ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୨୧୦

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଥିଲେ ବୋଲି କୁହାଯାଇପାରେ । ହଗର ତାଙ୍କର ଥିଲା ସ୍କୁଲଠାରୁ ପ୍ରାୟ ୮ /୧୦ କିଲୋମିଟର ଦୂର ମହେଳ ଗ୍ରାମରେ । କିନ୍ତୁ ବାସୁ ବାବୁ କଟକ ବାଦାମବାଡି ( ଲେବର କଲୋନୀ ବିପରୀତ ପାର୍ଶ୍ୱ ) ରେ ପ୍ରଶସ୍ତ ଏକ ମହାଲା କୋଠା ତିଆରି କରି ସାରିଥିଲେ। ତାଙ୍କର କେବଳ ଦୁଇ ପୁଅ ଥିଲେ। ପ୍ରାୟ ୩୩ ବର୍ଷ ବୟସରେ ଭବାନୀପାଟଣାଠାରେ ପତ୍ନୀ ବିୟୋଗ ଘଟିବା ପରେ ସାରା ଜୀବନ ଅବିବାହିତ ରହି ସେ ପୁଅ ଦୁହିଁଙ୍କୁ ନିଜ ବକ୍ଷ୍ପୁଟରେ ବଢାଇ ମଣିଷ କରିଥିଲେ। ବଡ ପୁଅ ଦେବୀବାବୁ ସେତେବେଳେ ସିନିୟର୍ ଓ.ଏ .ଏସ୍ . ଅଫିସର ଓ ସାନପୁଅ ସବ୍ଡେପୁଟୀ ଥିଲେ। ମୁଁ ଲକ୍ଷ୍ଯ କରିଛି, ପୁଅମାନଙ୍କ କଥା କହିଲା ବେଳେ ବିଶେଷ ଭାବପ୍ରବାଣ ହୋଇ ନଉଠିଲେ ବି ବାସ୍ଚଲ୍ଯସ୍ନିଗ୍ଧ ପିତୃତ୍ୱ ତାଙ୍କର ସ୍ୱସ୍ତିବୋଧରେ ସ୍ଫୀତ ହୋଇଉଠେ। ପରକ୍ଷଣରେ ସେ ଗମ୍ଭୀର ହୋଇଯାନ୍ତି। ଆମେ ପ୍ରସଙ୍ଗ ପରିବର୍ତ୍ତନ କରି ଦେଉ।

 ବାସୁବାବୁଙ୍କର  ଦୁଇଟି  ଚାରିତ୍ରିକ  ବିଭାବ  ତାଙ୍କ  ଅଧୀନରେ   ଶିକ୍ଷକତା  କରିବାର  ଦୁଇବର୍ଷ  ମଧ୍ଯରେ  ମୋର  ଅନ୍ତରକୁ  ସ୍ପର୍ଶ  କରିଥିଲା।  ତାଙ୍କର  ସରଳ, ନିରାଡମ୍ବର  ବ୍ଯକ୍ତିଗତ  ଜୀବନଧାରା  ଓ  କଠୋର  କର୍ତ୍ତବ୍ଯପରାୟଣତା-  ଏହି  ଦୁଇଟି  ବିଭାବ   ତାଙ୍କୁ  ଅନ୍ଯମାନଙ୍କ  ଚକ୍ଷୁରେ  ମଧ୍ଯ  ଉଚ୍ଚତର  ଅସନ  ଦେଇଥିଲା। 

ବର୍ଷାଦିନେ ରାସ୍ତା କାଦୁଅ ହୋଇପଡିବାରୁ ସାଇକେଲ ଚଳାଇ ୬ କିଲୋମିଟର ରାସ୍ତା ଅତିକ୍ରମ କରି ଠିକ୍ ସମୟରେ ସ୍କୁଲରେ ପହ୍ଞ୍ଚିବା ମୋ ପକ୍ଷରେ ସମ୍ଭବ ନ ହେବାରୁ ମୁଁ କିଛି ଦିନ ସ୍କୁଲ ଛତ୍ରବାସରେ ଅନ୍ତେବାସୀ ହୋଇଥିଲି। ସେହିଦିନ ଗୁଡିକରେ କୁଚିତ୍ ହେଡମାଷ୍ଟରଙ୍କ ପାଖକୁ, ତାଙ୍କ ବସାକୁ ଯାଇଥିଲେ ବି ମୁଁ ଦୂରରୁ ତାଙ୍କର ଗତିବିଧି ଲକ୍ଷ୍ଯ କରୁଥିଲି। ସେ ଭୋର ସକାଳୁ କି ଶୀତ, କି ବର୍ଷା, କି ଖରାଦିନମାନଙ୍କରେ ଉଠି ନିତ୍ଯକର୍ମ ସାରି ପିଲାଙ୍କ ଇଂରାଜୀ ଖାତା ନହେଲେ ପରୀକ୍ଷା ଖାତା ଦେଖିବସିଯାନ୍ତି। ଖାଇବାରେ ସେପରି କିଛି ଆଡମ୍ବର ନଥାଏ। ସାରୁ, କଖାରୁ, ବାଇଗଣ,ପୋଇ ପତ୍ର ଏ ସବୁ ମିଶି ଗୋଟିଏ ଘାଣ୍ଟ ତରକାରୀ , ଡାଲି ଏମିତି ହେଲେ ତାଙ୍କର ବେଶ୍ ଚଳିଯାଏ। ବିଚିତ୍ର କଥା ପାରାମାଂସରେ ତାଙ୍କର ଭରି ଲୋଭ । ପାରାକୁ ସେ ପାରୁଆ ବୋଲି କହନ୍ତି। ଆମେ ଭାବୁ ବଲାଙ୍ଗୀର ମହାରାଜାଙ୍କ ପୁଅମାନଙ୍କର ଗୃହଶିକ୍ଷକ କାର୍ଯରେ ନିଯୁକ୍ତ ଥିବା ବାସୁବାବୁଙ୍କ ରସନା କେତେ ପ୍ରକାର ଚର୍ବ୍ଯ, ଚୋଷ୍ଯ, ଲେହ୍ଯ, ପେୟରେ ଅଭ୍ଯସ୍ତ ନଥିବ। ପୁଣି ପରିଣତ ବୟସରେ ସ୍ୱାଦୁକାର ଖାଦ୍ଯ ପ୍ରତି ସାଧାରଣତଃ ଯେପରି ଆସକ୍ତି ଲକ୍ଷ୍ଯ କରାଯାଏ, ସେ

୧୯୨