ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୨୧୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ସବୁ ତାଙ୍କୁ ସ୍ପର୍ଶ ନକରିଛି କିପରି? କିନ୍ତୁ ଶିକ୍ଷକତା ତାଙ୍କ ପାଇଁ କେବଳ ଯେ ବୃତ୍ତିବିଶେଷ ନ ଥିଲା, ଥିଲା ଜୀବନର ପରମ ଓ ଚରମ ଦୀକ୍ଷା ଓ ସେଥିପାଇଁ ଯୌବନସ୍ଥାରୁ ଅକୃତବାର ଭାବରେ କଠୋର ସଂଯମ ଆଚରଣ ଷିତ ଇନ୍ଦ୍ରିୟମାନ ଙ୍କୁସଂଯତ କରିବା ଯେ ତାଙ୍କର ଅଭ୍ୟାସଗତ ହୋଇଯାଇଥିଲା, ଏହା ଆମେ ସେତେବେଳେ ବୁଝିପାରି ନଥିଲୁ। ପଇସାପତ୍ର ଖର୍ଚ୍ଚବାର୍ଚ୍ଚରେ ସେ ଥିଲେ ମିତବ୍ଯୟୀ ତାଙ୍କର ବ୍ଯକ୍ତିଗତ ଜୀବନ ଯେପରି ଥିଲା କଠୋର ଶୃଙ୍ଖଳାବଦ୍ଧ, ତାଙ୍କ ଦ୍ୱାରା ପ୍ରଶାସିତ ଶିକ୍ଷାନୁଷ୍ଠାନ ମଧ୍ଯ ସେହିପରି ଥିଲା ଶାନ୍ତ, ଶୁଦ୍ଧ ଓ ସମସ୍ଯାରହିତ।

ମୋର  ସ୍ପଷ୍ଟ  ମନେ ଅଛି -  ସେଦିନ  ଦଶମ ଶ୍ରେଣୀରେ ମୁଁ  ପଢାଉଥାଏ 'ଆଶ୍ରମ  ପ୍ରଭାତ'  କବିତା।  ପଢା ଚାଲିଛି-  ମଝିରେ  ମୁଁ  ଚାହିଲାବେଳକୁ  ପଛରୁ  ମୋତେ  ପ୍ରଥମେ  ଚନ୍ଦାମୁଣ୍ତଟି  ଓ  ପରେ  ଚଷମାକାଚ  ଭେଦ  କରି  ଦୁଇଟି  ଉଜ୍ଜ୍ୱଳ  ଆଖି  ଦିଶିଗଲା ।କେହି  ବୟସ୍କ  ବ୍ଯକ୍ତିଙ୍କ ସମ୍ମୁଖରେ  ନିଜର  ପାଠଦାନ  ଶୈଳୀର  ପ୍ରଥମ  ଅଭିବ୍ଯକ୍ତି,  ଆଦ୍ଯ  ଆତ୍ମ୍ ପ୍ରକାଶ  ମୋର।   ଦେହଟା  ଝାଳେଇଗଲା।  ୫/୭  ମିନିଟ୍  ପରେ ସେ  ବିଦାୟ  ନେଲେ।
  ମନରେ  କିଛି  ଆଶଙ୍କା  ନେଇ  କ୍ଲାସ୍  ଶେଷରେ  କମନରୁମ୍ କୁ  ଫେରିଲି।  ଗିଲାସେ  ପାଣି  ପିଇ  ଦମ୍ଭ  ହେଲାବେଳକୁ  ସିଆଡୁ ଆଲମିରା  ଉଢାଳରୁ  ସେଇ  ଗୋଟିଏ  ଘରେ  ପ୍ରଧାନ   ଶିକ୍ଷକଙ୍କ  ଆସ୍ଥାନ, କିରାଣୀଙ୍କ  ଦପ୍ତର,ଲାଇବ୍ରେରୀ  ଓ  ଶିକ୍ଷକ  ମାନଙ୍କର  ବିଶ୍ରାମ-ଗୃହ  ଏକତ୍ର  ଆଲମିରା-ତିରସ୍କରିଣୀ  ଦ୍ୱାରା  ବିଭାଜିତ  ହୋଇଥିଲା।  ଡାକ  ଆସିଲା, ରବିବାବୁ-ଇଆଡେ ଆସ।  ପୁଣି  ମାଡିଆସିଲା  ସଶଙ୍କ-ସଙ୍କୋଚର  ଗୋଟିଏ ମୃଦ୍ଯୁ  କଲ୍ଲୋଳ।  କ'ଣ  କିଛି  ବିଶେଷ  ଭୁଲ- ଭ୍ରାନ୍ତି  ହେଲା  କି ?   ଧୀର  ପଦକ୍ଷେପରେ  ତାଙ୍କ  ପାଖରେ  ପହ୍ଞ୍ଚିଲା  ବେଳକୁ  ରେଜିଷ୍ଟ୍ରରଟିଏ  ଖୋଲା  ହୋଇ  ଥୁଆହୋଇଛି । 'ପଢ' । ପଢିଲି।  ଅଣତାଲିମ ପ୍ରାପ୍ତ  ଶିକ୍ଷକର  ପ୍ରଥମ  ଶ୍ରେଣୀ  ପରିଦର୍ଶନରେ  ବହୁ  ଅଭିଜ୍ଞତାସମ୍ପନ୍ନ  ପ୍ରଧାନଶିକ୍ଷକଙ୍କର  ମନ୍ତବ୍ଯ।  ଆଜି  ବି  ମନେ  ପଢୁଛି,  କଳାପଟା  ବ୍ଯବହାର  କରିନଥିବା  ସେଥିରେ ମୋର  ଏକମାତ୍ର  ଦୋଷ  ବୋଲି  ଲେଖାଥିଲା।  ଅନ୍ଯାନ୍ଯ  ମନ୍ତବ୍ଯ  ମୋ  ପକ୍ଷରେ  ଥିଲା  ଏକାନ୍ତ  ଉତ୍ସାହଜନକ।  

ଆଉ ଗୋଟିଏ ଦିନର କଥା-ସେଦିନ ପ୍ରଧାନଶିକ୍ଷକ ଦଶମଶ୍ରେଣୀ ପିଲାଙ୍କୁ ଇଂରାଜୀ କବିତା ପଢାଇବେ ବୋଲି ଆମକୁ ଆଗୁଆ ଜଣାଇ ଦିଆଗଲା। ମୁଁ ଆଦର୍ଶ ପାଠଦାନ କିପରି ଦିଆଯାଏ, ଜାଣିନଥାଏ,ମନରେ ଅଜସ୍ର କୌତୁହଳ ଥାଏ। ମନେ ଅଛି, ବାସୁବାବୁ ପ୍ରଥମେ ପିଲାମାନଙ୍କୁ ପ୍ରଶ୍ନ କଲେ, ହୁ ନୋଜ୍ ମହାତ୍ମା ଗାନ୍ଧୀ ଗୋଟିଏ ପିଲା ଉଠି

୧୯୩