋଇ ଗୀତ ଗାଉଥିଲେ । ' କୋଇଲି କଳା ବୋଲି ବସନ୍ତ ଯାଏ ଚାଲି

ଫଗୁଣ -ବାତାୟନ..... ସ୍ମୃତିଟି ରହେ ଖାଲି' ଏଇ ଗୀତକୁ ସେ ଭାରି ସରଳ ଭରା ଗଳାରେ ଅଧିକାଂଶ ସମୟରେ ଧୀର ସ୍ବରରେ ଗାଇ ଭାବପ୍ରବଣ ହୋଇପଡୁଥିବାରୁ ମୁଁ ପ୍ରତ୍ଯକ୍ଷ କରିଛି । କଥା , କହିବାରେ , କାହାଣି ଶୁଣାଇବାରେ , ଅନୁଭୂତି ବଖାଣିବାରେ ତାଙ୍କର ଥିଲା ନିଜସ୍ବ ବୈଶିଷ୍ଟ୍ଯ ।

ରାହାମାରେ ଅନ୍ନପୂର୍ଣ ' ଏ ' ଗ୍ରୁପ କ୍ଯାମ୍ପ୍ ପକାଇ ନାଟକ ପରିବେଷଣ କରୁଥିବାର ଖବର ମିଳିବାରୁ ବିଷ୍ନୁବାବୁ କେତେକ ଶିକ୍ଷକ ଓ ଛାତ୍ରବାସରେ ଅନ୍ତେବାସୀମାନଙ୍କୁ ନେଇ

୨୫୩